(କ) ଟିକସ ପ୍ରଶାସନକୁ ତଥ୍ୟ ହସ୍ତାନ୍ତରଣ ପଦ୍ଧତି
(ଖ) ଟିକସ ପ୍ରଶାସନର ସମ୍ମତିସୂଚକ ଯାଞ୍ଚ କାର୍ଯ୍ୟସୂଚୀ
(ଗ) ନିର୍ଦ୍ଧିଷ୍ଟ ସୀମା ମଧ୍ୟରେ ଟିକସ ଦାତାଙ୍କ ଦେୟ ଭରଣା ଦାୟିତ୍ଵ ଚୂଡାନ୍ତ କରିବା, ପ୍ରଦତ୍ତ ସମୟ ମଧ୍ୟରେ ଦେୟ ଭରଣା ଦାୟିତ୍ଵ ଘୋଷଣା
(ଘ) ନୀତିଗତ ନିଷ୍ପତ୍ତି ଗ୍ରହଣ ପାଇଁ ଆବଶ୍ୟକ ଉପାଦାନ ଯୋଗାଣ
(ଙ) ଟିକସ ପ୍ରଶାସନର ଅଡିଟ ଓ ଟିକସ ଫାଙ୍କି ନିରୋଧୀ କାର୍ଯ୍ୟକ୍ରମ ପରିଚାଳନା
ପ୍ରତ୍ୟକ ପଞ୍ଜୀକୃତ ଟିକସଯୋଗ୍ୟ ବ୍ୟକ୍ତି , ଯିଏ କି ଟିକସ ଦେୟ ପଇଠ ଲାଗି ସର୍ବନିମ୍ନ ସୀମା ଅତିକ୍ରମ କରିଛନ୍ତି । ଜଣେ ଯୋଗାଣକାରୀ ଯାହାଙ୍କ ମୋଟ କାରବାର ୧୯ ଲକ୍ଷ ଟଙ୍କା ଅତିକ୍ରମ କରେ, ସେ ପଞ୍ଜୀକୃତ ହେବା ଅବଶ୍ୟ ; କିନ୍ତୁ ତାଙ୍କ କାରବାରର ୨୦ ଲକ୍ଷ ଟଙ୍କା ପାର ହେଲେ ସେ ଟିକସଯୋଗ୍ୟ ହେବେ । ତେଣୁ ଯୋଗାଣକାରୀଙ୍କ ପାଇଁ ଥିବା ସର୍ବନିମ୍ନ ସୀମା ୨୦ ଲକ୍ଷ ଟଙ୍କା ଅତିକ୍ରମ ହୋଇଥିବାରୁ ସେ ରିଟର୍ଣ୍ଣ ଫାଇଲ କରି ପାରିବେ । ସେହିପରି ଆନ୍ତଃରାଜ୍ୟ ଯୋଗାଣକାରୀ , TDS କାଟୁଥିବା ବ୍ୟକ୍ତି , ଇ – କମର୍ସ ଅପରେଟର ତଥା -କମର୍ସ ଅପରେଟରଙ୍କ ଜରିଆରେ ବସ୍ତୁ ଯୋଗାଣ କରୁଥିବା ଯୋଗାଣକାରୀଙ୍କ ଭଳି ଅନ୍ୟ ଶ୍ରେଣୀୟ ବ୍ୟକ୍ତି ପଞ୍ଜୀକୃତ ହେବା ସହ ରିଟର୍ଣ୍ଣ ଫାଇଲ କରିବେ । (ଅନୁଚ୍ଛେଦ -୩ ଓ ପଞ୍ଜୀକରଣ ଅଧ୍ୟାୟର ପ୍ରଶ୍ନ ଦ୍ରଷ୍ଟବ୍ୟ)
ଉତ୍ତର ଜଣେ ପଞ୍ଜୀକୃତ ଟିକସଦାତା ଯିଏ କି ଗୋଟିଏ ମାସରେ ବିଭିନ୍ନ ପ୍ରକାର ଯୋଗାଣ କରିଥିବେ , GSTR-1 ଅନୁଯାୟୀ ବାହ୍ୟ ଯୋଗାଣ ସୂଚୀ ରିଟର୍ଣ୍ଣ ଫାଇଲ କରିପାରିବେ । ବାହ୍ୟ ଯୋଗାଣ ସୂଚୀରେ ମୁଖ୍ୟତଃ ପଞ୍ଜୀକୃତ ବ୍ୟକ୍ତି ଓ ବ୍ୟକ୍ତି, ଓ ଅଣପଞ୍ଜୀକୃତ ବ୍ୟକ୍ତି (ଉପଭୋକ୍ତା) ଙ୍କୁ ବାହ୍ୟଯୋଗାଣ ଜମା ଓ ବ୍ୟୟ ରାଶିର ବିବରଣୀ , ଶୂନ୍ୟହାରଭିତ୍ତିକ , କର ଛାଡ ଓ ଅଣ – GST ଯୋଗଣ , ରପ୍ତାନୀ ଓ ପରବର୍ତ୍ତୀ ଯୋଗାଣପାଇଁ ଗ୍ରହଣ କରିଥିବା ଅଗ୍ରୀମ ଅର୍ଥ ଅନ୍ତର୍ଭୁକ୍ତ ।
ନା । ଚାଲାଣର ସ୍କାନ ନକଲ ଅପଲୋଡ୍ ହେବନାହିଁ । ଚାଲାଣରୁ ପ୍ରାପ୍ତ କେତେକ ନିର୍ଦ୍ଧିଷ୍ଟ ସୂଚନା କେବଳ ଅପଲୋଡ୍ ହେବ ।
ନା , ଏହା B2B କିମ୍ବା B2C ତଥା ରାଜ୍ୟ ଭିତର ଓ ରାଜ୍ୟ ବାହାର ଯୋଗାଣ ଉପରେ ନିର୍ଭର କରୁଛି ।
B2B ଯୋଗାଣ ପରିପ୍ରେକ୍ଷୀରେ , ସେ ଆନ୍ତଃ –ରାଜ୍ୟ ହେଉ ବା ରାଜ୍ୟର ଆଭ୍ୟନ୍ତରୀଣ ହେଉ ସବୁ ଚାଲାଣକୁ ଅପଲୋଡ୍ କରାଯିବ । କାରଣ ITC (ନିବେଶ ଟିକସ ଜମାରାଶି) ଗ୍ରହୀତା ନେଉଥିବାରୁ ଚାଲାଣ ମେଳ ଖାଇବା ନିହାତି ଆବଶ୍ୟକ ।
ତେବେ B2C ଯୋଗାଣ ପରିପ୍ରେକ୍ଷୀରେ , ସାଧାରଣତଃ ଅପଲୋଡିଙ୍ଗ ଆବଶ୍ୟକ ହେବନାହିଁ , କାରଣ କ୍ରେତା ITC ନେବା ନାହିଁ । ଲକ୍ଷଭିତ୍ତିକ ନୀତି ସମ୍ପାଦନ ଦୃଷ୍ଟିରୁ ଆନ୍ତଃ –ରାଜ୍ୟ B2B ଯୋଗାଣ ଯାହାର ହେଉଥିବା ଯୋଗାଣର ଚାଲାଣ ମୂଲ୍ୟ ଯଦି ଅଢେଇ ଲକ୍ଷ ଟଙ୍କା ତଳକୁ ଥିବ, ସେସବୁ ଚାଲାଣ ଓ ରାଜ୍ୟ ୱାରି ବିବରଣୀ କେବଳ ଯଥେଷ୍ଟ ।
ନାଁ, ବାସ୍ତବରେ ପ୍ରତ୍ୟକ ବିଷୟବସ୍ତୁର ବର୍ଣ୍ଣନା ଅପଲୋଡ ହେବ ନାହିଁ । ବସ୍ତୁ ଯୋଗାଣବେଳେ HSN କୋଡ୍ ଓ ସେବା ଯୋଗାଣବେଳେ ଆକାଉଣ୍ଟିଙ୍ଗ କୋଡ୍ କେବଳ ଅପଲୋଡ୍ କରାଯିବ । ରିଟର୍ଣ୍ଣ ଫାଇଲ କରୁଥିବା ବ୍ୟକ୍ତି ଗତବର୍ଷ କାରବାରର ସର୍ବନିମ୍ନ ସଂଖ୍ୟା ହିଁ ଅପଲୋଡ୍ କରିବେ ।
ହଁ, ଖାଲି କାରବାର ମୂଲ୍ୟ ନୁହେଁ , କାରବାରର ଟିକସଯୋଗ୍ୟ ମୂଲ୍ୟ ମଧ୍ୟ ଅପଲୋଡ୍ କରାଯିବ । ତେବେ କେତେକ କ୍ଷେତ୍ରରେ ଉଭୟକୁ ପୃଥକ ଭାବେ ଅପଲୋଡ୍ କରାଯିବ ।
ତେବେ ଏ କ୍ଷେତ୍ରରେ କୌଣସି ବିଚାର କରାନଗଲେ ଧାରା -୧ ଅନୁଯାୟୀ ଯୋଗାଣ କ୍ଷେତ୍ରରେ ଟିକସଯୋଗ୍ୟ ମୂଲ୍ୟ ଅପଲୋଡ୍ କରାଯିବ ।
ହଁ , ଯୋଗାଣକାରୀ ଅପଲୋଡ୍ କରିନଥିଲେ ଗ୍ରହୀତା ନିଜେ ନିଜେ ଚାଲାଣ ଅପଲୋଡ୍ କରିପାରିବେ । ଏଭଳି ଚାଲାଣ ଉପରେ ଜମାରାଶି ଅସ୍ଥାୟୀ ଭାବେ ଦିଆଯିବ , କିନ୍ତୁ ଏହା ମେଳ ଖାଇବା ଆବଶ୍ୟକ । ମେଳ ପରେ ଯଦି ଜଣାପଡିଲା ଯେ , ଯୋଗାଣକାରୀଙ୍କ ଦ୍ଵାରା ଚାଲାଣ ଅପଲୋଡ୍ ହୋଇନାହିଁ , ଉଭୟ ଯୋଗାଣକାରୀ ଓ ଗ୍ରହୀତାଙ୍କୁ ଏହା ଅବଗତ କରାଯିବ । ଯଦି ଏହି ଅମେଳ ସଂଶୋଧିତ ହୁଏ , ତା’ହେଲେ ଅସ୍ଥାୟୀଭାବେ ପ୍ରଦତ୍ତ ଜମାରାଶିକୁ ସ୍ଵୀକୃତି ମିଳିବ ; କିନ୍ତୁ ଯଦି ଅବଗତ ପରେ ଅମେଳ ଅପରିବର୍ତ୍ତିତ ରହେ ତା’ହେଲେ ଅସ୍ଥାୟୀଭାବେ ପ୍ରଦତ୍ତ ଜମାରାଶି ବିପରୀତମୁଖୀ ହେବ ।
GSTR-2 ବହୁଳାଂଶ ଲୋକଙ୍କ ଦ୍ଵାରା ସ୍ୱୟଂଚାଳିତ ଥିବା ଦୃଷ୍ଟିରୁ ଅଳ୍ପ କେତେକ ବିବରଣୀ ଗ୍ରହୀତାଙ୍କୁ ପୂରଣ କରିବାକୁ ପଡିବ । ତନ୍ମଧ୍ୟରେ ଆମଦାନୀ ବିବରଣୀ , ଅଣ –ପଞ୍ଜୀକୃତ କିମ୍ବା ଯୌଗିକ ଯୋଗାଣକାରୀଙ୍କଠାରୁ କ୍ରୟ ବିବରଣୀ ତଥା କରମୁକ୍ତ , ଅଣ GST ଓ ଶୂନ୍ୟ GST ଯୋଗାଣ ଆଦି ଅନ୍ତର୍ଭୁକ୍ତ । ଗ୍ରହୀତା କେବଳ ଏଗୁଡ଼ିକର ବିବରଣୀକୁ ପୂରଣ କରିବେ ।
ଯଦି GSTR-2 ର ଚାଲାଣ ପ୍ରତିପକ୍ଷ GSTR -1 ର ଚାଲାଣ ସହ ମିଶିଲାଣି ତଥା ଦୁଇପକ୍ଷ ଜାଣିଶୁଣି ମଧ୍ୟ ଅମେଳରେ ସଂଶୋଧନ କଲେ ନାହିଁ ଓ ଅମେଳ ଅପରିବର୍ତ୍ତିତ ରହେ ତା’ହେଲେ ITC ବିପରୀତମୁଖୀ ହେବ । ଦୁଇଟି କାରଣ ପାଇଁ ଅମେଳ ଦେଖାଦେଇଥାଏ । ପ୍ରଥମତଃ ଗ୍ରହୀତାଙ୍କ ପଟୁ ଭୁଲ୍ ହୋଇଥାଇପାରେ । ଏ କ୍ଷେତ୍ରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ । ଦ୍ଵିତୀୟତଃ, କଥିତ ଚାଲାଣ ଯୋଗାଣକାରୀଙ୍କ ଦ୍ଵାରା ଯାଇର ହୋଇଥାଏ , କିନ୍ତୁ ସେ ଅପଲୋଡ୍ କରିନଥାନ୍ତି କି ଏହା ଉପରେ ଟିକସ ଦେଇନଥାନ୍ତି । ଏ କ୍ଷେତ୍ରରେ ଯୋଗାଣକାରୀଙ୍କ ବିରୁଦ୍ଧରେ ଅଣଆଦାୟ ଲାଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଂକ୍ଷେପରେ କହିବାକୁ ଗଲେ , ଯଦି ଯୋଗାଣକାରୀ ଯୋଗାଣ କରି ଏହାର ଟିକସ ଦେୟ ଭରଣା ନ କରନ୍ତି , ତା’ହେଲେ ଏଭଳି ଅମେଳ ଲାଗି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଯେକୌଣସି ସ୍ଥିତିରେ , କିନ୍ତୁ ପରବର୍ତ୍ତୀ ଆର୍ଥିକ ବର୍ଷର ସେପ୍ଟେମ୍ବର ପୂର୍ବରୁ ଯୋଗାଣକାରୀ ଚାଲାଣ ଅପଲୋଡ୍ କରିପାରିବେ । ଏହାଛଡା ଏଭଳି ଭୁଲ୍ ରେ ଛାଡିଯାଇଥିବା ଚାଲାଣ ପାଇଁ ଟିକସ ଓ ସୁଧ ଭରଣା କରିବେ । GSTR-3 ଅନୁଯାୟୀ ଯେଉଁ ମାସରେ ସେ ତାଙ୍କ ଚାଲାଣ ଅପଲୋଡ୍ କରିଥିବେ ସେତିକିବେଳେ ଟିକସ ଓ ସୁଧା ଭରଣା କରିବେ । ଏହି ଚାଲାଣ ଭିତ୍ତିରେ ଗ୍ରହୀତା ଆପେ ଆପେ ITC ପ୍ରାପ୍ତ ହୋଇପାରିବେ । ବିପରୀତମୁଖୀ ସମୟରେ ଗ୍ରହୀତା ଯେଉଁ ସୁଧ ଭରଣା କରିଥିବେ , ତାଙ୍କୁ GSTNର ସ୍ୱୟଂଚାଳିତ ବ୍ୟବସ୍ଥାନୁଯାୟୀ ଅର୍ଥ ଫେରସ୍ତ ଦିଆଯିବ ।
GSTR-1ରେ ପ୍ରତିପକ୍ଷ ଯୋଗାଣକାରୀଙ୍କ ଦ୍ଵାରା ପ୍ରଦତ୍ତ ବିବରଣୀ ଭିତ୍ତିରେ GSTR-2 ରେ ଗ୍ରହୀତାଙ୍କ ଦ୍ଵାରା ଗ୍ରହଣ ହୋଇଥିବା ଯୋଗାଣରେ ବିବରଣୀ ସ୍ୱୟଂଚାଳିତ ହୋଇପାରିବ ।
ପରବର୍ତ୍ତୀ ଆର୍ଥିକ ବର୍ଷର ସେପ୍ଟେମ୍ବର ସୁଦ୍ଧା ଯଦି ଯୋଗାଣକାରୀ ତାଙ୍କ ଚାଲାଣକୁ କୌଣସି ସମୟରେ ବିପରୀତମୁଖୀ କରନ୍ତି , ତା’ହେଲେ ପୂର୍ବରୁ ଫେରନ୍ତା ଜମାରାଶି ପୁନରୁଦ୍ଧାର ହୋଇପାରିବ । ଏହାଛଡା ବିପରୀତମୁଖୀ ବେଳେ ଯେଉଁ ସୁଧ ଯୋଗାଣକାରୀ ପଇଠ କରିଥିଲେ ତାହା ମଧ୍ୟ ଫେରସ୍ତ ମିଳିବ ।
ନା, ଯୌଗିକ ଟିକସଦାତା ବାହ୍ୟ ଓ ଆନ୍ତଃ ଯୋଗାଣ ସମ୍ପର୍କିତ ବିବରଣୀ ଫାଇଲ କରିବା ଆବଶ୍ୟକ ନୁହେଁ । ସେ ତ୍ରୈମାସିକ ପର ମାସରେ ପହିଲା ସୁଦ୍ଧା GSTR-4 ଫର୍ମ ଅନୁଯାୟୀ ତ୍ରୈମାସିକ ରିଟର୍ଣ୍ଣ ଫାଇଲ କରିପାରିବେ । ତେବେ ସେମାନେ କୌଣସି ITC ପାଇଁ ଯୋଗ୍ୟତା ଅର୍ଜନ କରିନଥିବାରୁ ସେମାନଙ୍କ ପାଇଁ GSTR -2ର କୌଣସି ପ୍ରାସଙ୍ଗିକତା ନାହିଁ । ତେଣୁ ସେମାନେ ତାଙ୍କ ଗ୍ରହୀତାଙ୍କୁ କୌଣସି ଜମାରାଶି ପ୍ରେରଣ ନ କରିପାରିବା ଯୋଗୁ GSTR-1ର ମଧ୍ୟ ସେମାନଙ୍କ ପାଇଁ ଅପ୍ରାସଙ୍ଗିକ ରିଟର୍ଣ୍ଣ ଦାଖଲ କଲାବେଳେ ସେମାନେ ବାହ୍ୟ ଯୋଗାଣ ଓ ଟିକସ ଦେୟ ପଇଠର ବିବରଣୀ ପ୍ରଦାନ କରିବେ । ସେମାନେ ତ୍ରୈମାସିକ ରିଟର୍ଣ୍ଣ ଦାଖଲ କଲାବେଳେ କ୍ରୟ ସମ୍ପର୍କିତ ବିବରଣୀ ପ୍ରଦାନ କରିବେ , ଯାହାକି ଅଧିକାଂଶ ସ୍ୱୟଂଚାଳିତ ।
ନା, ISD GSTR-6ରେ କେବଳ ଗୋଟିଏ ରିଟର୍ଣ୍ଣ ଫାଇଲ କରିପାରିବେ । ଏହି ରିଟର୍ଣ୍ଣ ସେବା ଯୋଗାଣକାରୀଙ୍କ ଠାରୁ ସେମାନେ ପାଇଥିବା ଜମାରାଶିର ପୂର୍ଣ୍ଣାଙ୍ଗ ବିବରଣୀ ରହିବ । ଏହାଛଡା ରିଟର୍ଣ୍ଣରେ ମଧ୍ୟ ସେମାନେ ଆନୁସାଙ୍ଗିକ ସଂସ୍ଥାକୁ ବଣ୍ଟନ କରିଥିବା ଜମାରାଶି ବିଷୟରେ ଉଲ୍ଲେଖ ରହିବ । ସୁତରାଂ , ସେମାନେ ରିଟର୍ଣ୍ଣରେ ଏହିସବୁ ପ୍ରସଙ୍ଗ ସ୍ଥାନିତ ହେଉ ଥିବାରୁ ବାହ୍ୟ ଓ ଆନ୍ତଃଯୋଗାଣ ଲାଗି ପୃଥକ ବିବରଣୀ ଫାଇଲ କରିବା ଅନାବଶ୍ୟକ ।
GST ଆଇନ ଅନୁଯାୟୀ , GSTR-7 ଫର୍ମରେ ରିଟର୍ଣ୍ଣ ପାଇଁ ଦାଖଲ କଲାବେଳେ ଟିକସ କାଟୁଥିବା ବ୍ୟକ୍ତି ତାଙ୍କ ଦ୍ଵାରା ହୋଇଥିବା ସମସ୍ତ ଟିକସ କଟାଇ ବିବରଣୀ ପ୍ରଦାନ କରିବେ । ଯେଉଁ ମାସରେ ଟିକସ କଟିଥିବ ତା’ ପରବର୍ତ୍ତୀ ମାସର ୧୦ ତାରିଖରେ ରିଟର୍ଣ୍ଣ ଫାଇଲ କରାଯିବ । ଟିକସ କାଟୁଥିବା ବ୍ୟକ୍ତି ସମସ୍ତ ଟିକସ କଟା ସମ୍ପର୍କରେ ବିବରଣୀ ଅପଲୋଡ୍ କରିବେ । ଏହା ଟିକସ କାଟୁଥିବା ସଂସ୍ଥାଙ୍କ GSTR-2ରେ ଅଟୋ ପପୁଲେଟେଡ ହେବ । ଟିକସଦାତା GSTR-2ରେ ଏହି ବିବରଣୀକୁ ସ୍ଵୀକୃତି ଦେଲେ କଟିଥିବା ଜମାରାଶି ପାଇପାରିବେ । ଜମାରାଶି ପାଇବାକୁ ହେଲେ ସ୍ଥୂଳ ରୂପ ବା ଇଲେକ୍ଟ୍ରୋନିକ ରୂପରେ କୌଣସି ପ୍ରମାଣପତ୍ର ଦାଖଲ କରାଯିବା ଅନାବଶ୍ୟକ । ଏହି ପ୍ରମାଣ ପତ୍ର କେବଳ ଟିକସଦାତାଙ୍କ ରେକର୍ଡ ଲାଗି ରଖାଯିବ । ଏହାକୁ ସାଧାରଣ ପୋର୍ଟାଲରୁ ଡାଉନଲୋଡ କରିହେବ ।
ସାମୟିକ ଟିକସଦାତାଙ୍କୁ ଛାଡି GSTR-1ରୁ GSTR -3 ମଧ୍ୟରେ ରିଟର୍ଣ୍ଣ ଫାଇଲ କରୁଥିବା ସବୁ ଟିକସଦାତା ଓ ଯୌଗିକ ଯୋଜନା ବଳରେ ଟିକସ ଦେଉଥିବା ବ୍ୟକ୍ତି, ବାର୍ଷିକ ରିଟର୍ଣ୍ଣ ଫାଇଲ କରିପାରିବେ । ତେବେ ସାମୟିକ ଟିକସଦାତା ,ପ୍ରବାସୀ ଟିକସଦାତା ,ISD ଓ TDS ପାଇଁ ଅଧିକୃତ ବ୍ୟକ୍ତି ବାର୍ଷିକ ରିଟର୍ଣ୍ଣ ଫାଇଲ କରିପାରିବେ ନାହିଁ ।
ନା, ସାଧାରଣ କିମ୍ବା ଯୌଗିକ ଟିକସ ଦେଉଥିବା ସମସ୍ତ ପଞ୍ଜୀକୃତ ଟିକସଯୋଗ୍ୟ ବ୍ୟକ୍ତି ବାର୍ଷିକ ରିଟର୍ଣ୍ଣ ଫାଇଲ କରିପାରିବେ । ତେବେ ଯେଉଁ ପଞ୍ଜୀକୃତ ଟିକସଯୋଗ୍ୟ ବ୍ୟକ୍ତି ପଞ୍ଜୀକରଣ ବାତିଲ ଲାଗି ଆବେଦନ କରିଥିବେ ସେମାନେ କେବଳ ଚୁଡାନ୍ତ ରିଟର୍ଣ୍ଣ ଫାଇଲ କରିବେ । ତେବେ ପଞ୍ଜୀକରଣ ବାତିଲ କିମ୍ବା ପଞ୍ଜିକରଣ ବାତିଲ / ଆଦେଶ ତିନିମାସ ମଧ୍ୟରେ ସେମାନେ ଏହି ଚୁଡାନ୍ତ ରିଟର୍ଣ୍ଣ ଫାଇଲ କରିବେ ।
ଉତ୍ତର GST ନିୟମାନୁଯାୟୀ , ବ୍ୟକ୍ତିଗତ କାରବାରରୁ ବିବରଣୀକୁ ନେଇ ରିଟର୍ଣ୍ଣ ପ୍ରସ୍ତୁତ ହୋଇଥାଏ । ତେଣୁ ରିଟର୍ଣ୍ଣରେ ପୁନର୍ବିନ୍ୟାସର ଆବଶ୍ୟକତା ପଡେ ନାହିଁ । ଯଦି ରିଟର୍ଣ୍ଣରେ କୌଣସି ପୁନର୍ବିନ୍ୟାସର ଆବଶ୍ୟକତା ପଡେ , ତା’ହେଲେ ଚାଲାଣ କିମ୍ବା ଜମା ଓ ଖର୍ଚ୍ଚରାଶିର ବିବରଣୀକୁ ପରିବର୍ତ୍ତନ କରିବାକୁ ହୁଏ । ପରିମାର୍ଜିତ ରିଟର୍ଣ୍ଣ ଦାଖଲ ହୋଇଥିବା ସତ୍ତ୍ୱେ ବ୍ୟବସ୍ଥା ଅନୁଯାୟୀ କାରବାରର ବିବରଣୀ ସଂଶୋଧନ ଅନୁମତି ମିଳିଥାଏ । GSTR -1/2 ଅନୁଯାୟୀ କାରବାର ବିବରଣୀକୁ ସଂଶୋଧନ କରାଯାଇପାରିବ ।
ଉତ୍ତର ଟିକସଦାତା ସେମାନଙ୍କ ରିଟର୍ଣ୍ଣ ଓ ଷ୍ଟେଟମେଣ୍ଟ ଫାଇଲ କରିବାଲାଗି ବିଭିନ୍ନ ପଦ୍ଧତି ରହିଛି । ପ୍ରଥମତଃ ସେମାନେ ଷ୍ଟେଟମେଣ୍ଟ ଫାଇଲ କରିବାଲାଗି ବିଭିନ୍ନ ପଦ୍ଧତି ରହିଛି । ପ୍ରଥମତଃ ସେମାନେ ଷ୍ଟେଟମେଣ୍ଟ ଓ ରିଟର୍ଣ୍ଣସ୍ କମନ୍ ପୋର୍ଟାଲ ଅନ୍ ଲାଇନରେ ସିଧାସଳଖ ଭାବେ ଫାଇଲ କରିବେ । ଏବେ ବହୁସଂଖ୍ୟକ ଚାଲାଣ ଥିବାରୁ ଏହା ଟିକସଦାତାଙ୍କ ପାଇଁ କଷ୍ଟସାଧ୍ୟ ଓ ସମୟ ସାପେକ୍ଷ । ଏଭଳି ଟିକସଦାତାଙ୍କ ପାଇଁ ଅପ୍ ଲାଇନ ସୁବିଧା ଉପଲବ୍ଧ । ସେମାନେ ଅଟୋ ପପୁଲେଟେଡ ଡିଟେଲକୁ ଡାଉନ୍ ଲୋଡ୍ କଲାପରେ ଷ୍ଟେଟମେଣ୍ଟ ପ୍ରସ୍ତୁତ କରିବେ । ପରେ ଏହାକୁ କମନ୍ ପୋର୍ଟାଲରେ ଅପଲୋଡ୍ କରିବେ । GSTN ମଧ୍ୟ (GST) ସୁବିଧା ପ୍ରୋଭାଇଡର (GSP) ପରିବେଶଗତ ବ୍ୟବସ୍ଥା ଭଳି ଏକ ପଦ୍ଧତି ପ୍ରସ୍ତୁତ କରିବେ , ଯାହାକି କମନ୍ ପୋର୍ଟାଲ ସହ ସମନ୍ଵୟ ରକ୍ଷା କରିବ ।
ଉତ୍ତର GST ଅନ୍ତର୍ଗତ ସବୁଠୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ହେଉଛି ଫର୍ମ (GST-1)ରେ ପରବର୍ତ୍ତୀ ମାସର ୧୦ ତାରିଖରେ ବାହ୍ୟ ଯୋଗାଣର ବିବରଣୀକୁ ସମୟାନୁଯାୟୀ ଅପଲୋଡ୍ କରିବା । ଏ ଦିଗରେ ସର୍ବୋକୃଷ୍ଟ କ’ଣ କରାଯାଇ ପାରିବ ତାହା କରିଥିବା B2B ଚାଲାଣର ସଂଖ୍ୟା ଉପରେ ନିର୍ଭରଶୀଳ । ଯଦି ସଂଖ୍ୟା କ୍ଷୁଦ୍ର ହୋଇଥାଏ ତା’ହେଲେ ଟିକସଦାତା ସବୁ ତଥ୍ୟ ଏକାଠି ଅପଲୋଡ୍ କରିପାରିବେ । ତେବେ ଚାଲାଣ ସଂଖ୍ୟା ବହୁତ ହୋଇଥିଲେ ଚାଲାଣ ନିୟମିତ ପ୍ରକ୍ରିୟାରେ ଅପଲୋଡ୍ କରାଯିବ । ଚାଲାଣର ନିୟମିତ ଏପରିକି ବାସ୍ତବ ସମୟ ଭିତ୍ତିରେ ଅପଲୋଡ୍ କରିବାକୁ GSTN ଅନୁମତି ଦେଇଥାଏ , ଯେପର୍ଯ୍ୟନ୍ତ ଷ୍ଟେଟମେଣ୍ଟ ବାସ୍ତବରେ ଦାଖଲ କରାଯାଇ ନାହିଁ । ଅପଲୋଡ୍ ହୋଇଥିବା ଚାଲାଣକୁ ସଂଶୋଧନ କରିବାକୁ ଟିକସଦାତାଙ୍କୁ ବ୍ୟବସ୍ଥା ଅନୁମତି ହୋଇଥାଏ । ସୁତରାଂ ଟିକସଦାତା ନିୟମିତ ଭାବେ ଚାଲାଣ ଅପଲୋଡ୍ କଲେ ତାହାର ସର୍ବଦା ହିତସାଧନ ହୋଇଥାଏ । ଶେଷ ମୂହୁର୍ତ୍ତରେ ଅପଲୋଡ୍ କରିବା କଷ୍ଟସାଧ୍ୟ ଓ ଏଥିରେ ଖିଲାପ, ତ୍ରୁଟି କିମ୍ବା ବିଫଳ ହେବାର ସମ୍ଭାବନା ରହିଛି । ଦ୍ଵିତୀୟତଃ ସେମାନେ ଯୋଗାଣକାରୀଙ୍କ ଦ୍ଵାରା ହେଉଥିବା ଆଭ୍ୟନ୍ତରୀଣ ଯୋଗାଣର ଚାଲାଣକୁ ଟିକସଦାତା ଅପଲୋଡିଙ୍ଗ ସୁନିଶ୍ଚିତ କରିବା ଆବଶ୍ୟକ । ଏହା ନିବେଶ ଟିକସ ଜମାରାଶି ବିନା ଝିନଝଟ ଓ ବିଳମ୍ବରେ ଟିକସଦାତାଙ୍କୁ ମିଳିବା ଲାଗି ସହାୟକ ହୋଇଥାଏ । ଗ୍ରହୀତାମାନେ ସେମାନଙ୍କ ଯୋଗାଣକାରୀଙ୍କୁ ଶେଷ ମୂହୁର୍ତ୍ତରେ କିମ୍ବା ଶେଷ ତିଥି ପାଖାପାଖି ଚାଲାଣ ଅପଲୋଡ୍ ନ କରି ନିୟମିତ ପ୍ରକ୍ରିୟାରେ ପୂର୍ବରୁ ସମ୍ପାଦନ ଲାଗି ଉତ୍ସାହିତ କରିବା ଉଚିତ୍ । ଗ୍ରହୀତାମାନେ ସେମାନଙ୍କ ଯୋଗାଣକାରୀ ଅପଲୋଡ୍ କଲେ କି ନାହିଁ ଏହି ବ୍ୟବସ୍ଥାରେ ପରିଦୃଷ୍ଟ ହୋଇପାରିବ । ଟିକସଦାତାଙ୍କ ସମ୍ମତି ସ୍ତରର ଟ୍ରାକ ରେକର୍ଡ GSTN ବ୍ୟବସ୍ଥାରେ ଅନ୍ତର୍ଗତ । ଏପରିକି ଟିକସଦାତା ଯୋଗାଣକାରୀଙ୍କ ଦ୍ଵାରା ଜାରି ହୋଇଥିବା ଠିକ୍ ସମୟରେ ଅପଲୋଡ୍ କରିବାର ଟ୍ୟାକ ରେକର୍ଡ GSTN ବ୍ୟବସ୍ଥାରେ ଅନ୍ତର୍ଗତ । GSTର ସାଧାରଣ ପୋର୍ଟାଲର ଗୋଟିଏ ସ୍ଥାନରେ PAN ଇଣ୍ଡିଆ ଡାଟା ରହିବ । ଏହା ଟିକସଦାତାଙ୍କୁ ବହୁ ମୂଲ୍ୟ ସେବା ଯୋଗାଇ ଦେବାରେ ସହାୟକ ହେବ । ଚାଲାଣର ନିୟମିତ ଅପଲୋଡିଙ୍ଗକୁ ଆହୁରି ସହଜ ଓ ସୁଗମ କରିବାକୁ ପ୍ରୟାସ ଚାଲିଛି । ଏ ଦିଗରେ ଲକ୍ଷ ହାସଲ ଲାଗି ଏବଂ ସକ୍ଷମ PAN ଭିତ୍ତିକ ବ୍ୟବସ୍ଥା ସୃଷ୍ଟି ହେବ ବୋଲି ଆଶା କରାଯାଉଛି । GST ଅଧୀନରେ ସହଜ ଓ ଝିନଝଟ ମୁକ୍ତ ଟିକସ ଦେୟ ଭରଣା ନିମିତ୍ତ ଟିକସଦାତାମାନେ ଏହି PAN ଭିତ୍ତିକ ବ୍ୟବସ୍ଥାର ଫଳପ୍ରଦ ପରିଚାଳନା କରିବା ଉଚିତ୍ ।
ନା , ଜଣେ ଟ୍ୟାକ୍ସ ରିଟର୍ଣ୍ଣ ପ୍ରସ୍ତୁତକର୍ତ୍ତାଙ୍କ ଜରିଆରେ ପଞ୍ଜୀକୃତ ଟିକସଦାତା ମଧ୍ୟ ରିଟର୍ଣ୍ଣ ଫାଇଲ କରିପାରିବେ । ଏହି ଟ୍ୟାକ୍ସ ରିଟର୍ଣ୍ଣ ପ୍ରସ୍ତୁତକର୍ତ୍ତାକୁ କେନ୍ଦ୍ର ଓ ରାଜ୍ୟ ଟିକସ ପ୍ରଶାସନ ମଞ୍ଜୁରୀ ଦେଇଥିବା ଉଚିତ୍ ।
ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼
Last Modified : 10/11/2023