ଜିଏସ୍ ଟି କାନୁନ ଅନ୍ତର୍ଗତ ରପ୍ତାନି ପାଇଁ କ’ଣ ପ୍ରାବଧାନ ରହିଛି ? ଜିଏସ୍ ଟି କାନୁନ ଅନ୍ତର୍ଗତ ସାମଗ୍ରୀ କିମ୍ବା ସେବାର ରପ୍ତାନି ସଂକ୍ରାନ୍ତରେ ନିମ୍ନଲିଖିତ ପ୍ରାବଧାନ ରହିଛି । ରପ୍ତାନିକୁ ଅନ୍ତର୍ଜାତୀୟ ଯୋଗାଣ ଭାବେ ବିବେଚନା କରାଯିବ ଓ ଏହା ଉପରେ ଆଇଜିଏସ୍ ଟି ଅଧିନିୟମ ଲାଗୁହେବ । ରପ୍ତାନି ‘ଜିରୋ ରେଟେଡ୍ ସପ୍ଲାଇ’ ହେବ ଅର୍ଥାତ ରପ୍ତାନି କରାଯାଇଥିବା ସାମଗ୍ରୀ କିମ୍ବା ସେବା ଉପରେ ଇନୁପଟ ଷ୍ଟେଜ କିମ୍ବା ଅନ୍ତିମ ଉତ୍ପାଦ ଷ୍ଟେଜ ଉପରେ ଲାଗୁ ଜିଏସ୍ ଟିର ଛାଡ ଦିଆଯିବ । ଜିଏସ୍ ଟି ଅନ୍ତର୍ଗତ ସାମଗ୍ରୀର ରପ୍ତାନିର ଜିରୋ ରେଟିଙ୍ଗ୍ ର କ’ଣ ପ୍ରଭାବ ହେବ ? ଏହାର ଅନ୍ତରାଷ୍ଟ୍ରୀୟ ବଜାରର ପ୍ରତିସ୍ପର୍ଦ୍ଧାରେ ଭାରତୀୟ ରପ୍ତାନୀର ସ୍ଥିତି ଉତ୍ତମ ହେବ । କ’ଣ ଜିଏସ୍ ଟି ବ୍ୟବସ୍ଥାରେ ନିର୍ମାତା ରପ୍ତାନୀକାରୀଙ୍କ ପାଇଁ ରପ୍ତାନୀର ପ୍ରକ୍ରିୟା ସହଜ କରାଯାଇଛି ? ହଁ । ରପ୍ତାନୀର ପ୍ରକ୍ରିୟା ସହଜ କରିଦିଆଯାଇଛି ଯେପରି ପେପର ୱାର୍କରେ କମ୍ ହେବ ଓ ରପ୍ତାନୀର ବିଭିନ୍ନ ପର୍ଯ୍ୟାୟରେ ବିଭାଗର ହସ୍ତକ୍ଷେପ ମଧ୍ୟ ନହେବ । ଜିଏସ୍ ଟି ବ୍ୟବସ୍ଥାରେ ରପ୍ତାନୀ ପ୍ରକ୍ରିୟାର ମୁଖ୍ୟ ବିଶେଷତଃ ଏହି ପ୍ରକାର : ସାମଗ୍ରୀ ଏବଂ ସେବା ରପ୍ତାନୀ କରିବା ପାଇଁ ହୁଏତ ଆଇଜିଏସ୍ ଟିର ପୈଠ କରିବାକୁ ହେବ କିମ୍ବା ଆଇଜିଏସ୍ ଟି ପୈଠ କରିବା ବିନା ବଣ୍ଡ କିମ୍ବା ଅଣ୍ଡରଟେକିଂ ଲେଟର ଦେବାକୁ ହେବ । ସାମଗ୍ରୀ କିମ୍ବା ସେବାର ରପ୍ତାନୀ ବଣ୍ଡ କିମ୍ବା ଏଲ୍ ୟୁଟି ଅନ୍ତର୍ଗତ କରିବା ପରେ ରପ୍ତାନୀକାରୀ ରପ୍ତାନୀର କାରଣ ଜମା ଆଇଟିସିର ରିଫଣ୍ଡ ଦାବି କରିପାରିବେ । ସାମଗ୍ରୀର ରପ୍ତାନୀ ପାଇଁ ସୀମା ଶୁଳ୍କ ବିଭାଗରେ କେବଳ ଗୋଟିଏ ଦସ୍ତାବିଜ୍ ସିପିଂ ବିଲ୍ ଫାଇଲ କରିବାକୁ ହେବ । ଏଆରଇ ୧/ଏଆରଇ ୨ ପ୍ରସ୍ତୁତ କରିବାର ଆବଶ୍ୟକତାକୁ ସମାପ୍ତ କରିଦିଆଯାଇଛି । ରପ୍ତାନି ପାଇଁ ଯୋଗାଣକୁ ସ୍ଵୟଂ ସତ୍ୟାପିତ ଓ ସିଲ୍ ବନ୍ଦ କରିବାକୁ ପଡିବ । ବିଭାଗର ଅଧିକାରୀଙ୍କ କୌଣସି ହସ୍ତକ୍ଷେପ ହେବନାହିଁ । କଷ୍ଟମ୍ ସରେ ପ୍ରସ୍ତୁତ ସିପିଂ ବିଲ୍ କୁ ଆଇଜିଏସ୍ ଟି ରିଫଣ୍ଡର ଆବେଦନ ବିଚାର କରାଯାଏ ଓ ଏକ୍ସପୋର୍ଟ ଜେନେରାଲ ମାନିଫେଷ୍ଟ ଜମା କରିବା ଓ ଆବେଦନ ଦ୍ଵାରା ଫର୍ମ ଜିଏସ୍ ଟିଆର୍ ୩ରେ ବୈଧ ରିଟର୍ଣ୍ଣ ଜମା କରିବା ପରେ ରିଫଣ୍ଡ ଫାଇଲ ହେଲା ବୋଲି ବିଚାର କରାଯାଏ । କ’ଣ ମର୍ଚ୍ଚାଣ୍ଟ ରପ୍ତାନିକାରୀଙ୍କ ପାଇଁ ଜିଏସ୍ ଟି ବ୍ୟବସ୍ଥାରେ ରପ୍ତାନି ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ କରାଯାଇଛି ? ଜିଏସ୍ ଟି ବ୍ୟବସ୍ଥାର ଅନ୍ତର୍ଗତ ମର୍ଚ୍ଚାଣ୍ଟ ରପ୍ତାନିକାରୀ କିମ୍ବା ନିର୍ମାତା ରପ୍ତାନିକାରୀଙ୍କ ମଧ୍ୟରେ କୌଣସି ଅନ୍ତର ନାହିଁ । ରପ୍ତାନି ପାଇଁ ଯୋଗାଣର ପ୍ରକ୍ରିୟା ମର୍ଚ୍ଚାଣ୍ଟ ରପ୍ତାନିକାରୀ ଓ ନିର୍ମାତା ରପ୍ତାନିକାରୀ ଉଭୟଙ୍କ ପାଇଁ ଏକ ଅଟେ । ଜିଏସ୍ ଟି କାନୁନରେ ଏକ ଏସ୍ ଇଜେଡ୍ ୟୁନିଟ କିମ୍ବା ଏସ୍ ଇଜେଡ୍ ଡେଭଲପରକୁ କରାଯାଇଥିବା ଯୋଗାଣକୁ ଜିରୋ ରେଟେଡ୍ ସପ୍ଲାଇ ବୋଲି ବିବେଚନା କରାଯାଏ । ତେବେ ଜିଏସ୍ ଟି କାନୁନରେ କୌଣସି ଡିଟିଏ ୟୁନିଟରୁ ଏସ୍ -ଇଜେଡ୍ ୟୁନିଟ କିମ୍ବା ଏସ୍ ଇଜେଡ୍ ଡେଭଲପର ପାଇଁ ଯୋଗାଣ ଉପରେ କର ନଲାଗିବାର ଉଲ୍ଲେଖ କାହିଁକି ନାହିଁ ? ହଁ, ଏକ ଏସ୍ ଇଜେଡ୍ ୟୁନିଟ କିମ୍ବା ଏକ ଏସ୍ ଇଜେଡ୍ ଡେଭଲପରକୁ କରାଯାଇଥିବା ଯୋଗାଣ ଜିରୋ ରେଟେଡ୍ ଅଟେ । ଏକ ଏସ୍ ଇଜେଡ୍ ୟୁନିଟ କିମ୍ବା ଏସ୍ ଇଜେଡ୍ ଡେଭଲପରକୁ କରାଯାଇଥିବା ଯୋଗାଣକୁ ରପ୍ତାନି ପାଇଁ କରାଯାଇଥିବା ଯୋଗାଣ ଭାବେ ସେହିପରି କରାଯାଇପାରିବ । ଏପରି ଆଇଜିଏସ୍ ଟି ପୈଠ କର ଫେରସ୍ତ ଦାବି କରିବା କିମ୍ବା ଆଇଜିଏସ୍ ଟି ପୈଠ ନ କରି ବଣ୍ଡ କିମ୍ବା ଏଲୟୁଟି ଦେବା । ଯଦି ଏସ୍ ଇଜେଡ୍ ୟୁନିଟ କିମ୍ବା ଏସ୍ ଇଜେଡ୍ ଡେଭଲପର ଅଣପଞ୍ଜୀକୃତ ଯୋଗାଣକାରୀଙ୍କଠାରୁ ସାମଗ୍ରୀ କିମ୍ବା ସେବା କ୍ରୟ କରନ୍ତି ତେବେ କ’ଣ ଏସ୍ ଇଜେଡ୍ ୟୁନିଟ କିମ୍ବା ଏସ୍ ଇଜେଡ୍ ଡେଭଲପରଙ୍କୁ ରିଭର୍ସ ଚାର୍ଜ ଅନ୍ତର୍ଗତ ଜିଏସ୍ ଟି ପୈଠ କରିବାକୁ ହେବ କିମ୍ବା ଏହା ଜିରୋ ରେଟେଡ୍ ସପ୍ଲାଇ ହେବ । ଏସ୍ ଇଜେଡ୍ ୟୁନିଟ କିମ୍ବା ଏସ୍ ଇଜେଡ୍ ଡେଭଲପରକୁ କରାଯାଇଥିବା ଯୋଗାଣକୁ ଆଇସିଏସ୍ ଟି ଅଧିନିୟମ ଅନ୍ତର୍ଗତ ଆନ୍ତରାଜ୍ୟ ଯୋଗାଣର ନାମ ଦିଆଯାଇଛି । ଜିଏସ୍ ଟି ଆଇନ ଅନ୍ତର୍ଗତ ଆନ୍ତରାଜ୍ୟ ଯୋଗାଣ କରୁଥିବା ଯୋଗାଣକାରୀର ଜିଏସ୍ ଟିର ଅନ୍ତର୍ଗତ ପଞ୍ଜିକୃତ ହେବା ଅନିବାର୍ଯ୍ୟ ଅଟେ । ଜିଏସ୍ ଟି ବ୍ୟବସ୍ଥାରେ ସାମଗ୍ରୀ କିମ୍ବା ସେବା ରପ୍ତାନିର ସନ୍ଦର୍ଭରେ ରିଫଣ୍ଡ ମିଳିବାର କ’ଣ ସମୟସୀମା ଅଟେ ? ଯଦି ରିଫଣ୍ଡ ରପ୍ତାନିରେ ପ୍ରୟୋଗ କରାଯାଇଥିବା ଇନପୁଟ ଉପରେ ଲାଗୁଥିବା କର କ୍ଷେତ୍ରରେ : ରିଫଣ୍ଡର ଆବେଦନ ମିଳିବାର ସାତଦିନ ମଧ୍ୟରେ ତତ୍କାଳ ୯୦% ପୈଠ କରାଯିବ । ଅବଶିଷ୍ଟ ୧୦% ପୈଠ ସମସ୍ତ ଦୃଷ୍ଟିକୋଣରୁ ପୂର୍ଣ୍ଣ ଆବେଦନ ମିଳିବା ତାରିଖରୁ ସର୍ବାଧିକ ୬୦ ଦିନ ଭିତରେ କରି ଦିଆଯିବ । ୬୦ ଦିନ ଭିତରେ ସମ୍ପୂର୍ଣ୍ଣ ରିଫଣ୍ଡ ନ ଦେବା ଉପରେ ୬% ଦରରେ ସୁଧ ଦେବାକୁ ପଡିବ । ଯଦି ରିଫଣ୍ଡ ରପ୍ତାନି ଉପରେ ପୈଠ କରାଯାଇଥିବା ଆଇଜିଏସ୍ ଟି କ୍ଷେତ୍ରରେ : ରପ୍ତାନିକାରୀ ଦ୍ଵାରା କମନ୍ ପୋର୍ଟାଲ ଉପରେ ଫର୍ମ ଜିଏସ୍ ଟିଆର୍ ୩ରେ ବୈଧ ରିଟର୍ଣ୍ଣ ପ୍ରସ୍ତୁତ କରିବାର ସୂଚନା ମିଳିବା ପରେ ସୀମା ଶୁଳ୍କ ବିଭାଗ ରିଫଣ୍ଡର ଦାବି ଉପରେ କାର୍ଯ୍ୟାନୁଷ୍ଠାନ କରିବ ଓ ପ୍ରତ୍ୟକ ସିପିଂ ବିଲ୍ ପାଇଁ ପୈଠ କରାଯାଇଥିବା ଆଇଜିଏସ୍ ଟିର ସମାନ ରାଶି ରପ୍ତାନିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରିଦିଆଯିବ । କ’ଣ ନେପାଳ ଓ ଭୁଟାନକୁ ସାମଗ୍ରୀର ରପ୍ତାନି ଜିରୋ ରେଟେଡ୍ ବୁଝାପଡିବ କିମ୍ବା କ’ଣ ଏଥିପାଇଁ ଜିଏସ୍ ଟି ବ୍ୟବସ୍ଥା ଅନ୍ତର୍ଗତ ଜିରୋ ରେଟେଡ୍ ସପ୍ଲାଇର ସମସ୍ତ ଲାଭ ମିଳିବ ? ନେପାଳ କିମ୍ବା ଭୁଟାନକୁ ସାମଗ୍ରୀ ରପ୍ତାନି ଭାରତ ବାହାରକୁ ଯାଉଥିବା ସାମଗ୍ରୀର ସମ୍ପର୍କରେ ଜିଏସ୍ ଟି ଆଇନର ନିୟମାବଳୀ ପୂରଣ କରେ । ତେଣୁ ନେପାଳ ଓ ଭୁଟାନକୁ ରପ୍ତାନି ସାମଗ୍ରୀ ଜିରୋରେଟେଡ୍ ବୋଲି ବିବେଚନା କରାଯିବ ଓ ପରିମାଣରେ ଜିଏସ୍ ଟି ଆଇନ ଅଧୀନରେ ଜିରୋ ରେଟେଡ୍ ସପ୍ଲାଇ ନିମନ୍ତେ ଉପଲବ୍ଧ ସମସ୍ତ ସୁବିଧା ପାଇବାକୁ ମଧ୍ୟ ବିବେଚିତ ହେବ । ଯାହାହେଉ ଜିଏସ୍ ଟି କାନୁନ ଅନ୍ତର୍ଗତ ‘ ସେବାର ରପ୍ତାନି ’ ର ପରିଭାଷା ଅନୁଯାୟୀ ଏହା ଆବଶ୍ୟକ ଅଟେ କି ଯୋଗାଣକାରୀକୁ ଏପରି ସେବାର ପୈଠ ବିନିମୟ ଯୋଗ୍ୟ ବିଦେଶୀ ମୁଦ୍ରାରେ କରାଯାଇଛି । ଜିଏସ୍ ଟି କାନୁନ ଅନ୍ତର୍ଗତ ଡିମ୍ ଡ ଏକ୍ସପୋର୍ଟ କ’ଣ ଅଟେ ? କ’ଣ ସରକାର କୌଣସି ଯୋଗାଣର ଡିମ୍ ଡ ଏକ୍ସପୋର୍ଟ ରୂପରେ ବର୍ଗୀକୃତ କରିଛନ୍ତି ? ସିଜିଏସ୍ ଟି ନିୟମାବଳୀ ୨୦୧୭ ଧାରା ୨(୩୯) ଅନୁଯାୟୀ ଧାରା ୧୪୭ ଅନ୍ତର୍ଗତ ଅଧିସୂଚିତ ସାମଗ୍ରୀତ ଯୋଗାଣକୁ ଡ଼ିମଡ଼ ଏକ୍ସପୋର୍ଟ ଭାବେ ବିଚାର କରାଯିବ । ଧାରା ୧୪୭ ଅନ୍ତର୍ଗତ କାଉନସିଲର ସୁପାରିସ ଉପରେ ଭାରତ ନିର୍ମିତ କିଛି ସାମଗ୍ରୀର ଯୋଗାଣକୁ ଡ଼ିମଡ଼ ଏକ୍ସପୋର୍ଟ ପାଇଁ ଅଧିସୂଚିତ କରେ । ଯେଉଁଠାରେ ଯୋଗାଣ କରାଯାଇଥିବା ସାମଗ୍ରୀ ଭାରତରୁ ବାହାରକୁ ଯାଏନାହିଁ କିମ୍ବା ଏପରି ଯୋଗାଣ ପାଇଁ ପୈଠ କିମ୍ବା ଭାରତୀୟ ମୁଦ୍ରା କିମ୍ବା ବିନିମୟ ଯୋଗ୍ୟ ବିଦେଶୀ ମୁଦ୍ରାରେ ପ୍ରାପ୍ତ ହୁଏ । ଯାହାହେଉ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଏପରି କୌଣସି ଯୋଗାଣର ଡ଼ିମଡ଼ ଏକ୍ସପୋର୍ଟ ପାଇଁ ଅଧିସୂଚିତ କରିନାହାନ୍ତି । କ’ଣ ଜିଏସ୍ ଟି ବ୍ୟବସ୍ଥାରେ ଇଓୟୁ ସ୍କିମ ଜାରି ରହିବ କିମ୍ବା କ’ଣ ଇଓୟୁ କୁ ଜିଏସ୍ ଟି ଆଇନ ଅନ୍ତର୍ଗତ ପଞ୍ଜୀକରଣ କରିବାକୁ ପଡିବ ? ଜିଏସ୍ ଟି ଅନ୍ତର୍ଗତ ଇଓୟୁ ଅନ୍ୟ ଯୋଗାଣକାରୀଙ୍କ ପରି ସମାନ ଅଟେ ଏବଂ ଜିଏସ୍ ଟି ଆଇନ ସମସ୍ତ ପ୍ରାବଧାନ ତା’ଉପରେ ଲାଗୁହେବ । ଯାହାହେଉ , ସେହି ରପ୍ତାନି ଉପରେ ମୌଳିକ କଷ୍ଟମ ଡ୍ୟୁଟିରୁ ଛାଡର ଲାଭ ମିଳୁଥିବ । ଜିଏସ୍ ଟି ବ୍ୟବସ୍ଥାରେ ଇଓୟୁ ସ୍କିମ ପାଇଁ ସଂକ୍ରାନ୍ତ କ’ଣ ଲାଭ ଉପଲବ୍ଧ ହେବ ? ଜିଏସ୍ ଟିରେ ଶୁଳ୍କ ପୈଠ ରପ୍ତାନିର ସୁବିଧା ମୌଳିକ ସୀମା ଶୁଳ୍କ କରରେ ଛାଡ ପର୍ଯ୍ୟନ୍ତ ସୀମିତ ରହିବ । ସୀମା ଶୁଳ୍କ ତାରିଫ ଅଧିନିୟମ, ୧୯୭୫ର ଧାରା ୩(୧), ୩(୩) ଓ ୩(୫) ର ଅନ୍ତର୍ଗତ ଅତିରିକ୍ତ ସୀମା ଶୁଳ୍କର ଛାଡ, ଯଦି ହୋଇଥାଏ , ଏବଂ କେନ୍ଦ୍ରୀୟ ଉତ୍ପାଦ କରର ଛାଡ କେବଳ କେନ୍ଦ୍ରୀୟ ଉତ୍ପାଦ କର ଅଧିନିୟମର ଚତୁର୍ଥ ସୂଚୀରେ ନିର୍ଦ୍ଧିଷ୍ଟ ସାମଗ୍ରୀ ପାଇଁ ଉପଲବ୍ଧ ହେବ । ଇଓୟୁକୁ ଯୋଗାଣ କରୁଥିବା ଯୋଗାଣକାରୀକୁ ଆଇଜିଏସ୍ ଟି କିମ୍ବା ସିଜିଏସ୍ ଟି କିମ୍ବା ଏସ୍ ଜିଏସ୍ ଟିର ପୈଠ କରିବାକୁ ହେବ । କୌଣସି ଅନ୍ୟ ପଞ୍ଜିକୃତ ବ୍ୟକ୍ତିର ସମାନ ଇଓୟୁକୁ ମଧ୍ୟ ନିଜର ଯୋଗାଣକାରୀ ଦ୍ଵାରା ପୈଠ କରାଯାଇଥିବା ଜିଏସ୍ ଟିର ଇନପୁଟ୍ ଟ୍ୟାକ୍ସ କ୍ରେଡିଟ ମିଳିବ । କ’ଣ ଇଓୟୁ ଦ୍ଵାରା କିମ୍ବା ଏଥିରେ କରାଯାଉଥିବା ଯୋଗାଣ ଜିଏସ୍ ଟି ମୁକ୍ତ ହେବ ? ନା । ଜିଏସ୍ ଟି ଆଇନ ଅନ୍ତର୍ଗତ ଇଓୟୁକୁ ଯୋଗାଣ କରୁଥିବା ଯୋଗାଣକାରୀକୁ ଆଇଜିଏସ୍ ଟି କିମ୍ବା ସିଜିଏସ୍ ଟି କିମ୍ବା ଏସ୍ ଜିଏସ୍ ଟିର ପୈଠ କରିବାକୁ ପଡିବ । ଇଓୟୁ ନିଜର ଯୋଗାଣକାରୀ ଦ୍ଵାରା ପୈଠ କରାଯାଇଥିବା ଜିଏସ୍ ଟିର ଇନପୁଟ ଟ୍ୟାକ୍ସ କ୍ରେଡିଟ ନେଇପାରିବେ । ଇଓୟୁ ଦ୍ଵାରା କରାଯାଇଥିବା ଯୋଗାଣ ଜିଏସ୍ ଟି ମୁକ୍ତ ହେବ ନାହିଁ ଯାହାହେଉ ଆଇଜିଏସ୍ ଟି ଧାରା ୧୬ ଅନ୍ତର୍ଗତ ପରିଭାଷିତ ଜିରୋ ରେଟେଡ୍ ସପ୍ଲାଇ ଅର୍ଥାତ ଇଓୟୁ ଦ୍ଵାରା କରାଯାଇଥିବା ରପ୍ତାନି କିମ୍ବା ଏସ୍ଇଜେଡ୍ ୟୁନିଟ କିମ୍ବା ଏସ୍ଇଜେଡ୍ ଡେଭଲପରକୁ କରାଯାଇଥିବା ଯୋଗାଣ ଜିଏସ୍ ଟି ମୁକ୍ତ ହେବ । ଜିଏସ୍ ଟି ବ୍ୟବସ୍ଥାରେ ଇଓୟୁ ଦ୍ଵାରା ସୀମା ଶୁଳ୍କ ଦେବା ବିନା କୌଣସି ମାଲିକ ରପ୍ତାନି କରିବା ପାଇଁ କିମ୍ବା ପ୍ରକ୍ରିୟା ଆପଣେଇ ହେବ ? ରପ୍ତାନି ସମ୍ପର୍କୀୟ ଏପରି ଲାଭ ନେବାପାଇଁ ଇଓୟୁ ସୀମା ଶୁଳ୍କ ନିୟମ, ୨୦୧୭ ଅନ୍ତର୍ଗତ ନିର୍ଦ୍ଧାରିତ ପ୍ରକ୍ରିୟା ପୂରଣ କରିବାକୁ ହେବ ? କ’ଣ ଏକ ଇଓୟୁ ଅନ୍ୟ ଇଓୟୁକୁ ମାଲର ଖଲାସ କରିପାରିବ ? ଏବଂ ଇଓୟୁ ସାମଗ୍ରୀକୁ ଜବୱାର୍କ ପାଇଁ ପଠାଇପାରିବ ? ଏହି ସ୍ଥିତିରେ କର ପୈଠର ଦାୟିତ୍ଵ କାହାର ହେବ । ଏକ ଇଓୟୁରୁ ଅନ୍ୟ ଇଓୟୁକୁ ମାଲ ଖଲାସର ଜିଏସ୍ ଟି କାନୁନ ଅନ୍ତର୍ଗତ କୌଣସି ଅନ୍ୟ ଯୋଗାଣକୁ ସମାନ ବିଚାର କରାଯିବ । କୌଣସି ଇଓୟୁ ସିଜିଏସ୍ ଟି ନିୟମାବଳୀ , ୨୦୧୭ର ଧାରା ୧୪୩ ଓ ସିଜିଏସ୍ ଟି ନିୟମ ୨୦୧୭ର ନିୟମ ୪୫ ଅନ୍ତର୍ଗତ ଜବୱାର୍କ ପାଇଁ ସାମଗ୍ରୀକୁ ପଠାଇପାରିବ ଓ ତଦନୁଯାୟୀ କର ଦେବାର ଦାୟିତ୍ଵ ସମ୍ପୂର୍ଣ୍ଣ କରାଯିବ । ମେସର୍ସ ଏକ୍ସୱାଇଜେଡ୍ ମାଲର ରପ୍ତାନି କରୁଛି ଓ ଏହାର କାରବାର ପ୍ରାୟ ୫ କୋଟି ଟଙ୍କା ଅଟେ ଏବଂ ଘରୋଇ ଉପଯୋଗ ପାଇଁ କୌଣସି ଯୋଗାଣ କରୁନାହିଁ । ମେସର୍ସ ଏକ୍ସୱାଇଜେଡ୍ ପାଇଁ କେନ୍ଦ୍ରୀୟ ବ୍ୟାପାର ଶୁଳ୍କ ଅନ୍ତର୍ଗତ ପଞ୍ଜିକୃତ ହେବା ଅନିବାର୍ଯ୍ୟ ନ ଥିଲା । କ’ଣ ଜିଏସ୍ ଟି ଅନ୍ତର୍ଗତ ମେସର୍ସ ଏକ୍ସୱାଇଜେଡ୍ କୁ ନିଜର ପଞ୍ଜୀକରଣ କରିବାକୁ ହେବ ? ହଁ, କାରଣ ଆଇଜିଏସ୍ ଟି କାନୁନ ଅନ୍ତର୍ଗତ ରପ୍ତାନିକୁ ଅନ୍ତର୍ରାଷ୍ଟ୍ରୀୟ ଯୋଗାଣ ବୋଲି ବିବେଚନା କରାଯାଏ । ଆମେ ରପ୍ତାନିର ଉଦ୍ଦେଶ୍ୟରେ ଉତ୍ପାଦ ଶୁଳ୍କରୁ ଛାଡ ପାଇଥିବା ମାଲର ଉତ୍ପାଦନ କରୁ । ଆମେ ରପ୍ତାନିର କ୍ରୟ କରାଯାଇଥିବା ଇନପୁଟର ରିବେଟ୍ ର ଲାଭ ନେଉଛୁ । ଜିଏସ୍ ଟି କାନୁନର ଅନ୍ତର୍ଗତ ଯଦି ଆମର ଯୋଗାଣ ବର୍ତ୍ତମାନ ଛାଡ ପ୍ରାପ୍ତ ଯୋଗାଣ ଅଟେ ତେବେ ଆମକୁ କ’ଣ କରିବାକୁ ପଡିବ ? ଆଇଜିଏସ୍ ଟି କାନୁନ ଅନ୍ତର୍ଗତ ମାଲ ରପ୍ତାନି ଯାହାକି କରମୁକ୍ତ ସପ୍ଲାଇ ଅଟେ, କରୁଥିବା ବ୍ୟକ୍ତି ଜିରୋ ରେଟେଡ୍ ସପ୍ଲାଇ ପାଇଁ ଇନପୁଟ ଷ୍ଟେଜ କ୍ରେଡିଟ ନେଇପାରିବ । ସାମଗ୍ରୀର ଯୋଗାଣ ପରେ ବଳିଥିବା କ୍ରେଡିଟର ରିଫଣ୍ଡ ଆଇଜିଏସ୍ ଟି ନିୟମାବଳୀ, ୨୦୧୭ର ଧାରା ୧୬(୩) (କ) ଓ ସିଜିଏସ୍ ଟି ନିୟମାବଳୀ , ୨୦୧୭ ଧାରା ୫୪ ଓ ଏହାର ଅଧୀନରେ ପ୍ରସ୍ତୁତ ନିୟମକୁ ନିଆଯାଇପାରିବ । ଆମେ ବିଭିନ୍ନ ଉତ୍ପାଦର କାରବାର କରୁଥିବା ମର୍ଚ୍ଚାଣ୍ଟ ରପ୍ତାନିଅଟୁ ବର୍ତ୍ତମାନ ଲାଗୁ ପ୍ରକ୍ରିୟା ଅନୁଯାୟୀ ଆମେ କୌଣସି ଫ୍ୟାକ୍ଟ୍ରିରୁ ସିଟି୧/ ଏଆର୍ ଇ ୧ର ଅନ୍ତର୍ଗତ ସାମଗ୍ରୀ କିଣୁଛୁ । ଯେପରିକି ଆମ ଉପରେ ଉତ୍ପାଦ କର ଲାଗିବ ନାହିଁ । ସାମଗ୍ରୀର ରପ୍ତାନି ପରେ ଆମର ସମ୍ବନ୍ଧ ଫ୍ୟାକ୍ଟ୍ରିର ରପ୍ତାନିର ପ୍ରମାଣ ଓ ଫର୍ମ ଏଚ୍ ଦିଆଯାଇଛି ।ସିଜିଏସ୍ ଟିର ଆମ ଉପରେ କ’ଣ ପ୍ରଭାବ ପଡିବ ଏବଂ ବର୍ତ୍ତମାନ ଆମକୁ କେଉଁ ପ୍ରକ୍ରିୟା ଆପଣାଇବାକୁ ପଡିବ ? ଜିଏସ୍ ଟି ବ୍ୟବସ୍ଥାରେ ସାମଗ୍ରୀର ଯୋଗାଣ କରଯୋଗ୍ୟ ଅଟେ । ରପ୍ତାନି ଅନ୍ତର୍ରାଷ୍ଟ୍ରୀୟ ଯୋଗାଣ ଅଟେ । ଏଥିପାଇଁ ଆପଣଙ୍କୁ ସିଏସ୍ ଟି ରେଜିଷ୍ଟ୍ରେସନ କରିବାକୁ ପଡିବ । ନିର୍ମାତାଙ୍କ ଦ୍ଵାରା ଆପଣଙ୍କୁ କରାଯାଇଥିବା ମାଲର ଯୋଗାଣ ଉପରେ ଆଇଜିଏସ୍ ଟି କିମ୍ବା ସିଜିଏସ୍ ଟି କିମ୍ବା ଏସ୍ ଜିଏସ୍ ଟି / ୟୁଟିଜିଏସ୍ ଟିର ପୈଠ କରିବାକୁ ପଡିବ । ଆପଣ ସାମଗ୍ରୀ ଓ ସେବା ଉପରେ ଦିଆଯାଇଥିବା କରର ଇନପୁଟ୍ ଷ୍ଟେଜ ଟ୍ୟାକ୍ସ କ୍ରେଡିଟ ନେଇପାରିବେ କିମ୍ବା ବଣ୍ଡ /ଏଲ୍ ୟୁଟିର ଅନ୍ତର୍ଗତ ସାମଗ୍ରୀକୁ ରପ୍ତାନି କରିପାରିବେ । ବିକଳ୍ପ ଭାବେ ଅନ୍ – ଯୁଟିଲାଇଜଡ କ୍ରେଡିଟର ରିଫଣ୍ଡ ନିଆଯାଇପାରିବା । ଏହାଛଡା ଆପଣ ଇଣ୍ଟିଗ୍ରେଟେଡ ଶୁଳ୍କର ପୈଠ କରିଲେ ମଧ୍ୟ ମାଲ ରପ୍ତାନି କରିପାରିବେ । ଆପଣଙ୍କୁ ଇଣ୍ଟିଗ୍ରେଟେଡ ଟ୍ୟାକ୍ସର ରିଫଣ୍ଡ ମିଳିବ । ଜିଏସ୍ ଟି ଲାଗୁହେବା ସମୟରେ ମୋ ପାଖରେ ଥିବା ଇନପୁଟ , ଅର୍ଦ୍ଧନିର୍ମିତ ଦ୍ରବ୍ୟ ଓ ତିଆରି ଦ୍ରବ୍ୟର ଷ୍ଟକ ଅଛି ; କିନ୍ତୁ ମୋ ପାଖରେ ଶୁଳ୍କ ପୈଠ କାଗଜପତ୍ର ନାହିଁ । ଜିଏସ୍ ଟି ଲାଗୁହେବା ପରେ କରାଯାଇଥିବା ରପ୍ତାନି ପାଇଁ ଏହି ଇନପୁଟ, ଅର୍ଦ୍ଧନିର୍ମିତ ସାମଗ୍ରୀ ଓ ତିଆରି ସାମଗ୍ରୀ ଉପରେ ପୈଠ କରାଯାଇଥିବା କରକୁ ମୋତେ କେଉଁ ପ୍ରକାର ଭରଣା କରିବାକୁ ପଡିବ । ଡ୍ରବ୍ୟାକର ଲାଭ ଉଠାଇବାପାଇଁ ତିନିମାସର ଟ୍ରାନଜିସନ ଅବଧି ଦିଆଯାଇଛି । ଏହି ଅବଧି ସମୟରେ ରପ୍ତାନି କରାଯାଇଥିବା ସାମଗ୍ରୀ ଉପରେ କମ୍ପୋଜିଟ ଡ୍ରବ୍ୟାକର ଉଚ୍ଚଦର ଉପଲବ୍ଧ ହେବ , ମାତ୍ର ଏହି ସର୍ତ୍ତରେ ଯେ ସିଜିଏସ୍ ଟି / ଆଇଜିଏସ୍ ଟିର ଆଇଟିସିର ଦାବି କରାଯାଇନାହିଁ ଏବଂ ରପ୍ତାନି କରାଯାଇଥିବା ସାମଗ୍ରୀ ଉପରେ ପୈଠ କରାଯାଇଥିବା ଆଇଜିଏସ୍ ଟିର ରିଫଣ୍ଡର ଦାବି କରାଯାଏ ନାହିଁ କିମ୍ବା ସେନଭାଟ କ୍ରେଡିଟକୁ ଆଗକୁ ନିଆଯାଏନାହିଁ । ମୁଁ ଏସ୍ଇଜେଡ୍ ୟୁନିଟ ଓ ଡେଭଲପରକୁ ସାମଗ୍ରୀ ଯୋଗାଣ କରୁଛି । ଏହି ଯୋଗାଣ ପାଇଁ ମୋତେ କିମ୍ବା ପ୍ରାପ୍ତକାରୀକୁ ଡ୍ରବ୍ୟାକର ସୁବିଧା ଉପଲବ୍ଧ ଅଟେ । ଜିଏସ୍ ଟି ବ୍ୟବସ୍ଥା ଅନ୍ତର୍ଗତ ଏହି ସାମଗ୍ରୀର ଡ୍ରବ୍ୟାକର କ’ଣ ସ୍ଥିତି ଅଟେ ? ଏହି ସାମଗ୍ରୀରେ କୌଣସି ପରିବର୍ତ୍ତନ ନାହିଁ କେବଳ ଏହି ସର୍ତ୍ତ ଛଡା ଯଦି ଡ୍ରବ୍ୟାକର କ୍ଲେମ ଡିଟିଏ ଯୋଗାଣକାରୀ ଦ୍ଵାରା କରାଯିବ ତେବେ ଏହାର ଦାବି କ୍ଷେତ୍ରାଧିକାରୀ ସୀମାଶୁଳ୍କ ଅଧିକାରୀଙ୍କ ଠାରେ ଦାଖଲ ହେବା ଦରକାର । କ’ଣ କୌଣସି ଇଓୟୁ ଡିଟିଏରେ ସାମଗ୍ରୀ ବିକି ପାରିବ ? ହଁ ଇଓୟୁ ବିଦେଶ ବ୍ୟାପାର ନୀତି ଅନ୍ତର୍ଗତ ନିର୍ଦ୍ଧାରିତ ପ୍ରାବଧାନର ଅନୁରୂପ ଡିଟିଏର ସାମଗ୍ରୀ ବିକ୍ରି କରାଯାଇପାରିବ । କ’ଣ ରପ୍ତାନିକାରୀକୁ ଅଣପଞ୍ଜୀକୃତ ବ୍ୟକ୍ତିଙ୍କ ଠାରୁ ସାମଗ୍ରୀ କିଣିବା ପରେ ଜିଏସ୍ ଟି ପୈଠ କରିବାକୁ ପଡିବ ? ଅଣପଞ୍ଜିକୃତ ବ୍ୟକ୍ତି ଦ୍ଵାରା କରାଯାଇଥିବା ମାଲର ଯୋଗାଣ ବିଷୟରେ ପଞ୍ଜୀକୃତ ବ୍ୟକ୍ତି ଅର୍ଥାତ୍ ରପ୍ତାନିକାରୀକୁ ରିଭର୍ସ ଚାର୍ଜ ପ୍ରକ୍ରିୟା ଅଧୀନ ଜିଏସ୍ ଟିର ପୈଠ କରିବାକୁ ପଡିବ । ଯାହାହେଉ ରପ୍ତାନିକାରୀ ଏପରି ଜିଏସ୍ ଟି ପୈଠ ଉପରେ ଆଟିସିର ଲାଭ ଉଠାଇପାରିବେ ଏବଂ ଆଇଟିସି ପୈଠ କିମ୍ବା ରିଫଣ୍ଡ ପାଇଁ ଏହାର ଉପଯୋଗ କରିପାରିବେ । କ’ଣ ବିଦେଶୀ କ୍ରୟକାରୀଙ୍କ କ୍ରୟ ଏଜେଣ୍ଟଙ୍କ ଦ୍ଵାରା ଅର୍ଜିତ କମିଶନ ଉପରେ ଜିଏସ୍ ଟି ଦେୟ ହେବ ? ହଁ, ଯେହେତୁ କମିଶନ ଭାରତରେ ଏଜେଣ୍ଟ ଦ୍ଵାରା ପ୍ରାପ୍ତ କରାଯାଉଛି ଓ ସେବାର ଯୋଗାଣର ସ୍ଥାନ ଅଟେ ଏଥିପାଇଁ ଜିଏସ୍ ଟି ଦେବାକୁ ପଡିବ । ଜିଏସ୍ ଟି କାର୍ଯ୍ୟାନ୍ଵୟନ ଅବସରରେ ରପ୍ତାନି ପ୍ରୋତ୍ସାହନ ଯୋଜନାର ଟ୍ରାନ୍ ଜିସନ କ’ଣ ଜିଏସ୍ ଟି ବ୍ୟବସ୍ଥା ଅନ୍ତର୍ଗତ ଡ୍ରବ୍ୟାକ୍ ଯୋଜନା ଜାରି ରହିବ । ଯଦି ହଁ, ତେବେ ଡ୍ରାବ୍ୟାକ୍ ର ଦର କ’ଣ ହେବ ? ହଁ, ଜିଏସ୍ ଟି ବ୍ୟବସ୍ଥା ଅନ୍ତର୍ଗତ କିଛି ସଂଶୋଧନ ଡ୍ରବ୍ୟାକ୍ ଯୋଜନା ଜାରି ରହିବ । ଏହି ଯୋଜନାରେ କରାଯାଇଥିବା ପରିବର୍ତ୍ତନ ନିମ୍ନ ଅନୁଯାୟୀ : ଡ୍ରବ୍ୟାକ୍ କେବଳ ଆମଦାନୀ ଉପରେ ଦିଆଯାଉଥିବା ସୀମାଶୁଳ୍କ ଓ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଅଧିନିୟମ ୧୯୪୪ର ୪ର୍ଥ ଅନୁସୂଚୀ ପେଟ୍ରୋଲିୟମ ଉତ୍ପାଦ ଓ ତମାଖୁ ଇତ୍ୟାଦିରେ ନିର୍ଦ୍ଧିଷ୍ଟ ସାମଗ୍ରୀ ଯିଏ ଇନପୁଟ୍ କିମ୍ବା କ୍ୟାପ୍ ଟିଭ ପାୱାର ଜେନେରେସନ ହେତୁ ଇନ୍ଧନ ରୂପରେ ପ୍ରୟୋଗ ହେଉଥିବା ଯୋଗୁଁ ଏହା ଉପରେ ଲାଗୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଉପଲବ୍ଧ ହେବ । ରପ୍ତାନିର ସୁବିଧା ପାଇଁ ଡ୍ରବ୍ୟାକ୍ ଜୁଲାଇରୁ ସେପ୍ଟେମ୍ବର ୨୦୧୭ ପର୍ଯ୍ୟନ୍ତ ୩ମାସର ଅବଧିରେ ଟ୍ରାନ୍ ଜିସନ ସମୟରେ ଉଚ୍ଚ କମ୍ପୋଜିଟ ରେଟ୍ ରେ ମିଳୁଥିବ । ମାତ୍ର ଏହି ସର୍ତ୍ତରେ ରପ୍ତାନିକୁ ଏହି ବାବଦରେ ଘୋଷଣା ପତ୍ର ଦାଖଲ କରିବାକୁ ପଡିବ । ସିଜିଏସ୍ ଟି / ଆଇଜିଏସ୍ ଟିର କୌଣସି ଇନପୁଟ୍ ଟ୍ୟାକ୍ସ କ୍ରେଡିଟର ଦାବି କରାଯାଇପାରିବ ନାହିଁ ତଥା ରପ୍ତାନି କରାଯାଇଥିବା ସାମଗ୍ରୀ ଉପରେ ଆଇଜିଏସ୍ ଟି ରିଫଣ୍ଡର କୌଣସି କରାଯାଇନାହିଁ ଏବଂ ସେନ୍ ଭାଟ କ୍ରେଡିଟକୁ ଆଗକୁ ନିଆଯାଇପାରିବ ନାହିଁ । ଏପରି ଘୋଷଣା ପତ୍ର ନଦେବା ଉପରେ ଡ୍ରବ୍ୟାକ୍ ର ରାଶି କେବଳ ସୀମାଶୁଳ୍କର ଭାଗ ପର୍ଯ୍ୟନ୍ତ ସୀମିତ ରହିବ । ଯଦି କୌଣସି ରପ୍ତାନିକାରୀ ଜିଏସ୍ ଟିର ଇନ୍ ପୁଟ ଟ୍ୟାକ୍ସ କ୍ରେଡିଟ କିମ୍ବା ରପ୍ତାନି କରାଯାଇଥିବା ସାମଗ୍ରୀ ଉପରେ ଆଇଜିଏସ୍ ଟିର ରିଫଣ୍ଡ ନେଇନାହାନ୍ତି ତେବେ କ’ଣ ଡ୍ରବ୍ୟାକ୍ ଅଲ୍ ଇଣ୍ଡିଆ ଇଣ୍ଡଷ୍ଟ୍ରି ରେଟ୍ ରେ କମ୍ପୋଜିଟ ରେଟ୍ ଉପରେ ମିଳିବ ମିଳିବ ? ନା, ୩୦ ସେପ୍ଟେମ୍ବର ୨୦୧୭ ପରେ ଡ୍ରବ୍ୟାକ୍ ରପ୍ତାନି ପାଇଁ ସାମଗ୍ରୀର ଯୋଗାଣ ହେତୁ ଆମଦାନୀକୃତ ସାମଗ୍ରୀ ଉପରେ ଦିଆଯାଇଥିବା ସୀମାଶୁଳ୍କର ଆଧାର ଅନୁଯାୟୀ ନିମ୍ନ ରେଟ୍ ଉପରେ ହିଁ ଉପଲବ୍ଧ ହେବ । ଯଦି ରପ୍ତାନିକାରୀଙ୍କ ପାଖରେ ଏପରି ଷ୍ଟକ ଯାହା ଉପରେ ଜିଏସ୍ ଟିର ପୈଠ କରାଯାଇଛି । ଏହା ସହିତ ଜିଏସ୍ ଟି ପୂର୍ବରୁ ଅବଧିର ଇନ୍ ପୁଟ ମଧ୍ୟ ଉପଲବ୍ଧ ଅଟେ ଓ ଏହି ଉଭୟପ୍ରକାରର ଇନ୍ ପୁଟର ପ୍ରୟୋଗ ରପ୍ତାନି କରାଯାଇଥିବା ସାମଗ୍ରୀ ଉପରେ ବ୍ୟବହାର କରାଯାଇଛି ତେବେ ଏହି ରପ୍ତାନି ଉପରେ ଡ୍ରବ୍ୟାକ୍ କ’ଣ ହେବ ? ୩୦ ସେପ୍ଟେମ୍ବର ୨୦୧୭ ପର୍ଯ୍ୟନ୍ତ ଟ୍ରାନ୍ ଜିସନ ସମୟ ଅବସରରେ ରପ୍ତାନିକାରୀ ଏହି ସର୍ତ୍ତ ଉପରେ ଉଚ୍ଚ ଦରର ଡ୍ରବ୍ୟାକ୍ ର ଲାଭ ନେଇପାରିବେ କି ସିଜିଏସ୍ ଟି/ଆଇଜିଏସ୍ ଟିର ଇନ୍ ପୁଟ ଟ୍ୟାକ୍ସକ୍ରେଡିଟର ଦାବି କରାଯାଇନାହିଁ । ରପ୍ତାନି କରାଯାଇଥିବା ସାମଗ୍ରୀ ଉପରେ ପୈଠ କରାଯାଇଥିବା ଆଇଜିଏସ୍ ଟିର ରିଫଣ୍ଡ ଦାବି କରାଯାଇନାହିଁ ଏବଂ କୌଣସି ସେନ୍ ଭାଟ କ୍ରେଡିଟ ଆଗକୁ ନିଆଯାଇନାହିଁ । ଜିଏସ୍ ଟି କାର୍ଯ୍ୟାନୁଷ୍ଠାନ ପୂର୍ବରୁ କରାଯାଇଥିବା ରପ୍ତାନି ସମ୍ପର୍କରେ କେନ୍ଦ୍ର ଉତ୍ପାଦ ଶୁଳ୍କ ଓ ସେବାଶୁଳ୍କ ପାଇଁ ଡ୍ରବ୍ୟାକ୍ ର ବ୍ରାଣ୍ଡ ରେଟ୍ ଅନୁମୋଦନୀୟ ହେବ ଯାହା ପାଇଁ ୧ ଜୁଲାଇ ୨୦୧୭ ପରେ ଆବେଦନପତ୍ର ଦାଖଲ କରାଯାଇଛି ? ୧ ଜୁଲାଇ ୨୦୧୭ ପୂର୍ବରୁ କରାଯାଇଥିବା ରପ୍ତାନି ପାଇଁ ପୂର୍ବବର୍ତ୍ତୀ ନିୟମ (ସିଜିଏସ୍ ଟି ଅଧିନିୟମ, ୨୦୧୭ ଧାରା ୨(୪୮)ରେ ‘ବର୍ତ୍ତମାନ ନିୟମ ’ ରୂପରେ ପରିଭାଷିତ )ର ଅନ୍ତର୍ଗତ ଡ୍ର ବ୍ୟାକ୍ ଅନୁଯାୟୀ ବ୍ରାଣ୍ଡ ରେଟ୍ ରେ ନିର୍ଦ୍ଧାରଣ ପାଇଁ ଆବେଦନ ୧ ଜୁଲାଇ ୨୦୧୭ ଛଡା ମଧ୍ୟ ଦାଖଲ କରାଯାଇପାରେ । ବ୍ରାଣ୍ଡ ରେଟ୍ ର ନିର ନିର୍ଧାରଣ ପାଇଁ ଆବେଦନ, ଯେଉଁ ଫ୍ୟାକ୍ଟ୍ରିରେ ରପ୍ତାନି କରାଯାଉଥିବା ସାମଗ୍ରୀ ନିର୍ମିତ କରାଯାଇଛି କିନ୍ତୁ କ୍ଷେତ୍ରାଧିକାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଆୟୁକ୍ତଙ୍କ ନିକଟରେ ଦାଖଲ କରାଯାଉଛି । ଜିଏସ୍ ଟି ବ୍ୟବସ୍ଥା ଅନ୍ତର୍ଗତ ବ୍ରାଣ୍ଡ ରେଟ୍ ନିର୍ଦ୍ଧାରଣ ପାଇଁ ଆବେଦନ ଦାଖଲ କରିବା ସମ୍ପର୍କରେ କୌଣସି ପରିବର୍ତ୍ତନ ହେବ ? ୧ ଜୁଲାଇ ୨୦୧୭ରୁ ବ୍ରାଣ୍ଡ ରେଟ୍ ର ନିର୍ଦ୍ଧାରଣ ପାଇଁ ସାମଗ୍ରୀ ରପ୍ତାନି କରିବାକୁ ଥିବା ସ୍ଥାନ ଅର୍ଥାତ୍ ବନ୍ଦର/ ବିମାନଘାଟି/ ଆଇସିଡି ଆଦି ଯେଉଁଠାରେ ସିପିଂ ବିଲ୍ ଦାଖଲ କରାଯାଉଥିବା କିନ୍ତୁ କ୍ଷେତ୍ରାଧିକାରୀ ସୀମାଶୁଳ୍କ ଆୟୁକ୍ତଙ୍କ ନିକଟରେ ଦାଖଲ କରାଯିବ । ଏହି ୧ ଜୁଲାଇ ୨୦୧୭ରୁ ପୂର୍ବ କରାଯାଇଥିବା ରପ୍ତାନି ଯାହା ଆବେଦନ ଦାଖଲ କରାଯାଇନାହିଁ ଏଥିପାଇଁ ମଧ୍ୟ ଲାଗୁହେବ । ଯଦି ରପ୍ତାନି କୌଣସି ସ୍ଥାନରୁ କରାଯାଇଛି ତେବେ ଆବେଦନ ରପ୍ତାନି କରାଯାଇଥିବା କୌଣସି ସ୍ଥାନର କ୍ଷେତ୍ରାଧିକାରୀ ସୀମାଶୁଳ୍କ ଆୟୁକ୍ତଙ୍କ ପାଇଁ ଦାଖଲ କରାଯିବ । ଏସ୍ଇଜେଡ୍ ୟୁନିଟ ଓ ଏସ୍ଇଜେଡ୍ ଡେଭଲପରଙ୍କୁ କରାଯାଇଥିବା ଯୋଗାଣ ପାଇଁ ଡ୍ରବ୍ୟାକ୍ ର ବ୍ୟାଣ୍ଡ ରେଟ୍ ରେ ନିର୍ଦ୍ଧାରଣ ନିମନ୍ତେ ଆବେଦନ ଦାଖଲ କରିବା ସଂକ୍ରାନ୍ତରେ ଜିଏସ୍ ଟିର ଅଧିନ କ’ଣ କୌଣସି ପରିବର୍ତ୍ତନ କରାଯାଇଛି ? ୧ ଜୁଲାଇ ୨୦୧୭ରୁ ପୂର୍ବ ଏସ୍ଇଜେଡ୍ ୟୁନିଟ ଓ ଏସ୍ଇଜେଡ୍ ଡେଭଲପରଙ୍କୁ ଯୋଗାଣ ପାଇଁ ବ୍ୟାଣ୍ଡ ରେଟ୍ ର ନିର୍ଦ୍ଧାରଣ ନିମନ୍ତେ ଆବେଦନ କ୍ଷେତ୍ରାଧିକାରୀ କେନ୍ଦ୍ର ଉତ୍ପାଦ ଶୁଳ୍କ ଆୟୁକ୍ତଙ୍କ ପାଖରେ ଦାଖଲ କରିବାକୁ ପଡିବ । ୧ ଜୁଲାଇ ୨୦୧୭ରୁ ବ୍ରାଣ୍ଡ ରେଟ୍ ର ନିର୍ଦ୍ଧାରଣ ପାଇଁ ଆବେଦନ ଡିଟିଏ ଯୋଗାଣକାରୀଙ୍କ ବ୍ୟବସାୟର ପ୍ରଧାନ ସ୍ଥାନ ଉପରେ କ୍ଷେତ୍ରାଧିକାରୀ ସୀମାଶୁଳ୍କ ନିକଟରେ କରିବାକୁ ପଡିବ । ଏହା ୧ ଜୁଲାଇ ୨୦୧୭ ପୂର୍ବରୁ କରାଯାଇଥିବା ରପ୍ତାନି ଯାହାର ବ୍ରାଣ୍ଡ ରେଟ୍ ର ନିର୍ଦ୍ଧାରଣ ପାଇଁ ଆବେଦନ ବର୍ତ୍ତମାନ ଦାଖଲ କରାଯାଇନାହିଁ । ଏଥିପାଇଁ ମଧ୍ୟ ଲାଗୁହେବ । ଆମଦାନୀ ସାମଗ୍ରୀର ପୁନଃ ରପ୍ତାନି ଉପରେ ଆମଦାନିର ସମୟରେ ଦିଆଯାଇଥିବା ସମସ୍ତ କର ପାଇଁ ନିର୍ଦ୍ଧାରିତ ଦର ଉପରେ ଡ୍ରବ୍ୟାକ୍ ମିଳୁଥିଲା । ୧ ଜୁଲାଇ ୨୦୧୭ ପୂର୍ବରୁ ଆମଦାନୀ କରାଯାଇଥିବା ସାମଗ୍ରୀର ପୁନଃ ରପ୍ତାନି କରିବା ସଂକ୍ରାନ୍ତରେ କ’ଣ ପ୍ରାବଧାନ ହେବ ?୧ ଜୁଲାଇ ୨୦୧୭ ର ଉପରାନ୍ତ ଆମଦାନୀ ସାମଗ୍ରୀ ଉପରେ ଆଇଜିଏସ୍ ଟି ଓ କ୍ଷତିପୂର୍ଣ୍ଣ ଉପକର ମଧ୍ୟ ଦେୟ ହେବ । ଯଦି ଏପରି ଆମଦାନୀ ସାମଗ୍ରୀ ଯାହା ଉପରେ ଆଇଜିଏସ୍ ଟି ଏବଂ କ୍ଷତିପୂର୍ଣ୍ଣ ଉପକର ପୈଠ କରାଯାଇଛି ଏବଂ ଏହାକୁ ପୁନଃ ରପ୍ତାନି କରାଯାଇଛି ତେବେ କ’ଣ ଆଇଜିଏସ୍ ଟି ଓ କ୍ଷତିପୂର୍ଣ୍ଣ ଉପକରର ଫେରସ୍ତ କରାଯିବ ? ସୀମାଶୁଳ୍କ ଅଧିନିୟମ ୧୯୬୨ ର ଧାରା ଅ ୬୪ ଅନ୍ତର୍ଗତ ଆମଦାନୀ ସମୟ ପୈଠ କରାଯାଇଥିବା ଶୁଳ୍କ ଏବଂ କରର ଡ୍ରବ୍ୟାକ୍ ପ୍ରଦାନ କରାଯିବ । ୧ ଜୁଲାଇ ୨୦୧୭ରୁ ପୂର୍ବ ଆମଦାନୀକୃତ ସାମଗ୍ରୀ ଉପରେ ଦିଆଯାଇଥିବା ସୀମାଶୁଳ୍କ , ଅତିରିକ୍ତ ସୀମାଶୁଳ୍କ ତଥା ବିଶେଷ ଅଟରିକ୍ତ ସୀମାଶୁଳ୍କର ଡ୍ରବ୍ୟାକ୍ ଉପଲବ୍ଧ ହେବ । ସେହିପରି ପୁନଃ ରପ୍ତାନି ୧ ଜୁଲାଇ ୨୦୧୭ ରେ ବାଦ୍ କରାଯାଇଛି । ଏହିପ୍ରକାର ୧ ଜୁଲାଇ ୨୦୧୭ରେ ବାଦ୍ ଆମଦାନୀକୃତ ମାଲ୍ ର ପୁନଃ ରପ୍ତାନି କରିବା ପରେ ଆମଦାନୀର ସମୟ ପୈଠ କରାଯାଇଥିବା ସୀମାଶୁଳ୍କ, ଆଇଜିଏସ୍ ଟି ତଥା କ୍ଷତିପୂର୍ଣ୍ଣ ଉପକରର ଡ୍ରବ୍ୟାକ୍ ଦିଆଯିବ । ସିଜିଏସ୍ ଟି ବ୍ୟବସ୍ଥା ଅନ୍ତର୍ଗତ ଆଡଭାନ୍ସ ଅଥରାଇଜେସନ ସ୍କିମ, ଇପିସିଜି ସ୍କିମ ତଥା ମାର୍ଚ୍ଚଣ୍ଡାଇଜ ଏକ୍ସପୋର୍ଟ ସ୍କିମ ଏବଂ ସର୍ଭିସ ଏକ୍ସପୋର୍ଟ ଫାର୍ମ ଇଣ୍ଡିଆ ସ୍କିମର ଅନ୍ତର୍ଗତ ଜାରି କ୍ରେଡିଟ ସ୍କ୍ରିପର ଉପଯୋଗ ସମସ୍ତ କରର ପୈଠ ପାଇଁ କ’ଣ ଯାଇପାରିବ ? ୧ ଜୁଲାଇ ୨୦୧୭ ପରେ ଉକ୍ତ ସମସ୍ତ ଯୋଜନା ଅନ୍ତର୍ଗତ ଜାରି କ୍ରେଡିଟ ସ୍କ୍ରିପର ଲାଭ ସେହି ସାମଗ୍ରୀ ପାଇଁ ଯାହା ଉପରେ ଆଇଜିଏସ୍ ଟି ଦେୟ ଅଛି । କେବଳ ସୀମାଶୁଳ୍କ, ସେଫ୍ ଗାର୍ଡ ଡ୍ୟୁଟି , ଟ୍ରାନ୍ ଜିସନାଲ ପ୍ରଡ଼କ୍ଟ ସେଫ୍ ଗାର୍ଡ ଡ୍ୟୁଟି , ଆଣ୍ଟି – ଡମ୍ପି ଡ୍ୟୁଟିର ପୈଠ ହେତୁ ହିଁ ଉପଲବ୍ଧ ହେବ । କେନ୍ଦ୍ରୀୟ ଉତ୍ପାଦଶୁଳ୍କ ଅଧିନ ନିୟମ ୧୯୪୪ର ଚାରି ଅନୁସୂଚୀ (ସୂଚିତ ପେଟ୍ରୋଲିୟମ ଉତ୍ପାଦ ଓ ତମାଖୁ ଆଦିରେ ନିର୍ଦ୍ଧିଷ୍ଟ ସାମଗ୍ରୀ ପାଇଁ ଏହି ସ୍କ୍ରିପର ଲାଭ ସୀମାଶୁଳ୍କ ତାରିଫ ଅଧିନିୟମ ୧୯୭୫ର ଧାରା ୩(୧), ୩(୩) ଓ ୩(୫) ଅନ୍ତର୍ଗତ ଲାଗୁଥିବା ଅତିରିକ୍ତ ଶୁଳ୍କ ପାଇଁ ଉପଲବ୍ଧ ହେବ । ଜିଏସ୍ ଟି ବ୍ୟବସ୍ଥା ଅନ୍ତର୍ଗତ ଯଦି ଇପିସିଜି ଅଥରାଇଜେସନ ଉପଯୋଗ କରି ପୁଞ୍ଜିଗତ ଲାଭର ଆମଦାନୀ କରାଯାଇପାରିବ ; ତେବେ କ’ଣ ଆମକୁ ସମସ୍ତ ପ୍ରକାରର ଡ୍ୟୁଟି ଛାଡ ପ୍ରାପ୍ତ ହେବ ? ଇପିସିଜି ଅଥରାଇଜେସନ ଅନ୍ତର୍ଗତ ଆମଦାନୀ କରାଯାଇଥିବା ସାମଗ୍ରୀ ଉପରେ କେବଳ ସୀମାଶୁଳ୍କ ପୈଠ ହେତୁ ଛାଡ ପ୍ରାପ୍ତ ହେବ । ଇପିସିଜି ଅଥରାଇଜେସନ ଅନ୍ତର୍ଗତ ମାଲ୍ ଆମଦାନୀ କରୁଥିବା ବ୍ୟକ୍ତିଙ୍କୁ ଆଇଜିଏସ୍ ଟିର ପୈଠ କରିବାକୁ ପଡିବ ଯାହାର ଇନ୍ ପୁଟ ଟ୍ୟାକ୍ସ କ୍ରେଡିଟ ନିଆଯାଇପାରିବ । କ’ଣ ଡ୍ୟୁଟି କ୍ରେଡିଟ ସ୍କ୍ରିପ ଯଥା ମର୍ଚ୍ଚାଣ୍ଡାଇଜ ଏକ୍ସପୋର୍ଟ୍ସ ଫ୍ରମ ଇଣ୍ଡିଆ ସ୍କିମ ଏବଂ ସର୍ଭିସ ଏକ୍ସପୋର୍ଟ ଫ୍ରମ ଇଣ୍ଡିଆ ସ୍କିମର ବ୍ୟବହାର ଜିଏସ୍ ଟିର ପୈଠ ପାଇଁ ବ୍ୟବହାର କରାଯାଇପାରିବ ? ନା, ଏମ୍ ଇଆଇଏସ୍ ଓ ଏସ୍ଇଆଇଏସ୍ ସ୍କ୍ରିପକୁ କେବଳ ସୀମାଶୁଳ୍କର ପୈଠ ପାଇଁ ଅଥବା ଜିଏସ୍ ଟିର ଅଧିନ ସାମିଲ କରାଯାଇନଥିବା ସାମଗ୍ରୀ ଉପରେ ଦେୟ ଅତିରିକ୍ତ ସୀମାଶୁଳ୍କ ପୈଠ ପାଇଁ ପ୍ରୟୋଗ କରାଯାଇପାରିବ । ଜୁଲାଇ ୨୦୧୭ ପୂର୍ବରୁ ଜାରିକରାଯାଇଥିବା ବିଭିନ୍ନ ସ୍କିମ ଯାହାକି ୧.୭.୨୦୧୭ରେ ଅନ୍ ୟୁଟିଲାଇଜ ଥିବାରୁ କ’ଣ ଛାଡପତ୍ର ହେବ ? ଜିଏସ୍ ଟି ଆଇନ ଅନ୍ତର୍ଗତ କୌଣସି ଛାଡ ହେବନାହିଁ । ଏଫ୍ ଟିପିର ଅଧ୍ୟାୟ ୩ରେ ରପ୍ତାନି ପ୍ରୋତ୍ସାହନ ଯୋଜନା ଏବଂ ଏସ୍ଇଆଇଜଏସ୍ ଅନ୍ତର୍ଗତ ଜାରି କରାଯାଇଥିବା ଏକ୍ସଜିମ ସ୍କିପକୁ କେବଳ ସୀମାଶୁଳ୍କ ପୈଠ କିମ୍ବା ଜିଏସ୍ ଟିର ଅଧିନ ସାମିଲ କରାଯାଇନଥିବା ସାମଗ୍ରୀ ଉପରେ ଦେୟ ଅତିରିକ୍ତ ସୀମାଶୁଳ୍କ ପୈଠ ହେତୁ ଉପଯୋଗ କରାଯାଇ ପାରିବ । ସ୍କ୍ରିପ୍ ର ଉପଯୋଗ ଆଇଜିଏସ୍ ଟି କିମ୍ବା କ୍ଷତିପୂର୍ଣ୍ଣ ଉପକରର ପୈଠ ପାଇଁ ଉପଯୋଗ କରାଯାଇପାରିବ ନାହିଁ । ଏହିପରି ଘରୋଇ କ୍ରୟ ଉପରେ ସିଜିଏସ୍ ଟି , ଏସ୍ ଜିଏସ୍ ଟି କିମ୍ବା ଆଇଜିଏସ୍ ଟିର ପୈଠ ପାଇଁ ମଧ୍ୟ ସ୍କ୍ରିପର ଉପଯୋଗ କରାଯାଇପାରିବନାହିଁ । ଆଧାର - କେନ୍ଦ୍ରୀୟ ଉତ୍ପାଦ ଓ ସୀମାଶୁଳ୍କ ବୋର୍ଡ ଓ ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳର ବାଣିଜ୍ୟ କର ବିଭାଗ