MGL ର ଅନୁଛେଦ 2(57) ଓ IGST ଆଇନର ଅନୁଚ୍ଛେଦ -2 (1) (ଘ) ରେ ନିବେଶ ଟିକାଶର ସଂଜ୍ଞା ନିରୂପିତ ହୋଇଛି । ନିବେଶ ଟିକସର ଟିକସଯୋଗ୍ୟ ବ୍ୟକ୍ତିଙ୍କ ସହ ସମ୍ପର୍କ ରହିଛି । ଟିକସଯୋଗ୍ୟ ବ୍ୟକ୍ତି CGST ଆଇନ ଅନୁଯାୟୀ IGST ଓ CGST ଏବଂ SGST ଆଇନ ଅନୁଯାୟୀ IGST OGST ଟିକସ ଦେୟ ଭରଣା କରିବେ । ଟିକସଦାତା ଯେକୌଣସି ଦ୍ରବ୍ୟ ଓ ସେବା ଯୋଗାଣ ବ୍ୟବହାର କରିବେ ବା ବ୍ୟବହାର ପାଇଁ ଇଚ୍ଛୁକ ତାହା ଉପରେ ଦେୟ ଦେବେ । ଅନୁଚ୍ଛେଦ 7- ର ଉପଅନୁଚ୍ଛେଦ (3) ବଳରେ ବ୍ୟବସାୟ ଚଳାଇବା ପାଇଁ ଟିକସଦାତାଙ୍କୁ ଦେୟଯୋଗ୍ୟ ଟିକସ ଭରଣା କରିବାକୁ ପଡିବ ।
IGST ଆଇନ ଅନୁଯାୟୀ କୌଣସି ଦ୍ରବ୍ୟ ଓ ସେବା ଯୋଗାଣ ଉପରେ ଯେଉଁ IGST , CGST କିମ୍ବା SGST ଦେୟ ଦେବାକୁ ତାହା ନିବେଶ ରୂପେ ସଂଜ୍ଞା ନିରୂପିତ ହୋଇଛି ।
CGST ଆଇନର IGST CGST, SGST ଆଇନର IGST ଓ SGST କୁ ନେଇ ନିବେଶ ଟିକସ ଗଠିତ । ସମସ୍ତ ତିନୋଟି ଟିକସ IGST CGST ଓ SGST କୁ ନେଇ ନିବେଶ ଟିକସ ଗଠିତ । IGST ଦେୟଯୋଗ୍ୟ ଟିକସ ଦେବାକୁ ହେଲେ ଏହି 3ଟି ଟିକସର ଜମାରାସୀ ବ୍ୟବହୃତ ହେବ , କିନ୍ତୁ IGST ଓ CGST ଜମା ରାସୀ CGST ଆଇନ ବଳରେ ଏବଂ IGST ଓ SGST ର ଜମାରାଶି SGST ଆଇନ ବଳରେ ଗ୍ରହଣ କରାଯାଇ ପାରିବ । ତେବେ CGST ଓ SGST ର ଜମାରାସୀ ଅଡାଳବଦଳ ବହବେ ବ୍ୟବହୃତ ହୋଇପାରିବ ନାହିଁ ।
ହଁ , ଅନୁଚ୍ଛେଦ -7 ର ଉପ- ଅନୁଚ୍ଛେଦ (3) ଅନୁଯାୟୀ ଦେୟ ଟିକସ ନିବେଶ ଟିକସରେ ଅନ୍ତର୍ଭୁକ୍ତ ହେବ (ବିପରୀତ ଯୋଗାଣ ଭଡା) । ଏହି କ୍ରମରେ ବା ବ୍ୟବଶାୟିକ ଅଗ୍ରଗତି ନିମନ୍ତେ ଯଦି ଏଭଳି ଦ୍ରବ୍ୟ ବା ସେବା ଯୋଗାଣ ବ୍ୟବହୃତ ହୁଏ ବା ବ୍ୟବହାର ପାଇଁ ଇଚ୍ଛା ପୋଷଣ କରାଯାଏ , ତାହେଲେ ଜମା ରାସୀ ବା କ୍ରେଡିଟ ପ୍ରାପ୍ତ ହୋଇଥାଏ ।
ହଁ MGL ର ଅନୁଚ୍ଛେଦ 2(54) , 2(55)ଓ 2(20) ରେ ଏହା ଯଥାକ୍ରମେ ଦର୍ଶାଯାଇଛି । ଉତ୍ପାଦନକରିଙ୍କ ଦ୍ରବ୍ୟ ଉପରେ ଭରଣା ହେଉଥିବା ଟିକସର ଜମାରାଶି ଗୋଟିଏ କିସ୍ତିରେ ପ୍ରାପ୍ତ ହେବାଲାଗି ଆନମାଟି ମିଳିଥାଏ ।
ଷ୍ଟକରେ ଥିବା ନିବେଶ ଦ୍ରବ୍ୟ କିମ୍ବା ଷ୍ଟକରେ ଥିବା ଅର୍ଦ୍ଧନିର୍ମିତ ବା ନିର୍ମିତ ଦ୍ରବ୍ୟଯୁକ୍ତ ନିବେଶ ଦ୍ରବ୍ୟ ଦ୍ରୁଷ୍ଟିରୁ ବ୍ୟକ୍ତି ନିବେଶ ଟିକସର ଜମାରାସୀ ଗ୍ରହଣ କରିପାରିବେ । ତେବେ ଏହି ଆଇନର ଧାରାନୁଯାୟୀ , ବ୍ୟକ୍ତି ଟିକସଯୋଗ୍ୟ ହେବା ତିଥି ପୂର୍ବରୁ ତୁରନ୍ତ ନିବେଶ ଟିକସର ଜମାରାସୀ ଗ୍ରହଣ କରିପାରିବେ । ବ୍ୟକ୍ତି ପଞ୍ଜିକାରଣଯୋଗ୍ୟ ହେବାର ୩୦ ଦିନ ମଧ୍ୟରେ ପଞ୍ଜିକୃତ ହୋଇନଥିଲେ ପ୍ରାକ – ପଞ୍ଜିକାରଣ ଷ୍ଟକ ଉପରେ ଜମାରାଶି ପ୍ରାପ୍ତ ହେବେ ନାହିଁ ।
୩୧ ଜୁଲାଇ ୨୦୧୭
MGL ର ଅନୁଚ୍ଛେଦ -୧୬ (୨କ) ଅନୁଯାୟୀ ଯେଉଁ ବ୍ୟକ୍ତି ସ୍ଵେଚ୍ଛାକୃତ ପଞ୍ଜିକାରଣ ପ୍ରାପ୍ତ ହୋଇଥିବେ ତାହା ହେଲେ ତାଙ୍କୁ ପଞ୍ଜିକାରଣ ତିଥି ପୂର୍ବରୁ ଷ୍ଟକରେ ଥିବା ଅର୍ଦ୍ଧ – ନିର୍ମିତ ଓ ନିର୍ମିତ ଦ୍ରବ୍ୟର ନିବେଶ ଏବଂ ଷ୍ଟକରେ ନିବେଶ ଯୋଗୁଁ ନିବେଶ ଟିକସ ଜମାରାସୀ ଗ୍ରହଣ ସୁବିଧା ମିଳିବ ।
MGL ର ଅନୁଚ୍ଛେଦ -୧୬ (୬) ଅନୁଯାୟୀ , ଦ୍ରବ୍ୟ ଓ ସେବାର ନିବେଶ ଟିକସ ଜମାରାସୀ ଯାହାକି କେବଳ ଟିକସଯୁକ୍ତ ଯୋଗାଣ ରୂପେ ବିବେଚିତ ହେବ , ତାହା କେବଳ ପଞ୍ଜିକୃତ ଟିକସଦାତା ହିଁ ଗ୍ରହଣ କରିପାରିବେ । MGL ର ଅନୁଚ୍ଛେଦ ୧୬(୭) ରେ ଧାର୍ଯ୍ୟ ପଦ୍ଧତି ଅନୁଯାୟୀ ଯଥୋଚିତ ଜମାରାସୀର ପରିମାଣ ଗଣନା କରାଯିବ । ଏହା ମଧ୍ୟରେ GST ITC ନିୟମ ରେ ଦର୍ଶାଯାଇଛି । ତେବେ ପ୍ରଣିଧାନର ବିଷୟ ଏହା ଯେ ଉତ୍ପାଦନକରି ଦ୍ରବ୍ୟ ଉପରେ ଜମାରାସୀକୁ ସମାନୁପାତିକ ଭିତ୍ତିରେ ଅନ୍ତର୍ଭୁକ୍ତ ଲାଗି ଅନୁମତି ଦିଆଯିବ ।
MGL ର ଅନୁଚ୍ଛେଦ -16(5) ଅନୁଯାୟୀ , ବ୍ୟବଶାୟିକ ଉଦ୍ଦେଶ୍ୟରେ କେବଳ ଯୋଗାଣ ହୋଇଥିବା ବସ୍ତୁ ଓ ସେବାର ନିବେଶ ଟିକସ ଜମାରାସୀ ପଞ୍ଜିକାରଣ ଟିକସଦାତାହିଁ ଗ୍ରହଣ କରିପାରିବେ । MGL ର ଅନୁଚ୍ଛେଦ -16 (7) ରେ ଧାର୍ଯ୍ୟ ପଦ୍ଧତି ଅନୁଯାୟୀ ଯଥୋଚିତ ଜମାରାସୀର ପରିମାଣ ଗଣନା କରାଯିବ । ଏହା ମଧ୍ୟ GST ITC ନିୟମ ରେ ଦର୍ଶାଯାଇଛି । ପ୍ରଣିଧାନଯୋଗ୍ୟ ଯେ , ଭରାଜନକାରୀଙ୍କ ଦ୍ରବ୍ୟ ଉପରେ ଜମାରାସୀକୁ ସମାନୁପାତିକ ଭିତ୍ତିରେ ଅନ୍ତର୍ଭୁକ୍ତ ଲାଗି ଅନୁମତି ଦିଆଯିବ ।
ଅନୁଚ୍ଛେଦ -୧୬ (୮) ଅନୁଯାୟୀ ହସ୍ତାନ୍ତରକାରୀ ନିବେଶ ଟିକସ ଜମାରାସୀ ହସ୍ତାନ୍ତର କରିବାଲାଗି ଅନୁମତିପ୍ରାପ୍ତ । ତେବେ ଏହି ଜମାରାସୀ ହସ୍ତାନ୍ତରନ ବ୍ୟକ୍ତିଙ୍କ ବ୍ୟକ୍ତିଙ୍କ ଏକାଉଣ୍ଟ ଖାତାରେ ଅବ୍ୟବହୃତ ହୋଇ ରହିବ । ଏହାଛଡା ଜମାରାଶି ହସ୍ତାନ୍ତରଣ ଉତ୍ତର ଦାୟିତ୍ଵବୋଧ ସମ୍ପର୍କରେ ନିର୍ଦ୍ଧିଷ୍ଟ ସର୍ତ୍ତ ଦର୍ଶାଇବାକୁ ପଡିବ ।
MGL ର ଅନୁଚ୍ଛେଦ – ୧୬ (୧୨) ଅନୁଯାୟୀ , ଯଦି ଜଣେ ପଞ୍ଜିକୃତ ଟିକସଦାତା ଯୋଗାଇଥିବା ଦ୍ରବ୍ୟ ଓ ସେବା ସଂପୂର୍ଣ୍ଣ ଟିକସମୁକ୍ତ ହୋଇଥାଏ , ତେବେ ଟିକସ ଛାଡ ତିଥି ପୂର୍ବରୁ ତୁରନ୍ତ ଷ୍ଟକରେ ଥିବା ନିବେଶ ଓ ଅର୍ଦ୍ଧନିର୍ମିତ ତଥା ନିର୍ମିତ ଦ୍ରବ୍ୟରେ ଥିବା ନିବେଶ ଅନୁରୂପ ନିବେଶ ଟିକସ ଜମାରାଶି ପ୍ରଦାନ କରିବେ । ଏହି ଦ୍ରବ୍ୟର ଜମାରାଶି ପ୍ରଦାନ ପରେ ଇଲେକ୍ଟ୍ରୋନିକ କ୍ରେଡିଟ ଲେଜରରେ ଯଦି କୌଣସି ବଳକା ରାଶି ଥାଏ ତାହେଲେ ଏହା ନିଃଶେଷ ହୋଇଯିବ । MGL ର ଅନୁଚ୍ଛେଦ ୧୬ (୧୩) ର GAAP ନିୟମ ଭିତ୍ତିରେ ପଏଠ ହେବାକୁ ଥିବା ଜମାରାଶି,କୁ ଗଣନା କରାଯିବ ।
ଯଦି ଟିକସଦାତା ଅନୁଛେଦ -୭ ଅନୁଯାୟୀ , ଟିକସ ପଏଠ କରୁଥିବେ , ସେ ଅନୁଚ୍ଛେଦ -୮ ଅନ୍ତର୍ଭୁକ୍ତ ବହୁ ଟିକସ ଦେୟ ଯୋଜନାକୁ ପସନ୍ଦ କରନ୍ତି ତା ହେଲେ ସେ ବିଷୟରେ MGL ଅନୁଚ୍ଛେଦ ୧୬ (୧୨) ରେ ବର୍ଣ୍ଣିତ ରହିଛି । ସେ ଅନୁଚ୍ଛେଦ -୮ କୁ ପସନ୍ଦ କାଲେ , ତା ପୂର୍ବରୁ ତାଙ୍କୁ ଷ୍ଟକରେ ଥିବା ନିବେଶ ଏବଂ ଷ୍ଟକରେ ଥିବା ଅର୍ଦ୍ଧନିର୍ମିତ ଓ ନିର୍ମିତ ଦ୍ରବ୍ୟରେ ଥିବା ନିବେଶ ଅନୁରୂପ ନିବେଶ ଟିକସ ଜମାରାସୀ ପଏଠ କରିବେ । ଏଭଳି ଦ୍ରବ୍ୟର ଜମାରାସୀ ପରିମାଣ ପ୍ରଦାନ ପରେ ଇଲେକ୍ଟ୍ରୋନିକ କ୍ରେଡିଟ ଲେଜରରେ ଥିବା ଯଦି କୌଣସି ବଳକା ରାଶି ଥାଏ ତା ହେଲେ ଏହା ନିଃଶେଷ ହୋଇଜୀବ । MGl ର ଅନୁଚ୍ଛେଦ ୧୬ (୧୩ ର GAAP ନିୟମ ଭିତ୍ତିରେ ପଏଠ ହେବାକୁ ଥିବା ଜମାରାଶିକୁ ଗଣନା କରାଯିବ ।
MGL ର ଅନୁଚ୍ଛେଦ -୧୬ (୩) ଅନୁଯାୟୀ , ଡିଲର ଜଣଙ୍କ ଅନୁଚ୍ଛେଦ -୭ ଅନୁଯାୟୀ ଟିକସ ପଏଠ କରିବାକୁ ଯୋଗ୍ୟ ହେବା ତିଥି ପୂର୍ବରୁ ତୁରନ୍ତ ଷ୍ଟକରେ ଥିବା ନିବେଶ ଓ ଅର୍ଦ୍ଧନିର୍ମିତ ତଥା ନିର୍ମିତ ଦ୍ରବ୍ୟରେ ଥିବା ନିବେଶ ଅନୁସାରେ ITC ପ୍ରାପ୍ତ କରିପାରିବ ।
୩୦ ଜୁଲାଇ ୨୦୧୭ ପର୍ଯ୍ୟନ୍ତ ଷ୍ଟକରେ ଥିବା ନିବେଶ ଓ ଅର୍ଦ୍ଧନିର୍ମିତ ତଥା ନିର୍ମିତ ଦ୍ରବ୍ୟରେ ଥିବା ପ୍ରବେଶ ଅନୁସାରେ ନିବେଶ ଟିକସ ଜମାରାଶି ଲାଗି Mr. B ଯୋଗ୍ୟ ବିବେଚିତ ହେବେ ।
୨୧ ଜୁନ,୨୦୧୭ ପର୍ଯ୍ୟନ୍ତ ଷ୍ଟକରେ ଥିବା ନିବେଶ ଓ ଅର୍ଦ୍ଧନିର୍ମିତ ତଥା ନିର୍ମିତ ଦ୍ରବ୍ୟରେ ଥିବା ନିବେଶ ଓ ଅର୍ଦ୍ଧନିର୍ମିତ ଦ୍ରବ୍ୟରେ ଥିବା ନିବେଶ ଅନୁସାରେ ନିବେଶ ଟିକସ ଜମାରସି ପାଇଁ Mr. A ଯୋଗ୍ୟ ବିବେଚିତ ହେବେ ।
MGL ର ଅନୁଚ୍ଛେଦ ୧୬(୪) ଅନୁଯାୟୀ , ଏଭଳି ଯୋଗାଣରେ ଟିକସ ଚାଲାଣ ଜାରି ହେବାର ବର୍ଷେ ସାରିବା ପରେ (ଅକାମି ହେବା ପରେ ) ସେ ITC ପ୍ରାପ୍ତ ହେବେ ନାହିଁ ।
ହଁ , MGL ର ଅନୁଚ୍ଛେଦ ୧୬ କ(୨) ଅନୁଯାୟୀ , ନିଯୁକ୍ତିଭିତ୍ତିକ ଶ୍ରମିକ ନିକଟକୁ ପ୍ରେରିତ ନିବେଶ ଉପରେ ଗୋଦାମ ମାଲିକ ନିବେଶ ଜମା ରାଶି ପାଇବାକାଉ ଯୋଗ୍ୟ ବିବେଚିତ ହେବେ ।
୧୮୦ ଦିନ ।
ହଁ , ଯଦି ଜବ ୱାର୍କରଙ୍କଠାରୁ ନିବେଶକୁ ୧୮୦ ଦିନ ମଧ୍ୟରେ ଗ୍ରହଣ କରି ନପାରନ୍ତି , ତାହେଲେ ଗୋଦାମ ମାଲିକ ITC କୁ ସୁଧ ସହ ଫେରାଇବେ । ପରେ ଅବଶ୍ୟ ଗୋଦାମ ମାଲିକ ନିବେଶ ରସିଦ ଦେଖାଇ ଜମାରାଶି ପାଇବାକୁ ଦାବି କରିପାରିବେ ।
କେବଳ ଶୂନ୍ୟ ହାରଭିତ୍ତିକ ଯୋଗାଣ ଦ୍ଵାରା ଜମାରାଶି ପ୍ରାପ୍ତ ହୋଇପାରିବ ।
ଦୁଇବର୍ଷ
ଏଭଳି ମୂଳଧନୀ ଦ୍ରବ୍ୟ ଉପରେ ଗ୍ରହଣ କରିଥିବା ଜମାରାଶି ଅନୁରୂପ ପରିମାଣ ସହ ସୁଧକୁ ମିଶାଇ ଗୋଦାମ ମାଲିକ ଟିକସ ପଏଠ କରିବେ , ତେବେ ପରେ ନିବେଶ ରସିଦ ଦେଖାଇ ଗୋଦାମ ମାଲିକ ଜମାରାଶି ପାଇବାକୁ ଦାବୀ କରି ପାରିବେ ।
ନାଁ , MGL ର ଅନୁଚ୍ଛେଦ -୧୬ (୯)(କ) ଅନୁଯାୟୀ , ଯଦି ଟିକସ ଯୋଗ୍ୟ ବ୍ୟକ୍ତିଙ୍କ ଯାତ୍ରୀ ବା ମାଳ ପରିବହନ ବ୍ୟବସାୟ ଥାଏ କିମ୍ବା ମୋଟରଗାଡି ପ୍ରଶିକ୍ଷଣ ସେବା ଦେଉଥାନ୍ତି , ତାହେଲେ ତାଙ୍କୁ ମୋଟର ଗାଡି କ୍ରୟ ଉପରେ ITC ପ୍ରାପ୍ତ ହେବ ।
MGL ର ଅନୁଚ୍ଛେଦ -୧୬ (୧୦) ଅନୁଯାୟୀ , ମୂଳଧନୀ ସାମଗ୍ରୀର ମୂଲ୍ୟ ଉପରେ ସମିଶ୍ରଣ ଟିକସ କ୍ଷେତ୍ରରେ ITC ପ୍ରାପ୍ତ ଅନୁମତି ମିଳିବ ନାହିଁ ।
MGL ର ଅନୁଚ୍ଛେଦ – ୧୬ (୧୧)ଅନୁଯାୟୀ ଟିକସଡାଟା ଶେଷଥର ଯୋଗାଣ (ବହୁଳାଂଶ ବା କିସ୍ତି ହେଉ) ରସିଦ ଦେଖାଇଲେ , ଜମାରାସୀ ଗ୍ରହଣ ଲାଗି ଯୋଗ୍ୟ ହେବେ ।
MGL ର ଅଣୁଚ୍ଛେଦ -୧୬(୧୧) ର କ୍ଲଜରେ ଏ ବିଷୟ ବର୍ଣ୍ଣିତ ହୋଇଛି । ଯେତେବେଳେ ଏକ ତୃତୀୟପକ୍ଷକୁ ଟିକସଦାତାଙ୍କ ନିର୍ଦ୍ଦେଶରେ ଦ୍ରବ୍ୟ ପଠାଯାଏ , ତା ହେଲେ ସେହି ଟିକସଦାତା ହିଁ ଗ୍ରହଣ କରିବେ । ଯାହାଙ୍କ ନିର୍ଦ୍ଦେଶରେ ତୃତୀୟପକ୍ଷଙ୍କୁ ଦ୍ରବ୍ୟ ପ୍ରଦାନ କରାଯାଇଛି, ତାଙ୍କୁ ହିଁ ITC ପ୍ରାପ୍ତ ହେବ ।
MGL ର ଅଣୁଚ୍ଛେଦ -୧୬ (୧୫) ଅନୁଯାୟୀ , ଗୋଟିଏ ଆର୍ଥିକ ବର୍ଷର ସେପ୍ଟେମ୍ବର ମାସ ପରେ ITC ଗ୍ରହଣ କରାଯିବ ନାହିଁ । ବାର୍ଷିକ ରିଟର୍ଣ୍ଣ ଫାଇଲ ତାରିଖ ହେଉ ବା ଚାଲାନ ଜାରି ତାରିଖ ହେଉ ଏଥିରେ ଯେଉଁଠି ଆଗ ଘଟିଥିବ , ସେହି ଅନୁଯାୟୀ ITC ର ଦିନାଙ୍କ ହିସାବ ହେବ ।
MGL ର ଅଣୁଚ୍ଛେଦ -୧୬ (୯) ଅନୁଯାୟୀ, ନିମ୍ନଲିଖିତ ନକରାତ୍ମକ ପ୍ରସଙ୍ଗ ଯୋଗୁଁ ITC ପ୍ରାପ୍ତି ଲାଗି ଅନୁମତି ଦିଆଯିବ ନାହିଁ । ନିମ୍ନଲିଖିତ ବିଷୟବସ୍ତୁ ଉପରେ ITC ପ୍ରାପ୍ତ ହେବ ନାହିଁ ।
ଆଭ୍ୟନ୍ତରୀଣ ଓ ବାହ୍ୟ ବିବରଣୀରେ ମେଳ ନ ଖାଇଲେ , ଦୁଇମାସ ମଧ୍ୟରେ ଯୋଗାଣକରି ଏହି ଅମେଳକୁ ଶୋଧନ କରିବା ଆବଶ୍ୟକ । ଯଦି ଏହା ନ ହୁଏ ତା ହେଲେ ITC ଗ୍ରହିତାଙ୍କ ନିକଟକୁ ଲେଉଟିଯିବ ।
MGL ର ଅଣୁଚ୍ଛେଦ -୧୬ (୧୫) ଅନୁଯାୟୀ ITC ଗ୍ରହଣଯୋଗ୍ୟ ମୂଳଧନୀ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ପଞ୍ଜିକୃତ ଟିକସଯୋଗ୍ୟ ବ୍ୟକ୍ତି ମୂଳଧନୀ ସାମଗ୍ରୀ ଉପରେ ଗ୍ରହଣ କରିଥିବା ITC ଅନୁରୂପ ଦେୟ ପଏଠ କରିବେ । ତେବେ ତାଙ୍କ ପକ୍ଷରୁ ଦର୍ଶାଯାଇଥିବା ଶତାଂଶ ପଏଣ୍ଟ କିମ୍ବା ଏହି ମୂଳଧନୀ ସାମଗ୍ରୀର ଦେଣନେଣ ମୂଳା ଉପରେ ପଡୁଥିବା ଟିକସ ହ୍ରାସ କରାଯିବ ।
MGL ର ଅଣୁଚ୍ଛେଦ -୧୬(୧୬) ଅନୁଯାୟୀ , ପାଞ୍ଜିକୃତ ଟିକସଦାତାଙ୍କ ଠାରୁ MGL ର ଅଣୁଚ୍ଛେଦ -୫୧ ଉପଯୋଗ କରାଯାଇ ଭୁଲକ୍ରମେ ଯାଇଥିବା ଜମାରାଶିକୁ ଉଦ୍ଧାର କରାଯାଇ ପାରିବ ।
ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼
Last Modified : 1/18/2023
ଜି ଏସ ଟି ଦେୟ ପଇଠ ର ସୂଚନା