অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବସ୍ତୁ ଓ ସେବା କର (GST) ବ୍ୟବସାୟିକ ପ୍ରକ୍ରିୟାର ସୂଚନା ବୈଷୟିକ ମୁଖଶାଳା

ବସ୍ତୁ ଓ ସେବା କର (GST) ବ୍ୟବସାୟିକ ପ୍ରକ୍ରିୟାର ସୂଚନା ବୈଷୟିକ ମୁଖଶାଳା

  1. GSTN କଣ ?
  2. ବସ୍ତୁ ଓ ସେବାକର ନେଟୱାର୍କ (GSTN) ପ୍ରସ୍ତୁତିର ଆବଶ୍ୟକତା କଣ ରହିଛି   ।
  3. ବସ୍ତୁ ଓ ସେବାକର ନେଟୱାର୍କ (GSTN) ମୂଳ ପ୍ରସ୍ତୁତିର ଆଧାର କଣ
  4. ସମାନୁପାତିକ ସଂରଚନା ଓ ରାଜସ୍ୱ ଆହରଣର ପ୍ରତିରୂପ କଣ
  5. GSTN ମାଧ୍ୟମରେ କେଉଁ ସେବା ନିର୍ବାହ ହୋଇପାରିବ   ।
  6. GSTN ଓ ରାଜ୍ୟ (CBEC )ମଧ୍ୟରେ ବୈଷୟିକ ଯୋଗାଯୋଗର ମାଧ୍ୟମ କଣ
  7. ପଞ୍ଜିକରଣ କ୍ଷେତ୍ରରେ GSTN ର କାମ କଣ  ହେବ   ?
  8. GSTN ଇନଫୋସିସ କାମ କଣ
  9. GST ସାଧାରଣ ପୋର୍ଟାଲର ମୂଳ ଭିତ୍ତିକ ବୈଶିଷ୍ଠ ଗୁଡିକ କଣ   ।
  10. GST ପର୍ଯ୍ୟାବରଣର ଅବଧାରଣା କିପରି
  11. ଜି.ଏସ. ପି (GSP)(GST  ସୁବିଧା କାରକ) କଣ
  12. GST ସୁବିଧା କାରକ କଣ ସବୁ କାମ ରହିବ   ।
  13. GSP ବ୍ୟବହାର କଲେ କରଦାତା କେଉଁସବୁ ସୁବିଧାମାନ ପାଇବ   ।
  14. GST ପରିପ୍ରେକ୍ଷରେ ସାଧାରଣ କରଦାତାଙ୍କ ଭୂମିକା କଣ ହେବ  ।  ଯାହା GSTN ମାଧ୍ୟମରେ ପରିଚାଳିତ ଓ ରକ୍ଷଣାବେକ୍ଷଣା ହେଉଅଛି   ।
  15. GSTN ମାଧ୍ୟମ ରେ କାରବାର ହେଲେ ରାଜ୍ୟ ଓ କେନ୍ଦ୍ର ଅଧିକାରୀଙ୍କ କାର୍ଯ୍ୟ କଣ ରହିବ   ।
  16. GSTN ପ୍ରତି ରସିଦର ଗ୍ରହଣୀୟ ହେତୁ ଏକ ଭିନ୍ନ ସଂଖ୍ୟା ପ୍ରଦାନ କରିବ କି   ।
  17. GSTN କରଦାତାଙ୍କୁ ନିଜର ରସିଦ ଉପସ୍ଥାପନ କରିବା ପାଇଁ GST ପୋର୍ଟାଲରେ ବ୍ୟବସ୍ଥା ରହିବ କି ନାଁ
  18. GSTN କରଦାତାଙ୍କୁ ନିଜର ରସିଦ ଉପସ୍ଥାପନ କରିବା ପାଇଁ GST ପୋର୍ଟାଲରେ ବ୍ୟବସ୍ଥା ରହିବ କି ନାଁ   ।
  19. GSTN ମୋବାଇଲ କୌଶଳ ମାଧ୍ୟମରେ ନିଜ ହିସାବ ଓ ଅନ୍ୟର ହିସାବ ଦେଖିପାରିବ କି
  20. GST ସେବା ପ୍ରଦାନ କରୁଥିବା ବୃତ୍ତିଧାରୀଙ୍କୁ ନାମ ଓ ସୁରକ୍ଷା ନମ୍ବର ଦେବକି   ,  ଯାହାଦ୍ଵାରା ସେ ନିଜ କରଦାତାଙ୍କ ତରଫରୁ କର ପ୍ରଦାନ କରିପାରିବେ   ।  ଏବେ ଯେପରି ହେଉଛି  -
  21. କରଦାତା ନିଜର ବୃତ୍ତିଧାଡ଼ି ସେବାକାରୀଙ୍କୁ ବଦଳାଇ ପାରିବ କି ଯେପରି ସୁବିଧାମୁତାବକ ଉଲ୍ଲେଖ ରହିଛି   ।
  22. ପୂର୍ବ CBDT ସହ ପାଞ୍ଜିକୃତ ହୋଇଥିବା କରଦାତାଙ୍କୁ GST ଅଧୀନରେ କରଦାତାଙ୍କୁ ପୁଣିଠାରେ ପାଞ୍ଜିକୃତ ହେବା ଆବଶ୍ୟକ କି
  23. କରଦାତାଙ୍କ ଲାଭ ଦ୍ରୁଷ୍ଟିରୁ GSTN ରେ କାମ କରିବା ପାଇଁ କିଛି ପ୍ରଶିକ୍ଷଣ ଦୃଶ୍ୟବଳି ସମ୍ବଳିତ ସିନେମା ହେବ କି
  24. GST ପୋର୍ଟାଲରେ କରଦାତାଙ୍କ ଦ୍ଵାରା ପ୍ରଦତ୍ତ ରିଟର୍ଣ୍ଣ ଓ ପଞ୍ଜିକରଣର ତଥ୍ୟ ଗୁପ୍ତ ରହିବ କି
  25. GST ସଂରଚନାରେ ତଥ୍ୟ ସୂଚନା ନିମିତ୍ତ କେଉଁ ପଦକ୍ଷେପ ଓ ବ୍ୟବସ୍ଥା ହୋଇଛି    ।

GSTN କଣ ?

ବସ୍ତୁ ଓ ସେବା କର ନେଟୱାର୍କ କଣ (GSTN ) ହେଉଛି ଗୋଟିଏ ଅଣଲାଭଦାୟୀ ବେସରକାରୀ ପ୍ରତିଷ୍ଠାନ , ଯେ ସୂଚନା ବୈଷୟିକ ଭିତ୍ତିଭୂମି ଯୋଗାଇଦେବ ଏବଂ ରାଜ୍ୟ ଓ କେନ୍ଦ୍ର ଓ କରଡାଟା ଓ ଅନ୍ୟାନ୍ୟ ଅଂଶୀଦାରଙ୍କୁ ସେବା ଯୋଗାଇବା   ।  ପଞ୍ଜିକରଣ କର ପ୍ରଦାନ ରିଟର୍ଣ୍ଣ ଆଦି ସେବା ସମସ୍ତ କରଡାଟାଙ୍କୁ GSTN ଯୋଗାଇଦେବ   ।  ଏହା ସରକାର ଓ କରଡାଟାଙ୍କ ଏକ ଯୋଗାଯୋଗ ସୂତ୍ର ରୂପେ କାମ କରିବ   ।

ବସ୍ତୁ ଓ ସେବାକର ନେଟୱାର୍କ (GSTN) ପ୍ରସ୍ତୁତିର ଆବଶ୍ୟକତା କଣ ରହିଛି   ।

GST ପ୍ରଣାଳୀ ହେଉଛି ଏକ ଏକମାତ୍ର ଜଟିଳ ସୂଚନା ବୈଷୟିକ ବିଜ୍ଞାନ ଭିତ୍ତିକ ପ୍ରାରମ୍ଭ ଏହାର ଅନନ୍ୟ ଆରମ୍ଭ ହେଉଛି ଏହା ଏକ ମୌଳିକ ଯୋଗାଯୋଗକାରୀ ପ୍ରତିଷ୍ଠାନ ଏବଂ ଏହା ରାଜ୍ୟ କେନ୍ଦ୍ର ମଧ୍ୟରେ ସୂଚନା ବୈଷୟିକ ଭିତ୍ତିଭୂମିରେ ତଥ୍ୟ ଆଦାନ ପ୍ରଦାନ କରେ   । ସଂପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରୋକ୍ଷ କର ପ୍ରଶାସନ ଅଧୀନରେ ବିଭିନ୍ନ ନୀତି, ନିୟମ, ପ୍ରକ୍ରିୟା ଓ ଧାରାରେ କାମ କରେ   । ଏଥିସହିତ ସୂଚନା ବୈଷୟିକ ସଂରଚନା ଏକ ସ୍ଵାଧୀନ ମାଧ୍ୟମ   ।  ସମ୍ମିଳିତ କରି ସମସ୍ତଙ୍କ କାର୍ଯ୍ୟାରମ୍ଭ ଏକ ଜଟିଳ ପ୍ରକ୍ରିୟା , ଯେହେତୁ ଏହା ସମସ୍ତ ପରୋକ୍ଷ କର ସମୂହକୁ ଏକାଠି କରି ଗୋଟିଏ ଶାସନ ପରିସରକୁ ଆଣିଥାଏ  (କେନ୍ଦ୍ର, ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳ)   ।  ସମାନ ଧରଣର ସୂଚନା ବୈଷୟିକ ଫଳକ ସମାନ ସଂରଞ୍ଚନା , କରଦାତା ଓ ବାହ୍ୟ ଅଂଶୀଦାରଙ୍କ ଯୋଗାଯୋଗ କେନ୍ଦ୍ର   । ଏତତ ବ୍ୟତୀତ GST ଗୋଟିଏ ପରିସମାପ୍ତି କର   ।  ଆନ୍ତଃରାଜ୍ୟ ଓ ବସ୍ତୁ ଓ ସେବା କାରବାର ମଧ୍ୟ ଏକ ବଳିଷ୍ଠ ପ୍ରକ୍ରିୟା , ଯାହା କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ଏକ ନିୟମ ବାନ୍ଧି ରଖେ   ।  ଏତତ ବ୍ୟତୀତ ଜିଏସଟି ଗୋଟିଏ ପରିସମାପ୍ତି କର   ।  ଆନ୍ତଃରାଜ୍ୟ ଓ ବସ୍ତୁ ଓ ସେବା କାରବାର ମଧ୍ୟ ଏକ ବଳିଷ୍ଠ ପ୍ରକ୍ରିୟା , ଯାହା କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ଏକ ନିୟମ ବାନ୍ଧି ରଖେ   ।  ଗୋଟିଏ ସୂଚନା ବୈଷୟିକ ଭିତ୍ତିଭୂମି ବିନା ସମ୍ଭବ ନୁହେଁ ଏବଂ ସମସ୍ତ ଅଂଶୀଦାରଙ୍କ ସହ ବିଭିନ୍ନ ପ୍ରକ୍ରିୟା , ଆହରଣ , ସୂଚନା ଅଦଳବଦଳ ( କରଦାତା, ରାଜ୍ୟ, କେନ୍ଦ୍ର ବ୍ୟାଙ୍କ ଓ ଭାରତୀୟ ରିଜର୍ଭବ୍ୟାଙ୍କ  ) ସେବା ଯୋଗାଇ ଦିଏ   ।  ଏ ସବୁର ଲକ୍ଷ ହାସଲ ପାଇଁ GSTN ଅଭ୍ୟୁଦୟ   ।

ବସ୍ତୁ ଓ ସେବାକର ନେଟୱାର୍କ (GSTN) ମୂଳ ପ୍ରସ୍ତୁତିର ଆଧାର କଣ

ଏହି ଭାଗଟି ୨୦୧୦ ର କ୍ଷମତାପ୍ରାପ୍ତ ରାଜ୍ୟ ବିତ୍ତମନ୍ତ୍ରୀ ସହ (ଚତୁର୍ଥ ବୈଠକରେ ୨୧.୦୭.୨୦୧୦ ) ଆଲୋଚିତ ହୋଇଛି   ।  ସେହି ବୈଠକଟି EC “ GST ପାଇଁ କ୍ଷମତା ସମ୍ପର୍ଣ୍ଣ ସୂଚନା ବୈଷୟିକ ଭିତ୍ତିଭୂମି ଦଳ “ ଡଃ ନନ୍ଦନ ନିଲେକନିଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି   ।  ଏଥିରେ ଥିବା ସଦସ୍ୟମାନେ ହେଲେ ଅତିରିକ୍ତ ସଚିବ,  ସଦସ୍ୟ (B4C)CBEC, DG, CBEC FA, ବିତ୍ତ ମନ୍ତ୍ରଣାଳୟ,  ସଦସ୍ୟସଚିବ EC ଏବଂ ପାଞ୍ଚଟି ରାଜ୍ୟର କାରବାର କରର କମିଶନର (ମହରାଷ୍ଟ୍ର, ଆସାମ,  କର୍ଣ୍ଣାଟକ , ପଶ୍ଚିମବଙ୍ଗ , ଗୁଜୁରାଟ ) । ଏହି ଦଳ ଟି ଉପଯୁକ୍ତ ପ୍ରସ୍ତାବ , ଆଭ୍ୟନ୍ତରଣ , ପରିବର୍ତ୍ତନ , ଜାତୀୟ ସୂଚନା ବୈଷୟିକ ବ୍ୟବହାରିକାର ଗଠନ ଉପରେ ମାନ ନିର୍ଦ୍ଧାରଣ କରିବ ଓ ଏହା କାର୍ଯ୍ୟକାରିତା ସାଧାରଣ ବୈଷୟିକ ବ୍ୟବହାରିକ ଗଠନ ଉପରେ ମାନ ନିର୍ଦ୍ଧାରଣ  କରିବ ଓ ଏହା କାର୍ଯ୍ୟକାରିତା ସାଧାରଣ ବୈଷୟିକ ମୁଖଶାଳା ଭାବେ ବସ୍ତୁ ଓ ସେବା କର ନେଟୱାର୍କ ରୂପେ ଅଭିହିତ ହେବ   ।  ପରାମର୍ଶ ସଂରଞ୍ଚନାରେ , କଟକଣା ଧାରା ଇତ୍ୟାଦି  GSTN ନିମିତ୍ତ ହେବ   ।  ଭିତ୍ତିକ ବିଶଦ କାର୍ଯ୍ୟକାରୀ ପ୍ରଣାଳୀ, ରୋଡ ମ୍ୟାପ ଓ ନାନା ପ୍ରକାର ପ୍ରଶିକ୍ଷଣ , ଅତିରିକ୍ତ ପ୍ରସଙ୍ଗ ପ୍ରସ୍ତୁତ କରାଯିବ   ।

ମାର୍ଚ୍ଚ ୨୦୧୦ ରେ ବିତ୍ତ ମନ୍ତ୍ରଣାଳୟ ଅଧୀନରେ TAGUD ସୃଷ୍ଟି କରାଯାଇଛି  ।  ଜାତୀୟ ସୂଚନା ବୈଷୟିକ ବ୍ୟବହାରିକା ପ୍ରସ୍ତୁତ କରି ସର୍ବସାଧାରଣ ଉଦ୍ଦେଶ୍ୟରେ ଏକ ଘରୋଇ କମ୍ପାନୀ ଭାବେ କାମ କରିବ ଏବଂ ବିଶାଳ ସରକାରୀ ସୂଚନା ବୈଷୟିକ ଜଟିଳ ପ୍ରକଳ୍ପକୁ ସମସ୍ତଙ୍କ ପାଇଁ ବ୍ୟବହାରୀ କରାଇବ   ।  TAGUP ର ବାଧ୍ୟତାମୂଳକ କାର୍ଯ୍ୟକ୍ରମ ରୂପେ ଯାନ୍ତ୍ରିକ  ବ୍ୟବସ୍ଥାର ଅନୁଧ୍ୟାନ ଓ ସଂରଚନା ବିଷୟକ ଯଥା GST,TIN,PIN ର ସୂଚନା ବୈଷୟିକ ପ୍ରକଳ୍ପର ସମସ୍ୟା ର ଅବଲୋକନ ଓ ନିର୍ବାହ କରିବ   ।

କାର୍ଯ୍ୟକାରୀ ଦଳ (EG)ର ୨ ଅଗଷ୍ଟ ୨୦୧୦ ରୁ ୮ ଅଗଷ୍ଟ ୨୦୧୧ ମଧ୍ୟରେ ସାତଟି ବୈଠକରେ ନାନା ବିଭବ ସମ୍ପର୍କରେ ଆଲୋଚନା ହୋଇଛି   ।ଉପଯୁକ୍ତ ବିଚାର ପରେ EG ଏକ ସ୍ଵତନ୍ତ୍ର ଉଦ୍ଦେଶ୍ୟ ଭିତ୍ତିକ ବ୍ୟବସ୍ଥା  (SPV) ମାଧ୍ୟମରେ GST ସଂରଚନାକୁ କାର୍ଯ୍ୟକାରୀ କରାଇବାକୁ ଚାହୁଁଛନ୍ତି  ।  ଏକ ବିଶ୍ଵଷ୍ଠ , ସମୟ ସାପେକ୍ଷ ସେବା ବ୍ୟବସ୍ଥା ଆବଶ୍ୟକ ଭିତ୍ତିରେ କାର୍ଯ୍ୟକ୍ଷମ କରିବା ନିମିତ୍ତ EG ଏକ ବେସରକାରୀ GST ସଂରଚନା, ଯେଉଁଥିରେ ସ୍ଵତନ୍ତ୍ର ଉଦ୍ଦେଶ୍ୟ ଭିତ୍ତିକ ବ୍ୟବସ୍ଥା ଭିତ୍ତିରେ (SPV ) ସରକାରଙ୍କ (କେନ୍ଦ୍ର ୨୪.୫ ରାଜ୍ୟ ୨୪.୫%) ତ୍ଵରିତ ନିଷ୍ପତ୍ତି ଏବଂ ଉପଯୁକ୍ତ ମାନବ ସମ୍ବଳର ଆହରଣ ପରିଚାଳନା ଇତ୍ୟାଦି ପ୍ରମୁଖ ବିଶେଷତ୍ଵ ରହିବ   ।

GSTN ର ସମ୍ବେଦନଶୀଳତାକୁ ନଜରରେ ରାଖୀ ଏବଂ ଉପଲବ୍ଧ ହେଉଥିବା ତଥ୍ୟର ସୁରକ୍ଷା ହେତୁ EG ସରକାରଙ୍କ ସାର୍ବଭୌମ ନିୟନ୍ତ୍ରଣ ଆଶା କରନ୍ତି   ।  ସରକାରଙ୍କ ସ୍ଵତନ୍ତ୍ର ଉଦ୍ଦେଶ୍ୟ ଭିତ୍ତିକ ବ୍ୟବସ୍ଥା ଉପରେ (SPV) ସାର୍ବଭୌମ ନିୟନ୍ତ୍ରଣ ନିମିତ୍ତ ଏକ ମୂଳ କମିଟି ଗଠନ , ସ୍ଵତନ୍ତ୍ର ନିର୍ଦ୍ଦେଶାନାମା, ଅଂଶଧନକାରୀଙ୍କ ଚୁକ୍ତିନାମା ସରକାରୀ ଅଧିକାରୀଙ୍କ ପ୍ରବେଶ ଏବଂ ସରକାର ଓ GSTNSPV ମଧ୍ୟରେ ଚୁକ୍ତିନାମା ଇତ୍ୟାଦି ବନ୍ଦୋବସ୍ତ କରିଛନ୍ତି   । ଅଂଶଧନକାରୀଙ୍କ ଅନୁପାତ ଏପରି ହେବ ଯେ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଅଂଶଧନ (୨୪.୫%) ସର୍ବହୃତ ଅଂଶଧନ ହୋଇ ରହିବ   ।  ସରକାରଙ୍କ ଅଂଶଧନ (୪୯%) ଯେକୌଣସି ଘରୋଇ ପ୍ରତିଷ୍ଠାନର ଅଂଶଧନଠୁ ଅଧିକ ହୋଇପାରିବ   ।

EG ଯାନ୍ତ୍ରିକ କୌଶଳକୁ ଏପରି କରିବା ଉଚିତ , ଯେପରି ରିଟର୍ଣ୍ଣ ସମୂହ ୧୦୦% ପ୍ରତିଶତ ମେଲ ହେଉଥିବ   ।  ବ୍ୟବଶାୟିକ ଜ୍ଞାନ କୌଶଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ରହିବ ଅଥଚ ଯାନ୍ତ୍ରିକ ପରିଚାଳନାଗତ ଜ୍ଞାନ ବୃତ୍ତିଗତ ବିଶାରଦଙ୍କ ନିକଟଏ ସ୍ଵାଧୀନ ଭାବରେ ଉପଲବ୍ଧ ହେବ   ।  NSDL କାର୍ଯ୍ୟପ୍ରଣାଳୀରେ ସ୍ଵାଧୀନ ଓ ଦକ୍ଷତାପୂର୍ଣ୍ଣ ରୂପେ କାମ କରିବ   ।  EG ଙ୍କ ପରାମର୍ଶ ମୁତାବକ ଏହା ଏକ ବେସରକାରୀ ପ୍ରତିଷ୍ଠାନ ଯାହା ପରିଚାଳନାଗତ ସ୍ଵାଧୀନତା ଉପଭୋଗ କରିବ   ।

ଏହି ପରାମର୍ଶଗୁଡିକ କ୍ଷମତାପ୍ରାପ୍ତ ରାଜ୍ୟ ବିତ୍ତମନ୍ତ୍ରୀମାନଙ୍କ ୩ୟ ବୈଠକ ୧୯ ଅଗଷ୍ଟ ୨୦୧୬ ରେ ଉପସ୍ଥାପିତ  କରାଯାଇଥିଲା ଏବଂ EC ର ଚତୁର୍ଥ ବୈଠକ ୧୪ ଅକ୍ଟୋବର ୨୦୧୧ ରେ ହୋଇଥିବା  ।GSTN ଉପରେ GST କୁ ନେଇ ସୂଚନା ବୈଷୟିକ ଭିତ୍ତିଭୂମି ସମ୍ବନ୍ଧରେ EC ଙ୍କ ପ୍ରସ୍ତାବମାନ ଏବଂ ସରକାରଙ୍କ ସର୍ବଭୌମ ନିୟନ୍ତ୍ରଣ ଥାଇ ୨୫ ଟି ଅଣଲାଭଦାୟୀ କମ୍ପାନୀ ସୂଚୀ ରାଜ୍ୟ ବିତ୍ତମନ୍ତ୍ରୀମାନଙ୍କ କ୍ଷମତାପୂର୍ଣ୍ଣ ବୈଠକ (୧୪.୧୦.୧୧) ରେ ଅନୁମୋଦିତ ହୋଇଛି  ।

ରେଭିନ୍ୟୁ ବିଭାଗର ଲେଖା ଅନୁସାରେ  “ ଉଦ୍ଦେଶ୍ୟଭିତ୍ତିକ ବ୍ୟବସ୍ଥା” କୁ ବସ୍ତୁ ଓ ସେବା କର ନେଟୱାର୍କ ନାଁରେ ସଙ୍ଘୀୟ କ୍ୟାବିନେଟ ବୈଠକ ୧୨ ଏପ୍ରିଲ ୨୦୧୨ରେ ଅନୁମୋଦନ ହୋଇଛି   । ସଙ୍ଘୀୟ କ୍ୟାବିନେଟ ମଧ୍ୟ ନିମ୍ନଲିଖିତ ବିଷୟ ଗୁଡିକ ଅନୁମୋଦନ କରିଛନ୍ତି   ।

  • ଏକ ଉପଯୁକ୍ତ ଇଚ୍ଚାକୃତ ବେସରକାରୀ ଅନୁଷ୍ଠାନର ଚିହ୍ନଟ ସହ ବିତ୍ତ ମନ୍ତ୍ରଣାଳୟ ମାଧ୍ୟମରେ ପ୍ରକ୍ରିୟାକାରଣ କରାଯିବ ଯେ GSTN-SPV ରେ ଅନ୍ତର୍ଭୁକ୍ତ ହେବା   ।
  • SPV ଉପରେ ସରକାରଙ୍କ ସାର୍ବୋଭୌମ ନିୟନ୍ତ୍ରଣକୁ ବିଶ୍ଵସନୀୟ କରିବା ପାଇଁ କମିଟି , ସ୍ଵତନ୍ତ୍ର , ନିର୍ଦ୍ଦେଶାବଳି ପ୍ରଣାଳୀ ଓ ଅଂଶଧନକାରୀଙ୍କ ସହ ଚୁକ୍ତି , ସରକାରୀ ଅଧିକାରୀଙ୍କ ପ୍ରବେଶ ଏବଂ GSTN- SPV ଓ ସରକାରଙ୍କ ଚୁକ୍ତି ଆଦି ପଦକ୍ଷେପ ନିଆଯିବ   ।
  • GSTN – SPV ବୋର୍ଡର ୧୪ ଜଣ ସଦସ୍ୟ ରହିବେ   , ୩ ଜଣ କେନ୍ଦ୍ରରୁ ଓ ବାକି ୩ ଜଣ ରାଜ୍ୟରୁ ଏବଂ ବୋର୍ଡର ମୁଖ୍ୟ ରାଜ୍ୟ ଓ କେନ୍ଦ୍ର ସଦସ୍ୟଙ୍କ ସହମତିରେ ହେବ   ।  ୩ ଜଣ ବୋର୍ଡ ସଦସ୍ୟ ଘରୋଇ ଅଂସଧାନ କମ୍ପାନୀରୁ ଏବଂ ୩ ଜଣ ସ୍ଵାଧୀନ ସଦସ୍ୟ ଖୋଲା ବଜାରରୁ ମୁଖ୍ୟ କାର୍ଯ୍ୟନିର୍ବାହୀ (GSTN- SPV ) ଦ୍ଵାରା ମନୋନୀତ ହେବେ   ।
  • ସରକାରୀ ଅଧିକାରୀଙ୍କୁ ପ୍ରତିନିଯୁକ୍ତି ସମୟରେ ଯୋଗ୍ୟତା କୋହଳ ହେବା ଆବଶ୍ୟକ ଓ ବିଶେଷରେ କାର୍ଯ୍ୟଦକ୍ଷତା ଥିବା ବ୍ୟକ୍ତି ବିଶେଷଙ୍କୁ ଆଣିବା ଆବଶ୍ୟକ   ।
  • GSTN_SPV ଏକ ସ୍ଵଉପାର୍ଜିତ ଆୟକାରୀ ପ୍ରଣାଳୀରେ ଯେ କରଡାଟା ଓ କର ଅଧିକାରୀଙ୍କ ଉପରେ ବ୍ୟବହାରିକ ଦେୟ ଦେଇପାରିବ   ।
  • GSTN_SPV ଏକ ଜାତୀୟ ସ୍ତରର ଉତ୍ସର୍ଗିକୃତ ଅନୁଷ୍ଠାନ   ।  ଯେ ପରୋକ୍ଷ କର ଆଦାୟ ଓ ତତସମ୍ପର୍କିତ ସେବା ଏକାଧିକ କର ଅଦାୟକାରୀ କର୍ତ୍ତୃପକ୍ଷଙ୍କୁ ସେବା ପ୍ରଦାନ କରିବା , ସେହି ଅନୁସାରେ ଅନ୍ୟ ସେବା ପ୍ରଦାନ କାରୀ ସମସାମୟିକ ସମନିତ୍ଵ ସେବା ପ୍ରଦାନ କ୍ଷେତ୍ରରେ ଆବଶ୍ୟକ ହେଉଥିବ , ତେବେ ଉପଯୁକ୍ତ ଚୁକ୍ତି ମାଧ୍ୟମରେ GSTN- SPV ସହ ମିଶି ସେବା ପ୍ରଦାନ କରିପାରିବେ   ।
  • ପ୍ରଥମ ଥର ପାଇଁ ଏକକ ଅନୁଦାନ ୩୧୫ କୋଟି କେନ୍ଦ୍ର ସରକାର ପ୍ରାରମ୍ଭିକ ଓ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ଯୋଗାଇ ଦେବେ ଏବଂ ପାଞ୍ଜିକୃତ ହେବାର ତିନିବର୍ଷ ଭିତରେ SPV କାର୍ଯ୍ୟକ୍ଷମ ହେବ   ।  ସଙ୍ଘିୟ କ୍ୟାବିନେଟ ସହମତିପୂର୍ଣ୍ଣ ନିସ୍ପତିର GSTN ଏକ ଅଣଲାଭକାରୀ ଘରୋଇ ସଂସ୍ଥାଭାବେ ଧାରା   ୨୫ଅନ୍ତର୍ଗତ କମ୍ପାନୀ ନୀତି -୧୯୫୬ ମୁତାବକ ଅଂଶଧାନ ସଂରଚନାରେ କାମ କରିବ   ।

ସମାନୁପାତିକ ସଂରଚନା ଓ ରାଜସ୍ୱ ଆହରଣର ପ୍ରତିରୂପ କଣ

ସମାନୁପାତୀକ ସଂରଚନା କ୍ୟାବିନେଟ ନିଷ୍ପତ୍ତି ମୁତବକ GSTN ସଂରଚନା ଏକ ଅଣଲାଭଦାୟୀ ବେସରକାରୀ ଘରୋଇ କମ୍ପାନୀ (ଧାରା ୮ କମ୍ପାନୀ ୧୯୫୬ ଅନୁସାରେ ହେବ )

 

 

କେନ୍ଦ୍ର ସରକାର

୨୪.୫%

ରାଜ୍ୟ ସରକାର

୨୪.୫%

HDFC

୧୦%

HDFC ବ୍ୟାଙ୍କ

୧୦%

ICIC ବ୍ୟାଙ୍କ

୧୦%

NSE ଷ୍ଟାଟେଜିକ ପୁଞ୍ଜି ଲଗାଣ

୧୦%

LIC ଗୃହଋଣ ବିତ୍ତୀୟ ସଂସ୍ଥା

୧୧%

 

GSTN, କ୍ଷମତା ସମ୍ପର୍ଣ୍ଣ ରାଜ୍ୟ ଅର୍ଥମନ୍ତ୍ରୀ କମିଟିଙ୍କ ବୈଠକରେ ଅନୁଦାନ ଲାଭ ପରେ ସଙ୍ଘିୟ ସରକାରଙ୍କ ଅନୁମତି କ୍ରମେ ନିଜର ବର୍ତ୍ତମାନ ସ୍ୱରୂପରେ ସୃଷ୍ଟି ହେବ  ।

୨୦୧୩ ରେ GSTN – SPV ସ୍ଥାପନ ନିମିତ୍ତ ସରକାରଙ୍କ ତରଫରୁ ସହାୟକ ଅନୁଦାନ ୩୧୫ କୋଟି ଟଙ୍କା ଅନୁମୋଦିତ ହୋଇଛି   ।  ୩୧.୦୩.୨୦୧୩ ରୁ ଆରମ୍ଭ କରି ୩୧.୦୩.୨୦୧୬ ମଧ୍ୟରେ ୧୪୩.୯୬ କୋଟି ଟଙ୍କା ପ୍ରଦାନ କରାଯାଇଛି   ।  ଯାହା ଅନୁମୋଦିତ ୩୧୫ କୋଟିର ଏକ ଅଂଶ  । କମ୍ପାନୀର ପ୍ରସ୍ତୁତି ଓ ପରିଚାଳନା ନିମିତ୍ତ ୬୧.୧୧ କୋଟି ଉକ୍ତ ପ୍ରଦତ୍ତ ଅର୍ଥ ଖର୍ଚ୍ଚ ହୋଇଛି   । ବଳକା ଅର୍ଥ ଭାରତ ସରକାରଙ୍କୁ ଫେରସ୍ତ ହୋଇଛି   ।  ୨୦୧୬-୧୭ ବର୍ଷରେ ବାଣିଜ୍ୟକ ବ୍ୟାଙ୍କରୁ ପ୍ରାପ୍ତ ଋଣରେ ସୂଚନା ବାଇଶୟୟକ ଆଧାର ସଂରଚନା ପ୍ରସ୍ତୁତି ହୋଇଛି      । ଯାହା କେନ୍ଦ୍ର ଓ ସରକାରଙ୍କୁ GST ମୁଖଶାଳା ସମ୍ବନ୍ଧରେ ସେବା ଦେବା ନିମିତ୍ତ ବ୍ୟବହୃତ ହୋଇଛି   ।  ଏଥିରେ କେନ୍ଦ୍ରଶାସିତ ଆଞ୍ଚଲ ଓ ୨୭ ଟି ରାଜ୍ୟ ସରକାରଙ୍କ ପ୍ରେକ୍ଷାପଟ୍ଟ ପ୍ରସ୍ତୁତ ହୋଇଛି   ।  GSTN ର ଏହି ରାଜସ୍ୱ ପ୍ରତିରୂପ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀଙ୍କୁ ନେଇ ଗଠିତ ଶକ୍ତିସାଲାଇ କମିଟିରେ ଅନୁମୋଦିତ  ।  ଏହି କ୍ରମରେ ବ୍ୟବହାରିକ ଖର୍ଚ୍ଚ ଯୋଗୁଁ ରାଜ୍ୟ ଓ କେନ୍ଦ୍ର ସରକାର ସମାନ ଭାବେ ଅଂଶୀଦାର ରହିବେ  । କରଦାତାଙ୍କ ତରଫରୁ GTSN ମୁଖଶାଳା ଆରମ୍ଭ କରିବା ପାଇଁ ପ୍ରଦାନ କରିବେ   ।  ବ୍ୟବହାରିକ ଫିସ କରଦାତା ସଂଖ୍ୟା ମୁଠାକ ରାଜ୍ୟ ସରକାର ସମାନପାତିକ ଭାବେ ବହନ କରିବେ   ।

GSTN ମାଧ୍ୟମରେ କେଉଁ ସେବା ନିର୍ବାହ ହୋଇପାରିବ   ।

GSTN ଇଣ୍ଟରନେଟ ପୋଟାଳ ମାଧ୍ୟମରେ ନିମ୍ନଲିଖିତ ସେବା ସଂପାଦାନ ହୋଇପାରିବ  ।

  • ପଞ୍ଜିକାରଣ ପୂର୍ବତନ (କରଦାତାଙ୍କ ଆଗମନ ଓ PAN ମାଧ୍ୟମରେ ପାଞ୍ଜିକୃତ ହୋଇଥିବା ସଂସ୍ଥା )
  • ଦେୟ ପ୍ରଦାନ (ଦେୟ ପ୍ରଦାନର ବୈଷୟିକ ସ୍ତର ଠୁ ବ୍ୟାଙ୍କ ଖାତାର ସମାନିକାରଣ   )
  • ରିଟର୍ଣ୍ଣ ପ୍ରଦାନ ଓ ପ୍ରକ୍ରିୟାକରଣ
  • କରଦାତା ପରିଚାଳନା ଯଥା ହିସାବ, ନୋଟିସ ତଥ୍ୟ ଓ ଅନୁକରଣ ଧାରା
  • କର କର୍ତ୍ତୃପକ୍ଷଙ୍କ ହିସାବ ଓ ଖାତା ପରିଚାଳନା   ।
  • ହିସାବର ଗଣନା ଓ ସମାଧାନ (IGST, ସମାଧାନ , ଓ କେନ୍ଦ୍ର ଓ ରାଜ୍ୟ ସରକାର ଓ ମଧ୍ୟବର୍ତ୍ତୀ ହିସାବକାରୀ   )
  • ପ୍ରକ୍ରିୟା କରଣ ଓ ମେଳଣ GST ଯାହା ଆମଦାନୀ ଓ EDI ଉତ୍ପାଦନକରଣ ମିଶ୍ରଣ
  • ପରିଚାଳନାଗତ ତଥ୍ୟ ପ୍ରବାହ ଭିତ୍ତିରେ ଆବଶ୍ୟକୀୟ ତଥ୍ୟ ଓ ବ୍ୟବସାୟିକ ବୁଦ୍ଧିମତ୍ତା   ।
  • ସାଧାରଣ GST ତଥ୍ୟ ଓ କର ପ୍ରଶାସକ ମଧ୍ୟରେ ସୂଚନା ବୈଷୟିକ ବିଶିଷ୍ଟ ଯୋଗାଯୋଗ ଓ ରକ୍ଷଣାବେକ୍ଷଣା   ।
  • ଅଂଶୀଦାରଙ୍କର ପ୍ରଶିକ୍ଷଣ
  • ବିଶ୍ଳେଷଣତ୍ମକ ଓ ବ୍ୟବସାୟିକ ବୁଦ୍ଧିମତ୍ତା ତଥ୍ୟ କର ଅଧିକାରୀଙ୍କୁ ପ୍ରଦାନ  ।
  • ଗବେସାସ୍ନା , ଅନୁଧ୍ୟାନ ଓ ଉତମ କାର୍ଯ୍ୟାବଳିର ନଥିକରଣ ସହ ଅଂଶୀଦାରକୁ  ପ୍ରଶିକ୍ଷଣ   ।

GSTN ଓ ରାଜ୍ୟ (CBEC )ମଧ୍ୟରେ ବୈଷୟିକ ଯୋଗାଯୋଗର ମାଧ୍ୟମ କଣ

GST ପରିସରରେ , ଯେତେବେଳେ କରଦାତା ପଞ୍ଜିକରଣ ପରି ମୂଳସେବା ପାଇଁ ଆବେଦନକାରୀରେ ମସିହାର ଉପସ୍ଥାପନ , ରିଟର୍ଣ୍ଣ ଭରଣା, କର ପ୍ରଦାନ ଇତ୍ୟାଦି ବ୍ୟବସ୍ଥା ଇଣ୍ଟରନେଟ ପୃଷ୍ଠାରେ ରହିବ   । ସମସ୍ତ ଧ୍ରୁବୀୟ କାର୍ଯ୍ୟକଳାପ (ପଞ୍ଜିକରଣର ଗ୍ରହନୀୟତା, ରିଟର୍ଣ୍ଣର ଆକଳନ , ଅନୁସନ୍ଧାନର ପ୍ରାରମ୍ଭ ଏବଂ ନିରିକ୍ଷା ଇତ୍ୟାଦି  ) ରାଜ୍ୟ କର କର୍ତ୍ତୃପକ୍ଷ ଓ କେନ୍ଦ୍ର କର କର୍ତ୍ତୃପକ୍ଷଙ୍କ ତତ୍ଵବଧାନରେ ସମାହିତ ହେବ   ।

ଏହା GST ର ସମ୍ମୁଖ ମୁଖଶାଳା GSTN ମାଧ୍ୟମରେ କରାହେବ  କିନ୍ତୁ ପ୍ରଚ୍ଛଦପଟ୍ଟର କାର୍ଯ୍ୟକାରୀ ସଂଜ୍ଞା  ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା କରାଯିବ   । କିନ୍ତୁ ୨୭ ଟି ରାଜ୍ୟ ସ୍ଵୟଂ ପ୍ରଚ୍ଛଦପଦ କାର୍ଯ୍ୟକାରୀ ସଂଜ୍ଞା  GSTN ଦ୍ଵାରା ପ୍ରସ୍ତୁତ ପାଇଁ ଆଗ୍ରହ କରିଛନ୍ତି  । CBEC ଏବଂ ବାକି ୯ ରାଜ୍ୟ ଧାରବାହୀକ ପ୍ରଚ୍ଛଦପଟ ବିକାଶ ନିଜେ ପ୍ରସ୍ତୁତ କରିବେ   ।  ରାଜ୍ୟ /CDEC ର ସଂପୂର୍ଣ୍ଣ ତଥ୍ୟ (ପଞ୍ଜିକରଣ ) ଓ ଦେୟ ପ୍ରଦାନର ତଥ୍ୟ ଯାହା କର ଦାତାଙ୍କଠାରୁ ପ୍ରାପ୍ତ ହୋଇଥିବ ତାହା ବିଶ୍ଳେଷଣ ପରେ ପ୍ରଦାନ କରାଯିବ   ।

ପଞ୍ଜିକରଣ କ୍ଷେତ୍ରରେ GSTN ର କାମ କଣ  ହେବ   ?

GSTN ପୋଟାଳରେ ପଞ୍ଜିକରଣ ସିଧାସଳଖ ହେବ   । କିଛି ମୂଳ ତଥ୍ୟ ତଥା PAN, ବ୍ୟବସାୟିକନୀମ , ଆଧାର ନଂ , CID/DIN ସିଧାସଳଖ ଇଣ୍ଟରନେଟରେ ଯାଞ୍ଚ ହେବ ଓ ଯଥା CBDI, UID,MCA etc,  କମ୍ୟୁଟର ସର୍ବନିମନ ପ୍ରମାଣପତ୍ର ତଥ୍ୟ ଦେବେ   ।

ଆବେଦନ ପତ୍ର ସମ୍ପର୍କିତ ପ୍ରତିଲିପି ପ୍ରମାଣପତ୍ର GSTN ଜରିଆରେ ରାଜ୍ୟ କେନ୍ଦ୍ରକୁ ପଠାଯିବ  , ଯଦି କିଛି ଆପତ୍ତି ଥାଏ ତେବେ ଖାରଜ ବି ଅନୁମୋଦିତ ହେବ ଏବଂ ଶେଷରେ ଡିଜିଟାଲ ସନ୍ତକ ଥିବା ଅନୁମୋଦିତ ପତ୍ର ପରବର୍ତ୍ତୀ ଅଧ୍ୟାୟ ନେଟ ପାଇପାରିବେ   ।

GSTN ଇନଫୋସିସ କାମ କଣ

GSTN ଇନଫୋସିସର ଏକକ ସେବା ପ୍ରଦାନକାରୀ ସଂସ୍ଥାରୂପେ ପୋର୍ଟାଲ ସ୍କେଚ,  ନିର୍ମାଣ ଓ ତାର କାର୍ଯ୍ୟକାରିତା ପାଇଁ ନିଯୋଜିତ କରିଛି   । ସମସ୍ତ କାର୍ଯ୍ୟକାରୀ ସଂଜ୍ଞା ସପ୍ଟୱେର , ଯନ୍ତ୍ରାଂଶ , ଭିତ୍ତିଭୂମି ଏବଂ ପରିଚାଳନା ଓ ରକ୍ଷଣାବେକ୍ଷଣା ସହ ପାଞ୍ଚବର୍ଷ ପର୍ଯ୍ୟନ୍ତ ସିଧାସଳଖ କାର୍ଯ୍ୟକରିବାକୁ ସ୍ବୀକୃତି ହୋଇଛି   ।

GST ସାଧାରଣ ପୋର୍ଟାଲର ମୂଳ ଭିତ୍ତିକ ବୈଶିଷ୍ଠ ଗୁଡିକ କଣ   ।

GST ପୋର୍ଟାଲଟି ଇଣ୍ଟରନେଟ କରଦାତା (ତାଙ୍କର ବ୍ୟାଙ୍କ ହିସାବ କାରୀ, କର ତଥ୍ୟ ହିସାବକାରୀ ଓ ଓକିଲ ମହୋଦୟଙ୍କ ନିମିତ୍ତ  ) ସୁଗମ ପ୍ରବେଶ ରହିବ ଓ ଇଣ୍ଟ୍ରାନେଟ ରେ ଅଧିକାରୀ ବ୍ୟବହାର କରିବେ   ।

ପୋର୍ଟାଲଟି ଏକମାତ୍ର ଇଣ୍ଟରନେଟ ବ୍ୟବସ୍ଥା ଯାହା ମାଧ୍ୟମରେ ସମସ୍ତ ସେବା ହୋଇପାରିବ ଯଥା  -

  • କରଦାତାଙ୍କ ପଞ୍ଜିକରଣ (ନୂଆ, ସମର୍ପଣ କରିଥିବା  , ବାତିଲ ହୋଇଥିବା ଇତ୍ୟାଦି )
  • ରିସିଦ ଉପସ୍ଥାପନ, କ୍ରେତାଙ୍କ ପାଇଁ ସୁଲିଖିତ କ୍ରୟ ଖାତା ଓ GST ର ରିଟର୍ଣ୍ଣ   ।
  • କର ଦେୟ ଏବଂ କରଦାତାଙ୍କ ବ୍ୟାଙ୍କ ଖାତା ସହ ସମ୍ମେଳନ   ।
  • ଅନ୍ତର୍ଗ୍ରହିତ କର ଓ ରୋକଡା ଖାତା ଏବଂ ଖର୍ଚ୍ଚ ପଞ୍ଜିକରଣ   ।
  • ପରିଚାଳନା ନିମିତ୍ତ ତଥ୍ୟର ରିପୋର୍ଟ ପ୍ରଦାନ (କରଦାତା , କର ଅଧିକାରୀ ଓ ଅଂଶୀଦାରଙ୍କ ପାଇଁ  )
  • ବ୍ୟବସାୟିକ ବୁଦ୍ଧିମତା/ ବିଶ୍ଳେଷଣ (କର ଅଧିକାରୀଙ୍କ ପାଇଁ )  ।

GST ପର୍ଯ୍ୟାବରଣର ଅବଧାରଣା କିପରି

ଗୋଟିଏ GST ସଂରଚନାର ଯୋଗାଯୋଗ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ବାଣିଜ୍ୟ କର  କାର୍ଯ୍ୟାଳୟ, କେନ୍ଦ୍ରୀୟ କର ଅଧିକାରୀ , କରଦାତା , ବ୍ୟାଙ୍କ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସଂସ୍ଥା ସହିତ ହେବ   ।  ପର୍ଯ୍ୟାବରଣଟି ସମସ୍ତ ସମ୍ପର୍କିତ ସଂସ୍ଥା ଯଥା କରଦାତାଠୁ କର ସେବା ପ୍ରଦାନ କରି , କର କାର୍ଯ୍ୟାଳୟରୁ GST ପୋର୍ଟାଲ ବ୍ୟାଙ୍କରୁ ଲେଖା ଅଧିକାରୀଙ୍କୁ ନେଇ ଗଠିତ   ।  ନିମ୍ନ ନକ୍ସାଟି ସମଗ୍ର GST ର  ପର୍ଯ୍ୟାବରଣରୁ ଉପସ୍ଥାପନ କରୁଛି   ।

ଜି.ଏସ. ପି (GSP)(GST  ସୁବିଧା କାରକ) କଣ

GST ସଂରଚନାରେ କରଦାତାଙ୍କୁ GST Portal ମାଧ୍ୟମରେ କାର୍ଯ୍ୟକ୍ଷମ କରାଯିବ   ।  ସମସ୍ତ ପ୍ରକାର ଅନୁପାଳନ ନିର୍ବାହ କରିବ   ।  ବିଭିନ୍ନ ସ୍ତରର କରଦାତା ଯଥା- କ୍ଷୁଦ୍ର ମଧ୍ୟମ ଓ ଅଣୁସଂସ୍ଥା ସମୂହର ବିଭିନ୍ନ ପ୍ରକାର ଆବଶ୍ୟକତା ଯଥା  - ବିକ୍ରି, ଅନୁପାଳନ , ହିସାବଖାତା ମେଳଣ , କର ଦେୟ ଓ ତଥ୍ୟ ପ୍ରଦାନର ଉଚିତ ଧାରାଗୁଡିକ ସମ୍ପାଦିତ ହୋଇପାରିବ   ।

ପ୍ରସ୍ତାବିତ GST ସମସ୍ତ କରଦାତାଙ୍କ ତଥ୍ୟ ପ୍ରଦାନ ଇଣ୍ଟରନେଟଯୁକ୍ତ କମ୍ପ୍ୟୁଟର ମାଧ୍ୟମରେ ହେବ   ।  ଏଥିନିମିତ୍ତ କରଦାତା ଏକ କମ୍ପ୍ୟୁଟର କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ରସିଦ ପ୍ରଦାନ କରିବେ   । ଅନ୍ତର୍ଗ୍ରହିତ କରର ଦାବି ମଧ୍ୟ କରିବେ  , କର ପ୍ରଦାନ ଓ ଡିଜିଟାଲ ସ୍ଵାକ୍ଷର ଆଦି କାମ କରିବେ  ।

ଯାହା ଏକ ବ୍ୟବହରିକ ଓ ସୁବିଧାଜନକ ରାସ୍ତା , ମୋବାଇଲ ଲାପଟପ ଓ ଅନ୍ୟ ଯନ୍ତ୍ରାଂଶରୁ ମଧ୍ୟ ଯୋଗାଯୋଗ କରିହେବ   ।  ତୃତୀୟପକ୍ଷ ସପ୍ଟୱେର ମଧ୍ୟ GST ସଂରଚନାରେ ସୁରକ୍ଷା ଭିତ୍ତିକ ଯୋଗାଯୋଗ କେନ୍ଦ୍ର ମାଧ୍ୟମରେ ସଂସ୍ଥାପାନ କରିପାରିବେ  ।  ଏ ପ୍ରକାର ସମସ୍ତ ସପ୍ଟେୱେରକୁ ଏହି ନାମ ଦେଇ GST ସୁବିଧା କାରକ ମାଧ୍ୟମଏ ସେବା ଦେଇ ହେବ ଯା ନାଁ GSP   ।

କରଦାତା  ମଧ୍ୟ GST ପୋର୍ଟାଲ ବା GST କାର୍ଯ୍ୟାବରଣ ମାଧ୍ୟମରେ ସଫ୍ଟୱେର ସେବା ପ୍ରଦାନ ଯଥା ପଞ୍ଜିକରଣ , କର ପ୍ରଦାନ , ରିଟର୍ଣ୍ଣ ପ୍ରଧାନ ଅନ୍ୟ ତଥ୍ୟର ଆଦାନପ୍ରଦାନ ମୂଳ GST ସାହି କରିପାରିବ   ।  GST ସଂରଚନାରେ GSP ଏକ ଧାରାଭାବେ କାମ କରିପାରିବ ଓ ନୂତନ ସୂଚନା ବୈଷୟିକ ଜ୍ଞାନକୌଶଳ ଭିତ୍ତିରେ ସଫ୍ଟୱେର ଓ ପୋର୍ଟାଲ କରଦାତା ସହ ଯୋଗାଯୋଗ ହୋଇପାରିବ  ।

GST ସୁବିଧା କାରକ କଣ ସବୁ କାମ ରହିବ   ।

GSP ବିଭିନ୍ନ ପ୍ରକାର ସଫ୍ଟୱେର ପ୍ରସ୍ତୁତ କରିବ  , ଯେଉଁଠି ଫର୍ମ ପୂରଣ, ମେଳଣ ଓ ବ୍ୟବସାୟିକ ତଥ୍ୟକୁ ସ୍ଵୟଂକ୍ରୟ ଭାବେ GST Portal କୁ ପ୍ରଦାନ କରିବ  ।

  • ବିଭିନ୍ନ ପ୍ରକାର ସଫ୍ଟୱେର/ ଯୋଗାଯୋଗର ମାଧ୍ୟମରେ କରଦାତାମାନେ ନିଜର ହିସାବ ଖାତାକୁ GST ସହ ସଂଯୁକ୍ତ କରିପାରିବ   ।

GSP ଏମିତିଏକ ଅଭିନବ ସୁବିଧାଜନକ ରାସ୍ତା ଯାହା ମାଧ୍ୟମରେ ଦର ଦାତା ଓ ଅନ୍ୟ ଅଂଶୀଦାରଗଣ ପରସ୍ପର ମଧ୍ୟରେ ଯୋଗାଯୋଗ କରିପାରନ୍ତି   । ପଞ୍ଜିକରଣଠୁ ଆରମ୍ଭ କରି ରସିଦ ଉପସ୍ଥାପନ ପର୍ଯ୍ୟନ୍ତ ବା ରିଟର୍ଣ୍ଣ ପ୍ରଦାନସବୁ କିଛି GSP ରେ ହୋଇପାରିବ   ।

GSP ବ୍ୟବହାର କଲେ କରଦାତା କେଉଁସବୁ ସୁବିଧାମାନ ପାଇବ   ।

GST ର ସମସ୍ତ କାମ କରଦାତାଙ୍କ ଦ୍ଵାରା ପୋର୍ଟାଲ ମାଧ୍ୟମରେ କରାଯିବ   ।  ଏକ ଅତିରିକ୍ତ ରାସ୍ତା ଭାବେ GSP ସେବା ପ୍ରଦାନ କରିବା ଦିଗ ଏକ ନୂତନ ଆୟାମ   ।

GSP ମାଧ୍ୟମରେ ନିମ୍ନଲିଖିତ କାମ କରାଯାଇପାରେ   ।

(1)  GSP ର ଅବଲୋକନ ଅନୁସାରେ ପ୍ରଚଳିତ ସଫ୍ଟୱେରର ହିସାବ ଖାତାର CSV,  PDF, Excel , Word କରି ଯେକୌଣସି GST ଫର୍ମାଟରେ ପରିବର୍ତ୍ତନ କରିପାରେ   ।

(2)  ଯେକୌଣସି ଫାଇଲ ଯଥା CSV,  PDF, Excel , Word ବା ଯେକୌଣସି ତଥ୍ୟଯୁକ୍ତ ନଥିରୁ GST ଫର୍ମାଟ ସହ ମେଳଣ ଓ ସ୍ଵୟଂକ୍ରିୟ ଭାବେ GST ସଂରଚନାରେ ପ୍ରତି ସ୍ଥାପନ କରିପାରିବ   ।  GST ସଂରଚନା କେବଳ ଗୋଟିଏ ନାମ ଓ ପାସୱାର୍ଡ ପ୍ରଦାନ କରିବ   । ଯାହାଦ୍ଵାରା ଗୋଟିଏ ପ୍ରତିଷ୍ଠାନର ବିଭିନ୍ନ ଶାଖାରୁ ତଥ୍ୟ ଉପସ୍ଥାପନ କରିହେବ   ।  କିନ୍ତୁ ପଦବୀ ଅନୁଯାୟୀ ବିଭିନ୍ନ ତଥ୍ୟର ସଂଗ୍ରହ ଓ ଦୃଶ୍ୟ କରିହେବ   ।  ଯାହା ବିଭିନ୍ନ ଶାଖା ମାଧ୍ୟରେରେ ସମ୍ପାଦିତ ହେବ   ।

(3)       ବୃତ୍ତିଧାରୀ GST କରଦାତା ନିଜର ବ୍ୟବସାୟିକ ପରିଚାଳନା ନିମିତ୍ତ ବିଭିନ୍ନ ସଫୱେରର ଅବଲୋକନ କରି ଗ୍ରାହକ ଫଳକରେ GST ସଂରଚନା ସହ ସଂଯୁକ୍ତ କରିପାରିବେ ।  ଉପରୋକଟ ବ୍ୟବହାରକାରୀ ବିନ୍ଦୁ ସମୂହ କିଛି ନମୁନା ମାତ୍ର  । ବାସ୍ତବରେ GST  ସଂରଚନା ବିଭିନ୍ନ ପ୍ରକାର କରଦାତାଙ୍କ ନିମିତ୍ତ ଉର୍ଦ୍ଧିଷ୍ଟ  । କରଦାତା ଏ ସବୁର ଆବଶ୍ୟକତା କେବଳ GST ମାଧ୍ୟମଏ ହାସଲ କରିହେବ  ।

GSP ସଫ୍ଟୱେର GST ର ତଥ୍ୟ ଆନ୍ତଃଗ୍ରହଣର ଭିତ୍ତିକୁ ବ୍ୟବହାର କରି ସମଗ୍ର ସମାଧାନଟି କ୍ଷୁଦ୍ର ବା ମାଧ୍ୟମ କରଦାତା ପାଇଁ ପ୍ରସ୍ତୁତ ଯେଉଁତିରେ କିନା/ ବିକା ଓ GST ପୂରଣ ଇଣ୍ଟରନେଟ ବିନା ସିଧାସିଧା ଭାବେ ପୂରଣ କରି , ରସିଦ ସହ GST କୁ ପଠାଯାଇପାରିବ  ।  ସେହିପରି କର ପରାମର୍ଶଦାତାମାନେ ମଧ୍ୟ GSP  ବ୍ୟବହାର କରି ନିଜର ସମସ୍ତ କରଦାତାକୁ ସମାନ ଧରଣର କାମ ମାଧ୍ୟମରେ GST ରେ ଉପସ୍ଥାପାନ କରିପାରିବେ   ।

GSP ଏକ ଅଭିନବ ଆକଳନ ଓ ମୂଲ୍ୟଯୁକ୍ତ ବୈଶିଷ୍ଠ ଯାହା ଅନ୍ୟ ବଜାର ଅନ୍ୟ GSP ମାନଙ୍କଠୁ ଜଣକୁ ଅଲଗା ଭାବେ ବିବେଚିତ କରାଯାଏ   ।

ଉତ୍ସ : http//www.gstn.org/ecosystem /faqquestion p/p .

GST ପରିପ୍ରେକ୍ଷରେ ସାଧାରଣ କରଦାତାଙ୍କ ଭୂମିକା କଣ ହେବ  ।  ଯାହା GSTN ମାଧ୍ୟମରେ ପରିଚାଳିତ ଓ ରକ୍ଷଣାବେକ୍ଷଣା ହେଉଅଛି   ।

GST ର ସାଧାରଣ ପୋର୍ଟାଲଟି ଏକ ବହୁମୁଖ୍ୟ ଦୋକାନ ପରି କରଦାତାଙ୍କର ବିଭିନ୍ନ ପ୍ରକାର ଆବଶ୍ୟକତାକୁ ସଂପୂର୍ଣ୍ଣ କରିପାରେ   ।

ନିମ୍ନଲିଖିତ କାର୍ଯ୍ୟମାନ କରଦାତାଙ୍କ ଦ୍ଵାରା GST ପୋର୍ଟାଲରେ ପରିଚାଳିତ ହେବ   ।

କରଦାତାଙ୍କ ପଞ୍ଜିକରଣ ତାଙ୍କ ଆନୁଷଙ୍ଗିକ ବ୍ୟକ୍ତିଗତ ବୈଶିଷ୍ଠ ଅନୁଦାନ  ।

  • ସୁଧ, କର ଓ ତଣ୍ଡ ସହ କର ପ୍ରଦାନ   ।
  • ରସିଦ ଉପସ୍ଥାପନ ଓ ରିଟର୍ଣ୍ଣ ଦାଖଲ
  • ଫେରସ୍ତ ନିମିତ୍ତ ଆବେଦନ ଇତ୍ୟାଦି  ।
  • ରୋକର୍ଡ ଖାତା / କର ନଥି / ଫେରସ୍ତର ସ୍ତର ଚିହ୍ନଟ
  • କରଦାତାଙ୍କର ସ୍ତର ପରିବର୍ତ୍ତନ ସାଧାରଣରୁ ମାଧ୍ୟମ ପର୍ଯ୍ୟନ୍ତ   ।
  • ଆବେଦନ ପତ୍ର / କର ନଥି ରେକର୍ଡ ଖାତା ଇତ୍ୟାଦିର ଚିହ୍ନଟ , ଆବେଦନ ସମ୍ପର୍କିତ ନମ୍ବର ARN ମାଧ୍ୟମରେ GST ପୋର୍ଟାଲରେ କରିହେବ   ।
  • ରସିଦର ଉପସ୍ଥାପନ ଓ ବାର୍ଷିକ ରିଟର୍ଣ୍ଣ ଦାଖଲ ଓ ଲେଖା ପ୍ରସ୍ତୁତି GSTN ରେ ପୁନଃ ଅବଲୋକନ କରିବା ପରେ ରିଟର୍ଣ୍ଣ କର ର ଖାତା ଓ ରେକର୍ଡ ବହିର ଗତିଶୀଳତା  ମାନିବ ।

GSTN ମାଧ୍ୟମ ରେ କାରବାର ହେଲେ ରାଜ୍ୟ ଓ କେନ୍ଦ୍ର ଅଧିକାରୀଙ୍କ କାର୍ଯ୍ୟ କଣ ରହିବ   ।

GST ପୋର୍ଟାଲରେ ତଥ୍ୟ ଓ ଆବେଦନ କରାଯାଇଥିବା ସୂଚନା ଅଧିକାରୀ ନିମ୍ନଲିଖିତ କାର୍ଯ୍ୟ କଇପାରିବେ   ।

  • କରଦାତାଙ୍କ ପଞ୍ଜିକରଣ / ଆବେଦନ ଗ୍ରହଣକୁ ଖାରଜ ବା ସ୍ଵୀକାର କରିପାରିବ  ।
  • କର ଅଧିକାରୀ ରାଜ୍ୟ କରର ଆକଳନ, ତଦନ୍ତ ଫେରସ୍ତ ବା ଆବେଦନ କରିପାରିବେ   ।
  • ପରିଚାଳନାଗତ ସୂଚନା ଆହରଣ କରି ଅନ୍ୟାନ୍ୟ କାର୍ଯ୍ୟ ସଂପାଦନ   ।

GSTN ପ୍ରତି ରସିଦର ଗ୍ରହଣୀୟ ହେତୁ ଏକ ଭିନ୍ନ ସଂଖ୍ୟା ପ୍ରଦାନ କରିବ କି   ।

ନାଁ , GST ପୋର୍ଟାଲ ରେ Ms Excel ପରି ଉପାଦାୟ ସଫ୍ଟୱେର ମାଧ୍ୟମରେ ବିନା ମୂଲ୍ୟରେ କରଦାତା ଦୈନିକ ଖାତାର ବିବରଣୀ ଅନ୍ତର୍ଗ୍ରହଣ କରିପାରିବେ   । ଯେକୌଣସି  ସମୟରେ ରସିଦ ଗ୍ରହଣ କରିବାର କାର୍ଯ୍ୟକରିଥା ରହିବ   ।  ଏହା ଅଫ ଲାଇନରେ କାର୍ଯ୍ୟ କରିବ ଓ ବିଭିନ୍ନ ରିପୋର୍ଟ ଆବଶ୍ୟକୀୟ ଫର୍ମାଟରେ GST ପୋର୍ଟାଲକୁ  ଉପସ୍ଥାପନ କରି ହେବ  ।

GSTN କରଦାତାଙ୍କୁ ନିଜର ରସିଦ ଉପସ୍ଥାପନ କରିବା ପାଇଁ GST ପୋର୍ଟାଲରେ ବ୍ୟବସ୍ଥା ରହିବ କି ନାଁ

ହଁ  , GSTN ଏକ ଦୀର୍ଘ ହିସାବ ଫର୍ଦ୍ଦ GST ପୋର୍ଟାଲରେ କରଦାତାଙ୍କୁ ଉପଲବ୍ଧ କରାଇବା , ଯାହାଦ୍ଵାରା କରଦାତା ଉପଲବ୍ଧ କରାଇବା  ,  ଯାହାଦ୍ଵାରା କରଦାତା ନିଜର ଦୈନନ୍ଦିନ ହିସାବ ବିନାମୂଲ୍ୟରେ ରାଖୀପାରିବ ଏବଂ ଶେଷରେ ସମସ୍ତ ତଥ୍ୟକୁ ଗୋଟିଏ ଠାରେ ପୋର୍ଟାଲକୁ ଉପସ୍ଥାପନ କରିପାରିବ  ।  ଏହା ଏକ ଇଣ୍ଟରନେଟ ନଥିବା କମ୍ୟୁଟରରେ କାମ କରିବ ଏବଂ ଶେଷରେ ଶତାଧିକ ରସିଦଙ୍କୁ ଏକ ସାଙ୍ଗରେ ଇଣ୍ଟରନେଟ ଯୋଗେ ପଠାଇପାରିବ   ।

GSTN କରଦାତାଙ୍କୁ ନିଜର ରସିଦ ଉପସ୍ଥାପନ କରିବା ପାଇଁ GST ପୋର୍ଟାଲରେ ବ୍ୟବସ୍ଥା ରହିବ କି ନାଁ   ।

ହଁ , GSTN ଏକ ଦୀର୍ଘ ହିସାବ ଫର୍ଦ୍ଦ GST ପୋର୍ଟାଲରେ କରଦାତାଙ୍କୁ ଉପଲବ୍ଧ କରାଇବା   ଯାହାଦ୍ଵାରା କରଦାତାନିଜର ଦୈନନ୍ଦିନ ହିସାବ ବିନାମୂଲ୍ୟରେ ରଖିପାରିବ ଏବଂ ଶେଷରେ ସମସ୍ତ ତଥ୍ୟକୁ ଗୋଟିଏ ଠାରେ ପୋର୍ଟାଲକୁ ଉପସ୍ଥାପନ କରିପାରିବ  ।  ଏହା ଏକ ଇଣ୍ଟରନେଟ ନଥିବା କମ୍ୟୁଟରରେ କାମ କରି ଏବଂ ଶେଷରେ ଶତାଧିକ ରସିଦଙ୍କୁ ଏକ ସଙ୍ଗରେ ଇଣ୍ଟରନେଟ ଯୋଗେ ପଠାଇପାରିବ   ।

GSTN ମୋବାଇଲ କୌଶଳ ମାଧ୍ୟମରେ ନିଜ ହିସାବ ଓ ଅନ୍ୟର ହିସାବ ଦେଖିପାରିବ କି

ହାଁ,  GST ପୋର୍ଟାଲ ଏପରି ଭାବେ ତିଆରିଯେ , ଏହାକୁ ସ୍ମାର୍ଟ ମୋବାଇଲରେ ମଧ୍ୟ ଦେଖିହେବ  । ରେକର୍ଡ ଖାତା , ବ୍ୟୟଖାତା , ଅନ୍ତର୍ଗ୍ରହିତା କର ଖାତା , ଇତ୍ୟାଦି ଏହି ସ୍ମାର୍ଟ ମୋବାଇଲରେ ଦେଖିହେବ   ।

GST ସେବା ପ୍ରଦାନ କରୁଥିବା ବୃତ୍ତିଧାରୀଙ୍କୁ ନାମ ଓ ସୁରକ୍ଷା ନମ୍ବର ଦେବକି   ,  ଯାହାଦ୍ଵାରା ସେ ନିଜ କରଦାତାଙ୍କ ତରଫରୁ କର ପ୍ରଦାନ କରିପାରିବେ   ।  ଏବେ ଯେପରି ହେଉଛି  -

ହଁ , GSTN ବୃତ୍ତିଧାଡ଼ି କର ସେବାକାରୀଙ୍କୁ ନୂତନ ନାମ ଓ ସୁରକ୍ଷା ନମ୍ବର ପ୍ରଦାନ କରିବ   ।  ଯାଦ୍ଵାରା ସେ କରଦାତାଙ୍କୁ କୌଣସି ନାମ ଇତ୍ୟାଦି ମନେ ରଖିବାର ନାହିଁ  । କେବଳ ଆର୍ଥିକ ବର୍ଷର ଶେଷ ଦାଖଲ ବ୍ୟତୀତ ଅନ୍ୟ ସବୁ କାମ ବୃତ୍ତିଧାଡ଼ି କରିପାରିବ   ।  ଶେଷ ଦାଖଲ ପାଇଁ କର ପ୍ରଦାନକାରୀଙ୍କ ଇ- ସ୍ଵାକ୍ଷର ବା ଡିଜିଟାଲ ସ୍ଵାକ୍ଷର ପ୍ରମାଣପତ୍ର ଆବଶ୍ୟକ   ।

କରଦାତା ନିଜର ବୃତ୍ତିଧାଡ଼ି ସେବାକାରୀଙ୍କୁ ବଦଳାଇ ପାରିବ କି ଯେପରି ସୁବିଧାମୁତାବକ ଉଲ୍ଲେଖ ରହିଛି   ।

ହଁ , କରଦାତା ଅନ୍ୟ ଏକ ସେବାକାରୀ ବାଛିପାରିବେ   ।  ଏଥିନିମନ୍ତେ GST ପୋର୍ଟାଲକୁ ଯାଇ ବର୍ତ୍ତମାନର କରଦାତାଙ୍କ ବାତିଲ କରି ନୂଆ କରଦାତାଙ୍କ ନାମ ଦେବାକୁ ହେବ   ।

ପୂର୍ବ CBDT ସହ ପାଞ୍ଜିକୃତ ହୋଇଥିବା କରଦାତାଙ୍କୁ GST ଅଧୀନରେ କରଦାତାଙ୍କୁ ପୁଣିଠାରେ ପାଞ୍ଜିକୃତ ହେବା ଆବଶ୍ୟକ କି

ପୂର୍ବରୁ ପାଞ୍ଜିକୃତ ହୋଇଥିବା PAN ନଂ ସଠିକ ଥିଲେ ପୁଣି ଠାରେ ପଞ୍ଜିକୃତ ହେବାର ଆବଶ୍ୟକତା ନାହିଁ   ।  ସେମାନଙ୍କୁ GSTIN ନଂ GST ପୋର୍ଟାଲ ଦ୍ଵାରା ପ୍ରଦାନ କରାଯିବ   ।  ଯାହା ୬ ମାସ ଯାଏଁ ବୈଧ ରହିବ     ।  ତା ଭିତରେ ଆବଶ୍ୟକୀୟ ତଥ୍ୟ ଦେଇ GST ପାଞ୍ଜିକାରଣ ହେବ   ।  ତଥ୍ୟ ପ୍ରଦାନ କରିବା ପରେ କରଦାତାଙ୍କ ସ୍ତର ବଦଳିଜୀବ   । ନିର୍ଦ୍ଧାରିତ ହେବ   ।  ତଥ୍ୟ ପ୍ରଦାନ କରିବା ପରେ କରଦାତାଙ୍କ ସ୍ତର ବଦଳିଜୀବ   ।  ନିର୍ଦ୍ଧାରିତ ଦିନ କରଦାତା ନିଜର Active କରି GST ର ଆବଶ୍ୟକତା ଅନୁସାରେ ଦେୟ ପ୍ରଦାନ କରିପାରିବେ   ।

କରଦାତାଙ୍କ ଲାଭ ଦ୍ରୁଷ୍ଟିରୁ GSTN ରେ କାମ କରିବା ପାଇଁ କିଛି ପ୍ରଶିକ୍ଷଣ ଦୃଶ୍ୟବଳି ସମ୍ବଳିତ ସିନେମା ହେବ କି

ହଁ , GSTN ଏକ କମ୍ୟୁଟର ଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଯାହା ପ୍ରତ୍ୟେକ ସ୍ତରରେ ଆବଶ୍ୟକ ହେଉଥିବା ଦୃଶ୍ୟାବଳି ସହ GST ପୋର୍ଟାଲରେ ଉପଲବ୍ଧ ହେବ   ।  ଏହିସବୁ GST ପୋର୍ଟାଲ ଓ ଇଣ୍ଟରନେଟ ପ୍ରେକ୍ଷାପଟରେ ବା କର ଅଧିକାରୀଙ୍କ ସୂଚନା ପ୍ରଦ୍ୟୋଗିକ ପୃଷ୍ଠାରେ ଉପଲବ୍ଧ ହେବ   । CBT ଭିନ୍ନ ବିଭିନ୍ନ ବ୍ୟବହାରିକ ପୁସ୍ତିକା ସାମୁହିକ ପ୍ରଶ୍ନାବଳୀ GST Portal ରେ ଉପଲବ୍ଧ ହେବ   ।  ଏତଦବ୍ୟତୀତ Help desk ମଧ୍ୟ  କରଦାତା ଙ୍କ ପାଇଁ ପ୍ରସ୍ତୁତ ହୋଇଛି   ।  ଟିକେଟ ବୁକିଙ୍ଗ ମାଧ୍ୟମରେ (helpdesk@gst.gov.in) ବା ଫୋନ ନମ୍ବର ୦୧୨୪-୪୬୮୮୯୯୨ ର ସାହାଯ୍ୟ ନେଇପାରିବେ   ।  www.gst.gov.in/help ରୁ ବ୍ୟବହାରିକ ପୁସ୍ତିକା ପାଇପାରିବେ   ।

GST ପୋର୍ଟାଲରେ କରଦାତାଙ୍କ ଦ୍ଵାରା ପ୍ରଦତ୍ତ ରିଟର୍ଣ୍ଣ ଓ ପଞ୍ଜିକରଣର ତଥ୍ୟ ଗୁପ୍ତ ରହିବ କି

ହଁ, GSTN ସବୁ ସମୟ ଏସବୁ ତଥ୍ୟ ଗୁପ୍ତରେ ରଖିବ ଏବଂ ବ୍ୟବଶାୟିକ ତଥ୍ୟ ମଧ୍ୟ ଯାହା କରଦାତାଙ୍କ ଦ୍ଵାରା ପ୍ରଦାନ କରାଯାଇଛି   ।  ଏହା ନିଜ ସ୍ତରର ଆବଶ୍ୟକୀୟ ଅନୁମତି (RBAC) ଏବଂ କରଦାତାଙ୍କ ସମସ୍ତ ଜଟିଳ ତଥ୍ୟ ଅବୁଝା ଅକ୍ଷରରେ ଗଚ୍ଛିତ ରହିବ   ।  କେବଳ ପ୍ରାଧିକୃତ କର ଅଧିକାରୀ ହିଁ ଦେଖିପାରିବେ ଓ ପଢିପାରିବେ   ।

GST ସଂରଚନାରେ ତଥ୍ୟ ସୂଚନା ନିମିତ୍ତ କେଉଁ ପଦକ୍ଷେପ ଓ ବ୍ୟବସ୍ଥା ହୋଇଛି    ।

ସେବା ଓ ତଥ୍ୟ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା GST ସଂରଚନା ପ୍ରକଳ୍ପରେ , ଅନ୍ତର୍ନିହିତ ।  ଏହା ବ୍ୟତୀତ ସୁରକ୍ଷାବାଦ , ଅନୁପ୍ରବେଶର ଚିହ୍ନଟ ତଥ୍ୟର ଆବରଣ ଓ ତାର ଗତି , ବ୍ୟବହାରକାରୀ ,ଆଦ୍ୟୋ ପ୍ରବାହୀ ପ୍ରକ୍ରିୟା ପରିଚାଳନାଗତ ଡିଜିଟାଲ ସଂରଚନା ଓ ଆଭ୍ୟନ୍ତରୀଣ କାର୍ଯ୍ୟର ଆବରଣ ଇତ୍ୟାଦି ମୌଲିକ ଆବଶ୍ୟକତା ଭାବେ ଗ୍ରହଣ କରି ଦ୍ଵିତୀୟ ସ୍ତରର ସୁରକ୍ଷା , ସଂପାଦାନ , ନିୟନ୍ତ୍ରଣ ଇତ୍ୟାଦି ପଦକ୍ଷେପମାନ ଗ୍ରହଣ କରାଯାଇଛି   ।  ଫଳତଃ କୌଣସି ଅନୈତିକ/ଅତର୍କିତ ଆକ୍ରମଣକୁ ପ୍ରତିହତ ଓ ପ୍ରେକ୍ଷାପଟରେ ପ୍ରଦର୍ଶିତ କରିହେବ   ।  GSTN ନିରନ୍ତର ଭାବେ ମୂଳ ଉତ୍ସକୁ ପରୀକ୍ଷା ନିରୀକ୍ଷା କରିବା ସହ ନାନା ବୈଧାନିକ ସୁରକ୍ଷା (ଜଣା- ଅଜଣା ) କବଚ ସୃଷ୍ଟି କରିପାରିବେ   ।

ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼

Last Modified : 4/12/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate