অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ୧୯୫୧ ( କ୍ଷତିପୂରଣର ପ୍ରଦାନ )

କ୍ଷତିପୂରଣର ପ୍ରଦାନ ପଦ୍ଧତି

  1. ଦଫା ୩୩ ଅନୁଯାୟୀ, କ୍ଷତିପୂରଣ –ଆକଳନ ତାଲିକାର ପ୍ରକାଶନ ପରେ, କ୍ଷତିପୂରଣ ଅଧିକାରୀ, ମଧ୍ୟସ୍ଥ ଏବଂ ଅନ୍ୟ ବ୍ୟକ୍ତିଙ୍କୁ, ଏହି ଦଫାରେ ବ୍ୟବସ୍ଥାୟୀତ ପଦ୍ଧତିରେ ଅର୍ଥ ପ୍ରଦାନ କରିବା ନିମନ୍ତେ ଅଗ୍ରସର ହେବେ, ଯେଉଁମାନଙ୍କୁ ଏପରି କ୍ଷତିପୂରଣ ଆକଳନ ତାଲିକାରେ, କ୍ଷତିପୂରଣ ପାଇବା ନିମନ୍ତେ ହକଦାର ବୋଲି ଦର୍ଶାଅଯାଇଛି ଏବଂ ଏପରି କ୍ଷତିପୂରଣ ପ୍ରଦାନ କରିବା ସମୟରେ, ସେଥିରୁ ଏପରି ଅର୍ଥରାଶିକୁ ହ୍ରାସକରଣ କରାଯିବ, ଯାହାକି ଦଫା ୫ ର ଧାରା (ଖ) (ଘ)କିମ୍ବା (କେ)] ଅନୁଯାୟୀ କଲେକ୍ଟରଙ୍କ ଦ୍ଵାରା, ହ୍ରାସକରଣ କରିବା ନିମନ୍ତେ ଆଦେଶିତ ହୋଇଥାଏ  ]
  2. [ଉଲ୍ଲେଖଥାଉ ଯେ, ଯେଉଁ ସ୍ଥଳରେ ଏପରି କ୍ଷତିପୂରଣ, ଦଫା ୪ କିମ୍ବା ଦଫା ୨୮ ର ଧାରା (୨) ଅନୁଯାୟୀ କୌଣସି କ୍ରମାନୁଗତିକ ବାର୍ଷିକ ଅର୍ଥରାଶି ଭାବେ ଦେୟ ହୋଇଥାଏ, ସେପରିସ୍ଥଳେ ଦଫା ୫ ର ଉପରୋକ୍ତ ଗୋଟିଏ କିମ୍ବା ଅଧିକ ଧାରା ଅନୁଯାୟୀ ଏପରି ହ୍ରାସକରଣ, ଏକତୀତଭାବେ, ଏପରି ବାର୍ଷିକ ଅର୍ଥରାଶିର ପଚାଶ ପ୍ରତିଶତଠାରୁ ଅଧିକ ହେବ ନାହିଁ ।]

    [ଆହୁରି ଉଲ୍ଲେଖଥାଉ ଯେ, ସେହି ସମସ୍ତ କ୍ଷେତ୍ରରେ, ଯେଉଁତିରେ ଦଫା ୫ ର ଉପରୋକ୍ତ ଧାରା ଅନୁଯାୟୀ ପ୍ରାପ୍ୟ ଅର୍ଥରାଶି, ପୂର୍ବ ପ୍ରତିବନ୍ଧ ଦ୍ଵାରା ନ୍ୟସ୍ତିକରଣ ତାରିଖ ହୋଇନଥାଏ, ସେପରିସ୍ଥଳେ କ୍ଷତିପୂରଣ ଅଧିକାରୀ ଉକ୍ତ ବିଷୟକୁ ରାଜସ୍ୱ ପରିଷଦକୁ ଉଲ୍ଲେଖ କରିବେ, ଯେକି ଏକ ଉଚ୍ଚତାର ହାର ଧାର୍ଯ୍ୟ କରିପାରନ୍ତି , ଯେଉଁ ସ୍ଥଳରେ ଏପରି ବାର୍ଷିକ ଅର୍ଥରାଶି କୌଣସି ଟ୍ରଷ୍ଟ କିମ୍ବା ୨୮ ର ଧାରା (୨) ରେ ଉଲ୍ଲେଖିତ ଅନ୍ୟ ଆଇନଗତ ଦାୟିତ୍ଵ ଅନୁଯାୟୀ କୌଣସି ସମ୍ପତ୍ତି ଧାରଣ କରିଥାଏ, ଏବଂ ଆଇନଗତ ଦାୟିତ୍ଵ ଅନୁଯାୟୀ ଏପରି ଟ୍ରଷ୍ଟ ଦ୍ଵାରା ଭରଣା କରାଯିବାକୁ ଥିବା ବାଧ୍ୟତାମୂଳକ ଖର୍ଚ୍ଚକୁ ବିବେଚନା କରିବେ।]

  3. ଚୂଡାନ୍ତଭାବେ ପ୍ରକାଶିତ କୌଣସି କ୍ଷତିପୂରଣ ଆକଳନ ତାଲିକା ଅନୁଯାୟୀ ଏପରିଭାବେ ଦେୟ କ୍ଷତିପୂରଣ ଅର୍ଥରାଶି, ଯେପରି ଏତତପରେ ବ୍ୟବସ୍ଥାୟୀତ, ସେହି ବ୍ୟକ୍ତି କିମ୍ବା ବ୍ୟକ୍ତିମାନଙ୍କୁ, ଉକ୍ତ ତାଲିକା ଅନୁଯାୟୀ ପ୍ରଦାନ କରାଯିବ ଏବଂ ତାଙ୍କ ଦ୍ଵାରା ଏପରି କ୍ଷତିପୂରଣ ଗୃହିତ ହେବା ପୂର୍ବରୁ, ଏପରି ହକଦାର ବ୍ୟକ୍ତିଙ୍କୁ ମୃତ୍ୟୁ କ୍ଷେତ୍ରରେ, ତାଙ୍କର କିମ୍ବା ସେମାନଙ୍କର ଆଇନଗତ ପ୍ରତିନିଧିମାନଙ୍କୁ ଏପରି ଅର୍ଥରାଶି ପ୍ରଦାନ କରାଯିବ ।
  4. କ୍ଷତିପୂରଣ ଅର୍ଥରାଶି, ଯେଉଁଥି ପ୍ରତି କୌଣସି ମଧ୍ୟସ୍ଥ ଉପ-ସ୍ଥାନ (1) ଅନୁଯାୟୀ ଅନୁଯାୟୀ ହକଦାର ହେବେ, ତାହା ବାର୍ଷିକ ଅଢେଇ ପ୍ରତିଶତ ସୁଧ ବହନ କରିବ ଏବଂ ଏପରି କ୍ଷତିପୂରଣ ସହିତ ସୁଧକୁ ନ୍ୟସ୍ତିକାରଣ ତାରିଖରୁ ସମାନ ତିରିଶଟି କିସ୍ତିରେ ଦେୟ ହେବ;
  5. ଉଲ୍ଲେଖ ଥାଉ ଯେ, ଉପରେ ଉଲ୍ଲେଖିତ ତିରିଶବର୍ଷ ସମୟର ସମାପ୍ତି ପୂର୍ବରୁ ଯେକୌଣସି ସମୟରେ ବକେୟା ଥିବା କ୍ଷତିପୂରଣକୁ ସଂପୂର୍ଣ୍ଣଭାବେ ପ୍ରଦାନ କରିବା ନିମନ୍ତେ, ରାଜ୍ୟସରକାରଙ୍କ ଦକ୍ଷ ହେବେ।

    • କ୍ଷତିପୂରଣ ଆକଳନ ତାରିଖରୁ ଚୁଡାନ୍ତ ପ୍ରକାଶନ ପରେ, ଯେତେଶୀଘ୍ର ସମ୍ଭବ, କ୍ଷତିପୂରଣ ଅଧିକାରୀ, ଉକ୍ତ ତାଲିକା ଅନୁଯାୟୀ ଏପରି ଅର୍ଥପ୍ରଦାନ ନିମନ୍ତେ ହକଦାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧାର୍ଯ୍ୟ ଫର୍ମରେ ସୂଚନା ନିର୍ଗମ କରିବେ, ଯେ ସେ ଅର୍ଥରାସୀ ଗ୍ରହଣ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରନ୍ତୁ ।
    • ଏପରି ସୂଚନାର ନିର୍ଗମ ସତ୍ତ୍ୱେ, ଧାରା (କ) ରେ ଧାରିତ କୌଣସି ବ୍ୟବସ୍ଥା କୌଣସି ନ୍ୟାୟଳୟ କିମ୍ବା ଅନ୍ୟ ଅଧିକାରୀଙ୍କର କୌଣସି ରାଏ, ଡିଗ୍ରୀ କିମ୍ବା ଆଦେଶରେ ଧାରିତ ନିର୍ଦ୍ଦେଶର ବିପରୀତଭାବେ କୌଣସି ଅର୍ଥ ପ୍ରଦାନକୁ କ୍ଷମତାୟୀତ କରେ ବୋଲି ଧରାଯିବ ନାହିଁ  ।
      • (3-ଖ) ଉପ-ଦଫା (3-କ) ଅନୁଯାୟୀ, କୌଣସି ସୂଚନା ଦ୍ଵାରା କ୍ଷତିପୂରଣ, ଯାହାକି କୌଣସି ନ୍ୟାୟଳୟ କିମ୍ବା ଅନ୍ୟଅଧିକାରୀଙ୍କର କୌଣସି ରାଏ, ଡିଗ୍ରୀ କିମ୍ବା ଆଦେଶ ଅନୁଯାୟୀ, ଅର୍ଥ ପ୍ରଦାନକୁ ସ୍ଥଗିତ ରଖାଯାଇଥାଏ, କିମ୍ବା ଯାହାକି କୌଣସି କାରଣଯୋଗୁଁ ଅଣ-ପ୍ରଦାନ ହୋଇ ରହିଥାଏ, ତାହା ଯେତେ ଶୀଘ୍ର ସମ୍ଭବ, ଧାର୍ଯ୍ୟ ସମୟର ଅତିବାହିତ ତାରିଖ ପରେ,  ଯେପରି ସୂଚନାରେ ଧାର୍ଯ୍ୟ କରାଯାଇଥାଏ, ତାହା ରାଜସ୍ଵ ଜମା ଭାବେ, କରାଯିବ ।
      • (3-ଗ) ଉପ-ଦଫା (3-ଖ) ରେ କୌଣସି ବିପରୀତାର୍ଥେ ସତ୍ତ୍ୱେ, ଉପ –ଦଫା (3-ଖ) ଅନୁଯାୟୀ ଜମା କରାଯିବାକୁ ଥିବା ଅର୍ଥରାସୀ, ଉକ୍ତ ଉପ-ଦଫା ଅନୁଯାୟୀ ଧାର୍ଯ୍ୟ ସମୟର ଅତିବାହିତ ତାରିଖରୁ କୌଣସି ସୁଧ ବହନ କରିବ ନାହିଁ  ।
  6. ଯଦି ସେହି ସମ୍ପତ୍ତି, ଯାହା ସଂବନ୍ଧରେ କ୍ଷତିପୂରଣ ଦେୟ ଅଟେ, ତାହା କୌଣସି ସୀମିତ ମାଲିକ କିମ୍ବା କୌଣସି ଜୀବନ ପର୍ଯ୍ୟନ୍ତ ସୁଧ ଧାରଣକାରୀଙ୍କ ଦ୍ଵାରା ଧାରିତ ହୋଇଥାଏ  ସେପରି ସ୍ଥଳେ କ୍ଷତିପୂରଣ ଅଧିକାରୀ ଜିଲ୍ଲା କଲେକ୍ଟରଙ୍କ ନିକଟରେ ଏପରି କ୍ଷତିପୂରଣ ଅର୍ଥରାଶିରୁ ଜମା ରଖିବେ ଏବଂ ଏପରି ସୀମିତ ମାଲିକ କିମ୍ବା ଜୀବନସାରା ସୁଧ ଧାରଣକାରୀଙ୍କୁ, ଏପରି କ୍ଷତିପୂରଣ ଅର୍ଥରାଶି ଉପରେ ଉଦ୍ରେକ ସୁଧ ପ୍ରଦାନ କରିବା ନିମନ୍ତେ କଲେକ୍ଟର ନିର୍ଦ୍ଦେଶ ଦେବେ, ଏବଂ ତାହା ଜୀବନକାଳ ମଧ୍ୟରେ, ଏପରି ଅର୍ଥରାଶିକୁ କିମ୍ବା କ୍ଷତିପୂରଣ ଅର୍ଥରାଶିକୁ, କଲେକ୍ଟରଙ୍କ ନିକଟରେ ଜମା ରଖାଯିବ, ଯେ ପର୍ଯ୍ୟନ୍ତ ଏପରି କ୍ଷତିପୂରଣ ଅର୍ଥରାଶିକୁ, କଲେକ୍ଟରଙ୍କ ନିକଟରେ ଜମା ରଖାଯିବ, ଯେ ପର୍ଯ୍ୟନ୍ତ ଏପରି କ୍ଷତି ପୂରଣ ଅର୍ଥରାଶି କିମ୍ବା ତାର କୌଣସି ଅଂଶ, ଏହି,  ଏହି ଦଫା – ଉପଦଫା ପ୍ରତିବନ୍ଧ ଅନୁଯାୟୀ, କୌଣସି ଅର୍ଥ ପ୍ରଦାନ, ସେହି ବ୍ୟକ୍ତିଙ୍କୁ କରାଯିବ, ଜେକି ସେଥି ନିମନ୍ତେ ସଂପୂର୍ଣ୍ଣଭାବେ ହକଦାର ହୁଅନ୍ତି  ।

ଉଲ୍ଲେଖଥାଉ ଯେ ଏହି ଉପ- ଦଫାରେ ଧାରିତ କୌଣସି ବ୍ୟବସ୍ଥା, କୌଣସି ସୀମିତ ମାଲିକ କିମ୍ବା ଜୀବନସାରା ସୁଧ ଧାରଣକାରୀ କୌଣସି ଆଇନଗତ ଆବଶ୍ୟକତାକୁ ଭରଣା କରିବା ନିମନ୍ତେ ଆବଶ୍ୟକ ଖରଚ ଭରଣା କରିବା ନିମନ୍ତେ, କ୍ଷତିପୂରଣ ଅର୍ଥରାଶିର କୌଣସି ଅଂଶର ପ୍ରଦାନ ନିମନ୍ତେ, ଜିଲ୍ଲା ବିଚାରପତିଙ୍କୁ ଆବେଦନ କରିବା ଅଧିକାରୀଙ୍କୁ ପ୍ରଭାବିତ କରେ ବୋଲି ଧରାଯିବ ନାହିଁ :

ଆହୁରି ଉଲ୍ଲେଖଥାଉ ଯେ, କୌଣସି ମଧ୍ୟସ୍ଥ, ଲିଖିତଭାବେ କୌଣସି ଦଲିଲ ଦ୍ଵାରା ଖଜଣାର ହ୍ରାସକାରଣ ଦ୍ଵାରା, କ୍ଷତିପୂରଣ କରିବା ନିମନ୍ତେ ସମ୍ମତ ହୋଇପାରନ୍ତି, ଯାହାକି ଏପରି ସର୍ତ୍ତାବଳୀ ଉପରେ  ତାଙ୍କୁ ଦେୟ କ୍ଷତିପୂରଣ ଅର୍ଥରାଶିର ସମନ୍ଵୟକାରଣ ଭିତ୍ତି ଉପରେ ଧାର୍ଯ୍ୟ କରାଯିବ, ଯେପରିକି ଉକ୍ତ ତିରିଶ ବର୍ଷ ଧାର୍ଯ୍ୟ ସମୟ ମଧ୍ୟରେ ଏପରି ଜମି ଉପରେ ସମ୍ମତ ହୋଇପାରେ, ଯାହାକି ଏପରି ସମ୍ପତ୍ତିରେ କିମ୍ବା ଏପରି  ସଂପତ୍ତିର କୌଣସି ଅଂଶରେ ଧାରିତ ହୋଇଥାଏ, ଯାହାକି ଏହି ଆଇନର ଦଫା ୭ର ବ୍ୟବସ୍ଥାବଳୀ, ଅନୁଯାୟୀ, ତାଙ୍କ ସହିତ ବନ୍ଦୋବସ୍ତ କରାଯାଇଥାଏ   ।

ସ୍ପଷ୍ଟୀକରଣ

  1. ସୀମିତ ମାଲିକ ଉକ୍ତିଟି, କୌଣସି ସଂପତ୍ତି ଧାରଣକାରୀଙ୍କୁ ଅନ୍ତର୍ଭୁକ୍ତ କରିବ ନାହିଁ, ଯାହାକି ମାଡ୍ରାସ ଅଣରାଜ୍ୟ ସଂପତ୍ତି ଆଇନ ୧୯୪୪ (ମାଡ୍ରାସ ଆଇନ ୩ ୧୯୪୪) ର ବ୍ୟବସ୍ଥାବଳୀ ଦ୍ଵାରା ପରିଚାଳିତ କିମ୍ବା ଅନ୍ୟ କୋଣସି ସଂପତ୍ତି, ଯାହାକି ଅନ୍ୟ କୌଣସି ଆଇନ କିମ୍ବା ପ୍ରଥା କିମ୍ବା ଆଇନର ବଳ ଧାରଣ କରିଥିବା କୌଣସି ବ୍ୟବହାର ଅନୁଯାୟୀ ଅବିଭାଜ୍ୟ ଅଟେ  ।
  2. କ୍ଷତିପୂରଣ ଅର୍ଥରାଶି, ଯେଉଁଥିପ୍ରତି କୌଣସି ଋଣ- ଦାତା କିମ୍ବା ଭରଣପୋଷଣକାରୀ, ଦଫା ୨୮ ର ଧାରା (୩) କିମ୍ବା (୪) ଅନୁଯାୟୀ ହକଦାର ହେବେ, ସେହି ତାରିଖରୁ, ବାର୍ଷିକ ଅଢେଇ ପ୍ରତିଶତ ହାରରେ ସୁଧ ସେହି ତାରିଖରୁ ବହନ କରିବ, ଯେବେ ଦଫା ୨୦ ଅନୁଯାୟୀ, କ୍ଷତିପୂରଣ ଅଧିକାରୀଙ୍କ ଦ୍ଵାରା ତାଙ୍କର ଦାବୀ ସ୍ଥିର କରାଯାଏ ଏବଂ ତାହା ତିରିଶଟି ସମାନ ବାର୍ଷିକ କିସ୍ତିରେ, ସଂପତ୍ତିର ନ୍ୟସ୍ତିକରଣ ତାରିଖଠାରୁ ପ୍ରଦାନ କରାଯିବ  :-

ଉଲ୍ଲେଖଥାଉ ଯେ, ଦାବୀର ସେହି ଅଂଶ ନିମନ୍ତେ କୌଣସି ସୁଧ ପ୍ରଦାନ କରାଯିବ ନାହିଁ , ଯାହାକି ଦଫା ୨୦ ର ଉପଦଫା (୨) ର ଧାରା (ଚ) ରେ ଉଲ୍ଲେଖିତ ସୁଧକୁ ପ୍ରତିନିଧିତ୍ଵ କରେ;

ଆହୁରି ଉଲ୍ଲେଖଥାଉ ଯେ,  ଉପରେ ଧାର୍ଯ୍ୟ ତିରିଶବର୍ଷ ସମାପ୍ତି ପୂର୍ବରୁ,  ଯେ କୌଣସି ସମୟରେ ବକେୟା ଥିବା ଅର୍ଥରାଶିଙ୍କୁ, ଋଣଦାତା କିମ୍ବା ଭରଣପୋଷଣକାରୀଙ୍କୁ ଦେୟ କ୍ଷତିପୂରଣ ଅର୍ଥରାଶିକୁ ସଂପୂର୍ଣ୍ଣଭାବେ ପ୍ରଦାନ କରିବା ନିମନ୍ତେ, ରାଜ୍ୟ ସରକାର ଦକ୍ଷ ହେବେ   ।

ସଂରକ୍ଷଣ

ଓଡିଶା ଜମିଦାରୀ ଉଚ୍ଛେଦ (ଦ୍ଵିତୀୟ ସଂଶୋଧନ ) ଆଇନ ୧୯୫୭ (ଓଡିଶା ସଂଖ୍ୟା ୩/୧୯୫୮) ବଳବତ୍ତର ହେବା ପୂର୍ବରୁ, ଦଫା ୩୭ର ଉପ-ଦଫା (୪) ଅନୁଯାୟୀ କୌଣସି ଟ୍ରିବ୍ୟୁନାଲ ସମ୍ମୁଖରେ ସ୍ଥଗିତ ଥିବା କୌଣସି ବିବାଦୀୟ ବିଷୟ, ସେହି ନ୍ୟାୟଳୟକୁ ହସ୍ତାନ୍ତରୀତ ହେବ, ଯେକି ଉକ୍ତ ଟ୍ରିବ୍ୟୁନାଲକୁ ତାହା ଉଲ୍ଲେଖ କରିଥିଲେ ଏବଂ ନ୍ୟାୟଳୟ ତାପରେ, ଆଇନ ସେହି ଅନୁସାରେ ଅଗ୍ରସର ହେବେ  ।

ଟିପ୍ପଣୀ

ନ୍ୟସ୍ତିକରଣ ତାରିଖରେ ନ୍ୟାୟଳୟରେ ସ୍ଥଗିତ ଥିବା କାର୍ଯ୍ୟାନୁଷ୍ଠାନ ଏପରି ନ୍ୟସ୍ତିକରଣ ସଂବନ୍ଧରେ ନ୍ୟାୟଳୟଙ୍କୁ ସଠିକ ଭାବେ ସୂଚିତ କରାଯାଇଥିଲା  - ତଥାପି ସଂପାଦାନରେ ଥିବା କାର୍ଯ୍ୟାନୁଷ୍ଠାନ ଚାଲିଥିଲା,  ତାହା ଅବୈଧ ବୋଲି ଦର୍ଶାଯାଇଥିଲା –(୨୮(୧୯୬୨) ସି । ଏଲ ଟି- ଏସ ଏନ -୨୯  )  ।

କ୍ଷତିପୂରଣ ମଧ୍ୟବର୍ତ୍ତୀକାଳୀନ ପ୍ରଦାନ

  1. ଏହି ଆଇନ ଅନୁଯାୟୀ ସଂପତ୍ତି ଅଧିଗ୍ରହଣ ନିମନ୍ତେ କ୍ଷତିପୂରଣ, ନ୍ୟସ୍ତିକରଣ ତାରିଖରୁ ପ୍ରାପ୍ୟ ହେବ, ନ୍ୟସ୍ତିକରଣ ତାରିଖରୁ ଅର୍ଥପ୍ରଦାନ ତାରିଖ ପର୍ଯ୍ୟନ୍ତ ବାର୍ଷିକ ଅଢେଇ ପ୍ରତିଶତ ହାରରେ ସୁଧ ବହନ କରିବ ।
  2. ଯେଉଁ ସ୍ଥଳରେ, ଦଫା ୩୭ ର ଉପ-ଦଫା (୩) ର ବ୍ୟବସ୍ଥାବଳୀ ଅନୁଯାୟୀ, ନ୍ୟସ୍ତିକରଣ ତାରିଖରୁ ଏକ ବର୍ଷ ସମୟ ମଧ୍ୟରେ ବାର୍ଷିକ ଅର୍ଥରାଶି  ପ୍ରଦାନ କରାନଯାଏ, ସେତେବେଳେ [କଲେକ୍ଟର] ଏପରି କଟକଣା କିମ୍ବା ସର୍ତ୍ତାବଳୀର ନିୟନ୍ତ୍ରଣାଧିନରେ ଯେପରି ଅମାନତ ପୁନଃ ଅର୍ଥ ପ୍ରଦାନ କିମ୍ବା ଅନ୍ୟଥା, ଯେପରି ଧାର୍ଯ୍ୟ କରାଯାଇପାରେ ଏପରି ପ୍ରତ୍ୟେକ ମଧ୍ୟସ୍ଥଙ୍କୁ କ୍ଷତିପୂରଣ [ପ୍ରଦାନ] କରିବେ ଏବଂ ତାହା[ ବାର୍ଷିକ କିସ୍ତିରେ ପ୍ରଦାନ କରାଯିବ, ଯାହାକି ଆକଳିତ କ୍ଷତିପୂରଣ ଅର୍ଥରାଶିର ଏକ ତିରିଶ ସହ ସାନ ହେବ।
  3. [ଉଲ୍ଲେଖଥାଉ ଯେ, ଯେଉଁସ୍ଥଳରେ କଲେକ୍ଟରଙ୍କ ମତରେ, ଯେଉଁ ସ୍ଥଳରେ ଏହି ଆଇନର ବ୍ୟବସ୍ଥାବୀ ଅନୁଯାୟୀ କୌଣସି ମଧ୍ୟସ୍ଥଙ୍କ ଠାରୁ ଆବଶ୍ୟକ ନଥିପତ୍ର ଏବଂ ଦଲିଲ ଦାଖଲ କାରୀବାରେ ଖିଲାପ ଘଟେ, ଯାହାକି ଏପରି ସଂପତ୍ତି ସଂବନ୍ଧରେ କ୍ଷତିପୂରଣ ସ୍ଥିର କରିବାରେ ବିଳମ୍ବ ଘଟାଏ,  ସେପରିସ୍ଥଳେ କଲେକ୍ଟର, ତାଙ୍କ ବିବେକ ଅନୁଯାୟୀ ରାଜସ୍ୱ ପରିଷଦ ନିୟନ୍ତ୍ରଣରର ନିୟନ୍ତ୍ରଣାଧିନରେ, ଏପରି ମଧ୍ୟସ୍ଥଙ୍କୁ, ଏପରି ମଧ୍ୟବର୍ତ୍ତୀକାଳୀନ ପ୍ରଦାନକୁ ପ୍ରତ୍ୟାଖ୍ୟାନ କରିପାରନ୍ତି, ନିଲମ୍ବିତ କରିପାରନ୍ତି କିମ୍ବା ବନ୍ଦ କରିପାରନ୍ତି  ।

  4. ଯେଉଁ ସ୍ଥଳରେ ଦଫା ୨୮ ର ଧାରା (୨) ର ବ୍ୟବସ୍ଥାବଳୀ ଅନୁଯାୟୀ ଦେୟ କ୍ରମାନୁଗତିକ ବାର୍ଷିକ ଅର୍ଥରାଶିର ପ୍ରଥମ ଅର୍ଥ ପ୍ରଦାନ, ନ୍ୟସ୍ତିକରଣ ତାରିଖରୁ ଏକ ବର୍ଷ ସମୟ ପର୍ଯ୍ୟନ୍ତ କରାଯାଏ ନାହିଁ, ସେପରିସ୍ଥଳେ କଲେକ୍ଟର, ଏପରି କଟକଣା ଏବଂ ସର୍ତ୍ତାବଳୀର ନିୟନ୍ତ୍ରଣାଧିନରେ, ଯେପରି ଅମାନତ, ପୁନଃ ଅର୍ଥ ପ୍ରଦାନ କିମ୍ବା ଅନ୍ୟଥା ଯେପରି ଧାର୍ଯ୍ୟ କରାଯାଇପାରେ, କୌଣସି ମଧ୍ୟସ୍ଥଙ୍କ ଟ୍ରଷ୍ଟିଙ୍କୁ, ମଧ୍ୟବର୍ତ୍ତୀକାଳୀନ ବାର୍ଷିକ ଅର୍ଥରାଶି ପ୍ରଦାନ କରିବେ, ଯାହାକି କ୍ରମାନୁଗତିକ ବାର୍ଷିକ ଅର୍ଥରାଶି ପରିମାଣର ହାରାହାରି ପଚସ୍ତରୀ ପ୍ରତିଶତର ସମାନ ହେବ, ଯାହାକି ଧାର୍ଯ୍ୟ ପଦ୍ଧତିରେ ଗଣନା କରାଯିବ।
  5. ଏପରି କିସ୍ତିର ପ୍ରଦାନ, ଏପରି ନ୍ୟସ୍ତିକରଣ ତାରିଖରୁ ଏକ ବର୍ଷ ସମାପ୍ତି ପରେ ଆରମ୍ଭ ହେବ ଏବଂ ଦଫା ୩୭ ର ଉପ-ଦଫା (୩) ର ବ୍ୟବସ୍ଥାବଳୀ ସହ ସମନ୍ଵୟ ରକ୍ଷାକରି, ଏହି ଆଇନ ଅନୁଯାୟୀ ଦେୟ କ୍ଷତିପୂରଣ ସେ ପର୍ଯ୍ୟନ୍ତ ସ୍ଥିର କରାଯାଇ ପ୍ରଦାନ କରାନଯାଇଛି, ସେ ପର୍ଯ୍ୟନ୍ତ ଚାଲୁ ରହିବ।
  6. ଏପରି ଭାବେ ପ୍ରଦାନ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣକୁ ଏହି ଆଇନ ଅନୁଯାୟୀ ଦେୟ କ୍ଷତିପୂରଣ ଏକ ଅଂଶ ଭାବେ ଧରାଯିବ ଏବଂ ଏହା ବିରୁଦ୍ଧରେ ହ୍ରାସକରଣ ଏବଂ ସମୀକରଣ କିମ୍ବା ସମନ୍ଵୟକରଣ କରାଯିବ ।]

ପୁନଃ ବିଚାର

ଏହି ଆଇନ ଅନୁଯାୟୀ କୌଣସି ପ୍ରଦାନ କରାଯାଇଥିବା ସିଦ୍ଧାନ୍ତ କିମ୍ବା ଆଦେଶ, ତାହା ଓଡିଶା ଜମିଦାରୀ ଉଚ୍ଛେଦ (ସଂଶୋଧନ) ଆଇନ ୧୯୭୩ ପୂର୍ବରୁ କିମ୍ବା ପରେ କରାଯାଇଥାଉ (ଏପରି କୌଣସି ସିଦ୍ଧାନ୍ତ କିମ୍ବା ଆଦେଶ ବ୍ୟତିତ, ଯାହା ବିରୁଦ୍ଧରେ ଏହି ଆଇନ ଅନୁଯାୟୀ କୌଣସି ଅପିଲ କିମ୍ବା ବିଭିଜନ ଦାଏର କରାଯାଇଛି)  : ଏପରି ସିଦ୍ଧାନ୍ତ କିମ୍ବା ଆଦେଶ ତାରିଖରୁ ଏକ ବର୍ଷ ମଧ୍ୟରେ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ଏବଂ ଇତ୍ସୁକ  ବ୍ୟକ୍ତିମାନଙ୍କୁ ଶୁଣାଣୀର ସୁଯୋଗ ପ୍ରଦାନକରିବା ପରେ ସେହି ଅଧିକାରୀଙ୍କ ଦ୍ଵାରା ପୁନଃ ବିଚାର କରାଯିବ,  ଯେକି ଏପରି ସିଦ୍ଧାନ୍ତ କିମ୍ବା ଆଦେଶ ପ୍ରଦାନ କରିଥିଲେ କିମ୍ବା କାର୍ଯ୍ୟାଳୟରେ ତାଙ୍କର ଉତ୍ତରାଧିକାରୀଙ୍କ ଦ୍ଵାରା, ଏହି କାରଣ ଉପରେ ଯେ, ଏହି ଆଇନ ଅନୁଯାୟୀ, କୌଣସି ଉତ୍ତରାଧିକାରୀଙ୍କ ଦ୍ଵାରା, ଏହି କାରଣ ଉପରେ ଯେ, ଏହି ଆଇନ ଅନୁଯାୟୀ, କୌଣସି କାର୍ଯ୍ୟାନୁଷ୍ଠାନ ସମୟରେ, କୌଣସି କିରାଣୀଜନିତ କିମ୍ବା ଗାଣିତିକ ତ୍ରୁଟି ଘଟିଛି  ।

ଟିପ୍ପଣୀ

ସେହି ସମସ୍ତ କାରଣ, ଯାହା ଉପରେ ପୁନଃ ବିଚାର କରାଯିବ – ତାହା ସ୍ପଷ୍ଠ କରାଯାଇଛି – କେବଳ କିରାଣୀ ବ୍ୟତୀତ କିମ୍ବା ଗାଣିତିକ ତ୍ରୁଟି ସଂଶୋଧନ କରିବା ନିମନ୍ତେ, ପୁନଃ ବିଚାର କ୍ଷମତା ପ୍ରଦାନ କରାଯାଇଥାଏ  - ୧୯୯୯ (୨) ଓ ଏଲ ଆର (ସୁପ୍ରିମ କୋର୍ଟ – ୧୫୧ – ଏପରି ପୁନଃ ବିଚାର କ୍ଷମତା, ନିଜମନକୁ ମନ କିମ୍ବା କୌଣସି ବ୍ୟଥିତ ବ୍ୟକ୍ତିର ଆଏଦାନ ପତ୍ର ଉପରେ ପରିଚାଳନା କରାଯାଇପାରେ – ଆଇନଗତ ବ୍ୟବସ୍ଥାବଳୀ ବାହାରେ, ରାଜସ୍ୱ ପରିଷଦ, ଏପରି ପୁନଃବିଚାର କ୍ଷମତା ପରିଚାଳନା କରିପାରିବେ ନାହିଁ  (୧୯୯୫(୨) ଓ ଏଲ ଆର – ୨୬୭)

ରିଭିଜନ୍

  1. ରାଜସ୍ୱ ପରିଷଦ, ଏହାର ମନକୁ ମନ କିମ୍ବା କଲେକ୍ଟରଙ୍କର କୌଣସି ବିବରଣୀ କୌଣସି କାର୍ଯ୍ୟାନୁଷ୍ଠାନର ନଥିପତ୍ର ମଗାଇ ପରୀକ୍ଷା କରିପାରନ୍ତି, ଯେଉଁତିରେ [ରାଜଜ୍ଵ ] ପରିଷଦ ଅଧସ୍ତନ କୌଣସି ଅଧିକାରୀ, ଏହି ଆଇନ ଅନୁଯାୟୀ କୌଣସି ସିଦ୍ଧାନ୍ତ ଗ୍ରହଣ କରିଥାନ୍ତି କିମ୍ବା ଆଦେଶ ପ୍ରଦାନ କରିଥାଆନ୍ତି ( ତାହା ଏପରି ଏକ ସିଦ୍ଧାନ୍ତ ହୋଇନଥାନ୍ତି, ଯାହା ବିରୁଦ୍ଧରେ କୌଣସି ଅପିଲ, ଉଚ୍ଚନ୍ୟାୟଳୟ କିମ୍ବା ଦଫା ୨୨ ଅନୁଯାୟୀ ଜିଲ୍ଲା ବିଚାରପଟିଙ୍କ ନିକଟରେ ଦାଏର  କରାଯାଇଥାଏ) ଏପରି ସିଦ୍ଧାନ୍ତ କିମ୍ବା ଆଦେଶର ସଠିକତା କିମ୍ବା ଉପଜୁକତା ସଂବନ୍ଧରେ ନିଜକୁ ସନ୍ତୁଷ୍ଟ କରିବା ନିମନ୍ତେ ଏବଂ ଯଦି କୌଣସି କ୍ଷେତ୍ରରେ ଏହା ପରିଷଦକୁ ପ୍ରେରିତ ହୁଏ ଯେ, ଏପରି କୌଣସି ସିଦ୍ଧାନ୍ତ କିମ୍ବା ଆଦେଶକୁ ସଂଶୋଧନର ନାକଚ,  ପରିବର୍ତ୍ତନ କିମ୍ବା ପୁନଃ ପ୍ରେରଣ କରାଯିବା ଉଚିତ, ସେପରିସ୍ଥଳେ ସେ ସେହି ଅନୁଯାୟୀ ଆଦେଶ ପ୍ରଦାନ କରିବେ ।
  2. [ରାଜସ୍ୱ ପରିଷଦ] ସମ୍ପୃକ୍ତ ପକ୍ଷମାନଙ୍କୁ ଉକ୍ତ ବିଷୟରେ କୌଣସି ଶୁଣାଣୀର ସୁଯୋଗ ପ୍ରଦାନ ନକରି, କୌଣସି ସିଦ୍ଧାନ୍ତ କିମ୍ବା ଆଦେଶକୁ ସଂଶୋଧନ କରିବେ ନାହିଁ ।

ଟିପ୍ପଣୀ

ଏହା ଦେଖାଯାଇଥିଲା ଯେ ପୂର୍ବ – ମଧ୍ୟସ୍ଥଙ୍କ ଦ୍ଵାରା ରଖାଯାଇଥିବା କୃଷକମାନେ ନ୍ୟସ୍ତିକାରଣ ତାରିଖରେ ଜମିର ଦଖଲରେ ଥିଲେ – ସେମାନେ ରାଜ୍ୟ ଅଧିନରେ କୃଷକ ଭାବେ ଧରାଯିବ – (୨୦୦୫( ସପ୍ଲିମେଣ୍ଟାରି ) ଓ ଏଲ ଆର -୮୨୬)  ।

କୌଣସି ରାଏ ମନ୍ଦ ବୋଲି ନ ଦର୍ଶାଇ, ତହସିଲଦାରଙ୍କ ଦ୍ଵାରା ଏହି ଆଇନର ଦଫା ୭ ଅନୁଯାୟୀ କୃଷି ଜମିକୁ ବନ୍ଦୋବସ୍ତ କରାଯାଇଥାଏ – ଏପରି ବନ୍ଦୋବସ୍ତକୁ ନାକଚ କରିବା କ୍ଷମତା କିମ୍ବା ଅଧିକାର ରାଜସ୍ୱ ପରିଷଦ ଅଛି – (୨୦୦୩(୨) ଓ ଏଲ ଆର (ଏନ ଓ ସି ) – ୮୩)  ।

ବ୍ୟବସ୍ଥା ବଳୀ ଅନୁଯାୟୀ, ତହସିଲଦାରଙ୍କୁ ଏବଂ ରାଜସ୍ୱ ପରିଷଦ ମଧ୍ୟରେ ପରିଚାଳନା କରାଯାଉଥିବା କ୍ଷମତା ମଧ୍ୟରେ ପାର୍ଥକ୍ୟକୁ ସୃଷ୍ଟି କରାଯାଇଛି – ତହସିଲଦାରଙ୍କ ଦ୍ଵାରା ପରିଚାଳନା କରାଯାଉଥିବା କ୍ଷମତା, ପ୍ରଶାସନିକ ପ୍ରକୃତି ଅଟେ ଏବଂ ରାଜସ୍ୱ ପରିଦେର, ଅର୍ଦ୍ଧ – ବୈଚାରିକ ପ୍ରକୃତିର ଅଟେ - (୧୯୯୯ (୧) ଓ ଏଲ ଆର (ସୁପ୍ରିମ କୋର୍ଟ) – ୩୪୭।

ଯଦିଓ ରାଜସ୍ୱ ପରିଷଦ ଦ୍ଵାରା, ଏହି ଦଫା ଅନୁଯାୟୀ ସଂଶୋଧନ କ୍ଷମତା ପରିଚାଳନା କରିବା ନିମନ୍ତେ କୌଣସି ସମୟ ସୀମା ନାହିଁ ତଥାପି, ଏହାକୁ କୌଣସି ଯଥାଯଠ ସମୟ ମଧ୍ୟରେ ପରିଚାଳନା କରାଯିବା ଉଚିତ – (୧୯୯୬(୨) ଓ ଏଲ ଆର – ୨୬୨  ।

ଆଧାର - ଦ ଲ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate