অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ଵାଧୀନତା ଦିବସ‌

ଭାରତର ସ୍ଵାଧୀନତା

ଭାରତର ସ୍ଵାଧୀନତା ଦିବସ‌ ୧୯୪୭ରେ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ଵତନ୍ତ୍ର ଗଣରାଜ୍ୟରେ ପରିଣତ ହେବାର ଦିବସକୁ ମନେପକାଇବା ପାଇଁ ପନ୍ଦର ଅଗଷ୍ଟରେ ଏକ ପ୍ରଧାନ ଜାତୀୟ ଦିବସ ଭାବରେ ପାଳନ କରାଯାଇଥାଏ । ଏହା ଭାରତର ଏକ ପ୍ରଧାନ ଜାତୀୟ ଦିବସ । ଦେଶ ସାରା, ଏହି ଦିନ ପତାକା ଉତ୍ତୋଳନ କରଯାଇଥାଏ ଓ ଉତ୍ସବମାନ ଅୟୋଜନ କରାଯାଇଥାଏ । ରାଜଧାନୀ ଦିଲ୍ଲୀରେ ଏହି ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିମନ୍ତେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ଦେଇଥାନ୍ତି ଯାହା ଦେଶସାରା ଟି.ଭି.ରେ ଦେଖାଯାଇଥାଏ । ଏହି ଅଭିଭାଷଣରେ ସେ ଦେଶର ପ୍ରଗତି, ଅସୁବିଧା ଓ ତାହାର ସମାଧାନ ଓ ଆଗକୁ ହେବାକୁ ଥିବା ଉନ୍ନତି ଆଦି ବିଷୟରେ ବଖାଣିଥାନ୍ତି । ଭାରତୀୟ ସ୍ଵାଧୀନତା ସଙ୍ଗ୍ରାମ ଓ ସଂଗ୍ରାମୀମାନଙ୍କ ଉପରେ ମଧ୍ୟ ସେ ଅଭିଭାଷଣ ରଖିଥାନ୍ତି ।

୧୯୪୬ରେ, ବ୍ରିଟେନର ଶ୍ରମିକ ସରକାର ୨ୟ ବିଶ୍ଵଯୁଦ୍ଧରେ ବ୍ୟସ୍ତ ହୋଇ ପଡ଼ିଥିଲେ ଓ ନିଜ ଦେଶ ଓ ବିଦେଶୀ ସହଯୋଗ ତଥା ଭାରତୀୟ ସେନାର ସହଯୋଗରେ ମାତିଉଠିଥିବା ଭାରତୀୟମାନଙ୍କୁ ଦମନ କରିବାର ଆଶା ହରାଇଥିଲେ । ଏଣୁ ସେମାନେ ଭାରତରେ ଫିରିଙ୍ଗି ଶାସନର ଅନ୍ତ କରିବାକୁ ସିଦ୍ଧାନ୍ତ ନେଲେ ଓ ୧୯୪୭ର ଆରମ୍ଭରେ ୧୯୪୮ ଜୁନ ଆଗରୁ ବ୍ରିଟେନ ଭାରତରୁ ଶାସନ ଫେରାଇଆଣିବାର ସିଦ୍ଧାଣ ପୋଷଣ କଲା ।

ଭାରତୀୟ ସମ୍ବିଧାନ

ଗୋଟିଏ ସ୍ଵାଧୀନ ରାଷ୍ଟ୍ରର ଶାସନ ପରିଚାଳନା ନିମନ୍ତେ ଅନୁସୃତ ନିୟମାବଳୀର ସମଷ୍ଟିକୁ ସମ୍ବିଧାନ କୁହାଯାଏ । ୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନ କବଳରୁ ଭାରତ ରାଜନୈତିକ ସ୍ଵାଧୀନତା ହାସଲ କଲାବେଳେ ଦେଶରେ ଏକ ସ୍ଥାୟୀ ସମ୍ବିଧାନ ନଥିଲା। ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା ।

ଏକ ସାର୍ବଭୌମ ରାଷ୍ଟ୍ରର ମୂଳଦୁଆ ହେଉଛି ନିଜସ୍ଵ ସମ୍ବିଧାନ। ବ୍ରିଟିଶ ସରକାର ୧୯୩୫ ମସିହାରେ ଭାରତ ପାଇଁ ଏକ ସାମ୍ବିଧାନିକ ଢାଞ୍ଚା ‘ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ-୧୯୩୫’ ପ୍ରସ୍ତୁତ କରିଥିଲେ। ୧୯୪୬ ଡିସେମ୍ବର ୯ ତାରିଖରେ ପ୍ରଥମଥର ପାଇଁ ଭାରତର ସମ୍ବିଧାନ ପ୍ରଣୟନ ସଭା (କନଷ୍ଟିଚୁଏଣ୍ଟ ଆସେମ୍ବ୍ଲି ଅଫ ଇଣ୍ଡିଆ) ଗଠିତ ହୋଇଥିଲା। ଡ. ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଗଠିତ ସାତଜଣିଆ କମିଟି ୧୯୪୭ ନଭେମ୍ବର ୪ ତାରିଖ ଦିନ ସମ୍ବିଧାନ ଚିଠା (ପ୍ରାରୂପ) ପ୍ରସ୍ତୁତ କରି ସମ୍ବିଧାନ ସଭାକୁ ପ୍ରଦାନ କରିଥିଲେ । ସମ୍ବିଧାନ ସଭାର ବୈଠକ ୧୬୬ଥର ବସିଥିଲା ଏବଂ ୩୦୮ ସଦସ୍ୟ ଏହା ଉପରେ ବ୍ୟାପକ ଚିଚାର ଆଲୋଚନା କରିଥିଲେ । । ୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ ଚିଠା ଗୃହିତ ହୋଇଥିଲା । ଭାରତର ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ୨ବର୍ଷ ୧୧ମାସ ୧୮ଦିନ ବ୍ୟାପୀ ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହୋଇ ଶେଷରେ ସମ୍ବିଧାନ ସଭାର ୩୦୮ଜଣ ସଦସ୍ୟ ଏହାର ହିନ୍ଦୀ ଓ ଇଂରାଜୀ ସଂସ୍କରଣରେ ୧୯୫୦ ଜାନୁଆରୀ ୨୪ ତାରିଖ ସ୍ଵାକ୍ଷର କଲେ। ଦସ୍ତଖତର ଦୁଇ ଦିନ ପରେ ଜାନୁଆରୀ ୨୬ ତାରିଖରୁ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେଲା। ଜାନୁଆରୀ ୨୬ ଏଇଥିପାଇଁ ଚୟନ କରାଯାଇଥିଲା ଯେ, ୧୯୩୦ ମସିହାର ଏହି ଦିନରେ ଭାରତର ସ୍ଵାଧୀନତା ଘୋଷଣାନାମା ଗୃହିତ ହୋଇଥିଲା। ୧୯୩୦ ମସିହା ଜାନୁଆରୀ ୨୬ ତାରିଖରୁ ଭାରତୀୟ ଜାତୀୟ କଂଗ୍ରେସ ଏହି ଦିବସକୁ ପୂର୍ଣ୍ଣ ସ୍ଵରାଜ ଦିବସ ବା ସ୍ଵାଧୀନତା ଦିବସ ଭାବେ ପାଳି ଆସୁଥିବାରୁ ଏହି ଦିନକୁ ସମ୍ବିଧାନର କାର୍ଯ୍ୟକାରୀ ଦିବସ ବା ଗଣତନ୍ତ୍ର ଦିବସ ରୂପେ ଘୋଷଣା ପାଇଁ ସ୍ଥିରୀକୃତ ହୋଇଥିଲା। ମୂଳ ଗ୍ରନ୍ଥ ଦୁଇଟିର ପ୍ରତିଟି ପୃଷ୍ଠା ଚିତ୍ରିତ ହାତଲେଖାରେ ତିଆରି ହୋଇଛି । ଏଥିରେ ଶାନ୍ତିନିକେତନର କଳାକାର ଶ୍ରୀ ବେହର ରାମମନୋହର ସିହ୍ନାଙ୍କ ଅନ୍ୟମାନଙ୍କ ହସ୍ତଲିପିର ଚାତୁର୍ଯ୍ୟ ରହିଛି। ଭାରତର ସମ୍ବିଧାନର ପ୍ରାରମ୍ଭରେ ପ୍ରାକ୍‌କଥନ (The Preamble) ରହିଛି। ମୂଳ ସମ୍ବିଧାନରେ ସର୍ବମୋଟ ୨୨ଗୋଟି ଭାଗ ବା ଅଧ୍ୟାୟ (Part) ମଧ୍ୟରେ ୩୯୫ଟି ଧାରା (Articles) ଓ ୮ଗୋଟି ପରିଶିଷ୍ଟ (Schedule) ରହିଥିଲା । ୨୦୧୧ ମସିହା ମାର୍ଚ୍ଚ ମାସ ସୁଦ୍ଧା ୧୧୪ଥର ସମ୍ବିଧାନ ସଂଶୋଧନ ହୋଇ ସାରିଲାଣି । ବର୍ତ୍ତମାନ ରୂପରେ ଭାରତୀୟ ସମ୍ବିଧାନରେ ପ୍ରାକ୍‌କଥନ ସହ ସର୍ବମୋଟ ୨୨ଗୋଟି ଭାଗ ବା ଅଧ୍ୟାୟ (Part) ମଧ୍ୟରେ ୪୫୦ଟି ଧାରା (Articles) ଓ ୧୨ଗୋଟି ପରିଶିଷ୍ଟ (Schedule) ଅଛି । ।

ଆଧାର –

"indiacode.nic.in"



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate