অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ୧୯୫୧ (ବିବିଧା)

ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ୧୯୫୧ (ବିବିଧା)

କେତେକ ବିଷୟରେ , ଦେୱାନୀ ନ୍ୟାୟଳୟ କର୍ତ୍ତୃତ୍ଵ ପ୍ରତି ପ୍ରତିବନ୍ଧକ

କୌଣସି କ୍ଷତିପୂରଣ ଆକଳନ ତାଲିକାରେ କୌଣସି ଅନ୍ତର୍ଭୁକ୍ତକରଣ ସଂବନ୍ଧରେ କିମ୍ବା କୌଣସି ତ୍ରୁଟି ସଂବନ୍ଧରେ କିମ୍ବା ଅଧ୍ୟାୟ ୨ ରୁ ୬ ଅନୁଯାୟୀ ପ୍ରଦାନ କରାଯାଇଥିବା କୌଣସି ଆଦେଶ ସଂବନ୍ଧରେ କିମ୍ବା ଉକ୍ତ ଅଧ୍ୟାୟ ଅନୁଯାୟୀ ପ୍ରଦାନ କରାଯାଇଥିବା କୌଣସି ଆବେଦନପତ୍ର ଉପରେ , କୌଣସି ଦେୱାନୀ ନ୍ୟାୟଳୟରେ କୌଣସି ମୋକଦ୍ଦମା ଅଣାଯାଇପାରିବ ନାହିଁ  ।

ଟିପ୍ପଣୀ

କୌଣସି କର୍ତ୍ତୃତ୍ଵ ବିନା, ଏହି ଆଇନର ଦଫା ୮(କ) ଅନୁଯାୟୀ ପ୍ରଦାନ କରାଯାଇଥିବା ଆଦେଶ ଏବଂ ଆହୁରି ମଧ୍ୟ ଓଡିଶା ଜମିଦାରୀ ଉଚ୍ଛେଦ ଆଇନର ଅଧ୍ୟାୟ ୨ ରୁ ୪ ର ବ୍ୟବସ୍ଥାବଳୀ ଅନୁଯାୟୀ ପ୍ରଦାନ କରାଯାଇଥିବା କୌଣସି ଆଦେଶ,  ଏହି ବିଷୟ ପ୍ରତି ପ୍ରୟୋଗନୀୟ ନୁହେଁ – କୌଣସି ଦେୱାନୀ ମୋକଦ୍ଦମା ଗ୍ରହଣୀୟତା ନିମନ୍ତେ ଦଫା ୩୯ କୌଣସି ପ୍ରତିବନ୍ଧକ ସୃଷ୍ଟି କରେ ନାହିଁ  - (୧୯୮୬ (୨) ଓ ଏଲ ଆର- ୪୨୭ –ଆହୁରି ମଧ୍ୟ -୩୯ (୧୯୭୩) ସି ଏଲ ଟି – ୭୭୭ ଦ୍ରଷ୍ଟବ୍ୟ  ।

ଯେତେବେଳେ ଆଇନର ଦଫା ୮- କ ଅନୁଯାୟୀ ଦାବିକୁ କଲେକ୍ଟରଙ୍କ ଦ୍ଵାରା ପ୍ରତ୍ୟାଖ୍ୟାନ କରାଯାଏ,  ତାକୁ ପୁନର୍ବାର ଉଦ୍ରେକ କରାଯାଇପାରିବ ନାହିଁ - (୩୮(୧୯୭୨) ସି ଏଲ ଟି – ୪୫୯)।

ପ୍ରଦାନ

ରାଜ୍ୟ ସରକାର, ବିଜ୍ଞପ୍ତି ଦ୍ଵାରା ନିର୍ଦ୍ଦେଶ ଦେଇପାରନ୍ତି ଯେ ଏହି ଆଇନ ଦ୍ଵାରା ସେମାନଙ୍କ ଉପରେ ନ୍ୟସ୍ତ କରାଯାଇଥିବା କୌଣସି କ୍ଷମତା, ଏପରି ପରିସ୍ଥିତିରେ ଏବଂ ଏପରି ସର୍ତ୍ତାବଳୀ ଅନୁଯାୟୀ, ଯଦି କିଛି ନଥାଏ, ଯେପରି ଉକ୍ତ ନିର୍ଦ୍ଦେଶରେ ଧାର୍ଯ୍ୟ କରାଯାଇପାରେ, ତାହା ରାଜ୍ୟସରକାରଙ୍କ ଅଧସ୍ତନ, ରାଜସ୍ୱ ପରିଷଦର କୌଣସି ସଦସ୍ୟଙ୍କ ତଳ ସ୍ତରର ହୋଇନଥିବା କୌଣସି ଅଧିକାରୀଙ୍କ ଦ୍ଵାରା ପରିଚାଳନା କରାଯିବ କିମ୍ବା ସଂପାଦାନ କରାଯିବ ।

ଏହି ଆଇନ ଅନୁଯାୟୀ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସୁରକ୍ଷା

  1. ଏହି ଆଇନ ଦ୍ଵାରା ତତ ସଂକ୍ରାନ୍ତିୟ ନିୟମାବଳୀ ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ଦ୍ଵାରା ଉତ୍ତମ ବିଶ୍ଵାସରେ କରାଯାଇଥିବା କୌଣସି କାର୍ଯ୍ୟ କିମ୍ବା ଏପରି କାର୍ଯ୍ୟ କରିବା ନିମନ୍ତେ ଉଦ୍ଦେଶ୍ୟ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ, କୌଣସି ମୋକଦ୍ଦମା, କିମ୍ବା ଅନ୍ୟ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ।
  2. ଏହି ଆଇନର ବ୍ୟବସ୍ଥାବଳୀ ଅନୁଯାୟୀ କିମ୍ବା ଏହି ଆଇନ କିମ୍ବା ତତ  ସଂକ୍ରାନ୍ତିୟ କୌଣସି ନିୟମାବଳୀ ଅନୁଯାୟୀ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଘଟାଯାଇଥିବା କୌଣସି କ୍ଷତି କିମ୍ବା ଏପରି କ୍ଷତି ଘଟିବାର ସମ୍ଭାବନା ଥାଏ କିମ୍ବା କୌଣସି କ୍ଷତି ନିମନ୍ତେ କୌଣସି ମୋକଦ୍ଦମା କିମ୍ବା ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ , ରାଜ୍ୟସରକାରଙ୍କ ବିରୁଦ୍ଧରେ କରାଯାଇପାରିବ ନାହିଁ  ।
  3. କଲେକ୍ଟର, ଦାବି ଅଧିକାରୀ ଏବଂ କ୍ଷତିପୂରଣ ଅଧିକାରୀଙ୍କର କୌଣସି ଦେୱାନୀ ନ୍ୟାୟଳୟର କ୍ଷମତା ରହିବ ଏବଂ ସେମାନଙ୍କ ଦ୍ଵାରା ପରିଚାଳିତ ତଦନ୍ତକୁ, ଏକ ବୈଚାରିକ କାର୍ଯ୍ୟାନୁଷ୍ଠାନ ବୋଲି ଧରାଯିବ ।

  4. ଦଫା [୫,୬,୭ ଏବଂ ୮ –କ ] ଅନୁଯାୟୀ ତଦନ୍ତ ଉଦ୍ଦେଶ୍ୟ କଲେକ୍ଟର, ଦଫା ୨୦ ଅନୁଯାୟୀ, ତଦନ୍ତ ଉଦ୍ଦେଶ୍ୟରେ ଦାବି ଅଧିକାରୀ ଅଧ୍ୟାୟ ୫ ଏବଂ ୬ ଅନୁଯାୟୀ ତଦନ୍ତ ଉଦ୍ଦେଶ୍ୟରେ, କ୍ଷତିପୂରଣ ଅଧିକାରୀ ଦଫା [୮ –ଙ, ୧୩,୩୦,୩୬) ଅନୁଯାୟୀ ତଦନ୍ତ ଉଦ୍ଦେଶ୍ୟରେ କୌଣସି ଟ୍ରିବ୍ୟୁନାଲଙ୍କର ଏପରି କୌଣସି ତଦନ୍ତ ବିଷୟ ବସ୍ତୁରେ ସ୍ଵାର୍ଥ ଥିବା କୌଣସି ବ୍ୟକ୍ତି କିମ୍ବା ସାକ୍ଷୀଙ୍କର ଉପସ୍ଥିତିକୁ ବଳବତ୍ତର କରିବା ଏବଂ ଆହ୍ଵାନ କରିବା କ୍ଷମତା ରହିବ ଏବଂ ସେହି ଉପାୟରେ ଦଲିଲର ଉପସ୍ଥାପନା ନିମନ୍ତେ ବାଧ୍ୟ କରିବା କ୍ଷମତା ରହିବ । ଯେପରି ଦେୱାନୀ କାର୍ଯ୍ୟବିଧି ସଂହିତା,୧୯୦୮ ଅନୁଯାୟୀ କୌଣସି ଦେୱାନୀ ନ୍ୟାୟଳୟ କ୍ଷେତ୍ରରେ ବ୍ୟବସ୍ଥାୟୀତ କରାଯାଇଥାଏ।]
  5. କଲେକ୍ଟର କିମ୍ବା ଦାବି ଅଧିକାରୀ କିମ୍ବା କୌଣସି କ୍ଷତିପୂରଣ ଅଧିକାରୀ କିମ୍ବା କୌଣସି ଟ୍ରିବ୍ୟୁନାଲ ଦ୍ଵାରା ପରିଚାଳିତ ଏପରି ପ୍ରତ୍ୟେକ ତଦନ୍ତ, ଦଫା ୧୯୩ ଏବଂ ୨୨୮ ର ଅର୍ଥ ମଧ୍ୟରେ ତଥା ଭାରତୀୟ ଦଣ୍ଡବିଧି ସଂହିତା ର ଦଫା ୧୯୬ ଉଦ୍ଦେଶ୍ୟରେ, ଏକ ବୈଚାରିକ କାର୍ଯ୍ୟାନୁଷ୍ଠାନ ଭାବେ ଧରାଯିବ ଏବଂ ଏପରି ତଦନ୍ତର ଉଲ୍ଲେଖରେ ତାଙ୍କ ସମ୍ମୁଖରେ ପରୀକ୍ଷିତ କୌଣସି ବ୍ୟକ୍ତିଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବିବରଣୀ, ତାଙ୍କ ଶପଥ ପାଠ ଦ୍ଵାରା କିମ୍ବା ଅନ୍ୟଥା ହୋଇଥାଉ, ତାକୁ ସଂହିତାର ଅର୍ଥ ମଧ୍ୟରେ ସାକ୍ଷ୍ୟଭାବେ ଗ୍ରହଣ କରାଯିବ  ।

ଦଲିଲ ଇତ୍ୟାଦିର ଉପସ୍ଥାପନା ଆବଶ୍ୟକ କରିବାର, କଲେକ୍ଟର ଦାବୀ ଅଧିକାରୀ ଏବଂ କ୍ଷତିପୂରଣ ଅଧିକାରୀଙ୍କର କ୍ଷମତା

ଏହି ଆଇନର ବିଭିନ୍ନ ବ୍ୟବସ୍ଥାବଳୀ ଅନୁଯାୟୀ ତାଙ୍କର କ୍ଷମତାକୁ ଉପଯୁକ୍ତଭାବେ ସଂପାଦାନ କରିବା ନିମନ୍ତେ, ଯେପରି ଆବଶ୍ୟକ ବୋଲି ମନେ କରାଯାଏ ।  ସେପରିଭାବେ କଲେକ୍ଟର, ଦାବୀ ଅଧିକାରୀ କିମ୍ବା କ୍ଷତିପୂରଣ ଅଧିକାରୀ, କୌଣସି ଲିଖିତ ଆଦେଶ ଦ୍ଵାରା, କୌଣସି ବ୍ୟକ୍ତିଙ୍କୁ ଏପରି କୌଣସି ଦଲିଲ, କାଗଜପତ୍ର ଏବଂ ରେଜିଷ୍ଟର ଉପସ୍ଥାପନା କରିବା ନିମନ୍ତେ ଆବଶ୍ୟକ କରିପାରନ୍ତି  ।

ଜୋରିମାନା କିମ୍ବା ଦଣ୍ଡ

ଯଦି କୌଣସି ଶକ୍ତି,  ଏହି ଆଇନ ଅନୁଯାୟୀ ପ୍ରଦାନ କରାଯାଇଥିବା କୌଣସି ଆଇନ ସମ୍ମତ ଆଦେଶ ପରିପାଳନ କରିବାରେ ଅକୃତକାର୍ଯ୍ୟ ହୁଅନ୍ତି ନାହିଁ ଏପରି କୌଣସି ଆଦେଶରୁ ଉଲ୍ଲଂଘନ ନକରନ୍ତି   କିମ୍ବା ବିରୋଧ କରନ୍ତି କିମ୍ବା କୌଣସି ସଂପତ୍ତିର ଦଖଲ ଗ୍ରହଣ କରିବାରେ କଲେକ୍ଟରଙ୍କୁ ପ୍ରତିବନ୍ଧିତ କରନ୍ତି ଯାହାକି ଏହି ଆଇନ ଅନୁଯାୟୀ ରାଜ୍ୟରେ ନ୍ୟସ୍ତ କରାଯାଇଥାଏ,  କିମ୍ବା ଏପରି ତାଟି ପ୍ରଦାନ କରନ୍ତି, ଯାହାକି ମିଥ୍ୟା ବୋଲି ସେ ଜାଣନ୍ତି କିମ୍ବା ବିଶ୍ଵାସ କରନ୍ତି କିମ୍ବା ତାହା ସତ୍ୟବୋଲି ବିଶ୍ଵାସ କରନ୍ତି ନାହିଁ   ।  ସେପରିସ୍ଥଳେ ସେ ମାଜିଷ୍ଟ୍ରେଟଙ୍କ ଦ୍ଵାରା ଦୋଷୀ ସାବ୍ୟସ୍ତ ହେବା ପରେ, କରାଦଣ୍ଡ ରେ ଦଣ୍ଡିତ ହେବେ, ଯାହାକି ଦୁଇବର୍ଷ ପର୍ଯ୍ୟନ୍ତ  ପରିବର୍ଦ୍ଧନ କରାଯାଇପାରେ କିମ୍ବା ଜୋରିମାନା ସହିତ କିମ୍ବା ଉଭୟରେ ଦଣ୍ଡିତ ହେବେ  ।

ଉଲ୍ଲେଖଥାଉ ଯେ ରାଜ୍ୟ ସରକାରଙ୍କ ପୂର୍ବ ମଞ୍ଜୁରୀ ବିନା – ଏହି ଦଫା ଅନୁଯାୟୀ କୌଣସି ମୋକଦ୍ଦମା ଗ୍ରହଣ କରାଯିବ ନହିଁ  ।

ସରକାରଙ୍କ ଦ୍ଵାରା କେତେକ ନିର୍ଦ୍ଧିଷ୍ଟ ଶିକ୍ଷା କିମ୍ବା ବଦାନ୍ୟ ଆନୁଷ୍ଠାନକୁ ରକ୍ଷଣାବେକ୍ଷଣା କରାଯିବ

ପ୍ରତ୍ୟେକ ଶିଖାନୁଗତିକ କିମ୍ବା ଅନ୍ୟ ବଦାନ୍ୟ ଅନୁଷ୍ଠାନ, ଯାହାକି ସରକାରଙ୍କ ଦ୍ଵାରା ଘରୋଇ ସଂପତ୍ତିର ପରିଚାଳନା ସହ ସମ୍ପୃକ୍ତ ନଥାଏ ଏବଂ ତାହା ଏହି ଆଇନର ବ୍ୟବସ୍ଥାବଳୀ ଅନୁଯାୟୀ,  ରାଜ୍ୟକୁ ହସ୍ତାନ୍ତରୀତ ହୁଏ, ସେପରିସ୍ଥଳେ, ଉକ୍ତ ଆଇନରେ ଧାରିତ କୌଣସି ବ୍ୟବସ୍ଥା ସତ୍ତ୍ୱେ ଉକ୍ତ ସଂପତ୍ତି ରାଜ୍ୟରେ ନ୍ୟସ୍ତ ହେବ ଏବଂ ଉକ୍ତ ଆଇନର ବ୍ୟବସ୍ଥାବଳୀ ଉକ୍ତ ସଂପତ୍ତି ପ୍ରତି, ପ୍ରୟୋଗରୁ ରହିତ ହେବ ଏବଂ ଆଇନର ସମସ୍ତ ବ୍ୟବସ୍ଥାବଳୀ ପ୍ରୟୋଗ ହେବ ।

ନିୟମାବଳୀ ପ୍ରଣୟନ କରିବା କ୍ଷମତା : -

  1. ରାଜ୍ୟ ସରକାର, ପୂର୍ବ ପ୍ରକାଶନ ପରେ, ନିୟମାବଳୀ ପ୍ରଣୟନ କରିପାରନ୍ତି, ଯାହାକି ଏହି ଆଇନର ବ୍ୟବସ୍ଥାବଳୀ ସହ ଅସମଞ୍ଜ୍ୟସ ହୋଇନଥିବ, ଯାହାକି ଏହି ଆଇନର ଉଦ୍ଦେଶ୍ୟ ପରିପାଳନ କରିବା ନିମନ୍ତେ ଆବଶ୍ୟକ  ।
  2. ଉପରୋକ୍ତ କ୍ଷମତାରେ ସାଧାରଣତ୍ଵରେ କୌଣସି କ୍ଷତି ନଘଟାଇ ଏବଂ ନିର୍ଦ୍ଧିଷ୍ଟ ଭାବେ, ଏପରି ନିୟମାବଳୀ, ନିମ୍ନଲିଖିତ ସମସ୍ତ କିମ୍ବା ଯେକୌଣସି ବିଷୟ ନିମନ୍ତେ ବ୍ୟବସ୍ଥା କରିବ, ଯଥା:-
    • ଏହି ଆଇନ ଅନୁଯାୟୀ ନିର୍ଗମ କୌଣସି ଆଦେଶ କିମ୍ବା ସୂଚନା ଜାରୀର ପଦ୍ଧତି  ।
    • ଏହି ଆଇନ ଅନୁଯାୟୀ ବ୍ୟବହୃତ ହେବାକୁ ଥିବା ଫର୍ମ
    • ଏହି ଆଇନ ଅନୁଯାୟୀ, କେଉଁ ସମୟ ମଧ୍ୟରେ ଆବେଦନପତ୍ର ଏବଂ ଅପିଲ ସେହି ସମସ୍ତ କ୍ଷେତ୍ରରେ ଉପସ୍ଥାପନ କରାଯିବ, ଯେଉଁଥି ନିମନ୍ତେ ସେଥିରେ କୌଣସି ନିର୍ଦ୍ଧିଷ୍ଟ ବ୍ୟବସ୍ଥା କରାଯାଇ ନାହିଁ;
    • ଆବେଦନପତ୍ର ଅପିଲ ଏବଂ ଏହି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପ୍ରତି ଦେୱାନୀ କାର୍ଯ୍ୟବିଧି ସଂହିତା,୧୯୦୮ (୫/୧୯୫୮) ଏବଂ ଭାରତୀୟ ତମାଦୀ ଆଇନରେ ବ୍ୟବସ୍ଥାବଳୀର ପ୍ରୟୋଗ  ।
    • ଦଫା ୪ ଅନୁଯାୟୀ, କୌଣସି ଚୁକ୍ତିର ପ୍ରସ୍ତୁତିକରଣ [ଏବଂ ପ୍ରକାଶନ ] ର ପଦ୍ଧତି,
    • ଦଫା ୫ ର ଧାରା (ଗ) ଅନୁଯାୟୀ, ପ୍ରାପ୍ୟ ବକେୟା ଅର୍ଥରାଶିର ପ୍ରଦାନ ପଦ୍ଧତି ।
    • ଦଫା ୬ କିମ୍ବା ୭ ଅନୁଯାୟୀ କୌଣସି ମଧ୍ୟସ୍ଥଙ୍କ ସହିତ ବନ୍ଦୋବସ୍ତ କରାଯାଇଛି ବୋଲି ଧରାଯାଉଥିବା କେତେକ ନିର୍ଦ୍ଧିଷ୍ଟ ଜମି ସଂବନ୍ଧରେ ଉପଯୁକ୍ତ ଏବଂ ସମାନ ଖଜଣା ସ୍ଥିର କରିବା ନିମନ୍ତେ ଅନୁସରନ କରାଯିବାକୁ ଥିବା ପଦ୍ଧତି ଏବଂ ଦଫା ୭ ର ଉପ-ଦଫା (୨) ରେ ଉଲ୍ଲେଖିତ ବିଷୟ ସଂବନ୍ଧରେ ତଦନ୍ତ କରିବା ପଦ୍ଧତି  ।
    • ଦଫା ୮ ର ଉପଦଫା (୩) ଅନୁଯାୟୀ, ଜମିର ବନ୍ଦୋବସ୍ତ ନିମନ୍ତେ ପଦ୍ଧତି ଏବଂ ସର୍ତ୍ତାବଳୀ;
    • ଦଫା ୯ ଅନୁଯାୟୀ ଅପିଲ ଫଇସଲା କରିବା ନିମନ୍ତେ ଅନୁସରଣ କରାଯିବାକୁ ଥିବା ପଦ୍ଧତି ।
    • ଅଧ୍ୟାୟ - ୩ ଅନୁଯାୟୀ ଅଞ୍ଚଳ ଶାସନ ଦ୍ଵାରା ସଂପତ୍ତିର ପରିଚାଳନା ପଦ୍ଧତି, ଅଞ୍ଚଳ ସଭାର ଅନୁପସ୍ଥିତିରେ, ଅଞ୍ଚଳ ଅଧିକାରୀନାକ ଦ୍ଵାରା ପରିଚାଳନା ଏବଂ ଅଞ୍ଚଳ ଅଧିକାରୀଙ୍କ ଦ୍ଵାରା, ଅଞ୍ଚଳର ପ୍ରୟୋଗ ।
    • ଦଫା ୧୮ ର ଉପ-ଦଫା (୧) ଅନୁଯାୟୀ କୌଣସି ଦାବୀ ଅଧିକାରୀଙ୍କ ପ୍ରତି , କୌଣସି ଋଣ-ଡାଟା କିମ୍ବା ଭରଣପୋଷଣଧାଡ଼ିଙ୍କ ଦ୍ଵାରା, ଦାବୀ ବିଜ୍ଞପ୍ତି ପଦ୍ଧତି   ।
    • ଦଫା ୨୦ ର ଉପ-ଦଫା (୧) ର ଧାରା (ଙ) ଅନୁଯାୟୀ, ନିଶ୍ଚିତ କରାଯାଇଥିବା ମୂଳଧାନ ଉପରେ ଗ୍ରହଣୀୟ ହେବାକୁ ଥିବା ସୁଧର ହାର ।
    • ଦଫା ୨୨ ର ଉପଦଫା (୨) ଅନୁଯାୟୀ, ଅପିଲର ଫଇସଲାରେ ଅନୁସରଣ କରାଯିବାକୁ ଥିବା ପଦ୍ଧତି ।
    • ଦଫା ୨୩ ଅନୁଯାୟୀ, କ୍ଷତିପୂରଣ –ଆକଳନ ତାଲିକାର ପ୍ରସ୍ତୁତିକରଣ ପଦ୍ଧତି;
    • ଦଫା ୨୬ ର ଧାରା (୨) (ଖ) ର ଉପଧାରା (୧)(୨)(୩),(୪)(୫)(୬) ରେ ଉଲ୍ଲେଖିତ କୌଣସି ଶୀର୍ଷ ଅନୁଯାୟୀ, କୌଣସି ମଧ୍ୟସ୍ଥଙ୍କ ମୋଟ ସମ୍ବଳ ନିଶ୍ଚିତ କିମ୍ବା ସ୍ଥିର କରିବା ନିମନ୍ତେ ଅନୁସରଣ କରାଯିବାକୁ ଥିବା ପଦ୍ଧତି,  ଏବଂ ଉକ୍ତ ଦଫାର ଧାରା (୨)(୧)  ଉଦ୍ଦେଶ୍ୟରେ, କେଉଁ ପଦ୍ଧତିରେ, ଆକାର ପ୍ରକାରରେ ଖଜଣାର ନଗଦ ଅର୍ଥ ମୂଲ୍ୟ ସ୍ଥିର କରାଯାଇପାରିବ ।
    • ଦଫା ୨୮ ଅନୁଯାୟୀ, ବଂଜର ଜମିର ଉନ୍ନତି ନିମନ୍ତେ, କ୍ଷତିପୂରଣ ଅର୍ଥରାଶି ସ୍ଥିର କରିବା ପଦ୍ଧତି;
    • ଉପ-ଦଫା (୧)ର ଧାରା (ଘ) ଅନୁଯାୟୀ ଧାର୍ଯ୍ୟ କରାଯିବାକୁ ଥିବା ନିର୍ଦ୍ଧିଷ୍ଠୀକରଣ ଏବଂ ଦଫା ୩୦ ର ଉପ-ଦଫା (୨) ଅନୁଯାୟୀ ଧାର୍ଯ୍ୟ କରାଯିବାକୁ ଥିବା ଆଦାୟର ଖର୍ଚ୍ଚହାର ଏବଂ କେଉଁ ସମୟ ମଧ୍ୟରେ, ଉକ୍ତ ଦଫାର, ଉପ-ଦଫା (୪) ର ଧାରା (ଖ) ଅନୁଯାୟୀ, ମଧ୍ୟସ୍ଥଙ୍କ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ କୌଣସି ଚୁକ୍ତି ସଂପାଦାନ କରାଯାଇପାରିବ ।
    • ଦଫା ୩୧ ର ଉପ-ଧାରା (୧) ଅନୁଯାୟୀ, କ୍ଷତିପୂରଣ ଆକଳନ – ତାଲିକାର କୌଣସି ଖସଡାର ପ୍ରକାଶନ ସମୟ ଏବଂ ପଦ୍ଧତି ଏବଂ ଉକ୍ତ ଉପ-ଦଫା ଅନୁଯାୟୀ ଆପତ୍ତିର ଫଇସଲା ।
    • ଦଫା ୩୨ ଅନୁଯାୟୀ କେଉଁ ପଦ୍ଧତିରେ ଅପିଲ ବିଚାର କରାଯିବ ଏବଂ ଫଇସଲା କରାଯିବ ।
    • ଦଫା ୩୩ ଅନୁଯାୟୀ, କ୍ଷତିପୂରଣ –ଆକଳନ କରିବାର ଚୁଡାନ୍ତ ପ୍ରକାଶନ ପଦ୍ଧତି  ।
    • ଦଫା ୧୩ ର ଉପ-ଦଫା (୩) ଅନୁଯାୟୀ କିମ୍ବା ଦଫା ୩୦ ର ଉପ-ଦଫା (୪) ଅନୁଯାୟୀ (କିମ୍ବା) ଦଫା ୩୬ ଅନୁଯାୟୀ, ଟ୍ରିବ୍ୟୁନାଲ ଦ୍ଵାରା କେଉଁ ପଦ୍ଧତି ଅନୁସରଣ କରାଯିବ ।
    • ଦଫା ୩୭ ର ଉପ-ଦଫା (୨) ଏବଂ (୩) ଅନୁଯାୟୀ କ୍ଷତିପୂରଣ ଅର୍ଥରାଶି ପ୍ରଦାନର ପଦ୍ଧତି;
    • ଦଫା ୩୮ ଅନୁଯାୟୀ, ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ପ୍ରଦାନ କରିବା ନିମନ୍ତେ କଟକଣା ଏବଂ ସର୍ତ୍ତାବଳୀ;
    • ଏହି ଆଇନ ଅନୁଯାୟୀ ଆବେଦନପତ୍ର ଏବଂ ଅପିଲ ସଂବନ୍ଧରେ ପ୍ରଦାନ କରାଯିବାକୁ ଥିବା “ଫିସ“
    • ଅନ୍ୟ କୌଣସି ବିଷୟ, ଯାହାକି ଏହି ଆଇନ, ସ୍ପଷ୍ଟଭାବେ କିମ୍ବା ଅନ୍ତର୍ନିହିତ ଭାବେ ଧାର୍ଯ୍ୟ କରିବା ନିମନ୍ତେ, କ୍ଷମତାୟୀତ ଅଟେ ।
  3. ଏହି ଦଫା ଅନୁଯାୟୀ ପ୍ରଣୀତ ସମସ୍ତ ନିୟମାବଳୀକୁ, ଯେତେ ଶୀଘ୍ର ସମ୍ଭବ, ଓଡିଶା ବିଧାନସଭାରେ ପନ୍ଦର ଦିନ ସମୟ ନିମନ୍ତେ ଉପସ୍ଥାପନ କରାଯିବ, ଯାହାକି ଗୋଟିଏ ଅଧିବେଶନ କିମ୍ବା ଦୁଇ କିମ୍ବା ଅଧିକ ଅଧିବେଶନକୁ ଧାରଣ କରିଥିବ ଏବଂ ଏପରି ସଂଶୋଧନର ନିୟନ୍ତ୍ରଣାଧିନ ହେବେ, ଯେପରି ବିଧାନସଭା, ଉକ୍ତ ସମୟ ମଧ୍ୟରେ କରିବେ ।

ରଦ୍ଦି କରଣ

[ ଦଫା ୩ ଅନୁଯାୟୀ ଗେଜେଟରେ ବିଜ୍ଞପ୍ତି ପ୍ରକାଶନ ତାରିଖରୁ [ କିମ୍ବା ଦଫା ୩-କ) ଅନୁଯାୟୀ ଏଆରି ପ୍ରକାଶନ ତାରିଖରୁ [ କିମ୍ବା ଦଫା ୪ ଅନୁଯାୟୀ ଚୁକ୍ତି ସଂପାଦାନ ତାରିଖରୁ, ଯେଉଁସ୍ଥଳରେ ଯେପରି ପ୍ରୟୋଗନୀୟ ଏବଂ ତାହା କୌଣସି ସଂପତ୍ତି ସଂବନ୍ଧରେ ହୋଇଥାଏ   ।

  1. ବେଙ୍ଗଲ ସ୍ଥାୟୀ ବନ୍ଦୋବସ୍ତ ନିୟମିତକରଣ ୧୭୯୩ (ବେଙ୍ଗଲ ନିୟମିତକରଣ ୧/୧୭୯୩) ମାଡ୍ରାସ ସ୍ଥାୟୀ ବନ୍ଦୋବସ୍ତ ନିୟମିତକରଣ, ୧୯୦୨ (ମାଡ୍ରାସ ନିୟମିତକରଣ ୨୫/୧୮୦୨) ମାଡ୍ରାସ ଅବିଭାଜନୀୟ ସମ୍ପତି ଭୂମି ଆଇନ, ୧୯୦୮ (ମାଡ୍ରାସ ଆଇନ ୧/୧୯୦୮)ସଂପତ୍ତି ପ୍ରତି ସେଗୁଡିକର ପ୍ରୟୋଗରେ ରଦ୍ଦିକୃତ ହୋଇଛି ବୋଲି ଧରାଯିବ, ଯଦି ଏହା ଉକ୍ତ ଅରିଖର ଠିକ ପୂର୍ବରୁ,  ସେହି ଆଇନ କିମ୍ବା ନିୟମିତକରଣଗୁଡିକ ମଧ୍ୟରେ, କୌଣସି ଦ୍ଵାରା ପରିଚାଳିତ  ହେଉଥାଏ ।
  2. କେନ୍ଦ୍ରୀୟ ପ୍ରାଦେଶିକ ଭୂମି – ରାଜସ୍ୱ ଆଇନ ୧୮୮୨ (କେନ୍ଦ୍ରୀୟ ପ୍ରାଦେଶିକ ଆଇନ ୧୭/୧୮୮୧, କେନ୍ଦ୍ରୀୟ, ପ୍ରାଦେଶିକ ରୟତି ଆଇନ, ୧୯୯୮ (କେନ୍ଦ୍ରୀୟ ପ୍ରାଦେଶିକ ଆଇନ ୧୧/୧୮୯୮)କେନ୍ଦ୍ରୀୟ ପ୍ରାଦେଶିକ ଭୂମି ରାଜସ୍ୱ ଆଇନ ୧୯୧୭ (କେନ୍ଦ୍ରୀୟ ପ୍ରାଦେଶିକ ଆଇନ ୨/୧୯୧୭) । କେନ୍ଦ୍ରୀୟ ପ୍ରାଦେଶିକ ରୟତି ଆଇନ, ୧୯୨୦ (କେନ୍ଦ୍ରୀୟ ପ୍ରାଦେଶିକ ଆଇନ ୧/୧୯୨୪) ଏବଂ ଅନ୍ୟ କୌଣସି ଆଇନ,  ଯାହାକି ସେତେବେଳେ ବଳବତ୍ତଥାଏ,  ତାହା ରଦ୍ଦିକୃତ ହୋଇଛି ବୋଲି ଧରାଯିବ, ଯେତେଦୂର ପର୍ଯ୍ୟନ୍ତ ସେଗୁଡିକ, ଏଇ ଆଇନର ବ୍ୟବସ୍ଥାବଳୀର ବିପରୀତ ହୋଇଥାଏ  ।

କେତେକ ନିର୍ଦ୍ଧିଷ୍ଟ ଅଧିକାର ଏବଂ ସ୍ଥଗିତ କାର୍ଯ୍ୟାନୁଷ୍ଠାନ ସଂବନ୍ଧରେ ସଂରକ୍ଷଣ

  1. ଏହି ଆଇନରେ ଧାରୀତ କୌଣସି ବ୍ୟବସ୍ଥା, କୌଣସି ଭାବେ ପ୍ରଭାବିତ କରିବ ନାହିଁ  :-
    • ଉକ୍ତ କୌଣସି ଆଇନ ଅନୁଯାୟୀ ଉପରୋକ୍ତ ତାରିଖରେ, କୌଣସି ନ୍ୟାୟଳୟ କିମ୍ବା ଟ୍ରିବ୍ୟୁନାଲ ସମ୍ମୁଖରେ ସ୍ଥଗିତ ଥିବା କୌଣସି  କାର୍ଯ୍ୟାନୁଷ୍ଠାନ ଏବଂ କୌଣସି ରୟତି ଆଇନ ଅନୁଯାୟୀ, ପର୍ଯ୍ୟବେକ୍ଷଣ ଏବଂ ବନ୍ଦୋବସ୍ତ କାର୍ଯ୍ୟକ୍ରମ ସଂବନ୍ଧରେ, ନ୍ୟସ୍ତିକରଣ ତାରିଖରେ ସ୍ଥଗିତ ଥିବା କୌଣସି କାର୍ଯ୍ୟାନୁଷ୍ଠାନ, ଆରମ୍ଭ କରାଯିବ, ଯେପରିକି ଏହି ଆଇନ ବଳବତ୍ତର ହୋଇନାହିଁ  ।
    • ନ୍ୟସ୍ତିକରଣ ତାରିଖ ପୂର୍ବରୁ କୌଣସି ରୟତି ଆଇନ ଅନୁଯାୟୀ ଉଦ୍ରେକ କାର୍ଯ୍ୟାନୁଷ୍ଠାନ କୌଣସି କାରର ଏବଂ ଅପିଲ, ପୁନଃ ବିଚାର କିମ୍ବା ରିଭିଜନ ର କୌଣସି ଅଧିକାର, ଯାହାକି, ଏପରି କାର୍ଯ୍ୟାନୁଷ୍ଠାନ କରଣ ସଂବନ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଉଦ୍ରେକ ହୁଏ   ।
    • କୌଣସି ବକେୟା ଖଜଣା, ସେସ କିମ୍ବା ଅନ୍ୟାନ୍ୟ ପ୍ରାପ୍ୟ ଉଦ୍ଧାର କରିବା ପ୍ରତି, କୌଣସି ମଧ୍ୟସ୍ଥଙ୍କ ଅଧିକାର ଯାହାକି ନ୍ୟସ୍ତିକରଣ ତାରିଖ ପୂର୍ବରୁ ଉଦ୍ରେକ ହୋଇଥିବା ଏବଂ ତାହା ଏହି ଆଇନରେ ଧାରିତ କୌଣସି ବ୍ୟବସ୍ଥା ସତ୍ତ୍ୱେ, ସେଥି ନିମନ୍ତେ ହକଦାର ମଧ୍ୟସ୍ଥଙ୍କ ଦ୍ଵାରା, ଏତତ ପରେ ଉଦ୍ଧାରନୀୟ ଅଟେ ।

    ଉଲ୍ଲେଖଥାଉ ଯେ, ବକେୟା ଖଜଣା ନିମନ୍ତେ କୌଣସି ଡିଗ୍ରୀ କିମ୍ବା ଉଚ୍ଛେଦ ନିମନ୍ତେ ଆଦେଶ, ବକେୟା ଖଜଣାର ଖିଲାପରେ, ତାଙ୍କର “ହୋଲଡିଙ୍ଗ “ ରୁ ରାଏ –ଋଣୀଙ୍କର ଉଚ୍ଛେଦ ଦ୍ଵାରା, ସଂପାଦାନ କରାଯିବ  ।

  2. ଯେଉଁ ସ୍ଥଳରେ କୌଣସି ମଧ୍ୟସ୍ଥ, ତାଙ୍କର ବକେୟା ଖଜଣା “ସେସ ରୟାଲିଟି “ଏବଂ ଅନ୍ୟାନ୍ୟ ପ୍ରାପ୍ୟ, ଯାହାକି ନ୍ୟସ୍ତିକରଣ ତାରିଖ ପୂର୍ବରୁ ତାଙ୍କ ପ୍ରତି ପ୍ରାପ୍ୟ ବୋଲି ଉଦ୍ରେକ ହୋଇଥାଏ, ତାହା ଏପରି ସର୍ତ୍ତାବଳୀ ଉପରେ ରାଜ୍ୟ ସରକାରଙ୍କୁ ନ୍ୟସ୍ତ କରାଯାଇଛି, ଯେପରି ସେମାନଙ୍କ ମଧ୍ୟରେ ସମ୍ମତ ହୋଇଥିବ, ସେପରିସ୍ଥଳେ ରାଜ୍ୟ ସରକାରଙ୍କର ଏପରି ବକେୟା ପ୍ରାପ୍ୟ, ବକେୟା, ଜମି –ରାଜସ୍ୱ ଭାବେ ଉଦ୍ଧାର କରିବା କ୍ଷମତା ରହିବ ।

ଟିପ୍ପଣୀ

ଏହି ଦଫାର ବ୍ୟବସ୍ଥାବଳିର ପ୍ରୟୋଗ ସ୍ପଷ୍ଟ କରାଯାଇଛି –ନ୍ୟସ୍ତିକାରଣ ତାରିଖରେ, ମାଲିକଙ୍କର ଅଧିକାର ନିର୍ବାପିତ – ଆବେଦନକାରୀ, ନ୍ୟସ୍ତିକାରଣ ତାରିଖରେ ଜମିର ଖାସ ଦଖଲରେ ନଥିବା ଦେଖାଯାଇଥିବା ଏବଂ ସେଥିପାଇଁ କୌଣସି ମୋକଦ୍ଦମାରେ ଦାଖଲର ଉଧାର ନିମନ୍ତେ ତାଙ୍କର ଦାବି ଏବଂ ପ୍ରତିବାଦୀଙ୍କ ବିରୁଦ୍ଧରେ କ୍ଷତିପୂରଣ ଯେଉଁମାନେ କି ପୂର୍ବ ମାଲିକଙ୍କ ଠାରୁ ପଟ୍ଟାଧାରି ଥିଲେ, ତାହା ଗ୍ରହଣୀଯ ନୁହେଁ, ଯଦିଓ ଉକ୍ତ ଜମିକୁ ରାଜସ୍ୱ ବିକ୍ରି ନିମନ୍ତେ ରଖାଯାଇଥିଲା ଏବଂ ଦାବି ଏହାକୁ ୯/୧୧/୧୯୫୪ ରେ କ୍ରୟ କରିଥିଲେ ସେତେବେଳେ ସମ୍ପତ୍ତି, ୧/୫/୧୯୫୪ ରେ ନ୍ୟସ୍ତିକାରଣ କରାଯାଇତଇଲା –(୩୫(୧୯୬୯) ସି ଏଲ ଟି -୫୩   ।

କ୍ଲିଷ୍ଠତା ଅପସାରଣ  କ୍ଷମତା

ଯଦି ଏହି ଆଇନର ବ୍ୟବସ୍ଥାବଳୀକୁ ପ୍ରଭାବିତ କରିବା ନିମନ୍ତେ କୌଣସି କଷ୍ଟ କ୍ଳେସ ଉଦ୍ରେକ ହୁଏ,  ସେପରିସ୍ଥଳେ ରାଜ୍ୟ ସରକାର, ଯେପରି ପରିସ୍ଥିତି ଆବଶ୍ୟକ କରେ, ଏପରି କ୍ଲେଶ କୁ ଅପସାରଣ କରିବା ନିମନ୍ତେ ଯେକୌଣସି କରି କରିପାରିବେ, ଯାହାକି ତାଙ୍କୁ ଆବଶ୍ୟକ ବୋଲି ପ୍ରତୀତ ହୁଏ  ।

ଆଧାର - ଦ ଲ ହାଉସ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate