অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯୋଗାଣର ସମୟସୀମା

ଯୋଗାଣର ସମୟସୀମା

  1. ବସ୍ତୁଯୋଗାଣ କ୍ଷେତ୍ରରେ କେତେବେଳେ ଜିଏସ ଟି ଦେୟ ଦେବାକୁ ପଡେ
  2. କୌଣସି ଦ୍ରବ୍ୟ ବା ସେବା ବାବଦରେ ଭାଉଚର (ପ୍ରମାଣପତ୍ର) ଦେବାର ସମୟ ସୀମା କଣ
  3. ଯଦି ସି ଜି ଏସ ଟି /  ଏସ ଜି ଏସ ଟି ଆଇନର ଧାରା -୧୨ କିମ୍ବା ୧୩ ର ଉପଧାରା – ୨,୩,୪ ଅନୁସାରେ ଯୋଗାଣର ସମୟ ଧାର୍ଯ୍ୟ କରିବା ସମ୍ଭବ ନ ହୁଏ ତେବେ କିପରି ଯୋଗାଣର ସମୟ ନିର୍ଣ୍ଣୟ କରିଯିବା
  4. “ ଦେୟ ଦାଖଲର ତାରିଖ   “ କହିଲେ କଣ ବୁଝାଏ   ?
  5. ଧରାଯାଉ , ଅଗ୍ରିମ ଦେୟର କିଛି ଅଂସ ଭରଣା କରାଗଲା କିମ୍ବା ଆଂଶିକ ଦେୟ ଦାଖଲ ହୋଇଛି ବୋଲି ରସିଦ ଦିଆଗଲା   ,  ତା ହେଲେ ଏହା କଣ ପୂର୍ଣ୍ଣାଙ୍ଗ ଯୋଗାଣ ବ୍ୟବସ୍ଥା ବୋଲି ଗଣ୍ୟ ହେବ   ।
  6. ବିପରୀତ କର ପଇଠ କ୍ଷେତ୍ରରେ ଦ୍ରବ୍ୟର ଯୋଗାଣ ସମୟ କଣ
  7. ବିପରୀତ କର ପଇଠ କ୍ଷେତ୍ରରେ ସେବାର ଯୋଗାଣ ସମୟ କଣ
  8. ଯସ୍ୟ ସୁଧ ଯୋଗୁଁ ମୂଲ୍ୟ ବର୍ଦ୍ଧିତ ହୁଏ  , ବିଳମ୍ବବିନୀତ କାରଣରୁ ମୂଲ୍ୟ ଦିଆଯାଏ କିମ୍ବା ଜୋରିମାନା କିମ୍ବା ଦେୟକୁ ବିଳମ୍ବରେ ଦିଆଯାଏ  , ତେବେ ଯୋଗାଣ ତାରିଖ କଣ ହେବ
  9. ଯେଉଁ କ୍ଷେତ୍ରରେ ଯୋଗାଣ ସଂପୂର୍ଣ୍ଣ ହେବା ପୂର୍ବରୁ ଟିକସ ହାର ବଦଳିଯାଏ  , ସେ କ୍ଷେତ୍ରରେ ଯୋଗାଣର ସମୟ ବଦଳିଜୀବ କି  ?
  10. ଯେଉଁ କ୍ଷେତ୍ରରେ ଟିକସ ହାର ପରିବର୍ତ୍ତନ ପରେ ଯୋଗାଣ ସଂପୂର୍ଣ୍ଣ ହୋଇଛି , ସେ କ୍ଷେତ୍ରରେ ଯୋଗାଣ ସମୟ କଣ ହେବ   ।
  11. ଦ୍ରବ୍ୟ ଯୋଗାଣ ପରେ ଇନଉଏସ କଟା ହେବା କେତେ ସମୟ ମଧ୍ୟରେ ହୋଇପାରିବ   ।
  12. ସେବା ଯୋଗାଣ ପରେ କେତେ ସମୟ ମଧ୍ୟରେ ଇନଉଏସ କଟା ହୋଇପାରିବ
  13. କୌଣସି ଅନବିଚ୍ଛିନ୍ନ ଦ୍ରବ୍ୟ ଯୋଗାଣ କ୍ଷେତ୍ରରେ କେତେ ସମୟ ମଧ୍ୟରେ ଇନଉଏସ କାଟିବାକୁ ପଡିବ   ।
  14. କୌଣସି ଅନବିଚ୍ଚିନ୍ନ ସେବା ଯୋଗାଣ କ୍ଷେତ୍ରରେ କେତେ ସମୟ ମଧ୍ୟରେ ଇନଉଏସ କାଟିବାକୁ ହେବ   ।
  15. ଯେଉଁ କ୍ଷେତ୍ରରେ ଦ୍ରବ୍ୟକୁ ପଠାଯାଏ ଏବଂ ତାହା ଉପଯୁକ୍ତ କି ନାହିଁ ଅନୁମୋଦନ ହେବା ପରେ ନିଆଯାଏ ସେ କ୍ଷେତ୍ରରେ ଇନଉଏସ କଟାଯିବାର ସମୟ ସୀମା କଣ

ବସ୍ତୁଯୋଗାଣ କ୍ଷେତ୍ରରେ କେତେବେଳେ ଜିଏସ ଟି ଦେୟ ଦେବାକୁ ପଡେ

ସି ଜି ଏସ ଟି /ଏସ ଜି ଏସ ଟି ଆଇନର ଧାରା -୧୨ ଏବଂ ୧୩ ଦ୍ରବ୍ୟ ଯୋଗାଣର ସମୟ ବିଷୟରେ ଲିପିବଦ୍ଧ କରିଛି   । ଯୋଗାଣ ସମୟ ନିମ୍ନ ପ୍ରଦତ୍ତ ଘଟନାର ସମୟ ଠାରୁ ପୂର୍ବରୁ ହେବା ଉଚିତ  , ଯଥା –

  • ଯୋଗାଣକାରୀଙ୍କର ଯୋଗାଣ , ଇନଊଏସରେ ଥିବା ଇନଉଏସ କଟାଜାଇଥାଏ   ତାରିଖ କିମ୍ବା ଧାରା -୨୮ ଅନୁସାରେ ଯୋଗାଣ ନିମିତ୍ତ ଇନଊଏସ କଟିବାର ଶେଷ ତାରିଖ  ,
  • କିମ୍ବା ଯେଉଁଦିନ ଯୋଗାଣକାରୀ ଯୋଗାଣର ଦେୟ ପ୍ରାପ୍ତ ହୁଏ   ।

କୌଣସି ଦ୍ରବ୍ୟ ବା ସେବା ବାବଦରେ ଭାଉଚର (ପ୍ରମାଣପତ୍ର) ଦେବାର ସମୟ ସୀମା କଣ

ଦ୍ରବ୍ୟ ଏବଂ ସେବା ନିମିତ୍ତ ଭାଉଚର ଯୋଗାଣ ସମୟ ହେଉଛି   -

  • ଯଦି ଯୋଗାଣ ପରିଷ୍କାର ରୂପେ ଜଣାପଡୁଥାଏ ତେବେ ଭାଉଚର କାଟିବା ତାରିଖ
  • ଅନ୍ୟ ସମସ୍ତ ସ୍ଥିତିରେ ପ୍ରାପ୍ୟମୁକ୍ତି ହେବାର ତାରିଖ

ଯଦି ସି ଜି ଏସ ଟି /  ଏସ ଜି ଏସ ଟି ଆଇନର ଧାରା -୧୨ କିମ୍ବା ୧୩ ର ଉପଧାରା – ୨,୩,୪ ଅନୁସାରେ ଯୋଗାଣର ସମୟ ଧାର୍ଯ୍ୟ କରିବା ସମ୍ଭବ ନ ହୁଏ ତେବେ କିପରି ଯୋଗାଣର ସମୟ ନିର୍ଣ୍ଣୟ କରିଯିବା

ଧାରା -୧୨ (୫) ରେ ଏକ ଅବଶିଷ୍ଟନ୍ସ ତାଲିକାଭୁକ୍ତ ବିଷୟ ଅଛି , ଯେଉଁତିରେ କୁହାଯାଇଅଛି ଯେ ଯଦି ସମୟ ନିର୍ଦ୍ଧିଷ୍ଟ ରିଟର୍ଣ୍ଣ ଦିଆହୋଇଅଛି ତେବେ ସେହି ରିଟର୍ଣ୍ଣ ଦେବାର ତାରିଖ ଯୋଗାଣର ସମୟରେ ପରିଗଣିତ ହେବ , ଅନ୍ୟଥା ଯେଉଁ ଦିନ ସି ଜି ଏସ ଟି /  ଏସ ଜି ଏସ ଟି କର ପଇଠ କରାଯାଇଥିବ ସେହି ତାରିଖରୁ ଯୋଗାଣର ସମୟ ବୋଲି ଧରାଯିବ   ।

“ ଦେୟ ଦାଖଲର ତାରିଖ   “ କହିଲେ କଣ ବୁଝାଏ   ?

ଯୋଗାଣକରିଙ୍କ ଆକାଉଣ୍ଟ ଖାତାରେ ଦେୟ ଆସିବାର ତିଥି କିମ୍ବା ତାଙ୍କ ବ୍ୟାଙ୍କ ଏକାଉଣ୍ଟରେ ଦେୟ ସଂଯୁକ୍ତ ହେବାର ତିଥି  - ଏଥିରେ ଯେଉଁଟି ଆଗରୁ ହୋଇଥିବ ତାହା ହିଁ ଦେୟ ଦାଖଲର ତିଥି ରୂପେ ଗଣ୍ୟ ହେବ  ।

ଧରାଯାଉ , ଅଗ୍ରିମ ଦେୟର କିଛି ଅଂସ ଭରଣା କରାଗଲା କିମ୍ବା ଆଂଶିକ ଦେୟ ଦାଖଲ ହୋଇଛି ବୋଲି ରସିଦ ଦିଆଗଲା   ,  ତା ହେଲେ ଏହା କଣ ପୂର୍ଣ୍ଣାଙ୍ଗ ଯୋଗାଣ ବ୍ୟବସ୍ଥା ବୋଲି ଗଣ୍ୟ ହେବ   ।

ନା ।  ବିପୁଳ ପରିମାଣରେ ଯୋଗାଣ କରାଗଲେ , ଏହା ଚାଲାନ ବା ଆଂଶିକ ପାଉଣା ଜରିଆରେ ଦେୟଯୋଗ୍ୟ ହେବ   ।

ବିପରୀତ କର ପଇଠ କ୍ଷେତ୍ରରେ ଦ୍ରବ୍ୟର ଯୋଗାଣ ସମୟ କଣ

ନିମ୍ନଲିଖିତ ତାରିଖ ଯେଉଁଠି ଆଗ ପଡିବ ତାହାକୁ ଦ୍ରବ୍ୟ ଯୋଗାଣ ସମୟ ବୋଲି ଧରାଯିବ   ।

  • ଦ୍ରବ୍ୟ ପାଇବାର ତାରିଖ ; କିମ୍ବା
  • କର ପଇଠର ତାରିଖ ;କିମ୍ବା
  • ଯୋଗାଣକାରୀଙ୍କର ଇନଊଏସ କଟିବାର 30 ଦିନ

ବିପରୀତ କର ପଇଠ କ୍ଷେତ୍ରରେ ସେବାର ଯୋଗାଣ ସମୟ କଣ

ନିମ୍ନଲିଖିତ ତାରିଖ ଯେଉଁଠି ଆଗ ତାହାକୁ ସେବା ଯୋଗାଣ ସମୟ ବୋଲି ଧରାଯିବ   ।

  • କର ପଇଠ ତାରିଖ ; କିମ୍ବା
  • ଯୋଗାଣକାରୀଙ୍କର ଇନଉଏସ କଟିବାର ୬୦ ଦିନ

ଯସ୍ୟ ସୁଧ ଯୋଗୁଁ ମୂଲ୍ୟ ବର୍ଦ୍ଧିତ ହୁଏ  , ବିଳମ୍ବବିନୀତ କାରଣରୁ ମୂଲ୍ୟ ଦିଆଯାଏ କିମ୍ବା ଜୋରିମାନା କିମ୍ବା ଦେୟକୁ ବିଳମ୍ବରେ ଦିଆଯାଏ  , ତେବେ ଯୋଗାଣ ତାରିଖ କଣ ହେବ

ଯଦି ସୁଧ ପଇଠ ଯୋଗୁଁ ମୂଲ୍ୟ ବର୍ଦ୍ଧିତ ହୁଏ   , ବିଳମ୍ବଜନିତ କାରଣରୁ ମୂଲ୍ୟ ଦେବାକୁ ପଡେ କିମ୍ବା ଜୋରିମାନା କିମ୍ବା ଦେୟକୁ ବିଳମ୍ବରେ ଦିଆଯାଇଥାଏ  , ତେବେ ଯୋଗାଣକାରୀ ଏହି ପରିବର୍ଦ୍ଧିତ ପରିମାଣ ଯେଉଁ ତାରିଖରେ ପାଇଲେ ତାହାକୁ ଯୋଗାଣ ତାରିଖ କୁହାଯିବ   ।

ଯେଉଁ କ୍ଷେତ୍ରରେ ଯୋଗାଣ ସଂପୂର୍ଣ୍ଣ ହେବା ପୂର୍ବରୁ ଟିକସ ହାର ବଦଳିଯାଏ  , ସେ କ୍ଷେତ୍ରରେ ଯୋଗାଣର ସମୟ ବଦଳିଜୀବ କି  ?

ହଁ , ସେ କ୍ଷେତ୍ରରେ ଧାରା -୧୪ ରେ ଥିବା ଆଇନ ଲାଗୁ ହେବ   ।

ଯେଉଁ କ୍ଷେତ୍ରରେ ଟିକସ ହାରର ପରିବର୍ତ୍ତନ ପୂର୍ବରୁ ଯୋଗାଣ ସଂପୂର୍ଣ୍ଣ ହୋଇଥାଏ   , ସେ କ୍ଷେତ୍ରରେ ଯୋଗାଣର ସମୟ କଣ ଧରାଯିବ

ସେ କ୍ଷେତ୍ରରେ ଯୋଗାଣ ସମୟକୁ ନିମ୍ନ ପ୍ରକାରେ ଧରାଯିବ   ।

  • ଟିକସ ହାର ପରିବର୍ତ୍ତନ ପରେ ଯେଉଁ କ୍ଷେତ୍ରରେ ଇନଊଏସ କଟାଜାଇଅଛି ଏବଂ ଦେୟ ପାଇସାରିଛନ୍ତି , ସେ କ୍ଷେତ୍ରରେ ଯୋଗାଣର ସମୟ ଦେୟ ପାଇବା ତାରିଖ କିମ୍ବା ଇନଉଏସ କଟାଜାଇଥିବା ତାରିଖ , ଯେଉଁ ଗୋଟିଏକ ପ୍ରଥମେ ପଡିବ କିମ୍ବା
  • ଟିକସ ହାର ପରିବର୍ତ୍ତନ ପୂର୍ବରୁ ଯଦି ଇନଉଏସ କତଯାଇଛି   , କିନ୍ତୁ ଦେୟ ପଇଠ ହୋଇଛି ଟିକସ ପରିବର୍ତ୍ତନ ତାରିଖ ପରେ ସେ କ୍ଷେତ୍ରରେ ଇନଉଏସ ତାରିଖ ଯୋଗାଣର ସମୟ ହେବ ; କିମ୍ବା
  • ଯେଉଁ କ୍ଷେତ୍ରରେ ଦେୟ ଟିକସ ହାର ପରିବର୍ତ୍ତନ ପୂର୍ବରୁ ମିଳିଯାଇଛି ଏବଂ ଇନଉଏସ ଟିକସହାର ପରିବର୍ତ୍ତନ ପରେ କଟାଯାଇଛି  , ସେ କ୍ଷେତ୍ରରେ ଦେୟ ପାଇବାର ତାରିଖ ଯୋଗାଣ ସମୟ ହେବ   ।

ଯେଉଁ କ୍ଷେତ୍ରରେ ଟିକସ ହାର ପରିବର୍ତ୍ତନ ପରେ ଯୋଗାଣ ସଂପୂର୍ଣ୍ଣ ହୋଇଛି , ସେ କ୍ଷେତ୍ରରେ ଯୋଗାଣ ସମୟ କଣ ହେବ   ।

ଏ କ୍ଷେତ୍ରରେ ଯୋଗାଣ ସମୟ ହେବ   -

  • ଯଦି ଦେୟ ଟିକସ ପରିବର୍ତ୍ତନ ପରେ ମିଳିଛି , କିନ୍ତୁ ଇନଊଏସ ଟିକସ ହାର ପରିବର୍ତ୍ତନ ପୂର୍ବରୁ କଟାଯାଇଛି   , ସେଠାରେ ଦେୟ ଯେବେ ମିଳିଛି , କିମ୍ବା
  • ଯଦି ଟିକସ ହାର ପରିବର୍ତ୍ତନ ପୂର୍ବରୁ ଇନଊଏସ କଟାଯାଇଛି ଏବଂ ଦେୟ ମିଳିସାରିଛି ସେ କ୍ଷେତ୍ରରେ ଏନଉଏସ ତାରିଖ ଦେୟ ମିଳିବାର ତାରିଖ ଯେଉଁଠି ପ୍ରଥମେ ଆସିବ   ।
  • ଯେଉଁ କ୍ଷେତ୍ରରେ ଟିକସ ହାର ପରିବର୍ତ୍ତନ ଏନଉଏସ କତଯାଇଛି କିନ୍ତୁ ଦେୟ ପରିବର୍ତ୍ତନ ପୂର୍ବରୁ ମିଳିଛି ସେ କ୍ଷେତ୍ରରେ ଏନଉଏସ ତାରିଖକୁ ଯୋଗାଣ ସମୟ ନିଆଯିବ   ।

ଦ୍ରବ୍ୟ ଯୋଗାଣ ପରେ ଇନଉଏସ କଟା ହେବା କେତେ ସମୟ ମଧ୍ୟରେ ହୋଇପାରିବ   ।

ସି ଜି ଏସ ଟି /  ଏସ ଜି ଏସ ଟି ଆଇନର ଧାରା -୨୮ ହିସାବରେ ଜଣେ ପଞ୍ଜିକୃତ କରଦାତା ଜିନିଷର ନାମ , ପରିମାଣ ଏବଂ ମୂଲ୍ୟ , କର ଆଦାଯର ପରିମାଣ ଏବଂ ଅନ୍ୟାନ୍ୟ ସୂଚନା ଥିବା ଇନଉଏସ କୁ ନିମ୍ନଲିଖିତ କାର୍ଯ୍ୟର ପୂର୍ବଊ କିମ୍ବା କାର୍ଯ୍ୟ ସମୟରେ କାଟିବ

  • ଯଦି ଦ୍ରବ୍ୟ ଯୋଗାଣ ହେଉଥିବା ଏବଂ ଦ୍ରବ୍ୟକୁ ଗ୍ରହିତଙ୍କ ନିକଟକୁ ପଠାଯାଉଥାଏ   ।
  • ଗ୍ରହିତାଙ୍କୁ କିମ୍ବା ଦ୍ରବ୍ୟ ଦିଆଯାଉଥାଏ ଏବଂ ସେଗୁଡିକ ଗ୍ରହିତାଙ୍କ ନିକଟରେ ଉପସ୍ଥିତ କରାଯାଉଥାଏ  , ସେ କ୍ଷେତ୍ରରେ ଏହି କାର୍ଯ୍ୟ ସମୟରେ କିମ୍ବା ତା ପୂର୍ବରୁ ଇନଉଏସ କାଟିବାକୁ ପଡିବ   ।

ସେବା ଯୋଗାଣ ପରେ କେତେ ସମୟ ମଧ୍ୟରେ ଇନଉଏସ କଟା ହୋଇପାରିବ

ସି ଜି ଏସ ଟି /  ଏସ ଜି ଏସ ଟି ଆଇନର ଧାରା -୨୮ ଅନୁସାରେ ଜଣେ ପଞ୍ଜିକୃତ କର ଦାତା ସେବା ପ୍ରଦାନ ପୂର୍ବରୁ କିମ୍ବା ପରେ ଆଇନରେ ଲେଖାଯାଇଥିବା ସମୟ ସେବାର ନାମ , ମୂଲ୍ୟ କର ପରିମାଣ ଓ ଅନ୍ୟାନ୍ୟ ବିବରଣୀ ସମ୍ବଳିତ ଇନଉଏସ କତିବେ   ।

କୌଣସି ଅନବିଚ୍ଛିନ୍ନ ଦ୍ରବ୍ୟ ଯୋଗାଣ କ୍ଷେତ୍ରରେ କେତେ ସମୟ ମଧ୍ୟରେ ଇନଉଏସ କାଟିବାକୁ ପଡିବ   ।

ଅନବିଚ୍ଛିନ୍ନ ଦ୍ରବ୍ୟ ଯୋଗାଣ କ୍ଷେତ୍ରରେ ଯେଉଁଠି କ୍ରମପର୍ଯ୍ୟାୟ ହିସାବ ବିବରଣୀ ବା ଦେୟ ଦିଆଯାଉଥିବ , ସେ କ୍ଷେତ୍ରରେ ହିସାବ ବିବରଣୀ ଦେବାର ସମୟରେ କିମ୍ବା ଦେୟ ଗ୍ରହଣ ସମୟରେ ଇନଉଏସ କଟା ହୋଇପାରିବ   ।

କୌଣସି ଅନବିଚ୍ଚିନ୍ନ ସେବା ଯୋଗାଣ କ୍ଷେତ୍ରରେ କେତେ ସମୟ ମଧ୍ୟରେ ଇନଉଏସ କାଟିବାକୁ ହେବ   ।

ଅନବିଚ୍ଛିନ୍ନ ସେବା ଯୋଗାଣ କ୍ଷେତ୍ରରେ ଯଦି  -

  • ଚୁକ୍ତିରୁ କୌଣସି ତାରିଖ ଜଣାପଡୁଥାଏ ତେବେ ସେବା ଗ୍ରହିତାଙ୍କ ଦେୟ ପଇଠ ଧାର୍ଯ୍ୟ ତାରିଖ ପୂର୍ବରୁ କିମ୍ବା ପରେ ଇନଉଏସ କାଟିବାକୁ ପଡିବ   ,  କିନ୍ତୁ ଏହା ଯୋଗାଣକରି ପାଇଥାନ୍ତୁ , ଅବା ନ ପାଇଥାନ୍ତୁ ଇନଉଏସ ଏହି ଆଇନରେ ଉଲ୍ଲିଖିତ ସମୟ ସୀମା ମଧ୍ୟରେ କାଟିବାକୁ ହେବ   ।
  • ଯଦି ଚୁକ୍ତି କୌଣସି ତାରିଖ ଜଣାପଡୁନଥାଏ , ତେବେ ଯୋଗାଣକରି ଯେବେ ଯେବେ ଦେୟ ପାଇଲେ ସେ ତାରିଖ ପୂର୍ବରୁ ଅବା ପରେ ଇନଉଏସ କାଟିବାକୁ ପଡିବ   , କିନ୍ତୁ ଏହା ଏହି ଆଇନରେ ଉଲ୍ଲିଖିତ ସମୟ ସୀମା ମଧ୍ୟରେ କଟିବାକାଉ ହେବ  ।
  • ଯେତେବେଳେ ଦେୟ ପଇଠର କୌଣସି କାର୍ଯ୍ୟ ସାରିବା ସହିତ ସମ୍ବନ୍ଧ ଥିବ , ସେ କ୍ଷେତ୍ରରେ ଇନଉଏସ ସେ କାର୍ଯ୍ୟ ସରିବା ତାରିଖର ପୂର୍ବରୁ କିମ୍ବା ପରେ ଇନଉଏସ କଟାଯିବ ; କିନ୍ତୁ ଏହା ଏହି ଆଇନରେ ଉଲ୍ଲିଖିତ ଥିବା ସମୟ ସୀମା ମଧ୍ୟରେ ହେବ   ।

ଯେଉଁ କ୍ଷେତ୍ରରେ ଦ୍ରବ୍ୟକୁ ପଠାଯାଏ ଏବଂ ତାହା ଉପଯୁକ୍ତ କି ନାହିଁ ଅନୁମୋଦନ ହେବା ପରେ ନିଆଯାଏ ସେ କ୍ଷେତ୍ରରେ ଇନଉଏସ କଟାଯିବାର ସମୟ ସୀମା କଣ

ଯଦି ଦ୍ରବ୍ୟକୁ ପଠାଯାଏ ଏବଂ ଅନୁମୋଦନ ପରେ ବିକ୍ରି କରାଯାଏ  ସେ କ୍ଷେତ୍ରରେ ଦ୍ରବ୍ୟ / ଜିନିଷ ପଠାଯିବା ସମୟରେ ବା ତା ପୂର୍ବରୁ କିମ୍ବା ଅନୁମୋଦନ ୬ ମାସ ମଧ୍ୟରେ ଯେଉଁ ତାରିଖ ପ୍ରଥମେ ଆସିବ , ସେହି ତାରିଖ ମଧ୍ୟରେ ଇନଉଏସ କଟାଯିବା ଦରକାର   ।

ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼

Last Modified : 9/1/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate