অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦୋଷ ଓ ଦଣ୍ଡ , ଅଭିଯୋଗ ଓ ବୁଝାମଣା

ଦୋଷ ଓ ଦଣ୍ଡ , ଅଭିଯୋଗ ଓ ବୁଝାମଣା

  1. GST ଅଧୀନରେ କେଉଁ ପ୍ରକାର ଦୋଷର ବ୍ୟବସ୍ଥା କରାଯାଇଛି   ?
  2. ଦଣ୍ଡଭଳି ଶବ୍ଦର ଅର୍ଥ କଣ
  3. ଦଣ୍ଡ ନିର୍ଦ୍ଦେଶ ପ୍ରଦାନ କରିବା ନିମିତ୍ତ କେଉଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ  ।
  4. GST ରେ ଦଣ୍ଡ ପରିମାଣ କେତେ ହେବାର ବ୍ୟବସ୍ଥା ରହିଛି
  5. କରଦାତାଙ୍କ ଭିନ୍ନ ଅନ୍ୟ କୌଣସି ବ୍ୟକ୍ତି ବିଶେଷଙ୍କୁ ଏଥିରେ ଦଣ୍ଡ ପାଇଁ ବ୍ୟବସ୍ଥା ଅଛି କି
  6. GST ଅଧୀନରେ ଯେଉଁ ସମୟ / ସ୍ତରରେ ଉଲ୍ଲଂଘନ କଲେ ଦଣ୍ଡ ବ୍ୟବସ୍ଥା ନାହିଁ   । ଭିନ୍ନ ଏକ ଦଣ୍ଡ ପାଇଁ ବ୍ୟବସ୍ଥା ନଥିବ  , ତେବେ ଦଣ୍ଡ କଣ ହେବ  ।
  7. ଉଚିତ ରସିଦ ନ ଥାଇ ବା ହିସାବ ଖାତାରୁ ତଥ୍ୟ ବାଦ ଦେଇ ବସ୍ତୁ ପରିବହନ କଲେ କେଉଁ ପ୍ରକାର ପଦକ୍ଷେପ ନିଆଯିବ   ।
  8. ବୁଝାମଣା ପାଇଁ ଆବେଦନ କରିଥିବା ବ୍ୟକ୍ତିର ଦଣ୍ଡ ପରିମାପ କଣ ହେବ ଯଦିସେ ଆବେଦନ କରିଥିବା ଯୋଜନାରେ ତାଙ୍କର ଯୋଗ୍ୟତା ନଥାଏ   ।
  9. କନଫିକେସନ ଶବ୍ଦର ଅର୍ଥ କଣ   ?
  10. GST ର ଅଧିନରେ କେଉଁ ପରିସ୍ଥିତିରେ ବସ୍ତୁ ଜବଦ ହୋଇ ରାଜକୋଷକୁ ଯିବ (କନଫିସକେଟ)
  11. ଉପଯୁକ୍ତ ଅଧିକାରୀଙ୍କ ଦ୍ଵାରା ବସ୍ତୁ ଜବଦ ହେବାପରେ କଣ  ହେବ   ।
  12. ଜବତ ହେବାପରେ , ଯଦି ଆବଶ୍ୟକ ବ୍ୟକ୍ତିଙ୍କୁ ବସ୍ତୁର ମୂଲ୍ୟାୟନ ଭିତ୍ତିକ ପ୍ରତ୍ୟାବର୍ତ୍ତନ ପାଇଁ ଇଚ୍ଛାଭିତ୍ତିକ ଅଧିକାର ଦେବେ ଆବଶ୍ୟକ କି   ?
  13. କୌଣସି ବସ୍ତୁର ବାହ୍ୟ ଆବରଣ ମୂଲ୍ୟ ସୂଚିତ ହୋଇନଥିଲେ ଓ ପରିବହନ ହେଉଥିଲେ ତାହା ଜବତ ହେବ କି   ?
  14. ଅଭିଯୋଗ କହିଲେ କେଏନ ବୁଝାଯାଏ   ।
  15. GST ଅଧିନରେ ୱାରେଣ୍ଟ ବିଶିଷ୍ଟ ଅଭିଯୋଗ କେଉଁ ଦୋଷ ପାଇଁ କରିହେବ   ?
  16. GST ଅଧିନରେ ଦୋଷ ସାବ୍ୟସ୍ତ ହେଲେ କି ପ୍ରକାର ଦଣ୍ଡର ବ୍ୟବସ୍ଥା ରହିବ   ?
  17. GST ଅଧୀନରେ କ୍ଷମଣୀୟ ଏବଂ ଅକ୍ଷଣୀୟ ଦୋଷସବୁ କଣ ?
  18. ଅଭିଯୋଗ ଆରମ୍ଭ କରିବା ପୂର୍ବରୁ ଉଚିତ ଅଧିକାରୀଙ୍କ ଅନୁମତି ଆବଶ୍ୟକ କି   ?
  19. GST ଅଧୀନରେ ଇଚ୍ଛାକୃତ ଭାବେ ଦୋଷଯୁକ୍ତ ମାନସିକ ସ୍ଥିତି ବିରୁଦ୍ଧରେ ଅଭିଯୋଗ ଆରମ୍ଭ କରିହେବ କି   ।
  20. ଦୋଷଯୁକ୍ତ ମାନସିକ ସ୍ଥିତି କଣ
  21. ଗୋଟିଏ ବ୍ୟବଶାୟିକ ପ୍ରତିଷ୍ଠାନ ବିରୋଧରେ ଅଭିଯୋଗ କରି ହେବ କି ବା GST ରେ ଅଭିଯୁକ୍ତ କରି ହେବ କି   ?
  22. ଦୋଷର ଏକତ୍ରିକରଣ କହିଲେ କଣ ବୁଝାଯାଏ   ।
  23. GST  ଅଧୀନରେ ଦୋଷୀ ଗୁଡିକର ଦୋଷ ଗୁଡିକର ଏକତ୍ରୀକାରଣ ହୋଇପାରିବ କି ?
  24. ଦୋଷ ବୁଝାମଣା ସ୍ୱରୂପ କୌଣସି ଆର୍ଥିକ ସୀମାରେଖା ଅଛି କି   ?
  25. GST ଅଧୀନରେ ଦୋଷର ବୁଝାମଣା ହେତୁ ଫଳ କଣ ହୋଇପରେ   ।

GST ଅଧୀନରେ କେଉଁ ପ୍ରକାର ଦୋଷର ବ୍ୟବସ୍ଥା କରାଯାଇଛି   ?

ମାନକ CGST /SGST ନିୟମ ମୁତାବକ ଦୋଷ ଓ ଦଣ୍ଡ ବିଷୟରେ ବିଷୟ ୧୬ ରେ ଉଲ୍ଲେଖ ଅଛି   ।  ଏହି ନୀତି ଧାରା ୧୨୨ ଅନ୍ତର୍ଗତ ୨୧ ପ୍ରକାର ଦୋଷ,  ଧାରା ୧୦ ଅନ୍ତର୍ଗତ ଦଣ୍ଡ ବ୍ୟବସ୍ଥା ସହ କରଦାତାଙ୍କ ବୁଝାମଣା ବ୍ୟବସ୍ଥା ରହିଛି   ।  ସେ ସବୁ ଦୋଷଗୁଡିକ ହେଲା   ।

  • ରସିଦ ବିହୀନ ଯୋଗାଣ ବା ମିଛ / ଠିକ ନଥିବା ରସିଦ
  • କେବଳ ରସିଦ ପ୍ରଦାନ ହୋଇଛି ଯୋଗାଣ ହୋଇନାହିଁ  ।
  • ୩ ମାସରୁ ଉର୍ଦ୍ଧ୍ଵ ସଂଗୃହିତ କରକୁ ପଇଠ କରିବା   ।
  • MGL ଅନୁସାରେ ୩ ମାସରୁ ଅଧିକ ସମୟ ଧରି ସଂଗୃହିତ କର ନ ଦେବା  ।
  • ଧାରା ୪୩ ଅନ୍ତର୍ଗତ ମୂଳ ଉତ୍ସରେ ନ କାଟିବା କମ କର କାଟିବା  ।
  • ଧାରା ୫୨ (ଗ) ଅନ୍ତର୍ଗତ କର ସଂଗ୍ରହ ନ କରିବା ବା କମ କର ସଂଗ୍ରହ କରିବା  ବା ଉତ୍ସରେ ସଂଗୃହିତ କରକୁ ପ୍ରଦାନ ନ କରିବା  ।
  • କୌଣସି ବସ୍ତୁବା ସେବା ଗ୍ରହଣ ନକରି କେବଳ ଅନ୍ତଗ୍ରହିତ କର ଗ୍ରହଣ କରିବା   ।
  • ଶଠତା ପୂର୍ବକ କୌଣସି କର ସଂଗ୍ରହ କରିବା   ।
  • ଧାରା ୨୦ ଅନ୍ତର୍ଗତ , ସେବା ଅନ୍ତର୍ଗହଣ କାରୀ ଭାବରେ ହୀତ କର ଗ୍ରହଣ କରିବା ବା ବଣ୍ଟନ କରିବା   ।
  • ମିଥ୍ୟା ତଥ୍ୟ ପ୍ରଦାନ   /  ଆର୍ଥିକ ହିସାବରେ ମିଥ୍ୟା ପ୍ରମାଣ ତିଆରି କରିବା ବା ମିଥ୍ୟା ହିସାବ ପ୍ରଦାନ କରିବା   /  ବା କର ଏଡାଇବା ଉଦ୍ଦେଶ୍ୟ ପ୍ରମାଣପତ୍ର ପ୍ରସ୍ତୁତ କରିବା  ।
  • କର ଦେବାର ଯୋଗାଡ ଥାଇ ପଞ୍ଜିକରର ନକରିବା   ।
  • ବାଧ୍ୟତାମୂଳକ ତଥ୍ୟ ଦେବା ବଦଳରେ ପଞ୍ଜିକାରଣ ନିମିତ୍ତ ମିଥ୍ୟାତଥ୍ୟ ପ୍ରଦାନ କରିବା   ।
  • କୌଣସି ଅଧିକାରୀଙ୍କୁ ତାଙ୍କର ଦାୟିତ୍ଵ ସମ୍ପାଦନରେ ବାଧା ତିଆରି କରିବା   ।
  • ଉଚିତ ପ୍ରମାଣ ପତ୍ର ବିନା ବସ୍ତୁ ପରିବହନ କରିବା   ।
  • କରନିମୂଳ କରିବା ପାଇଁ ଉତ୍ପାଦନ ମୂଲ୍ୟକୁ କମ କରିବା   ।
  • ନୀତି ମୁତାବକ ହିସାବ ଓ ପ୍ରମାଣପତ୍ର ରଖିବାରେ ବିଫଳ ହେବା ବା ନିର୍ଦ୍ଧିଷ୍ଟ ସମୟ ଅବଧି ହିସାବ  / ପ୍ରମାଣପତ୍ର ଣ ରଖିବା   ।
  • ନୀତି ଅନୁଯାୟୀ ଅଧିକାରୀଙ୍କ ଆବଶ୍ୟକ ମୁତାବକ ତଥ୍ୟ / ପ୍ରମାଣପତ୍ରନ ହେବା ବା ମିଥ୍ୟା ପମାନ ପତ୍ର ପ୍ରଦାନ କରିବା   ।
  • ବିବାଦମାନ ବସ୍ତୁ ଇତ୍ୟାଦିର ଯୋଗାଣ  / ପରିବହନ / ମହଜୁତ ରଖିବା   ।
  • ଅନ୍ୟର GSTIN ବ୍ୟବହାରକରି ରସିଦ ପ୍ରଦାନ କରିବା   ।
  • ପ୍ରମାଣଯୋଗ୍ୟ ଜନ୍ତାକୁ ନଷ୍ଟ କରିବା ବିମୁଖ କରିବା   ।
  • ନୀତି ମୁତାବକ ଜବତ ହୋଇଥିବା ବସ୍ତୁ ଇତ୍ୟାଦିକୁ ନଷ୍ଟ କରିବା ବା ବିମୁଖ କରିବା   ।

ଦଣ୍ଡଭଳି ଶବ୍ଦର ଅର୍ଥ କଣ

ଯଦିଓ CGST /SGST ର ଦଣ୍ଡ ପରି ଶବ୍ଦକୁ ବ୍ୟବହାର କରାଯାଇନାହିଁ   । ତଥାପି ବିଚାର ବିଭାଗୀୟ ଶବ୍ଦାବଳୀରେ ଓ ନ୍ୟାୟ ପ୍ରାସଙ୍ଗିକ ନୀତିରେ ଦଣ୍ଡର ବ୍ୟବସ୍ଥାର ସମ୍ପର୍କରେ ନିମ୍ନରେ ବର୍ଣ୍ଣନା କରାଯାଉଛି   ।

  • କର୍ତ୍ତୃପକ୍ଷଙ୍କ ଦ୍ଵାରା ଦୋଷପାଇଁ ସାମାୟିକ ଦଣ୍ଡ ବା ଦଣ୍ଡଭାବେ ଅର୍ଥପ୍ରଦାନରେ ନିର୍ଦ୍ଦେଶକୁ ଦଣ୍ଡ କହନ୍ତି   ।
  • ଆଇନ ଦ୍ଵାରା ଲଦାଯାଇଥିବା ଦଣ୍ଡ , କିଛି କରିବା ଠିକ ପାଇଥିବା ବା ନକରିବାର ଦଣ୍ଡକୁ ଦଣ୍ଡ କହନ୍ତି  ।

ଦଣ୍ଡ ନିର୍ଦ୍ଦେଶ ପ୍ରଦାନ କରିବା ନିମିତ୍ତ କେଉଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ  ।

ଆଇନ ଅନୁସାରେ କିଛି ନିର୍ଦ୍ଧିଷ୍ଟ କାମ କରି ନପାରିଲେ ବା ଅନ୍ତର୍ଜାତିକ ବାପାଜିକ ଚୁକ୍ତିଓ ରାଜିନାମା ଅନୁଯାୟୀ କାର୍ଯ୍ୟ ସଂପାଦାନ ନକାଲେ ଦଣ୍ଡ ନିମିତ୍ତ ନିଷ୍ପତ୍ତି ହୋଇଥାଏ   ।  ଧାରା 126 ରେ ଏହି ନିୟମାନୁଯାୟୀ ବର୍ଣ୍ଣନା ହୋଇଛ   । ସେ ଧାରା ଅନୁସାରେ   ।

  • କାରଣ ଦର୍ଶାଅ ନୋଟିସ ଜାରି ନକରି ଦଣ୍ଡ ନିଷ୍ପତ୍ତି ପ୍ରଦାନ ହେବ ନାହିଁ ବା ଉପଯୁକ୍ତ ଶୁଣାଣୀ / ପ୍ରତିପକ୍ଷଙ୍କୁ ଦୋଷର ମୁକ୍ତି ପାଇଁ ସମୟ ଓ ସମ୍ଭାବନାର ସୁଯୋଗ ନ ଦେଇ ଦଣ୍ଡ ନିଷ୍ପତ୍ତି ପ୍ରଦାନ ହେବନାହିଁ   ।
  • ଦଣ୍ଡଟି ସମଗ୍ର ଘଟନାର ତଥ୍ୟ ଓ ପରିସ୍ଥିତି ଉପରେ ଆଧାରିତ  ।
  • ଦଣ୍ଡ ପ୍ରଦାନ ପୂର୍ବରୁ ଦୋଷର ଭୟବହତା ଓ ବ୍ୟବସ୍ଥା ମୁତାବକ କେଉଁ ସ୍ତରର ଉଲ୍ଲଂଘନ ହୋଇଛି ତା ଆଇନତଃ ପରଖିବା ଆବଶ୍ୟକ  ।
  • କେଉଁ ପ୍ରକାର ଉଲ୍ଲଂଘନ ହୋଇଛି ତାହା ଦଣ୍ଡ ଲଦିଦେବା ପୂର୍ବରୁ ବିଚାର ହେବା ଦରକାର   ।
  • ଆଇନଟିର କେଉଁ ଧାରା ଅନୁଯାୟୀ ଦଣ୍ଡ ବିହିତ ହୋଇଛି ତାହା ଉଲ୍ଲେଖ ହେବା ଦରକାର   । ପୁନଃ ଧାରା ୬୮ କୌଣସି ଦଣ୍ଡ ନ ଦେବା ମଧ୍ୟ ନିଷ୍ପତ୍ତି କରେ , ସେ ପରିସ୍ଥିତି ଗୁଡିକ ହେଲା  -
  • ଯଦି କୌଣସି ସାଧାରଣ ଉଲ୍ଲଂଘନ ହୋଇଛି  (ସାଧାରଣ ଉଲ୍ଲଂଘନ ବିପକ୍ଷରେ ବ୍ୟବସ୍ଥା ଭିତ୍ତିର ଯଦି କର ଅଣାଦେୟ ୫୦୦୦ ଟଙ୍କା ଭିତରେ ଅଛି ବା   ।
  • ଏଥି ନିମିତ୍ତ ଆଇନର ଏକ ପ୍ରକ୍ରିୟା ଆବଶ୍ୟକ ଅଛି   ।
  • ସହଜରେ ସୁଧାରୀ ହେଉଥିବା ଭୁଲ/ ଛାଡି ହୋଇଥିବା ପ୍ରମାଣପତ୍ର (ଆଇନ ଅନ୍ତର୍ଗତ ଭୁଲର ଧାରଣା ବିପକ୍ଷରେ ବର୍ଣ୍ଣିତ ହୋଇଛି   ) କୁ ଦେଇ ଅଦା ଉଦ୍ଦେଶ୍ୟକୃତ ଭାବେ ବେନିୟମ ବା ସମୂହ ଉଲ୍ଲଂଘନ   ।
  • ଏହା ବ୍ୟତୀତ MGL ଧାରାରେ ନିର୍ଦ୍ଧିଷ୍ଟ ଅନୁପାତରେ ଦୋଷ ପାଇଁ ଦଣ୍ଡ ବ୍ୟବସ୍ଥା ରହିଛି , ଯାହା ସମସ୍ତଙ୍କୁ ଗ୍ରହଣୀୟ   ।

GST ରେ ଦଣ୍ଡ ପରିମାଣ କେତେ ହେବାର ବ୍ୟବସ୍ଥା ରହିଛି

ଧାରା ୧୨୨(୧) ଅନୁସାରେ ଯେଉଁ ଦୋଷ ଗୁଡିକ ଧାରାରେ ଉଲ୍ଲେଖ ରହିଛି ତେବେ କରଦାତା ସମାନ ବା ତତୋଧିକ ଦଣ୍ଡ ଦେବାର ବ୍ୟବସ୍ଥାଗୁଡିକ ହେଲା   ।

  • ଯେଉଁ ପରିମାଣର କାର ଏଡାଇ ଦିଆଯାଇଛି  , ଶଠତା ପୂର୍ବକ ଫେରସ୍ତ ନିଆଯାଇଛି ବା ଗ୍ରହଣ କରାଯାଇଛି ବା ବାଦ କରାଯାଇଛି ସାମୟିକ ସଂଗ୍ରହ କରାଯାଇଛି ବା ବାଦ କରାଯାଇଛି   ।
  • ଏ ସମସ୍ତ ଦୋଷର ପରିମାଣ ୧୦,୦୦୦ ଟଙ୍କା ମୂଲ୍ୟର   , ପୁନଃ ଧାରା ୧୨୨ (୨) ବ୍ୟବସ୍ଥାରେ ଯଦି ପଞ୍ଜିକୃତ ବ୍ୟବସାୟୀ ବାରମ୍ବାର ସ୍ୱଳ୍ପ ଦେୟ ମାଧ୍ୟମରେ କର ଦିଅନ୍ତି ତେବେ ସେ ଦଣ୍ଡର ପରିଧି ଭିତରକୁ ଆସିବେ ବା ଯାହା ଅଧିକ ହେବ   ।
  • କମ ଥିବା କର ପରିମାଣର ୧୦%
  • ୧୦,୦୦୦ ଟଙ୍କା

କରଦାତାଙ୍କ ଭିନ୍ନ ଅନ୍ୟ କୌଣସି ବ୍ୟକ୍ତି ବିଶେଷଙ୍କୁ ଏଥିରେ ଦଣ୍ଡ ପାଇଁ ବ୍ୟବସ୍ଥା ଅଛି କି

ଧାରା ୧୨୨ (୩)ନ ବ୍ୟବସ୍ଥାରେ ଯଦି ଦଣ୍ଡ ପରିମାଣ ୨୫୦୦୦ ଟଙ୍କା ରୁ ଅଧିକ ହୋଇଥାଏ , ତେବେ ଯେକୌଣସି ବ୍ୟକ୍ତି ଯେ   ।

  • ୨୧ ଟି ଦୋଷରେ ଯୋଡିବେ ବା ଏଡାଇଥିବେ   ।
  • ଯଦି କୌଣସି ମାଧ୍ୟମରେ (ଗ୍ରହଣ ପରିବହନ ମହଜୁତ ଯୋଗାଣ) ବସ୍ତୁ ସହ ସମ୍ପର୍କରେ ଆସନ୍ତି ଯାହା ସନ୍ଦେହଯୁକ୍ତ   ।
  • ନୀତି ବହିର୍ଗତ ଯଦି କୌଣସି ସେବା ଯୋଗାଇ ଦିଅନ୍ତି ବା ଗ୍ରହଣ କରନ୍ତି   ।
  • ସମନ ପାଇବାରେ ପରେ କର୍ତ୍ତୃପକ୍ଷଙ୍କ ଆଗରେ ହାଜର ନ ହୁଅନ୍ତି   ।
  • କୌଣସି ଯୋଗାଣ ପାଇଁ ରସିଦ ନ ଦିଅନ୍ତି ବା ରସିଦ ଗୁଡିକ ନିୟମିତ ହିସାବ ଖାତାରେ ଗ୍ରହଣ ନ କରନ୍ତି   ।

GST ଅଧୀନରେ ଯେଉଁ ସମୟ / ସ୍ତରରେ ଉଲ୍ଲଂଘନ କଲେ ଦଣ୍ଡ ବ୍ୟବସ୍ଥା ନାହିଁ   । ଭିନ୍ନ ଏକ ଦଣ୍ଡ ପାଇଁ ବ୍ୟବସ୍ଥା ନଥିବ  , ତେବେ ଦଣ୍ଡ କଣ ହେବ  ।

ଧାରା ୬୭ ମୁତାବକ ଯେଉଁଠି କୌଣସି ଏକ ଉଲ୍ଲଂଘନ ପାଇଁ ନୀତି ନିୟମ ଆଧାରରେ ଭିନ୍ନ ଏକ ଦଣ୍ଡ ବିଧି ନାହିଁ   , ତେବେ ଦଣ୍ଡର ଦଣ୍ଡବିଧାନ ହେଉ ଦଣ୍ଡର ପରିମାଣ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ହେବ   ।

ଉଚିତ ରସିଦ ନ ଥାଇ ବା ହିସାବ ଖାତାରୁ ତଥ୍ୟ ବାଦ ଦେଇ ବସ୍ତୁ ପରିବହନ କଲେ କେଉଁ ପ୍ରକାର ପଦକ୍ଷେପ ନିଆଯିବ   ।

ଧାରା -୧୨୫ CGST /SGST ଅଧୀନରେ ଯଦି କୌଣସି ବସ୍ତୁ ପରିବହନ ମହାଯୁତ ସମୟରେ ରସିଦ ନ ଥାଏ ବା ହିସାବ ଖାତାରେ ବସ୍ତୁର ଉଲ୍ଲେଖ ନ ଥାଏ ବା ଜ୍ଞାତପୂରକ ନଥିଭୁକ୍ତ ହୋଇନଥାଏ ତେବେ ଏହି ନୀତି ବ୍ୟବସ୍ଥା ମୁତବକ ସଂପୂର୍ଣ୍ଣ ସୁଧ, କର , ଦଣ୍ଡ ଓ ବ୍ୟବସ୍ଥା ରହିଛି   ।

ଯଦି ମାଲିକ ସମ୍ମୁଖ ଭାଗକୁ ଆସନ୍ତି   : ଉପଯୁକ୍ତ କର ଦେ ସହ ବସ୍ତୁକୁ ଖଲାସ କରାଯାଇପାରେ ଏବଂ କର ଉପରେ ୧୦୦ % ଦଣ୍ଡ ମଧ୍ୟ ଦେବେ ବା ଏ ସମସ୍ତ ବସ୍ତୁ ଉପରେ ଅନ୍ୟଭାବରେ ୨ ପ୍ରତିଶତ ଦଣ୍ଡ ବା ୨୫ ହଜାର ଟଙ୍କା ଯେଉଁଠି କମ ପରିମାଣର ସୁରକ୍ଷା ରାସୀ ଜମା କରିବେ   ।

ଯଦି ମାଲିକ ସମ୍ମୁଖ ଭାଗକୁ ନ ଆସନ୍ତି   : ଉପଯୁକ୍ତ କର ଦେ ସହ ଅତିରିକ୍ତ ୫୦ ପ୍ରତିଶତ ଦଣ୍ଡ ପ୍ରଦାନ କରିବେ   ।  ଅନ୍ୟ କ୍ଷେତ୍ରରେ ବସ୍ତୁ ମୂଲ୍ୟର ଦଣ୍ଡ ୫% ବା ୨୫ ଯାହାର ଟଙ୍କା ଯେଉଁଠି କମ ପ୍ରଦାନ କରିବେ   ।

ବୁଝାମଣା ପାଇଁ ଆବେଦନ କରିଥିବା ବ୍ୟକ୍ତିର ଦଣ୍ଡ ପରିମାପ କଣ ହେବ ଯଦିସେ ଆବେଦନ କରିଥିବା ଯୋଜନାରେ ତାଙ୍କର ଯୋଗ୍ୟତା ନଥାଏ   ।

ଧାରା ୮(୩)ମୁତାବକ ଯଦି ଜେନ ବ୍ୟକ୍ତି ନିର୍ଦ୍ଧିଷ୍ଟ ଯୋଜନାରେ ବୁଝାମଣା ପାଇଁ ଆବେଦନ କରନ୍ତି  , କିନ୍ତୁ ସେ ଉଲ୍ଲେଖଥିବା ଯୋଜନାରେ ଅନ୍ତର୍ଭୁକ୍ତ ନହୁଅନ୍ତି ତେବେ ଯୋଗ୍ୟତା ମୁତବକ କର ପରିମାଣର ଦଣ୍ଡ ମଧ୍ୟ ପ୍ରଦାନ କରିବେ   ।

କନଫିକେସନ ଶବ୍ଦର ଅର୍ଥ କଣ   ?

କନଫିକେସନ ଶବ୍ଦଟି ନୀତିମଧ୍ୟରେ ବ୍ୟବହାର କରାଯାଇନାହିଁ   ।  କିନ୍ତୁ ରୋମାନ ନିୟମ ଅନୁସାରେ ସଂଜ୍ଞାଭୂତ ଅର୍ଥ ହେଲା ଯଦି କୌଣସି କ୍ଷେତ୍ରରେ ରାଜାଙ୍କ ଦ୍ଵାରା କୌଣସି ବସ୍ତୁ ଅଭିଗ୍ରହଣ ହୁଏ  ,  ତେବେ ଏବଂ ରାଜ୍ୟ ରାଜକୋଷରୁ ପରିବହନ କରାଯାଏ   ।

ଆୟାରଙ୍କ ଆଇନ ଶବ୍ଦାବଳୀରେ “କନଫିସକେଟ “ ହେଉଛି ବ୍ୟକ୍ତିଗତି ଘରୋଇ ସମ୍ପତ୍ତି ଅଭିଗ୍ରହଣ କ୍ରମେ ଦଣ୍ଡ ହେତୁ ରାଜକୋଷକୁ ସ୍ଥାନାନ୍ତରିତ ହୁଏ  ।

GST ର ଅଧିନରେ କେଉଁ ପରିସ୍ଥିତିରେ ବସ୍ତୁ ଜବଦ ହୋଇ ରାଜକୋଷକୁ ଯିବ (କନଫିସକେଟ)

CGST /SGST ଧାରା ୧୩୦ ଅନୁସାରେ , ଜବଦ ହେବାକୁ ଥିବା ବସ୍ତୁ ସମୂହ ହେଲା   ।

  • ନୀତି ବିରୁଦ୍ଧରେ ବସ୍ତୁ ଯୋଗାଡ କଲେ ଏବଂ କର ନ ଦେବା ପାଇଁ ଯୋଜନା ପ୍ରସ୍ତୁତ କଲେ   ।
  • ନୀତି ଅନୁସାରେ ବସ୍ତୁ ସମୂହକୁ ହିସାବ ପରିସର ନ ଆଣିଲେ   ।
  • କର ପାଞ୍ଜିକାରଣ ନଥାଇ କର ଯୋଗ୍ୟ ବସ୍ତୁ ଯୋଗାଡ କଲେ
  • କର ଦେୟକୁ ଏଡାଇବା ଉଦ୍ଦେଶ୍ୟରେ ନୀତି/ ନିୟମର ବିରୁଦ୍ଧାଚରଣ କଲେ  ।

ଉପଯୁକ୍ତ ଅଧିକାରୀଙ୍କ ଦ୍ଵାରା ବସ୍ତୁ ଜବଦ ହେବାପରେ କଣ  ହେବ   ।

ଜବତ ହେବାପରେ ବସ୍ତୁ ସରକାରଙ୍କ ମାର୍ଫତକୁ ଚାଲିଯାଏ   । ଅଧିକାରୀଙ୍କ ଆବେଦନ ହେତୁ ପୋଲିସ ବାବୁ ଏ କାମରେ ସାହାଜ୍ଯ କରିବେ   ।

ଜବତ ହେବାପରେ , ଯଦି ଆବଶ୍ୟକ ବ୍ୟକ୍ତିଙ୍କୁ ବସ୍ତୁର ମୂଲ୍ୟାୟନ ଭିତ୍ତିକ ପ୍ରତ୍ୟାବର୍ତ୍ତନ ପାଇଁ ଇଚ୍ଛାଭିତ୍ତିକ ଅଧିକାର ଦେବେ ଆବଶ୍ୟକ କି   ?

ହଁ, ଧାରା ୧୩୦ (୨) ଅନୁସାରେ ଜବଦ ହୋଇଥିବା ବସ୍ତୁ ବା ଜବଦ ଯୋଗ୍ୟ ବସ୍ତୁ ନିମିତ୍ତ ପ୍ରଥମେ ଦଣ୍ଡ ବ୍ୟବସ୍ଥାକରିବା ଦରକାର  (ଜବଦ ବସ୍ତୁ ବଜାର ମୂଲ୍ୟଠୁ କମ ହେବା ଆବଶ୍ୟକ  ) କର ସହ ଅତିରିକ୍ତ ଦଣ୍ଡ ଯୋଗ ହୋଇ ବସ୍ତୁ ଉପରେ ଯୋଡାଯିବ   ।

କୌଣସି ବସ୍ତୁର ବାହ୍ୟ ଆବରଣ ମୂଲ୍ୟ ସୂଚିତ ହୋଇନଥିଲେ ଓ ପରିବହନ ହେଉଥିଲେ ତାହା ଜବତ ହେବ କି   ?

ହଁ , ଧାରା ୧୩୦ ଅନୁସାରେ ଯେକୌଣସି ବସ୍ତୁ ପରିବହନ ଯଦି ବାହ୍ୟ ଆବରଣରେ ବରସ୍ତୁର ବର୍ଣ୍ଣନା ନାହିଁ ତେବେ ନୀତି ବ୍ୟବସ୍ଥା ଭାବେ ବସ୍ତୁଟି ଜବତଯୋଗ୍ୟ , ଯଦି କୌଣସି  ବସ୍ତୁ ବାହ୍ୟ ଆବରଣବିନା ମାଲିକଙ୍କର / ଜ୍ଞାନ ବାହାରେ ପରିବହନ ହେଉଥାଏ  , ତେବେ ତାହା ଜବତ ହେବା ତଥ୍ୟବିହନ ଉଚିତ ନୁହେଁ   ।

ଅଭିଯୋଗ କହିଲେ କେଏନ ବୁଝାଯାଏ   ।

ଅଭିଯୋଗ ହେଉଛି ଏକ ଅନୁଷ୍ଠାନ ବା କୌଣସି ଦୋଷୀ ବିରୁଦ୍ଧରେ ଔପଚାରିକ ଭାବେ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବା   ।  ଧାରା ୧୯୮ ର ଅପରାଧ ପ୍ରକ୍ରିୟା ଧାର ସଂଜ୍ଞାମତେ ଅଭିଯୋଗ ହେଉଛି ଏକ ଅନୁଷ୍ଠାନ ବା ଜଣେ ବ୍ୟକ୍ତି ବିରୁଦ୍ଧରେ ଆଇନଗତ ପ୍ରକ୍ରିୟା ପ୍ରାରମ୍ଭ କରିବା   ।

GST ଅଧିନରେ ୱାରେଣ୍ଟ ବିଶିଷ୍ଟ ଅଭିଯୋଗ କେଉଁ ଦୋଷ ପାଇଁ କରିହେବ   ?

GST ର ଧାରା ୭୩ ରେ ଗୁରୁତ୍ଵର ଦୋଷ ବିରୁଦ୍ଧରେ ଅପରାଧବ ପ୍ରକ୍ରିୟା ଓ ଅଭିଯୋଗର ୱାରେଣ୍ଟ ଭିତ୍ତିରେ ପ୍ରକ୍ରିୟା ଆରମ୍ଭ ହେବ   ।  ୧୨ ଟି ଗୁରୁତ୍ଵର ଦୋଷ ଭାବେ ନିମ୍ନରେ ପ୍ରଦତ୍ତ ହେଲା   ।

  • ରସିଦ ବିହୀନ ଯୋଗାଣ ବା ମିଥ୍ୟା/ଭୁଲ ରସିଦ ପ୍ରଦାନ   ।
  • ଯୋଗାଣବିନା ରସିଦ ପ୍ରଦାନ
  • ୩ମାସରୁ ଉର୍ଦ୍ଧ୍ଵ ସମୟ ଧରି ସଂଗୃହିତ କର ଜମା ନ କରିବା   ।
  • ନୀତିର ବିରୁଦ୍ଧାଚାରଣ କରି ୩ ମାସରୁ ଉର୍ଦ୍ଧ୍ଵ ସମୟ ପର୍ଯ୍ୟନ୍ତ କର ପଇଠ ନକରିବା   ।  ‘
  • କୌଣସି ସେବା ବା ବସ୍ତୁ ନ ଗ୍ରହଣ କରି କେବଳ ଅନ୍ତଗ୍ରହୀତା କର ଗ୍ରହଣ କରିବା   ।
  • ଶଠତା ପୂର୍ବକ ଫେରସ୍ତ ଦାବି କରିବା   ।
  • ମିଥ୍ୟା ତଥ୍ୟ ପ୍ରଦାନ ବା ମିଛ ହିସାବ ଖାତାକୁ ନେଇ ବିତ୍ତୀୟ ନଥି ପ୍ରସ୍ତୁତ କରିବା ଓ ଇଚ୍ଛାକୃତ ଭାବେ କର ଏଡାଇଯିବା   ।  ]
  • କୌଣସି ଅଧିକାରୀଙ୍କୁ ଦାୟିତ୍ଵ ନିର୍ବାହରେ ବାଧା ସୃଷ୍ଟି କରିବା   ।
  • ଜବତ ହେବାକୁ ଥିବା ବସ୍ତୁ ଯଥା , ରସିଦ ଯୋଗାଣ , ମହଜୁତ ଓ ପରିବହନ ସମ୍ପର୍କିତ ନଥିପତ୍ର ଜବତ ଯୋଗ୍ୟ   ।
  • ନୀତି ବିରୁଦ୍ଧାଚରଣ କରୁଥିବା ବସ୍ତୁ ବା ସେବା ଗ୍ରହଣ / ଚୁକ୍ତି କରିବା   ।
  • ନୀତି ମୁତାବକ ଯୋଗାଣ ହେବାକୁ ଥିବା ବସ୍ତୁ ସମ୍ପର୍କରେ ତଥ୍ୟ ପ୍ରଦାନ ବା ମିଥ୍ୟା ତଥ୍ୟ ପ୍ରଦାନ  ।
  • ଉପରୋକ୍ତ ୧୧ ଟି ଦୋଷ ମଧ୍ୟରୁ ଯେକୌଣସିସିଟିରେ ଦୋଷ ହେଲେ ବା ଏଡାଇବା ପାଇଁ ଚେଷ୍ଟା କଲେ   ।

GST ଅଧିନରେ ଦୋଷ ସାବ୍ୟସ୍ତ ହେଲେ କି ପ୍ରକାର ଦଣ୍ଡର ବ୍ୟବସ୍ଥା ରହିବ   ?

ଧାରା ୧୩୨ (୨) ରେ ନିମ୍ନ ସୂଚୀ ଅନୁଯାୟୀ ଦୋଷର ବିବରଣୀ ପ୍ରଦାନ କରାଯାଇଛି   ।

ସମ୍ପୃକ୍ତି / ଦୋଷ                                                                                                     ଦଣ୍ଡ (ବନ୍ଦୀ ଅବଧି )

୫ କୋଟି ଟଙ୍କା କର ଏଡାଇବା ନିମିତ୍ତ                                                                          ୫ ବର୍ଷ ଜେଲ/  ଦଣ୍ଡ

୨ ରୁ ୫ କୋଟି ଟଙ୍କାର କର ଏଡାଇବା ନିମିତ୍ତ                                                                ୩ ବର୍ଷ ପର୍ଯ୍ୟନ୍ତ ଜେଲ/ ଦଣ୍ଡ

୧ ରୁ ୫ କୋଟି ଲକ୍ଷ ଟଙ୍କାର କର ଏଡାଇବା ନିମିତ୍ତ ଦଣ୍ଡ                                                    ୧ ପର୍ଯ୍ୟନ୍ତ ଜେଲ ଦଣ୍ଡ

ମିଥ୍ୟା ପ୍ରମାଣପତ୍ର ଓ ଅଫିସରଙ୍କୁ ଅସୁବିଧାରେ ପକାଇବା ବା ପ୍ରମାଣପତ୍ର ନଷ୍ଟ କରିବା ପାଇଁ ୬ ମାସ ଜେଲ   ।

GST ଅଧୀନରେ କ୍ଷମଣୀୟ ଏବଂ ଅକ୍ଷଣୀୟ ଦୋଷସବୁ କଣ ?

GST ର ଧାରା ୧୩୨ (୪) ଏବଂ ୧୩୨ (5) ଅନୁଯାୟୀ  ।

  • ୫ କୋଟିରୁ କମ ପରିମାଣର କର ଏଡାଇବା ଦୋଷ ଏକ କ୍ଷମଣୀୟ ଓ ଯାମିନୀ ପ୍ରଦାନ ଯୋଗ୍ୟ   ।
  • ୫ କୋଟି ଲକ୍ଷରୁ ଉର୍ଦ୍ଧ୍ଵ ପରିମାଣ କର ଏଡାଇବା ଦୋଷ, ଏକ ଅକ୍ଷଣୀୟ ଓ ଜାମିନୀ ବିହୀନ   ।

ଅଭିଯୋଗ ଆରମ୍ଭ କରିବା ପୂର୍ବରୁ ଉଚିତ ଅଧିକାରୀଙ୍କ ଅନୁମତି ଆବଶ୍ୟକ କି   ?

ହଁ , ଉପଯୁକ୍ତ ଅଧିକାରୀଙ୍କ ଅନୁମତି ବିନା କୌଣସି ଦୋଷୀ ବିରୁଦ୍ଧରେ ଅଭିଯୋଗ ଆରମ୍ଭ କରି ହେବ   ।

GST ଅଧୀନରେ ଇଚ୍ଛାକୃତ ଭାବେ ଦୋଷଯୁକ୍ତ ମାନସିକ ସ୍ଥିତି ବିରୁଦ୍ଧରେ ଅଭିଯୋଗ ଆରମ୍ଭ କରିହେବ କି   ।

ହଁ । ଧାରା ୧୩୫ ଆଶା କରେ ଯେ , ମାନସିକ ସ୍ଥିତିରେ ବେଆଇନ କାମ କରିବା ପାଇଁ ଏକ ଦୋଷଯୁକ୍ତ ଅପରାଧ   ।

ଦୋଷଯୁକ୍ତ ମାନସିକ ସ୍ଥିତି କଣ

ଯେତେବେଳେ ପ୍ରତିଶ୍ରୁତିବଦ୍ଧ ହୋଇ ଜଣେ କାମ କରେ , ଗୋଟିଏ ଦୋଷଯୁକ୍ତ ମାନସିକ ସ୍ଥିତିରେ ଥାଏ ଯେଉଁଠି   :

  • କର୍ମଟି ଜାଣିଶୁଣି (ସ୍ଵେଚ୍ଛାକୃତ) ଭାବେ କରାଯାଏ   ।
  • କର୍ମ ଓ ତାର ପ୍ରତିଫଳ ସମ୍ପର୍କରେ ଅବଗତ ଥାଇ ଏବଂ ନିୟନ୍ତ୍ରଣରେ ରହିଥାଏ   ।
  • ବ୍ୟକ୍ତି ଓ ଜଣକ ପ୍ରତିଶ୍ରୁତିବଦ୍ଧ ହୋଇ କର୍ମ କରିବାକୁ ବାଧ୍ୟ ହୋଇନଥାଏ ଏବଂ ବାଧାସମୂହକୁ ଅତିକ୍ରମ କରିବା ପାଇଁ  ପ୍ରତିଶ୍ରୁତିବଦ୍ଧ ହୋଇନଥାଏ   ।
  • ବ୍ୟକ୍ତି ଜଣର ବିଶ୍ଵାସ ଏବଂ ବିଶ୍ଵାସ କରିବାର ଏକରନ ଏହିକିଯେ ଆଇନର ବିରୁଦ୍ଧରେ କାମ କରିବା  ।

ଗୋଟିଏ ବ୍ୟବଶାୟିକ ପ୍ରତିଷ୍ଠାନ ବିରୋଧରେ ଅଭିଯୋଗ କରି ହେବ କି ବା GST ରେ ଅଭିଯୁକ୍ତ କରି ହେବ କି   ?

ହଁ, GST ର ଧାରା ୧୩୭ ଅନୁସାରେ ବ୍ୟବସ୍ଥା ମୁତାବକ ବ୍ୟବସାୟିକ ପ୍ରତିଷ୍ଠାନ ଦାୟିତ୍ଵରେ ଥିବା ବ୍ୟକ୍ତି ହିସାବରେ ପ୍ରତିଷ୍ଠାନଟି କାମ କରେ ଓ ବ୍ୟବସାୟ ଚାଲେ , ଏଣୁ ତାଙ୍କ ବିରୁଦ୍ଧରେ ଦୋଷ ପାଇଁ ଦଣ୍ଡ ବ୍ୟବସ୍ଥା ରହିଛି   ।  ଯେତେବେଳେ ସେ ତାର ପରିଚାଳନା ଦାୟିତ୍ଵ ଅଛନ୍ତି , ପ୍ରତିଷ୍ଠାନ ଯଦି କୌଣସି ଭୁଲ କରେ –

  • ତେବେ ତାହା ତାଙ୍କ ସହମତିରେ ଭାଗ୍ୟଦାରିରେ ହୋଇଛି ବା
  • ତାଙ୍କ କର୍ତ୍ତବ୍ୟର ଦାୟିତ୍ଵହୀନତାରୁ ହୋଇଛି ବୋଲି ଧରିନିଆଯାଏ ଏବଂ ବ୍ୟକ୍ତିଙ୍କୁ ଦୋଷୀ ହିସାବରେ ମାନ୍ୟତା ଦେଇ , ପ୍ରକ୍ରିୟା ମୁତାବକ ଦଣ୍ଡ ବିଧାନ ହେବ   ।

ଦୋଷର ଏକତ୍ରିକରଣ କହିଲେ କଣ ବୁଝାଯାଏ   ।

ସି.ଆର.ପି ଧାରା ୩୨୦ ଅନୁସାରେ ଏକତ୍ରୀକାରଣ କହିଲେ ଦଣ୍ଡ ଭୋଗିବା ହେତୁ ଦୂରେଇ ରହିବା ବା ବ୍ୟକ୍ତିଗତ ଇଚ୍ଛା ହେତୁ ଘଟଣାଠୁ ଦୂରରେ ରହିବା   ।

GST  ଅଧୀନରେ ଦୋଷୀ ଗୁଡିକର ଦୋଷ ଗୁଡିକର ଏକତ୍ରୀକାରଣ ହୋଇପାରିବ କି ?

GST ର ଧାରା ୧୩୮ ଅନୁସାରେ ପ୍ରକ୍ରିୟା ହିସାବରେ ଦେୟ ପ୍ରଦାନର ବୁଝାମଣା ଏବଂ ବୁଝାମନା ପାଇଁ ନିମ୍ନଲିଖିତ ଅନୁମୋଦନ ପଦକ୍ଷେପମାନ ପୂର୍ବରୁ ବା ପରେ ଗ୍ରହଣ କରିହେବ   ।

  • SGST /CGST ର ଅନ୍ୟ ଯେକୌଣସି ଦୋଷରେ (ପୂର୍ବ ଦୋଷଗୁଡିକୁ ଛାଡି ) ଯଦି ଯୋଗାଣର ମୂଲ୍ୟ ଏକ କୋଟିରୁ ଊର୍ଦ୍ଧ୍ଵ ହୋଇଥାଏ  ଓ ଯଦିଏହି ଦୋଷକ୍ରମରେ ପୂର୍ବରୁ ବୁଝାମଣା ହୋଇଥାଏ   ।  ]
  • କୌଣସି ଦୋଷ ଯାହା NDPSA ବା FEMA ଅଧୀନରେ ଦୋଷ ହୋଇଥାଏ ବା SGST /CGST ଛାଡି ଅନ୍ୟ ଯେକୌଣସି ଦୋଷ   ।
  • ଅନ୍ୟ ଯେକୌଣସି ଶ୍ରେଣୀର ଦୋଷୀ ବା ବ୍ୟକ୍ତି ଯାହାତାଙ୍କ ନିମିତ୍ତ ବ୍ୟବସ୍ଥିତ ହୋଇଛି   ।  ସୁଧ, କର ଓ ତଣ୍ଡ ପ୍ରଦାନ କରେ ହିଁ କେବଳ ବୁଝାମଣା ହୋଇପାରିବ ଏବଂ ବୁଝାମଣା ଯେପରି ଆଇନଗତ ପ୍ରକ୍ରିୟାକୁ କୌଣସି ବାଧା ବାହଞ୍ଚାଇପାରିବ   ।

ଦୋଷ ବୁଝାମଣା ସ୍ୱରୂପ କୌଣସି ଆର୍ଥିକ ସୀମାରେଖା ଅଛି କି   ?

ହଁ , ବୁଝାମଣାର ସର୍ବନିମ୍ନ ସୀମାରେଖା ନିମ୍ନଲିଖିତ ସର୍ତ୍ତଠୁ ଅଧିକ ହୋଇଥିବ   ।

  • ଅନ୍ତର୍ଭୁକ୍ତ କରର ୫୦ ପ୍ରତିଶତ
  • ୧୦,000 ଟଙ୍କା  ।
  • ବୁଝାମଣାର ସର୍ବୋଚ୍ଚ ସୀମାରେଖା ନିମ୍ନଲିଖିତ ସର୍ତ୍ତଠୁ ଅଧିକ ହୋଇଥିବ   ।
  • ଅନ୍ତର୍ଭୁକ୍ତ କରର ୧୫୦ ପ୍ରତିଶତ
  • ୩୦,୦୦୦ ଟଙ୍କା   ।

GST ଅଧୀନରେ ଦୋଷର ବୁଝାମଣା ହେତୁ ଫଳ କଣ ହୋଇପରେ   ।

ଉପଧାରା (3) ରେ ବ୍ୟବସ୍ଥା ଏହିକି ଯେ , ନୀତି ମୁତାବକ ବୁଝାମଣା ହେଲାପରେ ଆଉ କୌଣସି ପ୍ରକ୍ରିୟା ଆରମ୍ଭ ହୋଇପାରିବ ନାହିନ ଏବଂ ଅପରାଧକ ପ୍ରକ୍ରିୟାଗତ କାର୍ଯ୍ୟାନୁଷ୍ଠାନ ଯଦି ଆରମ୍ଭ ହୋଇଥାଏ   ,  ତେବେ ତାହା ସ୍ଵତଃ ଅପସାରିତ ହେବ   ।

ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼

Last Modified : 5/13/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate