অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ୧୯୫୧ (କୌଣସି ସମ୍ପତ୍ତିରେ ରକ୍ଷଣାବେକ୍ଷଣାକାରୀଙ୍କ ଦାବି ଏବଂ ମଧ୍ୟସ୍ଥଙ୍କ ନିର୍ଦ୍ଧିଷ୍ଟ ଋଣ ସଂବନ୍ଧର ବ୍ୟବସ୍ଥାବଳୀ)

ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ୧୯୫୧ (କୌଣସି ସମ୍ପତ୍ତିରେ ରକ୍ଷଣାବେକ୍ଷଣାକାରୀଙ୍କ ଦାବି ଏବଂ ମଧ୍ୟସ୍ଥଙ୍କ ନିର୍ଦ୍ଧିଷ୍ଟ ଋଣ ସଂବନ୍ଧର ବ୍ୟବସ୍ଥାବଳୀ)

ସେହି ସମୟ, ଯାହା ମଧ୍ୟରେ ନିଶ୍ଚିତ ଋଣ ପ୍ରଦାନକାରୀ ଏବଂ ରକ୍ଷଣାବେକ୍ଷଣକାରୀ, ଦାବି ଦାଖଲ କରିପାରିବେ

  1. ପ୍ରତ୍ୟେକ ଋଣ – ପ୍ରଦାନକାରୀ, ଯାହାଙ୍କ ଋଣ, କୌଣସି ବନ୍ଧକ ଦ୍ଵାରା ନିଶ୍ଚିତ କରାଯାଇଥାଏ କିମ୍ବା କୌଣସି ସମ୍ପତ୍ତି ଉପରେ ତାହା ଏକ ଭାର ହୋଇଥାଏ କିମ୍ବା ତାର ଅଂଶ, ଯାହାକି ରାଜ୍ୟ ସରକାରଙ୍କ ଠାରେ , ଦଫା ୩ ଅନୁଯାୟୀ ନ୍ୟସ୍ତ ଥାଏ [କିମ୍ବା ଦଫା ୩-କ) ଅନୁଯାୟୀ ନ୍ୟସ୍ତ କରାଯାଇଥାଏ, ଏପରି ନ୍ୟସ୍ତିକରଣ ତାରିଖରୁ ଛଅମାସ ମଧ୍ୟରେ କିମ୍ବା ସେହି ତାରିଖରୁ ଯେତେ ଏପରି ଋଣ ଦାତା ୫ ର ଧାରା (ଏଚ) ର ବ୍ୟବସ୍ଥାବଳୀ ଅନୁଯାୟୀ ବେ-ଦଖଲ ହେଲେ କିମ୍ବା ଦାବି ଅଧିକାରଙ୍କ ନିଯୁକ୍ତି ତାରିଖରୁ ତିନିମାସ ମଧ୍ୟରେ ତନ୍ମଧ୍ୟରୁ ଯେଉଁ ତାରିଖଟି ପରେ ହୋଇଥିବ,  ତାଙ୍କ ଦାବି ସଂବନ୍ଧରେ, ଏପରି ପ୍ରତ୍ୟେକ ଋଣଦାତାଙ୍କୁ ଆଇନତଃ ଦେୟ ଋଣର ପରିମାଣ ସ୍ଥିର କରିବା ନିମନ୍ତେ,  ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତି ହେବାକୁ ଥିବା କୌଣସି ଦାବୀ ଅଧିକାରୀଙ୍କୁ ଲିଖିତଭାବେ ତାଙ୍କର ଦାବୀ, ଧାର୍ଯ୍ୟ ପଦ୍ଧତିରେ ବିଜ୍ଞପ୍ତି ଅନୁଯାୟୀ, ସ୍ଥିର କରିବା ନିମନ୍ତେ ପ୍ରଦାନ କରାବେ  ।
    • କୌଣସି ସଂପତ୍ତିରେ ଥିବା ପ୍ରତ୍ୟେକ ରକ୍ଷଣାବେକ୍ଷଣାକାରୀ, ଯେଉଁଥି ପ୍ରତି ଉତ୍ତରାଧିକାରୀତ୍ଵ “ ପ୍ରାଇମୋଜେନିଚର ଆଇନ ଦ୍ଵାରା ପରିଚାଳିତ, ଜେକି ଭରଣପୋଷଣ ପରିବର୍ତ୍ତେ କୋଣସି ଆର୍ଥିକ ଭତ୍ତା ଗ୍ରହଣ କରୁଥାଆନ୍ତି, ଯାହାକି ଦଫା ୩ ଅନୁଯାୟୀ ରାଜ୍ୟ ସରକାରଠାରେ ନ୍ୟସ୍ତ କୌଣସି ସଂପତ୍ତି କିମ୍ବା ତାର ଅଂଶଉପରେ ଏକଭାର ହୋଇଥାଏ, ସେ ଧାରା (କ) ରେ ଧାର୍ଯ୍ୟ ସମୟ ମଧ୍ୟରୁ, ଭରତପୋଷଣ ନିମନ୍ତେ ତାଙ୍କର ଦାବୀକୁ ଲିଖିତଭାବେ, ଦାବୀ ଅଧିକାରୀଙ୍କୁ ଧାର୍ଯ୍ୟ ପଦ୍ଧତିରେ ସୂଚିତ କରିବେ ଏବଂ ସେ ସଂବନ୍ଧରେ ସେ ଗ୍ରହଣ କରିବା ହକଡାର ହୋଇଥିବା ଭତ୍ତା ଅର୍ଥରାଶି ସଂବନ୍ଧରେ ମଧ୍ୟ ସୂଚିତ କରିବେ  ।

    ସ୍ପଷ୍ଟୀକରଣ -

    ଏହି ଦଫା ଉଦ୍ଦେଶ୍ୟରେ କୌଣସି, “ୟିସୁପ୍ରକଚ୍ୟୁଆରୀ ମର୍ଟଗେଜି ‘କିମ୍ବା ପ୍ରଦାନ କରାଯାଇଥିବା ଅଗ୍ରୀମ  ବଦଳରେ ସଂପାଦିତ କୌଣସି ପଟ୍ଟା କିମ୍ବା କୌଣସି ‘ଭାଓର –ଋଣ‘ ଯାହାର ପ୍ରତି ବଦଳରେ ସେ କୌଣସି ସଂପତ୍ତିର ଦଖଲରେ ଥାଆନ୍ତି, ତାହା ବନ୍ଧକ ଦ୍ଵାରା ଗ୍ରହଣ କରାଯାଇଥିବା ଋଣଭାବେ ଧରାଯିବ  ।

    ସ୍ପଷ୍ଟୀକରଣ – ୨

    ବିଭିନ୍ନ ଅଞ୍ଚଳ ନିମନ୍ତେ,  ବିଭିନ୍ନ ଦାବୀ ଅଧିକାରୀଙ୍କୁ ନିଯୁକ୍ତ କରାଯିବ   ।

  2. ଏପରି ଦାବୀ ଅଧିକାରୀ :-
    • ଜଣେ ଜିଲ୍ଲା ବିଚାରପଟି ହୋଇଥିବେ, ଯଦି ଉପ-ଦଫା (୧) ଅନୁଯାୟୀ ବିଜ୍ଞପ୍ତି ଦାବୀ, ଦଶହଜାର ଟଙ୍କାରୁ ଉର୍ଦ୍ଧ୍ଵ ହୋଇଥାଏ   ।
    • ଜଣେ ସବ –ଜଜ ହୋଇଥିବେ, ଯଦି ଏପରି ଦାବୀ ଦଶ ହଜାର ଟଙ୍କାରୁ ଉର୍ଦ୍ଧ୍ଵ ହୋଇନଥାଏ   ।

    [ଉଲ୍ଲେଖଥାଉ ଯେ, କୌଣସି ଜିଲ୍ଲାରେ, ଯେଉଁଠାରେ କୌଣସି ସବ- ଜଜ ନଥାଆନ୍ତି, ସେପରିସ୍ଥଳେ ଏପରି ଦାବୀ ଅଧିକାରୀ ଜଣେ ମୁନସିଫ ହୋଇପାରନ୍ତି, ଯଦି ଏପରି ଦାବୀ ଚାରିହାଜର ଟଙ୍କାରୁ ଉର୍ଦ୍ଧ୍ଵ ହୋଇନଥାଏ, ଏବଂ ଜଣେ ଜିଲ୍ଲା – ବିଚାରପଟି, ଯଦି ଏପରି ଦାବୀ, ଚାରିହାଜର ଟଣକାରୁ ଉର୍ଦ୍ଧ୍ଵ ହୋଇଥାଏ   ।

    ଆହୁରି ଉଲ୍ଲେଖ ଥାଉ ଯେ, ଓଡିଶା ଜମିଦାରୀ ଉଚ୍ଛେଦ ( ସଂଶୋଧନ ଆଇନ ୧୯୫୫ (ଓଡିଶା ଆଇନ ୧୫/୧୯୫୬) ର ପ୍ରାରମ୍ଭ ତାରିଖ ପୂର୍ବରୁ, ଏହି ଉପ – ଦଫା ଅନୁଯାୟୀ, କୌଣସି ଜିଲ୍ଲା ବିଚାରପତିଙ୍କ ସମ୍ମୁଖରେ ସ୍ଥଗିତ ଥିବା କୌଣସି କାର୍ଯ୍ୟାନୁଷ୍ଠାନ, କୌଣସି ଦାବୀ ସଂବନ୍ଧରେ, ଯେଉଁଥିପ୍ରତି ପୂର୍ବ ପ୍ରତିବନ୍ଧ ପ୍ରୟୋଗ ହୁଏ,  ଦାବୀ ଅଧିକାରୀଙ୍କ ନିକଟକୁ ସ୍ଥାନାନ୍ତରୀତ ହୁଏ, ଜେକି ଉକ୍ତ ପ୍ରତିବନ୍ଧ ଅନୁଯାୟୀ ନିଯୁକ୍ତ ହୋଇଥାଆନ୍ତି,  ଏବଂ ଯେକି ସେହି ସ୍ତରରୁ ଏପରି ଦାବୀ ଶୁଣିବା ନିମନ୍ତେ ଅଗ୍ରସର ହେବେ, ଯେଉଁଠାରୁ ଏହାକୁ ହସ୍ତାନ୍ତରଣ କରାଯାଇଥିଲା ।

  3. ଯେଉଁ ସ୍ଥଳରେ କୌଣସି ଋଣଦାତା, ଜଣକରୁ ଅଧିକ ଦାବୀ ଅଧିକାରୀଙ୍କ କର୍ତ୍ତୃତ୍ଵ ଅଧିନରେ ଥାଏ,  ସେପରିସ୍ଥଳେ ଏପରି କୌଣସି ଦାବୀ – ଅଧିକାରୀଙ୍କୁ ସେ ତାଙ୍କର ଦାବୀ ସୂଚିତ କରିବେ ।
  4. ଉଲ୍ଲେଖଥାଉ ଯେ, ବିଭିନ୍ନ ଦାବୀ – ଅଧିକାରୀଙ୍କ କର୍ତ୍ତୁତ୍ଵ ମଧ୍ୟରେ ସ୍ଥଗିତ ଗୋଟିକରୁ ଅଧିକ ସଂପତ୍ତି ସଂବନ୍ଧରେ, କୌଣସି ଋଣ – ଦାତା, ଯାହାକି ଓଡିଶା ଜମିଦାରୀ ଉଚ୍ଛେଦ (ଦ୍ଵିତୀୟ ସଂଶୋଧନ ) ଆଇନ ୧୯୫୭ (ଓଡିଶା ଆଇନ ୩/୧୯୫୮) ର ପ୍ରାରମ୍ଭ ତାରିଖରେ ସ୍ଥଗିତ ଥାଏ, ତାହା ଋଣ – ଦାତାଙ୍କ ଆବେଦନପତ୍ର ଉପରେ ତାଙ୍କ ଇଚ୍ଛାନୁଯାୟୀ, ଏପରି କୌଣସି ଦାବୀ – ଅଧିକାରୀଙ୍କୁ ହସ୍ତାନ୍ତରୀତ ହୁଏ   ।  ଏ ସଂବନ୍ଧରେ ଏକ ଆବେଦନପତ୍ର ସେହି ଦାବୀ ଅଧିକାରୀଙ୍କ ନିକଟରେ ଦାଖଲ କରାଯିବ – ଯାହାଙ୍କ କର୍ତ୍ତୁତ୍ଵରୁ ଏପରି ବିଷୟ ହସ୍ତାନ୍ତରଣ ନିମନ୍ତେ ଉଦ୍ଦେଶିତ ।

  5. ଉପ- ଦଫା (୧) ରେ ଉଲ୍ଲେଖିତ ପ୍ରକୃତି ପ୍ରତ୍ୟେକ ଦାବୀ, ଉକ୍ତ ଉପ ଦଫାରେ ଉଲ୍ଲେଖିତ ସମୟ ମଧ୍ୟରେ ଏବଂ ଉଲ୍ଲେଖିତ ପଦ୍ଧତିରେ ଯଦି ଦାବୀ ଅଧିକାରୀଙ୍କୁ ସୂଚିତ କରାଯାଇନଥାଏ, ତାହା ପ୍ରତିବନ୍ଧକ ହେବ ।

ଉଲ୍ଲେଖଥାଉ ଯେ, ଯେତେବେଳେ ଦାବୀ ଅଧିକାରୀ ସନ୍ତୁଷ୍ଟ ହୁଅନ୍ତି ଯେ ଉକ୍ତ ଉପଦଫା ର ବ୍ୟବସ୍ଥାକୁ ପରିପାଳକ କରିବାରେ କୌଣସି ଯଥେଷ୍ଟ କାରଣ ଯୋଗୁଁ ଦାବୀଦାର ପ୍ରତିବନ୍ଧିକ ହୋଇଥିଲେ, ସେପରିସ୍ଥଳେ ସେ ଉକ୍ତ ଛଅମାସ ସମୟର ଅତିବାହିତ ଠାରୁ, ଆହୁରି ଦୁଇମାସ ସମୟ ମଧ୍ୟରେ ତାଙ୍କ ଦାବୀ ଗ୍ରହଣ କରିପାରନ୍ତି ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ଅଟେ   ।

ଟିପ୍ପଣୀ

ଦଫାର ପରିସରକୁ ସ୍ପଷ୍ଟ କରାଯାଇଛି – ଦାବୀ ଅଧିକାରୀଙ୍କର କ୍ଷମତା ଏବଂ କାର୍ଯ୍ୟକୁ ସ୍ପଷ୍ଟ କରାଯାଇଛି, ଭରଣପୋଷଣର ବର୍ଦ୍ଧନ ନିମନ୍ତେ, ଅନେକ ଉପାଦାନ କିମ୍ବା ବିଷୟକୁ, ଦେୱାନୀ ନ୍ୟାୟଳୟ ବିଚାରକୁ ନେବେ ନାହିଁ ।  ଆଇନରେ ଯାହା ବ୍ୟବସ୍ଥାୟୀତ ଏହା ତାହାହିଁ ବିଚାର କିମ୍ବା ସ୍ଥିର କରିବେ   ।  ଋଣକଟା ଏବଂ ତାହା  ତାର ସାଧାରଣ ଅର୍ଥରେ, ଯେହେତୁ ଉକ୍ତ ଶବ୍ଦ ଆଇନରେ ସଂଜ୍ଞାୟୀତ କରାଯାଇନାହିଁ   ।  ଅଧିକ ଭରଣାପୋଷଣ ଏକ ଋଣ ଭାବେ ବିବେଚନା କରାଯାଇନ ପରେ,  ମାତ୍ର ଉଦ୍ରେକ ହୋଇଥିବା ଭରଣପୋଷଣ ଋଣ ଅଟେ   ।  ପର ଭରଣପୋଷଣ ନିମନ୍ତେ ଅଧିକ ଦାବୀ ଏକ ଋଣ  ଅଟେ   ।  ଅଧିକନ୍ତୁ, ଦାବୀଦାରଙ୍କ କ’ଣ ଆବଶ୍ୟକ,  ତାହା ସ୍ପଷ୍ଟ କରାଯାଇଛି ୩୭(୧୯୭୧)ସି ଏଲ ଟି – ୮୨୫ ।

ଋଣ – ଦାତା କିମ୍ବା ଭରଣପୋଷଣକାରୀ, ସମସ୍ତ ନିର୍ଦ୍ଧିଷ୍ଟକରଣ ଏବଂ ଦଲିଲ ଦାଖଲ କରିବେ

ଦଫା ୧୮ ଅନୁଯାୟୀ, ଦାବୀ ଦାଖଲ କରୁଥିବା ପ୍ରତ୍ୟେକ ଋଣ – ଦାତା କିମ୍ବା ଭରଣପୋଷଣଧାରୀ, ତାଙ୍କ ଦାବୀର ଯାବାବ ସହିତ ତାର ସମସ୍ତ ବିବରଣୀ ଦାଖଲ କରିବେ ଏବଂ ଏପରି ସମୟ ମଧ୍ୟରେ, ଯେପରି ଦାବୀ ଅଧିକାରୀ ଧାର୍ଯ୍ୟ କରିପାରନ୍ତି, ସମସ୍ତ ଦଲିଲ ଉପସ୍ଥାପନ କରିବେ, ଯାହାକି ତାଙ୍କ ଦାଖଲ କ୍ଷମତା କିମ୍ବା ନିୟନ୍ତ୍ରଣରେ ଥାଏ (ହିସାବ ପୁସ୍ତିକାରେ ଅନ୍ତର୍ଭୁକ୍ତକରଣ ସହିତ),  ଯାହା ଉପରେ, ସେ ତାଙ୍କ ଦାବୀ ସମର୍ଥନ କରିବା ନିମନ୍ତେ ଆସ୍ଥା ସ୍ଥାପନ କରନ୍ତି ଏବଂ ଏପରି ପ୍ରତ୍ୟେକ  ଦଲିଲର ଏକ ସଠିକ ନକଲ ମଧ୍ୟ ଦାଖଲ କରିବେ  ।

୧୯ ‘କ’ ଦାବୀ ଅଧିକାରୀଙ୍କ ଦ୍ଵାରା, ଦାବୀର ସୂଚନା:-

  1. ଯେତେ ଶୀଘ୍ର ଦଫା ୧୮ ର ଉପ-ଦଫା (୧) ଅନୁଯାୟୀ, କୌଣସି ଦାବୀ, ଦାବୀ- ଅଧିକାରୀଙ୍କୁ ସୂଚୀତ କରାଯାଏ, ସେତେବେଳେ ଉକ୍ତ ସଂପତ୍ତି (କିମ୍ବା ସଂପତ୍ତି  ଗୁଡିକ ) ସଂବନ୍ଧରେ ଦଫା ୨୩ ଅନୁଯାୟୀ ନିଯୁକ୍ତ କ୍ଷତିପୂରଣ ଅଧିକାରୀଙ୍କୁ, ଏପରି ଦାବୀ ଅଧିକାରୀ, ଏପରି ଦାବୀର ସମସ୍ତ ବିବେଚନା ସୂଚୀତ କରିବେ, ଯାହା ଉପରେ ଏପରି ଦାବୀ ସୂଚୀତ କରାଯାଇଛି   ।
  2. ଯେଉଁ ସ୍ଥଳରେ ଏପରି ଦାବୀ ( କୌଣସି ଋଣ – ଦାତାଙ୍କ ଦ୍ଵାରା କରାଯାଇଥିଲା ଏବଂ ତାହା ଧାରା (କ) ଅନୁଯାୟୀ, ଗୋଟିକରୁ ଅଧିକ ସମ୍ପତ୍ତି ସଂବନ୍ଧରେ କରାଯାଇଥିଲା,  କିମ୍ବା ) ଉକ୍ତ ଉପ- ଦଫାର ଦଫାର ଧରା (ଖ) ଅନୁଯାୟୀ ଭରଣପୋଷଣ ନିମନ୍ତେ କରାଯାଇଥାଏ,  ସେପରିସ୍ଥଳେ, ଦାବୀ – ଅଧିକାରୀଙ୍କଠାରୁ ଏପରି ତଥ୍ୟ ଗ୍ରହଣ କରିବା ପରେ, କ୍ଷତିପୂରଣ ଅଧିକାରୀ, ଏପରି  ଦାବି ସଂବନ୍ଧରେ ସଂପତ୍ତି (କିମ୍ବା ସଂପତ୍ତିଗୁଡିକ) ସଂବନ୍ଧରେ, ଦଫା ୨୭ ଅନୁଯାୟୀ ତାଙ୍କ ଦ୍ଵାରା ଗଣନା କାରରଯାଇଥିବା ହାରାହାରି ଆୟ ଅର୍ଥରାଶି ସଂବନ୍ଧରେ, ଦାବୀ ଅଧିକାରୀଙ୍କୁ ସୂଚୀତ କରିବେ ।

ଉଲ୍ଲେଖଥାଉ ଯେ , ଓଡିଶା ଜମିଦାରୀ ଉଚ୍ଛେଦ (ଦ୍ଵିତୀୟ ସଂଶୋଧନ ) ଆଇନ ୧୯୫୬ (ଓଡିଶା ଆଇନ ୨୮/୧୯୫୬) କିମ୍ବା (ଦ୍ଵିତୀୟ (ସଂଶୋଧନ ) ଆଇନ ୧୯୫୭(ଓଡିଶା ଆଇନ ୩/୧୯୫୮ ) ର ପ୍ରାରମ୍ଭ ତାରିଖ ପୂର୍ବରୁ, ଦଫା ୧୮ ଅନୁଯାୟୀ ଦାଖଲ କରାଯାଇଥିବା ଦାବୀ ସଂବନ୍ଧରେ, ଦାବୀ ଅଧିକାରୀ, ଉକ୍ତ ତାରିଖରୁ ଦୁଇ ମାସ  ସମୟ ମଧ୍ୟରେ, କ୍ଷତିପୂରଣ ଅଧିକାରୀଙ୍କୁ, ଏପରି ଦାବୀର ସମସ୍ତ ବିବରଣୀ ସୂଚୀତ କରିବେ   ।

ଋଣ – ଦାତା ଏବଂ ଭରଣପୋଷଣ ଧାରିଙ୍କ ପ୍ରତି ପ୍ରାପ୍ୟ ଅର୍ଥରାଶିର ସ୍ଥିରକରଣ ଏବଂ ଦୁଇ କିମ୍ବା ଅଧିକ  ଋଣ – ଦାତାଙ୍କ ମଧ୍ୟରେ ଅଗ୍ରାଧିକାର କ୍ରମନ୍ଵୟତା

  1. ଦାବୀ ଅଧିକାରୀ, ଧାର୍ଯ୍ୟ ନିୟମାବଳି ସହ ସମନ୍ଵୟ ରକ୍ଷାକରି ପ୍ରତ୍ୟେକ ଋଣଦାତାଙ୍କ ପ୍ରତି ଆଇନଃ ପ୍ରାପ୍ୟ ମୂଳଧାନ ରାଶି ସ୍ଥିର କରିବେ ଏବଂ ଏପରି ମୂଳଧାନ ସଂବନ୍ଧରେ, ଏପରି ସ୍ଥିରିକରଣ ତାରିଖରୁ ପ୍ରାପ୍ୟ ସୁଧ ସ୍ଥିର କରିବେ   ।
  2. ଉପ-ଦଫା (୧) ଅନୁଯାୟୀ, ମୂଳଧାନ ଏବଂ ସୁଧ ସ୍ଥିର କରିବାରେ, ଦାବୀ ଅଧିକାରୀ, କୌଣସି ବିପରୀତ ଚୁକ୍ତି କିମ୍ବା ଆଇନର ବ୍ୟବସ୍ଥାବଳୀ ସତ୍ତ୍ୱେ, ନିମ୍ନଭାବେ ଅଗ୍ରସର ହେବେ  :-
    • ହିସାବର ବନ୍ଦୀକରଣ, ସଦ୍ୟ ମୁଚାଲିକାର ସଂପାଦାନ କିମ୍ବା କୌଣସି ନ୍ୟାୟଳୟର ଡିଗ୍ରୀ କିମ୍ବା ଆଦେଶର ନିର୍ବିଶେଷରେ, ସେ ପ୍ରତ୍ୟେକ କ୍ଷେତ୍ରରେ ମୂଳରୁ ଅଗ୍ରୀମ ଭାବେ ପ୍ରଦାନ କରାଯାଇଥିବା ଅର୍ଥରାଶି ସ୍ଥିର କରିବେ   ।
    • ପୂର୍ବରୁ ପ୍ରଦାନ କରାଯାଇଥିବା କିମ୍ବା ଆଦାୟ କରାଯାଇଥିବା ସୁଧ ରାଶିକୁ ସେ ନିଶ୍ଚିତ କିମ୍ବା ସ୍ଥିର କରିବେ ଏବଂ ସରଳସୁଧ ଭାବେ ଆଦାଯ କରାଯାଇଥିବା କୌଣସି ଅର୍ଥରାଶିକୁ, ମୂଳ ଅର୍ଥରାଶି ବାବଦରେ ଛାଡ କରିବେ ଏବଂ ତାହା ବାର୍ଷିକ ୬ ପ୍ରତିଶତର ଅଧିକରେ କିମ୍ବା ଧାର୍ଯ୍ୟ ସୁଧହାରରେ, ତନ୍ମଧ୍ୟରୁ ଯେଉଁଠି କମ ହୋଇଥିବ   ।
    • ଋଣ – ଦାତାଙ୍କ ପ୍ରତି ପ୍ରାପ୍ୟ ମୂଳଧାନ ଏବଂ ଅର୍ଥରାଶିକୁ ସେ ପୃଥକଭାବେ ଧାର୍ଯ୍ୟ କରିବେ, ଏପରି ସୁଧକୁ ଧାରା (ଖ) ରେ ଉଲ୍ଲେଖିତ ହାରରେ ଗଣନା କରାଯିବ ଏବଂ ତାହା, ମୂଳରୁ ଅଗ୍ରୀମଭାବେ ପ୍ରଦାନ କରାଯାଇଥିବା ଅର୍ଥରାଶି ପ୍ରତି ସୀମିତ ରହିବ ।
    • ଯଦି ସେ ଏହା ଦେଖନ୍ତି ଯେ, କୌଣସି କ୍ଷେତ୍ରରେ ଋଣ – ଦାତା ସୁଧ ବାବଦରେ କୌଣସି ଅର୍ଥରାଶି ଗ୍ରହଣ କରିଛନ୍ତି କିମ୍ବା ଆଦାୟ କରିଛନ୍ତି, ଯାହାକି ମୂଳଧନ ସହିତ ସମାନ କିମ୍ବା ଅଧିକ ଅଟେ,  ସେପରିସ୍ଥଳେ ସେ ଏପରି ମୂଳଧନ ଉପରେ କୌଣସି ଅଧିକ ସୁଧ ଅନୁମୋଦନ କରିବେ ନାହିଁ   ।

ସ୍ପଷ୍ଟୀକରଣ

କୌଣସି “ୟୁସୁଫ୍ରକଖୁଆରୀ‘ ବନ୍ଧକ କ୍ଷେତ୍ରରେ କିମ୍ବା କୌଣସି ସମ୍ପତ୍ତି ସଂବନ୍ଧରେ ପ୍ରଦାନ କରାଯାଇଥିବା ଅଗ୍ରୀମ ପରିବର୍ତ୍ତେ ସଂପାଦାନ କୌଣସି ପଟ୍ଟାକ୍ଷେତ୍ରରେ  କିମ୍ବା ଏପରି ସଂପତ୍ତି କିମ୍ବା ତାର କୌଣସି ଅଂଶର ଦାଖଲ କ୍ଷେତ୍ରରେ, ଯାହାକି କୌଣସି ‘ ଡାଓର – ଋଣ ବଦଳରେ କୌଣସି ବିଧବାଙ୍କ ଦ୍ଵାରା ଧାରିତ ହୋଇଥାଏ, ସେପରିସ୍ଥଳେ ଏପରି ସଂପତ୍ତିରୁ ଉଦ୍ରେକ ଖଜଣା ଏବଂ ଲାଭର ହାରାହାରି ଅର୍ଥରାଶି ଏବଂ ଦଫା ଉଦ୍ଦେଶ୍ୟରେ, ସୁଧ ବୋଲି ଧରାଯିବ    ।

  • ଅନ୍ୟାନ୍ୟ କ୍ଷେତ୍ରରେ, ଦାବୀଦାରିଙ୍କ ପ୍ରତି ପ୍ରାପ୍ୟ ଏବଂ ନିଶ୍ଚିତ କାରରଯାଇଥିବା ମୂଳ ଅର୍ଥରାଶି , ଏପରି ହାରରେ ସୁଧ ବଦନ କରିବ, ଯାହାକି ବାର୍ଷିକ ଛଅ ପ୍ରତିଶତଠାରୁ ଅଧିକ  ହେବ ନାହିଁ, ଯେପରି ରାଜ୍ୟ ରାଜ୍ୟ ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇପାରେ।
  • କୌଣସି ଋଣ – ଦାତାଙ୍କ ପ୍ରତି ପ୍ରାପ୍ୟ ଏବଂ ସ୍ଥିର କରାଯାଇଥିବା କୌଣସି ସୁଧ ଉପରେ, କୌଣସି ଅଧିକ ସୁଧ ରହିବ ନାହିଁ   ।
  1. ଯେଉଁ  ସ୍ଥଳରେ ଏପରି ଦୁଇ କିମ୍ବା ଅଧିକ ଋଣ – ଦାତା ଥାଆନ୍ତି, ସେପରିସ୍ଥଳେ ଦାବୀ – ଅଧିକାରୀ ସେହି ଆଦେଶକୁ ସ୍ଥିର କରିବେ, ଯେଉଁଥିରେ ପ୍ରତ୍ୟେକ ଋଣ- ଦାତା ତାଙ୍କ ପ୍ରତି ପ୍ରାପ୍ୟ ଅର୍ଥରାଶି ଗ୍ରହଣ କରିବା ନିମନ୍ତେ ହକଦାର ହେବେ । ଏପରି କରିବାରେ ସେ ସଂପତ୍ତି ହସ୍ତାନ୍ତରଣ ଆଇନ ୧୮୮୨ ର ଉପାଦେୟ ବ୍ୟବସ୍ଥାବଳୀ ଦ୍ଵାରା ପରିଚାଳିତ ହେବେ, କିମ୍ବା ଅନ୍ୟ କୌଣସି ଆଇନ ଦ୍ଵାରା ପରିଚାଳିତ ହେବେ, ଯାହାକି ଏପରି କାରବାରକୁ ପରିଚାଳିତ କରେ  ।
  2. ଯେଉଁସ୍ଥଳରେ ଦଫା ୧୮ ର ଉପ –ଦଫା (୧) ର ଧରା ଅ(କ) ଅନୁଯାୟୀ କୌଣସି ଦାବୀ , ଦୁଇ କିମ୍ବା ଅଧିକ ସଂପତ୍ତି ସହ ସମ୍ପୃକ୍ତ ଥାଏ , ସେପରିସ୍ଥଳେ, ଦାବୀ ଅଧିକାରୀ, ଏପରି ଦାବୀ ସ୍ଥିର କରିବା ସମୟରେ ,ତାର ହାରାହାରି ଆୟ ପ୍ରତି, ଅନୁପାତରେ, ପ୍ରତ୍ୟେକ ସଂପତ୍ତି ସଂବନ୍ଧରେ ଦାବୀ ଅର୍ଥରାଶିକୁ ଆବଣ୍ଟନ କରିବେ  ।
  3. [ ଦାବୀ – ଅଧିକାରୀ, କୌଣସି ସଂପତ୍ତିରେ ପ୍ରତ୍ୟେକ ରକ୍ଷଣାବେକ୍ଷଣାକାରୀଙ୍କ ଦାବୀସ୍ଥିର କରିବେ ଏବଂ ସେହି ଅନୁପାତକୁ ବିଚାରକୁ ନେବେ ଯେ ଏପରି ରକ୍ଷଣାବେକ୍ଷଣାକାରୀଙ୍କ ଦ୍ଵାରା ଗୃହିତ ଆର୍ଥିକଭତ୍ତାଦଫା ୨୭ ଅନୁଯାୟୀ ଗଣନା କରାଯାଇଥିବା ଏପରି ସଂପତ୍ତିର ହାରାହାରି ଆୟ ପ୍ରତି ବହନ କରେ ।

ଟିପ୍ପଣୀ

ଏହି ଦଫାର ବ୍ୟବସ୍ଥାବଳୀ ଅନୁଯାୟୀ, ଦାବୀ – ଅଧିକାରୀଙ୍କର ପରିସର ଏବଂ କର୍ତ୍ତବ୍ୟକୁ ସ୍ପଷ୍ଟ କରାଯାଇଛି   ।  ଆହୁରି ମଧ୍ୟ ଶବ୍ଦବଳୀ ଆଇନତଃ ଏବଂ ଯଥାଯଥ ଭାବେ ପ୍ରାପ୍ୟ ର ଉକ୍ତି ଏବଂ ଅର୍ଥକୁ ସ୍ପଷ୍ଟ କରାଯାଇଛି   । ଏପରାୟ ଦାବୀ ଠିକ କିମ୍ବା ଅନ୍ୟ କୌଣସି ଆଇନ ଦ୍ଵାରା ପ୍ରତିବନ୍ଧକ କି  ନୁହେଁ କିମ୍ବା ଏପରି ଦାବି ସେ ପର୍ଯ୍ୟନ୍ତ ଥାଏ, ଯାହାକି ବିଚାର ନିମନ୍ତେ ଉଦ୍ରେକ ହୋଇଥାଏ, ଯେତେବେଳେ ଦାବୀ – ଅଧିକାରୀ, ଏହି ଦଫା ଅନୁଯାୟୀ ମୂଳ ଅର୍ଥରାଶି ସ୍ଥିର କରନ୍ତି –ସ୍ପଷ୍ଟ କରାଯାଇଛି – (୩୩(୧୯୬୭) ସି ଏଲ ଟି – ୧୦୨୮ (ସୁପ୍ରିମକୋର୍ଟ ); ଆହୁରି ମଧ୍ୟ ୧୯୬୭ ସୁପ୍ରିମ କୋର୍ଟ – ୧୨୫୧ ଦ୍ରଷ୍ଟବ୍ୟ  ।

୨୦ ‘କ’ ଦାବୀ ଅଧିକାରୀ ରାଏ ସୂଚୀତ କରିବେ :-

  1. ଦଫା ୨୦ ଅନୁଯାୟୀ ଋଣ – ଦାତା କିମ୍ବା କୌନାସି ଭରଣପୋଷଣଧାରୀଙ୍କ ଦାବୀ ସ୍ଥିର କରିବା ପରେ, ଦାବୀ ଅଧିକାରୀ, ସମ୍ପୃକ୍ତ କ୍ଷତିପୂରଣ ଅଧିକାରୀଙ୍କୁ, ତାଙ୍କର ରାଏ ସୂଚୀତ କରିବେ   ।
  2. ଓଡିଶା ଜମିଦାରୀ ଉଚ୍ଛେଦ (ଦ୍ଵିତୀୟ ସଂଶୋଧନ) ଆଇନ ୧୯-୫୭ (ଓଡିଶା ଆଇନ ସଂଖ୍ୟା ୩/୧୯୫୮) ର ପ୍ରାରମ୍ଭ ପୂର୍ବରୁ ପ୍ରଦାନ କରାଯାଇଥିବା କୌଣସି ରାଏ କ୍ଷେତ୍ରରେ; କ୍ଷତିପୂରଣ – ଅଧିକାରୀଙ୍କ ଦ୍ଵାରା, ତାଙ୍କୁ ଉଲ୍ଲେଖ କରାଯାଇଥିବା ଏପରି ରାଏକୁ, ଦାବୀ – ଅଧିକାରୀ ସଂଶୋଧନ କରିବେ ଏବଂ ଦଫା ୨୦ର ଉପଦଫା (୪) ରେ ବ୍ୟବସ୍ଥାୟୀତ ଅନୁଯାୟୀ, ଏପରି ଦାବୀ ପ୍ରତି ଆବଣ୍ଟନ କରିବେ   ।

ଦାବୀ – ଅଧିକାରୀଙ୍କ ସିଦ୍ଧାନ୍ତ ବିରୁଦ୍ଧରେ ଅପିଲ

ଦଫା ୨୨ ରେ ବ୍ୟବସ୍ଥାୟୀତ ଅନୁଯାୟୀ ଏପରି ସିଦ୍ଧାନ୍ତର ଷାଠିଏ ଦିନ ମଧ୍ୟରେ , ଦଫା ୨୦ ଅନୁଯାୟୀ , ଦାବୀ ଅଧିକାରୀଙ୍କର କୌଣସି ସିଦ୍ଧାନ୍ତ ବିରୁଦ୍ଧରେ ଏକ ଅପିଲ ଦାଏର କରାଯାଇପାରିବ   ।

ଅପିଲ ଅଧିକାରୀ ଏବଂ ପଦ୍ଧତି

  1. ନିମ୍ନଙ୍କ ପ୍ରତି ଦଫା ୨୧ ଅନୁଯାୟୀ କୌଣସି ଅପିଲ ଦାଏର କରାଯିବ
    • ଉଚ୍ଚନ୍ୟାୟଳୟଙ୍କୁ , ଯଦି ଦାଏର କରୁଆଯାଇଥିବା ଅପିଲ ଦଶହଜାରରୁ ଉର୍ଦ୍ଧ୍ଵ ଟଙ୍କାର ଦାବିକୁ ଅନ୍ତର୍ଭୁକ୍ତ କରୁଥାଏ  ।
    • ଏ ସମ୍ବନ୍ଧରେ ବିଜ୍ଞପ୍ତି ଜିଲ୍ଲା ବିଚାରପଟି, ଯଦି ଏପରି ଅପିଲ କୌଣସି ଦାବିକୁ ଅନ୍ତର୍ଭୁକ୍ତ କରୁଥାଏ, ଯାହାକି ଦଶ ହଜାର ଟଙ୍କାରୁ ଊର୍ଦ୍ଧ୍ଵ ହୋଇନଥାଏ   ।

    ଉଲ୍ଲେଖଥାଉ ଯେ ଦଫା ୧୮ ର ଉପ ଦଫା (୨)ର ପ୍ରତିବନ୍ଧ ଅନୁଯାୟୀ କୌଣସି ଜିଲ୍ଲା ବିଚାରପତିଙ୍କ ଦ୍ଵାରା ଶୁଣାଣୀ କରାଯାଇଥିବା ଦାବି କ୍ଷେତ୍ରରେ,  ଏପରି ଅପିଲ ଉଚ୍ଚନ୍ୟାୟଳୟରେ ଦାଏର କରାଯିବ ।

  2. ପୂର୍ବ ଉପ ଦଫା – ଅନୁଯାୟୀ, କୌଣସି ଜିଲ୍ଲା ବିଚାରପତିଙ୍କ ସମ୍ମୁଖରେ ଦାଏର କରାଯାଇଥିବା କୌଣସି ଅପିଲ, ଧାର୍ଯ୍ୟ ପଦ୍ଧତି ଅନୁଯାୟୀ ଫଇସଲା କରାଯିବ ।
  3. ଓଡିଶା ଜମିଦାରୀ ଉଚ୍ଛେଦ (ଦ୍ଵିତୀୟ ସଂଶୋଧନ) ଆଇନ ୧୯୫୭ (ଓଡିଶା ଆଇନ ୩/୧୯୫୮) ର ପ୍ରାରମ୍ଭ ପୂର୍ବରୁ , ପରିଷଦ ସମ୍ମୁଖରେ ସ୍ଥଗିତ ଥିବା ଅପିଲ ଉପ-ଦଫା (୧) ରେ ଧାର୍ଯ୍ୟ ଉପଯୁକ୍ତ ଅପିଲ ଅଧିକାରୀଙ୍କୁ ହସ୍ତାନ୍ତରଣ କରାଯିବ  ।
  4. ଅପିଲର ଫଳାଫଳର ନିୟନ୍ତ୍ରଣାଧିନରେ, ଦାବୀ ଅଧିକାରୀଙ୍କ ସିଦ୍ଧାନ୍ତ, ଯଦି କିଛି ଥାଏ, ତାହା ଚୁଡାନ୍ତ ହେବ  ।

ଆଧାର – ଦ ଲ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate