অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବନ୍ୟ ଜୀବନ (ସୁରକ୍ଷା )ଆଇନ,୧୯୭୨ (ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଓ ଅପରାଧ ନିୟନ୍ତ୍ରଣ ସଂସ୍ଥା )

ବନ୍ୟ ଜୀବନ (ସୁରକ୍ଷା )ଆଇନ,୧୯୭୨ (ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଓ ଅପରାଧ ନିୟନ୍ତ୍ରଣ ସଂସ୍ଥା )

ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ

ସଂଜ୍ଞା (ନିୟମ ୩୮ (ଟ))  :

  • “ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ“ ଅର୍ଥ ଦଫା ୩୮ - 0 ଅନୁଯାୟୀ ଗଠିତ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ।
  • “ପ୍ରଚାଳଣ କମିଟି “  ଅର୍ଥ ଦଫା ୩୮ – ପ ଅନୁଯାୟୀ ଗଠିତ କମିଟି
  • “ବ୍ୟାଘ୍ର ସଂରକ୍ଷଣ ଫାଉଣ୍ଡେସନ ‘ଅର୍ଥ ଦଫା ୩୮ – ଭ ଅନୁଯାୟୀ ସ୍ଥାପିତ ଫାଉଣ୍ଡେସନ  ।
  • “ବ୍ୟାଘ୍ର ସଂରକ୍ଷଣ ରାଜ୍ୟ  “ଅର୍ଥ ବାଘ ଆରକ୍ଷଣ ଥିବା ଏକ ରାଜ୍ୟ   ।
  • “ବ୍ୟାଘ୍ର ଆରକ୍ଷଣ “ଅର୍ଥ ଦଫା ୩୮-ଫ ଅନୁଯାୟୀ ସୂଚିତ ସେପରି ଅଞ୍ଚଳ  ।

ଜାତୀୟ ବ୍ୟାଘ୍ର ସଂରକ୍ଷଣ ବ୍ୟାଘ୍ର କର୍ତ୍ତୃପକ୍ଷର ଗଠନ  (ନିୟମ ୩୮ (ଠ)) :

  1. କେନ୍ଦ୍ର ସରକାର ଏକ ନିକାୟ ଗଠନ କରିବେ ଯାହା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ନାମରେ ନାମିତ (ଏତତପରେ ଏହି ଅଧ୍ୟାୟରେ ବ୍ୟାଘ୍ର ସଂରକ୍ଷଣ  କର୍ତ୍ତୃପକ୍ଷ ରୂପେ ସୂଚିତ ) ଏବଂ ଏହି ଆଇନଅନୁଯାୟୀ ଏହା ଉପରେ ନ୍ୟସ୍ତ କାର୍ଯ୍ୟ ସଂପାଦାନ କରିବାକୁ ଏବଂ ଅର୍ପିତ କ୍ଷମତା ପ୍ରୟୋଗ କରିବାକୁ ଗଠିତ   ।
  2. ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ନିମ୍ନଲିଖିତ ସଦସ୍ୟମାନଙ୍କୁ ନେଇ ଗଠିତ ଯଥା -
    • ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ଦାୟିତ୍ଵରେ ଥିବା ମନ୍ତ୍ରୀ – ସଭାପତି
    • ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ରେ ରାଜ୍ୟର ମନ୍ତ୍ରୀ – ଉପ-ସଭାପତି
    • ପାର୍ଲିଆମେଣ୍ଟ ର ତିନିଜଣ ସଦସ୍ୟ ଯାହାର ଦୁଇଜଣ ସଦସ୍ୟ ଲୋକସଭା, ଦ୍ଵାରା ଏବଂ ଜଣେ  ରାଜ୍ୟ  ପରିଷଦ ଦ୍ଵାରା ନିର୍ବାଚିତ   ।
    • ବ୍ୟାଘ୍ର ଆରକ୍ଷଣରେ ରହୁଥିବା ଲୋକମାନଙ୍କର ମଙ୍ଗଲ ଏବଂ ବନ୍ୟଜୀବନ ସଂରକ୍ଷଣରେ ନିର୍ଦ୍ଧାରିତ ଯୋଗ୍ୟତା ଏବଂ ଅଭିଜ୍ଞତା ଥିବା ଆଠଜଣ ସୁଚିଜ୍ଞ କିମ୍ବା ପେଶାଦାର ଯେଉଁମାନଙ୍କ ମଧ୍ୟରୁ ଅନ୍ତତଃ ଦୁଇଜଣ ଆଦିବାସୀ ଉନ୍ନୟନ କ୍ଷେତ୍ରରୁ ହୋଇଥିବେ  ।
    • ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ –ସେକ୍ରେଟାରୀ
    • ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ – ଜଙ୍ଗଲର ଡାଇରେକ୍ଟର ଜେନେରାଲ ଏବଂ ସ୍ଵତନ୍ତ୍ର ସେକ୍ରେଟାରୀ
    • ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ – ବନ୍ୟ ଜୀବନ ପରିରକ୍ଷଣ   , ଡାଇରେକ୍ଟର
    • ତିନିବର୍ଷ ପାଇଁ ପର୍ଯ୍ୟାୟକ୍ରମେ ବ୍ୟାଘ୍ର ଆରକ୍ଷଣ ରାଜ୍ୟଗୁଡିକୁ ଛଅଜଣ ମୁଖ୍ୟ ବନ୍ୟଜୀବନ ରକ୍ଷକ
    • ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟରୁ ବିଧାନ ଓକିଲ ଏବଂ ଯୁଗ୍ମ ସଚିବ ପାହ୍ୟା ତଳକୁ ହୋଇନଥିବା ଜଣେ ଅଫିସର;
    • ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ –ସେକ୍ରେଟାରୀ
    • ସାମାଜିକ ନ୍ୟାୟ ଏବଂ କ୍ଷମତାପନ୍ନ ମନ୍ତ୍ରଣାଳୟ –ସେକ୍ରେଟାରୀ
    • ତଫସିଲଭୁକ୍ତ ଜନଜାତି ପାଇଁ ଜାତୀୟ ଆୟୋଗ –ସଭାପତି
    • ତଫସିଲଭୁକ୍ତ ଜାତି ପାଇଁ ଜାତୀୟ ଆୟୋଗ – ସଭାପତି
    • ପଞ୍ଚାୟତିରାଜ ମନ୍ତ୍ରଣାଳୟ –ସେକ୍ରେଟାରୀ
    • ଜଙ୍ଗଲର ଇନିସପେକ୍ଟର ଜେନେରାଲ କିମ୍ବା ବ୍ୟାଘ୍ର ଆରକ୍ଷଣ କିମ୍ବା ବନ୍ୟଜୀବନ ପରିଚାଳନାରେ ଅନ୍ତତଃ ଦଶ ବର୍ଷର ଅଭିଜ୍ଞତା ଥିବା ସମତୁଲ୍ୟ ପାହ୍ୟାର ଜଣେ ଅଫିସରର, ଯେ କି ସଭ୍ୟ – ସଚିବ ହୋଇଥିବେ; ଅଫିସିଆଲ ଗେଜେଟ କେନ୍ଦ୍ର ସରକାରଙ୍କ ଦ୍ଵାରା ଅଧିସୂଚିତ ହୋଇଥିବେ   ।
  3. ଏହା ଏହାଦ୍ଵାରା ଘୋଷଣା କରୁଛି ଯେ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ସଦସ୍ୟଙ୍କ ପଦ ପାର୍ଲିଆମେଣ୍ଟର ଯେ କୌଣସି ଗୃହର ସଦସ୍ୟ ରୂପେ ବଛାଯିବା ପାଇଁ ଏହାର ହୋଇଲଦର ବା ଧାରକଙ୍କୁ ଆଯୋଗ୍ୟ କରିବ ନାହିଁ   ।

କାର୍ଯ୍ୟାଳୟ ର ସମୟସୀମା ଏବଂ ସଦସ୍ୟମାନଙ୍କର ସେବା ସର୍ତ୍ତାବଳୀ (ନିୟମ ୩୮ (ଡ)):-

  1. ଦଫା ୩୮- ଠ ର ଉପ-ଦଫା (୨) ର ପ୍ରକରଣ (ଘ) ଅନୁଯାୟୀ ମନୋନୀତ ଜଣେ ସଦସ୍ୟ ସେହି ସମୟ ପାଇଁ କାର୍ଯ୍ୟାଳୟ ଧାରଣ କରିବେ ଯାହା ତିନି ବର୍ଷରୁ ଅଧିକ ହୋଇନଥିବ   ।
  2. ଉଲ୍ଲେଖ ଥାଉ ଯେ ଜଣେ ସଦସ୍ୟ ତାଙ୍କ ହସ୍ତରେ ଲିଖିତାକାରରେ କେନ୍ଦ୍ର ସରକାରଙ୍କ ସୂଚିତ କାର୍ଯ୍ୟାଳୟ ରୁ ଇସ୍ତଫା ହେବାକୁ ଜଣାଇବେ   ।

  3. କେନ୍ଦ୍ର ସରକାର ଦଫା ୩୮ – ଠ ର ଉପ-ଦଫା (୨) ର ପ୍ରକରଣ (ଘ) ରେ ସୂଚିତ ଜଣେ ସଦସ୍ୟଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଅପସାରିତ ହୋଇପାରିବେ ।  ଯଦି ସେ –
    • ଜଣେ ଦେବାଳିଆ ରୂପେ ଯେ କୌଣସି ସମୟରେ ନ୍ୟାୟ ନିର୍ଣ୍ଣୟ କରିଥାନ୍ତି
    • ଏକ ଅପରାଧ ସଂଘଟିତ କରିଥାନ୍ତି ଯାହା କେନ୍ଦ୍ର ସରକାରଙ୍କ ମତରେ ନୈତିକ ଭ୍ରାଷ୍ଟ୍ରାଛାଡ଼ ଅନ୍ତର୍ଗତ ହୋଇଥାଏ   ।
    • ଜଣେ ବିକୃତ ମସ୍ତିସ୍କ ଅଟନ୍ତି ଏବଂ କ୍ଷମତାପନ୍ନ ନ୍ୟାୟଳୟ ଦ୍ଵାରା ସେପରି ଘୋଷିତ ହୋଇଥାନ୍ତି ।
    • କାର୍ଯ୍ୟ କରିବାକୁ ମନା କରନ୍ତି କିମ୍ବା କାର୍ଯ୍ୟ କରିବା ପାଇଁ ଅସମର୍ଥ ହୋଇଥାନ୍ତି   ।
    • ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ରୁ ଅନୁପସ୍ଥିତ ଛୁଟି ବିନା ଉକ୍ତ କର୍ତ୍ତୃପକ୍ଷର କ୍ରମାଗତ ତିନୋଟି ବୈଠକରେ ଅନୁପସ୍ଥିତ ରୁହନ୍ତି;କିମ୍ବା
    • କେନ୍ଦ୍ର ସରକାରଙ୍କ ମତରେ କାର୍ଯ୍ୟାଳୟ ରେ ତାଙ୍କର ନୀରବଛିନ୍ନ ରହିବା ନେଇ ତାଙ୍କ ସ୍ଥିତିର ଅପବ୍ୟବହାର ସାଧାରଣ ସ୍ଵାର୍ଥ କ୍ଷତିକାରକ ହୋଇଥାଏ   ।

    ଉଲ୍ଲେଖଥାଉ ଯେ ଏହି ଉପ-ଦଫାନୁଯାୟୀ କୌଣସି ସଦସ୍ୟ ଅପସାରିତ ହେବେ ନାହିଁ ଯଦି ସେ ଘଟନାରେ ଶୁଣାଣୀର ଏକ ଯଥୋଚିତ ସୁଯୋଗ ପ୍ରଦାନ କରି  ଥାଆନ୍ତି  ।

  4. ଜଣେ ସଦସ୍ୟଙ୍କ କାର୍ଯ୍ୟାଳୟରେ କୌଣସି ଶୂନ୍ୟତା ସାନି – ନିଯୁକ୍ତି ଦ୍ଵାରା ପୂରଣ ହେବ ଏବଂ ସେହି ସଦସ୍ୟ , ଉକ୍ତ ସଦସ୍ୟଙ୍କ ଅବଶେଷ କାର୍ଯ୍ୟକାଳ ପାଇଁ ନୀରବଚ୍ଛିନ୍ନ ରହିବେ ଯାହାଙ୍କ ସ୍ଥାନରେ ସେ ନିଯୁକ୍ତ ହୋଇଥିବେ   ।
  5. ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ସଦସ୍ୟମାନଙ୍କର ବେତନ ଏବଂ ଭତ୍ତା ଏବଂ ନିଯୁକ୍ତିର ଅନ୍ୟାନ୍ୟ ସର୍ତ୍ତାବଲି ସେପରି ହେବ ଯେପରି ନିର୍ଦ୍ଧାରିତ ହୋଇଥିବ   ।
  6. ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର କୌଣସି କାର୍ଯ୍ୟ ବା କାର୍ଯ୍ୟବିଧି ଉପରେ ପ୍ରଶ୍ନ କରାଯାଇପାରିବ ନାହିଁ କିମ୍ବା ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ଗଠନ ରେ ତ୍ରୁଟି ବା କୌଣସି ଶୂନ୍ୟତାର ବିଦ୍ୟମାନତା କରଣ ଉପରେ କେବଳ ଅବୈଧ ହେବ   ।

ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ଅଫିସର ଏବଂ କର୍ମଚାରୀଗଣ ( ନିୟମ ୩୮ (ଡ))  :

  1. ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କ ପୂର୍ବ ମଞ୍ଜୁର ସହ ସେପରି ଅଫିସର ଏବଂ କର୍ମଚାରୀମାନଙ୍କୁ ନିଯୁକ୍ତ କରିବେ ଯେପରି ଏହି ଆଇନନୁଯାୟୀ ଏହାର କାର୍ଯ୍ୟର ଫଳପ୍ରଦ ସମ୍ପାଦାନ୍ନ ପାଇଁ ଆବୟକ ବିବେଚନା କରିବେ   ।
  2. ଉଲ୍ଲେଖ ଥାଉ ଯେ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଗଠନ ତାରିଖର ତତକ୍ଷଣାତ ପୂର୍ବରୁ ବ୍ୟାଘ୍ର ପ୍ରକଳ୍ପ ସହ କାରବାର କରୁଥିବା କିମ୍ବା ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶାଳୟ ଅନୁଯାୟୀ କାର୍ଯ୍ୟାଳୟ ଧାରଣ କରିଥିବା ଅଫିସର ଏବଂ କର୍ମଚାରୀମାନେ ସେବାର ସେହି ସର୍ତ୍ତ ଏବଂ  ନିବନ୍ଧନ ଉପରେ ଏବଂ ସେହି ସମୟରେ କିମ୍ବା ସେହି ସମୟରୁ ଛଅମାସର ଅବଧି ଅବସାନ ପର୍ଯ୍ୟନ୍ତ ଉକ୍ତ କର୍ତ୍ତୃପକ୍ଷରେ କାର୍ଯ୍ୟାଳୟ ଧାରଣ କରିବାକୁ ନିରବଚ୍ଛିନ୍ନ ରହିବେ ଯଦି ସେହି କର୍ମଚାରୀ ସେହି କର୍ତ୍ତୃପକ୍ଷର କର୍ମଚାରୀ ନୁହେଁ ବୋଲି ପସନ୍ଦ କରିଥାନ୍ତି   ।

  3. ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ଅଫିସର ଏବଂ କର୍ମଚାରୀମାନଙ୍କ ସେବାର ନିବନ୍ଧନ ଏବଂ ସର୍ତ୍ତ ସେପରି ହେବ ଯେପରି ନିର୍ଦ୍ଧାରିତ ହୋଇଥିବ   ।

ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର କ୍ଷମତା ଏବଂ କାର୍ଯ୍ୟ(ନିୟମ ୩୮ (ଣ)) :-

  1. ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ନିମ୍ନଲିଖିତ କ୍ଷମତା ରହିବ ଏବଂ ନିମ୍ନଲିଖିତ କାର୍ଯ୍ୟ ସଂପାଦାନ କରିବେ ଯଥା :-
    • ଏହି ଆଇନର ଦଫା ୩୮ – ଫ ର ଉପ-ଦଫା (3) ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ବ୍ୟାଘ୍ର ସଂରକ୍ଷଣ ଯୋଜନା ଅନୁମୋଦନ କରିବାକୁ ।
    • ପୋଷଣୀୟ ପରିବେଶ ବିଜ୍ଞାନର ବିଭିନ୍ନ ଦିଗ ନିରୂପଣ କରିବା ଏବଂ ମୂଲ୍ୟ ନିର୍ଦ୍ଧାରଣ କରିବା ଏବଂ କୌଣସି ପରିବେଶ ବିଜ୍ଞାନ ସମ୍ବନ୍ଧୀୟ ଅପୋଷଣୀୟ ଭୂମି ବ୍ୟବହାର ନାମଞ୍ଜୁର କରିବା ଯଥା  : ଖଣି, ଶିଳ୍ପ,  ଏବଂ ବ୍ୟାଘ୍ର ଆରକ୍ଷଣ ମଧ୍ୟରେ ଥିବା ଅନ୍ୟାନ୍ୟ ପ୍ରକଳ୍ପ ।
    • ବ୍ୟାଘ୍ର ଆରକ୍ଷଣ ମଧ୍ୟବର୍ତ୍ତୀ ଏବଂ ଆଭ୍ୟନ୍ତରୀଣ ଆଞ୍ଚଲରେ ବ୍ୟାଘ୍ର ସଂରକ୍ଷଣ ପାଇଁ ସମୟାନୁକ୍ରମେ ବ୍ୟାଘ୍ର ପ୍ରକଳ୍ପ ପାଇଁ ପର୍ଯ୍ୟଟନ କାର୍ଯ୍ୟକଳାପ ଏବଂ ମାର୍ଗଦର୍ଶିକା ପାଇଁ ନମୁନା ସମ୍ବନ୍ଧୀୟ ମାନକ ନିର୍ଦ୍ଧାରଣ କରିବା   ।
    • କାର୍ଯ୍ୟକାରୀ ଯୋଜନା କୋର୍ଡରେ ଜାତୀୟ ପାର୍କ,  ଅଭୟାରଣ୍ୟ କିମ୍ବା ବ୍ୟାଘ୍ର ଆରକ୍ଷଣ ବାହାରେ ଜଙ୍ଗଲ  ଆଞ୍ଚଲରେ ସହାବସ୍ଥାନ ଉପରେ ଗୁରୁତ୍ଵ ଦେବାକୁ ଏବଂ ମନୁଷ୍ୟ ଏବଂ ବନ୍ୟ ପଶୁମାନଙ୍କର ଦ୍ଵନ୍ଦ ନିରୂପଣ କରିବାକୁ ପଦକ୍ଷେପ ପରିଚାଳନା କେନ୍ଦ୍ରୀଭୂତ କରିବା ପାଇଁ ବ୍ୟବସ୍ଥା କରିବା   ।
    • ଭବିଷ୍ୟର ସଂରକ୍ଷଣ ଯୋଜନା, ବ୍ୟାଘ୍ର ଜନସଂଖ୍ୟା , ପ୍ରାକକଳନ ଏବଂ ଏହାର ପ୍ରାକୃତିକ ଶିକାର ଜାତି,  ରୋଗ ସଂନିରକ୍ଷାନ , ପ୍ରାକୃତିକ ବାସ ଅବସ୍ଥା ମୃତ୍ୟୁସଂଖ୍ୟା ସର୍ବେକ୍ଷଣ , ପହରା ଦେବା, ଅପ୍ରୀତିକର ଘଟନା ଉପରେ ରିପୋର୍ଟ ଏବଂ ଅନ୍ୟାନ୍ୟ ସେପରି ପରିଚାଳନା ଦିଗ ସମେତ ସୁରକ୍ଷା ପଦକ୍ଷେପ ଉପରେ ଭବିଷ୍ୟତ ଯୋଜନା ସଂରକ୍ଷଣ ସମେତ ଏହା ଯେପରି ଆବଶ୍ୟକ ବିବେଚନା କରିବେ, ସେପରି ସୂଚନା ପ୍ରଦାନ କରିବେ   ।
    • ବ୍ୟାଘ୍ର ଉପରେ ଗବେଷଣା ଏବଂ ପର୍ଯ୍ୟାୟଲୋଚନା ସମନ୍ଵୟ କରିବା, ସହ –ଶିକାରଜୀବି ପ୍ରାଣୀ , ଶିକାର , ପ୍ରାକୃତିକ ବାସ , ପରିବେଶ ବିଜ୍ଞାନ ଏବଂ ସମାଜ ଅର୍ଥନୀତି ସମ୍ପର୍କୀୟ ରୂପରେଖ ଏବଂ ସେମାନଙ୍କର ମୂଲ୍ୟଙ୍କନ ଅନୁମୋଦନ କରିବା   ।
    • ସୁନିଶ୍ଚିତ କରେ ଯେ ଗୋଟିଏ ସୁରକ୍ଷିତ ଆଞ୍ଚଲ କିମ୍ବା ବ୍ୟାଘ୍ର ଆରକ୍ଷଣ ସହିତ ଅନ୍ୟ ସୁରକ୍ଷିତ ଆଞ୍ଚଲ ବା ବ୍ୟାଘ୍ର ଆରକ୍ଷଣର ସଂଯୋଗ ପାଇଁ ବ୍ୟାଘ୍ର ଆରକ୍ଷଣ ଏବଂ ଅଞ୍ଚଳଗୁଡିକ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ଉପଦେଶରେ ଏବଂ ବନ୍ୟ ଜୀବନ ପାଇଁ ଜାତୀୟ ବୋର୍ଡର ଅନୁମୋଦନ ସହ ଏବଂ ସର୍ବସାଧାରଣ ସ୍ଵାର୍ଥ ବ୍ୟତୀତ ପରିବେଶ ବିଜ୍ଞାନ ସମ୍ବନ୍ଧୀୟ ଆପୋଷଞି ବ୍ୟବହାର ପାଇଁ ପରିବର୍ତ୍ତିତ ହେବ ନାହିଁ   ।
    • ପରିବେଶ ଉନ୍ନୟନ ମାଧ୍ୟମରେ ଜୀବନ ସମ୍ବନ୍ଧୀୟ ବିବିଧତା ସଂରକ୍ଷିତ ସୂତ୍ରପାତ ପାଇଁ ରାଜ୍ୟରେ ବ୍ୟାଘ୍ର ଆରକ୍ଷଣ  ପରିଚାଳନା ଏବଂ କେନ୍ଦ୍ର ଓ ରାଜ୍ୟ ଆଇନ ସହ ସୁସଙ୍ଗତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସେହି ସୂତ୍ରପାତ ସମର୍ଥନ କରିବାକୁ ଓ ଅନୁମୋଦିତ ପରିଚାଳନା ଯୋଜନା ଅନୁଯାୟୀ ଲୋକମାନଙ୍କର ଅଂଶଗ୍ରହଣ ସହଜ କରିବା ଏବଂ ସମର୍ଥନ କରିବା।
    • ବ୍ୟାଘ୍ର ସଂରକ୍ଷଣ ଯୋଜନାର ଉତ୍ତମ କାର୍ଯ୍ୟକାରିତା ପାଇଁ ଆଇନ ସମର୍ଥନ ବୈଜ୍ଞାନିକ, ସୂଚନା ପ୍ରଯୁକ୍ତି ବିଦ୍ୟା ସମେତ ସମାଲୋଚନାତ୍ମକ ସମର୍ଥନ ସୁନିଶ୍ଚିତ କରିବା   ।
    • ବ୍ୟାଘ୍ର ଏବଂ ସେମାନଙ୍କର ପ୍ରାକୃତିକ ଅଧିବାସର ସଂରକ୍ଷଣ ସମ୍ବନ୍ଧରେ ଏହି ଆଇନର ଉଦ୍ଦେଶ୍ୟଗୁଡିକ ପାଳନ କରିବାକୁ ଯେପରି ଆବଶ୍ୟକ ସେପରି ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ କରିବାକୁ   ।
  2. ଏହି ଅଧ୍ୟାୟ ଅନୁଯାୟୀ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଏହାର କ୍ଷମତା ପ୍ରୟୋଗରେ ଏବଂ କାର୍ଯ୍ୟ ସଂପାଦାନରେ ବ୍ୟାଘ୍ର ସୁରକ୍ଷା କିମ୍ବା ବ୍ୟାଘ୍ର ଆରକ୍ଷଣ ପାଇଁ କୌଣସି ବ୍ୟକ୍ତି,  ଅଫିସର କିମ୍ବା କର୍ତ୍ତୃପକ୍ଷ ଲିଖିତାକାରରେ ନିର୍ଦ୍ଦେଶାବଳୀ ନିର୍ଗମ କରିଆବେ ଏବଂ ସେହି ବ୍ୟକ୍ତି, ଅଫିସର ବା କର୍ତ୍ତୃପକ୍ଷ ନିର୍ଦ୍ଦେଶାବଳୀ ଅନୁପାଳନ କରିବାକୁ ବାଧ୍ୟ ହେବେ   ।

ଉଲ୍ଲେଖଥାଉ ଯେ ସେପରି କୌଣସି ନିର୍ଦ୍ଧିଷ୍ଟଭାବରେ  ତଫସିଲଭୁକ୍ତ ଜନଜାତିର ସ୍ଥାନୟୟ ଲୋକଙ୍କ ଅଧିକାର କ୍ଷୁର୍ଣ୍ଣ ବା ହସ୍ତକ୍ଷେପ କରିବ ନାହିଁ   ।

ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିୟନ୍ତ୍ରିତ କାର୍ଯ୍ୟପଦ୍ଧତି (ନିୟମ ୩୮ (ତ)) :-

  1. ସଭାପତି ଯେପରି ଉପଯୁକ୍ତ ମାନେ କରିବେ ସେପରି ସମୟରେ ଏବଂ ସେପରି ସ୍ଥାନରେ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ବୈଠକ କରିବେ   ।
  2. ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଏହାର ନିଜ କାର୍ଯ୍ୟପଦ୍ଧତି ନିୟନ୍ତ୍ରଣ କରିବ  ।
  3. ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ସମସ୍ତ ଆଦେଶ ଏବଂ ନିଷ୍ପତ୍ତି ସେଥିପାଇଁ ସଭ୍ୟ ସଚିବଙ୍କ ଦ୍ଵାରା ଯଥାର୍ଥଭାବେ କ୍ଷମତାୟିତ  ଉକ୍ତ କର୍ତ୍ତୃପକ୍ଷର ସଭ୍ୟ ସଚିବ କିମ୍ବା ଅନ୍ୟ କୌଣସି ଅଫିସରଙ୍କ ଦ୍ଵାରା ଅଧିପ୍ରଣାଣିତ ହେବ   ।

ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କୁ ଋଣ ଏବଂ ଅନୁଦାନ ଏବଂ ପାଣ୍ଠି ଗଠନ (ନିୟମ ୩୮ (ଥ)) :

  1. କେନ୍ଦ୍ର ସରକାର ଆଇନାନୁଯାୟୀ ପାର୍ଲିଆମେଣ୍ଟ ଦ୍ଵାରା ଯଥୋଚିତ ବିନିଯୋଗ ପରେ ସେହି ପରିମାଣର ଅର୍ଥ ଋଣ ଏବଂ ଅନୁଦାନ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ ଯାହା ସରକାର ଆବଶ୍ୟକ ବିବେଚନା କରିବେ   ।
  2. ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ପାଣ୍ଠି ନାମରେ ଏକ ପାଣ୍ଠି ଗଠିତ ହେବ ଏବଂ ସେଥିପାଇଁ ନିମ୍ନୋକ୍ତ ବିଷୟ ଜମାକୃତ ହେବ ।
    • କେନ୍ଦ୍ର ସରକାରଙ୍କ ଦ୍ଵାରା ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କୁ କୌଣସି ଅନୁଦାନ ଏବଂ ଋଣ
    • ଏହି ଆଇନାନୁଯାୟୀ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଦ୍ଵାରା ପ୍ରାପ୍ତ ସମସ୍ତ ଶୁଳ୍କ ଏବଂ ଦେୟ
    • କେନ୍ଦ୍ର ସରକାରଙ୍କ ଦ୍ଵାରା ଯେପରି ନିର୍ଣ୍ଣୟ ହୋଇଥିବ ସେପରି ଉତ୍ସରୁ କର୍ତ୍ତୃପକ୍ଷ ଦ୍ଵାରା ପ୍ରାପ୍ତ ସମସ୍ତ ଅର୍ଥ
  3. ଉପ-ଦଫା (୨) ରେ ସୂଚିତ ପାଣ୍ଠି,  ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ସଦସ୍ୟ ଅଫିସର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ବେତନ ଭତ୍ତା,  ଏବଂ ଅନ୍ୟାନ୍ୟ ପାରିତୋଷିକ ଭରଣା ପାଇଁ ଏବଂ ଏହି ଅଧ୍ୟାୟ ଅନୁଯାୟୀ ଏହାର କାର୍ଯ୍ୟ ସଂପାଦନରେ ହୋଇଥିବା ଖର୍ଚ୍ଚ ଭରଣ ପାଇଁ ପ୍ରୟୋଗ ହେବ   ।

ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ହିସାବ ଏବଂ ସମୀକ୍ଷା  (ନିୟମ ୩୮ (ଦ)) :-

  1. ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଉପ ଯୁକ୍ତ ହିସାବ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ରେକର୍ଡ ରକ୍ଷଣାବେକ୍ଷଣା କରିବେ ଏବଂ ଭାରତର ମହାଲେଖା ନିୟନ୍ତ୍ରଣ ତଥା ସମୀକ୍ଷକଙ୍କ ସହ ପରାମର୍ଶ କରି କେନ୍ଦ୍ର ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଫର୍ମଏ ହିସାବର ଏକ ବାର୍ଷିକ ବିବରଣୀ ପ୍ରସ୍ତୁତ କରିବେ   ।
  2. ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ହିସାବ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ତାଙ୍କଦ୍ଵାରା ବିନିର୍ଦ୍ଧିଷ୍ଟ ସେପରି ମନ୍ଥରରେ ସମୀଖିତ ହେବ ଏବଂ ସେହି ସମୀକ୍ଷା ନିମନ୍ତେ ହୋଇଥିବା ଖର୍ଚ୍ଚ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଦ୍ଵାରା ଦେୟଯୋଗ୍ୟ ହେବ   ।
  3. ଭାରତର ମହାଲେଖା ନିୟନ୍ତ୍ରକ ଏବଂ ମହା ସମୀକ୍ଷକ ଏବଂ ତାଙ୍କ ଦ୍ଵାରା ନିଯୁକ୍ତ ଅନ୍ୟ କୌଣସି ଅଫିସର ଙ୍କ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ହିସାବ ସମୀକ୍ଷା ସମ୍ବନ୍ଧରେ ସମାନ ଅଧିକାର ଏବଂ ସୁବିଧା ରହିବ ଏବଂ ସେହି ସମୀକ୍ଷା ସମ୍ବନ୍ଧରେ ମହାଲେଖା ନିୟନ୍ତ୍ରଣ ଏବଂ ମହାସମୀକ୍ଷକଙ୍କ ପରି କର୍ତ୍ତୃପକ୍ଷ ସାଧାରଣତଃ ସରକାରୀ ହିସାବ ସମୀକ୍ଷା କରିବାର ଅଧିକାର ରହିବ ଏବଂ ନିର୍ଦ୍ଧିଷ୍ଟ ଭାବରେ ବ୍ୟାଘ୍ର ସଂରକ୍ଷଣ  କର୍ତ୍ତୃପକ୍ଷର କାର୍ଯ୍ୟାଳୟ ନିରୀକ୍ଷଣ କରିବାକୁ ଏବଂ ପୁସ୍ତକ ହିସାବ , ସଂଯୁକ୍ତ ଭାଉଚର ଏବଂ ଅନ୍ୟାନ୍ୟ ଦସ୍ତାବିଜ ଏବଂ କାଗଜାତ ଉପସ୍ଥାପନ ଦାବି କରିବାକୁ ଅଧିକାର ରହିବ  ।
  4. ଭାରତରେ  ମହାଲେଖା ନିୟନ୍ତ୍ରକ ଏବଂ ମହା ସମୀକ୍ଷାକ କିମ୍ବା ତାଙ୍କ ଦ୍ଵାରା ନିଯୁକ୍ତ ଅନ୍ୟ କୌଣସି ଅଫିସରଙ୍କ ଦ୍ଵାରା ପ୍ରାମାଣକୃତ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ହିସାବ ସହ ଏକ୍ତାର ତାର ସମୀକ୍ଷା ରିପୋର୍ଟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଦ୍ଵାରା କେନର ସରକାରଙ୍କୁ ପ୍ରେରିତ ହେବ  ।

ବ୍ୟାଘ୍ର ସଂରକ୍ଷକ କର୍ତ୍ତୃପକ୍ଷର ବାର୍ଷିକ ବିବରଣୀ (ନିୟମ ୩୮ (ଧ)) :-

ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ପୂର୍ବ ଆର୍ଥିକ ବର୍ଷ ମଧ୍ୟରେ ଏହାର କାର୍ଯ୍ୟକଳାପର ଏକ ସଂପୂର୍ଣ୍ଣ ହିସାବ ପ୍ରଦାନ କରି ଏହାର ବାର୍ଷିକ ବିବରଣୀ ନିର୍ଦ୍ଧାରଣ ପ୍ରକାରେ ଆର୍ଥିକ ବର୍ଷ ପାଇଁ ସେପରି ଫର୍ମ ଏବଂ ସେହି ସମୟରେ ପ୍ରସ୍ତୁତ କରିବେ   ।

ପାର୍ଲିଆମେଣ୍ଟ ସମକ୍ଷରେ ଉପସ୍ଥାପିତ ବାର୍ଷିକ ବିବରଣୀ  ଏବଂ ସମୀକ୍ଷା ବିବରଣୀ ( ନିୟମ ୩୮ (ନ)):

କେନ୍ଦ୍ର ସରକାର ସେଥିରେ ଅନ୍ତର୍ଭୁକ୍ତ ସୁପାରିସ ଉପରେ ଗୃହିତ କାର୍ଯ୍ୟାନୁଷ୍ଠାନ ର ସ୍ମାରକପତ୍ର ସହ ଏକତ୍ର ବାର୍ଷିକ ବିବରଣୀ ପ୍ରଦାନ କରିବେ ଯେଉଁ ପରିମାଣରେ ସେମାନେ କେନ୍ଦ୍ର ସରକାରଙ୍କ ସହ ସମ୍ବନ୍ଧିତ ଏବଂ ପରିଳିଆମେଣ୍ଟ ପ୍ରତ୍ୟେକ ଗୃହ ସମକ୍ଷରେ ଉପସ୍ଥାପିତ ହୋଇଥିବା ସମୀକ୍ଷା ରିପୋର୍ଟ ଯଥାଶୀଘ୍ର ପ୍ରାପ୍ତ ହେବା ପରେ ଏବଂ ସେହି ସୁପାରିସର ଯଦି କୌଇନଶୀ ଅସ୍ଵୀକୃତି ଥାଏ ତେବେ ତାହାର କାରଣଗୁଡିକ ପ୍ରଦାନ କରିବେ   ।

ପ୍ରଚାଳନ କମିଟିର ଗଠନ ( ନିୟମ ୩୮ (ପ))  :-

  1. ରାଜ୍ୟ ସରକାର ବ୍ୟାଘ୍ର ପରିସର ରାଜ୍ୟ ମଧ୍ୟରେ ସହ –ଶିକାରଜୀବୀ ପ୍ରାଣୀ ଏବଂ ପଶୁମାନଙ୍କ ଶିକାର, ବ୍ୟାଘ୍ର ସୁରକ୍ଷା ଏବଂ ସଂରକ୍ଷଣ, ପର୍ଯ୍ୟାଲୋଚନା, ସମନ୍ଵୟ ସୁନିଶ୍ଚିତ କରିବା ପାଇଁ ଏକ ପ୍ରଚାଳନ କମିଟି ଗଠନ କରିବେ   ।
  2. ପ୍ରଚାଳନ କମିଟି ନିମ୍ନଲିଖିତ ବ୍ୟକ୍ତିମାନଙ୍କୁ ନେଇ ଗଠିତ ହେବ, ଯଥା –
    • ମୁଖ୍ୟ ମନ୍ତ୍ରୀ – ସଭାପତି
    • ବନ୍ୟଜୀବନର ଭାରପ୍ରାପ୍ତ ମନ୍ତ୍ରୀ – ଉପ- ସଭାପତି
    • ପାଞ୍ଚଜଣରୁ ଅଧିକ ହୋଇ ନଥିବା ସେପରି ସଂଖ୍ୟକ ଅଫିସିଆଲ ସଦସ୍ୟଙ୍କ ସମେତ ବ୍ୟାଘ୍ର ଆରକ୍ଷଣର ଅନ୍ତତଃ ଦୁଇଜଣ ଡାଇରେକ୍ଟର କିମ୍ବା ଜାତୀୟ ପାର୍କର ଡାଇରେକ୍ଟର ଏବଂ ଆଦିବାସୀ ସମ୍ବନ୍ଧୀୟ ବ୍ୟାପାର କାରବାର କରୁଥିବା ରାଜ୍ୟ ସରକାରଙ୍କ ବିଭାଗରୁ ଜଣେ
    • ବନ୍ୟ ଜୀବନର ସଂରକ୍ଷଣ ଅଭିଜ୍ଞାତା ଏବଂ ଯୋଗ୍ୟତା ଥିବା ତିନିଜଣ ଅଭିଜ୍ଞ ବା ପେଶାଡାର ଯେଉଁମାନଙ୍କ ମଧ୍ୟରୁ ଅନ୍ତତଃ ଜଣେ ଆଦିବାସୀ ଉନ୍ନୟନ ହୋଇଥିବେ,
    • ରାଜ୍ୟର ଆଦିବାସୀ ଉପଦେଷ୍ଟା ପରିଷଦରୁ ଦୁଇଜଣ ସଭ୍ୟ
    • ପଞ୍ଚାୟତିରାଜ ଏବଂ ସାମାଜିକ ନ୍ୟାୟ ଏବଂ କ୍ଷମତା ସହ କାରବାର କରୁଥିବା ରାଜ୍ୟ ସରକାରଙ୍କ ପ୍ରତି ବିଭାଗରୁ ଜଣେ ଲେଖାଏଁ ପ୍ରତିନିଧି
    • ରାଜ୍ୟର ମୁଖ୍ୟ ବନ୍ୟ ଜୀବନ ରକ୍ଷକ –ପଦ ପ୍ରଯୁକ୍ତ ସଭ୍ୟ-ସଚିବ ହେବେ   ।

ଉପରୋକ୍ତ ସଦସ୍ୟମାନେ ଅଫିସିଆଲ ଗେଜେଟ ରେ ରାଜ୍ୟ ସରକାରଙ୍କ ଦ୍ଵାରା ସୂଚିତ ହେବେ   ।

ବ୍ୟାଘ୍ର ସଂରକ୍ଷଣ ଯୋଜନା ( ନିୟମ ୩୮ (ଫ))  :-

  1. ରାଜ୍ୟ ସରକାର ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ସୁପାରିସ ଏକ ଅଞ୍ଚଳକୁ ବ୍ୟାଘ୍ର ଆରକ୍ଷଣ ରୂପେ ସୂଚିତ କରିବେ   ।
  2. ଏହି ଆଇନର ଦଫା ୧୮ ର ଉପ-ଦଫା (୨) ଦଫା ୨୭ ର ଉପ-ଦଫା (୨),  (୩) ଏବଂ (୪) ଦଫା ୩୦,୩୨ ଏବଂ ଦଫା ୩୩ ର ପ୍ରକରଣ (ଖ) ଏବଂ (ଗ)ର ବ୍ୟବସ୍ଥାଗୁଡିକ ଯେତେଦୂର ସାଧ୍ୟ ଏକ ବ୍ୟାଘ୍ର ଆରକ୍ଷଣ ସମ୍ବନ୍ଧରେ ପ୍ରୟୋଗ ହେବ ଯେପରି ଏକ ଅଭୟାରଣ୍ୟ ସମ୍ବନ୍ଧରେ ସେଗୁଡିକ ପ୍ରୟୋଗ ହୋଇଥିବ   ।
  3. ରାଜ୍ୟ ସରକାର ଉପ-ଦଫା (୧) ରେ ସୂଚିତ ପ୍ରତ୍ୟେକ ଅଞ୍ଚଳର ଉପଯୁକ୍ତ ପରିଚାଳନା ପାଇଁ କର୍ମଚାରୀ ଉନ୍ନୟନ ଏବଂ ମୁତୟନ ଯୋଜନା ସମେତ ଏକ ବ୍ୟାଘ୍ର ସଂରକ୍ଷଣ ଯୋଜନା ନିମ୍ନଲିଖିତ ବିଷୟ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରିବେ   ।
    • ବ୍ୟାଘ୍ର ସଂରକ୍ଷଣ ସୁରକ୍ଷା ଏବଂ ପ୍ରାକୃତିକ ବାସରେ ପ୍ରାକୃତିକ ଶିକାର – ଶିକାରଜୀବୀ ପ୍ରାଣୀ ପରିବେଶ ବିଜ୍ଞାନ ଚକ୍ର ବିକୃତ କରିବା ବ୍ୟତୀତ ବ୍ୟାଘ୍ର ସଂଖ୍ୟା ଜୀବନକ୍ଷମ ପାଇଁ, ସହ – ଶିକାରଜୀବୀ ପ୍ରାଣୀ ଏବଂ ଶିକାର ପଶୁମାନଙ୍କର ବିନିର୍ଦ୍ଧିଷ୍ଟ ପ୍ରାକୃତିକ ବାସ ନିବେଶ ଭୂମି ଯୋଗାଇବା ପାଇଁ   ।
    • ବ୍ୟାଘ୍ର ସଂରକ୍ଷଣରେ ପରିବେଶ ବିଜ୍ଞାନ ସମ୍ବନ୍ଧୀୟ ସୁସଙ୍ଗତ ଭୂମି ବ୍ୟବହାର ଏବଂ ଅନ୍ୟ ସୁରକ୍ଷିତ ଅଞ୍ଚଳ ମଧ୍ୟରେ ବ୍ୟାଘ୍ର ପ୍ରଜନନ ପ୍ରାକୃତିକ ବାସରୁ କିମ୍ବା ବ୍ୟାଘ୍ର ସଂରକ୍ଷଣ ନାମିତ ମଧ୍ୟ ଅଞ୍ଚଳରୁ ବନ୍ୟଜନ୍ତୁମାନଙ୍କ ଜନସଂଖ୍ୟାର ଅଧିକମାତ୍ରା ପାଇଁ ବିକ୍ଷେପ ପ୍ରାକୃତିକ ବାସ ଏବଂ ଅଳିନ୍ଧ ପ୍ରଦାନ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଲୋକମାନଙ୍କ ଜୀବିକା ସମ୍ବନ୍ଧୀୟ ସମ୍ବୋଧନ ପାଇଁ ଗୋଟିଏ ସୁରକ୍ଷିତ ଅଞ୍ଚଳ ବା ବ୍ୟାଘ୍ର ଆରକ୍ଷଣ ସହ ଅନ୍ୟ ଅଞ୍ଚଳ ସଂଯୁକ୍ତ କରିବା ପାଇଁ   ।
    • ନିୟମିତ ଜଙ୍ଗଲ ଡିଭିଜନଗୁଡିକ ବନ ବିଦ୍ୟା କାର୍ଯ୍ୟ ଏବଂ ସେହି ପାର୍ଶ୍ଵବର୍ତ୍ତୀ ବ୍ୟାଘ୍ର ଆରକ୍ଷଣ, ବ୍ୟାଘ୍ର ସଂରକ୍ଷଣର ଆବଶ୍ୟକତା ସହ ଅସୁସଙ୍ଗତ ହୋଇ ନଥାଏ   ।
  4. ସେହି ଆଇନରେ ଅନ୍ତର୍ଭୁକ୍ତ ବ୍ୟବସ୍ଥା ସାପେକ୍ଷରେ ରାଜ୍ୟ ସରକାର , ବ୍ୟାଘ୍ର ସଂରକ୍ଷଣ ଯୋଜନା ପ୍ରସ୍ତୁତ କରିବା ସମୟରେ ଏକ ବ୍ୟାଘ୍ର ଆରକ୍ଷଣ ବା ବ୍ୟାଘ୍ର ରହୁଥିବା ଜଙ୍ଗଲରେ ବାସ କରୁଥିବା ଲୋକମାନଙ୍କର କୃଷିଭିତ୍ତିକ, ଜୀବିକା,  ଉନ୍ନୟନ ମୂଳକ ଏବଂ ଅନ୍ୟାନ୍ୟ ସ୍ଵାର୍ଥ ସୁନିଶ୍ଚିତ କରିବେ   ।
  5. ସ୍ପଷ୍ଟୀକରଣ  : ଏହି ଆଇନ ଉଦ୍ଦେଶ୍ୟରେ ଅଭିବ୍ୟକ୍ତ “ ବ୍ୟାଘ୍ର ଆରକ୍ଷଣ “ ନିମ୍ନଲିଖିତ ବିଷୟ ଅନ୍ତର୍ଭୁକ୍ତ କରେ  -

    • ଜାତୀୟ ପାର୍କ ଏବଂ ଅଭୟାରଣ୍ୟର ମଧ୍ୟବର୍ତ୍ତୀ ଏବଂ ସଙ୍କଟମାୟା ବ୍ୟାଘ୍ର ପ୍ରାକୃତିକ ବାସ ଅଞ୍ଚଳ ଯେଉଁକ୍ଷେତ୍ରରେ ବୈଜ୍ଞାନିକ ଏବଂ ବସ୍ତୁନିଷ୍ଠ କ୍ରାଇଟେରିଆ ଭିତ୍ତି ରେ ଏହା ସ୍ଥାପିତ ହୋଇଛି ଯେ ସେହି ଉଦ୍ଦେଶ୍ୟରେ ଗଠିତ ଏକ ଅଭିଜ୍ଞ କମିଟିର ପରାମର୍ଶରେ ରାଜ୍ୟ ସରକାରଙ୍କ ଦ୍ଵାରା ସୁସଚିତ ତଫସିଲଭୁକ୍ତ ଜନଜାତି  ଏବଂ ଅନ୍ୟାନ୍ୟ ଜଙ୍ଗଲ ଅଧିବାସୀମାନଙ୍କର ଅଧିକାର କ୍ଷୁର୍ଣ୍ଣ କରିବା ବିନା ବ୍ୟାଘ୍ର ସଂରକ୍ଷଣ  ଉଦ୍ଦେଶ୍ୟରେ ଅଲଙ୍ଘନୀୟ ରୂପେ ରଖାଯିବାକୁ ସେହି ଅଞ୍ଚଳ ଆବଶ୍ୟକ   ।
    • ମଧ୍ୟବର୍ତ୍ତୀ ବା ଉପାନ୍ତ ଅଞ୍ଚଳ ଉପରୋକ୍ତ ସ୍ପଷ୍ଟୀକରଣ (i) ରେ ଅନ୍ତର୍ଭୁକ୍ତ ବ୍ୟବସ୍ଥାନୁଯାୟୀ ଚିହ୍ନିତ ଏବଂ ସ୍ଥାପିତ ସଙ୍କଟମୟ  ବ୍ୟାଘ୍ର ପ୍ରାକୃତିକ ବାସ କିମ୍ବା ମଧ୍ୟବର୍ତ୍ତୀ ଅଞ୍ଚଳ ପାଇଁ ଉପାନ୍ତ ଅଞ୍ଚଳକୁ ନେଇ ଗଠିତ ଯେଉଁକ୍ଷେତ୍ରରେ ବ୍ୟାଘ୍ର ଜାତି ପାଇଁ ପର୍ଯ୍ୟାପ୍ତ ବିକ୍ଷେପ ସହ ସଙ୍କଟମାୟା ବ୍ୟାଘ୍ର ଅଧିବାସର ସଂପୂର୍ଣ୍ଣତା ସୁନିଶ୍ଚିତ କରିବାକୁ ପ୍ରାକୃତିକ ବାସ ସୁରକ୍ଷାର ଉନତାର ମାତ୍ରା ଆବଶ୍ୟକ ଏବଂ ଯାହା ସ୍ଥାନୀୟ ଲୋକମାନଙ୍କର ଜୀବିକା   , ଉନ୍ନୟନ ସାମାଜିକ ଏବଂ ସାଂସ୍କୃତିକ ଅଧିକାରର ଯଥାର୍ଥ ସ୍ଵୀକୃତି ସହ ବନ୍ୟ ଜୀବନ ଏବଂ ମାନବ କାର୍ଯ୍ୟକଳାପ ମଧ୍ୟରେ ସହାବସ୍ଥାନ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ହୋଇଥାଏ   , ଯେଉଁଠାରେ ସେହି ଅଞ୍ଚଳର ସୀମା ସେହି ଉଦ୍ଦେଶ୍ୟରେ ଗଠିତ ଏକ ଅଭିଜ୍ଞ କମିଟି ଏବଂ ସଂପୃକ୍ତ ଗ୍ରାମ ସଭାର ପରାମର୍ଶରେ ବୈଜ୍ଞାନିକ ଏବଂ ବସ୍ତୁନିଷ୍ଠ କ୍ରାଇଟ୍ରେରିଆ ଭିତ୍ତିରେ ନିରୂପଣ ହୋଇଥାଏ   ।
  6. ପାରସ୍ପରିକ ସହମତି ସର୍ତ୍ତ ଏବଂ ନିବନ୍ଧନ ଉପରେ ସ୍ଵେଚ୍ଛାକୃତ ପୁନଃଅବସ୍ଥିତି ବ୍ୟତିରେକ , ଉଲ୍ଲେଖଥାଉ ଯେ ସେପରି ସର୍ତ୍ତ ଏବଂ ନିବନ୍ଧନ ଏହି ଉପ-ଦଫାରେ ଅନ୍ତର୍ଭୁକ୍ତ ଆବଶ୍ୟକତା ସନ୍ତୋଷଜଣକ ହୋଇଥାଏ ଯେ କୌଣସି ତଫସିଲଭୁକ୍ତ ଜନଜାତି କିମ୍ବା ଅନ୍ୟ କୌଣସି ଜଙ୍ଗଲ ଅଧିବାସୀ ଉଲଂଘନୀୟ ଅଞ୍ଚଳ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିକୂଳ ଭାବେ ପ୍ରଭାବିତ ହେବାକୁ ସେମାନଙ୍କର ଅଧିକାର ରହିବ ନାହିଁ କିମ୍ବା ବ୍ୟାଘ୍ର ସଂରକ୍ଷଣ ପୁନଃ ସ୍ଥାପିତ ହେବ ନାହିଁ, ଯଦି
    • ତଫସିଲଭୁକ୍ତ ଜନଜାତି ଏବଂ ସେପରି ଅନ୍ୟ କୌଣସି ଜଙ୍ଗଲ ଅଧିବାସୀଙ୍କର ଜଙ୍ଗଲ ଅଧିକାର କିମ୍ବା ଭୂଅର୍ଜନ ଏବଂ ଅଧିକାରର ସ୍ଵୀକୃତି ଏବଂ ସମାପନର ପ୍ରକ୍ରିୟା ସମାପ୍ତ ହୋଇନଥାଏ   ।
    • ରାଜ୍ୟ ସରକାରଙ୍କ ସମ୍ପୃକ୍ତ ଏଜେନସି ଏହି ଆଇନନୁଯାୟୀ ସେମାନଙ୍କର କ୍ଷମତା ପ୍ରୟୋଗରେ ଅଞ୍ଚଳରେ ତଫସିଲଭୁକ୍ତ ଜନଜାତି ଏବଂ ସେପରି ଅନ୍ୟାନ୍ୟ ଜଙ୍ଗଲ ଅଧିବାସୀଙ୍କ ସହମତିରେ ସ୍ଥାପନ କରି ନଥାନ୍ତି ଏବଂ ଅଞ୍ଚଳ ସହ ସୁପରିଚିତ ପରିବେଶ ଏବଂ ସମାଜ ବୈଜ୍ଞାନିକଙ୍କ ପରାମର୍ଶରେ ତଫସିଲଭୁକ୍ତ ଜନଜାତି ଏବଂ ଜଙ୍ଗଲ ଅଧିବାସୀଙ୍କ କାର୍ଯ୍ୟକଳାପ କିମ୍ବା ବନ୍ୟପଶୁମାନଙ୍କ ଉପରେ ସେମାନଙ୍କ ଉପସ୍ଥିତିର ପ୍ରଭାବ ଅପ୍ରତ୍ୟାବର୍ତ୍ତୀ କ୍ଷତି ପହଞ୍ଚାଇବାକୁ ଯଥେଷ୍ଟ ହୋଇ ନଥାଏ ଏବଂ ବ୍ୟାଘ୍ର ଏବଂ ସେମାନଙ୍କର ପ୍ରାକୃତିକ ବାସର ବିଦ୍ୟମାନର ଆଶଙ୍କା ସୃଷ୍ଟି କରି ନଥାଏ   ।
    • ରାଜ୍ୟ ସରକାର ତଫସିଲଭୁକ୍ତ ଜନଜାତି ଏବଂ ଅଞ୍ଚଳରେ ବାସ କରୁଥିବା ଜଙ୍ଗଲ ଅଧିବାସୀଙ୍କ ସମ୍ମତି ପ୍ରାପ୍ତ ପରେ ଏବଂ ସେହି ଅଞ୍ଚଳ ସହ ସୁପରିଚିତ ଜଣେ ସ୍ଵାଧୀନ ପରିବେଶ ଏବଂ ସାମାଜିକ ବୈଜ୍ଞାନିକଙ୍କ ପରାମର୍ଶରେ ସିଦ୍ଧାନ୍ତରେ ଉପନୀତ ହୋଇ ଥାନ୍ତି ଯେ ସହାବସ୍ଥାନର ଯଥୋଚିତ ମତାଧିକାର ଉପଲବ୍ଧ ହୋଇନଥାଏ   ।
    • ପ୍ରଭାବିତ ବ୍ୟକ୍ତିବିଶେଷ ଏବଂ ଗୋଷ୍ଠୀମାନଙ୍କର ଜୀବିକା ଯୋଗାଇବା ପାଇଁ ପୁନଃବସତି କିମ୍ବା ବିକଳ୍ପ ପ୍ୟାକେଜ ପ୍ରସ୍ତୁତ ହୋଇ ନଥାଏ ଏବଂ ରାଷ୍ଟ୍ରୀୟ ସାହାଯ୍ୟ ଏବଂ ଥଇଥାନ ନୀତିରେ ପ୍ରଦତ୍ତ ଆବଶ୍ୟକତା ପରିପୂରଣ ହୋଇ ନଥାଏ   ।
    • ପୁନଃବସତି କାର୍ଯ୍ୟକ୍ରମ ପାଇଁ ପ୍ରଭାବିତ ବ୍ୟକ୍ତିମାନଙ୍କର ଏବଂ ସମ୍ପୃକ୍ତ ଗ୍ରାମସଭାର ସୂଚିତ ସମ୍ମତି ପ୍ରାପ୍ତ ହୋଇନ ଥାଏ ।
    • ଉକ୍ତ କାର୍ଯ୍ୟକ୍ରମ ଅନୁଯାୟୀ ପୁନଃବସତି ଅଞ୍ଚଳରେ ସୁବିଧା ଏବଂ ଭୂମି ବଣ୍ଟନ ବ୍ୟବସ୍ଥା ହୋଇ ନଥାଏ  ଅନ୍ୟଥା ସେମାନଙ୍କର ବିଦ୍ୟମାନ ଅଧିକାର ହସ୍ତକ୍ଷେପ ହୋଇନ ଥାଏ   ।

ବ୍ୟାଘ୍ର ଆରକ୍ଷଣର ପରିବର୍ତ୍ତନ ଏବଂ ଅଧିସୂଚନା ( ନିୟମ ୩୮ (ବ)) :-

  1. କୌଣସି ବ୍ୟାଘ୍ର ଆରକ୍ଷଣର ସୀମାରେ ପରିବର୍ତ୍ତନ ବନ୍ୟଜୀବନ ପାଇଁ ଜାତୀୟ ବୋର୍ଡର ଅନୁମୋଦନ ଏବଂ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ସୁପାରିସ ବ୍ୟତୀତ ହେବ ନାହିଁ   ।
  2. ବନ୍ୟ ଜୀବନ ପାଇଁ ଜାତୀୟ ବୋର୍ଡ ଏବଂ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ଅନୁମୋଦନ ସହ ସର୍ବସାଧାରଣ ସ୍ଵାର୍ଥ ବ୍ୟତୀତ ଏକ ବ୍ୟାଘ୍ର ଆରକ୍ଷଣ କୌଣସି ରାଜ୍ୟ ସରକାର ଅଧିସୂଚନା କରିବେ ନାହିଁ   ।

ବ୍ୟାଘ୍ର ସଂରକ୍ଷଣ ଫାଉଣ୍ଡେସନର ପ୍ରତିଷ୍ଠାନ  ( ନିୟମ ୩୮ (ଭ))   :-

  1. ବ୍ୟାଘ୍ର ସଂରକ୍ଷଣ ନିମନ୍ତେ ସେମାନଙ୍କର ପରିଚାଳନା ସହଜବୋଧ ଏବଂ ସମର୍ଥନ କରିବା ପାଇଁ ସେପରି ଉନ୍ନୟନ ପ୍ରକ୍ରିୟାରେ ଜଣସାଧାରଣଙ୍କ ସଂଶ୍ଳିଷ୍ଟ ଦ୍ଵାରା ପରିବେଶ ବିଜ୍ଞାନ ସମ୍ବନ୍ଧୀୟ ଉନ୍ନୟନରେ ପ୍ରଥମ ପଦକ୍ଷେପ ନେବାକୁ ରାଜ୍ୟ ମଧ୍ୟରେ ବ୍ୟାଘ୍ର ଆରକ୍ଷଣ ପାଇଁ ଏକ ବ୍ୟାଘ୍ର ସଂରକ୍ଷଣ ଫାଉଣ୍ଡେସନ ରାଜ୍ୟ ସରକାର ସ୍ଥାପନ କରିବେ   ।
  2. ବ୍ୟାଘ୍ର ସଂରକ୍ଷଣ ଫାଉଣ୍ଡେସନର ଅନ୍ୟାନ୍ୟ ବିଷୟ ମଧ୍ୟରେ ନିମ୍ନଲିଖିତ ଉଦ୍ଦେଶ୍ୟ ରହିବ   ।
    • ବ୍ୟାଘ୍ର ସଂରକ୍ଷଣରେ ପରିବେଶ ବିଜ୍ଞାନ, ଅର୍ଥନୈତିକ, ସାମାଜିକ ଏବଂ ସାଂସ୍କୃତିକ ଉନ୍ନୟନ ସୁଗମ କରିବାକୁ
    • ସ୍ଥାନୀୟ ତୃତୀୟ ପକ୍ଷ ଗୋଷ୍ଠୀମାନଙ୍କ ସଂଶ୍ଳିଷ୍ଟ ସହ ପରିବେଶ – ପର୍ଯ୍ୟଟନକୁ ପ୍ରୋତ୍ସାହନ କରିବାକୁ ଏବଂ ବ୍ୟାଘ୍ର ଆରକ୍ଷଣରେ ପ୍ରାକୃତିକ ପରିବେଶ ରକ୍ଷା ଉପାୟ ସମର୍ଥନ ଯୋଗାଇବାକୁ   ।
    • ଉପରୋକ୍ତ ସେହି ଉଦ୍ଦେଶ୍ୟଗୁଡିକ ପରିପୂରଣ ପାଇଁ ଯେପରି ଆବଶ୍ୟକ ସେପରି ସଂପଦର ରକ୍ଷଣାବେକ୍ଷଣା ଏବଂ ସୃଷ୍ଟି ସହଜବୋଧ କରିବାକୁ
    • ଉପରୋକ୍ତ ସେହି ଲକ୍ଷଗୁଡିକ ହାସଲ କରିବା ପାଇଁ ଫାଉଣ୍ଡେସନ କାର୍ଯ୍ୟକଳାପ ପାଇଁ ଆବଶ୍ୟକୀୟ ବୈଷୟିକ , ଆର୍ଥିକ , ସାମାଜିକ, ନ୍ୟାୟୀକ ଏବଂ ଅନ୍ୟାନ୍ୟ ସହାୟତା ପାଇବାର ଚେଷ୍ଟା କରିବାକୁ   ।
    • ତୃତୀୟ ପକ୍ଷ ଉନ୍ନୟନ ଏବଂ ପରିବେଶ ପର୍ଯ୍ୟଟନ ଉତ୍ସାହିତ କରିବାକୁ ଏକ ବ୍ୟାଘ୍ର ଅରକ୍ଷଣରେ ପ୍ରାପ୍ତ ଅନୟନୟ ଶୁଳ୍କ ଏବଂ ପ୍ରଦେଶର ପୁନରାବର୍ତ୍ତନ ସମେତ ଆର୍ଥିକ ଉତ୍ସଗୁଡିକର ବୃଦ୍ଧି ଏବଂ ପ୍ରବୃତ୍ତ କରିବାକୁ   ।
    • ଉପରୋକ୍ତ ସମ୍ବନ୍ଧିତ କ୍ଷେତ୍ରରେ ଗବେଷଣା , ପରିବେଶ ବିଜ୍ଞାନ ସମ୍ବନ୍ଧୀୟ ଶିକ୍ଷା ଏବଂ ପ୍ରଶିକ୍ଷଣ ସମର୍ଥନ କରିବାକୁ।

ବ୍ୟାଘ୍ର ଏବଂ ଅନ୍ୟାନ୍ୟ ସଙ୍କଟପନ୍ନ ପ୍ରଜାତି ଅପରାଧ ନିୟନ୍ତ୍ରଣ ସଂସ୍ଥା

ବ୍ୟାଘ୍ର ଏବଂ ଅନ୍ୟାନ୍ୟ ସଙ୍କଟାପନ୍ନ ପ୍ରଜାତି ଅପରାଧ ନିୟନ୍ତ୍ରଣ ସଂସ୍ଥାର ଗଠନ (ନିୟମ ୩୮ (ମ)) :-

ଏହି ଆଇନର ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଅଫିସିଆଲ ଗେଜେଟରେ ପ୍ରକାଶିତ ଆଦେଶ ଦ୍ଵାରା ବ୍ୟାଘ୍ର ଏବଂ ଅନ୍ୟାନ୍ୟ ସଙ୍କଟାପନ୍ନ ପ୍ରଜାତି ଅପରାଧ ନିୟନ୍ତ୍ରଣ ସଂସ୍ଥା ଗଠନ କରିବେ ଯାହା ବନ୍ୟଜୀବନ ଅପରାଧ ନିୟନ୍ତ୍ରଣ ସଂସ୍ଥା ନାମରେ ନାମିତ ଏବଂ ନିମ୍ନଲିଖିତ ବ୍ୟକ୍ତିମାନଙ୍କୁ ନେଇ ଗଠିତ   ।

  • ବନ୍ୟ ଜୀବନ ପରିରକ୍ଷଣ ନିର୍ଦ୍ଦେଶକ  - ପଦପ୍ରଯୁକ୍ତ ନିର୍ଦ୍ଦେଶକ
  • ପୋଲିସ ଇନିସପେକ୍ଟର ଜେନେରାଲ – ଅତିରିକ୍ତ ନିର୍ଦ୍ଦେଶକ
  • ପୋଲିସ ଡେପୁଟି ଇନିସପେକ୍ଟର ଜେନେରାଲ  - ଯୁଗ୍ମ ନିର୍ଦ୍ଦେଶକ
  • ଜଙ୍ଗଲ ଡେପୁଟି ଇନିସପେକ୍ଟର ଜେନେରାଲ – ଯୁଗ୍ମ ନିର୍ଦ୍ଦେଶକ
  • ଅତିରିକ୍ତ କମିଶନର (କଷ୍ଟମସ ଏବଂ ସେଣ୍ଟ୍ରାଲ ଏକ୍ସାଇଜ )- ଯୁଗ୍ମ ନିର୍ଦ୍ଦେଶକ ଏବଂ
  • ଏହି ଆଇନର ଦଫା 3 ଏବଂ 4 ଅନୁଯାୟୀ ଅନ୍ତର୍ଭୁକ୍ତ ଅଫିସରମାନଙ୍କ ମଧ୍ୟରେ ନିଯୁକ୍ତ ସେପରି ଅନ୍ୟାନ୍ୟ ଅଫିସର   ।
  • ଏହି ଆଇନର ଦଫା 3 ଏବଂ 4 ଅନୁଯାୟୀ ଅନ୍ତର୍ଭୁକ୍ତ ଅଫିସର ମାନଙ୍କ ମଧ୍ୟରୁ ନିଯୁକ୍ତ ସେପରି ଅନ୍ୟାନ୍ୟ ଅଫିସର   ।

ବନ୍ୟ ଜୀବନ ଅପରାଧ ନିୟନ୍ତ୍ରଣ ସଂସ୍ଥାର କ୍ଷମତା ଏବଂ କାର୍ଯ୍ୟ ( ନିୟମ ୩୮ (ଯ))   :-

  1. ଏହି ଆଇନ ବ୍ୟବସ୍ଥା ସାପେକ୍ଷରେ ବନ୍ୟ ଜୀବନ ଅପରାଧ ନିୟନ୍ତ୍ରଣ ସଂସ୍ଥା ନିମ୍ନଲିଖିତ ବିଷୟରେ ପଦକ୍ଷେପ ଗ୍ରହଣ କରିବେ   -
    • ଏକ କେନ୍ଦ୍ରୀକୃତ ବନ୍ୟ ଜୀବନ ଅପରାଧ ତଥ୍ୟାବଳୀ ବ୍ୟାଙ୍କ ସ୍ଥାପନ କରିବାକୁ ଏବଂ ଅପରାଧ ଆଶଙ୍କା ଉଦ୍ଦେଶ୍ୟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଏବଂ ଅନ୍ୟାନ୍ୟ ପ୍ରବର୍ତ୍ତନ ଏଜେନସିମାନଙ୍କୁ ତାହା ବିକିରଣ କରିବାକୁ ଏବଂ ସଂଗଠିତ ବନ୍ୟ ଜୀବନ ଅପରାଧ କାର୍ଯ୍ୟକଳାପ ସମ୍ବନ୍ଧୀୟ ଗୁପ୍ତ ସୂଚନା ସଂଗ୍ରହ ଏବଂ ପରିତୁଳନା କରିବାକୁ  ।
    • ସଂସ୍ଥା ଦ୍ଵାରା ସ୍ଥାପିତ ଆଞ୍ଚଳିକ ଏବଂ ସୀମାନ୍ତ ୟୁନିଟ ମାଧ୍ୟମରେ କିମ୍ବା ପ୍ରତ୍ୟକ୍ଷଭାବେ ଏହି ଆଇନର ବ୍ୟବସ୍ଥା ପ୍ରବର୍ତ୍ତନ ସମ୍ବନ୍ଧରେ ବିଭିନ୍ନ ଅଫିସର ରାଜ୍ୟ ସରକାର ଏବଂ ଅନୟନୟ ପ୍ରାଧିକାରୀମାନଙ୍କ ଦ୍ଵାରା କାର୍ଯ୍ୟାନୁଷ୍ଠାନର ସମନ୍ଵୟ ରକ୍ଷା କରିବାକୁ   ।
    • ବିଭିନ୍ନ ଅନ୍ତର୍ଜାତିକ ଆନୁଷ୍ଠାନିକ ସମ୍ମିଳନୀ ଅନୁଯାୟୀ ନୈତିକ ଦାୟିତ୍ଵର କାର୍ଯ୍ୟକାରିତା ଏବଂ ଆଦବ କାଇଦା ଯାହା ବର୍ତ୍ତମାନ ବଳବତ୍ତର ଅଟେ କିମ୍ବା ଯାହା ଭବିଷ୍ୟତରେ ଭାରତରେ ସମ୍ମିଳିତ କିମ୍ବା ଅନୁସମର୍ଥିତ ହେବ   ।
    • ବନ୍ୟ ଜୀବନ ଅପରାଧ ନିୟନ୍ତ୍ରଣ ପାଇଁ ସମନ୍ଵୟ ଏବଂ ବ୍ୟାପକ କାର୍ଯ୍ୟାନୁଷ୍ଠାନ ସୁଗମ କରିବାକୁ ବିଦେଶ ଏବଂ ସମ୍ପୃକ୍ତ ଅନ୍ତରାଷ୍ଟ୍ରୀୟ ସଂସ୍ଥାର ସମ୍ପୃକ୍ତ ପ୍ରାଧିକାରୀମାନଙ୍କୁ ସହାୟତା କରିବାକୁ   ।
    • ବନ୍ୟ ଜୀବନ ଅପରାଧ ବିଜ୍ଞାନସମ୍ମତ ଏବଂ ପେଶାଦାର ଅନୁସନ୍ଧାନ ପାଇଁ ଭିତ୍ତି ସଂରଚନା ଏବଂ ଧାରଣଶକ୍ତି ଗଠନ ର ଉନ୍ନତି କରିବାକୁ ଏବଂ ବନ୍ୟ ଜୀବନ ଅପରାଧ ସମ୍ବନ୍ଧୀୟ ଅଭିଯୋଜନାରେ କୃତକାର୍ଯ୍ୟତା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କୁ ସହାୟତା କରିବାକୁ   ।
    • ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ଶାଖାବିସ୍ତାର କ୍ଷେତ୍ରରେ ବନ୍ୟ ଜୀବନ ଅପରାଧ ସମ୍ବନ୍ଧୀୟ ବିଷୟ ଉପରେ ରାଜ୍ୟ ସରକାରଙ୍କୁ ଉପଦେଶ ପ୍ରଦାନ କରିବାକୁ ଏବଂ ସମାୟାନୁକ୍ରମେ ପ୍ରାସଙ୍ଗିକ ନୀତି ଏବଂ ନିୟମରେ ଆବଶ୍ୟକୀୟ ପରିବର୍ତ୍ତନ ପ୍ରସ୍ତାବ ଦେବାକୁ   ।
  2. ବନ୍ୟ ଜୀବନ ଅପରାଧ ସଂସ୍ଥା ନିମ୍ନଲିଖିତ କ୍ଷମତା ପ୍ରୟୋଗ କରିବେ   -
    • ଏହି ଆଇନର ଦଫା ୫ ର ଉପ-ଦଫା (୧) ଦଫା ୫୦ ଏବଂ ଦଫା ୫୫ ର ଉପ-ଦଫା (୧) ଏବଂ (୮) ଅନୁଯାୟୀ ଅର୍ପିତ କ୍ଷମତା   ।
    • ନିର୍ଦ୍ଧାରିତ ପ୍ରକାରେ ସେପରି ଅନ୍ୟାନ୍ୟ କ୍ଷମତା   ।

ଆଧାର – ଲଅ ହାଉସ

Last Modified : 11/10/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate