অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବନ୍ୟ ଜୀବନ (ସୁରକ୍ଷା )ଆଇନ,୧୯୭୨ (ବନ୍ୟ ପଶୁ, ପଶୁ ଦ୍ରବ୍ୟ ଟ୍ରଫିରେ ବେପାର ଏବଂ ବାଣିଜ୍ୟ )

ବନ୍ୟ ଜୀବନ (ସୁରକ୍ଷା )ଆଇନ,୧୯୭୨ (ବନ୍ୟ ପଶୁ, ପଶୁ ଦ୍ରବ୍ୟ ଟ୍ରଫିରେ ବେପାର ଏବଂ ବାଣିଜ୍ୟ )

ବନ୍ୟ ପଶୁ ଇତ୍ୟାଦି ସରକାରୀ ସମ୍ପତ୍ତି ହେବାକୁ

  1. ପୀଡକ ପ୍ରାଣୀ ବ୍ୟତୀତ ବନ୍ୟ ପଶୁ ଯେଉଁମାନେ ଦଫା 11 କିମ୍ବା ଦଫା ୨9 ର ଉପ-ଦଫା 1 କିମ୍ବା ଦଫା 35 ରେ ଉପ-ଦଫା 6 ଅନୁଯାୟୀ ଶିକାର ହୋଇଥାନ୍ତି କିମ୍ବା ଏହି ଆଇନ ଆକିମ୍ବା କୌଣସି ନିୟମ ବା ତଦନୁଯାୟୀ ପ୍ରସ୍ତୁତ ଆଦେଶର କୌଣସି ବ୍ୟବସ୍ଥା ଉଲ୍ଲଂଘନରେ ରଖାଯାଇଥାନ୍ତି କିମ୍ବା  [ ଆବଦ୍ଧ ରାଖୀ ବଂଶ ବୃଦ୍ଧି କରିଥାନ୍ତି କିମ୍ବା ଶିକାର ହୋଇଥାନ୍ତି   ] କିମ୍ବା ଭୁଲ ଦ୍ଵାରା ମୃତ ଦେଖିବାକୁ ମିଳିଥାନ୍ତି;  ଏବଂ
    • ପ୍ରକରଣ (କ) ରେ ସୂଚିତ କୌଣସି ବନ୍ୟ ପଶୁମାନଙ୍କ ଠାରୁ ବାହାର କରାଯାଇଥିବା ମାଂସ କିମ୍ବା ଟ୍ରଫି ବା ଅନକ୍ୟୁଓର୍ଡ ଟ୍ରଫି ,  ପଶୁଦ୍ରବ୍ୟ ଯାହା ସମ୍ବନ୍ଧରେ ଏହି ଆଇନ କୌଣସି ନିୟମ କିମ୍ବା ତଦନୁଯାୟୀ ପ୍ରସ୍ତୁତି ଆଦେଶ ବିପକ୍ଷରେ କୌଣସି ଅପରାଧ ଛାଡ ହୋଇଥାଏ   ।
    • ଭାରତକୁ ହାତୀଦନ୍ତ ଆମଦାନୀ ଏବଂ ସେହି ହାତୀଦନ୍ତରୁ ତିଆରି କୌଣସି ଦ୍ରବ୍ୟ ଯାହା ଏହି ଆଇନ କିମ୍ବା କୌଣସି ନିୟମ କିମ୍ବା ତଦନୁଯାୟୀ ପ୍ରସ୍ତୁତ ଆଦେଶ ବିପକ୍ଷରେ କୌଣସି ଅପରାଧ ସଂଘଟିତ ହୋଇଥାଏ   ।
    • ଯାନ,  ବାହିକା ,  ଅସ୍ତ୍ରଶସ୍ତ୍ର , ଫାନ୍ଦ ବା ହତିଆର ଯାହା କୌଣସି ଅପରାଧ ସଂଘଟିତ ପାଇଁ ବ୍ୟବହୃତ ଏବଂ ଏହି ଆଇନର ବ୍ୟବସ୍ଥାନୁଯାୟୀ ଜବତ ହୋଇଥାଏ   ।

    ରାଜ୍ୟ ସରକାରଙ୍କର ସମ୍ପତ୍ତି ହେବ ଏବଂ ଯେଉଁ କ୍ଷେତ୍ରରେ ସେପରି ପଶୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଘୋଷିତ ଜାତୀୟ ପାର୍କ କିମ୍ବା ଅଭୟାରଣ୍ୟରେ ଶିକାର ହୋଇଥାନ୍ତି [ ସେଠାରେ ଶିକାରରେ ବ୍ୟବହୃତ କୌଣସି ଯାନ,  ବାହିକା , ଅସ୍ତ୍ରଶସ୍ତ୍ର , ଫାନ୍ଦ ବା ହତିଆର କିମ୍ବା ସେହି ପଶୁମାନଙ୍କ ଠାରୁ ବାହାର କରାଯାଇଥିବା ] କୌଣସି ପଶୁ ଦ୍ରବ୍ୟ, ଟ୍ରଫି , ଅନକ୍ୟୁଓର୍ଡ ଟ୍ରଫି କିମ୍ବା ମାଂସ କେନ୍ଦ୍ର ସରକାରଙ୍କ ସମ୍ପତ୍ତି ହେବ ।

  2. କୌଣସି ବ୍ୟକ୍ତି ଯେ କି ସରକାରୀ ସମ୍ପତ୍ତି ଦଖଲ ପାଇବା ସମ୍ବନ୍ଧରେ ଏକ ରିପୋର୍ଟ ପ୍ରଦାନ କରିବେ ଏବଂ ଯଦି ସେପରି ଆବଶ୍ୟକ ହୁଏ ତେବେ ସେ ସେହି ସମ୍ପତ୍ତି ସେହି ଥାନାର ଭାରପ୍ରାପ୍ତ ଅଫିସର କିମ୍ବା ଯଥାସ୍ଥିତି ସେହି ପ୍ରାଧିକୃତ ଅଫିସରଙ୍କୁ ସେହି ଦଖଲ ପାଇବା ସମ୍ବନ୍ଧରେ ଏକ ରିପୋର୍ଟ ପ୍ରଦାନ କରିବେ ଏବଂ ଯଦି ସେପରି ଆବଶ୍ୟକ ହୁଏ ତେବେ ସେ ସେହି ସମ୍ପତ୍ତି ସେହି ଥାନାର ଭାରପାପ୍ତ ଅଫିସର କିମ୍ବା ଯଥାସ୍ଥିତି ସେହି ପ୍ରାଧିକୃତ ଅଫିସରଙ୍କୁ ହସ୍ତାନ୍ତର କରିବେ ।
  3. ପ୍ରାଧିକୃତ ଅଫିସର କିମ୍ବା ମୁଖ୍ୟ ବନ୍ୟ ଜୀବନ ରକ୍ଷକ ପୂର୍ବ ଲିଖିତ ଅନୁମତି ବିନା କୌଣସି ବ୍ୟକ୍ତି   ।
    • ସେହି ସରକାରୀ ସମ୍ପତ୍ତି ତାଙ୍କ ଦଖଲ ,  ଅଭିରକ୍ଷା ବା ନିୟନ୍ତ୍ରଣରେ ରଖିପାରିବେ ନାହିଁ , କିମ୍ବା
    • ସେହି ସରକାରୀ ସମ୍ପତ୍ତି ଉପହାର, ବିକ୍ରୟ କିମ୍ବା ଅନ୍ୟଥା ଉପାୟାରେ କୌଣସି ବ୍ୟକ୍ତିଙ୍କୁ ସ୍ଥାନାତରଣ କରିପାରିବେ ନାହିଁ , କିମ୍ବା
    • ସେହି ସରକାରୀ ସମ୍ପତ୍ତି ନଷ୍ଟ ବା କ୍ଷତି କରିପାରିବେ ନାହିଁ   ।

ଘୋଷଣା -

  1. ଏହି ଆଇନ ପ୍ରାରମ୍ଭରେ ପ୍ରତ୍ୟେକ ବ୍ୟକ୍ତି ଅନୁସୂଚୀ -୧ କିମ୍ବା ଅନୁସୂଚୀ -୨ ର ଭାଗ ୨ ରେ ବିନିର୍ଦ୍ଧିଷ୍ଟ କୌଣସି ବନ୍ଦୀ ପଶୁଙ୍କର ନିୟନ୍ତ୍ରଣ , ଅଭିରକ୍ଷା ବା ଦଖଲରେ ଥାଇ ଏକ ଗଣ୍ଡାର ଶିଙ୍ଘ କିମ୍ବା କସ୍ତୁରୀ ମୃଗର କସ୍ତୁରୀ କିମ୍ବା ସେହି ପଶୁମାନଙ୍କର ଲୁଣିଆ ବା ଶୁଖିଲା ଚମଡା କିମ୍ବା ସେହି ପଶୁମାନଙ୍କ ଠାରୁ ବାହାର କରାଯାଇଥିବା  [ ପଶୁ ଦ୍ରବ୍ୟ , ଟ୍ରଫି କିମ୍ବା ଅନକ୍ୟୁଓର୍ଡ ଟ୍ରଫି ] । ଏହି ଆଇନ ପ୍ରାରମ୍ଭ ତାରିଖ ତିରିଶ ଦିନ ମଧ୍ୟରେ ଯେଉଁସ୍ଥାନରେ ସେହି ପଶୁ କିମ୍ବା ଦ୍ରବ୍ୟ ରଖାଯାଇଥାଏ ତାହାର ବର୍ଣ୍ଣନା ଏବଂ ତାଙ୍କ ନିୟନ୍ତ୍ରଣ , ଅଭିରକ୍ଷା କିମ୍ବା ଦାଖଲ ଅନୁଯାୟୀ ପଶୁ କିମ୍ବା ଦ୍ରବ୍ୟର ପୂର୍ବଗାମୀ ପ୍ରକାର ଏବଂ ସଂଖ୍ୟା ମୁଖ୍ୟ ବନ୍ୟ ଜୀବନ କିମ୍ବା ପ୍ରାଧିକୃତ ଅଫିସରଙ୍କ ନିକଟରେ ଘୋଷଣା କରିବେ   ।
  2. ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସରପୂର୍ବ ଲିଖିତ ଅନୁମତି ବ୍ୟତୀତ ଏକ ଗଣ୍ଡାର ଶିଙ୍ଘ କିମ୍ବା କସ୍ତୁରୀ ମୃଗର କସ୍ତୁରୀ କିମ୍ବା ସେହି ପଶୁର ଲୁଣିଆ ବା ଶୁଖିଲା ଚମଡା କିମ୍ବା ସେହି ପଶୁମାନଙ୍କ ଠାରୁ ବାହାର କରାଯାଇଥିବା ଅନକ୍ୟୁଓର୍ଡ ଟ୍ରଫି କିମ୍ବା ମାଂସ କିମ୍ବା ଅନୁସୂଚୀ 1 ବା ଅନୁସୂଚୀ -୨ ର ଭାଗ -୨ ରେ ବିନିର୍ଦ୍ଧିଷ୍ଟ କୌଣସି ପଶୁକୁ ଏହି ଆଇନର ପ୍ରାରମ୍ଭ ପରେ କୌଣସି ବ୍ୟକ୍ତି ତାଙ୍କ ନିୟନ୍ତ୍ରଣ ,  ଅଭିରକ୍ଷା ବା ଦାଖଲରେ ରଖିପାରିବେ ନାହିଁ କିମ୍ବା ବିକ୍ରୟ ବିକ୍ରି ପାଇଁ ଅର୍ପଣ କିମ୍ବା ଅନ୍ୟଥା ସ୍ଥାନନ୍ତରଣ କିମ୍ବା ପରିବହନ କରିପାରିବେ ନାହିଁ  ।
  3. [୨-କ ] ମାଲିକସ୍ଵତ୍ଵର ପ୍ରମାଣପତ୍ର ଥିବା ଜଣେ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ବନ୍ୟ ଜୀବନ  (ସୁରକ୍ଷା ) ସଂଶୋଧନ ଆଇନ ୨00୨ ର ପ୍ରାରମ୍ଭ ପରେ ଦୟାଧିକାର ଉପାୟ ବ୍ୟତୀତ ଅନୁସୂଚୀ -1 କିମ୍ବା ଅନୁସୂଚୀ -୨ ର ଭାଗ -୨ ରେ ବିନିର୍ଦ୍ଧିଷ୍ଟ କୌଣସି ବନ୍ଦୀ ପଶୁ ,  ପଶୁଦ୍ରବ୍ୟ ,  ଟ୍ରଫି ,  ଏବଂ ଅନକ୍ୟୁଓର୍ଡ ଟ୍ରଫି ତାଙ୍କ ନିୟନ୍ତ୍ରଣ ,  ଅଭିରକ୍ଷା କିମ୍ବା ଦଖଲ ରେ ରଖିପାରିବେ ନାହିଁ   ।

    (୨-ଖ) ଉପ-ଦଫା (୨- କ) ଅନୁଯାୟୀ କୌଣସି ବନ୍ଦୀ ପଶୁ , ପଶୁଦ୍ରବ୍ୟ ଟ୍ରଫି  ,  କିମ୍ବା ଅନକ୍ୟୁଓର୍ଡ ଟ୍ରଫି ଦାୟ ସୂତ୍ରେ ପାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସେହି ଦୟାଧିକାରର  ନବେ ଦିନ ମଧ୍ୟରେ ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସରଙ୍କୁ ଏକ ଘୋଷଣା ପ୍ରଦାନ କରିବେ ଏବଂ ଦଫା 41 ଏବଂ ଦଫା 4୨ ର ବ୍ୟବସ୍ଥା ସମୂହ ପ୍ରଯୁଜ୍ୟ ହେବ ସତେ ଯେପରି ଘୋଷଣା ଦଫା 40 ର ଉପ-ଦଫା (1) ଅନୁଯାୟୀ ପ୍ରଦାନ ହୋଇଛି   ।

    ଉଲ୍ଲେଖଥାଉ ଯେ ଉପ-ଦଫା (୨-କ) ଏବଂ (୨-ଖ) ରେ କୌଣସି ବିଷୟ ଜୀବନ୍ତ ହାତୀ ପ୍ରତି ପ୍ରଯୁଜ୍ୟ ହେବ ନାହିଁ   ।

  4. ଉପ-ଦଫା (1) କିମ୍ବା ଉପ-ଦଫା (୨) ରେ କୌଣସି ବିଷୟ ସର୍ବସାଧାରଣ ସଂରହାଳୟ କିମ୍ବା ଦଫା ୩୮-1 ର ବ୍ୟବସ୍ଥା ସାପେକ୍ଷରେ ସ୍ଵୀକୃତିପ୍ରାପ୍ତ ଚିଡିଆଖଣା ପ୍ରତି ପ୍ରଯୁଜ୍ୟ ହେବ   ।
  5. ରାଜ୍ୟ ସରକାର ବିଜ୍ଞାପ୍ତି ଦ୍ଵାରା ନିର୍ଦ୍ଧାରଣ ପ୍ରକାରେ ସେହି ଫର୍ମରେ ,  ସେହି ପ୍ରଣାଳୀରେ ଏବଂ ସେହି ସମୟ ମଧ୍ୟରେ [ କୌଣସି ପଶୁ ବା ପଶୁଦ୍ରବ୍ୟ କିମ୍ବା ଟ୍ରଫି (କସ୍ତୁରୀ ମୃଗର କସ୍ତୁରୀ କିମ୍ବା ଗଣ୍ଡାର ଶିଙ୍ଘ ବ୍ୟତୀତ ) ଅନୁସୂଚୀ 1 ବା ଅନୁସୂଚୀ ୨ ର ଭାଗ ୨ ରେ ବିନିର୍ଦ୍ଧିଷ୍ଟ କୌଣସି ପଶୁଙ୍କ ଠାରୁ ବାହାର କରିଅଥିବା ଲୁଣିଆ ଏବଂ ଶୁଖିଲା ଚମଡା ତାଙ୍କ ନିୟନ୍ତ୍ରଣ , ଅଭିରକ୍ଷା ବା ଦଖଲରେ ରଖିବାକୁ କୌଣସି ବ୍ୟକ୍ତିଙ୍କୁ ଘୋଷଣା କରିବାକୁ ମୁଖ୍ୟ ବନ୍ୟ ଜୀବନ ରକ୍ଷଣ କିମ୍ବା ପ୍ରାଧିକାର ଅଫିସର ଆବଶ୍ୟକ କରିବେ   ।
  6. ଏହି ପ୍ରକରଣ ଆଇନର ଦଫା 40 ସଂଶୋଧନ କରିବାକୁ ଆବଶ୍ୟକ କରେ ଯେ ଅନୁସୂଚୀ -1 କିମ୍ବା ଅନୁସୂଚୀ -୨ ର ଭାଗ ୨ ରେ ବିନିର୍ଦ୍ଧିଷ୍ଟ ବନ୍ଦୀ ପଶୁମାନଙ୍କର ସ୍ଥାନତରଣ (ଜୀବନ୍ତ ହାତୀ ବ୍ୟତୀତ ) ପଶୁ ଦ୍ରବ୍ୟ,  ଟ୍ରଫି କିମ୍ବା ଅନକ୍ୟୁଓର୍ଡ ଟ୍ରଫି ସ୍ଵୀକୃତୀପ୍ରାପ୍ତ ହେବେ ।  କେବଳ ଯେଉଁ କ୍ଷେତ୍ରରେ ସେପରି ସ୍ଥାନାନ୍ତରଣ ଦାୟାଧିକାର ବଳରେ ଫଳପ୍ରଦ ହୋଇଥାଏ   ।

ନିର୍ଦ୍ଧିଷ୍ଟ କ୍ଷେତ୍ରରେ ପ୍ରତିରୋଧ କ୍ଷମତା ( ନିୟମ ୪୦(କ))

  1. ଏହି ଆଇନର ଦଫା 40 ର ଉପଦଫା (୨) ଏବଂ (4) ରେ ଅନ୍ତର୍ବିଷ୍ଟ ଯେ କୌଣସି ବ୍ୟବସ୍ଥା ସତ୍ତ୍ୱେ କେନ୍ଦ୍ର ସରକାର ବିଜ୍ଞପ୍ତି ଦ୍ଵାରା କୌଣସି ବନ୍ଦୀ ପଶୁ,  ପଶୁଦ୍ରବ୍ୟ ଟ୍ରଫି କିମ୍ବା ଅନୁସୂଚୀ -୧ କିମ୍ବା ଅନୁସୂଚୀ -୨ ଭାଗ ୨ ବିନିର୍ଦ୍ଧିଷ୍ଟ ପଶୁମାନଙ୍କ ଠାରୁ ବାହାର କରାଯାଇଥିବା ଅନକ୍ୟୁଓର୍ଡ ଟ୍ରଫି ତାଙ୍କ ନିୟନ୍ତ୍ରଣ, ଅଭିରକ୍ଷା କିମ୍ବା ଦଖଲରେ ରଖିବାକୁ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସଙ୍କୁ ଘୋଷଣା କରିବାକୁ ଜଣେ ବ୍ୟକ୍ତିଙ୍କୁ ଆବଶ୍ୟକ କରିବେ ଯାହା ସମ୍ବନ୍ଧରେ କୌଣସି ଘୋଷଣା ନିର୍ଦ୍ଧାରିତ ପ୍ରକାରେ ସେହି ସମୟ ମଧ୍ୟରେ ଏବଂ ସେହି ପ୍ରାଣାଳୀରେ, ସେହି ଫର୍ମରେ ଦଫା ୪୦ ର ଉପ-ଦଫା (୧) କିମ୍ବା ଉପ-ଦଫା (୪) ଅନୁଯାୟୀ ପ୍ରଦାନ କରାଯାଇ ନଥାଏ   ।
  2. ବନ୍ୟ ଜୀବନ (ସୁରକ୍ଷା) ସଂଶୋଧନ ଆଇନ ୨୦୦୨ ର ପ୍ରାରମ୍ଭ ପୂର୍ବରୁ ଯେ କୌଣସି ସମୟରେ ଏହି ଆଇନର ଦଫା ୪୦ ର ଉଲଂଘନ ପାଇଁ ଗୃହିତ କାର୍ଯ୍ୟାନୁଷ୍ଠାନ ସମସ୍ତ ବିଚାରଧିନ କାର୍ଯ୍ୟବିଧି ସହ ଆଗତ ହେବ ନାହିଁ   ।
  3. ଉପ-ଦଫା (୧) ଅନୁଯାୟୀ ଘୋଷିତ କୌଣସି ବନ୍ଦୀ, ପଶୁ,  ପଶୁଦ୍ରବ୍ୟ, ଟ୍ରଫି କିମ୍ବା ଅନକ୍ୟୁଓର୍ଡ ଟ୍ରଫି ନିର୍ଦ୍ଧାରିତ ପ୍ରକାରେ ସେହି ସର୍ତ୍ତାବଳୀ ସାପେକ୍ଷରେ ଏବଂ ସେପରି ପ୍ରାଣାଳୀରେ କାର୍ଯ୍ୟ କରିବ   ।
  4. ଅନୁସୂଚୀ -୧ କିମ୍ବା ଆଉସୁଛି -୨ ର ଭାଗ ରେ ବିନିର୍ଦ୍ଧିଷ୍ଟ ଟ୍ରଫି ବା ଅନକ୍ୟୁଓର୍ଡ ଟ୍ରଫି ବନ୍ଦୀ ପଶୁ , ପଶୁ ଦ୍ରବ୍ୟ ଘୋଷଣା କରିବା ପାଇଁ ଲୋକମାନଙ୍କୁ ଏକ ସୁଯୋଗ ପ୍ରଦାନ କରିବା ପାଇଁ ଏକ ନୂତନ ଦଫା ୪୦ – କ ଅନ୍ତର୍ଭୁକ୍ତ କରିବାକୁ ଏହି ପ୍ରକରଣ ଆବୟକ ଯେଉଁଥିପାଇଁ ଘୋଷଣା ଶୀଘ୍ରତର ହୋଇ ନ ଥାଏ ଏବଂ ତଦନୁଯାୟୀ କୌଣସି ବ୍ୟବସ୍ଥା ସେହି ବ୍ୟକ୍ତିମାନଙ୍କର ଆଇନଗତ କାର୍ଯ୍ୟାନୁଷ୍ଠାନ ବିପକ୍ଷରେ ପ୍ରତିରୋଧ କ୍ଷମତା ଯୋଗାଇବାକୁ ପ୍ରଦାନ କରାଯାଇଛି   ।

ଦ୍ରବ୍ୟତାଲିକାରେ ତଦନ୍ତ ଏବଂ ପ୍ରସ୍ତୁତିକରଣ

  1. ଦଫା 40 ଅନୁଯାୟୀ ହୋଇଥିବା ଘୋଷଣା ପ୍ରାପ୍ତି ପରେ ମୁଖ୍ୟ ବନ୍ୟଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସର ସେପରି ନୋଟିସ ପରେ ନିର୍ଦ୍ଧାରଣ ପ୍ରକାରେ ସେହି ପ୍ରାଣାଳୀରେ ଏବଂ ସେହି ସମୟରେ
    • ଦଫା 40 ରେ ସୂଚିତ କୌଣସି ବ୍ୟକ୍ତିଙ୍କର ଅଞ୍ଚଳରେ ପ୍ରବେଶ କରିପାରିବେ   ।
    • ଅନୁସୂଚୀ 1 ଏବଂ ଅନୁସୂଚୀ ୨ର ଭାଗ ରେ ବିନିର୍ଦ୍ଧିଷ୍ଟ ବନ୍ଦୀ ପଶୁ ଏବଂ ଲୁଣିଆ ଏବଂ ଶୁଖିଲା ଚମଡା, ପଶୁଦ୍ରବ୍ୟ, ଟ୍ରଫି, ଅନକ୍ୟୁଓର୍ଡ ଟ୍ରଫି ଦ୍ରବ୍ୟ ତାଲିକାର ତଦନ୍ତ ଏବଂ ପ୍ରସ୍ତୁତ କରିବେ ଏବଂ   ।
    • ନିର୍ଦ୍ଧାରିତ ପ୍ରକାରେ ସେହି ପ୍ରାଣାଳୀରେ ପଶୁ, ପଶୁଦ୍ରବ୍ୟ, ଟ୍ରଫି କିମ୍ବା ଅନକ୍ୟୁଓର୍ଡ ଟ୍ରଫି ଉପରେ ଚିହ୍ନଟ ମାର୍କ ସଂଲଗ୍ନ କରିବେ   ।
  2. କୌଣସି ବ୍ୟକ୍ତି ଏହି ଅଧ୍ୟାୟରେ ସୂଚିତ କୌଣସି ଚିହ୍ନଟ ମାର୍କ ଜାଲ କିମ୍ବା ଚିହ୍ନିତ କରିପାରିବେ ନାହିଁ   ।

ମାଲିକସ୍ଵତ୍ତ୍ଵର  ପ୍ରମାଣପତ୍ର

ଦଫା ୪୦ ଉଦ୍ଦେଶ୍ୟରେ ମୁଖ୍ୟ ବନ୍ୟ ଜୀବନ  ରକ୍ଷକ  ସେପରି ଫର୍ମରେ  ନିର୍ଦ୍ଧାରିତ ପ୍ରକାରେ  କୌଣସି ବ୍ୟକ୍ତିଙ୍କୁ ଯେ କି କୌଣସି  ବନ୍ୟ  ପଶୁ କିମ୍ବା କୌଣସି  ପଶୁ ଦ୍ରବ୍ୟ ଟ୍ରଫି, ଅନକ୍ୟୁଓର୍ଡ ଟ୍ରଫିର  ବିଧିସମ୍ମତ ଦଖଲରେ ତାଙ୍କ ମତରେ ଥାଆନ୍ତି ତାଙ୍କୁ ମାଲିକସ୍ଵତ୍ତ୍ଵର ଏକ ପ୍ରମାଣପତ୍ର ନିର୍ଗମନ କରିବେ ଏବଂ ଯେଉଁ କ୍ଷେତ୍ରରେ ସମ୍ଭବ ସେହି କ୍ଷେତ୍ରରେ ଚିହ୍ନଟ ଉଦ୍ଦେଶ୍ୟରେ ସେହି ପଶୁ ଦ୍ରବ୍ୟ, ଟ୍ରଫି କିମ୍ବା ଅନକ୍ୟୁଓର୍ଡ଼ ଟ୍ରଫି ନିର୍ଦ୍ଧାରିତ ପ୍ରକାରେ ଚିହ୍ନିତ କରିବେ;

ଉଲ୍ଲେଖଥାଉ ଯେ କୌଣସି ବନ୍ଦୀ ପଶୁଙ୍କ ସମ୍ବନ୍ଧରେ ମାଲିକସ୍ଵତ୍ଵର ପ୍ରମାଣପତ୍ର ନିର୍ଗମନ କରିବା ପୂର୍ବରୁ ମୁଖ୍ୟ ବନ୍ୟ ଜୀବନ ରକ୍ଷକ ସୁନିଶ୍ଚିତ ହେବେ ଯେ ଆବେଦନକାରୀଙ୍କ ପଶୁମାନଙ୍କ ଗୃହବ୍ୟବସ୍ଥା ,  ଭରଣପୋଷଣ ଏବଂ ରକ୍ଷଣାବେକ୍ଷଣା ପାଇଁ ପର୍ଯ୍ୟାପ୍ତ ସୁବିଧା ଅଛି   ।

ଏହି ପ୍ରକରଣ ଆଇନର ଦଫା 4୨ ରେ କୌଣସି ପ୍ରକରଣ ଅନ୍ତର୍ଭୁକ୍ତ କରିବାକୁ ଆବଶ୍ୟକ   ଯାହା ଅନୁଯାୟୀ କେବଳ ସେହି ଆବେଦନକାରୀଙ୍କୁ ମାଲିକସତ୍ତ୍ଵର ପ୍ରମାଣପତ୍ର ମଞ୍ଜୁର ହେବ,  ଯେଉଁ ଆବେଦନକରିଙ୍କ ପଶୁମାନଙ୍କ ଗୃହ ବ୍ୟବସ୍ଥା, ଭରଣପୋଷଣ ଏବଂ ରକ୍ଷଣାବେକ୍ଷଣା ପାଇଁ ପର୍ଯ୍ୟାପ୍ତ ସୁବିଧା ଥିବ ।

ପଶୁମାନଙ୍କର ସ୍ଥାନତରାନ୍ତର ବିନିମୟ

  1. ବନ୍ଦୀ ପଶୁ,  ପଶୁ ଦ୍ରବ୍ୟ, ଟ୍ରଫି କିମ୍ବା ଅନକ୍ୟୁଓର୍ଡ ଟ୍ରଫି ଦଖଲରେ ନଥିବ ବ୍ୟକ୍ତି, ଯାହା ସମ୍ବନ୍ଧରେ ତାଙ୍କ ନିକଟରେ ମାଲିକସତ୍ତ୍ଵର ପ୍ରଣାମପତ୍ର ନଥାଏ ସେହି ବ୍ୟକ୍ତି, ସେହି ପଶୁ କିମ୍ବା ଦ୍ରବ୍ୟ କିମ୍ବା ଟ୍ରଫି କିମ୍ବା ଅନକ୍ୟୁଓର୍ଡ ଟ୍ରଫି ବିକ୍ରୟ କିମ୍ବା ବିକ୍ରୟ ପାଇଁ ଅର୍ପଣ କିମ୍ବା ବାଣିଜ୍ୟକ  ପ୍ରକୃତିରେ ବିଚାର ପ୍ରଣାଳୀ ଦ୍ଵାରା ସ୍ଥାନନ୍ତରଣ କରିବେ ।
  2. ଯେଉଁ କ୍ଷେତ୍ରରେ ଜଣେ ବ୍ୟକ୍ତି ରାଜ୍ୟରୁ ସ୍ଥାନନ୍ତରଣ କିମ୍ବା ପରିବହନ କରନ୍ତି ଯେଉଁଠାରେ ସେରାଜ୍ୟ ବାହାରୁ ସ୍ଥାନନ୍ତରଣ  ଦ୍ଵାରା ଅର୍ଜନ କରନ୍ତି କିମ୍ବା ଅନ୍ୟ ରାଜ୍ୟ ରେ ବାସ କରନ୍ତି ସେପରି କୌଣସି ପଶୁ,  ପଶୁ ଦ୍ରବ୍ୟ,  ଟ୍ରଫି କିମ୍ବା ଅନକ୍ୟୁଓର୍ଡ ଟ୍ରଫି ଯାହା ସମ୍ବନ୍ଧରେ ତାଙ୍କ ନିକଟରେ ମାଲିକସତ୍ତ୍ଵର ଏକ ପ୍ରମାଣପତ୍ର ଥାଏ,  ସେ ସ୍ଥାନନ୍ତରଣ କିମ୍ବା ପରିବହନର ତିରିଶ ଦିନ ମଧ୍ୟରେ ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସରକୁ ସେହି ସମ୍ବନ୍ଧରେ ରିପୋର୍ଟ କରିବେ ଯାହାଙ୍କର କ୍ଷେତ୍ରାଧିକାର ମଧ୍ୟରେ ସ୍ଥାନନ୍ତରଣ କିମ୍ବା ପରିବହନ ପ୍ରଭାବିତ ଥିବ   ।
  3. ଏହି ଦଫାରେ କୌଣସି ବିଷୟ ପ୍ରଯୁଜ୍ୟ ହେବ ନାହିଁ   -
    • ମୟୂରର ପୁଚ୍ଛ ଏବଂ ସେଥିରୁ ପ୍ରସ୍ତୁତ ପଶୁ ଦ୍ରବ୍ୟ ବା ଟ୍ରଫିଗୁଡିକ ପ୍ରତି;
    • ଦଫା ୩୮ -1 ର ବ୍ୟବସ୍ଥାନୁଯାୟୀ ସ୍ଵୀକୃତିପ୍ରାପ୍ତ ଚିଡିଆଖାନ ମଧ୍ୟରେ ବନ୍ଦୀ ପଶୁମାନଙ୍କର ସ୍ଥାନନ୍ତରଣ କରିବାକୁ ଏବଂ ଚିଡିଆଖାଣା ଏବଂ ସର୍ବସାଧାରଣ ସଂଗ୍ରହାଳୟ ମଧ୍ୟରେ ସ୍ଥାନନ୍ତରଣ କରିବାକୁ   ।

    ଏହି ପ୍ରକରଣ ମାଲିକସତ୍ତ୍ଵ ପ୍ରମାଣପତ୍ର ଥିବା ବ୍ୟକ୍ତିମାନଙ୍କ ଦ୍ଵାରା ପଶୁ, ପଶୁଦ୍ରବ୍ୟ  ଟ୍ରଫି ଏବଂ ଅନକ୍ୟୁଓର୍ଡ ଟ୍ରଫିର ବିକ୍ରୟ ନିଷେଧ କରିବା ପାଇଁ ଆଇନର ଦଫା 43 ପ୍ରତିସ୍ଥାପିତ କରିବାକୁ ଆବଶ୍ୟକ   ।

ନିଷିଦ୍ଧ ଲାଇସେନସ ବିନା ଟ୍ରଫି ଏବଂ ପଶୁଦ୍ରବ୍ୟରେ କାରବାର

  1. [ ଅଧ୍ୟାୟ -୫-କର ବ୍ୟବସ୍ଥା ସାପେକ୍ଷରେ କୌଣସି ବ୍ୟକ୍ତି – ଉପ-ଦଫା (୪) ଅନୁଯାୟୀ ମଞ୍ଜୁର ହୋଇଥିବା ଏକ ଲାଇସେନସ ଅନୁଯାୟୀ ବ୍ୟତୀତ   ।
    • କୌଣସି ପଶୁ ଦ୍ରବ୍ୟର ବ୍ୟବସାୟ କିମ୍ବା ଜଣେ ନିର୍ମାତା,  କିମ୍ବା  ।
      • ଜଣେ ଚର୍ମ ରକ୍ଷକ; କିମ୍ବା
      • ଟ୍ରଫି କିମ୍ବା ଅନକ୍ୟୁଓର୍ଡ ଟ୍ରଫିରେ ଜଣେ ବ୍ୟବସାୟୀ; କିମ୍ବା
      • ବନ୍ଦୀ ପଶୁମାନଙ୍କର ଜଣେ ବ୍ୟବସାୟୀ, କିମ୍ବା
      • ଜଣେ ମାଂସ ବ୍ୟବସାୟୀ;କିମ୍ବା
      • କୌଣସି ଖାଇବା ଗୃହର ମାଂସ ରାନ୍ଧିବା କିମ୍ବା ପରଶିବା    ।
      • ସାପ ଗରଳ ବାହାର କରିବା, ସଂଗ୍ରହ ବା ପ୍ରସ୍ତୁତ କରିବା କିମ୍ବା ବାହାର କରିବା;

    ଉଲ୍ଲେଖଥାଉ ଯେ କୌଣସି ବିଷୟ ଏହି ଦଫାରେ କୌଣସି ବ୍ୟକ୍ତିଙ୍କୁ ନିବାରଣ କରିବା ନାହିଁ ଯେ କି ଏହି ଆଇନ ପ୍ରାରମ୍ଭ ର ତତ କ୍ଷଣାତ ପୂର୍ବ ରୁ ଏହି ଉପ-ଦଫାରେ ବିନିର୍ଦ୍ଧିଷ୍ଟ ବ୍ୟବସାୟୀ ବା ବୃତ୍ତି ଚାଲୁ କରିଠୁଇଲେ , ସେହି ବ୍ୟବସାୟ ବା ବୃତ୍ତି ଆରମ୍ଭରୁ ତିରିଶ ଦିନ ମଧ୍ୟରେ ସମୟ ପାଇଁ କିମ୍ବା ଯେଉଁ କ୍ଷେତ୍ରରେ ଲାଇସେନସ ମଞ୍ଜୁର ପାଇଁ ସେହି ସମୟ ମଧ୍ୟରେ ସେ ଏକ ଦରଖାସ୍ତ ଆବେଦନ କରିଥାନ୍ତି ,  ସେ ପର୍ଯ୍ୟନ୍ତ ତାଙ୍କୁ ଲାଇସେନସ ମଞ୍ଜୁର ହୋଇନଥାଏ କିମ୍ବା ସେ ଲିଖିତାକାରରେ ତାଙ୍କୁ ଲାଇସେନସ ମଞ୍ଜୁର ହୋଇ ନାହିଁ ବୋଲି ଜଣାଇଥାନ୍ତି   ।

    ପୁନଶ୍ଚ ଉଲ୍ଲେଖଥାଉ ଯେ ଏହି ଉପ-ଦଫାରେ କୌଣସି ବିଷୟ ,  ମୟୂର ପୁଚ୍ଚର ପର କିମ୍ବା ସେଥିରୁ ପ୍ରସ୍ତୁତ ଦ୍ରବ୍ୟ ଗୁଡିକର ବ୍ୟବସାୟୀ କିମ୍ବା ସେହି ଦ୍ରବ୍ୟର ନିର୍ମାତାମାନଙ୍କ ପ୍ରତି ପ୍ରଯୁଜ୍ୟ ହେବ ନାହିଁ    ।

    ସ୍ପଷ୍ଟୀକରଣ   :- ଏହି ଦଫା ଉଦ୍ଦେଶ୍ୟରେ “ଖାଇବା ଗୃହ” ଏକ ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା କୌଣସି ସ୍ଥାନ ଅନ୍ତର୍ଭୁକ୍ତ ଯେଉଁଠାରେ କୌଣସି ଖାଦ୍ୟ ସାମଗ୍ରୀ ଅର୍ଥ ପ୍ରଦାନରେ ପରଷା ଯାଇଥାଏ,  ସେପରି ଭରଣୀୟ ପାଇଁ ସେହି ଅର୍ଥ ପୃଥକ ଭାବରେ ପ୍ରଦାନ କରାଯାଇଥାଉ ବା ନ ଥାଉ କିମ୍ବା ବୋଡିଂ ବା ଲଜିଙ୍ଗ ପାଇଁ ଦାବି ହୋଇଥିବା ପରିମାଣରେ ଅନ୍ତର୍ଭୁକ୍ତ ହୋଇଥାଉ ବା ନଥାଉ   ।

  2. ପଶୁ ଦ୍ରବ୍ୟରେ ପ୍ରତ୍ୟେକ ବ୍ୟବସାୟୀ କିମ୍ବା ନିର୍ମାତା କିମ୍ବା ବଳୀ ପଶୁ,  ଟ୍ରଫି କିମ୍ବା ଅଲକ୍ୟୁଓର୍ଡ ଟ୍ରଫିରେ ପ୍ରତ୍ୟେକ ବ୍ୟବସାୟୀ କିମ୍ବା ପ୍ରତ୍ୟେକ ଚର୍ମରକ୍ଷକ ଏହି ଆଇନ ପ୍ରାରମ୍ଭର ପନ୍ଦର ଦିନ ମଧ୍ୟରେ ପଶୁଦ୍ରବ୍ୟ, ବନ୍ଦୀପଶୁ, ଟ୍ରଫି ଯଥା ସ୍ଥିତି ଅନକ୍ୟୁଓର୍ଡ ଟ୍ରଫିରେ ତାଙ୍କର ଷ୍ଟକ ମୁଖ୍ୟ ବନ୍ୟ ଜୀବନ ରକ୍ଷକଙ୍କୁ ଘୋଷଣା କରିବେ  ।  ସେହି ଘୋଷଣା ତାରିଖରେ ଏବଂ ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସର ପ୍ରତ୍ୟେକ ପଶୁ ଦ୍ରବ୍ୟ,  ବନ୍ଦୀ ପଶୁ,  ଟ୍ରଫି କିମ୍ବା ଯଥାସ୍ଥିତି ଅନକ୍ୟୁଓର୍ଡ ଟ୍ରଫି ଉପରେ ଚିହ୍ନଟ ମାର୍କ ଦେବେ  ।
  3. ଉପ- ଦଫା (୧) ରେ ସୂଚିତ ପ୍ରତ୍ୟେକ ବ୍ୟକ୍ତି ଯେ କି ଲାଇସେନସ ପାଇବାକୁ ଅଭିପ୍ରେତ, ସେ ଲାଇସେନସ ମଞ୍ଜୁର ପାଇଁ ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସରଙ୍କୁ ଏକ ଦରଖାସ୍ତ ଆବେଦନ କରିବେ   ।
  4. ଉପ-ଦଫା (୩) ରେ ସୂଚିତ ପ୍ରତ୍ୟେକ ଦରଖାସ୍ତ ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସରଙ୍କୁ ନିର୍ଦ୍ଧାରିତ ପ୍ରକାରେ ସେପରି ଫିସ ପ୍ରଦାନରେ ଏବଂ ସେପରି ଫର୍ମରେ ପ୍ରଦାନ ହେବ   ।
    • ଉପ –ଦଫା (୨) ରେ କୌଣସି ଲାଇସେନସ ମଞ୍ଜୁର ହେବ ନାହିଁ ଯଦି ଆବେଦନକାରୀଙ୍କ ପୂର୍ବ ଚରିତ ଏବଂ ପୂର୍ବ ଅଭିଜ୍ଞତା ସମ୍ବନ୍ଧରେ ମୁଖ୍ୟ ବନ୍ୟ ଜୀବନ ରକ୍ଷା କମ୍ବା ପ୍ରାଧିକୃତ ଅଫିସରଙ୍କ ଜଡିତକରଣ ଯାହା ନିର୍ଦ୍ଧାରଣ ପ୍ରକାରେ ସେପରି ଅନ୍ୟାନ୍ୟ ବିଷୟ ନିମନ୍ତେ ବନ୍ୟ ଜୀବନର ଅବସ୍ଥାରେ ସେହି ଲାଇସେନସ ମଞ୍ଜୁର ହୋଇ ନଥାଏ ଏବଂ ସେହି ବିଷୟ ସମ୍ବନ୍ଧରେ ତଦନ୍ତ ହେବା ପରେ ଯେପରି ସେ ଉପଯୁକ୍ତ ବିବେଚନା କରି ସନ୍ତୁଷ୍ଟ ହୋଇଥାନ୍ତି ଯେ ଲାଇସେନସ ମଞ୍ଜୁର ହୋଇଛି   ।
  5. ଏହି ଦଫାନୁଯାୟୀ ମଞ୍ଜୁର ହୋଇଥିବା ପ୍ରତ୍ୟେକ ଲାଇସେନସ ଅଞ୍ଚଳ ବିନିର୍ଦ୍ଧିଷ୍ଟ କରିବ ଯାହା ଏବଂ ଯଦି କୌଣସି ସର୍ତ୍ତ ଥାଏ ତାହା ସାପେକ୍ଷରେ ଲାଇସେନସପ୍ରାପ୍ତ ବ୍ୟକ୍ତି ତାଙ୍କ ବ୍ୟବସାୟ ଚାଲୁ ରଖିବେ   ।
  6. ଏହି ଦଫାନୁଯାୟୀ ପ୍ରତ୍ୟେକ ଲାଇସେନସ ମଞ୍ଜୁର ହେବ
    • ଏହାର ମଞ୍ଜୁର ତାରିଖରୁ ଏକ ବର୍ଷ ପାଇଁ ବୈଧ ହେବ
    • ଅନ୍ତରୀଣୟ ହେବ ନାହିଁ ; କିନ୍ତୁ
    • ଏକା ସମୟରେ ଗୋଟିଏ ବର୍ଷ ଅତିକ୍ରମ କରି ନ ଥିବା ସମସ୍ତ ପାଇଁ ନବୀକରଣୀୟ ହେବ   ।
  7. ଏକ ଲାଇସେନସ ନବୀକରଣ ପାଇଁ କୌଣସି ଦରଖାସ୍ତ ଖାରଜ ହେବ ନାହିଁ ଯଦି ସେହି ଲାଇସେନସ ଧରି ତାଙ୍କ କେସ ଉପସ୍ଥାପନ କରିବା ପାଇଁ ଯଥୋଚିତ ସୁଯୋଗ ପ୍ରଦାନ ନ କରିଥାନ୍ତି ଏବଂ ଯଦି ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସର ସନ୍ତୁଷ୍ଟ ହୋଇ ନଥାନ୍ତି ଯେ  -
    • ସେହି ନବୀକରଣ ପାଇଁ ଦରଖାସ୍ତ ସେଥିପାଇଁ ବିନିର୍ଦ୍ଧିଷ୍ଟ ସମୟରେ ଅବସାନ ପରେ ହୋଇଥାଏ; କିନ୍ତୁ
    • ଲାଇସେନସ ନବୀକରଣ ମଞ୍ଜୁର ସମୟରେ ଆବେଦନକାରୀଙ୍କ ଦ୍ଵାରା ହୋଇଥିବା କୌଣସି ବିବରଣୀ ବାସ୍ତବିକ ସବିଶେଷ ବିବରଣୀରେ ଭୁଲ କିମ୍ବା ମିଥ୍ୟା ଥିଲା; କିମ୍ବା
    • ଲାଇସେନସ କିମ୍ବା ଏହି ଆଇନର କୌଣସି ବ୍ୟବସ୍ଥା କିମ୍ବା ତଦନୁଯାୟୀ ପ୍ରସ୍ତୁତ ନିଯମାବଳୀର କୌଣସି ସର୍ତ୍ତ ବା ନିବନ୍ଧନ ଆବେଦନକାରୀ ଉଲ୍ଲଂଘନ କରିଥାନ୍ତି; କିମ୍ବା
    • ଆବେଦନକାରୀ ନିର୍ଦ୍ଧାରଣ ସର୍ତ୍ତାବଳୀ ପୂରଣ କରି ନଥାନ୍ତି  ।
  8. ଏକ ଲାଇସେନସ ମଞ୍ଜୁର କିମ୍ବା ନବୀକରଣ ପାଇଁ କୌଣସି ଦରଖାସ୍ତ ଖାରଜ କିମ୍ବା ମଞ୍ଜୁର ପାଇଁ ପ୍ରତ୍ୟେକ ଆଦେଶ ଲିଖିତାକାରରେ ହେବ   ।
  9. ପୂର୍ବଗାମୀ- ଉପ ଦଫାରେ କୌଣସି ବିଷୟ ପୀଡକ ପ୍ରାଣୀଙ୍କ ପ୍ରତି ପ୍ରଯୁଜ୍ୟ ହେବ ନାହିଁ   ।

ଲାଇସେନସ ରଦ୍ଦକରଣ କିମ୍ବା ସ୍ଥଗିତକରଣ

ରାଜ୍ୟ ସରକାରଙ୍କ କୌଣସି ସାଧାରଣ କିମ୍ବା ସ୍ଵତନ୍ତ୍ର ଆଦେଶ ସାପେକ୍ଷ ରେ ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସର,  ତାଙ୍କ ଦ୍ଵାରା ଲିଖିତାକାରରେ ଲିପିବଦ୍ଧ ହୋଇଥିବା କାରଣଗୁଡିକ ପାଇଁ ଦଫା ୪୪ ଅନୁଯାୟୀ ମଞ୍ଜୁର କିମ୍ବା ନବୀକରଣ ହୋଇଥିବା କୌଣସି ଲାଇସେନସ ରଦ୍ଦ ବା ସ୍ଥଗିତ କରିପାରିବେ   ।

ଅପିଲ

  1. ଦଫା ୪୪ ଅନୁଯାଯାଇ ଏକ ଲାଇସେନସ ମଞ୍ଜୁର ବା ନବୀକାରଣ କରିବାକୁ ମନା କରିବା ପାଇଁ କୌଣସି ଆଦେଶ କିମ୍ବା ଦଫା ୪୫ ଅନୁଯାୟୀ ଏକ ଲାଇସେନସ ସ୍ଥଗିତ ବା ରଦ୍ଦ କରିବା ପାଇଁ କୌଣସି ଆଦେଶରୁ ଏକ ଅପିଲ ପଡି ରହିବ   -
    • ଯଦି ଆଦେଶ ପ୍ରାଧିକୃତ ଅଫିସରଙ୍କ ଦ୍ଵାରା ମୁଖ୍ୟ ବନ୍ୟ ଜୀବନ ରକ୍ଷକଙ୍କୁ ହୋଇଥାଏ; କିମ୍ବା
    • ଯଦି ଆଦେଶ ମୁଖ୍ୟ ବନ୍ୟ ଜୀବନ ରକ୍ଷକଙ୍କ ଦ୍ଵାରା ରାଜ୍ୟ ସରକାରଙ୍କୁ ହୋଇଥାଏ ।
  2. ଉପ-ଦଫା (1) ର ପ୍ରକରଣ (କ) ଅନୁଯାୟୀ ମୁଖ୍ୟବନ୍ୟ ଜୀବନ ରକ୍ଷକଙ୍କ ଦ୍ଵାରା ଅପିଲରେ ଗୃହିତ କୌଣସି ଆଦେଶ କ୍ଷେତ୍ରରେ ଏକ  ୨ ୟ ଅପିଲ ରାଜ୍ୟ ସରକାରଙ୍କ ନିକଟରେ ହେବ ।
  3. ଉପରୋକ୍ତ ବିଷୟ ଅନୁଯାୟୀ ଏହି ଦଫାନୁସାରେ ଅପିଲ ଗୃହିତ ପ୍ରତ୍ୟେକ ଆଦେଶ ଚୁଡାନ୍ତ ହେବ  ।
  4. ଏହି ଦଫାନୁଯାୟୀ କୌଣସି ଅପିଲ , ଆବେଦନକାରୀଙ୍କୁ ଅପିଲ ହୋଇଥିବା ଆଦେଶ ବିପକ୍ଷରେ ଜଣାଇଆବା ତାରିଖରୁ ତିରିଶ ଦିନ ମଧ୍ୟରେ ଆଗତ ହେବ  ।

ଉଲ୍ଲେଖଥାଉ ଯେ ଉପରୋକ୍ତ ସମୟରେ ଅବସାନ ପରେ ଆଗତ ହୋଇଥିବା କୌଣସି ଅପିଲ କର୍ତ୍ତୃପକ୍ଷ ଗ୍ରହଣ କରିବେ, ଯଦି ଏହା ସନ୍ତୋଷଜନକ ହୋଇଥାଏ  ଯେ ଠିକ ସମୟରେ ଆଗତ ନ କରିବା ପାଇଁ ଯଥେଷ୍ଟ କାରଣ ଅପିଲକାରୀଙ୍କର ନ ଥିଲା  ।

ରେକର୍ଡଗୁଡିକର ରକ୍ଷଣାବେକ୍ଷଣ

ଏହି ଅଧ୍ୟାୟ ଅନୁଯାୟୀ ଲାଇସେନସ ପ୍ରାପ୍ତି ବ୍ୟକ୍ତି  -

  1. ରେକର୍ଡ ରଖିବେ ଏବଂ ନିର୍ଦ୍ଧାରିତ ପ୍ରକାରରେ ତାଙ୍କ କାରବାରର ସେହି ରିଟର୍ଣ୍ଣ ଦାଖଲ କରିବେ   -
    • ଡାଇରେକ୍ଟର କିମ୍ବା ତାଙ୍କ ଦ୍ଵାରା କ୍ଷମତାୟିତ ଅନ୍ୟ କୌଣସି ସେହି ଅଫିସରଙ୍କୁ ଏବଂ
    • ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସରଙ୍କୁ,  ଏବଂ
  2. ସେହି ଅଫିସରଙ୍କ ଦ୍ଵାରା ନିରୀକ୍ଷଣ ପାଇଁ ଦାବି ଉପରେ ଉପଲବ୍ଧ ସେପରି ରେକର୍ଡ ପ୍ରସ୍ତୁତ କରିବେ   ।

ଲାଇସେନସପ୍ରାପ୍ତ ବ୍ୟକ୍ତିଙ୍କ ଦ୍ଵାରା ପଶୁ କ୍ରୟ (ନିୟମ ୪୮)

  1. ଏହି ଅଧ୍ୟାୟ ଅନୁଯାୟୀ ଲାଇସେନସପ୍ରାପ୍ତ ବ୍ୟକ୍ତି –
    • କୌଣସି ପଶୁ,  ପଶୁଦ୍ରବ୍ୟ, ଟ୍ରଫି,  କିମ୍ବା ଅଣକ୍ୟୁଓର୍ଡ ଟ୍ରଫି ଯାହା ସମ୍ବନ୍ଧରେ ଏକ ଘୋଷଣାନାମା ଦଫା ୪୪ ର ଉପ-ଦଫା (୨) ର ବ୍ୟବସ୍ଥାନୁଯାୟୀ ହେବାକୁ ଥିବା ମାତ୍ର ହୋଇ ନଥିବ  ।
    • କୌଣସି ପଶୁ କିମ୍ବା ପଶୁଦ୍ରବ୍ୟ , ଟ୍ରଫି , ଅନକ୍ୟୁଓର୍ଡ ଟ୍ରଫି କିମ୍ବା ମାଂସ ଯାହା ଏହି ଆଇନ କିମ୍ବା କୌଣସି ନିୟମ କିମ୍ବା ତଦନୁଯାୟୀ ପ୍ରସ୍ତୁତ ଆବେଦନ ବ୍ୟବସ୍ଥାନୁଯାୟୀ ବିଧିସମ୍ମତ ଭାବେ ହାସଲ ହୋଇନଥାଏ   ।
  2. କୌଣସି ବନ୍ୟ ପଶୁ କରଗତ କରିବା କିମ୍ବା
    • ଅନୁସୂଚି  -୧ କିମ୍ବା ଅନୁସୂଚି  -୨ ର ଭାଗ -୨ ରେ ବିନିର୍ଦ୍ଧିଷ୍ଟ କୌଣସି ବନ୍ଦୀ ପଶୁ ତାଙ୍କ ନିୟନ୍ତ୍ରଣ,  ଅଭିରକ୍ଷା କିମ୍ବା ଦାଖଲରେ ରଖିବା,  ଗ୍ରହଣ କରିବା, ଅର୍ଜନ କରିବା କିମ୍ବା ବିକ୍ରୟ,  ବିକ୍ରି ପାଇଁ ଅର୍ପଣ କିମ୍ବା ପରିବହନ କିମ୍ବା କୌଣସି ପଶୁ ଦ୍ରବ୍ୟ, ଟ୍ରଫି,  ଅନୁକ୍ୟୁଓର୍ଡ ଟ୍ରଫି କିମ୍ବା ସେଥିରୁ ବାହାର କରାଯାଇଥିବା ମାଂସ କିମ୍ବା ଚର୍ମରକ୍ଷଣ ବିଦ୍ୟାର ପ୍ରକ୍ରିୟା ଅନୁଯାୟୀ ରଖିବା କିମ୍ବା ସେହି ପଶୁମାନଙ୍କ ସଂପୂର୍ଣ୍ଣ ବା ଆଂଶିକ ଅନ୍ତର୍ଗତ ପଶୁଦ୍ରବ୍ୟ ତିଆରି କରିବା   ।

ଏହି ଆଇନନୁଯାୟୀ ପ୍ରଣିତ ହୋଇଥିବା ପ୍ରକାରେ ସେହି ନିଯମାବଳୀ ଅନୁଯାୟୀ ବ୍ୟତିରେକ   ।

ଉଲ୍ଲେଖଥାଉ ଯେ ଯେଉଁ କ୍ଷେତ୍ରରେ ସେହି ପଶୁ କିମ୍ବା ପଶୁଦ୍ରବ୍ୟ, ଟ୍ରଫି ବା ଅନକ୍ୟୁଓର୍ଡ ଟ୍ରଫି ଅର୍ଜନ କରିବା ଦାଖଲ , ନିୟନ୍ତ୍ରଣ କିମ୍ବା ଅଭିରକ୍ଷା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରଣ ବା ପରିବହନ ଅପରିହାର୍ଯ୍ୟ ହୋଇଥାଏ ସେହି କ୍ଷେତ୍ରରେ ସେହି ସ୍ଥାନାନ୍ତରଣ ବା ପରିବହନ ଡାଇରେକ୍ଟର କିମ୍ବା ତାଙ୍କ ଦ୍ଵାରା କ୍ଷମତାୟିତ ଅନ୍ୟ କୌଣସି ଅଫିସରଙ୍କ ଲିଖିତାକାରରେ ପୂର୍ବାନୁମତି ବ୍ୟତୀତ ପ୍ରଭାବିତ ହେବ ନାହିଁ    ।

ପୁନଶ୍ଚ ଉଲ୍ଲେଖଥାଉ ଯେ ପୂର୍ବଗାମୀ ପରନ୍ତୁକ ଅନୁଯାୟୀ ସେପରି କୌଣସି ଅନୁମତି ମଞ୍ଜୁର ହେବ ନାହିଁ ଯଦି ଡାଇରେକ୍ଟର କିମ୍ବା ତାଙ୍କ ଦ୍ଵାରା କ୍ଷମତାୟିତ ଅଫିସର ସନ୍ତୁଷ୍ଟ ହୋଇ ନ ଥାନ୍ତି ଯେ ପଶୁ କିମ୍ବା ଉପରୋକ୍ତ ଦ୍ରବ୍ୟ ବିଧିସମ୍ମତ ଭାବେ ଅର୍ଜନ ହୋଇଛି   ।

ବନ୍ୟ ଜୀବନର ପରିବହନ ଉପରେ କଟକଣା ( ନିୟମ ୪୮(କ))

କୌଣସି ବ୍ୟକ୍ତି, କୌଣସି ବନ୍ୟ ପଶୁ (ପୀଡକ ପ୍ରାଣୀ ବ୍ୟତୀତ ) କିମ୍ବା କୌଣସି ପଶୁ ଦ୍ରବ୍ୟ କିମ୍ବା କୌଣସି ବିନିର୍ଦ୍ଧିଷ୍ଟ ଉଦ୍ଭିଦ କିମ୍ବା ତାଙ୍କର ବ୍ୟୁତ୍ପାଦକ ପରିବହନ ପାଇଁ ଗ୍ରହଣ କରିବେ ନାହିଁ,  ସେଥିପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା କ୍ଷମତାୟିତ ଅନ୍ୟକୌଣସି ଅଫିସର କିମ୍ବା ମୁଖ୍ୟ ବନ୍ୟ ଜୀବନ ରକ୍ଷକଙ୍କ ଠାରୁ ଅନୁମତି ଯାହା ନିଶ୍ଚିତ କରିବାକୁ ସମ୍ୟକ ଯତ୍ନ ପ୍ରୟୋଗ କରିବା ପରେ ବ୍ୟତିରେକ ସେହି ପରିବହନ ପାଇଁ ପ୍ରାପ୍ତ ହୋଇଥାଏ   ।

ଲାଇସେନସପ୍ରାପ୍ତ ବ୍ୟକ୍ତିଙ୍କ ବ୍ୟତୀତ କୌଣସି ବ୍ୟକ୍ତିଙ୍କ ଦ୍ଵାରା ବନ୍ଦୀ ପଶୁର କ୍ରୟ

କୌଣସି ବ୍ୟକ୍ତି ପୀଡକ ପ୍ରାଣୀ ବ୍ୟତୀତ କୌଇନଶୀ ବନ୍ଦୀ ପଶୁ, ବନ୍ୟ ପଶୁଙ୍କୁ କ୍ରୟ,  ଅର୍ଜନ ବା ଗ୍ରହଣ କରିବେ ନାହିଁ କିମ୍ବା ଏହି ଆଇନନୁଯାୟୀ  କୌଣସି ପଶୁଦ୍ରବ୍ୟ, ଟ୍ରଫି, ଅନକ୍ୟୁଓର୍ଡ ଟ୍ରଫି କିମ୍ବା କୌଣସି ବ୍ୟବସାୟୀ ବା ବିକ୍ରିକରିବାକୁ କ୍ଷମତାୟିତ କୌଣସି ବ୍ୟକ୍ତିଙ୍କ ତ ଅନ୍ୟାଥା ସେଥିରୁ ବାହାର କରାଯାଇଥିବା ମାଂସ କିମ୍ବା ଅନ୍ୟଥା ସ୍ଥାନ୍ତରଣ କରି ପାରିବେ ନାହିଁ   ।

ଉଲ୍ଲେଖଥାଉ ଯେ ଏହି ଦଫାର କୌଣସି ବିଷୟ ଦଫା ୩୮- ୧ ର ବ୍ୟବସ୍ଥା ସାପେକ୍ଷରେ କୌଣସି ସ୍ଵୀକୃତିପ୍ରାପ୍ତ ଚିଡିଆଖଣା କିମ୍ବା ଏକ ସର୍ବସାଧାରଣ ସଂଗ୍ରହାଳୟ ପ୍ରତି ପ୍ରଯୁଜ୍ୟ ହେବ ନାହିଁ   ।

ଆଧାର - ଲଅ ହାଉସ

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate