ଜିଏସ୍ ଟି କାନୁନ ଅନ୍ତର୍ଗତ ସାମଗ୍ରୀ କିମ୍ବା ସେବାର ରପ୍ତାନି ସଂକ୍ରାନ୍ତରେ ନିମ୍ନଲିଖିତ ପ୍ରାବଧାନ ରହିଛି ।
ଏହାର ଅନ୍ତରାଷ୍ଟ୍ରୀୟ ବଜାରର ପ୍ରତିସ୍ପର୍ଦ୍ଧାରେ ଭାରତୀୟ ରପ୍ତାନୀର ସ୍ଥିତି ଉତ୍ତମ ହେବ ।
ହଁ । ରପ୍ତାନୀର ପ୍ରକ୍ରିୟା ସହଜ କରିଦିଆଯାଇଛି ଯେପରି ପେପର ୱାର୍କରେ କମ୍ ହେବ ଓ ରପ୍ତାନୀର ବିଭିନ୍ନ ପର୍ଯ୍ୟାୟରେ ବିଭାଗର ହସ୍ତକ୍ଷେପ ମଧ୍ୟ ନହେବ । ଜିଏସ୍ ଟି ବ୍ୟବସ୍ଥାରେ ରପ୍ତାନୀ ପ୍ରକ୍ରିୟାର ମୁଖ୍ୟ ବିଶେଷତଃ ଏହି ପ୍ରକାର :
କ’ଣ ମର୍ଚ୍ଚାଣ୍ଟ ରପ୍ତାନିକାରୀଙ୍କ ପାଇଁ ଜିଏସ୍ ଟି ବ୍ୟବସ୍ଥାରେ ରପ୍ତାନି ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ କରାଯାଇଛି ?
ଜିଏସ୍ ଟି ବ୍ୟବସ୍ଥାର ଅନ୍ତର୍ଗତ ମର୍ଚ୍ଚାଣ୍ଟ ରପ୍ତାନିକାରୀ କିମ୍ବା ନିର୍ମାତା ରପ୍ତାନିକାରୀଙ୍କ ମଧ୍ୟରେ କୌଣସି ଅନ୍ତର ନାହିଁ । ରପ୍ତାନି ପାଇଁ ଯୋଗାଣର ପ୍ରକ୍ରିୟା ମର୍ଚ୍ଚାଣ୍ଟ ରପ୍ତାନିକାରୀ ଓ ନିର୍ମାତା ରପ୍ତାନିକାରୀ ଉଭୟଙ୍କ ପାଇଁ ଏକ ଅଟେ ।
ହଁ, ଏକ ଏସ୍ ଇଜେଡ୍ ୟୁନିଟ କିମ୍ବା ଏକ ଏସ୍ ଇଜେଡ୍ ଡେଭଲପରକୁ କରାଯାଇଥିବା ଯୋଗାଣ ଜିରୋ ରେଟେଡ୍ ଅଟେ । ଏକ ଏସ୍ ଇଜେଡ୍ ୟୁନିଟ କିମ୍ବା ଏସ୍ ଇଜେଡ୍ ଡେଭଲପରକୁ କରାଯାଇଥିବା ଯୋଗାଣକୁ ରପ୍ତାନି ପାଇଁ କରାଯାଇଥିବା ଯୋଗାଣ ଭାବେ ସେହିପରି କରାଯାଇପାରିବ ।
ଏସ୍ ଇଜେଡ୍ ୟୁନିଟ କିମ୍ବା ଏସ୍ ଇଜେଡ୍ ଡେଭଲପରକୁ କରାଯାଇଥିବା ଯୋଗାଣକୁ ଆଇସିଏସ୍ ଟି ଅଧିନିୟମ ଅନ୍ତର୍ଗତ ଆନ୍ତରାଜ୍ୟ ଯୋଗାଣର ନାମ ଦିଆଯାଇଛି । ଜିଏସ୍ ଟି ଆଇନ ଅନ୍ତର୍ଗତ ଆନ୍ତରାଜ୍ୟ ଯୋଗାଣ କରୁଥିବା ଯୋଗାଣକାରୀର ଜିଏସ୍ ଟିର ଅନ୍ତର୍ଗତ ପଞ୍ଜିକୃତ ହେବା ଅନିବାର୍ଯ୍ୟ ଅଟେ ।
ଯଦି ରିଫଣ୍ଡ ରପ୍ତାନିରେ ପ୍ରୟୋଗ କରାଯାଇଥିବା ଇନପୁଟ ଉପରେ ଲାଗୁଥିବା କର କ୍ଷେତ୍ରରେ :
ଯଦି ରିଫଣ୍ଡ ରପ୍ତାନି ଉପରେ ପୈଠ କରାଯାଇଥିବା ଆଇଜିଏସ୍ ଟି କ୍ଷେତ୍ରରେ : ରପ୍ତାନିକାରୀ ଦ୍ଵାରା କମନ୍ ପୋର୍ଟାଲ ଉପରେ ଫର୍ମ ଜିଏସ୍ ଟିଆର୍ ୩ରେ ବୈଧ ରିଟର୍ଣ୍ଣ ପ୍ରସ୍ତୁତ କରିବାର ସୂଚନା ମିଳିବା ପରେ ସୀମା ଶୁଳ୍କ ବିଭାଗ ରିଫଣ୍ଡର ଦାବି ଉପରେ କାର୍ଯ୍ୟାନୁଷ୍ଠାନ କରିବ ଓ ପ୍ରତ୍ୟକ ସିପିଂ ବିଲ୍ ପାଇଁ ପୈଠ କରାଯାଇଥିବା ଆଇଜିଏସ୍ ଟିର ସମାନ ରାଶି ରପ୍ତାନିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରିଦିଆଯିବ ।
ନେପାଳ କିମ୍ବା ଭୁଟାନକୁ ସାମଗ୍ରୀ ରପ୍ତାନି ଭାରତ ବାହାରକୁ ଯାଉଥିବା ସାମଗ୍ରୀର ସମ୍ପର୍କରେ ଜିଏସ୍ ଟି ଆଇନର ନିୟମାବଳୀ ପୂରଣ କରେ । ତେଣୁ ନେପାଳ ଓ ଭୁଟାନକୁ ରପ୍ତାନି ସାମଗ୍ରୀ ଜିରୋରେଟେଡ୍ ବୋଲି ବିବେଚନା କରାଯିବ ଓ ପରିମାଣରେ ଜିଏସ୍ ଟି ଆଇନ ଅଧୀନରେ ଜିରୋ ରେଟେଡ୍ ସପ୍ଲାଇ ନିମନ୍ତେ ଉପଲବ୍ଧ ସମସ୍ତ ସୁବିଧା ପାଇବାକୁ ମଧ୍ୟ ବିବେଚିତ ହେବ । ଯାହାହେଉ ଜିଏସ୍ ଟି କାନୁନ ଅନ୍ତର୍ଗତ ‘ ସେବାର ରପ୍ତାନି ’ ର ପରିଭାଷା ଅନୁଯାୟୀ ଏହା ଆବଶ୍ୟକ ଅଟେ କି ଯୋଗାଣକାରୀକୁ ଏପରି ସେବାର ପୈଠ ବିନିମୟ ଯୋଗ୍ୟ ବିଦେଶୀ ମୁଦ୍ରାରେ କରାଯାଇଛି ।
ସିଜିଏସ୍ ଟି ନିୟମାବଳୀ ୨୦୧୭ ଧାରା ୨(୩୯) ଅନୁଯାୟୀ ଧାରା ୧୪୭ ଅନ୍ତର୍ଗତ ଅଧିସୂଚିତ ସାମଗ୍ରୀତ ଯୋଗାଣକୁ ଡ଼ିମଡ଼ ଏକ୍ସପୋର୍ଟ ଭାବେ ବିଚାର କରାଯିବ । ଧାରା ୧୪୭ ଅନ୍ତର୍ଗତ କାଉନସିଲର ସୁପାରିସ ଉପରେ ଭାରତ ନିର୍ମିତ କିଛି ସାମଗ୍ରୀର ଯୋଗାଣକୁ ଡ଼ିମଡ଼ ଏକ୍ସପୋର୍ଟ ପାଇଁ ଅଧିସୂଚିତ କରେ । ଯେଉଁଠାରେ ଯୋଗାଣ କରାଯାଇଥିବା ସାମଗ୍ରୀ ଭାରତରୁ ବାହାରକୁ ଯାଏନାହିଁ କିମ୍ବା ଏପରି ଯୋଗାଣ ପାଇଁ ପୈଠ କିମ୍ବା ଭାରତୀୟ ମୁଦ୍ରା କିମ୍ବା ବିନିମୟ ଯୋଗ୍ୟ ବିଦେଶୀ ମୁଦ୍ରାରେ ପ୍ରାପ୍ତ ହୁଏ । ଯାହାହେଉ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଏପରି କୌଣସି ଯୋଗାଣର ଡ଼ିମଡ଼ ଏକ୍ସପୋର୍ଟ ପାଇଁ ଅଧିସୂଚିତ କରିନାହାନ୍ତି ।
ଜିଏସ୍ ଟି ଅନ୍ତର୍ଗତ ଇଓୟୁ ଅନ୍ୟ ଯୋଗାଣକାରୀଙ୍କ ପରି ସମାନ ଅଟେ ଏବଂ ଜିଏସ୍ ଟି ଆଇନ ସମସ୍ତ ପ୍ରାବଧାନ ତା’ଉପରେ ଲାଗୁହେବ । ଯାହାହେଉ , ସେହି ରପ୍ତାନି ଉପରେ ମୌଳିକ କଷ୍ଟମ ଡ୍ୟୁଟିରୁ ଛାଡର ଲାଭ ମିଳୁଥିବ ।
ଜିଏସ୍ ଟିରେ ଶୁଳ୍କ ପୈଠ ରପ୍ତାନିର ସୁବିଧା ମୌଳିକ ସୀମା ଶୁଳ୍କ କରରେ ଛାଡ ପର୍ଯ୍ୟନ୍ତ ସୀମିତ ରହିବ । ସୀମା ଶୁଳ୍କ ତାରିଫ ଅଧିନିୟମ, ୧୯୭୫ର ଧାରା ୩(୧), ୩(୩) ଓ ୩(୫) ର ଅନ୍ତର୍ଗତ ଅତିରିକ୍ତ ସୀମା ଶୁଳ୍କର ଛାଡ, ଯଦି ହୋଇଥାଏ , ଏବଂ କେନ୍ଦ୍ରୀୟ ଉତ୍ପାଦ କରର ଛାଡ କେବଳ କେନ୍ଦ୍ରୀୟ ଉତ୍ପାଦ କର ଅଧିନିୟମର ଚତୁର୍ଥ ସୂଚୀରେ ନିର୍ଦ୍ଧିଷ୍ଟ ସାମଗ୍ରୀ ପାଇଁ ଉପଲବ୍ଧ ହେବ । ଇଓୟୁକୁ ଯୋଗାଣ କରୁଥିବା ଯୋଗାଣକାରୀକୁ ଆଇଜିଏସ୍ ଟି କିମ୍ବା ସିଜିଏସ୍ ଟି କିମ୍ବା ଏସ୍ ଜିଏସ୍ ଟିର ପୈଠ କରିବାକୁ ହେବ । କୌଣସି ଅନ୍ୟ ପଞ୍ଜିକୃତ ବ୍ୟକ୍ତିର ସମାନ ଇଓୟୁକୁ ମଧ୍ୟ ନିଜର ଯୋଗାଣକାରୀ ଦ୍ଵାରା ପୈଠ କରାଯାଇଥିବା ଜିଏସ୍ ଟିର ଇନପୁଟ୍ ଟ୍ୟାକ୍ସ କ୍ରେଡିଟ ମିଳିବ ।
ନା ।
ରପ୍ତାନି ସମ୍ପର୍କୀୟ ଏପରି ଲାଭ ନେବାପାଇଁ ଇଓୟୁ ସୀମା ଶୁଳ୍କ ନିୟମ, ୨୦୧୭ ଅନ୍ତର୍ଗତ ନିର୍ଦ୍ଧାରିତ ପ୍ରକ୍ରିୟା ପୂରଣ କରିବାକୁ ହେବ ?
ଏକ ଇଓୟୁରୁ ଅନ୍ୟ ଇଓୟୁକୁ ମାଲ ଖଲାସର ଜିଏସ୍ ଟି କାନୁନ ଅନ୍ତର୍ଗତ କୌଣସି ଅନ୍ୟ ଯୋଗାଣକୁ ସମାନ ବିଚାର କରାଯିବ । କୌଣସି ଇଓୟୁ ସିଜିଏସ୍ ଟି ନିୟମାବଳୀ , ୨୦୧୭ର ଧାରା ୧୪୩ ଓ ସିଜିଏସ୍ ଟି ନିୟମ ୨୦୧୭ର ନିୟମ ୪୫ ଅନ୍ତର୍ଗତ ଜବୱାର୍କ ପାଇଁ ସାମଗ୍ରୀକୁ ପଠାଇପାରିବ ଓ ତଦନୁଯାୟୀ କର ଦେବାର ଦାୟିତ୍ଵ ସମ୍ପୂର୍ଣ୍ଣ କରାଯିବ ।
ହଁ, କାରଣ ଆଇଜିଏସ୍ ଟି କାନୁନ ଅନ୍ତର୍ଗତ ରପ୍ତାନିକୁ ଅନ୍ତର୍ରାଷ୍ଟ୍ରୀୟ ଯୋଗାଣ ବୋଲି ବିବେଚନା କରାଯାଏ ।
ଆଇଜିଏସ୍ ଟି କାନୁନ ଅନ୍ତର୍ଗତ ମାଲ ରପ୍ତାନି ଯାହାକି କରମୁକ୍ତ ସପ୍ଲାଇ ଅଟେ, କରୁଥିବା ବ୍ୟକ୍ତି ଜିରୋ ରେଟେଡ୍ ସପ୍ଲାଇ ପାଇଁ ଇନପୁଟ ଷ୍ଟେଜ କ୍ରେଡିଟ ନେଇପାରିବ । ସାମଗ୍ରୀର ଯୋଗାଣ ପରେ ବଳିଥିବା କ୍ରେଡିଟର ରିଫଣ୍ଡ ଆଇଜିଏସ୍ ଟି ନିୟମାବଳୀ, ୨୦୧୭ର ଧାରା ୧୬(୩) (କ) ଓ ସିଜିଏସ୍ ଟି ନିୟମାବଳୀ , ୨୦୧୭ ଧାରା ୫୪ ଓ ଏହାର ଅଧୀନରେ ପ୍ରସ୍ତୁତ ନିୟମକୁ ନିଆଯାଇପାରିବ ।
ଜିଏସ୍ ଟି ବ୍ୟବସ୍ଥାରେ ସାମଗ୍ରୀର ଯୋଗାଣ କରଯୋଗ୍ୟ ଅଟେ । ରପ୍ତାନି ଅନ୍ତର୍ରାଷ୍ଟ୍ରୀୟ ଯୋଗାଣ ଅଟେ । ଏଥିପାଇଁ ଆପଣଙ୍କୁ ସିଏସ୍ ଟି ରେଜିଷ୍ଟ୍ରେସନ କରିବାକୁ ପଡିବ । ନିର୍ମାତାଙ୍କ ଦ୍ଵାରା ଆପଣଙ୍କୁ କରାଯାଇଥିବା ମାଲର ଯୋଗାଣ ଉପରେ ଆଇଜିଏସ୍ ଟି କିମ୍ବା ସିଜିଏସ୍ ଟି କିମ୍ବା ଏସ୍ ଜିଏସ୍ ଟି / ୟୁଟିଜିଏସ୍ ଟିର ପୈଠ କରିବାକୁ ପଡିବ । ଆପଣ ସାମଗ୍ରୀ ଓ ସେବା ଉପରେ ଦିଆଯାଇଥିବା କରର ଇନପୁଟ୍ ଷ୍ଟେଜ ଟ୍ୟାକ୍ସ କ୍ରେଡିଟ ନେଇପାରିବେ କିମ୍ବା ବଣ୍ଡ /ଏଲ୍ ୟୁଟିର ଅନ୍ତର୍ଗତ ସାମଗ୍ରୀକୁ ରପ୍ତାନି କରିପାରିବେ । ବିକଳ୍ପ ଭାବେ ଅନ୍ – ଯୁଟିଲାଇଜଡ କ୍ରେଡିଟର ରିଫଣ୍ଡ ନିଆଯାଇପାରିବା । ଏହାଛଡା ଆପଣ ଇଣ୍ଟିଗ୍ରେଟେଡ ଶୁଳ୍କର ପୈଠ କରିଲେ ମଧ୍ୟ ମାଲ ରପ୍ତାନି କରିପାରିବେ । ଆପଣଙ୍କୁ ଇଣ୍ଟିଗ୍ରେଟେଡ ଟ୍ୟାକ୍ସର ରିଫଣ୍ଡ ମିଳିବ ।
ଡ୍ରବ୍ୟାକର ଲାଭ ଉଠାଇବାପାଇଁ ତିନିମାସର ଟ୍ରାନଜିସନ ଅବଧି ଦିଆଯାଇଛି । ଏହି ଅବଧି ସମୟରେ ରପ୍ତାନି କରାଯାଇଥିବା ସାମଗ୍ରୀ ଉପରେ କମ୍ପୋଜିଟ ଡ୍ରବ୍ୟାକର ଉଚ୍ଚଦର ଉପଲବ୍ଧ ହେବ , ମାତ୍ର ଏହି ସର୍ତ୍ତରେ ଯେ ସିଜିଏସ୍ ଟି / ଆଇଜିଏସ୍ ଟିର ଆଇଟିସିର ଦାବି କରାଯାଇନାହିଁ ଏବଂ ରପ୍ତାନି କରାଯାଇଥିବା ସାମଗ୍ରୀ ଉପରେ ପୈଠ କରାଯାଇଥିବା ଆଇଜିଏସ୍ ଟିର ରିଫଣ୍ଡର ଦାବି କରାଯାଏ ନାହିଁ କିମ୍ବା ସେନଭାଟ କ୍ରେଡିଟକୁ ଆଗକୁ ନିଆଯାଏନାହିଁ ।
ଏହି ସାମଗ୍ରୀରେ କୌଣସି ପରିବର୍ତ୍ତନ ନାହିଁ କେବଳ ଏହି ସର୍ତ୍ତ ଛଡା ଯଦି ଡ୍ରବ୍ୟାକର କ୍ଲେମ ଡିଟିଏ ଯୋଗାଣକାରୀ ଦ୍ଵାରା କରାଯିବ ତେବେ ଏହାର ଦାବି କ୍ଷେତ୍ରାଧିକାରୀ ସୀମାଶୁଳ୍କ ଅଧିକାରୀଙ୍କ ଠାରେ ଦାଖଲ ହେବା ଦରକାର ।
ହଁ ଇଓୟୁ ବିଦେଶ ବ୍ୟାପାର ନୀତି ଅନ୍ତର୍ଗତ ନିର୍ଦ୍ଧାରିତ ପ୍ରାବଧାନର ଅନୁରୂପ ଡିଟିଏର ସାମଗ୍ରୀ ବିକ୍ରି କରାଯାଇପାରିବ ।
ଅଣପଞ୍ଜିକୃତ ବ୍ୟକ୍ତି ଦ୍ଵାରା କରାଯାଇଥିବା ମାଲର ଯୋଗାଣ ବିଷୟରେ ପଞ୍ଜୀକୃତ ବ୍ୟକ୍ତି ଅର୍ଥାତ୍ ରପ୍ତାନିକାରୀକୁ ରିଭର୍ସ ଚାର୍ଜ ପ୍ରକ୍ରିୟା ଅଧୀନ ଜିଏସ୍ ଟିର ପୈଠ କରିବାକୁ ପଡିବ । ଯାହାହେଉ ରପ୍ତାନିକାରୀ ଏପରି ଜିଏସ୍ ଟି ପୈଠ ଉପରେ ଆଟିସିର ଲାଭ ଉଠାଇପାରିବେ ଏବଂ ଆଇଟିସି ପୈଠ କିମ୍ବା ରିଫଣ୍ଡ ପାଇଁ ଏହାର ଉପଯୋଗ କରିପାରିବେ ।
ହଁ, ଯେହେତୁ କମିଶନ ଭାରତରେ ଏଜେଣ୍ଟ ଦ୍ଵାରା ପ୍ରାପ୍ତ କରାଯାଉଛି ଓ ସେବାର ଯୋଗାଣର ସ୍ଥାନ ଅଟେ ଏଥିପାଇଁ ଜିଏସ୍ ଟି ଦେବାକୁ ପଡିବ ।
ଜିଏସ୍ ଟି କାର୍ଯ୍ୟାନ୍ଵୟନ ଅବସରରେ ରପ୍ତାନି ପ୍ରୋତ୍ସାହନ ଯୋଜନାର ଟ୍ରାନ୍ ଜିସନ
କ’ଣ ଜିଏସ୍ ଟି ବ୍ୟବସ୍ଥା ଅନ୍ତର୍ଗତ ଡ୍ରବ୍ୟାକ୍ ଯୋଜନା ଜାରି ରହିବ । ଯଦି ହଁ, ତେବେ ଡ୍ରାବ୍ୟାକ୍ ର ଦର କ’ଣ ହେବ ?
ହଁ, ଜିଏସ୍ ଟି ବ୍ୟବସ୍ଥା ଅନ୍ତର୍ଗତ କିଛି ସଂଶୋଧନ ଡ୍ରବ୍ୟାକ୍ ଯୋଜନା ଜାରି ରହିବ । ଏହି ଯୋଜନାରେ କରାଯାଇଥିବା ପରିବର୍ତ୍ତନ ନିମ୍ନ ଅନୁଯାୟୀ :
ନା, ୩୦ ସେପ୍ଟେମ୍ବର ୨୦୧୭ ପରେ ଡ୍ରବ୍ୟାକ୍ ରପ୍ତାନି ପାଇଁ ସାମଗ୍ରୀର ଯୋଗାଣ ହେତୁ ଆମଦାନୀକୃତ ସାମଗ୍ରୀ ଉପରେ ଦିଆଯାଇଥିବା ସୀମାଶୁଳ୍କର ଆଧାର ଅନୁଯାୟୀ ନିମ୍ନ ରେଟ୍ ଉପରେ ହିଁ ଉପଲବ୍ଧ ହେବ ।
୩୦ ସେପ୍ଟେମ୍ବର ୨୦୧୭ ପର୍ଯ୍ୟନ୍ତ ଟ୍ରାନ୍ ଜିସନ ସମୟ ଅବସରରେ ରପ୍ତାନିକାରୀ ଏହି ସର୍ତ୍ତ ଉପରେ ଉଚ୍ଚ ଦରର ଡ୍ରବ୍ୟାକ୍ ର ଲାଭ ନେଇପାରିବେ କି ସିଜିଏସ୍ ଟି/ଆଇଜିଏସ୍ ଟିର ଇନ୍ ପୁଟ ଟ୍ୟାକ୍ସକ୍ରେଡିଟର ଦାବି କରାଯାଇନାହିଁ । ରପ୍ତାନି କରାଯାଇଥିବା ସାମଗ୍ରୀ ଉପରେ ପୈଠ କରାଯାଇଥିବା ଆଇଜିଏସ୍ ଟିର ରିଫଣ୍ଡ ଦାବି କରାଯାଇନାହିଁ ଏବଂ କୌଣସି ସେନ୍ ଭାଟ କ୍ରେଡିଟ ଆଗକୁ ନିଆଯାଇନାହିଁ ।
୧ ଜୁଲାଇ ୨୦୧୭ ପୂର୍ବରୁ କରାଯାଇଥିବା ରପ୍ତାନି ପାଇଁ ପୂର୍ବବର୍ତ୍ତୀ ନିୟମ (ସିଜିଏସ୍ ଟି ଅଧିନିୟମ, ୨୦୧୭ ଧାରା ୨(୪୮)ରେ ‘ବର୍ତ୍ତମାନ ନିୟମ ’ ରୂପରେ ପରିଭାଷିତ )ର ଅନ୍ତର୍ଗତ ଡ୍ର ବ୍ୟାକ୍ ଅନୁଯାୟୀ ବ୍ରାଣ୍ଡ ରେଟ୍ ରେ ନିର୍ଦ୍ଧାରଣ ପାଇଁ ଆବେଦନ ୧ ଜୁଲାଇ ୨୦୧୭ ଛଡା ମଧ୍ୟ ଦାଖଲ କରାଯାଇପାରେ ।
୧ ଜୁଲାଇ ୨୦୧୭ରୁ ବ୍ରାଣ୍ଡ ରେଟ୍ ର ନିର୍ଦ୍ଧାରଣ ପାଇଁ ସାମଗ୍ରୀ ରପ୍ତାନି କରିବାକୁ ଥିବା ସ୍ଥାନ ଅର୍ଥାତ୍ ବନ୍ଦର/ ବିମାନଘାଟି/ ଆଇସିଡି ଆଦି ଯେଉଁଠାରେ ସିପିଂ ବିଲ୍ ଦାଖଲ କରାଯାଉଥିବା କିନ୍ତୁ କ୍ଷେତ୍ରାଧିକାରୀ ସୀମାଶୁଳ୍କ ଆୟୁକ୍ତଙ୍କ ନିକଟରେ ଦାଖଲ କରାଯିବ । ଏହି ୧ ଜୁଲାଇ ୨୦୧୭ରୁ ପୂର୍ବ କରାଯାଇଥିବା ରପ୍ତାନି ଯାହା ଆବେଦନ ଦାଖଲ କରାଯାଇନାହିଁ ଏଥିପାଇଁ ମଧ୍ୟ ଲାଗୁହେବ । ଯଦି ରପ୍ତାନି କୌଣସି ସ୍ଥାନରୁ କରାଯାଇଛି ତେବେ ଆବେଦନ ରପ୍ତାନି କରାଯାଇଥିବା କୌଣସି ସ୍ଥାନର କ୍ଷେତ୍ରାଧିକାରୀ ସୀମାଶୁଳ୍କ ଆୟୁକ୍ତଙ୍କ ପାଇଁ ଦାଖଲ କରାଯିବ ।
୧ ଜୁଲାଇ ୨୦୧୭ରୁ ପୂର୍ବ ଏସ୍ଇଜେଡ୍ ୟୁନିଟ ଓ ଏସ୍ଇଜେଡ୍ ଡେଭଲପରଙ୍କୁ ଯୋଗାଣ ପାଇଁ ବ୍ୟାଣ୍ଡ ରେଟ୍ ର ନିର୍ଦ୍ଧାରଣ ନିମନ୍ତେ ଆବେଦନ କ୍ଷେତ୍ରାଧିକାରୀ କେନ୍ଦ୍ର ଉତ୍ପାଦ ଶୁଳ୍କ ଆୟୁକ୍ତଙ୍କ ପାଖରେ ଦାଖଲ କରିବାକୁ ପଡିବ । ୧ ଜୁଲାଇ ୨୦୧୭ରୁ ବ୍ରାଣ୍ଡ ରେଟ୍ ର ନିର୍ଦ୍ଧାରଣ ପାଇଁ ଆବେଦନ ଡିଟିଏ ଯୋଗାଣକାରୀଙ୍କ ବ୍ୟବସାୟର ପ୍ରଧାନ ସ୍ଥାନ ଉପରେ କ୍ଷେତ୍ରାଧିକାରୀ ସୀମାଶୁଳ୍କ ନିକଟରେ କରିବାକୁ ପଡିବ । ଏହା ୧ ଜୁଲାଇ ୨୦୧୭ ପୂର୍ବରୁ କରାଯାଇଥିବା ରପ୍ତାନି ଯାହାର ବ୍ରାଣ୍ଡ ରେଟ୍ ର ନିର୍ଦ୍ଧାରଣ ପାଇଁ ଆବେଦନ ବର୍ତ୍ତମାନ ଦାଖଲ କରାଯାଇନାହିଁ । ଏଥିପାଇଁ ମଧ୍ୟ ଲାଗୁହେବ ।
ସୀମାଶୁଳ୍କ ଅଧିନିୟମ ୧୯୬୨ ର ଧାରା ଅ ୬୪ ଅନ୍ତର୍ଗତ ଆମଦାନୀ ସମୟ ପୈଠ କରାଯାଇଥିବା ଶୁଳ୍କ ଏବଂ କରର ଡ୍ରବ୍ୟାକ୍ ପ୍ରଦାନ କରାଯିବ । ୧ ଜୁଲାଇ ୨୦୧୭ରୁ ପୂର୍ବ ଆମଦାନୀକୃତ ସାମଗ୍ରୀ ଉପରେ ଦିଆଯାଇଥିବା ସୀମାଶୁଳ୍କ , ଅତିରିକ୍ତ ସୀମାଶୁଳ୍କ ତଥା ବିଶେଷ ଅଟରିକ୍ତ ସୀମାଶୁଳ୍କର ଡ୍ରବ୍ୟାକ୍ ଉପଲବ୍ଧ ହେବ । ସେହିପରି ପୁନଃ ରପ୍ତାନି ୧ ଜୁଲାଇ ୨୦୧୭ ରେ ବାଦ୍ କରାଯାଇଛି । ଏହିପ୍ରକାର ୧ ଜୁଲାଇ ୨୦୧୭ରେ ବାଦ୍ ଆମଦାନୀକୃତ ମାଲ୍ ର ପୁନଃ ରପ୍ତାନି କରିବା ପରେ ଆମଦାନୀର ସମୟ ପୈଠ କରାଯାଇଥିବା ସୀମାଶୁଳ୍କ, ଆଇଜିଏସ୍ ଟି ତଥା କ୍ଷତିପୂର୍ଣ୍ଣ ଉପକରର ଡ୍ରବ୍ୟାକ୍ ଦିଆଯିବ ।
୧ ଜୁଲାଇ ୨୦୧୭ ପରେ ଉକ୍ତ ସମସ୍ତ ଯୋଜନା ଅନ୍ତର୍ଗତ ଜାରି କ୍ରେଡିଟ ସ୍କ୍ରିପର ଲାଭ ସେହି ସାମଗ୍ରୀ ପାଇଁ ଯାହା ଉପରେ ଆଇଜିଏସ୍ ଟି ଦେୟ ଅଛି । କେବଳ ସୀମାଶୁଳ୍କ, ସେଫ୍ ଗାର୍ଡ ଡ୍ୟୁଟି , ଟ୍ରାନ୍ ଜିସନାଲ ପ୍ରଡ଼କ୍ଟ ସେଫ୍ ଗାର୍ଡ ଡ୍ୟୁଟି , ଆଣ୍ଟି – ଡମ୍ପି ଡ୍ୟୁଟିର ପୈଠ ହେତୁ ହିଁ ଉପଲବ୍ଧ ହେବ । କେନ୍ଦ୍ରୀୟ ଉତ୍ପାଦଶୁଳ୍କ ଅଧିନ ନିୟମ ୧୯୪୪ର ଚାରି ଅନୁସୂଚୀ (ସୂଚିତ ପେଟ୍ରୋଲିୟମ ଉତ୍ପାଦ ଓ ତମାଖୁ ଆଦିରେ ନିର୍ଦ୍ଧିଷ୍ଟ ସାମଗ୍ରୀ ପାଇଁ ଏହି ସ୍କ୍ରିପର ଲାଭ ସୀମାଶୁଳ୍କ ତାରିଫ ଅଧିନିୟମ ୧୯୭୫ର ଧାରା ୩(୧), ୩(୩) ଓ ୩(୫) ଅନ୍ତର୍ଗତ ଲାଗୁଥିବା ଅତିରିକ୍ତ ଶୁଳ୍କ ପାଇଁ ଉପଲବ୍ଧ ହେବ ।
ଇପିସିଜି ଅଥରାଇଜେସନ ଅନ୍ତର୍ଗତ ଆମଦାନୀ କରାଯାଇଥିବା ସାମଗ୍ରୀ ଉପରେ କେବଳ ସୀମାଶୁଳ୍କ ପୈଠ ହେତୁ ଛାଡ ପ୍ରାପ୍ତ ହେବ । ଇପିସିଜି ଅଥରାଇଜେସନ ଅନ୍ତର୍ଗତ ମାଲ୍ ଆମଦାନୀ କରୁଥିବା ବ୍ୟକ୍ତିଙ୍କୁ ଆଇଜିଏସ୍ ଟିର ପୈଠ କରିବାକୁ ପଡିବ ଯାହାର ଇନ୍ ପୁଟ ଟ୍ୟାକ୍ସ କ୍ରେଡିଟ ନିଆଯାଇପାରିବ ।
ନା, ଏମ୍ ଇଆଇଏସ୍ ଓ ଏସ୍ଇଆଇଏସ୍ ସ୍କ୍ରିପକୁ କେବଳ ସୀମାଶୁଳ୍କର ପୈଠ ପାଇଁ ଅଥବା ଜିଏସ୍ ଟିର ଅଧିନ ସାମିଲ କରାଯାଇନଥିବା ସାମଗ୍ରୀ ଉପରେ ଦେୟ ଅତିରିକ୍ତ ସୀମାଶୁଳ୍କ ପୈଠ ପାଇଁ ପ୍ରୟୋଗ କରାଯାଇପାରିବ ।
ଜିଏସ୍ ଟି ଆଇନ ଅନ୍ତର୍ଗତ କୌଣସି ଛାଡ ହେବନାହିଁ । ଏଫ୍ ଟିପିର ଅଧ୍ୟାୟ ୩ରେ ରପ୍ତାନି ପ୍ରୋତ୍ସାହନ ଯୋଜନା ଏବଂ ଏସ୍ଇଆଇଜଏସ୍ ଅନ୍ତର୍ଗତ ଜାରି କରାଯାଇଥିବା ଏକ୍ସଜିମ ସ୍କିପକୁ କେବଳ ସୀମାଶୁଳ୍କ ପୈଠ କିମ୍ବା ଜିଏସ୍ ଟିର ଅଧିନ ସାମିଲ କରାଯାଇନଥିବା ସାମଗ୍ରୀ ଉପରେ ଦେୟ ଅତିରିକ୍ତ ସୀମାଶୁଳ୍କ ପୈଠ ହେତୁ ଉପଯୋଗ କରାଯାଇ ପାରିବ । ସ୍କ୍ରିପ୍ ର ଉପଯୋଗ ଆଇଜିଏସ୍ ଟି କିମ୍ବା କ୍ଷତିପୂର୍ଣ୍ଣ ଉପକରର ପୈଠ ପାଇଁ ଉପଯୋଗ କରାଯାଇପାରିବ ନାହିଁ । ଏହିପରି ଘରୋଇ କ୍ରୟ ଉପରେ ସିଜିଏସ୍ ଟି , ଏସ୍ ଜିଏସ୍ ଟି କିମ୍ବା ଆଇଜିଏସ୍ ଟିର ପୈଠ ପାଇଁ ମଧ୍ୟ ସ୍କ୍ରିପର ଉପଯୋଗ କରାଯାଇପାରିବନାହିଁ ।
ଆଧାର - କେନ୍ଦ୍ରୀୟ ଉତ୍ପାଦ ଓ ସୀମାଶୁଳ୍କ ବୋର୍ଡ ଓ ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳର ବାଣିଜ୍ୟ କର ବିଭାଗ
Last Modified : 1/28/2020