ରାଷ୍ଟ୍ରର ପିତା ମହାତ୍ମା ଗାନ୍ଧୀ ଭାରତୀୟ ଅର୍ଥନୀତିର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଅନେକ ମୌଳିକ ତଥ୍ୟ ପ୍ରଦାନ କରିଯାଇଛନ୍ତି । ଅର୍ଥନୈତିକ ସମସ୍ୟାର ସମାଧାନ ସହ ଏକ ସୁସ୍ଥ ଅର୍ଥନୀତି ପ୍ରତିଷ୍ଠା ନିମିତ୍ତ ସେ ଯେଉଁ ସୂକ୍ଷ୍ମ ବିଶ୍ଳେଷଣ ଉପସ୍ଥାପନ କରିଛନ୍ତି ତାହା ତାଙ୍କୁ ଜଣେ ଅନନ୍ୟ ଅର୍ଥନୀତିଜ୍ଞ ଭାବରେ ବିଶ୍ୱ ଦରବାରରେ ସ୍ଵୀକୃତି ଦେଇଛି । ସତ୍ୟ ଓ ଅହିଂସାର ଏକନିଷ୍ଠ ଉପାସକ ଭାବରେ ସେ ଭାରତରେ ଏପରି ଏକ ଆଦର୍ଶ ଅର୍ଥନୈତିକ ବିକାଶର ନକ୍ସା ପ୍ରସ୍ତୁତ କରିବାକୁ ଚାହୁଁଥିଲେ ଯାହା ସରଳ ଜୀବନ, ଅହିଂସା ଓ ମାନବୀୟ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ ହେବ । ମହାତ୍ମା ଗାନ୍ଧୀ ଭାରତର ବଂଚିତ ଶ୍ରେଣୀର କଲ୍ୟାଣ ପାଇଁ ଗଭୀର ଭାବେ ଚିନ୍ତିତ ଥିଲେ । ଗୋଟିଏ ସର୍ବୋଦୟ ସମାଜରେ ସମସ୍ତଙ୍କର ମଂଗଳ ପାଇଁ ସେ ଉଦ୍ୟମ କରୁଥିଲେ ଏବଂ ସମାଜର ଦରିଦ୍ରତମ ବ୍ୟକ୍ତିର ଉନ୍ନତି ପାଇଁ ସେ ବିଶେଷ ଦୃଷ୍ଟି ଦେଉଥିଲେ । ସେ କହୁଥିଲେ ଯେ ପ୍ରକୃତ ଅର୍ଥନୀତି ଉଚ୍ଚ ନୈତିକ ମୂଲ୍ୟବୋଧର ବିରୁଦ୍ଧାଚରଣ କରେ ନାହିଁ । ଗାନ୍ଧିଜୀଙ୍କର ଅର୍ଥନୈତିକ ବିଶ୍ଳେଷଣର କେତେକ ଗୁରୁତ୍ଵପୂର୍ଣ୍ଣ ଦିଗ ଉପରେ ସଂକ୍ଷିପ୍ତ ଆଲୋଚନାଟିଏ କରାଯାଇପାରେ ।
ଗାନ୍ଧିଜୀ ଏକ ବିକେନ୍ଦ୍ରିତ ଅର୍ଥନୀତିରେ ଗୁରୁତ୍ଵ ଆରୋପ କରିଥିଲେ । ସେ କହୁଥିଲେ ଯେ ରାଷ୍ଟ୍ରର ନିୟନ୍ତ୍ରଣରେ ଅଧୁକ ଶିଳ୍ପ ରହିଲେ ତାହା ଏକ ନୂତନ ଶ୍ରେଣୀର ଏକଛତ୍ରବାଦ ସୃଷ୍ଟି କରିବ । ତେଣୁ ଆମର ଅର୍ଥନୀତି ଏପରି ଭାବରେ ବିକେନ୍ଦ୍ରିତ ହେବା ଉଚିତ ଯେଉଁ ଠାରେ ଉତ୍ପାଦନ ବହୁଳ ଭାବରେ ବହୁ ସ୍ଥାନରେ ହେବ । ଏହା ଦ୍ଵାରା ମାନବ ସମାଜର ସାମୂହିକ ଅର୍ଥନୈତିକ କଲ୍ୟାଣ ସାଧୁତ ହୋଇପାରିବ । ଗାନ୍ଧିଜୀ ଭଲ ଭାବେ ଜାଣିଥିଲେ ଯେ ଭାରତର ଆତ୍ମା କହିଲେ ଗ୍ରାମାଂଚଳକୁ ହିଁ ବୁଝାଏ । ଭାରତର ଅର୍ଥନୀତି ଗ୍ରାମଭିତ୍ତିକ ହୋଇଥିବାରୁ ଗ୍ରାମାଂଚଳର ବିକାଶ ବିନା ଭାରତର ପୂର୍ଣ୍ଣାଙ୍ଗ ଅର୍ଥନୈତିକ ବିକାଶ ସମ୍ଭବ ନୁହେଁ । ଗ୍ରାମାଂଚଳରେ ଯେଉଁ ଉତ୍କଟ ଦାରିଦ୍ର୍ୟ ଓ ବେକାରୀ ଦେଖା ଦେଇଥିଲା, ସେଥିରୁ ମୁକ୍ତ ହେବା ପାଇଁ ଗ୍ରାମୋଦ୍ୟୋଗ ଓ କ୍ଷୁଦ୍ର କୁଟୀରଶିଳ୍ପର ପୁନରୁଦ୍ଧାର ଏବଂ ବିକାଶ ଅପରିହାର୍ଯ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ । ସେ ସମୟରେ ଗାନ୍ଧିଜୀଙ୍କର ‘ଚରଖା’ ଓ ‘ଖଦୀ’ କାର୍ଯ୍ୟକ୍ରମ ଗ୍ରାମାଂଚଳର ଲକ୍ଷ ଲକ୍ଷ ଦରିଦ୍ର ପରିବାରକୁ ଆର୍ଥିକ ଉନ୍ନତି ଆଣି ଦେଇଥିଲା । ଗ୍ରାମାଂଚଳ ଗୁଡ଼ିକୁ ସହରାଚଳର ଶୋଷଣରୁ ମୁକ୍ତ କରି ସହର ଓ ଗ୍ରାମ ମଧ୍ୟରେ ଥିବା ଅର୍ଥନୈତିକ ବୈଷମ୍ୟକୁ ହ୍ରାସ କରିବା ପାଇଁ ଗ୍ରାମ୍ୟ ଶିଳ୍ପର ଦ୍ରୁତ ବିକାଶକୁ ସେ ସର୍ବାଧିକ ଗୁରୁତ୍ଵ ଦେଇଥିଲେ । ଗ୍ରାମାଂଚଳର ଅର୍ଥନୈତିକ ବିକାଶ ପାଇଁ ଫଚାୟତଗୁଡ଼ିକୁ ଆବଶ୍ୟକୀୟ କ୍ଷମତ। ଦିଆଯିବା ସହ ସମସ୍ତ ଅର୍ଥନୈତିକ ଯୋଜନା ତଳସ୍ତରରୁ ଆରମ୍ଭ ହେବା ସପକ୍ଷରେ ସେ ମତ ଦେଇଥିଲେ । ସେ ଚାହୁଁଥିଲେ ଯେ ଭାରତୀୟ ଅର୍ଥନୀତି ସମସ୍ତ ସମୃଦ୍ଧ, ସ୍ଵାବଲମ୍ବି ଗ୍ରାମକୁ ନେଇ ବିକଶିତ ହେଉ । ସେ ଯେଉଁ ସ୍ଵଦେଶୀ କଥା କହୁଥିଲେ ତା’ର ପ୍ରକୃତ ଲକ୍ଷ୍ୟ ଥିଲା ଭାରତର ସମସ୍ତ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ପ୍ରତି ଟି ଗ୍ରାମରେ ଗ୍ରାମବାସୀଙ୍କର ଶ୍ରମ ଓ ଜ୍ଞାନରେ ପର୍ଯ୍ୟାପ୍ତ ପରିମାଣରେ ଉତ୍ପାଦନ କରିବା। ଗାନ୍ଧିଜୀ ଉତ୍ପାଦନରେ ବହୁଳ ଯନ୍ତ୍ରପାତି ବା ମେସିନ୍ର ବ୍ୟବହାରର ବିରୋଧୀ ଥିଲେ । ସେ କହୁଥିଲେ ଯେ ମଣିଷକୁ ତା’ର ସମସ୍ତ ଅଭାବ ପୂରଣ କରିବା ପାଇଁ ଭଗବାନ ହାତ ଦେଇଛନ୍ତି । ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ବୈଷୟିକ ଅଗ୍ରଗତି ପାଇଁ ପାଗଳାମିକୁ ସେ ଦୃଢ଼ କଣ୍ଠରେ ସମାଲୋଚନା କରିଥିଲେ । ଫୁଜିବାଦୀ ରାଷ୍ଟ୍ରଗୁଡ଼ିକ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳରେ ଅଧିକ ଉତ୍ପାଦନ କରି ଅପେକ୍ଷାକୃତ ଦରିଦ୍ର ରାଷ୍ଟ୍ରଗୁଡ଼ିକୁ ଶୋଷଣ କରିଥାନ୍ତି । ଏହି ‘ମେସିନ୍ ସଭ୍ୟତା’ ଗୋଟିଏ ରାଷ୍ଟ୍ର ଅନ୍ୟ ରାଷ୍ଟ୍ରକୁ ଶୋଷଣ କରିବା ପାଇଁ ଉତ୍ସାହିତ କରିଥାଏ । ଅନ୍ୟ ଏକ ଦୃଷ୍ଟିକୋଣରୁ ଗାନ୍ଧିଜୀ କହୁଥିଲେ ଯେ ଯଦି ମଣିଷ ଉତ୍ପାଦନରେ ଅଧିକ ଯନ୍ତ୍ରପାତିର ସାହାଯ୍ୟ ନିଏ ତା’ ହେଲେ ଏହା ମଣିଷକୁ କାର୍ଯ୍ୟ କରିବାର ଆନନ୍ଦରୁ ବଂଚିତ କରିଥାଏ । ମଣିଷ ମେସିନ୍ ସହ କାର୍ଯ୍ୟ କରି ମେସିର ଦାସ ହୋଇଯାଏ, ଯାହା ତା’ର । ଅନ୍ତର୍ନିହିତ କାର୍ଯ୍ୟ ଦକ୍ଷତା, କୁଶଳତା ଓ ଗଭୀର ଚିନ୍ତାଶକ୍ତି ହ୍ରାସ କରିଥାଏ । ଅର୍ଥନୈତିକ ଦିଗରୁ ମଧ୍ୟ ଗାନ୍ଧିଜୀ ଭାବୁଥିଲେ ଯେ, ଯେଉଁ । ଦେଶରେ ଶ୍ରମର ଯୋଗାଣ ସ୍ୱଳ୍ପ ଏବଂ ସୀମିତ, ସେଠାରେ ମେସିନ୍ର ବ୍ୟବହାର ହେବା ଉଚିତ । କିନ୍ତୁ ଭାରତ ପରି ଏକ ଶ୍ରମ ବହୁଳ ରାଷ୍ଟ୍ରରେ କଳକବ୍ଜା, ଯନ୍ତ୍ରପାତିର ଅତ୍ୟଧିକ ବ୍ୟବହାର ଅନାବଶ୍ୟକ ଅଟେ । କାରଣ ଯଦି ସେଠାରେ ମେସିନ୍ ମଣିଷର ସ୍ଥାନ ନିଏ, ତା’ ହେଲେ । ଏହା କ୍ରମବର୍ଦ୍ଧିଷ୍ଣୁ ବେକାରୀ ସମସ୍ୟାକୁ ଆହୁରି ଇନ୍ଧନ ଯୋଗାଇ ଦେଇ ସମାଜରେ ବିଭିନ୍ନ ସଂକଟ ସ୍ୱଳ୍ପଷ୍ଟି କରିବ । ଗୋଟିଏ ଦେଶରେ ମେସିର ଅତ୍ୟଧିକ ବ୍ୟବହାର ଦ୍ଵାରା ବହୁଳ ଉତ୍ପାଦନ କେବଳ କେତେକ । ମୁଷ୍ଟିମେୟ ପରିଚାଳକ, ଯନ୍ତ୍ରୀ ଏବଂ ବୈଷୟିକ ଜ୍ଞାନ ସଂପନ୍ନ ବ୍ୟକ୍ତିଙ୍କ ଦ୍ଵାରା ନିୟନ୍ତ୍ରିତ ହୁଏ । ଯାହାକି ଏକ ଅର୍ଥନୈତିକ ଢାଞ୍ଚାର ଗଣତାନ୍ତ୍ରିକ ଭିଭିକୁ ଦୋହଲାଇ ଦେଇଥାଏ । ଅର୍ଥନୈତିକ କ୍ଷମତାର କେନ୍ଦ୍ରୀକରଣ ହୋଇ ‘ଶୋଷଣ’ ବୃଦ୍ଧି ପାଏ । ଉତ୍ପାଦନ କ୍ଷେତ୍ରରେ ମେସିନ୍ ଓ ଆଧୁନିକ ବୈଷୟିକ ଜ୍ଞାନର ପ୍ରୟୋଗ ସଂପର୍କରେ ଗାନ୍ଧିଜୀଙ୍କର ଚିନ୍ତାଧାରାକୁ ଠିକ୍ ଭାବେ ଅନୁଧ୍ୟାନ କରି ନପାରି ଅନେକ ତାଙ୍କୁ ସମାଲୋଚନା କରିଥିଲେ । ତେବେ କଳକବ୍ଜା, ଯନ୍ତ୍ରପାତି ବ୍ୟବହାର ସଂପର୍କରେ ଗାନ୍ଧିଜୀଙ୍କର ଦୃଷ୍ଟିଭଙ୍ଗୀର ଏକ ସ୍ପଷ୍ଟ ଚିତ୍ର ପାଇବା ପାଇଁ । ତାଙ୍କର ଏକ ଆଳାପ, ଆଲେଚନା ଏଠାରେ ଉପସ୍ଥାପନ କରାଯାଇପାରେ ।
ଥରେ ଗାନ୍ଧିଜୀଙ୍କର ଶିଷ୍ୟ ରାମ ଚନ୍ଦ୍ରନ୍ ତାଙ୍କୁ ପଚାରିଲେ ବାପୁଜୀ, ଆପଣ ମେସିନ୍ ବିରୁଦ୍ଧରେ କି ?’ ଗାନ୍ଧିଜୀ ହସି ହସି ଉତ୍ତର ଦେଲେ, “ଯେତେବେଳେ ଏହି ଶରୀର ହେଉଛି ଏକ ଅତି ସୁକ୍ଷ୍ମ ଯନ୍ତ୍ର, ଯାହା ଦେହରେ ଯାବତୀୟ କଳକବ୍ଜା ଝଜା ଯାଇଛି, ସେତେବେଳେ ମୁଁ କ’ଣ ଯନ୍ତ୍ରପାତିର ବିରୋଧୀ ହୋଇପାରିବି ? ଚରଖା ହେଉଛି ଗୋଟିଏ ଯନ୍ତ୍ର । ଏପରିକି ଛୋଟ ଦାନ୍ତଖୁଣ୍ଟାଟିଏ ମଧ୍ୟ ଗୋଟିଏ ଯନ୍ତ୍ର । ମୁଁ ଯନ୍ତ୍ରପାତିର ବ୍ୟବହାରକୁ ବିରୋଧ କରୁନାହିଁ, ମୁଁ ବିରୋଧ । କରୁଛି ଯନ୍ତ୍ରପାତି ପାଇଁ ମଣିଷର ପାଗଳାମିକୁ, ଯାହାକି ସେମାନେ ଶ୍ରମ-ସଂଚୟକାରୀ ଯନ୍ତ୍ରପାତି ବୋଲି କହୁଛନ୍ତି । ଯେତେବେଳେ ହଜାର ହଜାର ଲୋକ ବେକାର ଏବଂ ରାଜ ରାସ୍ତାରେ ଅନାହାରରେ ସଢୁଛନ୍ତି, ସେତେବେଳେ ମଣିଷ ଶ୍ରମ-ସଂଚୟ କରି ଚାଲିଛି । ମୁଁ ମଧ୍ୟ ସମୟ ଓ ଶ୍ରମ ସଂଚୟ କରିବାକୁ ଚାହେଁ, କେବଳ ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବା ଶ୍ରେଣୀ ପାଇଁ ନୁହେଁ ବରଂ ସମଗ୍ର ମାନବ ସମାଜ ପାଇଁ । ମୁଁ ମଧ୍ୟ ସଂପଦର କେନ୍ଦ୍ରୀକରଣ ଚାହେଁ କେତେକ ମୁଷ୍ଟିମେୟ ଲୋକଙ୍କ ହାତରେ ନୁହେଁ ବରଂ ସମସ୍ତ ମଣିଷଙ୍କ ହାତରେ । ଆଜିକାଲି ମେସିନ୍ କେତେକ ଲୋକଙ୍କୁ ହଜାର ହଜାର ଲୋକଙ୍କ ପିଠିରେ ଚଢ଼ି ଯିବାକୁ ସାହାଯ୍ୟ କରୁଛି । ଶ୍ରମ ସଂଚୟ ଏମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ ବରଂ ଲୋଭ । ଏଇଥିପାଇଁ ମୁଁ ମୋର ଶକ୍ତି ମୁତାବକ ସଂଘର୍ଷ କରୁଛି ।
ରାମଚନ୍ଦ୍ରନ ପୁଣି ପଚାରିଲେ, ତା'ହେଲେ ବାପୁଜୀ, ଆପଣ ମେସିନ୍ ବିରୁଦ୍ଧରେ ଯୁକ୍ତି ନକରି ଏହାର ଅପବ୍ୟବହାର ସଂପର୍କରେ କହୁଛନ୍ତି ।”
ଗାନ୍ଧିଜୀ ଉତ୍ତର ଦେଲେ, ମୁଁ ନିଃସନ୍ଦେହରେ କହିବି, ହଁ । ମୁଁ ଆହୁରି କହିବି ଯେ ବିଜ୍ଞାନର ଉଭାବନ ଓ ଆବିଷ୍କାର ‘ଲୋଭ’ର ଏକ ଅସ୍ତ୍ର ହେବା ଉଚିତ ନୁହେଁ । ଶ୍ରମିକ ମାନେ ଅତ୍ୟଧିକ ପରିଶ୍ରମ କରିବେ ନାହିଁ ଏବଂ ମେସିନ୍ ସେମାନଙ୍କ ପାଇଁ ପ୍ରତିବନ୍ଧକ ନହୋଇ ସେମାନଙ୍କୁ ସାହାଯ୍ୟ କରିବା ଉଚିତ । ମୁଁ ଯନ୍ତ୍ରପାତିର ମୂଳୋତ୍ପାଟନ କଥା କହୁନାହିଁ, ଏହାର ସୀମା ସଂପର୍କରେ କହୁଛି ।’ ଉତ୍ପାଦନକାରୀଙ୍କ ଉଦ୍ଦେଶ୍ୟରେ ଗାନ୍ଧିଜୀ କହୁଥିଲେ ଯେ, ମୁଁ ମଧ୍ୟ ବହୁଳ ଉତ୍ପାଦନ ଚାହେଁ କିନ୍ତୁ ଏହି ଅଧିକ ଉତ୍ପାଦନ ଜନସାଧାରଣଙ୍କର ପ୍ରତିଟି ଘରେ ହେବା ଉଚିତ୍ । ମୋ ମତରେ ଯନ୍ତ୍ରପାତି, ମେସିନ୍ ସବୁ ଏପରି ମୌଳିକ ହେବା ଉଚିତ ଯାହାକୁ ମୁଁ ଲକ୍ଷ ଲକ୍ଷ ଲୋକଙ୍କର ପ୍ରତିଟି ଘରେ ପ୍ରତିଷ୍ଠା କରିପାରିବି । ଯଦି ଉତ୍ପାଦନ ଓ ଉପଭୋଗ ଗୋଟିଏ ଅଂଚଳରେ ହୁଏ, ତା’ହେଲେ ଉତ୍ପାଦନକୁ ତୁରନ୍ତ ବୃଦ୍ଧି କରିବା ପାଇଁ ଯେଉଁ ବ୍ୟଗ୍ରତା ଦେଖାଦେଇଛି ତାହା ଅଦୃଶ୍ୟ ହୋଇଯିବ । ଦ୍ରବ୍ୟର ଉତ୍ପାଦନ ଓ ବଣ୍ଟନରେ ମଧ୍ୟ ଅଧିକ ସମତା ରକ୍ଷା କରାଯାଇପାରିବ । ସାଂପ୍ରତିକ ଅର୍ଥନୈତିକ ବ୍ୟବସ୍ଥାରେ ଯେଉଁ ସବୁ ସମସ୍ୟା ଦେଖାଦେଇଛି ସେସବୁ ଆପେ ଆପେ ଦୂରୀଭୂତ ହୋଇଯିବ । ଯଦି ଦ୍ରୁତ ଶିଳ୍ପାୟନର ଆବଶ୍ୟକତା ରହିଛି ତା’ ହେଲେ ଏହା କେତେକ ନିର୍ଦ୍ଦିଷ୍ଟ ଅଂଚଳରେ କେନ୍ଦ୍ରୀଭୂତ ନହୋଇ ଭାରତର ପ୍ରତିଟି ଅଂଚଳରେ ହେବା ଉଚିତ୍ ।
ଏତଦ୍ବ୍ୟତୀତ ଗାନ୍ଧିଜୀ ଭାରତୀୟ ଅର୍ଥନୀତିରେ ଉତ୍ପାଦନର ଢାଞ୍ଚା ଓ ପ୍ରକାର ଭେଦ ଉପରେ ଗୁରୁତ୍ଵ ଆରୋପ କରିଥିଲେ । ଯେପର୍ଯ୍ୟନ୍ତ ଦେଶର ସମସ୍ତ ଲୋକମାନଙ୍କର ସର୍ବନିମ୍ନ ମୌଳିକ ଆବଶ୍ୟକତାକୁ ପୂରଣ କରାନଯାଇଛି ସେ ପର୍ଯ୍ୟନ୍ତ ସମାଜରେ ମଧ୍ୟବିତ୍ତ ଓ ଉଚ୍ଚଶ୍ରେଣୀର ଲୋକମାନେ ଉପଭୋଗ କରୁଥିବା ଦ୍ରବ୍ୟର ଉତ୍ପାଦନ ଉପରେ ନିୟନ୍ତ୍ରଣ ରଖିବାକୁ ସେ ମତବ୍ୟକ୍ତ କରିଥିଲେ । ସେ କହୁଥିଲେ ଯେ ଯେଉଁ ଅର୍ଥନୈତିକ ଢାଞ୍ଚା ମଣିଷକୁ ତା’ର ମୌଳିକ ଆବଶ୍ୟକତାକୁ ପୂରଣ କରିବାରୁ ବଂଚିତ କରିଛି ତାହାକୁ ନିନ୍ଦା କରିବା ଉଚିତ୍ । ତାଙ୍କର ଚିନ୍ତାଧାରା ଥିଲା ‘ଜନ ସମୁଦାୟ ପାଇଁ ଜନ ସମୁଦାୟର ଉତ୍ପାଦନ’ ଅର୍ଥନୀତିରେ ସେ ‘ଚାହିଦାଭିମୁଖୀ ଉତ୍ପାଦନ’କୁ ଆବଶ୍ୟକତାଭିମୁଖୀ ଉତ୍ପାଦନ’ରେ ପରିବର୍ତ୍ତିତ କରିବା ପାଇଁ ଚାହୁଁଥିଲେ । ମଣିଷର ଉଚ୍ଚମାନର ଜୀବନ ଧାରଣ ପାଇଁ ଯେଉଁ ଅଧିକରୁ ଅଧିକ ଭୌତିକ ଦ୍ରବ୍ୟର ଉପଭୋଗର ବ୍ୟାକୁଳତା ଦେଖାଦେଇଛି ତାହା ତା’ର ଜୀବନକୁ ସହଜ ଓ ସୁନ୍ଦର ନକରି ବରଂ ବେଶୀ ଦୁଃଖଦ କରିଛି । ଗାନ୍ଧିଜୀଙ୍କର ଚାହିଦା ହ୍ରାସ ପାଇଁ ଆହ୍ଵାନ ଏବଂ ଅପରିଗ୍ରହ ନୀତି ଉଭୟର ମୁଖ୍ୟ ଲକ୍ଷ୍ୟ ଥିଲା, ମିଳିତ ପ୍ରଚେଷ୍ଟା ଏବଂ ସହଯୋଗ ଦ୍ଵାରା ପୂର୍ଣ୍ଣ ନିଯୁକ୍ତିର ସୁଯୋଗ ଦେଇ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ଵରାନ୍ୱିତ କରିବା । ଏହା ସହ ସେ ରାଷ୍ଟ୍ରର ସଂଚୟ ଉପରେ ମଧ୍ୟ ଗୁରୁତ୍ଵ ଆରୋପ କରିଥିଲେ ।
ଗାନ୍ଧିଜୀ ସମାଜରେ ଅର୍ଥନୈତିକ ସମତା ଓ ସଂପଦର ସମବଣ୍ଟନକୁ ମଧ୍ୟ ଯଥେଷ୍ଟ ପ୍ରାଧାନ୍ୟ ଦେଇଥିଲେ । ତାଙ୍କ ମତରେ ଅର୍ଥନୈତିକ ସମତାର ଅର୍ଥ ନୁହେଁ, ସମାଜର ପ୍ରତିଟି ବ୍ୟକ୍ତି ନିକଟରେ ସମାନ ପରିମାଣ ଦ୍ରବ୍ୟ ରହିବ ବରଂ ଏହାର ଅର୍ଥ ହେଉଛି ପ୍ରତିଟି ବ୍ୟକ୍ତି ରହିବା ପାଇଁ ଗୋଟିଏ ଉତ୍ତମ ଗୃହ, ଆହାର ପାଇଁ ଆବଶ୍ୟକୀୟ ସନ୍ତୁଳିତ ଖାଦ୍ୟ ଏବଂ ପିନ୍ଧିବା ପାଇଁ ବସ୍ତ୍ର ମିଳିବା ଉଚିତ୍ । ଅର୍ଥନୈତିକ ସମତା ସଂପର୍କରେ ଗାନ୍ଧିଜୀ ତାଙ୍କର ଦୃଷ୍ଟିରଂଗୀ ଆହୁରି ସରଳ ଓ ସ୍ପଷ୍ଟ କରିବାକୁ ଯାଇ ଏକ ଉଦାହରଣ ଦେଇ କହିଛନ୍ତି ଯେ, ଗୋଟିଏ । ପିମ୍ପୁଡ଼ିର ଖାଦ୍ୟ ତୁଳନାରେ ହାତୀ ଏକ ହଜାର ଗୁଣ ଖାଦ୍ୟ ଆବଶ୍ୟକ କରେ । କିନ୍ତୁ ଏହା ଏକ ଅସମତାର ସୂଚନା ନୁହେଁ । ଅର୍ଥନୈତିକ ସମତାର ପ୍ରକୃତ ଅର୍ଥ ହେଲା ପ୍ରତିଟି ବ୍ୟକ୍ତିର ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବା । ଯଦି କେବଳ ଜଣେ ବ୍ୟକ୍ତି, ସ୍ତ୍ରୀ ଏବଂ ଚାରୋଟି ପିଲା ଥିବା ଅନ୍ୟ ଜଣେ ବ୍ୟକ୍ତି ପରି ସମସ୍ତ ଦ୍ରବ୍ୟ, ସୁବିଧା ଦାବୀ କରେ ତାହା ଅର୍ଥନୈତିକ ସମତାକୁ ବିରୋଧ କରୁଛି । ଗାନ୍ଧିଜୀ ଲେଖିଛନ୍ତି ଯେ ସମାଜରେ ଧନୀ ଓ ଗରିବ ମଧ୍ୟରେ ଥିବା ଅସମତା । ଅତ୍ୟନ୍ତ ଯନ୍ତ୍ରଣାଦାୟକ । ପ୍ରତିଟି ବ୍ୟକ୍ତି ସନ୍ତୁଳିତ ଆହାର ପାଇବା, ରହିବା ପାଇଁ ଭଲ ଘର, ପିଲାମାନଙ୍କ ପାଇଁ ଉତ୍ତମ ଶିକ୍ଷା ସୁବିଧା ଏବଂ ଆବଶ୍ୟକୀୟ ସ୍ଵାସ୍ଥ୍ୟ ସେବା ରହିବା ଉଚିତ । ଏହା ହିଁ ମୋ ଦୃଷ୍ଟିରେ ଅର୍ଥନୈତିକ ସମତା । ସମବଣ୍ଟନ ସଂପର୍କରେ ଏକ ଉଦାହରଣ ଦେଇ ଗାନ୍ଧିଜୀ କହିଥିଲେ ଯେ ଯଦି ଜଣେ ବ୍ୟକ୍ତିର ହଜମ ଶକ୍ତି । ଦୁର୍ବଳ ଏବଂ ରୁଟି ପାଇଁ ତା’ର କେବଳ ଏକ ପାଉଣ୍ଡ ଅଟାର ଏକ । ଚତୁର୍ଥାଶ ଆବଶ୍ୟକ ଏବଂ ଅନ୍ୟ ଜଣକର ଏକ ପାଉଣ୍ଡ ଅଟାର । ଆବଶ୍ୟକତା ରହିଛି, ତା’ହେଲେ ଉଭୟ ସେମାନଙ୍କର ଅଭାବ ପୂରଣ । କରିବାର ଅବସ୍ଥାରେ ରହିବା ଉଚିତ । ଏଥିପାଇଁ ସମଗ୍ର ସାମାଜିକ ବ୍ୟବସ୍ଥାର ପୁନର୍ଗଠନର ଆବଶ୍ୟକତା ରହିଛି । ଅହିଂସା ଉପରେ ପ୍ରତିଷ୍ଠିତ ଏକ ସମାଜରେ ଏହି ନୀତି ବ୍ୟତୀତ ଅନ୍ୟ କୌଣସି ନିୟମ ତିଷ୍ଠିପାରିବ ନାହିଁ ।
ଅର୍ଥନୀତିରେ ଅଧିକ ଉତ୍ପାଦନ ଏବଂ ଶ୍ରମିକ-ମାଲିକ ସଂପର୍କ ଉପରେ ମଧ୍ୟ ଗାନ୍ଧିଜୀ ବହୁ ପୂର୍ବରୁ ମତ ପ୍ରଦାନ କରିଯାଇଛନ୍ତି । ସେ କହୁଥିଲେ ଯେ କୌଣସି ଶିଳ୍ପରେ ଶ୍ରମିକ ଓ ମାଲିକ ମଧ୍ୟରେ ସଂପର୍କ ସ୍ଵାମୀ ଏବଂ ଦାସର ନହୋଇ ପିତା-ପୁତ୍ରର ସଂପର୍କ ହେବା ଉଚିତ୍ । ଏପରିକି ସେମାନଙ୍କ ମଧ୍ୟରେ ରକ୍ତ ସଂପର୍କରେ ଭ୍ରାତୃଭାବ ବଜାୟ ରହିବା ଆବଶ୍ୟକ ଯେକୌଣସି ଉତ୍ପାଦନ ପ୍ରକ୍ରିୟାରେ ଶ୍ରମ ଓ ଫୁଜି ଉଭୟ ପରସ୍ପର ପ୍ରତି ନିର୍ଭରଶୀଳ । ପ୍ରକୃତ ସାମାଜିକ ଅର୍ଥଶାସ୍ତ୍ର ଯେକୌଣସି ସଂଗଠନରେ ନିଯୁକ୍ତିଦାତା ଏବଂ ନିଯୁକ୍ତି ପାଇଥିବା ବ୍ୟକ୍ତି ଉଭୟ ଅବିଭାଜ୍ୟ ଅଂଗ ବୋଲି ଶିକ୍ଷା ଦେଇଥାଏ । ଫୁଜିପତିମାନେ ଶ୍ରମିକ ଶ୍ରେଣୀର କଲ୍ୟାଣ ନିମିତ୍ତ ଟ୍ରଷ୍ଟିଭାବେ କାର୍ଯ୍ୟ କରିବା ଉଚିତ ଏବଂ ଶ୍ରମିକମାନେ ରାଷ୍ଟ୍ରର ଟ୍ରଷ୍ଟି ହେବା ଉଚିତ୍ । ଉଚ୍ଚ ହାରରେ ମଜୁରୀ ନେବା ଯେପରି ଶ୍ରମିକର ଅଧିକାର , ସେହିପରି କାର୍ଯ୍ୟକ୍ଷେତ୍ରରେ ନିଜର ସର୍ବୋତ୍ତମ ଦକ୍ଷତା ପ୍ରଦର୍ଶନ କରିବା ମଧ୍ୟ ତାହାର ସର୍ବପ୍ରଥମ କର୍ତ୍ତବ୍ୟ।
ପରିଶେଷରେ ଏହା କୁହାଯାଇପାରେ ଯେ, ଗାନ୍ଧିଜୀଙ୍କର ଅର୍ଥନୈତିକ ଚିନ୍ତାଧାରା ଭାରତୀୟ ଅର୍ଥନୀତିର ପୂର୍ଣ୍ଣାଙ୍ଗ ଆର୍ଥିକ, ଆଧାର୍ମିକ ଓ ନୈତିକ ବିକାଶ ପାଇଁ ହିଁ ଉଦ୍ଦିଷ୍ଟ ଥିଲା । ସେ କହୁଥିଲେ ଯେ ଅର୍ଥନୈତିକ ବିକାଶ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମର ଏକ ମାନବୀୟ ଆବେଦନ ରହିବା ଉଚିତ । ମହାତ୍ମା ଗାନ୍ଧୀ ନିଜ ଜୀବନର ପ୍ରତିଟି କ୍ଷଣ ହିଁ କେବଳ ମାନବ ସମାଜର ସର୍ବାଙ୍ଗୀନ କଲ୍ୟାଣ ପାଇଁ ବଂଚି ଥିଲେ । ସଂପ୍ରତି ସରକାର ଓ ଯୋଜନାବିତ୍ମାନେ ଭାରତୀୟ ଅର୍ଥନୀତିର ବିକାଶ ପାଇଁ ଗାନ୍ଧିଜୀଙ୍କ ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରୁଛନ୍ତି । ମହାତ୍ମା ଆଜି ଆମ ଗହଣରେ ନ ଥିଲେ ମଧ୍ୟ ଭାରତ ତାଙ୍କର ସେହି ଦୁର୍ଲଭ ଚିନ୍ତା ଓ ଚେତନାର ଅମ୍ମାନ ଆଲୋକରେ ଅଧିକରୁ ଅଧିକ ଆଲୋକିତ ହେବାରେ ଲାଗିଛି ।
ଅଧ୍ୟାପକ - ଅର୍ଥନୀତି ବିଭାଗ ଆଚଳିକ ଫଚାୟତ ମହାବିଦ୍ୟାଳୟ ସୁଜନପୁର
ଆଧାର - ଇ ମଗାଜିନ
Last Modified : 5/2/2020