অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିବିଧା

ବିବିଧା

  1. ଦଫା ୮୧। ମିଶିଥିବା ଅଞ୍ଚଳରେ ସଂରକ୍ଷିତ ଜଙ୍ଗଲ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା
  2. ଦଫା ୮୨। ନିୟମାବଳୀ ପ୍ରଣୟନ କରିବାକୁ ଅତିରିକ୍ତ କ୍ଷମତା
  3. ଦଫା ୮୩। ଅନ୍ୟଥା ବ୍ୟବସ୍ଥା କରାଯାଇନଥିବା ଅପରାଧ ପାଇଁ ଦଣ୍ଡବ୍ୟବସ୍ଥା
  4. ଦଫା ୮୪। ଜଙ୍ଗଲ ଅଧିକାରୀ ଏବଂ ପୋଲିସ୍ ଅଫିସରଙ୍କୁ ସହାୟତା କରିବାକୁ ବାଧ୍ୟ ଥିବା ବ୍ୟକ୍ତି ଏବଂ ଅଫିସରମାନଙ୍କର କର୍ତ୍ତବ୍ୟ
  5. ଦଫା ୮୫। ଜଙ୍ଗଲ ସମ୍ବନ୍ଧୀୟ ଅପରାଧ ପ୍ରବର୍ତ୍ତାଇବା ପାଇଁ ଦଣ୍ଡ
  6. ଦଫା ୮୬। ସରକାରୀ ଜଙ୍ଗଲ ଓ ଜଙ୍ଗଲଜାତ ଦ୍ରବ୍ୟରେ କୌଣସି ଅଂଶ ଯେଉଁଥିପାଇଁ କର୍ତ୍ତବ୍ୟ ସଂପାଦନ କରିବାରେ ଅବହେଳା
  7. ଦଫା  ୮୭। ସରକାରଙ୍କୁ ପ୍ରାପ୍ୟ ଟଙ୍କାର ଆଦାୟ
  8. ଦଫା ୮୮। ସେପରି ଅର୍ଥ ପାଇଁ  ଜଙ୍ଗଲଜାତ ଦ୍ରବ୍ୟ ଉଆପରେ ଅଧିକାର
  9. ଦଫା ୮୯। ବଣ୍ଡ୍ ଅନୁଯାୟୀ ଦେୟ ଜୋରିମାନା ଆଦାୟ
  10. ଦଫା ୯୦। ସରକାର ବା ସ୍ଵାୟତ୍ତ୍ଵ ଶାସନ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ନିର୍ଦ୍ଦିଷ୍ଟ ଜମି ପ୍ରତି  ଆଇନର ବ୍ୟବସ୍ଥା ପ୍ରୟୋଗ  ପାଇଁ ସରକାରଙ୍କ କ୍ଷମତା
  11. ଦଫା ୯୧। ପ୍ରତ୍ୟାହାର ଏବଂ ସଂରକ୍ଷଣ

ଦଫା ୮୧। ମିଶିଥିବା ଅଞ୍ଚଳରେ ସଂରକ୍ଷିତ ଜଙ୍ଗଲ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା

  1. ଏହି ଆଇନ୍ ରେ କିମ୍ବା ସେହି ସମୟରେ ବଳବତ୍ତର ଥିବା ଅନ୍ୟ କୌଣସି ଆଇନରେ ଯେ କୌଣସି ବ୍ୟବସ୍ଥା  ସତ୍ତ୍ୱେ ରାଜ୍ୟ ସହିତ ମିଶିଥିବା ଅଞ୍ଚଳରେ ଥିବା କୌଣସି ଜଙ୍ଗଲ ବା ପତିତ ଜମି, ରାଜ୍ୟ ସହିତ ମିଶ୍ରଣ ହେବା ତାରିଖ ପୂର୍ବରୁ ସେହି ଅଞ୍ଚଳରେ ଥିବା ଜଙ୍ଗଲ ବା ପତିତ ଜମି ସମ୍ପୃକ୍ତ ରାଜ୍ୟର ଶାସକଙ୍କ ଦ୍ଵାରା ସେ ସମୟରେ ବଳାବର୍ତ୍ତର କୌଣସି ଆଇନ୍ ପ୍ରଥା, ନିୟମାବଳୀ, ରେଗୁଲେସନ୍, ଆଦେଶ ବା ବିଜ୍ଞପ୍ତି ଅନୁଯାୟୀ ଏକ ସଂରକ୍ଷିତ ଜଙ୍ଗଲ ରୂପେ ସ୍ଵିକୃତିଲାଭ କରିଥାଏ କିମ୍ବା କୌଣସି ପ୍ରଶାସନ ରିପୋର୍ଟ, କାର୍ଯ୍ୟପ୍ରଣାଳୀ ଯୋଜନା ବା ରେଜିଷ୍ଟରରେ ତାହା ଏକ ସଂରକ୍ଷିତ ଜଙ୍ଗଲ ରୂପେ ସ୍ଵିକୃତିଲାଭ କରିଥାଏ ତେବେ ଏହି ଆଇନ୍ ର ବ୍ୟବସ୍ଥା ଅନୁଯାୟୀ ଏକ ସଂରକ୍ଷିତ ଜଙ୍ଗଲ ରୂପେ ଗଣ୍ୟ ହେବ ।
  2. ଉପରୋକ୍ତ ସଂରକ୍ଷିତ ଜଙ୍ଗଲ ପ୍ରତି ଲାଗୁ ହେବା ପାଇଁ ଯଦି ଏହି ଆଇନ୍ ଅଧୀନରେ କୌଣସି ନିୟମ, ବିଜ୍ଞପ୍ତି, ଆଦେଶର ବ୍ୟବସ୍ଥା ନ ଥାଏ ତେବେ  ରାଜ୍ୟ ସହିତ ମିଶ୍ରଣ ଘଟିବା ପୂର୍ବରୁ ଉକ୍ତ ସଂରକ୍ଷିତ ଜଙ୍ଗଲ ପ୍ରତି ଲାଗୁ ହେଉଥିବା ଉପ-ଦଫା (୧)ରେ ଉଲ୍ଲିଖିତ ଆଇନ୍, ପ୍ରଥା, ନିୟମାବଳୀ, ରେଗୁଲେସନ, ଆଦେଶ ବା ବିଜ୍ଞପ୍ତିକୁ ରଦ୍ଦ କରା ଣ ଗଲେ କିମ୍ବା ପରିବର୍ତ୍ତନ କରା ଣ ଗଲେ ତାହା ଏହି ଆଇନ୍ ର ବ୍ୟବସ୍ଥା ଅନୁଯାୟୀ ସେହି ସଂରକ୍ଷିତ ଜଙ୍ଗଲ ପ୍ରତି ଲାଗୁ ହେବ ଏବଂ ବଳବତ୍ତର  ରହିବ ।
  3. ରାଜ୍ୟ ସହିତ ମିଶ୍ରଣ ଘଟିଥିବା ରାଜ୍ୟର ଶାସକଙ୍କ ଦ୍ଵାରା ଉପରୋକ୍ତ ସଂରକ୍ଷିତ ଜଙ୍ଗଲ ସମ୍ପର୍କରେ ପ୍ରସ୍ତୁତ କରାଯାଇଥିବା ରିପୋର୍ଟ, କାର୍ଯ୍ୟ ପ୍ରଣାଳୀ ଯୋଜନା ବା ରେଜିଷ୍ଟର ଯଦି ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଵିକୃତୀ ଲାଭ କରିଥାଏ ଓ ଅନୁମୋଦିତ ହୋଇଥାଏ ତେବେ ସେପରି ରିପୋର୍ଟ, କାର୍ଯ୍ୟପ୍ରଣାଳୀ ଯୋଜନା ବା ରେଜିଷ୍ଟରର ବୈଧତା ସମ୍ପର୍କରେ ଅଦାଲତରେ ପ୍ରଶ୍ନଉଠାଯାଇ ପାରିବ ନାହିଁ ।
  4. ମିଶ୍ରଣ ହୋଇଥିବା ଅଞ୍ଚଳରେ ସ୍ଵିକୃତୀଲାଭ କରିଥିବା ଜଙ୍ଗଲଗୁଡିକ ସେହି ଅଞ୍ଚଳରେ ଯେଉଁ ନାମରେ ପରିଚିତ ଥାଆନ୍ତୁ ନା କାହିଁକି ସେ ସବୁ ଏହି ଆଇନ୍ ର ବ୍ୟବସ୍ଥାନୁଯାୟୀ ସୁରକ୍ଷିତ ଜଙ୍ଗଲ ରୂପେ ବିବେଚିତ ହେବ ଏବଂ ଏହି ଆଇନ୍ ର ବ୍ୟବସ୍ଥାନୁଯାୟୀ ସୁରକ୍ଷିତ ଜଙ୍ଗଲ ରୂପେ ବିବେଚିତ ହେବ ଏବଂ ଏହି ଆଇନ୍ ର ଉପର କଥିତ ଉପ-ଦଫା (୨) ଏବଂ (୩) ସେହି ଜଙ୍ଗଲ ପ୍ରତି ଆବଶ୍ୟକୀୟ ପରିବର୍ତ୍ତନ ସହ ଲାଗୁ ହେବ ।

ସ୍ପଷ୍ଟୀକରଣ -୧ :- କାର୍ଯ୍ୟ ପ୍ରଣାଳୀ ଯୋଜନା

ଅର୍ଥାତ୍ ଏଥିମଧ୍ୟରେ ଜଙ୍ଗଲର ଗଠନ ଓ ପରିଚାଳନା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିବା କୌଣସି ଯୋଜନା, ସ୍କିମ୍, ପ୍ରୋଜେକ୍ଟ, ନକ୍ସା ଏବଂ ଖର୍ଚ୍ଚ ସମ୍ବନ୍ଧୀୟ ବିବରଣୀ ଅନ୍ତର୍ଭୁକ୍ତ ହେବ ।

ସ୍ପଷ୍ଟୀକରଣ -୨ :- ଶାସକ :-

ଅର୍ଥ ମିଶ୍ରଣ ଘଟିବା ପୂର୍ବରୁ ରାଜାଙ୍କ ଦ୍ଵାରା କରାଯାଇଥିବା ଦରକାରୀ ଶାସନକୁ ବୁଝାଇବ ଏବଂ ରାଜ୍ୟ ସରକାର କହିଲେ ଉକ୍ତ ତାରିଖପରେ ଉତ୍ତରାଧିକାରୀ ହୋଇଥିବା ସରକାରଙ୍କୁ ବୁଝାଇବ ।

ଦଫା ୮୨। ନିୟମାବଳୀ ପ୍ରଣୟନ କରିବାକୁ ଅତିରିକ୍ତ କ୍ଷମତା

  1. ରାଜ୍ୟ ସରକାର ନିମ୍ନଲିଖିତ ଉଦ୍ଦେଶ୍ୟରେ ନିୟମ ପ୍ରଣୟନ କରିପାରିବେ :
    • ଏହି ଆଇନ୍ ଅନୁଯାୟୀ କୌଣସି ଜଙ୍ଗଲ ଅଧିକାରୀଙ୍କ ଦ୍ଵାରା କ୍ଷମତା ଏବଂ କର୍ତ୍ତବ୍ୟ ଧାର୍ଯ୍ୟ କରିବା ପାଇଁ ।
    • ଏହି ଆଇନ୍ ଅନୁଯାୟୀ ବ୍ୟାଜ୍ୟାପ୍ତି ଏବଂ ଜୋରିମାନା କରାଯାଇ ଆଦାଯ କରାଯାଇଥିବା ଅର୍ଥରୁ ଅଫିସର ଏବଂ ସମ୍ବାଦଦାତା ମାନଙ୍କୁ ପୁରସ୍କାର ଦେବା ଉଦ୍ଦେଶ୍ୟରେ ଧାର୍ଯ୍ୟ କରିବା ପାଇଁ ;
    • ରାଜ୍ୟ ସରକାରଙ୍କ ସମ୍ପତ୍ତି ରୂପେ ବିବେଚିତ ହେଉଥିବା ଗଛ ଏବଂ କାଠଗରିଣ୍ଡା ଗୁଡିକର ସୁରକ୍ଷା, ଅଭିବୃଦ୍ଧି ଏବଂ ବିନିଯୋଗ ପାଇଁ ବ୍ୟବସ୍ଥା କରିବା; ଏବଂ
    • ସାଧାରଣତଃ ଏହି ଆଇନ୍ ର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବା ଉଦ୍ଦେଶ୍ୟରେ ।
  2. ଏହି ଆଇନ୍ ଅନୁଯାୟୀ ପ୍ରଣୟନ କରାଯାଇଥିବା ନିୟମାବଳୀ ରାଜ୍ୟ ବିଧାନସଭା ସମୁଦାୟ ଚଉଦଦିନ ପାଇଁ ଅଧିବେସନରେ ଥିବା ସମୟରେ ବିଧାନସଭାରେ ଉପସ୍ଥାପିତ କରାଯିବ ।  ଯଦି ଉକ୍ତ ସମୟ ମଧ୍ୟରେ ସେହି ନିୟମାବଳୀରେ ରାଜ୍ୟ ବିଧାନସଭା ପରିବର୍ତ୍ତନ ଆଣନ୍ତି ତେବେ ନିୟମାବଳୀ ଅଧିନରେ କରାଯାଇଥିବା କାର୍ଯ୍ୟର ବୈଧତା ପ୍ରତି ପରିବର୍ତ୍ତିତ ନିୟମାବଳୀ କୌଣସି ବିରୁଦ୍ଧାଚରଣ ସୃଷ୍ଟି କରିବ ନାହିଁ ।

ଦଫା ୮୩। ଅନ୍ୟଥା ବ୍ୟବସ୍ଥା କରାଯାଇନଥିବା ଅପରାଧ ପାଇଁ ଦଣ୍ଡବ୍ୟବସ୍ଥା

କୌଣସି ବ୍ୟକ୍ତି ଯଦି ଏହି ଆଇନ୍ ର କୌଣସି ବ୍ୟବସ୍ଥା କିମ୍ବା ଏହି ଆଇନ୍ ଅଧୀନରେ ପ୍ରଣୟନ କରାଯାଇଥିବା ନିୟମାବଳୀର ବ୍ୟବସ୍ଥାକୁ ଉଲ୍ଲଂଘନ କରନ୍ତି ଯେଉଁ ଥିପାଇଁ କୌଣସି ଦଣ୍ଡ ବ୍ୟବସ୍ଥା କରାଯାଇନାହିଁ ତେବେ ସେ ବ୍ୟକ୍ତି ସର୍ବାଧିକ ଦୁଇବର୍ଷ ଜେଲ୍ ଦଣ୍ଡରେ କିମ୍ବା ସର୍ବାଧିକ ଦୁଇ ହଜାର ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହେବେ ।

ନିର୍ଣ୍ଣୟ ସିଦ୍ଧାନ୍ତ :-

ଦଫା ୮୩ । ଓଡ଼ିଶା ଜଙ୍ଗଲ ସ-ମିଲ ଏବଂ ସ-ପିଟ୍(ନିୟନ୍ତ୍ରଣ) ନିୟମାବଳୀ, ୧୯୮୦ ନିୟମ ୩ ଏବଂ ୧୩ । ଦଫା ୮୩ ଅନୁଯାୟୀ ବ୍ୟବସ୍ଥିତ ଆଇନ୍ ଏବଂ ନିୟମାବଳୀର ବ୍ୟବସ୍ଥା ଉଲ୍ଲଂଘନ ପାଇଁ ଜୋରିମାନା କୌଣସି ନିୟମ କିମ୍ବା ସର୍ତ୍ତ, ଲାଇସେନ୍ସ ମଞ୍ଜୁରର ଉଲ୍ଲଂଘନ ପାଇଁ ନିୟମ ୧୩, ଜୋରିମାନା ବ୍ୟବସ୍ଥା କରିଥାଏ – ବର୍ତ୍ତମାନ କେଶରେ ଏହା ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ କେଶ୍ ନ ଥିଲା ଯେ ନିୟମ ୧୩ ଅନୁଯାୟୀ କୌଣସି ଲାଇସେନ୍ସ ବିନା ସ-ମିଲ୍ ପ୍ରତିଷ୍ଠା ହୋଇ ନ ଥିଲା- କୌଣସି ବ୍ୟବସ୍ଥା ଉଲ୍ଲଂଘନ ହୋଇ ନ ଥିବା ଦୋଷମୁକ୍ତ ଅନୁମୋଦିତ ହୋଇଥିଲା –(୧୯୯୧)୪ଓ.ସି.ଆର୍- ୧୫ ।

ଦଫା ୮୪। ଜଙ୍ଗଲ ଅଧିକାରୀ ଏବଂ ପୋଲିସ୍ ଅଫିସରଙ୍କୁ ସହାୟତା କରିବାକୁ ବାଧ୍ୟ ଥିବା ବ୍ୟକ୍ତି ଏବଂ ଅଫିସରମାନଙ୍କର କର୍ତ୍ତବ୍ୟ

  1. ପ୍ରତ୍ୟେକ ବ୍ୟକ୍ତି ଯେ କୌଣସି ସଂରକ୍ଷିତ ବା ସୁରକ୍ଷିତ ଜଙ୍ଗଲରେ ଅଧିକାର ପ୍ରୟୋଗ କରନ୍ତି କିମ୍ବା ସେପରି ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ନେବା ପାଇଁ କିମ୍ବା କାଠଗରିଣ୍ଡା କାଟିବା ପାଇଁ ଓ ଅପସାରଣ କରିବା ପାଇଁ କିମ୍ବା ସେହି ବ୍ୟକ୍ତିଙ୍କ ଦ୍ଵାରା ସେହି ଜଙ୍ଗଲରେ କାର୍ଯ୍ୟ କରିବା ପାଇଁ  ନିଯୁକ୍ତି ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ଏବଂ ସେହି ଜଙ୍ଗଲର ନିକଟବର୍ତ୍ତୀ ଗ୍ରାମମାନଙ୍କରେ ସରକାରଙ୍କ ଦ୍ଵାରା ନିଯୁକ୍ତି ପାଇଥିବା ପ୍ରତ୍ୟେକ ବ୍ୟକ୍ତି କିମ୍ବା ଗ୍ରାମବାସୀ ମାନଙ୍କର ଗସେବା ପାଇଁ ସରକାରଙ୍କ ଠାରୁ ଉତ୍ତା ପାଉଥିବା ବ୍ୟକ୍ତି ସେହି ଜଙ୍ଗଲରେ  କୌଣସି ଜଙ୍ଗଲ ସମ୍ପର୍କୀୟ ଅପରାଧ ଘଟିଥିବାର ବା ଅପରାଧ ଘଟାଇବା ପାଇଁ ଉଦ୍ୟମ ହେଉ ଥିବାର ଖବର ପାଆନ୍ତି ତେବେ ସେ ନିକଟସ୍ଥ ଜଙ୍ଗଲ ଅଧିକାରୀ ବା ପୋଲିସ ଅଫିସରଙ୍କୁ ସେପରି ଅପରାଧ ସମ୍ପର୍କରେ ଖବର ଦେବେ ଏବଂ ନିମ୍ନଲିଖିତ ପଦକ୍ଷେପମାନ ଗ୍ରହଣ କରିବେ –
    • ଜଙ୍ଗଲର ଯେଉଁ ସ୍ଥାନରେ ନିଆଁ ଲାଗୁଛି, ତାହା ଯଦି ଜ୍ଞାତସାରରେ ଥାଏ କିମ୍ବା ସେ ସମ୍ପର୍କରେ ସେ ଖବର ପାଇଥାନ୍ତି ତାହା ନିର୍ବାପିତ କରିବା ;
    • ସେହି ଜଙ୍ଗଲର ନିକଟବର୍ତ୍ତୀ ଯେଉଁ ସ୍ଥାନରେ ନିଆଁ ଲାଗିଛି ତାହା ଯଦି ତାଙ୍କ ଜ୍ଞାତସାରରେ ଥାଏ ବା ସେ ସମ୍ପର୍କରେ ଖବର ପାଇଥାନ୍ତି ତାହା ନିର୍ବାପିତ କରିବା;

    ଏବଂ ତାଙ୍କର  ସହାୟତା ଆବଶ୍ୟକ କରୁଥିବା ପୋଲିସ୍ ଅଫିସର ବା ଫରେଷ୍ଟ ଅଫିସରଙ୍କୁ ନିମ୍ନଲିଖିତ କ୍ଷେତ୍ରରେ ମଧ୍ୟ ସହଯୋଗ କରିବେ-

    • ସେହି ଜଙ୍ଗଲରେ ଜଙ୍ଗଲ ସମ୍ପର୍କୀୟ ଅପରାଧ ପ୍ରତିରୋଧ କରିବା ପାଇଁ; ଏବଂ
    • ଯେତେବେଳେ ବିଶ୍ଵାସ କରିବାର କାରଣ ଥାଏ ଯେ ସେହି ଜଙ୍ଗଲରେ ସେପରି ଜଙ୍ଗଲ ସମ୍ବନ୍ଧୀୟ ଅପରାଧ ଘଟାଇଥିବା ଅପରାଧୀଙ୍କୁ ଆବିଷ୍କାର କରିବାରେ ଏବଂ ଗିରଫ କରିବାରେ;
  2. ଯଦି କୌଣସି ବ୍ୟକ୍ତି ଯୁକ୍ତିଯୁକ୍ତ କାରଣ ନ ଥାଇ ନିମ୍ନଲିଖିତ ଉଦ୍ଦେଶ୍ୟରେ ସାହାଯ୍ୟ ପ୍ରଦାନ ନ କରନ୍ତି –
    • ଅଯଥା ନିଳମ୍ବ  କରି ନିକଟସ୍ଥ ପୋଲିସ୍ ଅଫିସର କିମ୍ବା ଫରେଷ୍ଟ ଅଫିସରଙ୍କୁ ଉପ-ଦଫା(୧) ଅନୁଯାୟୀ ସମ୍ବାଦ ଦେବାରେ;
    • ଉପଦଫା (୧) ଅନୁଯାୟୀ କୌଣସି ସଂରକ୍ଷିତ ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ପଦକ୍ଷେପ ନେବାରେ;
    • ଉପଦଫା (୧) ଅନୁଯାୟୀ କୌଣସି ସଂରକ୍ଷିତ ଜଙ୍ଗଲରେ ନିକଟବର୍ତ୍ତୀ ସ୍ଥାନରେ ଲାଗିଥିବା ନିଆଁ ଲିଭାଇବା ପାଇଁ ପଦକ୍ଷେପ ନେବାରେ;
    • କୌଣସି ଜଙ୍ଗଲ ସମ୍ବନ୍ଧୀୟ ଅପରାଧକୁ ପ୍ରତିରୋଧ କରିବା ପାଇଁ ଏବଂ ଅପରାଧୀଙ୍କୁ ଆବିଷ୍କାର ଏବଂ ଗିରଫ କରିବା ପାଇଁ ତାଙ୍କର ସାହାଯ୍ୟ ଆବଶ୍ୟକ କରୁଥିବା ଫରେଷ୍ଟ ଅଫିସର ବା ପୋଲିସ ଅଫିସରଙ୍କୁ ସାହାଯ୍ୟ ପ୍ରଦାନ କରିବାରେ;

    ତେବେ ସେହି ବ୍ୟକ୍ତି ସର୍ବାଧିକ ଦୁଇଶହ ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ ହେବେ ।

  3. ଉପ-ଦଫା (୧) ଅନୁଯାୟୀ ସମ୍ବାଦ ପାଇବା ପରେ ଫରେଷ୍ଟ ଅଫିସର କିମ୍ବା ପୋଲିସ୍ ଅଫିସର ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବେ ।

ଦଫା ୮୫। ଜଙ୍ଗଲ ସମ୍ବନ୍ଧୀୟ ଅପରାଧ ପ୍ରବର୍ତ୍ତାଇବା ପାଇଁ ଦଣ୍ଡ

କୌଣସି ବ୍ୟକ୍ତି ଜଙ୍ଗଲ ସମ୍ବନ୍ଧୀୟ ଅପରାଧ ପାଇଁ ପ୍ରବାର୍ତ୍ତାଇଲେ ସେଥିପାଇଁ ବ୍ୟବସ୍ଥା ହୋଇଥିବା ଦଣ୍ଡରେ ଦଣ୍ଡିତ ହେବେ ।

ଦଫା ୮୬। ସରକାରୀ ଜଙ୍ଗଲ ଓ ଜଙ୍ଗଲଜାତ ଦ୍ରବ୍ୟରେ କୌଣସି ଅଂଶ ଯେଉଁଥିପାଇଁ କର୍ତ୍ତବ୍ୟ ସଂପାଦନ କରିବାରେ ଅବହେଳା

ଯଦି କୌଣସି ବ୍ୟକ୍ତି ଜଙ୍ଗଲଜାତ ଦ୍ରବ୍ୟର କୌଣସି ଅଂଶ ପାଇବାକୁ ହକ୍ ଦାର ହୁଅନ୍ତି ଯାହାକି ସରକାରୀ ସମ୍ପତ୍ତି ଅଟେ କିମ୍ବା ଯାହା ଉପରେ ସରକାରଙ୍କର ସ୍ଵତ୍ତ୍ଵଧିକାର ଥାଏ କିମ୍ବା ଜଙ୍ଗଲଜାତ ଦ୍ରବ୍ୟର କୌଣସି କର୍ତ୍ତବ୍ୟ ଯଥାର୍ଥଭାବେ ସଂପାଦନର ସର୍ତ୍ତ ଉପରେ କର୍ତ୍ତବ୍ୟ ଯଥାର୍ଥଭାବେ ସଂପାଦିତ ହୋଇନାହିଁ ବୋଲି ରାଜ୍ୟ ସରକାର ସନ୍ତୁଷ୍ଟ ହେଲେ, ସେହି ଅଂଶକୁ ବ୍ୟାଜ୍ୟାପ୍ତି କରିବାକୁ ଦାୟୀ ହେବେ ।

ଉଲ୍ଲେଖଥାଉ ଯେ କୌଣସି ଅଂଶ ବ୍ୟାଜ୍ୟାପ୍ତି ହେବନାହିଁ ଯେ ପର୍ଯ୍ୟନ୍ତ ରାଜ୍ୟସରକାରଙ୍କ ଦ୍ଵାରା  ଯଥାର୍ଥ ଭାବେ ନିଯୁକ୍ତ କୌଣସି ଅଫିସରଙ୍କ ଦ୍ଵାରା  ବ୍ୟକ୍ତିଙ୍କୁ ଶୁଣାଣୀର ଯଥେଷ୍ଟ ସୁଯୋଗ ନ ଦେଇଛନ୍ତି ଓ ସେହି ବ୍ୟକ୍ତି ତାଙ୍କ ସପକ୍ଷରେ ପ୍ରଦାନ କରୁଥିବା ସାକ୍ଷ୍ୟ ପ୍ରମାଣକୁ ବିଚାରକୁ ନ ନେଇଛନ୍ତି ।

ଦଫା  ୮୭। ସରକାରଙ୍କୁ ପ୍ରାପ୍ୟ ଟଙ୍କାର ଆଦାୟ

ଏହି ଆଇନ୍ ଅନୁଯାୟୀ ଜୋରିମାନା ବ୍ୟତୀତ ରାଜ୍ୟ ସରକାରଙ୍କୁ ପାଇବାକୁ ଥିବା ସମସ୍ତ ଅର୍ଥ କିମ୍ବା କାଠଗରିଣ୍ଡା ବା ଜଙ୍ଗଲଜାତ ଦ୍ରବ୍ୟ ପାଇଁ ଏହି ଆଇନ୍ ର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଇବାରେ ଖର୍ଚ୍ଚ ହୋଇଥିବା ଅର୍ଥ କିମ୍ବା କାଠଗରିଣ୍ଡା ଓ ଜଙ୍ଗଲଜାତ ଦ୍ରବ୍ୟ ପାଇଁ ହୋଇଥିବା ଚୁକ୍ତି ଅନୁଯାୟୀ ପାଇବାକୁ ଥିବା ଅର୍ଥ ସହ ସେହି ଚୁକ୍ତିର ଖିଲାପ ପାଇଁ ଆଦାୟ ଅର୍ଥ କିମ୍ବା ସେପରି ଚୁକ୍ତିକୁ ବାତିଲ କରାଯିବା ହେତୁ ପାଇବାକୁ ଥିବା ଅର୍ଥ କିମ୍ବା କାଠଗରିଣ୍ଡା ବା ଜଙ୍ଗଲଜାତ ଦ୍ରବ୍ୟକୁ ନିଲାମ ବା ଟେଣ୍ଡର ଦ୍ଵାରା ବିକ୍ରୟ କରିବା ପାଇଁ ଫରେଷ୍ଟ ଅଫିସରଙ୍କ ଦ୍ଵାରାଅ ଜାରୀ କରାଯାଇଥିବା ବିଜ୍ଞପ୍ତିର ସର୍ତ୍ତ ଅନୁଯାୟୀ ପ୍ରାପ୍ତ ଅର୍ଥ ଏବଂ ଏହି ଆଇନ୍ ଅନୁଯାୟୀ ସରକାରଙ୍କୁ ଦେବାକୁ ଥିବା ସମସ୍ତ କ୍ଷତିପୂରଣ ଯଦି ଯଥାସମୟରେ ପ୍ରଦାନ କରାନ ଯାଏ ତେବେ ସେ ସମସ୍ତ ଅର୍ଥକୁ ସରକାରୀ ବକେୟା ପ୍ରାପ୍ୟ ସ୍ୱରୂପ ଆଦାୟ କରାଯିବ ।

ଦଫା ୮୮। ସେପରି ଅର୍ଥ ପାଇଁ  ଜଙ୍ଗଲଜାତ ଦ୍ରବ୍ୟ ଉଆପରେ ଅଧିକାର

  1. ଯେତେବେଳେ କୌଣସି ଜଙ୍ଗଲଜାତ ଦ୍ରବ୍ୟ ପାଇଁ ଅର୍ଥ ପରିଶୋଧ କରିବାକୁ ବାକିଥିବ ସେପରି ଅର୍ଥ ପରିମାଣ  ଦିଆ ନ ଯିବା  ପର୍ଯ୍ୟନ୍ତ ସମ୍ପୃକ୍ତ ଜଙ୍ଗଲଜାତ ଦ୍ରବ୍ୟ ଉପରେ ସମ୍ପୃକ୍ତ ଅର୍ଥ ପରିମାଣ ଏକ ଚାର୍ଜ  ରୂପେ ବିବେଚିତ ହେବ ଏବଂ ଫରେଷ୍ଟ ଅଫିସର ସେହି ଜଙ୍ଗଲଜାତ ଦ୍ରବ୍ୟ ଅଧିକାରକୁ ନେବେ ।
  2. ଯଦି ଯଥା ସମୟରେ ସେପରି ଅର୍ଥ ପରିମାଣ ଦିଆ ନ ଯାଏ ତେବେ ଫରେଷ୍ଟ ଅଫିସର ସେପରି ଜଙ୍ଗଲଜାତ ଦ୍ରବ୍ୟକୁ ବ୍ୟାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଦେଇ ପାଇବେ ଏବଂ ତା’ପରେ ସେ ସେପରି ଜଙ୍ଗଲଜାତ ଦ୍ରବ୍ୟକୁ ନିଲାମ ବା ଟେଣ୍ଡର ଦ୍ଵାରା ବିକ୍ରୟ କରିପାରିବେ ।
  3. ଉପରୋକ୍ତ ପ୍ରକାରେ ବିକ୍ରୟଲବ୍ଧ ଅର୍ଥରୁ ସରକାର ପାଇବାକୁ ଥିବା ଦେୟ ବା ବକେୟା ଦେୟର ଆଦାୟ ପାଇଁ ବିନିଯୋଗ କରାଯିବ ।

ଦଫା ୮୯। ବଣ୍ଡ୍ ଅନୁଯାୟୀ ଦେୟ ଜୋରିମାନା ଆଦାୟ

ଯେତେବେଳେ କୌଣସି ବ୍ୟକ୍ତି ଏହି ଆଇନ୍ କିମ୍ବା ଏହି ଆଇନ୍ ଅଧୀନରେ ପ୍ରଣୀତ ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ ସେ ନିଜେ ଏବଂ ତାଙ୍କର  କର୍ମଚାରୀ ବା ପ୍ରତିନିଧିମାନେ କୌଣସି କର୍ତ୍ତବ୍ୟ ସଂପାଦନ ପାଇଁ ବା କୌଣସି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ବଣ୍ଡ ଦ୍ଵାରା ଚୁକ୍ତିବଦ୍ଧ ହୋଇଥାନ୍ତି, ଭାରତୀୟ ଚୁକ୍ତି ଆଇନ୍ ୧୮୭୨ ର ଦଫା ୭୪ର ବ୍ୟବସ୍ଥା ସତ୍ତ୍ୱେ ସେ ବଣ୍ଡର ସର୍ତ୍ତାବଳୀର ଖିଲାପ ପାଇଁ ସେହି ବଣ୍ଡରେ ଉଲ୍ଲେଖ ଥିବା ଅର୍ଥ ପରିମାଣ ସେ ପରି ବ୍ୟକ୍ତିଙ୍କ ଠାରୁ ସରକାରୀ ବକେୟା ପ୍ରାପ୍ୟ ସଦୃଶ ଆଦାୟ କରାଯିବ।

ଦଫା ୯୦। ସରକାର ବା ସ୍ଵାୟତ୍ତ୍ଵ ଶାସନ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ନିର୍ଦ୍ଦିଷ୍ଟ ଜମି ପ୍ରତି  ଆଇନର ବ୍ୟବସ୍ଥା ପ୍ରୟୋଗ  ପାଇଁ ସରକାରଙ୍କ କ୍ଷମତା

ରାଜ୍ୟ ସରକାର ବିଜ୍ଞପ୍ତି ଦ୍ଵାରା ଘୋଷଣା କରିପାରନ୍ତି ଯେ ଏହି ଆଇନ୍ ର କୌଣସି ବ୍ୟବସ୍ଥା ରାସ୍ତା ପାର୍ଶ୍ଵରେ କିମ୍ବା କେନାଲ କୂଳରେ ଥିବା କୌଣସି ଜମି ପ୍ରତି ପ୍ରଯୁଜ୍ୟ ହେବ ଯାହାକି ରାଜ୍ୟ ସରକାର କିମ୍ବା କୌଣସି ସ୍ୱାୟତ୍ତ ଶାସନ କର୍ତ୍ତୃପକ୍ଷଙ୍କ ସମ୍ପତ୍ତି ଅଟେ ଏବଂ ତା’ ଉପରେ ସେପରି ବ୍ୟବସ୍ଥା ତଦନୁଯାୟୀ ସେପରି ଜମି ପ୍ରତି ପ୍ରଯୁଜ୍ୟ ହେବ ।

ଦଫା ୯୧। ପ୍ରତ୍ୟାହାର ଏବଂ ସଂରକ୍ଷଣ

ଓଡ଼ିଶା ରାଜ୍ୟ ପ୍ରତି ଲାଗୁ ହେଉଥବା ଭାରତୀୟ ଜଙ୍ଗଲ ଆଇନ୍ ୧୯୭୨(୬/୧୯୭୨)ଏବଂ ମାଡ୍ରାସ୍ ଜଙ୍ଗଲ ଆଇନ୍, ୧୮୮୨(୫୬/୧୮୮୨) ଏତଦ୍ୱାରା ପ୍ରତ୍ୟାହାର କରିନିଆଗଲା ।

  • ଉଲ୍ଲେଖ ଥାଉ କି ଯେ ଉପର କଥିତ ଆଇନ୍ ଅନୁଯାୟୀ ସଂରକ୍ଷିତ ଜଙ୍ଗଲ ବା ସୁରକ୍ଷିତ ଜଙ୍ଗଲ ବା ଗ୍ରାମ୍ୟ ଜଙ୍ଗଲ ରୂପେ ବିବେଚିତ ହେଉଥିବା କୌଣସି ଜଙ୍ଗଲ ବା ଜମି ଏହି ଆଇନ୍ ଅନୁଯାୟୀ ମଧ୍ୟ ସେପରି ସଂରକ୍ଷିତ ବା ସୁରକ୍ଷିତ ଜଙ୍ଗଲ ବା ଗ୍ରାମ୍ୟ ଜଙ୍ଗଲ ରୂପେ ବିବେଚିତ ହେବ; ଏବଂ
  • ଉପରୋକ୍ତ ଆଇନ୍ ଅନୁଯାୟୀ ପାସ ହୋଇଥିବା ନିୟମାବଳୀ ଏବଂ ଆଦେଶ ଜାରୀ କରାଯାଇଥିବା ବିଜ୍ଞପ୍ତି ଓ ନୋଟିସ, ମଞ୍ଜୁର କରାଯାଇଥିବା ଲାଇସେନ୍ସ ପାସ, ଓ ପରମିଟ୍ ଲାଗୁକରାଯାଇଥିବା କିମ୍ବା ନିର୍ଦ୍ଧାରଣ କରାଯାଇଥିବା ଶୁଳ୍କ ଆଗତ କରାଯାଇଥିବା ଆଇନ୍ ଗତ କାର୍ଯ୍ୟବିଧି ଓ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଏହି ଆଇନ୍ ଅନୁଯାୟୀ ହୋଇଛି ବୋଲି ବିବେଚିତ ହେବ ଏବଂ ସେଥିପାଇଁ ଏହି ଆଇନ୍ ରେ ନୂତନ ବ୍ୟବସ୍ଥା ନ ହେଲା ପର୍ଯ୍ୟନ୍ତ ସେ ସମସ୍ତ ବଳବର୍ତ୍ତର ରହିବ ।

ଆଧାର – ଦ ଲ ହାଉସ

Last Modified : 11/10/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate