ବ୍ୟବସାୟିକ ଚଳାଇବା ପାଇଁ ଯେଉଁ ବସ୍ତୁ ଓ ସେବା ଯୋଗାଣକୁ ବିଚାରକୁ ନିଆଯାଏ , ତାହା ଟିକସଯୋଗ୍ୟ ସ୍ଥିତିଭାବେ ଗଣ୍ୟ ହେବ । ପ୍ରଚଳିତ ଅପ୍ରତ୍ୟକ୍ଷ କର ଆଇନରେ ଟିକସଯୋଗ୍ୟ ହୋଇଥିବା ସାମଗ୍ରୀ ଯଥା ଯୋଗାଣ ବ୍ୟବସ୍ଥାରେ , ବିକ୍ରୟ ଓ ସେବା ବ୍ୟବସ୍ଥା “ ଯୋଗା “ ରେ ଅନ୍ତର୍ଭୁକ୍ତ ହେବା ସହ ଟିକସଯୋଗ୍ୟ ସ୍ଥିତିରୂପେ ପରିଚିତ ହେବ ।
ଆମଦାନୀବେଳେ ଯୋଗାଣର ପରିସର ବ୍ୟାପକ ହୋଇଥାଏ । ବିକ୍ରୟ , ହସ୍ତାନ୍ତର , ଅଦଳବଦଳ , ବିନିମୟ, ଲାଇସେନ୍ସ , ଭଡାସୂତ୍ର ,ଲିଜ କିମ୍ବା ନିର୍ଗମନ ଭଳି ସମସ୍ତ ପ୍ରକାରର ବସ୍ତୁ ଓ ସେବା ଏହାର ଅନ୍ତର୍ଭୁକ୍ତ । ବ୍ୟବସାୟ ଚଳାଇବା ପାଇଁ ଏଗୁଡିକର ଉପଯୋଗୀତାକୁ ଜଣେ ବ୍ୟକ୍ତି ବିଚାରକୁ ନେଇଥାଏ । ଏଥିରେ ସେବାର ଆମଦାନୀ ମଧ୍ୟ ଅନ୍ତର୍ଭୁକ୍ତ । ଯୋଗାଣ ପରିସର ମଧ୍ୟରେ ବିନା ବିଚାରରେ କେତେକ ନିର୍ଦ୍ଧିଷ୍ଟ କାରବାରକୁ ଅନ୍ତର୍ଭୁକ୍ତ କରାଯିବାକୁ ଆଦର୍ଶ ଜି ଏସ ଟି ଆଇନରେ ବ୍ୟବସ୍ଥା ରହିଛି ।
ଜି ଏସ ଟି ଆଇନ ଅଧୀନରେ ବସ୍ତୁ ଓ ସେବାକର ଲାଗୁ ହୋଇଥିବା ବସ୍ତୁ ଓ ସେବାର ଯୋଗାଣ ବ୍ୟବସ୍ଥା “ ଟିକସଯୋଗ୍ୟ ଯୋଗାଣ “ ରୂପେ ପରିଚିତ ।
ସି ଜି ଏସ ଟି / ଏସ ଜି ଏସ ଟି ଆଇନରେ “ ଯୋଗାଣ “ପ୍ରଜୁର୍ଯ୍ୟ ହେବା ପାଇଁ କେଉଁ କେଉଁ ମୌଲିକ ଉପାଦାନଗୁଡିକର ଆବଶ୍ୟକତା ଅଛି
“ ଯୋଗାଣ “ପ୍ରଜୁର୍ଯ୍ୟ ହେବା ପାଇଁ ନିମ୍ନଲିଖିତ ଉପାଦାନଗୁଡିକର ଆବଶ୍ୟକତା ଅଛି , ଯଥା -
ଯେ କୋଣସି କାର୍ଯ୍ୟରେ ଦ୍ରବ୍ୟ , ସେବା କିମ୍ବା ଉଭୟ ଦ୍ରବ୍ୟ ଓ ସେବାର ଯୋଗାଣ ଉପଯୋଗ ହେଉଥିବ ।
ଅନ୍ୟଥା ନିର୍ଦ୍ଧିଷ୍ଟ ଭାବରେ ମନା ନଥିଲେ ଯେକୌଣସି ମୂଲ୍ୟ ପର୍ଯ୍ୟବେଶିତ ଯୋଗାଣ
ସାଧାରଣ ବ୍ୟାପାରିକ ଭାବରେ କିମ୍ବା ବ୍ୟବସାୟ ଅଗ୍ରଗତି ନିମିତ୍ତ ଯୋଗାଣ
ଟିକସ ଲାଗୁଥିବା ଆଞ୍ଚଲ ମଧ୍ୟରେ ଯୋଗାଣ
ଟିକସ ଲାଗୁଥିବା ଯୋଗାଣ
ଟିକସ ଦାତାଙ୍କ ଦ୍ଵାରା ଯୋଗାଣ
ହଁ, କେତେକ ନିର୍ଦ୍ଧିଷ୍ଟ ପରିସ୍ଥିତିରେ ବ୍ୟବଶାୟିକ ଧାରାରେ ହେଉ କିମ୍ବା ବ୍ୟବଶାୟିକ ଅଗ୍ରଗତି ପାଇଁ ହେଉ (ଧାରା -୩ /୧- ଖ) ବିନା କୌଣସି ବିନିମୟରେ ଯୋଗାଣ ହେଉ , ଯାହା ସି ଜି ଏସ ଟି/ଏସ ଜି ଏସ ଟି ଆଇନ ସିଡୁଲରେ ଲିଖିତ ଥିବ , ଏଗୁଡିକ ଯୋଗାଣ ଭାବରେ ଧରାଯିବ ଏବଂ ଏହା ଉପରେ ସି ଜି ଏସ ଟି ଟିକସ ବସି ପାରିବ , ଯଦିଚ ପ୍ରଶ୍ନ-୪ ର ଉତ୍ତରରେ ଦିଆଯାଇଥିବା ଏକ ବା ତତୋଧିକ ମାନଦଣ୍ଡ ଏହା ପୂରଣ କରି ପାରିବାରେ ବ୍ୟର୍ଥ ହୁଏ ।
ବହିଃଶୁକ୍ଳ ଆଇନ ୧୯୬୨ ଦ୍ରବ୍ୟ ଆମଦାନୀଜନିତ ବିଷୟ ଅଲଗା ଭାବରେ ପରିଚାଳିତ କରୁଛି । ସେଥିରେ ମୂଳ ବହିଃଶୁକ୍ଳ ବ୍ୟତିରେକ ଅତିରିକ୍ତ ଭାବେ ଆଇ ଜି ଏସ ଟି କର ଆଦାୟ ହେବ ।
ଆଇ ଜି ଏସ ଟି ଆଇନ ଅନୁଯାୟୀ ଆନ୍ତଃରାଜ୍ୟ ନିଜସ୍ୱ ଯୋଗାଣ ଯଥା - ନିଜସ୍ୱ ଦ୍ରବ୍ୟ ପଠାଇବା ଅନ୍ୟ ସଖାକୁ ପଠାଇବା ଅବା ଭାରାପର୍ଣ ବିକ୍ରି କରିବା ଟିକସ ଯୋଗ୍ୟ ରୂପେ ବିବେଚିତ ହେବ । ଯଦିଓ ଏହି କାରବାରରେ କୌଣସି ଆର୍ଥିକ ଦେବାନେବା ଜଡିତ ନୁହେଁ । ଜି ଏସ ଟିଆଇ ଧାରା -୨୨ ଅନୁସାରେ ଏପରି ପ୍ରତ୍ଯେକ ଦ୍ରବ୍ୟ କିମ୍ବା ସେବା କିମ୍ବା ଉଭୟ ଯୋଗାଣକରି ଯେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଆଞ୍ଚଲକୁ ପଠାଉଥିବେ ସେଠାରେ ପଞ୍ଜୁକୃତ ହେବା ଆବଶ୍ୟକ । ତେବେ ରାଜ୍ୟ ମଧ୍ୟରେ ସ୍ଵୟଂ ଯୋଗାଣକାରୀମାନଙ୍କର ଯୋଗାଣ ଉପରେ ଟିକସ ପଡିବ ନାହିଁ ।
ବସ୍ତୁ ଯୋଗାଣ କ୍ଷେତ୍ରରେ କାରବାର ଲାଗି ବିଚାର କଲାବେଳେ ନାମ ଓ ଅଧିକାର ହସ୍ତାନ୍ତର କରାଯିବ । ଯଦି ନାମ ହସ୍ତାନ୍ତର ସମ୍ଭବ ଣ ହୁଏ ତା ହେଲେ ଅଣୁଚ୍ଛେଦ ୨(୧) ଅନୁଯାୟୀ କାରାବାରକୁ ସେବା ଯୋଗାଣ ରୂପେ ବିବେଚନା କରାଯିବ । କେତେକ କ୍ଷେତ୍ରରେ , କର୍ତ୍ତ୍ବିତ୍ଵ ହସ୍ତାନ୍ତର ତୁରନ୍ତ ହୋଇଥାଏ । ମାତ୍ର ନାମ ହସ୍ତାନ୍ତର ପରବର୍ତ୍ତୀ ସମୟରେ ହୋଇଥାଏ । ଅନୁମୋଦନଭିତ୍ତିକ ବିକ୍ରୟ କିମ୍ବା ଭଡାସୂତ୍ରୀ କ୍ରୟ ବ୍ୟବସ୍ଥା କ୍ଷେତ୍ରରେ ନାମ ହସ୍ତାନ୍ତର ପ୍ରକ୍ରିୟା ବିଳମ୍ବିତ ହୋଇଥାଏ । ଏଭଳି କାରବାରକୁ ବସ୍ତୁ ଯୋଗାଣ ବୋଲି ବିବେଚନା କରାଯାଏ ।
ଧାରା -୨ (୧୭) “ ବ୍ୟାପାର “ ର ସଂଜ୍ଞା ନିରୂପଣ କରିଛି ଯେଉଁତିରେ ବେପାର , ବାଣିଜ୍ୟ , ଉତ୍ପାଦନ ବୃତ୍ତି, ଜୀବିକା ଅନ୍ତର୍ଭୁକ୍ତ ଏପରିକି ସେଥିରେ କୌଣସି ଆର୍ଥିକ ଲାଭ ଥାଉ ଅବା ଣ ଥାଉ , ଯେ କୌଣସି କାର୍ଯ୍ୟ ଅବା ଦେଣନେଣ ଯାହା ଉପରୋକ୍ତ କାର୍ଯ୍ୟମାଳ ନିମିତ୍ତ ଉର୍ଦ୍ଧିଷ୍ଟ ସେଗୁଡିକ ମଧ୍ୟ ବ୍ୟାପାରର ଅନ୍ତର୍ଭୁକ୍ତ । ଏତଦବ୍ୟତୀତ କେନ୍ଦ୍ର ସରକାର ବା ରାଜ୍ୟ ସରକାର ବା କୌଣସି ଆଞ୍ଚଳିକ ଅଧିକାରୀ ସର୍ବସାଧାରଣଙ୍କ ନିମିତ୍ତ କରୁଥିବା କାର୍ଯ୍ୟମାନ ମଧ୍ୟ ବ୍ୟାପାର ବୋଲି ଧରାଯିବ । ଉପରୋକ୍ତ କଥାରୁ ଏହା ପ୍ରତୀୟମାନ ହୁଏ ଯେ ନିରୂପିତ ସଂଜ୍ଞାର ପରିସରରେ ଯେକୌଣସି କାର୍ଯ୍ୟ ସାଧିତ ହେଉଥିଲେ ତାହା ଜି ଏସ ଟି ଆଇନ ଅନୁସାରେ ବ୍ୟାପାର ଅଗ୍ରଗତି ତଥା ଉନ୍ନତି ହିସାବରେ ପରିଲିଖିତ ହେବ ।
ନା, କାରଣ ବ୍ୟକ୍ତିଜଣକ ବ୍ୟବଶାୟିକ ଉନ୍ନତି କିମ୍ବା ଅଗ୍ରଗତି ନିମିତ୍ତ କର ନାହାନ୍ତି । ତା ପରେ କାରଟି କିଣିଲାବେଳେ କୌଣସି କ୍ରୟଜନିତ କ୍ରେଡିଟ ମଧ୍ୟ ନିଆଯାଇ ପାରରିଲା ନାହିଁ , କାରଣ ଏହା କେବଳ ଅଣବ୍ୟବଶାୟିକ ବ୍ୟବହାର ପାଇଁ ଉଦ୍ଧିଷ୍ଟ ।
ହଁ , ଅଣୁଚ୍ଛେଦ ୧(୧) ଅନୁଯାୟୀ , ବ୍ୟବଶାୟିକ ସମ୍ପତ୍ତି ନିଜପାଇଁ କିମ୍ବା ଅଣବ୍ୟବସାୟ ପାଇଁ ଲାଗିଲେ ମଧ୍ୟ ତାହା ଯୋଗାଣ ହିସାବରେ ପରିଗଣିତ ହେବ ଏପରିକି ସେଥିପାଇଁ କୌଣସି ଆଦାନପ୍ରଦାନ ହୋଇନଥିଲେ ମଧ୍ୟ ।
ହଁ , କ୍ଲବ ବା ସଂଘ ବା ସମିତି ବା ଏଭଳି କୌଣସି ସଂଗଠନ ସଭ୍ୟମାନଙ୍କ ପାଇଁ ଏଭଳି ବ୍ୟବସ୍ଥା ଯୋଗାଇ ଦିଆଗଲେ , ତାହା ଯୋଗାଣ ରୂପେ ପରିଚିତ ହେବ । ଏମଜିଏଲର ୨(୧୭) ଅଣୁଚ୍ଛେଦ ଅନୁଯାୟୀ ବ୍ୟବସାୟର ସଂଜ୍ଞା ନିରୂପଣରେ ଏହା ଅନ୍ତର୍ଭୁକ୍ତ ହୋଇଛି ।
ବସ୍ତୁ ବା ବ୍ୟବହାର ଲାଗି ସତ୍ଵାଧିକାର ହସ୍ତାନ୍ତର ପ୍ରକ୍ରିୟା ସେବା ଯୋଗାଣ ବୋଲି ଧରାଯିବ । କାରଣ ଏଭଳି ଯୋଗାଣରେ ନାମ ହସ୍ତାନ୍ତର କରାଯାଏନାହିଁ । ଏମ ଜି ଏଲ ଅଣୁଚ୍ଛେଦ -୨ ରେ ଏଭଳି କାରବାରକୁ ସେବା ଯୋଗାଣ ଭାବେ ନିର୍ଦ୍ଧିଷ୍ଟ ବଭାବେ ବିବେଚନା କରାଯିବ ।
ଏମଜିଏଲର ଦ୍ଵିତୀୟ ଅଣୁଚ୍ଛେଦ ଅନୁସାରେ ପୂର୍ତ୍ତ ବିଭାଗର ଠିକା କାମ ଓ ଖାଦ୍ୟ ଯୋଗାଣ ବ୍ୟବସ୍ଥା ସେବା ଯୋଗାଣ ରୂପେ ଗଣ୍ୟ ହେବ ।
ଭଡା ସୂତ୍ରରେ କ୍ରୟ ଭିତ୍ତିରେ ବସ୍ତୁ ଯୋଗାଇ ଦିଆଗଲେ ଏହା ବସ୍ତୁ ଯୋଗାଣ ରୂପେ ବିବେଚିତ ହେବ , କାରଣ ଏଥିରେ ପରବର୍ତ୍ତୀ କାଳ ଯାଏ ହସ୍ତାନ୍ତର କରାଯାଇଛି ।
ଆଦର୍ଶ ଜି ଏସ ଟି ଆଇନରେ ଅଣୁଚ୍ଛେଦ -୨ ର କ୍ରମିକ ସଂଖ୍ୟା (୫)(୨)(ଘ) ସୂଚନା ସଫ୍ଟୱେୟାର ଉନ୍ନତି , ପ୍ରକାରଶୈଳୀ , କାର୍ଯ୍ୟକ୍ରମତା , କଷ୍ଟୋମାଈଜେସନ , ଗ୍ରହନୀୟତା , ବର୍ଦ୍ଧିତ ହେବା ଇତ୍ୟାଦି ସେବା ଯୋଗାଣ ଉପଯୋଗ୍ୟ ହିସାବରେ ଗ୍ରହଣ କରାଯିବ ।
ଭଡା ସୂତ୍ରରେ କ୍ରୟ ଭିତ୍ତିରେ ବସ୍ତୁ ଯୋଗାଇ ଦିଆଗଲେ ଏହା ବସ୍ତୁ ଯୋଗାଣ ରୂପେ ବିବେଚିତ ହେବ , କାରଣ ଏଥିରେ ପରବର୍ତ୍ତୀ କାଳ ଯାଏଁ ନାମ ହସ୍ତାନ୍ତର କରାଯାଇଛି ।
ସମ୍ବନ୍ଧିତ ଯୋଗାଣ ମାନେ ଜଣେ କରଡାଟା କ୍ରେତା / ଗ୍ରହଣକାରୀଙ୍କୁ ଯୋଗାଣ କରୁଥିବା ଦ୍ରବ୍ୟ କିମ୍ବା ସେବା କିମ୍ବା ଦ୍ରବ୍ୟ ଓ ସେବା ସମ୍ବନ୍ଧିତ ଯୋଗାଣ ଯାହା ପ୍ରାକୃତିକ ଉପାୟରେ ସମ୍ବନ୍ଧିତ ଏବଂ ଯାହା ସାଧାରଣ ବ୍ୟବସାୟରେ ପରସ୍ପର ସହିତ ଲଗାଲାଗି ହୋଇ ଯୋଗାଣ କରାଯାଉଥାଏ , ଯେଉଁତିରେ କି କୌଣସି ଗୋଟିଏ ସେବା ଦ୍ରବ୍ୟ ମୁଖ୍ୟ ଅଟେ । ଉଦାହରଣସ୍ୱରୂପ ଯେତେବେଳେ ଦ୍ରବ୍ୟ ବନ୍ଧାଯାଇଥାଏ ଏବଂ ବୀମା କରାଯାଇ ପରିବହନ ହେଉଥାଏ , ସେଥିରେ ଦ୍ରବ୍ୟର ଯୋଗାଣ , ବନ୍ଧେଇ ପରିବହନ ଏବଂ ବୀମା ହେଉଛି ସମ୍ବନ୍ଧିତ ଯୋଗାଣ ଯେଉଁତିରେ ଦ୍ରବ୍ୟ ଯୋଗାଣ ମୁଖ୍ୟ ଅଟେ ।
ଯଦି ଦୁଇ ବା ତତ୍ଵାଧିକ ଯୋଗାଣ ସମ୍ବନ୍ଧିତ ଭାବରେ ଯୋଗାଣ କ୍ଯାଉ , ତେବେ ସେ ଯୋଗାଣ ଶେଠୀରେ ଥିବା ମୁଖ୍ୟ ଦ୍ରବ୍ୟ ବା ସେବାର ଯୋଗାଣ ହିସାବରେ ପରିଗଣିତ ହେବ ।
ଯେତେବେଳେ ଦୁଇ ବା ତତ୍ୱୋଧିକ ସ୍ଵତନ୍ତ୍ର ଦ୍ରବ୍ୟ କିମ୍ବା ସେବା କିମ୍ବା ଉଭୟ ଦ୍ରବ୍ୟ ଓ ସେବା ପରସ୍ପର ସହିତ ଲଗାଲଗି ହୋଇ ଦିଆଯାଏ ଏବଂ ଯାହା ଉପରେ କରଡାଟାଜଣକ ଏକକ ଦାମ । ମୂଲ୍ୟ ଆଦାୟ କରେ ତାହାକୁ ମିଶ୍ରିତ ଯୋଗାଣ କୁହାଯିବ ଏବଂ ଏହାକୁ ସମ୍ବନ୍ଧିତ ଯୋଗାଣ ହିସାବରେ ଧରାଯିବ ନାହିଁ । ଉଦାହରଣସ୍ୱରୂପ – ଗୋଟିଏ ଏକେକ ଯୋଗାଣରେ ଡବା ଖାଦ୍ୟ , ମିଠା , ଚକଲେଟ , ପିଠା , ଶୁଖିଲା ଫଳ , ମୃଦୁ ପାନୀଯ ଏବଂ ଫଳ ରସ ଥିବ ଏବଂ ସେଥିପାଇଁ ଗୋଟିଏ ମୂଲ୍ୟ ନିଆଯାଉଥିବ ତାହାକୁ ମିଶ୍ରିତ ଯୋଗାଣ କୁହାଯିବ । କାରଣ ଏଥିରେ ଥିବା ପ୍ରତ୍ୟେକଟି ଅଲଗା ଅଲଗା ଭାବରେ ମଧ୍ୟ ଯୋଗାଣ କରାଯାଇ ପାରିବ , କିନ୍ତୁ ଏହି ପଦାର୍ଥଗୁଡିକ ଲଗଲା ଅଲଗା ଭାବରେ ଯୋଗାଣ କରାଗଲେ ତାହାକାଉ ମିଶ୍ରିତ ଯୋଗାଣ କୁହାଯାଇ ପାରିବ ନାହିଁ ।
ଦୁଇ ବା ତତୋଧିକ ଯୋଗାଣ ମିଶ୍ରିତ ଭାବରେ ଯୋଗାଣ କରାଯାଉଥାଏ ତେବେ ସେଥିମଧ୍ୟରୁ ଯେଉଁ ଏକ ଯୋଗାଣ ଉପରେ ସର୍ବାଧିକ କର ଦେବାର ବ୍ୟବସ୍ଥା ଥିବ ସଂପୂର୍ଣ୍ଣ ଯୋଗାଣ ଉପର ସେହି କର ବସିବ ।
ହଁ, ଆଦର୍ଶ ଜି ଏସ ଟି ଅଣୁଚ୍ଛେଦ -୩ ରେ ଏପରି କେତେକ କାର୍ଯ୍ୟ ଲିପିବଦ୍ଧ କରିଛି ଯାହା ସେବା କିମ୍ବା ଦ୍ରବ୍ୟ ହିସାବରେ ପରିଗଣିତ ହେବନାହିଁ । ଯଥା
ଶୁନ ହାର ଯୋଗାଣ ମାନେ ଏସ ଇ ଦେଡି କୁ ହେଉଥିବା ଦ୍ରବ୍ୟ ଏବଂ ଅବା ସେବା ଅବା ଦ୍ରବ୍ୟ ଏବଂ ଅବା ସେବାର ଯୋଗାଣ ।
Last Modified : 11/10/2021