ଅନ୍ୟ ଜଣେ ପଞ୍ଜିକୃତକର ପ୍ରଦାନ ଯୋଗ୍ୟ ବ୍ୟକ୍ତିଙ୍କର କୌଣସି ଦ୍ରବ୍ୟ ଉପରେ କୌଣସି କାର୍ଯ୍ୟ, ପଦ୍ଧତି ବା ଆଚରଣ କରିବାକୁ ନିଯୁକ୍ତି ଭିତ୍ତିକ ବୋଲି ଅବିହିତ କରାଯିବ । ଯେଉଁ ବ୍ୟକ୍ତି ଅନ୍ୟ ଜଣକର ଦ୍ରବ୍ୟ ଉପରେ ଏପରି କାର୍ଯ୍ୟ ପଦ୍ଧତି ବା ଆଚରଣ କରେ ତାକୁ ନିଯୁକ୍ତି କର୍ମୀ ଏବଂ ଯେଉଁ ବ୍ୟକ୍ତିଙ୍କର ସେ ଦ୍ରବ୍ୟ ତାକୁ ମୁଖ୍ୟ ବୋଲି କୁହାଯାଏ ।
ଉତ୍ପାଦ ଶୁଳ୍କ ବିଜ୍ଞପ୍ତି – ୨୧୪/୮୬, ତା.୨୩.୩.୧୯୮୬ରେ ଦିଆଯାଇଥିବା ସଂଜ୍ଞାଠାରୁ ଏହି ସଂଜ୍ଞା ଆହୁରି ବିସ୍ତୀର୍ଣ୍ଣ । ସେଥିରେ ଦିଆଯାଇଥିବା ସଂଜ୍ଞା ଅନୁସାରେ ନିଯୁକ୍ତି ଭିତ୍ତିକ କାର୍ଯ୍ୟ କୌଣସି ଦ୍ରବ୍ୟ ଉତ୍ପାଦନର କାର୍ଯ୍ୟ ବୋଲି ପ୍ରତୀତ ହୁଏ ; କିନ୍ତୁ ଏହି ଦ୍ରବ୍ୟ ଓ ସେବା ଟିକସର ସଂଜ୍ଞା ଟିକସ ପ୍ରକ୍ରିୟାକରଣ ପଦ୍ଧତିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବା ଲକ୍ଷ କରାଯାଏ ।
ଏହା ଯୋଗାଣ ହିସାବରେ ପରିଗଣିତ ହେବ, କାରଣ ସମସ୍ତ ପ୍ରକାର ଯୋଗାଣ ଯଥା – ବିକ୍ରି , ବଦଳି ଇତ୍ୟାଦି ଯୋଗାଣ ଅନ୍ତର୍ଗତ ଅଟନ୍ତି । ତେବେ ପଞ୍ଜିକୃତ କରଦାତା ବ୍ୟକ୍ତି (ମୁଖ୍ୟ) ଯେକୌଣସି କଞ୍ଚାମାଲ୍ କିମ୍ବା /ଏବଂ କ୍ୟାପିଟାଲ ବସ୍ତୁ ସମୂହକୁ ଆଇନ ପ୍ରଦତ୍ତ ସର୍ତ୍ତାନୁସାରେ ଏବଂ ଏ ବିଷୟ ଅବଗତ କରାଇ ଯେକୌଣସି ନିଯୁକ୍ତି ଭିତ୍ତିକ ବ୍ୟକ୍ତି ନିକଟକୁ କିମ୍ବା ସେଠାରୁ ଅନ୍ୟ କୌଣସି ନିଯୁକ୍ତି ଭିତ୍ତିକ ବ୍ୟକ୍ତିଙ୍କ ନିକଟକୁ , ବିନା କରରେ ପଠାଇ ପାରିବେ । ତା’ପରେ ପଠାଇଥିବା କଞ୍ଚାମାଲ୍ ଏବଂ କ୍ୟାପିଟାଲ ବସ୍ତୁସମୂହକୁ ୧ବର୍ଷ /୩ବର୍ଷ ମଧ୍ୟରେ ଫେରାଇ ଆଣିପାରିବେ କିମ୍ବା ଆହାକୁ କାର୍ଯ୍ୟ ସାରିବା ପରେ ୧ବର୍ଷ /୩ବର୍ଷ ମଧ୍ୟରେ ନିଯୁକ୍ତି କର୍ମୀଙ୍କ ସ୍ଥାନରୁ ଟିକସ ଦେଇ ଭାରତ ମଧ୍ୟରେ ବିକ୍ରିୟ କରିପାରିବେ ଅବା ବିନା ଟିକସରେ ରପ୍ତାନୀ କରିପାରିବେ ।
ହଁ । ଏମ୍ ଜିଏଲ୍ ର ଅନୁଚ୍ଛେଦ ୪୩(କ) ଅନୁଯାୟୀ ଜଣେ ପଞ୍ଜିକୃତ ଟିକସ ଦେୟ ଭରଣା ନକରି ସୁଦ୍ଧା ଜବ୍ ୱାର୍କ ପାଇଁ ଜବ୍ ୱାର୍କରଙ୍କ ନିକଟକୁ ଟିକସଯୋଗ୍ୟ ଦ୍ରବ୍ୟ ପଠାଇପାରିବେ । ଜଣେ ଜବ୍ ୱାର୍କରଙ୍କ ନିକଟକୁ ପଥାପାରିବେ । ଏଠାରେ ଉଲ୍ଲେଖ କରାଯାଇପରେ ଯେ, ଅନୁଚ୍ଛେଦ ୪୩(କ)ରେ ଥିବା ବ୍ୟବସ୍ଥା ଅନୁଯାୟୀ ଜବ୍ ୱାର୍କ ଲାଗି ପଠାଯିବାକୁ ଥିବା ଅଣ – ଟିକସଯୁକ୍ତ ଓ କରଛାଡ ହୋଇଥିବା ଦ୍ରବ୍ୟ ଉପରେ ଟିକସ ଲାଗୁ ହେବ ନାହିଁ ।
ହଁ । ଜବ୍ ୱାର୍କର ଜଣେ ସେବା ଯୋଗାଣକାରୀ । ତେବେ ତାଙ୍କର ସାମଗ୍ରିକ କାରବାର ନିର୍ଦ୍ଧାରିତ ସୀମା ଅତିକ୍ରମ କଲେ, ତାଙ୍କ ପଞ୍ଜୀକରଣ ଆବଶ୍ୟକ ।
ନାଁ ।ଏହା ଦ୍ରବ୍ୟ ବ୍ୟବସାୟୀଙ୍କ ସାମଗ୍ରିକ କାରବାରରେ ହିଁ ଅନ୍ତର୍ଭୁକ୍ତ ହେବ ।
ହଁ । କିନ୍ତୁ ଦ୍ରବ୍ୟ ବ୍ୟବସାୟୀ ଜବ୍ ୱାର୍କରଙ୍କ ପରିସରକୁ ନିଜର ଅତିରିକ୍ତ ବ୍ୟବସାୟସ୍ଥଳ ବୋଲି ଘୋଷଣା କରିବା ଆବଶ୍ୟକ । ଏହି ଅତିରିକ୍ତ ବ୍ୟବସାୟସ୍ଥଳ ଜବ୍ ୱାର୍କର ପଞ୍ଜିକୃତ ହୋଇଥିବେ କିମ୍ବା ଦ୍ରବ୍ୟ ଯୋଗାଣ ପାଇଁ ଏହି ବ୍ୟବସାୟସ୍ଥଳ ବିଜ୍ଞାପିତ ହୋଇଥିବ ।
କେବଳ ଦୁଇଟି ପରିସ୍ଥିତିରେ ଜବ୍ ୱାର୍କରଙ୍କ ବ୍ୟବସାୟ ସ୍ଥଳକୁ ଅତିରିକ୍ତ ବ୍ୟବସାୟ ସ୍ଥଳ ଘୋଷଣା କରାନଯାଇ ସିଧାସଳଖ ଦ୍ରବ୍ୟ ଯୋଗାଣ ହୋଇପାରିବ । ଦ୍ଵିତୀୟତଃ ଦ୍ରବ୍ୟ ବ୍ୟବସାୟୀ ତାଙ୍କ ତରଫରୁ ବିଜ୍ଞପିତ କରି ଦ୍ରବ୍ୟ ଯୋଗାଣ କରିପାରିବେ ।
ଏମ୍.ଜି.ଏଲ୍. ଅନୁଚ୍ଛେଦ ୧୬(କ) ରେ ଜବ୍ ୱାର୍କ ଲାଗି ପ୍ରେରିତ ନିବେଶ ଅର୍ଥ ଓ ମୂଳଧନ ଦୃଷ୍ଟିରୁ ଆଇ.ଟି.ସି ଗ୍ରହଣ ବିଷୟ ନିର୍ଦ୍ଧିଷ୍ଟ ଭାବେ ଉଲ୍ଲେଖିତ ରହିଛି । ନିବେଶ ଅର୍ଥ ଓ ମୂଳଧନ ପାଇଁ ବକେୟା ଟିକସ ଦେୟ ପରିଶୋଧ ନିମ୍ନଲିଖିତ ପଦ୍ଧତିରେ କରାଯିବ ।
ଜବ୍ ୱାର୍କରଙ୍କୁ ପ୍ରେରିତ ଇନ୍ ପୁଟ କ୍ରେଡିଟ ଦ୍ରବ୍ୟ ବ୍ୟବସାୟୀ ଗ୍ରହଣ କରିବେ । ଏହି ଇନ୍ ପୁଟ କ୍ରେଡିଟ ଜବ୍ ୱାର୍କ ଶେଷ ହେବାର ୧୮୦ ଦିନ ମଧ୍ୟରେ ଗ୍ରହଣ କରାଯିବ । (ଇନ୍ ପୁଟ କ୍ରେଡିଟ ପଠାଯିବା ତାରିଖ ଠାରୁ ୧୮୦ ଦିନ ମଧ୍ୟରେ) । ତେବେ ଇନ୍ ପୁଟ ବା ନିବେଶ ଅର୍ଥ ସିଧାସଳଖ ଭାବେ ଜବ୍ ୱାର୍କରକୁ ଦିଆଗଲେ , ଇନ୍ ପୁଟ ଗ୍ରହଣ ତାରିଖଠାରୁ ସମୟ ଗଣନା କରାଯିବ । ଧାର୍ଯ୍ୟ ସମୟ ମଧ୍ୟରେ ଇନ୍ ପୁଟ ଗ୍ରହଣ କରାନଗଲେ , ଆଇ.ଟି.ସି ତୁଲ୍ୟ ଅର୍ଥରାଶି ସହ ସୁଧା ମିଶାଇ ଭରଣା କରାଯିବ । ତେବେ , ଇନ୍ ପୁଟ ଗ୍ରହଣ କରାଯିବା ପରେ କ୍ରେଡିଟ ଅର୍ଥ ପାଇବା ପାଇଁ ପୁନର୍ବାର ଦାବୀ କରାଯାଇପାରିବ ।
ନାଁ । ଯେତେବେଳେ ପଞ୍ଜିକୃତ ଟିକସଯୋଗ୍ୟ ବ୍ୟକ୍ତି ଟିକସଯୁକ୍ତ ଦ୍ରବ୍ୟ ପ୍ରେରଣ କରିବେ , ସେତେବେଳେ ଜବ୍ ୱାର୍କ ସମ୍ପର୍କିତ ବ୍ୟବସ୍ଥା ଲାଗୁ ହେବ । ଅନ୍ୟପକ୍ଷରେ କହିବାକୁ ଗଲେ , କରଛାଡ କିମ୍ବା ଅଣଟିକସଯୁକ୍ତ ଦ୍ରବ୍ୟ କ୍ଷେତ୍ରରେ କିମ୍ବା ଯୋଗାଣକାରୀ ପଞ୍ଜିକୃତ ଟିକସଯୋଗ୍ୟ ବ୍ୟକ୍ତି ଛଡା ଅନ୍ୟ କେହି ହୋଇଥିବେ , ସେ କ୍ଷେତ୍ରରେ ଜବ୍ ୱାର୍କ ସମ୍ପର୍କିତ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ନାହିଁ ।
ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼
Last Modified : 11/10/2021