ସ୍ଵତନ୍ତ୍ର ଶିକାର ବା (ସ୍ପେଶିଆଲ ଗେମ ) ଶିକାର କରିବା ଲାଇସେନସ – ବଡ ଶିକାର ବା ( ବିଗ ଗେମ ) ଶିକାର କରିବା ଲାଇସେନସ ଏବଂ ଛୋଟ ଶିକାର ବା (ସ୍ମଲ ଗେମ ) ଶିକାର କରିବା ଲାଇସେନସ । ଆବେଦନପତ୍ର ବା ଦରଖାସ୍ତ ଏକ ସ୍ଵତନ୍ତ୍ର ଶିକାର ବା (ସ୍ପେଶିଆଲ ଗେମ ) ଶିକାର କରିବା ଲାଇସେନସ – ବଡ ଶିକାର ବା ( ବିଗ ଗେମ ) ଶିକାର କରିବା ଲାଇସେନସ କିମ୍ବା ଛୋଟ ଶିକାର ବା (ସ୍ମଲଗେମ ) ଶିକାର କରିବା ଲାଇସେନସ ପାଇଁ ଫର୍ମ ୧ ରେ ଦରଖାସ୍ତ ପ୍ରସ୍ତୁତ ହେବ । ଉଲ୍ଲେଖଥାଉ ଯେ ଏକ ଲାଇସେନସ ପାଇଁ କୌଣସି ଦରଖାସ୍ତ ଦଫାନୁଯାୟୀ ରେଜିଷ୍ଟ୍ରେସନ ପାଇଁ ଯୋଗ୍ୟ କୌଣସି ବ୍ୟକ୍ତିଙ୍କ ଠାରୁ ଗ୍ରହଣ ହେବ ନାହିଁ ଯଦି ଆବେଦନକାରୀ ଉକ୍ତ ଦଫାନୁଯାୟୀ ତାଙ୍କ ନାମ ଏବଂ ଠିକଣା ରେଜିଷ୍ଟ୍ରୀ କରି ନ ଥାନ୍ତି । ପୁନଶ୍ଚ ଉଲ୍ଲେଖଥାଉ ଯେ କୌଣସି ବ୍ୟକ୍ତି ଏହି ଅଧ୍ୟାୟ ଅନୁଯାୟୀ ଏକ ଲାଇସେନସ ପାଇଁ ଆବେଦନ କରିବେ ନାହିଁ ଯଦି ଅସ୍ତ୍ରଶସ୍ତ୍ର ନିୟମାବଳୀ, ୧୯୬୨ ନିମନ୍ତେ ଅନୁସୂଚୀ ୩ ରେ ବ୍ୟବସ୍ଥିତ ଫର୍ମ ୩ ରେ ଶିକାର ପାଇଁ ଏକ ବୈଧ ଲାଇସେନସ ସେ ଦଖଲ କରି ନ ଥାନ୍ତି । କୌଣସି ସ୍ଵତନ୍ତ୍ର ଶିକାର ବା ସ୍ପେଶିଆଲ ଗେମ ଶିକାର କରିବା ଲାଇସେନସ ପାଇଁ ଏକ ଦରଖାସ୍ତ ମୁଖ୍ୟ ବନ୍ୟ ଜୀବନ ରକ୍ଷକଙ୍କୁ ପ୍ରଦାନ ହେବ । କୌଣସି ବଡ ଶିକାର ବା (ବିଗ ଗେମ ) ଶିକାର କରିବା ଲାଇସେନସ କିମ୍ବା କୌଣସି ଛୋଟ ଶିକାର ବା (ସ୍ମଲଗେମ) ଶିକାର କରିବା ଲାଇସେନସ ପାଇଁ ଏକ ଦରଖାସ୍ତ, ମୁଖ୍ୟ ବନ୍ୟ ଜୀବନ ରକ୍ଷକଙ୍କୁ କିମ୍ବା ତାଙ୍କ ଦ୍ଵାରା ପ୍ରାଧିକୃତ ଅନ୍ୟ କୌଣସି ଅଫିସରଙ୍କୁ ପ୍ରଦାନ ହେବ (ଅନ୍ୟ କ୍ଷେତ୍ରରେ ଏତତପରେ ନିର୍ଗମକାରୀ ଅଫିସର ରୂପେ ସୂଚିତ ) ଫିସ ବା ଦେୟ ନିମ୍ନ ସାରଣୀର ସ୍ତମ୍ଭ (୧) ରେ ବିନିର୍ଦ୍ଧିଷ୍ଟ ଶ୍ରେଣୀର ଲାଇସେନସ ପାଇଁ ଏକ ଦରଖାସ୍ତ ଯେତେବେଳେ ସ୍ତମ୍ଭ (୨) ରେ ଅନୁରୂପ ଦରଜ ରେ ବିନିର୍ଦ୍ଧିଷ୍ଟ ଶ୍ରେଣୀର ଜଣେ ବ୍ୟକ୍ତିଙ୍କ ଦ୍ଵାରା ପ୍ରଦାନ ହୋଇଥାଏ ସେତେବେଳେ ଏହା ଏକ ବ୍ୟାଙ୍କ ରସିଦ କିମ୍ବା ଟ୍ରେଜେରୀ ଚାଲାଣ ଦ୍ଵାରା ସଂଯୁକ୍ତ ହୋଇ ଦର୍ଶାଇବ ଯେ ଉକ୍ତ ସାରଣୀର ସ୍ତମ୍ଭ (୩) ରେ ଅନୁରୂପ ଦରଜ ରେ ବିନିର୍ଦ୍ଧିଷ୍ଟ ହାର ଅନୁସାରେ ଫିସ ବା ଦେୟ ପ୍ରଦାନ ହୋଇଥିଲା । ସାରଣୀ ଲାଇସେନସ ପ୍ରାପ୍ତ ବ୍ୟକ୍ତିଙ୍କ ନାମ ବ୍ୟକ୍ତିଙ୍କର ଶ୍ରେଣୀ ପରିମାଣ ସାପ୍ତାହିକ ଲାଇସେନସ ଭାରତ ନାଗରିକ ଜଣେ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୭୫,୦୦ ମାସିକ ଲାଇସେନସ ଭାରତର ନାଗରିକ ଜଣେ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୧୫୦,୦୦ ୨୫୦,୦୦ ବଡ ଶିକାର ବା ( ବିଗ ଗେମ) ଶିକାର ଲାଇସେନସ ସାପ୍ତାହିକ ଲାଇସେନସ ଭାରତର ନାଗରିକ ଭାରତର ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୫୦,୦୦ ମାସିକ ଲାଇସେନସ ଭାରତର ନାଗରିକ ଜଣେ ଭାରତୀୟ ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୧୦୦,୦୦ ୧୫୦,୦୦ ଛୋଟ ଶିକାର ବା (ସ୍ମଲ ଗେମ) ଶିକାର କରିବା ଲାଇସେନସ ସାପ୍ତାହିକ ଲାଇସେନସ ଭାରତର ନାଗରିକ ଭାରତର ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୨୫,୦୦ ୫୦,୦୦ ମାସିକ ଲାଇସେନସ ଭାରତର ନାଗରିକ ଭାରତର ନାଗରିକ ବ୍ୟତୀତ ଜଣେ ବ୍ୟକ୍ତି ୭୫.୦୦ ୧୫୦,୦୦ ବନ୍ୟ ପଶୁ ଫାନ୍ଦରେ ପକାଇବା ଲାଇସେନସ ଆବେଦନ ପତ୍ର ବା ଦରଖାସ୍ତ : - ବନ୍ୟ ପଶୁ ଫାନ୍ଦରେ ପକାଇବା ଲାଇସେନସ ପାଇଁ ଏକ ଦରଖାସ୍ତ ଫର୍ମ ୨ ରେ ମୁଖ୍ୟ ବନ୍ୟ ଜୀବନ ରକ୍ଷକ ପ୍ରଦାନ ହେବ । ଫିସ ବା ଦେୟ : - ବନ୍ୟ ପଶୁ ଫାନ୍ଦରେ ପକାଇବା ଲାଇସେନସ ପାଇଁ ଏକ ଦରଖାସ୍ତ ବ୍ୟାଙ୍କ କିମ୍ବା ଟ୍ରେଜେରୀ ଚାଲାଣ ସହ ସଂଯୁକ୍ତ ହେବ ଏବଂ ଦର୍ଶାଇବ ଯେ ନିମ୍ନଲିଖିତ ହାର ଅନୁଯାୟୀ ଦେୟ ପ୍ରଦାନ ହୋଇଥିଲା, ଯଥା ମାସିକ ଲାଇସେନସ ପାଇଁ ଭାରତର ନାଗରିକଙ୍କ ପାଇଁ ଦେୟ ୨୫,୦୦ ହେବ ଏବଂ ଭାରତର ନାଗରିକଙ୍କ ବ୍ୟତୀତ ଜଣେ ବ୍ୟକ୍ତିଙ୍କ ପାଇଁ ଦେୟ ଟ.୫୦,୦୦ ଭାରତର ନାଗରିକଙ୍କ କ୍ଷେତ୍ରରେ ବାର୍ଷିକ ଲାଇସେନସ ଦେୟ ଟ ୩୦୦ ଟଙ୍କା ହେବ ଏବଂ ଭାରତର ନାଗରିକଙ୍କ ବ୍ୟତୀତ କୌଣସି ବ୍ୟକ୍ତିଙ୍କ ପାଇଁ ଦେୟ ଟ ୬୦୦ ଟଙ୍କା ହେବ । ଫର୍ମ ଆଧାର –ଲଅ ହାଉସ