অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ୧୯୫୧(ରାଜ୍ୟରେ କୌଣସି ସମ୍ପତ୍ତି କିମ୍ବା ଜମିଦାରିର ନାସ୍ତିକରଣ ଭାଗ -୧)

ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ୧୯୫୧(ରାଜ୍ୟରେ କୌଣସି ସମ୍ପତ୍ତି କିମ୍ବା ଜମିଦାରିର ନାସ୍ତିକରଣ ଭାଗ -୧)

ରାଜ୍ୟରେ କୌଣସି ସମ୍ପତ୍ତି ନ୍ୟସ୍ତିକରଣ ବିଜ୍ଞପ୍ତି

  1. ରାଜ୍ୟ ସରକାର, ସମୟାନୁକ୍ରମେ, ବିଜ୍ଞପ୍ତି ଦ୍ଵାରା ଘୋଷଣା କରିପାରନ୍ତି ଯେ ବିଜ୍ଞପ୍ତିରେ ଧାର୍ଯ୍ୟ ସମ୍ପତ୍ତି, ସମସ୍ତ ଭାରରୁ ମୁକ୍ତ ରହି, ରାଜ୍ୟରେ ନ୍ୟସ୍ତ କରାଯାଇଛି   ।
  2. ଉପ ଦଫା (୧) ରେ ଉଲ୍ଲେଖିତ ବିଜ୍ଞପ୍ତି, ଏପରି ସମ୍ପତ୍ତିର ସମସ୍ତ ବିବରଣୀ ସହିତ, ତାଉଜି ନମ୍ବର ଯଦି କିଛି ଥାଏ ଏବଂ କଲେକ୍ଟରଙ୍କ ଦ୍ଵାରା ରକ୍ଷଣାବେଖାନା କରାଯାଉଥିବା ରେଜିଷ୍ଟରରେ ଲିପିବଦ୍ଧ ମଧ୍ୟସ୍ଥଙ୍କ ନାମ ଏବଂ ଠିକଣା ଧାରଣ କରିଥିବ ଏବଂ ଗେଜେଟରେ ପ୍ରକାଶନ କରାଯିବ ଏବଂ କଲେକ୍ଟରଙ୍କ କାର୍ଯ୍ୟାଳୟର କୌଣସି ଆଖିଦୃଶିଆ ସ୍ଥାନରେ ଖୁବ କମରେ ପନ୍ଦର ଦିନ  ପର୍ଯ୍ୟନ୍ତ ସଂଯୋଗ କରାଯିବ ।
  3. ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତି, ଏପରି ପ୍ରକାଶନ ସୂଚନାର ଏକ ସିଦ୍ଧାନ୍ତୀୟ ସାକ୍ଷ୍ୟ ହେବ, ଯାହାଙ୍କ ର ସ୍ଵାର୍ଥ,  ଏହା ଦ୍ଵାରା ପ୍ରଭାବିତ  ।

ଟିପ୍ପଣୀ

ଶବ୍ଦ “ନ୍ୟସ୍ତିକରଣ “ କରିବା ର ଅର୍ଥ, ବିଶସ୍ୟ ଏବଂ ପ୍ରସଙ୍ଗରୁ ନିଶ୍ଚିତ କରାଯିବ, ଯେଉଁଥିରେ ଏହା କୌଣସି ନିର୍ଦିଷ୍ଟ ଆଇନରେ ବ୍ୟବହୃତ ହୋଇଥାଏ -୧୯୯୦ ଓଡିଶା – ୧୪୫ (ପାରାଦ୍ଵୀପ ପୋର୍ଟ ଟ୍ରଷ୍ଟ ବନାମ ବିଜ୍ଞାପିତ ଅଞ୍ଚଳ ପରିଷଦ); ୧୯୬୩ ପାଟଣା -୪୧୨ (ସିଦ୍ଧେଶ୍ଵର ବନାମ ରାମ ସ୍ୱରୂପ) ୧୯୫୭ ସୁପ୍ରିମକୋର୍ଟ – ୩୪୪ (ଫଳ ଏବଂ ପନିପରିବା ବନିକ ସଂଘ ବନାମ ଦିଲ୍ଲୀ ଉନ୍ନୟନ ଟ୍ରଷ୍ଟ)

ଦଖଲ ଉଦ୍ଧାର ନିମନ୍ତେ ମୋକଦ୍ଦମା ଗ୍ରହଣୀୟ କି ନୁହେଁ, ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ଅନୁଯାୟୀ ବିଜ୍ଞପ୍ତି ପରେ, ସମସ୍ତ ଭାରକୁ ମୁକ୍ତ ହୋଇ, ସମ୍ପତ୍ତି ରାଜ୍ୟରେ ନ୍ୟସ୍ତ ହେବ ।  ତା ପରେ, ମଧ୍ୟସ୍ଥ,  ଏହି ଆଇନର ଦଫା ୬ ଏବଂ ୭ ଅନୁଯାୟୀ ବନ୍ଦୋବସ୍ତ ନିମନ୍ତେ ଏକ ଆବେଦନପତ୍ର ଦାଖଲ କରିବେ ।  ମାତ୍ର ଜାଡୀ ମଧ୍ୟସ୍ଥଙ୍କ ସପକ୍ଷରେ ବନ୍ଦୋବସ୍ତ କରାନଯାଏ,  ସେପରିସ୍ଥଳେ ସେ,  ଦଖଲର ଉଦ୍ଧାରା ନିମନ୍ତେ ଅନୁରୋଧ  କରିପାରିବେ ନାହିଁ  । ୧୯୯୯ (୨) ଓ ଏଲ ଆର -୬୩ ।

ଦଫା ୩ ଏବଂ ୭ ର ବ୍ୟବସ୍ଥାବଳୀର ତୁଳନାତ୍ମକ ପରିସରକୁ ସ୍ପଷ୍ଟ କରାଯାଇଛି – ରାଜ୍ୟରେ ସମ୍ପତ୍ତିର ନ୍ୟସ୍ତିକରଣ ଏବଂ ରୟତର ବନ୍ଦୋବସ୍ତ ନିମନ୍ତେ ଧରାଯାଉଥିବା ଅଧିକାର ପୃଥକ ଅଟେ - ୪୦ (୧୯୭୪) ସି ଏଲ ଟି -୮୮୮– ଆହୁରି ମଧ୍ୟ ୧୯୭୦ ସୁପ୍ରିମ କୋର୍ଟ – ୧୮୮୦,  ୧୯୬୯  ସୁପ୍ରିମକୋର୍ଟ – ୯୬୧ ଦ୍ରଷ୍ଟବ୍ୟ –ରୟତି ଜମିକୁ ରାଜ୍ୟରେ ନ୍ୟସ୍ତ କରାଯିବ ନାହିଁ  ।  ରୟତି ଜମିର ଖାସ ଦଖଲରେ ଥିବା ମଧ୍ୟସ୍ଥ ଏବଂ ଅଣ – ରୟତି ଜମିୟର ଖାସ – ଦଖଲ ମଧ୍ୟରେ ପ୍ରଭେଦକୁ ସ୍ପଷ୍ଟ କରାଯାଇଛି  ୩୯(୧୯୭୩)  ସି ଏଲ ଟି -୯୭୫।

ମଧ୍ୟସ୍ଥଙ୍କ ସ୍ଵାର୍ଥର ନ୍ୟସ୍ତିକରଣ ସତ୍ତ୍ୱେ, ସମ୍ପ୍ରଦାୟର ଅଧିକାର ନ୍ୟସ୍ତ କରାଯାଏ  ନାହିଁ - ୩୯ (୧୯୭୩) ସି ଏଲ ଟି – ୧୧୩୬; ଆହୁରି ମଧ୍ୟ ୧୯୬୨ ସୁପ୍ରିମକୋର୍ଟ – ୧୪୨୧ ଦ୍ରଷ୍ଟବ୍ୟ।

କୌଣସି ବ୍ୟକ୍ତି ସପକ୍ଷରେ, ଜମିଦାରୀ ଉଚ୍ଛେଦ ପରେ ଅଞ୍ଚଳ କାର୍ଯ୍ୟାଳୟରେ କୌଣସି ପୂର୍ବ – ମାଲିକଙ୍କ ଦବାରା ପଟ୍ଟା ଦାଖଲ ପରିଣତିକୁ ସ୍ପଷ୍ଟ କରାଯାଇଛି – ୩୬ (୧୯୭୦)ସି ଏଲ ଟି –୯୨ ।

ଧାର୍ଯ୍ୟ ସମ୍ପତ୍ତିର ନ୍ୟସ୍ତିକରଣ ନିମନ୍ତେ, ବିଜ୍ଞପ୍ତି ସହିତ ଦଫା ୩ ର ବ୍ୟବସ୍ଥାବଳୀକୁ ବିଚାର କରାଯାଇଛି, ଯେତେବେଳେ ଦଫା – ୩ “କ”  ବ୍ୟବସ୍ଥାବଳୀ ସାଧାରଣ ଭାବେ ନ୍ୟସ୍ତିକରଣ ନିମନ୍ତେ ବିଜ୍ଞପ୍ତି ସହିତ କାରବାର କରେ  - ୩୬ (୧୯୬୯) ସି ଏଲ ଟି -୯୬୮।

୩ ‘କ’ ମଧ୍ୟସ୍ଥଙ୍କ ସ୍ଵାର୍ଥର ନ୍ୟସ୍ତିକରଣ

  1. ଶେଷ ପୂର୍ବ ଦଫା ଅନୁଯାୟୀ, କ୍ଷମତାରେ କୌଣସି ଆଞ୍ଚ ନଆଣି, ରାଜ୍ୟ ସରକାର, ବିଜ୍ଞପ୍ତି ଦ୍ଵାରା ଘୋଷଣା କରି ପାରନ୍ତି ଯେ, ସମସ୍ତ ମଧ୍ୟସ୍ଥ କିମ୍ବା ସମୁଦାଯ ସମ୍ପତ୍ତି କିମ୍ବା ସମ୍ପତ୍ତିର କୌଣସି ଅଂଶରେ ଥିବା ଶ୍ରେଣୀଗତ ମଧ୍ୟସ୍ଥଙ୍କ ସ୍ଵାର୍ଥ, ସମସ୍ତ ଭାରରୁ ମୁକ୍ତ ହୋଇ ରାଜ୍ୟରେ ନ୍ୟସ୍ତ ହୋଇଛି ।
  2. ଉପ – ଦଫା (୧) ରେ ଉଲ୍ଲେଖିତ ବିଜ୍ଞପ୍ତି, ଗେଜେଟରେ ପ୍ରକାଶିତ ହେବ ଏବଂ ଏପରି ପ୍ରକାଶନ ପରେ ଏହା ପ୍ରତ୍ୟେକ ନିମନ୍ତେ, ସୂଚନା ଘୋଷାନା ଏକ ସିଦ୍ଧାନ୍ତନୀୟ ପ୍ରମାଣହେବ, ଯାହାଙ୍କର ସ୍ଵାର୍ଥ,  ତତ ଦ୍ଵାରା ପ୍ରଭାବିତ ହୁଏ ।

ଟିପ୍ପଣୀ

ଏହି ଆଇନର ଅଧ୍ୟାୟ -୨ “ କ”  ପଛୁଆ ଭାବେ କାର୍ଯ୍ୟ କରେ ନାହିଁ - ୨୯ (୧୯୭୩) ସି ଏଲ ଟି -୪୨୬।

ସମ୍ପତ୍ତିର ଉଚ୍ଛେଦ ଏବଂ ରାଜ୍ୟରେ ତାହା ନ୍ୟସ୍ତିକରାନ ପରେ କୌଣସି ମଧ୍ୟସ୍ଥଙ୍କ ଭାଗ – ଚାଷୀଙ୍କୁ ଉଚ୍ଛେଦ କରିବା ଅଧିକାର ରହିବ ନାହିଁ ଏବଂ ସେ ଜଣେ ରୟତ ହେବେ – ୧୮୮୬ (୨) ଓ ଏଲ ଆର – ୪୧୩  ।

ସଂପାଦାନ କାର୍ଯ୍ୟାନୁଷ୍ଠାନରେ, ପ୍ରଶ୍ନଗତ ସମ୍ପତ୍ତିର ନ୍ୟସ୍ତିକରଣ ପ୍ରମାଣ କରିବା ନିମନ୍ତେ, ନ୍ୟାୟଳୟ, ପକ୍ଷମାନଙ୍କୁ ସମସ୍ତ ପ୍ରକାର ସୁଯୋଗ ପ୍ରଦାନ କରିବେ – ୩୪, (୧୯୬୮) ସି ଏଲଟି ( ଏସ ଏନ – ୩୬୩)।

୩ ‘ଖ’ ଦାଫା ୩ ‘କ’ ଅନୁଯାୟୀ, ବିଜ୍ଞପ୍ତି ପରେ, ପଦ୍ଧତି

  1. ଦଫା ୩ ‘ କ ‘ ର ଉପ ଦଫା (୨)  ବ୍ୟବସ୍ଥାବଳୀ ପ୍ରତି କୌଣସି ଆଞ୍ଚ ନ ଘଟାଇ, ଉକ୍ତ ଦଫା ଅନୁଯାୟୀ ନିର୍ଗମ ବିଜ୍ଞପ୍ତିର ସାରାଂଶ  ଯେତେ ଶୀଘ୍ର ସମ୍ଭବ, ତାର ପ୍ରକାଶନ ତାରିଖ ପରେ,  ରାଜ୍ୟର ସମସାତ ଗ୍ରାମରେ କିମ୍ବା ଏପରି ବିଜ୍ଞପ୍ତି ସଂପର୍କିତ ସ୍ଥାନରେ ଡ୍ରମବାଦ୍ୟ ଦ୍ଵାରା ଘୋଷଣା କରରାଜୀବ ଏବଂ ଯେଉଁ ମଧ୍ୟସ୍ଥମାନଙ୍କର ସ୍ଵାର୍ଥ, ତତଦ୍ଵାରା ପ୍ରଭାବିତ ହେଉଥିବା, ନିମ୍ନ ଉପଦଫା ଗୁଡିକରେ ଉଲ୍ଲେଖିତ ଆବଶ୍ୟକତା ପରିପୂରଣ କରିବା ନିମନ୍ତେ ଆହ୍ଵାନ କରାଯିବ ।
  2. ଦଫା ୩- “କ’ ଅନୁଯାୟୀ କୌଣସି ବିଜ୍ଞପ୍ତିର ପ୍ରକାଶନ ଉପରେ ସମସ୍ତ ମଧ୍ୟସ୍ଥ, ଯାହାଙ୍କର ସ୍ଵାର୍ଥ ତତଦ୍ଵାରା ପ୍ରଭାବିତ ହୁଏ, ସେମାନେ ଉକ୍ତ ବିଜ୍ଞପ୍ତି ତାରିଖଠାରୁ ତିନିମାସ ଅତିବାହିତ ହେବା ପୂର୍ବରୁ ଏଠି ସହ ସଂଯୁକ୍ତ ସୂଚୀରେ ଧାର୍ଯ୍ୟ"ଫର୍ମ "ରେ, କଲେକ୍ଟରଙ୍କୁ ଆବେଦନ କରିବେ ।
  3. ଏପରି ଆବେଦନ ପତ୍ରକୁ, କୌଣସି ଅର୍ଜିର ଯାଞ୍ଚ ନିମନ୍ତେ ବ୍ୟବସ୍ଥାୟୀତ ପଦ୍ଧତିରେ ଯାଞ୍ଚ କରାଯିବ ଏବଂ ସ୍ଵାକ୍ଷରିତ ହେବ ଏବଂ ତାହା ନିମ୍ନ ଦ୍ଵାରା ପ୍ରଦାନ କରାଯିବ:-
  • ମଧ୍ୟସ୍ଥଙ୍କ ଦ୍ଵାରା ଧାରିତ ମଧ୍ୟସ୍ଥ – ସ୍ଵାର୍ଥ ସଂବନ୍ଧରେ ଏପରି ଦଲିଲ, ଯେପରି ସୂଚୀ ଅନୁଯାୟୀ ଆବଶ୍ୟକ;

ଉଲ୍ଲେଖଥାଉଯେ କୌଣସି ବିବରଣୀରେ କୌଣସି ନିର୍ଦ୍ଧିଷ୍ଟକାରରଣ କିମ୍ବା କୌଣସି ଦଲିଲର ଉପସ୍ଥାପନାକୁ, କଲେକ୍ଟର, ପରିହାର କରିପାରନ୍ତି ;

  • ମଧ୍ୟସ୍ଥଙ୍କ ଦ୍ଵାରରା ଏକ ପ୍ରମାଣ ପତ୍ର ଯେ ସେ ତାଙ୍କ ମଧ୍ୟସ୍ଥ- ସ୍ଵାର୍ଥ ସମ୍ବନ୍ଧୀୟ କୌଣସି ଉପାଦେୟ ତଥ୍ୟ କିମ୍ବା ନିର୍ଦ୍ଧିଷ୍ଟ ।
  • ଏପବୃ ମଧ୍ୟସ୍ଥଙ୍କ ଦ୍ଵାରା ଏକ ଘୋଷଣା ଯେ ତାଙ୍କ ଦ୍ଵାରା "ଦାଖଲ କରାଯାଇଥିବା ଦଲିଲ" ଗୁଡିକ ସଠିକ ଅଟେ ଏବଂ ଆବେଦନପତ୍ରରେ ତାଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ତଥ୍ୟ, ତାଙ୍କ ଜ୍ଞାତସାର ଏବଂ ବିଶ୍ଵାସ ଅନୁଯାୟୀ ସତ୍ୟ ଅଟେ ଏବଂ ଯେ ସେ ଏହି ଆଇନ ଅନୁଯାୟୀ କ୍ଷତିପୂରଣ ଦାବି କରି, ଅନ୍ୟ କୌଣସି ଆବେଦନପତ୍ର ଦାଖଲ କରିନାହାନ୍ତି   ।
  1. ଉପ- ଦଫା (୨) ରେ ଧାର୍ଯ୍ୟ ସମୟ ମଧ୍ୟରେ କିମ୍ବା ଏ ସଂବନ୍ଧରେ କଲେକ୍ଟରଙ୍କ ଦ୍ଵାରା ଅନୁମୋଦନ କରାଯାଇଥିବା ପରିବର୍ଦ୍ଧିତ ସମୟ ମଧ୍ୟରେ, ଯଦି କୌଣସି ମଧ୍ୟସ୍ଥ, କୌଣସି ଯଥେଷ୍ଟ କରଣ ବିନା କଲେକ୍ଟରଙ୍କୁ ଏପରି ଆବେଦନପତ୍ର ଦାଖଲ କରିବାରେ ଅକୃତକାର୍ଯ୍ୟ ହୁଅନ୍ତି କିମ୍ବା ଉପ ଦଫା (୩)  ଦ୍ଵାରା ଆବଶ୍ୟକ ଦଲିଲ ପ୍ରମାଣପତ୍ର ଏବଂ ଘୋଷଣା ଦାଖଲ କରିବାରେ ଅକୃତକାର୍ଯ୍ୟ ହୁଅନ୍ତି, ସେପରିସ୍ଥଳେ ଉକ୍ତ ମଧ୍ୟସ୍ଥ , ଜୋରିମାନା ନିମନ୍ତେ ଦାୟୀ ହେବେ, ଯାହାକି ଦୈନିକ ଦୈନିକ ପଚାଶଟଙ୍କା ହେବ ଏବଂ ସମୁହାୟ ଏକ ହଜାର ଟଙ୍କା ଜୋରିମାନାର ନିୟନ୍ତ୍ରଣାଧିନ ହେବ,  ଯେପର୍ଯ୍ୟନ୍ତ ଏପରି ଆବେଦନପତ୍ର ପ୍ରଦାନ କରାନଯାଇଛି ଏବଂ ଦଲିଲ, ପ୍ରମାଣପତ୍ର ଏବଂ ଘୋଷଣା ଦାଖଲ କରାନଯାଇଛି ଏବଂ ଏପରି ଜୋରିମାନାକୁ ବକେୟା ଭୂମି – ଖଞ୍ଜନା ଭାବେ ଆଦାୟ କରାଯିବ ।
  2. ଯେତେବେଳେ ଏହି ଦଫାର ବ୍ୟବସ୍ଥାବଳୀ ସହ ସମନ୍ଵୟ ରକ୍ଷାକରି, କୌଣସି ଆବେଦନ ପତ୍ର  ପ୍ରଦାନ କରାଯାଏ,  ସେତେବେଳେ କଲେକ୍ଟର ଏପରି ଆବେଦନପତ୍ର ଏବଂ  ସେଥି ସହ ଦାଖଲ କରାଯାଇଥିବା ଦଲିଲ ପତ୍ରକୁ କ୍ଷତିପୂରଣ ଅଧିକାରୀଙ୍କୁ ପ୍ରେରଣ କରିବେ   ।
  3. ଯେଉଁ ସ୍ଥଳରେ, କୌଣସି ମଧ୍ୟସ୍ଥଭକର , ରାଜ୍ୟର ଗୋଟିକରୁ ଅଧିକ ଜିଲ୍ଲାରେ ମଧ୍ୟସ୍ଥ – ସ୍ଵାର୍ଥ ଥାଏ,  ସେପରି ସ୍ଥଳେ ସେ ଯେଉଁ ଜିଲ୍ଲାରେ ସେ ସାଧାରଣତଃ ବାସ କରନ୍ତି, ସେଠାରେ   କଲେକ୍ଟରଙ୍କୁ ଆବେଦନପତ୍ର ପ୍ରଦାନ କରିବା ସହିତ, ରାଜ୍ୟର ଅନ୍ୟାନ୍ୟ ଅଂଶରେ ଥିବା ମଧ୍ୟସ୍ଥ – ସ୍ଵାର୍ଥ ସଂବନ୍ଧରେ ବିବରଣୀ ଏବଂ ଦଲିଲ ଦାଖଲ କରିବେ ଏବଂ କଲେକ୍ଟରଙ୍କୁ ତାଙ୍କର ଆବେଦନପତ୍ରରେ, ସେ ସେହି ଅନ୍ୟାନ୍ୟ ଜିଲ୍ଲାଧୀଶ ଉଲ୍ଲେଖ କରିବେ, ଯେଉଁଠି ତାଙ୍କର ସ୍ଵାର୍ଥ ନିହିତ ଅଛି, ଯେଉଁଥି ନିମନ୍ତେ ଏପରି ବିବରଣୀ ଏବଂ ଦଲିଲ କରାଯାଇଛି ।

୩ ‘ଗ’ ସେହି ସମସ୍ତ ମଧ୍ୟସ୍ଥଙ୍କ ଦ୍ଵାରା ଆବେଦନ ପତ୍ର, ଯାହାଙ୍କର ସମ୍ପତ୍ତି ଦଫା ୩ ଅନୁଯାୟୀ ନ୍ୟସ୍ତ କରାଯାଇଛି

ଦଫା ୩ ଅନୁଯାୟୀ କୌଣସି ବିଜ୍ଞପ୍ତି ଅନୁଯାୟୀ କୌଣସି ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟସରକାରଙ୍କ ଠାରେ ନ୍ୟସ୍ତ କୌଣସି ସମ୍ପତ୍ତି ସଂବନ୍ଧରେ ଜଣେ ମଧ୍ୟସ୍ଥ,  ତାଙ୍କର ନାମ, ଉକ୍ତ ବିଜ୍ଞପ୍ତିରେ ପ୍ରକାଶିତ ମଧ୍ୟସ୍ଥମାନଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ  ହୋଇଥାଉ କିମ୍ବା ନାହିଁ,  ସେ ଓଡିଶା ଜମିଦାରୀ ଉଚ୍ଛେଦ ( ସଂଶୋଧନ ) ଆଇନ ୧୯୫୬ ର ପ୍ରାରମ୍ଭ ତାରିଖରୁ ତିନିମାସ ସମୟ ମଧ୍ୟରେ କିମ୍ବା ଉକ୍ତ ବିଜ୍ଞପ୍ତି  ତାରିଖଠାରୁ  ତିନି ମାସ ମଧ୍ୟରେ କିମ୍ବା ଉକ୍ତ  ବିଜ୍ଞପ୍ତି   ତାରିଖଠାରୁ ତନ୍ନ ମଧ୍ୟରୁ ଯେଉଁଠି ପରେ ହୋଇଥିବ, ସେଥିରେ ସଂଯୁକ୍ତ ସୂଚୀରେ ଉଲ୍ଲେଖିତ ଫର୍ମରେ ଏବଂ ଦଫା ୩ -“ଖ” ଉପ-ଦଫା (୩),  (୪) (୫) ଏବଂ (୬) ର ବ୍ୟବସ୍ଥାବଳୀ, ଏପରି ପ୍ରତ୍ୟେକ ମଧ୍ୟସ୍ଥଙ୍କ ପ୍ରତି, ପ୍ରୟୋଗ ହେବା   ।

ଚୁକ୍ତି ଦ୍ଵାରା କୌଣସି ସମ୍ପତ୍ତିର ସମର୍ପଣ

  1. ଦଫା ୩ ର ଉପ (୧) ଅନୁଯାୟୀ, ବିଜ୍ଞପ୍ତିର ନିର୍ଗମ ପୂର୍ବରୁ, ଯେ କୌଣସି ସମୟରେ, ରାଜ୍ୟ ସରକାର , ଗେଜେଟରେ ବିଜ୍ଞପ୍ତି ଦ୍ଵାରା ସ୍ଥାୟୀଭାବେ ବନ୍ଦୋବସ୍ତ ସମ୍ପତ୍ତିର ମାଲିକ ଥିବା ଦ୍ଵାରା ପରିଚାଳିତ ମଧ୍ୟସ୍ଥଙ୍କ ଠାରୁ ସେମାନଙ୍କ ସମ୍ପତ୍ତି ସମର୍ପଣ ନିମନ୍ତେ ପ୍ରସ୍ତାବ ଆହ୍ଵାନ କରିବେ,  ଯାହାକି ଗଜେଟରେ ଏପରି ବିଜ୍ଞପ୍ତ ତାରିଖରୁ ଏକ ମାସ ମଧ୍ୟରେ ଗ୍ରହଣ କରାଯିବ । ଏପରି ସମସ୍ତ ପ୍ରସ୍ତାବ ଲିଖିତ ଆକାରରେ ହେବ ଏବଂ ତାହା ନିର୍ଦ୍ଧିଷ୍ଟ ସର୍ତ୍ତାବଳୀ ଧାରଣ କରିଥିବ,  ଯାହା ଉପରେ ଲିଖିତ ଆକାରରେ ହେବ ଏବଂ ତାହା ନିର୍ଦ୍ଧିଷ୍ଟ ସର୍ତ୍ତାବଳୀ ଧାରଣ କରିଥିବ, ଯାହା ଉପରେ ଏପରି ସମର୍ପଣ ନିମନ୍ତେ ପ୍ରସ୍ତାବ କରାଯାଇଛି ।  ତା ପରେ ରାଜ୍ୟ ସରକାର,  ଉକ୍ତ ପ୍ରସ୍ତାବ ଗ୍ରହଣ ତାରିଖରୁ ଏକମାସ ମଧ୍ୟରେ, ଉକ୍ତ ମଧ୍ୟସ୍ଥଙ୍କୁ, ସେମାନଙ୍କର ସିଦ୍ଧାନ୍ତ ସୂଚୀତ କରିବେ ଯେ ତାହା ରାଜ୍ୟ ସରକାରଙ୍କ ଦ୍ଵାରା ବିଚାର ନିମନ୍ତେ ଗ୍ରହଣ କରାଯିବ କି ନାହିଁ ଏବଂ ଏପରି ସିଦ୍ଧାନ୍ତ ଚୁଡାନ୍ତ ହେବ ଏବଂ ତାହା କୌଣସି ଆଇନ ନ୍ୟାୟଳୟରେ ପ୍ରଶ୍ନାୟୀତ କରାଯିବ ନାହିଁ  ।
  2. ଯଦି ରାଜ୍ୟ ସରକାର, ଉପରୋକ୍ତ କୌଣସି ପ୍ରସ୍ତାବକୁ ବିଚାର କରିବା ନିମନ୍ତେ ସ୍ଥିର କରନ୍ତି,  ସେପରିସ୍ଥଳେ ଏପରି ପ୍ରସ୍ତାବ ସଂବନ୍ଧରେ ମଧ୍ୟସ୍ଥମାନେ, ଲିଖିତ ଚୁକ୍ତି ଦ୍ଵାରା ଏପରି ପ୍ରସ୍ତାବ ସଂବନ୍ଧରେ ମଧ୍ୟସ୍ଥମାନେ, ଲିଖିତ ଚୁକ୍ତି ଦ୍ଵାରା ଏପରି କ୍ରମାନଗୁଡିକ ବାର୍ଷିକ ଖଜଣା ଫର୍ମରେ, କ୍ଷତି ପୂରଣ ନିମନ୍ତେ, ଏପରି ସର୍ତ୍ତାବଳୀରେ, ତାହା ସମର୍ପଣ କରିବେ, ଯେପବୃ ଉକ୍ତ ଚୁକ୍ତିରେ ଧାର୍ଯ୍ୟ କରାଯାଇପାରେ, ଏବଂ ତାପରେ, ଦଫା ୫ ରେ ଉଲ୍ଲେଖିତ ପରିଣତି, ତତକ୍ଷଣାତ ଅନୁସୃତ ହେବ   ।

ଉଲ୍ଲେଖଥାଉ ଯେ ଉକ୍ତ କ୍ରମାନଗୁଡିକ ବାର୍ଷିକ ଆୟ ଏପରି ଅର୍ଥରାଶିକୁ ଅତିକ୍ରମ କରିବ ନାହିଁ, ଯାହାକି କ୍ଷତିପୂରଣ ଅର୍ଥରାଶିର ସାଢେତିନି ପ୍ରତିଶତ   ସହ ସମାନ ଅଟେ  ।  ଯାହାକି ରାଜ୍ୟ ପରିଷଦଙ୍କ ମତରେ, ଦଫା ୨୮ ଅନୁଯାୟୀ ଦେୟ ହେବ  ।

ରାଜ୍ୟରେ କୌଣସି ସମ୍ପତ୍ତିର ନ୍ୟସ୍ତିକରଣର ପରିଣତ

ସେତେବେଳେ ବଳବତ୍ତର ଥିବା ଅନ୍ୟ କୌଣସି ଆଇନରେ କିମ୍ବା କୌଣସି ଚୁକ୍ତିରେ ଧାରୀତ କୌଣସି ବ୍ୟବସ୍ଥା ସତ୍ତ୍ଵେ [ ଦଫା ୩ ର ଉପ – ଦଫା (୧) ଅନୁଯାୟୀ ଗେଜେଟରେ ] ବିଜ୍ଞପ୍ତିର ପ୍ରକାଶନ ଉପରେ [ ଦଫା ୩ ର ଉପ – ଦଫା (୧) ଅନୁଯାୟୀ] ଚୁକ୍ତିର ସଂପାଦାନ ତାରିଖ ଠାରୁ ଯେଉଁ ସ୍ଥଳରେ ଯେପରି ପ୍ରୟୋଗନିୟ ନିମ୍ନଲିଳଖିତ ପରିଣତି ଅନୁସୃତ ହେବ , ଯଥା :-

  • ଏହି ଅଧ୍ୟାୟ ପରବର୍ତ୍ତୀ ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ, ସମୁଦାୟା  ସମ୍ପତ୍ତି ସହିତ ସାମ୍ପ୍ରଦାୟିକ ଜମି ଏବଂ ପାରାମ୍ବିକ, ଅନ୍ୟାନ୍ୟ, ଅଣ – ରୟତି କମି,  ବ୍ୟତୀତ, ବଞ୍ଜର ଜମି, ବୃକ୍ଷ , ଫଳ ବଗିଚା, ଚରଣ ଜମି, ଜଙ୍ଗଲ, ଖଣି ଏବଂ ଖଣିଜ ପଦାର୍ଥ ( ତାହା ଆବିଷ୍କୃତ ହୋଇଥାଉ କିମ୍ବା ନହୋଇଥାଉ , ତାହା କାର୍ଯ୍ୟକ୍ଷମ ହୋଇଥାଉ କିମ୍ବା ନ ହୋଇଥାଉ ଅଧିକାର ସହିତ ପଟ୍ଟାରେ ପ୍ରଦାନ କରାଯାଇଥିବା ଖଞ୍ଜି ଏବଂ ଖଣିଜ ପଦାର୍ଥ ), କ୍ଵାରୀ, ନଦୀ ଏବଂ ଝରଣା, ଜଳାଶୟ ଏବଂ ଅନ୍ୟାନ୍ୟ ଜଳ ସେଚନ କାର୍ଯ୍ୟ, ଜଳ ପଥ, ଘାଟ,  ମତ୍ସ୍ୟ ହାତ ଏବଂ ବଜାର ଏବଂ ଅଟ୍ଟାଳିକା କିମ୍ବା ନିର୍ମାଣ ସହିତ ଜମି, ଯାହା ଉପରେ ସେଗୁଡିକ ଦଣ୍ଡାୟମାନ, ସେଗୁଡିକ ସମସ୍ତ ଭାରରୁ ମୁକ୍ତହୋଇ ସଂପୂର୍ଣ୍ଣ ଭାବେ, ରାଜ୍ୟରେ, ନ୍ୟସ୍ତ ହେବ ଏବଂ ଏପରି ମଧ୍ୟସ୍ଥ, ଏହି ଆଇନର ବ୍ୟବସ୍ଥାବଳୀ ଅନୁଯାୟୀ କିମ୍ବା ଦ୍ଵାରା ସ୍ପଷ୍ଟଭାବେ ସଂରକ୍ଷିତ ସ୍ଵାର୍ଥ, ଏପରି ସମ୍ପତ୍ତିରେ କୌଣସି ସ୍ଵାର୍ଥରୁ, ରହିତ ହେବେ   ।

ସ୍ପଷ୍ଟୀକରଣ

(Encumbrance) ଭାର ଅର୍ଥ, କୌଣସି ସମ୍ପତ୍ତି ଉପରେ କିମ୍ବା ତାର ଅଂଶ ଉପରେ, କୌଣସି ବନ୍ଧକ କିମ୍ବା ଭାର, ଏବଂ ଏହା ଜମି କିମ୍ବା ଅନ୍ୟ ସ୍ଥାବର ସମ୍ପତ୍ତିରେ, କୌଣସି ବନ୍ଧକ କିମ୍ବା ଭାର ଏବଂ ଏହା ଜମି କିମ୍ବା ଅନ୍ୟ ସ୍ଥାବର ସମ୍ପତ୍ତିରେ,  କୌଣସି ଅଧିକାରକୁ ଅନ୍ତର୍ଭୁକ୍ତ କରେ, ଯାହାକି କୌଣସି ସମ୍ପତ୍ତିରେ ଧାରୀତ ହୋଇଥାଏ, ମାତ୍ର ଏହା କୌଣସି ମଧ୍ୟସ୍ଥର ସ୍ଵାର୍ଥ କିମ୍ବା କୌଣସି ରୟତ କିମ୍ବା ଉପ ରୟତର ସ୍ଵାର୍ଥକୁ ଅନ୍ତର୍ଭୁକ୍ତ କରେ ନାହିଁ   ।

  • [ ନ୍ୟାସ୍ତିକରଣ ତାରିଖରେ କିମ୍ବା ପରାଏ,  ଏପରି ସମ୍ପତ୍ତିରେ ଧାରୀତ ଜମି ସଂବନ୍ଧରେ ଉଦ୍ରେକ ସମସ୍ତ ଖଜଣା , ସେସ, ରୟାଲିଟି ଏବଂ ଅନ୍ୟାନ୍ୟ ପ୍ରାପ୍ୟ, ରାଜ୍ୟ ସରାକରଙ୍କୁ ଦେୟ ହେବ ଏବଂ ଏହା ଫଳରେ ବହିର୍ଭୂତ ମଧ୍ୟସ୍ଥଙ୍କୁ ନୁହେଁ ଏବଂ ଏହି ଧାରାର ଉଲ୍ଲଂଘନରେ ପ୍ରଦାନ କରାଯାଇଥିବା କୌଣସି ଅର୍ଥରାଶିଉ, ଏକ ବୈଧ ସଂପାଦାନ କିମ୍ବା ପ୍ରଦାନ ହେବ ନାହିଁ   ।  [ଏବଂ ଏପରି ସମସ୍ତ ଖଜଣା, ସେସ, ରୟାଲିଟି ଏବଂ ଅନ୍ୟାନ୍ୟ ପ୍ରାପ୍ୟକୁ, ବକେୟା ଭୂମି ଖଜଣାଭାବେ ଉଦ୍ଧାର କରାଯିବ;

[ଉଲ୍ଲେଖ ଥାଉ ଯେ, ଯେଉଁ ସ୍ଥଳରେ ନ୍ୟସ୍ତ ତାରିଖ ସେହି ସମୟ ମଧ୍ୟରେ ପଡେ, ଯେଉଁଥି ପ୍ରତି ଏପରି ପ୍ରାପ୍ୟ ସମ୍ପୃକ୍ତ, ସେପରିସ୍ଥଳେ ପ୍ରାପ୍ୟର ଏପରି ଅନୁପାତ ଦେୟ ହେବ, ଯେପରି ଉକ୍ତ ତାରିଖ ସହିତ ଆରମ୍ଭ ହୋଇଥିବା ସମୟା ଏବଂ ଉପରୋକ୍ତ ସମୟ ସହିତ ସେସ ହୋଇଥାଏ, ତାହା ଉକ୍ତ ସମୁଦାୟା ସମୟ ପ୍ରତି, ବହନ କରେ;

ଆହୁରି ଉଲ୍ଲେଖ ଥାଉ ଯେ, ଏହି ଧାରାର ବ୍ୟବସ୍ଥାବଳୀ ସହ ସମନ୍ଵୟ ରକ୍ଷାକରି,  ତାଙ୍କ ପ୍ରତି ଅର୍ଥରାଶି ବାହାରେ, ମଧ୍ୟଷ୍ଠୁଙ୍କ ଦ୍ଵାରା ଗୃହିତ ଏପରି ପ୍ରାପ୍ୟ ଅଂଶକୁ, ରାଜ୍ୟସରକାରଙ୍କ ଦ୍ଵାରା ବକେୟା,ଭୂମି – ଖଜଣା ଭାବେ ଉଦ୍ଧାର କରାଯାଇପରେ କିମ୍ବା ଏପରି ମଧ୍ୟସ୍ଥଙ୍କୁ ଦେୟ କ୍ଷତିପୂରଣ ଅର୍ଥରାଶିରୁ ହ୍ରାସକରଣ ଦ୍ଵାରା;

ଆହୁରି ମଧ୍ୟ ଉଲ୍ଲେଥାଉ ଯେ, ଏପରରୀ କୌଣସି ଖଜଣା, ସେସ, ରୟାଲିଟି ଏବଂ ଅନ୍ୟାନ୍ୟ ପ୍ରାପ୍ୟ କରଣ ଉପରେ, କୌଣସି ଅର୍ଥରାଶି ତଥା ଅନ୍ୟ ପ୍ରାପ୍ୟ, କୌଣସି ଆଇନ ନ୍ୟାୟାଳୟର ଆଦେଶ ଅନୁଯାୟୀ କୌଣସି ବହିର୍ଭୂତ ଯାଉଥିବା ମଧ୍ୟସ୍ଥଙ୍କୁ ପ୍ରଦାନ କରାଯାଏ,  ତାହା ଏକ ବୈଧ ସମ୍ପାଦନ ଗଠନ କରିବ   ।

  • ନ୍ୟସ୍ତିକରଣ ତାରିଖରେ ଆଇନ ସମ୍ମତଭାବେ ପ୍ରାପ୍ୟ ସମସ୍ତ ବକେୟା ରାଜସ୍ୱ ଏବଂ ସେସ [ଏବଂ ଏପରି ସମ୍ପତ୍ତି ସଂବନ୍ଧରେ ରାଜ୍ୟ ସରକାରଙ୍କୁ ଦେୟ ଅନ୍ୟାନ୍ୟ ସମସ୍ତ ପ୍ରାପ୍ୟ ଏବଂ ଯାହାକି ବକେୟା ଭୂମି- ଖଜଣା ଭାବେ ଉଦ୍ଧାରନୀୟ ଅଟେ,  ତାହା ଏପରି ତାରିଖ ପରେ, ଏପରି ବହିର୍ଭୂତ ମଧ୍ୟସ୍ଥଙ୍କ ଠାରୁ ଏପରି ଭାବେ ଉଦ୍ଧାରନୀୟ ହେବ ଯାହାଙ୍କ ଦ୍ଵାରା, ସେଗୁଡିକ ଦେୟ ଅଟେ  ।

ଉଲ୍ଲେଖଥାଉ ଯେ, ଉପରୋକ୍ତ ଅନୁଯାୟୀ, ସମସ୍ତ ବକେୟା ସହିତ ସୁଧ, ଯଦି କିଛି ଥାଏ, ଯାହାକି ନ୍ୟସ୍ତିକାରଣ ତାରିଖରେ ତା ଉପରେ ଆଇନ ସମ୍ମତଭାବେ ପ୍ରାପ୍ୟ ହୋଇଥାଏ,  ତାହା ଏପରି ମଧ୍ୟସ୍ଥଙ୍କୁ ଦେୟ କ୍ଷତିପୂରଣ ଅର୍ଥ ବାବଦରେ ସମୀକରଣ କରାଯିବ  ।

ସଂରକ୍ଷଣ

ମୂଳ ଆଇର ଦଫା ୫ ର ଧାରା (ଘ) ସହିତ ସମନ୍ଵୟ ରକ୍ଷାକରି ସୁଧ ଉପରେ ହ୍ରାସକରଣ କରାଯାଇଥିବା କୌଣସି ଅଧିକ ଅର୍ଥରାଶି , ଯାହାକି ଏହି ଆଇନର ପ୍ରାରମ୍ଭ ତାରିଖରେ ସ୍ଥିତ ଥାଏ,  ତାହା ଉକ୍ତ ତାରିଖରୁ ଛଅମାନ ମଧ୍ୟରେ, ସମ୍ପୃକ୍ତ ମଧ୍ୟସ୍ଥଙ୍କ ଦ୍ଵାରା ସେ ସଂବନ୍ଧରେ କରାଯାଇଥିବା ଆବେଦନ ପତ୍ର ଉପରେ, ତାଙ୍କୁ ଫେରସ୍ତ କରାଯିବ   ।

ସ୍ପଷ୍ଟୀକରଣ

ଉକ୍ତି ‘ବକେୟା ରାଜସ୍ୱ ଏବଂ ସେସ; ରାଜ୍ୟରେ ନ୍ୟସ୍ତ କୌଣସି ସମ୍ପତ୍ତି ସଂବନ୍ଧରେ, ନ୍ୟସ୍ତିକରଣ ତାରିଖ ପୂର୍ବରୁ, କୌଣସି ସମୟ ନିମନ୍ତେ , ଏପରି ସମ୍ପତ୍ତି ସଂବନଧରେ , ରାଜସ୍ଵର ଅର୍ଥରାଶି ଏବଂ ସେସ ଅର୍ଥରାଶିକୁ  ଅର୍ଥାୟୀତ କରିବ, ଯେଉଁ ଅର୍ଥରାଶି ସେପରି ଅନୁପାତ, ଉକ୍ତଭୂମି ରାଜସ୍ୱ କିମ୍ବା ସ୍ଥଳରେ ଯେପରି ପ୍ରୟୋନିୟ ସମୁଦାୟ ସେସ ଅର୍ଥରାଶି ପ୍ରତି ବହନ କରିବ , ଯାହାକି ସମୁଦାଯ ବର୍ଷ ନିମନ୍ତେ ଦେୟ ଅଟେ,  ଯେପରି ନ୍ୟସ୍ତ ତାରିଖ ପୂର୍ବରୁ ସମୟ,  ସମୁଦାଯ ବର୍ଷ ପ୍ରତି, ବହନ କରେ  ।

  • ଏପରି କୌଣସି ମଧ୍ୟସ୍ଥଙ୍କ ଠାରୁ ପ୍ରାପ୍ୟ କୌଣସି ଅର୍ଥରାଶି ସଂବନ୍ଧରେ କୌଣସି ଦେୱାନୀ ନ୍ୟାୟଳୟରେ କୌଣସି ମୋକଦ୍ଦମା ଦାଏରନୀୟ ହେବ ନାହିଁ, ଯାହାର ପ୍ରଦାନ, ଏପରି ସମ୍ପତ୍ତି ଉପରେ କୌଣସି ବନ୍ଧକ କିମ୍ବା ଭାର ଦ୍ଵାରା ଆହରଣ କରାଯାଇଥାଏ; ଏବଂ ଏପରି ବନ୍ଧକ କିମ୍ବା ଭାର ସଂବନ୍ଧରେ ସମସ୍ତ ମୋକଦ୍ଦମା, ସମ୍ପାଦନ ଏବଂ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଯାହାକି ଏପରି ନ୍ୟସ୍ତିକରଣ ତାରିଖରେ ସ୍ଥଗିତ ଥାଏ, ତାହା [ ବଳ କରାଯିବା [ ଉଲ୍ଲେଖଥାଉ ଯେ, ମୋକଦ୍ଦମା ସମ୍ପାଦନ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ, ଯାହାକି ଉପରେ ଉଲ୍ଲେଖିତ, ଯେଉଁତିରେ, ବନ୍ଧକ କିମ୍ବା ଭାର ଅନୁଯାୟୀ ଦାବିର ବୈଧତାକୁ, ମଧ୍ୟସ୍ଥଙ୍କ ଦ୍ଵାରା ବିବାଦୀୟ କରାଯାଏ ସେପରିସ୍ଥଳେ ଉକ୍ତ ନ୍ୟାୟଳୟ, ଏପରି ମୋକଦ୍ଦମା ବନ୍ଧ କରିବା ପରିବର୍ତ୍ତେ, ସେଗୁଡିକକୁ ଶୁଣାଣୀ କରି ଫଇସଲା କରିବେ   ।
  • ନ୍ୟସ୍ତିକରଣ ତାରିଖ ପୂର୍ବରୁ, ଏପରି କୌଣସି ସମ୍ପତ୍ତି, କୌଣସି ନ୍ୟାୟଳୟର ଆଦେଶିକ ଅନୁଯାୟୀ କୌଣସି କ୍ରୋକକରଣ କିମ୍ବା ବିକ୍ରି ନିମନ୍ତେ ଦାୟୀ ହେବ ନାହିଁ ଏବଂ ଏପରି ସମ୍ପତ୍ତି ସଂବନ୍ଧରେ ପ୍ରଦାନ କରାଯାଇଥିବା କୌଣସି ଆଦେଶ, ଏପରି ନ୍ୟସ୍ତିକରଣ ତାରିଖରୁ, କୌଣସି ପ୍ରଭାବ ବହନ କରିବ ନାହିଁ ।
  • କଲେକ୍ଟର କିମ୍ବା ତାଙ୍କ ଦ୍ଵାରା ନିଯୁକ୍ତ ଅନ୍ୟ କୌଣସି ଉଚ୍ଚକର୍ମଚାରୀ ଏପରି ସମ୍ପତ୍ତିର ଦାୟିତ୍ଵ ଗ୍ରହଣ କରିବେ ଏବଂ ଏହି ଦଫା ଅନୁଯାୟୀ ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ ଏପରି ସମ୍ପତ୍ତି ଏବଂ ତା’ର ସ୍ଵାର୍ଥର ଦାୟିତ୍ଵରେ ରହିବେ   ।
  • ଯେଉଁ ସ୍ଥଳରେ ଏହି ଆଇନର କାର୍ଯ୍ୟକାରୀ ଦ୍ଵାରା, କୌଣସି ସମ୍ପତ୍ତି କିମ୍ବା ତାର ଅଂଶର ଦାଖଲ ଅଧିକରା ରାଜ୍ୟ ସରବକାରଙ୍କ ଉପରେ ନ୍ୟସ୍ତ ରୁହେ,  ସେପରିସ୍ଥଳେ କଲେକ୍ଟର, ଧାର୍ଯ୍ୟ ପଦ୍ଧତିରେ ଜାରି କରାଯାଇଥିବା ଲିଖିତ ଆଦେଶ ଦ୍ଵାରା, ଏପରି ସମ୍ପତ୍ତି କିମ୍ବା ତାର କୌଣସି ଅଂଶର ଦଖଲରେ ଥିବା କୌଣସି ବ୍ୟକ୍ତିଙ୍କୁ, ଏପରି ଆଦେଶରେ ଧାର୍ଯ୍ୟ ତାରିଖ ମଧ୍ୟରେ, ଦଖଲ ପରିତ୍ୟାଗ କରିବା ନିମନ୍ତେ ଆବଶ୍ୟକ କରିବେ ଏବଂ ସେ ସଂବନ୍ଧରେ ଏପରି ପଦକ୍ଷେପ ଗ୍ରହଣ କରିବେ, ଯେପରି ତାଙ୍କ ମତରେ ଏପରି ଆଦେଶର ପରିପାଳନ ନିମନ୍ତେ ଆବଶ୍ୟକ ଅଟେ କିମ୍ବା କୌଣସି ଶାନ୍ତି ଭଙ୍ଗକୁ ପ୍ରତିରୋଧ କରିବା ନିମନ୍ତେ ଆବଶ୍ୟକ ଅଟେ   । ଏପରି ସମ୍ପତ୍ତି କିମ୍ବା ତାର କୌଣସି ଅଂଶର ଦଖଲ ଯୋଗୁଁ ତାର ମୂଲ୍ୟରେ କୋଣସି ହ୍ରାସକରଣ କ୍ଷତି କିମ୍ବା ନଷ୍ଟିକରଣ ଯୋଗୁଁ ଦେୟ ଅର୍ଥରାଶିକୁ, ଏପରି ନ୍ୟସ୍ତିକରଣ ତାରିଖ ପରେ [ କଲେକ୍ଟର ସ୍ଥିର କରିବେ ଏବଂ ଏପରି ସ୍ଥିର କରାଯାଇଥିବା ଅର୍ଥରାଶିକୁ ବକେୟା ଭୂମି – ଖଜଣା ଭାବେ ଆଦାୟ କରାଯିବ   ।

ଉଲ୍ଲେଖଥାଉ ଯେ ଉପରୋକ୍ତ ଅନୁଯାୟୀ ଏପରି ଅର୍ଥରାଶି ପ୍ରଦାନ କରିବା ନିମନ୍ତେ କୌଣସି ଆଦେଶ ପ୍ରଦାନ କରାଯିବ ନାହିଁ, ଯଦି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଶୁଣାଣୀର ଏକ ଯଥାଯଥ ସୁଯୋଗ ପ୍ରଦାନ କରାନଯାଏ  ।

  • ଯେଉଁ ସ୍ଥଳରେ କଲେକ୍ଟର , ଏପରି ସମ୍ପତ୍ତିରେ ଧାରୀତ କୌଣସି ଜମି କିମ୍ବା ଖଣି କିମ୍ବା ଖଣିଜ ଦ୍ରବ୍ୟର ପଟ୍ଟା ବନ୍ଦୋବସ୍ତ ସଂବନ୍ଧରେ କିମ୍ବା ଏପରି ସମ୍ପତ୍ତିର ଖଜଣା ଆଦାୟା କରିବା ନିମନ୍ତେ , ମୁଖ୍ୟତଃ ଏକ କାର୍ଯ୍ୟାଳୟ କିମ୍ବା କଚେରୀ ଭାବେ ବ୍ୟବହୃତ କିମ୍ବା କର୍ତ୍ତବ୍ୟରତ ସମ୍ପତ୍ତିର ଭୃତ୍ୟମାନଙ୍କ ନିମନ୍ତେ ବିଶ୍ରାମ ଗୃହ ଭାବେ ବ୍ୟବହୃତ କିମ୍ବା ଆକରା ପ୍ରକାରରେ ଖଜଣାର ଗଛିତ ପୋଲା ଭାବେ ବ୍ୟବହୃତ କୌଣସି ଅଟ୍ଟାଳିକାରେ କୌଣସି ପ୍ରକାର ସ୍ଵାର୍ଥର ହସ୍ତାନ୍ତରଣ ସଂବନ୍ଧରେ ସନ୍ତୁଷ୍ଟ ହୁଅନ୍ତି ଯାହାକି ୧୯୫୪ ମସିହା ଜାନୁଆରୀ ପ୍ରଥମ ଦିନ ପରେ, ଯେକୌଣସି ସମୟରେ କରବଜାୟଥାଏ କିମ୍ବା ସୃଷ୍ଟି କରାଯାଇଥାଏ, ଏପରି ବନ୍ଦୋବସ୍ତ , ପଟ୍ଟା କିମ୍ବା ହସ୍ତାନ୍ତରଣ ଏହି ଆଇନର କୌଣସି ବ୍ୟବସ୍ଥାକୁ ପରାଭୂତ କରିବା ନିମନ୍ତେ ଉଦ୍ଦେଶିତ କିମ୍ବା ସେଥିରୁ ଅଧିକ କ୍ଷତିପୂରଣ ଗ୍ରହଣ କରିବା ନିମନ୍ତେ ଉଦ୍ଦେଶିତ, ସେପରିସ୍ଥଳେ ତଙ୍କବର ଏପରି ବନ୍ଦୋବସ୍ତ ପଟ୍ଟା କିମ୍ବା ହସ୍ତାନ୍ତରଣ ସଂବନ୍ଧରେ ତଦନ୍ତ କରିବା କ୍ଷମତା ରହିବ ଏବଂ ସେ, ଉପସ୍ଥିତ ହେବା ଏବଂ ଶୁଣାଣୀ ନିମନ୍ତେ ସଂପୃକ୍ତ ପକ୍ଷମାନଙ୍କୁ ଯଥାଯଥ ସୂଚନା ହେବା ପରେ ଏପରି କରିପାରିବେ ଏବଂ ଏପରି ବନ୍ଦୋବସ୍ତ , ପଟ୍ଟା କିମ୍ବା ହସ୍ତାନ୍ତରଣ ନାକଚ କରିବେ, ଏହା ଅଧୀନରେ ଦାବୀ କରୁଥିବା ବ୍ୟକ୍ତିଙ୍କୁ ବେ – ଦଖଲ କରିବେ ଏବଂ ଏପରି ସର୍ତ୍ତାବଳୀ ଉପରେ, ଧାରା (ଜ) ରେ ବ୍ୟବସ୍ଥାୟୀତ ଉପାୟରେ ଏପରି ସମ୍ପତ୍ତିର ଦଖଲ ଗ୍ରହାନ କରିବେ, ଯାହାକି ତାଙ୍କୁ ଉପଯୁକ୍ତ ଏବଂ ଯଥାଯଥ ପ୍ରତୀତ ହୁଏ   ।

ଉଲ୍ଲେଖଥାଉ ଯେ, ଯଦି କଲେକ୍ଟର ଏପରି କୌଣସି କ୍ଷେତ୍ରରେ ବନ୍ଦୋବସ୍ତ ପଟ୍ଟା କିମ୍ବା ହସ୍ତାନ୍ତରଣ ନାକଚ ନକରିବା ନିମନ୍ତେ ସ୍ଥିର କରନ୍ତି, ସେପରିସ୍ଥଳେ ସେ ଏପରି ବନ୍ଦୋବସ୍ତ, ପଟ୍ଟା କିମ୍ବା ହସ୍ତାନ୍ତରଣ ଦୃଢୀକରଣ କରିବା ନିମନ୍ତେ ଉକ୍ତ ମୋକଦ୍ଦମାକୁ ରାଜସ୍ୱ ପରିଷଦକୁ ଉଲ୍ଲେଖ କରିବେ ଏବଂ ରାଜସ୍ୱ ପରିଷଦ ଦ୍ଵାରା, ଏହା ଉପରେ ପ୍ରଦାନ କରାଯାଇଥିବା ଆଦେଶ, ଚୁଡାନ୍ତ ହେବ  ।

[ ଆହୁରି ମଧ୍ୟ ଉଲ୍ଲେଖ ଥାଉ ଯେ , ଏପରି ପଟ୍ଟା , ବନ୍ଦୋବସ୍ତ କିମ୍ବା ହସ୍ତାନ୍ତରଣ ସଂବନ୍ଧରେ ପ୍ରାପ୍ୟର ରାଜ୍ୟ ସରକାରଙ୍କ ଦ୍ଵାରରା ଉଦ୍ଧାର ନିମନ୍ତେ, ତମାଦି ସମୟ, ଯାହାକି ଏହି ଧାରା ଅନୁଯାୟୀ, କୌଣସି ତଦନ୍ତରେ ବିଷୟ ବସ୍ତୁ ହୋଇଥାଏ,  ତାହା ନ୍ୟସ୍ତିକରଣ ତାରିଖ ପରେ, ସମୟ ସଂବନ୍ଧରେ, କଲେକ୍ଟର କିମ୍ବା ରାଜସ୍ୱ ପରିଷଦ ଦ୍ଵାରା ନାକଚ କିମ୍ବା ଦୃଢୀକରଣ ଆଦେଶ ତାରିଖରୁ ତିନିବର୍ଷ ହେବ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଯଦି ଏପରି ପଟ୍ଟା, ବନ୍ଦୋବସ୍ତ କିମ୍ବା ହସ୍ତାନ୍ତରଣ ସମ୍ବନ୍ଧରେ ସେତେବ ଏଲେ ବଳବତ୍ତର ଥିବା ଅନ୍ୟ କୌଣସି ଆଇନ ଅନୁଯାୟୀ, ଏପରି ପ୍ରାପ୍ୟ ସଂବନ୍ଧରେ ଏକ ଦୀର୍ଘ ତମାଦି ପ୍ରୟୋଗନୀୟ ନହୁଏ   ।

  • ସମ୍ପତ୍ତିର ପ୍ରଶାସନ ଏବଂ ପରିଚାଳନା ନିମନ୍ତେ ତାଙ୍କର ମତରେ ଆବଶ୍ୟକ ଏପରି ହିସାବ, ରେଜିଷ୍ଟର , ନକ୍ସା ଏବଂ ଅନ୍ୟାନ୍ୟ ଦଲିଲର ଉପସ୍ଥାପନା ନିମନ୍ତେ ମଧ୍ୟସ୍ଥଙ୍କ ଉପରେ ଲିଖିତ ସୂଚନା ଜାରି କରିବା ପରେ ଏବଂ ଯଦି ଧାର୍ଯ୍ୟ ସମୟ ମଧ୍ୟରେ କିମ୍ବା ପରିବର୍ତ୍ତିତ ସମୟ ମଧ୍ୟରେ ଏପରି ସୂଚନା ପରିପାଳନ କରାନଯାଏ   ।  ଯେପରି କଲେକ୍ଟର ଅନୁମୋଦନ କରିପାରନ୍ତି, ତା ହେଲେ କଲେକ୍ଟର କିମ୍ବା ତାଙ୍କ ଦ୍ଵାରା କ୍ଷମତାୟୀତ କୌଣସି ସବ – ଡେପୁଟି କଲେକ୍ଟରଙ୍କ ନିମନ୍ତେ ଏହା ଆଇନ ସମ୍ମତ ହେବ ଯେ ସେ , ଏପରି ସାହାଯ୍ୟ ସହିତ କୌଣସି କିମ୍ବା ଅଟ୍ଟାଳିକାରେ ପ୍ରବେଶ କରିପାରିବେ ଏବଂ ଏପରି ସମସ୍ତ ହିସାବ ରେଜିଷ୍ଟର, ନକ୍ସା ଏବଂ ଏପରି ଅନ୍ୟାନ୍ୟ ଦଲିଲ ଜବତ କରିବେ ଏବଂ ଏପରି ମଧ୍ୟସ୍ଥ ଉକ୍ତ ସମୟ ଜବତ କଗଜପତ୍ର ନକଲ ଗ୍ରହାନ କରିବେ ଏବଂ ସେହି ସମସ୍ତ କାଗଜପତ୍ର ଦେଖିପାରିବେ ଯଦି ସେ କ୍ଷତିପୂରଣ ନିମନ୍ତେ ତାଙ୍କର ଦାବି ଉପସ୍ଥାପନ କରିବା ନିମନ୍ତେ ସେଗୁଡିକୁ ଆବଶ୍ୟକ କରନ୍ତି  ।
  • ନ୍ୟସ୍ତିକରଣ ତାରିଖଠାରୁ କିମ୍ବା ଓଡିଶା ଜମିଦାରୀ ଉଚ୍ଛେଦ (ସଂଶୋଧନ ) ଆଇନ, 1956 ପ୍ରଚଳନ ତାରିଖରୁ, ତନ୍ମଧ୍ୟରୁ ଯେଉଁ ତାରିଖଟି ପରେ ଆସେ ଜମିରୁ ଉତ୍ପାଦନ ସଂରହା କରିବା ନିମନ୍ତେ କିମ୍ବା ଜଙ୍ଗଲ କିମ୍ବା ମତ୍ସ୍ୟ – ଚାଷରୁ ଉତ୍ପାଦନ ସଂଗ୍ରହ କରିବା ନିମନ୍ତେ କିମ୍ବା ଜଙ୍ଗଲ କିମ୍ବା ମତ୍ସ୍ୟ – ଚାଷରୁ ଉତ୍ପାଦନ ସଂଗ୍ରହ କରିବା ନିମନ୍ତେ କିମ୍ବା ଅନ୍ତର୍ଭୁକ୍ତ କୌଣସି ଚୁକ୍ତି,  ଯାହାକି ଏପରି ମଧ୍ୟସ୍ଥଏବଂ ଅନ୍ୟ କୌଣସି ବ୍ୟକ୍ତି ଦ୍ଵାରା କାରାବଜାୟଥାଏ,  ତାହା କୌଣସି ନ୍ୟାୟଳୟ କୌଣସି ରାଏ, ଡିଗ୍ରୀ କିମ୍ବା ଆଦେଶ ଦ୍ଵାରା, ଅସିଦ୍ଧି ହେବ ନାହିଁ ।

ଉଲ୍ଲେଖଥାଉ ଯେ, ଯେଉଁ ସ୍ଥଳରେ ସଂପୃକ୍ତ ବ୍ୟକ୍ତି, ନ୍ୟସ୍ତିକରଣ ତାରିଖ ପରେ, କୌଣସି ସମୟରେ ଏପରି ଚୁକ୍ତି ଅନୁଯାୟୀ ତାଙ୍କର ଅଧିକାର ଉପଭୋଗ କରିଥାଆନ୍ତି, ମାତ୍ର ତାହା ଉକ୍ତ ଆଇନର ପ୍ରଚଳନ ତାରିଖ ପୂର୍ବରୁ ହୋଇଥାଏ,  ସେପରିସ୍ଥଳେ କଲେକ୍ଟର ମଧ୍ୟସ୍ଥଙ୍କୁ ଦେ ସମୁଦାୟ କ୍ଷତିପୂରଣ ଅର୍ଥରାସୀରୁ ସେହି ପରିମାଣ ଅର୍ଥରାଶି ହ୍ରାସକରଣ କରିବା ନିମନ୍ତେ ଆଦେଶ ଦେବେ, ଯାହାକି ମଧ୍ୟସ୍ଥଙ୍କ ଦ୍ଵାରା ଚୁକ୍ତିଭୁକ୍ତ ସମୁଦାଯ ମୂଲ୍ୟ ପ୍ରତି ସେହି ଅନୁପାତ ବହନ କରିବ, ଏପରି ଉପରୋକଟ ସମୟ ଏପରି ଚୁକ୍ତିର ସମୁଦାୟ ସମୟ ନିମନ୍ତେ ବହନ କରିବ, ଏପରି ଉପରୋକ୍ତ ସମୟ ଏପରି ଚୁକ୍ତିର ସମୁଦାଯ ସମାୟା ନିମନ୍ତେ କରେ ଏବଂ ଯେପରି ହ୍ରାସକରଣ କରାଯିବାକୁ  ଥିବା ଅର୍ଥରାଶି, ଏପରି ତଦନ୍ତ ପରେ କଲେକ୍ଟରଙ୍କ ଦ୍ଵାରା ସ୍ଥିର କରାଯିବ, ଯେପରି ରାଜ୍ୟ ସରକାର, ନିୟମାବଳି ଦ୍ଵାରା ଧାର୍ଯ୍ୟ କରିପାରନ୍ତି   ।

ଆହୁରି ଉଲ୍ଲେଖ ଥାଉ ଯେ,ଏହି ଆଇନର ବ୍ୟବସ୍ଥାବଳୀ କିମ୍ବା ତତ ସାକ୍ରାନ୍ତୀୟ ନିୟମାବଳୀ ଅନୁଯାୟୀ କରାଯାଇଥିବା କୌଣସି, କୌଣସି କାର୍ଯ୍ୟ ନିମନ୍ତେ ଉପରୋକଟ ସମୟ ସଂବନ୍ଧରେ,ଏ ପରି କୌଣସି ଚୁକ୍ତି ସଂବନ୍ଧରେ ଘଟିଥିବା କୌଣସି କ୍ଷତି ନିମନ୍ତେ ରାଜ୍ୟସରକାରଙ୍କ ବିରୁଦ୍ଧରେ କୌଣସି ମୋକଦ୍ଦମା କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ  ।

ଟିପ୍ପଣୀ

ଶବ୍ଦାବଳୀ “ସଂପୃକ୍ତ ବ୍ୟକ୍ତି ‘ର ଅର୍ଥକୁ ସ୍ପଷ୍ଟ କରାଯାଇଛି – 40-(1974) ସି ଏଲ ଟି -66 ।

ଆଇନର ଦଫା 8(1) ର ବ୍ୟବସ୍ଥାବଳୀ ଅନୁଯାୟୀ ପୂର୍ବରୁ ସ୍ଥିର କରାଯାଇଥିବା ଭାବେ,  ଧରାଯାଉଥିବା କୃଷକ ଠାରୁ ଏକ ନିବନ୍ଧିତ ବିକ୍ରି କବଲା ଅଧୀନରେ ଆବେଦନକାରୀ ଜମି କ୍ରୟ କରନ୍ତି, ଯାହାଙ୍କୁ ଜଣେ କୃଷକଭାବେ ବିବେଚନା କରିଯିବ ଏବଂ ବିବାଦୀୟ ଜମି ସଂବନ୍ଧରେ, ତାଙ୍କ ଠାରୁ ଖଜଣା ଗ୍ରହଣ କରାଯିବ - 2005 (ସପ୍ଲିମେଣ୍ଟାରୀ) ଓ ଏଲ ଆର – 1021 (ଶ୍ରୀମତୀ ହରପ୍ରିୟା ବିଶୋଇ ବନାମ ଓଡିଶା ରାଜ୍ୟ ସରକାର)।

1.1.1946 ପୂର୍ବରୁ, ପୂର୍ବମାଲିକ ପଟ୍ଟା ସୃଷ୍ଟି କରିଥାଆନ୍ତି, ତାକୁ ପ୍ରଶ୍ନାୟୀତ କରାଯାଇପାରିବ ନାହିଁ - 1986 (2) ଓ ଏଲ ଆର -427 ।

ଶବ୍ଦ “ ସମ୍ପୃକ୍ତ ପକ୍ଷ ପ୍ରତି ସୂଚନା “ ର ଅର୍ଥକୁ ସ୍ପଷ୍ଟ କରାଯାଇଛି ।  ସର୍ବସାଧାରଣଙ୍କ ଠାରୁ ଆପତ୍ତିର ଆହ୍ଵାନ , ଆବଶ୍ୟକ ନୁହେଁ – 39 (1973) ସି ଏଲ ଟି ଏସ ଏନ – 106 ।

ସମ୍ପତ୍ତିର ଦାଖଲ ଉଦ୍ଧାର ନିମନ୍ତେ ବନ୍ଧକ ଡାଟା ହକକାର କି ନୁହେଁ, ଯାହାକି ରାଜ୍ୟରେ ନ୍ୟସ୍ତ ହୋଇଛି, ଯେତେବେଳେ ହ୍ରାସକରଣ ଏବଂ ହିସାବ ନିମନ୍ତେ ମୋକଦ୍ଦମା ସ୍ଥଗତି ଥାଏ ଏବଂ ତା ପରେ ସରକାର ଆବେଦନକାରୀଙ୍କ ସପକ୍ଷରେ ଜମି ବନ୍ଦୋବସ୍ତ କରନ୍ତି   ।  ଦର୍ଶାଯାଇଥିଲା ଯେ ବନ୍ଧକ ଡାଟା ଦାଖଲ ଉଦ୍ଧାର କରିପାରିବେ ନାହିଁ – 39(1973) ସି ଏଲ ଟି ଏସ ଏନ -24  ।  ଦେୱାନୀ ନ୍ୟାୟଳୟର କର୍ତ୍ତୁତ୍ଵ ବହିର୍ଭୂତ ହୁଏ ନାହିଁ, ଏପରିକି  ଯେତେବେଳେ ଏହି ଦଫାର ବ୍ୟବସ୍ଥାବଳୀ ଅନୁଯାୟୀ କାର୍ଯ୍ୟାନୁସ୍ଥାନ ଏବଂ ତା ଉପରେ ପ୍ରଦାନ କରାଯାଇଥିବା ଆଦେଶ, ଯେତେବେଳେ ନ୍ୟସ୍ତିକରଣ ପରେ କୌଣସି ପଟ୍ଟା ଥାଏ 37 (1971) ସି ଏଲ ଟି ଏସ ଏନ -148  ।

ଏପରିକି ମାଛ ଧରିବା ଅଧିକାର ମଧ୍ୟ ଜମିରୁ ଉଦ୍ରେକ ଏକ ଉପକାର ଅଟେ ଏବଂ ଏହିପରି ଭାବେ ସ୍ଥାର ସମ୍ପତ୍ତି ଗଠନ କରେ , ଯାହାକି ଏକ ଭାର ଅଟେ ଏବଂ ଏହିପରିଭାବେ ରାଜ୍ୟ ସରକାର ମତ୍ସ୍ୟଚାଷ ସହିତ କାରବାର କରିବା ନିମନ୍ତେ ମୁକ୍ତ ଅଟନ୍ତି , ଯେପରି ସେ ବିବେଚନା କରନ୍ତି -37 (1971)  ସି ଏଲ ଟି – 1901  ।

ଦଫା 5(1) ପରିଶର କୁ ସ୍ପଷ୍ଟ କରାଯାଇଛି – କଲେକ୍ଟରଙ୍କ ଦ୍ଵାରା ଆଂଶିକଭାବେ ପଟ୍ଟାକୁ ନାକଚ କରାଯାଇଥିଲା , ଯାହାକି ରାଜସ୍ଵ ପରିଷଦର ଦ୍ରୁଷ୍ଟିକରଣ ନିମନ୍ତେ ସୁପାରିସ କରାଯାଇଥିଲା ଯେକି ଏହି କରଣ ଉପରେ ତାହା ନାକଚ କରିଥିଲେ ଯେ ଆଂଶିକଭାବେ କୌଣସି ପଟ୍ଟାକୁ ଦୃଢୀକରଣ କରାଯାଇପାରିବ ନାହିଁ, ମାତ୍ର ରାଜ୍ୟସ୍ଵ ପରିଷଦର ଏପରି କାର୍ଯ୍ୟାନୁସ୍ଥାନ ଗ୍ରହଣୀଯ ନୁହେଁ କିମ୍ବା କାଏମ  ଯୋଗ୍ୟ ନୁହେଁ 37 (1971) ସି ଏଲ ଟି -558  । “ଇଷ୍ଟେଟ ଅଧିକାରୀଙ୍କ ନିକଟରେ ଖଜଣାର ସ୍ଥିରୀକରଣ ନିମନ୍ତେ ଏକ ଆବେଦନପତ୍ର ସ୍ଥଗିତ ଥିଲା । ସମ୍ପତ୍ତି ପରେ ଦାଖଲ ନିମନ୍ତେ କୌଣସି ମୋକଦମା, ଏପରି ସମ୍ପତ୍ତି ପ୍ରତି ରାଜ୍ୟର ଅଧିକାର ଅକାମି ଅଟେ – 36 (1974) ସି ଏଲ ଟି – ଏସ ଏନ – 118 ।

ଦେୱାନୀ ନାୟଳୟର କର୍ତ୍ତୁତ୍ଵ , ବହିର୍ଭୂତ ନୁହେଁ – 36 (1970) ସି ଏଲ ଟି – 658 କ୍ଷମତାୟୀତ ପ୍ରତିନିଧିଙ୍କ ଦ୍ଵାରା ମଧ୍ୟସ୍ଥଙ୍କୁ ଅନୁରୋଧ କରାଯାଏ, ସେତେବେଳେ ଦଫା 5 (ଜ) ଅନୁଯାୟୀ ସୂଚନାର ପ୍ରଶ୍ନ ଉଦ୍ରେକ ହୁଏ ନାହିଁ – 35 (1969) ସି ଏଲ ଟି ଏସ ଏନ – 126 ।

ପଟ୍ଟାର ବନ୍ଦୋବସ୍ତ ନାକଚିକାରଣ ପ୍ରତି କଲେକ୍ଟର କ୍ଷମତାକୁ ସ୍ପଷ୍ଟ କରାଯାଇଛି – କଲେକ୍ଟରଙ୍କ ସନ୍ତୁଷ୍ଠ ଉପରେ ଯେ ୧.୧.୧୯୪୭ ପରେ କୌଣସି ପଟ୍ଟା ବନ୍ଦୋବସ୍ତ, ଏହି ଆଇନର ବ୍ୟବସ୍ଥାବଳୀକୁ ପରାଭୂତ କରିବା ତଥା ଉଚ୍ଚତର କ୍ଷତପୂରଣର ସ୍ଥିରୀକରବ୍ନ ଉଦ୍ଦେଶ୍ୟରେ କରବଜାୟଛି, ସେପରିସ୍ଥଳେ ଏପରି ବନ୍ଦୋବସ୍ତ ନାକଚ କରାଯାଇପାରେ - ୩୫ (୧୯୬୯) ସି ଏଲ ଟି – ୫୫  । ପଟ୍ଟାର ବାଖ୍ୟା ନିମନ୍ତେ  ୨୭, (୨୬୧) ସି ଏଲ ଟି – ଏସ-ଏନ -୧୩୧ ଦ୍ରଷ୍ଟବ୍ୟ ଶବ୍ଦ “ଭାର” ର ସଂଜ୍ଞାରକୁ ସ୍ପଷ୍ଠ କରାଯାଇଛି, ଏପରିକି ଶବ୍ଦ “ଭାର “ସଂଜ୍ଞା କୁ ସ୍ପଷ୍ଟ କରାଯାଇଛି, ଏପରିକି ଶବ୍ଦ “କ୍ଵାରୀ“ କିମ୍ବା ଜାଣିବା ନିମନ୍ତେ ପ୍ରଶ୍ନ, ସଂଜ୍ଞା ପରିସର ମଧ୍ୟକୁ ଆସିବ ଏବଂ ଧରା (କ୦ ଏବଂ ଦଫା ୫(୧) ଏବଂ ଦଫା ୧୧ ମଧ୍ୟରେ ପାର୍ଥକ୍ୟକୁ ସ୍ପଷ୍ଟ କରାଯାଇଛି- ୨୭ (୧୯୬୧) ଏସ- ଏନ -୧୩୧  । ପଟ୍ଟାଦାତା ଏବଂ ପଟ୍ଟାଧାଡ଼ିଙ୍କୁ ସୂଚନା ନିମନ୍ତେ, ରାଜସ୍ୱ ପରିଷଦ ଦ୍ଵାରା ପଟ୍ଟାର ଦୃଢୀକରବ୍ନ ନିମନ୍ତେ ବ୍ୟବସ୍ଥାବଳୀ ବ୍ୟବସ୍ଥାୟୀତ କରାଯାଇଛି – ୩୫(୧୯୬୯) ସି ଏଲ ଟି, ଏସ ଏନ -୧୮୬।

ରାଜ୍ୟରେ ସଂପୂର୍ଣ୍ଣ ଭାବେ ସମ୍ପତ୍ତିର ନ୍ୟସ୍ତିକରଣ – ଦେବାଣୀ କାର୍ଯ୍ୟବିଧି ସଂହିତାର ଅର୍ଡର ୩୨, ନିୟମ -୧୦  ।  ଏହା ପରୀକ୍ଷା କରିବା ଆବଶ୍ୟକ ନୁହେଁ ଯେ ଅପିଲକର୍ତ୍ତାଙ୍କର ସ୍ଥାନ ରୟତୀ ଥିଲା କି ନାହିଁ କିମ୍ବା ପ୍ରତିକୂଳିତ ଦଖଲ ଦ୍ଵାରା, ସତ୍ତ୍ଵ ଗ୍ରହଣ କରିଥିଲେ – ୩୪(୧୯୬୮) ସି ଏଲ ଟି -୭୨୯ ।

ମଧ୍ୟସ୍ଥଙ୍କ ଗୃହପୋଯୋଗୀ ଜମି ଏବଂ ଅଟ୍ଟାଳିକା ସହିତ ଜମି, ଯାହା ଉପରେ ଏପରି ଅଟ୍ଟାଳିକା ଦଣ୍ଡାମାନ, ଯାହାକି ଏପରି ମଧ୍ୟସ୍ଥଙ୍କ ଦଖଲରେ ଅଛି ଏବଂ ଯାହାକି ପୋଲା , କଳକାରଖାନା କିମ୍ବା କଳଭାବେ ବ୍ୟବହୃତ, ଯାହାକି ଖଜଣା ପ୍ରଦାନ ଉପରେ,  ତାଙ୍କ ଦ୍ଵାରା ଧାରିତ   ।

  1. ନ୍ୟସ୍ତିକରଣ ତାରିଖରୁ, କୌଣସି ସମ୍ପତ୍ତିରେ ଧାରିତ ଗୃହପୋଯୋଗୀ ଜମି, ଯାହାକି ଏପରି ନ୍ୟସ୍ତିକରଣ ତାରିଖରେ, କୌଣସି ମଧ୍ୟସ୍ଥଙ୍କ ଦାଖଲରେ ଥାଏ ଏବଂ ଏପରି ଅଟ୍ଟାଳିକା କିମ୍ବା ନିର୍ମାଣ ସହିତ ଜମି, ଯାହା ଉପରେ ସେଗୁଡିକ ଦଣ୍ଡାୟମାନ ଏବଂ ଏପରି ଅଟ୍ଟାଳିକା ବ୍ୟତୀତ, ଯାହାକି ମୁଖ୍ୟତଃ କାର୍ଯ୍ୟାଳୟ କିମ୍ବା କଚେରୀ କିମ୍ବା କର୍ତ୍ତବ୍ୟରତ ଭୃତ୍ୟମାନଙ୍କ ବିଶ୍ଵାସ ଗୃହ ଭାବେ ବ୍ୟବହୃତ ହୁଏ   । ଯାହାକି ଏହି ଆଇନର ପ୍ରଚଳନ ସମୟରେ ମଧ୍ୟସ୍ଥଙ୍କ ଦଖଲ୍ଜରେ ଥାଏ ଏବଂ ପୋଲାଭାବେ ବ୍ୟବହୃତ ହେଉଥାଏ   । (ସେପରି ପୋଲା ବ୍ୟତୀତ ଯାହାକି ପ୍ରକାରରରେ ପ୍ରଦତ୍ତ ଖଞ୍ଜଣାର ଗଛିତ ନିମନ୍ତେ ପୋଲଭାବେ ବ୍ୟବହୃତ ହୁଏ )   । ବାଣିଜ୍ୟ , ବ୍ୟବସାୟ , ପ୍ରସ୍ତୁତିକରଣ କିମ୍ବା ବ୍ୟବସାୟ ଉଦ୍ଦେଶ୍ୟରେ କଳକାରଖାନା ଭାବେ ବ୍ୟବହୃତ ହୁଏ , କିମ୍ବା ଖାଦ୍ୟଶସ୍ୟ ଗଚ୍ଛିତ ରଖିବା ନିମନ୍ତେ କିମ୍ବା ଗୋ- ମହିଷାଦି ପଶୁଙ୍କୁ ରଖିବା ନିମନ୍ତେ କୃଷି କାର୍ଯ୍ୟ ଯନ୍ତ୍ରପାତି ରଖିବା ନିମନ୍ତେ ବ୍ୟବହୃତ ହୁଏ ଏବଂ ୧୯୪୬ ମସିହା ଜାନୁଆରୀ ୨୧ ତାରିଖ ପୂର୍ବରୁ ଉପରୋକ୍ତ ଉଦ୍ଦେଶ୍ୟ ନିମନ୍ତେ ନିର୍ମ୍ମିତ କିମ୍ବା ସ୍ଥାପିତ ଏବଂ ବ୍ୟବହୃତ ହେଉଥାଏ, ତାହା ଏହି ଆଇନରେ ଧାରିତ କୌଣସି ବିଷୟ ସତ୍ତ୍ୱେ , ରାଜ୍ୟ ସରକାରଙ୍କ ଦ୍ଵାରା ଏପରି ମଧ୍ୟସ୍ଥଙ୍କ ସହିତ ବନ୍ଦୋବସ୍ତ ହୋଇଛି ବୋଲି ଧରାଯିବ, ଯେକି ଏପରି ଗୃହପୋଯୋଗୀ ଜମି ଏବଂ ଏପରି ଅଟ୍ଟାଳିକା କିମ୍ବା ନିର୍ମାଣ ସହିତ ସେହି ଜମି ମଧ୍ୟ ଧାରଣ କରିବେ, ଯାହା ଉପରେ ସେଗୁଡିକ ଦଣ୍ଡାୟମାନ ଏବଂ ତାହା ସେମାନେ ଏପରି ଭ୍ବୁମୀ ଖଜଣା ପ୍ରଦାନ ନିୟନ୍ତ୍ରଣାଧୀନରେ ରାଜ୍ୟସରକାରଙ୍କ ଅଧୀନରେ ରୟତ କୃଷକଭାବେ ଧାରଣ କରିବେ,ଯେପରି କଲେକ୍ଟରଙ୍କ ଦ୍ଵାରା ଧାର୍ଯ୍ୟ ପଦ୍ଧତି ଅନୁଯାୟୀ ସ୍ଥିର କରାଯିବ । "ଫର୍ମ – ଜ""ଫର୍ମ - “ କ” ପ୍ରତି ସଂଯୋଗ – କ"
  2. ଉଲ୍ଲେଖଥାଉ ଯେ , ଯେଉଁସ୍ଥଳରେ ଏପରି, ମଧ୍ୟସ୍ଥମାନେ ଏପରି ଅଟ୍ଟାଳିକା ଏହା ସେହିପରି ବିଷୟର ଦଖଲ ସଂବନ୍ଧରେ ସେମାନଙ୍କ ମଧ୍ୟରେ କୌଣସି ବୁଝାମଣା କିମ୍ବା ସମାଧାନରେ ଉପନୀତ ହୋଇଥାଆନ୍ତି ଏବଂ ସେ ସଂବନ୍ଧରେ କଲେକ୍ଟରଙ୍କ ସମ୍ମୁଖରେ  ଏକ ବିବରଣୀ ଦାଖଲ କରନ୍ତି, ସେପରି ସ୍ଥଳେ , ଉକ୍ତ ବୁଝାମଣା ଅନୁଯାୟୀ , ମଧ୍ୟସ୍ଥମାନଙ୍କ ମଧ୍ୟରେ ଏପରି ଅଟ୍ଟାଳିକା ବନ୍ଦୋବସ୍ତ ହୋଇଛି ବୋଲି ଧରାଯିବ   ।

    ଆହୁରି ଉଲ୍ଲେଖଥାଉ ଯେ, ମଧ୍ୟସ୍ଥଙ୍କ ପ୍ରକୃତ ଦଖଲରେ ଥିବା ଗୃହପୋଯୋଗୀ ଭୂମି,  ସେହି ସମସ୍ତ ଅଞ୍ଚଳରେ କୌଣସି ଭୂମି ଖଜଣା ବିନା ବନ୍ଦୋବସ୍ତ କରାଯିବ ଯେଉଁଠାରେ ଗୃହପୋଯୋଗୀ ଜମି ଉପରେ, ସ୍ଥିତ ଆଇନ ଅନୁଯାୟୀ, କୌଣସି ଭୂମି – ଖଜଣା ଧାର୍ଯ୍ୟ କରାଯାଏ ନାହିଁ   ।

  3. ଉପ- ଦଫା (୧) ରେ ଧାରିତ କୌଣସି ବିଷୟ ବସ୍ତୁ, ଯେଉଁସ୍ଥଳରେ କୌଣସି ମଧ୍ୟସ୍ଥ, ୧୯୪୬ ମସିହା ଜାନୁଆରୀ ୧ ତାରିଖ ପରେ ତାଙ୍କ ସମ୍ପତ୍ତିରେ କୌଣସି ଅଟ୍ଟାଳିକା କିମ୍ବା ନିର୍ମାଣ କରିଥାଆନ୍ତି ଏବଂ ଉପ-ଦଫା (୧) ରେ ଉଲ୍ଲେଖିତ ଉଦ୍ଦେଶ୍ୟ ନିମନ୍ତେ ନ୍ୟସ୍ତ ତାରିଖରୁ ତାହା ବ୍ୟବହାର କରୁଥାଆନ୍ତି,  ସେପରିସ୍ଥଳେ ସେ ଏପରି ଅଟ୍ଟାଳିକା କିମ୍ବା ନିର୍ମାଣ ସହିତ ସେହି ଜମିକୁ ମଧ୍ୟ ଦଖଲ କରିବା ନିମନ୍ତେ ହକଡାର ହେବେ ଏବଂ ତାହା ଉପ-ଦଫା (୧) ରେ ବ୍ୟବସ୍ଥାୟୀତ ଭୂମି – ଖଜଣାର ପ୍ରଦାନର ନିୟନ୍ତ୍ରଣାଧିନରେ, ରାଜ୍ୟ ସରକାରଙ୍କ ଅଧୀନରେ ଜଣେ କୃଷକ ଭାବେ ଧାରଣ କରିବେ, କେବଳ ଯଦି କଲେକ୍ଟର ତଦନ୍ତ ପରେ ସନ୍ତୁଷ୍ଟ ହୁଅନ୍ତି ଯେ, ଏହା କୌଣସି ଉତ୍ତମ ଉଦ୍ଦେଶ୍ୟ ସହିତ ନିର୍ମିତ, କିମ୍ବା ଏବଂ ଏହି ଆଇନରେ ଦଫା ୫ ର ବ୍ୟବସ୍ଥାକୁ ପରାଭୂତ କରିବା ଉଦ୍ଦେଶ୍ୟରେ ନୁହେଁ   ।

ଟିପ୍ପଣୀ

ଦଫା ୬ ର ବ୍ୟବସ୍ଥାବଳୀ ଉଲ୍ଲେଖ କରେ ଯେ ନିଜ ଦ୍ଵାରା ବଗିଚା ଉଦ୍ରେକ କରିବା ନିମନ୍ତେ ଜମିଦାରଙ୍କ ଦ୍ଵାରା ଉଦ୍ଦେଶ୍ୟରେ ସଂରକ୍ଷିତ ଜମି , ଉକ୍ତ ବ୍ୟକ୍ତି ଉପରେ ଦଖଲର କୌଣସି ସ୍ଥାୟୀ ଅଧିକାର ପ୍ରଦାନ କରିବ ନାହିଁ ,  କିମ୍ବା ଏପରି ଜମି ,  ଏପରି ଅସ୍ଥାୟୀ କଷଣ କାରଣ ଦ୍ଵାରା ଏକ ରୟତି ଜମି ହେବ  - (୨୦୦୨ (୧) ଓ ଏଲ ଆର – ୪୩୦- ଉଜଲା ରାଉତ ଏବଂ ଅନ୍ୟମାନେ ବନାମ ଖଲି ଜେନା ଏବଂ ଅନ୍ୟମାନେ)।

ଏହା ଆଇନଗତଭାବେ ସ୍ଥିରକୃତ ଯେ ଓଡିଶା ଜମିଦାରୀ ଉଚ୍ଛେଦ ଆଇନ ଅନୁଯାୟୀ ବିଜ୍ଞପ୍ତି ଅନୁଯାୟୀ , ସମସ୍ତ ଭାରକୁ ମୁକ୍ତ ସମ୍ପତ୍ତି, ଯାହାକି ରାଜ୍ୟରେ ନ୍ୟସ୍ତ ହୁଏ, ଏପରି ସମସ୍ତ  ଜମିର ନ୍ୟସ୍ତିକରଣ ପରେ, ଯାହାକି ମଧ୍ୟସ୍ଥଙ୍କ ଖାସ ଦଖଲରେ ଥାଏ ଏବଂ ଆଇନର ଦଫା ୬ ଏବଂ ୭ ରେ ବର୍ଣ୍ଣିତ ଅନ୍ୟାନ୍ୟ ସମ୍ପତ୍ତି ପୂର୍ବ – ମଧ୍ୟସ୍ଥଙ୍କ ସହିତ ବନ୍ଦୋବସ୍ତ କରାଯିବ  ।  ଉକ୍ତ କିମ୍ବା ତାହା ବ୍ୟତୀତ, ଉକ୍ତ ମଧ୍ୟସ୍ଥଙ୍କ ଦ୍ଵାରା  ରକ୍ଷାଯାଇଥିବା କୃଷକମାନେ, ଯେଉଁମାନେ ଏପରି ନ୍ୟସ୍ତିକରଣ ତାରିଖରେ କିମ୍ବା ପୂର୍ବରୁ ଏପରି ଦଖଲରେ ଥାଆନ୍ତି,  ସେମାନେ ସେହି ସ୍ଥିତିରେ ରାଜ୍ୟ ସରକାରଙ୍କ ଅଧୀନରେ ରହିବେ  - (୨୦୦୫(୨) ଓ ଏଲ ଆର – ୩୩୦ (ପ୍ରଗ୍ୟାନ ବିନାମ ହେମ ପ୍ରଭା) ।

ବୈଷୟିକତା  ସତ୍ତ୍ୱେ ,  ସମ- ଅଂଶୀଦାରଙ୍କ ସପକ୍ଷରେ କରାଯାଇଥିବା ବନ୍ଦୋବସ୍ତ , ଅନ୍ୟମାନଙ୍କ ହିତକୁ ନିଶ୍ଚିତ କରେ – (୨୦୦(୧) ଓ ଏଲ ଆର – ୧୨୮ ।

ଆଧାର – ଦ ଲ ହାଉସ

Last Modified : 1/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate