অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସାଧାରଣ ବିକ୍ରି କରରେ ଆବେଦନ,ସମୀକ୍ଷା ଓ ପୁନଃନିରୀକ୍ଷଣ

ସାଧାରଣ ବିକ୍ରି କରରେ ଆବେଦନ,ସମୀକ୍ଷା ଓ ପୁନଃନିରୀକ୍ଷଣ

  1. ଯଦି  କୌଣସି  ବ୍ୟକ୍ତି  ବିପକ୍ଷରେ  କୌଣସି  ବ୍ୟଥିତ   ନିର୍ଦ୍ଦେଶ   ବା  ନିଷ୍ପତ୍ତି  ପାରିତ  ହୋଇଛି, ତେବେ  ସେ  ଆବେଦନ   କରିପାରିବ  କି ?
  2. ପ୍ରଥମ  ଆବେଦନକାରୀଙ୍କ  ନିକଟରେ  ଆବେଦନ କରିବାର  ସମୟ  ଅବଧି  କେତେ  ?
  3. ପ୍ରଥମ  ଆବେଦନର  ବିଚାର ସମ୍ବନ୍ଧୀୟ ବିଳମ୍ବକୁ କ୍ଷମା କରିବାର ଅଧିକାର ପ୍ରଥମ  ଆବେଦନକାରୀଙ୍କର  ଅଛି  କି ?
  4. ପ୍ରଥମ   ଆବେଦନକାରୀଙ୍କର  କିଛି   ଅତିରିକ୍ତ   ବିଚାର  ସମ୍ବନ୍ଧୀୟ  ବିଷୟରେ  ଅନୁମତି  ଦେବାର  କ୍ଷମତା   ଅଛି କି ନାହିଁ   ।
  5. ପ୍ରଥମ   ଆବେଦନକାରୀଙ୍କର  ନିଷ୍ପତ୍ତିକୁ  କାହାକୁ  ଜଣାଇବା   ଦରକାର ?
  6. ପ୍ରତ୍ୟକ  ଆବେଦନ   ସହିତ   କେତେ  ପରିମାଣର  ବାଧ୍ୟତାମୂଳକ   ଜମା  କରିବାକୁ   ଆବଶ୍ୟକ ?
  7. ପ୍ରଥମ   ଆବେଦନ  ଅଧିକାରୀଙ୍କ  ନିକଟରେ   ଅଧିକ  ମୂଲ୍ୟର  ରାଶି  ଜମା   କରିବା  ନିମିତ୍ତ   ବିଭାଗ  ତରଫରୁ   ନିର୍ଦ୍ଦେଶାନାମା  ପାରିତ  ହେବ  କି ?
  8. ବଳକା  ଅସୁଲ  ପରିମାଣ  କଣ  ?
  9. କୌଣସି  ଏକ  ଆବେଦନରେ  ମୂଳ  କର୍ତ୍ତୃପକ୍ଷଙ୍କ  ଦ୍ଵାରା  ପାରିତ  ହୋଇଥିବା  ଶୁଳ୍କ / ଜୋରିମାନା /ଶାସ୍ତି / ଫେରସ୍ତ  ପରିମାଣ/ ଅର୍ନ୍ତଗ୍ରହିତ କରକୁ   କମ୍  ବା  ବେଶିକରିବାର  ଆଦେଶ  ଦେଇପାରିବେ  କି ?
  10. କୌଣସି  କାରଣ  ପାଇଁ  ଆବେଦନ   ଅଧିକାରୀ   କେସ୍ ଟିକୁ   ନ୍ୟାୟଧୀଶଙ୍କ   ନିକଟକୁ   ପୁନଃ  ପ୍ରେରଣ  କରିପାରିବେ  କି  ?
  11. ଅଧିସ୍ତନ  ଅଧିକାରୀଙ୍କ  ଦ୍ଵାରା  ନିୟମ  ଅନୁଯାୟୀ  ପ୍ରେରିତ  ହୋଇଥିବା  କୌଣସି  ଆଦେଶକୁ   SGST ର  କମିଶନର  ପୁନଃ   ନିରୀକ୍ଷଣ   କରିପାରିବେ  କି ?
  12. ଅଧିନସ୍ଥ  ଅଧିକାରୀଙ୍କ  ଦ୍ଵାରା  ବିଚାରଧିନ  ବିଷୟରେ  କମିଶନର  SGST  କୌଣସି  ନିର୍ଦ୍ଦେଶ  ଜାରି   କରିପାରିବେ  କି ?
  13. ଅଧିନସ୍ଥ  ଅଧିକାରୀଙ୍କର  ନିଷ୍ପତ୍ତିକୁ  ପୁନଃ   ନିରୀକ୍ଷଣ   କରିବା  ପାଇଁ  SGST ଅଧୀନରେ  କମିଶନରଙ୍କର  କ୍ଷମତା  ଉପରେ  କେଉଁ   ପ୍ରାତିବନ୍ଧକ  ରହିଛି   ?
  14. କେତେବେଳେ  ଏକ  ଆବେଦନକୁ  ଟ୍ରିବ୍ୟୁନାଲ  ମନା   କରିପାରିବେ  ?
  15. ଟ୍ରିବ୍ୟୁନାଲରେ  ଆବେଦନ   କରିବା  ପାଇଁ   କେତେ  ସମୟ  ଆବଶ୍ୟକ   ରହିଛି   ?
  16. ୩ ମାସରୁ  ଊର୍ଦ୍ଦ୍ଵ  ଏକ  ଆବେଦନକୁ   ଟ୍ରିବ୍ୟୁନାଲ   କ୍ଷମା ବା  ନାକଚ  କରିପାରିବେ  କି ?ଯଦି  ହଁ , ତେବେ  ଏହା  କେତେ  ଦିନ  ପାଇଁ   ?
  17. ରେଖାଙ୍କିତ   ଆପତ୍ତି  ଉପରେ   ଟ୍ରିବ୍ୟୁନାଲଙ୍କୁ   ସ୍ମାରକ  ଦେବାର  ସମୟ  ଅବଧି  କେତେ   ?
  18. ପୂର୍ବ   ଜମା  ଫେରସ୍ତ   ରାଶି   ଉପରେ   ସୁଧା   ପ୍ରଦାନ   କରିହେବ  କି ?
  19. ଟ୍ରିବ୍ୟୁନାଲଙ୍କ  ଆଦେଶ  ପରେ  କେଉଁଠି   ପୁନଃ   ଆବେଦନ  କରାଯାଇପାରିବ  କି ?
  20. ଉଚ୍ଚ  ନ୍ୟାୟାଳୟରେ  ଆବେଦନ   ନିମିତ୍ତ   ଅବଧି  କେତେ  ?

ଯଦି  କୌଣସି  ବ୍ୟକ୍ତି  ବିପକ୍ଷରେ  କୌଣସି  ବ୍ୟଥିତ   ନିର୍ଦ୍ଦେଶ   ବା  ନିଷ୍ପତ୍ତି  ପାରିତ  ହୋଇଛି, ତେବେ  ସେ  ଆବେଦନ   କରିପାରିବ  କି ?

ହଁ, ଯଦି   କୌଣସି  ବ୍ୟକ୍ତି  ବିପକ୍ଷରେ  କୌଣସି  ବ୍ୟଥିତ  ନିର୍ଦ୍ଦେଶ  ବା  ନିଷ୍ପତ୍ତି  ପାରିତ  ହୋଇଛି , ସେ  ଆବେଦନ  କରିପାରିବେ  । ଏହା  ନ୍ୟାୟ  ନିର୍ଣ୍ଣୟକାରୀଙ୍କ  ଦ୍ଵାରା  ପାରିତ  ହୋଇଥିବା  ଆବଶ୍ୟକ   । ଯଦିଓ  କିଛି  ନିଷ୍ପତ୍ତି  କିମ୍ବା  ନିର୍ଦ୍ଦେଶ  ଧାରା  (୧୦୭) ଅନୁଯାୟୀ  ଆବେଦନଯୋଗ୍ୟ   ନୁହେଁ  । କିନ୍ତୁ   ୧୨୧ ର  ନିଷ୍ପତ୍ତି  ଗ୍ରହଣୀୟ  ନୁହେଁ   ।

ପ୍ରଥମ  ଆବେଦନକାରୀଙ୍କ  ନିକଟରେ  ଆବେଦନ କରିବାର  ସମୟ  ଅବଧି  କେତେ  ?

ସମୟ  ବା  ନିଷ୍ପତ୍ତି  ବା  ନିର୍ଦ୍ଦେଶ  ପାରିତ  ହେବାର   ତିନି  ମାସ  ମଧ୍ୟରେ  ନିର୍ଦ୍ଧାରିତ  ଅବଧି  ମଧ୍ୟରେ  ପ୍ରଥମ  ଆବେଦନକାରୀଙ୍କ   ନିକଟରେ  କେସ୍ ଦାଖଲ  କରିହେବ   ।

ପ୍ରଥମ  ଆବେଦନର  ବିଚାର ସମ୍ବନ୍ଧୀୟ ବିଳମ୍ବକୁ କ୍ଷମା କରିବାର ଅଧିକାର ପ୍ରଥମ  ଆବେଦନକାରୀଙ୍କର  ଅଛି  କି ?

ଉତ୍ତର      ହଁ  ସେ  ବିଳମ୍ବକୁ  କ୍ଷମା   କରିପାରିବେ  । କିନ୍ତୁ  ୧ ମାସରୁ  ୩ ମାସ  ମଧ୍ୟରେ   ଉପଯୁକ୍ତ   କାରଣ  ଦର୍ଶାଇ  ଧାରା  ୧୦୭(୪) ଅନୁଯାୟୀ  ଆବେଦନ   ଦାଖଲ  କରିବେ   ।

ପ୍ରଥମ   ଆବେଦନକାରୀଙ୍କର  କିଛି   ଅତିରିକ୍ତ   ବିଚାର  ସମ୍ବନ୍ଧୀୟ  ବିଷୟରେ  ଅନୁମତି  ଦେବାର  କ୍ଷମତା   ଅଛି କି ନାହିଁ   ।

ଉତ୍ତର   ହଁ, ଯଦି  ଅଧିକାରୀ   ସନ୍ତୁଷ୍ଟ  ହୁଅନ୍ତି  ଓ  ସେ  ଇଚ୍ଛାକୃତ ବା  ସ୍ଵଇଚ୍ଛାରେ  ଆବେଦନ  ହୋଇନାହିଁ , ତେବେ  ଏହା   ଅନୁମୋଦନ   ହୋଇପାରେ   ।

ପ୍ରଥମ   ଆବେଦନକାରୀଙ୍କର  ନିଷ୍ପତ୍ତିକୁ  କାହାକୁ  ଜଣାଇବା   ଦରକାର ?

ଉତ୍ତର   ପ୍ରଥମ   ଆବେଦନକାରୀଙ୍କର   ନିଷ୍ପତ୍ତିକୁ   ଆବେଦନକାରୀ, ନ୍ୟାୟ  ନିର୍ଣ୍ଣୟକାରୀ   ଓ  କମିଶନର   CGST ଓ SGST  ଜଣାଇବା   ଦରକାର    ।

ପ୍ରତ୍ୟକ  ଆବେଦନ   ସହିତ   କେତେ  ପରିମାଣର  ବାଧ୍ୟତାମୂଳକ   ଜମା  କରିବାକୁ   ଆବଶ୍ୟକ ?

ଉତ୍ତର   ବିବାଦମାନ  ମୂଲ୍ୟରେ  ୧୦   ପ୍ରତିଶତ  (CGST ପାଇଁ  ସ୍ଵତନ୍ତ୍ର  ବ୍ୟବସ୍ଥା  ମାନକ  ନିୟମରେ  Q-୧୨ ଏବଂ  ୧୩)  ପରିମାଣ   ପ୍ରଦାନ   କରିବାକୁ  ପଡିବ    ।

ପ୍ରଥମ   ଆବେଦନ  ଅଧିକାରୀଙ୍କ  ନିକଟରେ   ଅଧିକ  ମୂଲ୍ୟର  ରାଶି  ଜମା   କରିବା  ନିମିତ୍ତ   ବିଭାଗ  ତରଫରୁ   ନିର୍ଦ୍ଦେଶାନାମା  ପାରିତ  ହେବ  କି ?

ଉତ୍ତର   ନାଁ

ବଳକା  ଅସୁଲ  ପରିମାଣ  କଣ  ?

ଉତ୍ତର   ଆଗୁଆ  ଜମାରାଶି  ପ୍ରଦାନ   ପରେ  ପରିସ୍ଥିତି   ମୁତାବକ  ବଳକା  ଅସୁଲ   ପରିମାଣ  ଜଣାପଡିବ  । ଧାରା  ୧୦୭(୭)

କୌଣସି  ଏକ  ଆବେଦନରେ  ମୂଳ  କର୍ତ୍ତୃପକ୍ଷଙ୍କ  ଦ୍ଵାରା  ପାରିତ  ହୋଇଥିବା  ଶୁଳ୍କ / ଜୋରିମାନା /ଶାସ୍ତି / ଫେରସ୍ତ  ପରିମାଣ/ ଅର୍ନ୍ତଗ୍ରହିତ କରକୁ   କମ୍  ବା  ବେଶିକରିବାର  ଆଦେଶ  ଦେଇପାରିବେ  କି ?

ଉତ୍ତର   ପ୍ରଥମ  ଆବେଦନ   ଅଧିକାରୀ   ବ୍ୟାଜ୍ୟାପ୍ତି   ବଦଳରେ  ଦେୟ , ତଣ୍ଡକୁ   ବୃଦ୍ଧି   କରିପାରିବେ  ବା  ଫେରସ୍ତ  ଦେୟ  ବା  ଅର୍ନ୍ତଗ୍ରହିତ  କର  କୁ  କମ୍ କରିପାରିବେ   । ଏଥିନିମନ୍ତେ  ଉପଯୁକ୍ତ  କାରଣ  ଦର୍ଶାଇ  ଏକ  କ୍ଷତିକାରକ  ନିର୍ଦ୍ଦେଶ  ଧାରା – ୭୯ (୧୦) ପ୍ରସ୍ତାବ  ହେବ  । ଦେୟର  ବୃଦ୍ଧି  ବା  ଅର୍ନ୍ତଗ୍ରହିତ  କର କୁ  ଭୁଲ୍  ହିସାବକୁ   କେବଳ  ପ୍ରଥମ  ଆବେଦନ  ଅଧିକାରୀ  ବିଚାର   କରି  SCN ପ୍ରସ୍ତୁତ  କରି  ଆବେଦନ  କାରୀଙ୍କ   ବିରୋଧରେ   ନିର୍ଦ୍ଦେଶ   ଦେବେ  । ନିର୍ଦ୍ଦେଶଟି  ସମୟସୀମା   ମଧ୍ୟରେ   ଧାରା  ୫୧ ଅନୁଯାୟୀ   ପାରିତ   ହେବ   ।

କୌଣସି  କାରଣ  ପାଇଁ  ଆବେଦନ   ଅଧିକାରୀ   କେସ୍ ଟିକୁ   ନ୍ୟାୟଧୀଶଙ୍କ   ନିକଟକୁ   ପୁନଃ  ପ୍ରେରଣ  କରିପାରିବେ  କି  ?

ଉତ୍ତର      ନାଁ  ଧାରା  ୧୦୭ (୧୧) ଅନୁସାରେ  ପ୍ରଥମ  ଅଧିକାରୀ  ଉପଯୁକ୍ତ  ମନେକଲେ  ଅନୁସନ୍ଧାନ   କରିପାରିବେ  ଓ  ନିର୍ଦ୍ଦେଶ  ପରୀତ  କରିପାରିବେ   ।  ଯାହା  ଠିକ୍  ଭାବିବେ  ନିଷ୍ପତ୍ତିର  ପରିବର୍ତ୍ତନ ବା  ପୁନର୍ବାର   ନିମିତ୍ତ  ଓ  କର୍ତ୍ତୃପକ୍ଷଙ୍କ   ନିକଟକୁ   ପୁନଃଦଖଲ  କରିହେବ  ନାହିଁ  ।

ଅଧିସ୍ତନ  ଅଧିକାରୀଙ୍କ  ଦ୍ଵାରା  ନିୟମ  ଅନୁଯାୟୀ  ପ୍ରେରିତ  ହୋଇଥିବା  କୌଣସି  ଆଦେଶକୁ   SGST ର  କମିଶନର  ପୁନଃ   ନିରୀକ୍ଷଣ   କରିପାରିବେ  କି ?

ଉତ୍ତର    ହଁ  ଧାରା -୨ (୯୯) ର  SGSTର  ନିୟମ  ଅନୁଯାୟୀ  କମିଶନର  ମାମଲାଟିର  ପରୀକ୍ଷଣ   ଓ  ନାକଚ   ନିମନ୍ତେ   ନିର୍ଦ୍ଦେଶ  ଦେଇପାରିବେ   ।  ଯଦି  ସେ  ଅନୁଭବ   କରନ୍ତି  ଯେ , ଅଧିନସ୍ଥ  ଅଧିକାରୀଙ୍କ  ଦ୍ଵାରା  ପ୍ରସ୍ତାବିତ  କର , ଶୁଳ୍କ  ବା  ପୂର୍ବ  ନିର୍ଦ୍ଧାରିତ   ଆୟ ମତେ , ସେ  ତାହାକୁ  ପୁନଃନିରୀକ୍ଷଣ  ନିମନ୍ତେ  ନିର୍ଦ୍ଦେଶ  ଦେବାପୂର୍ବରୁ  କର  ଦାତାଙ୍କୁ  ଜଣାଇ  ନିର୍ଦ୍ଦେଶ  ଦେଇପାରିବେ   ।

ଅଧିନସ୍ଥ  ଅଧିକାରୀଙ୍କ  ଦ୍ଵାରା  ବିଚାରଧିନ  ବିଷୟରେ  କମିଶନର  SGST  କୌଣସି  ନିର୍ଦ୍ଦେଶ  ଜାରି   କରିପାରିବେ  କି ?

ଉତ୍ତର     ହଁ

ଅଧିନସ୍ଥ  ଅଧିକାରୀଙ୍କର  ନିଷ୍ପତ୍ତିକୁ  ପୁନଃ   ନିରୀକ୍ଷଣ   କରିବା  ପାଇଁ  SGST ଅଧୀନରେ  କମିଶନରଙ୍କର  କ୍ଷମତା  ଉପରେ  କେଉଁ   ପ୍ରାତିବନ୍ଧକ  ରହିଛି   ?

ଉତ୍ତର  ହଁ, କମିଶନର   ନିର୍ଦ୍ଦେଶକୁ  ପୁନଃ   ନିରୀକ୍ଷଣ   କରିବେ ନାହିଁ  । ଯଦି

(କ)  ନିର୍ଦ୍ଦେଶଟି  ଧାରା  ୧୦୭  ଅଧିନରେ ଓ ୧୧୨,୧୧୭,୧୧୮ ଅଧିନରେ  ଆବେଦନ  କରାଯାଇଛି   ।

(ଖ)  ତିନି  ବର୍ଷ   ଅତିକ୍ରାନ୍ତ  ହୋଇଯାଇଥିବା  ନିଷ୍ପତ୍ତି  ବା  ପୁନଃ  ନିରୀକ୍ଷଣ  ନିଷ୍ପତ୍ତି  (Ref. Sec -୧୦୭ (୨) of MDL)

କେତେବେଳେ  ଏକ  ଆବେଦନକୁ  ଟ୍ରିବ୍ୟୁନାଲ  ମନା   କରିପାରିବେ  ?

ଉତ୍ତର   ଯଦି  କୌଣସି  ଏକ  ଆବେଦନର  କର  ପରିମାଣ  ବା  ଅର୍ନ୍ତଗ୍ରହିତ  କର ବା  କର ର  ଅସମାନତା  ରହିଲେ   ବା  ଅର୍ନ୍ତଗ୍ରହିତ  କର  ବା  ତଣ୍ଡ  ମଧ୍ୟରେ  ପ୍ରାର୍ଥକ୍ୟ  ବା  ତଣ୍ଡର  ପରିମାଣ  ବା  fees ର  ପରିମାଣ  ଯଦି  ୧୦ ହଜାରରୁ  କମ୍  ହୁଏ , ତେବେ   ଟ୍ରିବ୍ୟୁନାଲ   ଆବେଦନ   ଗ୍ରହଣ  କରିବାକୁ  ମନା  କରିପାରିବେ  (ଧାରା -୧୧୨ (୨)  ।

ଟ୍ରିବ୍ୟୁନାଲରେ  ଆବେଦନ   କରିବା  ପାଇଁ   କେତେ  ସମୟ  ଆବଶ୍ୟକ   ରହିଛି   ?

ଉତ୍ତର    ଆବେଦନ  ପ୍ରାପ୍ତିର   ୩ ମାସ  ମଧ୍ୟରେ  ଟ୍ରିବ୍ୟୁନାଲ   ନିକଟରେ ଆବେଦନ   କରିପାରିବେ   ।

୩ ମାସରୁ  ଊର୍ଦ୍ଦ୍ଵ  ଏକ  ଆବେଦନକୁ   ଟ୍ରିବ୍ୟୁନାଲ   କ୍ଷମା ବା  ନାକଚ  କରିପାରିବେ  କି ?ଯଦି  ହଁ , ତେବେ  ଏହା  କେତେ  ଦିନ  ପାଇଁ   ?

ଉତ୍ତର      ଆବେଦନକାରୀଙ୍କର   ଉପଯୁକ୍ତ  ପ୍ରମାଣ   ଥାଇ  ୩ ମାସର  ଉର୍ଦ୍ଧ୍ଵ   ଆବେଦନକୁ   ଟ୍ରିବ୍ୟୁନାଲ   ଯେକୌଣସି   ସମୟ   ଅବଧି   ପର୍ଯ୍ୟନ୍ତ   କ୍ଷମା  ଜାଚନ  କରିପାରିବେ   ।

ରେଖାଙ୍କିତ   ଆପତ୍ତି  ଉପରେ   ଟ୍ରିବ୍ୟୁନାଲଙ୍କୁ   ସ୍ମାରକ  ଦେବାର  ସମୟ  ଅବଧି  କେତେ   ?

ଉତ୍ତର     ଆବେଦନର  ଆପତ୍ତି  ପାଇବାର  ୪୫ ଦିନ   ମଧ୍ୟରେ    ।

ପୂର୍ବ   ଜମା  ଫେରସ୍ତ   ରାଶି   ଉପରେ   ସୁଧା   ପ୍ରଦାନ   କରିହେବ  କି ?

ଉତ୍ତର     ହେଁ,  ମାନକ   ସାଧାରଣ   ବିକ୍ରି   କର  ଧାରା -୧୧୫ ଯେଉଁଠି   ଆବେଦନକାରୀଙ୍କ   ଦ୍ଵାରା   ଧାରା – ୧୦୭  ଉପଧାରା – ୬ ଅନୁଯାୟୀ  ଜମା  କରିଥିବେ   ବା  ଧାରା – ୧୧୨ର  ଉପଧାରା  ୧୦/୭ ପ୍ରଥମ   ଆବେଦନ  ଅଧିକାରୀ  ବା  ଟ୍ରିବ୍ୟୁନାଲ   ନିର୍ଦ୍ଦେଶମତେ  ଫେରସ୍ତ  ରାଶି  ଉପରେ   ଧାରା  ୫୬ ଅନୁଯାୟୀ   ନିର୍ଦ୍ଧିଷ୍ଟ   ସୁଧହାରରେ   ପ୍ରଦାନ   କରିବା   ତାରିଖଠୁ   ଫେରସ୍ତ   ତାରିଖ  ପର୍ଯ୍ୟନ୍ତ   ପ୍ରଦାନ   କରାଯିବ  ।

ଟ୍ରିବ୍ୟୁନାଲଙ୍କ  ଆଦେଶ  ପରେ  କେଉଁଠି   ପୁନଃ   ଆବେଦନ  କରାଯାଇପାରିବ  କି ?

ଉତ୍ତର      ଯଦି  ଉଚ୍ଚ  ନ୍ୟାୟାଳୟର  ସନ୍ତୁଷ୍ଟି  କ୍ରମେ  ବାସ୍ତବ   ନିୟମ  ଆଧାରରେ   ଧାରା ୧୧୭ (୧) ଯଦି  ବାସ୍ତବ  କାରଣ   ଥାଏ  ତେବେ   ଆବେଦନ  ଗ୍ରହଣ   କରାଯାଇପାରିବ   । ଯଦି  କୌଣସି   ଟ୍ରିବ୍ୟୁନାଲରେ  ସମ୍ପର୍କିତ   କୌଣସି  ନିର୍ଦ୍ଦେଶାନାମା  ପ୍ରକାଶ  ପାଇଥାଏ  ଓ  ଘଟଣାଟି   ୨/୩ଟି   ରାଜ୍ୟରେ  ହୋଇଥାଏ  ବା  ରାଜ୍ୟ  ଓ  କେନ୍ଦ୍ର  ସରକାରଙ୍କ   ମଧ୍ୟରେ   ଭିନ୍ନମତ   ପ୍ରକାଶ  ପାଇଥାଏ ବା  ବ୍ୟାପାରଟି  ଅନ୍ତଃରାଜ୍ୟ  ହୋଇଥିଲେ   ବା  ଯେଉଁକ୍ଷେତ୍ରରେ  ଦୁଇଟି  ରାଜ୍ୟର  ନିୟନ୍ତ୍ରଣ  ଥାଏ  ବା  କେନ୍ଦ୍ର   ଓ  ରାଜ୍ୟ  ମଧ୍ୟରେ  ଭିନ୍ନମତ  ଥାଏ  ତେବେ ଆବେଦନଟି  ପ୍ରମୁଖ  ନ୍ୟାୟାଳୟରେ  ବିଚାର  କରାଯାଇପାରିବ    ।

ଉଚ୍ଚ  ନ୍ୟାୟାଳୟରେ  ଆବେଦନ   ନିମିତ୍ତ   ଅବଧି  କେତେ  ?

ଉତ୍ତର     ନିର୍ଦ୍ଦେଶ  ପାଇବାର  ୧୮୦ ଦିନ  ମଧ୍ୟରେ  ପୂର୍ବ  ଆବେଦନ  ବିଷୟରେ  ଆବେଦନ  କରିପାରିବେ    । କିନ୍ତୁ   ଉଚ୍ଚ  ନ୍ୟାୟାଳୟ   ଆବେଦନର   ଅଧିକ  ବିଳମ୍ବ  ପାଇଁ   ଉପଯୁକ୍ତ   କାରଣ  ଥିଲେ  କ୍ଷମା  କରିପାରନ୍ତି    ।

ଆଧାର : କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate