ତଲାସି ଶବ୍ଦର ଅର୍ଥ କ’ଣ ? ଆଇନ୍ ଅଭିଧାନ ମୁତାବକ ବିଭିନ୍ନ ନ୍ୟାୟିକ ବ୍ୟବସ୍ଥାରେ ତଲାସିର ଅର୍ଥ ଖୁବ୍ ଅର୍ଥ ସରଳ । ଯଦି କୌଣସି ସରକାର ବିରୋଧୀ ଗତିବିଦ୍ଧି ଦେଖାଦିଏ ବା କୌଣସି ସ୍ଥାନ ଅଞ୍ଚଳ ବ୍ୟକ୍ତି ଇତ୍ୟାଦିକୁ ସହଯତ୍ନର ସହ ପରୀକ୍ଷଣ କରିବା ଓ କିଛି ଲୁଚାଯାଇଥିବା ବସ୍ତୁକୁ ଖୋଜିବା ବା ଅପରାଧିର ଗତିବିଧିକୁ ଆବିଷ୍କାର କରିବା । ଗୋଟିଏ ବ୍ୟକ୍ତି ବା ଗାଡି ସେବା ଘରୋଇ ଉଦ୍ଦେଶ୍ୟକୃତ ଅଞ୍ଚଳକୁ ଉପଯୁକ୍ତ ଓ ସଠିକ୍ ଆଇନ୍ କର୍ତ୍ତୃପକ୍ଷଙ୍କ ତତ୍ତ୍ଵାବଧାନରେ ଖୋଜିବା । ନିରୀକ୍ଷଣ ଶବ୍ଦର ଅର୍ଥ କ’ଣ ? ନିରୀକ୍ଷଣ CGST / SGST ରେ ଏକ ନୂଆ ବ୍ୟବସ୍ଥା । ନିରୀକ୍ଷଣ ମାନକ କର ସେବା ନିୟମରେ ଏକ ସ୍ଵତନ୍ତ୍ର ବ୍ୟବସ୍ଥା ଅଛି । ଏହା ତଲାସିଠୁ ଟିକେ ଅଧିକ ଯାହା ଅଧିକାରୀଙ୍କୁ କରଦାତାଙ୍କ ବ୍ୟବସାୟୀଙ୍କ ନିମ୍ନ ପର୍ଯ୍ୟନ୍ତ ପ୍ରବେଶ କରାଇଥାଏ । ଏଣୁ ଯେକୌଣସି ବ୍ୟୟସାପେକ୍ଷ ସ୍ଥଳ, ଯେଉଁ ବସ୍ତୁ ସ୍ଥାନାନ୍ତର ହୁଏ ବା ମାଲିକ ଜାଣିବା ପାଇଁ ବା କୌଣସି ଗୋଦାମ ପରିଚାଳ ସମ୍ବନ୍ଧରେ ଅବଗତ କରାଇବା । କିଏ ଓ କେଉଁ ପରିସ୍ଥିତିରେ ନିରୀକ୍ଷଣ ଅନୁମତି ଦେଇପାରିବେ ? ଉତ୍ତର ମାନକ କର ନିୟମ ଅନୁଯାୟୀ ଧାରା ୬୭ ଅନୁଯାୟୀ ନିରୀକ୍ଷଣ ଯେକୌଣସି CGST ବା SGST ଅଧିକାରୀ ଯୁଗ୍ମ କମିଶନର ବା ତଦୁର୍ଦ୍ଧ ଦ୍ଵାରା ପ୍ରାଧିକୃତହୋଇ କରିପାରିବ । ଜଣେ ଯୁଗ୍ମ କମିଶନର ବା ତା’ଠାରୁ ଅଧିକ ପଦାଧିକାରୀ କୌଣସି ନିମ୍ନଲିଖିତ କାରଣ ପାଇଁ ଯଦି ବ୍ୟକ୍ତିର କାର୍ଯ୍ୟକଳାପର ସନ୍ଦେହ ଉତ୍ପତ୍ତି କରନ୍ତି ଯଥା - (କ) ଯୋଗାଣର ଯେକୌଣସି କାରବାରକୁ ଛାପି ଦେଇଥିବା (ଖ) ମହଜୁଦ୍ ବସ୍ତୁକୁ ଛାପି ରଖିବା (ଗ) ଆଦିକ ଅନ୍ତଃଗ୍ରହଣ କର ଦାବୀ କରିବା (ଘ) CGST ବା SGST ର କୌଣସି ବ୍ୟବସ୍ଥାକୁ କର ବାଦ ଦେବାପାଇଁ ଉଲ୍ଲଘଂନ କରିବା । (ଙ) କର ପ୍ରଦାନକୁ ଏଡାଇ ଦେବାପାଇଁ ଗୋଦାମ ବା ବସ୍ତୁକୁ ଗଚ୍ଛିତ କରିବା ବା ନିଜ ହିସାବ ଖାତା ଓ ବସ୍ତୁତର ବ୍ୟବସାୟିକ ଧାରା ଏମିତି ଯେ, ଯାହା କରଯୋଗ୍ୟ ହେଉନଥିବ । ଏ ଧାରାରେ କୌଣସି ନିର୍ଦ୍ଧାରିତ ଅଧିକାରୀ ଯେ, କୌଣସି ବ୍ୟକ୍ତିକର ସମ୍ପତ୍ତି ବା ଅଞ୍ଚଳ ନିରୀକ୍ଷଣ କରିପାରିବେ କି ? ଉତ୍ତର ନାଁ , ପ୍ରଥାକରଣ କେବଳ CGST ବା SGST ର ଅଧିକାରୀ ନିମ୍ନଲିଖିତ ସମୟରେ ତଲାସ କରିପାରିବେ । (କ) କରଦାତାଙ୍କ ବ୍ୟବସାୟିକ ସ୍ଥଳ (ଖ) ଯେକୌଣସି ବ୍ୟକ୍ତିଙ୍କର ବସ୍ତୁ ସ୍ଥାନାନ୍ତରଣର ବ୍ୟବସାୟ ଥିବା ବା ସେ ପଞ୍ଜୀକୃତ କରଦାତା ହୋଇଥିବେ । (ଗ) ଯେକୌଣସି ମାଲିକଙ୍କ ବ୍ୟବସାୟ ବା ଗୋଦାମ ଗୃହର ପରିଚାଳକ ମାନକର ନିୟମ ଅନୁଯାୟୀ କିଏ ତଲାସି ଓ ଅଭିଗ୍ରହଣ ପାଇଁ ନିଷ୍ପତ୍ତି ପାରିତ କରିପାରିବେ ? ଉତ୍ତର ଯୁଗ୍ମ କମିଶନର ବା ତତୋଧିକ ସଦର ଅଧିକାରୀ ଅନ୍ୟ କାହାକୁ ତଲାସି ଓ ଅଭିଗ୍ରହଣ ପାଇଁ ପ୍ରାଥୀକୃତ କରିପାରିବେ । ଅଭିଗ୍ରହଣରେ ବସ୍ତୁ , ପୋଥି , ବହି ଓ ଅନ୍ୟାନ୍ୟ ଇତ୍ୟାଦି ପ୍ରକାର ପାଧିକରଣ ଯେତେବେଳେ ଦେଇହେବ । ଯେତେବେଳେ ଯୁଗ୍ମ କମିଶନର ବିଶ୍ଵାସ କରିବାର କାରଣ ଯେ, ବସ୍ତୁ ସବୁ କରଯୋଗ୍ୟ ହୋଇ ବାଜ୍ୟାପ୍ତି ହେବ ବା ବସ୍ତୁ ସମ୍ପର୍କିତ ରସିଦ୍ ବହି ଓ ଅନୁସାଙ୍ଗଠିକ ଜିନିଷ କୌଣସିଠାରେ ଚଲାଯାଇଛି । ବିଶ୍ଵାସ କରିବାର କାରଣ କହିଲେ କ’ଣ ବୁଝାଯାଏ ? ଉତ୍ତର ବିଶ୍ଵାସ କରିବାର କାରଣ ଏହିକିଯେ , ଜ୍ଞାନମତେ ତଥ୍ୟ ଯଦିଓ ସିଧାସଳଖ ଜ୍ଞାନ ନୁହେଁ , ଯାହା ବ୍ୟକ୍ତିକୁ କାରଣ ଯୋଗାଇବାକୁ ଖୋରାକ ଯୋଗାଇବ । ସମାନ ତଥ୍ୟ ଜାଣି ମଧ୍ୟ ଉପଯୁକ୍ତ ପ୍ରମାଣପୂର୍ବକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିବ । ଭାରତୀୟ ପିଙ୍ଗଳକୋର୍ଟ ଧାରା ୧୮୬୦, ଧାରା ୨୬, ମୁତାବକ ଜଣେ ବ୍ୟକ୍ତିକୁ ସେତେବେଳେ ବିଶ୍ଵାସ କରୁଥିବେ । ବିଶ୍ଵାସ କରିବାର କାରଣ ଅନ୍ୟପକ୍ଷେ ଉଦ୍ଦେଶ୍ୟ ନିର୍ଦ୍ଧାରଣ କ୍ଷେତ୍ରରେ ଏକ ବୁଦ୍ଧିମତା ସମ୍ପର୍ଣ୍ଣ ନିଷ୍ପତ୍ତି ଓ ମୂଲ୍ୟ ନିର୍ଦ୍ଧାରଣ ସମ୍ପୂର୍ଣ୍ଣରୂପେ ଅଲଗା ଓ ବିଷୟଗତ ବିଚାର । ଏହା ଏମିତି ହେବା ଆବଶ୍ୟକ ଯେ, ସାଧୁ ଯୁକ୍ତିଯୁକ୍ତ ବ୍ୟକ୍ତି ଉପଯୁକ୍ତ ବସ୍ତୁ ଓ ପରିସ୍ଥିତିରେ ବିଶ୍ଵାସ କରୁଥିଲେ । ଉପଯୁକ୍ତ ଅଧିକାରୀ ହିଁ କେବଳ ଲିଖିତ ନିର୍ଦ୍ଦେଶକ୍ରମେ ବିଶ୍ଵାସ କରିବାର କାରଣ ପାଇଁ ଉପଯୁକ୍ତ କି ? ଉତ୍ତର ନିରୀକ୍ଷଣ , ତଲାସି ଓ ଅଭିଗ୍ରହଣ ପାଇଁ ପ୍ରାଧିକୃତ ହେବା ପୂର୍ବରୁ ତଲାସି ନିମିତ୍ତ କୌଣସି ଅଧିକାରୀଙ୍କୁ ପ୍ରାଧିକୃତ କରିବା ପୂର୍ବରୁ ଯଦିଓ ଅଧିକାରୀଙ୍କୁ କାରଣ ଜଣାଇବାକୁ ପଡିବ ନାହିଁ , କିନ୍ତୁ କେଉଁ ବସ୍ତୁ ଅଭିପ୍ରାୟ କରି ଏ ପ୍ରକାର ବିଶ୍ଵାସ ସୃଷ୍ଟି ହୋଇଛି , ସେ ସମ୍ବନ୍ଧରେ ଅବଗତ କରାଇବାକୁ ହେବ । ତଲାସୀ ଓ ପରୱାନା କହିଲେ କ’ଣ ? ଏବଂ ଏହା ଭିତରେ କ’ଣ ଅଛି ? ଉତ୍ତର ଗୋଟିଏ କର୍ତ୍ତୃପକ୍ଷଙ୍କ ଲିଖିତ ନିର୍ଦ୍ଦେଶ ସାଧାରଣତଃ ତଲାସୀର ପରୱାନା ହୋଇଥାଏ । ଜଣେ ଉପଯୁକ୍ତ କର୍ତ୍ତୃପକ୍ଷଠୁ ଲିଖିତ ତଲାସୀ ପାଇବା କେବଳ ଯୁଗ୍ମ କମିଶନ ପଦର ଅଧିକାରୀ ହିଁ ହକ୍ ଦାର । ଗୋଟିଏ ତଲାସୀର ପରୱାନା ନିଶ୍ଚିତ ରୂପେ ଜାରି ଓ ଏହାର ଉପଯୁକ୍ତ କାରଣକୁ ବିଶ୍ଵାସ କରି ତଲାସୀ ଜାରି ହୁଏ । ତଲାସୀ ହେଲାପରେ ପରୱାନାରେ ନିମ୍ନଲିଖିତ ବିଷୟବସ୍ତୁ ରହିବା ଆବଶ୍ୟକ । (କ) ନୀତି ଉଲ୍ଲଘଂନ କଲେ (ଖ) ପରିସର ତଲାସୀ (ଗ) ତଲାସୀ ପାଇଁ ପ୍ରାଧିକୃତ ଅଧିକାରୀଙ୍କ ନାମ ଓ ପଦ ଉଲ୍ଲେଖ ରହିବ । (ଘ) ତଲାସୀ ନୋଟିସ୍ ଜାରି କରୁଥିବା ଅଧିକାରୀଙ୍କ ନାମ , ପଦଭୁକ୍ତ ରହିବ । (ଙ) ତାରିଖ ସ୍ଥାନର ସେବା ମଧ୍ୟ ରହିବ । (ଚ) ତଲାସୀଠାରେଆ ପରୱାନାର କ୍ରମିକ ନଂ ରହିବ (ଛ) ବୈଧ ସମୟ ଅବଧି ରହିବା ଦରକାର ମାନକ କର ନିୟମ ଅନୁଯାୟୀ କେଉଁ ବସ୍ତୁ ବାଜ୍ୟାପ୍ତି ହୋଇପାରିବ ? ଉତ୍ତର CGST /SGST ଧାରା ୧୩୦ ଅନୁସାରେ ବସ୍ତୁ ସମୂହ ବା ବାଜ୍ୟାପ୍ତି ପାଇଁ ଜଣେ ବ୍ୟକ୍ତି ନିମ୍ନଲିଖିତ କାର୍ଯ୍ୟ କଲେ ହୋଇପାରିବ । (କ) ନିୟମର ଯେକୌଣସି ଭିତ୍ତିରେ ଯୋଗାଣକାରୀ ନିୟମ ଉଲ୍ଲଘଂନ କଲେ । (ଖ) କରଦେୟ ପ୍ରାପ୍ୟ ବସ୍ତୁଟି ଯଦିବି ହିସାବ ଖାତାକୁ ଯାଇନଥିବ । (ଗ) ଯୋଗାଣ କର ଦେୟ ଯୁକ୍ତ ବସ୍ତୁ ରଖିବା ପଞ୍ଜୀକରଣ ପାଇଁ ଆବେଦନ କରିନଥିବେ ? (ଘ) CGST ବା SGST ବ୍ୟବସ୍ଥାର ଯେକୌଣସି ନିୟମ ଉଲ୍ଲଘଂନ କଲେ ବା କର ନଦେବାର ଇଚ୍ଛା ପ୍ରକଟ କଲେ । ଏକ ସଠିକ୍ ତଲାସୀ ସମୟରେ ଅଧିକାରୀ ଜଣକ କେଉଁ କ୍ଷମତା ବଳରେ କାର୍ଯ୍ୟ କରିବେ ? ଉତ୍ତର ଯେଉଁ ପରିସରରୁ ତଲାସୀ ହେବ (MGL ଅନ୍ତର୍ଗତ ସଠିକ୍ ପ୍ରକ୍ରିୟାଗତ) ସେଠାରେ ଜଣେ ଅଧିକାରୀ ତଲାସୀର କ୍ଷମତା ବଳରେ ବସ୍ତୁ, ନଥି , ବହି ଓ ଆନୁସଙ୍ଗିକ ଦ୍ରବ୍ୟ ଅଭିଗ୍ରହଣ କରିପାରିବ । ତଲାସୀ ସମୟରେ ଅଧିକାରୀଙ୍କର କ୍ଷମତା ବଳରେ ଯଦି ଭିତରକୁ ପ୍ରବେଶ ପାଇଁ ଯଦି କିଛି ଅସୁବିଧା ହୁଏ, ଆପେକ୍ଷିତ ପରିସରର କବାଟ ବା ଗେଟ୍ ଭାଙ୍ଗିପାରିବେ । ସେହିପରି ପରିସରରେ ତଲାସୀ ସମୟରେ ଯେକୌଣସି ନଥି , ବହି , ହିସାବଖାତା ପଞ୍ଜୀକରଣ ସେ ମଧ୍ୟ ପରିସରକୁ ପ୍ରବେଶ କରିବାରେ ବିଫଳ ହେଲେ ତେବେ ମୁଦ ଦେଇ ବନ୍ଦ କରିପାରିବେ ଏବଂ ଯଦି ଆଲମୀରା ବା ବାକ୍ସ ଖୋଲିବାରେ ବିଫଳ ହେଲେ ତାହେଲେ ମଧ୍ୟ କାର୍ଯ୍ୟକାରୀ ନିଜ ହିସାବରେ ନେଇପାରିବେ । ତଲାସୀ କାର୍ଯ୍ୟକାରୀ ନିମିତ୍ତ କି ପ୍ରକ୍ରିୟା ରହିଛି ? ଉତ୍ତର MGL ର ଧାରା ୬୦ (୮) ବ୍ୟବସ୍ଥା ଭିତ୍ତିରେ ଅପରାଧିକ ପ୍ରକ୍ରିୟାଗତ ୧୯୨୩ ଅନ୍ତର୍ଗତ ଧାରା ୧୦୦ରେ ବର୍ଣ୍ଣିତ ଅପରାଧିକ ତଲାସ ନୀତିରେ କାର୍ଯ୍ୟ ନିର୍ବାହ କରାଯିବ । ତଲାସୀ କାର୍ଯ୍ୟକ୍ରମ ପାଇଁ କେଉଁ ମୌଳିକ ଆବଶ୍ୟକତା ନିହିତ ହେବା ଆବଶ୍ୟକ ? ଉତ୍ତର ନିମ୍ନଲିଖିତ ନିୟମ ଅନୁସାରେଆ ତଲାସୀ କରାଯିବା ଦରକାର । (କ) ଉପଯୁକ୍ତ ଖାନତଲାସୀ ବା ୱାରେଣ୍ଟ ବିନା ଅଧିକାରୀ କୌଣସି ପରିସରକୁ ତଲାସୀ କରିପାରିବେ ନାହିଁ । (ଖ) ତଲାସୀ ଗୋଷ୍ଠୀର ଜଣେ ମହିଳା ଅଫିସର ରହିବା ନିହାତି ଆବଶ୍ୟକ । (ଗ) ପରିସର ଦାୟିତ୍ଵରେ ଥିବା ବ୍ୟକ୍ତି କୁ ହିଁ ନିଜର ଉପଯୁକ୍ତ ପରିଚୟପତ୍ର ତଲାସୀ ଅଫିସର ଦେଖାଇବେ । ତା’ ପରେ କାର୍ଯ୍ୟ ଆରମ୍ଭ କରିବେ । (ଘ) ତଲାସୀ ୱାରେଣ୍ଟ ମଧ୍ୟ ତଲାସୀ ଆରମ୍ଭ କରିବା ପୂର୍ବରୁ ପରିସରର ଦାୟିତ୍ଵରେ ଥିବା ବ୍ୟକ୍ତିଙ୍କୁ କହି ଦେଖାଇବେ ଓ ସେଥିରେ ଦସ୍ତଖସ୍ତ ନେବେ । ଦୁଇଜଣ ଉପସ୍ଥିତ ସାକ୍ଷୀଙ୍କର ମଧ୍ୟ ୱାରେଣ୍ଟ ଉପରେଆ ଦସ୍ତଖସ୍ତ ନେବେ । (ଙ) ଦୁଇଜଣ ସ୍ଥାନୀୟ ସାକ୍ଷୀଙ୍କ ଉପସ୍ଥିତିରେ ଖାନତଲାସ କରିବା ଆବଶ୍ୟକ । ଯଦି ସ୍ଥାନୀୟ ସାକ୍ଷୀ ନାହିଁ ବା ସାକ୍ଷୀ ରହିବାକୁ ଆଇଚ୍ଛାକୃତ , ତେବେ ଅନ୍ୟ ଅଞ୍ଚଳର ଦୁଇଜଣ ସାକ୍ଷୀଙ୍କ ଉପସ୍ଥିତିରେ ତଲାସୀ କରିବେ । (ଚ) ତଲାସୀ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଅଧିକାରୀ ଦଳ ଓ ସହଯୋଗୀ ସାକ୍ଷୀମାନେ ପରିସର ଦାୟିତ୍ଵ ବ୍ୟକ୍ତିଙ୍କୁ ହିଁ କହି ନିଜର ବ୍ୟକ୍ତିଗତ ତଲାସି କରାଇବେ । ସେହିପରି ତଲାସ କାମ ଶେଷରେ ସମସ୍ତ ଅଧିକାରୀ ଓ ସାକ୍ଷୀମାନେ ପରିସର ଦାୟିତ୍ଵରେ ଥିବା ବ୍ୟକ୍ତିକୁ ହିଁ କହି ନିଜର ତଲାସୀ କରାଇବେ । (ଛ) ଘଟଣାସ୍ଥଳରେ ଏକ ବିଶଦ ଲେଖା ପ୍ରସ୍ତୁତ (ପଞ୍ଚନାମା) ହେବ । ସମସ୍ତ ବସ୍ତୁର ଚିଠା ଉଦ୍ଧାର ହୋଇଥିବା ନଥି ଅଭିଗ୍ରହଣ ହୋଇଥିବା ବସ୍ତୁ ଏହି ପଞ୍ଚନାମା ପୃଷ୍ଠରେ ଲେଖାଇ ଦିଆଯିବ । ପଞ୍ଚନାମା ଓ ଅଧିଗ୍ରହଣ ହୋଇଥିବା ବସ୍ତୁ ଓ ତତ୍ୟ ସମସ୍ତ ସାକ୍ଷୀମାନଙ୍କ ଦ୍ଵାରା ଦସ୍ତଖସ୍ତ ହେବ । ପରିସର ଦାୟିତ୍ଵରେ ଥିବା ବ୍ୟକ୍ତି ଯାହାଙ୍କ ସମ୍ମୁଖରେ ତଲାସ କରାଗଲା , ସେ ମଧ୍ୟ ଦସ୍ତଖସ୍ତ କରିବେ ଏବଂ ଅଧିକାରୀ ଶେଷରେ ତଲାସୀ ଜମିର ପ୍ରାଧିକୃତ ଦାୟିତ୍ଵ ଭାବେ ନିଜର ଦସ୍ତଖସ୍ତ ଦେବେ । (ଜ) ତଲାସୀ ବିବରଣୀ ସହ ମୂଳ ତଲାସୀ ୱାରେଣ୍ଟକୁ ପ୍ରଦାନ କରିଥିବା ଅଧିକାରୀଙ୍କୁ ଫେରାଇବେ । ଯେଉଁ ଅନ୍ୟ ଅଧିକାରୀମାନେ ସେଠାରେ ରହିଥିଲେ , ସେମାନଙ୍କ ନାମ ତଲାସ ୱାରେଣ୍ଟ ପଛରେ ଲେଖାଯିବା । (ଝ) ତଲାସ ପ୍ରଦାନ କରୁଥିବା ଅଧିକାରୀ ସମସ୍ତ ତଲାସ ୱାରେଣ୍ଟକୁ ଏକ ପଞ୍ଜୀକରଣ କରାଇବେ ଏବଂ ଫେରସ୍ତ ୱାରେଣ୍ଟର ତଥ୍ୟ ମଧ୍ୟ ରଖିବେ । (ଞ୍ଜ) ପ୍ରସ୍ତୁତ ପଞ୍ଚନାମାରେ ଲଗାଯାଇଥିବା ବିଭିନ୍ନ ତଥ୍ୟର ପ୍ରମାଣପତ୍ର ପରିସରର ଦାୟିତ୍ଵରେ ଥିବା ବ୍ୟକ୍ତିଙ୍କୁ ତଲାସ ହେବାର ପ୍ରମାଣପତ୍ର ଭାବେ ପ୍ରଦାନ କରାଯିବ । CGST ଓ SGST ଧାରା ୬୫ ଅନୁସାରେ ପରିସରକୁ କୌଣସି ପରିସ୍ଥିତିରେ ପ୍ରବେଶ କରିପାରିବେ କି ? ଉତ୍ତର ହଁ, CGST /SGST ଧାରା ୬୫ ଅନୁସାରେ ପରିସରକୁ ପ୍ରବେଶ କରିହେବ । ବ୍ୟବସାୟୀକ ପ୍ରତିଷ୍ଠାନର ଆକଳନ , ଯାଞ୍ଚ ଓ ସତ୍ୟ ପ୍ରମାଣ ପରଖିବା ପାଇଁ ସରକାରୀ ରାଜସ୍ୱ ସପକ୍ଷରେ CGST ଓ SGST ର ନିରୀକ୍ଷଣ ଅଧିକାରୀ ମୂଲ୍ୟ ହିସାବକାରୀ ବିଜ୍ଞ ହିସାବ ରକ୍ଷକ ଧାରା ୬୬ ଅନୁଯାୟୀ ମନୋନୀତ ହୋଇ ମାନକ କର ବ୍ୟବସ୍ଥା ପୂର୍ବକ ପ୍ରବେଶ କରିପାରିବେ । ତଥାପି CGST/SGST ଜଣେ ଯୁଗ୍ମ କମିଶନରଙ୍କଠାରୁ ଏକ ପ୍ରାଧିକୃତ ଲିଖିତ ନିର୍ଦ୍ଦେଶ ଆବଶ୍ୟକ । ମୂଳ ବା ଅତିରିକ୍ତ ବ୍ୟବସାୟୀକ ପ୍ରତିଷ୍ଠାନର ପଞ୍ଜୀକୃତ ବ୍ୟବସାୟଙ୍କ ମାର୍ଫତରେ ପଞ୍ଜୀକୃତ ହୋଇନଥିଲେ ପ୍ରବେଶ କରିବା ନିମିତ୍ତ ବ୍ୟବସ୍ଥା ଅଛି ବା ହିସାବ ଖାତା ଓ କମ୍ପ୍ୟୁଟର ଇତ୍ୟାଦି ନିରୀକ୍ଷଣ କରିପାରିବେ ଓ କରଦାତାଙ୍କ ସତ୍ୟନିଷ୍ଠାକୁ ଯାଞ୍ଚ କରିବେ । ଅଭିଗ୍ରହଣ ଶବ୍ଦର ଅର୍ଥ କ’ଣ ? ଉତ୍ତର ଅଭିଗ୍ରହଣ ଶବ୍ଦମାନକ ବସ୍ତୁ ବା ସେବା ନିୟମରେ ଉଲ୍ଲେଖ ନାହିଁ । ଆଇନ୍ ର ଶବ୍ଦକୋଷରେ ଅଭିଗ୍ରହଣ ସଜ୍ଞା ଏହିପରି । ଏହା ଏକ ବୈଧ ପ୍ରକ୍ରିୟାରେ ଅଧିକାରୀଙ୍କ ଦ୍ଵାରା ଅଟକ ରଖାଯାଇଥିବା ଦ୍ଵାରା ସମ୍ପତ୍ତି , କିନ୍ତୁ ସାଧାରଣ ଭାଷାରେ ବଳପୂର୍ବକ ମାଲିକଙ୍କ ଅନିଚ୍ଛାରେ ଅଟକ ରହିବା ସମ୍ପତ୍ତି । GST ରେ ବସ୍ତୁକୁ ଅଟକ ରକ୍ଷା ନିମିତ୍ତ କ୍ଷମତା ଅଛି କି ? ଉତ୍ତର ହଁ CGST/SGST ର ଧାରା ୬୯ ଅନୁଯାୟୀ ଜଣେ ଅଧିକାରୀ ବସ୍ତୁକୁ ଅଟକ ରଖିବା , ପରିବହନ କରୁଥିବା ଯାନକୁ ମଧ୍ୟ ରଖିପାରିବେ । CGST / SGST ବ୍ୟବସ୍ଥାକୁ ଅମାନ୍ଯ କରି ଯଦି କିଛି ବସ୍ତୁ ପରିବାହ ହେଉଥିବ ବା ପରିବାହିତ ଅବସ୍ଥାରେ କାରବାର ଚାଲିଥିବ , ଗଚ୍ଛିତ ଥିବା ବସ୍ତୁ ବା ଗୋଦାମରେ ମହଜୁଦ୍ ଥାଇ ହିସାବରେ ନଥିବ ତା’ ହେଲେ ସେହି ବସ୍ତୁକୁ ଅଟକ କରିହେବ । ସେହି ବସ୍ତୁ ପରିବହନକାରୀ ଯାନକୁ ଉପଯୁକ୍ତ କର ବା କର ସମତୁଲ ସୁରକ୍ଷା ରାଶି ଦେବାପରେ ମୁକ୍ତ କରାଯିବ । ଅଭିଗ୍ରହଣ ଓ ଅଟକ ଭିତରେ ଆଇନ୍ ଭାଷାରେ କି ପ୍ରକାର ଭେଦ ରହିଛି ? ଉତ୍ତର ଆଇନ୍ ର ନିର୍ଦ୍ଦେଶକ୍ରମେ ବସ୍ତୁ ମାଲିକଙ୍କୁ ବସ୍ତୁଠାରୁ ଦୂରେଇ ରଖିବା ବା ଗୋଟିଏ ସମୟରେ ଦଖଲରେ ରଖିଥିବା ବ୍ୟକ୍ତିଙ୍କୁ ବସ୍ତୁଠାରୁ ଦୂରେଇ ଦେବାହିଁ ଅଟକ । କିନ୍ତୁ ଅଭିଗ୍ରହଣ କ୍ଷେତ୍ରରେ ବସ୍ତୁତ ବା ସମ୍ପତ୍ତି ଉପରେ ସରକାରୀ ବିଭାଗର ନିୟନ୍ତ୍ରଣ ରହିବ । ବସ୍ତୁ ସମୂହ ଆଇନ୍ ଉଲ୍ଲଘଂନ କରିଥିବା ଜଣାପଡିଲେ , ଅଟକ ପାଇଁ ଲିଖିତ ନିର୍ଦ୍ଦେଶ ପ୍ରସ୍ତୁତ ହୋଇଥାଏ । ଅଭିଗ୍ରହଣ ଉଲ୍ଲଘଂନ କରିଥିବା ଜଣାପଡିଲେ , ଅଟକ ପାଇଁ ଲିଖିତ ନିର୍ଦ୍ଦେଶ ପ୍ରସ୍ତୁତ ହୋଇଥାଏ । ଯେତେବେଳେ ଉପଯୁକ୍ତ କାରଣ ଥାଇ ଅନୁସନ୍ଧାନ ପରେ ବସ୍ତୁଗୁଡିକର ଯଦି କର ଉଲ୍ଲଘଂନ ହୋଇଥାଏ , ତେବେ ତାହା ଅଧିଗ୍ରହଣ ହେବ । GST ରେ ତଲାସ ଓ ଅଭିଗ୍ରହଣ ପାଇଁ କି ପ୍ରକାର ବ୍ୟବସ୍ଥା ରହିଛି ? ଉତ୍ତର ମାନକ ନିୟମ CGST / SGST ର ଧାରା ୬୦ ଅନୁଯାୟୀ ତଲାସୀ ଓ ରକ୍ଷା ଅଧିଗ୍ରହଣ ପାଇଁ କିଛି କ୍ଷମତା ପ୍ରଦାନ କରାଯାଇଛି । ସେଗୁଡିକ ହେଲା – (କ) ଅଭିଗ୍ରହଣ ହୋଇଥିବା ବସ୍ତୁ ବା ନଥି ତଦାରଖ ନିମନ୍ତେ ଆବଶ୍ୟକତାଠାରୁ ଅଧିକ ଦିନ ରଖାଯିବ ନାହିଁ । (ଖ) ତଥି ସମୂହ ତତ୍ତ୍ଵାଧାରକ ଚାହିଁଲେ ନଥି ସମୂହର ନକଲ ନେଇପାରିବେ । (ଗ) ଅଭିଗ୍ରହଣର ୬୦ ଦିନ ମଧ୍ୟରେ ନୋଟିସ୍ କରାନଗଲେ ଅଭିଗ୍ରହଣ ବସ୍ତୁକୁ ଫେରାଇ ଦିଆଯିବ । ଏହି ୬୦ ଦିନ ସମୟକୁ ଉପଯୁକ୍ତ କାରଣ ଦର୍ଶାଇ ୬ ମାସକୁ ଘୁଞ୍ଚାଇ ଦିଆଯାଇପାରେ । (ଘ) ଅଭିଗ୍ରହଣ କରିଥିବା ଅଧିକାରୀ ବସ୍ତୁମାନଙ୍କର ତାଲିକା ପ୍ରସ୍ତୁତ କରିବେ । (ଙ୍କ) କିଛି ବିଶେଷ ପ୍ରକାର ବସ୍ତୁମାନଙ୍କ GST ନିୟମର ଅନୁସାରେ (କ୍ଷତିକାରଣ ଓ ଭଗ୍ନାଶିଷ) ସଙ୍ଗେ ସଙ୍ଗେ ଫଇସଲା କରି ବସ୍ତୁକୁ ନିକାଶ କରିବା । (ଚ) ୧୯୭୩ ଅପରାଧିକ ପ୍ରକ୍ରିୟା ବ୍ୟବସ୍ଥା ଅନୁଯାୟୀ ଅଧିଗ୍ରହଣ ଓ ତଲାସୀ କରାଯାଏ । ଧାରା ୧୬୫ର ଉପଧାରା ୫ ଅନୁସାରେ ଅପରାଧ ପ୍ରକ୍ରିୟା କୋର୍ଡ ଯଦି କିଛି ତଥ୍ୟ ନଥି ଅଧିଗ୍ରହଣ ସମୟରେ ପ୍ରାପ୍ୟ ହୁଏ , ତେବେ ଆବଶ୍ୟକ ଅନୁଯାୟୀ ନିକଟତମ ଦଣ୍ଡାଧିକାରୀ (ମାଜିଷ୍ଟ୍ରେଟ) ଙ୍କ ନିକଟରେ ଧର୍ତ୍ତବ୍ୟ ଅପରାଧର ସଂଜ୍ଞା ମୁତାବକ ନିର୍ବାହ କରିବା ଆବଶ୍ୟକ ଏବଂ ସେ ସବୁକୁ ପ୍ରମୁଖ କମିଶନର CGST ଓ କମିଶନର SGST ଙ୍କୁ ପଠାଯିବ । କରଯୋଗ୍ୟ ବସ୍ତୁ ପରିବହନ ବେଳେ କିଛି ବିଶେଷ ନଥି ରଖିବାର ଆବଶ୍ୟକତା ଅଛି କି ? ଉତ୍ତର CGST / SGST ର ଧାରା ୬୮ ଅନ୍ତର୍ଗତ ୫୦ ହଜାର ଉର୍ଦ୍ଧ୍ଵ ମୂଲ୍ୟର ବସ୍ତୁ ପରିବହନ ସମୟରେ (ବସ୍ତୁ ସମ୍ପର୍କିତ) ବିହିତ ନଥି ସାଙ୍ଗରେ ରହିବା ଆବଶ୍ୟକ । ଗିରଫ କହିଲେ କ’ଣ ବୁଝାଯାଏ ? ଉତ୍ତର ଗିରଫ ଶବ୍ଦଟି ମାନକ ବସ୍ତୁ ସେବା କର ନିୟମରେ ଅବିହିତ ହୋଇଛି । କିନ୍ତୁ ବିଚାରାଳୟ ଶବ୍ଦ ରୂପେ ଏହାର ଅର୍ଥ କୌଣସି ବ୍ୟକ୍ତିକୁ ଆଇନ୍ ଗତ ଅଧିକାରୀ ବା କର୍ତ୍ତୃପକ୍ଷଙ୍କ ହାଜରେ ରଖିବା । ଅନ୍ୟ ଅର୍ଥ ଜରେ ବ୍ୟକ୍ତିଙ୍କୁ ଯେତେବେଳେ ଗିରଫ ବୋଲି କହିପାରିବା ସେ ସପକ୍ଷରେ ସ୍ଵାଧୀନ ବିଚରଣ କରିପାରିବେ ନାହିଁ ବା ଅଟକ ରହିବା ଆଇନ୍ ରେ କବଳିତ ହେବ । GST ଅନ୍ତର୍ଗତ କେତେବେଳେ ଜଣେ ସଠିକ୍ ଅଧିକାରୀ କୌଣସି ବ୍ୟକ୍ତିକୁ ଗିରଫ କରିପାରିବେ ? ଉତ୍ତର କମିଶନର CGST ଓ SGST ଜଣେ ଅଧିକାରୀଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇପାରିବେ । ଯଦି ସେ CGST / SGSTର ଧାରା (କ), ଧାରା ୧୩୨ (୧) (ଖ) , ଧାରା ୧୩୨(୨) ଅନୁସାରେ ଦୋଷୀ କରିଥାଆନ୍ତି ବା ବା ଦୋଷ କରିବା ପରି ବିଶ୍ଵାସର କାରଣ ବଶବର୍ତ୍ତି ହୋଇଥାଆନ୍ତି । ଏହା ନିଶ୍ଚିତ ଯେ ୨ କୋଟି ଉର୍ଦ୍ଧ୍ଵ ରାଶିକର ଏଡାଇବା ଉଦ୍ଦେଶ୍ୟ ଥାଏ, ତେବେ ଗିରଫ ପ୍ରସ୍ତୁତ ହେବା ଓ ଯଦି ବ୍ୟକ୍ତି ପୂର୍ବରୁ CGST /SGST ମୁତାବକ ଗିରଫ ଦୋଷୀ ସାବ୍ୟସ୍ତ ହୋଇଥିବେ ତେବେ ଗିରଫ ହୋଇପାରିବେ ? ଜଣେ ବ୍ୟକ୍ତିଙ୍କୁ ଗିରଫ ନିମିତ୍ତ GST ଅଧୀନରେ କି ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି ? ଉତ୍ତର ଧାରା ୬୯ ଅନୁସାରେ ନିମ୍ନଲିଖିତ ରକ୍ଷା ବ୍ୟବସ୍ଥାମାନ କରାଯାଇଛି । (କ) ଯଦି ଜଣେ ବ୍ୟକ୍ତି ଧର୍ତ୍ତବ୍ୟ ଅପରାଧରେ ଗିରଫ ହୁଅନ୍ତି , ତେବେ ଗିରଫର କାରଣ ସମ୍ପର୍କରେ ତାଙ୍କୁ ଲିଖିତ ନିର୍ଦ୍ଦେଶନ ପ୍ରଦାନ କରାଯିବ ଏବଂ ଜଣେ ଦଣ୍ଡାଧିକାରୀ (ମାଜିଷ୍ଟ୍ରେଟ) ଙ୍କ ସମ୍ମୁଖରେ ୨୪ ଘଣ୍ଟା ମଧ୍ୟରେ ଉପସ୍ଥାପନ କରାଇବେ । (ଖ) ଅପରାଧିଙ୍କ ପ୍ରକ୍ରିୟାଗତ କୋର୍ଡ ଧାରା ୯୭୩ଓ ଧାରା ୪୩୬ ଅନୁଯାୟୀ ଥାନାରେ କମିଶନର CGST ଓ SGST ଧର୍ତ୍ତବ୍ୟ ଅପରାଧ ପାଇଁ ଗିରଫ କରି ବେଲ୍ ରେ ଛାଡିପାରିବେ । (ଗ) ସମସ୍ତ ଗିରଫ ଅପରାଧୀ ପ୍ରକ୍ରିୟାଗତ ୧୯୭୩ ଧାରା ଅନୁଯାୟୀ ସମ୍ପାଦିତ ହେବ । ପ୍ରଶ୍ନ – ୨୩ CBEC ଅନ୍ତର୍ଗତ ଗିରଫ ପରୱାନା ପାଇଁ ପ୍ରମୁଖ ନିୟମାବଳୀ ସବୁ କ’ଣ ? ଉତ୍ତର ଗିରଫ ପାଇଁ ଆଲୋଚିତ ପ୍ରସଙ୍ଗରେ ସ୍ଥଳବିଶେଷରେ ବିଭିନ୍ନ ପ୍ରକାର କାରଣ ମାଧ୍ୟମରେ ଯଥା - ଦୋଷର ପ୍ରକୃତି ଓ ଗମ୍ଭୀରତା ଏଡାଇ ଦେଇଥିବା କର ପରିମାଣ ବା ଭୁଲ୍ ରେ କର ଅନ୍ତଃଗ୍ରହୀତ କରିଥିଲେ ପ୍ରକୃତି ଓ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ କର୍ମ ସାକ୍ଷୀଙ୍କୁ ପ୍ରଭାବିତ କରିବାର ଚେଷ୍ଟା , ପ୍ରୟାସ , ତଦନ୍ତ ସହ ଅସହଯୋଗ ଇତ୍ୟାଦି ନିର୍ଦ୍ଧାରିତ ହୋଇଥାଏ । ଗିରଫ କରିବାର କ୍ଷମତା ପ୍ରୟୋଗ କରିବା ପୂର୍ବରୁ ନାନା ବିଚାରଣୀୟ ତଥ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ । (କ) ଦୋଷର ପ୍ରକୃତ ତଦନ୍ତକୁ ସୁନିଶ୍ଚିତ କରାଇବା । (ଖ) ବ୍ୟକ୍ତିଟି ଫେରାର ହୋଇଯିବାର କାରଣ ବାହାର କରିବା । (ଗ) ସଂଗଠିତ ଚୋରା କାରବାରରେ ଲିପ୍ତ ରହିବା ବା ଉତ୍ପାଦନ କରକୁ ଲୁଚାଇବା । (ଘ) ବେନାମୀ ଆମଦାନୀ ପ୍ରଚ୍ଛଦପଟ୍ଟ ନାୟକ , ମୁଖ୍ୟ ନାୟକ , ନକଲନାମ ବ୍ୟବହାର ବ୍ୟକ୍ତିର ଉପସ୍ଥାପନ ଇତ୍ୟାଦି । (ଙ) ଇଚ୍ଛାକୃତ ଭାବେ କର ଏଡାଇଯିବା ଓ ଦୋଷ କର୍ମ କରିବାକୁ ବୃଦ୍ଦି ବା ଉପଯୋଗ ନକରିବା । (ଚ) ପ୍ରମାଣ ନଷ୍ଟ କରିବାରୁ କ୍ଷାନ୍ତ ରହିବା । (ଛ) ସାକ୍ଷୀମଧ୍ୟରେ ମଧ୍ୟସ୍ଥତା ଓ ପ୍ରଲୋଭନ କରାଇବା । (ଜ) ପ୍ରଚୁର ପରିମାଣର କର , ସେବାକର (ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ଵ) ରୁ ଏଡାଇବା ପରି କର୍ମ କରିବା । ଧର୍ତ୍ତବ୍ୟ ଅପରାଧ କ’ଣ ? ଉତ୍ତର ସାଧାରଣତଃ ଧର୍ତ୍ତବ୍ୟ ଅପରାଧ କହିଲେ ଗୋଟିଏ ସାଂଘାତିକ ଶ୍ରେଣୀର ଦୋଷ । ଯେଉଁଠି ଜଣେ ପୋଲିସ୍ ଅଧିକାରୀ ବିନା କୌଣସି ୱାରେଣ୍ଟ ବା ତଦନ୍ତ ବା କୋର୍ଟର ଅନୁମତି ବିନା ଗିରଫ କରିପାରିବେ । ଅଣଧର୍ତ୍ତବ୍ୟ ଅପରାଧ ର ଅର୍ଥ ଯଦି କୌଣସି କମିଟି ସେତେ ସାଂଘାତିକ ନୁହେଁ , ଯେଉଁଥିପାଇଁ ପୋଲିସ୍ ଅଧିକାରୀଙ୍କ ଆବଶ୍ୟକ ପଡିବ ନାହିଁ । ବିନା ୱାରେଣ୍ଟରେ ଗିରଫ ହୋଇପାରିବ ନାହିଁ । ବିନା କୋର୍ଟ ନିର୍ଦ୍ଦେଶନାମା ଅନୁଯାୟୀ ତଦନ୍ତ ହୋଇପାରିବ ନାହିଁ । ତେବେ ତାହା ଅଣ ଧର୍ତ୍ତବ୍ୟ ଅପରାଧ । GST ଅନ୍ତର୍ଗତ ଧର୍ତ୍ତବ୍ୟ ଓ ଅଣଧର୍ତ୍ତବ୍ୟ ଅପରାଧ କ’ଣ ? ଉତ୍ତର CGST ର ଧାରା – ୧୩୨ରେ ଯଦି ବସ୍ତୁ ବା ସେବାକାରକୁ ଏଡାଇବାର ରାଶି ୫ କୋଟିରୁ ଅଧିକ ତେବେ ତାହାକୁ ଧର୍ତ୍ତବ୍ୟ ଅପରାଧ ଓ ଜାମିନ୍ ବିହିନ ଅପରାଧ । ନଚେତ୍ ତାହା ଅଣଧର୍ତ୍ତବ୍ୟ ଅପରାଧ ଅଟେ । GST ଅନ୍ତର୍ଗତ କେତେବେଳେ ଜଣେ ସଠିକ୍ ଅଧିକାରୀ ସମାନ ଜାରି କରିପାରିବେ ? ଉତ୍ତର ଧାରା ୭୦ ଅନ୍ତର୍ଗତ CGST ଓ SGST ଅଧିକାରୀ ଉପଯୁକ୍ତ ତଥ୍ୟ ପ୍ରମାଣ ପତ୍ର ଯୁକ୍ତ ନଥି ବା ଯେକୌଣସି ତଦନ୍ତ ଚାଲୁ ରାହୁଥାଏ , ତେବେ ସଠିକ୍ ନିର୍ଦ୍ଦେଶବଳରେ ସମାନ କରି ବ୍ୟକ୍ତିଙ୍କୁ ସ୍ଵସ୍ଵରୀରେ ହାଜର କରିପାରିବେ । ତଥ୍ୟ ଉପସ୍ଥାପନ ପାଇଁ ସମାନ ଏକ ନିର୍ଦ୍ଧିଷ୍ଟ ତଥ୍ୟ ନିମିତ ସମନ ବା ସମସ୍ତ ନଥିପତ୍ର ପ୍ରମାଣ ପତ୍ର ପାଇଁ ସମନ ବା କିଛି ଘଟଣା ବା ତଥ୍ୟ ବର୍ଣ୍ଣନା ଥାଇ ପ୍ରମାଣପତ୍ର ବା ବ୍ୟକ୍ତିଙ୍କୁ ସମନ ପାଇଁ କହିବେ । ସମନ ଜାରି କରାଯାଉଥିବା ବ୍ୟକ୍ତିଙ୍କ ଦାୟିତ୍ଵ ଉତ୍ତର ଯଦି ଜଣକୁ ସମନ ପ୍ରଦାନ ହେଉଛି ଯେ ସେ ଆଇନ୍ ଗତ ବାଧ୍ୟତାମୂଳକ ଭାବେ ନିଜେ ବା ନିଜର ଯେକୌଣସି ପ୍ରତିନିଧିଙ୍କ ଜରିଆରେ ଉପସ୍ଥିତ ହେବେ ଏବଂ ଯେ ସମନ ଜାରି କରିଛନ୍ତି , ତାଙ୍କୁ ସେ ବିଷୟରେ ସାଧୁତା ପୂର୍ବକ ସତ୍ୟ କହିବି ଏବଂ ତତ୍ ପ୍ରମାଣପତ୍ର ଦାଖଲ କରିବେ । ସମନ ଜାରି ହେବାପରେ ଅନୁପସ୍ଥିତ ରହିଲେ ଫଳାଫଳ କ’ଣ ହୋଇପାରେ ? ଉତ୍ତର ଯେଉଁ ଅଧିକାରୀ ସମନ ଜାରି କରିଛନ୍ତି , ସେ ସମନଟି ବିଚାରାଳୟ ସମନ ସହ ସମାନ । ଯଦି ଜଣେ ସମନର ପ୍ରଦତ୍ତ ତାରିଖରେ ଅନୁପସ୍ଥିତ ରହନ୍ତି , ତେବେ ଉପଯୁକ୍ତ କାରଣ ଦର୍ଶାଇବାକୁ ପଡିବ । ସେ ଭାରତୀୟ ପିଙ୍ଗଳ କୋର୍ଟ ଆଇ.ପି.ସି ଧାରା ୧୭୪ ଅନୁସାରେ ଦୋଷୀ ସାବ୍ୟସ୍ତ ହେବେ । ଯଦି ଠିକ୍ ପ୍ରମାଣପତ୍ର ଉପସ୍ଥାପନ ନ କରନ୍ତି , ବା ଡିଜିଟାଲ ନକଲ ଯଦି ପ୍ରଦାନ ନକରନ୍ତି ତେବେ ଧାରା ୧୨୫ ଅନୁସାରେ ଦୋଷୀ ସାବ୍ୟସ୍ତ ହେବେ । ଯଦି ମିଥ୍ୟା ତଥ୍ୟ ପ୍ରଦାନ କରନ୍ତି , ତେବେ ସେ ଧାରା ୧୬୩ ଆଇ.ପି.ସି. ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେବେ । ଯସ୍ୟ ସମ୍ପୃକ୍ତ ବ୍ୟକ୍ତି ସମନ ଜାରି କରିଥିବା CGST /SGST ଙ୍କ ଅଧିକାରୀଙ୍କ ଆଗରେ ଅନୁପସ୍ଥିତ ରହନ୍ତି, ତେବେ ୨୦ ହଜାର ଟଙ୍କା ତଣ୍ଡରେ MGL ଧାରା – ୬୬ (୩) ଅନୁଯାୟୀ ପ୍ରଦାନ କରିବେ । ସମନ ଜାରି ହେବାର ନିୟମାବଳୀ କ’ଣ ? ଉତ୍ତର କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ବା ସୀମା ଶୁଳ୍କ ବା ରାଜସ୍ୱ ବିଭାଗ ସମନର ଅପବ୍ୟବହାର ରୋକିବା ପାଇଁ ନିୟମାବଳୀ ପ୍ରସ୍ତୁତ କରିଛନ୍ତି । ସେ ନିୟମାବଳୀର କିଛି ମୁଖ୍ୟ ବିନ୍ଦୁଗୁଡିକ ହେଲା – (କ) ସମନଟି ଶେଷ ପଦକ୍ଷେପ ସ୍ୱରୂପ ଯେଉଁ ବ୍ୟକ୍ତି ସହଯୋଗ ନକରନ୍ତି , ଏବଂ ଏହା ଅନୁଷ୍ଠାନର ସର୍ବୋଚ୍ଚ ପରିଚାଳନାକାରୀ ଜାରି ହେବା ଅନୁଚିତ୍ । (ଖ) ସମନ୍ଵୟ ଭାଷାରେ ଶାଳୀନତା ରହିବା ଆବଶ୍ୟକ । ଋକ୍ଷ ହେବା ଅନାବଶ୍ୟକ । ଯାହା ବ୍ୟକ୍ତିଙ୍କୁ ଅତ୍ୟଧିକ ମାନସିକ ଚାପ , ଓ ଲଜ୍ଜ୍ୟା ଜନକ ଅବସ୍ଥାରେ ପହଞ୍ଚାଇବ । (ଗ) ସମନ ସୁପରିଟେଣ୍ଡେଣ୍ଟଙ୍କ ସହ କମିଶନରଙ୍କୁ ଉପଯୁକ୍ତ ଲିଖିତ ନିର୍ଦ୍ଦେଶ ବିନା ସମନ ପ୍ରସ୍ତୁତ କରିବେ ନାହିଁ । (ଘ) ପରିଚାଳନାଗତ କାରଣ ହେତୁ , ଯଦି ପୂର୍ବ ଅନୁମତି ନମିଳେ , ତେବେ ମୌଖିକ ବା ଟେଲିଫୋନ୍ ରେ ଅନୁମତି ନେବା ଆବଶ୍ୟକ ଏବଂ ତାହା ଲିଖିତ ଅନୁମତିରେ ଆସିବା ଦରକାର । ଏବଂ ସେହିପରି ସମନ ଜାରି କରିବା ପୂର୍ବରୁ ଅଧିକାରୀଙ୍କୁ ଅବଗତ କରାଇବା ଆବଶ୍ୟକ । ଏ ସବୁ କ୍ଷେତ୍ରରେ ଯେଉଁଠି ସମନ କରାଯାଏ , ସମନ ପାଇଁ ଆବଶ୍ୟକ କରୁଥିବା ଅଧିକାରୀ ଏକ ରିପୋର୍ଟ ଦେବା ଆବଶ୍ୟକ ଓ ଉପରୋକ୍ତ ଅଧିକାରୀଙ୍କୁ ସମନ କରିବା ସମ୍ବନ୍ଧୀୟ ଲେଖା ବା ତଥ୍ୟ ପ୍ରଦାନ କରିବା ଦରକାର । ଉପରିସ୍ଥ ପରିଚାଳନା ଅଧିକାରୀ ଯଥା CO,CFO ଓ ବଡ ପ୍ରତିଷ୍ଠାନର ସାଧାରଣ ପରିଚାଳକ ବା ସହକାରୀ ଶିଳ୍ପ ଉଦ୍ୟୋଗ ଅଧିକାରୀଙ୍କୁ ସାଧାରଣ ଭାବରେ ପ୍ରଥମ ସମନ ଜାରି କରିବା ଆବଶ୍ୟକ । ସେମାନଙ୍କୁ ସମନ ପଠାଇବା ପୂର୍ବରୁ ତଦନ୍ତର କାରଣ ଓ ଲକ୍ଷଣ ସମ୍ବନ୍ଧରେ ଜାରିକରିବା ଆବଶ୍ୟକ । ନଚେତ୍ ତାହା ଦାଜସ୍ଵ ହରାଇବା ପରି କାମ ହେବ । ସମନ ଜାରି କରିବା ସମୟ ପୂର୍ବରୁ କେଉଁ ସବୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ? ଉତ୍ତର ନିମ୍ନଲିଖିତ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । (କ) ଆବଶ୍ୟକ ନଥିବା ସମୟରେ ଉପସ୍ଥିତ ହେବାର ସମନ ଜାରି କରିବା ଅନାବଶ୍ୟକ । ସମନ ସେତେବେଳେ ଜାରି ହେବା ଦରକାର , ଯେତେବେଳେ ତଦନ୍ତ ଚାଲିଛି ଓ ବ୍ୟକ୍ତିଙ୍କର ଉପସ୍ଥିତି ଆବଶ୍ୟକ ଅଛି । (ଖ) ସାଧାରଣତଃ ସମନ ବାରମ୍ବାର ଜାରି ହେବା ବୈଧ ନୁହେଁ । ପ୍ରୟାଗତ୍ମକ ଭାବେ ସବନିମ୍ନ ପରିସ୍ଥିତିରେ ଦୋଷୀର ଉକ୍ତି ବା ସାକ୍ଷୀର ଉକ୍ତି ଲିଖିତ ହେବା ଆବଶ୍ୟକ । (ଗ) ସମନରେ ଉଲ୍ଲେଖ ଥିବା ସମୟ ସମ୍ମାନ ଦେବା ଆବଶ୍ୟକ । କୌଣସି ବ୍ୟକ୍ତି ଲାମ୍ବା ସମୟ ଧରି ଅପେକ୍ଷା ନକରି ବୁଦ୍ଧିମତ୍ତା ସହ ନିଜର ବକ୍ତବ୍ୟଟି ଲିଖିତ ହୋଇସାରିଲା ପରେ ଯାଇପାରିବେ । (ଘ) ସ୍ଵାଭାବିକ ଭାବେ ବକ୍ତବ୍ୟ ଅଫିସ୍ ସମୟରେ ଗ୍ରହଣ ହେବା ଆବଶ୍ୟକ । କିନ୍ତୁ ପରିସ୍ଥିତି ମୁତବକ ବକ୍ତବ୍ୟ ଗ୍ରହଣ ହେବାର ସମୟ ଓ ସ୍ଥାନ ବଦଳିପାରେ । ଯେଉଁଠାରେ କେସ୍ ସମ୍ବନ୍ଧିତ ତଥ୍ୟ ଥିବ । ଅନ୍ୟ କୌଣସି ଶ୍ରେଣୀର ଅଧିକାରୀ CGST /SGST ଅଧିକାରୀଙ୍କୁ ସାହାଯ୍ୟ କରିବାର ଆବଶ୍ୟକତା ଅଛି କି ? ଉତ୍ତର MGL ଧାରା ୬୫ ଅନୁସାରେ ନିମ୍ନଲିଖିତ କ୍ଷମତାପ୍ରାପ୍ତ ଅଧିକାରୀମାନେ CGST/ SGSTର ଅଧିକାରୀଙ୍କୁ କାର୍ଯ୍ୟ ନିର୍ବାହ କ୍ଷେତ୍ରରେ ସାହାଯ୍ୟ କରିବେ । ସେ ଶ୍ରେଣୀଭୂକ୍ତ ଅଧିକାରୀମାନେ ହେଲେ , (କ) ପୋଲିସ୍ (ଖ) ସୀମା ଶୁଳ୍କ (ଗ) GST ସଂଗ୍ରହ ନିମିତ୍ତ ନିୟୋଜିତ ହୋଇଥିବା କେନ୍ଦ୍ର ଓ ରାଜ୍ୟସରକାରଙ୍କ ଅଧିକାରୀ ବା ଯେକୌଣସି ସ୍ଥାନୀୟ ଅଧିକାରୀ (ଘ) ଯେକୌଣସି ଅନ୍ୟ ଶ୍ରେଣୀର ଅଧିକାରୀ ଯେଉଁମାନେ ରାଜ୍ୟ / କେନ୍ଦ୍ର ସରକାରଙ୍କ ଦ୍ଵାରା ବିଜ୍ଞପିତ ହୋଇଛନ୍ତି । (ଙ) ଯେକୌଣସି ଅନ୍ୟ ଶ୍ରେଣୀର ଅଧିକାରୀ ଯେଉଁମାନେ ଜମିର ରାଜସ୍ୱ ଆଦାୟ ପାଇଁ ନ୍ୟସ୍ତ ଅଟନ୍ତି । (ଚ) ଯେକୌଣସି ଅଧିକାରୀ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଦ୍ଵାରା ବିଜ୍ଞାପିତ ହୋଇଛନ୍ତି । ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼