ମନୁଷ୍ୟ ହତ୍ୟା ଯୋଗୁଁ ଅନୁକମ୍ଫା ଅର୍ଥପ୍ରଦାନ (ନିୟମ ୪୫ (କକ)) ଏକ ଜଙ୍ଗଲ ଅଞ୍ଚଳ କିମ୍ବା ତାହାର ସୀମାରୁ ପାଞ୍ଚ କିଲୋମିଟର ବେଲତ ମଧ୍ୟରେ ବ୍ୟାଘ୍ର, ଚିତାବାଘ, ହାତୀ , କୁମ୍ଭୀର, ଭାଲୁ, ରାମଶିଆଳ ରୂପେ କଥିତ ଭାରତୀୟ ହେଟା, ବନ୍ୟ ଶୂକର , ଗୌର ଏବଂ ବନ୍ୟ କୁକୁରର ଆକ୍ରମଣ ଦ୍ଵାରା ମନୁଷ୍ୟର ମୃତ୍ୟୁ ଘଟିବା କ୍ଷେତ୍ରରେ ଅନୁକମ୍ଫା ଅର୍ଥ ଏକ ଲକ୍ଷ ଟଙ୍କା ହେବ । ଟିପ୍ପଣୀ :- ମନୁଷ୍ୟ ମୃତ୍ୟୁପାଇଁ ଏକ ଲକ୍ଷ ଟଙ୍କାର ସଂଶୋଧନ ହାରରେ ବନ୍ୟ ପଶୁଙ୍କ କାରଖଣା ଯୋଗୁଁ ଅନୁକମ୍ଫା ଅର୍ଥ , ବନ୍ୟ ଜୀବନ (ସୁରକ୍ଷା) (ଓଡିଶା) ସଂଶୋଧନ ନିୟମାବଳୀ ,୨୦୦୨ ବଳବତ୍ତର ପରେ କିମ୍ବା ସେହି ତାରିଖରେ ଘଟିଥିବା ଘଟନା ପାଇଁ ପ୍ରଦାନ ହେବ ମାତ୍ର ଏହି ତାରିଖ ପୂର୍ବରୁ ଘଟିଥିବା ଘଟନା ପାଇଁ ପ୍ରଦାନ ହେବ ନାହିଁ , ଯଦି ମଞ୍ଜୁର ଆଦେଶ ଏହି ତାରିଖ ପୂର୍ବରୁ ଘଟିଥିବା ଘଟନା ସମ୍ବନ୍ଧରେ ନିର୍ଗମତ ହେବ ନାହିଁ । ଆଘାତ ଯୋଗୁଁ ଅନୁକମ୍ଫା ଅର୍ଥପ୍ରଦାନ (ନିୟମ ୪୫ (ଖଖ)) କୌଣସି ଜଙ୍ଗଲ ଅଞ୍ଚଳ ମଧ୍ୟରେ କିମ୍ବା ତାହାର ସୀମାରୁ ପାଞ୍ଚ କିଲୋମିଟର ବେଲଟ ମଧ୍ୟରେ ନିୟମ ୪୫ – କକ ରେ ବିନିର୍ଦ୍ଧିଷ୍ଟ ବନ୍ୟ ପଶୁମାନଙ୍କ ଦ୍ଵାରା ମନୁଷ୍ୟ ପ୍ରତି ହୋଇଥିବା ଆଘାତ ନିମନ୍ତେ ଅନୁକମ୍ଫା ଅର୍ଥ ସେହି ପରିମାଣର ପ୍ରଦାନ ହେବ ଯାହା ଆଘାତ ସମ୍ବନ୍ଧରେ ସମ୍ପୃକ୍ତ ମୁଖ୍ୟ ଜିଲ୍ଲା ମେଡିକାଲ ଅଫିସରଙ୍କ ଦ୍ଵାରା ଯଥାର୍ଥ ଭାବେ ପ୍ରତିସ୍ଵାକ୍ଷରିତ ହୋଇ ମେଡିକାଲ ସାର୍ଟିଫିକେଟ ଉପସ୍ଥାପନ ନିମ୍ନ ଅନୁସୂଚୀର ବିନିର୍ଦ୍ଧିଷ୍ଟ ହୋଇଥିବ । ଅନୁସୂଚୀ ମାମଲା ଅନୁକମ୍ଫା ପରିମାଣ ସ୍ଥାୟୀ ଆଘାତ ଟ ୩୩,୩୩୦ ( ତେତିଶ ହାଜାର ତିନି ଶହ ତିରିଶ ଟଙ୍କା ) କେବଳ ଅସ୍ଥାୟୀ ଆଘାତ ସରକାରୀ ହାସପାତାଳରେ ମାଗଣା ଚିକିତ୍ସା ପାଇଁ ସୀମିତ ଯୁକ୍ତ ବା ପ୍ଲସ ଟ ୨,୦୦୦,୦୦ (ଦୁଇ ହଜାର ଟଙ୍କା କେବଳ) ଗୋମହିଷାଦି ମୃତ୍ୟୁ ଯୋଗୁଁ ଅନୁକମ୍ଫା ଅର୍ଥ ପ୍ରଦାନ (ନିୟମ ୪୫ (ଗଗ)) କୌଣସି ଜଙ୍ଗଲ ଅଞ୍ଚଳ ମଧ୍ୟରେ କିମ୍ବା ତାହାର ସୀମାରୁ ପାଞ୍ଚ କିଲୋମିଟର ବେଲଟ ମଧ୍ୟରେ ନିୟମ କିମ୍ବା ତାହାର ସୀମାରୁ ପାଞ୍ଚ କିଲୋମିଟର ବେଲଟ ମଧ୍ୟରେ ନିୟମ ୪୫- କକ ରେ ବିନିର୍ଦ୍ଧିଷ୍ଟ ବନ୍ୟ ପଶୁମାନଙ୍କ ଦ୍ଵାରା ହୋଇଥିବା ଗାଈ , ବଳଦ , ମହିଷୀ କିମ୍ବା ବାଛୁରୀରେ ମୃତ୍ୟୁ କ୍ଷେତ୍ରରେ ଅନୁକମ୍ଫା ଅର୍ଥାରାଶି ସେହି ପରିମାଣର ହେବ ଯାହା ନିମ୍ନ ଅନୁସୂଚୀରେ ବିନିର୍ଦ୍ଧିଷ୍ଟ ହୋଇଛି । ମାମଲା ଅନୁକମ୍ଫା ପରିମାଣ ଗାଈ / ବଳଦ ଟ ୧,୫୦୦ /- ମହିଷି ୨,୦୦୦/- ବାଛୁରୀ ୫.୦୦ /- ଉପରେ ସୂଚିତ ରୂପେ ଗୋ ମହିଷାଦି ହତ୍ୟା ପାଇଁ ଅନୁକମ୍ଫା ଅର୍ଥରାସୀ, ମୃତ୍ୟୁ କାରଣରୁ ପରିଚାଳିତ ଏକ ଯୁଗ୍ମ ତଦନ୍ତ ପରେ ପ୍ରଦାନ ହେବ ଏବଂ ଫରେଷ୍ଟ ରେଞ୍ଜ ଅଫିସର ଏବଂ ସ୍ଥାନୀୟ ପଶୁରୋଗ ସମ୍ବନ୍ଧୀୟ ଶଲ୍ୟ ଚିକିତ୍ସକଙ୍କ ଦ୍ଵାରା ସେହି ମର୍ମରେ ସାର୍ଟିଫିକେଟ ପ୍ରଦାନ ହେବ ଏବଂ ଡିଭିଜନାଲ ଫରେଷ୍ଟ ଅଫିସରଙ୍କ ଦ୍ଵାରା ଚୁଡାନ୍ତଭାବେ ଅନୁମୋଦିତ ହେବ । ନିର୍ଦ୍ଧିଷ୍ଟ କ୍ଷେତ୍ରରେ ବ୍ୟତିକ୍ରମ (ନିୟମ ୪୫ (ଘଘ)) ନିୟମ ୪୫- କକ , ୪୫-ଖଖ ୪୫- ଗଗରେ ଅନ୍ତର୍ଗତ ଯେ କୌଣସି ବିଷୟସତ୍ତ୍ୱେ କୌଣସି ଅନୁକମ୍ଫା ଅର୍ଥରାସୀ ଉକ୍ତ ନିୟମାବଳୀ ଅନୁଯାୟୀ ପ୍ରଦାନ ହେବ ନାହିଁ । କୌଣସି ଆରକ୍ଷିତ ଜଙ୍ଗଲ, ଅଭୟାରଣ୍ୟ, ଜାତୀୟ ପାର୍କ ଶିକାର ଆରକ୍ଷଣ କିମ୍ବା ଏକ ଆବଦ୍ଧ ମଧ୍ୟରେ ହୋଇଥିବା କୌଣସି ମୃତ୍ୟୁ କିମ୍ବା ଆଘାତ ମଧ୍ୟରେ ହୋଇଥିବା କୌଣସି ମୃତ୍ୟୁ କିମ୍ବା ଆଘାତ ପାଇଁ ଯଦି ମନୁଷ୍ୟଙ୍କ ପ୍ରବେଶ ଆଇନଗତ ଭାବରେ ପ୍ରାଧିକୃତ ନ ଥିଲା । ବନ୍ୟ ଜୀବନ (ସୁରକ୍ଷା) ଆଇନ ୧୯୭୨, ଓଡିଶା ଜଙ୍ଗଲ ଆଇନ ୧୯୭୨, ଓଡିଶା ବନ୍ୟ ଉତ୍ପାଦନ (ବ୍ୟବସାୟ ନିୟନ୍ତ୍ରଣ ) ଆଇନ ୧୯୮୧, ଓଡିଶା କେନ୍ଦୁପତ୍ର ( ବ୍ୟବସାୟ ନିୟନ୍ତ୍ରଣ) ଆଇନ ୧୯୬୧,ଏବଂ ତଦନୁଯାୟୀ ପ୍ରଣୀତ ନିୟମାବଳୀ ଅନୁଯାୟୀ ଦଣ୍ଡନୀୟ କୌଣସି ବେଆଇନ କାର୍ଯ୍ୟକଳାପପରେ ଯେତେବେଳେ ମନୁଷ୍ୟ ଲାଗି ରହୁଥିଲେ ସେହି ସମୟରେ ଘଟିଥିବା କୌଣସି ମୃତ୍ୟୁ କିମ୍ବା ଆଘାତ ପାଇଁ । କୌଣସି ଆରକ୍ଷିତ ଜଙ୍ଗଲ, ଅଭୟାରଣ୍ୟ, ଜାତୀୟ ପାର୍କ, ଶିକାର ଅରକ୍ଷଣ କିମ୍ବା ଆବଦ୍ଧ ଆଞ୍ଚଳରେ ହୋଇଥିବା କୌଣସି ଗୋମହିଷାଦି ପଶୁଙ୍କର ମୃତ୍ୟୁ ପାଇଁ । ଶସ୍ୟ ହାନି ଓ ବଣୁଆ ହାତୀଙ୍କ ଦ୍ଵାରା ଗୃହ ହାନି ପାଇଁ ଅନୁକମ୍ଫା ଅର୍ଥପ୍ରଦାନ ଶସ୍ୟ ହାନି ଯୋଗୁଁ ଅନୁକମ୍ଫା ଅର୍ଥପ୍ରଦାନ (ନିୟମ ୪୫ (ଙଙ)) : - ଜଙ୍ଗଲ ଅଞ୍ଚଳର ସୀମାରୁ ପାଞ୍ଚ କିଲୋମିଟର ବେଲଟ ମଧ୍ୟରେ ନିୟମ ୪୫- କକରେ ବିନିର୍ଦ୍ଧିଷ୍ଟ ବନ୍ୟପଶୁମାନଙ୍କ ଦ୍ଵାରା ହାନି ହୋଇଥିବା ଶସ୍ୟ କ୍ଷେତ୍ରରେ ଅନୁକମ୍ଫା ଅର୍ଥରାଶି ହାନି ହୋଇଥିବା ଶସ୍ୟର ଏକର ପ୍ରତି ଏକ ହଜାର ଟଙ୍କା ହେବ । ଉଲ୍ଲେଖଥାଉ ଯେ ଶସ୍ୟ ହାନି ଯୋଗୁଁ ହୋଇଥାଏ ଅନୁକମ୍ଫା ଅର୍ଥପ୍ରଦାନ ରେଞ୍ଜ ଅଫିସର ଦ୍ଵାରା ନିର୍ଦ୍ଧାରିତ ହେବ ଏବଂ ସଂପୃକ୍ତ ଡିଭିଜନାଲ ଫରେଷ୍ଟ ଅଫିସରଙ୍କ ଦ୍ଵାରା ଚୁଡାନ୍ତଭାବେ ଅନୁମୋଦନ ହେବ । ବଣୁଆ ହାତୀଙ୍କ ଦ୍ଵାରା ଗୃହ ହାନି ଯୋଗୁଁ ଅନୁକମ୍ଫା ଅର୍ଥପ୍ରଦାନ (ନିୟମ ୪୫ (ଚଚ)) :- ବଣୁଆ ହାତୀ ଦ୍ଵାରା ହାନି କ୍ଷେତ୍ରରେ ଅନୁକମ୍ଫା ଅର୍ଥପ୍ରଦାନ ତିନିହଜାର ପାଞ୍ଚଶହ ଟଙ୍କା ହେବ କେବଳ ସଂପୂର୍ଣ୍ଣଭାବରେ ଭୂମିରୁ ଗୃହ ଉଠାଇଥିବା କ୍ଷେତ୍ରରେ ଏବଂ ଗୃହର ଆଂଶିକ ହାନି କ୍ଷେତ୍ରରେ ସ୍ଥାନୀୟ ତହସିଲଦାରଙ୍କ ଠାରୁ ସେହି ମର୍ମରେ ଏକ ସାର୍ଟିଫିକେଟ ଉପସ୍ଥାପନ କରିବା ପରେ ଦୁଇ ହଜାର ଟଙ୍କା ପ୍ରଦାନ ହେବ । ଅନୁକମ୍ଫା ଅର୍ଥ ରାଶି ମଞ୍ଜୁର କରିବାକୁ କ୍ଷମତାପନ୍ନ ପ୍ରାଧିକାରୀ (ନିୟମ ୪୫ (ଛଛ)) :- କୌଣସି ଜଙ୍ଗଲ ଅଞ୍ଚଳରେ କିମ୍ବା ଏହାର ପାଞ୍ଚ କିଲୋମିଟର ବେଲଟ ମଧ୍ୟରେ ଘଟିଥିବା କୌଣସି ମୃତ୍ୟୁ କିମ୍ବା ଆଘାତ ପାଇଁ ସମ୍ପୂର୍କ୍ତ ଡିଭିଜନାଲ ଫରେଷ୍ଟ ଅଫିସର ଅନୁକମ୍ଫା ଅର୍ଥରାଶି ମଞ୍ଜୁର କରିବାକୁ କ୍ଷମତାପନ୍ନ ପ୍ରାଧିକାରୀ ହେବେ । ଏକ ଅଭୟାରଣ୍ୟ , ଜାତୀୟପାର୍କ , ଶିକାର ଆରକ୍ଷଣ କିମ୍ବା କୌଣସି ଆବଦ୍ଧ ଅଞ୍ଚଳ ମଧ୍ୟରେ ଘଟିଥିବା [ କୌଣସି ମୃତ୍ୟୁ କିମ୍ବା ଆଘାତ ପାଇଁ ] ବନ୍ୟ ଜୀବନ ଫରେଷ୍ଟ ଅଫିସର କିମ୍ବା ଜଙ୍ଗଲର ସଂରକ୍ଷକ ସେହି ଅର୍ଥରାଶି ମଞ୍ଜୁର କରିବାକୁ କ୍ଷମତାପନ୍ନ ପ୍ରାଧିକାରୀ ହେବେ । ବନ୍ୟ ପଶୁମାନଙ୍କ ଦ୍ଵାରା ଦ୍ଵାରା ହୋଇଥିବା ଶସ୍ୟ ବା ଗୃହ ହାନି କିମ୍ବା ଗୋମହିଷାଦି ମୃତ୍ୟୁ କ୍ଷେତ୍ରରେ ବନ୍ୟ ଜୀବନ ଡିଭିଜନାଲ ଫରେଷ୍ଟ ଅଫିସର ଏବଂ ଜଙ୍ଗଲର ସଂରକ୍ଷକ ସେମାନଙ୍କର କ୍ଷେତ୍ରାଧିକାରର ସ୍ଥାନୀୟ ଅଞ୍ଚଳ ମଧ୍ୟରେ ସେହି ଅର୍ଥରାଶି ପ୍ରଦାନ କରିବାକୁ କ୍ଷମତାପନ୍ନ ପ୍ରାଧିକାରୀ ହେବେ । ମୃତ୍ୟୁ ସୂଚନା ଏବଂ ତଦନ୍ତ (ନିୟମ ୪୫ (ଜଜ)) ଏହି ଅଧ୍ୟାୟ ଅନୁଯାୟୀ କୌଣସି ମନୁଷ୍ୟର ମୃତ୍ୟୁ କିମ୍ବା ଆଘାତ ବିଷୟରେ ସୂଚନା , ନିକଟସ୍ଥ ଥାନା ଏବଂ ଫରେଷ୍ଟ ରେଞ୍ଜ ଅଫିସରରେ ମଧ୍ୟ ପ୍ରଭାବିତ ବ୍ୟକ୍ତିଙ୍କ ଦ୍ଵାରା ପ୍ରଦାନ ହେବ । ଯଦି କୌଣସି ଆରକ୍ଷିତ ଜଙ୍ଗଲ ମଧ୍ୟରେ ଘଟଣାଟି ଘଟିଥାଏ ତେବେ ଥାନାର ଭାରପ୍ରାପ୍ତ ଅଫିସର ସେହି ସୂଚନା ପାଇବାପରେ ଘଟଣାଟିର ଏକ ତଦନ୍ତ ସଂଚାଳନ କରିବେ ଏବଂ ଘଟଣା ଘଟିବାର ସାତଦିନ ମଧ୍ୟରେ ଡିଭିଜନାଲ ଫରେଷ୍ଟ ଅଫିସରକୁ ପ୍ରତ୍ୟକ୍ଷଭାବରେ ତାଙ୍କ ରିପୋର୍ଟ ପ୍ରଦାନ କରିବେ ଏବଂ ଏକ ଅଭୟାରଣ୍ୟ , ଜାତୀୟ ପାର୍କ ଶିକାର ଆରକ୍ଷଣ କିମ୍ବା କୌଣସି ଆବଦ୍ଧ ଅଞ୍ଚଳ ଘଟିଥିବା ଘଟଣା କ୍ଷେତ୍ରରେ ତାଙ୍କ ରିପୋର୍ଟ ବନ୍ୟଜୀବନ ଡିଭିଜନାଲ ଅଫିସରର କିମ୍ବା ଜଙ୍ଗଲର ସଂରକ୍ଷକଙ୍କୁ ପ୍ରଦାନ କରିବେ , ଉଲ୍ଲେଖଥାଉ ଯେ କୌଣସି ପଶୁ ମୃତ କିମ୍ବା ଯଥାସ୍ଥିତି ଆଘାତପ୍ରାପ୍ତ ବୋଲି ସେପରି ଘଟିଥିବା ମୃତ୍ୟୁ କିମ୍ବା ଆଘାତ ସେ ନିର୍ଣ୍ଣୟ କରିଥାନ୍ତି ତେବେ ରେଞ୍ଜ ଅଫିସର ତାହାର ଏକ ସ୍ଵାଧୀନ ତଦନ୍ତ ଏକକାଲୀକଭାବରେ ମଧ୍ୟ କରିବେ ଏବଂ ଯଥାସ୍ଥିତି ଡିଭିଜନାଲ ଫରେଷ୍ଟ ଅଫିସରଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିବେ । ଅନୁକମ୍ଫା ଅର୍ଥରାଶି ମଞ୍ଜୁର (ନିୟମ ୪୫ (ଝଝ)) :- ଥାନାର ଭାରପ୍ରାପ୍ତ ଅଫିସିରଙ୍କ ଠାରୁ ଏବଂ ଫରେଷ୍ଟ ରେଞ୍ଜ ଅଫିସର , ଡିଭିଜନାଲ ଫରେଷ୍ଟ ଅଫିସରର କିମ୍ବା ବନ୍ୟ ଜୀବନ ଡିଭିଜନାଲ ଫରେଷ୍ଟ ଅଫିସର କିମ୍ବା ଯଥାସ୍ଥିତି ଜଙ୍ଗଲର ସଂରକ୍ଷକଙ୍କ ଠାରୁ ରିପୋର୍ଟ ପାଇବା ପରେ , ଥାନାରେ ଏତଲା ଦାଏର ହେବା ତାରିଖରୁ ତିରିଶ ଦିନ ମଧ୍ୟରେ ଯଥାଯୋଗ୍ୟ ଅନୁକମ୍ଫା ଅର୍ଥରାଶି ମଞ୍ଜୁର କରିବେ । ଆଇନଗତ ଦାୟାଦଙ୍କୁ ଆନୁକମ୍ଫା ଅର୍ଥରାଶି ପ୍ରଦାନ (ନିୟମ ୪୫ ( ଞଞ)) : ନିୟମ ୪୫ – ଞଞ ଅନୁଯାୟୀ ଦେୟଯୋଗ୍ୟ ଅନୁକମ୍ଫା ଅର୍ଥ ରାଶି ମୃତକଙ୍କ ଆଇନଗତ ଦାୟାଦଙ୍କୁ ପ୍ରଦାନ ହେବ । ଆଧାର – ଲଅ ହାଉସ