অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦାୱାର

ଉପକ୍ରମ

ବିବାହ ଚୁକ୍ତି କରିବା ସମୟରେ ସ୍ଵାମୀ ତା’ର ସ୍ତ୍ରୀ ପଇସା ଦେବାକୁ ବାଧ୍ୟ ରହେ ତାକୁ ଦାୱାର ବା ମାହର କୁହାଯାଏ  ।

ମୁସଲିମ ସ୍ତ୍ରୀ ତା’ସ୍ଵାମୀର ସଂପତ୍ତିକୁ ପାଇବ କିନ୍ତୁ ଦାୱାର ହେଉଛି ସେ ସଂପତ୍ତି ମୂଲ୍ୟ

ସ୍ତ୍ରୀ ତାର Dowar money ନ ପାଇବା ପର୍ଯ୍ୟନ୍ତ ତା ସ୍ଵାମୀ ପାଖରେ ରହିବାକୁ ଓ ସଂଭୋଗ କରିବାକୁ ମନା କରିଦେଇପାରେ ।

ତଲାକ ପାଇଥିବା ସ୍ତ୍ରୀ ଲୋକ Cr. PC 125 ଧାରାରେ ଖୋରାକ ପୋଷାକ ପାଇବାକୁ ହକଦାର କିନ୍ତୁ ମହର ଟଙ୍କା ସେ ଯେତେବେଳେ ଚାହିଁବ ନେଇପାରିବେ   ।

Dowar ଟଙ୍କା ନିର୍ଧାରଣ କରିବା ଲୋକ ସାବାଳକ ଓ ସୁସ୍ଥ ମସ୍ତିସ୍କ  ହୋଇଥିବା ଦରକାର ନଚେତ ତାଙ୍କର କେହି କ୍ଷମତା ପ୍ରାପ୍ତ Agent ତାଙ୍କ ତରଫରୁ ଦାୱାର  ଟଙ୍କା ଧାର୍ଯ୍ୟ କରିବ (Fix) କରିବ   ।

ସେହିପରି ବର ବା କନ୍ୟା ନାବାଳକ ହୋଇଥିଲେ ସେମାନଙ୍କର guardian ମାନେ କରିପାରିବେ   ।  ଏହା ଲିଖିତ ବା ମୌଖିକ ହୋଇପାରେ   ।

Dawar କେବଳ ଟଙ୍କା ଆକାରରେ ନ ହୋଇ କୌଣସି ମୂଲ୍ୟବାନ ଜିନିଷ ବା – ଭୂ –ସମ୍ପତ୍ତି ମଧ୍ୟ ହୋଇପାରେ   ।

Prompt ଦାୱାର  :- ଦାବୀ କରିବା ମାତ୍ରେ ସଙ୍ଗେ ସଙ୍ଗେ ଦିଆଯାଏ   ।

Deffered ଦାୱାର  :- ଛାଡପତ୍ର ପରେ ଦିଆଯାଏ   ।

Fixed ଦାୱାର  : ଧାର୍ଯ୍ୟ ଦାୱାର ଟଙ୍କା

ଉପଯୁକ୍ତ ଦାୱାର  :- Actual ଯେତିକି ହେବା କଥା

ଉପହାର  :- ଅଧିକନ୍ତୁ କିଛି ଦିଆଯାଏ   ।

Specified  ଦାୱାର  :- Mahar-I- Mussama

  • ଚୁକ୍ତି ନିର୍ଦ୍ଧାରିତ ଟଙ୍କା ମାତ୍ର  10 ହିରହାମ ଠାରୁ ଅଧିକ
  • ଚୁକ୍ତି ନିର୍ଦ୍ଧାରଣ ଟଙ୍କା ପରେ ଯଦି ଅଧିକ କେହି ଦେଇପାରିଲେ   ।
  • ଚୁକ୍ତି ନିର୍ଦ୍ଧାରଣ ଟଙ୍କା ବାହାରେ , ଯାହା ଅଧିକ ଦେବାକୁ କଥା ହୋଇଥାଏ  ତାହା ଯେକୌଣସି ସମୟରେ ଆଦାୟ କରି ହେବ   ।
  • ଯଦି ଚୁକ୍ତି ନିର୍ଦ୍ଧାରଣ ଟଙ୍କାର କିଛି ଅଂଶ ବେଆଇନ ତେବେ ସେ ବେଆଇନ ଅଂଶ ଟଙ୍କା ବାଦ ଆଇନତଃ ଧାର୍ଯ୍ୟ ଟଙ୍କା  ( Specified Dowar) ତୁଲ୍ୟ ଗଣ୍ୟ ହେବ   ।

Dowar Money fix କଲାବେଳେ କଣ 2 ବିଚାରକୁ ନିଆଯିବ   ।

  • ବର କନ୍ୟାଙ୍କର ସ୍ଵଚ୍ଛଳ ଅବସ୍ଥା
  • ବରର ମନ ମୁଖି ତଲାକ ଦେବାର କଟକଣା
  • କନ୍ୟାର ବାପାଙ୍କର ସାମାଜିକ ପରିସ୍ଥିତି
  • କନ୍ୟାର ନିଜ ଯୋଗ୍ୟତା ଓ ସୌଖିନ
  • ସ୍ଵାମୀଙ୍କର ସମ୍ବଳ
  • ଉଭୟ ପକ୍ଷଙ୍କର ସାମାଜିକ ସ୍ଥିତି

କୋର୍ଟ ଚାହିଁଲେ  Excess Dowar Amount କୁ କମେଇ ଦେଇପାରେ  ।

(proper Dower) Mahr-I-Nisi କୋର୍ଟ କଣ କଣ ବିଚାରକୁ ନେବେ   ।

ସ୍ଵାମୀର ସ୍ଵଚ୍ଛଳ ଅବସ୍ଥା ଓ କନ୍ୟାର ବାପଘରର ଅନ୍ୟ ବୋହୂ ଓ ଝିଅମାନଙ୍କର କେତେ ଟଙ୍କା Fix ହୋଇଛି   ।

ଉପହାରକୁ ମଧ୍ୟ ଦାୱାର  ତୁଲ୍ୟ ଗଣ୍ୟ କରାଯିବ

Present as Dowar:-

ତଳ ଲିଖିତ ଉପହାରକୁ ମଧ୍ୟ ଦାୱାର  ତୁଲ୍ୟ ଗଣ୍ୟ କରାଯିବ   । ଯଥା କନ୍ୟାକୁ ଦେଇଥିବା Dress,ପଣି ତାର ସ୍ଵାମୀଙ୍କର ସାମାଜିକ ଅବସ୍ଥା ଓ Status କୁ ବିଚାରକୁ ନେବାକୁ ହେବ   । ମାତ୍ର 5 ହିରହାମ ରୁ କମ ହେବ ନାହିଁ   ।

ଦାୱାର  ଦେବା ପାଇଁ କୌଣସି ବିଧିବଦ୍ଧ ଚୁକ୍ତି ନ ଥାଇ ମଧ୍ୟ ଗୋଟିଏ ମୁସଲିମ ସ୍ତ୍ରୀ ତା’ର ସ୍ଵାମୀଙ୍କ ଠାରୁ ଦାୱାର ଟଙ୍କା ଆଦାୟ କରିପାରିବେ   ।

ଯଥା:- ବୈଧ ବିବାହ କ୍ଷେତ୍ରରେ ଯଦି ସମ୍ଭୋଗ ହୋଇଥାଏ ସେ ସ୍ଥଳରେ ଚୁକ୍ତି ହୋଇଥିବା ସମସ୍ତ ଦାୱାର ପାଇବ   ।

ଯେଉଁଠାରେ ଚୁକ୍ତି ନ ଥାଏ ସେଠାରେ ମଧ୍ୟ ଯୁକ୍ତିଯୁକ୍ତ ଦାୱାର ଦିଆଯିବ   ।

ଚୁକ୍ତି ହୋଇଥିବା ଦାୱାର ପ୍ରାପ୍ୟ ଦାୱାରଠାରୁ ମଧ୍ୟ ଅଧିକ ହୋଇଥାଏ   ।

ଅବୈଧ ବିବାହ କ୍ଷେତ୍ରରେ ଯଦି ପରସ୍ପରକୁ ତଲାକ ଦିଅନ୍ତି ଯଥା ସେମାନଙ୍କର ସମ୍ଭୋଗ  ପୂର୍ବରୁ ସ୍ତ୍ରୀ ଯଦି ଧର୍ମ ପରିତ୍ୟାଗ କରେ ତେବେ ଚୁକ୍ତି ହୋଇଥିବା ଦାୱାର ଟଙ୍କାର ଅଧେ ପାଏ   ।

ଯେଉଁଠାରେ ଚୁକ୍ତିର ସର୍ତ୍ତ (condition) ଭଗ୍ନ ହୁଏ ସେଠାରେ ସ୍ତ୍ରୀ proper power ପାଇବ   ।

ଦାୱାର  :- prompt ଦାୱାର :- ଯାହାକି ତଲାକ ଦେବା ପରେ ତଲକ ମାତ୍ରେ ଦିଆଯାଏ   ।

Deffered  ଦାୱାର :- ତଲାକ ଦେବାର କୌଣସି ନିର୍ଦ୍ଧିଷ୍ଟ  ସମୟ ପରେ

Prompt କିମ୍ବା deffered  ଦାୱାର ଦେବା ପାଇଁ ଯଦି କୌଣସି ଚୁକ୍ତିପତ୍ର ଥାଏ, ସେ ଅନୁଯାୟୀ ପାଳନ ହୁଏ    । ଯେଉଁଠାରେ ଚୁକ୍ତି ପତ୍ର ନଥାଏ ସେଠାରେ କୋର୍ଟଙ୍କ ନିର୍ଦ୍ଦେଶ ମତେ ଏବଂ ଏ କ୍ଷେତ୍ରରେ କୋର୍ଟ ପକ୍ଷମାନଙ୍କର ପରମ୍ପରା ଓ ପରିସ୍ଥିତିକୁ ବିଚାରକୁ ନେଇ ଆଦେଶ ଦେବେ   ।

ଦାବି ମାତ୍ରେ ଦିଆଯିବ A 1933 pat -231 A 1937 Lahore 896

ଏହା ସ୍ତ୍ରୀର ସମ୍ମାନ ଅର୍ଥେ ଦିଆଯିବ A 1988 Karnatak 51  ।

କୌଣସି ଛାଡପତ୍ର ବା ବିଧବା ହୋଇଥିବା ସ୍ତ୍ରୀ, ମୃତ, ସ୍ଵାମୀଙ୍କର ଉତ୍ତରାଧିକାରୀମାନଙ୍କ ହାତରେ ଥିବା ସମ୍ପତ୍ତି ପକ୍ଷରେ , କୋର୍ଟ Decress ବଳରେ ଦାୱାର ଟଙ୍କା ଆଦାଯ କରିପାରିବେ  ।  ଏହା Decress Money Decree ତୁଲ୍ୟ ଗଣ୍ୟ ହେବ  ।

It is not a secured Debt – A 1969 A.P 428

କୋର୍ଟ ବ୍ୟତୀତ ଦାୱାର ଟଙ୍କା  ମଧ୍ୟ ଅନ୍ୟ ବାଟରେ ସ୍ତ୍ରୀଟିକୁ ଦିଆଯାଇପାରେ

  • Dowar Money କୋର୍ଟ ବାହାରେ ସ୍ତ୍ରୀ ହାତକୁ ମଧ୍ୟ ଦିଆଯାଇପରେ   । ସ୍ତ୍ରୀ ଯଦି ନାବାଳକା ଥାଏ ତେବେ ତା ର guardian କୁ ଦିଆଯାଇପାରେ   ।
  • ସ୍ତ୍ରୀ ଯଦି ଚାହେଁ ସେ ଦାୱାର ଟଙ୍କା ନନେଇ , ନପାଇବା ପାଇଁ ନା  ଦାବି ଲେଖି ଦେଇପାରେ   ।
  • ଦାୱାର ଟଙ୍କା ବଦଳରେ ସେହି ମୂଲ୍ୟର କୌଣସି ସଂପତ୍ତି ତାକୁ transfer କରିଦିଆଯାଇପାରେ   ।
  • ସେହି ତୁଲ୍ୟ ସଂପତ୍ତିର ଆୟ ମଧ୍ୟ ଦିଆଯାଇପାରେ   ।
  • ତାଙ୍କର ସ୍ଵାମୀ ବା ସ୍ଵାମୀଙ୍କର ଉତ୍ତରାଧିକାରୀଙ୍କ ଠାରୁ ମଧ୍ୟ ଆଦାୟ କରାଯାଇପାରେ   ।
  • ଜଣେ ସ୍ତ୍ରୀ ଲୋକ ମଧ୍ୟ ଦାୱାର ଟଙ୍କା ଦାବି ନକରି ଛାଡି ଦେଇପାରେ   ।
  • Dowar money can be paid by agreement or by family settlement –A 1939 pat- 406  .
  • An oral gift- can be made in live of Dowar debt
  • She can relinquish in favour of the line of her deceased husband

ଜଣେ ସାବାଳକ ବିବାହିତ ସ୍ତ୍ରୀ ତାର  ବିବାହ ପରେ ଦାୱାର ଟଙ୍କା ଦାବି ନ କରିବା ପାଇଁ ଗୋଟିଏ ନା ଦାବି ପତ୍ର ଲେଖି ଦେଇପରେ ଏବଂ ଏହା ସବୁଦିନ ପାଇଁ ବୈଧ ହୋଇଥାଏ   । ସ୍ଥଳବିଶେଷରେ ସେ ନା ଦାବି ପତ୍ରଟି ସର୍ତ୍ତମୂଳକ ହୋଇଥାଏ   ।

A1938 p.c 50, A . 1929 Pat 33 ।

ଜଣେ ବିଧବା ତାଙ୍କ ସ୍ଵାମୀର ବଞ୍ଚିଥିବା ସମୟରୁ  ତାଙ୍କ ଜ୍ଞାତସାରରେ ସଂପତ୍ତିକୁ ଦାଖଲ କରିପାରେ ବା ତା ର ଔରସ ଜାତି ସନ୍ତାନସନ୍ତତିମାନେ ସ୍ଵାମୀଙ୍କର ଇତ୍ତରାଧିକାରୀ ମାନଙ୍କ ଜ୍ଞାତସାରରେ ମଧ୍ୟ ଦାଖଲ କରିପାରେ । ଏପରିକି ସ୍ଵାମୀ trsnsfer କରିଥିବା ସଂପତ୍ତି କ୍ରେତାଙ୍କ ଜ୍ଞାତସାରରେ  ମଧ୍ୟ ଉକ୍ତ ସଂପତ୍ତିକୁ ଦଖଲ କରିପାରେ  ।

A 1960 pat 147, A 1983, AP 225, 277

ମୃତ ସ୍ଵାମୀଙ୍କର ଉତ୍ତରାଧିକାରୀ ମାନେ ଚାହିଁଲେ ପିତାଙ୍କର ବିଧବା ସ୍ତ୍ରୀ ବା ସେମାନଙ୍କର ସନ୍ତାନସନ୍ତତିମାନଙ୍କୁ ବେଦଖଲ କରିବା ନିମନ୍ତେ କୋର୍ଟରେ ସୁଟ ଦାଖଲ କରିପାରିବେ  ।

ମାତ୍ର ଉକ୍ତ ବିଧବା ସ୍ତ୍ରୀ ବା ତା’ର ଉତ୍ତରାଧିକାରୀ ମାନେ ଭୋଗ ଦଖଲ କରୁଥିବା ସଂପତ୍ତି ଆୟବ୍ୟୟର ହିସାବ ଦେବା ପାଇଁ ବାଧ୍ୟ ନୁହନ୍ତି  ।

ଦାୱାର ଟଙ୍କା ପାଇଁ ମୋକଦ୍ଦମା

Suit for Dowar  money  : (ଦାୱାର ଟଙ୍କା ପାଇଁ ମୋକଦ୍ଦମା)  ଗୋଟିଏ ମୁସଲମାନ ସ୍ତ୍ରୀ ଓ ତାର ଉତ୍ତରାଧିକାରୀମାନେ ଦାୱାର ଟଙ୍କା ଆଦାୟ କରିବା ନିମନ୍ତେ ବା ତା ବଦଳରେ ସେହି ମୂଲ୍ୟର କୌଣସି ଭୂ-ସଂପତ୍ତି ପାଇବା ନିମନ୍ତେ  ମୋକଦ୍ଦମା ( Suit) ଆଣି ପାରିବେ   ।

ଆଧାର- ଦି ଲ ହାଉସ

Last Modified : 4/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate