କମ କର ପୈଠ ବା ପୈଠ ହୋଇନଥିବା ବା ଭୁଲ ଫେରସ୍ତ ହୋଇଥିବା ବା ଭୁଲରେ ଅନ୍ତଗ୍ରହନ ହୋଇଥିବା କର ବା ଉପଯୋଗ ହୋଇଥିବା କର ଯେଉଁ ବିଭାଗରେ ଅସୁଲି କରିହେବ । ଧାରା ୫୧ (କ)ଅନ୍ତର୍ଭୁକ୍ତ ଯେଉଁଠି ପ୍ରବଞ୍ଚନା/ ଠକାମି / ଭୁଲ ତଥ୍ୟ ଏବଂ ଧାରା ୫୧ (ଖ) ଅନ୍ତର୍ଗତ ଯେଉଁଠି ଠକାମି/ ଭୁଲ ତଥ୍ୟ ଏବଂ ଧାରା ୫୧(ଖ) ଅନ୍ତର୍ଗତ ଯେଉଁଠି ଠକାମି / ଲୁଛାଯାଇଥିବା /ଭୁଲ ତଥ୍ୟ ମିଳିବାର ସମ୍ଭାବନା ଥିବ । ଧାରା ୫୧ (କ) ଅନ୍ତର୍ଗତ ନୋଟିସ ପାଇବା ପୂର୍ବରୁ ଜଣଙ୍କଠାରୁ ସୁଧ ସହ କର ଅସୁଲି କରିହେବ କି ? ହଁ, ଏହି କ୍ଷେତ୍ରରେ ଉପଯୁକ୍ତ ଅଧିକାରୀଙ୍କ ଦ୍ଵାରା କୌଣସି ନୋଟିସ ଦିଆଯିବ ନାହିଁ ଓ କର ଅସୁଲି କରାଯିବ । ଯଦି ଧାରା ୫୧ (ଏ) ଅନ୍ତର୍ଗତ ନୋଟିସ କରାଯାଏ ଏବଂ ପରେ ବ୍ୟକ୍ତି ଦେୟ ପ୍ରଦାନ କରନ୍ତି , ତେବେ ନ୍ୟାୟ ନିର୍ଣ୍ଣୟର କିଛି ହେବ କି ? ଧାରା ୫୧ (ଏ) ର ଉପଧାରା (୧) ଅନ୍ତର୍ଗତ ନୋଟିସ ପାଇଥିବା ବ୍ୟକ୍ତି ଯଦି ୩୦ ଦିନ ମଧ୍ୟରେ ସୁଧକର ପୈଠକରନ୍ତି ତେବେ ସେଥିପାଇଁ କୌଣସି ଶାସ୍ତି ନାହିଁ ଏବଂ ସମସ୍ତ କାର୍ଯ୍ୟ ପ୍ରକ୍ରିୟା ଉପଯୁକ୍ତ ପରିସମାପ୍ତି ହେବ । ଧାରା ୫୧ (କ)/(ଖ) ଅନ୍ତର୍ଗତ କାରଣ ଦର୍ଶାଅ ନୋଟିସ କେତେଦିନ ଭିତରେ ଜାରି କରାଯିବ ? ଯେଉଁଦିନ ବାର୍ଷିକ ରିଟର୍ଣ୍ଣ ପ୍ରଦାନ କରିବେ ଓ ଯେଉଁଠି ରିଟର୍ଣ୍ଣ ତଥ୍ୟ ଦିଆଯାଇଥିବା ଓ ନଥି ବି ରିଟର୍ଣ୍ଣ ଦାଖଲ ବୈଧ ତାରିଖ ଭିତରେ । ଧାରା ୫୧ (କ)/(ଖ) ଅନ୍ତର୍ଗତ SCN ଜାରି ନ୍ୟାୟ ନିର୍ଣ୍ଣୟର କିଛି ନିର୍ଦ୍ଧିଷ୍ଟ ଅବଧି ଅଛି କି ? ନାଁ , SCH ଜାରି ନିମିତ୍ତ କୌଣସି ସମୟସୀମା ନାହିଁ । ଯଦିଓ SCH ଜାରି ଓ ନ୍ୟାୟ ନିର୍ଣ୍ଣୟ ପ୍ରାସଙ୍ଗିକ ଦିନଠାରୁ ୩ ବର୍ଷ ଧାରା ୫୧ (କ) ଏବଂ ୫ ବର୍ଷ ଧାରା ୫୧ (ଖ) ଭିତରେ କେସକୁ ସଂପୂର୍ଣ୍ଣ କରାଯିବ । ଧାରା ୫୧ (ଖ) ଅନ୍ତର୍ଗତ ନୋଟିସ ହେବା ପୂର୍ବରୁ ଜଣକୁ ସୁଧ ସହ କର ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇହେବ କି ? ହଁ , ନୋଟିସ ଜାରି ହେବା ପୂର୍ବରୁ ଧାରା ୫୧ (୧) ଅନ୍ତର୍ଗତ କିମ୍ବା ଅଥବା ଉପଧାରା ୨ ଅନ୍ତର୍ଗତ ନିଜ ବିବୃତ୍ତି ଅଥବା ଅନୁସାରେ ସୁଧ ସହ କର ପୈଠର ବିକଳ୍ପ ଏବଂ ୧୫% ଜୋରିମାନା ଅତିରିକ୍ତ ଅଧିକାରୀଙ୍କୁ କର ପ୍ରଦାନର ନିଶ୍ଚିତ କରାଇଲେ ବା ଜଣାଇଲେ କର ପୈଠ ସମ୍ବନ୍ଧରେ କୌଣସି ନୋଟିସ ପ୍ରଦାନ କରାଯିବ ନାହିଁ । ଯଦି ଧାରା ୫୧ (ଖ) ନୋଟିସ ଜାରି କରାଯାଏ ଏବଂ ପରେ କର ପୈଠ ହୁଏ , ତେବେ ନ୍ୟାୟ ନିର୍ଣ୍ଣୟର ଆବଶ୍ୟକତା ଅଛି କି ନାଁ , ଯଦି କର ବା ସୁଧ ଏବଂ ଜୋରିମାନା ପୈଠ ହୁଏ , ଉପଧାରା ୧ ଅନୁଯାୟୀ ଯେଉଁଠି ନୋଟିସ ପ୍ରଦାନ କରାଯାଏ ଏବଂ ସୁଧ ସହ ଦେୟ ଓ ଅତିରିକ୍ତ ୨୫%୩୦ ଦିନ ମଧ୍ୟରେ ସମସ୍ତ ଦେୟ ପ୍ରଦାନ କରି ନୋଟିସର ଅବଧି ଶେଷ କରାଯାଏ । ଧାରା ୫୧ (ଖ) ରେ ନ୍ୟାୟ ନିର୍ଣ୍ଣୟକାରୀଙ୍କ ଦ୍ଵାରା ପାରିତ ହୋଇଥିବା ନିଶ୍ଚିତ କର ଏବଂ ଜୋରିମାନା ହ୍ରାସ ଦରରେ ଦେବାପାଇଁ କରଦାତା ପାଖରେ ବିକଳ୍ପ ଅଛି କି ? ହଁ, ତାଙ୍କୁ ସୁଧ ସହ କର ଏବଂ ୫୦% ଅତିରିକ୍ତ ଜୋରିମାନା ନିର୍ଦ୍ଦେଶରେ ୩୦ ଦିନ ମଧ୍ୟ ରେ ପ୍ରଦାନ କରାଇବାକୁ ହେବ । ଧାରା ୫୧ (ଖ) ର ଉପଧାରା ୩ ଅନ୍ତର୍ଗତ ଯଦି କୌଣସି ବ୍ୟକ୍ତି ସୁଧ ସହ କର ଏବଂ ୫୦% ତଣ୍ଡ ପୈଠ ପାଇଁ ନିର୍ଦ୍ଦେଶ ପାଇଥାଆନ୍ତି , ତେବେ ୩୦ ଦିନ ମଧ୍ୟରେ ସମସ୍ତ ଯାଞ୍ଚ ଓ କାଗଜପତ୍ର ସହ କର ସମ୍ବନ୍ଧୀୟ କାରବାର ଶେଷ କରିବେ । ନୋଟିସ ମିଳିଥିବ , କିନ୍ତୁ ୩/୫ (୫୧ଏ/୫୧ ବି ) ବର୍ଷ ମଧ୍ୟରେ ନିର୍ଦ୍ଦେଶ ପାରିତ ନ ହେଲେ କଣ ହେବ ? ମାନକ ବସ୍ତୁ ଏବଂ ସେବା କର ବ୍ୟବସ୍ଥାରେ ନ୍ୟାୟ ନିର୍ଣ୍ଣୟକ ହେବାର ବିଧି ରହିଛି । ଯଦି ନିର୍ଦ୍ଦେଶ ୩ ବର୍ଷ ମଧ୍ୟରେ ଓ ୫ ବର୍ଷ ମଧ୍ୟରେ ପାରିତ ହୁଏ । ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କଠୁ କର ସଂଗ୍ରହ କରି ସରକାରଙ୍କ ଠାରୁ ଜମା ନକରନ୍ତି ତେବେ କଣ ହେବ ? ଧାରା 52 ମାନକ ବସ୍ତୁ ଏବଂ ସେବା କର ଅନୁଯାୟୀ ଯିଏ ଅନ୍ୟଠୁ ସରକାରଙ୍କର ବିଭିନ୍ନ କର ସଂଗ୍ରହ କରିବ ଏବଂ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ନିକଟରେ ଜମାକରିବ , ସେ କର ଅଜମା ହେବାର ଯୋଗ୍ୟତା ଥାଉକି ନ ଥାଉ । ଯଦି ଜଣେ ବ୍ୟକ୍ତି ସଂଗ୍ରହିତ କର ର ଧାରା 52 ଅନୁଯାୟୀ ଉଲ୍ଲଂଘନ କରନ୍ତି , ତେବେ ପରବର୍ତ୍ତୀ କାର୍ଯ୍ୟକ୍ରମ କଣ ହେବ ? ନୋଟିସ ପ୍ରେରଣ କରାଯିବ , ନ୍ୟାୟ ପାଇଁ ଆଇନର ସାଧାରଣ ରାସ୍ତାକୁ ଅନୁମୋଦନ କରାହେବ । କିନ୍ତୁ ଏ ସମସ୍ତ ନୋଟିସ ପ୍ରେରଣାର ଏକ ବର୍ଷ ମଧ୍ୟରେ କରିବାକୁ ହେବ । ଯଦିଓ କାରଣ ଦର୍ଶାଅ ନୋଟିସ ପାଇଁ କୌଣସି ସମୟସୀମା ନାହିଁ ଏ କ୍ଷେତ୍ରରେ ୧୦ ବର୍ଷ ପରେ ମଧ୍ୟ ଅସୁଲ କରିହେବ । ଧାରା -୫୨ ଅନ୍ତର୍ଗତ ସଂଗ୍ରହିତ କର ଜମା ନ ହେଲେ ନୋଟିସ ପ୍ରେରଣ କରିବାର ସମୟ ଅବଧି କଣ ? ଏଥିପାଇଁ କୌଣସି ସମୟ ଅବଧି ନାହିଁ । ସନ୍ଧାନ ପାଇବାମାତ୍ରେ ନୋଟିସ ପ୍ରେରଣ କରାଯାଇପାରିବ । ଥରେ ନୋଟିସ ପ୍ରସ୍ତୁତ ହେଲେ ୧ ବର୍ଷ ମଧ୍ୟରେ ପ୍ରେରଣ କରାଯାଇପାରେ । ଉପଯୁକ୍ତ ଅଧିକାରୀ କେଉଁ କେଉଁ ସୂତ୍ରରେ କର ଅସୁଲ କରିପାରିବେ । ଅଧିକାରୀଙ୍କ ନିମ୍ନଲିଖିତ ଇଚ୍ଛାଧିନ ରାସ୍ତାମାନ ରହିଅଛି । ଉପଯୁକ୍ତ ଅଧିକାରୀ ନିଜେ କିମ୍ବା ତାଙ୍କ ଅଧୀନରେ ଥିବା ଅଧିକାରୀଙ୍କ ବ୍ୟକ୍ତିଙ୍କ ନିକଟରୁ ଅର୍ଥ କାଟିବା ପାଇଁ ନିର୍ଦ୍ଦେଶ ଦେଇପାରିବେ । ଉପଯୁକ୍ତ ଅଧିକାରୀ ଅସୁଲି କରିପାରିବେ ବା ଅନ୍ୟ କୌଣସି ଅଧିକାରୀ ମାର୍ଫତରେ ଦୋଷୀଙ୍କର ବସ୍ତୁକୁ ଅଟକ ବା ବିକ୍ରି କରିପାରିବେ । ଉପଯୁକ୍ତ ଅଧିକାରୀ ଲିଖିତ ନୋଟିସ ମାଧ୍ୟମରେ ଦୋଷୀଙ୍କୁ ଅର୍ଥପ୍ରଦାନ କରୁଥିବା ବ୍ୟକ୍ତି ବା ତାଙ୍କର ଅଟକ ରଖଥିବା ବ୍ୟକ୍ତିଙ୍କୁ ରାଜ୍ୟ ବା କେନ୍ଦ୍ରସରକାରଙ୍କୁ ପ୍ରଦାନ କରିବା ପାଇଁ କହିପାରିବେ । ଉପଯୁକ୍ତ ଅଧିକାରୀ ବା କ୍ଷମତାପ୍ରାପ୍ତ ଅଧିକାରୀ ଦୋଷୀଙ୍କର ଅଚଳ ବା ଚକନୀୟ ସମ୍ପତ୍ତିକୁ ପ୍ରାପ୍ୟ ପ୍ରଦାନ ପର୍ଯ୍ୟନ୍ତ ଅଟକ ରଖିପାରିବେ । ପୁନଃ ଯଦି ପ୍ରାପ୍ୟ 30 ଦିନ ମଧ୍ୟରେ ନ ମିଳେ ତେବେ ଉକ୍ତ ସମ୍ପତ୍ତିରେ ବିକ୍ରି ପାଇଁ ବାଧ୍ୟ କରିବେ ଏବଂ ବିକ୍ରି ଲବ୍ଧ ରାସୀକୁ ବାଦ ଦେଇ ବଳକା ମୂଲ୍ୟକୁ ଦୋଷୀଙ୍କୁ ପ୍ରଦାନ କରିବେ । ଉପଯୁକ୍ତ ଅଧିକାରୀ ସଠିକ ପ୍ରମାଣପତ୍ର ପ୍ରସ୍ତୁତ କରିବେ ଏବଂ ଖିଲାପିକରି ରହୁଥିବା ବା ବ୍ୟବସାୟ କରୁଥିବା ଜିଲ୍ଲାପାଳଙ୍କ ନିକଟକୁ ପ୍ରେରଣ କରିବେ । ଏ ପ୍ରକାର ପମାନପତ୍ର ପାଇବା ପରେ ଜିଲ୍ଲାପାଳ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ସଠିକ ମୂଲ୍ୟ ଅସୁଲ କରିପାରିବେ , ଯେପରିକି ଏହା ଏକ ଜମିଜମା ସମ୍ବନ୍ଧୀୟ ଆୟର ବକେୟା । ଉପଯୁକ୍ତ ଅଧିକାରୀ କିସ୍ତି ମାଧ୍ୟମରେ ପ୍ରାପ୍ୟ ଗ୍ରହଣ କରିପାରିବେ କି ? ହଁ , ସ୍ଵ- ହିସାବ କରରୁ ଗ୍ରହଣ କରିପାରିବେ । କମିଶନର ତଥା ମୌକ୍ୟ କମିଶନରର ଦେୟର ଅବଧି ବଦଳାଇବା ସହ ପରିମାଣକୁ ମଧ୍ୟ ଆଇନ ନିଷ୍ପତ୍ତି ନେଇପାରିବେ । ସ୍ଵ- ହିସାବ କରକୁ ବ୍ୟତୀତ ଏବଂ ମାସିକ କିସ୍ତି ମାଧ୍ୟରେ ୨୪ ଟି କିସ୍ତି ମାଧ୍ୟରେ ସୁଧ ସହ ( ଧାରା – ୩୨ ) ଅସୁଲ କରିପାରିବେ । ଯଦି ଏଥିରେ ପଇଠ ଦେବାର ଖିଲାପ ହୁଏ , ତେବେ ବଳକା ସବୁତକ ରାସୀକୁ ଅସୁଲ ପାଇଁ ନୋଟିସ ଦେବେ । ଯେଉଁ ଆବେଦନ ବା ପୁନଃନିରକ୍ଷଣ ପରେ କର ଦାବି ଅଧିକ ହେଲେ କଣ ହେବ ? ଅଧିକ କର ଦାବି ସହ ନୋଟିସ ପ୍ରେରଣ କରାଯିବ ପୁନଃ ବିଚାର ଏବଂ ପୁନଃ ନିରୀକ୍ଷଣ ପୂର୍ବରୁ ଅସୁଲ ପାଇଁ ପ୍ରସ୍ତୁତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେସ ବନ୍ଦ କରାହେବ । ଯଦି କୌଣସି ବ୍ୟକ୍ତିର କର ପ୍ରଦାନର ଯୋଗ୍ୟତା ଅଛି ଓ କର ଦେବାକୁ ଆଚି ଏବଂ ଏହି ସମୟ ଭିତରେ ନିଜ ବ୍ୟବସାୟକୁ ଅନ୍ୟ ବ୍ୟକ୍ତିକୁ ସ୍ଥାନାନ୍ତରଣ କରୁଛି ତେବେ ପୂର୍ବ ନିର୍ଧାରିତ କର ସମ୍ବନ୍ଧରେ କଣ ବ୍ୟବସ୍ଥା ? ଯଦି କୌଣସି ବ୍ୟକ୍ତିଙ୍କର କର ଦେବାକୁ ଅଛି ଏବଂ ସେ ତାଙ୍କର ବ୍ୟବସାୟ ଅନ୍ୟକୁ ସ୍ଥାନ୍ତରରଣ କାଲେ ଏହା ସଂପୂର୍ଣ୍ଣ ଭାବେ ଦାନ , ବିକ୍ରି , ଲାଇସେନ୍ସ ବା ଅନ୍ୟ କିଛି ଭାବରେ ପ୍ରଦାନ କଲେ ଗ୍ରହଣ ବ୍ୟବସାୟୀ ଯୁଗ୍ମଭାବରେ ବା ଅନୁପାତିକ ଭାବରେ କର ସହ ସୁଧ ପ୍ରଦାନ କରିବେ । କର ସମ୍ବନ୍ଧୀୟ ରାସୀ ବ୍ୟବସାୟ ସ୍ଥାନ୍ତରଣନ ପୂର୍ବ ବା ପରବର୍ତ୍ତୀ ସମୟରେ ହେଲେ ମଧ୍ୟ କର ଉପରେ କୌଣସି ପ୍ରଭାବ ନାହିଁ । ବ୍ୟବସାୟ ପ୍ରତିଷ୍ଠାନର ସମାପନ ଅବସ୍ଥା ହେଲେ କର ଦେୟ ଉପରେ କି ପ୍ରଭାବ ପଡିବ । ଯଦି କୌଣସି ପ୍ରତିଷ୍ଠାନ ବନ୍ଦ ହୁଏ ,ଏବଂ କର ସମ୍ବନ୍ଧରେ ଜଣାପଡେ ତେବେ ଅନାଦେୟ କର ନିମିତ୍ତ ସେ ସମୟର ମୁଖ୍ୟ ଓ ବର୍ତ୍ତମାନର ମୁଖ୍ୟ ଉଭୟେ ଦାୟୀ ରହିବେ । ନଚେତ କମିଶନରଙ୍କର ସନ୍ତକ ମୁତାବକ ତଥ୍ୟ ଦେବାକୁ ହେବ । ଯାହା ପ୍ରତିଷ୍ଠାନର ଅଭ୍ୟନ୍ତରୀଣ ବେପାର ସମ୍ପର୍କ ଓ ଧୋକାକାରୀଙ୍କ ବ୍ୟବହାରରେ କୌଣସି ପ୍ରଭାବ ପକାଇବ ନାହିଁ । ଭାଗୀଦାରୀ ପ୍ରତିଷ୍ଠାନର କର ବକେୟା କିପରି ନିର୍ଦ୍ଧାରିତ ହେବ ? ଯୁଗ୍ମଭାବେ ସମସ୍ତେ ଦାୟୀ ରହିବେ । ବକେୟା କର, ସୁଧ ଓ ତଣ୍ଡ ଦେବା ପର୍ଯ୍ୟନ୍ତ ଯଦି କୌଣସି ସଭ୍ୟ ଅବସର ନିଅନ୍ତି , ତେବେ ପ୍ରତିଷ୍ଠାନ ସମ୍ବନ୍ଧରେ କମିଶନରଙ୍କୁ ଲିଖିତ ଅବଗତି କରାଇବେ । ସେ ଦିନ ପର୍ଯ୍ୟନ୍ତ ବକେୟା ଦେୟର ସମ୍ପୃକ୍ତି ହିସାବ ଉପଯୁକ୍ତ ଭାବେ ନିର୍ଦ୍ଧାରିତ ହେବ । ଯଦି ଏକ ମାସ ମଧ୍ୟରେ କୌଣସି ତଥ୍ୟ ଦିଆନଯାଏ , ତେବେ ଅବସର ତାରିଖ ଓ ଦେୟ ଉଭୟର ତାରିଖ କମିଶନର ଚାହିଁବା ପର୍ଯ୍ୟନ୍ତ ଘୁଞ୍ଚିହେବ । ନାବାଳକଙ୍କ ବ୍ୟବସାୟ ଚଲାଉଥିବା ଅଭିଭାବକ , ଟ୍ରଷ୍ଟି ଅଥବା ଏଜେଣ୍ଟ କ୍ଷେତ୍ରରେ କର ଦେୟର ଦାୟିତ୍ଵ କାହାର ? ଯଦି କୌଣସି ବ୍ୟବସାୟର କର ଦେୟ ରହିଛି ଏବଂ ତାହା କୌଣସି ଅଭିଭାବକ , ଟ୍ରଷ୍ଟି ଓ ଏଜେଣ୍ଟ ଦ୍ଵାରା ପରିଚାଳିତ ବା ଅପାରଗତା ବ୍ୟକ୍ତିଙ୍କ ନିମିତ୍ତ ଅନ୍ୟ କେହି ଏବଂ ଲାଭାଂଶଟି ନାବାଳକ , ଅପାରକ ବ୍ୟକ୍ତିର , ତେବେ ସେ କର , ସୁଧ ଓ ତଣ୍ଡ ପ୍ରଦାନ ଦାୟିତ୍ଵବାନ , ଅଭିଭାବକ , ଟ୍ରଷ୍ଟି ଓ ଏଜେଣ୍ଟର ଦାୟିତ୍ଵ ଓ ଅସୁଲିଯୋଗ୍ୟ । ବିଚାରାଳୟର ଅଧୀନରେ ଥିବା କରଯୋଗ୍ୟ ସମ୍ପତ୍ତିର କ୍ଷେତ୍ରରେ କଣ ହେବ ? ବ୍ୟବସାୟ ସମ୍ବନ୍ଧରେ କର ଯୋଗ୍ୟ ସମ୍ପତ୍ତିର କର , ସୁଧ ଓ ତଣ୍ଡ ପ୍ରଶାସନ , ଟ୍ରଷ୍ଟି ବିଚାରକଙ୍କ ଦ୍ଵାରା ପରିଚାଳନା ଅଧିକାରୀଙ୍କ ଦ୍ଵାରା ନିୟନ୍ତ୍ରଣ , କର ଓ ସୁଧ ଓ ତଣ୍ଡ ମଧ୍ୟ ସମାନୁପାତିକ ଭାବେ ପ୍ରଶାସନ , ଟ୍ରଷ୍ଟି ଓ ବିଚାରାଳୟ ଦ୍ଵାରା ନିଯୁକ୍ତି ପରିଚାଳନାଙ୍କ ଦ୍ଵାରା ଅସୁଲ କରାହେବ । ଅଗ୍ରୀମ ଜମା ଫେରସ୍ତ ରାସୀ ଉପରେ ସୁଧ ପ୍ରଦାନ କରିହେବ କି ହଁ , ମାନକ ସାଧାରଣ ବିକ୍ରି କର ଧାରା -୮୫ ଯେଉଁଠି ଆବେଦନକାରୀଙ୍କ ଦ୍ଵାରା ଧାରା ୭୯ ଉପଧାରା -୬ (୪) ଅନୁଯାୟୀ ଜମା କରିଥିବେ ବା ଧାରା -୮୨ ର ଉପଧାରା ୧୦ ,୭ ପ୍ରଥମ ଆବେଦନ ଅଧିକାରୀ ବା ଟ୍ରିବୁନାଳ ନିର୍ଦ୍ଦେଶମତେ ଫେରସ୍ତ ରାଶି ଉପରେ ଧାରା ୩୯ ଅନୁଯାୟୀ ନିର୍ଦ୍ଧିଷ୍ଟ ସୁଧହାରରେ ପ୍ରଦାନ କରିବା ତାରିଖଠୁ ଫେରସ୍ତ ତାରିଖ ପର୍ଯ୍ୟନ୍ତ ପ୍ରଦାନ କରାଯିବ । ଟ୍ରିବୁନାଲଙ୍କ ଆଦେଶ ପରେ କେଉଁଠି ପୁନଃ ଆବେଦନ କରାଯାଇପାରିବ ? ଯଦି ଉଚ୍ଚ ନ୍ୟାୟାଳୟର ସନ୍ତୁଷ୍ଠୀ କ୍ରମେ ବାସ୍ତବ ନିୟମ ଆଧାରରେ ଧାରା ୮୭ (୧) ଯଦି ବାସ୍ତବ କାରଣ ଥାଇ ତେବେ ଆବେଦନ ଗ୍ରହଣ କରାଯାଇପାରିବ । ଯଦି କୌଣସି ଟ୍ରିବୁନାଲରେ ସମ୍ପର୍କିତ କୌଣସି ନିର୍ଦ୍ଦେଶନାମା ପ୍ରକାଶ ପାଇଥାଏ ଓ ଘଟନାଟି ୨/୩ ଟି ରାଜ୍ୟରେ ହୋଇଥାଏ ବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଭିନ୍ନମତ ପ୍ରକାଶ ପାଇଥାଏ ବା ବ୍ୟାପାରଟି ଅନ୍ତଃରାଜ୍ୟ ହୋଇଥିଲେ ବା ଯେଉଁ କ୍ଷେତ୍ରରେ ଦୁଇଟି ରାଜ୍ୟର ନିୟନ୍ତ୍ରଣ ଥାଏ ବା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଭିନ୍ନମତ ଥାଏ ତେବେ ଆବେଦନଟି ସର୍ବୋଚ୍ଚ ନ୍ୟାୟାଳୟରେ ବିଚାର କରାଯାଇପାରିବ । ଉଚ୍ଚ ନ୍ୟାୟଳୟର ଆବେଦନ ନିମିତ୍ତ ସମୟ ଅବଧି କେତେ ? ନିର୍ଦ୍ଦେଶ ପାଇବାର ୧୮୦ ଦିନ ମଧ୍ୟରେ ପୂର୍ବ ଆବେଦନ ବିଷୟରେ ଆବେଦନ କରିପାରିବେ । କିନ୍ତୁ ଉଚ୍ଚ ନ୍ୟାୟଳୟ ଆବେଦନର ଅଧିକ ବିଳମ୍ବ ପାଇଁ ଉପଯୁକ୍ତ କାରଣ ଥିଲେ କ୍ଷମା କରିପାରନ୍ତି । ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼