ମଧ୍ୟସ୍ଥଙ୍କ ଜମିରେ ଥିବା ସମସ୍ତ ଅଧିକାର , ସତ୍ତ୍ଵ ଏବଂ ସ୍ଵାର୍ଥ ସହିତ ଓଡିଶା ରାଜ୍ୟ ଆରବିଏମ ରୟତିଙ୍କ ମଧ୍ୟରେ ଥିବା ବନ୍ଧକ ଗୃହିତା ଏବଂ ପଟ୍ଟାଧାରୀଙ୍କ ସ୍ଵାର୍ଥର ଉଚ୍ଛେଦ ଏବଂ ଉକ୍ତ ଅଧିକାର, ସତ୍ତ୍ଵ ଏବଂ ସ୍ଵାର୍ଥ,ଓଡିଶା ରାଜ୍ୟରେ ନ୍ୟସ୍ତ କରିବାକୁ ବ୍ୟବସ୍ଥାୟୀତ କରିବା ତଥା ସେଥି ସହ ସମ୍ପୃକ୍ତ ଅନ୍ୟାନ୍ୟ ବିଷୟ ନିମନ୍ତେ ମଧ୍ୟ ବ୍ୟବସ୍ଥା କରିବା ନିମନ୍ତେ, ଏକ ଆଇନ ।
ଯେହେତୁ, ଭାରତୀୟ ସମ୍ବିଧାନ ଦ୍ଵାରା ଉଲ୍ଲେଖିତ, ରାଜ୍ୟ ନୀତିର ନିର୍ଦ୍ଦେଶ ନୀତି ଅନୁଯାୟୀ, ଏହା ରାଜ୍ୟ ନିମନ୍ତେ ବାଧ୍ୟତାମୂଳକ ଅଟେ ଯେ , ଏହା ସମସ୍ତଙ୍କ ନିମନ୍ତେ ଆର୍ଥିକ ନ୍ୟାୟ ଆହରଣ କରିବା ଏବଂ ସେହି ଉଦ୍ଦେଶ୍ୟରେ ,ସମ୍ପ୍ରଦାୟର ସମସ୍ତ ବାସ୍ତବ ଉତ୍ସର ମାଲିକାନା ଏବଂ ନିୟନ୍ତ୍ରଣ ଗ୍ରହଣ କରିବ, ଯାହା ଫଳରେ ତାହା ସାଧାରଣଙ୍କ ସ୍ଵାର୍ଥ ପରିପୂରଣ କରି ପାରିବ ଏବଂ ଧାନ କିମ୍ବା ସମ୍ପତି ଏବଂ ଉତ୍ପାଦନର ଉପାୟର, ଏକତ୍ରୀକରଣ କୁ ପ୍ରତିବନ୍ଧକ କରିପାରିବ।
ଏବଂ ଯେହେତୁ ରାଜ୍ୟକୁ ଉପରୋକ୍ତ ଦାୟିତ୍ଵ ସଂପାଦାନ କରିବା ନିମନ୍ତେ, ଏହା ଆବଶ୍ୟକ ଯେ, ମଧ୍ୟସ୍ଥଙ୍କ ଜମିରେ ଥିବା ସମସ୍ତ ଅଧିକାର, ସତ୍ଵ ଏବଂ ସ୍ଵାର୍ଥର ଉଚ୍ଛେଦ ନିମନ୍ତେ ବ୍ୟବସାଇଟ କରିବା, ତାହା ଯେଉଁ ନାମରେ ଜଣାଯାଇଥାଉ ଏବଂ ଏହା ସହୀତ୍ତ ଓଡିଶା ରାଜ୍ୟ ଆରବିଏମ ରୟତି ଙ୍କ ମଧ୍ୟରେ ବନ୍ଧକ ଗ୍ରହଣ ଏବଂ ପଟ୍ଟାଧାରୀଙ୍କର ଏପରି ସ୍ଵାର୍ଥର ଉଚ୍ଛେଦ କରି, ରାଜ୍ୟରେ ଉକ୍ତ ଅଧିକାର, ସତ୍ଵ ଏବଂ ସ୍ଵାର୍ଥ ନ୍ୟସ୍ତ କରିବା ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଷୟ ନିମନ୍ତେ ବ୍ୟବସ୍ଥାୟୀତ କରାଇବା ।
ଏତତଦ୍ଵାରା , ନିମ୍ନଭାବେ ଆଇନରେ ପରିରତ କରାଯାଉଛି ।
ଟିପ୍ପଣୀ
ଐତିହାସିକା ପ୍ରଚ୍ଛଦପଟ : ଅର୍ଥନୈତିକ ଉନ୍ନତି ନିମନ୍ତେ ଏବଂ ରାଜନୈତିକ ଚିନ୍ତାଧାରା ବିସ୍ତାରଣ ଏବଂ ସମ୍ବିଧାନର ଲକ୍ଷ ଏବଂ ଉଦ୍ଦେଶ୍ୟ ଉପରାଣ କରିବା ନିମନ୍ତେ ସାରାଦେଶ, ଜମିଦାରି ପ୍ରଥାର ଉଚ୍ଛେଦ କରିବା କିମ୍ବା ବହିସ୍କାର କରିବା ନିମନ୍ତେ, ବାଧ୍ୟ କରୁଥିଲା, ତେଣୁ, ଏହା ଚିନ୍ତା କରାଯାଇଥିଲା ଯେ କେତେକ ମୁଷ୍ଠୀମେୟ ଜମିଦାରଙ୍କ ଦ୍ଵାରା ଧାରିତ ଅନେକ ଜମି, ଯାହାର ପ୍ରକୃତ ବିତରଣ, ପ୍ରକୂଟ ଚାଷୀମାନନ କୁ ଦେବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି, ଯାହାକି ଗ୍ରାମୀଣ ଜନସଂଖ୍ୟାର ଅଧିକାଂଶଙ୍କର ମୁଖ୍ୟ ବୃତ୍ତି, ତାହା କୃଷି ଉନ୍ନୟନରେ ଗୁରୁତର ପ୍ରଭାବ ପକାଇଥିଲା । ଯଦିଓ ଅନେକ ରାଜ୍ୟ, ବର୍ତ୍ତମାନର ସମ୍ବିଧାନ ବଳବତ୍ତର ହେବା ପୂର୍ବରୁ, ଜମିଦାରୀ ଉଚ୍ଛେଦ ନିମନ୍ତେ ଆଇନ ପ୍ରଣୟନ କରିଥିଲେ । ଏହା ମଧ୍ୟ କଂଗ୍ରେସର ନୀତି ଥିଲା ଏବଂ ଓଡିଶା ରାଜ୍ୟ ସରକାର, ଏହାର ପ୍ରସ୍ତାବ ସଂଖ୍ୟା ୭୩୫୩ ତା ୧୫.୧୧.୧୯୪୬ ରେ ରାଜ୍ୟରେ ପ୍ରଚଳିତ ଜମି ରୟତି ପ୍ରଥା ଏବଂ ଭୂମି – ଖଜଣା ଉପରେ, ତାଙ୍କ ବିବରଣୀ ଦାଖଲ କରିବା ନିମନ୍ତେ, ଏକ ସମିତି ଗଠନ କରିଥିଲେ ଏବଂ ଏହା ମଧ୍ୟ ଉଲ୍ଲେଖର ଏକ ସର୍ତ୍ତ ଥିଲା ଯେ, ସମସ୍ତ ମଧ୍ୟସ୍ଥ – ସ୍ଵାର୍ଥକୁ ଉଚ୍ଛେଦ କରାଯିବା । ଏହି ସମିତିର ବିବରଣୀ ୭.୭.୧୯୪୯ ରେ ପ୍ରକାଶିତ ହୋଇଥିଲା । ଏହିପରି ଭାବେ ଜମିଦାରୀ ଉଛେଦ ବିଲ, ରାଜ୍ୟ ବିଧାନ ପରିଷଦରେ ୧୭.୦୧.୧୯୫୦ ରେ ଉପସ୍ଥାପନ କରାଯାଇଥିଲା : -
ଏହି ଆଇନ, କ୍ଷମତାର ଏକ ରଙ୍ଗୀନ ପରିଚାଳନା ନୁହେଁ :
“ ରଙ୍ଗୀନଯୁକ୍ତ ଆଇନ ପ୍ରଣୟନ ନୀତି, ଏହି ନୀତି ଉପରେ ପର୍ଯ୍ୟବେଶିତ ଯେ, ତୁମ୍ଭେ ତାହା ଅପ୍ରତ୍ୟକ୍ଷଭାବେ କରିପାରିବ ନାହିଁ, ଯାହା ତୁମ୍ଭେ ପ୍ରତ୍ୟକ୍ଷଭାବେ କରିପାରିବ ନାହିଁ । ଭାରତୀୟ ସମ୍ବିଧାନ୍ମର ତାଲିକା-୩ର ଅନ୍ତର୍ଭୁକ୍ତକପରଣ -୪୨ ରେ ବ୍ୟବସ୍ଥାୟୀତ ଅନୁଯାୟୀ, ରାଜ୍ୟ ବିଧାନ ପରିଷଦ ଏପରି ଆଇନ, ପ୍ରଣୟନ କରିବା ନିମନ୍ତେ କ୍ଷମତାୟୀତ ଅଟେ ଏବଂ ଏହିପରିଭାବେ ବାଧ୍ୟତାମୂଳକ ଭାବେ ଆହରଣ କରାଯାଉଥିବା ସମ୍ପତି ସଂବନ୍ଧରେ କ୍ଷତିପୂରଣ ନୀତି ମଧ୍ୟ ଉଲ୍ଲେଖ କରିପାରିବ । ଏହି ଅନ୍ତର୍ଭୁକ୍ତ କରଣ ଅନୁଯାୟୀ, ସାମ୍ବିଧାନିକ ବୈଧତା ପ୍ରଭାବିତ ହୁଏ ନାହିଁ, ଯଦିଓ ଏପରି ହ୍ରାସକରଣ ବୃହତ କିମ୍ବା କ୍ଷୁଦ୍ର ହୋଇଥାଉ, ବର୍ଦ୍ଧିତ କିମ୍ବା କମ ହୋଇଥାଉ (କେ.ସି ଗଜପତି ବିନାମ ରାଜ୍ୟ ସରାକର -୨୦ (୧୯୫୪) ସି.ଏଲ.ଟି-୧; ଆଇଏସଆଇ ୧୯୫୪ କଟକ -୩୫୧ (ସୁପ୍ରିମକୋର୍ଟ);୧୯୫୩ ସୁପ୍ରିମ କୋର୍ଟ -୩୭୫ ,୧୯୫୨ ସୁପ୍ରିମ କୋର୍ଟ -୨୫୨ କୁ ପ୍ରବେଦନୀୟ କରାଯାଇଛି ।)
ଏପରି ଆଇନ୍, ପଛୁଆଭେବ କାର୍ଯ୍ୟ କରିବ ନାହିଁ :
୧୯୫୩ ସୁପ୍ରିମ କୋର୍ଟ ୧୦୮ ରେ ଉଲ୍ଲେଖିତ ନୀତିକୁ ଅନୁସରଣ କରି, ଏହା ଦର୍ଶାଯାଇଥିଲା ଯେଏପରି ଆଇନ ପଛୁଆ ଭାବେ କାର୍ଯ୍ୟ କରେ ନାହିଁ । ଆହୁରି ମଧ୍ୟ ୧୯୫୩ ନାଗପୁର -୩୬୧ ଦ୍ରଷ୍ଟବ୍ୟ । ସଂପତ୍ତିର ସଂଜ୍ଞାର ପରିସରରୁ ବିସ୍ତାରିତ କରିବା ନିମନ୍ତେ ସଂଶୋଧିତ ଆଇନ ୧୭/୧୯୫୭ ବ୍ୟବସ୍ଥାୟୀତ କରେ ଏବଂ ଏହା ୪.୧୨.୧୯୫୪ ଠାରୁ ପ୍ରଭାବିତ ବୋଲି ଦର୍ଶାଯାଇଥିଲା । ଆହୁରି ମଧ୍ୟ, ୨୨(୧୯୫୬) ।
ଏହି ଆଇନ, ସମ୍ବିଧାନର ଅନୁଚ୍ଛେଦ ୨୫୪ ର ଉଲ୍ଲଂଘନ କରେ ନାହିଁ :
ଯେହେତୁ ମଧ୍ୟସ୍ଥମାନଙ୍କର ଅଧିକାର, ଏହି ଆଇନର ବ୍ୟବସ୍ଥାବଳୀ ଅନୁଯାୟୀ ଆହରଣ କରାଯାଏ କିମ୍ବା ଗ୍ରହଣ କରାଯାଏ କିମ୍ବା ଗ୍ରହଣ କରାଯାଏ, ଯେପରି ଭୂମି - ଅଧିଗ୍ରହଣ ଆଇନ, ବିଭିନ୍ନ ବିଷୟ ସହ ସମ୍ପୃକ୍ତ, ଯେଉଁମାନେ ସମାନଭାବେ ସ୍ଥିତ ନଥାଆନ୍ତି – (୧୯୫୩ ଜମ୍ମୁ ଏବଂ କାଶ୍ମୀର = ୫୫ – ମାଘନା ବିନାମ ମୁଖ୍ୟ ସଚିବ – ଆଇ. ଏଲ ଆର – କଟକ – ୨୯୯)।
ମାନବ ଅଧିକାରର ସର୍ବଜନୀନ ଘୋଷଣାର ଅନୁଚ୍ଛେଦ ୧୭(୨) ଉପରେ, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୧, ପ୍ରଭାବ ବିସ୍ତାର କରିପାରିବ ନାହିଁ - ଘରୋଇ ସଂପତ୍ତିରୁ ମନମୁଖ୍ୟଭାବେ ବଞ୍ଚିତ ହେବା ବିରୁଦ୍ଧରେ ପ୍ରତିବାଦ କରିବା ନିମନ୍ତେ ,ମାନବ ଅଧିକାରର ସର୍ବଜନୀନ ଘୋଷଣାର ଅନୁଚ୍ଛେଦ ୧୭(୨) ବ୍ୟବସ୍ଥାୟୀତ କରେ, ଯଦିଓ ଭରାତା, ସନନ୍ଦରେ ସ୍ଵାକ୍ଷରକାରୀ ଅଟେ, ମାତ୍ର ଉକ୍ତ ବ୍ୟବସ୍ଥାବଳୀ, ଆମ୍ଭର ସମ୍ବିଧାନର ଅନୁଚ୍ଛେଦ ୩୭ ର ବ୍ୟବସ୍ଥାବଳୀକୁ ଅନୁକ୍ରମଣ କରିପାରିବ ନାହିଁ । (ବର୍ତ୍ତମାନ ଅନୁଚ୍ଛେଦ ୩୧, ସମ୍ବିଧାନିକ ୪୪ ତମ ସଂଶୋଧନ ଦ୍ଵାରା, ବଡ ଦିଆଯାଇଛି ( ଆଇ ଏଲ ଆର ୧୯୫୭ କଟକ -୨୯୯)।
ଅନୁଚ୍ଛେଦ ୩୧ – ଖ ର ପରିସର :
ପୂର୍ବରୁ ସ୍ଥିତ କିମ୍ବା କୌଣସି ନୂତନ ଅଧିକାର ସମ୍ବିଧାନର ୩ ୟ ଅଧ୍ୟାୟରେ ବ୍ୟବସ୍ଥାୟିତ ମୌଲିକ ଅଧିକାରର କୌଣସି ଉଲ୍ଲଂଘନର କରଣ ଉପରେ କୌଣସି ଆହ୍ଵାନରୁ ସମ୍ବିଧାନର ନବମ ସୂଚୀରେ ଅଣାଯାଇଥିବା ଆଇନଗୁଡିକର ସୁରକ୍ଷା ପ୍ରଦାନ କରିବା ନିମନ୍ତେ , ସମ୍ବିଧାନର ଅନୁଚ୍ଛେଦ ୩୧ – ଖ ସଂଶୋଧନ, ଉଦ୍ଦେଶିତ ଅଟେ - ୧୯୫୫ ସୁପ୍ରିମ କୋର୍ଟ – ୪୭ – ଧ୍ରୁବ ବିନାମ ମୁମ୍ବାଇ ରାଜ୍ୟ ) ଯାହା ହେଉନା କାହିଁକି, ଯଦି କୌଣସି ଆଇନକୁ ସମ୍ବିଧାନର ସୂଚୀ ୯ ଅଧିନରେ ରଖାଯାଏ, ତାହା ସଂବିଧାନର ମୂଳ ଢାଞ୍ଚାକୁ ଉଲ୍ଲଂଘନ କରେ ଏବଂ ସେଥିପାଇଁ ବାଦ ଦିଆଯାଇପାରେ । ଯଦିଓ ପାର୍ଲାମେଣ୍ଟ ଅଂଶ -୩ ର ବ୍ୟବସ୍ଥାମୂଳକ ସଂଶୋଧନ କରିବା ନିମନ୍ତେ କ୍ଷମତାୟୀତ, ଯାହା ଫାଳରେ ମୌଳିକ ଅଧିକାରକୁ ସଙ୍କୁଚିତ କରାଯାଇପାରିବ କିମ୍ବା କାଢି ନିଆଯାଇପାରିବ, ମାତ୍ର ଉକ୍ତ କ୍ଷମତା, ମୂଳ –ଢାଞ୍ଚା ନୀତିର ସୀମାବଦ୍ଧତାର ନିୟନ୍ତ୍ରଣାଧିନ ଅଟେ । ପରିଷଦ ନିମନ୍ତେ ଏହା ଅନୁମୋଦନୀୟ ଯେ ସେ ନବମ ସୂଚୀକୁ ସଂଶୋଧନ କରି ଏକ ଆଇନ ମଞ୍ଜୁର କରିବେ ଯାହାକି ଅନୁଚ୍ଛେଦ ୩୧ –ଖ କୁ ସୁରକ୍ଷା ପ୍ରଦାନ କରିବ, ମାତ୍ର ବର୍ଦ୍ଧିତ ବୈଚାରିକ ପୁନଃ ବିଚାର ନୀତି ଉପରେ ତାହା ଏଡାଇବା ନିମନ୍ତେ ନାଗରିକମାନଙ୍କ ଅଧିକାରର ନିୟନ୍ତ୍ରଣାଧିନରେ । ପରିଷଦ କୌଣସି କାଳ୍ପନିକ ନିରୋଧ କିମ୍ବା ପ୍ରତିରୋଧ ମଞ୍ଜୁର କରିପାରିବେ ନାହିଁ ଏବଂ ମୂଳ –ଢାଞ୍ଚା ନୀତିର ପ୍ରଚଳନ ପରରେ, ନ୍ୟାୟାଳୟ ଦ୍ଵାରରା ନବମ ସୂଚୀର ପରୀକ୍ଷାକୁ ବହିର୍ଭୂତ କରିପାରିବେ ନାହିଁ । ସଂବିଧାନିକ ସଂଶୋଧନ ଗୁଡିକ , ସୀମାବଦ୍ଧତାର ନିୟନ୍ତ୍ରଣାଧିକ ଅଟେ ଏବଂ ଯଦି ସୀମାବଦ୍ଧତା ପ୍ରଶ୍ନ ପାର୍ଲାମେଣ୍ଟ ଦ୍ଵାରା ନିଜେ ସ୍ଥିର କରାଯିବ, ଯେକି ସଂଶୋଧିତ ନିୟମକୁ ପ୍ରଣୟନ କରେ ଏବଂ ଆଇନକୁ ସଂପୂର୍ଣ୍ଣ ଭାବେ ନିରୋଧ ଶକ୍ତି ପ୍ରଦାନ କରେ, ଏହା ନିଶ୍ଚିତଭାବେ ସଂବିଧାନର ଢାଞ୍ଚା ଏବଂ ସମତୁଲତାକୁ ବିଚଳିତ କରିବ । ଅଂଶ -୩ ରେ ଅଧିକାର ଉପରେ ସୀମାବଦ୍ଧତା ପ୍ରତି ବୈଧତା ସ୍ଥିର କରିବା ଏବଂ ଆଇନ ପ୍ରଣୟନ କରିବା କ୍ଷମତା, ଅନ୍ୟ ଏକ ସ୍ଵାଧୀନ ସଂସ୍ଥା ଦ୍ଵାରା ହିଁ ପରୀକ୍ଷା କରାଯିବ, ଯଥା – ବିଚାର,ବିଭାଗ (୨୦୦୭ ସୁପ୍ରିମ କୋର୍ଟ -୮୬୧ ସି ଆର ଗୋଏଥା (ମୃତ ) ଆଇନଗତ ପ୍ରତିନିଧିଙ୍କ ଦ୍ଵାରା ବନାମ ତାମିଲନାଡୁ ରାଜ୍ୟ ସରକାର ।
ଏହି ଆଇନରେ, ଯଦି ବିଷୟ ବସ୍ତୁ କିମ୍ବା ସୂଚୀରେ କୌଣସି ବିପରୀତୀର୍ଥ ନଥାଏ :-
ସ୍ପଷ୍ଠୀକରଣ
କୌଣସି ଅଞ୍ଚଳରେ କୌଣସି ନିର୍ଦ୍ଧିଷ୍ଟ କୃଷି ବର୍ଷ ସଂବନ୍ଧରେ କୌଣସି ପ୍ରଶ୍ନ କ୍ଷେତ୍ରରେ , ରାଜସ୍ୱ ପରିଷଦର ବିଜ୍ଞପ୍ତି , ସିଦ୍ଧାନ୍ତନୀୟ ହେବ ।
“ଜିଲ୍ଲା ବିଚାରପଟି ଏବଂ ଅଧସ୍ତନ ବିଚାରପତି ଯଥାକ୍ରମେ କୌଣସି ଅତିରିକ୍ତ ଜିଲ୍ଲା ବିଚାରପତି ଏବଂ ଅତିରିକ୍ତ ଅଧସ୍ତନ ବିଚାରପତିଙ୍କୁ ଅନ୍ତର୍ଭୁକ୍ତ କରେ ।
ସ୍ପଷ୍ଟୀକରଣ -୧
“ଭୂମି – ରାଜସ୍ୱ ‘ଅର୍ଥ ଆକାରରେ କିମ୍ବା ପ୍ରକାରରେ ପ୍ରଦାନ କରାଯାଉଥିବା ସମସ୍ତ ଅର୍ଥରାଶି, ତାହା ଯେକୌଣସି ନାମରେ ନାମିତ ହୋଇଥାଉ କିମ୍ବା ସ୍ଥାନୀୟ ଭାବେ ଜଣାଥାଉ, ଯାହାକି କୌଣସି ମଧ୍ୟସ୍ଥଙ୍କ ଠାରୁ ରାଜ୍ୟ ତରଫରୁ ଗ୍ରହଣ କରାଯାଏ କିମ୍ବା ଦାବୀ କରାଯାଏ, ଏହି କାରଣ ଉପରେ ଯେ, ଏପରି ମଧ୍ୟସ୍ଥଙ୍କ ଠାରେ ନ୍ୟସ୍ତ କିମ୍ବା ତାଙ୍କ ଧାରିତ କୌଣସି ଜମି ନିମନ୍ତେ ।
ସ୍ପଷ୍ଟୀକାରଣ -୨
“ରାଜସ୍ୱ -ମୁକ୍ତ ଜମି ‘ସେହି ଜମିକୁ ଅନ୍ତର୍ଭୁକ୍ତ କରେ, ଯାହାକି, ମାତ୍ର କୌଣସି ବିଶେଷ ଦଲିଲ, ଚୁକ୍ତି, ନିଯୁକ୍ତି ଯୋଗୁଁ, ଭୂମି – ରାଜସ୍ୱର ଆକଳନ ଏବଂ ବନ୍ଦୋବସ୍ତ ନିମନ୍ତେ ଦାୟୀ ହୋଇଥାନ୍ତି କିମ୍ବା ଯାହା ସଂବନ୍ଧରେ ଭୂମି – ରାଜସ୍ୱର ଆକଳନ ଏବଂ ବନ୍ଦୋବସ୍ତ ନିମନ୍ତେ ଆଇନ ପ୍ରଣୟନ କରିବା ନିମନ୍ତେ, ରାଜ୍ୟର କ୍ଷମତା ଅଛି।
ସ୍ପଷ୍ଟୀକରଣ -୩
ମିଶ୍ରିତ ଅଞ୍ଚଳ ସଂବନ୍ଧରେ ‘ଜମିଦାରୀ‘ ଯେପରି ଧାରାରେ ସଂଜ୍ଞାୟୀତ, ତାହା କୌଣସି ମାହାଲ କିମ୍ବା ଗ୍ରାମ କିମ୍ବା ଗୋଟିକରୁ ଅଧିକ ଏପରି ମାହଲ କିମ୍ବା ଗ୍ରାମର ସମଷ୍ଟିକୁ ଅନ୍ତର୍ଭୁକ୍ତ କରିବ, ଯାହାକି କୌଣସି ମଧ୍ୟସ୍ଥଙ୍କ ଦ୍ଵାରା ଧାରିତ ହୋଇଥାଏ କିମ୍ବା ତାଙ୍କ ସହ ନ୍ୟସ୍ତ କରାଯାଇଥାଏ ଯାହାକି ଜମି –ରାଜସ୍ୱର ଏକ - ଏକକଭାବେ ଆକଲିତ ହେବା ନିମନ୍ତେ ଦାୟୀ ଅଟେ, ଯେଉଁ ସ୍ଥଳରେ ଏପରି ଭୂମି – ରାଜସ୍ୱ ଦେୟ ଅଟେ କିମ୍ବା ମୁକ୍ତ କରାଯାଇଛି କିମ୍ବା ସାଲିସ କରାଯାଇଛି କିମ୍ବା ସମୁଦାୟ କିମ୍ବା ଆଂଶିକଭାବେ ମୁକ୍ତ କରାଯାଇଛି ।
ସ୍ପଷ୍ଟୀକରଣ -୧
କୌଣସି ସଂପତ୍ତିରେ କିମ୍ବା ଜମିଦାରୀରେ , ଯୁଗ୍ମ ସ୍ଵାର୍ଥ ଧାରଣ କରୁଥିବା କୌଣସି ଦୁଇ କିମ୍ବା ମଧ୍ୟସ୍ଥ, ଯେକି ଅନ୍ୟ କୌଣସି ମଧ୍ୟସ୍ଥ ଙ୍କ ଖଞ୍ଜଣା/ତାଲିକାରେ କିମ୍ବା ରାଜସ୍ୱ ତାଲିକାରେ ଅନ୍ତର୍ଭୁକ୍ତ ଥାଏ, ତାହା ଏହି ଆଇନ ଉଦ୍ଦେଶ୍ୟରେ, ଜଣେ ମଧ୍ୟସ୍ଥଭାବେ ଧରାଯିବ ।
ସ୍ପଷ୍ଟୀକରଣ -୨
କୌଣସି ମଧ୍ୟସ୍ଥଙ୍କ ଉତ୍ତରାଧିକାରୀ ଏବଂ ଯେଉଁ ସ୍ଥଳରେ କୌଣସି ମଧ୍ୟସ୍ଥ ଜଣେ ନାବାଳକ ହୋଇଥାଆନ୍ତି କିମ୍ବା ଅସୁସ୍ଥ ମସ୍ତିସ୍କ ହୋଇଥାଆନ୍ତି କିମ୍ବା ଜଣେ ବାଚାଳ ହୋଇଥାଆନ୍ତି, ସେପରିସ୍ଥଳେ, ତାଙ୍କର ଅଭିଭାବକ, ସମିତି କିମ୍ବା ଅନ୍ୟ ଆଇନଗତ ବ୍ୟକ୍ତିଙ୍କୁ ଏହି ଆଇନ ଉଦ୍ଦେଶ୍ୟରେ ଜଣେ ମଧ୍ୟସ୍ଥ ଭାବେ ଧରାଯିବ । ଏହି ଆଇନ ଅନୁଯାୟୀ, କୌଣସି ମଧ୍ୟସ୍ଥଙ୍କ ଦ୍ଵାରା କରାଯାଇଥିବା ସମସ୍ତ କାର୍ଯ୍ୟ, ତାଙ୍କର ଉତ୍ତରାଧିକାରୀଙ୍କ ଦ୍ଵାରା କରାଯାଇଛି ବୋଲି ଧରାଯିବ ଏବଂ ତାଙ୍କ ଉପରେ ବାଧ୍ୟତମୂଳକ ହେବ ।
‘ମଧ୍ୟସ୍ଥ ସ୍ଵାର୍ଥ, ଅର୍ଥ, କୌଣସି ସଂପତ୍ତି କିମ୍ବା ସେଥିରେ କୌଣସି ଅଧିକାର କିମ୍ବା ସ୍ଵାର୍ଥ, ଯାହାକି କୌଣସି ମଧ୍ୟସ୍ଥଙ୍କ ଦ୍ଵାରା ଧାରିତ ହୋଇଥାଏ କିମ୍ବା ତାଙ୍କଠାରେ ସ୍ଵାର୍ଥ ହୋଇଥାଏ ଏବଂ ଏହି ଆଇନରେ ‘ସଂପତ୍ତି ‘ପ୍ରତି କୌଣସି ଉଲ୍ଲେଖ ‘ମଧ୍ୟସ୍ଥଙ୍କ ସ୍ଵାର୍ଥ ପ୍ରତି କୌଣସି ଉଲ୍ଲେଖଭାବେ, ବାଖ୍ୟା କରାଯିବ ।
ସ୍ପଷ୍ଟୀକରଣ
‘ଫଳଚାଷ ଉଦ୍ଦେଶ୍ୟରେ ବ୍ୟବହୃତ ଜମି ‘ଅର୍ଥ, ଫଳ ଫୁଲ ଏବଂ ପାରିବା ଉତ୍ପାଦନ କରିବା ନିମନ୍ତେ ବ୍ୟବହୃତ ଜମି ;
“ଟ୍ରଷ୍ଟ ସଂପତ୍ତି ‘ଅର୍ଥ କୌଣସି ସଂପତ୍ତି, ଯାହାର ହାରାହାରି ସମୁଦାୟ ଆୟ, କୌଣସି ବ୍ୟକ୍ତିର ଅର୍ଥନୈତିକ ସୁବିଧାର କୌଣସି ସଂରକ୍ଷଣ ବିନା, କୌଣସି ସର୍ବସାଧାରଣ ପ୍ରକୃତିର କୌଣସି ବଦାନ୍ୟ କିମ୍ବା ଧର୍ମନୈତିକ ଉଦ୍ଦେଶ୍ୟରେ, ସଂପୂର୍ଣ୍ଣଭାବେ ଉତ୍ସର୍ଗୀକୃତ କରାଯାଇଥାଏ ।
ଉଲ୍ଲେଖଥାଉଯେ, ଶ୍ରୀଜଗର୍ନ୍ନାଥ ମନ୍ଦିର ଆଇନ ୧୯୫୬ ଅର୍ଥ ମଧ୍ୟରେ ପୁରୀରେ ଥିବା ଶ୍ରୀଜଗର୍ନ୍ନାଥ ମହାପ୍ରଭୁଙ୍କର ହୋଇଥିବା ସମସ୍ତ ସଂପତ୍ତି ଏବଂ ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ୧୯୨୪ର ବଳବତ୍ତର କରଣ ତାରିଖ ପୂର୍ବରୁ, ଏହି ଆଇନ ଅନୁଯାୟୀ, କୌଣସି ସଦସ୍ୟ ଅଧିକାରୀଙ୍କ ଦ୍ଵାରା, ଟ୍ରଷ୍ଟ ସଂପତ୍ତିଭାବେ ଘୋଷିତ ସମସ୍ତ ସଂପତ୍ତି, ଟ୍ରଷ୍ଟ ସଂପତ୍ତି ଭାବେ ଧରାଯିବ ।
ସ୍ପଷ୍ଟୀକରଣ
କୌଣସି " ୱାକଫ" କ୍ଷେତ୍ରରେ ଏମଟିଟିୱାଲିଙ୍କୁ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ କୌଣସି ଟ୍ରଷ୍ଟିଙ୍କ ସହିତ କୌଣସି ହିନ୍ଦୁ ଧର୍ମନୈତିକ ଟ୍ରଷ୍ଟର ସେବାୟତଙ୍କୁ ଦେୟ ବେତନ, ପାରିଶ୍ରମିକ କିମ୍ବା କୌଣସି ଭତ୍ତା, ଯାହାକି ଆୟର ପନ୍ଦର ପ୍ରତିଶତରୁ ଅଧିକ ହୋଇନଥିବ, ଯାହାକି ସଂପୂର୍ଣ୍ଣଭାବେ ବାଦାନ୍ୟ କିମ୍ବା ଧର୍ମନୈତିକ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଥାଏ ଏବଂ ଏହି ଧାରାର ଅର୍ଥ ମଧ୍ୟରେ, କୌଣସି ବ୍ୟକ୍ତି ପ୍ରତି ଅର୍ଥନୈତିକ ସୁବିଧାର ଏକ ସଂରକ୍ଷଣ ଭାବେ ଧରାଯିବ ନାହିଁ ।
"ସନ୍ଦେହ ବାଖ୍ୟା ଏବଂ ଅପସାରନ : ସନ୍ଦେହର ଅପସାରନ ନିମନ୍ତେ, ଏହା ଘୋଷଣା କରାଯାଉଛି ଯେ, ସେ ସଂବନ୍ଧରେ , ଏପରି ଜମି ଏବଂ ଏପରି ଅଧିକାର ଏବଂ ଏପରି ବ୍ୟକ୍ତିମାନେ, ଯେଉଁମାନେ ଏପରି ଜମି ଏବଂ ଅଧିକାର ଧାରଣ କରନ୍ତି, ଯାହାକି ଏତତପୂର୍ବରୁ ଓଡିଶା ଜମିଦାରୀ ଉଚ୍ଛେଦ ଆଇନ, ୧୯୫୧ (ଓଡିଶା ଆଇନ ସଂଖ୍ୟା ୧/୧୯୫୨ ) ରେ ଶବ୍ଦାବଳୀ 'ସଂପତ୍ତି ଏବଂ ' ମଧ୍ୟସ୍ଥ ର ସଂଜ୍ଞା ଦ୍ଵାରା ଆବୃତ, ଏବଂ ତାହା କେବଳମାତ୍ର ଏହି କାରଣ ଉପରେ, ଏପରି ଆବୃତ ହେବାରୁ ରହିତ ହେବ ନାହିଁ, ଯେ ଓଡିଶା ଜମିଦାରୀ ଉଚ୍ଛେଦ (ସଂଶୋଧନ ଆଇନ ୧୯୫୪) (ଓଡିଶା ଆଇନ ୧୭/୧୯୫୪) ର ବ୍ୟବସ୍ଥାବଳୀ ଦ୍ଵାରା, ଉକ୍ତ ସଂଜ୍ଞାକୁ ସଂଶୋଧନ କରାଯାଇଛି ଏବଂ ପରିସରରେ ବିସ୍ତାରିତ କରାଯାଇଛି ।
ଟିପ୍ପଣୀ
“କୃଷି ବର୍ଷ ‘ର ଅର୍ଥକୁ ସ୍ପଷ୍ଟ କରାଯାଇଛି; ଓଡିଶା କୃଷି –ବର୍ଷର ବ୍ୟବସ୍ଥାବଳୀ, ବ୍ୟବସ୍ଥାୟୀତ କରିଛି ଯେ, ଅପ୍ରେଲ ମାସର ପ୍ରଥମ ଦିନରୁ, କୃଷିବର୍ଷର ଆରମ୍ଭ ବୋଲି କୁହାଯିବ ।
“ସଂପତ୍ତି “ଏହି ଶବ୍ଦଟିର, ଏହା ପଛରେ ଏକ ବିସ୍ତାରିତ ଅର୍ଥ ଅଛି - ଏପରିକି ରାଜସ୍ୱ ମୁକ୍ତ ଜମିଗୁଡିକ ଏହି ସଂଜ୍ଞା ମଧ୍ୟକୁ ଆସିବ, ଯଦି ତାହା ମଧ୍ୟସ୍ଥଙ୍କ ଦ୍ଵାରା ଧାରିତ ନହୁଏ, ଜେକି ରୟତ ଏବଂ ରାଜ୍ୟ ମଧ୍ୟରେ ଜଣେ ବ୍ୟକ୍ତି ଅଛି - ଯଦି କୌଣସି ବ୍ୟକ୍ତିର ତଳେ ଜଣେ ରୟତ ନଥାଆନ୍ତି, ସେ ଜଣେ ମଧ୍ୟସ୍ଥ ହୋଇପାରିବ ନାହିଁ - ଏହିପରିଭାବେ, ଯଦି କୌଣସି ବ୍ୟକ୍ତି ଜଣେ ରୟତ ହୋଇନଥାଏ, ସେ ଜଣେ ମଧ୍ୟସ୍ଥ ହୋଇପାରିବ ନାହିଁ - ୩୬ (୧୯୭୦) ସି.ଏଲ.ଟି -୧୧୦୮ (ଶ୍ରୀମତୀ କାମେମ୍ବ ଗମ୍ମା ବନାମ ଓଡିଶା ରାଜ୍ୟ ସରକାର)
ଦାବୀର ଅର୍ଥକୁ ସ୍ପଷ୍ଟ କରାଯାଇଛି - ନ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେବା, କ୍ଷମତାରୁ ରାଜ୍ୟ ସରକାରଙ୍କୁ ବିଚ୍ୟୁତ କରାଯାଇନାହିଁ - ୧୯୮୪ (୧) ଓ ଏଲ ଆର -୧୭୦ ।
ଉକ୍ତ ‘ ମଧ୍ୟସ୍ଥ ‘ କୁ ସ୍ପଷ୍ଟ କରାଯାଇଚିଉ - ଆବେଦନକାରୀଙ୍କ ଅଧୀନରେ କୌଣସି ରୟତ ନଥିବାରୁ,ଦେବତା ଜଣେ ମଧ୍ୟସ୍ଥ ନୁହନ୍ତି – ୧୯୭୪ ଓଡିଶା – ୧୪୧ (ଏଫ ବି) ; ୪୦ (୧୯୭୪) ସି ଏଲ ଟି -୩୦୧ (ଏଫବି) ଆଇଏଲ ଆର ୧୯୭୪ କଟକ ୨୫ (ଏଫବି)।
କୃଷକ ସ୍ଥିତରେ ଥିବା ପଟ୍ଟାଧାରି ବ୍ୟକ୍ତିମାନେ ମଧ୍ୟସ୍ଥ ନୁହନ୍ତି - ଆହୁରି ମଧ୍ୟ ଏହି ଆଇନ ବ୍ୟବସ୍ଥାବଳୀରେ ପଟ୍ଟାଧାରିତ ଜମି ପ୍ରତି ପ୍ରୟୋଗକୁ, ସ୍ପଷ୍ଟ କରାଯାଇଛି – ୩୯ (୧୯୭୩) ସି ଏଲଟି – ଏସ ଏନ ୧୮ ।
ଏହି ଆଇନ ଅନୁଯାୟୀ ଦାବି ଅଧିକାରୀଭାବେ ଜିଲା ବିଚାରପତିଙ୍କ କ୍ଷମତାକୁ ସ୍ପଷ୍ଟ କରାଯାଇଛି । ଅତିରିକ୍ତ ଜିଲା ବିଚାରପତିଙ୍କ କ୍ଷମତାକୁ ସ୍ପଷ୍ଟ କରାଯାଇଛି – ଅତିରିକ୍ତ ଜିଲ୍ଲା ବିଚାରପତିଙ୍କୁ କୌଣସି ଦାବୀ ମୋକଦ୍ଦମା ହସ୍ତାନ୍ତରଣ କରିବା କିମ୍ବା ନ୍ୟସ୍ତ କରିବା ନିମନ୍ତେ, ଏହି ଆଇନରେ କୌଣସି ବ୍ୟବସ୍ଥା ନାହିଁ - ଆରଏଲଆର ୧୯୬୧ କଟକ -୫୦୯,୩୭ (୧୯୭୧) ସି ଏଲ ଟି (ଏନ ଏନ ୧୪୦) ୮୯ ।
ଯେତେବେଳେ କୌଣସି ରୟତି ଧବରୀ ବ୍ୟକ୍ତିର ଅଧିକାର , ରାଜ୍ୟରେ ନ୍ୟସ୍ତ କରାଯାଏ, ସେତେବେଳେ ସତ୍ତ୍ଵ ଘୋଷଣା କରିବା ନିମନ୍ତେ କୌଣସି ମୋକଦ୍ଦମା ଗ୍ରହଣୀୟ ନୁହେଁ ଏବଂ ଏହାର ନିଦାନ, ଏହି ଆଇନର ବ୍ୟବସ୍ଥାବଳୀ ଅନୁଯାୟୀ ଉପଲ୍ଲବ୍ଧ ଅଟେ - ୩୭ (୧୯୭୧) ସି ଏଲ ଟି (ଏନ ଏନ -୮୩) ୬୩ – ଉକ୍ତି “ସଂପତ୍ତି ‘କିମ୍ବା ‘ମଧ୍ୟସ୍ଥ ଏବଂ ରୟତ ମଧ୍ୟରେ ପାର୍ଥକ୍ୟ ଦର୍ଶାଯାଇଛି ଏବଂ ସ୍ପଷ୍ଟ କରାଯାଇଛି - ୩୬ (୧୯୭୦) ସି ଏଲ ଟି -୬୩୬ ) ।
ସଂଶୋଧନୀୟ ଆଇନ ୧୭/୧୯୫୪ ଏବଂ ଏହାର ପଛୁଆ କାର୍ଯ୍ୟକାରିତାର ପ୍ରଭାବ ଦିଆଯାଇନାହିଁ - ଉକ୍ତ ‘ ସଂପତ୍ତି “ର ସଦ୍ୟ ସଂଜ୍ଞା, ରାଜ୍ୟକୁ ଉପକୃତ କରିବ ନାହିଁ - ୩୦(୧୯୬୪) ସି ଏଲ ଟି -୩୬୬ ଶବ୍ଦ “ସଂପତ୍ତି; ଇନାମ ‘ ଉକ୍ତିଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିବ – ୨୯ (୧୯୬୩) ସି ଏଲଟି -୩୭୮ ୦ ଆହୁରି ମଧ୍ୟ ୨୮ (୧୯୬୨) ସି ଏଲଟି -୯୫ (ସୁପ୍ରିମ କୋର୍ଟ) ଦ୍ରଷ୍ଟବ୍ୟ – ନାବାଳକ ଇନାମର ଅର୍ଥ ଏବଂ ଏହି ଆଇନର ଉଦ୍ଦେଶ୍ୟକୁ ସ୍ପଷ୍ଟ କରାଯାଇଛି ।
ଯଦି ଶବ୍ଦାବଳୀ “ସଂପତ୍ତି“ ଏବଂ ମଧ୍ୟସ୍ଥ ‘ର ସଂଜ୍ଞା କୁ ଏକତ୍ରୀତ ଭାବେ ଗଠନ କରାଯାଏ, ତା ହେଲେ ଆଇନର ସ୍ଥିତି ଏହା ହେବ ଯେ ସଂପତ୍ତି, ସ୍ଵାର୍ଥକୁ ଅନ୍ତର୍ଭୁକ୍ତ କରେ, ତାହା କୌଣସି ନାମରେ କୁହାଯାଉ ଏବଂ ସେହି ବ୍ୟକ୍ତିମାନଙ୍କର, ଯେଉଁମାନେ ଶୀର୍ଷରେ ରାଜ୍ୟ ଏବଂ ନିମ୍ନରେ ରୟତଙ୍କ ମଧ୍ୟରେ ଜମିରେ କେତେକ ଅଧିକାର ଧାରଣା କରିଥାଆନ୍ତି । ତାପରରେ ଏହି ସମସ୍ତ ମଧ୍ୟସ୍ଥ ଏବଂ ଖଞ୍ଜଣା – ଗ୍ରହଣକାରୀଙ୍କୁ ଉଚ୍ଛେଦ କରିବା ନିମନ୍ତେ ଆଇନ ପ୍ରଣୟନ କରାଯାଇଥିଲା ଏବଂ ରାଜ୍ୟ ଏହି ମୃତ୍ତିକା କର୍ଷଣ କାରୀଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରାଯାଇଥିଲା - ୨୯ (୧୯୬୩) ସି ଏଲ ଟି -୧୬୯ (ସୁପ୍ରିମ କୋର୍ଟ)
ଶବ୍ଦାବଳୀ “ଖଣି“ କ୍ଵାରୀ ଏବଂ ଖଣିଜ ସମ୍ପଦ ମଧ୍ୟରେ ପାର୍ଥକ୍ୟ ଦର୍ଶାଯାଇଛି- ଆଇ.ଏଲ.ଆର ୧୯୬୦ କଟକ – ୬୧୩ ୨୬ (୧୯୬୧) ସି ଏଲ ଟି ଏସ ଏନ – ୧୩୧।
ଖଣିର କାର୍ଯ୍ୟ, କେବେ ଆରମ୍ଭ ହୋଇପାରିବ - ଯେ ପର୍ଯ୍ୟନ୍ତ ଭାରତୀୟ ଖଣି ଆଇନର ଦଫା ୧୪ ଅନୁଯାୟୀ ସୂଚନା ପ୍ରଦାନ କରାଯାଇ ନାହିଁ, ତାହା କାର୍ଯ୍ୟକାରୀ ହୋଇପାରିବ ନାହିଁ -୨୭ (୧୯୬୧)ସି ଏଲଟି – ଏସ ଏନ -୧୫୪ ।
ଯେପର୍ଯ୍ୟନ୍ତ ବିକ୍ରିକୁ ଦୃଷ୍ଟିକରଣ କରାନଯାଇଛି, ସେ ପର୍ଯ୍ୟନ୍ତ ନିଲାମ –କ୍ରେତା କୌଣସି ସତ୍ତ୍ଵ ଗ୍ରହଣ କରନ୍ତି ନାହିଁ ଏବଂ ସେ ଜଣେ ବନ୍ଧକ ଗ୍ରହିତା –ରାନୀ ରହିବେ ।
ଓଡିଶାଆରଆର ‘ହେମଗିରି‘ ଏବଂ ମୂଷାଗଡ ର ଶାସନ ମୁଖ୍ୟଙ୍କ ଦ୍ଵାରା ଟାକୋଲି ,ଭୂ – ରାଜସ୍ୱ ଅଟେ -୨୯ (୧୯୬୩) ସି ଏଲ ଟି – ୫୭୦ (ସୁପ୍ରିମ କୋର୍ଟ ) ।
ଆଧାର – ଦ ଲ ହାଉସ
Last Modified : 6/21/2020