GST ଅଧୀନରେ କେଉଁ ପ୍ରକାର ଦୋଷର ବ୍ୟବସ୍ଥା କରାଯାଇଛି ? ମାନକ CGST /SGST ନିୟମ ମୁତାବକ ଦୋଷ ଓ ଦଣ୍ଡ ବିଷୟରେ ବିଷୟ ୧୬ ରେ ଉଲ୍ଲେଖ ଅଛି । ଏହି ନୀତି ଧାରା ୧୨୨ ଅନ୍ତର୍ଗତ ୨୧ ପ୍ରକାର ଦୋଷ, ଧାରା ୧୦ ଅନ୍ତର୍ଗତ ଦଣ୍ଡ ବ୍ୟବସ୍ଥା ସହ କରଦାତାଙ୍କ ବୁଝାମଣା ବ୍ୟବସ୍ଥା ରହିଛି । ସେ ସବୁ ଦୋଷଗୁଡିକ ହେଲା । ରସିଦ ବିହୀନ ଯୋଗାଣ ବା ମିଛ / ଠିକ ନଥିବା ରସିଦ କେବଳ ରସିଦ ପ୍ରଦାନ ହୋଇଛି ଯୋଗାଣ ହୋଇନାହିଁ । ୩ ମାସରୁ ଉର୍ଦ୍ଧ୍ଵ ସଂଗୃହିତ କରକୁ ପଇଠ କରିବା । MGL ଅନୁସାରେ ୩ ମାସରୁ ଅଧିକ ସମୟ ଧରି ସଂଗୃହିତ କର ନ ଦେବା । ଧାରା ୪୩ ଅନ୍ତର୍ଗତ ମୂଳ ଉତ୍ସରେ ନ କାଟିବା କମ କର କାଟିବା । ଧାରା ୫୨ (ଗ) ଅନ୍ତର୍ଗତ କର ସଂଗ୍ରହ ନ କରିବା ବା କମ କର ସଂଗ୍ରହ କରିବା ବା ଉତ୍ସରେ ସଂଗୃହିତ କରକୁ ପ୍ରଦାନ ନ କରିବା । କୌଣସି ବସ୍ତୁବା ସେବା ଗ୍ରହଣ ନକରି କେବଳ ଅନ୍ତଗ୍ରହିତ କର ଗ୍ରହଣ କରିବା । ଶଠତା ପୂର୍ବକ କୌଣସି କର ସଂଗ୍ରହ କରିବା । ଧାରା ୨୦ ଅନ୍ତର୍ଗତ , ସେବା ଅନ୍ତର୍ଗହଣ କାରୀ ଭାବରେ ହୀତ କର ଗ୍ରହଣ କରିବା ବା ବଣ୍ଟନ କରିବା । ମିଥ୍ୟା ତଥ୍ୟ ପ୍ରଦାନ / ଆର୍ଥିକ ହିସାବରେ ମିଥ୍ୟା ପ୍ରମାଣ ତିଆରି କରିବା ବା ମିଥ୍ୟା ହିସାବ ପ୍ରଦାନ କରିବା / ବା କର ଏଡାଇବା ଉଦ୍ଦେଶ୍ୟ ପ୍ରମାଣପତ୍ର ପ୍ରସ୍ତୁତ କରିବା । କର ଦେବାର ଯୋଗାଡ ଥାଇ ପଞ୍ଜିକରର ନକରିବା । ବାଧ୍ୟତାମୂଳକ ତଥ୍ୟ ଦେବା ବଦଳରେ ପଞ୍ଜିକାରଣ ନିମିତ୍ତ ମିଥ୍ୟାତଥ୍ୟ ପ୍ରଦାନ କରିବା । କୌଣସି ଅଧିକାରୀଙ୍କୁ ତାଙ୍କର ଦାୟିତ୍ଵ ସମ୍ପାଦନରେ ବାଧା ତିଆରି କରିବା । ଉଚିତ ପ୍ରମାଣ ପତ୍ର ବିନା ବସ୍ତୁ ପରିବହନ କରିବା । କରନିମୂଳ କରିବା ପାଇଁ ଉତ୍ପାଦନ ମୂଲ୍ୟକୁ କମ କରିବା । ନୀତି ମୁତାବକ ହିସାବ ଓ ପ୍ରମାଣପତ୍ର ରଖିବାରେ ବିଫଳ ହେବା ବା ନିର୍ଦ୍ଧିଷ୍ଟ ସମୟ ଅବଧି ହିସାବ / ପ୍ରମାଣପତ୍ର ଣ ରଖିବା । ନୀତି ଅନୁଯାୟୀ ଅଧିକାରୀଙ୍କ ଆବଶ୍ୟକ ମୁତାବକ ତଥ୍ୟ / ପ୍ରମାଣପତ୍ରନ ହେବା ବା ମିଥ୍ୟା ପମାନ ପତ୍ର ପ୍ରଦାନ କରିବା । ବିବାଦମାନ ବସ୍ତୁ ଇତ୍ୟାଦିର ଯୋଗାଣ / ପରିବହନ / ମହଜୁତ ରଖିବା । ଅନ୍ୟର GSTIN ବ୍ୟବହାରକରି ରସିଦ ପ୍ରଦାନ କରିବା । ପ୍ରମାଣଯୋଗ୍ୟ ଜନ୍ତାକୁ ନଷ୍ଟ କରିବା ବିମୁଖ କରିବା । ନୀତି ମୁତାବକ ଜବତ ହୋଇଥିବା ବସ୍ତୁ ଇତ୍ୟାଦିକୁ ନଷ୍ଟ କରିବା ବା ବିମୁଖ କରିବା । ଦଣ୍ଡଭଳି ଶବ୍ଦର ଅର୍ଥ କଣ ଯଦିଓ CGST /SGST ର ଦଣ୍ଡ ପରି ଶବ୍ଦକୁ ବ୍ୟବହାର କରାଯାଇନାହିଁ । ତଥାପି ବିଚାର ବିଭାଗୀୟ ଶବ୍ଦାବଳୀରେ ଓ ନ୍ୟାୟ ପ୍ରାସଙ୍ଗିକ ନୀତିରେ ଦଣ୍ଡର ବ୍ୟବସ୍ଥାର ସମ୍ପର୍କରେ ନିମ୍ନରେ ବର୍ଣ୍ଣନା କରାଯାଉଛି । କର୍ତ୍ତୃପକ୍ଷଙ୍କ ଦ୍ଵାରା ଦୋଷପାଇଁ ସାମାୟିକ ଦଣ୍ଡ ବା ଦଣ୍ଡଭାବେ ଅର୍ଥପ୍ରଦାନରେ ନିର୍ଦ୍ଦେଶକୁ ଦଣ୍ଡ କହନ୍ତି । ଆଇନ ଦ୍ଵାରା ଲଦାଯାଇଥିବା ଦଣ୍ଡ , କିଛି କରିବା ଠିକ ପାଇଥିବା ବା ନକରିବାର ଦଣ୍ଡକୁ ଦଣ୍ଡ କହନ୍ତି । ଦଣ୍ଡ ନିର୍ଦ୍ଦେଶ ପ୍ରଦାନ କରିବା ନିମିତ୍ତ କେଉଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଆଇନ ଅନୁସାରେ କିଛି ନିର୍ଦ୍ଧିଷ୍ଟ କାମ କରି ନପାରିଲେ ବା ଅନ୍ତର୍ଜାତିକ ବାପାଜିକ ଚୁକ୍ତିଓ ରାଜିନାମା ଅନୁଯାୟୀ କାର୍ଯ୍ୟ ସଂପାଦାନ ନକାଲେ ଦଣ୍ଡ ନିମିତ୍ତ ନିଷ୍ପତ୍ତି ହୋଇଥାଏ । ଧାରା 126 ରେ ଏହି ନିୟମାନୁଯାୟୀ ବର୍ଣ୍ଣନା ହୋଇଛ । ସେ ଧାରା ଅନୁସାରେ । କାରଣ ଦର୍ଶାଅ ନୋଟିସ ଜାରି ନକରି ଦଣ୍ଡ ନିଷ୍ପତ୍ତି ପ୍ରଦାନ ହେବ ନାହିଁ ବା ଉପଯୁକ୍ତ ଶୁଣାଣୀ / ପ୍ରତିପକ୍ଷଙ୍କୁ ଦୋଷର ମୁକ୍ତି ପାଇଁ ସମୟ ଓ ସମ୍ଭାବନାର ସୁଯୋଗ ନ ଦେଇ ଦଣ୍ଡ ନିଷ୍ପତ୍ତି ପ୍ରଦାନ ହେବନାହିଁ । ଦଣ୍ଡଟି ସମଗ୍ର ଘଟନାର ତଥ୍ୟ ଓ ପରିସ୍ଥିତି ଉପରେ ଆଧାରିତ । ଦଣ୍ଡ ପ୍ରଦାନ ପୂର୍ବରୁ ଦୋଷର ଭୟବହତା ଓ ବ୍ୟବସ୍ଥା ମୁତାବକ କେଉଁ ସ୍ତରର ଉଲ୍ଲଂଘନ ହୋଇଛି ତା ଆଇନତଃ ପରଖିବା ଆବଶ୍ୟକ । କେଉଁ ପ୍ରକାର ଉଲ୍ଲଂଘନ ହୋଇଛି ତାହା ଦଣ୍ଡ ଲଦିଦେବା ପୂର୍ବରୁ ବିଚାର ହେବା ଦରକାର । ଆଇନଟିର କେଉଁ ଧାରା ଅନୁଯାୟୀ ଦଣ୍ଡ ବିହିତ ହୋଇଛି ତାହା ଉଲ୍ଲେଖ ହେବା ଦରକାର । ପୁନଃ ଧାରା ୬୮ କୌଣସି ଦଣ୍ଡ ନ ଦେବା ମଧ୍ୟ ନିଷ୍ପତ୍ତି କରେ , ସେ ପରିସ୍ଥିତି ଗୁଡିକ ହେଲା - ଯଦି କୌଣସି ସାଧାରଣ ଉଲ୍ଲଂଘନ ହୋଇଛି (ସାଧାରଣ ଉଲ୍ଲଂଘନ ବିପକ୍ଷରେ ବ୍ୟବସ୍ଥା ଭିତ୍ତିର ଯଦି କର ଅଣାଦେୟ ୫୦୦୦ ଟଙ୍କା ଭିତରେ ଅଛି ବା । ଏଥି ନିମିତ୍ତ ଆଇନର ଏକ ପ୍ରକ୍ରିୟା ଆବଶ୍ୟକ ଅଛି । ସହଜରେ ସୁଧାରୀ ହେଉଥିବା ଭୁଲ/ ଛାଡି ହୋଇଥିବା ପ୍ରମାଣପତ୍ର (ଆଇନ ଅନ୍ତର୍ଗତ ଭୁଲର ଧାରଣା ବିପକ୍ଷରେ ବର୍ଣ୍ଣିତ ହୋଇଛି ) କୁ ଦେଇ ଅଦା ଉଦ୍ଦେଶ୍ୟକୃତ ଭାବେ ବେନିୟମ ବା ସମୂହ ଉଲ୍ଲଂଘନ । ଏହା ବ୍ୟତୀତ MGL ଧାରାରେ ନିର୍ଦ୍ଧିଷ୍ଟ ଅନୁପାତରେ ଦୋଷ ପାଇଁ ଦଣ୍ଡ ବ୍ୟବସ୍ଥା ରହିଛି , ଯାହା ସମସ୍ତଙ୍କୁ ଗ୍ରହଣୀୟ । GST ରେ ଦଣ୍ଡ ପରିମାଣ କେତେ ହେବାର ବ୍ୟବସ୍ଥା ରହିଛି ଧାରା ୧୨୨(୧) ଅନୁସାରେ ଯେଉଁ ଦୋଷ ଗୁଡିକ ଧାରାରେ ଉଲ୍ଲେଖ ରହିଛି ତେବେ କରଦାତା ସମାନ ବା ତତୋଧିକ ଦଣ୍ଡ ଦେବାର ବ୍ୟବସ୍ଥାଗୁଡିକ ହେଲା । ଯେଉଁ ପରିମାଣର କାର ଏଡାଇ ଦିଆଯାଇଛି , ଶଠତା ପୂର୍ବକ ଫେରସ୍ତ ନିଆଯାଇଛି ବା ଗ୍ରହଣ କରାଯାଇଛି ବା ବାଦ କରାଯାଇଛି ସାମୟିକ ସଂଗ୍ରହ କରାଯାଇଛି ବା ବାଦ କରାଯାଇଛି । ଏ ସମସ୍ତ ଦୋଷର ପରିମାଣ ୧୦,୦୦୦ ଟଙ୍କା ମୂଲ୍ୟର , ପୁନଃ ଧାରା ୧୨୨ (୨) ବ୍ୟବସ୍ଥାରେ ଯଦି ପଞ୍ଜିକୃତ ବ୍ୟବସାୟୀ ବାରମ୍ବାର ସ୍ୱଳ୍ପ ଦେୟ ମାଧ୍ୟମରେ କର ଦିଅନ୍ତି ତେବେ ସେ ଦଣ୍ଡର ପରିଧି ଭିତରକୁ ଆସିବେ ବା ଯାହା ଅଧିକ ହେବ । କମ ଥିବା କର ପରିମାଣର ୧୦% ୧୦,୦୦୦ ଟଙ୍କା କରଦାତାଙ୍କ ଭିନ୍ନ ଅନ୍ୟ କୌଣସି ବ୍ୟକ୍ତି ବିଶେଷଙ୍କୁ ଏଥିରେ ଦଣ୍ଡ ପାଇଁ ବ୍ୟବସ୍ଥା ଅଛି କି ଧାରା ୧୨୨ (୩)ନ ବ୍ୟବସ୍ଥାରେ ଯଦି ଦଣ୍ଡ ପରିମାଣ ୨୫୦୦୦ ଟଙ୍କା ରୁ ଅଧିକ ହୋଇଥାଏ , ତେବେ ଯେକୌଣସି ବ୍ୟକ୍ତି ଯେ । ୨୧ ଟି ଦୋଷରେ ଯୋଡିବେ ବା ଏଡାଇଥିବେ । ଯଦି କୌଣସି ମାଧ୍ୟମରେ (ଗ୍ରହଣ ପରିବହନ ମହଜୁତ ଯୋଗାଣ) ବସ୍ତୁ ସହ ସମ୍ପର୍କରେ ଆସନ୍ତି ଯାହା ସନ୍ଦେହଯୁକ୍ତ । ନୀତି ବହିର୍ଗତ ଯଦି କୌଣସି ସେବା ଯୋଗାଇ ଦିଅନ୍ତି ବା ଗ୍ରହଣ କରନ୍ତି । ସମନ ପାଇବାରେ ପରେ କର୍ତ୍ତୃପକ୍ଷଙ୍କ ଆଗରେ ହାଜର ନ ହୁଅନ୍ତି । କୌଣସି ଯୋଗାଣ ପାଇଁ ରସିଦ ନ ଦିଅନ୍ତି ବା ରସିଦ ଗୁଡିକ ନିୟମିତ ହିସାବ ଖାତାରେ ଗ୍ରହଣ ନ କରନ୍ତି । GST ଅଧୀନରେ ଯେଉଁ ସମୟ / ସ୍ତରରେ ଉଲ୍ଲଂଘନ କଲେ ଦଣ୍ଡ ବ୍ୟବସ୍ଥା ନାହିଁ । ଭିନ୍ନ ଏକ ଦଣ୍ଡ ପାଇଁ ବ୍ୟବସ୍ଥା ନଥିବ , ତେବେ ଦଣ୍ଡ କଣ ହେବ । ଧାରା ୬୭ ମୁତାବକ ଯେଉଁଠି କୌଣସି ଏକ ଉଲ୍ଲଂଘନ ପାଇଁ ନୀତି ନିୟମ ଆଧାରରେ ଭିନ୍ନ ଏକ ଦଣ୍ଡ ବିଧି ନାହିଁ , ତେବେ ଦଣ୍ଡର ଦଣ୍ଡବିଧାନ ହେଉ ଦଣ୍ଡର ପରିମାଣ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ହେବ । ଉଚିତ ରସିଦ ନ ଥାଇ ବା ହିସାବ ଖାତାରୁ ତଥ୍ୟ ବାଦ ଦେଇ ବସ୍ତୁ ପରିବହନ କଲେ କେଉଁ ପ୍ରକାର ପଦକ୍ଷେପ ନିଆଯିବ । ଧାରା -୧୨୫ CGST /SGST ଅଧୀନରେ ଯଦି କୌଣସି ବସ୍ତୁ ପରିବହନ ମହାଯୁତ ସମୟରେ ରସିଦ ନ ଥାଏ ବା ହିସାବ ଖାତାରେ ବସ୍ତୁର ଉଲ୍ଲେଖ ନ ଥାଏ ବା ଜ୍ଞାତପୂରକ ନଥିଭୁକ୍ତ ହୋଇନଥାଏ ତେବେ ଏହି ନୀତି ବ୍ୟବସ୍ଥା ମୁତବକ ସଂପୂର୍ଣ୍ଣ ସୁଧ, କର , ଦଣ୍ଡ ଓ ବ୍ୟବସ୍ଥା ରହିଛି । ଯଦି ମାଲିକ ସମ୍ମୁଖ ଭାଗକୁ ଆସନ୍ତି : ଉପଯୁକ୍ତ କର ଦେ ସହ ବସ୍ତୁକୁ ଖଲାସ କରାଯାଇପାରେ ଏବଂ କର ଉପରେ ୧୦୦ % ଦଣ୍ଡ ମଧ୍ୟ ଦେବେ ବା ଏ ସମସ୍ତ ବସ୍ତୁ ଉପରେ ଅନ୍ୟଭାବରେ ୨ ପ୍ରତିଶତ ଦଣ୍ଡ ବା ୨୫ ହଜାର ଟଙ୍କା ଯେଉଁଠି କମ ପରିମାଣର ସୁରକ୍ଷା ରାସୀ ଜମା କରିବେ । ଯଦି ମାଲିକ ସମ୍ମୁଖ ଭାଗକୁ ନ ଆସନ୍ତି : ଉପଯୁକ୍ତ କର ଦେ ସହ ଅତିରିକ୍ତ ୫୦ ପ୍ରତିଶତ ଦଣ୍ଡ ପ୍ରଦାନ କରିବେ । ଅନ୍ୟ କ୍ଷେତ୍ରରେ ବସ୍ତୁ ମୂଲ୍ୟର ଦଣ୍ଡ ୫% ବା ୨୫ ଯାହାର ଟଙ୍କା ଯେଉଁଠି କମ ପ୍ରଦାନ କରିବେ । ବୁଝାମଣା ପାଇଁ ଆବେଦନ କରିଥିବା ବ୍ୟକ୍ତିର ଦଣ୍ଡ ପରିମାପ କଣ ହେବ ଯଦିସେ ଆବେଦନ କରିଥିବା ଯୋଜନାରେ ତାଙ୍କର ଯୋଗ୍ୟତା ନଥାଏ । ଧାରା ୮(୩)ମୁତାବକ ଯଦି ଜେନ ବ୍ୟକ୍ତି ନିର୍ଦ୍ଧିଷ୍ଟ ଯୋଜନାରେ ବୁଝାମଣା ପାଇଁ ଆବେଦନ କରନ୍ତି , କିନ୍ତୁ ସେ ଉଲ୍ଲେଖଥିବା ଯୋଜନାରେ ଅନ୍ତର୍ଭୁକ୍ତ ନହୁଅନ୍ତି ତେବେ ଯୋଗ୍ୟତା ମୁତବକ କର ପରିମାଣର ଦଣ୍ଡ ମଧ୍ୟ ପ୍ରଦାନ କରିବେ । କନଫିକେସନ ଶବ୍ଦର ଅର୍ଥ କଣ ? କନଫିକେସନ ଶବ୍ଦଟି ନୀତିମଧ୍ୟରେ ବ୍ୟବହାର କରାଯାଇନାହିଁ । କିନ୍ତୁ ରୋମାନ ନିୟମ ଅନୁସାରେ ସଂଜ୍ଞାଭୂତ ଅର୍ଥ ହେଲା ଯଦି କୌଣସି କ୍ଷେତ୍ରରେ ରାଜାଙ୍କ ଦ୍ଵାରା କୌଣସି ବସ୍ତୁ ଅଭିଗ୍ରହଣ ହୁଏ , ତେବେ ଏବଂ ରାଜ୍ୟ ରାଜକୋଷରୁ ପରିବହନ କରାଯାଏ । ଆୟାରଙ୍କ ଆଇନ ଶବ୍ଦାବଳୀରେ “କନଫିସକେଟ “ ହେଉଛି ବ୍ୟକ୍ତିଗତି ଘରୋଇ ସମ୍ପତ୍ତି ଅଭିଗ୍ରହଣ କ୍ରମେ ଦଣ୍ଡ ହେତୁ ରାଜକୋଷକୁ ସ୍ଥାନାନ୍ତରିତ ହୁଏ । GST ର ଅଧିନରେ କେଉଁ ପରିସ୍ଥିତିରେ ବସ୍ତୁ ଜବଦ ହୋଇ ରାଜକୋଷକୁ ଯିବ (କନଫିସକେଟ) CGST /SGST ଧାରା ୧୩୦ ଅନୁସାରେ , ଜବଦ ହେବାକୁ ଥିବା ବସ୍ତୁ ସମୂହ ହେଲା । ନୀତି ବିରୁଦ୍ଧରେ ବସ୍ତୁ ଯୋଗାଡ କଲେ ଏବଂ କର ନ ଦେବା ପାଇଁ ଯୋଜନା ପ୍ରସ୍ତୁତ କଲେ । ନୀତି ଅନୁସାରେ ବସ୍ତୁ ସମୂହକୁ ହିସାବ ପରିସର ନ ଆଣିଲେ । କର ପାଞ୍ଜିକାରଣ ନଥାଇ କର ଯୋଗ୍ୟ ବସ୍ତୁ ଯୋଗାଡ କଲେ କର ଦେୟକୁ ଏଡାଇବା ଉଦ୍ଦେଶ୍ୟରେ ନୀତି/ ନିୟମର ବିରୁଦ୍ଧାଚରଣ କଲେ । ଉପଯୁକ୍ତ ଅଧିକାରୀଙ୍କ ଦ୍ଵାରା ବସ୍ତୁ ଜବଦ ହେବାପରେ କଣ ହେବ । ଜବତ ହେବାପରେ ବସ୍ତୁ ସରକାରଙ୍କ ମାର୍ଫତକୁ ଚାଲିଯାଏ । ଅଧିକାରୀଙ୍କ ଆବେଦନ ହେତୁ ପୋଲିସ ବାବୁ ଏ କାମରେ ସାହାଜ୍ଯ କରିବେ । ଜବତ ହେବାପରେ , ଯଦି ଆବଶ୍ୟକ ବ୍ୟକ୍ତିଙ୍କୁ ବସ୍ତୁର ମୂଲ୍ୟାୟନ ଭିତ୍ତିକ ପ୍ରତ୍ୟାବର୍ତ୍ତନ ପାଇଁ ଇଚ୍ଛାଭିତ୍ତିକ ଅଧିକାର ଦେବେ ଆବଶ୍ୟକ କି ? ହଁ, ଧାରା ୧୩୦ (୨) ଅନୁସାରେ ଜବଦ ହୋଇଥିବା ବସ୍ତୁ ବା ଜବଦ ଯୋଗ୍ୟ ବସ୍ତୁ ନିମିତ୍ତ ପ୍ରଥମେ ଦଣ୍ଡ ବ୍ୟବସ୍ଥାକରିବା ଦରକାର (ଜବଦ ବସ୍ତୁ ବଜାର ମୂଲ୍ୟଠୁ କମ ହେବା ଆବଶ୍ୟକ ) କର ସହ ଅତିରିକ୍ତ ଦଣ୍ଡ ଯୋଗ ହୋଇ ବସ୍ତୁ ଉପରେ ଯୋଡାଯିବ । କୌଣସି ବସ୍ତୁର ବାହ୍ୟ ଆବରଣ ମୂଲ୍ୟ ସୂଚିତ ହୋଇନଥିଲେ ଓ ପରିବହନ ହେଉଥିଲେ ତାହା ଜବତ ହେବ କି ? ହଁ , ଧାରା ୧୩୦ ଅନୁସାରେ ଯେକୌଣସି ବସ୍ତୁ ପରିବହନ ଯଦି ବାହ୍ୟ ଆବରଣରେ ବରସ୍ତୁର ବର୍ଣ୍ଣନା ନାହିଁ ତେବେ ନୀତି ବ୍ୟବସ୍ଥା ଭାବେ ବସ୍ତୁଟି ଜବତଯୋଗ୍ୟ , ଯଦି କୌଣସି ବସ୍ତୁ ବାହ୍ୟ ଆବରଣବିନା ମାଲିକଙ୍କର / ଜ୍ଞାନ ବାହାରେ ପରିବହନ ହେଉଥାଏ , ତେବେ ତାହା ଜବତ ହେବା ତଥ୍ୟବିହନ ଉଚିତ ନୁହେଁ । ଅଭିଯୋଗ କହିଲେ କେଏନ ବୁଝାଯାଏ । ଅଭିଯୋଗ ହେଉଛି ଏକ ଅନୁଷ୍ଠାନ ବା କୌଣସି ଦୋଷୀ ବିରୁଦ୍ଧରେ ଔପଚାରିକ ଭାବେ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବା । ଧାରା ୧୯୮ ର ଅପରାଧ ପ୍ରକ୍ରିୟା ଧାର ସଂଜ୍ଞାମତେ ଅଭିଯୋଗ ହେଉଛି ଏକ ଅନୁଷ୍ଠାନ ବା ଜଣେ ବ୍ୟକ୍ତି ବିରୁଦ୍ଧରେ ଆଇନଗତ ପ୍ରକ୍ରିୟା ପ୍ରାରମ୍ଭ କରିବା । GST ଅଧିନରେ ୱାରେଣ୍ଟ ବିଶିଷ୍ଟ ଅଭିଯୋଗ କେଉଁ ଦୋଷ ପାଇଁ କରିହେବ ? GST ର ଧାରା ୭୩ ରେ ଗୁରୁତ୍ଵର ଦୋଷ ବିରୁଦ୍ଧରେ ଅପରାଧବ ପ୍ରକ୍ରିୟା ଓ ଅଭିଯୋଗର ୱାରେଣ୍ଟ ଭିତ୍ତିରେ ପ୍ରକ୍ରିୟା ଆରମ୍ଭ ହେବ । ୧୨ ଟି ଗୁରୁତ୍ଵର ଦୋଷ ଭାବେ ନିମ୍ନରେ ପ୍ରଦତ୍ତ ହେଲା । ରସିଦ ବିହୀନ ଯୋଗାଣ ବା ମିଥ୍ୟା/ଭୁଲ ରସିଦ ପ୍ରଦାନ । ଯୋଗାଣବିନା ରସିଦ ପ୍ରଦାନ ୩ମାସରୁ ଉର୍ଦ୍ଧ୍ଵ ସମୟ ଧରି ସଂଗୃହିତ କର ଜମା ନ କରିବା । ନୀତିର ବିରୁଦ୍ଧାଚାରଣ କରି ୩ ମାସରୁ ଉର୍ଦ୍ଧ୍ଵ ସମୟ ପର୍ଯ୍ୟନ୍ତ କର ପଇଠ ନକରିବା । ‘ କୌଣସି ସେବା ବା ବସ୍ତୁ ନ ଗ୍ରହଣ କରି କେବଳ ଅନ୍ତଗ୍ରହୀତା କର ଗ୍ରହଣ କରିବା । ଶଠତା ପୂର୍ବକ ଫେରସ୍ତ ଦାବି କରିବା । ମିଥ୍ୟା ତଥ୍ୟ ପ୍ରଦାନ ବା ମିଛ ହିସାବ ଖାତାକୁ ନେଇ ବିତ୍ତୀୟ ନଥି ପ୍ରସ୍ତୁତ କରିବା ଓ ଇଚ୍ଛାକୃତ ଭାବେ କର ଏଡାଇଯିବା । ] କୌଣସି ଅଧିକାରୀଙ୍କୁ ଦାୟିତ୍ଵ ନିର୍ବାହରେ ବାଧା ସୃଷ୍ଟି କରିବା । ଜବତ ହେବାକୁ ଥିବା ବସ୍ତୁ ଯଥା , ରସିଦ ଯୋଗାଣ , ମହଜୁତ ଓ ପରିବହନ ସମ୍ପର୍କିତ ନଥିପତ୍ର ଜବତ ଯୋଗ୍ୟ । ନୀତି ବିରୁଦ୍ଧାଚରଣ କରୁଥିବା ବସ୍ତୁ ବା ସେବା ଗ୍ରହଣ / ଚୁକ୍ତି କରିବା । ନୀତି ମୁତାବକ ଯୋଗାଣ ହେବାକୁ ଥିବା ବସ୍ତୁ ସମ୍ପର୍କରେ ତଥ୍ୟ ପ୍ରଦାନ ବା ମିଥ୍ୟା ତଥ୍ୟ ପ୍ରଦାନ । ଉପରୋକ୍ତ ୧୧ ଟି ଦୋଷ ମଧ୍ୟରୁ ଯେକୌଣସିସିଟିରେ ଦୋଷ ହେଲେ ବା ଏଡାଇବା ପାଇଁ ଚେଷ୍ଟା କଲେ । GST ଅଧିନରେ ଦୋଷ ସାବ୍ୟସ୍ତ ହେଲେ କି ପ୍ରକାର ଦଣ୍ଡର ବ୍ୟବସ୍ଥା ରହିବ ? ଧାରା ୧୩୨ (୨) ରେ ନିମ୍ନ ସୂଚୀ ଅନୁଯାୟୀ ଦୋଷର ବିବରଣୀ ପ୍ରଦାନ କରାଯାଇଛି । ସମ୍ପୃକ୍ତି / ଦୋଷ ଦଣ୍ଡ (ବନ୍ଦୀ ଅବଧି ) ୫ କୋଟି ଟଙ୍କା କର ଏଡାଇବା ନିମିତ୍ତ ୫ ବର୍ଷ ଜେଲ/ ଦଣ୍ଡ ୨ ରୁ ୫ କୋଟି ଟଙ୍କାର କର ଏଡାଇବା ନିମିତ୍ତ ୩ ବର୍ଷ ପର୍ଯ୍ୟନ୍ତ ଜେଲ/ ଦଣ୍ଡ ୧ ରୁ ୫ କୋଟି ଲକ୍ଷ ଟଙ୍କାର କର ଏଡାଇବା ନିମିତ୍ତ ଦଣ୍ଡ ୧ ପର୍ଯ୍ୟନ୍ତ ଜେଲ ଦଣ୍ଡ ମିଥ୍ୟା ପ୍ରମାଣପତ୍ର ଓ ଅଫିସରଙ୍କୁ ଅସୁବିଧାରେ ପକାଇବା ବା ପ୍ରମାଣପତ୍ର ନଷ୍ଟ କରିବା ପାଇଁ ୬ ମାସ ଜେଲ । GST ଅଧୀନରେ କ୍ଷମଣୀୟ ଏବଂ ଅକ୍ଷଣୀୟ ଦୋଷସବୁ କଣ ? GST ର ଧାରା ୧୩୨ (୪) ଏବଂ ୧୩୨ (5) ଅନୁଯାୟୀ । ୫ କୋଟିରୁ କମ ପରିମାଣର କର ଏଡାଇବା ଦୋଷ ଏକ କ୍ଷମଣୀୟ ଓ ଯାମିନୀ ପ୍ରଦାନ ଯୋଗ୍ୟ । ୫ କୋଟି ଲକ୍ଷରୁ ଉର୍ଦ୍ଧ୍ଵ ପରିମାଣ କର ଏଡାଇବା ଦୋଷ, ଏକ ଅକ୍ଷଣୀୟ ଓ ଜାମିନୀ ବିହୀନ । ଅଭିଯୋଗ ଆରମ୍ଭ କରିବା ପୂର୍ବରୁ ଉଚିତ ଅଧିକାରୀଙ୍କ ଅନୁମତି ଆବଶ୍ୟକ କି ? ହଁ , ଉପଯୁକ୍ତ ଅଧିକାରୀଙ୍କ ଅନୁମତି ବିନା କୌଣସି ଦୋଷୀ ବିରୁଦ୍ଧରେ ଅଭିଯୋଗ ଆରମ୍ଭ କରି ହେବ । GST ଅଧୀନରେ ଇଚ୍ଛାକୃତ ଭାବେ ଦୋଷଯୁକ୍ତ ମାନସିକ ସ୍ଥିତି ବିରୁଦ୍ଧରେ ଅଭିଯୋଗ ଆରମ୍ଭ କରିହେବ କି । ହଁ । ଧାରା ୧୩୫ ଆଶା କରେ ଯେ , ମାନସିକ ସ୍ଥିତିରେ ବେଆଇନ କାମ କରିବା ପାଇଁ ଏକ ଦୋଷଯୁକ୍ତ ଅପରାଧ । ଦୋଷଯୁକ୍ତ ମାନସିକ ସ୍ଥିତି କଣ ଯେତେବେଳେ ପ୍ରତିଶ୍ରୁତିବଦ୍ଧ ହୋଇ ଜଣେ କାମ କରେ , ଗୋଟିଏ ଦୋଷଯୁକ୍ତ ମାନସିକ ସ୍ଥିତିରେ ଥାଏ ଯେଉଁଠି : କର୍ମଟି ଜାଣିଶୁଣି (ସ୍ଵେଚ୍ଛାକୃତ) ଭାବେ କରାଯାଏ । କର୍ମ ଓ ତାର ପ୍ରତିଫଳ ସମ୍ପର୍କରେ ଅବଗତ ଥାଇ ଏବଂ ନିୟନ୍ତ୍ରଣରେ ରହିଥାଏ । ବ୍ୟକ୍ତି ଓ ଜଣକ ପ୍ରତିଶ୍ରୁତିବଦ୍ଧ ହୋଇ କର୍ମ କରିବାକୁ ବାଧ୍ୟ ହୋଇନଥାଏ ଏବଂ ବାଧାସମୂହକୁ ଅତିକ୍ରମ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇନଥାଏ । ବ୍ୟକ୍ତି ଜଣର ବିଶ୍ଵାସ ଏବଂ ବିଶ୍ଵାସ କରିବାର ଏକରନ ଏହିକିଯେ ଆଇନର ବିରୁଦ୍ଧରେ କାମ କରିବା । ଗୋଟିଏ ବ୍ୟବଶାୟିକ ପ୍ରତିଷ୍ଠାନ ବିରୋଧରେ ଅଭିଯୋଗ କରି ହେବ କି ବା GST ରେ ଅଭିଯୁକ୍ତ କରି ହେବ କି ? ହଁ, GST ର ଧାରା ୧୩୭ ଅନୁସାରେ ବ୍ୟବସ୍ଥା ମୁତାବକ ବ୍ୟବସାୟିକ ପ୍ରତିଷ୍ଠାନ ଦାୟିତ୍ଵରେ ଥିବା ବ୍ୟକ୍ତି ହିସାବରେ ପ୍ରତିଷ୍ଠାନଟି କାମ କରେ ଓ ବ୍ୟବସାୟ ଚାଲେ , ଏଣୁ ତାଙ୍କ ବିରୁଦ୍ଧରେ ଦୋଷ ପାଇଁ ଦଣ୍ଡ ବ୍ୟବସ୍ଥା ରହିଛି । ଯେତେବେଳେ ସେ ତାର ପରିଚାଳନା ଦାୟିତ୍ଵ ଅଛନ୍ତି , ପ୍ରତିଷ୍ଠାନ ଯଦି କୌଣସି ଭୁଲ କରେ – ତେବେ ତାହା ତାଙ୍କ ସହମତିରେ ଭାଗ୍ୟଦାରିରେ ହୋଇଛି ବା ତାଙ୍କ କର୍ତ୍ତବ୍ୟର ଦାୟିତ୍ଵହୀନତାରୁ ହୋଇଛି ବୋଲି ଧରିନିଆଯାଏ ଏବଂ ବ୍ୟକ୍ତିଙ୍କୁ ଦୋଷୀ ହିସାବରେ ମାନ୍ୟତା ଦେଇ , ପ୍ରକ୍ରିୟା ମୁତାବକ ଦଣ୍ଡ ବିଧାନ ହେବ । ଦୋଷର ଏକତ୍ରିକରଣ କହିଲେ କଣ ବୁଝାଯାଏ । ସି.ଆର.ପି ଧାରା ୩୨୦ ଅନୁସାରେ ଏକତ୍ରୀକାରଣ କହିଲେ ଦଣ୍ଡ ଭୋଗିବା ହେତୁ ଦୂରେଇ ରହିବା ବା ବ୍ୟକ୍ତିଗତ ଇଚ୍ଛା ହେତୁ ଘଟଣାଠୁ ଦୂରରେ ରହିବା । GST ଅଧୀନରେ ଦୋଷୀ ଗୁଡିକର ଦୋଷ ଗୁଡିକର ଏକତ୍ରୀକାରଣ ହୋଇପାରିବ କି ? GST ର ଧାରା ୧୩୮ ଅନୁସାରେ ପ୍ରକ୍ରିୟା ହିସାବରେ ଦେୟ ପ୍ରଦାନର ବୁଝାମଣା ଏବଂ ବୁଝାମନା ପାଇଁ ନିମ୍ନଲିଖିତ ଅନୁମୋଦନ ପଦକ୍ଷେପମାନ ପୂର୍ବରୁ ବା ପରେ ଗ୍ରହଣ କରିହେବ । SGST /CGST ର ଅନ୍ୟ ଯେକୌଣସି ଦୋଷରେ (ପୂର୍ବ ଦୋଷଗୁଡିକୁ ଛାଡି ) ଯଦି ଯୋଗାଣର ମୂଲ୍ୟ ଏକ କୋଟିରୁ ଊର୍ଦ୍ଧ୍ଵ ହୋଇଥାଏ ଓ ଯଦିଏହି ଦୋଷକ୍ରମରେ ପୂର୍ବରୁ ବୁଝାମଣା ହୋଇଥାଏ । ] କୌଣସି ଦୋଷ ଯାହା NDPSA ବା FEMA ଅଧୀନରେ ଦୋଷ ହୋଇଥାଏ ବା SGST /CGST ଛାଡି ଅନ୍ୟ ଯେକୌଣସି ଦୋଷ । ଅନ୍ୟ ଯେକୌଣସି ଶ୍ରେଣୀର ଦୋଷୀ ବା ବ୍ୟକ୍ତି ଯାହାତାଙ୍କ ନିମିତ୍ତ ବ୍ୟବସ୍ଥିତ ହୋଇଛି । ସୁଧ, କର ଓ ତଣ୍ଡ ପ୍ରଦାନ କରେ ହିଁ କେବଳ ବୁଝାମଣା ହୋଇପାରିବ ଏବଂ ବୁଝାମଣା ଯେପରି ଆଇନଗତ ପ୍ରକ୍ରିୟାକୁ କୌଣସି ବାଧା ବାହଞ୍ଚାଇପାରିବ । ଦୋଷ ବୁଝାମଣା ସ୍ୱରୂପ କୌଣସି ଆର୍ଥିକ ସୀମାରେଖା ଅଛି କି ? ହଁ , ବୁଝାମଣାର ସର୍ବନିମ୍ନ ସୀମାରେଖା ନିମ୍ନଲିଖିତ ସର୍ତ୍ତଠୁ ଅଧିକ ହୋଇଥିବ । ଅନ୍ତର୍ଭୁକ୍ତ କରର ୫୦ ପ୍ରତିଶତ ୧୦,000 ଟଙ୍କା । ବୁଝାମଣାର ସର୍ବୋଚ୍ଚ ସୀମାରେଖା ନିମ୍ନଲିଖିତ ସର୍ତ୍ତଠୁ ଅଧିକ ହୋଇଥିବ । ଅନ୍ତର୍ଭୁକ୍ତ କରର ୧୫୦ ପ୍ରତିଶତ ୩୦,୦୦୦ ଟଙ୍କା । GST ଅଧୀନରେ ଦୋଷର ବୁଝାମଣା ହେତୁ ଫଳ କଣ ହୋଇପରେ । ଉପଧାରା (3) ରେ ବ୍ୟବସ୍ଥା ଏହିକି ଯେ , ନୀତି ମୁତାବକ ବୁଝାମଣା ହେଲାପରେ ଆଉ କୌଣସି ପ୍ରକ୍ରିୟା ଆରମ୍ଭ ହୋଇପାରିବ ନାହିନ ଏବଂ ଅପରାଧକ ପ୍ରକ୍ରିୟାଗତ କାର୍ଯ୍ୟାନୁଷ୍ଠାନ ଯଦି ଆରମ୍ଭ ହୋଇଥାଏ , ତେବେ ତାହା ସ୍ଵତଃ ଅପସାରିତ ହେବ । ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼