অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କ୍ଵାରୀ ପଟ୍ଟାର ମଞ୍ଜୁରୀ

କ୍ଵାରୀ ପଟ୍ଟା ନିମନ୍ତେ ଆବେଦନପତ୍ର ଏବଂ ଏହାର ନବୀକରଣ

  1. କ୍ଵାରୀ ପଟ୍ଟା ଏବଂ ଏହାର ନବୀକରଣ ନିମନ୍ତେ, ଫର୍ମର- “ଜେ” ରେ ଏକ ଆବେଦନପତ୍ର,  ଅଧିକାରୀଙ୍କୁ ତିନି ପ୍ରତିଦିନ ସହ ପ୍ରଦାନ କରାଯିବ, ଏବଂ ତାହା ନିମ୍ନଲିଖିତ ଦଲିଲ ଏବଂ ବିବରଣୀ ସହିତ ପ୍ରଦାନ କରାଯିବ ।
    • ଆବେଦନ ପତ୍ର ଶୁଳ୍କ ବାବଦରେ (ଅଣ-ଫେରସ୍ତନୀୟ) ଏକ ହଜାର ଟଙ୍କାର ଜମା ଦର୍ଶାଇ, ଏକ ଟ୍ରେଜେରୀ ଚାଲାନ
    • ନକ୍ସା, ସୀମା ବର୍ଣ୍ଣନା ଏବଂ ଭୂମି-ସୂଚୀ, ଯାହାକି ଆବେଦିତ ଅଞ୍ଚଳର ସହଜ ଚିହ୍ନଟକୁ ସୁବିଧାୟୀତ କରିବ ।
    • ରାଜ୍ୟ ମଧ୍ୟରେ, କ୍ଵାରୀ ପଟ୍ଟାଭାବେ, ଆବେଦନକାରୀଙ୍କ ଦ୍ଵାରା କିମ୍ବା ଯୁଗ୍ମ ସ୍ଵାର୍ଥ ଥିବା କୌଣସି ବ୍ୟକ୍ତି ଧାରିତ ଅଞ୍ଚଳର ବିସ୍ତୁତ ବିବରଣୀ ଉଲ୍ଲେଖକରି ଏକ ଆଫିଡାଭିଟ।
    • ଅଧୁନା ପର୍ଯ୍ୟନ୍ତ, ଆୟକର ଏବଂ ବିକ୍ରି କରର ପଇଠ ପ୍ରମାଣପତ୍ରର ପ୍ରମାଣିତ ନକଲ କିମ୍ବା ଅଣ –ଆକଳନ ପ୍ରମାଣପତ୍ର, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ।
    • ଟିପ୍ପଣୀ

      ଅଧୁନା ପର୍ଯ୍ୟନ୍ତ କୌଣସି ଆୟକର ପଇଠ ପ୍ରମାଣପତ୍ରର ଅଣ- ଉପଲବ୍ଧତା କ୍ଷେତ୍ରରେ, ଏକ ଆଫିଡାଭିଟ ଜେ, ଯେପରିଭାବେ ଆୟକର ଆଇନ, ୧୯୬୧ ରେ ଧାର୍ଯ୍ୟ, ସେପରିଭାବେ ଅଧୁନା ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ସହିତ ପ୍ରାପ୍ୟ କର ଏବଂ ସ୍ଵ- ଆକଳନ କର ପ୍ରଦାନ କରାଯାଇଛି, ତାହା ଦାଖଲ କରାଯିବ ।

    • ଏହା ଦର୍ଶାଇ, ଏକ ଆଫିଡାଭୀତ ଯେ, ଏହି ଆଇନ ଏବଂ ତତସଂକ୍ରାନ୍ତୀୟ  ନିୟମାବଳୀ,ଆବେଦନକାରୀଙ୍କ ବିରୁଦ୍ଧରେ କୌଣସି ବକେୟା ପ୍ରାପ୍ୟ ନାହିଁ   ।
    • ଯେଉଁ ସ୍ଥଳରେ, ଆବେଦିତ ଜମି ସରକାରଙ୍କ (ରାଜସ୍ୱ ବିଭାଗର) ହୋଇଥାଏ, ସେପରିସ୍ଥଳେ କ୍ଵାରୀପଟ୍ଟା ନିମନ୍ତେ, ତହସିଲଦାରଙ୍କ ଠାରୁ ଏକ ଅଣ- ଆପତ୍ତି ପ୍ରମାଣପତ୍ର;
    • ଯେଉଁ ସ୍ଥଳରେ ଆବେଦିତ ଜମି ଘରୋଇ ବ୍ୟକ୍ତିମାନଙ୍କର ହୋଇଥାଏ, ସେପରିସ୍ଥଳେ କ୍ଵାରୀ- ପଟ୍ଟାରେ ମଞ୍ଜୁରୀ ନିମନ୍ତେ, ଏପରି ସମସ୍ତ ବ୍ୟକ୍ତିମାନଙ୍କର ସମ୍ମତି
    • ଯେଉଁ ସ୍ଥଳରେ ଆବେଦିତ ଜମି  “ଜଙ୍ଗଲ – କିସମ” ହୋଇଥାଏ, ସେପରିସ୍ଥଳେ କ୍ଵାରୀ- ପଟ୍ଟାର ନିମନ୍ତେ ବନ- ବିଭାଗରୁ ଏକ ଅଣ-ଆପତ୍ତି ପ୍ରମାଣପତ୍ର
    • ରାଜସ୍ୱ ଅଧିକାରୀଙ୍କ ଠାରୁ  ଏକ ଆର୍ଥିକ ସ୍ଵଚ୍ଚଳତା ପ୍ରମାଣପତ୍ର ଏବଂ ସ୍ଥାବର ସଂପତ୍ତିର ଏକ ତାଲିକା  ।
    • ଶିଳ୍ପ କାରଣ ଉପରେ, ପ୍ରାଥମିକତା ଦାବି କ୍ଷେତ୍ରରେ, ଏହା ପ୍ରମାଣିତ କରିବା ନିମନ୍ତେ ଦଲିଲର ପ୍ରମାଣିତ ନକଲ ଯେ, ସେ ପୂର୍ବରୁ, ରାଜ୍ୟରେ କ୍ଷୁଦ୍ର ଖଣିଜ ଦ୍ରବ୍ୟ ଭିତ୍ତିକ ଏକ ଶିଳ୍ପ ସ୍ଥାପନ କରିଛନ୍ତି କିମ୍ବା ଏପରି ଏକ ଶିଳ୍ପ ସ୍ଥାପନ କରିବା ନିମନ୍ତେ ତାଙ୍କର ଏକ ନିର୍ଦ୍ଧିଷ୍ଟ ଯୋଜନା ଅଛି  ।
    • ଅନ୍ୟ କୌଣସି ତଥ୍ୟ ଯାହାକି ଆବେଦନକାରୀ ଦାଖଲ କରିବା ନିମନ୍ତେ ଇତ୍ସୁକ, ଯେପରି, ବୈଷୟିକ ଜ୍ଞାନ,  ଅଭିଜ୍ଞତା ଏବଂ ତାଙ୍କ ଦାଖଲରେ ଥିବା ଯନ୍ତ୍ରପାତି ଆର୍ଥିକ ସ୍ଥିତି ଏବଂ ସେପରି ବିଷୟ ।
  2. ଦକ୍ଷ ଅଧିକାରୀଙ୍କ ଦ୍ଵାରା ଗୃହିତ ଏପରି ପ୍ରତ୍ୟେକ ଆବେଦନପତ୍ର ଫର୍ମ –“କ” ରେ କ୍ଵାରୀ ପଟ୍ଟା ଏବଂ ଏହାର ନବୀକରଣ ନିମନ୍ତେ ଆବେଦନପତ୍ର ରେଜିଷ୍ଟରରେ ଅନ୍ତର୍ଭୁକ୍ତ କରାଯିବ ।
  3. ଯେଉଁ ସ୍ଥଳରେ କ୍ଵାରୀ ପଟ୍ଟା କିମ୍ବା ନବୀକରଣ ନିମନ୍ତେ କୌଣସି ଆବେଦନ ପତ୍ର
    • ବ୍ୟକ୍ତିଗତଭାବେ ପ୍ରଦାନ କରାଯାଇଥାଏ,  ସେପରିସ୍ଥଳେ ଏହାର ଗ୍ରହଣକୁ ତତକ୍ଷଣାତ ପ୍ରାପ୍ତି ସ୍ଵୀକାର କରାଯିବ, କିମ୍ବା
    • ରେଜିଷ୍ଟ୍ରି ଡାକଯୋଗେ ଗୃହିତ ହୁଏ, ସେପରି ସ୍ଥଳେ ଏହାକୁ ସେହି ଦିନ ପ୍ରାପ୍ତି ସ୍ଵୀକାର କରାଯିବ।
    • ଅନ୍ୟ କୌଣସି କ୍ଷେତ୍ରରେ, ଏପରି ଆବେଦନପତ୍ରର ଗ୍ରହଣକୁ ଗ୍ରହଣର ତିନିଦିନ ମଧ୍ୟରେ ପ୍ରାପ୍ତି ସ୍ଵୀକାର କରାଯିବ ଏବଂଏପରି ପ୍ରତ୍ୟେକ ଆବେଦନପତ୍ରକୁ ଗ୍ରହଣ ସହିତ ନକ୍ସା, ସୀମା ବର୍ଣ୍ଣନା ଏବଂ ଜମି-ସୂଚୀ, ଯାହାକି ଆବେଦିତ ଜମିକୁ ଚିହ୍ନଟ କରିବାରେ ସହାୟକ ହେବ, ତାହା, ଫର୍ମ- “ଖ”ରେ ପ୍ରାପ୍ତି ସ୍ଵୀକାର କରାଯିବ ।

ଆବେଦନପତ୍ରର ଫଇସଲା

  1. କୌଣସି ଆବେଦନପତ୍ର ମଞ୍ଜୁର କରାଯିବ ନାହିଁ, ଯଦି ଆବେଦନକାରୀ ମୂଳ ପ୍ରତିଲିପିରେ, ଆୟକର ଏବଂ ବିକ୍ରିକର ପଇଠ ପ୍ରମାଣ ପତ୍ର କିମ୍ବା ମୂଳପ୍ରତିଲିପିରେ ଅଣ-ଆକଳନ ପ୍ରମାଣପତ୍ର ଦାଖଲ ନକରନ୍ତି ଏବଂ କ୍ଵାରୀ ପାତତାର ମଞ୍ଜୁରୀ କିମ୍ବା ଏହାର ନବୀକରଣ ନିମନ୍ତେ, ସମ୍ପୃକ୍ତ ଗ୍ରାମ ପଞ୍ଚାୟତର କୌଣସି ଆପତ୍ତି ନଥାଏ ।
  2. ଉଲ୍ଲେଖଥାଉଯେ, ଆଦିବାସୀ ଅଧ୍ୟୁଷିତ ଆଞ୍ଚଲର ଉନ୍ନୟନ ଦ୍ରୁଷ୍ଟିରୁ, ଅନୁସୂଚିତ ଆଞ୍ଚଲରେ ସମ୍ପୃକ୍ତ ଗ୍ରାମପଞ୍ଚାୟତ ଠାରୁ ଏବଂ ପଥର –କ୍ଵାରୀ ନିମନ୍ତେ ଆବେଦନପତ୍ର କ୍ଷେତ୍ରରେ, ସାଜସଜା ଉଦ୍ଦେଶ୍ୟରେ ଉକ୍ତ ପଥରର ଉପାଦେୟତା ସମ୍ବନ୍ଧରେ, ଭୂତତ୍ଵ ଦ୍ରୁଷ୍ଟିକୋଣରୁ, ସମ୍ପୃକ୍ତ ଉପ-ନିର୍ଦ୍ଦେଶକ/ଖଣି ଅଧିକାରୀଙ୍କ ଠାରୁ ତହସିଲଦାର ଏକ ବିବରଣୀ ଆହ୍ଵାନ କରିବେ ।

    ଆହୁରି ଉଲ୍ଲେଖଥାଉଯେ , ଯଦି ସୂଚନା ପ୍ରାପ୍ତିର ଦୁଇମାସ ମଧ୍ୟରେ, ଉପ-ନିର୍ଦ୍ଦେଶକ /ସମ୍ପୃକ୍ତ ଖଣି ଅଧିକାରୀ ଏବଂ ଗ୍ରାମ ପଞ୍ଚାୟତର ମତାମତ ଗୃହିତ ନହୁଏ , ସେପରିସ୍ଥଳେ ଏହା ଧରାଯିବ ଯେ , କ୍ଵାରୀ ପଟ୍ଟାର ମଞ୍ଜୁରୀ କିମ୍ବା ଏୟାର ନବୀକରଣ ନିମନ୍ତେ  ଉପ- ନିର୍ଦ୍ଦେଶକ/ ଖଣି – ଅଧିକାରୀ / ଗ୍ରାମ ପଞ୍ଚାୟତର କୌଣସି ଆପତ୍ତି ନାହିଁ ।

  3. ଯେଉଁ ସ୍ଥଳରେ, ସେହି ଅଞ୍ଚଳ ସଂବନ୍ଧରେ କୌଣସି କ୍ଵାରୀପଟ୍ଟା ନିମନ୍ତେ ଦୁଇ କିମ୍ବା ଅଧିକ ବ୍ୟକ୍ତି ଆବେଦନ କରିଥାଆନ୍ତି, ସେପରିସ୍ଥଳେ ସେହି ଆବେଦନକାରୀ ଯାହାଙ୍କର ଆବେଦନପତ୍ର ପ୍ରଥମେ ଗୃହିତ ହୋଇଥାଏ, ତାଙ୍କୁ ପ୍ରଥମିକତା ଭିତ୍ତିରେ ବିଚାର କରାଯିବ।
  4. ଉଲ୍ଲେଖଥାଉ ଯେ, ଦକ୍ଷ ଅଧିକାରୀ, କୌଣସି ବିଶେଷ କାରଣକୁ ଲିପିବଦ୍ଧକରି ପରବର୍ତ୍ତୀ ଉଚ୍ଚଅଧିକାରୀଙ୍କର ପୂର୍ବ ଅନୁମୋଦନ ସହିତ, କୌଣସି ବ୍ୟକ୍ତିଙ୍କୁ କ୍ଵାରୀପଟ୍ଟା ମଞ୍ଜୁର କରିପାରନ୍ତି, ଯାହାଙ୍କର ଆବେଦନପତ୍ର ପରେ ଗୃହିତ ହୋଇହାଏ ଏବଂ ଯାହାକି ପ୍ରହତମେ ଗୃହିତ ଆବେଦନପତ୍ର ଉପରେ ଅଗ୍ରାଧିକାର ଦିଆଯାଏ ।

  5. ଯଦି ସେହି, ଏକା ଅଞ୍ଚଳ ନିମନ୍ତେ ଦୁଇ କିମ୍ବା ଅଧିକ ଆବେଦନପତ୍ର ସେହି ଏକା ଦିନ ଗୃହିତ ହୁଏ,ସେପରିସ୍ଥଳେ ପ୍ରାଥମିକତା, ନିମ୍ନ କ୍ରମାନ୍ଵୟରେ ପ୍ରଦାନ କରାଯିବ ।
    • କଞ୍ଚାମାଲ ଭାବେ, କ୍ଷୁଦ୍ର ଖଣିଜ ଦ୍ରବ୍ୟକୁ ବ୍ୟବହାର କରୁଥିବା ଶିଳ୍ପୀଙ୍କର ସମବାୟ  ସମିତି
    • ଅନୁସୂଚିତ ଅଞ୍ଚଳ ନିମନ୍ତେ କେବଳ ମାତ୍ର ତଫସିଲଭୁକ୍ତ ଉପଜାତିଙ୍କୁ ନେଇ ଗଠିତ ସମବାୟ ସମିତି  ।
    • କୌଣସି ବ୍ୟକ୍ତି, ଜେକି ଅବେଦିତ କ୍ଷୁଦ୍ର ଖଣିଜ ଦ୍ରବ୍ୟ ଉପରେ ପର୍ଯ୍ୟବେସିତ କୌଣସି ଶିଳ୍ପକୁ ପରିଚାଳନା କରୁଥାଆନ୍ତି, କିମ୍ବା ଅନ୍ୟାନ୍ୟ ସମସ୍ତ ବିଷୟ ପରିପାଳନ କରିବା ପରେ, ତାହା ପରିଚାଳନା କରିବା ନିମନ୍ତେ ସକ୍ଷମ ହେବେ, ଯଦି ପଟ୍ଟା ମଞ୍ଜୁର କରାଯାଏ ।
    • ଯେକୌଣସି ଶ୍ରେଣୀୟ ବେକାର ଗ୍ରାଜୁଏଟ ଏବଂ ଡିପ୍ଲୋମାଧାରୀ ଯନ୍ତ୍ରୀ
    • କୌଣସି ବ୍ୟକ୍ତି, ଯେକି ଉକ୍ତ ଜମିର ରୟତ ଅଟେ ।
    • ଅନ୍ୟ କୌଣସି ଶ୍ରେଣୀୟ ।

“ରୟାଲିଟି”, ମୃତ – ଖଜଣା ଇତ୍ୟାଦିର ପ୍ରଦାନ ନିମନ୍ତେ ଦାୟିତ୍ଵ

ପଟ୍ଟାଧାରୀ ବ୍ୟକ୍ତି ମୃତ – ଖଜଣା, ଭୂ-ପୃଷ୍ଠ ଖଜଣା, “ରୟାଲିଟି” ଏବଂ କ୍ଷତିପୂରଣୀୟ ବନୀକରଣ ନିମନ୍ତେ ଶୁକ୍ଳ, ନିମ୍ନ ହାରରେ ପ୍ରଦାନ କରିବେ, ଯଥା-

  1. କୌଣସି କ୍ଵାରୀ- ପଟ୍ଟା ଧାରଣକାରୀ ବ୍ୟକ୍ତି ପ୍ରତ୍ୟେକ ବର୍ଷ ସରକାରଙ୍କୁ ପଟ୍ଟା ଦଲିଲରେ ଅନ୍ତର୍ଭୁକ୍ତ ସମସ୍ତ ଅଞ୍ଚଳ ନିମନ୍ତେ ସୂଚୀ -୧ରେ ଧାର୍ଯ୍ୟ ହାରରେ ,ମୃତ- ଖଜଣା ଏବଂ ଭୂ-ପୃଷ୍ଠ ଖଜଣା ପ୍ରଦାନ କରିବେ ।
  2. ଉଲ୍ଲେଖ ଯେ, ଉକ୍ତ ସୂଚୀରେ କୌଣସି ସଂଶୋଧନ ଦ୍ଵାରା , ସମାୟନୁକ୍ରମେ ସୂଚୀ -୧ ରେ ଧାର୍ଯ୍ୟ ହାରକୁ , ସରକାର ସଂଶୋଧନ କରିପାରନ୍ତି, ମାତ୍ର ସର୍ବଶେଷ ଥର ନିମନ୍ତେ ଧାର୍ଯ୍ୟ ହାର ତାରିଖରୁ ତିନିବର୍ଷ ସମ୍ପତି ହେବା ପୂର୍ବରୁ , ଏପରି କୌଣସି ପରିବର୍ତ୍ତନ କରାଯିବ ନାହିଁ  ।

    ଆହୁରି, ଉଲ୍ଲେଖଥାଉ ଯେ, ଯଦି କୌଣସି କାରଣ ଯୋଗୁଁ , ଯେତେବେଳେ ଏପରି ହାରକୁ ଶେଷଥର ସଂଶୋଧନ କରାଯାଇଥିଲା, ସେହି ତାରିଖରୁ ତିନିବର୍ଷ ପରେ ସୂଚୀ-୧ ରେ ଧାର୍ଯ୍ୟ ମୃତ- କହଜାନା ଏବଂ ଭୂ-ପୃଷ୍ଠ ଖଜଣା ହାର ସଂଶୋଧିତ ନହୁଏ ତା ହେଲେ ଚତୁର୍ଥ ବର୍ଷ ଠାରୁ ତା ଉପରେ ଚାଳିଶ ପ୍ରତିଶତ ବୃଦ୍ଧି,ମନକୁମାନ କରାଯିବ  ।

    ଆହୁରି ମଧ୍ୟ ଉଲ୍ଲେଖ ଥାଉ ଯେ, ଯେଉଁ ସ୍ଥଳରେ କୌଣସି କ୍ଵାରୀ- ପଟ୍ଟା ଧାରଣକାରୀ ବ୍ୟକ୍ତି, ଅପସାରିତ କିମ୍ବା ବ୍ୟବହୃତ କୌଣସି କ୍ଷୁଦ୍ର ଖଣିଜ ପଦାର୍ଥ ନିମନ୍ତେ  “ରୟାଲିଟି” ପ୍ରଦାନ କରିବା ନିମନ୍ତେ ଦାୟୀ ହୁଅନ୍ତି , ସେପରିସ୍ଥଳେ ସେ ଏପରି “ରୟାଲିଟି” କିମ୍ବା ସେହି ଅଞ୍ଚଳ ସଂବନ୍ଧରେ ମୃତ- ଖଜଣା ପ୍ରଦାନ କରିବେ, ତନ୍ମଧ୍ୟରୁ ଯେଉଁଟି ଉଚ୍ଚତର ହୋଇଥିବ ।

  3. ସୂଚୀ- ୨ରେ ଧାର୍ଯ୍ୟ ହାରରେ , ପଟ୍ଟାଭୁକ୍ତ ଅଞ୍ଚଳରୁ ଅପସାରିତ କ୍ଷୁଦ୍ର ଖଣିଜ ଦ୍ରବ୍ୟ ଉପରେ  “ରୟାଲିଟି” ଧାର୍ଯ୍ୟନୀୟ ହେବ ।
  4. ଉଲ୍ଲେଖଥାଉ ଯେ, ରାଜ୍ୟ ସରକାର  କାର୍ଯ୍ୟ।ଳୟ ଗେଜେଟରେ ବିଜ୍ଞପ୍ତି ଦ୍ଵାରା ହାରର ବର୍ଦ୍ଧନ କିମ୍ବା ହ୍ରାସକରଣ ନିମନ୍ତେ ସୂଚୀ -୨କୁ ସଂଶୋଧନ କରିପାରନ୍ତି, ଯାହା ଅନୁଯାୟୀ କୌଣସି ଖଣିଜ ଦ୍ରବ୍ୟ ନିମନ୍ତେ “ରୟାଲିଟି” ଦେୟ ଅଟେ, ମାତ୍ର ସର୍ବଶେଷଥର ସଂଶୋଧିତ ହାର ତାରିଖରୁ, ତିନିବର୍ଷ ସମାପ୍ତି  ପୂର୍ବରୁ ଏପରି କୌଣସି ପରିବର୍ଦ୍ଧନ କରାଯିବ ନାହିଁ ।

    ଆହୁରି ଉଲ୍ଲେଖଥାଉ ଯେ ,ଯଦି ସେହି ତାରିଖରୁ ତିନିବର୍ଷ ସମାପ୍ତି ପରେ,  ସୂଚୀ-୨ରେ ଧାର୍ଯ୍ୟ  “ରୟାଲିଟି” ହାର ସଂଶୋଧନ ହୁଏ ନାହିଁ; ଏବଂ ତାହା କୌଣସି କାରଣ ଯୋଗୁଁ ହୋଇଥାଏ, ସେପରିସ୍ଥଳେ ଚତୁର୍ଥବର୍ଷରୁ, ତା ଉପରେ ଚାଳିଶ ପ୍ରତିଶତ ବୃଦ୍ଧି ମନକୁ ମନ ହେବ ।

  5. ଭୂପୃଷ୍ଠ ଖଜଣା  ମୃତ- ଖଜଣା କିମ୍ବା  “ରୟାଲିଟି “ ଅଧିକନ୍ତୁ, ପଟ୍ଟାଧାଡ଼ି ବ୍ୟକ୍ତି କ୍ଷତିପୂରଣୀୟ ବନୀକାରଣ ନିମନ୍ତେ ସେହି, ହାରରେ ଶୁକ୍ଳ ପ୍ରଦାନ କରିବେ, ଯେପରି ସମୟାନୁକ୍ରମେ, ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇପାରେ ।

କ୍ଵାରୀ- ପଟ୍ଟାର ସର୍ତ୍ତାବଳୀ

  1. ପଟ୍ଟାଧାରୀ ବ୍ୟକ୍ତି, ବର୍ଷର ଅବୟସ୍ତ ଅଂଶ ନିମନ୍ତେ, ପଟ୍ଟା ଦଲିଲର ସଂପାଦାନ ତାରିଖରୁ ପନ୍ଦର ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ, ଭୂ ପୃଷ୍ଠ ଖଜଣା ପ୍ରଦାନ କରିବେ ଏବଂ ତାପରେ ଏପରି ବାର୍ଷିକ ଖଜଣା, ପ୍ରତ୍ୟେକ ବର୍ଷର ୧୫ ଜାନୁୟାରୀରେ କିମ୍ବା ପୂର୍ବରୁ ପ୍ରଦାନ କରିବେ ।
  2. ପଟ୍ଟାଧାରୀ ବ୍ୟକ୍ତି, ବର୍ଷର ଅବଶିଷ୍ଟ ସମୟ ନିମନ୍ତେ, ପଟ୍ଟା- ଦଲିଲ ସମ୍ପାଦନ ତାରିଖରୁ ପନ୍ଦର ଦିନ ମଧ୍ୟରେ ମୃତ- ଖଜଣା ପ୍ରଦାନ କିବେ ଏବଂ ତାପରେ ବାର୍ଷିକ ମୃତ – ଖଜଣା, ପ୍ରତ୍ୟେକ ବର୍ଷ  ୧୫ ଜାନୁୟାରୀରେ କିମ୍ବା ତା ପୂର୍ବରୁ ପ୍ରଦାନ କରିବେ ।  ତାଙ୍କ ଦ୍ଵାରା  “ଦେୟ“ରୟାଲିଟି“ ର ଏକ ହିସାବ ଦକ୍ଷ ଅଧିକାରୀଙ୍କ ଦ୍ଵାରା ରଖାଯିବ ଏବଂ ଯେତେଶୀଘ୍ର ତାଙ୍କ ଦ୍ଵାରା ଦେୟ “ରୟାଲିଟି” ତାଙ୍କ ଦ୍ଵାରା ପୂର୍ବରୁ ପ୍ରଦାନ କରାଯାଇଥିବା ମୃତ- ଖଜଣାର ସମାନ କିମ୍ବା ଅଧିକହୁଏ, ସେପରିସ୍ଥଳେ କେବଳ “ରୟାଲିଟି“ ପ୍ରଦାନ କରି, କ୍ଷୁଦ୍ର ଖଣିଜ ଦ୍ରବ୍ୟକୁ ଅପସାରଣ କରିବେ ।  ତାଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଅଗ୍ରୀମ ମୃତ- ଖଜଣା “ରୟାଲିଟି” ଅର୍ଥ ରାସୀରେ ମିଶ୍ରିତ ହୋଇଛି ବୋଲି ଧରାଯିବ, ଯାହା ପ୍ରଦାନ କରିବା ନିମନ୍ତେ ସେ ଦାୟୀ ଥିଲେ ।
  3. ପଟ୍ଟାକୁ କାର୍ଯ୍ୟକରି କରିବା ସମୟରେ, ତାଙ୍କ ଦ୍ଵାରା ଘଟାଯାଇଥିବା କ୍ଷତି କିମ୍ବା ବିଶୃଙ୍ଖଳା ନିମନ୍ତେ ପଟ୍ଟାଧାରୀ ବ୍ୟକ୍ତି, ସରକାରଙ୍କୁ କ୍ଷତିଉଡ଼ାନ ପ୍ରଦାନ କରି ଏବଂ ଏପରି କ୍ଷତି କିମ୍ବା ବିଶୃଙ୍ଖଳା ସମ୍ବନ୍ଧରେ, ତୃତୀୟପକ୍ଷ ଦ୍ଵାରା କରାଯାଇଥିବା ସମସ୍ତ ଦାଇ ବିରୁଦ୍ଧରେ, ସରକାରଙ୍କୁ ଭରଣା କରିବେ  ।
  4. ପଟ୍ଟା ଚୁକ୍ତିର ସମ୍ପାଦନ ତାରିଖରୁ ତିନିମାସ ମଧ୍ୟରେ, କ୍ଵାରୀ କାର୍ଯ୍ୟ ଆରମ୍ଭ ହେବ । ତାପରେ ପଟ୍ଟାଧାରୀ ବ୍ୟକ୍ତି କ୍ଵାରୀ କାର୍ଯ୍ୟକୁ, ଉପଯୁକ୍ତ ଭାବେ ନିପୁଣଭାବେ ଏବଂ କୁଶଳୀଭାବେ ପରିଚାଳନ କରିବେ ।
  5. ଯଦି ପଟ୍ଟାଧାରୀ ବ୍ୟକ୍ତି, ଲଗାତର ଛଅମାସ ପର୍ଯ୍ୟନ୍ତ କ୍ଵାରୀ କାର୍ଯ୍ୟ କରନ୍ତି ନାହିଁ, ସେପରିସ୍ଥଳେ ଏପରି ପଟ୍ଟାକୁ ନାକଚ କରାଯିବ, ଯଦି ଯଥାଯଥ କାରଣ ଉପରେ ଦକ୍ଷ ଅଧିକାରୀଙ୍କ ଦ୍ଵାରା, ଏପରି ବନ୍ଦକରଣ ନିମନ୍ତେ ପୂର୍ବ ଅନୁମତି ମଞ୍ଜୁର କରାନଯାଏ   ।
  6. ଅନ୍ୟାନ୍ୟ ସଠିକ ରିହାତି ବ୍ୟକ୍ତିଙ୍କୁ ପଟ୍ଟାଧାଡ଼ି ବ୍ୟକ୍ତି , ପ୍ରବେଶ ନିମନ୍ତେ ଯଥାଯଥ ସୁଯୋଗ ପ୍ରଦାନ କରିବେ ।
  7. ଯଦି ପଟ୍ଟାଭୁକ୍ତ ଅଞ୍ଚଳରେ, ପଟ୍ଟାରେ ଅନ୍ତର୍ଭୁକ୍ତ ନଥିବା କୌଣସି କ୍ଷୁଦ୍ର ଖଣିଜ ପଦାର୍ଥ ଆବିଷ୍କାର କରାଯାଏ, ସେପରିସ୍ଥଳେ ପଟ୍ଟାଧାରୀ ବ୍ୟକ୍ତି ତତକ୍ଷଣାତ ଉକ୍ତ ବିଷୟ ଦକ୍ଷ ଅଧିକାରି ଏବଂ ନିର୍ଦ୍ଦେଶକଙ୍କୁ ସୂଚିତ କରିବେ  । ଲିଖିତଭାବେ, ଦକ୍ଷ ଅଧିକାରୀଙ୍କ ଅନୁମତି କିମ୍ବା କୌଣସି ଉପଯୁକ୍ତ ପଟ୍ଟା କିମ୍ବା ପରମିଟ ଗ୍ରହଣ ନକରି ପଟ୍ଟାଧାଡ଼ି ବ୍ୟକ୍ତି ଏପରି କ୍ଷୁଦ୍ର ଖଣିଜ ପଦାର୍ଥ ବିକ୍ରି କରିପାରିବେ ନାହିଁ କିମ୍ବା ନିଜ ବ୍ୟବହାରରେ ଲଗାଇବେ ନାହିଁ   । ଯଦି ଏପରି ଆବିଷ୍କାର ତାରିକରୁ ତିନିମାସ ମଧ୍ୟରେ ଏପରି ନୂତନ ଭାବେ ଆବିଷ୍କାର କ୍ଷୁଦ୍ର ଖଣିଜ ଦ୍ରବ୍ୟ ଉତ୍ତୋଳନ ନିମନ୍ତେ କୌଣସି ପଟ୍ଟା କିମ୍ବା ପରମିଟ ନିମନ୍ତେ ଆବେଦନ କରିବାରେ ସେ ଅକୃତକାର୍ଯ୍ୟ ହୁଅନ୍ତି କିମ୍ବା ଯଦି ଉକ୍ତ କ୍ଷୁଦ୍ର ଖଣିଜ ଦ୍ରବ୍ୟ ଉପରେ କାର୍ଯ୍ୟ ନକରିବାକୁ ଘୋଷଣା ନକରନ୍ତି, ସେପରିସ୍ଥଳେ, ଦକ୍ଷ ଅଧିକାରୀ ଉକ୍ତ ଉଦ୍ଦେଶ୍ୟରେ, ଏହି ନିୟମାବଳିରେ ଧାର୍ଯ୍ୟ ପଦ୍ଧତି ପରିପାଳନକରି, ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଉକ୍ତ କ୍ଷୁଦ୍ର କହଣିଜ ଦ୍ରବ୍ୟ ସମ୍ବନ୍ଧରେ, ପଟ୍ଟା କିମ୍ବା ପରମିଟ ମଞ୍ଜୁର କରିପାରନ୍ତି   ।
  8. ଉଲ୍ଲେଖଥାଉ ଯେ, ଯଦି ଆବିଷ୍କାର ଖଣିଜ ଦ୍ରବ୍ୟ, ଏକ ଖଣିଜ ଦ୍ରବ୍ୟ ନ ହୋଇଥାଏ, ସେପରିସ୍ଥଳେ କେବଳ ଏହି କାରଣ ଉପରେ ଯେ, ଏପରି ଜମି ତାଙ୍କର ପୂର୍ବ ପଟ୍ଟାରେ ଅନ୍ତର୍ଭୁକ୍ତ, ନୂତନ ଖଣିଜ ଦ୍ରବ୍ୟ ନିମନ୍ତେ କୌଣସି ପଟ୍ଟା ଗ୍ରହଣ କରିବା ଉଦ୍ଦେଶ୍ୟରେ ପ୍ରାଥମିକତା ନିମନ୍ତେ ହକଦାର ହେବେ ନାହିଁ ।

  9. ନିମ୍ନଲିଖିତ ଦୂରତା ମଧ୍ୟରେ କୌଣସି ସ୍ଥାନରେ, ପଟ୍ଟାଧାରୀ ବ୍ୟକ୍ତି କୌଣସି କ୍ଵାରୀ କାର୍ଯ୍ୟ କରିବେ ନାହିଁ କିମ୍ବା କରିବା ନିମନ୍ତେ ଅନୁମୋଦନ କରିବେ ନାହିଁ   ।
    • କୌଣସି ରେଳଧାରଣାରୁ ଏକଶହ ମିଟର  (ସମ୍ପୃକ୍ତ ରେଳୱେ ପ୍ରଶାସନର ଲିଖିତ ଅନୁମତି ବ୍ୟତୀତ), ଜାତୀୟ ରାଜ୍ୟ,ରାଜ୍ୟ-ରାଜ୍ୟ, ସ୍ମୃତିସ୍ତମ୍ଭ କିମ୍ବା କୌଣସି ଜଳାଶୟ; କିମ୍ବା
    • କୌଣସି ଜଳାଶୟ, କେନାଲ, ରାସ୍ତା, ଠାରୁ ପଚାଶ ମିଟର ଦୂରତା ମଧ୍ୟରେ  (କୌଣସି ଜାତୀୟ କିମ୍ବା ରାଜ୍ୟ ରାଜପଥ କିମ୍ବା ଅନ୍ୟ ସର୍ବସାଧାରଣ କାର୍ଯ୍ୟ କିମ୍ବା ଅଟ୍ଟାଳିକା କିମ୍ବା ଜନବସତି ଅଞ୍ଚଳ ବ୍ୟତୀତ)  ଏବଂ ତାହା କଲେକ୍ଟରଙ୍କ ପୂର୍ବ ଅନୁମତି ବ୍ୟତୀତ । ରେଳୱେ ପ୍ରଶାସନ କିମ୍ବା କଲେକ୍ଟର, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ଏପରି ସର୍ତ୍ତାବଳୀ ଉପରେ, ଏପରି ଅନୁମତି ମଞ୍ଜୁର କରିପାରନ୍ତି, ଯେପରି ଏହା କିମ୍ବା ସେ ଧାର୍ଯ୍ୟ କରିପାରନ୍ତି ।
  10. ପଟ୍ଟା ଅଧୀନରେ ଧାରୀତି ଜମି ଉପରେ କୌଣସି ରାସ୍ତା, ରେଲୱେ କିମ୍ବା କେନାଲ, ବନ୍ଧ ନିର୍ମାଣ କରିବା କିମ୍ବା ବିଦ୍ୟୁତ କିମ୍ବା ଟେଲିଫୋନ ଲାଇନ ଟାଣିବା କିମ୍ବା ବିଛାଇବା ଅଧିକାର ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କର ରହିବ  ।
  11. ଉଲ୍ଲେଖଥାଉ ଯେ, ଏପରି ଅଧିକାରୀ ପରିଚାଳନା କରିବା ପୂର୍ବରୁ, ପଟ୍ଟାଧାରୀ ବ୍ୟକ୍ତିଙ୍କୁ ଖୁବ କମରେ ଷାଠିଏ ଦିନିଆ ସୂଚନା ପ୍ରଦାନ କରାଯିବ ଏବଂ ଏପରିଭାବେ ବ୍ୟବହୃତ ଅଞ୍ଚଳକୁ, ପଟ୍ଟା ଅଧିନରେ ଧାରିତ ଅଞ୍ଚଳରୁ ବହିର୍ଭୂତ କରାଯିବ   ।

  12. କ୍ଵାରୀ –କାର୍ଯ୍ୟ ନିମନ୍ତେ ଆବଶ୍ୟକ କୌଣସି ଅଟ୍ଟାଳିକା ଏବଂ ଅନ୍ୟ ନିର୍ମାଣ, ପଟ୍ଟାଧାରୀ ବ୍ୟକ୍ତି, ତାଙ୍କୁ ମଞ୍ଜୁର କରାଯାଇଥିବା ଅଞ୍ଚଳ ଉପରେ ଉତଥାନ କରିପାରନ୍ତି, ଯଦି ସେ, ଏପରି ଆଦେଶ ନିର୍ଗମକାରୀ ଦକ୍ଷ ଅଧିକାରୀଙ୍କ ଦ୍ଵାରା ନିର୍ଗମ କରାଯାଇଥିବା କୌଣସି ଆଇନ ସମ୍ମତ ଆଦେଶକୁ ଅବଜ୍ଞା ନକରନ୍ତି  ।
  13. ପଟ୍ଟାଭୁକ୍ତ ଅଞ୍ଚଳକୁ ପୃଥକ ରଖିବା ନିମନ୍ତେ, ପଟ୍ଟାଧାରୀ ବ୍ୟକ୍ତି, ନିଜ ଖର୍ଚ୍ଚ ସୀମା ଚିହ୍ନ ଏବଂ ଖୁଣ୍ଟ ଉତଥାନ କରିବେ ସେଗୁଡିକୁ ଉତ୍ତମ ଅବସ୍ଥାରେ ରଖିବେ ।
  14. ଜଙ୍ଗଲ କିମ୍ବା ବନ ଅଙ୍କହଳରେ କୌଣସି କାର୍ଯ୍ୟ କରିବା ନିମନ୍ତେ ପଟ୍ଟାଧାରୀ ବ୍ୟକ୍ତି,  ବନ ବିଭାଗର ଦକ୍ଷ ଅଧିକାରୀଙ୍କ ଅନୁମତିଗ୍ରହଣ କରିବେ ।
  15. କ୍ଵାରୀ କାର୍ଯ୍ୟ ଏବଂ କ୍ଵାରୀ କାର୍ଯ୍ୟ ନିମନ୍ତେ ନିଯୁକ୍ତ ବ୍ୟକ୍ତିମାନଙ୍କର ତଥା ସର୍ବସାଧାରଣଙ୍କ ନିରାପତ୍ତା, ସ୍ୱାସ୍ଥ୍ୟ, ଏବଂ ସୁବିଧା କୁ  ପ୍ରଭାବିତ କରୁଥିବା ବିଷୟ ସମ୍ବନ୍ଧରେ, ସେତେବେଳେ ବଳବତ୍ତର ଥିବା ସମସ୍ତ ଆଇନର ବ୍ୟବସ୍ଥାବଳିକୁ, ପଟ୍ଟାଧାରୀ ବ୍ୟକ୍ତି ପାଳନ କରିବେ କିମ୍ବା ମଣାଇବେ । ସେ ମଧ୍ୟ ରାସ୍ତା, ଜଳ ଏବଂ ଅନ୍ୟାନ୍ୟ ଯାତାୟାତ ସମ୍ବନ୍ଧୀୟ ବିଦ୍ୟମାନ ଆଇନ ମାଣିବେ ଏବଂ “ଲାଟ ରାଇଟି କ୍ଵାରୀ” କାର୍ଯ୍ୟରେ ଯେକୌଣସି ବ୍ୟକ୍ତିଚଳିତ କଟାଯନ୍ତ୍ର କିମ୍ବା ଅନ୍ୟ ଯନ୍ତ୍ର ବ୍ୟବହାର କରିବେ ନାହିଁ ।
  16. କ୍ଵାରୀ କାର୍ଯ୍ୟ ଦ୍ଵାରା ଉତ୍ତୋଳନ କରାଯାଉଥିବା ଏବଂ ପ୍ରେରଣ କରାଯାଉଥିବା କ୍ଷୁଦ୍ର ଖଣିଜ ପଦାର୍ଥର ଏକ ସଠିକ ହିସାବ, ପଟ୍ଟାଧାରୀ ବ୍ୟକ୍ତି ରଖିବେ ଏବଂ ଚାରିମାସରେ ଥରେ ଫର୍ମ – “ଟି” ରେ, ରିଟର୍ଣ୍ଣ ଏବଂ ଫର୍ମ “ଡବ୍ୟୁ”ରେ ବାର୍ଷିକ ରିଟର୍ଣ୍ଣ , ଦକ୍ଷ ଅଧିକାରୀ ଏବଂ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିବେ ।
  17. ଦକ୍ଷ ଅଧିଆକରି ଏବଂ ନିର୍ଦ୍ଦେଶକ କିମ୍ବା ସେମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତିଙ୍କ ଦ୍ଵାରା କ୍ଷମତାୟୀତ ଅନ୍ୟ କୂଅନାସି ଉଚ୍ଚକର୍ମଚାରୀଙ୍କୁ ପଟ୍ଟାଭୁକ୍ତ ଜମିରେ କ୍ଵାରୀ କାର୍ଯ୍ୟ ଏବଂ ପଟ୍ଟାର କାର୍ଯ୍ୟକରିତା ସଂବନ୍ଧରେ ହିସାବ ଏବଂ ନଥିପତ୍ର ପରିଦର୍ଶନ କରିବା ନିମତନେ, ଯଥାଯଥ ସୁଯୋଗ ପ୍ରଦାନ କରିବେ । ଖଣିଜ ଦ୍ରବ୍ୟର ବାଜେ ଉତ୍ତୋଳନକୁ ପ୍ରତିବନ୍ଧିତ କରିବା ଏବଂ ନିୟମାବଳିର ବ୍ୟବସ୍ଥାବଳିର ପରିପାଳନକୁ ନିଶ୍ଚିତ କରିବା ନିମନ୍ତେ, ଏପରି ଉଚ୍ଚକର୍ମଚାରୀ, ନିର୍ଦ୍ଦେଶାବଳି ନିର୍ଗମ କରିପାରନ୍ତି ଏବଂ ସମୟ ଧାର୍ଯ୍ୟ କରିପାରନ୍ତି, ଯାହାକି ତିରିଶ ଦିନରୁ ଅଧିକ ହେବ ନାହିଁ, ଯେଉଁ ସମୟ ମଧ୍ୟଏ, ଏପରି ନିର୍ଦ୍ଦେଶାବଳି କୁ ପରିପକାନ କରାଯିବ । ଯଦି ପଟ୍ଟାଧାରୀ ବ୍ୟକ୍ତି, ପରିଦର୍ଶନ ନିମନ୍ତେ, ପରିଦର୍ଶନକାରୀ ଉଚ୍ଚକର୍ମଚାରୀଙ୍କୁ ଯଥାଯଥା ସୁଯୋଗ ପ୍ରଦାନ ନକରନ୍ତି, କିମ୍ବା ଧାର୍ଯ୍ୟ ସମାୟା ସୀମା ମଧ୍ୟରେ ଏପରି ନିର୍ଦ୍ଦେଶାବଳିକୁ ପରିପାଳନ ନକରନ୍ତି, ସେପରିସ୍ଥଳେ ଦକ୍ଷ ଅଧିକାରୀ, ପଟ୍ଟାଧାରୀ ବ୍ୟକ୍ତିଙ୍କ  ଦ୍ଵାରା ପ୍ରଦାନ କରାଯାଇଥିବା ସମସ୍ତ ଅମାନତ କିମ୍ବା ଆଂଶିକ ଅମାନତକୁ ବ୍ୟାଜ୍ୟାପ୍ତ କରିପାରନ୍ତି କିମ୍ବା ପାଞ୍ଚ ଯାହାର ଟଙ୍କା ଠାରୁ  (ଊର୍ଦ୍ଧ୍ଵ ନୁହେଁ) ଜୋରିମାନା ଧାର୍ଯ୍ୟ କରିପାରନ୍ତି ଏବଂ ପଟ୍ଟାକୁ ନାକଚ କରିପାରନ୍ତି ଏବଂ ଜମା ଅମାନତକୁ ବ୍ୟାଜ୍ୟାପ୍ତି କରିପାରନ୍ତି ।
  18. କ୍ଷତ କିମ୍ବା ଜୀବନହାନୀ କିମ୍ବା ସଂପତ୍ତି ପ୍ରତି କ୍ଷତି ଅନ୍ତର୍ଭୁକ୍ତ କରୁଥିବା ସମସ୍ତ ଦୁର୍ଘଟଣାକୁ, ଜିଲ୍ଲା କଲେକ୍ଟରଙ୍କୁ ତୁରନ୍ତ ସୂଚିତ କରାଯିବ   ।
  19. ଯଦି ଏପରି ଅର୍ଥ ପ୍ରଦାନ ନିମନ୍ତେ ପଟ୍ଟା ଚୁକ୍ତିରେ ଧାର୍ଯ୍ୟ ତାରିଖ ବାହାରେ ଏକମାସ ନିମନ୍ତେ, ଏହି ପଟ୍ଟା ଚୁକ୍ତି ଅନୁଯାୟୀ ଦେୟ ସରକାରୀ ପ୍ରାପ୍ୟ ପ୍ରଦାନ କାରାନଯାଏ, ସେପରିସ୍ଥଳେ ଦକ୍ଷ ଅଧିକାରୀ କିମ୍ବା ତାଙ୍କ ଦ୍ଵାରା କ୍ଷମତାୟୀତ କୌଣସି ଉଚ୍ଚକର୍ମଚାରୀ, ପଟ୍ଟାଭୁକ୍ତ ଜମିରେ ପ୍ରବେଶ କରିପାରନ୍ତି ଏବଂ ସମସ୍ତ କିମ୍ବା ଯେକୌଣସି କ୍ଷୁଦ୍ର ଖଣିଜପଦାର୍ଥ କିମ୍ବା ଅନ୍ୟ ଅସ୍ଥାବର ସଂପତ୍ତି କ୍ରୋଜ କରିପାରନ୍ତି ଏବଂ ଏପରି କ୍ରୋଜ କ୍ଷୁଦ୍ର, ଖଣିଜ ପଦାର୍ଥ କିମ୍ବା ସଂପତ୍ତିକୁ ବିକ୍ରି କରିପାରନ୍ତି, ଯାହାକି ସରକାରଙ୍କର ସମସ୍ତ ପ୍ରାପ୍ୟ ଏବଂ ଅଣ- ପ୍ରଦାନ ଦ୍ଵାରା ଘଟିଥିବା ଖର୍ଚ୍ଚକୁ ଭରଣା କରିବା ନିମତନେ ଯଥେଷ୍ଟ ହେବ, ଯଦି ଏପରି କୌଣସି ସରକାରୀ ପ୍ରାପ୍ୟ, ଏପରି ଅର୍ଥ ପ୍ରଦାନ ନିମନ୍ତେ ପଟ୍ଟା ଚୁକ୍ତିରେ ଧାର୍ଯ୍ୟ ତାରିଖ ବାହାରେ, ଦୁଇମାସରୁ ଉର୍ଦ୍ଧ୍ଵ ସମୟ ନିମନ୍ତେ ପ୍ରଦାନ କରାନଯାଏ, ସେପରିସ୍ଥଳେ ଦକ୍ଷ ଅଧିଆକରି ପଟ୍ଟାକୁ ସମାପ୍ତ କରିପାରନ୍ତି ଏବଂ ଏପରି ପ୍ରାପ୍ୟର ଆଦାଯ କିମ୍ବା ଉଦ୍ଧାର ନିମନ୍ତେ ଓଡିଶା ସର୍ବସାଧାରଣ ଦାବି ଆଇନ ୧୯୬୨ ର ବ୍ୟବସ୍ଥାବଳୀ ଅନୁଯାୟୀ ଗ୍ରହଣ କରାଯାଇଥିବା କାର୍ଯ୍ୟ।ନୁଷ୍ଠାନରେ କୌଣସି କ୍ଷତି ନ ଘଟାଇ, ପୁନଃ ପ୍ରବେଶ ଦ୍ଵାରା, ପଟ୍ଟାଭୁକ୍ତ ଅଞ୍ଚଳକୁ ଦଖଲକୁ ନେଇପାରନ୍ତି   ।
  20. ପଟ୍ଟାଧାରୀ ବ୍ୟକ୍ତି ଦ୍ଵାରା ଉତ୍ତୋଳିତ କିମ୍ବା ସଂଗୃହିତ ସମସ୍ତ କ୍ଷୁଦ୍ର ଖଣିଜ ପଦାର୍ଥ ଉପରେ, ପ୍ରଚଳିତ ବଜାରଦର ହାରରେ କୌଣସି ବ୍ୟକ୍ତିକୁ ବିକ୍ରି କରିବା ଅଧିକାର ନିୟନ୍ତ୍ରଣକାରୀ ଅଧିକାରୀଙ୍କର ରହିବ ଏବଂ ଏପରି ଖଣିଜଦ୍ରବ୍ୟ ସମ୍ବନ୍ଧରେ, କୌଣସି ତୃତୀୟ ପକ୍ଷ ଦାବୀ ବିରୁଦ୍ଧରେ , ପଟ୍ଟାଧାରୀ ଙ୍କ ଦ୍ଵାରା ସେ ଭରଣା କରାଯିବେ ।
  21. ପଟ୍ଟା ଅବଧି କିମ୍ବା ସମାୟାର ଶେଷ ପୂର୍ବରୁ କିମ୍ବା ଏହାର ସମାପ୍ତିରେ ପଟ୍ଟାଧାରୀ ବ୍ୟକ୍ତି, ସମସ୍ତ ଉତ୍ତୋଳିତ କ୍ଷୁଦ୍ର ଖଣିଜ ପଦାର୍ଥ  ଅପସାରଣ କରିବେ; ଯଦି ଏହା ପୂର୍ବରୁ ସମାପ୍ତ କରାଯାଏ, ସେପରିସ୍ଥଳେ ଦୁଇମାସରୁ (ଉର୍ଦ୍ଧ୍ଵ ନୁହେଁ) ସମାୟା ମଧ୍ୟରେ ସମସ୍ତ ଦ୍ରବ୍ୟ ଏବଂ ଖଣିଜ ପଦାର୍ଥ ଅପସାରଣ କରିବେ କିମ୍ବା ଏ ସମ୍ବନ୍ଧରେ ଦକ୍ଷ ଅଧିକାରୀ ଯେପରି ଅନୁମୋଦନ କରିବେ । ଧାର୍ଯ୍ୟ ତାରିଖ ପରେ କିମ୍ବା ଦକ୍ଷ ଅଧିକାରୀଙ୍କ ଦ୍ଵାରା ଅନୁମୋଦିତ ସମାୟା ପରେ, ପଟ୍ଟା ଭୁକ୍ତ ଅଞ୍ଚଳ ମଧ୍ୟରେ ଥିବା ସମସ୍ତ କ୍ଷୁଦ୍ର ଖଣିଜ ପଦାର୍ଥ, ଯନ୍ତ୍ରପାତି, ଅଟ୍ଟାଳିକା ଏବଂ ଅନ୍ୟାନ୍ୟ ନିର୍ମାଣକୁ, ସରକାରଙ୍କ ସଂପତ୍ତି ବୋଲି ଧରାଯିବ । ଦକ୍ଷ ଅଧିକାରୀ , ସର୍ବସାଧାରଣ ନିଲାମରେ ଏପରି ସଂପତ୍ତିକୁ ବିକ୍ରି କରିବେ ଏବଂ ବିକ୍ରି ଲବ୍ଧ ଅର୍ଥକୁ, ନିୟନ୍ତ୍ରଣକାରୀ ଅଧିକାରୀଙ୍କ ଅନୁମୋଦନ ସହିତ, ସରକାରୀ ହିସାବରେ ଜମା କରିବେ ।
  22. ଯଦି କ୍ଷୁଦ୍ର ଖଣିଜ ପଦାର୍ଥ କ୍ଵାରୀ କରିବା ସମୟରେ, କୌଣସି ବୃହତ୍ତ ଖଣିଜପଦାର୍ଥ ମିଳେ, ସେପରିସ୍ଥଳେ ପଟ୍ଟାଧାରୀ ବ୍ୟକ୍ତି ତୁରନ୍ତ ଏ ବିଷୟ ଦକ୍ଷ ଅଧିକାରୀଙ୍କୁ ସୂଚିତ କରିବେ ଏବଂ ସେପରିସ୍ଥଳେ ପଟ୍ଟାଧାରୀ ବ୍ୟକ୍ତିଙ୍କୁ କୌଣସି କ୍ଷତିପୂରଣ ପ୍ରଦାନ କରାନଯାଇ, ପଟ୍ଟାକୁ ସମାପ୍ତି କରାଯିବ ।
  23. ମୃତ୍ତିକାର ବହୁଳ ଅବକ୍ଷୟକୁ ପ୍ରତିବନ୍ଧିତ କରିବା ନିମନ୍ତେ, ପଟ୍ଟାଧାରୀ ବ୍ୟକ୍ତି, ପାହାଡ- ଖସଡାର ଉପଯୁକ୍ତ ରକ୍ଷଣାବେକ୍ଷଣକୁ ନିଶ୍ଚିତ କରିବେ ଏବଂ ଖଣି ଆଇନ ୧୯୫୨ ଏବଂ ତତସଂକ୍ରାନ୍ତୀୟ ନିୟମାବଳୀ ତଥା ନିୟମିତକରାନରେ ବ୍ୟବସ୍ଥାୟୀତ ଏପରି ସମସ୍ତ ନିରାପତ୍ତା ପାଳନ କରିବେ ।
  24. ଉପଯୁକ୍ତ ବାତାବରଣ ନିରାପତ୍ତା ସହିତ,କ୍ଵାରୀ ମାଲିକ,ଖଣି କାର୍ଯ୍ୟ କରିବେ ଏବଂ ପଟ୍ଟାଭୁକ୍ତ ଅଞ୍ଚଳରେ, ମୃତ୍ତିକା ଉଦ୍ଧାର ଏବଂ ବୃକ୍ଷରୋପଣ ନିମନ୍ତେ ଏପରି ପଦକ୍ଷେପ ଗ୍ରହଣ କରିବେ, ଯେପରି ଗ୍ରାନାଇଟି ସଂରକ୍ଷଣ ଏବଂ ଉନ୍ନୟନ ନିୟମାବଳୀ,୧୯୯୯ ର ନିୟମାବଳୀ ୨୯ ରୁ ୩୭ରେ ଧାର୍ଯ୍ୟ କରାଯାଇଛି ।
  25. ପଟ୍ଟାର ସ୍ଥିତାବସ୍ତାରେ, ଜଣେ ପଟ୍ଟାଧାରୀ ବ୍ୟକ୍ତିଭାବେ, ତାଙ୍କର କାର୍ଯ୍ୟ କିମ୍ବା ତ୍ରୁଟି ନିମନ୍ତେ କିମ୍ବା ତ୍ରୁଟିରୁ ଉଦ୍ରେକ କୌଣସି ଦାୟିତ୍ଵ, କ୍ଷତିପୂରଣ ଇତ୍ୟାଦି ନିମନ୍ତେ ପଟ୍ଟାଧାରୀ ବ୍ୟକ୍ତି, ସରକାରଙ୍କୁ ଭରଣା କରିବେ ।
  26. ଏହି ନିୟମା ଅନୁଯାୟୀ, କ୍ଷୁଦ୍ର ଖଣିଜ ପଦାର୍ଥଭାବେ “ରୟାଲିଟି” ପ୍ରଦାନ ଉପରେ କୌଣସି ପ୍ରତ୍ୟାଖିତ କିମ୍ବା ନ୍ୟୁନମାନର ବୃହତ ଖଣିଜ ପଦାର୍ଥକୁ ଅପସାରଣ କରାଯିବ ନାହିଁ ।
  27. ଯଦି ପଟ୍ଟାରେ ପ୍ରଦାନ କରାଯାଇଥିବା ଜମି, ଏକ ସର୍ବସଦାହରଣ ଜମି ହୋଇଥାଏ, ସେପରିସ୍ଥଳେ ପଟ୍ଟାଧାରୀ ବ୍ୟକ୍ତି ଏପରି ଠିକ ଏବଂ ଯଥାଯଥ କ୍ଷତିପୂରଣ ପ୍ରଦାନ କରିବେ, ଯେପରି ପଟ୍ଟାଧାରୀ ବ୍ୟକ୍ତି ଏବଂ ଜମିମାଲିକଙ୍କ ମଧ୍ୟରେ ସମ୍ମତ ହୋଇଥିବ ।
  28. ନିୟନ୍ତ୍ରଣକାରୀ ଅଧିକାରୀଙ୍କ ଅନୁମୋଦନ ସହିତ, ଦକ୍ଷ,ଅଧିକାରୀ, ପଟ୍ଟା- ଚୁକ୍ତିରେ ଏପରି ଅନ୍ୟ ସର୍ତ୍ତାବଳୀ ଅନ୍ତର୍ଭୁକ୍ତ କରିପାରନ୍ତି ।

ଫର୍ମ

"ଫର୍ମ"ସମ୍ବନ୍ଧରେ ସୂଚନା ।

ଆଧାର- ଦି ଲ ହାଉସ

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate