অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିବାହ

ଉପକ୍ରମ

ମୁସଲିମ ବିବାହକୁ “ ନିକା” କୁହାଯାଏ   । ମୁସଲିମ ବିବାହ ଗୋଟିଏ ସର୍ତ୍ତବିହୀନ ଚୀରସ୍ଥାୟୀ ଚୁକ୍ତି   । ଏହା ଜଣେ  ପୁରୁଷ ଓ ସ୍ତ୍ରୀ ମଧ୍ୟରେ ଆଇନ ସ୍ଵୀକୃତ ସନ୍ତାନ ସୃଷ୍ଟି କରିବା ପାଇଁ ଯୌନ ସମ୍ପର୍କକୁ ରକ୍ଷା କରିବା ପାଇଁ କରାଯାଇଥାଏ   ।

ଏ ୧୯୮୧ ସୁ କୋର୍ଟ ୧୯୭୨ ରେ ସୁପ୍ରିମକୋର୍ଟ କହିଛନ୍ତି କି ବିବାହର ପ୍ରଧାନ କାରଣ ହେଉଛି ଯୌନ ସମ୍ପର୍କ   ।  ଏଥିରୁ ଯଦି କୌଣସି ସ୍ତ୍ରୀ ଅସନ୍ତୁଷ୍ଟ ହୁଏ ତାହାର ମାନସିକ ବ୍ୟାଧି ହୋଇଥାଏ   ।

ଜଣେ ମୁସଲମାନ ଯଦି ୧୯୫୪ ମସିହା Special marriage Act ଅନୁଯାୟୀ ବିବାହ ହୋଇଥାଏ ସେ ଦମ୍ପତି ସେହି Act ଦ୍ଵାରା ପରିଚାଳିତ ହେବେ   । ସେମାନଙ୍କୁ “ ନିକା” ବିବାହ ପଦ୍ଧତି ଲାଗୁ ହେବ ନାହିଁ  ।

ଉକ୍ତ ବିବାହ ଚୁକ୍ତିରେ ଆବଦ୍ଧ ହେବା ପାଇଁ ପୁରୁଷ ଓ ସ୍ତ୍ରୀ ସାବାଳକତ୍ଵ ପ୍ରାପ୍ତି ହୋଇଥିବେ ଓ ସେମାନେ ସୁସ୍ଥ ମସ୍ତିସ୍କସଂପନ୍ନ ହୋଇଥିବା ଆବଶ୍ୟକ ଅସୁସ୍ଥ ମସ୍ତିସ୍କ ଓ ନାବାଳକ ପୁରୁଷଙ୍କୁ ସ୍ତ୍ରୀମାନେ ବିବାହ କରିପାରିବେ କେବଳ ସେମାନଙ୍କର ଗାର୍ଡିଅନମାନଙ୍କ ଦ୍ଵାରା ହୋଇପାରିବେ   ।

ଯଥା- ଜଣେ ସାବାଳକ ପ୍ରାପ୍ତ ପୁରୁଷର ବିବାହ ପାଇଁ କୌଣସି guardian ଙ୍କର ଦରକାର ନାହିଁ   ।  ସେପରି ଗୋଟିଏ ସାବାଳକ ପ୍ରାପ୍ତ ସ୍ତ୍ରୀ ଲୋକ ସେ ଅଣୁତା କନ୍ୟା ବ ସାଇବା (ଆଗରୁ ସହବାସ କରାଇବା) ଏବଂ ବିବାହ ପାଇଁ ମଧ୍ୟ ଗାର୍ଡିଅନର ସମ୍ମତି ଦରକାର ନାହିଁ   । ଜଣେ ମୁସଲିମ ଝିଅ ୧୫ ବର୍ଷରୁ ଉର୍ଦ୍ଧ୍ଵ ଓ ଘରଯୋଗ୍ୟ ହୋଇଥିଲେ ତାର ପିତାମାତାଙ୍କ ଅରଜି ଓର ବିବାହ କରିପାରିବେ   ।

ବୈଧ ବିବାହ ପାଇଁ କେତେକ ନିୟମ

  • ଯଦି ପୁଅ ଓ ଝିଅ ନାବାଳକ ଥାନ୍ତି , ସୁସ୍ଥ ମସ୍ତିସ୍କ ନଥାନ୍ତି   ।  ସେ ଯାଗାରେ କୌଣସି ଗୋଟିଏ ପକ୍ଷ ପ୍ରଥମେ ପ୍ରସ୍ତାବ ହେବ   ।  ଏବଂ ଅନ୍ୟ ପକ୍ଷ ତାଙ୍କୁ ଗ୍ରହଣ କରିବା   ।

ପୁଣି ଉଭୟ ପକ୍ଷମାନେ ପରସ୍ପରକୁ ବିଭା ହେବା ପାଇଁ ଥାଇ,  ଦୁଇଟି ପୁରୁଷ ସାକ୍ଷୀ ବା ଗୋଟିଏ ପୁରୁଷ ଓ ୨ ଟି ସ୍ତ୍ରୀ ଲୋକଙ୍କ ଆଗରେ ପ୍ରଚାର କରିବେ  ।  ମାତ୍ର ସାକ୍ଷୀମାନେ ସାବାଳକ ଓ ସୁସ୍ଥ ମସ୍ତିଷ୍କ ଥିବା ଦରକାର   ।

  • ଉକ୍ତ ବିବାହ ନିମନ୍ତେ ଉଭୟ ପକ୍ଷ କୌଣସି ମୁସଲମାନଙ୍କ ସଭାରେ ଜଣାଇ ପାରନ୍ତି   ।
  • ଯଦି କୌଣସି ପକ୍ଷ ଅନୁପସ୍ଥିତି ରୁହନ୍ତି ସେ ଏକ ଚିଠି (ଲିଖିତ ପତ୍ର ଦ୍ଵାରା ) ସମ୍ମତି ଦେଇପାରେ  ।
  • ଯଦି କୌଣସି ଗୋଟିଏ ପକ୍ଷ ମୁକ (ଘୁଙ୍ଗା) ଥାଏ ସେ ଟୀପ ଓ ଦସ୍ତଖତ ଦ୍ଵାରା ସମ୍ମତି ଦେଇପାରେ   ।
  • ଯେଉଁଠାରେ ଉଭୟ ପକ୍ଷମାନେ  (ବର ବା କନ୍ୟା) ସାବାଳକତ୍ଵ ପାଇନଥାନ୍ତି ବା ସୁସ୍ଥ ମସ୍ତିଷ୍କ ନ ଥାନ୍ତି  ଉକ୍ତ ପ୍ରସ୍ତାବ ଦେବା ବା ଗ୍ରହଣ କରିବା ସେମାନଙ୍କର ଗାର୍ଡିଅନମାନେ କରିପାରିବେ   ।
  • ବିବାହ  ଚୁକ୍ତି ପାଇଁ ଉକ୍ତ ବର ବା କନ୍ୟା ବା ସେମାନଙ୍କର ଗାର୍ଡିଅନମାନଙ୍କ ଦ୍ଵାରା ନିଯୁକ୍ତି ହୋଇଥିବା କୌଣସି ଏଜେଣ୍ଟ ବା ପ୍ରତିନିଧିମାନେ ଚୁକ୍ତି ସଂପାଦାନ କରିପାରନ୍ତି   । ମାତ୍ର ସେମାନେ ସାବାଳକ ଓ ସୁସ୍ଥ ମସ୍ତିସ୍କ ସମ୍ପର୍ଣ୍ଣ ହୋଇଥିବା ଦରକାର

Tahrim-un-Nasab : ପରସ୍ପର ରକ୍ତ ସଂପର୍କ ଥିବା ଦ୍ରୁଷ୍ଟିରୁ ବିବାହ ନିଷେଧ

ଏପରିକି ଅବୈଧ ଯୌନ ସଂପର୍କ ଥିବା ସତ୍ତ୍ୱେ ଜଣେ ମହମଡାନ ଏହି କେତେକ ସ୍ତ୍ରୀମାନଙ୍କ ସହିତ ବିବାହ ନିଷେଧ

ଯଥା :-

  • ନିଜର ମା,ବା, ମାର ମାଙ୍କ ସହିତ
  • ନିଜର ଝିଅ ବା ଝିଅର ଝିଅ ସହିତ
  • ନିଜର ପୂର୍ଣ୍ଣ ବା ସାବତ ଭଉଣୀମାନଙ୍କ ସହିତ
  • ନିଜର ଭାଇ ଓ ଭଉଣୀମାନଙ୍କର ଝିଅ ମାନଙ୍କ ସହିତ   ।
  • ପୂର୍ଣ୍ଣ ବା ସାବତ ସମ୍ପର୍କୀୟ ଖୁଡୀ,  ମାଉସୀ ବା ସେମାନଙ୍କ ମା ମାନଙ୍କ  ସହିତ   ।

Tahrim –al –musharat : କେତେକ ବନ୍ଧୁ ସ୍ତ୍ରୀ ଲୋକମାନଙ୍କ ସହିତ ବିବାହ ନିଷେଧ

ଯଥା :-

  • ତାର ଶାଶୁ ବା ଶାଶୁଙ୍କ ଶାଶୁ
  • ତାର ସ୍ତ୍ରୀର ଝିଅ ବା ନାତୁଣୀ
  • ତାର ସ୍ତ୍ରୀର ପୁଅର ପୁଅ ବା ଝିଅର ପୁଅ
  • ତାର ବାପାଙ୍କ ସ୍ତ୍ରୀ ବା ଜେଜେ (ଦାଦା) ବା ନାନା ଏପରିକି ନିଜର ସମବୟସ୍କ ଆତ୍ମୀୟ ସହିତ ଯଦିବା ଅବୈଧ ଯୌନ ସଂପର୍କ ଥାଏ ତଥାପି ବିବାହ ନିଷେଧ   ।
  • ଜଣେ ମହମଡାନ , ତାକୁ 2 ବର୍ଷ ହେବା ପର୍ଯ୍ୟନ୍ତ ଯଦି କୌଣସି ରକ୍ତ ସମ୍ପର୍କୀୟ ଠାରୁ କ୍ଷୀର ଖାଇଥାଏ   । ଏପରିକି ପାଳିତା ମାତା,  ତା ସହିତ ତାର ବିବାହ ନିଷେଧ   ।
  • ଗୋଟିଏ ମହମଡାନ ଏକ ସମୟରେ 4 ଟି ବିବାହିତ ସ୍ତ୍ରୀଙ୍କୁ ରଖିପାରେ ମାତ୍ର 4 ଟି ରୁ ଅଧିକ ନୁହେଁ (ମାତ୍ର ଗୋଟିଏ ସ୍ତ୍ରୀ ଲୋକ ଏକ ସମୟରେ ଜଣକରୁ ଅଧିକ ସ୍ଵାମୀ କରିପାରିବେ ନାହିଁ  ।

ପରିଶିଷ୍ଠ : କିନ୍ତୁ ଗୋଟିଏ ପୁରୁଷ ଓ ତା ର ସ୍ତ୍ରୀଙ୍କ Divorce( ଛାଡ ପତ୍ର)   ପରେ ମଧ୍ୟ “ ଇଦତ” ସମୟରେ ସ୍ଵାମୀ ସ୍ତ୍ରୀ ସଂପର୍କ ଅକ୍ଷୁର୍ଣ୍ଣ ରହିବ ବୋଲି ଧରାଯିବ   ।

Quran କହେ : ଜଣେ ମୁସଲମାନ 1 ରୁ ଅଧିକ   । ମାତ୍ର 4 ଜଣ ପର୍ଯ୍ୟନ୍ତ ବିବାହ ହୋଇପାରେ   । ଯଦି ସେମାନଙ୍କୁ ସମାନ ଭାବରେ ସବୁ ରକମ ସୁଖଶାନ୍ତିରେ ଚଳାଇପାରିବ   । ଯଦି ନ ପାରେ ତେବେ 1 ମାତ୍ର ସ୍ତ୍ରୀ ଗ୍ରହଣ କରି ଚାଲିବ  ।

ସାଧାରଣତଃ ପିତୃମାତୃ ହୀନ ବାଳିକା, ସ୍ଵାମୀ ପରିତ୍ୟକ୍ତା ବା ହଇରାଣ ହରକତ ହେଉଥିବା ସ୍ତ୍ରୀ ଲୋକଙ୍କୁ ୨ୟ,  ୩ୟ, ୪ର୍ଥ , ସ୍ତ୍ରୀ ଭାବରେ ଗ୍ରହଣ କରାଯାଇପରେ   ।  ମାତ୍ର ସେମାନଙ୍କ ରାଜିରେ ହେବ   । ତାର କୌଣସି ପୁରୁଷ ସହିତ ବିଭା ହେବା ମନା  । ମାତ୍ର ସେହି ପୁରୁଷଟି ତାର ତଲାକ ଦେଇଥିବା ସ୍ଵାମୀ ହୋଇଥାଏ  , ତା ସହିତ ବିବାହ ହୋଇପାରିବ   ।

ଆଧାର- ଦି ଲ ହାଉସ

Last Modified : 9/3/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate