ନା, ଜଣେ ପଞ୍ଜିକୃତ ବ୍ୟକ୍ତିଙ୍କୁ ସମସ୍ତ ବ୍ୟବହାରିକ ଉଦ୍ଦେଶ୍ୟ ପାଇଁ କେବଳ ଜଣେ କର ପ୍ରାଧିକରଣ ସହିତ ସମ୍ପର୍କ କରିବାକୁ ହେବ । ପ୍ରତ୍ୟକ ପଞ୍ଜିକୃତ ବ୍ୟକ୍ତି ପାଇଁ କେନ୍ଦ୍ର କିମ୍ବା ରାଜ୍ୟରେ କୌଣସି ଏକ କର ପ୍ରଶାସନିକ କାର୍ଯ୍ୟାଳୟ ହେବ । ଏହା ସୁନିଶ୍ଚିତ କରିବା ପାଇଁ ଗୋଟିଏ ଅଧିକାରୀ ସିଜିଏସଟି, ଏସ୍ ଜିଏସଟି ଅଧିନିୟମ ଅନ୍ତର୍ଗତ ସମସ୍ତ କାର୍ଯ୍ୟର ନିର୍ବହନ କରିପାରିବ । ଗୋଟିଏ ଆଇନଗତ ପ୍ରାବଧାନ (କ୍ରସ ଏମ୍ପାୱାରମେଣ୍ଟ କୁହାଯାଏ) ଅଣାଯାଇପାରିବ । ପଞ୍ଜିକୃତ ବ୍ୟକ୍ତିଙ୍କୁ ତା’ ସଂକ୍ରାନ୍ତ କର ପ୍ରଶାସନକୁ ଜଣାଇ ଦିଆଯିବ । ଏକ ଏକକ ପଞ୍ଜିକରଣ ସିଜିଏସଟି, ଏସ୍ ଜିଏସଟି/ ୟୁଟିଜିଏସଟି ଏବଂ ଆଇଜିଏସଟି ଉଦ୍ଦେଶ୍ୟ ପାଇଁ ମଞ୍ଜୁର ହୋଇଛି ।
ବ୍ୟବସାୟ କରୁଥିବା ବ୍ୟକ୍ତି ବ୍ୟବସାୟ ସମୟରେ କିମ୍ବା ଏହାକୁ ବଢାଇବା ପାଇଁ ଯୋଗାଣ କରିବା ହେତୁ ସାମଗ୍ରୀ/ସେବାର କ୍ରୟ କରିଥାଏ ଯେବେ ତା’ଦ୍ଵାରା ଏହି ପ୍ରକାରର କ୍ରୟ କରାଯାଇଥାଏ ତେବେ ଏହାର ଯୋଗାଣକାରୀ ଦ୍ଵାରା ଏହି ଯୋଗାଣ ଉପରେ କର ଲାଗିଥାଏ । ଯେହେତୁ କର ତା’ଠାରୁ ସଂଗ୍ରହ କରାଯାଇଥାଏ ଏଥିପାଇଁ ସେ ନିଜର ଯୋଗାଣକାରୀକୁ ଦେଇଥିବା କରର କ୍ରେଡିଟ ର ଲାଭ ନେଇପାରିବ (ଅର୍ଥାତ୍ ଏହା ତା’ଦ୍ଵାରା କରାଯାଉଥିବା ଯୋଗାଣ ଉପରେ ତା’ଦ୍ଵାରା ଦେୟ କରର ପୈଠ କରିବା ପାଇଁ ଏହି ରାଶିର ଉପଯୋଗ କରିପାରିବେ) । ଏହି ପ୍ରାପ୍ତକାରୀ ପାଇଁ ଇନପୁଟ କର କ୍ରେଡିଟ ରୂପରେ ଜଣା ।
ଜଣେ ବ୍ୟକ୍ତି ଦ୍ଵାରା ପୁରା ଦେଶରେ ଗୋଟିଏ ପ୍ୟାନ ଉପରେ କରାଯାଇଥିବା ବ୍ୟବସାୟର ମୂଲ୍ୟ ଯଦି ୨୦ ଲକ୍ଷ ଟଙ୍କାରୁ ଅଧିକ ତେବେ ତାକୁ ଜିଏସଟି ଅନ୍ତର୍ଗତ ପଞ୍ଜିକରଣ କରିବାର ଆବଶ୍ୟକତା ରହିଛି । ସିଜିଏସଟି ଅଧିନିୟମ, ୨୦୧୭ର ଧାରା ୨୪ରେ ଉଲ୍ଲେଖିତ ଏହି ନିୟମର କିଛି ଆକ୍ଷେପ ରହିଛି । ଏହି ଅଧିନିୟମର ଧାରା ୨(୬) ରେ ମୋଟ ଟର୍ଣ୍ଣଓଭର ଦର୍ଶାଯାଇଛି । ଉଦାହରଣ ସ୍ୱରୂପ ଧରନ୍ତୁ ଏକ କରଦେୟ ବ୍ୟକ୍ତିର ବ୍ୟବସାୟ ସମାନ ପ୍ୟାନରେ ଅନେକ ରାଜ୍ୟରେ ରହିଛି । ସମସ୍ତ ଯୋଗାଣ ୧୦ ଲକ୍ଷ ଟଙ୍କାରୁ କମ୍ ଅଛି କିନ୍ତୁ ଏକାଠି ସେଗୁଡିକ ୨୦ ଲକ୍ଷ ଟଙ୍କାରୁ ଅଧିକ ତେବେ ତା’କୁ ଜିଏସଟି ଅଧିନରେ ପଞ୍ଜିକରଣ କରିବାକୁ ହେବ ।
କ’ଣ ଜଣେ କୃଷକ ପଞ୍ଜିକରଣ ପାଇଁ ଉତ୍ତରଦାୟୀ ହେବ ?
ନା। ଜଣେ କୃଷକ କ୍ଷେତରୁ ପ୍ରାପ୍ତ ଉତ୍ପାଦନର ଯୋଗାଣ ସୀମା ପର୍ଯ୍ୟନ୍ତ ପଞ୍ଜିକରଣ ପାଇଁ ଉତ୍ତରଦାୟୀ ନୁହେଁ ।
ଥ୍ରେସହୋଲଡ ଛାଡ ସୀମାର ସୁବିଧା ଲାଭ ଉଠାଇବା ପାଇଁ ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ପ୍ରତିଷେଧକ ବ୍ୟବସ୍ଥା କ’ଣ ?
ଥ୍ରେସହୋଲଡ ଛାଡ ସୀମା ପ୍ରାପ୍ତ କରୁଥିବା ଏମ୍ଏସ୍ଏମ୍ଇକୁ କୌଣସି ଅନ୍ତରାଜ୍ୟ ଯୋଗାଣ କରିବା ଉଚିତ ନୁହେଁ । ଯାହାହେଉନା କାହିଁକି ଏମ୍ଏସ୍ଏମ୍ଇ ଅନ୍ୟ ରାଜ୍ୟରୁ ଯୋଗାଣ ପ୍ରାପ୍ତ କରିପାରିବ ।
ମୁଁ କେବଳ ଏପରି ସାମଗ୍ରୀ କିମ୍ବା ସେବାକୁ ଯୋଗାଣର କାରବାର କରୁଛି ଯିଏ ଜିଏସଟିରୁ ମୁକ୍ତ ଅଟେ । କ’ଣ ମୁଁ ପଞ୍ଜିକରଣ ପାଇଁ ଉତ୍ତରଦାୟୀ ହେବି ?
ନା ।
ଯଦି ମୁଁ ପଞ୍ଜିକରଣ ପାଇଁ ଆବେଦନ କରିନାହିଁ ତେବେ ମୁଁ ଯୋଗାଣ କିପରି କରିପାରିବି ?
ଆପଣଙ୍କୁ ଜିଏସଟିର କମନ୍ ପୋର୍ଟାଲ ଉପରେ ଶୀଘ୍ରରୁ ଶୀଘ୍ର ପଞ୍ଜିକରଣ ପାଇଁ ଆବେଦନ କରିବା ଉଚିତ ଓ ଆବେଦନ ସନ୍ଦର୍ଭ ସଂଖ୍ୟା (ଏଆରଏନ୍) ପ୍ରାପ୍ତ କରିବା ଉଚିତ । ଆପଣଙ୍କୁ ଆପଣଙ୍କର ବ୍ୟବସାୟକୁ ବାଧିତ କରିବାର ଆବଶ୍ୟକତା ନାହିଁ ଓ ଜିଏସଟିଆଇଏନ୍ ର ବିନା ଇନଭଏସରେ ଯୋଗାଣ ଜାରି ରଖିପାରିବେ । ୨୦ ଲକ୍ଷରୁ ଅଧିକ କାରବାର ହେବାପରେ କିମ୍ବା ସିଜିଏସଟି ଅଧିନିୟମ ୨୦୧୭ର ଧାରା ୨୪ରେ ଉଲ୍ଲେଖିତ କୌଣସି ସର୍ତ୍ତ ଲାଗୁ ହେବାପରେ ୩୦ ଦିନ ଭିତରେ ପଞ୍ଜିକରଣ ପାଇଁ ଆବେଦନ କରିବା ଉଚିତ । ପଞ୍ଜିକରଣ ପରେ ଆପଣ ସଂଶୋଧିତ ଇନଭଏସରେ ଜାରି କରିପାରିବେ ଯେପରିକି ଉକ୍ତ ଅଧିନିୟମର ଧାରା ୩୧(୩)(ଏ) ଅନ୍ତର୍ଗତ ଅନୁମତି ଅଟେ । ଏହି ଯୋଗାଣ ରିଟର୍ଣ୍ଣରେ ଦେଖାଇବାକୁ ପଡିବ ଓ ଏହାଉପରେ କର ପୈଠ କରିବାକୁ ହେବ ।
ଯଦି ମୁଁ ଅସ୍ଥାୟୀ ଜିଏସଟିଆଇଏନ୍ (ପିଆଇଡି) ପାଇଛି ତେବେ ମୁଁ ତାକୁ ଚୁଡାନ୍ତ ଜିଏସଟିଆଇଏନ୍ ପାଇଁ ଅପେକ୍ଷା ବିନା ଯୋଗାଣ କରିବାକୁ ଇନଭଏସରେ ବ୍ୟବହାର କରିପାରିବ ?
ଅସ୍ଥାୟୀ ଜିଏସଟିଆଇଏନ୍ ହିଁ ଆପଣଙ୍କର ଚୂଡାନ୍ତ ଜିଏସଟିଆଇଏନ୍ ହେବ । ସଂଖ୍ୟା ସମାନ ରହିବ । ହଁ ଆପଣ ଅସ୍ଥାୟୀ ଜିଏସଟିଆଇଏନ୍ ର ଅପେକ୍ଷା କରିବା ବିନା ଯୋଗାଣ କରିବା ପାଇଁ ଏହି ପିଆଇଡିର ଉପଯୋଗ କରିପାରିବେ ।
ଯଦି ମୁଁ ସ୍ଵେଚ୍ଛାରେ ପଞ୍ଜିକୃତ ଅଟେ ମୋର କାରବାର ୨୦ ଲକ୍ଷ ଟଙ୍କାରୁ କମ୍ ତେବେ କ’ଣ ମୋତେ ପଞ୍ଜିକରଣ ପରେ ଯୋଗାଣ ଉପରେ କର ପୈଠ କରିବାକୁ ପଡିବ ?
ହଁ । ଯଦି ଆପଣ ୨୦ ଲକ୍ଷ ଟଙ୍କାରୁ କମ୍ ଟର୍ଣ୍ଣଓଭର ବ୍ୟତୀତ ସ୍ଵେଚ୍ଛିକ ପଞ୍ଜିକରଣ ପ୍ରାପ୍ତ କରିଥାନ୍ତି ତେବେ ଆପଣଙ୍କୁ ଏକ ସାମାନ୍ୟ କର ଦେୟ ବ୍ୟକ୍ତି ବୋଲି ଧରାଯିବ ଓ ଆପଣଙ୍କୁ କରର ପୈଠ କରିବାକୁ ହେବ । ହେଉପଛେ ଆପଣଙ୍କର ଯୋଗାଣ ପଞ୍ଜିକରଣ ସୀମାରୁ ନିମ୍ନ ଅଟେ । ଆପଣ ଇନପୁଟ ଟ୍ୟାକ୍ସ କ୍ରେଡିଟ ପାଇବା ପାଇଁ ହକଦାର ମଧ୍ୟ ହେବେ ।
କର ଇନଭଏସରେ କ’ଣ ବିବରଣୀ ରହିବ ?
କର ଇନଭଏସ୍ ରେ ଏହି ସମ୍ପର୍କରେ ନିର୍ଦ୍ଧିଷ୍ଟ ନିୟମ ଅନୁଯାୟୀ ବିବରଣୀ ରହିବ । ନିୟମରେ ନିର୍ଦ୍ଧିଷ୍ଟ ମୁଖ୍ୟ ବିବରଣୀ ହେଉଛି - ଯୋଗାଣକାରୀ ଓ ପ୍ରାପ୍ତକାରୀର ନାମ, ଠିକଣା ଓ ଜିଏସଟିଆଇଏନ୍ (ଯଦି ପଞ୍ଜିକୃତ), ଇନଭଏସ୍ ନମ୍ବର ଓ ଜାରି କରିବାର ତାରିଖ, ସାମଗ୍ରୀର ବିବରଣୀ, ସାମଗ୍ରୀର ମୂଲ୍ୟ , କାଡ଼ର ଦର, କାଡ଼ର ରାଶି ଓ ହସ୍ତାକ୍ଷର ।
ସାମଗ୍ରୀ ପାଇଁ ଗୋଟିଏ କର – ଇନଭଏସ୍ କେବେ ଜାରି କରିବା ଉଚିତ ?
ସାମଗ୍ରୀ ପାଇଁ କର ଇନଭଏସ୍ ସାମଗ୍ରୀର ପ୍ରଦାନ ସମୟ କିମ୍ବା ଏହାର ଆଗରୁ ଜାରି କରାଯାଇଥାଏ । ସାମଗ୍ରୀର ନିରନ୍ତର ଯୋଗାଣ ବିଷୟରେ ଏହି ଆକାଉଣ୍ଟ ବିବରଣୀ ଜାରିହେବା/ପୈଠ ପ୍ରାପ୍ତିର ସମୟ କିମ୍ବା ଏହାଠାରୁ ଆଗରୁ ଜାରି କରାଯିବ ।
କ’ଣ କ୍ଷୁଦ୍ର ବ୍ୟବସାୟୀ ଓ ନିର୍ମାତା ପାଇଁ ଜିଏସଟି ଅନ୍ତର୍ଗତ କରର ପୈଠ ପାଇଁ କୌଣସି ଯୋଜନା ଅଛି ?
ହଁ । କମ୍ପୋଜିସନ୍ ଲେଭି କ୍ଷୁଦ୍ର କରଦାତାଙ୍କ ପାଇଁ ଉଦ୍ଦିଷ୍ଟ କର ଲେଭିଲ ଏକ ବିକଳ୍ପ ପଦ୍ଧତି ଅଟେ ଯାହାର ଟର୍ଣ୍ଣଓଭର ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ (ଜାମ୍ମୁକାଶ୍ମୀର ଓ ଉତ୍ତରାଖଣ୍ଡକୁ ଛାଡି ସ୍ଵତନ୍ତ୍ର ଶ୍ରେଣୀର ରାଜ୍ୟ ପାଇଁ ୫୦ ଲକ୍ଷ ଟଙ୍କା) । ଏହା ଏକ ପ୍ରକାର ଟର୍ଣ୍ଣଓଭର କର । ଏହି ସ୍କିମର ଉଦ୍ଦେଶ୍ୟ ହେଉଛି ସମସ୍ତ କ୍ଷୁଦ୍ର କରଦାତାଙ୍କ ପାଇଁ ଏକ ସରଳୀକୃତ କର ପୈଠ ବ୍ୟବସ୍ଥା କରିବା । ଏହି ସ୍କିମ ଇଚ୍ଛାଧୀନ ଓ ମୁଖ୍ୟତଃ କ୍ଷୁଦ୍ର ବ୍ୟବସାୟୀ, ନିର୍ମାତା ଓ ରେସ୍ତୋରାଂ ପାଇଁ ଉଦ୍ଦିଷ୍ଟ ।
କମ୍ପୋଜିସନ ଲେଭି ବାଛିବା ପାଇଁ ଯୋଗ୍ୟତା ମାନଦଣ୍ଡ କ’ଣ ? ସ୍ଵତନ୍ତ୍ର ଶ୍ରେଣୀବିଭାଗ ରାଜ୍ୟ କ’ଣ ଯେଉଁଥିରେ ସିଜିଏସଟି ଏବଂ ଏସଜିଏସଟି ଉଦ୍ଦେଶ୍ୟ ପାଇଁ କମ୍ପୋଜିସନ ଲେଭି ନିମନ୍ତେ ଟର୍ଣ୍ଣଓଭର ସୀମା ୫୦ ଲକ୍ଷ ଟଙ୍କା ହେବ ?
କମ୍ପୋଜିସନ ସ୍କିମ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଉପଲବ୍ଧ ଜିଏସଟିର ପୈଠ ନିମନ୍ତେ ଏକ ଯୋଜନା ଅଟେ ଯାହାର ପୂର୍ବ ଆର୍ଥିକ ବର୍ଷରେ ମୋଟ ଟର୍ଣ୍ଣଓଭର ୭୫ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ । ୯ ବିଶେଷ ଶ୍ରେଣୀ ରାଜ୍ୟରେ ପୂର୍ବ ବିତ୍ତୀୟ ବର୍ଷରେ କାରବାର ସୀମା ୫୦ ଲକ୍ଷ ଟଙ୍କା ଅଟେ, ଅର୍ଥାତ୍ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର , ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ତ୍ରିପୁରା ଓ ହିମାଚଳ ପ୍ରଦେଶ ଯାହାହେଉନା କାହିଁକି ଯଦି ଆପଣ ଆଇସକ୍ରିମ , ପାନମସଲା କିମ୍ବା ତମାଖୁଜାତ ଉତ୍ପାଦର ନିର୍ମାତା ଅଟନ୍ତି କିମ୍ବା ଆପଣ ରେସ୍ତୋରାଂକୁ ଛାଡି ଏକ ସେବା ଯୋଗାଣକାରୀ ଅଟନ୍ତି ତେବେ ଆପଣ କମ୍ପୋଜିସନ ସ୍କିମ ପାଇଁ ଯୋଗ୍ୟ ହେବେନାହିଁ ।
କର ଦେବାକୁ ଯୋଗ୍ୟ ବ୍ୟକ୍ତି ଦ୍ଵାରା କମ୍ପୋଜିସନ ସ୍କିମ ଅନ୍ତର୍ଗତ କରର ପୈଠ କରିବାର ସୂଚନା କେଉଁ ଫର୍ମରେ ଦେବାକୁ ହେବ ?
କମ୍ପୋଜିସନ ସ୍କିମ ବୈକଳ୍ପିକ ଅଟେ ଓ ଏହାର ବିକଳ୍ପର ଲାଭ ଉଠାଇବାର ସୂଚନା ସ୍ଥାନାନ୍ତରଣ କରୁଥିବା କରଦେୟ ବ୍ୟକ୍ତି ଦ୍ଵାରା ଜିଏସଟି ସିଏମ୍ ପି – ୦୧ ରେ ଇଲେକ୍ଟ୍ରୋନିକ ରୂପରେ ଦେବା ଉଚିତ । ସେ ବ୍ୟକ୍ତି ଯିଏ ଆଗରୁ ପଞ୍ଜିକରଣ କରିଛି ଓ ପରେ କମ୍ପୋଜିସନ ଲେଭିଲ ଅନ୍ତର୍ଗତ ପୈଠ କରିବାକୁ ଚାହୁଁଛି ସେ ଫର୍ମ ଜିଏସଟି ସିଏମ୍ ପି – ୦୨ ରେ ଇଲେକ୍ଟ୍ରୋନିକ ରୂପରେ ସୂଚନା ଦେଇପାରିବ ।
କମ୍ପୋଜିସନ ଲେଭି ଅନ୍ତର୍ଗତ ନିର୍ମାତା ପାଇଁ କର ଦର କ’ଣ ଅଟେ ?
ନିର୍ମାତା ପାଇଁ କମ୍ପୋଜିସନ ଦର ୨% (୧% ସିଜିଏସଟି ଓ ୧% ଏସଜିଏସଟି) ଅଟେ ।
କ’ଣ ସମସ୍ତ ନିର୍ମାତା କମ୍ପୋଜିସନ ସ୍କିମ ପାଇଁ ଯୋଗ୍ୟ ଅଟନ୍ତି ?
ନିମ୍ନକୁ ଛାଡି ପ୍ରତ୍ୟକ ନିର୍ମାତା କମ୍ପୋଜିସନ ସ୍କିମର ଲାଭ ନେବାପାଇଁ ଯୋଗ୍ୟ ଅଟନ୍ତି ।
ତାରିଫ ହେଡ୍ |
ବିବରଣୀ |
୨୧୦୫୦୦୦୦ |
ଆଇସକ୍ରିମ ଓ ଅନ୍ୟାନ୍ୟ ଖାଇବା ବରଫ, କୋକୋ ଥାଉବା ନଥାଉ |
୨୧୦୬୯୦୨୦ |
ପାନମସଲା |
୨୪ |
ତମାଖୁ ଓ ତମାଖୁର ବିଭିନ୍ନ ବିକଳ୍ପ |
କମ୍ପୋଜିସନ ସ୍କିମ ଅନ୍ତର୍ଗତ ଜଣେ ନିର୍ମାତାକୁ ନିଜର ଯୋଗାଣର ବିଲ୍ କିପରି କରିବାକୁ ହେବ ? କ’ଣ ଜଣେ ପଞ୍ଜିକୃତ ବ୍ୟକ୍ତି ଯିଏ କମ୍ପୋଜିସନ ନିର୍ମାତାଙ୍କ ଠାରୁ ସାମଗ୍ରୀ କିଣୁଛି, ଇନପୁଟ ଟ୍ୟାକ୍ସ କ୍ରେଡିଟ ନେଇପାରିବ କି ?
ଜଣେ ନିର୍ମାତା ଯିଏ କମ୍ପୋଜିସନ ସ୍କିମା ଅନ୍ତର୍ଗତ କର ପୈଠ କରିବାକୁ ଚାହୁଁଛି ସିଏ ନିଜର କ୍ରେତାକୁ କର ଇନଭଏସ୍ ଜାରି କରିପାରିବ ନାହିଁ । ସେ ଏକ ବିଲ୍ ଅଫ୍ ଅପ୍ ସପ୍ଲାଇ ଜାରି କରିବ । ସେ ନିଜର କୌଣସି ଯୋଗାଣ ଉପରେ କର ସଂଗ୍ରହ କରିପାରିବନାହିଁ । ତାକୁ କେବଳ ଯୋଗାଣ ମୂଲ୍ୟ ହିଁ ଦର୍ଶାଇବାକୁ ପଡିବ । ପରିମାଣ ସ୍ୱରୂପ ଜଣେ କମ୍ପୋଜିସନ ନିର୍ମାତାଙ୍କ ଠାରୁ ସାମଗ୍ରୀ କିଣୁଥିବା କ୍ରେତା ପଞ୍ଜିକୃତ ବ୍ୟକ୍ତି ଇନପୁଟ ଟ୍ୟାକ୍ସ କ୍ରେଡିଟ ନେଇପାରିବନାହିଁ ।
କମ୍ପୋଜିସନ ସ୍କିମ ଅନ୍ତର୍ଗତ ଜଣେ ନିର୍ମାତା ଯିଏ ଏକ ଅଣପଞ୍ଜିକୃତ ବ୍ୟକ୍ତିଙ୍କ ଠାରୁ ଇନପୁଟ କିମ୍ବା ଇନପୁଟ ସେବା ପାଉଛି, କିପରି ସେ ଜିଏସଟି ପୈଠ କରିବ ? ଯଦି କ୍ରୟ କୌଣସି କମ୍ପୋଜିସନର ଲାଭ ଉଠାଉଥିବା ବ୍ୟକ୍ତିଙ୍କ ଠାରୁ କରାଯାଉଛି ତେବେ କରର ଦର କ’ଣ ହେବ ?
ଏପରି ନିର୍ମାତାକୁ ପ୍ରାପ୍ତ ଇନପୁଟ ଓ ଇନପୁଟ ସେବା ଉପରେ ସାମାନ୍ୟ ଦର ଉପରେ ରିଭର୍ସ ଚାର୍ଜ ଅନ୍ତର୍ଗତ ଜିଏଆସ୍ତି କର ପୈଠ କରିବାକୁ ହେବ, କମ୍ପୋଜିସନ ଦର ଉପରେ ନୁହେଁ । କମ୍ପୋଜିସନ ସ୍କିମ ଅଧୀନରେ ଜଣେ ବ୍ୟକ୍ତିଙ୍କ ଠାରୁ କ୍ରୟ ଜଣେ ପଞ୍ଜିକୃତ ବ୍ୟକ୍ତିଙ୍କ ଠାରୁ କ୍ରୟ ଅଟେ ଏବଂ ତେଣୁ ସିଜିଏସଟି ଅଧିନିୟମ, ୨୦୧୭ର ଧାରା ୯(୪) ଅଧୀନରେ ରିଭର୍ସ ଚାର୍ଜ ଅନ୍ତର୍ଗତ କର ଲାଗିବ ନାହିଁ । ପୁରୁଣା ଆଇନରୁ କମ୍ପୋଜିସନ ଆଇନକୁ ସ୍ଥାନାନ୍ତରିତ କୌଣସି ବ୍ୟକ୍ତି ଯାହା ପାଖରେ ଅଣପଞ୍ଜିକୃତ ବ୍ୟକ୍ତିଙ୍କ ଠାରୁ କିଣାଯାଇଥିବା ସାମଗ୍ରୀର ଷ୍ଟକ ଅଛି ତାଙ୍କୁ ଏପରି ମାଲ୍ ଉପରେ କର ପୈଠ କରିବା ଆବଶ୍ୟକ ।
କମ୍ପୋଜିସନ ଲେଭିର ପ୍ରଭାବୀ ତାରିଖ କ’ଣ ଅଟେ ?
ନିମ୍ନରେ ଦର୍ଶାଯାଇଥିବା ଅନୁଯାୟୀ ପ୍ରଭାବୀ ତାରିଖର ତିନିଟି ସ୍ଥିତି ହୋଇପାରେ ।
ପରିସ୍ଥିତି |
କମ୍ପୋଜିସନ ଲେଭିର ପ୍ରଭାବୀ ତାରିଖ |
ଯେଉଁ ବ୍ୟକ୍ତିକୁ ଅସ୍ଥାୟୀ ପଞ୍ଜୀକରଣ ପ୍ରଦାନ କରାଯାଇଛି ଓ ଯିଏ କମ୍ପୋଜିସନ ଲେଭିର ବିକଳ୍ପ ବାଛିଚି (ନିୟମ ୧(୩) ଅନ୍ତର୍ଗତ ଫର୍ମ ଜିଏସଟି ସିଏମ୍ ପି – ୦୧ ରେ ସୂଚନା ଦାଖଲ କରାଯାଇଛି ) । |
୧ ଜୁଲାଇ, ୨୦୧୭ |
ନୂତନ ପଞ୍ଜୀକରଣ ପାଇଁ ଆବେଦନ କରିବା ସମୟ ସେହି ପଞ୍ଜୀକରଣ ଆବେଦନରେ କମ୍ପୋଜିସନ ଲେଭିର ବିକଳ୍ପ ପସନ୍ଦ କରୁଥିବା ବ୍ୟକ୍ତି ପାଇଁ (ଫର୍ମ ୩(୨) ଅନ୍ତର୍ଗତ ଫର୍ମ ଜିଏସଟି ଆରଇଜି-୧ ରେ ସୂଚନା ଦାଖଲ କରାଯାଇଛି ) । |
ପଞ୍ଜୀକରଣର ପ୍ରଭାବୀ ତାରିଖ : ସୂଚନା ପଞ୍ଜୀକରଣର ସ୍ଵୀକୃତି ପରେ ହିଁ ବିଚାର କରାଯିବ ଓ କମ୍ପୋଜିସନ ସ୍କିମର ଅନ୍ତର୍ଗତ କର ପୈଠ କରିବାର ବିକଳ୍ପ ପଞ୍ଜୀକରଣ ପ୍ରଭାବୀ ତାରିଖରୁ ଲାଗୁ ହେବ । |
ପଞ୍ଜୀକରଣ ପ୍ରାପ୍ତ କରିବା ପରେ କମ୍ପୋଜିସନ ସ୍କିମର ବିକଳ୍ପ ବାଛିବା ବ୍ୟକ୍ତି ପାଇଁ ନିୟମ ୩(୩) ଅନ୍ତର୍ଗତ ଫର୍ମ ୩ ଜିଏସଟି ସିଏମ୍ ପି -୦୨ ରେ ସୂଚନା ଦାଖଲ କରାଯାଇଛି ।) |
ପରବର୍ତ୍ତୀ ବିତ୍ତୀୟ ବର୍ଷର ପ୍ରାରମ୍ଭ । |
କ’ଣ କମ୍ପୋଜିସନ ସ୍କିମ ଅନ୍ତର୍ଗତ କର ପୈଠ କରିଥିବା କୌଣସି ବ୍ୟକ୍ତି ରପ୍ତାନି କିମ୍ବା ଏସ୍ଇଜେଡ୍ କୁ ମାଲ ଯୋଗାଣ କରିପାରିବ ?
ନା, କାରଣ ରପ୍ତାନି ଓ ଘରୋଇ ତାରିଫ କ୍ଷେତ୍ରରୁ ଏସ୍ଇଜେଡ୍ କୁ ଯୋଗାଣକୁ ଅନ୍ତରାଜ୍ୟ ଯୋଗାଣ ବୋଲି ବିଚାର କରାଯାଏ । କମ୍ପୋଜିସନ ସ୍କିମ ଅନ୍ତର୍ଗତ କର ଦେଉଥିବା ବ୍ୟକ୍ତି ଅନ୍ତରାଜ୍ୟ ସାମଗ୍ରୀର ଯୋଗାଣ କରିପାରିବନାହିଁ ।
କ’ଣ କମ୍ପୋଜିସନ ସ୍କିମ ଅନ୍ତର୍ଗତ ଜଣେ ନିର୍ମାତା ଅନ୍ୟ ନିର୍ମାତା ପାଇଁ ଜବ୍ ୱାର୍କ କରିପାରିବ ?
ଜବ୍ ୱାର୍କ ସେବାର ଏକ ଯୋଗାଣ ଅଟେ ଓ କମ୍ପୋଜିସନ ସ୍କିମ ପାଇଁ ଯୋଗ୍ୟ ନୁହେଁ । ଯେକୌଣସି ନିର୍ମାତା କିମ୍ବା ପ୍ରୋସେସର ଯିଏ ଅନ୍ୟଙ୍କ ପାଇଁ ଜବ୍ ୱାର୍କ କରିବାକୁ ଇଚ୍ଛା କରୁଛି କମ୍ପୋଜିସନ ସ୍କିମ ପାଇଁ ସେ ଯୋଗ୍ୟ ନୁହେଁ ।
କ’ଣ କମ୍ପୋଜିସନ ସ୍କିମ ଅନ୍ତର୍ଗତ ପଞ୍ଜିକୃତ ବ୍ୟକ୍ତିଙ୍କୁ ପ୍ରତ୍ୟକ ମାସରେ କର ପୈଠ କରିବାକୁ ହେବ ?
ନା, ପଞ୍ଜିକୃତ ବ୍ୟକ୍ତି ପ୍ରତି ମାସରେ କର ପୈଠ କରିବ ନାହିଁ । ସେ ତ୍ରୟମାସିକ ଆଧାର ଉପରେ ରିଟର୍ଣ୍ଣ ପୂରଣ କରିବ ଓ କାଡ଼ର ପୈଠ କରିବ ; ଅର୍ଥାତ୍ ବିତ୍ତୀୟ ବର୍ଷର ପ୍ରତ୍ୟକ ତିନି ମାସ ପାଇଁ । ତା’ପାଇଁ କରର ପୈଠ କରିବାର ନିର୍ଦ୍ଧିଷ୍ଟ ତାରିଖ ଏପରି ତିନିମାସ ଶେଷ ମାସର ୧୮ ତାରିଖ ହେବ ।
କମ୍ପୋଜିସନ ସ୍କିମ ଅନ୍ତର୍ଗତ ଜଣେ ନିର୍ମାତାକୁ କେଉଁ ଆକାଉଣ୍ଟ ରଖିବାକୁ ହେବ ?
ଆକାଉଣ୍ଟ ଓ ରେକର୍ଡସର ନିୟମ ରଖିବାକୁ ଥିବା ଆକାଉଣ୍ଟର ବିସ୍ତୃତ ବିବରଣୀ ଅଟେ । କୌଣସି କ୍ଷୁଦ୍ର ନିର୍ମାତା ଦ୍ଵାରା ତାକୁ ସାମାନ୍ୟ ବ୍ୟବସାୟ ପାଇଁ ରଖାଯାଇଛି । ଆକାଉଣ୍ଟରେ ରହିବାକୁ ଥିବା ବିବରଣୀରେ ସାମିଲ ହେଉଥିବା ଯୋଗାଣ କରାଯାଇଥିବା ସାମଗ୍ରୀର ମାତ୍ରା ରିଭର୍ସ ଚାର୍ଜ ଲାଗୁଥିବା ଇନବଣ୍ଡ ଯୋଗାଣ, ଇନଭଏସ, ପ୍ରଦାନ ଚାଲାଣ , କ୍ରେଡିଟ ନୋଟ, ଡେବିଟ ନୋଟ, ରସିଦ୍ ଭାଉଚର, ପୈଠ ଭାଉଚର, ଫେରସ୍ତ ଭାଉଚର ଇତ୍ୟାଦି ।
କ’ଣ କମ୍ପୋଜିସନ ସ୍କିମ ଅନ୍ତର୍ଗତ ଜଣେ ନିର୍ମାତାକୁ ପ୍ରାପ୍ତ ହେଉଥିବା ପ୍ରତ୍ୟକ ଯୋଗାଣର ଆକାଉଣ୍ଟ ରଖିବା ଆବଶ୍ୟକ ଅଟେ ?
ନା, କମ୍ପୋଜିସନ ସ୍କିମରେ କୌଣସି ନିର୍ମାତା ପାଇଁ ପ୍ରାପ୍ତ ଓ ଯୋଗାଣ କରାଯାଇଥିବା ସାମଗ୍ରୀ, ଅର୍ଦ୍ଧନିର୍ମିତ ସାମଗ୍ରୀ, ହଜିଯାଇଥିବା ,ନଷ୍ଟ ହୋଇଥିବା ସାମଗ୍ରୀ ଆଦିର ବିସ୍ତୃତ ଆକାଉଣ୍ଟକୁ ପ୍ରସ୍ତୁତ କରି ରଖିବାର ଆବଶ୍ୟକତା ନାହିଁ । ଏପରି ବ୍ୟକ୍ତି ସାମଗ୍ରୀର ଉତ୍ପାଦନ କିମ୍ବା ନିର୍ମାଣ, ସାମଗ୍ରୀର ବାହାର ଓ ଭିତର ଯୋଗାଣ, ସାମଗ୍ରୀର ଷ୍ଟକ୍, ଦେୟ ଓ ପୈଠ କରାଯାଇଥିବା କରର ଠିକ୍ ଆକାଉଣ୍ଟ ରଖିବେ ।
କ’ଣ କମ୍ପୋଜିସନ ସ୍କିମ ଅନ୍ତର୍ଗତ ଏକ ନିର୍ମାତାକୁ ଇନପୁଟ ଟ୍ୟାକ୍ସ କ୍ରେଡିତର ଆକାଉଣ୍ଟ ରଖିବାର ଆବଶ୍ୟକତା ଅଛି ?
କମ୍ପୋଜିସନ ସ୍କିମ ଅନ୍ତର୍ଗତ ଜଣେ ନିର୍ମାତାକୁ ଇନପୁଟ କର, ଇନପୁଟ ଟ୍ୟାକ୍ସ କ୍ରେଡିଟ ଆଦିର ଆକାଉଣ୍ଟ ରଖିବାର ଆବଶ୍ୟକତା ନାହିଁ । କାରଣ ତାଙ୍କୁ ଇନପୁଟ ଟ୍ୟାକ୍ସ କ୍ରେଡିଟର ଲାଭ ଉଠାଇବାର ଅନୁମତି ଦିଆଯାଇଛି କିମ୍ବା ନା ସେ କର ଇନଭଏସ ଜାରି କରିପାରିବେ; ଯାହା ଉପରେ କ୍ରେତା ଇନପୁଟ ଟ୍ୟାକ୍ସ କ୍ରେଡିଟର ଲାଭ ଉଠାଇଆରିବେ ।
କ’ଣ କମ୍ପୋଜିସନ ସ୍କିମ ଅନ୍ତର୍ଗତ ନିର୍ମାତା ନିଜର ଆକାଉଣ୍ଟକୁ ମାନୁଆଲ ରୂପରେ ରଖିପାରିବେ ଓ କ’ଣ ସେ ନିଜର ଯୋଗାଣକୁ ଇନଭଏସ ମାନୁଆଲ ରୂପରେ ଜାରି କରିପାରିବେ ?
ହଁ, କମ୍ପୋଜିସନ ସ୍କିମ ଅନ୍ତର୍ଗତ ଜଣେ ନିର୍ମାତା ନିଜର ଆକାଉଣ୍ଟକୁ କ୍ରମାଙ୍କିତ ସଂଖ୍ୟାରେ ରଖିପାରିବେ ଓ ଏହି ସଂକ୍ରାନ୍ତରେ ଦିଆଯାଇଥିବା ସର୍ତ୍ତ ଅନୁଯାୟୀ ମାନୁଆଲ ରୂପରେ ଯୋଗାଣ ଇନଭଏସ ଜାରି କରିପାରିବେ ।
କ’ଣ କମ୍ପୋଜିସନ ସ୍କିମ ଅନ୍ତର୍ଗତ ଜଣେ ପଞ୍ଜୀକୃତ ବ୍ୟକ୍ତିଙ୍କୁ କୌଣସି ଉନପୁଟ କ୍ରୟ ଓ ଆଉଟପୁଟ ଯୋଗାଣର ଏଚ୍ଏସ୍ଏନ୍ କୋଡ୍ ଜାଣିବାର ଆବଶ୍ୟକତା ରହିଛି ?
ନା, କମ୍ପୋଜିସନ ସ୍କିମ ଅନ୍ତର୍ଗତ ଜଣେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ନିଜର ଯୋଗାଣ, ଇନଭଏସ କିମ୍ବା ରିଟର୍ଣ୍ଣରେ ଉତ୍ପାଦର ଏଚ୍ଏସ୍ଏନ୍ କୋଡ୍ କୁ ଉଲ୍ଲେଖ କରିବାର ଆବଶ୍ୟକତା ନାହିଁ ।
କମ୍ପୋଜିସନ ସ୍କିମ ଅନ୍ତର୍ଗତ ଜଣେ ପଞ୍ଜୀକୃତ ବ୍ୟକ୍ତିଙ୍କୁ କ’ଣ ରିଟର୍ଣ୍ଣ ଜମା କରିବାକୁ ହେବ ଓ କେତେ ଅନ୍ତରାଳ ପରେ ?
ଜିଏସଟିର କମ୍ପୋଜିସନ ସ୍କିମ ଅଧୀନରେ ଜଣେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ତିନିମାସ ପରେ ମାସର ୧୧ ଓ ୧୮ ଦିନ ମଧ୍ୟରେ ତ୍ରୟମାସିକ ରିଟର୍ଣ୍ଣ ପ୍ରସ୍ତୁତ କରିବା ଜରୁରୀ ଅଟେ ; ଯାହାକୁ ଜିଏସଟିଆର- ୪ କୁହାଯାଏ ।
ପଞ୍ଜିକୃତ ବ୍ୟକ୍ତିଙ୍କ ଦ୍ଵାରା କମ୍ପୋଜିସନ ସ୍କିମ ଅନ୍ତର୍ଗତ ଦାଖଲ ହେବାକୁ ଥିବା ରିଟର୍ଣ୍ଣରେ କେଉଁ ବିବରଣୀ ପ୍ରସ୍ତୁତ କରିବା ଆବଶ୍ୟକ ?
ରିଟର୍ଣ୍ଣକୁ ପୂରଣ କରିବା ପାଇଁ ଜରୁରୀ ବିବରଣୀ ନିମନ୍ତେ ଜିଏସଟିଆର – ୪କୁ ଦେଖାଯାଇପାରେ । ଏହା ବହୁତ ସରଳ ରିଟର୍ଣ୍ଣ ଅଟେ । ଯେଉଁଥିରେ ବାହାର ଯୋଗାଣ, ଆମଦାନୀ ସେବା କିମ୍ବା ରିଭର୍ସ ଚାର୍ଜ ଅନ୍ତର୍ଗତ ଆସୁଥିବା ଅନ୍ୟ ଯୋଗାଣ ଓ ବାହାର ଯୋଗାଣ ଯାହାକୁ ନିଜେ ପୂରଣ କରାଯିବ (ଅଟୋ ପପୁଲେଟେଡ୍) ର ଏକତ୍ରିତ ବିବରଣୀ ସାମିଲ ଅଟେ ।
ଆଧାର :କେନ୍ଦ୍ରୀୟ ଉତ୍ପାଦ ଓ ସୀମାଯୁକ୍ତ ବୋର୍ଡ ଓ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳର ବାଣିଜ୍ୟ କର ବିଭାଗ
Last Modified : 1/28/2020