ୟାରିୟାତ
- ଜଣେ ତାର ସଂପତ୍ତିକୁ ଦତ୍ତପତ୍ର ଦ୍ଵାରା ଅନ୍ୟ ଜଣକୁ ଦେଇପାରିବ । ଏଥିପାଇଁ ଗ୍ରହିତାକୁ ଦତ୍ତ ସଂପତ୍ତିର ମୂଲ୍ୟ ଦେବାକୁ ପଡେ ନାହିଁ ।
A 1978 J & K 92, 97
- ୟାରିୟାତ (Areat) ଏରିୟାତ ଦ୍ଵାରା କେବଳ ସଂପତ୍ତିର ବ୍ୟବହାର ଫଳକୁ ଦତ୍ତ କରି ଦିଆଯାଇଥାଏ । ମାତ୍ର ଜମିଟି ମାଲିକ ହାତରେ ଥାଏ ।
- ୟାରିୟାତ (Areat) ଏରିୟାତ ଦ୍ଵାରା କେବଳ ସଂପତ୍ତିର ବ୍ୟବହାର ଓ ଫସଲ କୁ ଦତ୍ତ କରିଦିଆଯାଇଥାଏ । ମାତ୍ର ଜମିଟି ମାଲିକ ହାତରେ ଥାଏ ।
- ଦାତ୍ତାଙ୍କ ଯୋଗ୍ୟତା
- ସାବାଳକ ଓ ସୁସ୍ଥ ମସ୍ତିସ୍କ
- ତାର ସମସ୍ତ ସମ୍ପତ୍ତିକୁ ଦାନ ବା ଦତ୍ତ କରିଦେଇପରେ , ମାତ୍ର ମୃତ୍ୟୁକାଳୀନ ବେମାର ଅବସ୍ଥାରେ ନୁହେଁ ।
- ଗ୍ରହିତାର କ୍ଷମତା
- ଯେକୌଣସି ଚଳନ୍ତି ବ ଅଚଳନ୍ତି ସଂପତ୍ତି ନେବା ପାଇଁ କ୍ଷମ ଥାଏ ।
- ମାତୃଗର୍ଭରେ ଥିବା ସନ୍ତାନକୁ ଦେଇଥିବା ଦାନ ଓ ତା ଦାନର 6 ମାସ ପର୍ଯ୍ୟନ୍ତ ଯଦି ସେ ଛୁଆ ବଞ୍ଚି ରହେ ତେବେ ସେ ଦାନ ସିଦ୍ଧ ହୋଇଥାଏ ।
- ଦତ୍ତ ସଂପତ୍ତିର ଆର୍ଥିକ ମୂଲ୍ୟ ଥିବା ଉଚିତ । ତା ହସ୍ତାନ୍ତର ଯୋଗ୍ୟ ଓ ହିବା ସମୟରେ ଡାଟାର ଦତ୍ତ କରିଥିବାର କ୍ଷମତା ଥିବା ଦରକାର ।
- ଅବି ଭାଜ୍ୟ ବା ବଣ୍ଟନ ହୋଇ ନଥିବା ସଂପତ୍ତିକୁ ଦତ୍ତ ଦେଲେ ତାହାକୁ Musha ( ମୂଷା) କୁହାଯାଏ ।
ମୂଷାହିବା 3 ପ୍ରକାର
- ଜଣେ ଅଂଶୀଦାର ତାର ଅଭିଭାଜ୍ୟ ସଂପତ୍ତିକୁ ଦତ୍ତ କରିପାରେ ।
- ଗୋଟିଏ ନିର୍ଦ୍ଧିଷ୍ଟ ସଂପତ୍ତି ଦାତ୍ତାର ଅଲଗା ଦାଖଲରେ ଥିବା ସମୟରେ ସେ ଦତ୍ତ କରିପାରେ ।
- ଗ୍ରହିତା ଦାତ୍ତାର ସଂପର୍କୀୟ ଥିଲେ ମଧ୍ୟ ଦତ୍ତ ଗ୍ରହଣ କରିପାରେ ।
- ଦତ୍ତ ସଂପତ୍ତି ଜଣକରୁ ଅଧିକ ଲୋକକୁ ମଧ୍ୟ ଦିଆଯାଇପାରେ ।
କେଉଁ କେଉଁ ଜାଗାରେ ଦତ୍ତ ହୋଇପାରିବ ନାହିଁ ।
- ଯେଉଁଠି ସଂପତ୍ତି ଭାଗ ଭାଗ ହୋଇପାରିବ ନାହିଁ ସେ ସଂପତ୍ତି ଦତ୍ତ ଅଯୋଗ୍ୟ ।
- ଦତ୍ତ ଯଦି ଦାତ୍ତା ସଂପତ୍ତିର ମୂଲ୍ୟ ଗ୍ରହଣ କରେ ତାହା ଦତ୍ତ ସଂପତ୍ତି ହୋଇ ରହେ ନାହିଁ ।
ଦତ୍ତ ଦେବା ପ୍ରଣାଳୀ
Formation of Gift ( ଦତ୍ତ ଦେବା ପ୍ରଣାଳୀ)
ଦତ୍ତ ଦେବା ଓ ନେବା ସମୟରେ ଉଭୟେ ଦାତ୍ତ ଓ ଗ୍ରହିତା ଆମ୍ଭେ ଦତ୍ତ ଦେଲୁ ଓ ଆମ୍ଭେ ଦତ୍ତ ଗ୍ରହଣ କଲୁ ବୋଲି କହିବେ ଓ ଉକ୍ତ ସମୟରେ ଦତ୍ତ ସଂପତ୍ତିକୁ ଦତ୍ତ ଦେବେ ଓ ଗ୍ରହିତା ତାକୁ ଗ୍ରହଣ କରିବେ ।
Actual and constructive: -
- ସବୁ କ୍ଷେତ୍ରରେ , ସବୁ ସମ୍ପତ୍ତିକୁ ପ୍ରକାଶ୍ୟରେ ଦବା ନାବା କରି ହୋଇ ନଥାଏ । ସେ ଜାଗାରେ ଉଭୟ ପକ୍ଷ ପ୍ରକାଶ କରିଦେଲେ ତାହା constructive gift ତୁଲ୍ୟ ଗଣ୍ୟ ହୋଇଥାଏ ।
- ସବୁ କ୍ଷେତ୍ରରେ ଦତ୍ତ ସମ୍ପତ୍ତି ଚଳନ୍ତି ବା ଅଚଳନ୍ତି ହୋଇଥାଉ ତାକୁ Physical possession ନିହାତି ଦେବା ଦରକାର । ମାତ୍ର ଯେଉଁଠି ଦତ୍ତ ସଂପତ୍ତି ଡାଟା ଭିନ୍ନ ଅନ୍ୟ ଲୋକର ଦାଖଲରେ ଥାଏ । ଯଥା- ବନ୍ଧକ , ଭାଗଚାଷ ହାତରେ ଥାଏ କିମ୍ବା ଦାତା ନିଜେ ଯଦି Lease holder ବା ବନ୍ଧକ ସୂତ୍ରେ ଦଖଲ କରୁଥାଏ କିମ୍ବା ଦାତା ଗ୍ରହିତାର ସ୍ଵାମୀ ବା ସ୍ତ୍ରୀ ହୋଇଥାଏ କିମ୍ବା ଗ୍ରହିତା ଯଦି ଦାତାର ସନ୍ତାନସନ୍ତତି ହୋଇଥାଏ , ତେବେ ସେ କ୍ଷେତ୍ରରେ Actual delivery of prossession ଦେବା ଅସମ୍ଭବ ହୁଏ , ତାହା constructive prossession ତୁଲ୍ୟ ଗଣ୍ୟ ହୁଏ ।
Subsequent delivery of possession
କେଉଁ କେଉଁ ସ୍ଥାନରେ ଦଖଲ ପରେ ଦେଲେ ମଧ୍ୟ ଚଳେ
- ଦତ୍ତ ଦେବାର କିଛି ଦିନପରେ ଯଦି ସମ୍ପତ୍ତିକୁ ଗ୍ରହିତାଙ୍କୁ ଦଖଲ ଦିଆଯାଏ ଆଂଶିକ ବା ପୂର୍ଣ୍ଣ ହେଉ ତାହା ମଧ୍ୟ ଦତ୍ତ ସଂପତ୍ତି ବୋଲି ଗଣ୍ୟ ହେବ ।
- ସବୁ କ୍ଷେତ୍ରରେ ଗ୍ରହିତାଙ୍କୁ ସିଧାସଳଖ ଦତ୍ତ ସଂପତ୍ତି ଦାନ କରା ହୋଇଯାଇପାରେ ନାହିଁ । ସେ କ୍ଷେତ୍ରରେ ଦୁହିନଙ୍କର ଗାର୍ଡିଅନ ବା ତାଙ୍କର ଏଜେଣ୍ଟ ବା ତାଙ୍କ ତରଫରୁ ନିଯୁକ୍ତି ହୋଇଥିବା Trustee ଟ୍ରଷ୍ଟିଙ୍କୁ ମଧ୍ୟ ଦାନ କରାଯାଏ ।
ସର୍ତ୍ତମୂଳକ ଦାନ
Conditional Gift (ସର୍ତ୍ତମୂଳକ ଦାନ) :-
- ଜଣେ ଲୋକ ଜମିର ମାଲିକ ନ ଥାଇ ଜମି ମାଲିକଙ୍କ ଦ୍ଵାରା ନିଯୁକ୍ତ ମାଲିକାନା ବିସ୍ତାର କରେ ।
- ଜମି ଦତ୍ତ କରାନଯାଇ , ଦତ୍ତ ସଂପତ୍ତି ଉତ୍ପର୍ଣ୍ଣ ଶସ୍ୟକୁ ଦତ୍ତ କରାଯାଏ ।
- ମାତ୍ର ଦତ୍ତ ଯଦି କୌଣସି ସମୟ ସୀମା ପର୍ଯ୍ୟନ୍ତ ଦିଆଯାଏ ତେବେ ତାହା ବେଆଇନ ହୁଏ ।
- ଏରିୟତ ହିବା ଦ୍ଵାରା କେବଳ ହିବା ଜମିର ଉତ୍ପର୍ଣ୍ଣ ଫସଲକୁ କିଛି ନିର୍ଦ୍ଧିଷ୍ଟ ସମୟ ସୀମା ଶଯ୍ୟାରେ ଦିଆଯାଏ ।
ଦାନର ପ୍ରତ୍ୟାହାର
Contingent gift (ଦାନର ପ୍ରତ୍ୟାହାର)
(1) ଦତ୍ତ ସଂପତ୍ତିକୁ ଗ୍ରହିତାଙ୍କୁ ଦଖଲ ଦେବା ପୂର୍ବରୁ ମୌଖିକ ଅସ୍ଵୀକାର କରିପାରିବ । କିନ୍ତୁ ଦଖଲ ଦେଇ ସାରିବା ପରେ ସେ କେବଳ Court ରେ ଦତ୍ତକୁ Challenge କରିପାରେ ।
(2) ମାତ୍ର ନିମ୍ନଲିଖିତ ସ୍ଥଳେ ସେ revoke କରିପାରିବ ନାହିଁ ।
- ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କର ବିବାହ ସମ୍ପର୍କଥିଲେ ସମ୍ପର୍କୀୟ ଥିଲେ ।
- ଯଦି ଦତ୍ତ ଓ ଗ୍ରହିତାର ସମ୍ପର୍କ, ନିଷେଧ ସମ୍ପର୍କୀୟ ହୋଇଥାନ୍ତି ।
- କୌଣସି ଦାତ୍ତ ଓ ଗ୍ରହିତା ମୃତ ହୋଇଥିଲେ
- ଯଦି ଦାତ୍ତ ସଂପତ୍ତି ନିଜ କର୍ତ୍ତୃତ୍ଵରେ ନଥାଏ ।
- ଯଦି ସଂପତ୍ତି ବନ୍ଧକ ପଡିଥାଏ ।
- ଯଦି ଦତ୍ତ ସଂପତ୍ତି ପାଇଁ ପଇସା ନିଆଯାଇପାରେ ।
- ଯଦି ସଂପତ୍ତି ଆଦୌ ନଥାଏ , ବା କାଳକ୍ରମେ ନଷ୍ଟ ହୋଇଯାଇଥାଏ ।
ପ୍ରତ୍ୟାବର୍ତ୍ତନ ଦାନ
Gift involving return (ପ୍ରତ୍ୟାବର୍ତ୍ତନ ଦାନ)
- Heba- Bill –Quarz
ଦତ୍ତ ସଂପତ୍ତିକୁ ଅନ୍ୟ ସଂପତ୍ତି ବଦଳରେ ଯେଉଁଠି ଦିଆଯାଇଥାଏ ।
- False- Hiba-Bill-Quarz
କିଛି ପଇସା ବଦଳରେ କୌଣସି ସଂପତ୍ତିକୁ ଦତ୍ତ କରାଯାଇଥାଏ ।
- ସଂପତ୍ତି ଫେରିବା ସର୍ତ୍ତରଖି ଯଦି ଦତ୍ତ କରାଯାଇଥାଏ
ସଂପତ୍ତିର ଦଖଲ ପୂର୍ବରୁ ଯଦି ପ୍ରତ୍ୟାହୃତ କରାଯାଇଥାଏ , ମାତ୍ର ଦଖଲ ଦେଇ ସାରିବା ପରେ ଏହା ଦତ୍ତ ସମ୍ପତ୍ତି ବିକ୍ରୟ ତୁଲ୍ୟ ଗଣ୍ୟ ହୋଇଥାଏ ।
ଆଧାର- ଦି ଲ ହାଉସ