অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦୀନ୍ ଦୟାଲ୍ ଅନ୍ତ୍ୟୋଦୟ ଯୋଜନା

ଉପକ୍ରମଣିକା

  • ଆର୍ଥିକ ବିକାଶ ଏବଂ ସହରିକରଣ ଅଙ୍ଗାଙ୍ଗୀ ଭାବେ ଜଡିତ । ଘରୋଇ ଉତ୍ପାଦର ପାଖାପାଖି ୬୦% ଯୋଗଦାନ ସହ ନଗରଗୁଡିକ   ଦେଶର ଆର୍ଥିକ ଅଭିବୃଦ୍ଧିର ଗୋଟେ ଗୋଟେ କଳ ପରି କାର୍ଯ୍ୟକରନ୍ତି । ଭାରତର ଜନଗଣନା ୨୦୧୧ ଅନୁଯାୟୀ,ଦେଶର ବର୍ତ୍ତମାନ ସହରୀ ଲୋକସଂଖ୍ୟା ୩୭୭ ନିୟୁତ ଯାହାକି ୨୦୦୧ ଜନଗଣନା ତୁଳନାରେ ୩୧% ଅଧିକ । ଅଣସଙ୍ଗଠିତ କ୍ଷେତ୍ରରେ ଉଦ୍ୟୋଗ ଉପରେ ଜାତୀୟ ନିୟୋଗଙ୍କ ସହରାଞ୍ଚଳରେ ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟର ପରିସ୍ଥିତି ଏବଂ ଜୀବିକା ସଂବର୍ଦ୍ଧନ ଉପରେ ଅଗଷ୍ଟ ୨୦୦୭ରେ ପ୍ରକାଶିତ ବିବରଣୀ (NCEUS 2007)  ଅନୁଯାୟୀ ୨୦୦୪-୦୫ ମସିହାରେ ଦେଶର ସମୁଦାୟ କାର୍ମିକ ଶକ୍ତିର ଶତକଡା ୯୨ ଭାଗ ଅନୌପଚାରିକ ଅର୍ଥନୀତିରେ କାମ କରନ୍ତି । ସହରୀ ଅନୌପଚାରିକ ଅର୍ଥନୀତିର ଏକ ବଡ ଭାଗ ଅଣସଙ୍ଗଠିତ ଏବଂ ଅଣ-କୃଷି ଭିତ୍ତିକ ଅଟେ । ନିମ୍ନ ଶିକ୍ଷାଗତ ଯୋଗ୍ୟତା ଓ କୌଶଳର ଅଭାବ ସେମାନଙ୍କୁ ନୂତନ ଭାବେ ଗଢି ଉଠୁଥିବା ବଜାରରେ ପ୍ରବିଷ୍ଟି ପାଇଁ ବାଧା ସୃଷ୍ଟି କରେ । ସହରାଞ୍ଚଳରେ ଅଧିକ ସୁବିଧାଯୁକ୍ତ କର୍ମ ନିଯୁକ୍ତି ପାଇଁ କୌଶଳ ବୃଦ୍ଧି ଯେ ଏକ ନିର୍ଣାୟକ ଭୂମିକା ତୁଲାଏ, ଏହା ତାହାର ଏକ ସୂଚକ ।
  • ଅଧିକାଂଶ ଗରିବଶ୍ରେଣୀର ଲୋକମାନେ ଅନୌପଚାରିକ କ୍ଷେତ୍ର ସହ ଜଡିତ, ଯେଉଁଥିରେ ନିଷ୍କାସନ, ଅପନୟନ, ଅଧିହରଣ ତଥା ସାମାଜିକ ସୁରକ୍ଷାର ଘୋର ଅଭାବ ଇତ୍ୟାଦିର ନୀରବଚ୍ଛିନ୍ନ ବିପଦ ଥାଏ । ଯେତେବେଳେ ସହରୀ ଲୋକଙ୍କ ଆମଦାନୀ କମ୍ ନଥାଏ, ସେତେବେଳେ ମଧ୍ୟ ସେମାନେ ପରିମଳ ବ୍ୟବସ୍ଥା ଥାଇ ଉପଯୁକ୍ତ ରହଣି ପାଇନ ଥାନ୍ତି ଓ ଭେଦଭାବ, ସାମାଜିକ ଅପବର୍ଜନ, ଅପରାଧ,ହିଂସା, ଅସୁରକ୍ଷିତ କାର୍ଯ୍ୟକାଳ ଅବଧି, ବିପଦପୂର୍ଣ ପାରିବେଶିକ ଅବସ୍ଥା ଓ ପ୍ରଶାସନରେ ନିଜର ସ୍ଵର/ ପ୍ରତିନିଧିତ୍ଵ  ନଥିବା ଇତ୍ୟାଦିର, ଶିକାର ହୋଇଥାନ୍ତି ।
  • ସହରାଞ୍ଚଳ ଦାରିଦ୍ର୍ୟ କୁ ମୋଟାମୋଟି 3 ଭାଗରେ ବିଭକ୍ତ କରାଯାଇପାରେ: ୧) ଆବାସୀୟ ଭେଦ୍ୟତା (ଜମି ଅଭିଗମ୍ୟତା, ଆଶ୍ରୟ ତଥା ମୂଳଭୂତ ସେବା ଇତ୍ୟାଦି), ୨) ସାମାଜିକ ଭେଦ୍ୟତା  (ଲିଙ୍ଗଗତ ଭେଦଭାବ, ବୟସ ତାରତମ୍ୟ, ସାମାଜିକ ସ୍ତର-ବିନ୍ୟାସ, ସାମାଜିକ ସୁରକ୍ଷାର ଅଭାବ,  ପ୍ରଶାସନରେ ନିଜର ସ୍ଵର/ ପ୍ରତିନିଧିତ୍ଵ  ନଥିବା ଇତ୍ୟାଦି); ଓ ୩) ବୃତ୍ତିଗତ ଭେଦ୍ୟତା (ଅନିଶ୍ଚିତ ଜୀବିକା, ନିଯୁକ୍ତି ଏବଂ ରୋଜଗାର ସକାଶେ ଅନୌପଚାରିକ କ୍ଷେତ୍ର ଉପରେ ନିର୍ଭରଶୀଳତା, ନିଯୁକ୍ତି ନିରାପତ୍ତାର ଅଭାବ, କାମର ତୁଚ୍ଛ କାର୍ଯ୍ୟ ଦଶା ଇତ୍ୟାଦି)। ଏହି ଭେଦ୍ୟତା ଗୁଡିକ ଆନ୍ତସମ୍ପର୍କିତ । ସହରାଞ୍ଚଳର ଗରିବ ଶ୍ରେଣୀର କିଛି ଲୋକେ ଏହାଠାରୁ ମଧ୍ୟ ଅଧିକ ଭେଦ୍ୟତା ମଧ୍ୟରେ ବାସ କରନ୍ତି ଯଥା ସ୍ତ୍ରୀଲୋକ, ଛୋଟ ପିଲା, ବୟସ୍କ, ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ, ଦିବ୍ୟାଙ୍ଗ ଇତ୍ୟାଦି ।

ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ଓ ଆବାସ ମନ୍ତ୍ରାଳୟ ୧୯୯୭ ଠାରୁ କେନ୍ଦ୍ର ପ୍ରାୟୋଜିତ ଯୋଜନା “ସ୍ଵର୍ଣ ଜୟନ୍ତୀ ସହରୀ ରୋଜଗାର ଯୋଜନା” (SJSRY) ପ୍ରଚଳିତ କରୁଛନ୍ତି । ଏହାକୁ “ଦୀନ୍ ଦୟାଲ୍ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ସହରୀ ଜୀବିକା ନିୟୋଗ (NULM)” ଭାବରେ ନାମିତ କରାଯାଇ ସେପ୍ଟେମ୍ବର ୨୦୧୩ ଠାରୁ ପ୍ରଚଳିତ କରାଯାଉଛି । NULM ୨୪ ସେପ୍ଟେମ୍ବର ୨୦୧୩ ଠାରୁ ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟ ଗୁଡିକରେ (ଜନସଂଖ୍ୟା ନିରପେକ୍ଷ)ଏବଂ ଏକ ଲକ୍ଷ ରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ସହରରେ କାର୍ଯ୍ୟକ୍ଷମ ହୋଇଛି ।

ନିୟୋଗର ମିଶନ

NULM ଦାରିଦ୍ର୍ୟ ଦୂରୀକରଣ ସହରାଞ୍ଚଳରେ ବସବାସ କରୁଥିବା ଗରିବ ପରିବାରର ଭେଦ୍ୟତା ଦୂର କରିବା ପାଇଁ ସେମାନଙ୍କୁ ଆତ୍ମନିଯୁକ୍ତି ତଥା କୁଶଳୀ ମଜୁରି ଭିତ୍ତିକ ନିଯୁକ୍ତି ସୁଯୋଗ ଦେବା ପାଇଁ ତୃଣାମୂଳ ସ୍ତରରେ ସଶକ୍ତ ସଂସ୍ଥା ଗଠନ କରିବା; ଯାହାକି ସେମାନଙ୍କୁ ଏକ ଜୀବିକାର ସତତ ଏବଂ ଉଲ୍ଲେଖନୀୟ ଉନ୍ନତି ସକାଶେ ସାହାଯ୍ୟ କରିବ । ଏହି ନିୟୋଗ ସହରାଞ୍ଚଳ ଗୃହହୀନ ଗରିବ ମାନଙ୍କୁ ପର୍ଯ୍ୟାୟକ୍ରମେ ସମସ୍ତ ମୂଳଭୁତ ଓ ଆନୁଷଙ୍ଗିକ ସୁବିଧା ଥାଇ ଆବାସ ଯୋଗାଇବାର ଲକ୍ଷ ରଖିଛି । ଏହାସହ ନିୟୋଗ ସହରୀ ରାସ୍ତାକଡ ବିକ୍ରେତାମାନଙ୍କୁ ସ୍ଥାନ ଯୋଗାଇବା, ସଂସ୍ଥାଗତ ଋଣ ପାଇବା, ସାମାଜିକ ସୁରକ୍ଷା ତଥା କୌଶଳ ବର୍ଧନ ଇତ୍ୟାଦି ଅସୁବିଧା ଦୂର କରି ସେମାନଙ୍କୁ ବିପଣନ ସହ ସଂଯୁକ୍ତ କରିପାରିବ ।

ମାର୍ଗଦର୍ଶକ ନୀତି

  • NULM ର ମୂଳଭୂତ ବିଶ୍ଵାସ ଯେ ଗରିବଶ୍ରେଣୀର ଲୋକମାନେ ଉଦ୍ୟୋଗୀ ଏବଂ ସେମାନଙ୍କ ମଧ୍ୟରେ ଦାରିଦ୍ର୍ୟରୁ ବାହାରିବା ପାଇଁ ଏକ ଅନ୍ତର୍ନିହିତ ଇଚ୍ଛା ଥାଏ । ସେମାନଙ୍କ ଅନ୍ତର୍ନିହିତ କ୍ଷମତାକୁ ବିନିଯୋଗ କରି ସେମାନଙ୍କ ପାଇଁ ସତତ ଏବଂ ଅର୍ଥପୂର୍ଣ ଜୀବିକା ତିଆରି କରିବା ଏକ ମସ୍ତବଡ ଆହ୍ଵାନ। ଏ ଦିଗରେ ପ୍ରଥମ ପଦକ୍ଷେପ ହେଉଛି ସହରୀ ଗରିବଙ୍କୁ ସେମାନଙ୍କ ନିଜ ଅନୁଷ୍ଠାନ ଗଢିବାକୁ ପ୍ରେରଣା ଦେବା । ସେମାନଙ୍କୁ ଓ ସେମାନଙ୍କ ଅନୁଷ୍ଠାନ ଗୁଡିକୁ ପର୍ଯ୍ୟାପ୍ତ କ୍ଷମତା ଦେଲେ ସେମାନେ ନିଜର ବାହ୍ୟ ପରିବେଶ ପରିଚାଳନା, ବିତ୍ତୀୟ ଅଭିଗମ୍ୟତା ବୃଦ୍ଧି,କୌଶଳ, ସମ୍ପତ୍ତି, ଉଦ୍ୟମ  ଓ କୌଶଳର ବୃଦ୍ଧି ଓ ବିସ୍ତାର  କରିପାରିବେ । ଏହା ନିରନ୍ତର ମାର୍ଗଦର୍ଶନ ଓ  ସାବଧାନିତା ସହ ପ୍ରସ୍ତୁତ handholding ସହାୟତାର ରୂପ-ରେଖା ଦରକାର କରେ । ଏଥିପାଇଁ ଜାତୀୟ ସ୍ତରରୁ ନେଇ ସହର ଓ ଗୋଷ୍ଠୀ ସ୍ତର ପର୍ଯ୍ୟନ୍ତ; ସାମାଜିକ ସଂଚାଳନ, ଅନୁଷ୍ଠାନ ନିର୍ମାଣ ଏବଂ ଜୀବିକା ସମବର୍ଦ୍ଧନ ପାଇଁ ଏକ ବାହ୍ୟ, ସମର୍ପିତ ଓ ସଂବେଦନଶୀଳ ସଂରଚନା ଆବଶ୍ୟକ କରେ ।
  • NULM ର ବିଶ୍ଵାସ କରେ ଯେ, କୌଣସି ଜୀବିକା ସମବର୍ଦ୍ଧନ ଯୋଜନା ଯଦି ଗରିବ ଲୋକ ତଥା ସେମାନଙ୍କ ଦ୍ଵାରା ଗଠିତ ଅନୁଷ୍ଠାନ ଦ୍ଵାରା ପରିଚାଳିତ ହୁଏ, ତେବେ ତାହା ସମୟବଦ୍ଧ ଭାବେ ଉନ୍ନତି କରିପାରିବ । ଏହିପରି ଗଢି ଉଠିଥିବା ସଂସ୍ଥାଗତ ମଞ୍ଚ ସେମାନଙ୍କ ନିଜସ୍ଵ ସାମାଜିକ, ଆର୍ଥିକ ଏବଂ ଅନ୍ୟ ସମ୍ପତ୍ତି ତିଆରି କରିଥାଏ । ଅପର ଭାବେ, ଏହି ବ୍ୟବସ୍ଥା ସେମାନଙ୍କୁ ସେମାନଙ୍କ ନିଜର ଅଧିକାର, ହକଦାରି, ସରକାରୀ ଓ ବେସରକାରୀ ସୂତ୍ରରୁ ମିଳୁଥିବା ସୁଯୋଗ ଓ ସୁବିଧା ପ୍ରତି ଅଭିଗଣ୍ୟତା ବଢାଇ ସେମାନଙ୍କ ଏକତା, ସ୍ଵର ଏବଂ ମୂଲଚାଲ ଶକ୍ତି ବଢାଇଥାଏ ।
  • ସମ୍ବିଧାନର ୭୪ତମ ସଂଶୋଧନ, ୧୯୯୨ ଅନୁଯାୟୀ ସହରୀ ଗରିବୀ ଦୂରୀକରଣ ସ୍ଥାନୀୟ ସହରୀ ପ୍ରଶାସନର ଏକ ବିଧିବଦ୍ଧ କାର୍ଯ୍ୟ ତେଣୁ ଏହି ସଂସ୍ଥା ଗୁଡିକ ସହରୀ ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ସମସ୍ତ ଦିଗରେ, ସେମାନଙ୍କ ଜୀବିକା ଓ କୌଶଳ ବର୍ଦ୍ଧନ ପାଇଁ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବା ଉଚିତ ।
  • କୌଶଳ ବିକାଶ, ଋଣ ପ୍ରାପ୍ତି ସୁବିଧା ପାଇଁ ସହରୀ ଗରିବଙ୍କ ଏକ ସାର୍ବଭୌମିକ ଅନ୍ତର୍ଭୂକ୍ତି  NULM ର ଏକ ଲକ୍ଷ । ଏହା ସହରୀ ଗରିବଙ୍କ ଆତ୍ମ-ନିଯୁକ୍ତି, କୌଶଳ ତାଲିମ ଦ୍ଵାରା ବଜାର ଭିତ୍ତିକ କର୍ମନିଯୁକ୍ତି, ଆତ୍ମ-ନିଯୁକ୍ତି ଓ ଋଣ ପ୍ରାପ୍ତି ସୁଯୋଗ ସୁଗମ କରିବାପାଇଁ ଚେଷ୍ଟିତ ।
  • ରାସ୍ତାକଡ ବ୍ୟବସାୟୀମାନେ ସହରୀ ଲୋକସଂଖ୍ୟାର ସ୍ତମ୍ଭର ସବୁଠାରୁ ତଳେ ଥିବା ଏକ ବୃହତ ଭାଗ ।  ରାସ୍ତାକଡ ବ୍ୟବସାୟ କୌଣସି ସରକାରୀ ହସ୍ତକ୍ଷେପ ବିନା ଆତ୍ମ-ନିଯୁକ୍ତିର ଏକ ମାଧ୍ୟମ ଓ ସହରୀ ଗରିବୀ ଦୁରୀକରଣର ଏକ ପ୍ରକୃଷ୍ଟ ଉପାୟ । ସେମାନଙ୍କ ସହରୀ ଯୋଗାଣ ଶୃଙ୍ଖଳାରେ ଏକ ମହତ୍ଵପୂର୍ଣ ସ୍ଥାନ ଥାଏ ଏବଂ ସହରାଞ୍ଚଳ ମଧ୍ୟରେ ଅର୍ଥନୈତିକ ଉନ୍ନତି ପ୍ରକ୍ରିୟାରେ ଏକ ବିଶିଷ୍ଟ ଅଙ୍ଗବିଶେଷ ।  NULM ସେମାନଙ୍କ ପାଇଁ ଉପଯୁକ୍ତ ଜାଗା, ସଂସ୍ଥାଗତ ଋଣପ୍ରାପ୍ତି ବ୍ୟବସ୍ଥା, ସାମାଜିକ ସୁରକ୍ଷା କୌଶଳ ବିକାଶ ଓ ନିତ୍ୟ ପ୍ରକଟିତ ହେଉଥିବା ବିପଣନ ସୁଯୋଗର ସଦ୍ ବ୍ୟବହାର ନିମନ୍ତେ ସତତ ଉଦ୍ୟମୀ ।
  • ସହରୀ ଗୃହହୀନ ବ୍ୟକ୍ତି, ଯେଉମାନଙ୍କ କୌଣସି ଆଶ୍ରୟ ସ୍ଥଳ ବା ସାମାଜିକ ସୁରକ୍ଷା ନାହିଁ, ସେମାନେ ସବୁଠାରୁ ଅଧିକ ଭେଦ୍ୟ ଶ୍ରେଣୀଭୂକ୍ତ, ଯଦିଓ ସେମାନେ ନିଜର ସୁଲଭ ଦରର ପରିଶ୍ରମ ଦ୍ଵାରା ସହରର ବିକାଶକୁ ତ୍ୱରାନ୍ୱିତ କରିବାରେ ଅଂଶଗ୍ରହଣ କରିଥାନ୍ତି । ରାସ୍ତାକଡରେ ନିରନ୍ତର ଜୀବିତ ରହିବା ଶାରୀରିକ ନିଷ୍ଠୁରତା ଏବଂ କଠିନ ପରିବେଶ ମଧ୍ୟରେ ଧାରରେ ଚାଲିବା ସହ ସମାନ । ଗୃହହୀନ ମାନେ ଆବାସ ସକାଶେ, ସାମ୍ନା କରୁଥିବା ପ୍ରତିକୂଳ ପରିସ୍ଥିତିକୂ ଏଡାଇବାପାଇଁ ସାମାଜିକ ଆବାସ ଓ ସାମାଜିକ ସୁରକ୍ଷାକୁ ଆଖିରେ ରଖି ଏକ ଉପଯୋଗୀ ନୀତି ପ୍ରଣୟନ ଜରୁରୀ ।   ତେଣୁ ଏହି ନିୟୋଗ ସହରାଞ୍ଚଳ ଗୃହହୀନ ଗରିବ ମାନଙ୍କୁ ପର୍ଯ୍ୟାୟକ୍ରମେ ସମସ୍ତ ମୂଳଭୁତ ଓ ଜରୁରୀ ସୁବିଧା ଥାଇ ଆବାସ ଯୋଗାଇବାର ଲକ୍ଷ ରଖିଛି ।
  • ରାଜ୍ୟ ସରକାର ମାନଙ୍କ କୌଶଳ ବିକାଶ, ଆଜୀବିକା, ଉଦ୍ୟମୀ ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ସହାୟତା ଉପରେ ପ୍ରଚଳିତ ଯୋଜନାଗୁଡିକ ସହ ଅଭିସରଣ କରିବା ଉପରେ NULM ଗୁରୁତ୍ଵାରୋପ କରିବ । ସମସ୍ତ ସମ୍ବନ୍ଧିତ ବିଭାଗ ସହ ସମ୍ବନ୍ଧ ଯୋଡି ଏହା ସହରୀ-ଗ୍ରାମୀଣ ପ୍ରବାସୀ ମାନଙ୍କ କୌଶଳ ବିକାଶକୁ ପ୍ରୋତତ୍ସାହିତ କରିବ ।
  • କୌଶଳ ବିକାଶ, ନିଯୁକ୍ତି ଏବଂ ଅବାସ ପାଇଁ ଏହା ବେସରକାରୀ ସଂସ୍ଥା ମାନଙ୍କ ସହ ଭାଗୀଦାରୀ କରିବ । ବେସରକାରୀ ଓ ସଭ୍ଯ ସମାଜ ସଂସ୍ଥା ମାନଙ୍କସହ ମିଶି ବାସହୀନଙ୍କ ପାଇଁ ଅବାସ ବନ୍ଦୋବସ୍ତ, କୌଶଳ ତାଲିମ, ସହରାଞ୍ଚଳ ଗରିବଙ୍କ ନିଯୁକ୍ତି  ନିମନ୍ତେ କାର୍ଯ୍ୟ କରିବ ।

ମୂଲ୍ୟବୋଧ

ନିୟୋଗ ନିମ୍ନୋକ୍ତ ମୂଲ୍ୟବୋଧ ଗୁଡିକୁ ସମର୍ଥନ କରିବ ।

  • ସହରୀ ଗରିବ ଓ ସେମାନଙ୍କ ଅନୁଷ୍ଠାନମାନଙ୍କ ପ୍ରତ୍ଯେକ ପ୍ରକ୍ରିୟା ସହ ସ୍ଵାମିତ୍ଵଭାବ ଓ ଫଳବତୀ ସମ୍ପୃକ୍ତି ।
  • କାର୍ଯ୍ୟକ୍ରମ ର ରୂପରେଖ ଏବଂ କାର୍ଯ୍ୟ।ନ୍ୱୟନ ସମ୍ବନ୍ଧରେ ପାରଦର୍ଶିତା ।
  • ସରକାରୀ ଅଧିକାରୀ ଓ ଗୋଷ୍ଠୀଙ୍କ ଉତ୍ତରଦାୟିତ୍ଵ ।
  • ଶିଳ୍ପ ଏବଂ ଅନ୍ୟ ହିତାଧିକାରୀଙ୍କ ସହ ଭାଗୀଦାରୀ ।
  • ଗୋଷ୍ଠୀ ସ୍ଵନିର୍ଭରଶୀଳତା, ସ୍ଵତନ୍ତ୍ରତା, ସ୍ଵୟଂସହାୟତା ଓ ପାରସ୍ପରିକ ସହାୟତା ।

କାର୍ଯ୍ୟ ପନ୍ଥା

NULM ନିମ୍ନୋକ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବ ।

  • ସହରୀ ଗରିବଙ୍କ ଓ ସେମାନଙ୍କ ଅନୁଷ୍ଠାନଗୁଡ଼ିକର କ୍ଷମତା ବର୍ଦ୍ଧନ ଏବଂ ଆଜୀବିକା ଉନ୍ନତି କାର୍ଯ୍ୟ।ନ୍ୱାୟନ ଓ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ସହିତ ଜଡିତ ସାଧନ ମାନଙ୍କ ସମୁଚିତ ମାର୍ଗଦର୍ଶନ ଦ୍ଵାରା କ୍ଷମତା ବର୍ଦ୍ଧନ ।
  • ସହରୀ ଗରିବଙ୍କ ବର୍ତ୍ତମାନ ଆଜୀବିକା ବିକଳ୍ପ ବର୍ଦ୍ଧନ ଓ ବିସ୍ତାର ।
  • ନିତ୍ୟ-ପ୍ରକଟିତ ହେଉଥିବା ସହରୀ ଅର୍ଥବ୍ୟବସ୍ଥାରେ ସୃଷ୍ଟି ହେଉଥିବା ନିଯୁକ୍ତି ସୁଯୋଗ ଲାଭପାଇଁ କୌଶଳ ବିକାଶ ।
  • ସହରୀ ଗରିବଙ୍କ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ତାଲିମ ଓ ସହାୟତା ପ୍ରଦାନ ।
  • ସହରୀ ବାସହୀନ ଲୋକଙ୍କ ପାଇଁ ସର୍ବନିମ୍ନ ଆବଶ୍ୟକୀୟ ସୁବିଧା ଯଥା ଜଳ ଯୋଗାଣ, ପରିମଳ, ନିରାପତ୍ତା ଇତ୍ୟାଦି ଥାଇ ୨୪- ଘଣ୍ଟିଆ ସ୍ଥାୟୀ ଅବାସକୁ ଅଭିଗମ୍ୟତା ଓ ଉପଲବ୍ଧତା ।
  • ବିଶିଷ୍ଟ ଭେଦ୍ୟତା ଥିବା ଲୋକ ଯଥା, ନିର୍ଭରଶୀଳ ଶିଶୁ, ବୟସ୍କ, ଦିବ୍ୟାଙ୍ଗ, ମାନସିକ ବିକାରଗ୍ରସ୍ତ ଏବଂ ସୁସ୍ଥ ହୋଇଆସୁଥିବା ରୁଗ୍ଣ ବ୍ୟକ୍ତି ମାନଙ୍କ ପାଇଁ ସେହି ଅବାସ ସ୍ଥଳୀରେ ସ୍ଵତନ୍ତ୍ର ପ୍ରକୋଷ୍ଠ ତଥା ସେବା ଉପଲବ୍ଧି ।
  • ସହରୀ ବାସହୀନ ଲୋକଙ୍କ ଖାଦ୍ୟ, ସ୍ୱାସ୍ଥ୍ୟ ସେବା, ଶିକ୍ଷା ଇତ୍ୟାଦିର ଅଧିକାର ଦିଗରେ କାର୍ଯ୍ୟ କରୁଥିବା କାର୍ଯ୍ୟ।କ୍ରମ ଗୁଡିକ ସହ ଏକ ଯୋଗସୂତ୍ର ସ୍ଥାପନା ଏବଂ ସହରୀ ଗରିବ କିପରି ବିଭିନ୍ନ ଅଧିକାର ଭୁକ୍ତି, ସାମାଜିକ ସୁରକ୍ଷା ଭତ୍ତା, PDS, ICDS, ପାନୀୟ ଜଳ, ପରିମଳ, ପରିଚୟଆର୍ଥିକ ଅନତରଭୁକତି, ବିଦ୍ୟାଳୟରେ ନାମଲେଖା ଇତ୍ୟାଦିର ସୁବିଧା ପାଇବେ ସେଥି ପ୍ରତି ଯତ୍ନବାନ ହେବା ।
  • ସହରୀ ରାସ୍ତାକଡର ବ୍ୟବସାୟୀ ମାନଙ୍କ ଜୀବିକାଜନିତ ପ୍ରସଙ୍ଗ ସହ ଜଡିତ ବିବାଦର ଯଥା ବ୍ୟାବସାୟିକ ଜାଗା, ସଂସ୍ଥାଗତ ଋଣ, ସାମାଜିକ ସୁରକ୍ଷା ଇତ୍ୟାଦିର ସମାଧାନ।

ଅଧିକ ଜାଣିବା ପାଇଁ: ଏନଉଏଲଏମ ମିଶନ ଡକୁମେନ୍ଟ

ଆଧାର - ଆବାସ ଓ ସହରୀ ଦାରିଦ୍ର୍ୟ ଦୂରିକରଣ ମନ୍ତ୍ରାଳୟ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate