କ୍ର. ନଂ
|
ପ୍ରଶ୍ନ
|
ଉତ୍ତର
|
ପଞ୍ଜିକରଣ
|
୧
|
ରିଭର୍ସ ଚାର୍ଜ ଭିତ୍ତିରେ (ଆରସିଏମ)ଅଧୀନରେ ପୈଠ କରାଯାଇଥିବା କର ଉପରେ ଅନ୍ତମୁର୍ଖୀ ଯୋଗାଣର ମୂଲ୍ୟ ସମୁଦାୟ କାରବାର ସହିତ ଅନ୍ତର୍ଭୁକ୍ତ ଅଛିକି ?
|
ସିଜିଏସଟି ଅଧିନିୟମ ଧାରା ୨(୬)ରେ ସମନ୍ଵିତ କାରବାର ରିଭର୍ସ ଚାର୍ଜ ବେସୀସ ଉପରେ ଯେଉଁ ଟିକସ ପୈଠ କରାଯାଇଛି ଏଥିରେ ଅନ୍ତମୁର୍ଖୀ ଯୋଗାଣର
|
୨
|
ଯଦି ଜଣେ ଡିଲର ତାଙ୍କର ଭୁଲ ପ୍ୟାନ ସହିତ ଫାର୍ମର ସ୍ଥିତିକୁ ମାଲିକାନାରୁ ଅଂଶୀଦାରିକୁ ପରିବର୍ତ୍ତନ କରିଥାନ୍ତି ସେ କ୍ଷେତ୍ରରେ କଣ କରାଯିବ ।
|
ଅଂଶିଦାରି ଫାର୍ମ ଭାବେ ନୂଆ ପଞ୍ଜିକରଣ କରିବାକୁ ପଡିବ ଏବଂ ନୂଆ ପ୍ୟାନ କରିବାକୁ ପଡିବ ।
|
୩
|
ଅନେକ ରାଜ୍ୟରେ ଜଣେ କର ଯୋଗ୍ୟ ବ୍ୟକ୍ତିଙ୍କର ବ୍ୟବସାୟ ରହିଛି । ସମସ୍ତ ଯୋଗାଣକାରୀ ୧୦ ଲକ୍ଷ ତଳେ ରହିଛନ୍ତି । ସେ ଗୋଟିଏ ରାଜ୍ୟରୁ ଆନ୍ତଃରାଜ୍ୟ ମଧ୍ୟରେ ଯୋଗାଣ କରୁଛନ୍ତି । ସେ ପଞ୍ଜିକରଣ କରିବା ଆବଶ୍ୟକ କି
|
ସେ ପଞ୍ଜିକରଣ କରିଆବା ଆବଶ୍ୟକ ଯଦି ତାଙ୍କର ସମୁଦାୟ ଟର୍ଣ୍ଣ ଓଭର(ସର୍ବ ଭାରତୀୟ ସ୍ତରରେ) ୨୦ ଲକ୍ଷରୁ ଅଧିକ ହୋଇଥିବ । (୧୦ ଲକ୍ଷ ସ୍ଵତନ୍ତ୍ର ଶ୍ରେଣୀର ରାଜ୍ୟଗୁଡିକ ପାଇଁ) କିମ୍ବା ଯଦି ସେ ଆନ୍ତଃରାଜ୍ୟ ଯୋଗାଣକାରୀଭାବେ ନିୟୋଜିତ ହୋଇଥିବେ ।
|
୪
|
ଆମେ ଅସ୍ଥାୟୀ ଜିଏସଟିନ ବ୍ୟବହାର କରିପାରିବା କି କିମ୍ବା ଆମେ ନୂଆ ଜିଏସଟିନ ପାଇପାରିବା କି ? ଆମେ ଏକ ନୂଆ ଜିଏସଟିନ ଜାରି ହେବା ପୂର୍ବରୁ ଅସ୍ଥାୟୀ ଜିଏସଟିକୁ ବ୍ୟବହାର କରିପାରିବା କି
|
ଅସ୍ଥାୟୀ ଜିଏସଟିନ (ପିଆଇଡି) ଚୁଡାନ୍ତ ଜିଏସଟିନ କୁ ୯୦ ଦିନ ମଧ୍ୟରେ ରୂପାନ୍ତରିତ ହେବ । ହଁ , ଅସ୍ଥାୟୀ ଜିଏସତିନକୁ ଚୁଡାନ୍ତ ଜିଏସତିନ ଜାରି ହେବା ପର୍ଯ୍ୟନ୍ତ ବ୍ୟବହାର କରିପାରିବା । ପିଆଇଡି ଓ ଚୁଡାନ୍ତ ଜିଏସତିନ ସମାନ ହେବା ଉଚିତ ।
|
୫
|
ଯଦିଓ ମଦ ଜିଏସଟି ଆଇନ ବାହାର ରହିଛି ତେବେ ଦେଶୀ ମଦ ବ୍ୟବସାୟୀଙ୍କୁ ଭାଟରୁ ଜିଏସଟି କୁ ପରିବର୍ତ୍ତିତ ହେବା ଆବଶ୍ୟକ ଅଛି କି
|
ଜଣେ ବ୍ୟକ୍ତି ୧୦୦ ପ୍ରତିଶତ ବସ୍ତୁର ଯୋଗାଣ ପାଇଁ ନିୟୋଜିତ ଅଛନ୍ତି । ଯାହା ଜିଏସଟି ପାଇଁ ଯୋଗ୍ୟ ନୁହେଁ । ତେବେ ପଞ୍ଜିକରଣର ଆବଶ୍ୟକତା ନାହିଁ ।
|
୬
|
ସିଜିଏସଟିର ଧାରା ୨୩ ଅଧିନରେ କର ଯୋଗ୍ୟ ନୁହେଁ ବୋଲି ବର୍ଣ୍ଣିତ ରହିଛି ଏହାର ଅର୍ଥ ଶୂନ୍ୟ ଯୋଗାଣ କିମ୍ବା ଯୋଗାଣର ମୂଲ୍ୟ ହ୍ରାସ କରିବା
|
କର ଯୋଗ୍ୟ ନୁହେଁ ଅର୍ଥାତ ଯାହା ସିଜିଏସଟି/ଏସଜିଏସଟି / ଆଇଜିଏସଟି ଅଧିନିୟମ ଅଧିନରେ ଯୋଗାଣ ହେବ ନାହିଁ । ଦୟାକରି ସିଜିଏସଟି ଅଧିନିୟମର ଧାରା ୨(୭୮) ଦେଖନ୍ତୁ
|
୭
|
ଯଦି ସିଭିଲ କଣ୍ଟ୍ରାକ୍ଟର ବିଭିନ୍ନ ରାଜ୍ୟରେ ପ୍ରକଳ୍ପ କରୁଛନ୍ତି ତେବେ ତାଙ୍କୁ କଣ ସବୁ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ପଞ୍ଜିକରଣ କରିବାକୁ ପଡିବ ନା ରାଜ୍ୟର ମୁଖ୍ୟ କାର୍ଯ୍ୟାଳୟରେ ଗୋଟିଏ ପଞ୍ଜିକରଣ ଏଥିପାଇଁ ଯଥେଷ୍ଟ
|
ଜଣେ ସେବା ଯୋଗାଣକରି ଯେଉଁଠାରୁ ସେବା ଯୋଗାଣ କରୁଛନ୍ତି ସେଠାରେ ତାଙ୍କୁ ପଞ୍ଜିକରଣ କରିବାକୁ ହେବ ।
|
୮
|
ଯଦି ସମନ୍ଵିତ ଟର୍ଣ୍ଣ ଓଭର ରିଭର୍ସ ଚାର୍ଜ ଅଧିନରେ ଗ୍ରହଣକାରୀଙ୍କ ଦ୍ଵାରା କରି ପୈଠ ଉପରେ ଯୋଗାଣର ଟ୍ରାନ୍ନ ଓଭର ସହିତ ସମ୍ପୃକ୍ତି ହୋଇଥାଏ ତେବେ କଣ କରାଯିବ
|
ଯୋଗାଣକାରୀଙ୍କ ସମନ୍ଵିତ ଟର୍ଣ୍ଣ ଓଭର ସହ ସମ୍ପୃକ୍ତି ଗ୍ରହଣକାରୀଙ୍କ ଦ୍ଵାରା ରିଭର୍ସ ବେସୀସ ଉପରେ ଯେଉଁ ଟିକସ ପ୍ରଦାନ କରାଯାଇଥିବା ତାହା ଉପରେ ଆଉଟୱାର୍ଡ ଯୋଗାଣକୁ ସାମିଲ କରାଯିବ ।
|
୯
|
ଯଦି ଗୋଟିଏ ରାଜ୍ୟରେ ଦୁଇଟି ଏସଇଜେଡ ୟୁନିଟ ରହିଥାଏ ତେବେ ଦୁଇଟି ପଞ୍ଜିକରଣର ଆବଶ୍ୟକତା ରହିଛି କି
|
ଗୋଟିଏ ରାଜ୍ୟରେ ସମାନ ପ୍ୟାନ ଅଧିନରେ ଥିବା ଏସଇଜେଡ ପାଇଁ ଗୋଟିଏ ପଞ୍ଜିକରଣ ଆବଶ୍ୟକ । ସିଜିଏସଟି ନିୟମର ନିୟମ ୮(୧) କୁ ଦେଖନ୍ତୁ
|
୧୦
|
ଯଦି ଜଣେ ଆଡଭୋକେଟ ଆନ୍ତଃରାଜ୍ୟ ଯୋଗାଣ ପ୍ରଦାନ କରୁଥାନ୍ତି ତେବେ ତାହା ରିଭର୍ସ ଚାର୍ଜ ଅନ୍ତର୍ଗତ ପ୍ରଦେୟ ହେବକି
|
ସେହି ସବୁ ସ୍ୱଳ୍ପ ଯୋଗାଣକାରୀଙ୍କୁ ଯୋଗାଣ କ୍ଷେତ୍ରରେ ଛାଡ ପ୍ରଦାନ କରାଯାଇଛି , ଯେଉଁମାନେ କେବଳ ସେହି ସବୁ ଯୋଗାଣକୁ ପ୍ରସ୍ତୁତ କରୁଛନ୍ତି ଯାହାକୁ ବ୍ୟବହାର କରି ଗ୍ରହିତା ଆଋଏସିଏମ ଅନ୍ତର୍ଗତ ଜିଏସଟି ପ୍ରଦାନ କରିବା ପାଇଁ ଦାୟୀ ରହିବେ ।
|
୧୧
|
କେତେବେଳେ ଅନ୍ୟ ରାଜ୍ୟଗୁଡିକ ପାଇଁ ପଞ୍ଜିକରଣ ଆବଶ୍ୟକ ଯେତେବେଳେ ଆପଣ ନାସିକଠାରୁ ଅନ୍ୟ ରାଜ୍ୟଗୁଡିକୁ ସେବା ପ୍ରଦାନ କରୁଛନ୍ତି ସେ ସମୟରେ ଅନ୍ୟ ରାଜ୍ୟଗୁଡିକରେ ପଞ୍ଜିକରଣ ଆବଶ୍ୟକ ଅଛି କି
|
ଯଦି ଆପଣ ନାସିକରୁ ସେବା ପ୍ରଦାନ କରୁଛନ୍ତି ତେବେ ଆପଣଙ୍କୁ କେବଳ ମହରାଷ୍ଟ୍ର ରେ ପଞ୍ଜିକରଣ କରିବା ଆବଶ୍ୟକ ଏବଂ ଆନ୍ତଃରାଜ୍ୟ ଯୋଗାଣ ଉପରେ ଆଜିଏସଟି ପ୍ରଦାନ କରିବାକୁ ହେବ
|
୧୨
|
ମୁଁ ଜିଏସଟି ଅଧିନରେ ପରିବର୍ତ୍ତିତ ହୋଇଛି କିନ୍ତୁ ଆଇସିଏଡି ଭାବେ ପଞ୍ଜିକୃତ ହେବାକୁ ଚାହୁଁଛି । ମୁଁ କେଉଁଠାରେ ଆବେଦନ କରିବି ଏବଂ ଏହାର ପ୍ରକ୍ରିୟାଗୁଡିକ କଣ
|
ଆଇସିଏସଡି ପାଇଁ ଏକ ପୃଥକ ଏବଂ ନୂତନ ପଞ୍ଜିକରଣ ଆବଶ୍ୟକତା ରହିଛି ।
|
୧୩
|
ମୁଁ ଜିଏସଟିରେ ନାମାଙ୍କିତ କରିଛି ମୁଁ ଏସଏସି କୋର୍ଡ ଦେବାକୁ ଭୁଲି ଯାଇଛି । ଏ କ୍ଷେତ୍ରରେ ମେତେ କଣ କରିବାକୁ ହେବ । ଏହି ସ୍ଥିତି ଟି ପରିବର୍ତ୍ତିତ
|
ଅସ୍ଥାୟୀ ଆଇନରୁ ଚୁଡାନ୍ତ ପଞ୍ଜିକରଣ ରୂପନ୍ତିଋତ କରିବା ପାଇଁ ଯେତେବେଳେ ଫର୍ମ ଆରଇଜ୍ୟ -୨୬ ପୂରଣ କରୁଛନ୍ତି ସେହି ସମୟରେ ଏହାକୁ ପୂରଣ କରିବେ ।
|
୧୪
|
ମୋର ବ୍ୟକ୍ତିଗତ ନାମରେ ଏସଟି ନମ୍ବର ରହିଛି ଏବଂ ଏହା ଜିଏସଟିକୁ ପରିବର୍ତ୍ତିତ ହୋଇଛି । ମୁଁ ଏହାକୁ ମୋର ମାଲିକାନା ଫାର୍ମ ଉପରେ ବଦଳ କରିବାକୁ ଇଚ୍ଛା କରୁଛି ।
|
ଅସ୍ଥାୟୀ ଆଇଡିରୁ ଚୁଡାନ୍ତ ପଞ୍ଜିକରଣକୁ ରୂପାନ୍ତରିତ କରିବା ଯେତେବେଳେ ଫାର୍ମ ଆରଇଜି -୨୬ ପୂରଣ କରୁଛନ୍ତି ସେହି ସମୟରେ ଏହାକୁ କରିବା ଉଚିତ ।
|
୧୫
|
ଦୟାକରି କୁହନ୍ତୁ ଯଦି ଭଡା ଦ୍ଵାରା ଆସୁଥିବା ଆଯ ୨୦ ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ ଏଥିପାଇଁ ଜିଏସଟି କିମ୍ବା ଅନ୍ୟ କୌଣସି ଚାର୍ଜ ଦେବାକୁ ପଡିବକି
|
ଯଦି ସମୁଦାୟ କାରବାର ୨୦ ଲକ୍ଷରୁ ଅଧିକ ହୋଇଥାଏ (୧୦ ଲକ୍ଷ ୧୧ଟି ସ୍ଵତନ୍ତ୍ର ଶ୍ରେଣୀ ରାଜ୍ୟ ପାଇଁ) ଜିଏସଟି ଛାଡ କରାଯିବ । ଏହାର ହିସାବ ପାଇଁ ଆପଣଙ୍କ ଦ୍ଵାରା ପ୍ରସ୍ତୁତ ସମସ୍ତ ଯୋଗାଣର ସମନ୍ଵିତ ଯୋଗାଣକୁ ସଂଯୁକ୍ତ କରାଯିବ ।
|
୧୬
|
ଯଦି ଜଣେ କେବଳ ୦ ପ୍ରତିଶତ ସାମଗ୍ରୀ ବିକ୍ରୟ କରୁଥାନ୍ତି (ଖାଦ୍ୟ ଶସ୍ୟ ଡାଲି ଜାତୀୟ ଶସ୍ୟ ) ତେବେ ଜିଏସଟି ପାଇଁ ପଞ୍ଜିକରଣ କରିବା ଆବଶ୍ୟକ କି, ଯଦି ଏହାର କାରବାର ୨୦ ଲକ୍ଷ ଟଙ୍କାରୁ ଅଧିକ ହୋଇଥାଏ
|
ଯଦି ଜଣେ ବ୍ୟକ୍ତି ୧୦୦ ପ୍ରତିସତ ଛାଡ ଯୋଗ୍ୟ ଦ୍ରବ୍ୟ ବ୍ୟବସାୟ କରୁଥାନ୍ତି ତେବେ ସଂପୃକ୍ତ କାରବାର ପାଇଁ ପଞ୍ଜିକରଣର ଆବଶ୍ୟକତା ନାହିଁ ।
|
୧୭
|
ଯଦି ଜଣେ ବ୍ୟକ୍ତି କେବଳ ଜିଏସଟି ଛାଡ ଯୋଗ୍ୟ ସାମଗ୍ରୀ/ସେବା ପ୍ରଦାନ କରୁଥାନ୍ତି ଓ ତାଙ୍କର କାରବାର >୨୦/୧୦ ଲକ୍ଷ ହୋଇଥାଏ ତେବେ ତାଙ୍କୁ ପଞ୍ଜିକରଣ କରିବାକୁ ହେବ କି ?
|
ଯଦି ସେହି ବ୍ୟକ୍ତି ୧୦୦ ପ୍ରତିଶତ ଚାଦ୍ଦ ଯୋଗ୍ୟ ଦ୍ରବ୍ୟ ବ୍ୟବସାୟ କରିଥାନ୍ତି ତେବେ ସମ୍ପୃକ୍ତ କରିବାର ପାଇଁ ପଞ୍ଜିକରଣ ଆବଶ୍ୟକତା ନାହିଁ ।
|
୧୮
|
ଯଦିଓ ମୋର କାରବାର ୨୦ ଲକ୍ଷରୁ କମ ଏବଂ ମୁଁ ସ୍ଵେଚ୍ଛାକୃତ ଭାବେ ପଞ୍ଜିକୃତ ହେବାକୁ ଚାହୁଁଛି , ମୁଁ ପ୍ରଥମ ଯୋଗାଣ ପରେ ପଞ୍ଜିକରଣ କରୁଛି ତେବେ ମୋତେ କର ପୈଠ କରିବାକୁ ପଡିବକି ।
|
ହଁ, ଆପଣ ଜଣେ ସାଧାରଣ କରଯୋଗ୍ୟ ବ୍ୟକ୍ତିଗତ ଭାବେ ବିବେଚିତ ହେବେ ।
|
୧୯
|
ଟିଡିଏସ କାଟ ପାଇଁ ଜଣେ ପଞ୍ଜିକୃତ ବ୍ୟକ୍ତିଙ୍କୁ ଗୋଟିଏ ପୃଥକ ଜିଏସତିନ ଆଲର୍ଟ କରାଯିବ କି (ତାଙ୍କର ପ୍ୟାନ ଏବଂ ଟ୍ୟାନ ରହିଥାଏ )
|
କରକାଟ କରିବା ପାଇଁ ଏକ ପୃଥକ ପଞ୍ଜିକରଣ ଆବଶ୍ୟକତା ରହିଛି ।
|
୨୦
|
ଗୋଟିଏ ରାଜ୍ୟରେ ସମାନ ପରିମାଣର ବ୍ୟବସାୟୀ ଏବଂ ନିର୍ମାଣ ପାଇଁ ପୃଥକ ପଞ୍ଜିକରଣ ଆବଶ୍ୟକତା ଅଛି କି
|
ସମସ୍ତ କାର୍ଯ୍ୟକଳାପ ପାଇଁ ପ୍ରତି ରାଜ୍ୟ ନିମନ୍ତେ କେବଳ ଗୋଟିଏ ପଞ୍ଜିକରଣ କରାଯିବ ।
|
୨୧
|
ମୁଁ ତାମିଲନାଡୁରେ ପଞ୍ଜିକୃତ ହୋଇଛି ଏବଂ ଆନ୍ଧ୍ର ପ୍ରଦେଶର ଜଣେ ଅପଞ୍ଜିକୃତ ଡିଲର ଭାବେ ସେବା ପ୍ରଦାନ କରୁଛି , ତେବେ ଆରସିଏସ ଅଧିନରେ ଜିଏସଟି ଡିସଚାର୍ଜ ପାଇଁ ଆନ୍ଧ୍ରପ୍ରଦେଶରେ ମତେ ପଞ୍ଜିକରଣ କରିବାକୁ ହେବ କି
|
ଯେକୌଣସି ବ୍ୟକ୍ତି ଯିଏକି ଆନ୍ତଃ ରାଜ୍ୟ କରଯୋଗ୍ୟ ଯୋଗାଣକାରୀ ଅଟନ୍ତି ସେମାନେ ପଞ୍ଜିକରଣ କରିବା ଆବଶ୍ୟକ । ତେଣୁକରି ଏହା କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ ଡିଲରଙ୍କୁ ପଞ୍ଜିକରିବାକୁହେବ ଏବଂ କର ପ୍ରଦାନ କରିବେ ।
|
୨୨
|
ଜିଏସଟି ଅଧିନରେ ଆଞ୍ଚଲ ଭିତ୍ତିକ ଛାଡର କୌଣସି ବ୍ୟବସ୍ଥା ରହିଛି କି
|
ଜିଏସଟି କୌଣସି ଆଞ୍ଚଲ ଭିତ୍ତିକ ଛାଡର ବ୍ୟବସ୍ଥା ନାହିଁ ।
|
୨୩
|
ଯଦି ମହରାଷ୍ଟ୍ରର ଗୋଟିଏ କମ୍ଫାନୀ ଦିଲ୍ଲୀରେ ଏକମାତ୍ର କାର୍ଯ୍ୟକ୍ରମ କରେ, ତାଙ୍କୁ ଦିଲ୍ଲୀରେ ପଞ୍ଜିକୃତ କରିବାକୁ ପଡିବ କି ? ତାଙ୍କୁ ସେ ମହରାଷ୍ଟ୍ରରେ ଦେଇଥିବା ଜିଏସଟି ଏଥିପାଇଁ ପର୍ଯ୍ୟାପ୍ତ କି
|
ଯଦି ଆପଣ ଦିଲ୍ଲୀଠାରେ ଯୋଗାଣ କରୁଛନ୍ତି ତେବେ ଆପଣଙ୍କୁ ଦିଲ୍ଲୀରେ ପଞ୍ଜିକୃତ କରିବାକୁ ହେବ । ନଚେତ , ମୁମ୍ବାଇଠାରେ ପଞ୍ଜିକରଣ ସେଥିପାଇଁ ପର୍ଯ୍ୟାପ୍ତ (ଏବଂ ମୁମ୍ବାଇଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଯୋଗାଣ ଉପରେ ଆଇଜିଏସଟି ପ୍ରଦାନ)
|
୨୪
|
ଜିଏସଟି ରେ ପଞ୍ଜିକରଣ କରିବାକୁ ମୋତେ କେତେ ସମୟ ଅପେକ୍ଷା କରିବାକୁ ପଡିବ
|
ଜଣେ ଅପଞ୍ଜିକୃତ ବ୍ୟକ୍ତିଙ୍କୁ ପଞ୍ଜିକରଣର ପ୍ରକ୍ରିୟା ଗୁଡିକୁ ସଂପୂର୍ଣ୍ଣ କରିବା ଲାବିଲିଟିଠାରୁ ପାଇଁ ୩୦ ଦିନ ଆବଶ୍ୟକ ।
|
୨୫
|
ଯଦି ମୁଁ ଜିଏସଟି ଅଧିନରେ ପଞ୍ଜିକୃତ ହୋଇନାହିଁ କିନ୍ତୁ ସେବା ଟିକସ ଅଧିନରେ ପଞ୍ଜିକୃତ ହୋଇଛି ତେବେ ମୁଁ କଣ କରିବି
|
ଆପଣ ଅସ୍ଥାୟୀ ଆଇଡିର ବାତିଲି ପାଇଁ ୩୧ ଜୁଲାଇ ୨୦୧୭ କିମ୍ବା ତା ପୂର୍ବରୁ ଆବେଦନ କରିପାରିବେ ।
|
୨୬
|
କେତେବେଳେ ପଞ୍ଜିକରଣ ପାଇଁ ଏଜେଷ୍ଟଙ୍କ କାରବାରକୁ ମୂଳଧନ ସହିତ ଯୋଗ କରାଯିବ
|
ନାଁ
|
୨୭
|
ଯଦି ମୁଁ ଜଣେ ବିଦ୍ୟମାନ କର ଦାତା ହୋଇନଥାଏ ଏବଂ ନୂତନ ଭାବେ ଜିଏସଟି ଅଧିନରେ ପଞ୍ଜିକୃତ ହେବାକୁ ଚାହୁଁଛି , ତେବେ ଏହାକୁ ମୁଁ କେବେବେଳେ କରିବି
|
ଆପଣ ନୂଆ ପଞ୍ଜିକରଣ ପାଇଁ ଜିଏସଟି ପୋର୍ଟାଲ gst.gov.in ରେ ୨୫ ଜୁନ ୨୦୧୭ ର ୦୮୦୦ ଘ ଠାରୁ ଆବେଦନ କରିପାରିବେ
|
କ୍ର. ନଂ
|
ପ୍ରଶ୍ନ
|
ଉତ୍ତର
|
ଇନପୁଟ ଟ୍ୟାକ୍ସ କ୍ରେଡିଟ
|
୨୮
|
ଯୋଗାଣକାରୀଙ୍କ ଦ୍ଵାରା ରାଜସ୍ଥାନରୁ କ୍ରୟ କରିବା କ୍ଷେତ୍ରରେ ରାଜସ୍ଥାନର ଏସଜିଏସଟିକୁ ମଧ୍ୟପ୍ରଦେଶର ଏସଜିଏସଟି ପଇଠ ନିମନ୍ତେ ବ୍ୟବହାର କରାଯାଇପାରିବ କି
|
ଗୋଟିଏ ରାଜ୍ୟର ଏସଜିଏସଟିକୁ ଅନ୍ୟ ଏକ ରାଜ୍ୟର ଟିକସ ଦେୟତା ନିମନ୍ତେ ବିନିଯୋଗ କରାଯାଇପାରିବ ନାହିଁ ।
|
୨୯
|
ଅନ୍ୟ ଏକ ରାଜ୍ୟରେ ଆଇଜିଏସଟିର ପଇଠ ନିମନ୍ତେ ଜଣେ କିପରି ଏସଜିଏସଟି କ୍ରେଡିଟର ବ୍ୟବହାର କରିବେ
|
ଜିଏସଟିଆଇଏନ ଅନ୍ତର୍ଗତ ଏସଜିଏସଟି କ୍ରେଡିଟ ଆଇଜିଏସଟି ଦେୟତାର ପଇଠ ନିମନ୍ତେ ବ୍ୟବହାର କରାଯାଇପାରିବ ।
|
୩୦
|
ଗୋଟିଏ ରାଜ୍ୟର ସିଜିଏସଟି କୁ ଅନ୍ୟ ଏକ ରାଜ୍ୟରେ ସିଜିଏସଟିର ପଇଠ ନିମନ୍ତେ ବ୍ୟବହାର କରାଯାଇପାରିବ କି
|
ଗୋଟିଏ ରାଜ୍ୟର ସିଜିଏସଟି ଓ ଏସଜିଏସଟି କ୍ରେଡିଟକୁ ସେହି ରାଜ୍ୟର ସିଜିଏସଟି /ଏସଜିଏସଟି ଦେୟତା ପଇଠ ନିମନ୍ତେ ବ୍ୟବହାର କାରାଯାଇପାରିବ ଯାହା କେବଳ ସେହି ରାଜ୍ୟରେ ସମାନ ଜିଏସଟିଆଇଏନ ପାଇଁ ପ୍ରଯୁଜ୍ୟ ହେବ ।
|
୩୧
|
ଯଦି ସେବା ଯୋଗାଣ କ୍ଷେତ୍ରରେ ଏହାର କ୍ରେଡିଟକୁ ଏହି ସେବାଟି ବିଲ ହୋଇଥିବା ରାଜ୍ୟରେ ପ୍ରଦାନ କରାଯିବ କିମ୍ବା ଏହା ଯେଉଁ ରାଜ୍ୟରେ ପ୍ରଦାନ କରାଯାଉଛି ସେଠାରେ ଅନ୍ତର୍ଭୁକ୍ତ କରାଯିବ ।
|
ଯେଉଁ ରାଜ୍ୟରୁ ଯୋଗାଣ କରାଯାଉଛି ସେହି ରାଜ୍ୟରୁ ଟିକସ ସଂଗ୍ରହ କରାଯିବ । ଯୋଗାଣକାରୀ ଆଇଜିଏସଟି ସଂଗ୍ରହ କରିବେ ଏବଂ ଗ୍ରହିତ ଆଇଜିଏସଟି କ୍ରେଡିଟ ଗ୍ରହଣ କରିବେ
|
୩୨
|
କମ୍ପାନୀ ସିମେଣ୍ଟ ଓ ଶକ୍ତି ନିର୍ମାଣ କ୍ଷେତ୍ରରେ ନିୟୋଜିତ ଅଛନ୍ତି । କ୍ରେଡିଟର ରିଭସାର୍ଲ ନିମନ୍ତେ ଶକ୍ତି ବ୍ୟବସାୟ ସମ୍ପର୍କିତ କେଉଁ ନିୟମଟି ପ୍ରଯୁଜ୍ୟ ହେବ ।
|
ଯେତେବେଳେ ଯୋଗାଣକାରୀ ଛାଡପ୍ରାପ୍ତ ଓ ଅଣଛାଡପ୍ରାପ୍ତ ଯୋଗାଣକୁ ଆଇଟିସି ନିୟମ ଅନୁସାରେ ପ୍ରଦାନ କରୁଛତି ସେତେବେଳେ ଆଇସିଟିର ସବିଶେଷ ରିଭର୍ସାଲ ନିୟମ ପ୍ରଯୁଜ୍ୟ ହେବ ।
|
୩୩
|
ଅଣପଞ୍ଜିକୃତ ଯୋଗରଣକାରୀଙ୍କ ଠାରୁ କ୍ରେଡିଟ /ଡେବିଟ ନୋଟକୁ ଦାବି କରାଯାଇଥିବା ଜିଏସଟିଏନ ଓ ଆଇଟିସିକୁ କିପରି ରିପୋର୍ଟ କରାଯିବ ।
|
ଇନଭଏସ ପରି କ୍ରେଡିଟ /ଡେବିଟ ନୋଟ ଯାହାକି ଅଣ ପଞ୍ଜିକୃତ ବ୍ୟକ୍ତିଙ୍କ ପକ୍ଷରୁ ଜାରି କରାଯାଇଛି ତାହାକୁ କେବଳ ପଞ୍ଜିକୃତ ବ୍ୟକ୍ତିଙ୍କ ଦ୍ଵାରା ଜାରି କରାଯିବ । ଏହା ପରେ ଜିଏସଟିଆର ୨ ଗ୍ରହିତାଙ୍କ ଦ୍ଵାରା ଏହାର ରିପୋର୍ଟିଂ ବିଷୟ ପ୍ରଦାନ କରୁଅଛି ।
|
ଇନଭଏସ
|
୩୪
|
ଜଣେ ଦୋକାନୀ ଟିକସ ଯୋଗ୍ୟ ଓ ଛାତ ଉତ୍ପାଦକୁ ଜଣେ ବ୍ୟକ୍ତିଙ୍କୁ ବିକ୍ରୟ କରୁଛନ୍ତି , ଏଠାରେ ଟିକସ ଇନଭଏସ ଓ ଯୋଗାଣର ବିଲକୁ ପୃଥକ ଭାବରେ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି କି ?
|
ଏପରି କ୍ଷେତ୍ରରେ ବ୍ୟକ୍ତି ଜଣକ ଟିକସ ଯୋଗ୍ୟ ଯୋଗାଣ ପାଇଁ ଟିକସ ଇନଭଏସ ପ୍ରଦାନ କରିବେ ଏବଂ ଛାତ କରାଯାଇଥିବା ଯୋଗାଣ ସେହି ଇନଭଏସ ରେ ଉଲ୍ଲେଖ କରିବେ ।
|
୩୫
|
ଅଣ ପଞ୍ଜିକୃତ ଡିଲରଙ୍କୁ ପଞ୍ଜିକୃତ ଡିଲରମାନେ ସାମଗ୍ରୀ ବିକ୍ରୟ କରୁଥିବା ସମୟରେ ଆଧାର/ପ୍ୟାନ ରେକର୍ଡ କରିବାର ଆବଶ୍ୟକତା ରହିଛି କି
|
ଜିଏସଟି ଅଧିନିୟମ ଅନୁଯାୟୀ ଗ୍ରାହକଙ୍କର ଆଧାର ଓ ପ୍ୟାନ ସବିଶେଷ ନେବାର କୌଣସି ଆବଶ୍ୟକତା ନାହିଁ ।
|
୩୬
|
ସମସ୍ତ ଖର୍ଚ୍ଚ ଯଥା ଫ୍ରେଟ/ପରିବହନ /ପ୍ୟାକିଂ ଯାହାକୁ ସେଲସ ଇନଭଏସରେ ଚାର୍ଜ କରଯାଇଥାଏ ତାହା ଜିଏସଟିରେ ଟିକସ ଯୋଗ୍ୟ ? ବିଲକୁ କିପ୍ରାୟ ପ୍ରସ୍ତୁତ କରାଯିବ
|
ସମସ୍ତ ଖର୍ଚ୍ଚ ଗୁଡିକୁ ମୂଲ୍ୟରେ ସଂଯୋଗ କରାଯିବା ଆବଶ୍ୟକତା ଏବଂ ସେହି ଅନୁସାରେ ଇନଭଏସ କରାଯିବା ଉଚିତ । ଦୟାକରି ସିଜିଏସଟି ଆକଟ ଓ ଇନଭଏସ ରୁଲର ସେକସାନ ୧୫ କୁ ଦେଖନ୍ତୁ ।
|
୩୭
|
ଆମେ ଡେଲିଭରି ଚାଲାଣ ମାଧ୍ୟମରେ ବିଲଡରଙ୍କୁ ନିର୍ମାଣ ସାମଗ୍ରୀ ପ୍ରଦାନ କରି ଏବଂ କାର୍ଯ୍ୟର ସମାପ୍ତି ପରେ ଟିକସ ଇନଭଏସ ଜାରି କରିପାରିବୁ କି
|
ଯଦି ସାମଗ୍ରୀ ଗୁଡିକୁ ନିର୍ମାଣ ସମୟରେ ଯୋଗାଣ କରିବାର ଆବଶ୍ୟକତା ଥାଏ ସେତେବେଳେ ଇନଭଏସ ଆବଶ୍ୟକ ହୋଇଥାଏ । ଯଦି ସାମଗ୍ରୀ ଗୁଡିକ ନିର୍ମାଣ ପାଇଁ କରାଯିବାକୁ ଥାଏ ତେବେ ଡେଲିଭରି ଚାଲାଣ ଜାରି କରାଯିବା ଆବଶ୍ୟକ ।
|
୩୮
|
ଜିଏସଟିରେ ନିମ୍ନଲିଖିତ ଟ୍ରାଞ୍ଜାକସନ କୁ କିପରି କରାଯିବା ଆବଶ୍ୟକ ।
- ଟ୍ରାଞ୍ଜିଟରେ ଦେଖାଯାଉଥିବା ଡେଲିଭରି ସପ୍ଲାଏ ସଟେଜ
- ଗ୍ରାହକ କମ ପରିମାଣ ପାଆନ୍ତି ଓ କମ ପ୍ରଦାନ କରନ୍ତି
|
ଏପରି କ୍ଷେତ୍ରରେ ଯୋଗାଣକାରୀ ଗ୍ରାହକଙ୍କୁ କ୍ରେଡିଟ ନୋଟ ଜାରି କରିପାରିବେ ।
|
୩୯
|
ଆରସିଏମରେ ଜିଏସଟି ଲାଇବିଲିଟି ପାଇଁ ଆମେ ସେଲଫ ଇନଭଏସ ଜାରି ପରିପାରିବୁ କି ।କିମ୍ବା ଜିଏସଟିକୁ ବୁକିଂ ଭାଉଚର ଖର୍ଚ୍ଚ ଜରିଆରେ କରାଯାଇପାରିବ କି ?
|
ଆରସିଏମ ଲାଇବିଲିଟି କ୍ଷେତ୍ରରେ ତାକସ ଇନଭଏସକୁ ନିଜ ପାଇଁ ଜାରି କରିଯିବା ଆବଶ୍ୟକ ।
|
କଂପୋଜିସନ ସ୍କିମ
|
୪୦
|
ଧରାଯାଉ ଜିଏସଟିରେ ମୁଁ କଂପୋଜିସନ ସ୍କିମ ରେ ରହିଛି । ଯଦି ମୁଁ ଜଣେ ଅଣ ପଞ୍ଜିକୃତ ବ୍ୟକ୍ତିଙ୍କ ଠାରୁ ସାମଗ୍ରୀ କ୍ରୟ କରେ ତେବେ ମୋ ଦ୍ଵାରା ସରକାରଙ୍କୁ ଜିଏସଟି ପ୍ରଦାନ କରାଯିବ ନାହିଁ ।
|
ହଁ ଆପଣଙ୍କୁ ଅଣ ପଞ୍ଜିକୃତ ବ୍ୟକ୍ତିଙ୍କ ଠାରୁ ଯୋଗାଣ ଗ୍ରହଣ ନିମନ୍ତେ ରିଭର୍ସ ଚାର୍ଜ ଭିତ୍ତିରେ ଟିକସ ପ୍ରଦାନ କରିବାକୁ ହେବ ।
|
କଷ୍ଟମସ
|
୪୧
|
ସାମଗ୍ରୀ ଆମଦାନୀ କ୍ଷେତ୍ରରେ କେଉଁ ପ୍ରକାର କର ଲାଗୁ ହେବ
|
କଷ୍ଟମ ଡ୍ୟୁଟି ଓ ସେସ ଯାହା ପ୍ରଯୁଜ୍ୟ *ଆଇଜିଏସଟି *ଜିଏସଟି କ୍ଷତିପୂରଣ ସେସ । ସମସ୍ତ କଷ୍ଟମ ଡ୍ୟୁଟିକୁ ମିଶାଇ ଏବଂ ଆମଦାନୀର ମୂଲ୍ୟ ଉପରେ କଷ୍ଟମ ସେଲସକୁ ଯୋଗ କରି ଆଇଜିଏସଟି ଓ ଜିଏସଟି କ୍ଷତିପୂରଣ ପ୍ରଦାନ କରାଯିବ ।
|
ରପ୍ତାନୀ
|
୪୨
|
ବର୍ତ୍ତମାନ ପ୍ରଣାଳୀରେ ନେପାଲ ପାଇଁ ସର୍ଭିସ ଟ୍ୟାକ୍ସ ରହିଛି କିନ୍ତୁ ସାମଗ୍ରୀ ଟ୍ୟାକ୍ସ ନାହିଁ , କିନ୍ତୁ ଜିଏସଟି କ୍ଷେତ୍ରରେ କେଉଁ ଟିକସ ଲାଗୁ ହେବ
|
ଅନ୍ୟ ଦେଶମାନଙ୍କ ପାଇଁ ଥିବା ରପ୍ତାନି ପ୍ରଣାଳୀ ସହିତ ନେପାଳ ପାଇଁ ରପ୍ତାନି ପ୍ରଣାଳୀ ମଧ୍ୟ ସମାନ ଅଟେ ।
|
୪୩
|
ଏସଇଜେଡ ପାଇଁ ଛାଡ ରହିଛି କି ? ଜିଏସଟି ପରିସରରେ କିପରି ଏକ ଏସଇଜେଡ ଟ୍ରାଞ୍ଜାକସନ ହୋଇଥାଏ
|
ଏସଇଜେଡକୁ କରାଯାଉଥିବା ଯୋଗାଣ ଆଇଜିଏସଟି ଆକତାର ସେକସନ ୧୬ ରେ ପ୍ରଦାନ କରାଯାଇଥିବା ପ୍ରକାରେ ଜିରୋ ରେତେଡ ସପ୍ଲାଏ ଅଟେ ।
|
୪୪
|
ଏସଇଜେଡରୁ ଓ ଏଠାକୁ କରାଯାଉଥିବା କ୍ରୟ ବିକ୍ରୟକୁ କିପରି ବିଚାର କରାଯିବ ? ଏହା ରପ୍ତାନି/ଆମଦାନୀ ହେବ କି
|
ଏସଇଜେଡକୁ କରାଯାଉଥିବା ଯୋଗାଣ ହେଉଛି ଶୂନ୍ୟ ରେଡେଡ ସପ୍ଲାଏ ଓ ଏସଇଜେଟରୁ ଡିଟିଏସକୁ କରାଯାଉଥିବା ଯୋଗାଣ ହେଉଛି ଆମଦାନୀ ।
|
୪୫
|
ଜିଏସଟି ଅଧିନରେ ଆନ୍ତର୍ଜାତିକ ରପ୍ତାନି ଭଡାର ସ୍ଥିତି ବିଷୟରେ ଦୟାକରି ବୁଝାଇ ଦିଅନ୍ତୁ କରଣ ଏହା ପିଓପିଏସ ନିୟମ ଅନୁଯାୟୀ ଛାଡ ଥିଲା । ଅଧିକାଂଶ ଦେଶରେ ଏହା ଜିରୋ ରେଡଡ ଅଟେ ।
|
ଆଇଜିଏସଟି ଆକଟ ୨୦୧୭ ର ସେକସନ ୧୨(୮) ବା ସେକସନ ୧୩(୮) ଅନୁଯାୟୀ ସାମଗ୍ରୀର ପରିବହନ ପାଇଁ ପିଓଏସ ନିର୍ଦ୍ଧାରଣଯୋଗ୍ୟ ଯାହାକି ସେବା ପ୍ରଦାନକାରୀ ସ୍ଥାନ /ସେବା ଗ୍ରହିତାଙ୍କ ସ୍ଥାନ ଉପରେ ନିର୍ଭର କରିଥାଏ । ରପ୍ତାନିକୁ ଜିରୋ ରେଡେଟ ଯୋଗାଣ ରୂପେ ବିଚାର କରାଯାଇଥାଏ ।
|
୪୬
|
ଯେତେବେଳେ ସାମଗ୍ରୀ ଗୁଡିକୁ ଏସଇଜେଡରୁ ଆମଦାନୀ କରାଯାଉଥାଏ । ସେତେବେଳେ କିଏ ଆଇଜିଏସଟି ପଇଠ କରିବେ
|
ଏହି ପ୍ରକାରର ଯୋଗାଣକୁ ଆମଦାନୀ ରୂପେ ବିବେଚନା କରାଯିବ । ଯେଉଁଠାରେ କି ସିଭିଡି ସ୍ଥାନରେ ଆଇଜିଏସଟି ପ୍ରଯୁଜ୍ୟ ହେବ ।
|
୪୭
|
ଯେତେବେଳେ ସାମଗ୍ରୀ ଗୁଡିକୁ ଏସଇଜେଡରୁ ଗ୍ରହଣ କରାଯିବ ସେତେବେଳେ କିଏ ଆଇଜିଏସଟି ପ୍ରଦାନ କରିବେ । ବର୍ତ୍ତମାନ ଆମଦାନୀକାରୀ ଉଭୟ ବିସିଡି ଓ ସିଭିଡି ପ୍ରଦାନ କରୁଛନ୍ତି
|
ଏହି ପ୍ରକାର ଯୋଗାଣକୁ ଆମଦାନୀ ରୂପେ ବିବେଚନା କରାଯିବ ଏବଂ ବର୍ତ୍ତମାନର ପ୍ରଣାଳୀର ଅନୁପାଳନ କରାଯିବ ଯେଉଁଠାରେ କି ସିଭିଡି ସ୍ଥାନରେ ଆଇଜିଏସଟି ପ୍ରଯୁଜ୍ୟ ହେବ ।
|
ଫେରସ୍ତ
|
୪୮
|
ମୋର ସେବା କର ଏକ ବକେୟା ରପ୍ତାନି ଫେରସ୍ତ ରହିଛି । ତେବେ କଣ ହେବ
|
ପ୍ରଯୁଜ୍ୟ ଆଇନ ଅନୁଯାୟୀ ଫେରସ୍ତକୁ ପୂର୍ବ ଆଇନ ଅନୁସାରେ ପ୍ରଦାନ କରାଯିବ ।
|
୪୯
|
ଜଣେ ରପ୍ତାନିକାରୀ ଭାବରେ ମୁଁ ଏହା କିପରି ସୁନିଶ୍ଚିତ କରିବି ଯେ ମୋର କାର୍ଯ୍ୟକ୍ଷମ ପୁଞ୍ଜି ଫେରସ୍ତ ଭାବରେ ବ୍ଲକ ହେବ ନାହିଁ ।
|
ଆଇନରେ ଉପଯୁକ୍ତ ବ୍ୟବସ୍ଥାମାନ ଗ୍ରହଣ କରାଯାଇ ଫେରସ୍ତ ଫାଇଲିଂ କରିବାର ୭ ଦିନ ମଧ୍ୟରେ ପ୍ରୋଭିଜନାଲ ଭିତ୍ତିରେ ୯୦ ପ୍ରତିଶତ ଫେରସ୍ତ ପ୍ରଦାନ କରାଯାଉଛି ।
|
୫୦
|
କୋଇଲା ଉପରେ ଜିଏସଟିର ପ୍ରଭାବ କଣ ହେବ । କୋଇଲା ଉପରେ ଥିବା ସ୍ଵଚ୍ଛ ଶକ୍ତି ସେସ ଉଠିଯିବ କିମ୍ବା ଏହା ଜାରି ରହିବ ।
|
କୋଇଲା ଉପରେ ଥିବା ସ୍ୱଳ୍ପ ପରିବେଶ କର ସ୍ଥାନରେ ଜିଏସଟି କ୍ଷତିପୂରଣ ସେସ ଲାଗୁ ହେବ ।
|