ପୂର୍ଣ୍ଣ ଯୌବନର ଦୀପ୍ତି ନେଇ ଧରିତ୍ରୀକୁ ଆସିଥାଏ । ମାଟି ଓ ମୌସୁମୀର ମିଳନର ପର୍ବ ରଜ । ପୃଥିବୀର ମାତୃତ୍ଵ କାମନା କରି କରି ସୃଷ୍ଟି ଜୟ ଗୀତଗାନ କରୁଛି କୃଷକ । ଆଦ୍ୟ ଆଷାଢର ପ୍ରଥମ ବାରିପାତରେ ପୃଥିବୀ ଋତୁମତୀ ହୋଇଥିବାରୁ ଖୁସିରେ ଉତ୍ସବ ମୁଖର ହୋଇଉଠୁଛି ସବୁଆଡେ । ଶରୀର ପାଇଁ ବିଶ୍ଵାମ ଆଉ ମନ ପାଇଁ ଆନନ୍ଦର ଅବସର ଏହି ରଜ ପର୍ବ । ଦୋଳିରେ ଛୁଟୁଛି- କୁଆଁରୀଙ୍କ ରଜଗୀତର ଲହରା ସ୍ଵର
ପ୍ରଥମ ବର୍ଷାର ପହିଲି ପସରା ମାଟି ଛୁଇଁଲେ, ଆଦ୍ର ହୋଇ ଉଠେ ପୃଥିବୀ । ଶୀତଳତା ଭରିଯାଏ ସବୁଆଡେ । ଯେମିତିକି ବହୁ ଦିନୁ ପ୍ରତିକ୍ଷୀତ ଏଇ ମାଟି- ମେଘ ସହ ରଚି ବସିଛି ଶୃଙ୍ଗାରର ପର୍ବ । ଆଉ ଏହି ଶୁଭ ଅବସରରେ ମଳିନର ଗୀତ ଗାଉଛନ୍ତି ସମସ୍ତେ ।
ପୂର୍ଣ୍ଣ ଯୌବନର ଦୀପ୍ତି ନେଇ ଧରିତ୍ରୀକୁ ଆସିଥାଏ । ମାଟି ଓ ମୌସୁମୀର ମିଳନର ପର୍ବ ରଜ । ପୃଥିବୀର ମାତୃତ୍ଵ କାମନା କରି ସୃଷ୍ଟିର ଜୟ ଗୀତଗାନ କରୁଛି କୃଷକ । ଆଦ୍ୟ ଆଷାଢର ପ୍ରଥମ ବାରିପାତରେ ପୃଥିବୀ ଋତୁମତୀ ହୋଇଥିବାରୁ ଖୁସିରେ ଉତ୍ସବ ମୁଖର ହୋଇଉଠିଛି ସବୁଆଡେ । ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦର ଅବସର ଏହି ରଜ ପର୍ବ । ଦୋଳିରେ ଦୋଳିରେ ଛୁଟୁଛି- କୁଆଁରୀଙ୍କ ରଜଗୀତର ଲହରା ସ୍ଵର । ପୋଡପିଠା ଖାଇ , ପୁଅମାନଙ୍କ ତାସ ବାଗୁଡି ଖେଳ, ଆଉ ଝିଅ ମାନଙ୍କ ଗାଁ ବୁଲା, ଅଳତାଲଗା ସହ ରଜ ପାନ ଖାଇ ଓଠ ରଙ୍ଗେଇବାର ଏଇ ଏକ ଭିନ୍ନ ମଉକା ।
କ୍ଷରଜାଇ ମୌସୁମୀ ଆସିବାରେ ପୃଥିବୀ ତିନ୍ତିଛି ପ୍ରଥମ ବର୍ଷାର ସ୍ପର୍ଶରେ । ଆଦ୍ର ହୋଇଛି ମତୀ । ମାଟିର ଭୁରୁଭୁରୁ ଗନ୍ଧ ମହକେଇ ଦଉଛି – ଗାଁ ଭୁଇଁ । ହଳଦୀ ମୁଖା ନିରିମାଖୀ ଦେହରେ ସରଲା ପଲ୍ଲୀବାଳା ସଜେଇ ହୋଇଛି କୁଙ୍କୁମ ଚନ୍ଦନ । ଋତୁମତୀ ଧରାର ସଂକେତ ବହନ କରି ସେ ଆଜି ସମସ୍ତଙ୍କ ପାଇଁ ମହାନିୟା, ବନ୍ଦନୀୟା ହୋଇଛି । ତେଣେ ଅକ୍ଷୟ ତୃତୀୟାରେ ଧାନ ଅନୁକୂଳ କରି ବସିଥିବା ଚାଷୀ କ୍ଷେତକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ ବି ଏଇ ପାଞ୍ଚଦିନ ତା ପାଇଁ ବିଶ୍ରାମର ବେଳ । ଏବେ ଭୁଇଁରେ ଖାଲି ପାଦରେ ଚାଲିବା ମନା, କର୍ଷଣ ବି ମନା । ଫସଲ ଉତ୍ପାଦନ ଭଳି ଗୁରୁତ୍ଵପୂର୍ଣ୍ଣ କୃଷିପର୍ବର ଆରମ୍ଭରୁ ମାଟିକୁ ସଂପୂର୍ଣ୍ଣ ବିଶ୍ରାମ ଦେବା ପାଇଁ ଏହି ପର୍ବର ପରିକଳ୍ପନା । ଏ ପର୍ବରେ ପରିବାରର ଲୋକେ କି ଆତ୍ମୀୟସ୍ଵଜନ ଯିଏ ଯେଉଁଠି ଥିଲେ ବି , ଫେରି ଆସିଥାନ୍ତି ଘରକୁ । ବନ୍ଧୁ ବାନ୍ଧବଙ୍କ ଗହଳି ଆଉ ହସ କୌତୁକକ ଆସର ଭୁଲାଇ ଦିଏ କର୍ମମୟ ଜୀବନର ଅବସାଦ । ଖରାର ଦର୍ପ କମିଳା ପରେ ମୌସୁମୀର କଅଁଳଛୁଆଁ ଶିହିରିତ କରେ ମତୀକୁ । ବାସୁମତି ବନ୍ଦନାର ଋତୁ ଇଏ । କ୍ଳାନ୍ତ ଧୂସର ଆକାଶରେ ପଇଁତରା ମରୁଛି ବାଦଲ । ଗଛର ସବୁଜିମା ଉପରେ ଆସ୍ତରଣ କମାଇଥିବା ବହଳ ଧୁଳି ଟୋପା ଟୋପା ମେଘରେ ଧୋଇ ହୋଇଯାଉଛି । ପ୍ରକୃତିର ସ୍ଵପ୍ନ ଓ ସୃଜନ ରଚିଛନ୍ତି ମାଳମାଳ କଙ୍କି ଓ ପ୍ରଜାପତି ।
ଅତଏବ ପ୍ରକୃତି ସୃଷ୍ଟି କରିଛି ବର୍ଷା ଆଉ ବର୍ଷାକୁ ସ୍ଵାଗତ କରି ସୃଷ୍ଟି ହୋଇଛି ରଜ ପର୍ବ । ଜ୍ୟୋତିଷ ଶାସ୍ତ୍ର ଆନୁସାରେ ସୂର୍ଯ୍ୟ ବୃକ୍ଷରାଶିକୁ ତ୍ୟାଗକରି ଯେଉଁ ଦିନ ମିଥୁନ ରାଶିରେ ପ୍ରବେଶ କରି ତା ପର ଦିନକୁ ମିଶାଇ ମୋଟ ତିନିଦିନ ରଜପର୍ବ ପାଳନ କରାଯାଏ । ମୃଗଶିରା ନକ୍ଷେତ୍ରରେ ସୂର୍ଯ୍ୟ ରହିବାର ତିନିଦିନକୁ ରଜ କୁହାଯାଉଥିବା ବେଳେ ଧର୍ମଶାସ୍ତ୍ରନୁସାରେ କୌଣସି ନାଇର ଋତୁସ୍ରାବ ପ୍ରଥମ ତିନିଦିନ ଯଥାକ୍ରମେ- ଚାଣ୍ଡାଳି, ବ୍ରହ୍ମଘାତିନୀ, ଓ ରଜକୀ ହୋଇଥାଏ । ଚତୁର୍ଥ ଦିନରେ ଶୂଦ୍ରା ଓ ପଞ୍ଚମ ଦିନରେ ରମଣ ଯୋଗ୍ୟ ହୋଇଥାଏ । ତେଣୁ ରଜ ପର୍ବ ଭାବେ ମଧ୍ୟ ପାଳନ କରାଯାଏ । ରଜର ଶେଷ ଦିନରେ ଠାକୁରାଣୀ ଗାଧୁଆରେ କାଠ ପିଢା ଉପରେ ଶିଳପୁଆ ଲଙ୍ଗଳ ଲୁହା ଓ ବିଭିନ୍ନ ଉପକରଣ ରଖି ତା ଉପରେ ହଳଦୀ ପାଣି ଢାଳି । ଭୋଗ ରାଗ ସହ ବାସୁମତି ସ୍ନାନ କରାନ୍ତି । ଏହା ପରେ ହିଁ ପବିତ୍ର ଓ ଉତ୍ପାଦନ କ୍ଷମ ହୁଏ ମାଟି ।
ରଜ ଚାଷୀଘରେ ମଉଜ ମଜଲିସର ଉତ୍ସବ ହୋଇଥିବା ବେଳେ, ଆମର ଧର୍ମୀୟ ଭାବଧାରା ଭିଡ଼ରେ ଏହା ଯୋଡି ହୋଇଯାଇଛି କାହିଁ କେଉଁ କାଳରୁ । ଶ୍ରୀମନ୍ଦିରରେ ସପ୍ତାବରଣ ମୃତ୍ତି ମଧ୍ୟରେ ଭୂଦେବୀ ବା ମାଟି ଦେବୀ ଥିବାରୁ ଏଥିରେ ମଧ୍ୟ ଖୁବ ରୀତିନୀତି ସହ ରଜପର୍ବ ପାଳନ କରାଯାଇଥାଏ । ଏହି ସମୟରେ ଅନେକ ସ୍ଥାନରେ ଗୀତା- ଭାଗବତ ପାଠ ପାରାୟଣ ପ୍ରବଚନ ପ୍ରଭୁତି ଅନୁଷ୍ଠିତ ହୋଇଥାଏ । ଓଡିଶାର ରଜପର୍ବ ପରି ରାଜସ୍ଥାନରେ ମଧ୍ୟ ପାଳନ ହୁଏ ‘ଡାଜପତ୍ର ‘ ଏଥିରେ କୁମାରୀମାନେ ନୂତନ ବସ୍ତ୍ର ପରିଧାନପୂର୍ବକ ଦୋଳି ଖେଳିଥାନ୍ତି । ବର୍ଷା ଆରମ୍ଭରୁ ଏହି ଉତ୍ସବ ଓଦା କରିଦିଏ କୁଆଁରୀର ମନପ୍ରାଣକୁ । ରଜପର୍ବ କେରଳରେ ପାଳିତ ହେଉଥିବା ପର୍ବର ନାଁ ଓ ନାମ । ଓଡିଶା ଭଳି ଏଥିରେ , ଦୋଳିଥାଏ, ପିଠାପଣାମନ ଥାଏ । ଆଉ ନାଚଗୀତରେ ପୁଅଝିଅମାନେ ନାଚିଥାନ୍ତି । ବର୍ଷା ହିଁ ସୃଜନ ଓ ଶୃଙ୍ଗାର ଋତୁ । ନବଯୌବନପ୍ରାପ୍ତ ଝିଅଟିଏ ଅନ୍ୟ ଘରକୁ କନିଆଁ ହୋଇଯିବାର ସ୍ଵପ୍ନ ଦେଖେ ଏଇ ରଜ ଅବସରରେ । ସେଥିପାଇଁ ହିଁ ତାର ମନର ଭାବ ପ୍ରକାଶ ଲାଗି ଦୋଳିରେ ଆୟୋଜନ- ନିଆରା ସୁଯୋଗ ହୋଇଥାଏ । କେନ୍ଦୁଝର ଆଞ୍ଚଳ ରେ ଏହି ରଜକ ଭିନ୍ନ ଢଙ୍ଗରେ ପାଳନ କରାଯାଏ । ଏଠାରେ ବିଭିନ୍ନ ପ୍ରକାର ଦୋଳି ବନ୍ଧାଯିବା ପରେ ପ୍ରଥମେ ଗାଁ ଦେହୁରି ନିହାଣ ବାରିସି ଆଦି ଦୋଳିରେ ରଖି ଏହାକୁ ଅଢେଇବେଣ୍ଟ ଝୁଲାଇଥାନ୍ତି । ପ୍ରଥମେ ନୀହାର ବାରିସିକୁ ଝୁଲାଇବା ଦ୍ଵାରା ସ୍ଵର୍ଗର ଶିଳ୍ପ ବିଶ୍ଵକର୍ମାଙ୍କ ପ୍ରତି ସମ୍ମାନ ଜଣାଇ ସେମାନେ ଗୀତାରେ ଗୀତରେ ଦୋଳି ଖେଳରେ ମଜ୍ଜିଯାନ୍ତି । ରଜ ବିଦାୟ ଏଠିକା ପରମ୍ପରା ଆଉ ଏକ ଅଂଶ । ଝିଅ ଶାଶୁଘରକୁ ଯିବ ସଂସାର କରିବ – ଏଇ ସାମାଜିକ ବ୍ୟବସ୍ଥାକୁ ପ୍ରତିକରାତ୍ମ ଢଙ୍ଗରେ ପରିବେଷଣ କରାନ୍ତି ଗାଁ ଝିଅମାନେ । ସେମାନେ ପରସ୍ପର ବରକନ୍ୟା ବସନ୍ତି । ଶବର- ଶବରଣୀ ନାଚ ହୁଏ । ନୃତ୍ୟରେ ଶବର ତାର ଆରାଧ ଦେବତା ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମ୍ମାନ ଜଣାଏ । ଆଦିବାସୀମାନଙ୍କ ଗଭୀର ବିଶ୍ଵାସଯେ ମା ସୀତା ଏହିଦିନ ଗର୍ଭବତୀ ହୋଇଥିଲେ । ତେଣୁ ସ୍ଥାନୀୟ ଶବର ନୃତ୍ୟ ମାଧ୍ୟମରେ ଆର୍ଯ୍ୟଦେବତା ଓ ଆର୍ଯ୍ୟ ସଂସ୍କୃତିକୁ ସମ୍ମାନ ଜଣାଏ । ଶବରୁଣୀ ଶବରକୁ କୃଷି କର୍ମରେ ତତ୍ପର ଦେବାକୁ ପରବାର୍ତ୍ତାଏ । ଶେଷରେ ଆଶ୍ରୁଳ ଆଖିରେ ସମସ୍ତେ ରଜକୁ ବିଦାୟ ଦିଅନ୍ତି । ସବୁ ଗାଁରେ ରଜପର୍ବ ବେସ ଆତ୍ମୀକ ଆଉ ଆପଣା ଲାଗେ । ଘରେ ଘରେ ବନ୍ଧୁମିଳନ ହୋଇଥାଏ । ଏଇ ବେଳରେ ଗାଁ ପୋଖରୀରେ ଶେଷ ମାଛ ଧରା ହୋଇ ଭୋଗଲାଗେ । ଏବେ ଅଧିକାଂଶରେ ମଣିଷ ର ସ୍ଵାର୍ଥରେ ଅସଂଖ୍ୟ ଛେଳି, କୁକୁଡା, କାଟି ଚାଲିଥିବା ବେଳେ ପୂର୍ବକାଳରେ ଲୋକେ କେବଳ ଏଇ ରଜ ସମୟକୁ ଖାସୀ କଟା ଲାଗି ଚାହିଁ ବସିଥାନ୍ତି । ମୌସୁମୀ ଆସିଲେ ଅମୃତର ଶୀତଳର ବାରି ଝରିପଡେ ଆକାଶରୁ । ଝିଅମାନେ ସଜବାଜରେ ପୂର୍ବକୁ ଝାଳ କରାଯାର କେଶଗୁଚ୍ଛକୁ ଇଠା ଫଳରେ ପରିଷ୍କାର କରନ୍ତି । ମହିଳା ମାନେ ପୁରୁଣା ଗହଣା ଓ ଅଳଙ୍କାର ମଜନ୍ତି । ହଜାର ହଜାର ବର୍ଷ ତଳେ ବୈଦିକ ସଭ୍ୟତାର ମଣିଷ ଯେପରି ମହାପ୍ରକୃତିର ବନ୍ଧନା ଗାଉଥିଲା , ମାଟି, ପାଣି, ବାୟୁ, ସୂର୍ଯ୍ୟ, ମେଘ, ଆକାଶ, ଓ ଅଗ୍ନିର ଆବାହକ କରୁଥିଲ,ରଜପର୍ବ ହେଉଛି ସେଇ ପରମ୍ପରା ଓ ଦର୍ଶନର ଆଧୁନିକତା ପ୍ରତିଫଳନ । ହିନ୍ଦୁ ଶାସ୍ତ୍ର ରଜକୁ ବାସୁମାତା ଅସ୍ପର୍ଶ ଦିବସ ଭାବେ ମାନ୍ୟତା ଦେଇ ଆସୁଛି । ସବୁଠି ସୃଷ୍ଟିର ମୂଳ ତତ୍ତ୍ଵ ହେଉଛି କୃଷି । କୃଷି ନାହିଁ ତ ସଂସ୍କୃତି ନାହିଁ । ସେଥିପାଇଁ ହିଁ କୃଷି ପର୍ବ ରଜ- ସଂସ୍କୃତି ମାନସ ମଣିଷ ପାଇଁ ସର୍ଜନାର ସଙ୍କେତ ବହନ କରିଥାଏ । ରଜପର୍ବ ପ୍ରତିବର୍ଷ ଜୁନ ମାସରେ ହିଁ ପଡିଥାଏ । ଚନ୍ଦ୍ରଙ୍କ ନାଁ ଅନୁସାରେ ଏହି ମାସରେ ନାମକାରଣ କରାଯାଇଛି । ରୋମରେ ଲୋକେ ଜୁନୋଙ୍କୁ ମାତୁତ୍ଵରେ ଦେବୀ ଭାବେ ପୂଜା କରୁଥିବା ବେଳେ ତାଙ୍କରି ନାଁରେ ନାମକରଣ ହୋଇଥିବା ଜୁନ ମାସରେ ରଜପର୍ବର ପରିକଳ୍ପନା ଅପୂର୍ବ ସରଞ୍ଜାସ୍ୟ ରଖିଥାଏ ।
ଆଧାର : ନିବେଦିତା ପଟ୍ଟନାୟକ
Last Modified : 1/22/2020