ଆଶ୍ୱିନ ମାସ ଶୁକ୍ଳପକ୍ଷର ପ୍ରଥମ ନଅ ଦିନରେ ଆମେ ଭଗବାନଙ୍କ ପରାଶକ୍ତିକୁ ବିଭିନ୍ନ ରୂପରେ ପୂଜା କରିଥାଉ । ଏହାକୁ ନବରାତ୍ର ପୂଜା ବୋଲି କୁହାଯାଏ । ଏହି ପକ୍ଷର ଦଶମ ଦିନରେ ପରାଶକ୍ତିଙ୍କ ଯେଉଁ ପୂଜା ସମାହିତ ହୋଇଥାଏ, ତାକୁ ବିଜୟ ଦଶମୀ ବୋଲି କୁହାଯାଏ । ଏମିତି ଏଇ ଦଶ ଦିନର ପୂଜାକୁ ଦଶହରା ପର୍ବ ବୋଲି ଆଖ୍ୟା ଦିଆଯାଇଥାଏ । ନବରାତ୍ର ପୂଜାକୁ ତିନି ଦିନ କରି ତିନି ଭାଗରେ ବିଭକ୍ତ କରାଯାଇଥାଏ । ପ୍ରଥମ ତିନି ଦିନ ଧରି ଦେବୀମାତାଙ୍କୁ ମହାକାଳୀ ବା ଦୁର୍ଗା ରୂପରେ ପୂଜା କରାଯାଏ । ଦ୍ଵିତୀୟ ତିନି ଦିନ ଧରି ଦେବୀମାତାଙ୍କୁ ମହାଲକ୍ଷ୍ମୀ ରୂପେ ପୂଜା କରାଯାଏ । ସେହିପରି ଶେଷ ତିନି ଦିନରେ ଦେବୀମାତାଙ୍କୁ ମହାସରସ୍ୱତୀ ରୂପେ କଳ୍ପନା କରି ପୂଜା କରାଯାଏ । ଏହିପରି ଦେବୀମାତାଙ୍କୁ ଏଇ ନିଅ ଦିନରେ ତିନି ବିଭିନ୍ନ ରୂପରେ କଳ୍ପନା କରି ପୂଜା କରାଯାଏ । ହିନ୍ଦୁଧର୍ମ ମୁତାବକ ଦଶହରା ସମୟର ପୂଜା ଏକ ତତ୍ତ୍ୱପୂର୍ଣ୍ଣ ଉପାସନା ଅଟେ ।
ଦେବୀ ଭାଗବତ ଓ ଉପନିଷଦ ମୁତାବକ ପରମେଶ୍ଵର ପରମାତ୍ମା ଏ ସୃଷ୍ଟିର ସର୍ବବ୍ୟାପ୍ତ ବ୍ରହ୍ମ ଅଟନ୍ତି । ଚିନ୍ମୟୀମାତା, ଯାହାଙ୍କୁ ଆମେ ଦେବୀମାତା ଆଖ୍ୟା ଦେଇ ନବରାତ୍ର ସମୟରେ ପୂଜା କରିଥାଉ, ସେହି ଶକ୍ତି ବାସ୍ତବରେ ଏହି ପରମାତ୍ମା ପରଂବ୍ରହ୍ମଙ୍କର ଏକ ଅଲୌକିକ ଓ ଅବ୍ୟକ୍ତ ଶକ୍ତି ଅଟନ୍ତି । ପରଂବ୍ରହ୍ମ ଅସୀମ ଓ ସର୍ବବ୍ୟାପୀ ହୋଇଥିବା ଦୃଷ୍ଟିରୁ ତାଙ୍କୁ ନିଶ୍ଚଳ ଓ ନିଷ୍କ୍ରିୟ ବୋଲି ଦର୍ଶାଯାଇଥାଏ । ତେଣୁ ତାଙ୍କ ଠାରେ କୌଣସି ଗତି ବା କ୍ରିୟାଶୀଳ ଶକ୍ତି ଥିବାର ପ୍ରଶ୍ନ ଉଠୁ ନାହିଁ । ଦେବୀମାତା ହିଁ ପରଂବ୍ରହ୍ମଙ୍କର ସକ୍ରୀୟ ଶକ୍ତି ଅଟନ୍ତି । ସେ ପରମାଶକ୍ତି ରୂପେ ସୃଷ୍ଟିର ସର୍ବମୟୀ କଉଁ ଅଟନ୍ତି । ଦେବୀତ ମୁତାବକ ମହାମାୟାଙ୍କୁ ଛାଡ଼ି ପରଂବ୍ରହ୍ମଙ୍କ ଗୁଣ ବା ସ୍ଵରୂପ କୌଣସି ମତେ ଚିନ୍ତା କରାଯାଇପାରିବ ନାହିଁ । ସେ ଦୁହେଁ ଅଭିନ୍ନ ଅଟନ୍ତି ।
ସ୍ଵାମୀ ଚିଦାନନ୍ଦ ସରସ୍ଵତୀ ମହାରାଜଙ୍କ ବ୍ୟାଖ୍ୟା ମୁତାବକ ଦୁଧକଥା ଚିନ୍ତା କଲାବେଳେ ଯେମିତି ଏହାର ଧଳା ରଂଗ ଆମ ମନ ଭିତରକୁ ଆପେ ଆପେ ଆସିଥାଏ, ଠିକ୍ ସେହିପରି ପରଂବ୍ରହ୍ମଙ୍କ ସଗୁଣ ଓ ନିର୍ଗୁଣ ଭାବ ଚିନ୍ତା କଲାବେଳେ ଏହି ଦେବୀଶକ୍ତିଙ୍କ ପରାକାଷ୍ଠା ଆମ ମନ ଭିତରେ ସ୍ୱତଃ ଜାଗ୍ରତ ହୋଇଥାଏ । ଦେବୀଶକ୍ତିଙ୍କୁ ପରମାତ୍ମା ଭଗବାନଙ୍କ ମାତୃଶକ୍ତି ଓ ମାୟାଶକ୍ତି ରୂପେ ବଣ୍ଡନା କରାଯାଇଛି । ମାୟାଶକ୍ତିକୁ ହିଁ ତାଙ୍କ କ୍ରିୟାଶୀଳ ପରମାଶକ୍ତି ରୂପେ ନିରୂପଣ କରାଯାଇଛି । ଏହି ଶକ୍ତି ଦ୍ୱାରା ହିଁ ପରମାତ୍ମା ବିଶ୍ୱ ବ୍ରହ୍ମାଣ୍ଡକୁ ସର୍ଜନା କରିବାରେ ସକ୍ଷମ ହୋଇପାରିଛନ୍ତି । ଏଣୁ ଭଗବାନଙ୍କ ପରାଶକ୍ତିକୁ ସୃଷ୍ଟିର ପ୍ରାଣକେନ୍ଦ୍ର ବୋଲି କୁହାଯାଇଥାଏ । ସୃଷ୍ଟିତତ୍ତ୍ବ ମୁତାବକ ଏହି ବିଶ୍ଵରେ ଯାହା ସବୁ ସୃଷ୍ଟି ହୋଇଛି – ଜୀବଠାରୁ ବସ୍ତୁ ପର୍ଯ୍ୟନ୍ତ, ସବୁର ମୂଳରେ ଏହି ମହାମାୟାଙ୍କ ପରମା ଶକ୍ତି ହିଁ ଅନ୍ତର୍ନିହିତ । ଋକବେଦରେ ଦେବୀମାତା ଅର୍ଥାତ୍ ଏହିପରି ଶକ୍ତିଙ୍କୁ ପରମାତ୍ମାଙ୍କ ଅଲୌକିକ ଶକ୍ତି ରୂପେ ପ୍ରଦୀପନ କରାଯାଇଛି ।
ଦେବୀଙ୍କ ନବରାତ୍ର ପୂଜା ମୁଖ୍ୟତଃ ଶାକ୍ତ ଉପାସନା ଅଟେ । ଶାକ୍ତ ପରମ୍ପରାରୁ ଦେବୀଙ୍କ ପୂଜା ପଦ୍ଧତିର ଉଦ୍ଭବ ହୋଇଛି । ଦୁର୍ଗା ସପ୍ତଶତୀ ପୁସ୍ତକରେ ଦେବୀ ମହାମ୍ୟ ବିଷୟକୁ ନେଇ ଅନେକ ତତ୍ତ୍ଵ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ଏଣୁ ଦୁର୍ଗା ସପ୍ତଶତୀକୁ ଦେବୀ ମହାସ୍ୟ ବୋଲି କୁହାଯାଏ । ଏହା ସାତଶହ ଶ୍ଳୋକ ବିଶିଷ୍ଟ ପୁସ୍ତକଟିଏ । ହୋଇଥିବାରୁ ଏହାକୁ ସପ୍ତଶତୀ ଆଖ୍ୟା ଦିଆଯାଇଛି । ଭାରତର ବିଭିନ୍ନ ସ୍ଥାନରେ ସପ୍ତଶତୀ ପାଠକୁ ଚଣ୍ଡୀପାଠ ବୋଲି କୁହାଯାଏ । କାରଣ ଦେବୀଙ୍କୁ ଚଣ୍ଡୀକା ନାମରେ ମଧ୍ୟ ପୂଜା କରାଯାଇଥାଏ । ଦୁର୍ଗା ସପ୍ତଶତୀ ପୁସ୍ତକରେ ଦେବୀମାତାଙ୍କ ବିଭିନ୍ନ ରୂପକୁ ବର୍ଣ୍ଣନା କରାଯାଇଥିବା ସଂଗେସଂଗେ ତାଙ୍କ ତାତ୍ତିକ ଗୁଣକୁ ମଧ୍ୟ ବିଶେଷ ଭାବେ ଆଲୋଚନା କରାଯାଇଛି । ଶାକ୍ତ ଦର୍ଶନ ମୁତାବକ ଚଣ୍ଡୀପାଠ ହିଁ ଜୀବନର ପ୍ରକୃତ ସାଧନା ଅଟେ । ନିଷ୍ଠା ଓ ନିୟମର ସହିତ ଚଣ୍ଡୀପାଠ ନକଲେ ଚଣ୍ଡୀପାଠର ମୂଲ୍ୟ ମିଳିନଥାଏ ବୋଲି ଶାକ୍ତ ପଦ୍ଧତିରେ ବର୍ଣ୍ଣନା କରାଯାଇଛି ।
ଦୁର୍ଗା ସପ୍ତଶତୀରେ ଦେବୀ ତତ୍ତ୍ଵ ବିଷୟକୁ ଏକ କାହାଣୀ ମାଧ୍ୟମରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ଏହି ପରିପ୍ରେକ୍ଷୀରେ ଏହି ପୁସ୍ତକରେ ଦେବୀଙ୍କ ସଂପର୍କରେ କେତୋଟି ହୃଦସ୍ପର୍ଶୀ ସ୍ତବରାଜ ସହ ଦେବୀପୂଜାର ବିବିଧାନ ସଂପର୍କରେ ସବିସ୍ତୃତ ରେଖାନ୍ୟାସ କରାଯାଇଛି ।
ଏହି ପୁସ୍ତକର କଥାବସ୍ତୁ ମୁତାବକ, ଅନେକ ବର୍ଷ ପୂର୍ବେ ସୂର୍ଯ୍ୟ ବଂଶରେ ସୁରଥ ନାମକ ଜଣେ ରାଜା ରାଜୁତି କରୁଥିଲେ । ସେ ଜଣେ ଦକ୍ଷ ପ୍ରଜାରଂଜକ ଶାସକ ଥିଲେ । ଥରେ ସେ ଶତ୍ରୁମାନଙ୍କ ଦ୍ଵାରା ପରାଜିତ ହୋଇ ରାଜ୍ୟ ଛାଡ଼ି ଗଲକୁ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ । ସେ ଜଙ୍ଗଲକୁ ପଳାୟନ କରିଥିଲେ ସିନା, ହେଲେ ନିଜ ରାଜ୍ୟର କଥାଗୁଡ଼ିକୁ ଭୁଲି ପାରି ନଥିଲେ । ସବୁବେଳେ ରାଜ୍ୟ କଥା ଭାବି ଭାବି ମାନସିକ ଅସ୍ଥିରତାରେ ଉବୁଡୁବୁ ହେଉଥିଲେ । ଜଙ୍ଗଲ ରେ ଏମିତି ହତାଶରେ ବୁଲୁ ବୁଲୁ ଦିନେ ସେ ବ୍ରହ୍ମଜ୍ଞ ମେଧା ଋଷିଙ୍କ ଆଶ୍ରମରେ ପହଞ୍ଚିଲେ । ଆଶ୍ରମର ସୁନ୍ଦର ପରିବେଶରେ ମୁଗ୍ଧ ହୋଇ ସେ ମେଧା ଋଷିଙ୍କ ପାଖରେ ଆଶ୍ରୟ ନେଇଥିଲେ । ସେହି ଆଶ୍ରମରେ ସମାଧୁ ନାମକ ଜଣେ ବୈଶ୍ୟଙ୍କ ସହ ତାଙ୍କର ଦେଖା ହୋଇଥିଲା । ସମାଧୁ ବଶ୍ୟ ବି ଅନୁରୂପ ପରିସ୍ଥିତିରେ ପଡ଼ି ତାଙ୍କ ଘରଦ୍ଵାର ଛାଡ଼ି ଜଙ୍ଗଲ କୁ ଚାଲି ଆସିଥିଲେ । ସେ ମଧ୍ୟ ଏମିତି ବୁଲୁ ବୁଲୁ ସୁରଥଙ୍କ ପରି ମେଧା ଋଷିଙ୍କ ଆଶ୍ରମରେ ପହଞ୍ଚି ସେହି ଆଶ୍ରମର । ପରିବେଶ ଭିତରେ ରହିବାପାଇଁ ଇଚ୍ଛା ପ୍ରକାଶ କରିଥିଲେ । ସୁରଥ ଓ ସମାଧିଙ୍କ ମଧ୍ୟରେ କ୍ରମଶଃ ବନ୍ଧୁତ୍ୱ ସଂପର୍କ ବଡ଼ିବାକୁ ଲାଗିଲା । ଉଭୟେ ଗୋଟିଏ ଦଶାର ଶୀକାର ହୋଇ ମେଧା ଋଷିଙ୍କ ପାଖରେ ଆଶ୍ରୟ ନେଇଥିବାରୁ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିବା ସଂପର୍କ କ୍ରମଶଃ ଘନିଷ୍ଠ ହେବାକୁ ଲାଗିଲା । ସମାଧି ବଶ୍ୟ ମଧ୍ୟ ବାରମ୍ବାର ତାଙ୍କ ଘର ଓ ପରିଜମାନଙ୍କ କଥା ଭାବି ଭାବି ଦୁଃଖରେ ଭାଙ୍ଗି ପଡୁଥାନ୍ତି ।
ଦିନକର ଘଟଣା ସେମାନେ ଆଶ୍ରମରେ ବସି ଭାବିବାକୁ ଲାଗିଲେ, କି ବିଚିତ୍ର ଏ ମନଟା ଦେଖିଲ । ନିଜର ସଂପର୍କୀୟ ମାନେ ସେମାନଙ୍କ ଦୁଃଖର କାରଣ ହୋଇଥିଲେ ବି ସେମାନଙ୍କ ମାୟାରେ ଜୁଡୁବୁଡୁ ହୋଇ ସେମାନଙ୍କୁ କେମିତି ଭୁଲି ପାରୁନାହାନ୍ତି । ଏହି ସମସ୍ୟାର ସମାଧାନ ପାଇଁ ସେ ମେଧା ଋଷିଙ୍କ ପାଖକୁ ଯାଇ ବିନିତ ଭାବରେ ଜଣାଇଲେ, ହେ ଋଷି ଶ୍ରେଷ୍ଠ ! ଆପଣ ଆମକୁ ଆଶୀର୍ବାଦ କରନ୍ତୁ । ଏ କ୍ରନ୍ଦନଶୀଳ ଦୁନିଆଟା ଆମର ଦୁଃଖର କାରଣ ହେଲେ ବି, ଆମେ ଆମ ସଂସାରକୁ ତଥା ପରିବାରବର୍ଗଙ୍କୁ ଆଦୌ ଭୁଲି ପାରୁ ନାହୁଁ । ସେହି ଧନ-ସଂପତ୍ତି ପୂର୍ବବତ୍ ଆମ ମନକୁ ବାରମ୍ବାର ଆକର୍ଷିତ । କରି ଆମକୁ ଅଧିକରୁ ଅଧିକତର ଦୁଃଖ ଦେଉଛି । ଆମେ ଆମ ସାଂସାରିକ ଆସକ୍ତିରୁ ଆଦୌ ମୁକୁଳି ପାରୁନୁ । ଏହି ମୋହର କାରଣ କ’ଣ, ଦୟାକରି ଏ ସନ୍ଦେହରୁ ଆମକୁ ମୁକ୍ତି ଦିଅନ୍ତୁ ।
ଏହି ପ୍ରଶ୍ନର ଉତ୍ତରରେ ମେଧା ଋଷି ସୁରଥ ଓ ସମାଧିଙ୍କ ସନ୍ଦେହ ମୋଚନ ପାଇଁ ସେମାନଙ୍କୁ ଯାହା ଶୁଣାଇଥିଲେ, ତାହା ହିଁ ଦେବୀ ଭାଗବତର ମୁଖ୍ୟ ସାରାଂଶ ଅଟେ ।
ଦେବୀ ତତ୍ତ୍ଵର ବ୍ୟାଖ୍ୟାରୁ ଜଣାଯାଏ ଯେ ମନୁଷ୍ୟର ମନ ଏକ ମାୟାଶକ୍ତି ଦ୍ଵାରା ବନ୍ଧା ହୋଇଥିବାରୁ ତା’ର ବିଚାର ଶକ୍ତି ଏକ ଅନ୍ଧକାର ଭିତରେ ଆବୃତ ହୋଇ ରହିଥାଏ । ସବୁକଥା ଅନୁଧ୍ୟାନ କରିବା ପାଇଁ ମନର ଯଥୋଚିତ ଶକ୍ତି ଓ ସାମର୍ଥ୍ୟ ରହିଥିଲେ ବି ଏହି ମାୟାଶକ୍ତିର ଆଭରଣ ଯୋଗୁଁ ସେ ଦୁଃଖ ଓ ଦୁର୍ଦ୍ଦଶା କାରଣ ଅର୍ଥାତ୍ ଧନ, ସଂପତ୍ତିର ମୋହ ଭିତରେ ଉବୁଡୁବୁ ହୋଇ ସେହି ଚିନ୍ତାରେ । ସବୁବେଳେ ଘାରି ହୋଇ ବିଚଳିତ ହୋଇଥାଏ । ଏହି ମାୟା ଦେବୀ ମାତାଙ୍କ ଅଲୌକିକ ଶକ୍ତି ଅଟେ । ତାକୁ ହିଁ ତନ୍ତ୍ରଶାସ୍ତ୍ରରେ ବିଶ୍ଵମାୟା ବୋଲି କୁହାଯାଏ । ଏହି ବିଶ୍ଵମାୟା ବା ମହାମାୟା ପରଂବ୍ରହ୍ମ ପରମାତ୍ମାଙ୍କ ବିଶ୍ଵବ୍ୟାପିନୀ ବିମୋହିନୀ ଶକ୍ତି ଅଟନ୍ତି । ଯେଉଁସବୁ ଦୃଶ୍ୟ ଏହି ଜଗତରେ ଆମର ଦୃଷ୍ଟିଗୋଚର ହେଉଛି, ତାହା ସବୁ ପରଂବ୍ରହ୍ମଙ୍କ ପରାଶକ୍ତିର କ୍ରିୟା ଫଳରେ ସମ୍ଭବପର ହୋଇଥାଏ । ତତ୍ତ୍ୱଜ୍ଞାନୀ ଋଷିଗଣ ଏହି ଗୃଢ଼ ତତ୍ତ୍ଵକୁ ବ୍ୟାଖ୍ୟାକରି କହିଛନ୍ତିଯେ ପରଂବ୍ରହ୍ମ ଓ ଏ ଜଗତକୁ ଆଭରଣ କରି ରଖିଥିବା ମାୟାଶକ୍ତି ତତ୍ତ୍ୱତଃ ଏକ ଓ ଅଭିନ୍ନ ଅଟେ । ବାହାରକୁ ସେମାନଙ୍କ ଭିତରେ ପାର୍ଥକ୍ୟ ରହିଥିବା ପରିଦୃଷ୍ଟ ହେଉଥିଲେ ମଧ୍ୟ ବାସ୍ତବରେ ସେମାନେ ଏକ ହିଁ ଏକ ଅଟନ୍ତି । ଏଣୁ ପରମାତ୍ମା ପରଂବ୍ରହ୍ମ ଓ ତାଙ୍କ ପରାଶକ୍ତିଙ୍କ ମଧ୍ୟରେ କୌଣସି ପ୍ରଭେଦ ନଥାଏ । ତତ୍ତ୍ୱଜ୍ଞ ମାନଙ୍କ ମତରେ ପରମାତ୍ମାଙ୍କ ଅବ୍ୟକ୍ତ ଭାବ ଓ ବ୍ୟକ୍ତ ସ୍ଵରୂପକୁ ମହାମାୟା ହିଁ ସଂଯୋଜିତ କରି ରଖିଛନ୍ତି । ପରଂବ୍ରହ୍ମ ତାଙ୍କ ସର୍ବ ପରିବ୍ୟାପ୍ତ ଗୁଣ ଯୋଗୁଁ ନିଷ୍କ୍ରିୟ ହୋଇଥିଲେ ବି ସେ ପରାଶକ୍ତିଙ୍କ (ଯାହାଙ୍କୁ ଆମେ ଦେବୀମାତା ବୋଲି ଆରାଧନା କରିଥାଉ) ସଂସ୍ପର୍ଶରୁ ଏ ବିଶ୍ଵସୃଷ୍ଟିର ସକ୍ରିୟ କାରଣ ହୋଇଥାନ୍ତି । ଏ ବିଶ୍ୱରେ ଘୂଳ ଠାରୁ ସୂକ୍ଷ୍ମ ଯାହାକିଛି ରହିଛି, ତାହା ସେହି ପରମାତ୍ମାଙ୍କ ପରିପ୍ରକାଶ ତଥା ପରଂବ୍ରହ୍ମଙ୍କ ଅଲୌକିକ ବିକାଶ ଅଟେ ।
ପରଂବ୍ରହ୍ମଙ୍କ ଏହି ପରାଶକ୍ତିକୁ ନବରାତ୍ର ସମୟରେ ଆମେ । ମାତୃଶକ୍ତି ରୂପରେ ପୂଜା କରିଥାଉ । ଦେବୀଶାସ୍ତ୍ର ମୁତାବକ ଏ ସଂସାର ସୃଷ୍ଟି ପ୍ରପଞ୍ଚରେ ଆମେ ଆମ ମନ ବା ଇନ୍ଦ୍ରିୟ ଦ୍ଵାରା ଯାହାକିଛି ଜାଣୁଛୁ ବା ଉପଲବ୍ଧ କରୁଛୁ, ତାହା କେବଳ ସେ ମାତୃଶକ୍ତିଙ୍କ ରୂପ ଅଟେ । ସେହି ମାତା ସର୍ବଶକ୍ତିମୟୀ ଅଟନ୍ତି । ଏହି ସୃଷ୍ଟି ପ୍ରପଞ୍ଚର ପଶ୍ଚାତ୍ ଭାଗରେ ଏହି ମାତୃଶକ୍ତି ହିଁ ବିଦ୍ୟମାନ । ସେ ସକଳ ସୃଷ୍ଟି ଓ ସକଳ ପ୍ରକାଶର ମୁଖ୍ୟ କାରଣ ଅଟନ୍ତି । ଏପରିକି ସେ ଏହି ସଂସାରର ସୂଜକ, ପାଳକ ଓ ସଂହାରକଙ୍କ ମଧ୍ୟ ସୃଷ୍ଟିକର୍ତ୍ତୀ ଅଟନ୍ତି । ଅତୟେବ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ବି ତାଙ୍କ ଭିତରେ ଅବସ୍ଥିତ ହୋଇ ରହିଛନ୍ତି । ଏହି ସୃଷ୍ଟିର ବ୍ୟକ୍ତ, ଅବ୍ୟକ୍ତର ପ୍ରତ୍ୟେକ କ୍ରୀଡ଼ା ତାଙ୍କ କୃପାରୁ ସମାହିତ ହୋଇଥାଏ । ଶକ୍ତିତତ୍ତ୍ଵ ମୁତାବକ ପରମାତ୍ମା ପରଂବ୍ରହ୍ମଙ୍କ ଭିତରେ । ଏହି ମାତୃଶକ୍ତି ହିଁ ବ୍ରହ୍ମଶକ୍ତି ଭାବେ ମହାସରସ୍ୱତୀ ରୂପରେ ବିଦ୍ୟମାନ ହୋଇଥାନ୍ତି । କେବଳ ସେତିକି ନୁହେଁ, ପରଂବ୍ରହ୍ମଙ୍କ ଭିତରେ ସେ ଶିବଶକ୍ତି ଭାବେ ପାର୍ବତୀ ରୂପରେ ଓ ବିଷ୍ଣୁ ଶକ୍ତି ଭାବେ ମହାଲକ୍ଷ୍ମୀଙ୍କ ରୂପରେ ମଧ୍ୟ ପ୍ରକଟିତ ହୋଇଥାନ୍ତି । ଏହା ହିଁ ସେହି ପରାଶକ୍ତିଙ୍କ ଅଦ୍ଭୂତ ବିଶ୍ଵ ଲୀଳା ଅଟେ ।
ପୁନଶ୍ଚ ତନ୍ତ୍ରଶାସ୍ତ୍ର ମୁତାବକ ସର୍ବଶକ୍ତି ସ୍ୱରୂପିଣୀ ମହାମାୟାଙ୍କର ଦୁଇଟି ରୂପ ରହିଛି । ତାଙ୍କର ଗୋଟିଏ ରୂପକୁ ବିଶ୍ୱମୋହିନୀ ରୂପ । କୁହାଯାଏ । ଏହା ଆବରଣୀ ମାୟା ଦ୍ଵାରା ପରିବ୍ୟାପ୍ତ ଅଟେ । ତାଙ୍କ ଅନ୍ୟରୂପଟି ମୁକ୍ତିଦାୟିନୀ ରୂପ ଅଟେ । ତାଙ୍କ ପ୍ରଥମ ରୂପର ଅଲୌକିକ ମାୟାବିନୀ ଶକ୍ତି ଦ୍ଵାରା ସେ ସମଗ୍ର ସଂସାରକୁ ମାୟାଜାଲରେ ବାନ୍ଧି ରଖିଛନ୍ତି । ତନ୍ତ୍ରଶାସ୍ତ୍ର ମୁତାବକ ଏହି ଭାବରେ ପରିବ୍ୟାପ୍ତ ହୋଇଥିବା । ମହାମାୟାଙ୍କୁ ଅବିଦ୍ୟା ଶକ୍ତି ବୋଲି କୁହାଯାଏ । ଏହା ଆଧାର୍ମିକ ଭାବ ଓ ଜ୍ଞାନର ପ୍ରତିକୂଳ ଅଟେ । କିନ୍ତୁ ସେ ତାଙ୍କର ମୁକ୍ତିଦାୟିନୀ ରୂପରେ । ମାୟାଜାଲରେ ବାନ୍ଧି ହୋଇ ରହିଥିବା ଜୀବ ସମୂହଙ୍କୁ ପରମ ମୁକ୍ତି । ପ୍ରଦାନ କରିଥାନ୍ତି । ଏଣୁ ଏହି ଭାବରେ ତାଙ୍କୁ ପରମ ମୁକ୍ତି ପ୍ରଦାୟିନୀ । ରୂପେ ଆରାଧନା କରାଯାଏ । ଏହି ରୂପରେ ଦେବୀମାତାଙ୍କୁ ବିଦ୍ୟାମାୟା ବୋଲି କୁହାଯାଇଥାଏ । ଏଣୁ ଦେବୀମାତା ଉଭୟ ବିଦ୍ୟାମାୟା ଓ ଅବିଦ୍ୟା ମାୟାର ଅଭୂତ ଯୁଗୃଶକ୍ତି ଅଟନ୍ତି । ସେଥିପାଇଁ ତାଙ୍କୁ ଅନିର୍ବଚନୀୟ ବୋଲି କୁହାଯାଇଥାଏ । ଏଣୁ ଦେବୀମାତା ଏକ ଅଦ୍ଵିତୀୟା ରହସ୍ୟମୟୀ ଶକ୍ତି ଅଟନ୍ତି ।
ଭାରତର ବିଭିନ୍ନ ସ୍ଥାନରେ ମହାମାୟାଙ୍କୁ କାଳୀ ରୂପରେ ପୂଜା କରାଯାଇଥାଏ । ଯେଉଁଠି କାଳୀମାତାଙ୍କୁ ଦେବୀଶକ୍ତି ରୂପେ ପୂଜା କରାଯାଏ, ସେଇଠି କାଳୀ ମୂଭିଙ୍କୁ ଦେଖିଲେ ଆମ ମନ ଭିତରେ ଅତିଶୟ ଭୟଭାବ ଜାଗ୍ରତ ହୋଇଥାଏ । ବସ୍ତୁତଃ ଆମର ଧାରଣା ମୁତାବକ କାଳୀଙ୍କ ଉପାସକଙ୍କୁ ଆମେ ତାମସିକ ଆଖ୍ୟା ଦେଇଥାଉ । କାଳୀଙ୍କୁ ଆମେ ଏକ ଭୟଙ୍କର ଦେବୀଙ୍କ ପ୍ରତୀକ ବୋଲି କହିଥାଉ । ଦକ୍ଷିଣ ଭାରତରେ କାଳୀ ମାତାଙ୍କୁ ପ୍ରାୟତଃ କେହି ବି ଘରେ ପୂଜା କରନ୍ତିନି । ସେ ଦେଖିବାକୁ କୃଷ୍ଣବର୍ଣ୍ଣା, ରକ୍ତବର୍ଣ୍ଣା, ମୁଣ୍ଡମାଳ ବିଭୂଷିତା ନୁହନ୍ତି କି ? କିନ୍ତୁ ପ୍ରକୃତରେ ସେ ତାହା ନୁହନ୍ତି । ବାସ୍ତବରେ ସେ ପ୍ରେମମୟୀ, କରୁଣାମୟୀ ଅଟନ୍ତି । କାଳୀମାତାଙ୍କୁ ଭୟଙ୍କର ରୂପରେ ଆରାଧନା କରିବାର ନିର୍ଦ୍ଦିଷ୍ଟ ଦାର୍ଶନିକ କାରଣ ରହିଛି । ଏହି ଭାବ ସମସ୍ତେ ଉପଲବ୍ଧ କରିବା ନିତାନ୍ତ ଆବଶ୍ୟକ ।
ଏହି ତତ୍ତ୍ଵକୁ ପ୍ରାଞ୍ଜଳ ଭାବେ ବୁଝାଇବା ପାଇଁ ଗୋଟିଏ । ଛୋଟାଏ ଉଦାହରଣ ଦିଆଯାଇପାରେ । ସ୍ଵାମୀ ବିବେକାନନ୍ଦଙ୍କ ବିଷୟରେ ପ୍ରାୟତଃ ସମସ୍ତଙ୍କର କିଛି ନା କିଛି ଧାରଣା ଥିବ । ସେ ରାମକୃଷ୍ଣ ପରମହଂସଙ୍କର ମୁଖ୍ୟଶିଷ୍ୟ ଥିଲେ । ତାଙ୍କ ପିଲାଦିନର ନାମ ଥିଲା ନରେନ୍ । ସେ ଜଣେ ଉଚ୍ଚକୋଟୀର ବାଳକ ଥିଲେ । ସେ ପାଠପଢୁ ଥିବା ବେଳେ ତାଙ୍କ ପିତାଙ୍କ ମୃତ୍ୟୁବରଣ ହୋଇଥିଲା । ନରେଙ୍କ ପରିବାର ଗୋଟିଏ ବଡ଼ ପରିବାର ଥିଲା । ସେତେବେଳେ ତାଙ୍କ ଘରେ କୌରସି ଭାଇ ବି ରୋଜଗାରକ୍ଷମ ନଥିଲେ । ଏଣୁ ଅର୍ଥାଭାବ ଯୋଗୁଁ ସେମାନଙ୍କ ଚଳିବାରେ ଅନେକ ଅସୁବିଧା ସୃଷ୍ଟି ହୋଇଥିଲା । ଘର କେମିତି ଚଳିବ, ଏହି କଥା ଭାବି ଭାବି ନରେନ୍ ଅତିଶୟ ବିବ୍ରତ ହୋଇ ପଡ଼ିଥିଲେ । ଚଳିବା ପାଇଁ ତାଙ୍କର ଅନ୍ୟ କୌଣସି ପନ୍ଥା ନଥିଲା । ଦିନେ ସେ ହତୋତ୍ସାହରେ ଏଣେତେଣେ ବୁଲୁଥିବା ବେଳେ ସେ ଖବର ପାଇଲେ ଯେ, ଦକ୍ଷିଣେଶ୍ଵର ମନ୍ଦିରର ପୂଜାରୀ, ରାମକୃଷ୍ଣ ମହାରାଜ ଯଦି ଦୟା କରନ୍ତି, ତାହା ହେଲେ ତାଙ୍କ ପରିବାରର କୌଣସି ଦୁଃଖ ରହିବନି । ତାଙ୍କ ଘରର ସବୁ ସମସ୍ୟା ଆପେ ଆପେ ସମାଧାନ ହୋଇଯିବ । ଏହା ଶୁଣି ଶେଷରେ ଦିନେ ସେ ରାମକୃଷ୍ଣ ମହାରାଜାଙ୍କ ପାଖକୁ ଯାଇ ତାଙ୍କୁ ଦକ୍ଷିଣେଶ୍ଵର ମନ୍ଦିରରେ ସାକ୍ଷାତ କରିଥିଲେ । ରାମକୃଷ୍ଣ ନରେନ୍ଙ୍କୁ ଦେଖି ଆନନ୍ଦରେ ଆତ୍ମହରା ହୋଇ ପଡ଼ିଥିଲେ । ସେ ନେରେଙ୍କୁ ଦେଖି କହିଲେ, ତୁମେ ଆସିଗଲ ନରେନ୍ । ସତେ ଯେମିତି ଅନେକ ଦିନ ଧରି ସେ ତାଙ୍କୁ ପ୍ରତୀକ୍ଷା କରି ବସିଥିଲେ । କିନ୍ତୁ ନରେନ୍ କିଛି ବୁଝିପାରି ନଥିଲେ । ସେ ତ କେବଳ ଗୋଟିଏ ସମସ୍ୟାକୁ ନେଇ ରାମକୃଷ୍ଣଙ୍କ ପାଖକୁ ଆସିଥିଲେ । ସେହି ଗୋଟିଏ ସମସ୍ୟା ହିଁ ତାଙ୍କ ଆଖି ଆଗରେ ନାଚୁଥିଲା । ସବୁ ତ ସେହି ମା’ଙ୍କ ମାୟା । ସେ କେମିତି ଜାଣିବେ ତାଙ୍କ ଭବିଷ୍ୟତ ପାଇଁ କ’ଣ ସଂଚିତ ହୋଇ ରହିଥିଲା । ନରେନ୍ ପ୍ରଥମେ ରାମକୃଷ୍ଣଙ୍କୁ ଦେଖି ସମ୍ଭାଳି ପାରି ନଥିଲେ – ସେ ତାଙ୍କୁ ଅନୁନୟ ବିନୟରେ କହିଲେ, ହେ ମହାଶୟ, ଆମେ ବହୁତ ଅସୁବିଧାରେ ପଡ଼ିଛୁ । ଆମ ପିତା ଇହଧାମ ଛାଡ଼ି ଚାଲିଯିବା ପରେ ଆମର ଚଳିବାରେ ଭାରି ଅସୁବିଧା ହେଉଛି । ଶୁଣିଲି ଆପଣ ସବୁକିଛି ସମାଧାନ କରିପାରନ୍ତି । ଏଣୁ ଶେଷରେ ଏହାର ସମାଧାନ ପାଇଁ ମୁଁ ଆପଣଙ୍କ ନିକଟକୁ ଆସିଛି । ରାମକୃଷ୍ଣ ସେତେବେଳେ ସବୁକିଛି ଜାଣି ପାରିଥିଲେ । ଗମ୍ଭୀର ଭାବରେ ସେ କହିଲେ, ଠିକ୍ ଅଛି । ତୁମର ଯାହା କହିବାର ଅଛି ମା’ଙ୍କ ପାଖକୁ ଯାଇ କୁହ । ସେ ତୁମର ସବୁକଥା ଶୁଣିବେ । ଶୋକାତୁର ନରେନ୍ କିଛି ବୁଝି ପାରିନଥିଲେ । ସେ ଭିତରକୁ ଯାଇ ମା’ କାଳୀଙ୍କୁ ଦର୍ଶନ କରିଥିଲେ । କାଳୀମାତା, ଯାହାଙ୍କୁ ଆମେ ଭୟଙ୍କର ଦେବୀ ବୋଲି କହିଥାଉ, ଯିଏ ମୁଣ୍ଡମାଳାରେ ବିଭୂଷିତା, ଯିଏ କୃଷ୍ଣବଣ୍ଡୀ, ଯିଏ ରକ୍ତବର୍ଣ୍ଣା, ଯାହାଙ୍କ ଲୋଳ ଜିହ୍ନା ବାହାରକୁ ନାଲି ଟହ ଟହ ହୋଇ ଦେଖା ଯାଉଥିଲା, ତାଙ୍କୁ ଦର୍ଶନ କରିବା ପାଇଁ ସେଦିନ ନରେନ୍ ମନ୍ଦିର ଭିତରକୁ ଯାଇଥିଲେ । ଛିନ୍ନମସ୍ତା କଟୀ ପରିବୃତା ରୁରାପ୍ତ ଖଡ଼ଗ ହସ୍ତା ମାତାକାଳୀଙ୍କୁ ସେଦିନ ସେ ଗୁହାରି କରିବାକୁ ଯାଇଥିଲେ । କିନ୍ତୁ କାଳୀଙ୍କୁ ସେ ମାତୃ ରୂପରେ ଧାନ କରିଥିଲେ । ମା’ ମୁଁ ଦୁର୍ଜୟ ମନର ଶୀକାର ହୋଇଥିବା ଯୋଗୁଁ ଅଧୀର ହୋଇ ପଡ଼ିଛି, ଅହଂକାର ଓ ଇନ୍ଦ୍ରିୟ ଲାଳସାର ଦାସ ହୋଇପଡ଼ିଛି, କାମନା, ବାସନାର ମାୟାରେ ପଡ଼ି ମୁଁ ଅନବରତ ଯୁଦ୍ଧ କରିଚାଲିଛି । ମୋତେ ରକ୍ଷା କର ମା’ ।
ମା’ ଶେଷରେ ତାଙ୍କୁ ଦେଖା ଦେଇଥିଲେ । ନରେନ୍ ମା’ଙ୍କୁ ଦେଖି ଆନନ୍ଦରେ ଅଭିଭୂତ ହୋଇ ପଡ଼ିଥିଲେ । ମା’ଙ୍କ ସେତେବେଳର ରୂପ ଥିଲା ବିଦ୍ୟାମାୟାର ଚିତ୍ତାକର୍ଷକ ରୂପ । ମାଗ ନରେନ୍ । କ’ଣ ତୁମର ଦରକାର ମାଗ କାଳୀ ତାଙ୍କ ସମ୍ମୁଖରେ ଉଭା ହୋଇ ତାଙ୍କୁ ଏମିତି ଆଶ୍ୱାସନା ଦେଇଥିଲେ ।
ନରେନ୍ ସେତିକିବେଳେ ସାଂସାରିକ ଜଂଜାଳ କଥା ସବୁ ଭୁଲି ଯାଇଥିଲେ । ସେ କେବଳ ଜ୍ଞାନ ଓ ଭକ୍ତି ପ୍ରଦାନ କରିବା ପାଇଁ ମା’ଙ୍କୁ ଗୁହାରି କରିଥିଲେ । ଏମିତି ଭାବ ବିନିମୟରେ ମା’ ତଥାସ୍ତୁ କହି ସେଠାରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । କାହିଁ, ମା’ଙ୍କ ରୂପତ ନରେନ୍ଙ୍କୁ ଆତଙ୍କିତ କରିନଥିଲା ।
ନରେନ୍ ଫେରି ରାମକୃଷ୍ଣଙ୍କୁ ସବୁକଥା କହିଥିଲେ । ସେ ହସି ହସି ନରେନ୍କୁ ପଚାରିଲେ, “କ’ଣ ବାବା, ମା’ଙ୍କୁ କ’ଣ ମାଗିଲ ? ନରେନ୍ ରାମକୃଷ୍ଣଙ୍କୁ ବଲବଲ କରି ଦେଖୁଥାନ୍ତି । ନରେନ୍ ଗୋଟି ଗୋଟି କରି ସବୁ କଥା କହିଗଲେ । ରାମକୃଷ୍ଣ କହିଲେ ନା, ଆଉ ଥରେ ଯାଅ । ତୁମର ଯାହା ନିତାନ୍ତ ଆବଶ୍ୟକ, ତାହା ହିଁ ମା’ଙ୍କୁ ମାଗିବ । ନରେନ୍ ଆଉ ଥରେ ଯାଇ ମା’ଙ୍କୁ ପ୍ରାର୍ଥନା କରିଥିଲେ । ମା’ ଆଉଥରେ ପୂର୍ବବତ୍ ସେହି ରୂ ପରେ ହିଁ ଦେଖା ଦେଇଥିଲେ । ଏଇଥର ବି ସେ ମା’ଙ୍କଠାରେ ଜ୍ଞାନ ଓ ଭକ୍ତି ପାଇଁ ଭିକ୍ଷା କରିଥିଲେ ।
ମା’ଙ୍କଠାରୁ ଫେରି ଶେଷରେ ସେ ରାମକୃଷ୍ଣ ପରମହଂସଙ୍କୁ । କହିଲେ, ଏତେବଡ଼ ରାଜରାଜେଶ୍ଵରୀଙ୍କୁ ମୋର ଅର୍ଥ ଆବଶ୍ୟକ ବୋଲି କହିବା କେତେବଡ଼ ଛୋଟ କଥାଟିଏ ହୋଇଥାନ୍ତା କହିଲେ, ଠାକୁର ବାବା । ନାଁ, ମୋର କିଛି ଦରକାର ନାହିଁ । ମୁଁ ଯାହା ମାଗିଛି ଠିକ୍ ମାଗିଛି । ରାମକୃଷ୍ଣ କହିଲେ, ବାରେ ନରେନ୍ ବା । ତୁମେ ଯାହା ମାଗିବା କଥା, ଠିକ୍ ମାଗିଛି । ଏଥର ଘରକୁ ଫେରିଯାଅ । ତୁମେ ଯାହାକିଛି ପାଇବା କଥା ସବୁ ପାଇ ଯାଇଛି । ତୁମର ଆଉ ଦୁଃଖ ରହିବ ନାହିଁ । ମା’ କଦାପି ଭୀଷଣ ଓ ଭୟଙ୍କର ପ୍ରକୃତିର ହୋଇନପାରନ୍ତି । ସେ କରୁଣାମୟୀ, ସେ ପ୍ରେମମୟୀ, ସେ ଆନନ୍ଦ ଦାତ୍ରୀ । ସେ ସଚ୍ଚିଦାନନ୍ଦ ଭଗବାନଙ୍କ ଆହ୍ଵାଦିନୀ ଶକ୍ତି ଅଟନ୍ତି।
ସ୍ଵାମୀ ଚିଦାନନ୍ଦ ସରସ୍ଵତୀ ମହାରାଜ ଗୋଟିଏ ସୁନ୍ଦର ଉଦାହରଣ ମାଧ୍ୟମରେ ଏଇ ଉକ୍ତିଟିକୁ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ଯେତେବେଳେ ଆମକୁ ଜ୍ଵର ହୁଏ, ଆମେ ବିଭିନ୍ନ ପ୍ରକାରର ଆଣ୍ଟିବାୟୋଟିକ୍ ଔଷଧ ଡାକ୍ତରଙ୍କ ପରାମର୍ଶ କ୍ରମେ ଗ୍ରହଣ କରିଥାଉ । ଆଣ୍ଟିବାୟୋଟିକ୍ ଘୋର ମାରାତ୍ମକ ଔଷଧ ଅଟେ । ଏକରେ ଠିକ୍ ଭାବରେ ଗ୍ରହଣ ନକଲେ ଏହା ଶରୀର ଭିତରେ ଅନେକ କ୍ଷତି ଘଟାଇଥାଏ । ଦୁଇରେ ଠିକ୍ଭାବେ ସେବନ କଲେ ବି ଏହା ଶରୀର । ଭିତରକୁ ଯାଇ ଶରୀର ଭିତରେ ଥିବା କୀଟାଣୁମାନଙ୍କୁ ସମୂଳେ ଧ୍ଵଂସ କରିଥାଏ । ଯେଉଁ ବାଟରେ ହେଉ ଧ୍ବଂସ କରିବା ହିଁ ଏହାର ମୂଳ ଧର୍ମ ଅଟେ । ତେବେ ଏହାକୁ ସଠିକ୍ ପ୍ରଣାଳୀରେ ସେବନ କଲେ ଏହା ଆମର ଅତ୍ୟନ୍ତ ସହାୟକ ହୋଇଥାଏ ଏବଂ ଆମେ ରୋଗମୁକ୍ତ ହୋଇଥାଉ । ଏହାର ଧ୍ଵଂସକାରୀ ଗୁଣ ସତ୍ତ୍ୱେ ଏହାକୁ ଡାକ୍ତରମାନେ ଜୀବନ ପ୍ରଦାୟିନୀ ମହୋଷଧୀ ବୋଲି କହିଥାନ୍ତି । ଯଦି ଏହି ଔଷଧକୁ ଧ୍ଵଂସକାରୀ ଔଷଧ ବୋଲି କହିବା, ତାହାହେଲେ ମା’ କାଳୀଙ୍କୁ ବି ଧ୍ୱଂସକାରୀ ଦେବୀ ବୋଲି କୁହାଯାଇପାରେ, ନଚେତ୍ ନୁହେଁ । ଏଣୁ ନିର୍ଦ୍ଦିଷ୍ଟ ଭାବେ କହିବାକୁ ଗଲେ, ପାଳନ ପାଇ ହିଁ ମାତା ଚିର ସଂହାର କରିଥାନ୍ତି । ତେଣୁ ମା’ଙ୍କୁ ପାଳନକର୍ତ୍ତୀ ବୋଲି କହିଲେ କୌଣସି ଭୁଲ ହେବନି । ଯେଉଁ ମାତା ସର୍ବମୟୀକର୍ତ୍ତୀ ଅଟନ୍ତି ସେହି ମାତା ପୃସ ମାଧ୍ୟମରେ ହିଁ ଜ୍ଞାନ ଓ ଭକ୍ତି ପ୍ରଦାନ କରିଥାନ୍ତି । ତେଣୁ କହିବାକୁ ଗଲେ ମହାମାୟୀ କାଳୀ ଆମକୁ ଏମିତି ଭାବରେ ସଂସାର ଜାଳରୁ ଉଦ୍ଧାର କରିଥାନ୍ତି । ଏହି ଭାବର କଳ୍ପନା କେବଳ ଆମ ଧର୍ମରେ ନୁହେଁ, ବିଶ୍ଵର ଅନ୍ୟ ଧର୍ମମାନଙ୍କରେ ମଧ୍ୟ ପରିକଳ୍ପିତ ହୋଇଛି । ଆମ ଧର୍ମରେ ଆମେ ଯାହାକୁ ଅବିଦ୍ୟା ବୋଲି କହିଥାଉ, ଖ୍ରୀଷ୍ଟ ଧର୍ମରେ ତାକୁ ସୈତାନ୍ ବୋଲି ଗ୍ରହଣ କରାଯାଇଥାଏ । ଠିକ୍ ସେହିପରି ପାସି ଧର୍ମରେ ତାକୁ ଆରମାନ୍ ଓ ଆହୁଦା ମାଦା ବୋଲି କୁହାଯାଇଥାଏ । ହିନ୍ଦୁ ଧର୍ମରେ ଆମେ ଯାହାକୁ ମାୟା ବା ଅଜ୍ଞାନ ବୋଲି କହିଥାଉ, ବେଦାନ୍ତରେ ତାକୁ ଅନାୟା ବୋଲି ବର୍ଣ୍ଣନା କରାଯାଇଛି ।
ଏହା ସପ୍ତଶତୀର ମୁଖ୍ୟ ବିଷୟବସ୍ତୁ ଅଟେ । ସପ୍ତଶତୀରୁ ଆମେ ଅନେକ କିଛି ଶିକ୍ଷା ଲାଭ କରିବାର ଅଛି । ପ୍ରଥମ କଥା ହେଲା ଦିବ୍ୟ ଚେତନା ଲାଭ କରିବାକୁ ହେଲେ ଆମକୁ ଅନାବଶ୍ୟକ ଭ୍ରାନ୍ତ ଧାରଣାଠାରୁ ଦୂରରେ ରହିବାକୁ ପଡ଼ିବ । ସପ୍ତଶତୀ ତିନୋଟି ଭାଗରେ ବିଭକ୍ତ । ଏହି ପୁସ୍ତକର ପ୍ରଥମ ଭାଗରେ ମଧୁ କୈଠବ ବଧ କଥା ବର୍ଣ୍ଣନା କରାଯାଇଛି । ଏହାର ଦ୍ଵିତୀୟ ଭାଗରେ ମହିଷାସୁର ମର୍ଦ୍ଦନ କଥା ବ୍ୟାଖ୍ୟା କରାଯାଇଛି । ସେହିପରି ତୃତୀୟ ଭାଗରେ ଶୁମ୍ଭ ନିଶୁମ୍ଭ ଭାତୃତ୍ଵୟଙ୍କ ବଧ କଥା ଆଲେଚନା କରାଯାଇଛି । ଏହି ଚରିତ୍ର ଯେ କେହି ବ୍ୟକ୍ତି ହୁଅନ୍ତୁନା କାହିଁକି, ଏମାନେ ନୀଚ ପ୍ରକୃତି ସାଙ୍କେତିକ ଉକ୍ତି ଅଟନ୍ତି । ବୈଶିଷ୍ଟ୍ୟ ସୂଚକ ଅଭିପ୍ରାୟ ଦୃଷ୍ଟିରୁ ଆଲୋଚନା କଲେ, ପ୍ରତିଭାତ ହେବ ଯେ ଜୀବ ନୀଚ ସ୍ତରରୁ ଊର୍ଦକୁ ଉଠିବାକୁ ହେଲେ ପ୍ରଥମେ ନିଜର ନୀଚ ପ୍ରକୃତିକୁ ବିନାଶ କରିବାକୁ ପଡ଼ିବ । ଏହା ପ୍ରଥମ ପର୍ଯ୍ୟାୟ ଅଭିପ୍ରାୟ ଅଟେ । ଦ୍ଵିତୀୟ ପର୍ଯ୍ୟାୟରେ ବର୍ଣ୍ଣନା କରାଯାଇଥିବା ମହିଷାସୁରର କାର୍ଯ୍ୟାବଳୀ ରଜୋଗୁଣର ପ୍ରତୀକ ଅଟେ । ବସ୍ତୁତଃ ରଜୋଗୁଣ ବିଶେଷ ସମୃଦ୍ଧିର କାରଣ ହୋଇଥିଲେ ହେଁ ଏହାର ଅତ୍ୟଧୁକ ସାଂସାରିକ ପ୍ରୟୋଗ କେବଳ ନିଜ ପାଇଁ ନୁହେଁ, ସାରା ସମାଜ ପାଇଁ ବି ବିନାଶର କାରଣ ହୋଇଥାଏ । ଏଣୁ ଆଧାର୍ମିକ ମାର୍ଗରେ ଅଗ୍ରସର ହେବାକୁ ହେଲେ ରଜୋଗୁଣକୁ ଈଶ୍ଵରାଭିମୁଖୀ କରିବାକୁ ପଡ଼ିବ । ଏହିଭାବ ମହିଷାସୁର ମର୍ଦ୍ଦନର ସାଂସାରିକ ବ୍ୟାଖ୍ୟା ଅଟେ । ତୃତୀୟ ପର୍ଯ୍ୟାୟରେ ବର୍ଣ୍ଣିତ ଶୁମ୍ଭ-ନିଶୁମ୍ଭ ମଣିଷ ଜୀବନର ଅତ୍ୟଧୁକ ଅହଂଭାବର ପ୍ରତୀକ ଅଟନ୍ତି । ଅହଂଭାବ ମାନବ ଜୀବନରେ ସାମୂହିକ ଉନ୍ନତିର ବିନାଶର କାରଣ ହୋଇଥାଏ । ଏହି ଅବିଦ୍ୟା ଗୁଣ ହିଁ ଦିବ୍ୟ ଚୈତନ୍ୟ ଭାବରେ ଉପନୀତ ହେବାପାଇଁ ସବୁ ପ୍ରକାର ଅନ୍ତରାୟ ସୃଷ୍ଟି କରିଥାଏ । ଏଣୁ ‘ମୁଁ ଭାବକୁ ବିନାଶ କରିବା ପ୍ରତ୍ୟେକ ଜୀବର ପ୍ରଧାନ କର୍ତ୍ତବ୍ୟ ଅଟେ ।
ଏହି ଦୃଷ୍ଟିରୁ ବିଚାର କଲେ ଦେବୀ ପୀଠରେ ସମାହିତ କରାଯାଉଥିବା ବଳିପ୍ରଥା ହୀନମନ୍ୟତାର ପ୍ରତୀକ ନୁହେଁ କି ? ଏହା ମଣିଷର ନୀଚ ପ୍ରବୃତ୍ତି ବା ଆସୁରୀ ପ୍ରବୃତ୍ତ ନୁହେଁ କି ? ଆମ ସଂସ୍କାରର । ଅବକ୍ଷୟ ଘଟିଲେ ପଶୁତ୍ଵର ଭାବ ଜାଗ୍ରତ ହୋଇଥାଏ । ବଳିପ୍ରଥାର ପ୍ରକୃତ ଅର୍ଥ ହେଉଛି ନିଜର ପଶୁ ପ୍ରବୃତ୍ତିକୁ ବଳି ଦେବା । ମଣିଷ ଭିତରେ ଥିବା ବ୍ୟାଘ୍ରର ହିଂସ୍ରତାକୁ ବଳି ଦେବା ଶୃଗାଳର ଧୂର୍ଭତାକୁ ବଳି ଦେବା, ସର୍ପର ବିଷାକ୍ତତାକୁ ବଳି ଦେବା, କୌଣସି ପଶୁକୁ ବଳି ଦେବା ନୁହେଁ । ଆବର୍ତ୍ତନ ର ଶିଢ଼ିରେ ମଣିଷ ବୁଦ୍ଧି ଓ ବିବେକର ଅଧୁକାରୀ । ହୋଇ ସବୁଠାରୁ ଉଚ୍ଚକୋଟୀର ଜୀବ ରୂପେ ପରିଗଣିତ ହୋଇଥିବା ସଭ୍ ସେ ଏପରି ପଶୁତ୍ଵର ଲୀଳା ସଂପାଦନ କରୁଛି କାହିଁକି ? ସାମାଜିକ ନ୍ୟାୟ ଦୃଷ୍ଟିରୁ ଏହା ଏକ ଗୁରୁତର ପ୍ରଶ୍ନ ଅଟେ । ଏହାର ଉତ୍ତର ହିଁ ମାତୃ ତଘ୍ନର ଯଥାର୍ଥ ଆଧାୟିକ ସମାଧାନ ଅଟେ । ସନାତନ ସଂସ୍କୃତିରେ ଏହି ତତ୍ତ୍ଵକୁ ବିଶେଷ ଧାନର ସହ ବର୍ଣ୍ଣନା କରାଯାଇଛି ।
ମଣିଷର ପୂର୍ବ ଜନ୍ମର ସିଦ୍ଧାନ୍ତ ବିଷୟକୁ ନେଇ ବର୍ଣ୍ଣନା କରାଯାଇଛି ଯେ ଜୀବ ମଣିଷ ଶରୀର ପ୍ରାପ୍ତ କରିବା ପର୍ଯ୍ୟନ୍ତ ଅସଂଖ୍ୟ ଯୋନିରେ ଜନ୍ମ ଗ୍ରହଣ କରିଥାଏ । ଗୋଟିଏ ଜନ୍ମ ସାରି ଅନ୍ୟ ଗୋଟିଏ ଜନ୍ମ ଗ୍ରହଣ କରିବା ବେଳେ ଜୀବ ତା ଚେତନାରେ ପୂର୍ବ ଜନ୍ମର ବିଶେଷ ଗୁଣଗୁଡ଼ିକୁ ସଂସ୍କାର ରୂପେ ଗ୍ରହଣ କରିଥାଏ । ଏହି ଭାବରେ ଜୀବ ଯେତେବେଳେ ମାନବ ଶରୀର ଗ୍ରହଣ କରେ, ସେତେବେଳେ ସେ ତା’ର ସମସ୍ତ ନିମ୍ନ ଜନ୍ମମାନଙ୍କ ବିଶେଷ ଗୁଣଗୁଡ଼ିକୁ ନିଜ ଚେତନାରେ ଆପେ ଆପେ ଗ୍ରହଣ କରିଥାଏ । ଏଣୁ ତା’ ଚେତନାରେ ପଶୁତ୍ଵର ଗୁଣଗୁଡ଼ିକ ବିଶେଷ ଭାବେ ପରିଦୃଷ୍ଟ ହୋଇଥାଏ । ଏଥିପାଇଁ ମଣିଷ ଶରୀର ଲାଭ କରିବା ପରେ ମଧ୍ୟ ତା’ର ସ୍ବାଭାବିକ ବୃଦ୍ଧି ବିବେକ ତଥା ତା’ ବିଚାର ଶକ୍ତି ସହିତ ତା’ ପୂର୍ବ ଜନ୍ମର ଅନେକ ସଂସ୍କାର ବା ପ୍ରବୃତ୍ତ ତା’ ସୁଭାବରେ ଲାଗି ରହିଥାଏ । ଏଣୁ ଅନେକ ସମୟ ରେ ତା’ ନିତିଦିନିଆ ଜୀବନରେ ପଶୁମାନଙ୍କଠାରେ ଅନ୍ତର୍ନିହିତ ଥିବା ଗୁଣଗୁଡ଼ିକ ତା’ର ଆଚାର ବ୍ୟବହାରରେ ପରିଦୃଷ୍ଟ ହୋଇଥାଏ । ତେଣୁ ମନୁଷ୍ୟକୁ ବୃଦ୍ଧି, ବିବେକ ଓ ବିଚାର ଶକ୍ତି ସଂପନ୍ନ ପଶୁ ବୋଲି କୁହାଯାଇଥାଏ । ଏହା ଫଳରେ ସେ କେତେବେଳେ ବ୍ୟାଘ୍ର ପରି ହିଂସ୍ର ହୋଇଥାଏ ତ କେତେବେଳେ ଉନ୍ନତ ଅବସ୍ଥାକୁ ଉଠି ଦୟା, କରୁଣା ଓ କ୍ଷମାଶୀଳ ଭାବକୁ ପ୍ରଦର୍ଶନ କରିଥାଏ । ସେ ଯାହା ହେଉ ନା କାହିଁକି, ମାନବ ଜୀବନ ଦିବ୍ୟଭାବ ସଂପନ୍ନ ହୋଇଥିବାରୁ ଦିବ୍ୟତା ହିଁ ତା’ର ମୁଖ୍ୟ ସ୍ଵଭାବ ଅଟେ । ମଣିଷ ସେହି ମାତୃଶକ୍ତିଙ୍କ ମାୟାର ଆଭରଣ ଭିତରେ ରହି ଜୀବନ ନିର୍ବାହ କରୁଥିବାରୁ, ସେ ତା’ର ଦିବ୍ୟଭାବକୁ ଭୁଲି ଯାଇ ପରିପ୍ରକାଶ କରିପାରେନି ।
ଏଣୁ ମା’ଙ୍କୁ ବିଦ୍ୟା-ମାତା ରୂପେ ଆରାଧନା କରି ଅବିଦ୍ୟା ଗୁଣଗୁଡ଼ିକୁ ବିନାଶ କରିବା ଦେବୀ ପୂଜାର ମୂଳ ଲକ୍ଷ୍ୟ ଅଟେ । ଏହି ଉଦ୍ଦେଶ୍ୟକୁ ସଫଳ କରିବାକୁ ହେଲେ, ସାଧକ ପ୍ରଥମେ ନିଜ ମନକୁ ବିଶ୍ଳେଷଣ କରିବାକୁ ପଡ଼ିବ । ଏଥିପାଇଁ ତିତିକ୍ଷା ନିତାନ୍ତ ଆବଶ୍ୟକ । ଯାହା ଆଧାର୍ମିକ ଭାବର ଅବାଞ୍ଛନୀୟ, ତାକୁ ତ୍ୟାଗ କରିବା ପାଇଁ ଯେଉଁ ଶକ୍ତି ଆବଶ୍ୟକ, ତାହା ତିତିକ୍ଷାରୁ ଆସିଥାଏ । ଏଣୁ ନବରାତ୍ର । ପୂଜା ସମୟରେ ଅଯଥା ଆଡ଼ମ୍ବରରେ ନ-ମାତି ଆମକୁ ତିତିକ୍ଷାର ସାଧନା କରିବାକୁ ପଡ଼ିବ । ନିଜକୁ ଭଲ ଭାବେ ଆମ୍ଭ ନିରୀକ୍ଷଣ କରିବାକୁ ପଡ଼ିବ । ଏଥିପାଇଁ ନବରାତ୍ର ସମୟରେ ଦେବୀମାତାକୁ ବିଭିନ୍ନ ରୂପରେ ପୂଜା କରାଯାଇଥାଏ । ସେ ମାତୃଶକ୍ତି କାଳୀ ହୁଅନ୍ତୁ ବା ମହାଲକ୍ଷ୍ମୀ ହୁଅନ୍ତୁ ବା ମହାସରସ୍ୱତୀ ହୁଅନ୍ତୁ, ସପ୍ତଶତୀ ଶାସ୍ତ୍ର ଦୃଷ୍ଟିରୁ ମା’ଙ୍କ ବିଭିନ୍ନ ରୂପ ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ । କାଳୀମାତା ପ୍ରଳୟ କର୍ତ୍ତୀ ରୂପେ ପୂଜା ପାଉଥିବାବେଳେ, ମହାଲକ୍ଷ୍ମୀ ପାଳନ କର୍ତ୍ତୀ ରୂପରେ ପୂଜା ପାଇଥାନ୍ତି । ସେହିପରି ଏହି ପୂଜାବେଳେ ମହାସରସ୍ଵତୀଙ୍କୁ ବିଶ୍ୱର ଜ୍ଞାନ ପ୍ରଦାୟିନୀ ଓ ମୋକ୍ଷ୍ୟଦାଇଁ ଶକ୍ତି ରୂପେ ପୂଜା କରାଯାଇଥାଏ । ସେମାନେ ସମସ୍ତେ ସିଦ୍ଧି ତଥା ସଫଳତାର ଦେବୀ ଅଟନ୍ତି ।
ଦେବୀମାତାଙ୍କ କୃପା ପ୍ରାପ୍ତି ମାତ୍ର ସାଧକର ଚେତନାରେ ପରମ ପୁରୁଷଙ୍କ ଜ୍ଞାନ ଉଦ୍ଭାସିତ ହୋଇଥାଏ । ଦେବୀମାତା ସୃଷ୍ଟି ସ୍ଥିତି ଓ ଲୟ ରୂପକ ନାଟକର ରହସ୍ୟମୟୀ ଶକ୍ତି ଅଟନ୍ତି । ସେ ପରମାତ୍ମା ପରମ ପୁରୁଷଙ୍କୁ ନାମ ରୂପକ ସଂସାର ଭିତରେ ପରିପ୍ରକାଶ କରୁଛନ୍ତି । ଜୀବକୁ ମାୟାରେ ଗୁଡ଼ାଇ କେତେବେଳେ ବାନ୍ଧି ରଖୁଛନ୍ତି ତ, କେତେବେଳେ ମହାସରସ୍ୱତୀ ରୂପରେ ସାଧକକୁ ମୋହ ଫାସରୁ ମୁକ୍ତି କରି ପରମାନନ୍ଦ ପ୍ରଦାନ କରୁଛନ୍ତି । ସେହି କୃପାମୟୀ ମାତା ଆମକୁ ଜ୍ଞାନ ପ୍ରଦାନ କରି ଭକ୍ତିର ତରଣୀରେ ସଂସାର ବୈତରଣୀକୁ ପାର କରାଇ ନିଅନ୍ତୁ, ଏହା ହିଁ ତାଙ୍କଠାରେ ଆମର ବିନମ୍ର ପ୍ରାର୍ଥନା ।
ଆଧାର - ଇ ମଗାଜିନ
Last Modified : 4/26/2020