অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜିଏସ୍ ଟିରେ ନିବେଶ ସେବା ବିତରକ ସଂକ୍ରାନ୍ତ ଧାରଣା

ଜିଏସ୍ ଟିରେ ନିବେଶ ସେବା ବିତରକ ସଂକ୍ରାନ୍ତ ଧାରଣା
  1. ଇନ୍ ପୁଟ ସର୍ଭିସ ଡିଷ୍ଟ୍ରିବ୍ୟୁଟର (ISD) ନିବେଶ ସେବା ବିତରକ କ’ଣ ?
  2. ISD  ପଞ୍ଜୀକରଣ  ଲାଗି  କ’ଣ   ଆବଶ୍ୟକ ?
  3. ଜମାରାଶିର  ବଣ୍ଟନ  ଲାଗି  କିଭଳି   ସର୍ତ୍ତ  ବା  ନିୟନ୍ତ୍ରଣ  ରହିଛି ?
  4. ISD  କ’ଣ  ରିଟର୍ଣ୍ଣ  ଫାଇଲ୍  କରିବା  ଆବଶ୍ୟକ  ?
  5. ଗୋଟିଏ  କମ୍ପାନୀ  ବହୁ  ସଂଖ୍ୟକ  ISD ରଖି  ପାରିବେ ?
  6. ISD ଦ୍ଵାରା  ଅଧିକ ବା  ତ୍ରୁଟିପୂର୍ଣ୍ଣ  ଜମାରାଶି  ବଣ୍ଟନ  ହୋଇଥିଲେ ଏହାକୁ  କିଭଳି  ଆଦାୟ  କରାଯାଇ   ପାରିବ ?
  7. ବିଭିନ୍ନ  ରାଜ୍ୟରେ  ଥିବା  ୟୁନିଟଗୁଡିକ  ପାଇଁ  CGST ଓ IGST ଜମାରାଶି   ଆଇଏସଡ଼ି ଦ୍ଵାରା  IGST ଜମାରାଶି   ଭାବେ  ବଣ୍ଟନ  କରାଯାଇ  ପାରିବ  କି ?
  8. ବିଭିନ୍ନ   ରାଜ୍ୟରେ  ଥିବା  ୟୁନିଟଗୁଡିକ  ପାଇଁ  ISD ଦ୍ଵାରା  SGST ଜମାରାଶି  IGST ଜମାରାଶି  ଭାବେ  ବଣ୍ଟିତ  ହୋଇ  ପାରିବ  କି ?
  9. ISD କ’ଣ  CGST  ଓ  IGST  ଜମାରାଶି   CGST ଜମାରାଶି  ଭାବେ   ବଣ୍ଟନ   କରିପାରିବେ   ?
  10. SGST ଓ  IGST ଜମାରାଶି  କ’ଣ  SGST  ଜମାରାଶି   ଭାବେ  ବଣ୍ଟିତ  ହୋଇପାରିବ କି ?
  11. କେଉଁ  କେଉଁ   ଦଲିଲ୍  ବଳରେ  ISD  ଦ୍ଵାରା   ଜମାରାଶି   ବଣ୍ଟନ   କରାଯାଇ  ପାରିବ ?
  12. ISD ର  ସବୁ  ୟୁନିଟକୁ  ସାର୍ବଜନୀନ  ଭାବେ  ଜମାରାଶି   କିପରି  ବଣ୍ଟନ  କରାଯାଇ   ପାରିବ ?
  13. କେଉଁ  ଟିକସ  ବଳରେ  ରାଜ୍ୟ  ବାହାର  ଗ୍ରହୀତାଙ୍କୁ  ISD CGST ଓ IGST ଜମାରାଶି  ବଣ୍ଟନ  କରିପାରିବେ  ?(କ) IGST, (ଖ) CGST, (ଗ) SGST
  14. କେଉଁ   ଟିକସ  ବଳରେ   ରାଜ୍ୟ   ଭିତରେ  ଗ୍ରହୀତାଙ୍କୁ   ISD CGST  ଜମାରାଶି  ବଣ୍ଟନ  କରିପାରିବେ ? (କ) IGST, (ଖ) CGST , (ଗ) SGST, (ଘ) କେଉଁଠି  ନୁହେଁ
  15. ନିବେଶ  ସେବା  ଉପରେ  ପଏଠ  ଟିକସର   ଜମାରାଶି  ଏକାଧିକ  ଯୋଗାଣକାରୀ  ବ୍ୟବହାର   କରିପାରିବ କି? କେଉଁ ପଦ୍ଧତି   ବଳରେ  ଏହା  ସମ୍ଭବ   ?
  16. ଯଦି  ଅତିରିକ୍ତ  ଜମାରାଶି  ବଣ୍ଟନ  କରାଯାଇଛି , ତାହାଲେ  ବିଭାଗ  ପକ୍ଷରୁ  ଏହା  ଆଦାୟ କରାଯିବ କି ?
  17. ଆଇନର   ବ୍ୟବସ୍ଥା  ଉଲ୍ଲଘଂନ   କରାଯାଇ  ଯେଉଁ  ଜମାରାଶି  ବଣ୍ଟନ  କରାଯାଇଥିବ , ତାହାର  ପରିଣାମ  କ’ଣ  ହେବ ?

ଇନ୍ ପୁଟ ସର୍ଭିସ ଡିଷ୍ଟ୍ରିବ୍ୟୁଟର (ISD) ନିବେଶ ସେବା ବିତରକ କ’ଣ ?

MGL ର  ଅନୁଚ୍ଛେଦ  ୨(୫୬) ଓ ISD ହେଉଛି   ଏକ  କାର୍ଯ୍ୟାଳୟ , ଯାହାକି   ଦ୍ରବ୍ୟ  ଉତ୍ପନ୍ନ  ଓ  ସେବା  ଯୋଗାଣ  କରିବା  ସହ  ଅନୁଚ୍ଛେଦ – ୨୩ ବଳରେ  ନିବେଶ  ସେବା  ରସିଦ  ଭିତ୍ତିରେ  ଟିକସ  ଚାଲାଣ  ଗ୍ରହଣ  କରିଥାଏ   । ଏହାଛଡା  ISD  ସମାନ  ପ୍ୟାନ  ନମ୍ବର  ଥିବା  ଟିକସଯୁକ୍ତ   ଦ୍ରବ୍ୟ  ଓ  ସେବା  ଯୋଗାଣକାରୀଙ୍କ   ଦ୍ଵାରା  ଏହି  ଯୋଗାଣ  ଲାଗି  ପଏଠ  ହୋଇଥିବା  ଓ CGST (ରାଜ୍ୟ   ଆଇନରେ  SGST) କିମ୍ବା  IGST ର  ଜମାରାଶି  ବଣ୍ଟନ  ପାଇଁ  ଟିକସ  ଚାଲାନ୍  ଓ  ଏହି  ଉଦ୍ଦେଶ୍ୟରେ  ଥିବା  ଅନ୍ୟାନ୍ୟ  ଦଲିଲଙ୍କୁ  ଜାରି   କରିଥାଏ   । ଜମାରାଶି  ବଣ୍ଟନ  ଉଦ୍ଦେଶ୍ୟ  ଯୋଗୁ  ISD କୁ  ସେବା  ଯୋଗାଣକାରୀ  ରୂପେ  ବିବେଚନା   କରାଯାଇଥାଏ   ।

ISD  ପଞ୍ଜୀକରଣ  ଲାଗି  କ’ଣ   ଆବଶ୍ୟକ ?

ତୃତୀୟ  ଧାରାର  ଅନୁଚ୍ଛେଦ – ୧୯ ଅନ୍ତର୍ଗତ  ପାରାଗ୍ରାଫ  ୫(୭) ଅନୁଯାୟୀ  ସେବା  ଯୋଗାଣକାରୀ  ମାନ୍ୟତା  ଦୃଷ୍ଟିରୁ  ISD ପଞ୍ଜୀକୃତ   ହୋଇପାରିବ   । ପଞ୍ଜୀକରଣ  ପାଇଁ  ଥିବା  ସର୍ବନିମ୍ନ  ସୀମା  ISD ପାଇଁ  ଲାଗୁ   ହେବନାହିଁ   । ପ୍ରଚଳିତ  ବ୍ୟବସ୍ଥା  ଅନୁଯାୟୀ  ହୋଇଥିବା  ISDର  ପଞ୍ଜୀକରଣ  GST ବ୍ୟବସ୍ଥାରେ  ଅନ୍ତର୍ଭୁକ୍ତ   ହେବନାହିଁ  । ସଂପ୍ରତି  କାର୍ଯ୍ୟକ୍ଷମ  ଥିବା  ISD ଭବିଷ୍ୟତରେ  ସଞ୍ଚାଳନ  କରିବାକୁ  ଇଚ୍ଛୁକ ଥିଲେ   ନୂତନ  ବ୍ୟବସ୍ଥାନୁଯାୟୀ  ସାନି  ପଞ୍ଜୀକରଣ   କରିବା   ଆବଶ୍ୟକ

ଜମାରାଶିର  ବଣ୍ଟନ  ଲାଗି  କିଭଳି   ସର୍ତ୍ତ  ବା  ନିୟନ୍ତ୍ରଣ  ରହିଛି ?

ନିମ୍ନଲିଖିତ   ସର୍ତ୍ତାନୁଯାୟୀ  ଜମାରାଶି  ବଣ୍ଟନ   କରାଯିବ –

(କ) ନିର୍ଦ୍ଧାରିତ  ନିୟମାନୁଯାୟୀ  ଟିକସ ଚାଲାନ୍  ବା  ଅନ୍ୟାନ୍ୟ  ଦଲିଲ  ଜରିଆରେ  ଜମାରାଶି  ବଣ୍ଟନ  କରାଯିବ ,

(ଖ) ବଣ୍ଟନ  ହେଉଥିବା  ଜମାରାଶିର  ପରିମାଣ  ଲଭ୍ୟ   ଜମାରାଶିଠାରୁ  ଅଧିକ  ହେଉନଥିବ ,

(ଗ) କେବଳ  ଉପଯୁକ୍ତ   ସେବା  ଯୋଗାଣକାରୀଙ୍କୁ  ହିଁ  ଜମାରାଶି  ବଣ୍ଟନ  କରାଯିବ ,

(ଘ) ଏକାଧିକ  ସେବା  ଯୋଗାଣକାରୀ   ଥିଲେ  ପୂର୍ବ  ଆର୍ଥିକ  ବର୍ଷ  ମଧ୍ୟରେ  ସେମାନଙ୍କ  କାରବାର  ଭିତ୍ତିରେ   ଯମରାଶି  ସମାନୁପାତିକ  ଭାବେ   ବଣ୍ଟନ  କରାଯିବ  ।

ISD  କ’ଣ  ରିଟର୍ଣ୍ଣ  ଫାଇଲ୍  କରିବା  ଆବଶ୍ୟକ  ?

ହଁ , MGL ର ଅନୁଚ୍ଛେଦ  ୨୭(୬) ଅନୁଯାୟୀ   ପରବର୍ତ୍ତୀ  ମାସର  ୧୩ ତାରିଖରେ  GSTR 6 ବଳରେ  ISD ତାଙ୍କର  ମାସିକ  ରିଟର୍ଣ୍ଣ  ଫାଇଲ୍  କରି  ପାରିବେ   ।

ଗୋଟିଏ  କମ୍ପାନୀ  ବହୁ  ସଂଖ୍ୟକ  ISD ରଖି  ପାରିବେ ?

ଉତ୍ତର  ହଁ , ବିପଣନ ପ୍ରଭାଗ , ସୁରକ୍ଷା  ପ୍ରଭାଗ   ଆଦି  କାର୍ଯ୍ୟାଳୟ ପାଇଁ  ପୃଥକ   ISD  ଆବେଦନ   କରାଯାଇ   ପାରିବ  ।

ISD ଦ୍ଵାରା  ଅଧିକ ବା  ତ୍ରୁଟିପୂର୍ଣ୍ଣ  ଜମାରାଶି  ବଣ୍ଟନ  ହୋଇଥିଲେ ଏହାକୁ  କିଭଳି  ଆଦାୟ  କରାଯାଇ   ପାରିବ ?

ଅନୁଚ୍ଛେଦ  ୧୮(୧) ଓ  ୧୮(୨) ରେ  ବର୍ଣ୍ଣିତ  ଅଛି  ଯେ, ISD ବିରୁଦ୍ଧରେ  କାର୍ଯ୍ୟାନୁଷ୍ଠାନ  ଗ୍ରହଣ  କରାଯାଇ   ଅତ୍ୟଧିକ  ବା  ତ୍ରୁଟିପୂର୍ଣ୍ଣଭାବେ  ବଣ୍ଟିତ  ଜମାରାଶି   ଆଦାୟ  ହୋଇପାରିବ   । ଏହାଛଡା  ଆଦର୍ଶ  GST ଆଇନର   ଅନୁଚ୍ଛେଦ -୫୧ ବଳରେ  ଗ୍ରହୀତାଙ୍କ  ବିରୁଦ୍ଧରେ  ମଧ୍ୟ  କାର୍ଯ୍ୟାନୁଷ୍ଠାନ  ନିଆଯାଇ  ଜମାରାଶି  ଉଦ୍ଧାର  କରାଯାଇ   ପାରିବ   ।

ବିଭିନ୍ନ  ରାଜ୍ୟରେ  ଥିବା  ୟୁନିଟଗୁଡିକ  ପାଇଁ  CGST ଓ IGST ଜମାରାଶି   ଆଇଏସଡ଼ି ଦ୍ଵାରା  IGST ଜମାରାଶି   ଭାବେ  ବଣ୍ଟନ  କରାଯାଇ  ପାରିବ  କି ?

ଅନୁଚ୍ଛେଦ  ୧୭(୧) ଅନୁଯାୟୀ , ବିଭିନ୍ନ  ରାଜ୍ୟରେ  ଥିବା  ୟୁନିଟଗୁଡିକ   ପାଇଁ  ISD  ଦ୍ଵାରା  CGST  ଜମାରାଶି  IGST ଭାବେ  ଓ  IGST  ଜମାରାଶି  ମଧ୍ୟ  IGST ଭାବେ  ବଣ୍ଟନ   କରାଯାଇ  ପାରିବ  ।

ବିଭିନ୍ନ   ରାଜ୍ୟରେ  ଥିବା  ୟୁନିଟଗୁଡିକ  ପାଇଁ  ISD ଦ୍ଵାରା  SGST ଜମାରାଶି  IGST ଜମାରାଶି  ଭାବେ  ବଣ୍ଟିତ  ହୋଇ  ପାରିବ  କି ?

ହଁ, ବିଭିନ୍ନ  ରାଜ୍ୟରେ  ଥିବା  ୟୁନିଟଗୁଡିକ  ପାଇଁ  ISD  SGST  ଜମାରାଶିକୁ  IGST  ଭାବେ  ବଣ୍ଟନ   କରିପାରିବେ  ଅନୁଚ୍ଛେଦ  ୧୭  (୨)  ।

ISD କ’ଣ  CGST  ଓ  IGST  ଜମାରାଶି   CGST ଜମାରାଶି  ଭାବେ   ବଣ୍ଟନ   କରିପାରିବେ   ?

ହଁ , ଗୋଟିଏ  ରାଜ୍ୟ  ଭିତରେ  ଥିବା  ୟୁନିଟଗୁଡିକ  ପାଇଁ   ISD CGST ଓ  IGST  ଜମାରାଶିକୁ  CGST ଜମାରାଶିଭାବେ  ବଣ୍ଟନ  କରିପାରିବେ   ।

SGST ଓ  IGST ଜମାରାଶି  କ’ଣ  SGST  ଜମାରାଶି   ଭାବେ  ବଣ୍ଟିତ  ହୋଇପାରିବ କି ?

ହଁ, ଗୋଟିଏ  ରାଜ୍ୟ  ଭିତରେ  ଥିବା  ୟୁନିଟଗୁଡିକ  ପାଇଁ   OSD CGST  ଓ  IGST ଜମାରାଶି  ବଣ୍ଟନ   କରିପାରିବେ  ।

କେଉଁ  କେଉଁ   ଦଲିଲ୍  ବଳରେ  ISD  ଦ୍ଵାରା   ଜମାରାଶି   ବଣ୍ଟନ   କରାଯାଇ  ପାରିବ ?

କେଉଁ  ଦଲିଲ  ବଳରେ  ଜମାରାଶି  ବଣ୍ଟନ  କରାଯିବ  ତାହା  ଏପର୍ଯ୍ୟନ୍ତ  ଧାର୍ଯ୍ୟ  କରାଯାଇ  ନାହିଁ   । କେବଳ  ନିର୍ଦ୍ଧାରିତ  ଦଲିଲ୍  ବଳରେ  ଜମାରାଶି  ବଣ୍ଟନ  କରାଯାଇ  ପାରିବ  ବୋଲି  ପ୍ରସ୍ତାବିତ  ଆଇନରେ  ଉଲ୍ଲେଖିତ  ରହିଛି   ।

ISD ର  ସବୁ  ୟୁନିଟକୁ  ସାର୍ବଜନୀନ  ଭାବେ  ଜମାରାଶି   କିପରି  ବଣ୍ଟନ  କରାଯାଇ   ପାରିବ ?

ପ୍ରୋ – ରାଟା  ବା  ଆନୁପାତିକ  ହାତରେ  ISD ଦ୍ଵାରା  ସବୁ  ୟୁନିଟ  ସାର୍ବଜନୀନଭାବେ  ଜମାରାଶି  ବ୍ୟବହାର  କରିପାରିବେ  । ଆନୁପାତିକ  ହାର  ଭିତ୍ତି  ହେଲା , ପ୍ରତ୍ୟକ  ୟୁନିଟର  କାରବାରକୁ  ମିଶାଇ  ସମସ୍ତ  ୟୁନିଟର  ସାମଗ୍ରିକ  ଉପରେ  ଜମାରାଶି  ବଣ୍ଟନ  କରାଯାଇଥାଏ

କେଉଁ  ଟିକସ  ବଳରେ  ରାଜ୍ୟ  ବାହାର  ଗ୍ରହୀତାଙ୍କୁ  ISD CGST ଓ IGST ଜମାରାଶି  ବଣ୍ଟନ  କରିପାରିବେ  ?(କ) IGST, (ଖ) CGST, (ଗ) SGST

IGST

କେଉଁ   ଟିକସ  ବଳରେ   ରାଜ୍ୟ   ଭିତରେ  ଗ୍ରହୀତାଙ୍କୁ   ISD CGST  ଜମାରାଶି  ବଣ୍ଟନ  କରିପାରିବେ ? (କ) IGST, (ଖ) CGST , (ଗ) SGST, (ଘ) କେଉଁଠି  ନୁହେଁ

CGST

ନିବେଶ  ସେବା  ଉପରେ  ପଏଠ  ଟିକସର   ଜମାରାଶି  ଏକାଧିକ  ଯୋଗାଣକାରୀ  ବ୍ୟବହାର   କରିପାରିବ କି? କେଉଁ ପଦ୍ଧତି   ବଳରେ  ଏହା  ସମ୍ଭବ   ?

(କ) ସମ୍ପୃକ୍ତ  ରାଜ୍ୟରେ   କାରବାରର  ଆନୁପାତିକ  ହାତରେ  ଏଭଳି   ନିବେଶ  ସେବା  ବ୍ୟବହାର   କରୁଥିବା  ଯୋଗାଣକାରୀଙ୍କ  ମଧ୍ୟରେ  ବଣ୍ଟନ  କରାଯିବ  ।

(ଖ) ସବୁ  ଯୋଗାଣକାରୀଙ୍କ  ମଧ୍ୟରେ   ସମାନ  ହାରରେ   ଅଣତଣ

(ଗ) କେବଳ  ଜଣେ  ଯୋଗାଣକାରୀଙ୍କୁ   ବଣ୍ଟନ

(ଘ) ଆଦୌ  ବଣ୍ଟନ  କରାଯିବ  ନାହିଁ   ।

ଉତ୍ତର  (କ)

ଯଦି  ଅତିରିକ୍ତ  ଜମାରାଶି  ବଣ୍ଟନ  କରାଯାଇଛି , ତାହାଲେ  ବିଭାଗ  ପକ୍ଷରୁ  ଏହା  ଆଦାୟ କରାଯିବ କି ?

ହଁ, ସମ୍ପୃକ୍ତ  ବିଭାଗ  ଦ୍ଵାରା  ISD ଠାରୁ  ସୁଧ  ସହ  ବଣ୍ଟନ  କରାଯାଇଥିବା   ଅତିରିକ୍ତ   ଜମାରାଶି  ଆଦାୟ  କରାଯାଇ  ପାରିବ  ।

ଆଇନର   ବ୍ୟବସ୍ଥା  ଉଲ୍ଲଘଂନ   କରାଯାଇ  ଯେଉଁ  ଜମାରାଶି  ବଣ୍ଟନ  କରାଯାଇଥିବ , ତାହାର  ପରିଣାମ  କ’ଣ  ହେବ ?

ଆଇନ  ଉଲ୍ଲଘଂନ  କରାଯାଇ   ଯେଉଁ  ଜମାରାଶି  ବଣ୍ଟନ  କରାଯାଇଥିବ , ତାହା  ୟୁନିଟଠାରୁ  ଆଦାୟ  କରାଯିବ । ସୁଧ  ସହ  ଜମାରାଶି  ଆଦାୟ  କରାଯିବ  । ଯେଉଁ  ଜମାରାଶିଟି  ସୁଧସହ  ବଣ୍ଟନ  କରାଯିବ  ।

 

ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate