ଋଣ – ଦାତା କିମ୍ବା ଭରଣପୋଷଣଧାରୀ ପ୍ରତି ପ୍ରାପ୍ୟ ଅର୍ଥରାସୀର ସ୍ଥିରିକରଣ (ଦଫା -୨୦) ଦାବୀର ବିବରଣୀ ଗ୍ରହଣ କରିବା ପରେ , ଦାବୀ ଅଧିକାରୀ , ସଂପତ୍ତିର ମଧ୍ୟସ୍ଥଙ୍କ ଉପରେ ଏକ ସୂଚନାଜାରି କରିବା ସହିତ , ଦଫା ୧୦ ଅନୁଯାୟୀ , ଋଣଦାତା କିମ୍ବା ଭରଣାପୋଷଣକାରୀଙ୍କ ଦ୍ଵାରା ଦାଖଲ କରାଯାଇଥିବା ଦାବୀର ବିବରଣୀର ଏକ ନକଲ ମଧ୍ୟ ପ୍ରଦାନ କରିବେ ଏବଂ ପନ୍ଦର ଦିନ ମଧ୍ୟରେ କିମ୍ବା ଏପରି ଅଧିକ ସମୟ ମଧ୍ୟରେ ଏକ ଜବାବ ଦାଖଲ କରିବା ନିମନ୍ତେ ମଧ୍ୟସ୍ଥକୁ ଆହ୍ଵାନ କରିବେ , ଯେପରି ଦାବି ଅଧିକାରୀ ଅନୁମୋଦନ କରିବେ । ଯଦି ଋଣଦାତା କିମ୍ବା ଭରଣାପୋଷଣ ଧାରୀଙ୍କ ଦାବୀ ମଧ୍ୟସ୍ଥଙ୍କ ଦ୍ଵାରା ସ୍ଵୀକାର କରାଯାଏ , ସେପରି ସ୍ଥଳେ ଦାବୀ ଅଧିକାରୀ , କୌଣସି ଋଣ ଦାତାଙ୍କ ସଂବନ୍ଧରେ ମୂଳଧନ ଏବଂ ସୁଧ ସେହିପରି ଭାବେ ସ୍ଥିର କରିବେ, ଯାହାକି ଦଫା ୨୦ ର ଉପ-ଦଫା (୨) ରେ ବ୍ୟବସ୍ଥାୟିତ ହେଉଛି ଏବଂ କୌଣସି ଭରଣପୋଷଣଧାରୀଙ୍କ କ୍ଷେତ୍ରରେ ଦଫା ୨୦ ର ଉପ-ଦଫା (୪) ରେ ବ୍ୟବସ୍ଥାୟୀତ ପଦ୍ଧତିରେ , ସ୍ଥିର କରିବେ । ସାକ୍ଷ୍ୟ ଉପସ୍ଥାପନ କରିବା ଏବଂ ଶୁଣାଣୀ ନିମନ୍ତେ ସୁଯୋଗ ପ୍ରଦାନ କରି , ଏପରି ଦାବୀରେ ଇତ୍ସୁକ ବ୍ୟକ୍ତି ଏବଂ ପକ୍ଷମାନଙ୍କୁ , ଦାବୀ ଅଧିକାରୀ , ଯଥାଯଥ ସୁଯୋଗ ପ୍ରଦାନ କରିବେ ଏବଂ ଦଫା -୨୦ ରେ ବ୍ୟବସ୍ଥାୟୀତ ଅନୁଯାୟୀ , ଭତ୍ତା ନିମନ୍ତେ , ଭରଣପୋଷଣଧାରୀଙ୍କ ଦାବୀ କିମ୍ବା ଋଣ – ଦାତାଙ୍କ ମୂଳଧନ ଏବଂ ସୁଧ ସ୍ଥିର କରିବା ନିମନ୍ତେ ଅଗ୍ରସର ହେବେ । ଯଦି ଏପରି ମଧ୍ୟସ୍ଥ , ଉପ- ନିୟମ (୧) ଅନୁଯାୟୀ ଅନୁମୋଦନ ସମୟ ମଧ୍ୟରେ କୌଣସି ଯଥାଯଥ କାରଣ ବୀନା , ଜବାବ ଦଖଲଲ କରିବାରେ ଅକୃତକାର୍ଯ୍ୟ ହୁଅନ୍ତି , ସେପରିସ୍ଥଳେ ଦାବୀ ଅଧିକାରୀ , ଏକତରଫାଭାବେ ଦାବୀ ସ୍ଥିର କରିବା ନିମନ୍ତେ ଅଗ୍ରସର ହୋଇପାରନ୍ତି । ଦାବୀ ଅଧିକାରୀ , ପ୍ରଦାନ କରାଯାଇଥିବା ସାକ୍ଷ୍ୟର ଏକ ସାରାଂଶ ଲିପିବଦ୍ଧ କରିବେ ଏବଂ ଋଣଦାତାଙ୍କ ପ୍ରତି ପ୍ରାପ୍ୟ ମୂଳଧନ ଏବଂ ସୁଧ ସଂବନ୍ଧରେ କିମ୍ବା ଭରଣପୋଷଣଧାରୀ ଦାବୀ ସଂବନ୍ଧରେ , ସିଦ୍ଧାନ୍ତରେ ଉପଏନଆଇଟି ହେବା କରଣ ଉଲ୍ଲେଖ କରିବେ । ଏହି ନିୟମାବଳୀରେ ଅନ୍ୟଥା ବ୍ୟବସ୍ଥାୟୀତ ବ୍ୟତୀତ , ଦାବୀ ଅଧିକାରୀ ଦଫା ୧୮ ଅନୁଯାୟୀ ଦାଖଲ କରାଯାଇଥିବା ଦାବୀର ଶୁଣାଣୀ ଏବଂ ଫଇସଲାରେ ସେହି ପଦ୍ଧତିକୁ , ଯେତେ ଦୂର ସମ୍ଭବ ଅନୁସରଣ କରିବେ , ଯାହାକି କୌଣସି ମୋକଦମାର ଫଇସଲା ନିମନ୍ତେ , ଦେୱାନୀ କାର୍ଯ୍ୟବିଧି ସଂହିତା , ୧୯୦୮ ରେ ବ୍ୟବସ୍ଥାୟୀତ କରାଯାଇଛି । ଦଫା ୨୦ ର ଉପ-ଦଫା (୨) ର ଧାରା (ଙ) ଅନୁଯାୟୀ ଗ୍ରହଣୀୟ ସୁଧର ହାର , ନିମ୍ନ ପ୍ରକାର ହେବ , ଯଥା :- ବାର୍ଷିକ ତିନି ପ୍ରତିଶତ ସରଳ ସୁଧ , ଯଦି ନିଶ୍ଚିତ କରାଯାଇଥିବା ମୂଳଧନ ଟ ୫୦,୦୦୦,୦୦୦ ରୁ ଉର୍ଦ୍ଧ୍ଵ ହୋଇଥାଏ , ମାତ୍ର କୌଣସି କ୍ଷେତ୍ରରେ , ଏପରି ମୂଳଧନ ଉପରେ ଗଣନା କରାଯାଇଥିବା ସୁଧ ଅର୍ଥରାସୀ , ଧାରା (ଖ) ଅନୁଯାୟୀ , ଏପରି କୌଣସି ମୂଳଧନ ଉପରେ ଗଣନା କରାଯାଇଥିବା ଅର୍ଥରାଶୀରୁ କମ ହେବ ନାହିଁ । ବାର୍ଷିକ ଚାରି ପ୍ରତିଶତ ସରଳସୁଧ , ଯଦି ସ୍ଥିର କରାଯାଇଥିବା ମୁଳଧନ ଟ. ୧୦,୦୦୦,୦୦ ରୁ ଊର୍ଦ୍ଧ୍ଵ ହୋଇଥାଏ ମାତ୍ର ୫୦,୦୦୦,୦୦୦ରୁ ଉର୍ଦ୍ଧ୍ଵ ହୁଏ ନାହିଁ , ମାତ୍ର କୌଣସି କ୍ଷେତ୍ରରେ , ଏପରି ମୂଳଧନ ଉପରେ ଗଣନା କରାଯାଇଥିବା ସୁଧ ଅର୍ଥରାଶି , ଧାରା (ଙ) ଅନୁଯାୟୀ ଏପରି କୌଣସି ମୂଳଧନ ଉପରେ ଗଣନା କରାଯାଇଥିବା ଅର୍ଥରାଶି ଠାରୁ କମ ହେବ ନାହିଁ । ବାର୍ଷିକ ପାଞ୍ଚ ପ୍ରତିଶତ ସରଳସୁଧ, ଯଦି ସ୍ଥିର କରାଯାଇଥିବା ମୂଳଧନ ଟ ୫୦,୦୦୦,୦୦୦ ରୁ ଊର୍ଦ୍ଧ୍ଵ ହୋଇଥାଏ , ମାତ୍ର ୧୦,୦୦୦,୦୦ ରୁ ଊର୍ଦ୍ଧ୍ଵ ହୁଏ ନାହିଁ , ମାତ୍ର କୌଣସି କ୍ଷେତ୍ରରେ ଏପରି ମୂଳଧନ ଉପରେ ଗଣନା କରାଯାଇଥିବା ସୁଧ ଅର୍ଥରାଶି , ଧାରା (ଘ) ଅନୁଯାୟୀ ଏପରି କୌଣସି ମୂଳଧନ ଉପରେ ଗଣନା କରାଯାଇଥିବା ଅର୍ଥରାଶିଠାରୁ କମ ହେବ ନାହିଁ । ବାର୍ଷିକ ପାଞ୍ଚପ୍ରତିଶତ ସରଳ ସୁଧ , ଯଦି ସ୍ଥିର କରାଯାଇଥିବା ମୂଳଧନ ଟ ୫୦,୦୦୦,୦୦ ରୁ ଊର୍ଦ୍ଧ୍ଵ ହୋଇଥାଏ, ମାତ୍ର ୧୦,୦୦୦,୦୦ ରୁ ଊର୍ଦ୍ଧ୍ଵ ହୁଏ ନାହିଁ, ମାତ୍ର କୌଣସି କ୍ଷେତ୍ରରେ ଏପରି ମୂଳଧନ ଉପରେ ଗଣନା କରାଯାଇଥିବା ସୁଧ ଅର୍ଥରାଶି , ଧାରା (ଘ) ଅନୁଯାୟୀ ଏପରି କୌଣସି ମୂଳଧନ ଉପରେ ଗଣନା କରାଯାଇଥିବା ଅର୍ଥରାଶି ଠାରୁ କମ ହେବ ନାହିଁ । ବାର୍ଷିକ ଛଅ ପ୍ରତିଶତ ସରଳ ସୁଧ , ଯଦି ସ୍ଥିର କରାଯାଇଥିବା ମୂଲ୍ୟ ଅର୍ଥରାଶି ଟ ୫୦,୦୦୦,୦୦ ହୋଇଥାଏ ଟ ୫୦,୦୦୦,୦୦ ରୁ କମ ହୋଇଥାଏ । ଦଫା ୨୨ ର ଉପଦଫା (୨) ଅନୁଯାୟୀ ଅପିଲର ଫଇସଲା ଦଫା ୨୧ ଅନୁଯାୟୀ ଦାଏର କରାଯାଇଥିବା ଅପିଲର ଶୁଣାଣୀ ଏବଂ ଫଇସଲା କରିବାରେ , ଜିଲ୍ଲା ବିଚାରପଟି , ଯେତେଦୂର ସମ୍ଭବ , ସେହି ଏକା ପଦ୍ଧତି ଅନୁସରଣ କରିବେ ଯେପରି ଦେୱାନୀ ଅପିଲର ଫଇସଲା ନିମନ୍ତେ , ଦେୱାନୀ କାର୍ଯ୍ୟବିଧି ସଂହିତା ଅର୍ଡର ୪୧ ଅନୁଯାୟୀ ନିୟମାବଳୀରେ ବ୍ୟବସ୍ଥାୟୀତ କରାଯାଇଛି । କ୍ଷତିପୂରଣ ଆକଳନ ତାଲିକାର ପ୍ରସ୍ତୁତିକରଣର ପଦ୍ଧତି ଦଫା (୨୩) [ଯେତେବେଳେ ଦଫା ୩ ଅନୁଯାୟୀ, କୌଣସି ବିଜ୍ଞପ୍ତିର ନିର୍ଗମ ଦ୍ଵାରା, କୌଣସି ସଂପତ୍ତି ନ୍ୟସ୍ତିକରଣ କରାଯାଏ, ସେପରିସ୍ଥଳେ କ୍ଷତିପୂରଣ ଅଧିକାରୀ , ଫର୍ମ –“ଘ”ରେ ଏକ ସୂଚନା, ପ୍ରତ୍ୟେକ ମଧ୍ୟସ୍ଥଙ୍କୁ ନିର୍ଗମ କରିବେ; ଏବଂ ଏପରି ସୂଚନା ଜାରି ତାରିଖରୁ ଏକ ମାସ ମଧ୍ୟରେ କିମ୍ବା କ୍ଷତିପୂରଣ ଅଧିକାରୀଙ୍କ ଦ୍ଵାରା ଅନୁମୋଦନ, ଏପରି ଅଧିକ ସମୟ ମଧ୍ୟରେ ତାଙ୍କ ସଂପତ୍ତି ସଂବନ୍ଧରେ ଉକ୍ତ ସୂଚନାରେ ଧାର୍ଯ୍ୟ କରାଯାଇଥିବା ବିଷୟଗୁଡିକ ଉପରେ ନିର୍ଦ୍ଧିଷ୍ଟ ବିବରଣୀ ଏବଂ ତଥ୍ୟ ଦାଖଲ କରିବା ନିମନ୍ତେ ଆହ୍ଵାନ କରିବେ । ଯେତେବେଳେ କୌଣସି ସଂପତ୍ତି ଦୁଇ କିମ୍ବା ଅଧିକ ଅଂଶୀଦାରଙ୍କ ଦ୍ଵାରା ଧାରିତ ହୋଇଥାଏ, ସେପରିସ୍ଥଳେ ଫର୍ମ –“ଘ”ରେ ସୂଚନାକୁ ଏପରି ପ୍ରତ୍ୟେକ ଅଂଶୀଦାରିଙ୍କୁ ନିର୍ଗମ କରାଯିବ । [ ୧-“ କ” – ଯେତେବେଳେ ଦଫା ୩-“ କ” ଅନୁଯାୟୀ, କୌଣସି ବିଜ୍ଞପ୍ତିର ନିର୍ଗମ ଦ୍ଵାରା, ସମସ୍ତ ମଧ୍ୟସ୍ଥଙ୍କ ସ୍ଵାର୍ଥ, ନ୍ୟସ୍ତ ହୋଇଥାଏ, ଏବଂ ଦଫା ୩ – “ ଖ” (୨) ରେ ଧାର୍ଯ୍ୟ ସମୟର ଅତିବାହିତ ପରେ , କ୍ଷତିପୂରଣ ଅଧିକାରୀ, ପ୍ରତ୍ୟେକ ଗ୍ରାମରେ, ଫର୍ମ “ଘ”ରେ ଏକ ସୂଚନା ପ୍ରକାଶନ କରାଇବେ, ଯେଉଁଥି ପ୍ରତି ଏପରି ବିଜ୍ଞପ୍ତି ସମ୍ପୃକ୍ତ ଏବଂ ସାଧାରଣଭାବେ ଉକ୍ତ ସୂଚନାରେ ଧାର୍ଯ୍ୟ ବିଷୟ ଉପରେ ତଥ୍ୟ ପ୍ରଦାନ କରିବା ନିମନ୍ତେ ମଧ୍ୟସ୍ଥମାନଙ୍କୁ ଆହ୍ଵାନ କରିବେ, ଯେଉଁମାନଙ୍କର ସ୍ଵାର୍ଥ ପ୍ରଭାବିତ ହୋଇଛି । ଉଲ୍ଲେଖଥାଉ ଯେ , ଯେଉଁ ସ୍ଥଳରେ କୌଣସି ଗ୍ରାମ ଅଣ- ଅଧ୍ୟୁଷିତ ଥାଏ , ସେପରି ସ୍ଥଳେ ଏପରି ସୂଚନା ନିକଟତମ ଅଧ୍ୟୁଷିତ ଗ୍ରାମରେ ଜାରି କରାଯିବ । ଆହୁରି ଉଲ୍ଲେଖ ଯେ , କ୍ଷତିପୂରଣ ଅଧିକାରୀ , କୌଣସି ମଧ୍ୟସ୍ଥଙ୍କ କ୍ଷେତ୍ରରେ ସମୟ ସୀମାକୁ ପରିବର୍ଦ୍ଧନ କରିପାରନ୍ତି , ଯଦି ସେ ସନ୍ତୁଷ୍ଟ ହୁଅନ୍ତି ଯେ ଏକ ମାସ ମଧ୍ୟରେ ଉକ୍ତ ତଥ୍ୟ ଦାଖଲ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ । (୧-ଖ) ଉପ- ନିୟମ (୧-କ) ଅନୁଯାୟୀ ସୂଚନା , ଘୋଷଣା ଦ୍ଵାରା ଏବଂ ଗ୍ରାମର କୌଣସି ଆଖିଦୃଶିଆ ଷ୍ଠାନରେ ଏହାକୁ ସଂଯୋଗ କରି , ଜାରି କରାଯିବ ।"ଫର୍ମ – ଠ" (୧- “ଗ” ) ଉପ- ନିୟମ (୧) କିମ୍ବା (୧- କ) ରେ ଧାର୍ଯ୍ୟ ସମୟର ଅତିବାହିତ ପରେ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , କ୍ଷତିପୂରଣ ଅଧିକାରୀ ବିଷୟବସ୍ତୁ ଭିତ୍ତି ଉପରେ , କ୍ଷତିପୂରଣ ଧାର୍ଯ୍ୟ କରିବା ନିମନ୍ତେ ଅଗ୍ରସର ହେବେ , ଯାହାକି ମଧ୍ୟସ୍ଥଙ୍କ ଦ୍ଵାରା ଦାଖଲ କରାଯାଇଥିବ ଏବଂ ଅନ୍ୟ ଏପରି ବିଷୟବସ୍ତୁ , ଯେପରି ତାଙ୍କ ଦ୍ଵାରା ଅନ୍ୟଥା ସ୍ଥିର କରାଯାଇଥିବ । କୌଣସି ମଧ୍ୟସ୍ଥଙ୍କ କୌଣସି ସଂପତ୍ତି ସଂବନ୍ଧରେ ହାରାହାରି ଆୟ , ଫର୍ମ “ ଙ”ରେ ଗଣନା କରାଯିବ । [ ଉଲ୍ଲେଖ ଥାଉ ଯେ, ଯଦି ହାରାହାରି ଆଯର ଗଣନା ସମୟରେ କିମ୍ବା ତା ପରେ କୌଣସି ସମୟରେ , ପୂର୍ବ କୃଷି ବର୍ଷ ନିମନ୍ତେ ଦେୟ ଖଜଣା ଅର୍ଥରାଶି, କୌଣସି ନ୍ୟାୟାଳୟରେ କିମ୍ବା ଟ୍ରିବ୍ୟୁନାଲରେ, କୌଣସି ଅପିଲ କିମ୍ବା ରିଭିଜନ କାର୍ଯ୍ୟାନୁଷ୍ଠାନ ରେ ପରିବର୍ତ୍ତିତ ହୁଏ । ସେପରିସ୍ଥଳେ ଏପରି ପରିବର୍ତ୍ତନ ଖଜଣା ବିଚାରକୁ ନିଆଯିବ ଏବଂ ଉକ୍ତ ସଂପତ୍ତିର ହାରାହାରି ଆୟ ସେହି ଅନୁଯାୟୀ ସ୍ଥିର କରାଯିବ କିମ୍ବା ସଂଶୋଧନ କରାଯିବ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ] ପ୍ରତ୍ୟେକ ସଂପତ୍ତି ନିମନ୍ତେ, କ୍ଷତିପୂରଣ ଅଧିକାରୀ, କ୍ଷତିପୂରଣ ଆକଳନ ତାଲିକା , ଫର୍ମ – “ ଚ” ରେ ପୃଥକଭାବେ ପ୍ରସ୍ତୁତ କରିବେ, ଯେଉଁ ତିରେ ମୋଟ ମୋଟ ସଂପତ୍ତିର ଅର୍ଥରାଶି ସମୁଦାୟ ଦାୟିତ୍ଵ, ହାରାହାରି ଆୟ, ସମୁଦାୟ ସଂପତ୍ତି ଉପରେ ପ୍ରାପ୍ୟ କ୍ଷତିପୂରଣ ଦର୍ଶାଇବେ ତଥା ପ୍ରତ୍ୟେକ ଅଂଶୀଦାରଙ୍କ ଦ୍ଵାରା ଧାରିତ ହୋଇଥାଏ, ତାହେଲେ ଏପରି ସଂପତ୍ତି ଯୁଗ୍ମଭାବେ ଦୁଇ କିମ୍ବା ଅଧିକ ଅଂଶୀଦାରଙ୍କ ଦ୍ଵାରା ଧାରିତ ହୋଇଥାଏ, ତାହେଲେ ଏପରି ପ୍ରତ୍ୟେକ ଅଂଶୀଦାରଙ୍କୁ ଦେୟ କ୍ଷତିପୂରଣ ଏପରି ପ୍ରତ୍ୟେକ ମଧ୍ୟସ୍ଥଙ୍କୁ ଦେୟ ହାରାହାରି କ୍ଷତିପୂରଣ ଅର୍ଥରାଶି , କ୍ଷତିପୂରଣ ଅଧିକାରୀଙ୍କ ଦ୍ଵାରା ସ୍ଥିର କରାଯିବ । ଯଦି ଏପରି ସଂପତ୍ତି, ଜଣକରୁ ଅଧିକ କ୍ଷତିପୂରଣ ଅଧିକାରୀଙ୍କ କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ ଥାଏ ସେପରି ସ୍ଥଳେ ଜିଲ୍ଲାର କ୍ଷତିପୂରଣ ଅଧିକାରୀ, ଯାହାଙ୍କର ରାଜସ୍ୱ ତାଲିକାରେ ଏପରି ସମ୍ପତ୍ତି ବହନ କରାଯାଇଥାଏ , ସେ ହାରାହାରି ଆୟ ଗଣନା କରିବେ ଏବଂ କ୍ଷତିପୂରଣ ଆକଳନ ତାଲିକା ପସ୍ତୁତ କରିବେ । ଏହି ଆଇନ ଦଫା 5 ର ଧାରା (କ) ଅନୁଯାୟୀ ସ୍ଥିର କରାଯାଇଥିବା ସରରାତ –ସ୍ଵାର୍ଥ ହସ୍ତାନ୍ତରଣ ଦ୍ଵାରା ପ୍ରତ୍ୟେକଙ୍କ ଦ୍ଵାରା ଉପଭୋଗ କରାଯାଇଥିବା ଉପକାରର ମୂଲ୍ୟ ବାବଦରେ ପ୍ରତ୍ୟେକଙ୍କ ଦ୍ଵାରା ଉପଭୋଗ କରାଯାଇଥିବା ଉପକାରର ମୂଲ୍ୟ ବାବଦରେ ପ୍ରତ୍ୟେକ ମଧ୍ୟସ୍ଥଙ୍କୁ ଦେୟ କ୍ଷତିପୂରଣ ଉଦ୍ଧାର କିମ୍ବା ଆଦାୟ କରାଯିବାକୁ ଥିବା ଅର୍ଥରାଶି ଏବଂ ବକେୟା ରାଜସ୍ୱ ଏବଂ ସେସ ବାବଦରେ ପ୍ରତ୍ୟେକଙ୍କ ଠାରୁ ଆଦାୟ କରାଯିବାକୁ ଥିବା ଅର୍ଥରାଶି ଏବଂ ଏହି ଆଇନର ଦଫା 5 ର ଧାରା (ଘ) ଅନୁଯାୟୀ ଉଦ୍ଧାର କରାଯିବାକୁ ଥିବା ଆଦେଶିତ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ପ୍ରାପ୍ୟ, ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ଭାବେ ମଧ୍ୟସ୍ଥ କିମ୍ବା ଅନ୍ୟ ଅଂଶୀଦାରଙ୍କ ଦ୍ଵାରା ଗୃହିତ ଏପରି ଅର୍ଥରାଶି ଉପରେ ଦେୟ ସୁଧ, ମଧ୍ୟସ୍ଥ କିମ୍ବା ଅନ୍ୟ ଅଂଶୀଦାର ଙ୍କ ଦ୍ଵାରା ଗୃହିତ ଏପରି ଅର୍ଥରାଶି ଉପରେ ଦେୟ ସୁଧ , ମଧ୍ୟସ୍ଥ କିମ୍ବା ଅନ୍ୟ ଅଂଶୀଦାରଙ୍କୁ ଦେୟ କ୍ଷତିପୂରଣ, ଚୁଡାନ୍ତ ଅର୍ଥ ପ୍ରଦାନ ପୂର୍ବରୁ , କ୍ଷତିପୂରଣ ଅଧିକାରୀଙ୍କ ଦ୍ଵାରା , ଉକ୍ତତାଲିକାରେ ଅନ୍ତର୍ଭୁକ୍ତ କରାଯିବ । ଦେୟ ସୁଧ ଅର୍ଥରାଶିକୁ , ଏପରି କୌଣସି ତାରିଖ ପରେ ଉକ୍ତ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ , ଯାହାକି ଅର୍ଥ ପ୍ରଦାନ ଆଦେଶର ନିର୍ଗମ ନିମନ୍ତେ ଧାର୍ଯ୍ୟ କରାଯାଇଥାଏ । ଏପରି ତାଲିକା ଚୁଡାନ୍ତ କରିବା ପୂର୍ବରୁ , କ୍ଷତିପୂରଣ ଅଧିକାରୀ , ମଧ୍ୟସ୍ଥ ଏବଂ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଶୁଣାଣୀର ଯଥାଯଥ ସୁଯୋଗ ପ୍ରଦାନ କରିବେ ଏବଂ ତାଙ୍କ ସମ୍ମୁଖରେ ସାକ୍ଷ୍ୟ ଉପସ୍ଥାପନ କରିବା ନିମନ୍ତେ ମଧ୍ୟ ସୁଯୋଗ ପ୍ରଦାନ କରିବେ । ସେ ସାକ୍ଷ୍ୟର ଏକ ସଂକ୍ଷିପ୍ତ ସାରାଂଶ ଲିପିବଦ୍ଧ କରିବେ ଏବଂ ତାଙ୍କର ରାଏ ଲିପିବଦ୍ଧ କରିବେ । ମୋଟ ସମ୍ପତ୍ତି ନିଶ୍ଚିତକରିବା ନିମନ୍ତେ ପଦ୍ଧତି (ଦଫା -୨୬) ଦଫା ୨୬ ର ଉପ-ଦଫା (୨)ର ଧାରା (ଖ) ଅନୁଯାୟୀ କୌଣସି ଜମି ସଂବନ୍ଧରେ ଆକାର ପ୍ରକାରରେ ଦେୟ ଖଜଣାର ମୂଲ୍ୟ ସ୍ଥିର କରିବା ଉଦ୍ଦେଶ୍ୟରେ , କ୍ଷତିପୂରଣ ଅଧିକାରୀ , ପୂର୍ବ –କୃଷି ବର୍ଷ ମଧ୍ୟରେ , ଆକାର ପ୍ରକାରରେ ଦେୟ ଖଜଣା ସ୍ଥିର କରିବେ ଏବଂ ସେତେବେଳେ ବଳବତ୍ତର ଥିବା ଅନ୍ୟ କୌଣସି ଆଇନ କିମ୍ବା ନିୟମ କିମ୍ବା ବିଦ୍ୟମାନ ରୟତି ଆଇନ ଅନୁଯାୟୀ ଏକ ମୂଲ୍ୟ ନିର୍ଧାରଣ କରିବେ । ଟିପ୍ପଣୀ :- ବିଜ୍ଞପ୍ତି ସଂଖ୍ୟା ୪୩୨୫୩ “ଇ” ଏ ଆର.ଏସବି , ୨୧/୭୫ ସହିତ ଓଇଜି ସଂଖ୍ୟା ୧୨୭୮ “- କ” ତା ୩୧.୩.୧୯୭୫ ଦ୍ଵାରା ପରିବର୍ଦ୍ଧିତ । ଓ.ଟି.ଆଇ ଆଇନ ୧୯୫୫ ପ୍ରତିବନ୍ଧର ଦଫା ୩(୧) (ଖ) ଅନୁଯାୟୀ ବିଭିନ୍ନ ଜିଲ୍ଲାରେ , ସମୟାନୁକ୍ରମେ ଧାନର ଦର ନିମନ୍ତେ , ବିଜ୍ଞପ୍ତି ନିର୍ଗମ କରାଯାଇଛି , ଯାହାକି ଓଡିଶା ଭୂ-ସଂସ୍କାର ଆଇନ , ୧୯୬୦ ର ଦଫା ୨(୯-ଖ) ରେ ସ୍ପଷ୍ଠ କରାଯାଇଛି । ଉଲ୍ଲେଖ ଥାଉ ଯେ ସେହି ସମସ୍ତ ସମ୍ପତ୍ତି କ୍ଷେତ୍ରରେ ଯେଉଁଗୁଡିକ ଦଫା ୨୮ର ଉପ-ଦଫା (୨) ଅନୁଯାୟୀ କ୍ରମାନୁଗତିକ ବାର୍ଷିକ ଅର୍ଥରାଶି ନିମନ୍ତେ ହକଦାର ଏବଂ ଯେଉଁଗୁଡିକ ସଂବନ୍ଧରେ କ୍ରମାନୁଗତିକ ବାର୍ଷିକ ଅର୍ଥରାଶି ଏ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇ ନାହିଁ, ସେପରିସ୍ଥଳେ ପୂର୍ବ କୃଷି ନିମନ୍ତେ ଆକାର ପ୍ରକାରରେ ଦେୟ ଖଜଣା , ବଜାର ଦରରେ ମୂଲ୍ୟାୟନ କରାଯିବ ଯାହାକି, ନ୍ୟସ୍ତିକାରଣ ପୂର୍ବରୁ , ଦଶଟି କୃଷିବର୍ଷର ହାରାହାରି ଦର ହୋଇଥିବ । ଅଟ୍ଟାଳିକା ସଂବନ୍ଧରେ ଦଫା ୨୮ ର ଧାରା ୨(ଘ) ର ପାରାଗ୍ରାଫ (୩) ଅନୁଯାୟୀ ବାର୍ଷିକ ଖଜଣା ସ୍ଥିର କରିବାରେ , ଯାହାକି ମୁଖ୍ୟତଃ କାର୍ଯ୍ୟାଳୟ , କଚେରୀ ଭାବେ ଖଜଣା ଆଦାୟ କରିବା ନିମନ୍ତେ ବ୍ୟବସ୍ଥିତ ହୁଏ କିମ୍ବା ସମ୍ପତ୍ତିର ଭୃତ୍ୟମାନଙ୍କ ନିମନ୍ତେ ବିଶ୍ରାମ ଗୃହଭାବେ ବ୍ୟବହୃତ ହୁଏ କିମ୍ବା ଆକାର ପ୍ରକାରରେ ପ୍ରଦାନ କରାଯାଉଥିବା ଖଜଣାର ଗଚ୍ଛିତ ନିମନ୍ତେ ଖୋଲା ଭାବେ ବ୍ୟବହୃତ ହୁଏ, ସେପରିସ୍ଥଳେ କ୍ଷତିପୂରଣ ଅଧିକାରୀ , ତଦନ୍ତ କରିବା ପରେ , ଯେପରି ସେ ଯଥାଯଥ ବୋଲି ବିବେଚନା କରନ୍ତି, ଉଦ୍ରେକ ବାର୍ଷିକ ଖଜଣା ସ୍ଥିର କରିବେ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ସେହି ଏକ ପ୍ରକାର ଅଟ୍ଟାଳିକା ଏବଂ ଏକାପ୍ରକାର ସୁବିଧା ଥିବା ଅଟ୍ଟାଳିକା ଥିବା ବାର୍ଷିକ ଖଜଣା ସ୍ଥିରକରିବେ । ସେଥିରୁ ଏପରି ଅର୍ଥରାଶି ହ୍ରାସକାରଣ କରିବା ପରେ ଏପରିଭାବେ ସ୍ଥିରିକୃତ ଅର୍ଥରାଶି (ଯାହାକି ହ୍ରାସକାରଣ ପରିବର୍ତ୍ତେ ପଚାଶ ପ୍ରତିସତ ଅର୍ଥରାଶି ସହ ସମାନ ହେବ ଏବଂ ଭରଣପୋଷଣ ଖର୍ଚ୍ଚ ) ତାହା ଏପରି ଅଟ୍ଟାଳିକାର ବାର୍ଷିକ ଖଜଣା ଭାବେ ଧରାଯିବ । ଦଫା ୨୬(୨)(ଖ)(୫) ଅନୁଯାୟୀ ବ୍ୟବସ୍ଥାୟୀତ ପଦ୍ଧତିରେ ଅନୁମୋଦନ ଏବଂ ଜଙ୍ଗଲରୁ କରାଯାଇଥିବା ମୋଟ ଆୟର ଗଣନା , ସମ୍ପୃକ୍ତ କ୍ଷତିପୂରଣ ଅଧିକାରୀଙ୍କୁ ସୂଚିତ କରାଯିବ, ଯେକି ଏପରି ସମ୍ପତ୍ତିରେ ପ୍ରତ୍ୟେକ ଅଂଶୀଦାରଙ୍କୁ ତାହା , ପ୍ରାପ୍ତି ସ୍ଵୀକାର ପତ୍ର ସହିତ ରେଜେଷ୍ଟ୍ରି ଡାକ ଯୋଗେ ସୂଚିତ କରିବେ । (କ୍ଷତି ପୂରଣ ଅଧିକାରୀଙ୍କ ଦ୍ଵାରା , ଦଫା ୨୬ ର ଧାରା ୨(ଖ) ର ପାରାଗ୍ରାଫି (୫) ଅନୁଯାୟୀ କରାଯାଇଥିବା ଗଣନା ବିରୁଦ୍ଧରେ ରାଜସ୍ୱ ପରିଷଦ ପ୍ରତି ପ୍ରତ୍ୟେକ ଅପିଲ , ଦଫା ୩୧ ର ଉପ-ଦଫା (୧) ଅନୁଯାୟୀ , କ୍ଷତିପୂରଣ ଆକଳନ ତାଲିକାର ଖସଡା ପ୍ରକାଶନର ତିରିଶ ଦିନ ମଧ୍ୟରେ କରାଯିବ । (୧୪ – “ କ” ଯେଉଁ ସ୍ଥଳରେ ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ କୌଣସି ସଂପତ୍ତି ସଂବନ୍ଧରେ , ଯାହାକି ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ ହୋଇଛି ସେପରିସ୍ଥଳେ ଦଫା ୨୬ ର ଧାରା (୨) ର ଉପଧାରା (ଖ) ର ବିଷୟ (୬) ର ଅର୍ଥ ମଧ୍ୟରେ ଅନ୍ୟ କୋ୮ନାସୀ ସ୍ଵାର୍ଥରୁ ମୋଟ ଆୟର ସ୍ଥିରିକାରଣ ଆବଶ୍ୟକ ଅଟେ , ସେପରିସ୍ଥଳେ କ୍ଷତିପୂରଣ ଅଧିକାରୀ , ଦଫା ୮ ର ଉପଦଫା (୩) ଅନୁଯାୟୀ ଏପରି ସଂପତ୍ତି ସଂବନ୍ଧରେ ମଧ୍ୟସ୍ଥଙ୍କ ପ୍ରତି ଘଟିଥିବା ବ୍ୟକ୍ତିଗତ ଜାଗୀରର ସେବା କ୍ଷତି ମୂଲ୍ୟକୁ ବିଚାରକୁ ନେଲେ ଏବଂ ଖଜଣା ଭିତ୍ତି ଉପରେ ଏପରି ଜାଗୀର ସେବା ଭାବେ ଧାରିତ ଜମି ସଂବନ୍ଧରେ ଉକ୍ତ ମୋଟ ଆୟକୁ ଅଟକଳ କରିବେ , ଯାହାକି ପୂର୍ବ କୃଷି ବର୍ଷ ନିମନ୍ତେ ,ଏପରି ମଧ୍ୟସ୍ଥଙ୍କୁ ଅନ୍ୟଥା ଦେୟ ହୋଇଥାଆନ୍ତି । ଏପରି ଅଧିକାରୀ, ଏପରି ଆକଳନ ପୂର୍ବରୁ ଏପରି ତଦନ୍ତ ଅନୁଷ୍ଠିତ କରିବେ, ଯେପରି ସେ ଆବଶ୍ୟକ ବୋଲି ମନେ କରନ୍ତି । ସେବା କିମ୍ବା ଦାୟିତ୍ଵର ଆର୍ଥିକ ମୂଲ୍ୟର ସ୍ଥିରିକାରଣ ଯେଉଁଥି ପ୍ରତି କୌଣସି ସଂପତ୍ତି ନିୟନ୍ତ୍ରଣାଧିନ ଅଟେ (ଦଫା ୨୭)(୧) (ଛ) :- ଯେଉଁ ସ୍ଥଳରେ କୌଣସି ସଂପତ୍ତି, କୌଣସି ସେବା କିମ୍ବା ଦାୟିତ୍ଵ ସଂପାଦାନ ପରିବର୍ତ୍ତେ ଧାରଣ କରାଯାଏ, ଯାହାକି ସାଧାରଣତଃ ପରିଶ୍ରମିକ ପ୍ରଦାନ ଉପରେ ସଂପାଦାନ କରାଜେ, କିମ୍ବା ଯେଉଁ ସ୍ଥଳରେ ଧାରିତ କୌଣସି ସଂପତ୍ତି , କୌଣସି ସେବା କିମ୍ବା ଦାୟିତ୍ଵ ସହିତ ଭାରାକ୍ରାନ୍ତ ହୋଇଥାଏ, ସେପରିସ୍ଥଳେ ଏପରି ସେବା କିମ୍ବା ଦାୟିତ୍ଵକୁ , ପୂର୍ବ କୃଷିବର୍ଷ ମଧ୍ୟରେ ଏପରି ସେବା କିମ୍ବା ଦାୟିତ୍ଵର ଆର୍ଥିକ ମୂଲ୍ୟ ଭିତ୍ତି ଉପରେ, ନଗଦ ଅର୍ଥରେ ଗଣନା କରାଯିବ । ବଂଜର ଜମି ସଂବନ୍ଧରେ କରାଯାଇଥିବା କୌଣସି ଉନ୍ନତିକାରଣ ନିମନ୍ତେ ଅର୍ଥରାଶିର ସ୍ଥିରିକାରଣ (ଦଫା ୨୮(୧) :- ବଂଜର ଜମି ସଂବନ୍ଧରେ କରାଯାଇଥିବା ଉନ୍ନତିକରଣ ଖର୍ଚ୍ଚ ସ୍ଥିରୀକରଣ, ଏପରି ଜମିର ଉତ୍ତମ ବିନିଯୋଗ ନିମନ୍ତେ , ମଧ୍ୟସ୍ଥଙ୍କ ଦ୍ଵାରା ଖର୍ଚ୍ଚ କରାଯାଇଥିବା ପ୍ରକୃତ ଅର୍ଥରାଶିର ଭିତ୍ତି ଉପରେ କିମ୍ବା ପ୍ରକୃତ ମିଳିଥିବା ଫଳାଫଳର ଭିତ୍ତି ଉପରେ କରାଯିବ, ତନ୍ମଧ୍ୟରୁ ଯେଉଁଟି କମ ହୋଇଥିବ । ଏହି ଉଦ୍ଦେଶ୍ୟରେ କ୍ଷତିପୂରଣ ଅଧିକାରୀ, ଏପରି ତଦନ୍ତ କରିବେ, ଯେପରି ସେ ଉପଯୁକ୍ତ ମନେ କରନ୍ତି ସାକ୍ଷୀ ଏବଂ ଦଲିଲ ପରୀକ୍ଷା କରିବେ ଏବଂ ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରିବେ, ଯଦି ସେପରି ଆବଶ୍ୟକ ହୁଏ । ଉନ୍ନତିକରଣ ସଠିକ ପ୍ରକୃତି ସ୍ଥିର କରିବା ନିମନ୍ତେ, ସେ ମଧ୍ୟ ବିଶେଷଜ୍ଞଙ୍କ ଉପଦେଶ ଗ୍ରହଣ କରିପାରନ୍ତି । ୧୬-‘କ” ଏଣ୍ଡାଉମେଣ୍ଟ – କମିଶନରଙ୍କ ଦ୍ଵାରା ପଦ୍ଧତି (ଦଫା ୨୮(୨) :- ଏହି ଆଇନର ଦଫା ୨୮ ର ଉପଦଫା (୨) ପ୍ରତି, ପ୍ରଥମ ପ୍ରତିବନ୍ଧ ଅନୁଯାୟୀ , କ୍ଷତିପୂରଣ ଅଧିକାରୀଙ୍କ ଠାରୁ , ଉଲ୍ଲେଖ ଗ୍ରହଣ କରିବା ପରେ, ଏଣ୍ଡାଉମେଣ୍ଟ – କମିଶନର ହିନ୍ଦୁ , ଧର୍ମ ନୈତିକ ଟ୍ରଷ୍ଟ କିମ୍ବା ଅନୁଷ୍ଠାନ ସମ୍ବନ୍ଧୀୟ ସଂପତ୍ତିର ଟ୍ରଷ୍ଟି , ମଧ୍ୟସ୍ଥଙ୍କୁ ତୁରନ୍ତ ସ୍ଥାନ, ତାରିଖ ଏବଂ ଘଟିବା ସଂବନ୍ଧରେ ସୂଚନା ପ୍ରଦାନ କରିବା ପରେ, ଏପରି ମୌଖିକ କିମ୍ବା ଦଲିଲୀୟ ସାକ୍ଷ୍ୟ ଗ୍ରହଣ କରିବେ, ଯେପରି ଆବଶ୍ୟକ ମନେ ହୁଏ, ତାଙ୍କ ସମ୍ମୁଖରେ ଉପସ୍ଥିତ ପକ୍ଷମାନଙ୍କୁ ଶୁଣିବେ ଏବଂ ତାଙ୍କର ସୁପାରିସ, କ୍ଷତିପୂରଣ ଅଧିକାରୀଙ୍କୁ ପ୍ରେରଣ କରିବେ । ଦଫା ୩୦ (୧) ଅନୁଯାୟୀ, ଖଣି ଏବଂ ଖଣିଜ ଦ୍ରବ୍ୟ ନିମନ୍ତେ କ୍ଷତିପୂରଣର ଗଣନା କ୍ଷତିପୂରଣ ଅଧିକାରୀ , ଖଣି ଏବଂ ଖଣିଜଦ୍ରବ୍ୟ ଗ୍ରହଣ କରୁଥିବା “ ରୟାଲିଟି “ ସଂବନ୍ଧରେ କିମ୍ବା ସଂପତ୍ତିରେ ଧାରିତ ଏବଂ ତାଙ୍କ ଦ୍ଵାରା ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରାଯାଉଥିବା ଖଣିରୁ ଆୟ ଗ୍ରହଣ କରୁଥିବା ମଧ୍ୟସ୍ଥଙ୍କ ଉପରେ ଏକ ସୂଚନାଜାରି କରିବେ ଏବଂ ଏପରି ସୂଚନା ଜାରି ତାରିଖରୁ ତିରିଶ ଦିନ ମଧ୍ୟରେ କିମ୍ବା ଏପରି ଅଧିକ ସମୟ ମଧ୍ୟରେ , ଏକ ଋଟର୍ଣ୍ଣ ଦାଖଲ କରିବା ନିମନ୍ତେ ତାଙ୍କୁ ଆହ୍ଵାନ କରିବେ, ଯେପରି କ୍ଷତିପୂରଣ ଅଧିକାରୀଙ୍କ ଦ୍ଵାରା ଅନୁମୋଦନ କରାଯାଇପାରେ , ଯେଉଁଠିରେ ସେ ନିମ୍ନଲିଖିତ ବିବରଣୀ ପ୍ରଦାନ କରିବେ , ଯଥା - ଉକ୍ତ ଖଣି ଏବଂ ଖଣିଜ ସଂପଦର ବର୍ଣ୍ଣନା ଖଣି ପରିସୀମା ସେହି ସଂପତ୍ତିର ନାମ : ଯେଉଁଠିରେ ଏପରି ଖଣି ଅବସ୍ଥିତ । ସେହି କୃଷିବର୍ଷ ପୂର୍ବରୁ , ବାର କୃଷି ବର୍ଷ ସମୟ ମଧ୍ୟରେ ସେସ କିମ୍ବା ଆୟକରର ଆକଳନ ନିମନ୍ତେ , ମଧ୍ୟସ୍ଥଙ୍କ ଦ୍ଵାରା ଦାଖଲ କରାଯାଇଥିବା ବାର୍ଷିକ ରିଟଣ୍ଣର ଭିତ୍ତି ଉପରେ , ପ୍ରତ୍ୟେକ ପୂର୍ବ ୧୨ ବର୍ଷ ମଧ୍ୟରେ ମଧ୍ୟସ୍ଥଙ୍କ ଦ୍ଵାରା ପ୍ରତ୍ୟକ୍ଷଭାବେ କାର୍ଯ୍ୟ କରାଯାଇଥିବା ଖଣିର ମୋଟ ଆୟ କିମ୍ବା ରୟାଲିଟି ମୋଟ ବାର୍ଷିକ ଆୟ , ଯେକି ଏପରି ନ୍ୟସ୍ତିକରଣ ତାରିଖ ପଡେ କିମ୍ବା କୌଣସି ସ୍ୱଳ୍ପ ସମୟ ଯେଉଁଥି ନିମନ୍ତେ ରିଟର୍ଣ୍ଣି ଦାଖଲ କରାଯାଇଛି । ଖଣିରୁ ମୋଟ ଆୟ କିମ୍ବା “ ରୟାଲିଟି “ ଉପରେ ପ୍ରତ୍ୟେକ ବର୍ଷ ଦେୟ ଏବଂ ପ୍ରଦାନ କରାଯାଉଥିବା ଆୟକର , ଯେଉଁ ସ୍ଥଳରେ , ଯେପରି ପ୍ରୟୋଗନୀୟ । ଖଣି ଏବଂ ଖଣିଜ ଦ୍ରବ୍ୟରୁ ହାରାହାରି ଆୟର ଗଣନା ଏବଂ ତାର ଉପରେ ଦେୟ କ୍ଷତିପୂରଣ ସ୍ଥିରିକରଣ (ଦଫା ୩୦-(୨) :- “ ରୟାଲିଟି “ ରୁ କିମ୍ବା ଏପରି ମଧ୍ୟସ୍ଥଙ୍କ ଦ୍ଵାରା ପ୍ରତ୍ୟକ୍ଷଭାବେ କାର୍ଯ୍ୟ କରାଯାଉଥିବା ଖଣିରୁ , ଦଫା ୩୦ର ଉପ- ଦଫା (୨) ଅନୁଯାୟୀ କୌଣସି ମଧ୍ୟସ୍ଥର ହାରାହାରି ଆୟ ଗଣନା କରିବାରେ ଆଦାୟର ଖର୍ଚ୍ଚ ଉପରେ ମୋଟ ଆୟକୁ କରାଯିବାକୁ ଥିବା ହ୍ରାସକରଣ , ଏପରି ମୋଟ ଆୟର ଦଶ ପ୍ରତିଶତ ହେବ । କ୍ଷତିପୂରଣ ଗଣନା କରିବାର ପଦ୍ଧତି , ଯେତେବେଳେ କୌଣସି ଖଣିକୁ ପ୍ରତ୍ୟକ୍ଷଭାବେ କାର୍ଯ୍ୟଦ୍ଵାରା “ ରୟାଲିଟି “ ଗ୍ରହଣ କରିବା ନିମନ୍ତେ ହକଡାର ମଧ୍ୟସ୍ଥଙ୍କ ସ୍ଵାର୍ଥ , ଜଣକଠାରୁ ଅଧିକ କ୍ଷତିପୂରଣ ଅଧିକାରୀଙ୍କ କର୍ତ୍ତୃତ୍ଵ ମଧ୍ୟରେ :- ଯଦି ରୟାଲିଟି ଗ୍ରହଣ ପ୍ରତି ହକଡାର କୌଣସି ମଧ୍ୟସ୍ଥର ସ୍ଵାର୍ଥ କିମ୍ବା ଯେକି ପ୍ରତ୍ୟେକ୍ଷଭାବେ କୌଣସି ଖଣି କାର୍ଯ୍ୟ କରୁଥାଆନ୍ତି ଏବଂ ତାହା ଜଣକରୁ ଅଧିକ କ୍ଷତିପୂରଣ ଅଧିକାରୀ ଙ୍କର କୃତତୀତ୍ଵଧଇଁ ଅଞ୍ଚଳ ମଧ୍ୟରେ ପଡୁଥାଏ , ସେପରିସ୍ଥଳେ ପ୍ରତ୍ୟେକ କ୍ଷତିପୂରଣ ଅଧିକାରୀ , ଫର୍ମ “ ଛ” ର ସ୍ତମ୍ଭ ୧ ରୁ ୩ (କ) ଏବଂ ସ୍ତମ୍ଭ ୫ ରୁ ୬ (କ) ପୂରଣ କରିବେ ଏବଂ ଅବଶିଷ୍ଟ ସ୍ତମ୍ଭ , ସେହି ଅଞ୍ଚଳର କ୍ଷତିପୂରଣ ଅଧିକାରୀଙ୍କ ଦ୍ଵାରା ପୂରଣ କରାଯିବ, ଯେଉଁଠାରେ ଏପରି ମଧ୍ୟସ୍ଥଙ୍କର ସବୁଠାରୁ ଅଧିକ ଅର୍ଥରାସୀ ଆୟ ଥାଏ । ଦଫା ୩୦(୫) (ଗ) ଅନୁଯାୟୀ , ଟ୍ରିବ୍ୟୁନାଲକୁ , ଖଣି ଏବଂ ଖଣିଜ ପଦାର୍ଥ ନିମନ୍ତେ ଦେୟ କ୍ଷତିପୂରଣ ସ୍ଥିରିକାରଣ ନିମନ୍ତେ ପ୍ରଶ୍ନର ଉଲ୍ଲେଖ :- ସେହି ତାରିଖରୁ ତିନିମାସ ସମୟ ମଧ୍ୟରେ , ଖଣି ଏବଂ ଖଣିଜ ପଦାର୍ଥ ପରିବର୍ତ୍ତିଙ୍କ ପ୍ରତି ଦେୟ କ୍ଷତିପୂରଣ ଅର୍ଥରାଶି ସମ୍ବନ୍ଧରେ ମଧ୍ୟସ୍ଥ ଏବଂ କ୍ଷତିପୂରଣ ଅଧିକାରୀଙ୍କ ମଧ୍ୟରେ ଯେଉଁ ସ୍ଥଳରେ କୌଣସି ଚୁକ୍ତି ଉପନୀତ ହୋଇନଥାଏ , ଯାହା ଉପରେ ଦଫା ୩୦ ର ଉପ-ଦଫା (୨) (୩) ଅନୁଯାୟୀ ଗଣନା କରାଯାଇଥିବା “ ରୟାଲିଟି “ ରୁ ହାରାହାରି ଆୟର ଅର୍ଥରାଶି ତାଙ୍କୁ ସୂଚୀତ କରାଯାଇଥାଏ , ସେପରିସ୍ଥଳେ କ୍ଷତିପୂରଣ ଅଧିକାରୀ , ଏପରି ଅର୍ଥରାଶିର ସ୍ଥିରିକାରଣ ନିମନ୍ତେ , ଉକ୍ତ ପ୍ରଶ୍ନକୁ ଟ୍ରିବ୍ୟୁନାଲକୁ ଉଲ୍ଲେଖ କରିବେ , ଯେକି ଉକ୍ତ ଦଫା ଉଦ୍ଦେଶ୍ୟରେ ନିଯୁକ୍ତ ହୋଇଥାଆନ୍ତି । ଦଫା ୩୧ ର ଉପ-ଦଫା (୧) ଅନୁଯାୟୀ, କ୍ଷତି ପୂରଣ ଆକଳନ ତାଲିକାର ଖସଡା ପ୍ରକାଶନ କରିବା ପଦ୍ଧତି :- ଦଫା ୨୩ କିମ୍ବା ୩୦ ଅନୁଯାୟୀ , କ୍ଷତିପୂରଣ ଆକଳନ ତାଲିକାର ଖସଡା ପ୍ରସ୍ତୁତ ପରେ ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , କ୍ଷତିପୂରଣ ଅଧିକାରୀ [ସବ – ଡିଭିଜନାଲ ଅଧିକାରୀ କିମ୍ବା ରାଜସ୍ୱ ଡିଭିଜନାଲ ଅଧିକାରୀ ] ଙ୍କୁ କାର୍ଯ୍ୟାଳୟର ସୂଚନାପଟ୍ଟାରେ ତାର ଏକ ନକଲ ସଂଯୋଗ କରିବେ , ଯେଉଁଠି ଏପରି କ୍ଷତିପୂରଣ ଆକଳନ ତାଲିକା ପ୍ରସ୍ତୁତ କରାଯାଇଛି ଏବଂ ଜିଲ୍ଲା କଲେକ୍ଟରଙ୍କ କାର୍ଯ୍ୟାଳୟର ମଧ୍ୟ । [ ଏହାକୁ ମଧ୍ୟ , ସବ – ଡିଭିଜନାଲ ଅଧିକାରୀ କିମ୍ବା ରାଜସ୍ୱ ଡିଭିଜନାଲ ଅଧିକାରୀ , ତାଲୁକ ଅଧିକାରୀ କିମ୍ବା ତହସିଲଦାରଙ୍କ ସୂଚନାପଟ୍ଟାରେ ପ୍ରକାଶନ କରାଯିବ , ଯାହାଙ୍କ କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ , ଏପରି ସଂପତ୍ତି ସ୍ଥିତ ଅଟେ ] [ ସର୍ବ ସାଧାରଣ ହିନ୍ଦୁ ଧର୍ମନୈତିକ ଅନୁଷ୍ଠାନ ଏଣ୍ଡାଉମେଣ୍ଟ ସମ୍ବନ୍ଧୀୟ ସଂପତ୍ତି କ୍ଷେତ୍ରରେ , ଏପରି କ୍ଷତିପୂରଣ ଆକଳନ ତାଲିକାର ଏକ ଖସଡାକୁ , ଓଡିଶା ହିନ୍ଦୁ ଧର୍ମନୈତିକ ଏଣ୍ଡାଉମେଣ୍ଟ ଆଇନ , ୧୯୫୧ (ଓଡିଶା ଆଇନ ୨/୧୯୫୨) ର ଦଫା ୪ ଅନୁଯାୟୀ ନିଯୁକ୍ତ ‘ଏଣ୍ଡାଉମେଣ୍ଟ – କମିଶନରଙ୍କୁ ପ୍ରେରଣ କରାଯିବ , ଯାହାକି ତାଙ୍କ ସୂଚନା ପଟ୍ଟାରେ ପ୍ରକାଶନ କରାଯିବ ] ସେହି ତାରିଖରୁ ତିରିଶ ଦିନ ସ୍ପଷ୍ଟ ସମୟ ନିମନ୍ତେ , ଏପରି କ୍ଷତିପୂରଣ ଆକଳନ ତାଲିକାକୁ ପ୍ରକାଶନ କାରଜୀବ , ଯେବେ ଏପରି ଖସଡା ଉପରୋକ୍ତ ସୂଚନାରେ ପ୍ରଥମେ ପ୍ରକାଶିତ ହୋଇଥିଲା [ ଏପରି ନଥିପତ୍ରକୁ କ୍ଷତିପୂରଣ ଅଧିକାରୀଙ୍କ ଦାୟିତ୍ଵରେ ରଖାଯିବ , ଜେକି ତାହା ପରିଦର୍ଶନ କରିବା ନିମନ୍ତେ ପକ୍ଷମାନଙ୍କୁ ପ୍ରତ୍ୟେକ ସୁବିଧା ଯୋଗାଇ ଦେବେ । କ୍ଷତିପୂରଣ ବିଷୟରେ ଇତ୍ସୁକ ଥିବା ପକ୍ଷମାନଙ୍କୁ ପ୍ରତ୍ୟେକ ବ୍ୟକ୍ତି , ଏପରି ଦଲିଲର କିମ୍ବା ଆଦେଶର ନଥିରୁ ସାରାଂଶ ଗ୍ରହଣ କରିବା ନିମନ୍ତେ ଅନୁମୋଦିତ ହେବେ , ଯାହାକି ନକଲ ମଞ୍ଜୁର କରିବା ଉଦ୍ଦେଶ୍ୟରେ ସର୍ବସାଧାରଣ ଦଲିଲ ଭାବେ ବିବେଚନା କରାଯିବ , ମାତ୍ର ଯଦି କୌଣସି ବ୍ୟକ୍ତି , ଉକ୍ତ ଦଲିଲ କିମ୍ବା ଆଦେଶର ନକଲ ନିମନ୍ତେ ଚାହେଁ , ତା ହେଲେ ତାହା ସର୍ବସାଧାରଣ ଦଲିଲର ନକଲ ମଞ୍ଜୁର କରିବା ନିମନ୍ତେ ବ୍ୟବସ୍ଥାୟିତ ପଦ୍ଧତିରେ , ନିର୍ଗମ କରାଯିବ । ଉପନିୟମ (୧) ରେ ଉଲ୍ଲେଖିତ ପ୍ରକାଶନ ସମୟ ମଧ୍ୟରେ , ଏପରି କ୍ଷତିପୂରଣ ଆକଳନ ତାଲିକାରେ ଇତ୍ସୁକ କୌଣସି ବ୍ୟକ୍ତି , ଏପରି ଆକଳନ ତାଲିକାରେ ଥିବା ଗୋଟିଏ କିମ୍ବା ଅନେକ ଅନ୍ତର୍ଭୁକ୍ତକରଣ ପ୍ରତି ଆପତ୍ତି ଦାଖଲ କରିପାରନ୍ତି , ଯେଉଁଠିରେ ସେ ଏପରି ଆପତ୍ତିର ବିଷୟକୁ ସ୍ପଷ୍ଟଭାବେ ଉଲ୍ଲେଖ କରିବେ । ପ୍ରକାଶନ ସମୟ ଅତିବାହିତ ହେବାପରେ କ୍ଷତିପୂରଣ ଅଧିକାରୀ , ଏପରି ଆପତ୍ତି ଦାଖଲ ବ୍ୟକ୍ତିଙ୍କୁ ଯଥାଯଥ ସୂଚନା ପ୍ରଦାନ କରିବା ପରେ , ପକ୍ଷମାନଙ୍କୁ ଶୁଣିବେ ଏବଂ ଏପରି ସାକ୍ଷ୍ୟ ଗ୍ରହଣ କରିବେ, ଯେପରି ସେ ଆବଶ୍ୟକ ବୋଲି ବିବେଚନା କରନ୍ତି । କ୍ଷତିପୂରଣ ଅଧିକାରୀ , ପକ୍ଷମାନଙ୍କୁ ଶୁଣିବାପରେ , ଏପରି ଆପତ୍ତିକୁ ଖାରଜ କରିପାରନ୍ତି ଏବଂ କ୍ଷତିପୂରଣ ଆକଳନ ତାଲିକାର ଖସଡାରେ କରାଯାଇଥିବା ଅନ୍ତର୍ଭୁକ୍ତକରଣକୁ , ସଠିକ ବୋଲି ଧରିବେ କିମ୍ବା ଆଂଶିକ ଭାବେ କିମ୍ବା ସଂପୂର୍ଣ୍ଣଭାବେ ଏପରି ଆପତ୍ତିକୁ ଅନୁମୋଦନ କରିବେ ଏବଂ ସେହି ଅନୁଯାୟୀ , ଶେଠୀରେ କରାଯାଇଥିବା ଅନ୍ତର୍ଭୁକ୍ତକରଣକୁ ସଂଶୋଧନ କରିବେ । ଦଫା ୩୩ ଅନୁଯାୟୀ , କ୍ଷତିପୂରଣ ଆକଳନ ତାଲିକାର ପ୍ରକାଶନ ପଦ୍ଧତି କୌଣସି କ୍ଷତିପୂରଣ ଆକଳନ ତାଲିକା ସଂବନ୍ଧରେ ସମସ୍ତ ଅପିଲ ଏବଂ ଆପତ୍ତି ଫଇସଲା ହେବା ପରେ , କିମ୍ବା ଅପିଲ ଦାଖଲ କରିବା ସମସ୍ତ ଅତିବାହିତ ହେବା ପରେ , କ୍ଷତିପୂରଣ ଅଧିକାରୀ, “ ସବ-ଡିଭିଜନର “ ସବ –ଡିଭିଜନନାଲ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ସୂଚନାପଟ୍ଟାରେ , କ୍ଷତିପୂରଣ ଆକଳନ ତାଲିକାକୁ ସଂଯୋଗ କରିବେ , ଯେଉଁଠି ଏପରି କ୍ଷତିପୂରଣ ଆକଳନ ତାଲିକା ପ୍ରସ୍ତୁତି କରାଯାଇଛି ଏବଂ ଆହୁରି ମଧ୍ୟ ଜିଲ୍ଲା କଲେକ୍ଟରଙ୍କ କାର୍ଯ୍ୟାଳୟରେ ତାହା ସଂଯୋଗ କରାଇବେ । ଦଫା ୩୪ ଅନୁଯାୟୀ , କେଉଁ ସମୟ ମଧ୍ୟରେ , ପ୍ରମାଣପତ୍ର ପ୍ରସ୍ତୁତ କରାଯିବ : - କ୍ଷତିପୂରଣ ଆକଳନ ତାଲିକାର ଚୁଡାନ୍ତ ପ୍ରକାଶନ ତାରିଖରୁ , ତିରିଶଦିନ ମଧ୍ୟରେ , ଦଫା ୩୪ ଅନୁଯାୟୀ , ପ୍ରମାଣପତ୍ର ପ୍ରସ୍ତୁତ କରାଜୀବ । [ ୨୪-“ କ” (୧) ଦଫା ୩୭ ର ଉପ-ଦଫା (୩-କ) ର ଧାରା (କ) ଉଦ୍ଦେଶ୍ୟରେ , ଏପରି ସୂଚନା , ଫର୍ମ “ ଏମ” ଏବଂ “ ଏନ” ରେ ହେବ । ଉକ୍ତ ସୂଚନାକୁ, ଏପରି କ୍ଷତିପୂରଣ ଅର୍ଥରାଶୀ ପାଇବା ନିମନ୍ତେ ହକଡାର ବ୍ୟକ୍ତିଙ୍କୁ , ପ୍ରାପ୍ତି ସ୍ଵୀକାର ପତ୍ର ସହିତ ରେଜେଷ୍ଟ୍ରି ଡାକରେ ପ୍ରେରଣ କରାଯିବ କିମ୍ବା ଆଦେଶିକା ଜାରି – କାରୀ ବ୍ୟକ୍ତିଙ୍କ ଜରିଆରେ ପ୍ରଦାନ କରାଯିବ । [ ଉଲ୍ଲେଖ ଥାଉ ଯେ , ଯେଉଁ ସ୍ଥଳରେ ଯଥାଯଥ ଅନ୍ଵେଷଣ ସତ୍ତ୍ୱେ , ପୂର୍ବ – ମଧ୍ୟସ୍ଥ ମିଳନ୍ତି ନାହିଁ , ସେପରି ସ୍ଥଳେ ଉକ୍ତ ଗୃହର କୌଣସି ଆଖିଦୃଶିଆ ସ୍ଥାନରେ ଉକ୍ତ ସୂଚନାର ଏକ ନକଲକୁ ସଂଯୋଗ ଦ୍ଵାରା ଏପରି ସୂଚନା ତାଙ୍କ ଉପରେ ଜାରି କରାଯାଇପାରେ , ଯେଉଁଠାରେ ଉକ୍ତ ପୂର୍ବ ମଧ୍ୟସ୍ଥ ଶେଷଥର ବାସ କରୁଥିବା ଜଣାଯାଏ । କ୍ଷତି ପୂରଣ ଆକଳନ ତାଲିକାର ଚୁଡାନ୍ତ ପ୍ରକାଶନ ପରେ , ଯେତେ ଶୀଘ୍ର ସମ୍ଭବ , ଫର୍ମ “ ଏମ” ରେ ସୂଚନାକୁ ନିର୍ଗମ କରାଯିବ ଏମ ଫର୍ମ “ ଏମ” ରେ ଧାର୍ଯ୍ୟ ସମୟର ସମାପ୍ତି ପରେ , ଫର୍ମ “ ଏନ” ରେ ସୂଚନାକୁ ନିର୍ଗମ କରାଯିବ । ଦଫା ୩୭ ର ଉପ-ଦଫା (୩-ଖ) ଉଦ୍ଦେଶ୍ୟରେ , ଧାର୍ଯ୍ୟ ସମୟ , ପନ୍ଦର ଦିନ ହେବ । [୨୫ “କ” – ଯେଉଁ ସ୍ଥଳରେ କ୍ଷତିପୂରଣ ଅଧିକାରୀ , କୌଣସି ସମ୍ପତ୍ତି ସଂବନ୍ଧରେ , ଦେୟ କ୍ଷତିପୂରଣ ଅର୍ଥରାଶିକୁ ଜମା କରନ୍ତି , ଯାହାକି କୌଣସି ସୀମିତ ମାଲିକ କିମ୍ବା ଜବନ – ଅବଧି ସ୍ଵାର୍ଥଧାରୀଙ୍କ ଦ୍ଵାରା ଧାରଣ କରାଯାଇଥାଏ ଏବଂ ତାହା ଜିଲ୍ଲା କଲେକ୍ଟରଙ୍କ ସହିତ ଥାଏ , ସେପରି ସ୍ଥଳେ ଉକ୍ତ କଲେକ୍ଟର ଉକ୍ତ କ୍ଷତିପୂରଣ ଅର୍ଥରାଶିକୁ , ରିଜର୍ଭ ବ୍ୟାଙ୍କ ଦ୍ଵାରା ନିର୍ଗମ ଦୀର୍ଘ ମିଆଦି ସରକାରୀ ଅମାନତରେ ଜମା କରିବେ , ଯାହାକି ତିରିଶ ବର୍ଷରୁ (କମ ନୁହେଁ ) ସମୟ ପରେ କିମ୍ବା ଏପରି ଅଧିକ ମଧ୍ୟରେ ଫେରସ୍ତନିଯା ହେବ, ଯାହାକି ବାର୍ଷିକ ଅଢେଇ ପ୍ରତିଶତରୁ ( କମ ନୁହେଁ) ସୁଧ ବହନ କରିବ । ଯଦି କ୍ରୟ କରିବା ନିମନ୍ତେ, ଅଧିକ ସମୟର ଅମାନତ ଉପଲବ୍ଧ ନ ହୁଏ, ସେପରି ସ୍ଥଳେ କୌଇନଶୀ ସ୍ୱଳ୍ପ ମିଆଦି ଋଣରେ ଜମା କରିବା କ୍ଷମତା, କଲେକ୍ଟର ରହିବେ, ଯାହାକି ଅଢେଇ ପ୍ରତିଶତରୁ (କମ ନୁହେଁ ) । ସୁଧ ବହନ କରୁଥିବ ଏବଂ ତାପରେ ଋଣର ପରିପକ୍ଵତାରେ, ଉକ୍ତ ଅର୍ଥରାଶିକୁ ଅନ୍ୟ କୌଣସି ସୁବିଧାଜନକ ଋଣରେ ପୁନଃ ବିନିଯୋଗ କରିବେ । ଏପରି କ୍ଷତିପୂରଣ ଅର୍ଥରାଶି , ଏପରି ଭାବେ ଜମା ରହିବ, ଯେ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ ତାହା ପ୍ରଦାନ କରିବା ନିମନ୍ତେ କଲେକ୍ଟର ଆଦେଶ ନ ଦେଇଛନ୍ତି , ଜେକି ଏଥି ନିମନ୍ତେ ସଂପୂର୍ଣ୍ଣଭାବେ ହକଦାର ହୁଅନ୍ତି । କଟକଣା ଏବଂ ସର୍ତ୍ତାବଳୀ , ଯାହାର ନିୟନ୍ତ୍ରଣାଧିନରେ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ, ଦଫା ୩୮ ଅନୁଯାୟୀ ପ୍ରଦାନ କରାଯିବ :- ଯେଉଁ ସ୍ଥଳରେ ଦଫା ୩୭ ର ଉପ-ଦଫା (୩) ର ବ୍ୟବସ୍ଥାବଳୀ ଅନୁଯାୟୀ , ନ୍ୟସ୍ତିକରଣ ତାରିଖ ଠାରୁ ଏକ ବର୍ଷ ମଧ୍ୟରେ ବର୍ଷ ମଧ୍ୟରେ ବାର୍ଷିକ ଅର୍ଥ ପ୍ରଦାନ କରାଯାଇ ନାହିଁ ବରଂ ଯେଉଁ ସ୍ଥଳରେ , କ୍ଷତିପୂରଣ ଗ୍ରହଣ କରିବାରେ ମଧ୍ୟସ୍ଥଙ୍କ ଦାବି ସଂବନ୍ଧରେ କୌଣସି ବିବାଦ ନଥାଏ , ସେପରି ସ୍ଥଳେ ବାର୍ଷିକ କିସ୍ତିରେ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ , କଲେକ୍ଟରଙ୍କ ଦ୍ଵାରା ପ୍ରଦାନ କରାଯିବ, ଯାହାକି ପ୍ରତ୍ୟେକ ଦେୟ କ୍ଷତିପୂରଣ ଆକଳିତ ଅର୍ଥର ଏକତିରିଶାଂଶ ହେବ , ଏବଂ ଯେଉଁଥିରୁ ବକେୟା ରାଜସ୍ୱ , ସେସ କିମ୍ବା ଅନ୍ୟାନ୍ୟ ସରକାରୀ ପ୍ରାପ୍ୟକୁ , ବକେୟା ଭୂମିଖଜଣା ଭାବେ ଉଧାର କିମ୍ବା ହ୍ରାସକରଣ କରାଯିବା ପରେ । [ପ୍ରତ୍ୟେକ ବାର୍ଷିକ କିସ୍ତି ଉପରେ ପ୍ରଦାନ କରାଯିବାକୁ ଥିବା ଅର୍ଥରାଶି ନିମନ୍ତେ ସେ ଦୁଇଜଣ ନିଶ୍ଚିତକାରୀ ବ୍ୟକ୍ତିଙ୍କୁ ଦାଖଲ କରିବା ଉପରେ ଏପରି ଅର୍ଥରାଶି ପ୍ରଦାନ କରାଯିବ ଏବଂ ସେ ମଧ୍ୟ , ସୂଚୀର ଫର୍ମ “ କେ” ରେ ଏକ କ୍ଷତିପୂରଣ ମୁଚାଲିକା ସଂପାଦାନ କରିବେ । ଏପରି ପ୍ରଦାନ କରାଯାଉଥିବା ଅର୍ଥରାଶିକୁ , ଏହି ଆଇନ ଅନୁଯାୟୀ ଦେୟ କ୍ଷତିପୂରଣ ବିରୂଢରେ ସମନ୍ଵୟ କରାଯିବ । କୌଣସି ଅଧିକ ଅର୍ଥପ୍ରଦାନ କିମ୍ବା ତ୍ରୁଟିପୂର୍ଣ୍ଣ ଭାବେ ଅର୍ଥ ପ୍ରଦାନକୁ [ ମଧ୍ୟସ୍ଥ କିମ୍ବା ତାଙ୍କ ଆଇନଗତ ପ୍ରତିନିଧିଙ୍କ ଠାରୁ ଉଦ୍ଧାର କରାଯିବ , ଯେପରିକି ତାହା ଏକ ବକେୟା ଭୂ – ରାଜସ୍ୱ ଅଟେ ] । [୨୬” କ” ଟ୍ରଷ୍ଟି – ମଧ୍ୟସ୍ଥଙ୍କୁ ଦେୟ ମଧ୍ୟବର୍ତ୍ତୀକାଳୀନ ବାର୍ଷିକ ଅର୍ଥରାଶିର ଗଣନା ପଦ୍ଧତି :- ଆଇନର ଦଫା ୩୮ ର ଉପ-ଦଫା (୩) ଅନୁଯାୟୀ, କ୍ରମାନୁଗତିକ ବାର୍ଷିକ ଅର୍ଥରାଶି ର ହାରାହାରି ଅର୍ଥରାଶି ଗଣନା କରିବାରେ , କଲେକ୍ଟର ଉକ୍ତ ସଂପତ୍ତି ର ହାରାହାରି ଆୟରୁ , ବାର୍ଷିକ ସର୍ବସାଧାରଣ ବଦାନ୍ୟ କିମ୍ବା ଧର୍ମନୈତିକ ଉଦ୍ଦେଶ୍ୟରେ ସଂପୂର୍ଣ୍ଣଭାବେ ଉତ୍ସର୍ଗୀକୃତ ହାରାହାରି ଅର୍ଥରାଶିକୁ , ବିଚାରକୁ ନେବେ । [ ୨୭- ଏହି ଆଇନର ଦଫା ୫ ର ଧାରା (୧) ଅନୁଯାୟୀ ତଦନ୍ତ କରିବା ସମୟରେ , କଲେକ୍ଟର , ଅସ୍ଥାୟୀ , ନିଷେଧାଜ୍ଞା ନିର୍ଗମ କରିବା କିମ୍ବା ଅନ୍ୟ ମଧ୍ୟବର୍ତ୍ତୀକାଳୀନ ଆଦେଶ ନିର୍ଗମ କରିବା ବିଷୟରେ , ଦେୱାନୀ କାର୍ଯ୍ୟବିଧି (ସଂହିତା ୧୯୦୮ (୫/୧୯୦୮) ର ଅର୍ଡର ୪୦ ରେ ବ୍ୟବସ୍ଥାୟୀତ ପଦ୍ଧତିକୁ ଅନୁସରଣ କରିବେ , ଯାହାକି ଏପରି ତଦନ୍ତ ଉଦ୍ଦେଶ୍ୟରେ , ସମ୍ପୃକ୍ତ ପକ୍ଷମାନଙ୍କ ପ୍ରତି ଆବଶ୍ୟକ ବୋଲି ଧରାଯାଇପାରେ । ଆବେଦନପତ୍ର ଏବଂ ଅପିଲ ସଂବନ୍ଧରେ “ଫିସ” ଏହି ଆଇନ ଅନୁଯାୟୀ ଆବେଦନପତ୍ର ଏବଂ ଅପିଲ କ୍ଷେତ୍ରରେ , ଏପରି ‘ ଫିସ “ ପ୍ରଦାନ କରାଯିବ ,ଯାହାକି ଏଥିସହ ସଂଯୁକ୍ତ ଟେବୁଲରେ ଧାର୍ଯ୍ୟ କରାଯାଇଛି ଏବଂ ଏପରି ସମସ୍ତ ଫିସକୁ ନ୍ୟାୟାଳୟ ଶୁଳ୍କ ଟିକସ ଆକାରରେ ପ୍ରଦାନ କରାଯିବ । ଫିସର ଟେବୁଲ ନିୟମ ୨୮ ଦ୍ରଷ୍ଟବ୍ୟ କ୍ରମିକ ସଂଖ୍ୟା ଆବେଦନପତ୍ର, ସ୍ମାରକ ପତ୍ର ସଂବନ୍ଧରେ “ଫିସ “ ଦେୟ ଫିସ ଫିସ ର ଅର୍ଥରାଶି ୧ ଦଫା ୮ –କ ଉପ-ଦଫା (୧) କିମ୍ବା (୨) ଅନୁଯାୟୀ ଦାବି ଆବେଦନ ପତ୍ର ଟଙ୍କା – ପଇସା ୧.୧୦ ୨ ଦଫା ୮- କର ଉପ-ଦଫା (୪) ଅନୁଯାୟୀ ଆପତ୍ତି ଦରଖାସ୍ତ ୧.୧୦ ୩ ଦଫା ୯(୧) ଅନୁଯାୟୀ ସ୍ମାର ପତ୍ର (କ) ଯଦି ରାଜସ୍ୱ ପରିଷଦ ସମ୍ମୁଖରେ ଦାଖଲ କରାଯାଏ । (ଖ) ଯଦି ଅନ୍ୟ ଅଧିକାରୀଙ୍କ ସମ୍ମୁଖରେ ଦାଖଲ କରାଯାଏ ୪.୦୦ ୪ ଦଫା ୧୮ ଅନୁଯାୟୀ ଦାବି – ଆବେଦନ ପତ୍ର ୩.୦୦ ୫ ଦଫା ୩୧ ର ଉପ-ଦଫା (୧) ଅନୁଯାୟୀ ଆପତ୍ତି ଆବେଦନ ପତ୍ର ୧.୧୦ ୬ ଦଫା ୩୨ ଅନୁଯାୟୀ , ଅପିଲ ସ୍ମାର ପତ୍ର ୪.୦୦ ୭ ଦଫା ୩୨-କ ଅନୁଯାୟୀ , ଅପିଲ ସ୍ମାରକ ପତ୍ର ୬.୦୦ ୮ ଏହି ଆଇନ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନରେ ଦାଖଲ କରାଯାଉଥିବା ମୁଲତବି ଆବେଦନପତ୍ର ୧.୦୦ ୯ ଓକାଲତନାମା କିମ୍ବା ମୁକ୍ତାର ନାମା , ଯଦି ନିମ୍ନଙ୍କ ସମ୍ମୁଖରେ ଦାଖଲ କରାଯାଏ । ରାଜସ୍ୱ ପରିଷଦ ଅନ୍ୟ କୌଣସି ଅଧିକାରୀ ୪.୫୦ ୧.୫୦ ଆଧାର - ଦ ଲ ହାଉସ