অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇଦାତ

ଇଦାତ ର ସଂଜ୍ଞା

ଏହି ଆଇନ ୧୮ ଓ ୧୯ ଦଫାରେ ଉଲ୍ଲେଖିତ ଥିବା ସମୟକୁ ଇଦତ ସମୟ କୁହାଯାଏ  ଏବଂ ଏହି ଇଦତ ସମୟ ପୁରୁଣ ହୋଇଗଲା ପରେ ସେ ସ୍ତ୍ରୀର ଅନ୍ୟ ପୁରୁଷ ସହିତ ବିବାହ ହୋଇପାରିବ   ।

ପରିଶିଷ୍ଟ :- ଇଦତ ସମୟ ଏକ ସମୟ ଯାହାକି ଗୋଟିଏ ଛାଡପତ୍ର ପାଇଥିବା ସ୍ତ୍ରୀ ଲୋକ ଅନ୍ୟ କିଛି ବ୍ୟବସ୍ଥା ପର୍ଯ୍ୟନ୍ତ  ଅପେକ୍ଷାରେ ରହେ । ଇଦତ ସମୟରେ ଏସଆର ତାକୁ ଛାଡପତ୍ର ଦେଇଥିବା ସ୍ଵାମୀର ଘରେ ଅନ୍ୟ ବ୍ୟବସ୍ଥା ପର୍ଯ୍ୟନ୍ତ ରହିବାକୁ ପଡିବ  ।

ଇଦତ ସମୟ

ଇଦତ ସମୟ ମଧ୍ୟରେ

  • ସ୍ତ୍ରୀ ଅନ୍ୟତ୍ର ବିବାହ କରିପାରିବ ନାହିଁ   ।
  • ସ୍ଵାମୀ ମଧ୍ୟ ଅନ୍ୟ କାହାକୁ ବିବାହ କରିପାରିବ ନାହିଁ   ।
  • ଇଦତ ସମୟରେ ସେ ସ୍ଵାମୀ ଠାରୁ ଖୋରକି ପୋଷାକ ପାଇବ   ।
  • ଗର୍ଭରେ ପିଲା ଥିଲେ ତାର ବୈଧତା ମଧ୍ୟ ଜଣାପଡିବ   ।

ଯେଉଁଠାରେ ମୁସଲିମ ଧର୍ମ ଅନୁଯାୟୀ ବିବାହ ହୋଇଥାଏ , ସ୍ଵାମୀ ମରିଗଲେ ଇଦତ ପାଳନ ହୋଇଥାଏ   ।

ବିବାହ ନ ହୋଇ ମଧ୍ୟ ସ୍ଵାମୀ ସ୍ତ୍ରୀ ଭଳି ଚଳୁଥିବେ , ସେ ଯାଗାରେ ମଧ୍ୟ ଇଦତ ପାଳନ ହୁଏ  ।

ଯେଉଁଠାରେ ଛାଡପତ୍ର ଦିଆ ହୋଇଥାଏ   । ସେଠାରେ ଇଦତ ନିଶ୍ଚିତ ଭାବରେ ପାଳନ ହେବ   ।  ସେମାନଙ୍କର ଧାର୍ମିକ ବିବାହ ହୋଇଥାଉ ବା ଉଭୟ ବିନା ବିବାହରେ ସ୍ଵାମୀ ସ୍ତ୍ରୀ ଭଳି ଚଳୁଥାନ୍ତି   ।

ମାତ୍ର ୨ ଜଣ ଯାକଙ୍କର ଯଦି ଆଦୌ ସମ୍ଭୋଗ ହୋଇନଥାଏ , ସେଠାରେ ଇଦତ ପାଳିବାକୁ ପଡି ନଥାଏ   । ଯେଉଁଠି ପରିତ୍ୟକ୍ତ ସ୍ତ୍ରୀକୁ ପୁଣି ଯଦି ସେହି ସ୍ଵାମୀ ଗ୍ରହଣ କରେ ସେ ଯାଗାରେ ମଧ୍ୟ ଇଦତ ପାଳନ କରାଯାଇନପାରେ   ।

ଇଦତ ସମୟ :- ଧାର୍ମିକ ବିବାହ କ୍ଷେତ୍ରରେ

  • ତଲାକ ଦିନ ଠାରୁ ୪ ମାସ ୧୦ ଦିନ
  • ଯଦି ମାସିକ ଋତୁ ହୋଇଥାଏ ତେବେ ୩ ଟି ଋତୁ ଦେଖିବା ପର୍ଯ୍ୟନ୍ତ ।

ମାତ୍ର ଅନ୍ୟ କ୍ଷେତ୍ରରେ ୩ ମାସରେ  ୩ ଥର ଚାନ୍ଦ ଦେଖିବା ପର୍ଯ୍ୟନ୍ତ

  • ଯେଉଁଠାରେ ସ୍ତ୍ରୀ ଗର୍ଭ ଥିବ ଇଦତ ସମୟ ତାର ପ୍ରସବ ତାରିଖ ବା ଛୁଆ ଭଗ୍ନ ହେବା ପର୍ଯ୍ୟନ୍ତ  ।
  • ଇଦତ ସମୟ ମଧ୍ୟରେ ଯଦି ସ୍ଵାମୀ ମରିଯାଏ ପୁଣି ଇଦତ ସମୟ ଆଉ ଠାରେ ତାର ମରଣ ତାରିଖ ଠାରୁ ଗଣା ହେବ    ।

ମରଣ କ୍ଷେତ୍ରରେ ମରଣ ତାରିଖଠାରୁ  ଇଦତ ସମୟ ଗଣା ହେବ  ।

ଛାଡପତ୍ର କ୍ଷେତ୍ରରେ ତଲାକ ଦିନ ଠାରୁ ଯେଉଁଠି ଧର୍ମାନୁଯାୟୀ ବିବାହ ହୋଇନଥାଏ , ତେବେ ସେ ଦୁହେଁ ପରସ୍ପର ଠାରୁ ଅଲଗା ହେବା ଦିନ ଠାରୁ ଗଣା ହୁଏ   ।

Valid Retirement:-

ଯୌନ ସଂପର୍କ ତ୍ୟାଗ କରିବା ,  ଗୋଟିଏ ମୁସଲିମ ସ୍ଵାମୀ ଓ ସ୍ତ୍ରୀ ଧର୍ମଅନୁସାରେ ବିବାହ ହୋଇ , ବିନା ବାଧାବିଘ୍ନ ବା ଶାରୀରିକ ବା ମାନସିକ କାରଣରୁ ପରସ୍ପର ଠାରୁ ଯୌନ ସଂପର୍କ ରଖିବାର ଅବସର ନେଇପାରନ୍ତି   ।

ଯଦି ସ୍ତ୍ରୀ ଟିଏ Virgin ବା କନ୍ୟା ବା କନ୍ୟା ଅବସ୍ଥାରୁ ଯଦି ସ୍ଵାମୀ ସହିତ ଦୈହିକ ସଂପର୍କ  ରଖିନଥିବ ତାକୁ Retirement ବୋଲି ଧରାଯିବ   ।

Valid Retirement ଓ ତଲାକ ପରେ

  • ଜଣେ ପୁର୍ନ ବିବାହ କରିବା ଉଦ୍ଦେଶ୍ୟରେ ହୋଇନଥିବା
  • ଦେଇଥିବା ତଲାକକୁ ପୁଣି ଫେରାଇ ନନେଇପାରିବା ଉଦ୍ଦେଶ୍ୟ ନଥିବା   ।
  • ଉତ୍ତରାଧିକାରୀ ସୂତ୍ରେ ସଂପତ୍ତିରୁ ହକ ପାଇପାରିବା ଉଦ୍ଦେଶ୍ୟରେ ହୋଇନଥିବା

୩ ଥର ପ୍ରଚାର କରି ତଲାକ ହେଇଥିବା ସ୍ତ୍ରୀକୁ ସେ ସ୍ଵାମୀ ପୁନର୍ବାର ବିଭା ହୋଇପାରିବ  । ମାତ୍ର  ସେ ସ୍ଥଳରେ ତଲାକ ଦେଇଥିବା ସ୍ତ୍ରୀକୁ  ଆଉ ଜଣେ ୧୦  ବର୍ଷରୁ ଉର୍ଦ୍ଧ୍ଵ  ପୁରୁଷକୁ ବିବାହ କରି ତା ସହିତ ସମ୍ଭୋଗ କରିବାକୁ ପଡିବ  ।

ପାଳିତ ମାତା ସହିତ ବିଭାଘର ନିଷେଧ

ମୁନାଫି ଧର୍ମ ଅନୁଯାୟୀ ଜଣେ ମୁସଲିମ କୌଣସି ତୀର୍ଥ କ୍ଷେତ୍ରରେ ମଧ୍ୟ ଗୋଟିଏ ସ୍ତ୍ରୀକୁ ବିବାହ କରି ଘରକୁ ଆଣିପାରେ   ।

ଧାର୍ମିକ ବିବାହ ନିମନ୍ତେ ନିମ୍ନ ଲିଖିତ ନିୟମମାନ ଆବଶ୍ୟକ   ।

  1. ଆଇନର ନବମ ଧାରା ଅନୁଯାୟୀ ହେବା ଆବଶ୍ୟକ ଯେଉଁଟାକୁ “ ସହି” ବା valid
  2. ଯେଉଁ ବିବାହ ସହି ବା valid ନୁହେଁ ସେ ବିବାହକୁ ଫସିଦ (irregular) ବା ବାତିଲ (void) କୁହାଯାଏ  ।
  3. ଯେଉଁ ବିବାହ Sec ୧୦ ରୁ sec ୧୩(୨) ଦ୍ଵାରା ଅସିଦ୍ଧ ତାହା ଅସିଦ୍ଧ (ବାତିଲ ବିବାହ)
  4. ଯେଉଁ ବିବାହ ସହି ନୁହେଁ ସେ ବିବାହ ଫସିଦ ବିବାହ
  5. ଗୋଟିଏ ଗର୍ଭବତୀ ସ୍ତ୍ରୀ ସହିତ ବିବାହ ଫସିଦ ବା ବାତିଲ
  6. ୯ ଦଫା ଅନୁଯାୟୀ ବିବାହରେ ଯଦି କେହି ସାକ୍ଷୀ ନଥାଏ ତେବେ ସେ ବିବାହ ଫସିଦ
  7. ଯଦି ଜଣେ ମିଛ କଥା କହି ବା ଚଞ୍ଚୁର୍କି କରି ବିଭାଘର  କରାଯାଇଥାଏ, ତା  ମଧ୍ୟ ଫସିଦ  ।
  8. ଚାଚି (ଖୁଡି) କୁ ବିବାହ  କରିବା ନିଷେଧ  ନୁହେଁ ।
  9. ୪ ନମ୍ବରର ଇଦାତ ସମୟରେ ସେ ଲୋକ ଯଦି ଆଉ  ଗୋଟିଏ ସ୍ତ୍ରୀ  ଲୋକକୁ ବିବାହ କରେ ଉକ୍ତ ବିବାହ ମଧ୍ୟ ନିଷେଧ  ।
  10. ଜଣେ ମୁସଲିମ ଜଣେ ଅଣମୁସଲିମ ମାନ ସ୍ତ୍ରୀ କୁ ବିବାହ କଲେ  ବିବାହ ଫସିଦ ଅଟେ କିନ୍ତୁ ବାତିଲ  ନୁହେଁ (void ନୁହେଁ) ତେଣୁ ତାଙ୍କର ଶିଶୁ ମାନେ ବୈଧ ସନ୍ତାନ (Legitimate) ହୁଅନ୍ତି  ।

Irregular  ବିବାହକୁ ମଧ୍ୟ ସହି (Valid) ବିବାହରେ ପରିଣତ କରିହେବ

ଯଥା :-

  • ସାକ୍ଷୀ ବିହୀନ ବିବାହକୁ ସମ୍ଭୋଗ ଦ୍ଵାରା ସହି କରି ହେବ   ।
  • ବିନା ସଂଯତି ବିବାହ:- ପରେ ଯଦି ସଂପତ୍ତି ଦିଏ  ।
  • ଯଦି   guardian ର ସମ୍ମତି ନ ଥାଇ ବିବାହ ହୋଇଥାଏ   :- ପରେ
    guardian ବା Authorised ଲୋକର ଗର୍ହିତ କାର୍ଯ୍ୟକୁ ଗ୍ରହଣ କରାଯାଇ ବିବାହ ସହି ହୁଏ   ।
  • ଯଦି ୧୪ ଦଫା ଉଲ୍ଲେଖିତ ଥିବା ଦମ୍ପତି ବିଭିନ୍ନ ଜାତିର ହୋଇଥାନ୍ତି -

ଅନ୍ୟ ଜାତିରୁ partner ଟି muslim ଜାତିରେ ମିଶେ

  • ୪ଟି ସ୍ତ୍ରୀ ଥିବା ସତ୍ତ୍ୱେ ଯଦି ପୁଣି ଗୋଟିଏ ସ୍ତ୍ରୀକୁ ବିବାହ କରାଯାଏ, ମାତ୍ର ଜଣକ ମରଣ ଛାଡପତ୍ର ଦ୍ଵାରା ୫ମ ଜଣକ ୪ର୍ଥକୁ ଆସିଗଲେ ସେ ବିବାହ ସିଦ୍ଧ ହୁଏ   ।
  • ଯଦି ନାବାଳକ ବିବାହ ହୋଇଥାଏ  :- ତେବେ ନାବାଳକ , ସାବାଳକ ହେବା ପରେ ସେ ସମାଧାନ କରେ   ।
  • ଗୋଟିଏ ବୈଧ ବିବାହର ପ୍ରଭାବ ଓ କର୍ତ୍ତବ୍ୟ :-
  • ଜଣେ ଜଣକର ଉତ୍ତରାଧିକାରୀ ହୁଏ   ।
  • କେତେକ ନିଷିଦ୍ଧ ସଂପର୍କ ସୃଷ୍ଟି ହୁଏ  ।
  • ସମ୍ଭୋଗ ଓ ସନ୍ତାନ ସୃଷ୍ଟିରେ ବୈଧତା ଆସେ   ।
  • ବିବାହ ଚୁକ୍ତିର ସିଦ୍ଧତା ଆସେ   ।

ସ୍ଵାମୀର ହକ ଓ ସ୍ତ୍ରୀର କର୍ତ୍ତବ୍ୟ

  • ବିଭାଘର ଠାରୁ ସ୍ତ୍ରୀ ସ୍ଵାମୀ ସହିତ ସହବାସ ମନା କରିପାରିବେ ନାହିଁ   ।
  • ସ୍ତ୍ରୀ ତାର ସ୍ଵାମୀକୁ ସହବାସ ପାଇ ସୁବିଧା ଓ ସୁଯୋଗ ଦେବ ମାତ୍ର ତାହା ତାର ଶାରୀରିକ ସୁସ୍ଥତା ଉପରେ ନିର୍ଭର କରେ   ।
  • ସ୍ତ୍ରୀ ସ୍ଵାମୀ ଠାରୁ ଛାଡପତ୍ର ପାଇବା ପରେ ବା ସ୍ଵାମୀର ମୃତ୍ୟୁ ହେଲେ ନିଶ୍ଚିତ ଭାବରେ ଇଦାତ ପାଳନ କରିବ   ।
  • Chapter-4 ଅନୁଯାୟୀ ଦାୱାର ଟଙ୍କା ପାଇବାକୁ ବାଧ୍ୟ
  • ସ୍ତ୍ରୀ, ଚାପଟର ଅନୁଯାୟୀ ଖୋରକି ପୋଷାକି ପାଇବାକୁ ବାଧ୍ୟ   ।
  • ଗୋଟିଏ ସ୍ତ୍ରୀ ସ୍ଵାମୀର ଅନ୍ୟ ସ୍ତ୍ରୀ ମାନଙ୍କ ସହିତ  “ ସ୍ଵାମୀ ସଙ୍ଗ” ସମାନ ଭାବରେ ପାଇବାକୁ ବାଧ୍ୟ   ।
  • ତାର ବାପ ଘର ଓ ଅନ୍ୟାନ୍ୟ ବନ୍ଧୁବାନ୍ଧବ ଘରକୁ ଯିବା ଆସିବାରେ କୌଣସି ବାଧା ବନ୍ଧକ ନ ହୁଏ  ।
  • ସ୍ତ୍ରୀର ସମ୍ପତ୍ତି ସ୍ଵାମୀର  । ସ୍ତ୍ରୀର ସମ୍ପତ୍ତି  ସ୍ଵାମୀର ନୁହେଁ  କି ସ୍ଵାମୀର ସମ୍ପତି ସ୍ତ୍ରୀ ନୁହେଁ   ।

Irregular ବା ଫସିଦ ବିବାହର ପ୍ରଭାବ

  • ସ୍ଵାମୀ  ଓ ସ୍ତ୍ରୀ ସହବାସ ପୂର୍ବରୁ ଉକ୍ତ ବିବାହ ମୂଲ୍ୟ ହୀନ
  • ସହବାସ ପରେ ହି  ସ୍ତ୍ରୀ ତାର ଦାୱାତ ଟଙ୍କା ଆଦାୟ କରିବା ପାଇଁ ହକଦାର ହୁଏ, ସ୍ତ୍ରୀ ଇଦାତ ପାଳିବା ପାଇଁ ବାଧ୍ୟ ରୁହେ ଓ ଉକ୍ତ ବିବାହର ସନ୍ତାନ ସନ୍ତତିମାନେ legitimate ବା ବୈଧ ହୁଅନ୍ତି  ।

Void (ବାତିଲ) ବିବାହର କିଛି ଆଇନଗତ ପ୍ରଭାବ ନାହିଁ, ଯଦି ବିବାହ ବେଆବାନ ଓ ଅସିଦ୍ଧ ହୁଏ,  ସେ ବିଭାଘର ବିଲକୁଲ ହୋଇନାହିଁ ବୋଲି ଧରାଯିବ ଏବଂ ଜନ୍ମ ହେବା ଶିଶୁମାନେ ଅବୈଧ ସନ୍ତାନ   ।

ସ୍ତ୍ରୀ ଯଦି ବିବାହ ନିୟମ ଭଗ୍ନ  କରେ ବା ସ୍ଵାମୀ ସହିତ ସହବାରେ ଯୋଗ ନ ଦିଏ ତେବେ  ।

  • ସ୍ଵାମୀ ତାକୁ  ତଲାକ ଦେଇପାରେ ।
  • ସ୍ଵାମୀ  ତାକୁ ଖୋରାକ ପୋଷାକ ଦେବାକୁ ବାଧ୍ୟ ନୁହେଁ  ।
  • ସ୍ଵାମୀ ତାର ପୁନର୍ମିଳନ ପାଇଁ ମୋକଦ୍ଦମା କରିପାରେ କରିପାରେ

ସ୍ତ୍ରୀର ପ୍ରତିକାର : -

ସ୍ଵାମୀ ଯଦି ତାର କର୍ତ୍ତବ୍ୟରେ  ଅବହେଳା କରେ ତେବେ  ।

  • ସ୍ତ୍ରୀ ଖୋରାକ ପୋଷାକ ପାଇଁ ମୋକଦ୍ଦମା କରିବ  ।
  • ସ୍ତ୍ରୀ ତା ସହିତ ସହବାସ କରିବାକୁ  ବାଧ୍ୟ ନୁହେଁ  ।
  • ସେ ମଧ୍ୟ  ସ୍ଵାମୀକୁ ତଲାକ ଦେଇପାରେ
  • ସେ ସ୍ଵାମୀ ସହିତ Divorce (ବିବାହ ବିଚ୍ଛେଦ) ମୋକଦ୍ଦମା ଆଣିପାରେ   ।

ବିବାହର ପ୍ରମାଣ

  • ଯଦି ଉଭୟେ ସ୍ଵାମୀ ସ୍ତ୍ରୀ ସଂପର୍କ ରଖି ଆସୁଛନ୍ତି  ।
  • ସ୍ଵାମୀ  ଯଦି ସ୍ତ୍ରୀକୁ ନିଜର ବିବାହିତ ସ୍ତ୍ରୀ ବୋଲି ମାନି ଆସିଥାଏ  ।
  • ସେ ସ୍ତ୍ରୀ ଆଡୁ ହୋଇଥିବା ଛୁଆକୁ ଯଦି ନିଜର ଛୁଆ ବୋଲି ମାନୁଥାଏ   ।

1952 S.C.R.1133

A 1978 S.C. 1557

A 1952 S.C. 231

  • ଜଣେ ମହମଡାନ କିଛି ନିର୍ଦ୍ଧିଷ୍ଟ ଦିନ ବା ସମୟ ପାଇଁ କିତାବିୟା ବା ଅଗ୍ନି ଉପାସକ (ମାଜୁସି) କୁ ବିବାହ କଇପାରେ ମାତ୍ର ତା ସହିତ ଦାୱାର ଧାର୍ଯ୍ୟ ଚୁକ୍ତି କରିସାରିବା ପରେ   ।
  • ମୁଚା ବିବାହକୁ Deciaration ( ପ୍ରଚାର) ବା ଗ୍ରହଣ କରିବା ସମରେ ସ୍ଵାମୀ ନିଜ ମୁହଁରେ “ ତାଜ ଉଇଫା “ ନିକା” ବା “ମୁଟ” କହିବା  । ଯଦି ସେ ଉପରୋକ୍ତ ଶବ୍ଦ ବ୍ୟବହାର ନକରିପାରେ ତେବେ ସେ ତା ନିଜ ମାତୃଭାଷାରେ ଉକ୍ତ ଶବଦର ଅର୍ଥକୁ ମୁହଁରେ କହିବ  ।

“incidence of Muta “ ବା ମୁଟା ବିବାହର ପାଳନ ବା ଫଳାଫଳ  :-

ଲିଖିତ ଚୁକ୍ତି ବିନା ଜଣେ ଅନ୍ୟ ଠାରୁ ଉତ୍ତରାଧିସତ୍ଵ ଦାବି କରିପାରିବ ନାହିଁ   । କିନ୍ତୁ ଜନ୍ମିତ ପିଲାମାନେ ବୈଧ ସନ୍ତାନ ହୁଅନ୍ତି ଏବଂ ଉଭୟ ପିତାମାତାଙ୍କର ଉତ୍ତରାଧିକାରୀ ହୁଅନ୍ତି   ।

  • ବିବାହର ସ୍ଥିରତାରେ କିଛି ନିଶ୍ଚିତତା ନ ଥାଏ  ।
  • ଅନ୍ୟ ସ୍ତ୍ରୀ ବିବାହ କରିବାରେ କିଛି ବାଧା ନାହିଁ  ।
  • ଲିଖିତ ଚୁକ୍ତି ନଥିଲେ  ସ୍ତ୍ରୀ ଖୋରାକି ପୋଷାକ ବା ସ୍ଵତନ୍ତ୍ର ବାସଗୃହ ପାଇବ ନାହିଁ  ।
  • ମାତ୍ର ସ୍ତ୍ରୀ ଇଦାତ ପାଳନ କରିବ  ।  ଯଦି ସ୍ଵାମୀ ମରେ ତେବେ ମାସ 4 ଓ 10 ଦିନ ପର୍ଯ୍ୟନ୍ତ ଯଦି ଗର୍ଭ ଥିବ ତେବେ (ପ୍ରସବ) ପର୍ଯ୍ୟନ୍ତ ଓ ଯଦି ଋତୁ ହେଉଥାଏ , 2 ଟି ଋତୁ ପର୍ଯ୍ୟନ୍ତ   ।

ଋତୁ ହେଉନଥିଲେ 45 ଦିନ ପର୍ଯ୍ୟନ୍ତ   ।

  • ଦାୱାର – ଯଦି ଚୁକ୍ତି ହୋଇଥିବା ପୁରା ସମୟ ରହେ ସେ ପୁରା ଟଙ୍କା ପାଇବ   ।

ଯେବେ ମଝିରୁ ପଳାଏ , ସେହି ଦିନ ପର୍ଯ୍ୟନ୍ତ   ।

  • Termination ( ଚୁକ୍ତି ଭଗ୍ନ) ।

ସେମାନଙ୍କ ମଧ୍ୟରୁ ଜେନ ମରିଗଲେ ବା ସ୍ଵାମୀ Dawar ଦେଇ ବିଦା କରିଦେଲେ ଚୁକ୍ତି ଭଗନ ହୋଇଥାଏ   ।

ମଟା ବିବାହ ମଧ୍ୟ ଚିରସ୍ଥାୟୀ ବିବାଦରେ ମଧ୍ୟ ପରିଣତ ହୋଇପାରେ   ।

ଆଧାର- ଦି ଲ ହାଉସ

Last Modified : 9/3/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate