অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଭୂ-ସଂସ୍କାର ଆଇନ୍ , ୧୯୬୦

ଓଡିଶା  ଆଇନ୍ ୧୬/୧୯୬୦

ଜମି  ରୟତି  ଆଇନ୍ କୁ  ସଂସ୍କାର  କରିବା   ଏବଂ  ତତ୍ ସଙ୍କ୍ରାନ୍ତୀୟ  ସମସ୍ତ  ବିଷୟ  ବ୍ୟବସ୍ଥା  କରିବା  ନିମନ୍ତେ , ଏକ  ଆଇନ୍

ଯେହେତୁ , କ୍ରମାନୁଗୁଡିକ  ଭାବେ , ଜମିଦାରୀ କିମ୍ବା   ମଧ୍ୟସ୍ଥ  ସ୍ଵାର୍ଥର  ଉଚ୍ଛେଦର  ପରିଣତି  ସ୍ୱରୂପ , କୃଷି ସଂସ୍କାର  ଏବଂ  ଜମି – ରୟତି  ସମ୍ବନ୍ଧରେ , ଏକ  ଅଗ୍ରଗତି  ମୂଳକ  ଆଇନ୍  ପ୍ରଣୟନ  ଆବଶ୍ୟକ  ଅଟେ ;

ଏବଂ ଯେହେତୁ , ଖାଦ୍ୟ ଉତ୍ପାଦନର  ବୃଦ୍ଧିକୁ  ନିଶ୍ଚିତ  କରିବା  ନିମନ୍ତେ , କୃଶକମାନଙ୍କୁ  ଉତ୍ତମ  ଅଧିକାର  ନ୍ୟସ୍ତ  କରିବା   ଅତି  ଆବଶ୍ୟକ  ଅଟେ  ;

ଏଣୁ ଭାରତୀୟ  ଗଣତନ୍ତ୍ରର  ଏଗାରତମ  ବାର୍ଷିକିରେ , ଓଡିଶା  ରାଜ୍ୟ  ବିଧାନ  ପରିଷଦ  ଦ୍ଵାରା , ନିମ୍ନ  ଆଇନ୍ ରେ  ପରିଣତ  କରାଗଲା   ।

ଅଧ୍ୟାୟ – ୧

ପ୍ରାରମ୍ଭିକ

୧. ସଂକ୍ଷିପ୍ତ  ଆଖ୍ୟା , ପରିସର  ଏବଂ  ପ୍ରାରମ୍ଭ   (୧) ଏହି  ଆଇନ୍ କୁ  ଓଡିଶା   ଭୂ – ସଂସ୍କାର  ଆଇନ୍ , ୧୯୬୦ ବୋଲି  କୁହାଯିବ    ।

(୨) ଏହା  ସମଗ୍ର  ଅଦଶା  ପ୍ରତି  ପରିବର୍ଦ୍ଧିତ   ହେବ  ।

୧. ଓଡିଶା  ଅସାଧାରଣ ଗେଜେଟ୍  ସଂଖ୍ୟା  ୭୦୫ ,୧୧/୧୧/୧୯୬୦ , ଓ.ଏ.୧୬/୧୮୬୦ ଦ୍ଵାରା  ପ୍ରକାଶିତ

(୩) ଏହା  ସାମଗ୍ରୀକଭାବେ  କିମ୍ବା  ଆଂଶିକଭାବେ  ଏପରି  ତାରିଖରୁ  ବଳବତ୍ତର  ହେବ , ଯେପରି  ରାଜ୍ୟ  ସରକାର , ସମାୟାନୁକ୍ରମେ , ବିଜ୍ଞପ୍ତି  ଦ୍ଵାରା  ନିର୍ଦ୍ଧାରଣ  କରିବେ  ଏବଂ ଆଇନ୍ ର  ବିଭିନ୍ନ  ବ୍ୟବସ୍ଥାବଳୀ  ନିମନ୍ତେ , ବିଭିନ୍ନ  ତାରିଖ  ନିର୍ଦ୍ଧାରଣ  କରାଯାଇପାରେ   ।

ଉଲ୍ଲେଖ

ବିଜ୍ଞପ୍ତି  ସଂଖ୍ୟା  ୬୩୩୮୨,ତା ୨୫.୯.୧୯୬୫  ଦ୍ଵାରା  ଏହି ଆଇନ୍ , ଅଧ୍ୟାୟ ୩ ଏବଂ ୪ ବ୍ୟତୀତ , ୧.୧୦.୧୯୬୫  ରୁ  ବଳବତ୍ତର  ହେଲା   ।

ବିଜ୍ଞପ୍ତି  ସଂଖ୍ୟା  ୭୮୬୧୯, ତା. ୮.୧୨୧୯୬୫  ଦ୍ଵାରା , ଆଇନ୍ ର ଅଧ୍ୟାୟ  ୩, ତା. ୯.୧୨.୧୯୬୫  ଠାରୁ  ବଳବତ୍ତର   ହେଲା ;

ବିଜ୍ଞପ୍ତି  ସଂଖ୍ୟା  ୯୬୧, ତା. ୫.୧.୧୯୭୨ ଦ୍ଵାରା  , ଏହି ଆଇନ୍ ର  ଅଧ୍ୟାୟ  ୪, ୭.୧.୧୯୭୨  ଠାରୁ  ବଳବତ୍ତର  ହେଲା  ।

ଏଣୁ  ସମ୍ପୂର୍ଣ୍ଣ  ଆଇନ୍ କୁ  ସମଗ୍ର  ରାଜ୍ୟରେ  ପ୍ରଯୋଗନୀୟ  କରାଯାଇଛି  । ଉକ୍ତି  ‘ ବଳବତ୍ତର  ହେଲା ’ କୁ , ବର୍ଣ୍ଣନା  କରାଯାଇଛି – ୩୩ (୧୯୭୬)ସିଏଲ୍ ଟି -୨୬୩  ।

ସାଧାରଣ  ଧାରା  ଆଇନ୍ ର  ଦଫା  ୩ର , ଉପ – ଦଫା  (୧୩) ଦର୍ଶାଏ   ଯେ , କୌଣସି  ଦିନ  କାର୍ଯ୍ୟଳୟ  ଗେଜେଟ୍ ରେ     କୌଣସି   ଆଇନ୍  ପ୍ରକାଶିତ  ହୋଇପାରେ ; ମାତ୍ର  ତାହା  ସେହି ଦିନଠାରୁ   ବଳବତ୍ତର  ହୋଇନପାରେ   । ଉକ୍ତ  ଆଇନ୍ ର  ଦଫା  ୫ ଏହା   ସ୍ପଷ୍ଟ  କରେ  ଯେ , ଆଇନ୍  କାର୍ଯ୍ୟକାରୀ   ହେବାର  ଦୁଇଟି  ପନ୍ଥା  ଅଛି – ଗୋଟିଏ  ପନ୍ଥା  ହେଉଛି  ଯେ , ଆଇନ୍ ରେ  ନିଜେ  ଏହା  ଉଲ୍ଲେଖ  ଥିବା  ଯେ , ଏହା  ଏକ  ନିର୍ଦ୍ଦିଷ୍ଟ ଦିନ  କାର୍ଯ୍ୟକାରୀ  ହେବା  - ଯଦି  ତାହା  ଆଇନ୍ ରେ  ବ୍ୟବସ୍ଥାୟୀତ  ହୋଇନଥାଏ , ତାହାଲେ  ଉକ୍ତ ଆଇନ୍  କାର୍ଯ୍ୟକାରୀ  ହୁଏ , ଯେତେବେଳେ  ରାଷ୍ଟ୍ରପତିଙ୍କ  ସମ୍ମତି   ସେଥିପ୍ରତି  ପ୍ରଦାନ  କରାଯାଏ   ।

୨. ସଂଜ୍ଞା :-  ଏହି ଆଇନ୍ ରେ , ଯଦି  ପ୍ରସଙ୍ଗ  କିମ୍ବା  ସୂଚୀରେ  କୌଣସି  ବିପରିତାର୍ଥ  ନଥାଏ :-

(୨) ‘କୃଷି’ , ଶସ୍ୟ  ଉତ୍ପାଦନ , ଘାସ  ଉତ୍ପାଦନ , ବଗିଚା  ଦ୍ରବ୍ୟ  ଉତ୍ପାଦନ , ଫଳଚାଷ  , ଜୀବନ୍ତ  ପ୍ରାଣୀଙ୍କ  ଜନ୍ମ  ଲାଳନପାଳନ  କିମ୍ବା  ଜମିକୁ  ଚାରଣଭୂମି  କିମ୍ବା ଜଙ୍ଗଲ  ଭାବେ  ବ୍ୟବହାର  କରିବା  ଉଦ୍ଦେଶ୍ୟରେ  , ଯେଉଁଠାରେ  ଏପରି  ବ୍ୟବହାର  କୃଷିର  ପ୍ରାସଙ୍ଗିକ  ଅଟେ  ।

(୨)[xxx]

(୩) ‘ ସଶସ୍ତ୍ର ବାହିନୀ ’ ଅର୍ଥ , କେନ୍ଦ୍ରର  ସ୍ଥଳ ବାହିନୀ , ନୌ – ବାହିନୀ  କିମ୍ବା  ବାୟୁ – ସେନା ବାହିନୀ :-

ଟିପ୍ପଣୀ

ସଶସ୍ତ୍ର  ବାହିନୀରେ ସେବା  କରୁଥିବା  କୌଣସି  ସଦସ୍ୟ ,  ଆଇନ୍ ର ଦଫା ୨ (୨୧) ଅନୁଯାୟୀ  ‘ ଅକ୍ଷମତା ଅଧୀନରେ  ଥିବା  ଜଣେ  ବ୍ୟକ୍ତି ’ ଅଟେ ;

[(୩କ ) – ‘ କ୍ଷମତାୟୀତ  ଉଚ୍ଚକର୍ମଚାରୀ ’ :- ଅର୍ଥ , ଦଫା ୮ –(କ) ଉଦ୍ଦେଶ୍ୟରେ ରାଜ୍ୟ  ସରକାରଙ୍କ  ଦ୍ଵାରା  ଏପରିଭାବେ  ନିଯୁକ୍ତି  ଜଣେ  ଉଚ୍ଚକର୍ମଚାରୀ ]

(୪) ‘ ମୂଳ ହୋଲ୍ ଡିଙ୍ଗ ’ ଅର୍ଥ , କୌଣସି  ଜମି  ଅଂଚଳ  ଯାହାକି  [ଦୁଇ] ଷ୍ଟାଣ୍ଡାର୍ଡ  ଏକର  ଅଟେ  ।

[(୫) ସିଲିଂ  ଅଂଚଳ  :- ଅର୍ଥ ,ସେହି ପରିମାଣ  ଜମି  ଯାହାକି  କୌଣସି  ରୟତ୍  କିମ୍ବା  ଜମି – ଧାରଣକାରୀ , ଦଫା ୩୭ – ‘କ’ ଅନୁଯାୟୀ   ଧାରଣ  କରିବା  ନିମନ୍ତେ  ହକ୍ ଦାର  ଅଟେ   ।

(୫ – ‘କ’) :-  ‘ ଜମିର  ଶ୍ରେଣୀ ’ ଅର୍ଥ :-

ଶ୍ରେଣୀ -୧  - ଜଳସେଚିତ  ଜମି , ଯେଉଁଥିରେ , ଓଡିଶା  ଭୂ –ସଂସ୍କାର  ଆଇନ୍ , ୧୯୭୩  ର  ପ୍ରାରମ୍ଭ  ପୂର୍ବରୁ , ତିନିବର୍ଷ  ମଧ୍ୟରେ  କୌଣସି  ବର୍ଷ , ଦୁଇ  କିମ୍ବା  ଅଧିକ  ଶାସ୍ୟ ଉତ୍ପାଦିତ   ହେଉଥିଲା  କିମ୍ବା  (୨)

କୌଣସି   ବର୍ଷ  ଉତ୍ପନ  କରାଯାଇପାରେ  ।

୧. ଓଡିଶା  ଆଇନ  ସଂଖ୍ୟା  ୧୩/୧୯୬୫  ଦ୍ଵାରା  ବାଦ୍  ଦିଆଯାଇଛି  ।

୨.  ଓଡିଶା  ଅସାଧାରଣ  ଗେଜେଟ୍  ସଂଖ୍ୟା  ୭୬୩/୧.୭.୧୯୯୪ – ଓ.ଏ. ସଂଖ୍ୟା  ୧୨/୧୯୯୪  ଦ୍ଵାରା  ଅନ୍ତର୍ଭୁକ୍ତ  ।

୩.  ଓଡିଶା  ଆଇନ  ସଂଖ୍ୟା  ୧୩/୧୯୬୫ ଦ୍ଵାରା  ପରିବର୍ତ୍ତିତ   ।

୪.  ଓଡିଶା  ଆଇନ ସଂଖ୍ୟା  ୯/୧୯୭୪  ଦ୍ଵାରା  ପରିବର୍ତ୍ତିତ   ।

ଶ୍ରେଣୀ – ୨ -  ଜଳସେଚିତ ଜମି , ଯେଉଁଥିରେ , ଓଡିଶା  ଭୂ-ସଂସ୍କାର  ଆଇନ୍ , ୧୯୭୩ ର  ପ୍ରଚଳନ  ପୂର୍ବରୁ , ତିନିବର୍ଷ   ମଧ୍ୟରେ  କୌଣସି  ବର୍ଷ  , ଗୋଟିକରୁ  ଅଧିକ  ଶସ୍ୟ  ଉତ୍ପାଦିତ  ହେଉଥିଲା  କିମ୍ବା (୨) କୌଣସି  ବର୍ଷ  ଉତ୍ପାଦନ  କରାଯାଇପାରେ   ।

ଶ୍ରେଣୀ - ୩- ଜଳ ସେଚିତ  ବ୍ୟତୀତ  ଅନ୍ୟ  ଜମି  ଯେଉଁଥିରେ  , ଓଡିଶା  ଭୂ-ସଂସ୍କାର  ଆଇନ୍ ,  ୧୯୬୩ ର ପ୍ରଚଳନ  ପୂର୍ବରୁ , ତିନିବର୍ଷ   ମଧ୍ୟରେ  ଧାନ  ଉତ୍ପାଦିତ  ହେଉଥିଲା   କିମ୍ବା  (୨) କୌଣସି  ବର୍ଷ  ଉତ୍ପାଦନ  କରାଯାଇପାରେ  ।

ଶ୍ରେଣୀ -୪ – ଅନ୍ୟ  କୌଣସି  ଜମି   ।

ସ୍ପଷ୍ଟିକରଣ

ଏହି ଧାରା  ଉଦ୍ଦେଶ୍ୟରେ , ଜଳାଶୟ , ନଡିଆ  ବଗିଚା ଏବଂ ଫଳ  ବଗିଚା  ଶ୍ରେଣୀ  -୩ ଭାବେ  ଧରାଯିବ  ।

(୬) ‘ କଲେକ୍ଟର ’ ଅର୍ଥ , କୌଣସି  ଜିଲ୍ଲାର  କଲେକ୍ଟର , କିମ୍ବା ଏହି  ଆଇନ୍  ଅନୁଯାୟୀ , କଲେକ୍ଟରଙ୍କ  ସମସ୍ତ  କିମ୍ବା   ଯେକୌଣସି  କାର୍ଯ୍ୟ  ସଂପାଦନ  କରିବା   ନିମନ୍ତେ   ରାଜ୍ୟ  ସରକାରଙ୍କ  ଦ୍ଵାରା ନିଯୁକ୍ତି  ଅନ୍ୟ  କୌଣସି  ଉଚ୍ଚକର୍ମଚାରୀ  ।

ଟିପ୍ପଣୀ

ବିଜ୍ଞପ୍ତି  ସଂଖ୍ୟା ୬୩୩୭୫ – ୫୯/୬୫ ଆରଇ , ୫୯୬୫ – ଆର୍ , ତା. ୨୫.୯.୧୯୬୫ ଦ୍ଵାରା  , ସେମାନଙ୍କର  କର୍ତ୍ତୃତ୍ଵାଧିନ  ଅଂଚଳ  ମଧ୍ୟରେ  , ଆଇନ୍ ର  ଦଫା  ୫୯ ଅନୁଯାୟୀ କାର୍ଯ୍ୟ  ସଂପାଦନ  କରିବା  ନିମନ୍ତେ , ସରକାରଙ୍କ   ଦ୍ଵାରା  ସମସ୍ତ  ଅତିରିକ୍ତ  ଜିଲ୍ଲା  ମାଜିଷ୍ଟ୍ରେଟ୍ ଙ୍କୁ  କଲେକ୍ଟର  ଭାବେ  ନିଯୁକ୍ତି   କରାଯାଇଛି   ।

ବିଜ୍ଞପ୍ତି  ସଂଖ୍ୟା  ୬୭୮୪୨ – ଆରଇ  - ୧୮୮/୭୩ ତା. 22. 10. 1973 ଦ୍ଵାରା , ସେମାନଙ୍କର  କର୍ତ୍ତୃତ୍ଵାଧିନ  ଅଂଚଳ ମଧ୍ୟରେ  , ଆଇନର  ଦଫା 59 ଅନୁଯାୟୀ ; କଲେକ୍ଟରଙ୍କ  କାର୍ଯ୍ୟ  ସଂପାଦନ  - କରିବା  ନିମନ୍ତେ  , ରାଜ୍ୟ  ସରକାର , ତହସିଲ୍ ଦାର  ଏବଂ ଅତିରିକ୍ତ  ତହସିଲ୍ ଦାରମାନଙ୍କୁ ନିଯୁକ୍ତି   କରିଛନ୍ତି   ।

(୭) ‘ ଆଇନ୍ ର  ପ୍ରାରମ୍ଭ ’ କୌଣସି  ବ୍ୟବସ୍ଥା  ସଂବନ୍ଧରେ  ଅର୍ଥ , ଦଫା ୧ ର ଉପ ଦଫା –(3) ଅନୁଯାୟୀ , କୌଣସି  ବିଜ୍ଞପ୍ତିରେ , ଉକ୍ତ  ବ୍ୟବସ୍ଥା  ସଂବନ୍ଧରେ  ଧାର୍ଯ୍ୟ ତାରିଖ  ।

(8) ‘ ଜିଲ୍ଲା – କାର୍ଯ୍ୟ  ନିର୍ବାହୀ  ସମିତି ’  ଅର୍ଥ , ଦଫା  ୫୫  ଅନୁଯାୟୀ  ଗଠିତ  ସମିତି ;

(୯)[xxx]

(୯ –କ )  କୌଣସି  ଜମି  ସଂବନ୍ଧରେ  ଉପଯୁକ୍ତ  ଏବଂ ଯଥାଯଥ  ଖଜଣା :- ଅର୍ଥ , ପାର୍ଶ୍ଵବର୍ତ୍ତୀ  ଅଞ୍ଚଳରେ  ସ୍ଥିତ  ଏକ ପ୍ରକାର ଜମି  ସହିତ  ଏକ  ପ୍ରକାର  ସୁବିଧା  ଉପରେ  ଦେୟ  ନଗଦ  ଖଜଣା

[ ସ୍ପଷ୍ଟିକରଣ – ୧ :- ଏ  ସଂବନ୍ଧରେ   ବିଜ୍ଞପ୍ତି  ଦ୍ଵାରା , ରାଜ୍ୟ  ସରକାରଙ୍କ  ଦ୍ଵାରା, ବିଭିନ୍ନ  ଅଂଚଳ  ସଂବନ୍ଧରେ , ପ୍ରତ୍ୟକ  ବର୍ଷ  ଧାନର  ବଜାର ଦର  ଭିତ୍ତିରେ ଧାନର  ସମାନ  ନଗଦ  ଅର୍ଥ   ଗଣନା  କରାଯିବ ;]

[ ସ୍ପଷ୍ଟିକରଣ – ୨ :-  ପରିବର୍ତ୍ତନ  ଉଦ୍ଦେଶ୍ୟରେ ,  ଏକ  ମହଣ , ୩୭.୩୨୪୨ କିଲୋଗ୍ରାମ  ସହ  ସମାନ୍  ହେବ   ।]

(୧୦) ‘ସରକାର ’ ଅର୍ଥ , ଓଡିଶା  ରାଜ୍ୟ  ସରକାର   ।

(୧୧) ‘ହୋଲ୍ ଡିଙ୍ଗ ’ ଅର୍ଥ , କୌଣସି ଜମି , ଯାହାକି  ପୃଥକ୍  ରୟତିର  ବିଷୟ  ଗଠନ  କରେ   ।

(୧୨) ‘ ଘରୋଇ ଜମି ’ ଅର୍ଥ , କୌଣସି  ଜମି , ତାହା  ଏପରିଭାବେ  ନଥିଭୁକ୍ତ  ହୋଇଥାଉ  କିମ୍ବା  ନାହିଁ , ଯାହାକି  ସାଧାରଣତଃ  ଗୃହ  ସ୍ଥାନ  ଭାବେ  ବ୍ୟବହୃତ ହୁଏ , ଏବଂ  ତାହା  କୃଷି  ପ୍ରତି  ଆନୁସଙ୍ଗୀକ  କିମ୍ବା ପ୍ରାସଙ୍ଗିକ  ହୋଇଥାଉ   ।

[(୧୩) ‘ ଜଳସେଚିତଜମି ’  ଅର୍ଥ , ସେତେବେଳେ  ବଳବତ୍ତର  ଥିବା  କୌଣସି  ଆଇନ୍  ଅନୁଯାୟୀ  ସ୍ଥାପିତ , କୌଣସି  ସଂସ୍ଥା  କିମ୍ବା  କେନ୍ଦ୍ର ସରକାର  ରାଜ୍ୟସରକାରଙ୍କ   ଦ୍ଵାରା  ନିର୍ମିତ  କିମ୍ବା  ରକ୍ଷଣାବେକ୍ଷଣ   କିମ୍ବା  ଉନ୍ନତିକରଣ   କିମ୍ବା  ନିୟନ୍ତ୍ରିତ  କୌଣସି  ଜଳସେଚନ   ଯୋଜନାରୁ   ନିଶ୍ଚିତ  କରାଯାଇଥିବା   ଜଳସେଚନ  ଏବଂ  ଏହା  ସେହି  ସମସ୍ତ  ଜମିକୁ  ମଧ୍ୟ  ଅନ୍ତର୍ଭୁକ୍ତ   କରେ , ଯାହାକି  କୌଣସି  ସ୍ଥାୟୀ  ଜଳ  ଉତ୍ସରୁ  ଡିଜେଲ , କିମ୍ବା   ବିଦ୍ୟୁତ୍  ଶକ୍ତି  ଦ୍ଵାରା  ପରିଚାଳିତ  କୌଣସି  ଉଠାଜଳସେଚନ  [xxx] ଦ୍ଵାରା , କୌଣସି  ଘରୋଇ  ସେବା  ଦ୍ଵାରା  ଜଳସେଚନ  ଉପଲବ୍ଧ   କରାଯାଏ ; ମାତ୍ର   ଏହା  ସର୍ବଦା  ଜଳାବୃତ   କିମ୍ବା  ବାଲିଚର   ଜମିକୁ   ଅନ୍ତର୍ଭୁକ୍ତ  କରେ  ନାହିଁ  ।]

[(୧୪)  ‘ ଜମି ’ ଅର୍ଥ, ବିଭିନ୍ନ  ଶ୍ରେଣୀର  ଜମି , ଯାହାକି  କୃଷି  ଉଦ୍ଦେଶ୍ୟରେ  ବ୍ୟବହୃତ  କିମ୍ବା  ଏପରି  ବ୍ୟବହାର  ନିମନ୍ତେ   ସକ୍ଷମ , ଏବଂ  ଏହା  ଗୃହପୋଯୋଗୀ  ଜମିକୁ   ଅନ୍ତର୍ଭୁକ୍ତ   କରେ  ।]

(୧୫)’ ଜମିକୁ – କମିଶନ ’ ଅର୍ଥ , ଦଫା   ୫୩ ଅନୁଯାୟୀ  ସରକାରଙ୍କ  ଦ୍ଵାରା  ଗଠିତ  ଜମି  କମିଶନ୍   ।

(୧୬) ‘ ଜମି- ଧାରଣକାରୀ ’ ଅର୍ଥ , ରୟତ  ଏବଂ  ରାଜ୍ୟ ମଧ୍ୟରେ ,  ସମସ୍ତ  ଧାରଣକାରୀ  କିମ୍ବା  ଜମିରେ   ସ୍ଵାର୍ଥ  ଥିବା  ମାଲିକ , ଏବଂ ମାଲିକ , ଉପ- ମାଲିକ  ମାଲ୍ ଗୁଜାର , ଠିକାଦାର , ଗୌନ୍ତିଆ , ରୟତ , ଉପ- ରୟତ , ଏବଂ  ଏହା  କୌଣସି  ଇମାନ୍ ଦାର୍ , ଜାଗିର୍ ଦାର୍ , ଜିମିଦାର , ଇଲାକଦାର୍ , ଖରପୋସ୍ ଦାର୍ , ପ୍ରଗଣାଦାର ସରବରାକାର  ଏବଂ ମୌଫିପର୍ ଙ୍କୁ   ଅନ୍ତର୍ଭୁକ୍ତ  କରେ   ।

(୧୭) ‘ ଜମିଦାର ’ ଅର୍ଥ,  କୌଣସି  ବ୍ୟକ୍ତି , ଯାହାଙ୍କ   ଅଧିନରେ  କୌଣସି  ରୟତ  କିମ୍ବା  କୃଷକ  ଜମି  ଧାରଣ  କରିଥାଏ ;

ସ୍ପଷ୍ଟିକରଣ – ୧:- ତାଙ୍କ  ଅଧିନରେ  ଥିବା  କୌଣସି  କୃଷକ କିମ୍ବା କୃଷକମାନଙ୍କ  ସଂବନ୍ଧରେ , ଜଣେ  ରୟତ  କିମ୍ବା  କୃଷକକୁ ,  ଏକ  ଜମିଦାର୍  ଭାବେ ଧରାଯାଇପାରେ   ।

ସ୍ପଷ୍ଟିକରଣ – ୨ :- କୌଣସି  ରୟତ  କିମ୍ବା  ଅସ୍ଥାୟୀ  ପଟ୍ଟାଦାର  କିମ୍ବା କୌଣସି  କୃଷକ  ଦ୍ଵାରା , ତାଙ୍କ  ଅଧିନରେ  ଥିବା  ଜମି  ସଂବନ୍ଧରେ , ସରକାରଙ୍କୁ , ଜମିଦାରଭାବେ  ଧରାଯିବା   ।

(୧୮) ‘ ଭୁ-ସଂସ୍କାର  କମିଶନର୍ ’  ଅର୍ଥ , ସରକାରଙ୍କ  ଦ୍ଵାରା  ନିଯୁକ୍ତି , ଭୂ-ସଂସ୍କାର  କମିଶନର୍  ।

[(୧୮-‘କ’)  ସ୍ଥାନୀୟ  ସମିତି , ଅର୍ଥ  ଦଫା  ୫୫  ଅନୁଯାୟୀ   ଗଠିତ   କୌଣସି  ସ୍ଥାନୀୟ  ସମିତି   ।

(୧୯) ‘ ନାବାଳକ ’  ଅର୍ଥ, କୌଣସି  ବ୍ୟକ୍ତି ,  ଯେକି , ଭାରତୀୟ ସାବାଳକତ୍ଵ   ଆଇନ୍ , ୧୮୭୫  ଅନୁଯାୟୀ  ସାବାଳକତ୍ଵ   ବୟସରେ   ଉପନୀତ  ହୋଇନାହିଁ ;

ଟିପ୍ପଣୀ

ଭାରତୀୟ  ସାବାଳକତ୍ଵ  ଆଇନ୍  ବ୍ୟବସ୍ଥାୟୀତ  କରେ  ଯେ କୌଣସି  ବ୍ୟକ୍ତି  ସାବାଳକ  ହୁଏ , ଯେତେବେଳେ  ସେ  ୧୮ ବର୍ଷ   ବୟସ  ସମାପ୍ତ  କରେ ;  ମାତ୍ର  ତାର  ଶରୀର  କିମ୍ବା  ସଂପତ୍ତି  ସଂବନ୍ଧରେ  କୌଣସି   ଅଭିଭାବକ  ନିଯୁକ୍ତି କ୍ଷେତ୍ରରେ   ସେ  ସାବାଳକ   ହୁଏ , କେବଳ  ଯେତେବେଳେ  ସେ  ୨୧ ବରଷ ବୟସ  ସମାପ୍ତ  କରେ   ।

[(୨୦ ) [xxx]

[(୨୧) ‘ ଅକ୍ଷମତା  ଅଧିନରେ   ଥିବା  ବ୍ୟକ୍ତି , ଅର୍ଥ :-

(କ) କୌଣସି ବିଧବା , କିମ୍ବା କୌଣସି  ଅବିବାହିତା  ମହିଳା  କିମ୍ବା  କୌଣସି  ମହିଳା , ଯାହାଙ୍କୁ  ତାଙ୍କ  ସ୍ଵାମୀ  ଛାଡପତ୍ର  ଦେଇଥାନ୍ତି   କିମ୍ବା  ତାଙ୍କ  ଠାରୁ   କୌଣସି  ନ୍ୟାୟାଳୟରେ  ଆଦେଶ  କିମ୍ବା   ଡିକ୍ରି ଦ୍ଵାରା   କିମ୍ବା  ପ୍ରଥା  ଦ୍ଵାରା ପୃଥକ   ହୋଇଥାନ୍ତି  , ଯାହାର  ଆଇନ୍ ଗତ ବଳ  ଥାଏ, କିମ୍ବା

(ଖ) କୌଣସି  ନାବାଳକ ; କିମ୍ବା

(ଗ) କୌଣସି ବ୍ୟକ୍ତି , ଯେକି  କୌଣସି  ମାନସିକ  କିମ୍ବା  ଶାରୀରିକ  ଅକ୍ଷମତା   ଯୋଗୁ , ଜମି   କର୍ଷଣ କରିବା   ନିମନ୍ତେ   ଅକ୍ଷମ  ଅଟେ ;

(ଘ) ସୌନ୍ୟ  ବାହିନୀର   କୌଣସି   ସେବାକାରୀ   ସଦସ୍ୟ   କିମ୍ବା

[(ଙ)  କୌଣସି  ରୟତ , ଯାହାର  ସମୁଦାୟ  ଜମିର  ପରିମାଣ , ତିନି  ଷ୍ଟାଣ୍ଡାର୍ଡ   ଏକରରୁ   ଅଧିକ  ନୁହେଁ ; କିମ୍ବା ]

(ଚ)  କୌଣସି ରୟତ ,  ଯାହାର  ଜମିର   ପରିମାଣ  ଯେ  କୌଣସି  କ୍ଷମତାରେ  ଧାରଣ  କରାଯାଇଥାଉ  ଏବଂ ଯାହାକି  ଅଧ୍ୟାୟ - ୩  ଅନୁଯାୟୀ  କୌଣସି  କାର୍ଯ୍ୟାନୁଷ୍ଠାନ  ଫଇସଲା  ପରେ , ତିନି ଷ୍ଟାଣ୍ଡାର୍ଡ  ଏକକରୁ  ସ୍ଧିକ ହୁଏ  ନାହିଂ   । ]

ଉଲ୍ଲେଖଥାଉ  ଯେ , ଉପଧାରା  (କ) , (ଖ) କିମ୍ବା  (ଘ)  ଦ୍ଵାରା   ଆବୃତ  କୌଣସି  ବ୍ୟକ୍ତି  କ୍ଷେତ୍ରରେ , ଏହି ଆଇନ୍ ର  ବ୍ୟବସ୍ଥାବଳୀ  ସହ ସମନ୍ଵୟ   ରକ୍ଷାକରି  ଏକ  ପ୍ରମାଣପତ୍ର  ଗ୍ରହଣ  କରାଯାଇଥାଏ  ଯେ , ଏପରି  ବ୍ୟକ୍ତି  ଜମିଚାଷ  କରିବା  ନିମନ୍ତେ  ଅକ୍ଷମ  ଅଟେ ;

[ଆହୁରି  ଉଲ୍ଲେଖ  ଥାଉ  ଯେ , ଉପରୋକ୍ତ   ଅନୁଯାୟୀ  ଏକ  ପ୍ରମାଣପତ୍ର , କୌଣସି  ବ୍ୟକ୍ତିକୁ   ମଞ୍ଜୁର୍  କରାଯିବନାହିଁ  , ଯେକି  ଶାରୀରିକ  ଅକ୍ଷମତାରେ   ଥାଏ , ଯଦି  ତାଙ୍କର  ଅନ୍ୟ  କୌଣସି  ଆୟ  ଉତ୍ସ  ଥିବା , ଯେପରି  ଧାର୍ଯ୍ୟ  କରାଯାଇପାରେ   । ]

ସ୍ପଷ୍ଟିକରଣ :- ଉପ – ଧାରା (ଙ) କିମ୍ବା (ଚ) ଉଦ୍ଦେଶ୍ୟରେ  ଜମିର  ପରିମାଣ  ଗଣନା  କରିବାରେ , ଗୃହ , ଫଳବଗିଚା   କିମ୍ବା  ଜଳାଶୟ  ଦ୍ଵାରା  ଆବୃତ  ଜମିକୁ , ଏପରି  ଗଣନାକୁ  ନିଆଯିବ ନାହିଁ    ।

(୨୨) ‘ ବ୍ୟକ୍ତିଗତ ଚାଷ ’ ଏହାର  ବୈକାରଣୀୟ  ବିବିଧତା  ଏବଂ  ଆକ୍ଷରିକ  ଅର୍ଥରେ , ଅର୍ଥ  ହେଉଛି  , ନିଜେ  କୌଣସି  ଚାଷ  କରିବା  :-

(କ)  ଜମି ଶ୍ରମିମାନଙ୍କ ଦ୍ଵାରା ; କିମ୍ବା

(ଖ)  କୌଣସି  ପରିବାରର  କୌଣସି ସଦସ୍ୟ  , ସଦସ୍ୟଙ୍କର  ଶ୍ରମିକଙ୍କ   ଦ୍ଵାରା ; କିମ୍ବା

(ଗ) ପାରିଶ୍ରମିକ  ଉପରେ , ଭୃତ୍ୟ କିମ୍ବା  ଭଡାଟିଆ  ଶ୍ରମିକମାନଙ୍କ  ଦ୍ଵାରା , ଯାହାକି  ନଗଦ  ଅର୍ଥ  ପ୍ରଦାନ  କିମ୍ବା   କୌଣସି  ଆକାର  ପ୍ରକାରରେ  ପ୍ରଦାନ  କରାଯାଏ ;  ମାତ୍ର  ଶସ୍ୟରେ  ଅଂଶ  ଗ୍ରହଣ   ଦ୍ଵାରା  ନୁହେଁ   ଯାହାକି  ଜଣକର  ବ୍ୟକ୍ତିଗତ  ତତ୍ତ୍ଵାବଧାନରେ   କିମ୍ବା  କୌଣସି  ପରିବାରର   କୌଣସି  ସଦସ୍ୟଙ୍କ   ବ୍ୟକ୍ତିଗତ   ତତ୍ତ୍ଵାବଧାନରେ   କରାଯିବ   ।

[ସ୍ପଷ୍ଟିକରଣ :- କୌଣସି  ବ୍ୟକ୍ତି   ସଂବନ୍ଧରେ  ‘ ପରିବାର ’ ଅର୍ଥ , ଉକ୍ତ  ବ୍ୟକ୍ତି  , ସ୍ଵାମୀ  କିମ୍ବା  ସ୍ତ୍ରୀ , ଯେଉଁ  ସ୍ଥଳରେ  ଯେପରି   ପ୍ରୟୋଗନିୟ  ଏବଂ  ସେମାନଙ୍କର  ସନ୍ତାନମାନେ , ସେମାନେ  ନାବାଳକ  କିମ୍ବା  ସାବାଳକ  ହୋଇଥାଆନ୍ତୁ   । ]

(୨୩) ‘ ଧାର୍ଯ୍ୟ ’ ଅର୍ଥ  ଏହି  ଆଇନ୍  ଅନୁଯାୟୀ , ସରକାରଙ୍କ  ଦ୍ଵାରା  ପ୍ରଣୀତ ନିୟମାବଳୀ ଦ୍ଵାରା  ଧାର୍ଯ୍ୟ  ;

[(୨୪) ‘ ସୁବିଧାୟୀତ ରୟତ ’ ଅର୍ଥ :-

(କ) କୌଣସି  ସମବାୟ  ସମିତି , ଯାହା , ଓଡିଶା  ସମବାୟ  ସମିତି  ଆଇନ୍ , ସଂଖ୍ୟା  ୨/୧୯୬୨) ଅନୁଯାୟୀ  ନିବନ୍ଧିତ  କିମ୍ବା ନିବନ୍ଧିତ  ବୋଲି  ଧରାଯାଏ , ଏବଂ ଏହା  କୌଣସି  ଜମି  ଉନ୍ନୟନ  ବ୍ୟାଙ୍କ ଏବଂ ରାଜ୍ୟ- ଜମି ଉନ୍ନୟନ  ବ୍ୟାଙ୍କକୁ  ଅନ୍ତର୍ଭୁକ୍ତ  କରେ , ଯେପରି  ଉକ୍ତ  ଆଇନ୍ ରେ  ସଜ୍ଞାୟିତ  ହୋଇଛି   ।

(ଖ) ଶ୍ରୀ  ଜଗନ୍ନାଥ  ମନ୍ଦିର  ଆଇନ୍ , ୧୯୫୫ ର  ଅର୍ଥାନୁଯାୟୀ , ପୁରୀରେ  ଥିବା  ଜଗନ୍ନାଥ ମହାପ୍ରଭୁ  ଏବଂ  ତାଙ୍କର  ମନ୍ଦିର    ।

(ଗ)  ଓଡିଶା  ଭୂ – ସଂସ୍କାର   ଆଇନ୍ , ୧୯୭୩ ର  ପ୍ରାରମ୍ଭ  ପୂର୍ବରୁ , କୌଣସି  ଟ୍ରଷ୍ଟ  କିମ୍ବା  ଅନ୍ୟ  ଅନୁଷ୍ଠାନ , ଯାହାକି  ଏକ  ସୁବିଧାୟିତ  ରୟତଭାବେ  , ଏହି ଆଇନ୍  ଅନୁଯାୟୀ  ଘୋଷିତ ;

(ଘ) କୌଣସି  ଟ୍ରଷ୍ଟ  କିମ୍ବା  ଅନ୍ୟ  ଅନୁଷ୍ଠାନ ,  ଯାହାର  ସଂପତ୍ତି  ଓଡିଶା ଜମି କିମ୍ବା  ସଂପତ୍ତି   ଉଚ୍ଛେଦ  ଆଇନ୍ , ୧୯୫୧  ଅନୁଯାୟୀ   କୌଣସି  ଦକ୍ଷ   ଅଧିକାରୀଙ୍କ   ଦ୍ଵାରା ,  ଏକ  ଟ୍ରଷ୍ଟ ସଂପତ୍ତି  ଭାବେ  ଘୋଷିତ ;

(ଙ) ଅନ୍ୟ  କୌଣସି  ଟ୍ରଷ୍ଟ,  ଯାହାକି  ଦଫା  ୫୭ – କ  ଅନୁଯାୟୀ  ଗଠିତ  ଟ୍ରିବ୍ୟୁନାଲ  ଦ୍ଵାରା  ସର୍ବସାଧାରଣ  ପ୍ରକୃତିର  ଏକ  ବଦାନ୍ୟ  ଟ୍ରଷ୍ଟ  କିମ୍ବା  ଧର୍ମନୈତିକ  ଟ୍ରଷ୍ଟ  ଭାବେ  ଘୋଷିତ ; ଏବଂ

(ଚ)  ସର୍ବସାଧାରଣଙ୍କ  ଅର୍ଥରେ  ପରିଚାଳିତ  କୌଣସି  ଅନୁଷ୍ଠାନ   ।

[(୨୫) ‘ ସର୍ବସାଧାରଣ  ଅର୍ଥନୈତିକ  ଅନୁଷ୍ଠାନ ’ ଅର୍ଥ  :-

(୧)  ବ୍ୟାଙ୍କିଙ୍ଗ   ନିୟମିତକରଣ  ଆଇନ୍ , ୧୯୪୯ ( ଆଇନ ସଂଖ୍ୟା ୧୦/୧୯୪୯)ର , ଅର୍ଥ  ମଧ୍ୟରେ , ଏକ  ବ୍ୟାଙ୍କିଙ୍ଗ୍  କଂପାନୀ ;

(୨)  ଭାରତୀୟ  ଷ୍ଟେଟ  ବ୍ୟାଙ୍କ  ଆଇନ୍ , ୧୯୫୫ (ଆଇନ ସଂଖ୍ୟା  ୨୩/୧୯୫୫)ଅନୁଯାୟୀ , ଗଠିତ  ଭାରତୀୟ ଷ୍ଟେଟ  ବ୍ୟାଙ୍କ ;

(୩)  ଭାରତୀୟ  ଷ୍ଟେଟ  ବ୍ୟାଙ୍କ (ଗୌଣ ବ୍ୟାଙ୍କ ) ଆଇନ୍ , ୧୯୫୯ (ଆଇନ ସଂଖ୍ୟା  ୩୮/୧୯୫୯)ର  ଅର୍ଥ  ମଧ୍ୟରେ , କୌଣସି  ଗୌଣ  ବ୍ୟାଙ୍କ ;

(୪) ବ୍ୟାଙ୍କିଙ୍ଗ  କଂପାନୀ  (ଅଧିଗ୍ରହଣ)ଏବଂ  ପ୍ରତିଶ୍ରୁତି  ହସ୍ତାନ୍ତରଣ  ଆଇନ୍ , ୧୯୭୦ (ଆଇନ ସଂଖ୍ୟା  ୫/୧୯୭୪)ର  ଅର୍ଥ  ମଧ୍ୟରେ  ଏକ  ସମସାମୟିକ  ନୂତନ   ବ୍ୟାଙ୍କ

(୫) କୃଷି  ପୁନଃ  ଅର୍ଥଯୋଗାଣ  ନିଗମ  ଆଇନ୍ , ୧୯୫୯ (ଆଇନ୍  ସଂଖ୍ୟା  ୧୦/୧୯୬୩ )ଅନୁଯାୟୀ  ସ୍ଥାପିତ , କୃଷି  ପୁନଃ ଅର୍ଥଯୋଗାଣ  ନିଗମ ;

(୬) ଭାରତର  ଶିଳ୍ପନୈତିକ  ଉନ୍ନୟନ  ବ୍ୟାଙ୍କ  ଆଇନ୍  ୧୯୬୪ (ଆଇନ୍ ସଂଖ୍ୟା  ୧୧୮/୧୯୬୪ ) ଅନୁଯାୟୀ  ସ୍ଥାପିତ , ଭାରତର  ଶିଳ୍ପନୈତିକ   ଉନ୍ନୟନ  ବ୍ୟାଙ୍କ ;

(୭) ଶିଳ୍ପନୈତିକ   ଅର୍ଥ  ନିଗମ  ଆଇନ୍ , ୧୯୪୮ (ଆଇନ୍ ସଂଖ୍ୟା  ୧୫/୧୯୪୮) ଅନୁଯାୟୀ  ସ୍ଥାପିତ  ଶିଳ୍ପନୈତିକ  ଅର୍ଥ  ନିଗମ ; ଏବଂ

(୮) ରାଜ୍ୟ  ଅର୍ଥ  ନିଗମ  ଆଇନ୍ , ୧୯୫୧ (ଆଇନ୍ ସଂଖ୍ୟା  ୬୩/୧୯୫୧) ଅନୁଯାୟୀ  ସ୍ଥାପିତ  ଓଡିଶା  ରାଜ୍ୟ  ଅର୍ଥ ନିଗମ । ]

(୨୬) ‘ ରୟତ ’ ଅର୍ଥ , କୌଣସି  ବ୍ୟକ୍ତି , ଯେକି  ଏହି ଆଇନ୍ ର ବ୍ୟବସ୍ଥାବଳୀ  ଅନୁଯାୟୀ , ଏପରି  ଆୟତଭାବେ  ଧରାଯାଆନ୍ତି   ।

ଟିପ୍ପଣୀ

ଓଡିଶା  ରୟତି  ଆଇନ୍ ର ଦଫା ୫(୨) ଅନୁଯାୟୀ , ‘ ରୟତ ’ କୁ ସଂଜ୍ଞାୟିତ  କରାଯାଇଛି  ଏବଂ ଓଡିଶା  ଜମିଦାରୀ  ଉଚ୍ଛେଦ ଆଇନ୍ ,  ୧୯୫୧ ର  ଦଫା  ୨ (ଏନ୍) ଅନୁଯାୟୀ  ମଧ୍ୟ  ‘ ରୟତ ’ କୁ ସଂଜ୍ଞାୟିତ  କରାଯାଇଛି  - ଓଡିଶା  ରୟତି  ଆଇନ୍ ରେ , ଆୟତ  ଅର୍ଥ , ପ୍ରାଥମିକଭାବେ  ଏକ  ବ୍ୟକ୍ତି , ଯେକି  କୃଷି  ଉଦ୍ଦେଶ୍ୟରେ   ଜମିଧାରଣ  କରିବା  ନିମନ୍ତେ  ଅଧିକାର  ଧାରଣ କରନ୍ତି  ଏବଂ  ତାହା  ସେ  ନିଜେ  କିମ୍ବା  ତାଙ୍କ  ପରିବାରର   ସଦସ୍ୟମାନଙ୍କ  ଦ୍ଵାରା , ଭଡାଟିଆ  ଶ୍ରମିକମାନଙ୍କ   ଦ୍ଵାରା  କିମ୍ବା  ଅଂଶୀଦାରଙ୍କ  ସହିତ , ଏପରି  କରିପାରନ୍ତି  ଏବଂ ଏହା , ସ୍ଵାର୍ଥ  ବହନ  କରୁଥିବା  ଉତ୍ତରାଧିକାରୀଙ୍କୁ  ଅନ୍ତର୍ଭୁକ୍ତ  କରେ   କିମ୍ବା  ସେହି  ବ୍ୟକ୍ତି   ଯେକି  ଏପରି ଅଧିକାର  ଧାରଣ  କରିଛି ; ଯେ , ପରବର୍ତ୍ତୀ  ଆଇନ୍ ରେ ଏହାର  ଅର୍ଥ  ହେଉଛି  , କୌଣସି ବ୍ୟକ୍ତି  ଯେକି  ଚାଷ  ନିମନ୍ତେ  ଜମି ଧାରଣ  କରିଥାଏ  ।

(୨୭) ‘ ଖଜଣା ’  ଅର୍ଥ , ଯାହା ତାଙ୍କ  ଦ୍ଵାରା  ଧାରୀତ  ଜମି  ଦଖଲ  କିମ୍ବା  ବ୍ୟବହାର   ନିମନ୍ତେ , ତାଙ୍କ ଜମିଦାରଙ୍କୁ  , ଜଣେ  କୃଷକ  କିମ୍ବା  ରୟତଭାବେ , ଅର୍ଥ  ଆକାରରେ  କିମ୍ବା  ପ୍ରକାରରେ ଆଇନ୍ ତଃ  ଦେୟ  ଅଟେ   ।

(୨୮) ‘ ରାଜସ୍ୱ କର୍ମଚାରୀ ’ ଅର୍ଥ , ଏହି ଆଇନର ବ୍ୟବସ୍ଥାବଳୀ  ଅନୁଯାୟୀ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଯେକୌଣସି   କାର୍ଯ୍ୟ  ସଂପାଦନ   କରିବା   ନିମନ୍ତେ , ସରକାରଙ୍କ   ଦ୍ଵାରା  ଏପରିଭାବେ  ନିଯୁକ୍ତ  କୌଣସି   ଉଚ୍ଚକର୍ମଚାରୀ   ।

[( ସୂଚୀତ  ବ୍ୟାଙ୍କ ’ ଅର୍ଥ , ଭାରତୀୟ  ରିଜର୍ଭ  ବ୍ୟାଙ୍କ ଆଇନ୍ , ୧୯୩୪ ଦ୍ଵିତୀୟ   ସୂଚୀରେ  ବର୍ତ୍ତମାନ  ପାଇଁ  ଅନ୍ତର୍ଭୁକ୍ତ  କୌଣସି  ବ୍ୟାଙ୍କ   ।

[(୩୦) ‘ ଷ୍ଟାଣ୍ଡାର୍ଡ ’  ଏକର , ଅର୍ଥ , ଜମିର  ମାପଚୁପର ଏକକ , ଯାହାକି  ଶ୍ରେଣୀ -୧ ଜମିର  ଏକ ଏକର , ଦ୍ଵିତୀୟ  ଶ୍ରେଣୀ  ଜମିର   ଦେଢ   ଏକର , ତୃତୀୟ   ଶ୍ରେଣୀ  ଜମିର  ତିନି  ଏକର  ଏବଂ ଚତୁର୍ଥ  ଶ୍ରେଣୀ  ଜମିର  ସାଢେ  ଚାରି  ଏକର  ଜମି  ସହିତ  ସମାନ   ଅଟେ   ।

ସ୍ପଷ୍ଟିକରଣ  :- ପରିବର୍ତ୍ତନ  ଉଦ୍ଦେଶ୍ୟ  ନିମନ୍ତେ , ଏକ ଏକର , ୦.୪୦୪୭  ହେକ୍ଟର  ସହିତ  ସମାନ  ଅଟେ   ।

(୩୧) ‘ କୃଷକ ’ ଅର୍ଥ , କୌଣସି  ବ୍ୟକ୍ତି  ଯାହାର   କି ଅନ୍ୟ  କୌଣସି  ବ୍ଯକ୍ତିର  ଜମି  ଉପରେ  ଅଧିକାର  ନାହିଂ ; ମାତ୍ର  ଏହି  ପଦ୍ଧତି  ଅନୁଯାୟୀ , ସାଧାରଣତଃ  ଏହା  ଭାଗ , ସଞ୍ଜା  କିମ୍ବା  ସେହିପରି  ଉକ୍ତିରେ   ଜଣାଯାଏ , ଯେପରି ଅନ୍ୟ  କୌଣସି  ପଦ୍ଧତି ଆଇନ୍ , ଚୁକ୍ତି , ପ୍ରଥା  କିମ୍ବା  ବ୍ୟବହାର   ଅନୁଯାୟୀ  ସେ  ବ୍ୟକ୍ତିଗତ  ଭାବେ  ଏପରି  ଜମି   ନିଜେ   ଚାଷ  କରେ  ଏବଂ  ନଗଦ  ଅର୍ଥ  କିମ୍ବା   ଉଭୟର   ଖଜଣା  ପ୍ରଦାନ   କରେ  କିମ୍ବା  ସର୍ତ୍ତରେ  ଏପରି  ଜମି ଚାଷ  କରେ  :-

(କ) ଏପରି  ଜମିରେ   ଉତ୍ପାଦନର   ଏକ  ଅଂଶ ; କିମ୍ବା

(ଖ) ଉକ୍ତ  ଜମିରେ  ଉଦ୍ରେକ୍  ଶସ୍ୟର  ଏକ  ଅଂଶର  ଆକଲିତ  ମୂଲ୍ୟ ; କିମ୍ବା

(ଗ) ଜମିରୁ  ଉତ୍ପାଦିତ  ଶସ୍ୟ  ବ୍ୟତିରେକ , ଏକ  ଧାର୍ଯ୍ୟ   ପରିମାଣ  ଉତ୍ପାଦନ ; କିମ୍ବା

(ଘ) ଉତ୍ପାଦିତ  ଶସ୍ୟ  କିମ୍ବା  ଏହାର  ଆକଲିତ   ମୂଲ୍ୟ , ଯାହାକି  ଉପରେ  ଉଲ୍ଲେଖିତ  ଯେକୌଣସି   ଉପାୟରେ   କିମ୍ବା  ଆଂଶିକଭାବେ   ଅନ୍ୟ   ଉପାୟରେ

(୩୨) ‘ ନ୍ୟସ୍ତ ସଂପତ୍ତି ’ , ‘ ନ୍ୟସ୍ତ  ତାରିଖ ’ ଏବଂ ସେହି  ପ୍ରକାର  ଉକ୍ତି , ସେହି  ଜମିଦାରୀ  କିମ୍ବା  ଜମି ସଂବନ୍ଧୀୟ  ସଂପତ୍ତିକୁ  ଉଲ୍ଲେଖ  କରେ , ଯାହାକି , ଓଡିଶା  ଜମିଦାରୀ  ଇଚ୍ଛେଦ  ଆଇନ୍ , ୧୯୫୧ (ଆଇନ୍  ସଂଖ୍ୟା  ୧/୧୯୫୨) ଅନୁଯାୟୀ  ଓଡିଶା  ରାଜ୍ୟରେ  ନ୍ୟସ୍ତ  ହୋଇଛି   ।

(୩୩) ‘ ବର୍ଷ ’ ଅର୍ଥ , କୃଷିବର୍ଷ , ଯାହାକି [( ‘ ଅପ୍ରେଲ୍ ’ ) ର ପ୍ରଥମ  ଦିନରୁ   ଆରମ୍ଭ  ହୁଏ   ।

ଟିପ୍ପଣୀ

‘ ବର୍ଷ ’ ଉକ୍ତିଟି , ଓଡ଼ିଶାକୁ  ବର୍ଷ  ଆଇନ୍ , ୨୪/୧୯୬୩ ର  ଦଫା  ୨(କ) ଏବଂ  ଓଡିଶା  କୃଷକ ନିଦାନ  ଆଇନ୍ , ୧୯୫୬ ର  ଦଫା  ୨(୧)(କ) ରେ  ସଂଜ୍ଞାୟିତ  ହୋଇଛି  ।

(୩୪) ଏହି ଆଇନ୍ ରେ  ବ୍ୟବହୃତ  ଶବ୍ଦାବଳୀ  ଏବଂ  ଉକ୍ତି , ମାତ୍ର  ସଂଜ୍ଞାୟିତ  ହୋଇ ନାହିଂ , ସେଗୁଡିକର  ସେହି ଅର୍ଥ  ରହିବ  ଯେପରି  ଓଡିଶା  ରାଜ୍ୟ   ସରକାରର  କୌଣସି   ଅଂଶରେ  ବଳବତ୍ତର  ଥିବା  ରୟତି  ଆଇନ୍ , ନିଯମାବଳୀ , ନିୟମିତ  କରଣ , ପ୍ରଥା  ତଥା  ସଂପତ୍ତି  ହସ୍ତାନ୍ତରଣ  ଆଇନ୍ ,  ୧୮୮୨ (ଆଇନ୍  ସଂଖ୍ୟା  ୪/୧୮୮୨ ) ରେ , ନ୍ୟସ୍ତ  କରାଯାଇଛି  ; ଯେଉଁ  ସ୍ଥଳରେ  ଯେପରି  ପ୍ରଯୋଗନୀୟ   ।

୩. ଏହି ଆଇନ୍  ଅନ୍ୟାନ୍ୟ  ଆଇନ୍ କୁ  ଅତିକ୍ରମ   କରିବ  :- ଅନ୍ୟଥା  ବ୍ୟବସ୍ଥାୟୀତ ବ୍ୟତୀତ , ଏହି  ଆଇନ୍ ର ବ୍ୟବସ୍ଥାବଳୀ  ପ୍ରଭାବିତ  ହେବ , ଏହି  ବିଷୟ  ସତ୍ବେ  ଯେ ,  ଅନ୍ୟ  କୌଣସି ଆଇନ୍ , ପ୍ରଥା , ଚୁକ୍ତି , ନ୍ୟାୟାଳୟର   ଡିକ୍ରୀ  କିମ୍ବା  ଆଦେଶରେ  କୌଣସି  ବିପରିତାର୍ଥ  ସତ୍ୱେ    ।

ଅଧ୍ୟାୟ – ୨

ରୟତ୍ ଏବଂ କୃଷକ

୪ . ରୟତ :-  (୧) ସେମାନଙ୍କ  ଦ୍ଵାରା ଧାରୀତ  ଜମି  ସଂବନ୍ଧରେ , ଏହି ଆଇନ୍  ଉଦ୍ଦେଶ୍ୟରେ , ନିମ୍ନଲିଖିତ  ବ୍ୟକ୍ତିଙ୍କୁ   ‘ ରୟତ ’ ଭାବେ  ଧରାଯିବ , ଯଥା :-

(କ) ଏହି  ଆଇନ୍ ର   ଠିକ୍  ପ୍ରଚଳନ  ପୂର୍ବରୁ   କିମ୍ବା  ଠିକ୍ ତା  ପରେ  ପରେ , ସେତେବେଳେ  ବଳବତ୍ତର  ଥିବା  ଯେକୌଣସି ଆଇନ୍  ଅନୁଯାୟୀ କିମ୍ବା  ଅର୍ଥାନୁଯାୟୀ , ଦଖଲ  ଅଧିକାର  ସହିତ  ଜମି  ଧାରଣ କରିଥିବା  ବ୍ୟକ୍ତିମାନେ   ।

(ଖ)  ଯଥାକ୍ରମେ  ଅନୁଗୁଳ  ଆଇନ୍  ନିୟମିତ  କରଣ , ୧୯୬୩ (୪/୧୯୬୩ ) ଏବଂ ଖାସ  ମାହାଲ୍  ଆଇନ୍  ନିୟମିତକରଣ  , ୧୯୬୩ , (୫/୧୯୬୩ ) ଅନୁଯାୟୀ  , ଅନୁଗୁଳ  ଏବଂ  ଖାସ୍ ମାହାଲ୍  ଜିଲ୍ଲାରେ  ଥିବା  କୌଣସି  ରୟତ୍  ।

(ଗ) କେନ୍ଦ୍ରୀୟ  ପ୍ରାବେଶିକ  ଜମି  ରାଜସ୍ୱ ଆଇନ୍ , ୧୯୮୧ (ଆଇନ୍ ସଂଖ୍ୟା  ୧୮/୧୮୮୧ ) ର  ଅର୍ଥ  ମଶୟରେ  , ସମ୍ବଲପୁର  ଜିଲ୍ଲାର, ସମ୍ବଲପୁର  କିମ୍ବା  ବରଗଡ  ଉପଖଣ୍ଡର  ରୟତୱାରୀ  ଗ୍ରାମର   କୌଣସି  ରୟତ୍   ।

(ଘ)  କୌଣସି  ବ୍ୟକ୍ତି , ଯେକି  କୌଣସି ଇନାମ୍ ର  ଇନାମ୍ ଦାର୍  ଅଧୀନରେ  , ଯାହାକି ମାଡ୍ରାସ୍  ଜମିଦାରୀ  ଜମି ଆଇନ୍ , ୧୯୦୮ ( ମାଡ୍ରାସ୍ ଆଇନ୍ ୧/୧୯୦୮ ) ର  ଅର୍ଥାନୁଯାୟୀ  ଏକ  ଜମିଦାରୀ ନୁହେଁ ; ଯଦିଓ  ଏପରି  ଇନାମ୍ , ଗଞ୍ଜାମ   ଏବଂ  କୋରାପୁଟ୍  ଜିଲ୍ଲା  କିମ୍ବା  ବାଲିଗୁଡା  ଉପଖଣ୍ଡର   ରାଜ୍ୟ  ସହିତ   ନ୍ୟସ୍ତ   ହୋଇଥାଉ  କିମ୍ବା  ନାହିଂ ; ହସ୍ତାନ୍ତରଣୀୟ  ତଥା   କ୍ରମାନୁଗୁଡିକ  ଭାବେ , ଏପରି  ଇନାମ୍ ରେ ,  ଜମିଧାରଣ  କରିଥାନ୍ତି   ।

(ଙ) ଗଞ୍ଜାମ  ଏବଂ  କୋରାପୁଟ୍  ଜିଲ୍ଲା  ଏବଂ  ବୌଦ୍ଧ  ଜିଲ୍ଲାର  ବାଲିଗୁଡା   ଉପଖଣ୍ଡରେ   ରୟତୱାରୀ  ବନ୍ଦୋବସ୍ତ   ଅନୁଯାୟୀ , ରୟତୱାରୀ   ପଟ୍ଟାଧାରଣକାରୀ  ବ୍ୟକ୍ତି  ।

(ଚ)  ଜମିଧାରଣକାରୀଙ୍କ   ଠାରୁ  ଏକ  ପଟ୍ଟା  ଅନୁଯାୟୀ  କିମ୍ବା  ସରକାରଙ୍କଠାରୁ  ଏକ  ସ୍ଥାୟୀ  ପଟ୍ଟା  ଅନୁଯାୟୀ , ଏହି ଆଇନ୍ ର  ପ୍ରଚଳନ   ପରେ  କୃଷି   ଉଦ୍ଦେଶ୍ୟରେ , କୌଣସି   ବ୍ୟକ୍ତି  ସହିତ  ସ୍ଥିର  କରାଯାଇଥିବା   ଜମି ;

(ଛ)  ଓଡିଶା  ମିଶ୍ରିତ  ରାଜ୍ୟ  ( ନିୟମ ) ଆଇନ୍ , ୧୯୫୦ ( ଆଇନ୍ର ସଂଖ୍ୟା  ୪/୧୦୫୦ ) ର  ଦଫା ୭ ର ଧାରା (ଜ) ଏବଂ (ଝ) ଅନୁଯାୟୀ , ଦଖଲ  ଅଧିକାର  ଗ୍ରହଣ  କରିବା  ନିମନ୍ତେ  ହକ୍ ଦାର୍  ବ୍ୟକ୍ତି   ।

[ (ଜ) ଉପ  -ଦଫା (୨) ଏବଂ (୪) ର  ବ୍ୟବସ୍ଥାବଳୀ  ନିୟନ୍ତ୍ରଣାଧୀନରେ , ସେହି  ସମସ୍ତ  ବ୍ୟକ୍ତି ଯେଉଁମାନେ  କୃଷି  ଉଦ୍ଦେଶ୍ୟରେ   ସରକାରଙ୍କ   ଅଧୀନରେ  ଧାରୀତ  ନ୍ୟସ୍ତ   ଜମିଦାରୀରେ , ବ୍ୟକ୍ତିଗତ  ଜମି   କର୍ଷଣରେ  ଅସ୍ଥାୟୀ  ପଟ୍ଟାଦାର  ବ୍ୟକ୍ତି   ଏବଂ  ଏପରି  ଅସ୍ଥାୟୀ   ପଟ୍ଟାଦାରଙ୍କ  ଅଧୀନରେ   ଧାରୀତ  ଏପରି  ଜମି ବ୍ୟକ୍ତିଗତ  ଭାବେ  କର୍ଷଣ  କରୁଥିବା   ବ୍ୟକ୍ତିମାନେ  ଏବଂ  ଏପରି  କୌଣସି  ବ୍ୟକ୍ତିଙ୍କର   ଉତ୍ତରାଧିକାରୀ   ।

ଉଲ୍ଲେଖ  ଥାଉ  ଯେ , ଏହି ଧାରାରେ   କୌଣସି  ବ୍ୟବସ୍ଥା , ‘ ଚାର ’ କିମ୍ବା ‘ ଦିଆରା ’  ଜମି ପଟି ପ୍ରୟୋଗ  ହେବ  ନାହିଂ   କିମ୍ବା  ଉତ୍ତବନ୍ଦୀ  ପ୍ରଥା  କିମ୍ବା ସେହିପରି   ଏକା  ପ୍ରଥା  ପ୍ରତି  ପ୍ରୟୋଗ  ହେବ ନାହିଁ   ।

(୧) [ ଉପ – ଦଫା (୫) ରୁ (୮) ର  ବ୍ୟବସ୍ଥାବଳୀର  ନିୟନ୍ତ୍ରଣାଧୀନରେ , ସେହି  ସମସ୍ତ ବ୍ୟକ୍ତି  ଯେଉଁମାନେ  [xxx] କୌଣସି ଜମିର  ବ୍ୟକ୍ତିଗତ  କର୍ଷଣରେ ଅଛନ୍ତି   ଏବଂ  ଉପ  କୃଷକ  କିମ୍ବା  ଉପ – ରୟତଭାବେ , କ୍ଷତିୟାନରେ  ଏପରିଭାବେ   ରାଜ୍ୟର  କୌଣସି  ଅଞ୍ଚଳରେ  ବଳବତ୍ତର  କୌଣସି  ଆଇନ୍  ଅନୁଯାୟୀ  ନଥିଭୁକ୍ତ  ହୋଇଛନ୍ତି  [ ଏବଂ ସେମାନଙ୍କର  ଉତ୍ତରାଧିକାରୀମାନେ ] ;

[ ଉଲ୍ଲେଖ  ଥାଉ  ଯେ , ଏହି ଧାରାରେ  କୌଣସି  ବ୍ୟବସ୍ଥା ସେହି  ବ୍ୟକ୍ତିମାନଙ୍କ  ପ୍ରତି  ପ୍ରୟୋଗ  ହେବ  ନାହିଂ ; ଯେଉଁମାନେ  ୧୯୬୫ ମସିହା  ସେପ୍ଟେମ୍ବର  ୩୦ ତାରିଖ  ପରେ  ଉପ-କୃଷକ  କିମ୍ବା  ଉପ- ରୟତଭାବେ  ନଥିଭୁକ୍ତ  ହୋଇଛନ୍ତି  କିମ୍ବା  ସେମାନଙ୍କର  ଉତ୍ତରାଧିକାରୀ , ଯଦି  ଏପରି ଜମି , ଯାହା ସଂବନ୍ଧରେ  ସେମାନେ  ଏପରିଭାବେ  ନଥିଭୁକ୍ତ  ହୋଇଛନ୍ତି , ତାହା  ଅକ୍ଷମତାରେ  ଥିବା  କୌଣସି   ବ୍ୟକ୍ତି   କିମ୍ବା  କୌଣସି  ସୁବିଧାୟିତ  ରୟତର  ହୋଇଥାଏ   ।

[(୨) ରାଜସ୍ୱ  ଉଚ୍ଚକର୍ମଚାରୀ  ଏହି  ଆଇନ୍ ର   ପ୍ରାରମ୍ଭ  ଠାରୁ  ନବେ  ଦିନ  ମଶୟରେ , କିମ୍ବା   ଏପରି  ଅଧିକ  ସମୟ   ମଧ୍ୟରେ  ଯାହାକି  ତିରିଶି  ଦିନରୁ  ଅଧିକ ହେବ  ନାହିଂ , ଯେପରି  ଏପରି  ଉଚ୍ଚକର୍ମଚାରୀ  ତାଙ୍କ  ଇଛାନୁଯାୟୀ  ଅନୁମୋଦନ  କରିବେ ; ଉପ-ଦଫା (୧) ର  ଧାରା (ଜ) ରେ  ଉଲ୍ଲେଖିତ  କୌଣସି  ବ୍ୟକ୍ତି   ଦ୍ଵାରା , ଧାର୍ଯ୍ୟ ଫର୍ମରେ  ପ୍ରଦାନ   କରାଯାଇଥିବା  ଆବେଦନପତ୍ର  ଉପରେ  , ଏପରି ତଦନ୍ତ  ପରେ  , ଯେପରି  ଆବଶ୍ୟକ  ହୋଇପାରେ  ଆଦେଶ  ଦ୍ଵାରା  ଘୋଷଣା  କରିପାରନ୍ତି ଯେ , ଏପରି ବ୍ୟକ୍ତି , ଏପରି  ଆଦେଶ  ପରେ  [ ବର୍ଷ ଆରମ୍ଭରୁ  ଉକ୍ତ  ଧାରାରେ  ଯେପରି  ଧାର୍ଯ୍ୟ   କରାଯାଇଛି  , ଉକ୍ତ  ଜମିକୁ  ,ସରକାରଙ୍କ  ଅଧୀନରେ  ଜଣେ  ରୟତଭାବେ  ଧାରଣ  କରିବେ   ।]

[ ଉଲ୍ଲେଖ  ଥାଉ  ଯେ , ଉପରୋକ୍ତ  ଅନୁଯାୟୀ  ଏପରି କୌଣସି ବ୍ୟକ୍ତି  ,ଯେକି  ଉକ୍ତ  ସମୟ  ମଧ୍ୟରେ  କୌଣସି  ଆବେଦନପତ୍ର   ପ୍ରଦାନ  କରିବାରେ  ଅକୃତିକାର୍ଯ୍ୟ   ହୋଇଛନ୍ତି  , ସେ ଓଡିଶା  ଭୂ –ସଂସ୍କାର  ଆଇନ୍ , ୧୯୬୬ , (ଆଇନ୍ ସଂଖ୍ୟା  ୮/୧୯୬୭ ) ର  ପ୍ରାରମ୍ଭ  ତାରିଖରୁ   ନବେ  ଦିନ  ମଧ୍ୟରେ  ଏପରି  ଆବେଦନ   କରିପାରାଇବେ   ।

[ ଆହୁରି ଉଲ୍ଲେଖ  ଥାଉ ଯେ , ଉପରୋକ୍ତ  ଅନୁଯାୟୀ , ଏପରି  କୌଣସି  ବ୍ୟକ୍ତି  ଯେକି  ଏହି ଉପ- ଦଫାରେ  ଧାର୍ଯ୍ୟ  ଯେକୌଣସି  ସମୟ  ମଧ୍ୟରେ  ଏପରି  ଆବେଦନପତ୍ର   ପ୍ରଦାନ  କରିବାରେ  ଅକୃତକାର୍ଯ୍ୟ  ହୋଇଛନ୍ତି ; ସେ ଓଡିଶା  ଭୂ – ସଂସ୍କାର  (ସଂଶୋଧନ )ଆଇନ୍ , ୧୯୭୩ (ରାଷ୍ଟ୍ରପତିଙ୍କ  ଆଇନ୍ ୧୭/୧୯୭୩ ) ର  ପ୍ରଚଳନର  ଦୁଇ  ବର୍ଷ  ସମୟ   ମଧ୍ୟରେ , ଏପରି ଆବେଦନପତ୍ର  ଦାଖଲ  କରିପାରନ୍ତି  ।]

[ଆହୁରି ଉଲ୍ଲେଖ  ଥାଉ ଯେ , ଏହି ଉପ – ଦଫାରେ  ଧାର୍ଯ୍ୟ  ସମୟ ଅତିବାହିତ  ହେବା  ପରେ   ଏବଂ  ଉପରୋକ୍ତ  ତାରିଖ  ପୂର୍ବରୁ  ପ୍ରଦାନ  କରାଯାଇଥିବା  କୌଣସି  ଆବେଦନପତ୍ର , ସମସ୍ତ  ଉଦ୍ଦେଶ୍ୟ  ନିମନ୍ତେ  ତମାଦି  ସମୟ  ମଧ୍ୟରେ  ଦାଖଲ  କରାଯାଇଛି  ବୋଲି  ବିବେଚନା  କରାଯିବ  ।]

[ଆହୁରି ଉଲ୍ଲେଖ  ଥାଉ ଯେ ,  ଏହି ଉପ – ଦଫା  ଅନୁଯାୟୀ  କୌଣସି  ଆବେଦନପତ୍ର , ଯଦି  ୧୯୬୫ ମସିହା  ସେପ୍ଟେମ୍ବର  ତିରିଶ  ତାରିଖ  ପରେ ,  ସରକାରଙ୍କ  ଠାରେ  ନ୍ୟସ୍ତ  କୌଣସି  ଜମିଦାରୀରେ  ଅବସ୍ଥିତ  କୌଣସି  ଜମି  ସଂବନ୍ଧରେ  ହୋଇଥାଏ ; ତାହେଲେ  ତାହା  ଓଡିଶା  ଭୂ – ସଂସ୍କାର  (ଦ୍ଵିତୀୟ  ସଂଶୋଧନ) ଆଇନ୍ , ୧୯୭୫ ର ପ୍ରଚଳନ  ତାରିଖରୁ  କିମ୍ବା  ଜମିଦାରୀ   ନ୍ୟସ୍ତ  ତାରିଖରୁ , ଦୁଇ  ବର୍ଷ  ମଧ୍ୟରେ  ଦାଖଲ  କରାଯିବ ; ତନ୍ମ ମଧ୍ୟରୁ  ଯେଉଁଟି  ପରେ   ହୋଇଥିବ  । ]

[ (୩) ଉପ- ଦଫା  (୨) ଅନୁଯାୟୀ , କୌଣସି  ଆଦେଶ  ପ୍ରଦାନ  କରିବା  ସମୟରେ  , ରାଜସ୍ୱ  କର୍ମଚାରୀ , ସରକାରଙ୍କ  ପ୍ରତି  ପ୍ରାପ୍ୟ  କିମ୍ବା  ସରକାରଙ୍କୁ  ଦେୟ  ପ୍ରିମିୟମ , ଏପରି  ଗୃହୀତ  ରୟତି  ଅଧିକାର  ସଂବନ୍ଧରେ   ସ୍ଥିର  କରିବେ  , ଯାହାକି ଏପରି  ଅର୍ଥରାଶି   ହେବ    ଯାହା  ଗୋଟିଏ  ଷ୍ଟାଣ୍ଡାର୍ଡ  ଏକର  ଜମି  ନିମନ୍ତେ , ଆଠଶହ  ଟଙ୍କା  ହାରରେ  ଗଣନା   କରାଯିବ   । ]

(୪) ଉପ –ଦଫା (୩) ଅନୁଯାୟୀ  ସ୍ଥିର  କରାଯାଇଥିବା  ପ୍ରିମିୟମ  ଏପରି  ତାରିଖରେ  ପାଞ୍ଚୋଟି   ବର୍ଷିକିଆ  କିସ୍ତିରେ   ଦେୟ   ହେବ  ଯେପରି  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା ସ୍ଥିର   କରାଯିବ  ଏବଂ  ପ୍ରିମିୟମ୍  ଅର୍ଥରାଶି  କିମ୍ବା  ତା’ର କୌଣସି  ଅଂଶ ଯାହା  ପ୍ରଦାନ  କରାଯାଇନଥାଏ , ତାହା  ବକେୟା  ଭୂ – ଖଜଣା ଭାବେ   ଉଦ୍ଧାରନୀୟ  ହେବ  ।

(୫) ରାଜସ୍ୱ  ଉଚ୍ଚକର୍ମଚାରୀ  , [ଉପ  କୃଷକ  କିମ୍ବା ଉପ – ରୟତ୍  କିମ୍ବା  ଉତ୍ତରାଧିକାରୀ ] ଙ୍କ  ଦ୍ଵାରା , ଧାର୍ଯ୍ୟ  ଫର୍ମ  ଏବଂ  ପଦ୍ଧତିରେ , ସେ ସଂବନ୍ଧରେ   ପ୍ରଦତ୍ତ  ଆବେଦନପାତ୍ର  ଉପରେ , ଯେଉଁ  ସ୍ଥଳରେ  ଯେପରି  ପ୍ରଯୋଗନୀୟ  , ଏବଂ ଯେପରି  ଉପ- ଦଫା  (୧)ର ଧାରା  (୧)ରେ  ଉଲ୍ଲେଖିତ  ଏହି ଆଇନ୍ ର ପ୍ରଚଳନରୁ   ନବେଦିନ   ମଧ୍ୟରେ   କିମ୍ବା  ୩୦ ଦିନରୁ  ଅଧିକ  ନୁହେଁ  ଅଧିକ  ସମୟ  ମଧ୍ୟରେ  ପ୍ରଦାନ  କରାଯାଇଥାଏ , ପରି  ଆବଶ୍ୟକ  ତଦନ୍ତ  ପରେ  ଆଦେଶ  ଦ୍ଵାରା  ଘୋଷଣା  କରିବେ  ଯେ ,  ଏପରି  ଉପ –କୃଷକ କିମ୍ବା  ଉପ-ରୟତ୍ [ ଉତ୍ତରାଧିକାରୀ , ଉକ୍ତ ଧାରାରେ  ଉଲ୍ଲେଖିତ  ଜମି ସଂବନ୍ଧରେ   ଆଦେଶ   ତାରିଖରେ  ପରବର୍ତ୍ତୀ  ବର୍ଷର ପ୍ରାରମ୍ଭରୁ , ଜଣେ  ରୟତ୍  ହେବେ  ]

[ ଉଲ୍ଲେଖ ଥାଉ  ଯେ , ଏପରି  କୌଣସି  ଉପ- କୃଷକ   କିମ୍ବା  ଉପ –ରୟତ୍ , ଯେକି  ଉକ୍ତ  ସମୟ  ମଧ୍ୟରେ  ଆବେଦନପତ୍ର  ପ୍ରଦାନ  କରିବାରେ  ଅକୃତିକାର୍ଯ୍ୟ  ହୋଇଛନ୍ତି  ହୋଇଛନ୍ତି  , ସେ , ଓଡିଶା  ଭୂ-ସଂସ୍କାର  (ସଂଶୋଧନ ) ଆଇନ୍ , ୧୯୬୬  (ଆଇନ୍ ସଂଖ୍ୟା  ୮/୧୯୬୭)ର ପ୍ରାରମ୍ଭ  ତାରିଖରୁ  ନବେ ଦିନ ମଧ୍ୟରେ  , ଏପରି  ଆବେଦନପତ୍ର  ପ୍ରଦାନ  କରିପାରିବେ ;

ଆହୁରି  ଉଲ୍ଲେଖ ଥାଉ ଯେ ,  ଏପରି  କୌଣସି  ଉପ – କୃଷକ  କିମ୍ବା  ଉପ-ରୟତ୍ , ଯେକି  ଉପ-ଦଫାରେ   ଧାର୍ଯ୍ୟ  ସମୟ  ମଧ୍ୟରେ  ଏପରି  ଆବେଦନପତ୍ର  ଦେବାରେ  ଅକୃତିକାର୍ଯ୍ୟ  ହୋଇଛନ୍ତି  ସେ ଓଡିଶା  ଭୂ – ସଂସ୍କାର  (ସଂଶୋଧାନ ) ଆଇନ୍ , ୧୯୭୩ (ରାଷ୍ଟ୍ରପତି  ଆଇନ୍ , ୧୭/୧୯୭୩ ) ର ପ୍ରଚଳନ  ଠାରୁ  ଦୁଇ ବର୍ଷ  ମଧ୍ୟରେ  , ଏକ  ଆବେଦନ   ପତ୍ର  ପ୍ରଦାନ  କରିପାରିବେ ;

[ ଆହୁରି  ଉଲ୍ଲେଖ ଥାଉ ଯେ , ଉପରୋକ୍ତ  ତାରିଖ  ପୂର୍ବରୁ  ଏବଂ ଏହି  ପୂର୍ବରୁ   ଏବଂ ଏହି  ଉପ-ଦଫାରେ  ଧାର୍ଯ୍ୟ  ସମୟର ସମାପ୍ତି  ପରେ   ପ୍ରଦାନ  କରାଯାଇଥିବା   ଏପରି କୌଣସି  ଆବେଦନପତ୍ରକୁ  ସମସ୍ତ ଉଦ୍ଦେଶ୍ୟ  ନିମନ୍ତେ   ତମାଦି  ସମୟ  ମଧ୍ୟରେ ଦାଖଲ  କରାଯାଇଥିବା  କୌଣସି   ଆବେଦନପତ୍ର   ଭାବେ  ବିବେଚନା  କରାଯିବ   । ]

[ ଆହୁରି ଉଲ୍ଲେଖ  ଥାଉ ଯେ , ଏହି ଉପ – ଦଫା  ଅନୁଯାୟୀ ହୌଣସି  ଆବେଦନପତ୍ର   ପ୍ରଦାନ  କରାଯିବ  -

(କ) କୌଣସି  ଉପ – କୃଷକ  ଏବଂ ଉପ – ରୟତଙ୍କ  କ୍ଷେତ୍ରରେ , ଯାହାଙ୍କୁ  ୧୯୬୫ ମସିହା  ଅକ୍ଟୋବର  ୧ ତାରିଖରେ  କିମ୍ବା ପରେ , ଓଡିଶା  ଭୂ –ସଂସ୍କାର  (ଦ୍ଵିତୀୟ ସଂଶୋଧନ) ଆଇନ୍ , ୧୯୭୫ ର  ପ୍ରଚଳନ  ତାରିଖରୁ  ଦୁଇବର୍ଷ  ମଧ୍ୟରେ  କିମ୍ବା  କ୍ଷତିୟାନ୍ ର ପ୍ରକାଶନ  ତାରିଖରେ ; ଜନ୍ମ  ମଧ୍ୟରୁ  ଯେଉଁଟି   ପରେ  ହୋଇଥିବ ; ଏବଂ

(ଖ) କୌଣସି  ନଥିଭୁକ୍ତ   ଉପ-କୃଷକ  କିମ୍ବା  ନଥିଭୁକ୍ତ  ଉପ-ରୟତର  ଉତ୍ତରାଧିକାରୀ   କ୍ଷେତ୍ରରେ  ଉକ୍ତ  ଆଇନ୍ ର  ପ୍ରଚଳନ   ତାରିଖରୁ  ଦୁଇବର୍ଷ   ମଧ୍ୟରେ  କିମ୍ବା   ଉପ-କୃଷକ   କିମ୍ବା  ଉପ- ରୟତ  ହେବା   ତାରିଖରୁ , ତନ୍ମ ମଧ୍ୟରୁ  ଯେଉଁଟି  ପରେ  ହୋଇଥିବ   । ]

[(୬) ଉପ-ଦଫା (୫) ଅନୁଯାୟୀ   କୌଣସି ଆଦେଶ  ପ୍ରଦାନ  କରିବା  ସମୟରେ  ରାଜାସ୍ଵ ଉଚ୍ଚାକର୍ମଚାରୀ   ସେହି  ଜମି ସଂବନ୍ଧରେ   କ୍ଷତିପୂରଣ   ସ୍ଥିର   କରିବେ , ଯାହାକି  ଜମିର  ଏକ  ଷ୍ଟାଣ୍ଡାର୍ଡ   ଏକର  ନିମନ୍ତେ  ଆଠଶହ  ହାରରେ   ଗଣନା  କିମ୍ବା  ହିସାବ  କରାଯାଇ  ସ୍ଥିର  କରାଯିବ , ଯାହାକି  ଉପ-କୃଷକ  , ଉପ-ରୟତ  କିମ୍ବା  ତାଙ୍କ  ଉତ୍ତରାଧିକାରୀଙ୍କ   ଦ୍ଵାରା  ଉକ୍ତ  ବ୍ୟକ୍ତିଙ୍କୁ   ପ୍ରଦାନ  କରାଯିବ  (ଯେକି  ସରକାର  କିମ୍ବା   ଜମିଧାରଣକାରୀ  ହୋଇନଥିବେ   ଯାହାଙ୍କ   ଅଧୀନରେ  ପୂର୍ବରୁ  ଏପରି  ଜମି   ଧାରିତ   ହୋଇଥିଲା  ଏବଂ ରାଜସ୍ୱ  ଉଚ୍ଚାକର୍ମଚାରୀ  ଏପରି  କ୍ଷତିପୁରଣକୁ , ସେଥିପ୍ରତି  ହକ୍ ଦାର ବ୍ୟକ୍ତିଙ୍କ   ବିତରଣ  କରିବେ   ।

(୭) ଉପ-ଦଫା  (୬) ଅନୁଯାୟୀ  ସ୍ଥିର  କରାଯାଇଥିବା   କ୍ଷତିପୂରଣ  , ଏପରି  ତାରିଖରେ  ପାଞ୍ଚୋଟି  କିସ୍ତିରେ , ଧାର୍ଯ୍ୟ   ପଦ୍ଧତି   ଅନୁଯାୟୀ  ଦେୟ  ହେବ , ଯେପରି  ରାଜସ୍ୱ   ଉଚ୍ଚାକର୍ମଚାରୀ   ଧାର୍ଯ୍ୟ  କିମ୍ବା   ସ୍ଥିର   କରିବେ  ।

(୮) କ୍ଷତିପୂରଣ   ରାଶି  କିମ୍ବା  ତା’ର କୌଣସି  ଅଂଶ  ଯାହା   ଦେୟ  ହୋଇନଥାଏ , ତାହା  ପାଇବା  ନିମନ୍ତେ  ହକ୍ ଦାର  ବ୍ୟକ୍ତିଙ୍କର  ରାଜସ୍ୱ  ଉଚ୍ଚାକର୍ମଚାରୀଙ୍କୁ   ଆବେଦନ   ଉପରେ   ବକେୟା  ଭୂମି – ଖଜଣା  ଭାବେ  ଉଦ୍ଧାରନୀୟ  ହେବ   ।

(୮-କ) ଉପ-ଦଫା (୬) ସହିତ  ସମନ୍ଵୟ  ରକ୍ଷାକରି , କ୍ଷତିପୂରଣ   ରାଶି  ଗ୍ରହଣ   କରିବା  ନିମନ୍ତେ  ହକ୍ ଦାର  ସମସ୍ତ  ବ୍ୟକ୍ତିଙ୍କ   ଅଧିକାର , ଉପ- ଦଫା  (୫) ଅନୁଯାୟୀ  ରୟତି  ଅଧିକାରର  ପ୍ରଦାନ  ତାରିଖରୁ  ନିର୍ବାପିତ   ହେବ  ଏବଂ  ଉପ-କୃଷକ , ଉପ-ରୟତି  କିମ୍ବା  ଉତ୍ତରାଧିକାରୀ , ଯେଉଁ  ସ୍ଥଳରେ   ଯେପରି   ପ୍ରୟୋଗନିୟ , ରାଜସ୍ୱ  ଉଚ୍ଚାକର୍ମଚାରୀଙ୍କ  ଦ୍ଵାରା   ଧାର୍ଯ୍ୟ   କରାଯାଇଥିବା  ଉଚିତ୍  ଖଜଣା  ସରକାର  କିମ୍ବା  ଉକ୍ତ  ବ୍ୟକ୍ତିଙ୍କୁ   ପ୍ରଦାନ   କରିବେ , ଯାହାଙ୍କ  ଅଧୀନରେ , ଏପରି  ନିର୍ବାପିତ  ଫଳରେ  ଧାରଣ  କରାଯାଇଛି   ।

(୮- ‘କ’ )  ରାଜସ୍ୱ  ଉଚ୍ଚାକର୍ମଚାରୀ , ନିଜ  ମନକୁ  ମନ , ଉପ-ଦଫା (୨)ଅନୁଯାୟୀ  କୌଣସି   ଆବେଦନପତ୍ର   ପ୍ରଦାନ   କରିବା  ନିମନ୍ତେ   ଅନୁମୋଦନ  ସମୟ  ମଧ୍ୟରେ  କିମ୍ବା  ଉପ-ଦଫା  (୫) ଅନୁଯାୟୀ , ଏପାର  ସମସ୍ତ  କାର୍ଯ୍ୟାନୁଷ୍ଠାନ  ଏପରିଭାବେ   ଗ୍ରହଣ  କରିବେ , ଯେପରି  ଉପ-ଦଫା  (୨) ରୁ  (୮-କ) ରେ  ବ୍ୟବସ୍ଥାୟିତ  ହୋଇଛି ; ଉକ୍ତ  ବ୍ୟକ୍ତି   କିମ୍ବା  ତାଙ୍କ  ଉତ୍ତରାଧିକାରୀଙ୍କୁ  ଏପରି  ଘୋଷଣା   କରିବେ , ଯେପରି   ଉପଦଫାର  ପଟ୍ଟାସୂତ୍ରେ (ଜ) ଏବଂ  (ଝ) ରେ  ଉଲ୍ଲେଖିତ    ।

(କ)   ଏହି ଆଇନ୍ ର  ପ୍ରାରମ୍ଭ  ତାରିଖରୁ , କୌଣସି  ଜମିଦାର , ତାଙ୍କ  ରାୟତଠାରୁ   ଉଚିତ୍  ଖଜଣାଠାରୁ   ଅଧିକ  ଖଜଣା  ଆଦାୟ  କରିବା   ନିମନ୍ତେ  ହକ୍ ଦାର  ହେବେ   ନାହିଂ  ଏବଂ ଯେଉଁ  ସ୍ଥଳରେ , କୌଣସି  କ୍ଷେତ୍ରରେ , ଖଜଣା  ଆକାର  ପ୍ରକାରରେ  ପ୍ରଦାବନା  କରାଯାଇଥାଏ  , ସେପରିସ୍ଥଳେ , ଇଚ୍ଛୁକ  କୌଣସି  ପକ୍ଷର  ଆବେଦନପତ୍ର   ଉପରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଧାର୍ଯ୍ୟ  ପଦ୍ଧତିରେ   ଉପଯୁକ୍ତ  ଖଜଣା  ସ୍ଥିର  କରିବେ   ଏବଂ  ଏପରି   ସ୍ଥିରୀକରଣର   ସ୍ଥଗିତାବସ୍ଥାରେ , ଦେୟ  ଖଜଣା , ମୋଟ  ଉତ୍ପାଦନର  ଏକ  ଅଷ୍ଟମାସ  ଠାରୁ   କିମ୍ବା  ତା’ର  ସମାନତା   ଠାରୁ  ଅଧିକ  ହେବ ନାହିଂ   ।

୫. ରାୟତମାନଙ୍କର  ବିଦ୍ୟମାନ ଅଧିକାର  ପ୍ରଭାବିତ   ହେବ  ନାହିଂ :-  ସନ୍ଦେହର  ଅପସାରଣ   ନିମନ୍ତେ  ଏତତ୍ ଦ୍ଵାରା  ଘୋଷଣା  କରାଯାଉଛି  ଯେ , ଏହି ଆଇନ୍ ରେ  ଅନ୍ୟଥା  ବ୍ୟବସ୍ଥାୟିତ  ବ୍ୟତୀତ, କୌଣସି  ବ୍ୟକ୍ତି  ଦ୍ଵାରା  କୌଣସି   ଅଞ୍ଚଳରେ  ଧାରୀତ  ଜମିରେ  ଅଧିକାର , ଯେକି   ଏହି  ଆଇନ୍ ର   ଅର୍ଥାନୁଯାୟୀ   ଜେନ  ରୟତ  ଅଟନ୍ତି , ତାଙ୍କ   ଅଧିକାର   ଅଧିକନ୍ତୁ , ଏପରି   ଅଧିକାର  ନିମନ୍ତେ  ହକ୍ ଦାର  ହେବେ   ।

ଟିପ୍ପଣୀ

ଏପରିକି  ଅନ୍ତର୍ନିହିତ   ଭାବେ   ଆଇନ୍ ର  ଉକ୍ତି କିମ୍ବା  ବ୍ୟବସ୍ଥା  ସହ  କୌଣସି   ଧିକାର  ଯଦି  ବିପରୀତ   ହୋଇନଥାଏ , ସେପରିସ୍ଥଳେ   ଆଇନ୍  ଅନୁଯାୟୀ  ତା’ର  ଅଧିକାର  ଅଧିକନ୍ତୁ , ଉକ୍ତ  ଅଧିକାର  ରହିବ  ।

୬. ରୟତମାନଙ୍କର  ଅଧିକାର  ଏବଂ  ହସ୍ତାନ୍ତରଣ  ଉପରେ   ନିଷେଧତା :- (୧) ଏପରିଭାବେ  ତାଙ୍କ  ଦ୍ଵାରା  ଧାରୀତ  କୌଣସି  ଜମିରେ , କୌଣସି   ରୟତର  ଅଧିକାର  ସ୍ଥାୟୀ , ବଂଶାନୁଗତିକ  ଏବଂ  ହସ୍ତାନ୍ତରଣୀୟ  ହେବ   ।

(୨) ଉପ-ଦଫା  (୧) ରେ  କୌଣସି  ବ୍ୟବସ୍ଥା  ସତ୍ବେ , ମାତ୍ର  ଉପ-ଦଫା  (୩) ର  ବ୍ୟବସ୍ଥାବଳୀର   ନିୟନ୍ତ୍ରଣାଧୀନରେ  କୌଣସି  ରୟତଙ୍କ  ଦ୍ଵାରା  ଧାରୀତ  ଜମିର  ପଟ୍ଟା  ଦ୍ଵାରା  ଏହି ଆଇନ୍ ର   ପ୍ରାରମ୍ଭ  ପରେ  ହସ୍ତାନ୍ତରଣ , ଅବୈଧ  ଆଏବ୍ମ  ଅକାର୍ଯ୍ୟକାରୀ   ହେବ   ।

(୩)  କୌଣସି   କୃଷକଙ୍କୁ , ତାଙ୍କ  ଜମି ପଟ୍ଟାସୂତ୍ରେ  ପ୍ରଦାନ  କରିବାରେ , ଅକ୍ଷମତା  ଅଧିନରେ  ଥିବା  କୌଣସି  ରୟତ  କିମ୍ବା  ସୁବିଧାୟିତ  ଅବସ୍ଥାରେ   ଥିବା  କୌଣସି  ରୟତ   ନିମନ୍ତେ   ଆଇନ୍  ସମ୍ମତ  ହେବ   ।

[୬-‘ କ ’ – ସରକାରଙ୍କ  ଦ୍ଵାରା  କିମ୍ବା  ବନ୍ଦୋବସ୍ତ  ଜମିର  ହସ୍ତାନ୍ତରଣ   ଉପରେ   ଅସ୍ଥାୟୀ   ରୋକ୍  କିମ୍ବା  ପ୍ରତିବନ୍ଧକ  : -  ଉପ-ଦଫା  (୧) ରେ  ଧାରୀତ  କୌଣସି ବ୍ୟବସ୍ଥା  ସତ୍ବେ , ମାତ୍ର  ଉପ-ଦଫା  (୩) ର  ବ୍ୟବସ୍ଥାବଳୀର   ନିୟନ୍ତ୍ରଣାଧୀନରେ , କୌଣସି  ରୟତ  ଦ୍ଵାରା  କୌଣସି  ଜମିର  ହସ୍ତାନ୍ତରଣ , ଯାହାକି  ସରକାରଙ୍କ  ଦ୍ଵାରା  କୌଣସି  ସ୍ଥାୟୀ  ପଟ୍ଟା  ଅନୁଯାୟୀ  କୃଷି   ଉଦ୍ଦେଶ୍ୟ  ନିମନ୍ତେ   ତାଙ୍କ  ସହ  ବନ୍ଦୋବସ୍ତ   କରାଯାଇଥାଏ   ତାହା  କୌଣସି  ରୟତଙ୍କ  ଦ୍ଵାରା  ଅଷ୍ଟାନ୍ତରଣ  , [ ଯଦି ଏପରି ହସ୍ତାନ୍ତରଣ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ପଟ୍ଟା   ଲିଖିତ  ଅନୁମତି   ଗ୍ରହଣ   ବିନା , ଏପରି  ବନ୍ଦୋବସ୍ତ   ତାରିଖରୁ   ଦଶବର୍ଷ  ମଧ୍ୟରେ  କରାଯାଏ , ତାହା  ଅବୈଧ   ହେବ   ।

(୨)  ଉପରୋକ୍ତ  ଅନୁଯାୟୀ , ଏପରି  କୌଣସି  ରୟତ   ଦ୍ଵାରା କୌଣସି  ଅଧିକାର  , ସତ୍ବେ  କିମ୍ବା  ସ୍ଵାର୍ଥ  , ଯଦି  ସେ  ସଂବନ୍ଧରେ  ରାଜସ୍ଵ   ଉଚ୍ଚକର୍ମଚାରୀଙ୍କ   ଦ୍ଵାରା  ଲିଖିତଭାବେ   ଯଦି  ଅନୁମତି   ପ୍ରଦାନ   କରାନଯାଏ , ସେପରିସ୍ଥଳେ  ଏପରି   ରୟତ୍  ବିରୁଦ୍ଧରେ  ପ୍ରଦାନ  କରାଯାଇଥିବା  କୌଣସି  ‘ ଅର୍ଥ  ଡିକ୍ରି ’ ର  ସଂପାଦନରେ  କ୍ରୋକ୍   କରାଯିବ  ଏବଂ  ବିକ୍ରି   କରାଯିବ   ।

(୩)  ସେତେବେଳେ   ବଳବତ୍ତର  ଥିବା  ଅନ୍ୟ  କୌଣସି   ଆଇନ୍ ରେ   ଧାରୀତ  କୌଣସି   ବ୍ୟବସ୍ଥା   ସତ୍ବେ , ନିବନ୍ଧନ  ଆଇନ୍ , ୧୯୦୮  (୧୬/୧୯୦୮) ର  ଦଫା  ୧୭ ର   ଇଉପିଏ-ଦଫା  (ଆଇ) ର  ଧାରା  (ଙ) ର  ବ୍ୟବସ୍ଥାବଳୀ  ଅନୁଯାୟୀ , ଉପ- ଦଫା  (୧) ରେ  ଧାର୍ଯ୍ୟ  ସମୟ   ମଧ୍ୟରେ   ଏପରି   କୌଣସି  ଜମିର  ହସ୍ତାନ୍ତରଣ  ଉଦ୍ଦେଶିତ  ଥାଏ  , ସେପରିସ୍ଥଳେ ,  ଉକ୍ତ  ଆଇନ୍  ଅନୁଯାୟୀ  ନିଯୁକ୍ତ  କୌଣସି   ନିବନ୍ଧନ  ଅଧିକାରୀ , ଏପରି  କୌଣସି   ଦଳିଲ୍ କୁ  ନିବନ୍ଧନ  କରିବେ  ନାହିଂ , ଯଦି ଏପରି  ହସ୍ତାନ୍ତରଣ   ନିମନ୍ତେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ   ଲିଖିତ   ଅନୁମତି   ଏପରି   ଦଳିଲ୍  ସହ  ସଂଯୁକ୍ତ   କରାନଯାଏ   ।

(୪) ଉପ-ଦଫା  (୧) କିମ୍ବା  ଉପ-ଦଫା  (୩) ର  କୌଣସି   ବ୍ୟବସ୍ଥା , ବନ୍ଧକ  ଦ୍ଵାରା  କୌଣସି  ସୂଚୀତ  ବ୍ୟାଙ୍କ୍ ସପକ୍ଷରେ   ସଂପାଦନ  କରାଯାଇଥାଏ  , କିମ୍ବା  ଅନ୍ୟ  କୌଣସି   ବ୍ୟାଙ୍କ୍  ସପକ୍ଷରେ   ଏପରି   କରାଯାଇଥାଏ  , ଯେଉଁଥିପ୍ରତି  ଓଡିଶା ସମବାୟ ସମିତି  ଆଇନ୍  ୧୯୬୨ ( ୨/୧୯୬୩ ) ପ୍ରୟୋଗନୀୟ  ଅଟେ , ପ୍ରୟୋଗ  ହେବ  ନାହିଂ   । ଉପ-ଦଫା  (୨) ରେ  ଥିବା   କୌଣସି  ବ୍ୟବସ୍ଥା , ଏପରି  ବ୍ୟାଙ୍କ୍  ଦ୍ଵାରା   ଗୃହିତ  କୌଣସି  ‘ ଅର୍ଥ ଡିକ୍ରୀ’ ପ୍ରତି  ପ୍ରୟୋଗ  ହେବ  ନାହିଂ   । ]

ଟିପ୍ପଣୀ

ସରକାରଙ୍କ  ଠାରୁ  ସ୍ଥାୟୀ  ପଟ୍ଟା  ଅନୁଯାୟୀ , କୃଷି  ଉଦ୍ଦେଶ୍ୟ   ନିମନ୍ତେ , କୌଣସି  ରୟତ୍  ସହିତ  ବନ୍ଦୋବସ୍ତ  ତାରିଖରୁ  ଦଶବର୍ଷ  ପର୍ଯ୍ୟନ୍ତ   ପ୍ରତିବନ୍ଧିତ  କରାଯାଇଛି  , କେବଳ  ଏହି  ବିଷୟ   ବ୍ୟତୀତ  ଯେ , ରାଜସ୍ୱ  ଅଧିକାରୀଙ୍କ  ପୂର୍ବାନୁମତି  ଲିଖିତଭାବେ , ଉପ-ଦଫା  (୩) ଅନୁଯାୟୀ  ନିବନ୍ଧନ  ନିମନ୍ତେ   ଦଳିଲ୍  ସହିତ  ସଂଯୋଗ  କରାନଯାଏ , ଏବଂ  ତାହା  ଏକ  ବ୍ୟତିକ୍ରମ  ଅଟେ ,  ଯାହାକି  ଏହି  ଆଇନ୍ ରେ   ବ୍ୟବସ୍ଥାୟୀତ  କରାଯାଇଛି    ।

୭. ଅଣ – ହସ୍ତାନ୍ତରଣୀୟ ଏବଂ କୃଷକମାନଙ୍କର  ଅଧିକାର  ଏବଂ  ଦାୟିତ୍ଵର  ସଂରକ୍ଷଣ : - [(୧)  ଏପରିଭାବେ  ତାଙ୍କ  ଦ୍ଵାରା  ଧାରୀତ  କୌଣସି   ଜମିରେ , କୌଣସି   କୃଷକର  ଅଧିକାର ବଂଶାନୁଗତିକ  ଅଟେ , ମାତ୍ର  ହସ୍ତାନ୍ତରଣୀୟ  ନୁହେଁ  । ]

(୨) [ଏହି  ଆଇନ୍ ରେ  ଅନ୍ୟଥା  ବ୍ୟବସ୍ଥାୟୀତ ବ୍ୟତୀତ : -

(କ) ଓଡିଶା  ଭୂ  -ସଂସ୍କାର  (ସଂଶୋଧନ) ଆଇନ୍ , ୧୯୭୩  (ରାଷ୍ଟ୍ରପତିଙ୍କ   ଆଇନ୍  ସଂଖ୍ୟା  ୧୭/୧୯୭୩ ) ର ପ୍ରଚଳନ  ସମୟରେ , କୌଣସି  ଜମିର  ବୈଧ  କର୍ଷଣରେ  ଥିବା   କୌଣସି  କୃଷକ , ତାପରେ   କୌଣସି  ସମୟରେ , ଜମିଦାରଙ୍କ   ଦ୍ଵାରା  ଏପରି  ଜମିରୁ  ଉଚ୍ଛେଦ  ହେବା   ନିମନ୍ତେ  ଦାୟୀ  ହେବେ  ନାହିଁ   ।

(ଖ) ଦଫା  ୧୩ ରେ  ଧାର୍ଯ୍ୟ  ହାର  ଅପେକ୍ଷା  ଅଧିକ  ହାରରେ  ଖଜଣା  ପ୍ରଦାନ  କରିବା  ନିମନ୍ତେ   ଏପରି  କୌଣସି  କୃଷକ   ବାଧ୍ୟ  ହେବେ  ନାହିଂ ; ଏବଂ

(ଗ)  ଓଡିଆ  ଭୂ – ସଂସ୍କାର  (ସଂଶୋଧନ) ଆଇନ୍ , ୧୯୭୩  (ରାଷ୍ଟ୍ରପତିଙ୍କ   ଆଇନ୍  ସଂଖ୍ୟା  ୧୭/୧୯୭୩ ) ର ପ୍ରଚଳନ  ସମୟରେ   କୌଣସି  ଜମିରେ  ବୈଧ  ଭାବେ  ଚାଷ  କରୁଥିବା  କୌଣସି  କୃଷକର   ଅଧିକାର , ଉପକାର , ସୁରକ୍ଷା , ସୁବିଧା କିମ୍ବା  ଦାୟିତ୍ଵ , ଯେଉଁ  ସ୍ଥଳରେ  ଏପରି   ପ୍ରାରମ୍ଭର  ଠିକ୍  ପୂର୍ବରୁ  ସ୍ଥିତ  ଥାଏ , ତାହା  କୌଣସିଭାବ  ସଂଶୋଧନ   କିମ୍ବା  ନିର୍ବାପନ  କିମ୍ବା  ସମାପ୍ତ   କରାଯାଇପାରିବ  ନାହିଂ   ।

୮. ରୟତର  ଉଚ୍ଛେଦ : -  (୧) ଏହି  ଆଇନ୍ ର  ଅନ୍ୟାନ୍ୟ ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ  ଏବଂ କୌଣସି ଚୁକ୍ତି , ପ୍ରଥା   କିମ୍ବା  ବ୍ୟବହାର   କିମ୍ବା  କୌଣସି  ନ୍ୟାୟାଳୟଙ୍କ  ଡିକ୍ରୀ  କିମ୍ବା  ଆଦେଶ  ସତ୍ବେ , କୌଣସି  ରୟତ ଉଚ୍ଛେଦ  ନିମନ୍ତେ  ଦାୟୀ  ରହିବ , ଯଦି ସେ  : -

(କ) ତା’ର  ‘ ହୋଲ୍ ଡିଙ୍ଗ ’ ରେ  ସ୍ଥିତ  ଜମିକୁ  ଏପରି  ଭାବେ  ବ୍ୟବହାର   କରେ  ଯେ  ତାହା  କୃଷି  ଉଦ୍ଦେଶ୍ୟ  ନିମନ୍ତେ  ଅନୁପଯୁକ୍ତ  ହୁଏ ; କିମ୍ବା

(ଖ) ଦଫା  ୬ ର  ବ୍ୟବସ୍ଥାବଳୀର  ଉଲ୍ଲଘଂନରେ   ଉକ୍ତ   ଜମିକୁ  ପଟ୍ଟାସୂତ୍ରେ   ପ୍ରଦାନ  କରେ  କିମ୍ବା  ବ୍ୟକ୍ତିଗତ   ଭାବେ , ଉକ୍ତ  ଜମିକୁ  ଚାଷ  କରେ  ନାହିଂ ; କିମ୍ବା

(ଗ) କୃଷି  ବ୍ୟତୀତ , ଅନ୍ୟ  କୌଣସି  ଉଦ୍ଦେଶ୍ୟରେ , ଉକ୍ତ  ଜମିକୁ  ବ୍ୟବହାର  କରେ   ।

ସ୍ପଷ୍ଟିକରଣ : - ଅନ୍ୟାନ୍ୟ  ସମସ୍ତ  ଆବଶ୍ୟକ   ବାହ୍ୟ  ଗୃହ  ସହିତ , ରୟତ୍  ଏବଂ  ତା’ର  ପରିବାର   ସଦସ୍ୟମାନଙ୍କ   ନିମନ୍ତେ   କୌଣସି ବସବାସ  ଗୃହର  ନିର୍ମାଣକୁ , କୃଷି  ଉଦ୍ଦେଶ୍ୟ  ନିମନ୍ତେ  ବୋଲି  ଧରାଯିବ  ।

(୨) ଉପ-ଦଫା  (୧) ଅନୁଯାୟୀ , ଉଚ୍ଛେଦ  ନିମନ୍ତେ  ଦାୟୀ  କୌଣସି  ରୟତ୍  ଜମିଦାରଙ୍କ  ଠାରୁ  ତିନିମାସିଆ  ଲିଖିତ  ସୂଚନା  ପାଇବା   ନିମନ୍ତେ  ହକ୍ ଦାର   ଅଟେ , ଯେଉଁଥିରେ   ଏପରି   ଉଚ୍ଛେଦ   କରିବା  ଉଦ୍ଦେଶ୍ୟ  ଏବଂ  ତା’ର  କାରଣ  ଉଲ୍ଲେଖ  ଥିବ ;

ଉଲ୍ଲେଖ  ଥାଉ ଯେ , ଉପ-ଦଫା  (୧) ର ଧାରା  (କ) ରେ  ଧାର୍ଯ୍ୟ  କାରଣ  ଉପରେ , ଏପରି  ଉଚ୍ଛେଦ  ପ୍ରଭାବିତ  ହେବ  ନାହିଂ , ଯଦି  ଉକ୍ତ  ରୟତ୍ , ଏପରି  ସୂଚନା  ଜାରୀ   ତାରିଖରୁ   ଏକବର୍ଷ  ମଧ୍ୟରେ , ଉକ୍ତ  ଜମିକୁ  ଏପରି   ସ୍ଥିତିକୁ   ନଆଣନ୍ତି , ଯାହାକି  ଉକ୍ତ  ଜମିକୁ  କୃଷି   ନିମନ୍ତେ  ଉପଯୁକ୍ତ  କରିଥାଏ    ।

[୮- ‘ କ ’ – କୃଷି  ବ୍ୟତୀତ , ଅନ୍ୟ  ଉଦ୍ଦେଶ୍ୟ   ନିମନ୍ତେ , କୃଷି  ଜମିର ପରିବର୍ତ୍ତନ : - (୧) ଦଫା ୮ ରେ  ଧାରୀତ  କୌଣସି  ବିଷୟ  ସତ୍ବେ  : -

(କ) କ୍ଷମତାୟୀତ  ଅଧିକାରୀ , ଯେଉଁ  ସ୍ଥଳରେ   କୃଷି   ବ୍ୟତୀତ  ଅନ୍ୟ  ଉଦ୍ଦେଶ୍ୟରେ , ତାଙ୍କା  ହୋଇଥିବା  କୌଣସି  କୃଷି  ଜମିର   ବ୍ୟବହାରକୁ   ପରିବର୍ତ୍ତନ  କରିବା  ନିମନ୍ତେ , ଧାର୍ଯ୍ୟ  ଫର୍ମରେ  ତାଙ୍କୁ  ପ୍ରଦାନ  କରାଯାଇଥିବା  ଏପରି  କୌଣସି  ଆବେଦନପତ୍ର  ପାଆନ୍ତି ; ସେପରିସ୍ଥଳେ  ସେ  ତାଙ୍କୁ  ଏପରି  ପରିବର୍ତ୍ତନ  ନିମନ୍ତେ  ଅନୁମୋଦନ   କରିବେ , ଯଦି  ସେ  ସନ୍ତୁଷ୍ଟ   ହୁଅନ୍ତି  ଯେ , ଏପରି  ପରିବର୍ତ୍ତନ  ଉଲ୍ଲଘଂନ  କରିବ  ନାହିଂ : -

(୧) କୌଣସି  ‘ ମାଷ୍ଟର  ପ୍ଲାନ୍ ’ ଉନ୍ନୟନ  ଯୋଜନା , ଉନ୍ନତିକରଣ  ଯୋଜନା  କିମ୍ବା   ସହର  ଉନ୍ନୟନ  ଯୋଜନା , ଯାହାକି  ଓଡିଶା  ‘ ବାଉନ୍ ପ୍ଲାନିଂ  ଉନ୍ନୟନ  ଟ୍ରଷ୍ଟ  ଆଇନ୍ , ୧୯୫୬ (ଓଡିଶା  ଆଇନ୍  ୧୦/୧୯୫୭ ) କିମ୍ବା  ଓଡିଶା  ଉନ୍ନୟନ  ଅଧିକାରୀ  ଆଇନ୍  ୧୪/୧୯୮୨  କିମ୍ବା  ସେତେବେଳେ   ବଳବତ୍ତର  ଥିବା  ଅନ୍ୟ  କୌଣସି  ଆଇନ୍  ଅନୁଯାୟୀ   ପ୍ରକାଶିତ  ଏବଂ ଯାହା  ଉକ୍ତ  ଜମି  ପ୍ରତି ପ୍ରୟୋଗନୀୟ  ଅଟେ ; ଏବଂ

(୨) ଅନ୍ୟ  କୌଣସି  ସର୍ତ୍ତ  କିମ୍ବା  ସର୍ତ୍ତାବଳୀ , ଯେପରି , ଏପରି  ପରିବର୍ତ୍ତନ  ନିମନ୍ତେ  ସଠିକ୍   ଘଟଣା  ବିଚାର   କରିବା  ନିମନ୍ତେ  ଧାର୍ଯ୍ୟ  କରାଯାଇପାରେ   ।

(ଖ) ପ୍ରତ୍ୟକ  କ୍ଷେତ୍ରରେ , ଯେଉଁ  ସ୍ଥଳରେ  କ୍ଷମତାୟୀତ  ଅଧିକାରୀ , ଧାରା (କ)  ଅନୁଯାୟୀ , କୌଣସି  କୃଷି  ଜମିର  ବ୍ୟବହାରକୁ  ପରିବର୍ତ୍ତନ  କରିବା  ନିମନ୍ତେ   ଅନୁମୋଦନ   କରନ୍ତି , ସେପରିସ୍ଥଳେ  ଏହା  ଧରାଯିବ  ଯେ , ଉକ୍ତ  ରୟତ୍ , ଉକ୍ତ  ଜମି  ସଂବନ୍ଧରେ  ତା’ର  ରୟତି  ଅଧିକାର , ସରକାରଙ୍କ  ସପକ୍ଷରେ  ସମର୍ପଣ  କରିଛି , ଏବଂ ତା  ପରେ  ଉକ୍ତ  ଜମିକୁ   ଏପରି  ସର୍ତ୍ତ  କିମ୍ବା  ସର୍ତ୍ତାବଳୀ  ସହ   ପଟ୍ଟା   ଭିତ୍ତିରେ  ସେହି  ବ୍ୟକ୍ତି  ସପକ୍ଷରେ   ବନ୍ଦୋବସ୍ତ   କରାଯିବ , ଯାହାର  ରୟତି  ଅଧିକାର  ଏପରି  ଏପରି  ସମର୍ପିତ  ବୋଲି  ଧରାଯାଇଥାଏ , ଏବଂ  ଏପରି  ବିଷୟର   ନିୟନ୍ତ୍ରଣାଧିନରେ  ଯେ , ସେ  ଏପରି   ଜମି  ନିମନ୍ତେ   ପ୍ରିମିୟମ   ଧାର୍ଯ୍ୟ   ପଦ୍ଧତିରେ , ସେହି  ତାରିଖରୁ  ପ୍ରଦାନ  କରିବେ , ଏବଂ ତାହା  ଉପ –ଦଫା  (୩) ରେ  ଧାର୍ଯ୍ୟ  ପଦ୍ଧତି  ଅନୁଯାୟୀ  ଗଣନା  କରାଯିବ  ଏବଂ  ଏପରି  ପ୍ରତ୍ୟକ   ବନ୍ଦୋବସ୍ତ  ଓଡିଶା  ସରକାର  ଜମି  ବନ୍ଦୋବସ୍ତ   ଆଇନ୍  ୩୩/ ୧୯୬୨ ଅନୁଯାୟୀ   କରାଯାଇଛି   ବୋଲି   ଧରାଯିବ  ।]

(ଗ) ଓଡିଶା  ଭୂ – ସଂସ୍କାର  (ସଂଶୋଧନ ) ଆଇନ୍ , ୧୯୯୩  ପ୍ରାରମ୍ଭ  ପୂର୍ବରୁ , ଯେଉଁ  ସ୍ଥଳରେ , କୃଷି  ଉଦ୍ଦେଶ୍ୟରେ  କୌଣସି  ଜମିକୁ   ପରିବର୍ତ୍ତନ  କରାଯାଇଥାଏ ; ସେପରି  ସ୍ଥଳେ  ଏହା  ଧରାଯିବା  ଯେ , ଉକ୍ତ  ରୟତ୍ ସରକାରଙ୍କ   ସପକ୍ଷରେ  ଉକ୍ତ  ଜମି  ସଂବନ୍ଧରେ  ରୟତି  ଅଧିକାର  ସମର୍ପଣ   କରିଛନ୍ତି  ଏବଂ  ଏପରି  ପ୍ରତ୍ୟକ୍  କ୍ଷେତ୍ରରେ , ଏପରି  ଜମି  ଓଡିଶା  ସରକାରୀ  ଜମି  ବନ୍ଦୋବସ୍ତ  ଆଇନ୍ ୩୩/୧୯୬୨  ଅନୁଯାୟୀ , ପଟ୍ଟା  ଭିତ୍ତିରେ  ସେହି ବ୍ୟକ୍ତି  ସହ  ବନ୍ଦୋବସ୍ତ  କରାଯାଇଛି , ଯାହାଙ୍କର   ରୟତି  ଅଧିକାର  ଏପରିଭାବେ  ସମର୍ପିତ   ବୋଲି  ଧରାଯାଇଛି , କିମ୍ବା  ଯେଉଁ ସ୍ଥଳରେ  ଏପରି  ରୟତ୍  ଦ୍ଵାରା  ଉକ୍ତ  ଜମି  ଅନ୍ୟ  କୌଣସି   ବ୍ୟକ୍ତିଙ୍କୁ  ହସ୍ତାନ୍ତରିତ   ହୋଇଥାଏ  , ଯାହାଙ୍କ  ସହ  ଏପରି  ଜମି  ବନ୍ଦୋବସ୍ତ  କରାଯାଇଛି ବୋଲି  ଧରାଯାଏ , ଏବଂ ସେ  ଉକ୍ତ  ଜମି  ସଂବନ୍ଧରେ , ଏପରି  ସମୟ  ମଧ୍ୟରେ ଏବଂ ଏପରିଭାବେ , ଏପରି  ହାରରେ  ପ୍ରିମିୟମ  ପ୍ରଦାନ  କରିବେ , ଯାହାକି , ଉପ-ଦଫା  (୩)  ରେ  ଧାର୍ଯ୍ୟ  ସେହି  ଶ୍ରେଣୀୟ  ଜମି  ସଂବନ୍ଧରେ  ଧାର୍ଯ୍ୟ  ପ୍ରିମିୟମର  ପଚାଶ  ପ୍ରତିଶତ   ସହ  ସମାନ   ହେବ  ;

ଉଲ୍ଲେଖ ଥାଉ  ଯେ , ଯଦି  ଏପରି  ଦେୟ  ପ୍ରିମିୟମ , ଧାର୍ଯ୍ୟ  ସମୟ  ମଧ୍ୟରେ  ପ୍ରଦାନ   କରାନଯାଏ ,ତାହାଲେ  ତାହା  ବକେୟା  ଭୂ – ରାଜସ୍ୱ   କିମ୍ବା  ଖଜଣା  ଭାବେ  ଆଦାୟ  କରାଯିବ   ।

(୨) ଉପ - ଦଫା  (୧) ର  ଧାରା (କ) ଅନୁଯାୟୀ , କ୍ଷମତାୟୀତ  ଅଧିକାରୀଙ୍କ  ଆଦେଶ   ଚୂଡାନ୍ତ  ହେବ ;

ଉଲ୍ଲେଖ  ଥାଉ ଯେ , ଉକ୍ତ  ଧାରା  ଅନୁଯାୟୀ  କୌଣସି  ପରିବର୍ତ୍ତନକୁ  ଅନୁମୋଦନ   ନିମନ୍ତେ  ପ୍ରତ୍ୟାଖ୍ୟାନ  ଆଦେଶ   ପ୍ରଦାନ   କରାଯିବ  ନାହିଂ , ଯଦି ସଂପୃକ୍ତ   ରୟତକୁ   ଏ ବିଷୟରେ   କୌଣସି   ଶୁଣାଣୀର  ସୁଯୋଗ  ପ୍ରଦାନ   କରାଯାଇ  ନାହିଂ  ।

(୩) ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍ , ୧୯୩୩  ର  ପ୍ରଚଳନ  ସମୟରେ  କିମ୍ବା  ପରେ  କୃଷି  ବ୍ୟତୀତ , ଅନ୍ୟ  ଉଦ୍ଦେଶ୍ୟରେ  ବ୍ୟବହାର  ନିମନ୍ତେ  ଏହାର  ପରିବର୍ତ୍ତନ , ରାଜ୍ୟର  ବିଭିନ୍ନ ସ୍ଥାନରେ  ଅବସ୍ଥିତ  କୃଷି  ଜମିର , ଏକର  ପ୍ରତି  ଦେୟ  ପ୍ରିମିୟମ  ହାର , ନିମ୍ନ  ପ୍ରକାର  ହେବ  : -

(୧) ପୌରପାଳିକା  ଅଂଚଳ  ମଧ୍ୟରେ  ଅବସ୍ଥିତ  ଜମି  କିମ୍ବା  ଏପରି ଜାତୀୟ  ରାଜପଥର  କୌଣସି ପାର୍ଶ୍ଵର ଦେଢ କିଲୋମିଟର କୌଣସି  ଅଂଚଳ ମଧ୍ୟରେ , ଯେପରି  ରାଜ୍ୟସରକାର , ବିଜ୍ଞପ୍ତି ଦ୍ଵାରା , ସମୟାନୁକ୍ରମେ ଧାର୍ଯ୍ୟ କରିପାରନ୍ତି   ।

ଟ. ୩,୦୦.୦୦୦ =୦୦

*୧. ଦଫା  ୮-‘କ’ ର  ଉପ-ଦଫା (୩)ର ଧାରା (୧) ଅନୁଯାୟୀ , ପୌରପାଳିକା  ଅଂଚଳ  ଆସେ   ।

ଭୁବନେଶ୍ଵର  ପୌରପାଳିକା  ନିଗମ , କଟକ ପୌରପାଳିକା  ନିଗମ , ସମ୍ବଲପୁର  ପୌରପାଳିକା , ବ୍ରହ୍ମପୁର  ପୌରପାଳିକା ରାଉରକେଲା ପୌରପାଳିକା  ଦ୍ଵାରା ଆବୃତ ଅଂଚଳ  ।

୨. ଏପରି ରାଜ୍ୟ-ରାଜପଥର  ଯେକୌଣସି ପାର୍ଶ୍ଵରେ ଏକ ଚତୁର୍ଥାଂଶ  କିଲୋମିଟର  ମଧ୍ୟରେ  କୌଣସି ଅଂଚଳ ମଧ୍ୟରେ  ଅବସ୍ଥିତ ଜମି , ଯେପରି  ରାଜ୍ୟ ସରକାର  ବିଜ୍ଞପ୍ତି  ଦ୍ଵାରା ସମୟାନୁକ୍ରମେ  ଧାର୍ଯ୍ୟ କରିପାରନ୍ତି

ଟ. ୧୦୦,୦୦୦=୦୦

(୩) ଧାରା (୧)ଏବଂ (୨)ରେ ଉଲ୍ଲେଖିତ କୌଣସି ଜମି  ବ୍ୟତୀତ ,ଓଡିଶା ସରକାରୀ ଜମି  ବନ୍ଦୋବସ୍ତ ନିୟମାବଳୀ, ୧୯୮୩ ଏବଂ  ଓଡିଶା  ସରକାରୀ  ଜମି ବନ୍ଦୋବସ୍ତ ଆଇନ୍ ୩୩/୧୯୬୨ ଅନୁଯାୟୀ , କୌଣସି  ପୌରପାଳିକା ଅଂଚଳ କିମ୍ବା  ବିଜ୍ଞାପିତ  ଅଂଚଳରେ  ଅବସ୍ଥିତ ଜମି

ଟ.୭୫,୦୦୦=୦୦

*୨ ଦଫା ୮- ‘କ’ ର ଉପ-ଦଫା (୩) ର  ଧାରା (୩) ଅନୁଯାୟୀ  ଆସୁଥିବା ଅଂଚଳ   ।

ଧାରା  (୧) ଅନୁଯାୟୀ  ପୌରପାଳିକା ଅଂଚଳ ବ୍ୟତୀତ , ପୌରପାଳିକା  ଏବଂ  ବିଜ୍ଞାପିତ ଅଂଚଳ ପରିଷଦ ଦ୍ଵାରା ଆବୃତ  ଅଂଚଳ

(୪)  ଧାରା (୧), (୨) ଏବଂ  (୩) ଦ୍ଵାରା ଆବୃତ କୌଣସି ଅଂଚଳ  ବ୍ୟତୀତ , ଏପରି  ଉନ୍ନୟନ ଅଞ୍ଚଳରେ ଅବସ୍ଥିତ ଜମି , ଯେପରି  ରାଜ୍ୟସରକାର , ବିଜ୍ଞପ୍ତି ଦ୍ଵାରା ସମୟାନୁକ୍ରମେ  ଧାର୍ଯ୍ୟ କରିପାରନ୍ତି   ।

ଟ. ୩୦,୦୦୦=୦୦

*୩ . ଦଫା ୮- ‘କ’ ର  ଉପ –ଦଫା  (୩) ର ଧାରା  (୪) ଅନୁଯାୟୀ  ଆସୁଥିବା ଅଂଚଳ   ।

ଉନ୍ନୟନ  ଯୋଜନା/ମାଷ୍ଟର ପ୍ଳାନ ଦ୍ଵାରା  ଆବୃତ ଅଂଚଳ  ମାତ୍ର ଯାହା  ପୌରପାଳିକା/ବିଜ୍ଞାପିତ  ଅଂଚଳ  ପରିଷଦ ବାହାରେ  ପଡେ   ।

ଅନ୍ୟାନ୍ୟ  ଅଞ୍ଚଳରେ  ପ୍ରିମିୟମ , ଉକ୍ତ ଆଇନ୍ ର ଦଫା ୮-‘କ’ ର ଉପ-ଦଫା (୩) ର  ଧାରା  (୫) ରେ  ଧାର୍ଯ୍ୟ ହାରରେ ଦେୟ  ହେବ   ।

 

(୫) ଧାରା (୧) , (୨) , (୩) ଏବଂ  (୪) ଦ୍ଵାରା  ଆବୃତ ହୋଇନଥିବା  ଅଞ୍ଚଳରେ ସ୍ଥିତଜମି

ଏପରି  ଜମିର  ବଜାର  ମୂଲ୍ୟର  ଶତକଡା ୫ ପ୍ରତିଶତ କିମ୍ବା ଟ.୧୦୦୦= ୦୦ ,ତନ୍ମଧ୍ୟରୁ  ଯେଉଁଟି  ବେଶୀ  ହୋଇଥାଏ  ।

ସ୍ପଷ୍ଟିକରଣ  : - ଏହି  ଉପ-ଦଫା  ଉଦ୍ଦେଶ୍ୟରେ : -

(କ) ‘ ପୌରପାଳିକା ଆଇନ୍ ’ ଅର୍ଥ , ଓଡିଶା  ପୌରପାଳିକା  ଆଇନ୍ , ୨୩/୧୯୫୦ ;

(ଖ) ‘ ପୌରପାଳିକା  ଅଂଚଳ ’ ଅର୍ଥ , ପୌରପାଳିକାରେ  ଅନ୍ତର୍ଭୁକ୍ତ  ଅଂଚଳ ; ଯାହାକି  ପୌରପାଳିକା  ଆଇନ୍ ଅନୁଯାୟୀ  ଗଠିତ ; ଏବଂ

(ଗ)‘ ବିଜ୍ଞାପିତ ଅଂଚଳ ’ ଅର୍ଥ , ପୌରପାଳିକା ଆଇନ୍ ର ଦଫା ୪୧୭- ‘କ’ ର ଅର୍ଥାନୁଯାୟୀ , କୌଣସି  ବିଜ୍ଞାପିତ ଅଂଚଳ

୯.ରୟତ ଏବଂ  କୃଷକମାନଙ୍କର  ବାସଗୃହ  : - (୧) କୌଣସି  ଜମି  ସଂବନ୍ଧରେ  ପ୍ରତ୍ୟକ ବ୍ୟକ୍ତି , ଜେକି  ଜଣେ  ରୟତ୍ କିମ୍ବା  କୃଷକ  ଅଟେ , ମାତ୍ର  କୌଣସି  ସ୍ଥାନ  ସଂବନ୍ଧରେ ,ତା’ର କୌଣସି  ସ୍ଥାୟୀ  ଏବଂ  ବଂଶାନୁଗତିକ  ଭାବେ  କୌଣସି  ଅଧିକାର  ନଥାଏ , ଯାହା  ଉପରେ  ତାହାର  ବାସଗୃହ  କିମ୍ବା  କୃଷି  ଉଦ୍ୟାନ  ଗୃହ  ଦଣ୍ଡାୟମାନ ; ସେ , ଏହି  ଆଇନ୍ ପ୍ରଚଳନ  ତାରିଖରୁ , ଏପରି  ସମୁଦାୟ ସ୍ଥାନ  କିମ୍ବା  ତା’ର  କୌଣସି  ଅଂଶ  ସଂବନ୍ଧରେ   ଜଣେ  ରୟତ୍  ଭାବେ  ଧରାଯିବ , ଯାହାକି  ଏକ  ଏକରର  ଏକ  ପାଞ୍ଚମାସ  ଠାରୁ  ଅଧିକ  ହୋଇନଥିବ , ତନ୍ମଧ୍ୟରୁ  ଯେଉଁଟି  କମ୍  ହୋଇଥିବ , ଯଦି  ସେ କମ୍ବା  ନିହିତ ପୂର୍ବପୁରୁଷ  : -

(କ) ଉକ୍ତ ସ୍ଥାନରେ  ସ୍ଥାୟୀ ଏବଂ ବଂଶାନୁଗତିକ ଅଧିକାର  ଥିବା  ବ୍ୟକ୍ତିଙ୍କ  ଠାରୁ  ଅନୁମତି  ଗ୍ରହଣ  କରିଥାଆନ୍ତି ; ତାହା  ସ୍ପଷ୍ଟ  କିମ୍ବା   ଅନ୍ତର୍ନିହିତ   ହୋଇଥାଉ  ଏବଂ  ଏପରି ଗୃହ  ନିର୍ମାଣ  ନିମନ୍ତେ  ଅନୁମତି  ଦେବା  ପାଇଁ  ଅଧିକାର  ବହନ କରିଥାଆନ୍ତି ;  ଏବଂ

(ଖ) ତାଙ୍କ ନିଜ  ଖର୍ଚ୍ଚରେ , ଏପରି  ଗୃହ  ନିର୍ମାଣ  କରିବେ    ।

ସ୍ପଷ୍ଟିକରଣ  : - (୧)[xxx]

[ (୨) ଏହି ଉପ-ଦଫା  ଅନୁଯାୟୀ , ରାୟତିଭାବେ  ବାରଣ କରାଯିବାକୁ  ଥିବା  ଜମି  ଏପରିଭାବେ  ସ୍ଥିର   କରାଯିବ , ଯାହାକି  -

ଯେତେଦୂର  ପର୍ଯ୍ୟନ୍ତ  ଏହି ବ୍ୟକ୍ତି  ଦ୍ଵାରା  ଉକ୍ତ  ସ୍ଥାନରେ  ଖୋଳାଯାଇଥିବା  ଜଳାଶୟ  କିମ୍ବା  ଖୋଳାଯାଉଥିବା  କୂପକୁ  ଅନ୍ତର୍ଭୁକ୍ତ  କରିବ , ଯାହାକି  ଏହି ଉପ – ଦଫାରେ  ଧାର୍ଯ୍ୟ  ସୀମାକୁ  ଅତିକ୍ରମ  କରିବ  ନାହିଂ   ।

(୩) ଏପରି  ସ୍ଥିର  କରାଯାଇଥିବା  ଜମି ଉପରେ  ଦଣ୍ଡାୟମାନ  ବୃକ୍ଷ , ଏପରି   ବ୍ୟକ୍ତିର  ହେବ

(୪) ଉପରୋକ୍ତ  ଜମିର  ଉପଭୋଗ  ନିମନ୍ତେ, ରାସ୍ତାର  ଅଧିକାର  ଏବଂ  ଅନ୍ୟ  ଆବଶ୍ୟକ  ପ୍ରବେଶ  ଅଧିକାର , ସେଥି  ସହ  ସଂଯୁକ୍ତ  ରହିବ   ।

[(୧ - କ ) ଧାର୍ଯ୍ୟ  ଫର୍ମରେ  ଏବଂ  ପଦ୍ଧତିରେ ,  ଉପ – ଦଫା  (୧) ରେ  ଉଲ୍ଲେଖିତ  ବ୍ୟକ୍ତି  ଦ୍ଵାରା  ଏ ସଂବନ୍ଧରେ  ପ୍ରଦାନ  କରାଯାଇଥିବା  କୌଣସି  ଆବେଦନ  ପତ୍ର  ଉପରେ , ଯାହାକି  ଧାର୍ଯ୍ୟ  ସମୟ   ମଧ୍ୟରେ  ପ୍ରଦାନ  କରାଯାଇଥିବ , ଆବଶ୍ୟକ   ତଦନ୍ତ  ପରେ , ଏପରି  ବ୍ୟକ୍ତିଙ୍କୁ  ଏପରି  ଭାବେ  ଧାର୍ଯ୍ୟ  ଫର୍ମରେ , ଏକ  ପ୍ରମାଣପତ୍ର  ନିର୍ଗମ  କରିବେ ଯେ , ଉପରୋକ୍ତ  ସମସ୍ତ  ସ୍ଥାନ  କିମ୍ବା ତା’ର  କୌଣସି  ଅଂଶ  ଉପରେ  ଏପରି  ବ୍ୟକ୍ତି ଜଣେ  ରୟତ୍  ଅଟନ୍ତି  ଏବଂ  ଏପରି ବ୍ୟକ୍ତି , ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍ ,  ୧୯୭୩ (ରାଷ୍ଟ୍ରପତିଙ୍କ ଆଇନ୍  ୧୭/ ୧୯୭୩ ) ର  ପ୍ରଚଳନ ପରେ , କୌଣସି  ସମୟରେ , ଉକ୍ତ ସ୍ଥାନରୁ ଉଚ୍ଛେଦ   ହୁଅନ୍ତି , ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ , ଆଦେଶ  ଦ୍ଵାରା  ନିର୍ଦ୍ଦେଶ  ଦେବେ ଯେ , ଉକ୍ତ  ବ୍ୟକ୍ତିକୁ  ଉକ୍ତ  ସ୍ଥାନର  ଦଖଲ ପ୍ରଦାନ  କରାଯାଉ  ଏବଂ  ଏପରି  ଅଧିକ  ପଦକ୍ଷେପ  ଗ୍ରହଣ  କରିପାରନ୍ତି , ଯାହାକି ଏପରି  ପ୍ରଦାନ କରାଯାଇଥିବା  ଆଦେଶକୁ  ପ୍ରଭାବିତ  କରିବା  ନିମନ୍ତେ  ଆବଶ୍ୟକ ବୋଲି  ବିବେଚନା  କରାଯାଏ  । ]

(୨) ଯଦି  ଏହି  ଆଇନ୍  ପ୍ରଚଳନର   ଠିକ୍ ପୂର୍ବରୁ  , କୌଣସି  ବ୍ୟକ୍ତିର  ଏପରି  ସ୍ଥାନ  ଉପରେ  ସ୍ଥାୟୀ  ଏବଂ ବଂଶାନୁଗତିକ  ଅଧିକାର   ଥାଏ   ଏବଂ ତାହା   ଜମିଧାରଣକାରୀ  ବ୍ୟତୀତ  ଅନ୍ୟ  କ୍ଷମତାରେ  ହୋଇଥାଏ ; ସେପରିସ୍ଥଳେ  ଏପରି  ସମସ୍ତ  ବ୍ୟକ୍ତିଙ୍କ  ଅଧିକାର  ନିର୍ବାପିତ  ହେବ  ଏବଂ ସେମାନେ  ରୟତ୍  କିମ୍ବା କୃଷକଙ୍କ  ଠାରୁ  କ୍ଷତିପୂରଣ  ପାଇବା  ନିମନ୍ତେ  ହକ୍ ଦାର  ହେବେ , ଯାହାକି  ଉପ –ଦଫା (୩) ଅନୁଯାୟୀ , ଏପରି ସ୍ଥାନ  ନିମନ୍ତେ  ଦେୟ  ଖଜନାର  ଦଶଗୁଣ  ସହ ସମାନ  ହେବ   । ଏପରି  କ୍ଷତିପୂରଣ  ପ୍ରତି  ହକ୍ ଦାର ଅଧିକାରୀ   ସମାନ  ଭାବେ  କିମ୍ବା ସମାନ  ଅଂଶରେ  ତାହା  ଗ୍ରହଣ  କରିବେ   ଏବଂ  ଏପରି  ପ୍ରତ୍ୟକ  ଅଂଶକୁ   ସେହି  ସମସ୍ତ  ବ୍ୟକ୍ତିଙ୍କ  ମଧ୍ୟରେ   ସମାନଭାବେ  ବିଭାଜନ କରାଯିବ , ଯେଉଁମାନେ  ସେହି ଶ୍ରେଣୀୟ  ଅଟନ୍ତି  , ଯେଉଁଥିପ୍ରତି  ଏପରି  ଅଂଶ  ସଂପୃକ୍ତ ;

ଉଲ୍ଲେଖ  ଥାଉ ଯେ , ଏହି  ଉପ – ଦଫାର କୌଣସି  ବ୍ୟବସ୍ଥା , ଉକ୍ତ  ସ୍ଥାନରେ  ସରକାରଙ୍କ  ଅଧିକାରକୁ  ନିର୍ବାପିତ କରିବ  ନାହିଂ  ।

(୩) ଉପ –ଦଫା  (୧) ରେ  ଧାର୍ଯ୍ୟ  ସ୍ଥାନ  ସଂବନ୍ଧରେ  ଯେଉଁ  ବ୍ୟକ୍ତିମାନେ  ରୟତ୍  ହୁଅନ୍ତି , ସେମାନେ  ସରକାର  କିମ୍ବା  ଏପରି  ଜମି  ଧାରଣକାରୀଙ୍କୁ , ଯେଉଁ  ସ୍ଥଳରେ  ଯେପରି  ପ୍ରଯୋଗନୀୟ , ଉପଯୁକ୍ତ  ଏବଂ ସମାନ  ଖଜଣା  ପ୍ରାନ କରବା  ନିମନ୍ତେ  ଦାୟୀ   ହେବେ  , ଯାହାଙ୍କ ଅଧୀନରେ , ଉପ-ଦଫା  (୨) ର  ଉଲ୍ଲେଖରେ  ଅଧିକାର  ନିର୍ବାପିତ  ହେବାର  ପରିଣତି  ଅନୁଯାୟୀ , ସେ  ଉକ୍ତ ଜମି  ଧାରଣ  କରିଥାନ୍ତି   ।

(୪) ଏପରି  ଦେୟ  ଖଜଣା  ଅର୍ଥରାଶି  କିମ୍ବା  କ୍ଷତିପୂରଣର  ଆବଣ୍ଟନ  ସଂବନ୍ଧରେ  ବିବାଦ  କ୍ଷେତ୍ରରେ  ରାଜସ୍ୱଉଚ୍ଚକର୍ମଚାରୀ  ସ୍ଵାର୍ଥନିହିତ  କୌଣସି  ବ୍ୟକ୍ତି ଦ୍ଵାରା , ଧାର୍ଯ୍ୟ   ସମୟ  ମଧ୍ୟରେ  ଦାଖଲ  କରାଯାଇଥିବା  ଆବେଦନପତ୍ର  ଉପରେ , ଏପରି  ଅନୁସନ୍ଧାନ କରିବେ  ଯେପରି  ସେ  ଆବଶ୍ୟକ   ମନେ  କରନ୍ତି  ଏବଂ  ଏପରି  ବିବାଦକୁ  ସ୍ଥିର  କରିବେ   ।

୧୦.  କୃଷି  ଶ୍ରମିକ  ଏବଂ କଳାକାରମାନଙ୍କର  ବାସଗୃହ : - କୃଷି  ଶ୍ରମିକ  ଏବଂ ଗ୍ରାମ – କାଳାକାର  ମାନଙ୍କ  ଦ୍ଵାରା  ନିର୍ମିତ  ବାସଗୃହ  ଏବଂ ସେହି  ସ୍ଥାନ  ଯାହା  ଉପରେ  ଏପରି  ଗୃହ  ଦଣ୍ଡାୟମାନ , ସେଥିପ୍ରତି , ଦଫା  ୯ ର ବ୍ୟବସ୍ଥାବଳୀ ,  ପରସ୍ପର  ପ୍ରତି  ପ୍ରୟୋଗ  ହେବ  ।

ସ୍ପଷ୍ଟିକରଣ : - ଯଦି  ଏପରି  ଶ୍ରମିକ  କିମ୍ବା  କଳାକାର  କିମ୍ବା  ସ୍ଵାର୍ଥନିହିତ  ତାଙ୍କର  ପୂର୍ବପୁରୁଷ , ପ୍ରଥମ ଥର  ନିମନ୍ତେ , ପ୍ରଶ୍ନଗତ ସ୍ଥାନ  ଅଧିକାର  କରିଥାଆନ୍ତି , ଯେତେବେଳେ  ସେ  ଏପରି  ସ୍ଥାନ  ଉପରେ   ସ୍ଥାୟୀ  ଏବଂ  ବଂଶାନୁଗତିକ ଅଧିକାର  ଥିବା  ବ୍ୟକ୍ତିଙ୍କ  ଅଧୀନରେ  ଚାକିରୀ  କରୁଥାଆନ୍ତି ; ସେପରିସ୍ଥଳେ  ଏହି ବିଷୟ  ଯେ , ପ୍ରକୃତରେ  ଅନୁମତି  ପ୍ରଦାନ  କରାଯାଉଛି  ଏବଂ  ବିଷୟ  ତା’ର ସିଦ୍ଧାନ୍ତନୀୟ  ପ୍ରମାଣ  ହେବ   ।

୧୧. କୌଣସି  ରୟତର  ‘ ହୋଲ୍ର ଡି ’ ର  ହସ୍ତାନ୍ତରଣ  ପଦ୍ଧତି  : -  (୧) ବିକ୍ରୀ , ପ୍ରତିବଦଳ  କିମ୍ବା  ଦାନ  ଭାବେ  କୌଣସି ରୟତର   ହୋଲ୍ ଡିଙ୍ଗ  କିମ୍ବା  ତା’ର  କୌଣସି  ଅଂଶର  ପ୍ରତ୍ୟକ  ହସ୍ତାନ୍ତରଣ , ଉପ – ଦଫା  (୪) ରେ  ଉଲ୍ଲେଖିତ କ୍ଷେତ୍ର  ବ୍ୟତୀତ , କୌଣସି  ନିବନ୍ଧିତ  ଦଳିଲ୍  ଦ୍ଵାରା  କରାଯିବ   ।

(୨) ନିବନ୍ଧନକାରୀ   ଅଧିକାରୀ  , ଏପରି  କୌଣସି  ଦଳିଲ୍ କୁ  ନିବନ୍ଧନ  ନିମନ୍ତେ  ଗ୍ରହଣ  କରିବେ  ନାହିଂ,  ଯଦି  ଏପରି  ଦଳିଲ୍ ରେ  ପୃଥକ୍  ଭାବେ  ଏପରି   ହୋଲ୍ ଡିଙ୍ଗ  କିମ୍ବା  ତା’ର  ଅଂଶର  ଖଜଣା  ଉଲ୍ଲେଖ  କରାଯାଇ   ନଥାଏ  ଏବଂ  ଯଦି ଏପରି   ହସ୍ତାନ୍ତରଣକାରୀ  ଏବଂ ହସ୍ତାନ୍ତରୀତ  ବ୍ୟକ୍ତିଙ୍କ  ଦ୍ଵାରା  ସ୍ଵାକ୍ଷରିତ  ହୋଇନଥାଏ   ।

(୩) ଅନୁରୋଧ  ଦ୍ଵାରା  ଯଦି  କୌଣସି  ‘ ହୋଲ୍ ଡିଙ୍ଗ   କିମ୍ବା  ପ୍ରଶାସନ  ତା’ର  ଅଂଶକୁ  ହସ୍ତାନ୍ତରଣ  କରାଯାଏ , ସେପରିସ୍ଥଳେ  ନ୍ୟାୟାଳୟ , ପ୍ରୋବେଟ୍ ’ କିମ୍ବା  ପ୍ରଶାସନ  ପତ୍ର  ମଞ୍ଜୁର  କରିବା  ପୂର୍ବରୁ ,  ଆବେଦନକାରୀଙ୍କୁ   ଏକ   ସୂଚନା  ଦାଖଲ  କରିବା   ନିମନ୍ତେ  ଆବଶ୍ୟକ  କରିବେ , ଯେଉଁଥିରେ  ଏପରି  ହସ୍ତାନ୍ତରଣର  ବିବାଦ   ବିବରଣୀ  ଉଲ୍ଲେଖ  କରାଯାଇଥିବ   ।

(୪) ବକେୟା  ଭୂ – ରାଜସ୍ୱ  କିମ୍ବା  ଅନ୍ୟ  କୌଣସି  ସର୍ବସାଧାରଣ  ଦାବୀର  ଉଦ୍ଧାର  ନିମନ୍ତେ , ଓଡିଶା  ସମବାୟ  ସମିତି  ଆଇନ୍ , ୧୯୫୧ (୧୧/୧୯୫୨ ) କିମ୍ବା   ସେତେବେଳେ  ବଳବତ୍ତର  ଥିବା  କୌଣସି  ଆଇନ୍  ଅନୁଯାୟୀ  ପ୍ରଦାନ   କରାଯାଉଥିବା  କୌଣସି  ରାୟ  ଅନୁଯାୟୀ  କିମ୍ବା  କୌଣସି  ନ୍ୟାୟାଳୟଙ୍କ  କୌଣସି  ଡିକ୍ରି  କିମ୍ବା  ଆଦେଶର  ସଂପାଦନରେ ,  ଯେତେବେଳେ  କୌଣସି  ରୟତର  ହୋଲ୍ ଡିଙ୍ଗ  କିମ୍ବା  ତା’ର  କୌଣସି  ଅଂଶକୁ  ବିକ୍ରୀ  କରାଯାଏ , ସେପରିସ୍ଥଳେ  ନ୍ୟାୟାଳୟ  କିମ୍ବା  ଏପରି  ବିକ୍ରୀ  ଅନୁଷ୍ଠିତ  କରୁଥିବା  ଉଚ୍ଚକର୍ମଚାରୀ , ଏପରି  ବିକ୍ରୀକୁ  ଦୃଢିକରଣ କରିବା  ପୂର୍ବରୁ  ଏପରି  ବିକ୍ରୀର  ବିଶଦ  ବିବରଣୀ  ସହିତ  ଏକ  ସୂଚନା , ଦାଖଲ  କରିବା  ନିମନ୍ତେ , କେତ୍ରାଙ୍କୁ   ଆବଶ୍ୟକ  କରିବେ   ।

(୫) ପୂର୍ବ  ଉପ –ଦଫା  ଗୁଡିକ  ଅନୁଯାୟୀ  ସୂଚନା , ଧାର୍ଯ୍ୟ  ଫର୍ମରେ , ଧାର୍ଯ୍ୟ  ଶୁଳ୍କ  ସହ ,  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ହସ୍ତାନ୍ତର  କରାଯିବ , ଯେକି , ଏପରି  ସୂଚନାରେ  ନାମିତ   ଜମିଦାରଙ୍କ  ଉପରେ   ଏପରି  ସୂଚନା  ଧାର୍ଯ୍ୟ  ପଦ୍ଧତିରେ  ଜାରୀ  କରିବେ    । ସେ ମଧ୍ୟ  ଏପରି ସୂଚନାରେ  ଏକ  ନକଲକୁ , ଉକ୍ତ  ଅଧିକାରୀଙ୍କୁ  ପ୍ରେରଣ  କରିବେ ,  ଯେକି ଖତିୟାନ  ରକ୍ଷଣାବେକ୍ଷଣ  କରିବା   ନିମନ୍ତେ  ଦକ୍ଷ  ଅଟନ୍ତି    ।

ଟିପ୍ପଣୀ

ନିୟମାବଳୀ  ଅନୁଯାୟୀ  ଦଫା  ୧୧ର  ଉପ – ଦଫା  (୨) , (୩) ଏବଂ (୪)  ଅନୁଯାୟୀ , ସୂଚନା  ଫର୍ମ  ୩ରେ  ଧାର୍ଯ୍ୟ  କରାଯାଇଛି    । ପ୍ରତ୍ୟକ  ଗ୍ରାମ  ସଂବନ୍ଧରେ , ଏପରି  ସୂଚନା  ପୃଥକ୍ ଭାବେ  ଦାଖଲ  କରାଯିବ  ଏବଂ ପ୍ରତ୍ୟକ  ଜମିଦାର  ନିମନ୍ତେ ମଧ୍ୟ , ଯାହାଙ୍କ  ଉପରେ ଏପରି  ସୂଚନା , ୧୧ର ଉପ – ଦଫା (୫) ଅନୁଯାୟୀ  ଜାରୀ କରାଯିବା ଉଚିତ୍   ।  ସୂଚନାର   ଦୁଇଟି  ନକଲ  ମଧ୍ୟ  ଦାଖଲ  କରାଯିବା  ଉଚିତ୍ ; ତନ୍ମ ମଧ୍ୟରୁ  ଗୋଟିଏ  ରାଜସ୍ୱ  ଅଧିକାରୀଙ୍କ  ଦ୍ଵାରା ରଖାଯିବ  ଏବଂ  ଅନ୍ୟଟି  ସେହି ଅଧିକାରୀଙ୍କ   ନିକଟକୁ  ପ୍ରେରଣ  କରାଯିବ , ଯେକି  ଖତିୟାନ  ରକ୍ଷଣାବେକ୍ଷଣା  କରିବା  ନିମନ୍ତେ   ଦକ୍ଷ  ଅଟନ୍ତି  ।

୧୨ . ଜମିଦାର  ଏବଂ  ରୟତଙ୍କ ମଧ୍ୟରେ  ବିବାଦର  ସମାଧାନ : -  ନିମ୍ନ  ସଂବନ୍ଧରେ  ରୟତ  ଏବଂ  ତାଙ୍କ  ଜମିଦାର  ମଧ୍ୟରେ  କୌଣସି  ବିବାଦ : -

(୧) ଦଫା  ୮ ଅନୁଯାୟୀ , ରୟତକୁ  ଉଚ୍ଛେଦ  କରିବାରେ , ଜମିଦାରର  ଅଧିକାର ; କିମ୍ବା

(୨) ଦଫା ୪,୯ ଏବଂ ୧୦ ଅନୁଯାୟୀ  ପ୍ରଦତ୍ତ  ଅଧିକାର ; କିମ୍ବା

(୩) ଜମି  ଦଖଲ  କରିବାରେ  ରୟତର  ଅଧିକାର  ଏବଂ  ଏହି  ଆଇନ୍  ଅନୁଯାୟୀ  ଉପକାର  ପ୍ରତି  ଅଧିକାର ;

କୌଣସି ଇତ୍ସୁକ  ବ୍ୟକ୍ତି  ଦ୍ଵାରା  ଦାଖଲ  କରାଯାଇଥିବା  କୌଣସି  ଆବେଦନପତ୍ର  ଉପରେ , ରାଜସ୍ୱ  ଅଧିକାରୀଙ୍କ  ଦ୍ଵାରା  ସ୍ଥିର  କରାଯିବ ;

ଉଲ୍ଲେଖ  ଥାଉ ଯେ , ଏପରି  ଆବେଦନପତ୍ର  ଧାର୍ଯ୍ୟ  ପଦ୍ଧତିରେ  ସୂଚନା  ପ୍ରଦାନ , ତାରିଖରୁ  ଷାଠିଏ  ଦିନ  ମଧ୍ୟରେ  ରାଜସ୍ୱ ଅଧିକାରୀଙ୍କ  ସମ୍ମୁଖରେ  ଦାଖଲ  କରାଯିବ    ।

(୨) ଉପ – ଦଫା  (୧) ଅନୁଯାୟୀ , କୌଣସି  ଆବେଦନପତ୍ର  ଗ୍ରହଣ  କରିବା  ପରେ  ରାଜସ୍ୱ  ଅଧିକାରୀ , ଆବଶ୍ୟକ  ତଦନ୍ତ   ପରେ , ଏପରି  ଆଦେଶ  ପ୍ରଦାନ  କରିବେ , ସେ  ଉପଯୁକ୍ତ  ମନେ  କରନ୍ତି   ।

(୩) ଉପ – ଦଫା  (୨) ଅନୁଯାୟୀ  ପ୍ରଦାନ  କରାଯାଇଥିବା  ଆଦେଶକୁ  ପ୍ରଭାବିତ  କରିବା  ନିମନ୍ତେ , ରାଜସ୍ୱ ଅଧିକାରୀ  ଏପରି  ପଦକ୍ଷେପ  ଗ୍ରହଣ  କରିପାରନ୍ତି , ଯେପରି  ସେ  ଆବଶ୍ୟକ  ମନେ  କରନ୍ତି  ।

୧୩ .  କୃଷକମାନଙ୍କ  ଦ୍ଵାରା ଦେୟ  ଖଜଣା  : - (୧) କୌଣସି  ଜମିଦାର  ତାଙ୍କ  କୃଷକଙ୍କୁ  ସମତୁଲ  ମୂଲ୍ୟ  କିମ୍ବା  ଆକଳିତ  ଉତ୍ପାଦନର  ଏକ – ଚତୁର୍ଥାଂଶର  ମୂଲ୍ୟଠାରୁ  ଅଧିକ  ଖଜଣା  ଉଦ୍ଧାର  କିମ୍ବା  ଅଦାୟ  କରିବା ନିମନ୍ତେ  ହକ୍ ଦାର ହେବେ  ନାହିଂ   ।

[xxx]

[ ଏଣୁ , ଯାହା ହେଉନା  କାହିଁକି , ଏପରି  ଖଜଣା , କୌଣସି କ୍ଷେତ୍ରରେ  ଏପରି  ଜମି  ସଂବନ୍ଧରେ  ଯଥାର୍ଥ  କିମ୍ବା  ଉଚିତ୍  ଖଜଣା  ଠାରୁ  ଅଧିକ  ହେବ  ନାହିଂ   ।]

(୨) ଯେତେବେଳେ  ଖଜଣା , ପ୍ରକାର  କିମ୍ବା  ଆକାରରେ  ଦେୟ  ହୋଇଥାଏ , ସେପରିସ୍ଥଳେ  ଏହା , ଶସ୍ୟ  ଅମଳ  ହେବା  ପରମାସଠାରୁ  ଦୁଇ  ମାସ  ମଧ୍ୟରେ , ଗ୍ରାମର  ଏପରି  ସ୍ଥାନରେ   ପ୍ରଦାନ  କରାଯିବ , ଯେପରି  ଜମିଦାରଙ୍କ  ଦ୍ଵାରା ଏ ସଂବନ୍ଧରେ  ଧାର୍ଯ୍ୟ  କରାଯିବ   ।

ଟିପ୍ପଣୀ

୧ମ , ୨ୟ , ୩ୟ , ଏବଂ ୪ର୍ଥ  ଶ୍ରେଣୀୟ ଜମି  ନିମନ୍ତେ  ଯଥାକ୍ରମେ , ଦଫା ୨ (୯-ଖ) ରେ , ଆଠ , ଛଅ , ଚାରି କିମ୍ବା  ଦୁଇ  ଷ୍ଟାଣ୍ଡାର୍ଡ  ମହଣ  ଧାନ  ଭାବେ , ଉଚିତ୍  କିମ୍ବା  ଯଥାର୍ଥ  ଖଜଣାକୁ  ସଜ୍ଞାୟୀତ  କରାଯାଇଛି    ।

୧୪ . କୃଷକର  ଉଚ୍ଛେଦର କାରଣ  : - କୌଣସି  ଜମିଦାର  ତାଙ୍କ  କୃଷକକୁ  ଉଚ୍ଛେଦ   କରିପାରିବେ  , କେବଳ  ଯଦି  ଏଭଳି  କୃଷକ  : -

(କ)  ଜମିକୁ  ଏପରିଭାବେ  ବ୍ୟବହାର  କରିଥାଆନ୍ତି , ଯାହାକି  ଉକ୍ତ  ଜମିକୁ  କୃଷି  ଉଦ୍ଦେଶ୍ୟରେ  ଅନୁପଯୁକ୍ତ  କରିଥାଏ ; କିମ୍ବା

(ଖ)  ଉପଯୁକ୍ତ  ଭାବେ  କିମ୍ବା ବ୍ୟକ୍ତିଗତଭାବେ  ଉକ୍ତ ଜମି  ଚାଷ  କରିବାରେ  ଅକୃତକାର୍ଯ୍ୟ  ହୋଇଥାଆନ୍ତି ; କିମ୍ବା

(ଗ) ଶେଷ  ଦିନରୁ  ଦୁଇ  ମାସ  ସମୟ  ମଧ୍ୟରେ , ଜମିଦାରଙ୍କୁ  ଖଜଣା  ପ୍ରଦାନ  କରିବାରେ   ଅକୃତ  କାର୍ଯ୍ୟ  ହୋଇଥାଆନ୍ତି ,  ଯେଉଁ  ସମୟ  ମଧ୍ୟରେ , ଏହା  ଦେୟ  ହୋଇଥାଏ , ଏବଂ  ଏପରି ଖଜଣାର  ପରିମାଣ  ସଂବନ୍ଧରେ   କୌଣସି  ବିବାଦ  ନଥାଏ   ।

[(୨) ଉପ – ଦଫା  (୧) ର  ବ୍ୟବସ୍ଥାବଳୀ  ପ୍ରତି  କୌଣସି  କ୍ଷତି  ନ ଘଟାଇ [ ମାତ୍ର  ଉପ-ଦଫା (୪) ଏବଂ (୫)] ର  ବ୍ୟବସ୍ଥାବଳୀର  ନିୟନ୍ତ୍ରଣାଧିନରେ , ଜମିଚାଷ  କରିବାରୁ  କୌଣସି  କୃଷକ  ବିରାଟ  ହେବ : -

(କ) କୌଣସି  କ୍ଷେତ୍ରରେ , ଯେଉଁ  ସ୍ଥଳରେ  ଜମିଦାର  ବର୍ଷ  ଶେଷରେ , ଅକ୍ଷମତା  ଅଧିନରେ  ଜଣେ  ବ୍ୟକ୍ତି  ହୋଇଥାନ୍ତି , ଯେଉଁ ସମୟ  ମଧ୍ୟରେ  ଏପରି ଅକ୍ଷମତା   ରହିତ  ହୁଏ ; ଏବଂ

(ଖ) କୌଣସି  କ୍ଷେତ୍ରରେ , ଯେଉଁ  ସ୍ଥଳରେ  ଜମିଦାର  ଜଣେ  ସୁବିଧାୟିତ ରୟତ  ହୋଇଥାଆନ୍ତି  କିମ୍ବା ଅକ୍ଷମତା  ଅଧିନରେ  କୌଣସି  ବ୍ୟକ୍ତି  ହୋଇନଥାଆନ୍ତି  ଏବଂ ବର୍ଷ  ଶେଷରେ , ଜମିଦାର  ହେବାରୁ  ରହିତ  ହୋଇଥାଆନ୍ତି , ଯେଉଁ ସମୟ  ମଧ୍ୟରେ   ଏପରି  ଘଟଣା  ଘଟେ   ।

[ ଉଲ୍ଲେଖ  ଥାଉ  ଯେ , ଏପରି  କୌଣସି  ଜମିଦାରଙ୍କ  ଦ୍ଵାରା  ଏପରି  ଜମିର  ହସ୍ତାନ୍ତରଣ  କ୍ଷେତ୍ରରେ , କୃଷକଙ୍କ ଉପରେ , ଜମିଦାରଙ୍କ  ଦ୍ଵାରା  ଧାର୍ଯ୍ୟ  ଅନୁଯାୟୀ  ଏକ  ସୂଚନା  ଜାରୀ  ତାରିଖରୁ  ଛଅ ମାସ  ସମୟ  ସମାପ୍ତ   ହେବା  ପର  ପର୍ଯ୍ୟନ୍ତ , ଉକ୍ତ ଜମିଚାଷ   କରିବା  ଅଧିକାରରୁ  ବିରତ  ହେବେ  ନାହିଂ ; ଯେଉଁଥିରେ ସେ , ଏପରି  ହସ୍ତାନ୍ତରଣ  ବିବରଣୀ  ସୂଚୀତ  କରିଥିବେ  ଏବଂ  ଯେଉଁ  ସ୍ଥଳରେ  ଉକ୍ତ  ସମୟ , କୌଣସି ବର୍ଷର  ଶେଷ ଦିନ ପୂର୍ବରୁ  କୌଣସି  ଦିନ  ସମାପ୍ତ  ହୁଏ , ସେପରିସ୍ଥଳେ  ଉକ୍ତ  ଜମିଚାଷ  କରିବାରେ  ଉକ୍ତ  କୃଷକର  ଅଧିକାରର  ରହିତକରଣ , ଉକ୍ତବର୍ଷ  ଶେଷରେ  ଅନୁଷ୍ଠିତ  ହେବ  କିମ୍ବା   ଘଟିବ ;

ଆହୁରି  ଉଲ୍ଲେଖ  ଥାଉ ଯେ , ଯେଉଁ   ସ୍ଥଳରେ  ଜମିଦାର : -

(୧) ଅଦକ୍ଷତା  କିମ୍ବା  ଅକ୍ଷମତା  ଅଧିନରେ   କୌଣସି  ବ୍ୟକ୍ତି  ହୋଇ , ଅଦକ୍ଷତା  କିମ୍ବା ଅକ୍ଷମତା  ଅଧିନରେ  ଥିବା ଅନ୍ୟ  କୌଣସି  ବ୍ୟକ୍ତି  ସପକ୍ଷରେ  ଉକ୍ତ  ଜମିର  ହସ୍ତାନ୍ତରଣ  କାରଣ  ଦ୍ଵାରା , ଜମିଦାର  ହେବାରୁ   ରହତି ; କିମ୍ବା  ।

(୨) ଦଫା  ୨ର  ଧାରା  (୨୪) ର ଉପଧାରା (ଖ) , (ଗ) , (ଘ) କିମ୍ବା  (ଙ) ପ୍ରତି  ଉଲ୍ଲେଖିତ  ଜଣେ  ସୁବିଧାୟିତ  ରୟତ  ହୋଇଥାଆନ୍ତି , ସେ  କୌଣସି  ବ୍ୟକ୍ତି  ସପକ୍ଷରେ  ଉକ୍ତ  ଜମିର  ହସ୍ତାନ୍ତରଣ  କାରଣ  ଦ୍ଵାରା  ଜମିଦାର  ହେବାରୁ  ରହତି  ହୁଅନ୍ତି ; ସେପରିସ୍ଥଳେ  ଉକ୍ତ  ଜମି  ଚାଷ  କରିବା  ଅଧିକାରରୁ , ଉକ୍ତ  କୃଷକ  ରହତି  ହେବେ  ନାହିଂ , ମାତ୍ର  ଏହି  ଦଫାର ଅନ୍ୟାନ୍ୟ  ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ , ଏପରି  ହସ୍ତାନ୍ତରଣ  ଅଧିନରେ  ଜଣେ  କୃଷକ ଭାବେ  ରହିବେ   ।

ସ୍ପଷ୍ଟିକରଣ : - ଯେଉଁ  ସ୍ଥଳରେ , ଓଡିଶା  ଭୂ – ସଂସ୍କାର  (ଦ୍ଵିତୀୟ  ସଂଶୋଧନ ) ଆଇନ୍ , ୧୯୭୫ ଦ୍ଵାରା  ଦଫା ୨ର  ଧାରା  (୨୧) ର  ସଂଶୋଧନର  ପରିଣତି  ସ୍ୱରୂପ  କୌଣସି  ବ୍ୟକ୍ତି  ଅକ୍ଷମତା  ଅଧିନରେ  ଜଣେ  ବ୍ୟକ୍ତି  ହେବାରୁ  ରହିତ  ହୁଅନ୍ତି ; ସେପରିସ୍ଥଳେ  ଧାରା  (କ) ର  ଉଦ୍ଦେଶ୍ୟ  ନିମନ୍ତେ , ଏପରି  ରହିତିକରଣକୁ , ଉକ୍ତ  ଧାରା   ଅନୁଯାୟୀ  ରହିତିକରଣ  ଭାବେ  ବ୍ୟାଖ୍ୟା  କରାଯିବ   ।

(୩) ଉପ – ଦଫା  (୨) ର  ଧାରା  (କ) ରେ  ଧାର୍ଯ୍ୟ  ଜମିଦାର  କିମ୍ବା  ଉକ୍ତ  ଉପ - ଦଫାର  ଧାରା  (ଖ) ଅନୁଯାୟୀ  କୌଣସି  ଉତ୍ତରାଧିକାରୀ  ରୟତ୍ , ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ ; ଉକ୍ତ  ଧାରାଗୁଡିକରେ  ଧାର୍ଯ୍ୟ , ବର୍ଷ  ଶେଷରେ ,ବ୍ୟକ୍ତିଗତ  ଚାଷ  ନିମନ୍ତେ , ଉକ୍ତ  ଜମିକୁ  ବ୍ୟବହାର  କରିବାରେ  ଅକୃତକାର୍ଯ୍ୟ  ହୁଅନ୍ତି ; ସେପରିସ୍ଥଳେ  ଏହା  ଧରାଯିବ ଯେ , ଏପରି ଜମିଦାର  ବ୍ୟକ୍ତିଗତ   ଭାବେ  ଉକ୍ତ  ଜମି  ଚାଷ  କରିବାରେ  ଅକୃତକାର୍ଯ୍ୟ  ହୋଇଛନ୍ତି , ଏବଂ  ଦଫା ୮ ର  ବ୍ୟବସ୍ଥାବଳୀ  ଅନୁଯାୟୀ , ଉଚ୍ଛେଦ  ନିମନ୍ତେ  ଦାୟୀ  ଅଟନ୍ତି   ।

[(୪) ଯେଉଁ  ସ୍ଥଳରେ  ଜମିଦାର , ଦଫା  ୨ ର ଧାରା  (୨୧)ର  ଉପଧାରା (ଙ)  କିମ୍ବା  ଉପ – ଧାରା (ଚ) ର  ଅର୍ଥ  ମଧ୍ୟରେ , ଉତ୍ତରାଧିକାରୀତ୍ଵ , ଦାନ , କ୍ରୟ  କିମ୍ବା  ଅନ୍ୟଥା  ଜରିଆରେ  ଅତିରିକ୍ତ   ଜମି  ଅଧିଗ୍ରହଣ  କାରଣ  ଯୋଗୁ ଅକ୍ଷମତା   ଅଧିନରେ   କୌଣସି  ବ୍ୟକ୍ତି  ହେବାରୁ  ରହିତ  ହୁଅନ୍ତି , ସେପରିସ୍ଥଳେ  ସେ , ତାଙ୍କ ଅଧିନରେ  କୌଣସି  ଜମି  ଧାରଣ  କରିଥିବା  କୃଷକକୁ  ଉଚ୍ଛେଦ   କରିବା  ନିମନ୍ତେ  ହକ୍ ଦାର୍  ହେବେ   ନାହିଂ ; ମାତ୍ର  ଅଧ୍ୟାୟରେ  ୩ରେ  ଧାରୀତ  ବ୍ୟବସ୍ଥାବଳୀ  ସହ  ସମନ୍ଵୟ  ରକ୍ଷା  କରି , ବ୍ୟକ୍ତିଗତ ଚାଷ  ନିମନ୍ତେ  ଜମିଗୁଡିକୁ  ପୁନଃ  ବ୍ୟବହାରରେ  ବିନିଯୋଗ  କରିବେ  ଏବଂ  କୃଷକ ,  ଉକ୍ତ  ଅଧ୍ୟାୟ  ସହ  ସମନ୍ଵୟ  ରକ୍ଷାକରି  ପୁନଃ  ବ୍ୟବହୃତ  ହୋଇନଥିବା  ଜମି  ସଂବନ୍ଧରେ , ରୟତି  ଅଧିକାର  ଗ୍ରହଣ  କରିବା  ନିମନ୍ତେ  ହକ୍ ଦାର୍  ହେବେ    ।

(୫) ଉପ – ଦଫା (୪) ର   ଉଦ୍ଦେଶ୍ୟ ନିମନ୍ତେ , ଦଫା  ୨୪ ରୁ ୩୬ ରେ  ଧାରୀତ ବ୍ୟବସ୍ଥାବଳୀ , ଯେତେଦୂର  ସମ୍ଭବ , ଏପରି ସଂଶୋଧନର  ନିୟନ୍ତ୍ରଣାଧୀନରେ  ଯେ , ଦଫା ୨୬ ଅନୁଯାୟୀ  ପ୍ରଦାନ  କରାଯିବାକୁ  ଥିବା  କୌଣସି  ଆବେଦନପତ୍ର  ସଂବନ୍ଧରେ  ତମାଦି  ସମୟ , ପ୍ରୟୋଗ   ହେବ  ଏବଂ  ତାହା  ଜମିଦାର  କିମ୍ବା   କୃଷକ  ଦ୍ଵାରା , ଏବଂ ଏପରି ଅତିରିକ୍ତ   ଜମିର  ଅଧିଗ୍ରହଣ  ତାରିଖ  ଠାରୁ  ଛଅମାସ   ହେବ    ।

୧୫ . ଖଜଣାର  ଆଦାୟ  କିମ୍ବା  ଉଦ୍ଧାର  ଏବଂ  ଜମିଦାର  ଏବଂ ରୟତ  କିମ୍ବା  କୃଷକ  ମଧ୍ୟରେ  ବିବାଦ  : - (୧) ଜମିଦାରଙ୍କ  ବକେୟା  ଖଜଣାର  ଆଦାୟ  କିମ୍ବା   ଉଦ୍ଧାର  ନିମନ୍ତେ କୌଣସି  ଦାବୀ  ଏବଂ  ନିମ୍ନ  ଉଲ୍ଲେଖିତ  ବିଷୟ ସଂବନ୍ଧରେ , ଜମିଦାର ଏବଂ ତାଙ୍କ  ରୟତ୍  କିମ୍ବା  କୃଷକ  ମଧ୍ୟରେ  କୌଣସି  ବିବାଦ : -

(କ) ଦେୟ  ଖଜଣାର  ପରିମାଣ ; କିମ୍ବା

(ଖ) ଜମିରେ  କୃଷକର  ଦଖଲ  ଏବଂ ଅହି ଆଇନ୍  ଅନୁଯାୟୀ , ଉପକାର  ପ୍ରତି , ତା’ର  ଅଧିକାର  ;କିମ୍ବା

[(ଗ) ଦଫା ୧୪ ଅନୁଯାୟୀ , କୌଣସି  କୃଷକର  ରୟତି  ସମାପ୍ତ  କରିବାରେ , ଜମିଦାରଙ୍କ  ଅଧିକାର  ଏହି ଦଫା ଅନୁଯାୟୀ , ଜମିଚାଷ  କରିବାରୁ  ରହତି  ହେବାରେ , କୃଷକର  ଦାୟିତ୍ଵ ; କିମ୍ବା]

[(ଘ) ଜମିଦାର  ଏବଂ କୃଷକର   ସଂପର୍କରେ  ସ୍ଥିତାବସ୍ଥା   ।

ଇତ୍ସୁକ କୌଣସି  ପକ୍ଷ  ଦ୍ଵାରା  [ଧାର୍ଯ୍ୟ  ପଦ୍ଧତିରେ ] ଦାଖଲ  କରାଯାଇଥିବା  କୌଣସି  ଆବେଦନପତ୍ର  ଉପରେ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ସ୍ଥିର  କରାଯିବ ;

[ଉଲ୍ଲେଖ ଥାଉ  ଯେ , ନିମ୍ନ  ବିଷୟ  ସଂବନ୍ଧରେ  କୌଣସି  ଆବେଦନପତ୍ର  : -

(କ) ଯେଉଁ  ତାରିଖରେ  ଏପରି  ବକେୟା  ପ୍ରାପ୍ୟ  ହୁଏ , ସେହି ତାରିଖରୁ  ଏକ  ବର୍ଷ  ସମୟ  ମଧ୍ୟରେ , ବକେୟା  ଖଜଣାର  କୌଣସି   ଦାବୀ  ଦାଖଲ  କରାଯିବ  ;

(ଖ) ଧାରା (କ) ଏବଂ (ଗ) ରେ  ଉଲ୍ଲେଖିତ  କୌଣସି  ବିବାଦ , ସେହି ତାରିଖରୁ  ଷାଠିଏ  ଦିନ  ମଧ୍ୟରେ  ଦାଖଲ  କରାଯିବ , ଯେବେ  ଏପରି  ବିବାଦ  ଉଦ୍ରେକ୍  ହୋଇଥିଲା ;

(ଗ) ଧାରା  (ଖ) ଏବଂ (ଘ) ରେ ଉଲ୍ଲେଖିତ  କୌଣସି  ବିବାଦ , ସେହି  ତାରିଖରୁ  ଦୁଇ  ବର୍ଷ  ମଧ୍ୟରେ  ଦାଖଲ  କରାଯିବ , ଯେବେ  ଏପରି  ବିବାଦ  ଉଦ୍ରେକ୍  ହେଲା ;

ଆହୁରି ଉଲ୍ଲେଖ  ଥାଉ  ଯେ , ଧାରା (ଖ) ଏବଂ  (ଘ) ରେ , ଉଲ୍ଲେଖିତ  କୌଣସି  ବିବାଦ  କ୍ଷେତ୍ରରେ , ଯାହାକି ଓଡିଶା  ଭୂ – ସଂସ୍କାର  (ଦ୍ଵିତୀୟ  ସଂଶୋଧନ) ଆଇନ୍ ୧୯୭୩ ର ପ୍ରଚଳନ  ତାରିଖ  ପୂର୍ବରୁ  ଉଦ୍ରେକ୍  ହୋଇଥିଲା ; ସେ ସଂବନ୍ଧରେ  କୌଣସି  ଆବେଦନପତ୍ର  ଯଦି  ପୂର୍ବରୁ ଦାଖଲ  କରାଯାଇନଥାଏ , ତାହାଲେ  ଉକ୍ତ  ତାରିଖରୁ , ଏକ ବର୍ଷ ମଧ୍ୟରେ  ଦାଖଲ  କରାଯିବ  ।

(୨) ଉପ – ଦଫା (୧) ଅନୁଯାୟୀ  ଆବେଦନପତ୍ର  ପାଇବା  ପରେ , ରାଜସ୍ୱ ଉଚ୍ଚକର୍ମଚାରୀ , ଏପରି  ତଦନ୍ତ  କରିବା  ପରେ  ଯେପରି  ସେ  ମନେ  କରନ୍ତି , ପ୍ରାପ୍ୟ  ଥିବା  କୌଣସି  ବକେୟା  ଖଜଣା  ପ୍ରଦାନ  କରିବା  ନିମନ୍ତେ  ନିର୍ଦ୍ଦେଶ  ଦେଇ  ପାରନ୍ତି  କିମ୍ବା  ଧାରା  (କ) ଅନୁଯାୟୀ , ଖଜଣାର   ପରିମାଣ  ସ୍ଥିର  କରିପାରନ୍ତି , କିମ୍ବା  [ ଧାରା (ଖ) , (ଗ) ଏବଂ (ଘ) କ୍ଷେତ୍ରରେ ] ଧାର୍ଯ୍ୟ  ପଦ୍ଧତିରେ  କୃଷକ  ଉପରେ  ଜମି  ଚାଷ  କରିବାରୁ  ରହିତ ହେବା  ନିମନ୍ତେ  ଏପରି ଆଦେଶ  ପ୍ରଦାନ କରାଯାଇଛି ;

ଉଲ୍ଲେଖ ଥାଉ ଯେ , ଦଫା  ୧୪ ର  ଉପ – ଦଫା (୧) ର ଧାରା (ଖ)ରେ  ଉଲ୍ଲେଖିତ  କୌଣସି  ବିଷୟରୁ  ଉଦ୍ରେକ୍  କୌଣସି  ବିବାଦ  କ୍ଷେତ୍ରରେ   ରାଜସ୍ୱ  ଉଚ୍ଚକର୍ମଚାରୀ , ଉକ୍ତ  ଜମିରୁ  ରହିତ   ହେବା  ନିମନ୍ତେ , କୃଷକକୁ  ଆଦେଶ ଦେବା  ପୂର୍ବରୁ ଏହା  ସ୍ଥିର  କରିବେ  ଯେ , ଠିକ୍  ସମୟରେ  ଖଜଣା  ଅର୍ପଣ  କରାଯାଇଛି  ଏବଂ  ଦେୟ ଖଜଣା  ତାଙ୍କ  ଜମିଦାରଙ୍କୁ  ପ୍ରଦାନ କରିବା  ନିମନ୍ତେ , କୃଷକକୁ  ଯଥାଯଥ  ସୁଯୋଗ  ପ୍ରଦାନ  କରିପାରନ୍ତି  ।

(୩) ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା, ଉପ – ଦଫା (୨) ଅନୁଯାୟୀ ,  ଉଚ୍ଛେଦ  ନିମନ୍ତେ  ପ୍ରଦାନ  କରାଯାଇଥିବା  କୌଣସି  ଆଦେଶ , ଏପରି ଆଦେଶ ତାରିଖରୁ , ପରବର୍ତ୍ତୀ ବର୍ଷର  ପ୍ରଥମ  ଦିନରୁ , କାର୍ଯ୍ୟକାରୀ  ହେବ    ।

(୪) ଯଦି କୌଣସି  କୃଷକ , ଯାହାଙ୍କ  ଉପରେ  ଉପ – ଦଫା  (୨) ଅନୁଯାୟୀ  କୌଣସି  ସୂଚନା  ଜାରି କରାଯାଇଛି , ସେ ଉକ୍ତ  ଜମିଚାଷ  କରିବାରୁ  ବିରତ  ହୁଅନ୍ତି  ନାହିଂ ; ସେପରିସ୍ଥଳେ  ରାଜସ୍ୱ  କର୍ମଚାରୀ  ଏପରି ଆବଶ୍ୟକ  ପଦକ୍ଷେପ  ଗ୍ରହଣ  କରିପାରନ୍ତି , ଯାହାଫଳରେ  ତାଙ୍କର  ଆଦେଶକୁ  କାର୍ଯ୍ୟକାରୀ  କରାଯାଇପାରିବ   ।

(୫) ଯଦି  ଉପ – ଦଫା  (୨) ଅନୁଯାୟୀ  ତଦନ୍ତ  ଅନୁଷ୍ଠିତ  କରିବା ପରେ , ରାଜସ୍ୱ  ଉଚ୍ଚକର୍ମଚାରୀ  ସନ୍ତୁଷ୍ଟ  ହୁଅନ୍ତି ଯେ ,  ଏହି  ଆଇନ୍ ର  ପ୍ରଚଳନ  ତାରିଖରେ  ଉକ୍ତ  ଜମିକୁ  କୃଷକ  ଚାଷ  କରୁଥିଲେ  କିମ୍ବା  ତାପରେ   କୌଣସି ସମୟରେ  ଏପରି  କରୁଥିଲେ  ଏବଂ ହୃଦୟଙ୍ଗମ  କରନ୍ତି ଯେ , ସେ , ତାଙ୍କ   ଜମିଦାରଙ୍କ  ଦ୍ଵାରା  ଏପରି  ଜମି ଚାଷ  କରିବାରୁ  ଅବୈଧ  ଭାବେ  ପ୍ରତିବନ୍ଧିତ   ହେବେ ; ସେପରିସ୍ଥଳେ  ଦଫା  ୧୮ ଅନୁଯାୟୀ , ଜମିଦାର ଉପରେ  ଧାର୍ଯ୍ୟ  କରାଯିବା  ଦଣ୍ଡର  ଅଧିକନ୍ତୁ , ଧାର୍ଯ୍ୟ  ପଦ୍ଧତିରେ  କୌଣସି  ସୂଚନା  ଜାରି କରି , ଜମିଦାରଙ୍କୁ  ଆଦେଶ   ଦେଇପାରନ୍ତି ଯେ , ସେ ତତ୍ କ୍ଷଣାତ  ଉକ୍ତ  ଜମିରେ  ପ୍ରବେଶକାରି  ଜଣେ  କୃଷକ  ଭାବେ  ତାହା  ଚାଷ କରିବା  ନିମନ୍ତେ , ଉକ୍ତ  କୃଷକକୁ  ଅନୁମୋଦନ  କରିବେ   ।

(୬) ଯଦି  ରାଜସ୍ୱ  ଉଚ୍ଚକର୍ମଚାରୀ , ଏପରି  ଅଧିକ ଆବଶ୍ୟକ  ତଦନ୍ତ  ପରେ  ସନ୍ତୁଷ୍ଟ  ହୁଅନ୍ତି ଯେ , ଉପ – ଦଫା (୫) ଅନୁଯାୟୀ  ତାଙ୍କ  ଦ୍ଵାରା  ପ୍ରଦାନ କରାଯାଇଥିବା  ଆଦେଶକୁ   ପରିପାଳନ  କୃଷକକୁ  ଦଖଲ  ଦେବା ନିମନ୍ତେ  ଆବଶ୍ୟକ  ପଦକ୍ଷେପ  ଗ୍ରହଣ  କରିବେ  ।

(୭) ଏହି ଦଫା ଅନୁଯାୟୀ , ବିବାଦ  ଫଇସଲାର  ସ୍ଥଗିତାବସ୍ଥାରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଶସ୍ୟର  ଦାୟିତ୍ଵ  ଗ୍ରହଣ  କରିବା  ନିମନ୍ତେ  କିମ୍ବା  ଜମିରେ , କୃଷକର  ଚାଷରେ  ଜମିଦାରଙ୍କ ହସ୍ତକ୍ଷେପକୁ  [ ପ୍ରତିବନ୍ଧକ କରିବା  ନିମନ୍ତେ  କିମ୍ବା  ଅନ୍ୟ  ଉଦ୍ଦେଶ୍ୟ  ନିମନ୍ତେ] ଗ୍ରହଣକାରୀ  ନିଯୁକ୍ତି  ସଂବନ୍ଧରେ  କୌଣସି  ମଧ୍ୟବର୍ତ୍ତୀକାଳୀନ  ଆଦେଶ  ପ୍ରଦାନ  କରିପାରନ୍ତି , ଯେପରି  ସେ  ଆବଶ୍ୟକ   ମନେ  କରନ୍ତି   ।

୧୬ . କୃଷକର  ଚିହ୍ନଟ  ସଂବନ୍ଧରେ   ବିବାଦ : -  ଯଦି  କୌଣସି  ଜମିଦାର  ଜମିର  ଚାଷରେ , କୃଷକମାନଙ୍କ  ଚିହ୍ନଟ  ସଂବନ୍ଧରେ   କୌଣସି  ବିବାଦ  ଉଦ୍ରେକ୍  ହୁଏ ; ସେପରିସ୍ଥଳେ  ଜମିଦାରଙ୍କ  ଦ୍ଵାରା  କିମ୍ବା  ଏପରି  ଚାଷରେ  ଥିବା  ଦାବୀ  କରି   କୌଣସି  ବ୍ୟକ୍ତି  ଦ୍ଵାରା  ପ୍ରଦାନ  କରାଯାଇଥିବା  ଆବେଦନପତ୍ର   ଉପରେ , କିମ୍ବା  ରାଜସ୍ୱ  ଉଚ୍ଚକର୍ମଚାରି , ତାଙ୍କ  ମନକୁ  ମନ , ଏପରି  ଆବଶ୍ୟକ  ତଦନ୍ତ  କରିବା  ପରେ  ସ୍ଥିର  କରିବେ  କିମ୍ବା  ଫଇସଲା   କରିବେ  ଏବଂ  ରାଜସ୍ୱ  ଉଚ୍ଚକର୍ମଚାରୀ  ଏପରି ଆଦେଶ  ପ୍ରଦାନ  କରିପାରନ୍ତି ,  ଯେପରି  ସେ  ଉଚିତ୍  ମନେ  କରିବେ   ।

୧୭ . ରୟତ  କ୍କିମ୍ବା କୃଷକଙ୍କୁ ରସିଦ୍  ମଞ୍ଜୁର  କରିବା ଏବଂ  ଅଣ – ପରିପାଳନ  ନିମନ୍ତେ  ଦଣ୍ଡ : -  (୧) ତାଙ୍କ  ଜମିଦାର  କିମ୍ବା  ତାଙ୍କ  ପ୍ରତିନିଧିଙ୍କୁ  ଖଜଣା   ପ୍ରଦାନ  କରୁଥିବା  କୌଣସି  କୃଷକ , ତାଙ୍କ  ଦ୍ଵାରା  ପ୍ରଦାନ  କରାଯାଇଥିବା  ଖଜଣା  ନିମନ୍ତେ  ଏକ ଲିଖିତ ରସିଦ୍  ପାଇବା  ନିମନ୍ତେ  ହକ୍ ଦାର  ଅଟନ୍ତି , ଯାହାକି  ତାଙ୍କ  ଜମିଦାର  କିମ୍ବା  ତାଙ୍କ  ପ୍ରତିନିଧିଙ୍କ ଦ୍ଵାରା  ସ୍ଵାକ୍ଷରିତ  ହୋଇଥିବ , ଯେଉଁ   ସ୍ଥଳରେ   ଯେପରି ପ୍ରୟୋଗନୀୟ  ।

(୨) ଜମିଦାର  କିମ୍ବା ତାଙ୍କ  ପ୍ରତିନିଧି , ତାଙ୍କ  ଦ୍ଵାରା  ମଞ୍ଜୁର  କରାଯାଇଥିବା  ଏପରି  ରସିଦ୍ ର  ଏକ  ପ୍ରତିଲିପି  ପ୍ରସ୍ତୁତ  କରି ନିଜ  ପାଖରେ  ରଖିବେ   ।

(୩) ଏପରି ରସିଦ୍  ଏବଂ ତା’ର  ପ୍ରତିଲିପି  ଏପରି  ବିବରଣୀ   ଧାରଣ  କରିବ , ଯେପରି , ଧାର୍ଯ୍ୟ  କରାଯାଇପାରେ      ।

(୪) ଯଦି  ଉପ – ଦଫା (୩) ଦ୍ଵାରା  ଆବଶ୍ୟକ  ନିର୍ଦ୍ଧିଷ୍ଟ  ବିବରଣୀ , ଏପରି  କୌଣସି   ରସିଦ୍  ଯଥେଷ୍ଟ  ଭାବେ  ଧାରଣ  କରିନଥାଏ , ସେପରିସ୍ଥଳେ   ସେହି ତାରିଖରୁ  ଉଦ୍ରେକ୍  ଖଜଣା  ସଂପୂର୍ଣ୍ଣ  ଭାବେ  ପ୍ରଦାନ  କରାଯାଇଛି  ବୋଲି  ଅନୁମାନ କରାଯିବ , ଯେପର୍ଯ୍ୟନ୍ତ  କୌଣସି  ବିପରୀତ ପ୍ରମାଣ  କରାନଯାଇଛି , ତେବେ  ଏପରି ରସିଦ୍  ମଞ୍ଜୁର  କରାଗଲା    ।

(୫)ଯଦି କୌଣସି  ଜମିଦାର  କିମ୍ବା  ତାଙ୍କ  ପତିନିଧି , କୌଣସି  ଯଥାର୍ଥ  କାରଣ  ନଥାଇ , ଉପରୋକ୍ତ  ଅନୁଯାୟୀ  କୌଣସି   କୃଷକକୁ  ଏପରି ରସିଦ୍  ପ୍ରଦାନ  କରିବା  ନିମନ୍ତେ  ପ୍ରତ୍ୟାଖ୍ୟାନ  କରନ୍ତି କିମ୍ବା  ଅବହେଳା  କରନ୍ତି ; ସେପରିସ୍ଥଳେ , ଉକ୍ତ  କୃଷକ , ଏପରି  ଖଜଣା  ପ୍ରଦାନ  ତାରିଖରୁ  ତିନିମାସ  ମଧ୍ୟରେ , ଉକ୍ତ  ଜମିଦାର  କିମ୍ବା  ତାଙ୍କ  ପ୍ରତିନିଧି  ଠାରୁ  ଏପରି  କ୍ଷତିପୂରଣ  ଉଦ୍ଧାର  କରିବା  ନିମନ୍ତେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ଆବେଦନ  କରିବେ , ଯାହାକି  ଏପରି ଖଜଣା  ମୂଲ୍ୟ ରାଶିର ଦୁଇଗୁଣରୁ  ଅଧିକ  ହେବ  ନାହିଂ , ଯେପରି  ଉକ୍ତ ଉଚ୍ଚକର୍ମଚାରୀ , କୃଷକ  ଭୋଗୀ  ଥିବା  କ୍ଷତି  ନିମନ୍ତେ , ଉପଯୁକ୍ତ  ବୋଲି  ମନେ  କରନ୍ତି  ;

ଉଲ୍ଲେଖ  ଥାଉ  ଯେ , ଏପରି  କୌଣସି  ଆବେଦନପତ୍ର  ଗ୍ରହଣୀୟ  ହେବ  ନାହିଂ ,  ଯଦି  ଏପରି ଆବେଦନପତ୍ର  ଦାଖଲ  ପୂର୍ବରୁ , ଜମିଦାରଙ୍କ  ଠାରୁ ଏପରି ରସିଦ୍  ଗ୍ରହଣ  କରାନଯାଏ   ।

(୬) ଯଦି ରାଜସ୍ୱ  ଉଚ୍ଚକର୍ମଚାରୀ , ଉପ –ଦଫା (୫) ଅନୁଯାୟୀ , କୌଣସି  ଆଦେଶ  ପ୍ରଦାନ  କରିବା  ସମୟରେ , ଉପରୋକ୍ତ  ଅନୁଯାୟୀ , ଜମିଦାର  କିମ୍ବା ତାଙ୍କ  ପ୍ରତିନିଧିକୁ  ଦେଖନ୍ତି ; ସେପରିସ୍ଥଳେ  ସେ  ଜମିଦାର  କିମ୍ବା  ତାଙ୍କ  ପ୍ରତିନିଧି  କିମ୍ବା  ଉଭୟଙ୍କୁ   ଜୋରିମାନାରେ  ଦଣ୍ଡିତ  କରିପାରନ୍ତି , ଯାହାକି  ଏକ  ଶହ  ଟଙ୍କାରୁ , ଉର୍ଦ୍ଧ  ହେବ  ନାହିଂ   ।

(୭) ଯଦି  କୃଷକ , କୌଣସି  ରସିଦ୍  ଗ୍ରହଣ  କରିବା  ପରେ  କିମ୍ବା ଏପର  ରସିଦ୍  ପାଇବା ନିମନ୍ତେ  ହକ୍ ଦାର ନହୋଇ , ଉପ – ଦଫା  (୫) ଅନୁଯାୟୀ , ଏକ  ଆବେଦନପତ୍ର  ଦାଖଲ  କରନ୍ତି , ତାହାଲେ  ସେ ଏକଶହ  ଟଙ୍କାରୁ  (ଉର୍ଦ୍ଧ  ନୁହେଁ ) ଜୋରିମାନା  ପ୍ରଦାନ  କରିବା ନିମନ୍ତେ  ଦାୟୀ  ରହିବେ , ଯେପରି  ରାଜସ୍ୱ  ଉଚ୍ଚକର୍ମଚାରୀ , ଆବଶ୍ୟକ  ତଦନ୍ତ  ପରେ , ନିର୍ଦ୍ଦେଶ  ଦେବେ  ;

(୮) ଯଦି  ଜମିଦାର  କିମ୍ବା ତାଙ୍କ  ପ୍ରତିନିଧି  କୌଣସି  ଯଥେଷ୍ଟ  କାରଣ  ନଥାଇ ; ଉପ – ଦଫା (୨)  ଏବଂ (୩) ର  ବ୍ୟବସ୍ଥାବଳୀକୁ  ପରିପାଳନ  ନକରନ୍ତି ; ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ , ତାଙ୍କ  ନିଜ  ମନକୁ ମନ  କିମ୍ବା  କୌଣସି  କୃଷକ  ଦ୍ଵାରା  କୌଣସି  ଆବେଦନ  ପତ୍ର  ଉପରେ  ଏବଂ  ଆବଶ୍ୟକ  ତଦନ୍ତ  ପରେ , ଜମିଦାର କିମ୍ବା  ତାଙ୍କ  ପ୍ରତିନିଧି   ଉପରେ  ପଚାଶ   ଟଙ୍କାରୁ  (ଅଧିକ  ନୁହେଁ ) ଜୋରିମାନା  ଧାର୍ଯ୍ୟ  କରିପାରନ୍ତି   ।

ସ୍ପଷ୍ଟିକରଣ : - ଏହି ଦଫା  ଉଦ୍ଦେଶ୍ୟରେ , କୌଣସି  ‘ କୃଷକ ’ ଜଣେ  ରୟତ୍ କୁ  ଅନ୍ତର୍ଭୁକ୍ତ  କରିବ   ।

ଟିପ୍ପଣୀ

ଦଫା ୧୭ – ସ୍ପଷ୍ଟିକରଣକୁ  ନିଶ୍ଚିତଭାବେ  ଏହାର  ଉକ୍ତି  ଅନୁଯାୟୀ  ବ୍ୟାଖ୍ୟା   କରାଯିବ ; ଏହା  ଦଫାକୁ  ବର୍ଣ୍ଣନା କରିବା  ନିମନ୍ତେ  ଉଦ୍ଦିଷ୍ଟ  ମାତ୍ର  ବିପରୀତଭାବେ  ନୁହେଁ   । କୌଣସି  ଦଫା  ସହ  ସଂଯୁକ୍ତ  କୌଣସି  ସ୍ପଷ୍ଟିକରଣର  ଏହା  ବ୍ୟତୀତ , କୌଣସି  ସ୍ଵାଧୀନ  ସ୍ଥିତ   ନାହିଂ   । ଉଭୟ   ଦଫା ଏବଂ  ସ୍ପଷ୍ଟିକରଣ , ଦୁଇଟି  ଅବିଚ୍ଛେଦ୍ୟ  ଅଙ୍ଗ  ଅଟେ – ସେଗୁଡିକ  ଏକତ୍ରୀତଭାବେ   ଅଗ୍ରସର   ହୁଅନ୍ତି   ।

୧୮ . ଅଧିକ ଆଦାୟ  କିମ୍ବା  କୃଷକର  ଦଖଲରେ  ହସ୍ତକ୍ଷେପ  ନିମନ୍ତେ , ଜମିଦାର  ଉପରେ  ଜୋରିମାନା  କିମ୍ବା  ଦଣ୍ଡ  : - ୯୧) ଯଦି  ଏହି ଆଇନ୍ ର  ବ୍ୟବସ୍ଥାବଳୀର  କୌଣସି  ବ୍ୟବସ୍ଥାର  ଉଲ୍ଲଘଂନରେ  , କୌଣସି  ଜମିଦାର  କିମ୍ବା  ତାଙ୍କ  ପ୍ରତିନିଧି , ବୌଧ  ଭାବେ  ଦେୟ  ଖଜଣା  ଠାରୁ ଅଧିକ  ଖଜଣା  କୌଣସି ରାୟତ  କିମ୍ବା  କୃଷକଠାରୁ  ଆଦାୟ  କରନ୍ତି  ଏବଂ ଜମିରୁ  ଏପରି  କୃଷକକୁ  ଉଚ୍ଛେଦ  କରନ୍ତି   କିମ୍ବା  କୌଣସି  ଯଥେଷ୍ଟ  କାରଣ  ନଥାଇ , କୃଷକର  ଜମି  ଚାଷରେ  ହସ୍ତକ୍ଷେପ  କରନ୍ତି  ;  ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ , ଆବଶ୍ୟକ  ଅନୁଯାୟୀ  ତଦନ୍ତ  କରିବା  ପରେ , ଏପରି  ଜମିଦାର  କିମ୍ବା ତାଙ୍କ  ପ୍ରତିନିଧି  କିମ୍ବା  ଉଭୟଙ୍କ   ଉପରେ , ପାଞ୍ଚଶହ  ଟଙ୍କାରୁ  (ଉର୍ଦ୍ଧ  ନୁହେଁ ) କୌଣସି  ଜୋରିମାନା  ଧାର୍ଯ୍ୟ  କରିପାରନ୍ତି  ;

ଉଲ୍ଲେଖ  ଥାଉ  ଯେ , ଏହି  ଆଇନ୍  ମଞ୍ଜୁର  ହେବା  ତାରିଖ  ପୂର୍ବରୁ  ଘଟିଥିବା  କୌଣସି  ଉଲ୍ଲଘଂନ  ନିମନ୍ତେ , ଏହି ଉପ – ଦଫାରେ ବ୍ୟବସ୍ଥାୟିତ  କୌଣସି  ଜୋରୀମାନା  ପ୍ରଦାନ  କରିବା  ନିମନ୍ତେ , କୌଣସି  ଜମିଦାର  କିମ୍ବା ତାଙ୍କ  ପ୍ରତିନିଧି  ଦାୟୀ  ହେବେ  ନାହିଂ   ।

(2) ରାଜସ୍ୱ  ରାଜକର୍ମଚାରୀ , ସେହି ଏକା  କାର୍ଯ୍ୟାନୁଷ୍ଠାନରେ , ଜମିଦାର  ଏବଂ ତାଙ୍କ  ପ୍ରତିନିଧିଙ୍କ  ବିରୁଦ୍ଧରେ  ଅଗ୍ରସର   ହୋଇପାରନ୍ତି  ଏବଂ କ୍ଷତିପୂରଣ  ଏବଂ ଖର୍ଚ୍ଚ  ଭାବେ  ରୟତ୍  କିମ୍ବା  କୃଷକକୁ , ଜୋରୀମାନାର  ସେପରି   ଅଂଶ  ପ୍ରଦାନ  କରିପାରନ୍ତି  , ଯେପରି  ସେ ଉଚିତ୍  ମନେ  କରିବେ

୧୯ . ସମ- ରୟତଙ୍କ  ମଧ୍ୟରେ  ବିଭାଜନ   କିପରି ଭାବରେ  କରାଯିବ : -

(୧)  ସମ – ଅଂଶୀଦାର  ରୟତ୍ ମାନଙ୍କ   ମଧ୍ୟରେ  କୌଣସି  ‘ ହୋଲ୍ ଡିଙ୍ଗ ’  ର  ବିଭାଜନ  ବୈଧ   ହେବ  ନାହିଂ  , ଯଦି  ତାହା  ନିମ୍ନଭାବେ  କରାଯାଇନଥାଏ  : -

(କ) କୌଣସି   ନିବନ୍ଧିତ  ଦଳିଲ୍  ଦ୍ଵାରା ; କିମ୍ବା

(ଖ)  କୌଣସି  ନ୍ୟାୟାଳୟର   ଡିକ୍ରୀ  ଦ୍ଵାରା ; କିମ୍ବା

(ଗ) ପରସ୍ପର   ଚୁକ୍ତି  ଉପରେ , ଧାର୍ଯ୍ୟ  ପଦ୍ଧତିରେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  କୌଣସି  ଆଦେଶ  ଉପରେ   ।

(୨) ଯେତେବେଳେ   ଉପ – ଦଫା (୧) ର  ଧାରା  (କ) ରେ  ବ୍ୟବସ୍ଥାୟୀତ  ଅନୁଯାୟୀ   କୌଣସି   ବିଭାଜନ  କରାଯାଏ , ସେପରିସ୍ଥଳେ  କୌଣସି   ଦଳିଲ୍ ର  ନିବନ୍ଧନ  ନିମନ୍ତେ  ନିବନ୍ଧନକାରୀ  ଉଚ୍ଚକର୍ମଚାରୀ  ତାହା  ଗ୍ରହଣ  କରିବେ ନାହିଂ ; ଯଦି ତାହା  ଧାର୍ଯ୍ୟ  ସୂଚନା  ସହ  ପ୍ରଦାନ  କରାନଯାଏ  ଏବଂ  ସେଥି  ସହ  ନିର୍ଦ୍ଧିଷ୍ଟ  ବିବରଣୀ ପ୍ରଦାନ  କରାଯାଇନଥାଏ  ଏବଂ ଏପରି  ସୂଚନାଜାରୀ  ନିମନ୍ତେ   ଧାର୍ଯ୍ୟ   ଶୁଳ୍କ  ପ୍ରଦାନ  କରାଯାଇନଥାଏ   ।

(୩) ଉପରୋକ୍ତ  ଉପ – ଦଫାରେ  ଉଲ୍ଲେଖିତ  ସୂଚନା , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ପ୍ରେରଣ  କରାଯିବ , ଯେ  କି  ଧାର୍ଯ୍ୟ  ପଦ୍ଧତିରେ , ତାହା , ଜମିଦାର  କିମ୍ବା ତାଙ୍କ  ପ୍ରତିନିଧି  ଉପରେ  ଜାରୀ  କରାଇବେ , ସେ ମଧ୍ୟ  ଏହାର  ଏକ  ନକଲ , ସେହି  ଅଧିକାରୀଙ୍କୁ  ପ୍ରେରଣ   କରିବେ ,  ଯେକି  ଖତିୟାନର  ରକ୍ଷଣାବେକ୍ଷଣ  କରିବା  ନିମନ୍ତେ  ଦକ୍ଷ  ଅଟନ୍ତି   ।

(୪)  ଯେତେବେଳେ  ଉପ – ଦଫା  (୧) ରେ  ଧାରା  (ଖ) ଅନୁଯାୟୀ  ବିଭାଜନ  କରାଯାଏ , ଏପରି ବିଭାଜନ  ନିମନ୍ତେ  ଚୂଡାନ୍ତ  ଡିକ୍ରୀ  ପ୍ରଦାନ  କରିଥିବା  ନ୍ୟାୟାଳୟ , ପ୍ରତ୍ୟକ  ଅଂଶ  ପ୍ରତି  ଜମିର  ଏକ  ବିବାଦ  ତାଲିକା  ଧାର୍ଯ୍ୟ  ଫର୍ମରେ   ଏବଂ  ଧାର୍ଯ୍ୟ  ପଦ୍ଧତିରେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ପ୍ରେରଣ  କରିବେ    ।

(୫) ରାଜସ୍ୱ  ଉଚ୍ଚକର୍ମଚାରୀ , ଏପରି  ତାଲିକାର  ଏକ  ନକଲ , ସେହି  ଅଧିକାରୀଙ୍କୁ   ପ୍ରେରଣ   କରିବେ , ଯେକି  ଖତିୟାନ  ରକ୍ଷଣାବେକ୍ଷଣା କରିବା  ନିମନ୍ତେ  ଦକ୍ଷ  ଅଟନ୍ତି  ଏବଂ  ଜମିଦାରଙ୍କୁ  ମଧ୍ୟ   ଏପରି  ତାଲିକା  ପ୍ରେରଣ  କରିବେ , ଯେଉଁ  ସ୍ଥଳରେ  ଏପରି  ଜମିର   ଖଜଣା , ପ୍ରତ୍ୟକ୍ଷଭାବେ  ସରକାରଙ୍କୁ  ଦେୟ  ହୋଇନଥାଏ ;

(୬)  ଯେତେବେଳେ  ଉପ – ଦଫା (୧) ର ଧାରା  (ଗ) ରେ  ବ୍ୟବସ୍ଥାୟିତ  ଅନୁଯାୟୀ , ବିଭାଜନ  କରାଯାଏ , ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ , ପ୍ରତ୍ୟକ  ଅଂଶ  ପ୍ରତି  ଆବଣ୍ଟିତ ଜମିର  ଏକ  ବିବାଦ  ତାଲିକା  ଧାର୍ଯ୍ୟ  ଫର୍ମରେ , ଖତିୟାନ  ରକ୍ଷଣାବେକ୍ଷଣକାରୀ  ଦକ୍ଷ  ଅଧିକାରୀଙ୍କୁ  ଏବଂ ଜମିଦାରୀଙ୍କୁ  ପ୍ରେରଣ  କରିବେ , ଯେଉଁ  ସ୍ଥଳରେ  ଖଜଣା  ପ୍ରତ୍ୟକ୍ଷଭାବେ  ସରକାରଙ୍କୁ  ଦେୟ  ହୋଇନଥାଏ   । ଆଦେଶର  ଏକ ନକଲ  ସହିତ , ବିଷଦ  ତାଲିକାରୁ  ଭାରତୀୟ  ନିବନ୍ଧନ  ଆଇନ୍  (୧୬/୧୯୦୮) ଅନୁଯାୟୀ , ନିବନ୍ଧନ  ନିମନ୍ତେ  ରାଜସ୍ୱ  ଉଚ୍ଚକର୍ମଚାରୀ , କର୍ତ୍ତତ୍ଵଥିବା  ଉପ – ନିବନ୍ଧନକାରୀଙ୍କ  ନିକଟକୁ ପ୍ରେରଣ   କରିବେ ;

ଉଲ୍ଲେଖ  ଥାଉ ଯେ , ଏପରି  ନିବନ୍ଧନ  ନିମନ୍ତେ  କୌଣସି  ଶୁଳ୍କ  ପ୍ରଦାନ   କରାଯିବ  ନାହିଁ  ।

ଟିପ୍ପଣୀ

ସରକାରଙ୍କ  ପତ୍ର  ସଂଖ୍ୟା  ୧୯୩୫/ଆର୍ .ତା . ୧୫.୨.୧୯୯୯  ଅନୁଯାୟୀ  କୌଣସି  ନିବନନ୍ଧନ  ଶୁଳ୍କ , କିମ୍ବା  ‘ ଷ୍ଟାମ୍ପ  ଡ୍ୟୁଟି ’ କିମ୍ବା  ‘ ସର୍ ଚାର୍ଜ ’ ଦେୟ ହେବ  ନାହିଂ   ।

୨୦ . ବନ୍ୟା  ଯୋଗୁ  ବାଲିଚର  ଦ୍ଵାରା  ନଷ୍ଟ  ହୋଇଥିବା  ଜମି  : - (୧) ଯଦି  ବନ୍ୟା  ଯୋଗୁ  ବାଲିଚର  ଦ୍ଵାରା କୌଣସି  ରୟତର  ‘ ହୋଲ୍ର ଡିଙ୍ଗ ’ କିମ୍ବା  ତା’ର  କୌଣସି  ଅଂଶ  ନଷ୍ଟ  ହୁଏ , ସେପରିସ୍ଥଳେ  ଏପରି  ‘ ହୋଲ୍ ଡିଙ୍ଗ ’ ର ଖଜଣା , ରାଜସ୍ୱ   ଉଚ୍ଚକର୍ମଚାରୀଙ୍କୁ   ଧାର୍ଯ୍ୟ  ଫର୍ମରେ , ରୟତଦ୍ୱାରା  ପ୍ରଦାନ  କରାଯାଇଥିବା   ଆବେଦନପତ୍ର  ଉପରେ , ଉକ୍ତ ‘  ହୋଲ୍ ଡିଙ୍ଗ ’ ର  ଖଜଣା  ଛାଡ  କରାଯାଇପାରେ  କିମ୍ବା  ସେପରି  ଅର୍ଥରାଶି  ଦ୍ଵାରା  ହ୍ରାସ  କରାଯାଇପାରେ , ଯେପରି  ରାଜସ୍ୱ  ଉଚ୍ଚକର୍ମଚାରୀ  ଉପଯୁକ୍ତ  ବୋଲି  ବିବେଚନା  କରନ୍ତି   ।

(୨) ବନ୍ୟା  ଦ୍ଵାରା  ବାଲିଚର  ଯୋଗୁ  କ୍ଷତି  ସମୟ  ମଧ୍ୟରେ , ରାୟତର  ଅଧିକାର  ଏବଂ ସ୍ଵାର୍ଥ , ଏପରି  ‘ହୋଲ୍ ଡିଙ୍ଗ ’ ରେ  ସ୍ଥିତ  ରହିବ  ଏବଂ  ତାହା କୋଡିଏ  ବର୍ଷରୁ  ଅଧିକ  ହେବ ନାହିଂ , ଦଫା ୫୨ ର  ବ୍ୟବସ୍ଥାବଳୀର  ନିୟନ୍ତ୍ରଣାଧିନରେ  ଉକ୍ତ  ରୟତ , ଉକ୍ତ  ସମୟ ମଧ୍ୟରେ , ଯେ କୌଣସି  ସମୟରେ  ଏହାର  ପୁନଃ  ଉପସ୍ଥାପନା କରେ , ଏପରି  ଜମି  ଦାଖଲ  କରିବା  ଅଧିକାର   ରହିବ  ଏବଂ ସେ ଏଥି  ନିମନ୍ତେ  ଏପରି  ଖଜଣା  ପ୍ରଦାନ  କରିବେ , ଯେପରି  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ମତରେ  ଯଥାଯଥ   ହେବ   ।

୨୧ . କ୍ରମଶଃ  ମୂର୍ତ୍ତିକା ଜମା  ଦ୍ଵାରା  ଲାଭ  କରାଯାଇଥିବା  ଜମି  : - କୌଣସି  ‘ ହୋଲ୍ ଡିଙ୍ଗ’ ପ୍ରତି , ମୃର୍ତ୍ତିକା  ଜମା  ଦ୍ଵାରା  ଲାଭ  କରାଯାଇଥିବା  କୌଣସି  ଜମି , ତାହା  କୌଣସି  ନଦୀର  ପଶ୍ଚାତ୍  ଗତିଯୋଗୁ  କିମ୍ବା  କୌଣସି  ସମୁଦ୍ରର ପଶ୍ଚାତ୍  ଗତି ଯୋଗୁ  ହୋଇଥାଉ ; ଦଫା  ୫୨ର  ବ୍ୟବସ୍ଥାବଳୀର  ନିୟନ୍ତ୍ରଣାଧିନରେ , ସାଧାରଣତଃ  ଏପରି  ‘ ହୋଲ୍ ଡିଙ୍ଗ ’ ର  ଏକ  ଅଂଶ ଗଠନ  କରିବ  ଏବଂ  ସେଥିରେ  ରୟତ୍  ଏପରି  ଅତିରିକ୍ତ  ଖଜଣା  ପ୍ରଦାନ  କରିବା  ନିମନ୍ତେ  ଦାୟୀ  ରହିବ, ଯେପରି  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା ସ୍ଥିର  କରାଯାଇପାରେ   ।

୨୨ . ଅନୁସୂଚିତ  କିମ୍ବା  ତଫସିଲ୍ ଭୁକ୍ତ  ଜାତିଙ୍କ ଦ୍ଵାରା , ଜମିର  ହସ୍ତାନ୍ତରଣ ଉପରେ  ପ୍ରତିବନ୍ଧନ  : -  (୧) ତଫସିଲ ଭୁକ୍ତ  ଜାତିର   ହୋଇଥିବା  କୌଣସି  ରୟତ୍  ଦ୍ଵାରା , କୌଣସି  ‘ ହୋଲ୍ ଡିଙ୍ଗ ’ ର  [ କୌଣସି  ହସ୍ତାନ୍ତରଣ ] କେବଳ  ଯେତେବେଳେ  ଏହା  ନିମ୍ନ  ବ୍ୟକ୍ତିଙ୍କ  ସପକ୍ଷରେ  ହୋଇନଥାଏ , ଅବୈଧ  ହେବ  : -

(କ) ତଫସିଲ୍  ଭୁକ୍ତ  ଜାତି  ହୋଇଥିବା  କୌଣସି  ବ୍ୟକ୍ତିଙ୍କୁ ; କିମ୍ବା

(ଖ) ତଫସିଲ୍  ଭୁକ୍ତ  ଜାତି  ହୋଇନଥିବା  କୌଣସି  ବ୍ୟକ୍ତି , ଯେତେବେଳେ   ଏପରି  ହସ୍ତାନ୍ତରଣ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଲିଖିତ  ପୂର୍ବାନୁମତି  ସହିତ  କରାଯାଇଥାଏ ;

ଉଲ୍ଲେଖ ଥାଉ  ଯେ , ବିକ୍ରୀ  ଦ୍ଵାରା  କୌଣସି  ହସ୍ତାନ୍ତରଣ  କ୍ଷେତ୍ରରେ , ରାଜସ୍ୱ  ଉଚ୍ଚାକର୍ମଚାରୀ  ଏପରି  ଅନୁମତି  ମଞ୍ଜୁର  କରିବେ  ନାହିଂ , ଯଦି  ସେ  ସନ୍ତୁଷ୍ଟ  ନହୁଅନ୍ତି  ଯେ , ତଫସିଲ୍ ଭୁକ୍ତ  ଜାତିର  ହୋଇଥିବା  କୌଣସି  କ୍ରେତା , ଜମିର  ବଜାର  ଦର  ପ୍ରଦାନ  କରିବା  ନିମନ୍ତେ  ଇଚ୍ଛୁକ ଥାଇ  ଉପଲବ୍ଧ   ହୁଅନ୍ତି   ନାହିଂ  ଏବଂ  କୌଣସି  ଦାନ  କ୍ଷେତ୍ରରେ , ଯଦି ସେ  ଏହାର  ସଠିକତା  ସଂବନ୍ଧରେ  ସନ୍ତୁଷ୍ଟ  ନହୁଅନ୍ତି   ।

(୨) ରାଜ୍ୟ  ସରକାର , ଏହି  ଆଇନ୍ ର  ପ୍ରଚଳନ  ତାରିଖରେ , କୌଣସି  ଅଂଚଳପ୍ରତି   ପ୍ରୟୋଗନୀୟ   ଆଇନ୍  ଏବଂ ପ୍ରଥାକୁ  ବିବେଚନା  କରି , ବିଜ୍ଞପ୍ତି  ଦ୍ଵାରା  ନିର୍ଦେଶ  ଦେଇପାରନ୍ତି  ଯେ , ଉପ – ଦଫା (୧) ରେ  ବ୍ୟବସ୍ଥାୟିତ  ପ୍ରତିବନ୍ଧନ , ଏପରି  ଅଂଚଳରେ ଜମି ପ୍ରତି  ପ୍ରୟୋଗ  ହେବ  ନାହିଂ  ।

[(୩) ରାଜସ୍ୱ   ଉଚ୍ଚକର୍ମଚାରୀଙ୍କ  ଲିଖିତ  ଅନୁମତି  ବ୍ୟତୀତ , ଏପରି  କୌଣସି  ‘ ହୋଲ୍ ଡିଙ୍ଗ ’ କୁ , କୌଣସି  ବ୍ୟକ୍ତିଙ୍କୁ  କୌଣସି ଡିକ୍ରୀର  ସଂପାଦନରେ   ବିକ୍ରୀ  କରାଯିବ  ନାହିଂ ; ଜେକି  ସେ  କୌଣସି  ତଫସିଲ୍ ଭୁକ୍ତ  ଉପଜାତିର  ହୋଇନଥାଆନ୍ତି  ।

(୪) ସେତେବେଳେ  ବଳବତ୍ତର  ଥିବା  ଅନ୍ୟ କୌଣସି  ଆଇନ୍ର ରେ  ଧାରୀତ  କୌଣସି  ବ୍ୟବସ୍ଥା  ସତ୍ବେ , ଯେଉଁ   ସ୍ଥଳରେ  ନିବନ୍ଧନ  ଆଇନ୍ , ୧୯୦୮ ( ୧୬/୧୯୦୮) ର  ଦଫା ୧୭ ର ଉପ – ଦଫା (୧) ର  ଧାରା  (କ) ରୁ  ଧାରା (ଙ) ର  ବ୍ୟବସ୍ଥାବଳୀ ଅନୁଯାୟୀ  ନିବନ୍ଧିତ  ହେବା  ଆବଶ୍ୟକ , ତାହା , କୌଣସି  ତଫସିଲ ଭୁକ୍ତ  ଉପଜାତିର  ହୋଇଥିବା  କୌଣସି  ରୟତଙ୍କ  ଦ୍ଵାରା , କୌଣସି  ‘ ହୋଲ୍ ଡିଙ୍ଗ ’  କିମ୍ବା ତା’ର  ଅଂଶକୁ  କୌଣସି  ବ୍ୟକ୍ତିର  ସପକ୍ଷରେ  ହସ୍ତାନ୍ତରଣ  କରାଯାଏ , ଯେକି  ତଫସିଲ୍ ଭୁକ୍ତ   ଉପ –ଜାତିର  ହୋଇନଥାନ୍ତି ; ସେପରି  ସ୍ଥଳେ  ସେହି ଆଇନ୍  ଅନୁଯାୟୀ  ନିଯୁକ୍ତ  କୌଣସି  ନିବନ୍ଧନ ଅଧିକାରୀ ; ଏପରି କୌଣସି  ଦଳିଲ୍ କୁ   ନିବନ୍ଧନ  କରିବେ  ନାହିଂ , ଯଦି ଏପରି  ଦଳିଲ୍ , ଏପରି  ହସ୍ତାନ୍ତରଣ  ନିମନ୍ତେ , ରାଜସ୍ୱ  ଅଧିକାରୀଙ୍କ  ଲିଖିତ  ଅନୁମତି  ବିନା  ପ୍ରଦାନ  କରାଯାଇନଥାଏ   ।

(୫) ଉପ – ଦଫା  (୧) ରୁ (୪)  ରେ  ଧାରୀତ  ବ୍ୟବସ୍ଥାବଳୀ , ତଫସିଲ୍  ଭୁକ୍ତ  ଜାତିର  ହୋଇଥିବା  କୌଣସି  ରୟତକୁ  କୋଣସି ‘ ହୋଲ୍ ଡିଙ୍ଗ ’ ର  ହସ୍ତାନ୍ତରଣ  ପ୍ରତି  ପାରସ୍ପରିକଭାବେ  ପ୍ରୟୋଗ  ହେବ  ।

(୬) ଏହି ଦଫାର  କୌଣସି  ବ୍ୟବସ୍ଥା ପ୍ରୟୋଗ  ହେବ  ନାହିଂ  : -

(୭)  ପ୍ରଦାନ  କରାଯାଇଥିବା କୌଣସି  ‘ ଅର୍ଥ  ଡିକ୍ରୀ ’ ର ସଂପାଦନରେ  କୌଣସି  ବିକ୍ରୀ  ପ୍ରତି  କୌଣସି  ସୁଚିତ ବ୍ୟାଙ୍କ  ସପକ୍ଷରେ  ବନ୍ଧକର  ସଂପାଦନରେ  କୌଣସି  ହସ୍ତାନ୍ତରଣ  ପ୍ରତି  କିମ୍ବା   କୌଣସି  ବ୍ୟାଙ୍କ  ସପକ୍ଷରେ , ଯେଉଁଥି ପ୍ରତି , ଓଡିଶା  ସମବାୟ  ସମିତି  ଆଇନ୍, ୧୯୬୨ (୨/୧୯୬୩) ପ୍ରୟୋଗନୀୟ  ଅଟେ ; ଏବଂ

(ଖ) କୌଣସି  ଅନୁସୂଚିତ  ଅଂଚଳ  ମଧ୍ୟରେ  କୌଣସି  ତଫସିଲ୍ ଭୁକ୍ତ  ଜାତିର  ହୌଣସି  ସଦସ୍ୟଙ୍କ  ଦ୍ଵାରା  କୌଣସି  ହସ୍ତାନ୍ତରଣ  ପ୍ରତି   । ]

[୨୨ – ‘ କ ’  - ରୟତ୍  କିମ୍ବା  କୃଷକ  ଦ୍ଵାରା  ସମର୍ପଣ  କିମ୍ବା  ପରିତ୍ୟାଗ  : - ରୟତ୍  କିମ୍ବା  କୃଷକ  ଦ୍ଵାରା , କୌଣସି  ଅଂଶର  ସମର୍ପଣ  କିମ୍ବା ପରିହାର  ବୈଧ  ହେବ  ନାହିଂ , ଯଦି  ଏପରି ସମର୍ପଣ  କିମ୍ବା  ପରିହାର କିମ୍ବା  ପରିତ୍ୟାଗ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ପୂର୍ବରୁ   ଅନୁମୋଦିତ  ହୋଇନଥାଏ   ।

(୨) ତା’ର  ‘ ହୋଲ୍ ଡିଙ୍ଗ ’  କିମ୍ବା  ତା’ର  କୌଣସି  ଅଂଶକୁ  ସମର୍ପଣ  କିମ୍ବା  ପରିତ୍ୟାଗ  କରିବା  ନିମନ୍ତେ  ଇଚ୍ଛୁକ କୌଣସି  ରୟତ୍  କିମ୍ବା  କୃଷକ , ଲିଖିତ  ଭାବେ  ତା’ର  ସଂପୂର୍ଣ୍ଣ  ତଥ୍ୟ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ପ୍ରଦାନ  କରିବେ   ।

(୩) ଉପ – ଦଫା  (୨) ଅନୁଯାୟୀ , ଏପରି  ତଥ୍ୟ  ପାଇବା  ପରେ , ରାଜସ୍ୱ  ଉଚ୍ଚକର୍ମଚାରୀ  ଧାର୍ଯ୍ୟ  ଅନୁଯାୟୀ  ଏପରି  ତଦନ୍ତ  କରି କିମ୍ବା  କରାଇ , ପ୍ରସ୍ତାବିତ୍  ସମର୍ପଣ  କିମ୍ବା ପରିତ୍ୟାଗକୁ   ଅନୁମୋଦନ କରିପାରନ୍ତି  କିମ୍ବା  ଅନୁମୋଦନ  ନକରିପାରନ୍ତି  ;

ଉଲ୍ଲେଖ  ଥାଉ  ଯେ ,  ଏପରି  କୌଣସି   ସମର୍ପଣ  କିମ୍ବା   ପରିତ୍ୟାଗକୁ  ଅଣ – ଅନୁମୋଦନ  କରାଯିବ ନାହିଂ , ଯଦି  ଏପରି   ରୟତ୍  କିମ୍ବା  କୃଷକକୁ , ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ , ଏପରି ବିଷୟରେ , ଶୁଣାଣୀର  କୌଣସି ସୁଯୋଗ   ପ୍ରଦାନ  କରାନଯାଏ   ।

(୪) ଯେଉଁ  ସ୍ଥଳରେ  ଏହି ଦଫା  ଅନୁଯାୟୀ  ରାଜସ୍ୱ ଉଚ୍ଚକର୍ମଚାରୀଙ୍କ  ଦ୍ଵାରା ଏପରି  ‘ ହୋଲ୍ ଡିଙ୍ଗ ’ ର  ସମର୍ପଣ  କିମ୍ବା ପରିତ୍ୟାଗ  ଅନୁମୋଦନ  କରାଯାଏ , ସେପରିସ୍ଥଳେ , ସରକାରଙ୍କ  ଦ୍ଵାରା  ଏପରି  ସମର୍ପିତ  କିମ୍ବା  ପରିତ୍ୟକ୍ତ  ‘ ହୋଲ୍ ଡିଙ୍ଗ ’ କିମ୍ବା  ତ’ର  କୌଣସି  ଅଂଶ , ସରକାରଙ୍କ  ଦ୍ଵାରା  ବନ୍ଦୋବସ୍ତ  କରାଯିବ   ।

(୧) ଯେଉଁ  ସ୍ଥଳରେ  ଏପରି ସମର୍ପଣ   କିମ୍ବା ପରିତ୍ୟାଗ , ତଫସିଲ୍ ଭୁକ୍ତ  ଉପଜାତିର  କୌଣସି  ବ୍ୟକ୍ତି ଦ୍ଵାରା  କୌଣସି  ତଫସିଲ୍ ଭୁକ୍ତ  ଉପଜାତିର  ଅନ୍ୟ  କୌଣସି  ବ୍ୟକ୍ତି ସହିତ  କରାଯାଏ ; କିମ୍ବା

(୨)  କୌଣସି   କ୍ଷେତ୍ରରେ , ଯେଉଁ ସ୍ଥଳରେ  ଧାରା  (୧)  ଅନୁଯାୟୀ  ବନ୍ଦୋବସ୍ତ  ଗ୍ରହଣ  କରିବା ନିମନ୍ତେ  କୌଣସି  ତଫସିଲ୍  ଭୁକ୍ତ  ଉପଜାତିର  ବ୍ୟକ୍ତି  ଉପଲବ୍ଧ   ହୁଅନ୍ତି ନାହିଂ ,କିମ୍ବା  ଉକ୍ତ  ବିଷୟ  ନିମନ୍ତେ ଇତ୍ସୁକ  ନଥାଆନ୍ତି, କିମ୍ବା ଅନ୍ୟ  କୌଣସି  କ୍ଷେତ୍ରରେ , ଦଫା  ୫୧ ର  ଉପ – ଦଫା  (୨) ରେ  ଧାର୍ଯ୍ୟ  ଅଗ୍ରଗଣ୍ୟତା  ସହିତ  ସମନ୍ଵୟ  ରକ୍ଷାକରି  ଅନ୍ୟ କୌଣସି  ବ୍ୟକ୍ତି  ସହିତ  ତାହା  ବନ୍ଦୋବସ୍ତ  କରିବେ ;

(୫) ଯେଉଁ  ସ୍ଥଳରେ  , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ପୂର୍ବ  ଅନୁମୋଦନ  ବିନା , କୌଣସି  ରୟତ୍  କିମ୍ବା କୃଷକ , ତାଙ୍କର  ‘ ହୋଲ୍ ଡିଙ୍ଗ ’  କିମ୍ବା  ତା’ର  କୌଣସି  ଅଂଶକୁ  ସମର୍ପଣ  କରନ୍ତି  କିମ୍ବା  ପରିତ୍ୟାଗ  କରନ୍ତି  ଏବଂ  ଏପରି ସମର୍ପିତ  କିମ୍ବା  ପରିତ୍ୟକ୍ତ  ‘ ହୋଲ୍ ଡିଙ୍ଗ ’  କିମ୍ବା ତା’ର କୌଣସି  ଅଂଶ  ଜମିଦାରଙ୍କ  ଦ୍ଵାରା ଦଖଲ  କରାଯାଏ , ସେପରି  ସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ ( ଜମିଦାରଙ୍କୁ  ଶୁଣାଣୀର  ଏକ  ସୁଯୋଗ  ପ୍ରଦାନ କରିବା  ପରେ ),ଏପରି ସମର୍ପିତ  କିମ୍ବା  ପରିତ୍ୟକ୍ତ  ଜମିର  ଏକ  ଏକର  ପ୍ରତି  , ଦୁଇ  ଶହ  ଟଙ୍କାରୁ (ଉର୍ଦ୍ଧ  ନୁହେଁ ) ଜୋରୀମାନା  ପ୍ରତ୍ୟକ   ବର୍ଷ  କିମ୍ବା  ତା’ର  କୌଣସି  ଅଂଶ  ନିମନ୍ତେ  ଧାର୍ଯ୍ୟ  କରିବା  ପାଇଁ  ଦକ୍ଷ  ରହିବେ , ଯେଉଁ  ସମୟ  ମଧ୍ୟରେ , ଏପରି  ଦଖଲ ଲାଗି  ରହିଥାଏ   ।

୨୩ . ଦଫା  ୨୨ ର  ଉଲ୍ଲଘଂନରେ , ହସ୍ତାନ୍ତରଣର  ପ୍ରଭାବ  : -(୧)[ ଦଫା  ୨୨ ର ଉପ – ଦଫା (୧)]ର  ବ୍ୟବସ୍ଥାବଳୀର  ଉଲ୍ଲଘଂନରେ , କୌଣସି  ହସ୍ତାନ୍ତରଣ  କ୍ଷେତ୍ରରେ , ରାଜସ୍ୱ  ଉଚ୍ଚକର୍ମଚାରୀ  , ତାଙ୍କର  ନିଜ ତଥ୍ୟାନୁଯାୟୀ  କିମ୍ବା  ଜମିରେ ଇଚ୍ଛୁକ   କୌଣସି  ବ୍ୟକ୍ତିର  ଆବେଦନ ପତ୍ର  ଉପରେ  , କାରଣ  ଦର୍ଶାଇବା  ନିମନ୍ତେ , ହସ୍ତାନ୍ତରଣକାରୀ  ଏବଂ  ହସ୍ତାନ୍ତରୀତ  ବ୍ୟକ୍ତିଙ୍କୁ  ସୂଚନା  ନିର୍ଗମ କରିପାରନ୍ତି  ଯେ ,  ଏପରି ହସ୍ତାନ୍ତରଣକୁ  କାହିଁକି  ଅବୈଧ   ବୋଲି  ଘୋଷଣା  କରାଯିବ  ନାହିଂ  ।

[(୨) ଏପରି  ତଦନ୍ତ  ଅନୁଷ୍ଠିତ  କରିବା  ପରେ , ଯେପରି  ରାଜସ୍ୱ  ଉଚ୍ଚାକର୍ମଚାରୀ  ଉଚିତ୍  ମନେ  କରନ୍ତି  ଏବଂ ଇଚ୍ଛୁକ  ବ୍ୟକ୍ତିଙ୍କୁ  ଶୁଣିବା  ପରେ , ସେ  ଏପରି  ହସ୍ତାନ୍ତରଣକୁ ଅବୈଧ  ଘୋଷଣା  କରିପାରନ୍ତି  ଏବଂ ପ୍ରତ୍ୟକ  ବର୍ଷ  ନିମନ୍ତେ  କିମ୍ବା  ତା’ର  ଅଂଶବିଶେଷ  ନିମନ୍ତେ  ଏପରି  ହସ୍ତାନ୍ତରୀତ   ଜମିର  ପ୍ରତ୍ୟକ  ଏକର  ନିମନ୍ତେ  ଦୁଇ ଶହ  ଟଙ୍କାରୁ  (ଅଧିକ ନୁହେଁ ) ଜୋରୀମାନା , ହସ୍ତାନ୍ତରୀତ  ବ୍ୟକ୍ତି  ଉପରେ  ଧାର୍ଯ୍ୟ  କରିପାରନ୍ତି , ଯେଉଁ  ସମୟ  ମଧ୍ୟରେ  ଏପରି  ହସ୍ତାନ୍ତରଣ  ଅନୁଯାୟୀ , ଦଖଲ  ଲାଗି ରହିଥାଏ , ଯାହାକି  ଅବୈଧ  ବୋଲି  ଘୋଷଣା  କରାଯାଇଛି  [ ଏବଂ  ଏହା  ମଧ୍ୟ  ଯେ , ଏପରି  ଜୋରିମାନାର  କୌଣସି  ଅଂଶକୁ  ହସ୍ତାନ୍ତରଣକାରୀ  ବ୍ୟକ୍ତି  କିମ୍ବା  ତାଙ୍କର  ଉତ୍ତରାଧିକାରୀଙ୍କୁ  ପ୍ରଦାନ କରିବା  ନିମନ୍ତେ  ଆଦେଶ   ଦେଇପାରନ୍ତି   ।

(୩) ଉପ – ଦଫା (୨) ଅନୁଯାୟୀ  କୌଣସି  ଘୋଷଣା  କରାଯିବା  ପରେ ରାଜସ୍ୱ  ଉଚ୍ଚକର୍ମଚାରୀ  ମନକୁ  ମନ  କିମ୍ବା  ଇଚ୍ଛୁକ  କୌଣସି  ବ୍ୟକ୍ତିର  ଆବେଦନ   ପତ୍ର  ଉପରେ  ହସ୍ତାନ୍ତରଣକାରୀ  ବ୍ୟକ୍ତି  କିମ୍ବା  ତାଙ୍କ  ଉତ୍ତରାଧିକାରୀଙ୍କୁ  ଉକ୍ତ  ସଂପତ୍ତି  ପୁନଃ  ଫେରସ୍ତ  କରାଇବେ  ଏବଂ  ଏହି  ଉଦ୍ଦେଶ୍ୟ  ନିମନ୍ତେ , ଏପରି  ପଦକ୍ଷେପ ଗ୍ରହଣ  କରିପାରନ୍ତି , ଯାହା  ଫଳରେ  ଉକ୍ତ  ଆଦେଶ  ସହ  ସମନ୍ଵୟ  ରକ୍ଷାକରି   କୌଣସି  ଶାନ୍ତି ଭଙ୍ଗକୁ   ପ୍ରତିବନ୍ଧିତ  କରାଯାଇପାରିବ    ।

[ଉଲ୍ଲେଖ ଥାଉ ଯେ , ଯଦି ରାଜସ୍ୱ   ଉଚ୍ଚକର୍ମଚାରୀ  ଏପରି  ମତପୋଷଣ  କରନ୍ତି  ଯେ , ସଂପତ୍ତିର  ପୁନଃ  ଫେରସ୍ତି , ଯଥାଯଥଭାବେ  ସମ୍ଭବପର   ନୁହେଁ  , ସେପରିସ୍ଥଳେ  ସେ  ତା’ର  କାରଣ  ଲିପିବଦ୍ଧ  କରିବେ  ଏବଂ ସରକାରଙ୍କ  ନିୟନ୍ତ୍ରଣାଧିନରେ  ଉକ୍ତ  ସଂପତ୍ତିକୁ , ତଫସିଲ୍ ଭୁକ୍ତ  ଉପ –ଜାତିର ଅନ୍ୟ  କୌଣସି  ସଦସ୍ୟଙ୍କ ସହିତ  ବନ୍ଦୋବସ୍ତ  କରିବେ , କିମ୍ବା  ଏପରି  କୌଣସି  ସଦସ୍ୟଙ୍କ  ଅନୁପସ୍ଥିତିରେ , ଓଡିଶା  ସରକାରୀ  ଜମି  ବନ୍ଦୋବସ୍ତ  ଆଇନ୍ , ୧୯୬୨ (୩୩/୧୯୬୨) ରେ ଧାରୀତ  ବ୍ୟବସ୍ଥାବଳୀ  ସହ  ସମନ୍ଵୟ ରକ୍ଷାକରି , ଅନ୍ୟ  କୌଣସି   ବ୍ୟକ୍ତି  ସହିତ  ତାହା  ବନ୍ଦୋବସ୍ତ  କରିବେ  ।

ସ୍ପଷ୍ଟିକରଣ : - ସଂପତ୍ତିର  ପୁନଃ  ଉଦ୍ଧାର  ଅର୍ଥ , ହସ୍ତାନ୍ତରଣକାରୀ  କିମ୍ବା ତାଙ୍କର  ଉତ୍ତରାଧିକାରୀଙ୍କୁ  ସଂପତ୍ତିର  ପ୍ରକୃତ  ଦଖଲ  ପ୍ରଦାନ କରିବା  ।

[(୪) ଯେଉଁ  ସ୍ଥଳରେ  କୌଣସି  ହସ୍ତାନ୍ତରଣ , ଏହି ଦଫା  ଅନୁଯାୟୀ , ଅବୈଧ  ବୋଲି  ଘୋଷିତ  ହୁଏ  ଏବଂ  ଅନ୍ୟ  କୌଣସି  ବ୍ୟକ୍ତିର , ହସ୍ତାନ୍ତରୀତ  ବ୍ୟକ୍ତି  , ସେଥିରୁ  ଉଚ୍ଛେଦ ହୋଇଥାନ୍ତି ; ସେପରିସ୍ଥଳେ  ହସ୍ତାନ୍ତରୀତ  ବ୍ୟକ୍ତି , ତାଙ୍କ  ଦ୍ଵାରା  ହସ୍ତାନ୍ତରଣକାରୀ   ବ୍ୟକ୍ତିଙ୍କୁ  ପ୍ରଦାନ  କରିଥିବା  କୌଣସି  ଅର୍ଥରାଶି  ପାଇବା  ନିମନ୍ତେ  ହକ୍ ଦାର  ହେବେ  ନାହିଂ କିମ୍ବା ଏପରି   ହସ୍ତାନ୍ତରଣର  ବଏନାଭାବେ  କୌଣସି  ଅର୍ଥରାଶି  ପାଇବା  ନିମନ୍ତେ  ହକ୍ ଦାର ହେବେ ନାହିଂ   ।

[୨୩ – ‘ କ ’-  ସଂପତ୍ତିର ଅକ୍ଷମତାୟୀତ  ଦଖଲରେ  ଥିବା ବ୍ୟକ୍ତିର  ଉଚ୍ଛେଦ  : - ଯେଉଁ  ସ୍ଥଳରେ   କୌଣସି  ବ୍ୟକ୍ତି , ତଫସିଲ୍ ଭୁକ୍ତ  ଜାତି  କିମ୍ବା  ତଫସିଲ୍  ବ୍ଭୁକତା  ଉପଜାତିର  ହୋଇଥିବା  କୌଣସି  ରୟତର  କୌଣସି  ସମୁଦାୟ              ‘ ହୋଲ୍ ଡିଙ୍ଗ ’ କିମ୍ବା  ତା’ର   କୌଣସି  ଅଂଶକୁ  ଅକ୍ଷମତାୟୀତ  ଭାବେ  ଦଖଲ  କରୁଥିବା  ଦେଖାଯାଏ  ଏବଂ ତାହା , ଅନୁସୂଚୀତ  ଅଂଚଳ  ବ୍ଯତୀତ କିମ୍ବା  ଅନ୍ୟଥା   ଏପରି   କରାଯାଇଥାଏ , ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ , ମାଲିକଙ୍କ ଆବେଦନପତ୍ର  ଉପରେ  କିମ୍ବା  ସେଥିରୁ  ଇଚ୍ଛୁକ  କୌଣସି  ବ୍ୟକ୍ତିର  ଆବେଦନପତ୍ର  ଉପରେ  କିମ୍ବା  ନିଜ  ମନକୁ  ମନ  ଏବଂ ପକ୍ଷମାନଙ୍କୁ  ଶୁଣାଣୀର  ଏକ  ଯଥାଯଥ  ସୁଯୋଗ  ପ୍ରଦାନ  କରିବା  ପରେ ; ଏପରି  ଅକ୍ଷମତାୟୀତ  ଦଖଲରେ  ଥିବା  ବ୍ୟକ୍ତିଙ୍କୁ  ଉଚ୍ଛେଦ  ନିମନ୍ତେ  ଆଦେଶ  ଦେଇପାରନ୍ତି   ଏବଂ ଦଫା ୨୩ ର  ଉପ –ଦଫା (୩) ଅ  ବ୍ୟବସ୍ଥାବଳୀ  ସହିତ  ସମନ୍ଵୟ  ରକ୍ଷାକରି , ଉକ୍ତ  ରୟତ  କିମ୍ବା  ତାଙ୍କ  ଉତ୍ତରାଧିକାରୀଙ୍କୁ  ଉକ୍ତ  ସଂପତ୍ତି  ପୁନଃ  ଫେରସ୍ତ  କରାଇବେ  । ]

[୨୩- ‘ ଖ ’-  ଦଫା  ୨୩ ଅନୁଯାୟୀ  କାର୍ଯ୍ୟାନୁଷ୍ଠାନ  ପ୍ରତି  ପ୍ରମାଣ  ଭାର  ଏବଂ ତମାଦି  ଆଇନ୍ , ୧୯୬୩ ର  ସଂଶୋଧନର  ପ୍ରୟୋଗ  : - (୧) ଯଦି  ଦଫା ୨୩ ଅନୁଯାୟୀ  କୌଣସି  କାର୍ଯ୍ୟାନୁଷ୍ଠାନ  ଗ୍ରହଣ  କରାଯାଏ  ଏବଂ  କୌଣସି   ‘ ହୋଲ୍ ଡିଙ୍ଗ ’ କିମ୍ବା  ତା’ର  କୌଣସି   ଅଂଶର  ହସ୍ତାନ୍ତରଣ ପ୍ରଶ୍ନାୟିତ  ହୁଏ ; କିମ୍ବା  ଯଦି  ଏପରି  କାର୍ଯ୍ୟାନୁଷ୍ଠାନ , ଏପରି ‘ ହୋଲ୍ ଡିଙ୍ଗ ’ କିମ୍ବା ତା’ର  ଅଂଶର  ଦଖଲର  ଉଦ୍ଧାର   ନିମନ୍ତେ  ହୋଇଥାଏ , ସେପରିସ୍ଥଳେ  ଏପରି  ହସ୍ତାନ୍ତରଣ  ବୈଧ  ବୋଲି  ପ୍ରମାଣ  କରିବା  ଦାୟୀତ୍ଵ , ସେତେବେଳେ  ବଳବତ୍ତର  ଅନ୍ୟ କୌଣସି  ଆଇନ୍  ସତ୍ବେ  ହସ୍ତାନ୍ତରୀତ  ବ୍ୟକ୍ତି  ଉପରେ  ନ୍ୟସ୍ତ   ରୁହେ   ।

(୨) ତମାଦି  ଆଇନ୍ , ୧୯୬୩ ର  ଦଫା ୨୩ – ‘ ଖ ’ ଅନୁଯାୟୀ  କାର୍ଯ୍ୟାନୁଷ୍ଠାନ  ପ୍ରତି  ଏହାର  ପ୍ରୟୋଗରେ   [ ଏବଂ  ଦଫା ୨୩ – କ  ଅନୁଯାୟୀ ] ସୂଚୀରେ  ଶବ୍ଦାବଳୀ  ‘ ବାରବର୍ଷ ’  ପରେ  ଯାହାକି  ଅନୁଚ୍ଛେଦ  ୬୫ ବିରୁଦ୍ଧରେ  ଦ୍ଵିତୀୟ ସ୍ତମ୍ଭରେ   ଉଲ୍ଲେଖିତ  ଶବ୍ଦାବଳୀ , ବନ୍ଧନୀ  ଏବଂ  ସଂଖ୍ୟା  ମାତ୍ର  କୌଣସି  ତଫସିଲ୍ ଭୁକ୍ତ ଉପଜାତି  କିମ୍ବା କୌଣସି  ତଫସିଲ୍ ଭୁକ୍ତ  ଜାତିର  କୌଣସି  ସଦସ୍ୟଙ୍କର  ହୋଇଥିବା   ସ୍ଥାବର  ସଂପତ୍ତି   କ୍ଷେତ୍ରରେ   ତିରିଶ  ବର୍ଷ  ଯାହାକି   ସଂବିଧାନର  (ତଫସିଲ୍ ଭୁକ୍ତ   ଉପଜାତି )ଆଦେଶ   କିମ୍ବା  ସଂବିଧାନ (ତଫସିଲ୍ ଭୁକ୍ତ  ଜାତି ) ଆଦେଶ  ୧୯୫୦ ରେ  ଓଡିଶା  ରାଜ୍ୟ  ସଂବନ୍ଧରେ  ଧାର୍ଯ୍ୟ ; ଯେଉଁ  ସ୍ଥଳରେ ଯେପରି  ପ୍ରୟୋଗନୀୟ , ‘ ସଂଯୋଗ  କରାଯିବ  । ]

ଅଧ୍ୟାୟ – ୩

ବ୍ୟକ୍ତିଗତ  ଚାଷ  ନିମନ୍ତେ , ଜମିର ପୁନଃରୁଦ୍ଧାର

୨୪. କୃଷି  ଜମିର  ପୁନଃରୁଦ୍ଧାର  : - (୧) ଅଧ୍ୟାୟ – ୨ ରେ  କୌଣସି  ବିପରିତାର୍ଥ  ସତ୍ବେ ; ମାତ୍ର  ଏତତ୍ ପରେ  ଧାର୍ଯ୍ୟ  ସର୍ତ୍ତାବଳୀ , ସୀମାବଦ୍ଧିକରଣ  ଏବଂ  କଟକଣାର  ନିୟନ୍ତ୍ରଣାଧିନରେ , ଜମିଦାର  ଏବଂ  କୃଷକର , ଏହି ଅଧ୍ୟାୟର ବ୍ୟବସ୍ଥାବଳୀ   ଅନୁଯାୟୀ , ଜମିର  ପୁନଃରୁଦ୍ଧାର  ଏବଂ  ଅଣ – ପୁନଃରୁଦ୍ଧାର  ସ୍ଥିର  କରିବା  ଅଧିକାର  ସେହି  ଉଦ୍ଦେଶ୍ୟ  ନିମନ୍ତେ   ରହିବ   ।

ସ୍ପଷ୍ଟିକରଣ : -ପୁନଃଉଦ୍ଧାରନୀୟ  ଜମି , ସେହି  ଜମିକୁ  ଉଲ୍ଲେଖକରେ , ଯାହାକି  କୌଣସି  କୃଷକଠାରୁ  କୌଣସି   ଜମିଦାର  ଦ୍ଵାରା  ବ୍ୟକ୍ତିଗତ  ଚାପ  ନିମନ୍ତେ , ପୁନଃରୁଦ୍ଧାର  କରାଯାଇପାରେ

(୨) ଏହି  ଅଧ୍ୟାୟର  କୌଣସି  ବ୍ୟବସ୍ଥା , କୌଣସି  ଜମିଦାରଙ୍କ  ଦ୍ଵାରା  ଧାରୀତ  ଜମି  ସଂବନ୍ଧରେ   ପ୍ରୟୋଗ ହେବ  ନାହିଂ ;  ଯେକି  [xxx] ଜଣେ  ସୁବିଧାୟୀତ  ରୟତ୍  ଅଟନ୍ତି କିମ୍ବା  ଅକ୍ଷମତା  କିମ୍ବା  ଅଦକ୍ଷତା  ଅଧିନରେ  ଜଣେ  ବ୍ୟକ୍ତି ହୋଇଥାନ୍ତି   ।

୨୫ . ପୁନଃ ଉଦ୍ଧାରନୀୟ  ଜମିର ପରିମାଣ  : - ପୁନଃଉଦ୍ଧାରନୀୟ  ଜମିର  ପରିମାଣ , ପ୍ରତ୍ୟକ  କୃଷକ  ସଂବନ୍ଧରେ , ଜମିର  ଅଧାରୁ  ଅଧିକ  ହେବ  ନାହିଂ , ଯାହାକି  କେବଳ  ଷ୍ଟାଣ୍ଡାର୍ଡ  ଏକକରେ  ମପାଯାଏ   ।

୨୬ . ଜମିଦାର  ଏବଂ କୃଷକର   ଅଧିକାର  ପ୍ରୟୋଗ  ହେବ  : - (୧) ଦଫା ୨୫ ଅନୁଯାୟୀ  , ଜମିଦାରଙ୍କ  ଚୟନ  କରିବା  ଅଧିକାର ରହିବ  ଏବଂ  ଏହି  ଆଇନ୍ ର  ପ୍ରାରମ୍ଭରୁ  ତିନିମାସ  ମଧ୍ୟରେ , ଧାର୍ଯ୍ୟ  ଫର୍ମରେ  ଏବଂ ପଦ୍ଧତିରେ , ଏପରି ଚୟନ  ଭିତ୍ତିରେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ଆବେଦନ କରିବେ  ଏବଂ ଏପରି  ଆବେଦନ  , ପତ୍ରର  ନକଲରେ , ତାଙ୍କର  ପ୍ରତ୍ୟକ  କୃଷକଙ୍କୁ  ସୂଚୀତ  କରିବେ  ଏବଂ ଏକ  ପ୍ରମାଣପତ୍ର  ନିର୍ଗମ  ନିମନ୍ତେ , ଯେଉଁଥିରେ  ପୁନଃ ଉଦ୍ଧାରନୀୟ  ଏବଂ  ଅଣ – ପୁନଃଉଦ୍ଧାରନୀୟ  ଜମିର  ନିର୍ଦ୍ଧିଷ୍ଟ  ବିବରଣୀ  ଧାର୍ଯ୍ୟ  କରାଯାଇଥିବ   ।

(୨)  ସେ  ସଂବନ୍ଧରେ  ଏକ  ଆବଶ୍ୟକ  ପ୍ରମାଣପତ୍ର  ନିର୍ଗମ  କରିବା  ନିମନ୍ତେ  ଏବଂ  ରୟତି   ସଂବନ୍ଧରେ   ଅଣ – ପୁନଃଉଦ୍ଧାରନୀୟ  ଜମିର  ସ୍ଥିରୀକରଣ  ନିମନ୍ତେ , ଜମିଦାରଙ୍କୁ   ସୂଚନା  ପ୍ରଦାନ  କରି , ଧାର୍ଯ୍ୟ  ଫର୍ମ  ଏବଂ ପଦ୍ଧତିରେ , ଉପରୋକ୍ତ   ସମୟ  ମଧ୍ୟରେ , ଜଣେ  କୃଷକ , ରାଜସ୍ୱ  ଅଧିକାରୀଙ୍କୁ  ଆବେଦନ  କରିପାରିବେ  ।

[ଉଲ୍ଲେଖଥାଉ ଯେ , କୌଣସି  ଜମିଦାର  କିମ୍ବା  କୃଷକ , ଯେକି  ଉପରୋକ୍ତ  ସମୟ ମଧ୍ୟରେ  ଆବେଦନ  କରିବାରେ   ଅକୃତକାର୍ଯ୍ୟ  ହୁଅନ୍ତି ;  ସେ , ଓଡିଶା ଭୂ – ସଂସ୍କାର  (ସଂଶୋଧନ) ଆଇନ୍ , ୧୯୬୬ ( ଓଡିଶା  ଆଇନ୍ ୮/୧୯୬୭ ) ର  ପ୍ରଚଳନ  ତାରିଖରୁ  ତିନିମାସ   ମଧ୍ୟରେ  ଏପରି  ଆବେଦନ  କରିପାରିବେ ;

ଆହୁରି  ଉଲ୍ଲେଖ  ଥାଉ  ଯେ , ଉପ –ଦଫା  (୧) କିମ୍ବା ଉପ –ଦଫା (୨) ରେ  ଧାର୍ଯ୍ୟ  ସମୟରେ  ସମାପ୍ତି  ପରେ  ଏବଂ ଉକ୍ତ  ତାରିଖ  ପୂର୍ବରୁ , ଏପରି  ପ୍ରଦାନ  କରାଯାଇଥିବା  ଆବେଦନପତ୍ର , ସମସ୍ତ   ଉଦ୍ଦେଶ୍ୟ  ନିମନ୍ତେ , ତମାଦି  ସମୟ ମଧ୍ୟରେ  ଦାଖଲ   କରାଯାଇଛି  ବୋଲି  ଧରାଯିବ  ।

୨୭ . ଉଦ୍ଧାରନୀୟ  ଏବଂ  ଅଣ – ଉଦ୍ଧାରନୀୟ  ଜମିର  ସ୍ଥିରୀକରଣ  : - (୧) [ ଦଫା ୨୬ ଅନୁଯାୟୀ  ଜମିଦାରଙ୍କଠାରୁ  ଆବେଦନପତ୍ର  ଗ୍ରହଣ  କରିବା ପରେ  , ରାଜସ୍ୱ  ଉଚ୍ଚକର୍ମଚାରୀ , ତାହା  ଏପରି  ଆବେଦନପତ୍ର  ସହ ବିଚାର  କରିବେ , ଯାହାକି  ଉକ୍ତ  ଦଫା  ଅନୁଯାୟୀ  କୌଣସି  କୃଷକଙ୍କ  ଠାରୁ  ଗୃହୀତ  ହୋଇଥିବା ] ଏବଂ  ଉତ୍ସୁକପକ୍ଷମାନଙ୍କୁ  ଶୁଣାଣୀର  ସୁଯୋଗ  ପ୍ରଦାନ  କରିବା  ପରେ , ଦଫା ୨୬ ଅନୁଯାୟୀ , ଜମିଦାରଙ୍କ  ଦ୍ଵାରା  କରାଯାଇଥିବା  ଚୟନ  ସହିତ  ସମନ୍ଵୟ  ରକ୍ଷାକରି , ଯେତେଦୂର  ସମ୍ଭବ , ପୁନଃଉଦ୍ଧାରନୀୟ  ଏବଂ ଅଣ – ପୁନଃ ଉଦ୍ଧାରନୀୟ  ଜମିର  ବିସ୍ତୃତ  ବିବରଣୀ  ସ୍ଥିର  କରିବେ  ଏବଂ ଅଣ – ପୁନଃ   ଉଦ୍ଧାରାନୀୟ  ଜମି ସଂବନ୍ଧରେ  ଦେୟ  ଯଥାଯଥ  ଏବଂ  ସମାନ  ଖଜଣା  ସ୍ଥିର  କରିବେ   ।

(୨) କୌଣସି  ରାଜସ୍ୱ  ନ୍ୟାୟାଳୟରେ  ଏହି ଆଇନ୍ ର  ପ୍ରଚଳନ  ସମୟରେ , ଏପରି  ଜମିଦାର  ଏବଂ  କୃଷକ ମଧ୍ୟରେ  ଅନ୍ୟ  କୌଣସି  ବିବାଦ  ସଂବନ୍ଧରେ , ଅପିଲ ; ପୁନଃ ବିଚାର  କିମ୍ବା  ରିଭିଜନ୍  ବ୍ୟତୀତ  ସ୍ଥଗିତ  ଥିବା  ସମସ୍ତ   କାର୍ଯ୍ୟାନୁଷ୍ଠାନ  କିମ୍ବା  ତାପରେ , ଏପରି  କୌଣସି  ନ୍ୟାୟାଳୟରେ   ଅନୁଷ୍ଠିତ ହୋଇଥାଏ  ତାହା , ରାଜସ୍ୱ  ଅଧିକାରୀଙ୍କ  ନିକଟକୁ  ସ୍ଥାନାନ୍ତରୀତ  ହେବ , ଯେକି , ଉପରୋକ୍ତ  ବିବରଣୀରୁ ସ୍ଥିରୀକରଣ ସହିତ , ଏପରି  ସମସ୍ତ ବିବାଦ  ସ୍ଥିର  କରିବେ   ।

୨୮ . ଅଣ – ପୁନଃ ଉଦ୍ଧାରନୀୟ  ଜମି  ନିମନ୍ତେ  ଖ୍ଯାତି  ପୂରଣ  : - (୧)  ଦଫା  ୨୭  ଅନୁଯାୟୀ  ବିଷୟ  ସ୍ଥିର  କରିବା  ସମୟରେ  , ରାଜସ୍ୱ  ଉଚ୍ଚକର୍ମଚାରୀ , ଧାର୍ଯ୍ୟ  ପଦ୍ଧତିରେ  କୃଷକ  ଦ୍ଵାରା  ଅଣ – ପୁନଃ   ଉଦ୍ଧାରାନୀୟ  ଜମି ସଂବନ୍ଧରେ   ଦେୟ  କ୍ଷତିପୂରଣ   ମଧ୍ୟ   ସ୍ଥିର  କରିବେ ,  ଯାହାକି  ନିମ୍ନଲିଖିତ  ଉପ – ଦଫା  ଅନୁଯାୟୀ  ସ୍ଥିର  କରାଯିବ   ।

[(୨)  ଜମି  ନିମନ୍ତେ  କ୍ଷତିପୂରଣ , ସେପରି  ଏକ  ଅର୍ଥରାଶି  ହେବ ,  ଯାହାକି  ଜମିର  ଷ୍ଟାଣ୍ଡାର୍ଡ   ଏକର ପ୍ରତି  ଆଠଶହ  ଟଙ୍କା  ହାରରେ  ଗଣନା  କରାଯିବ  ଏବଂ  ଯାହା  ପାଞ୍ଚୋଟି  ସମାନ  ବର୍ଷିକିଆ  କିସ୍ତିରେ  ] ପ୍ରଦାନ  କରାଯାଇନଥିବା  ବଳକା   ଅର୍ଥରାଶି  ଉପରେ  ବାର୍ଷିକ  ୪/% ସୁଧ  ସହ  ପ୍ରଦାନ  କରାଯିବ ; ଏବଂ  ଏହାର  ପ୍ରଥମ  କିସ୍ତି , ଏପରି  ତାରିଖରେ  ପଡିବ , ଯେପରି   ରାଜସ୍ଵ  ଉଚ୍ଚକର୍ମଚାରୀ   ସେ  ସଂବନ୍ଧରେ  ଆଦେଶ  ଦ୍ଵାରା  ଧାର୍ଯ୍ୟ  କରିବେ   ।

[xxx]

ଆହୁରି ଉଲ୍ଲେଖ ଥାଉ ଯେ , ଯେଉଁ  ସ୍ଥଳରେ  ଧାର୍ଯ୍ୟ  ତାରିଖରେ  କିମ୍ବା  ତା  ପୂର୍ବରୁ  କୃଷକ , ସମୁଦାୟ  କ୍ଷତିପୂରଣ   ଅର୍ଥରାଶି ପ୍ରଦାନ  କରେ , ଯେତେବେଳେ  ଏପରି  ପ୍ରଥମ  କିସ୍ତି  ପ୍ରାପ୍ୟ  ହୁଏ , ସେପରିସ୍ଥଳେ  ସେ , କ୍ଷତିପୂରଣ  ରାଶିର  ୫% ରିହାତି  ପାଇବା  ନିମନ୍ତେ  ହକ୍ ଦାର  ହେବ   ।

(୩) ନିମ୍ନଲିଖିତ   ନିମନ୍ତେ ,  କ୍ଷତିପୂରଣ   ଦେୟ ହେବ  : -

(କ) ଜମିରେ  ସ୍ଥିତ କୂପ , ଜଳାଶୟ  ଏବଂ  ସ୍ଥାୟୀ  ପ୍ରକୃତିର  ନିର୍ମାଣ  ଏବଂ କ୍ରସକର  ଖର୍ଚ୍ଚରେ  ନିର୍ମିତ  ହୋଇନଥାଏ ; ଏବଂ

(ଖ) ଜମିରେ  ଦଣ୍ଡାୟମାନ  ବୃକ୍ଷ ;

ତା’ର  ବଜାର  ମୂଲ୍ୟ  ହେବ , ଯାହାକି  ଉପ – ଦଫା  (୨) ଅନୁଯାୟୀ , କ୍ଷତିପୂରଣ  ସହ  ପ୍ରଦାନ  କରାଯିବ   ।

ସ୍ପଷ୍ଟିକରଣ  : -  ବଜାର  ମୂଲ୍ୟ  ସ୍ଥିର  କରିବାରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଯେତେଦୂର  ସମ୍ଭବ , ଭୂମି  ଅଧିଗ୍ରହଣ  ଆଇନ୍ , ୧୮୯୪ (୧/୧୮୯୪) ର  ଦଫା  ୨୩ ର  ଉପ – ଦଫା (୧) ରେ ଧାରୀତ  ବ୍ୟବସ୍ଥାବଳୀ  ଦ୍ଵାରା  ପରିଚାଳିତ  ହେବ   ।

୨୯ . ପୁନଃ  ଉଦ୍ଧାରନୀୟ , ଅଣ – ପୁନଃ  ଉଦ୍ଧାରନୀୟ  ଜମି  ସଂବନ୍ଧରେ  ପ୍ରମାଣପତ୍ର  : -  ଦଫା  ୬୩ ରେ  ଧାର୍ଯ୍ୟ  ସମୟ  ସୀମା  ମଧ୍ୟରେ , ଦଫା ୨୭ ଏବଂ  ୨୮ ଅନୁଯାୟୀ  ଆଦେଶରୁ  କୌଣସି  ଅପିଲ୍ ର  ଫଇସଲା   ପରେ  , ରାଜସ୍ୱ   ଉଚ୍ଚକର୍ମଚାରୀ  ଏପରି  ଅପିଲ୍ ରେ  ଆଦେଶିତ  ପରିବର୍ତ୍ତନ  ଏବଂ  ସଂଶୋଧନକୁ  ବିଚାରକରି , ଉକ୍ତ  ଦଫା  ଅନୁଯାୟୀ   ସ୍ଥିର  କରାଯିବାକୁ   ଥିବା  ସମସ୍ତ   ବିଷୟ  ଧାର୍ଯ୍ୟ  କରି , ଜମିଦାର  ଏବଂ  କୃଷକଙ୍କୁ  ଧାର୍ଯ୍ୟ  ଫର୍ମରେ  ଏକ  ପ୍ରମାଣ  ପତ୍ର  ନିର୍ଗମ  କରିବେ  ଏବଂ  ଶେହୁଇ  ଅଧିକାରୀଙ୍କୁ   ମଧ୍ୟ , ଏପରି  ପ୍ରମାଣପତ୍ରର  ଏକ ନକଲ  ପ୍ରେରଣ  କରିବେ , ଯେକି  ଖତିୟାନର  ରକ୍ଷଣାବେକ୍ଷଣ  କରିବା ଦକ୍ଷ  ଅଟନ୍ତି   ।

୩୦ . କୃଷକ , ରୟତ  ହେବେ  ଏବଂ  କ୍ଷତିପୂରଣର  ଉଦ୍ଧାର  : -(୧) କୃଷକ  ଦଫା ୨୯ ଅନୁଯାୟୀ  ପ୍ରମାଣପତ୍ରର  ନିର୍ଗମ  ତାରିଖରୁ  ପରବର୍ତ୍ତୀ  ବର୍ଷର  ପ୍ରାରମ୍ଭରୁ , ସେହି ଜମି  ସଂବନ୍ଧରେ  ଜଣେ  ରୟତ୍  ହେବେ  ଯେଉଁଥି  ନିମନ୍ତେ  , ଦଫା  ୨୮ ଅନୁଯାୟୀ  କ୍ଷତିପୂରଣ  ସ୍ଥିର  କରାଯାଇଛି   ।

(୨) କ୍ଷତିପୂରଣ  ଅର୍ଥରାଶିର  କିସ୍ତି   ସହିତ  ତା ଉପରେ  ଦେୟ  ସୁଧ , ଉକ୍ତ  ଜମି  ଉପରେ  ପ୍ରଥମ   ଭାର  ହେବ , ଯେଉଁଥି  ପ୍ରତି  ଏହା  ସଂପୃକ୍ତ   ଯାହାକି  , ସେଥିପ୍ରତି   ହକ୍ ଦାର  ବ୍ୟକ୍ତି   ଦ୍ଵାରା   ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ   ଆବେଦନପତ୍ର   ଉପରେ  ବକେୟା   ଭୂ – ରାଜସ୍ୱ   ଭାବେ  ଉଦ୍ଧାରନୀୟ  ହେବ   ।

୩୧ .କ୍ଷତିପୂରଣ  ଗ୍ରହଣ  କରିବା  ନିମନ୍ତେ  ହକ୍ ଦାର ବ୍ୟକ୍ତି  : - ଦଫା  ୨୮  ଅନୁଯାୟୀ  ସ୍ଥିର  କରାଯାଇଥିବା  କ୍ଷତିପୂରଣ , ଯାହାକି   କୃଷକ  ଦ୍ଵାରା  ଦେୟ  ଅଟେ , ତାହା  ଜମିଦାରଙ୍କୁ  ପ୍ରଦାନ  କରାଯିବ  ଯେଉଁ  ସ୍ଥଳରେ  ଏପରି  ଜମିଦାର  ଜଣେ  ରୟତ  କିମ୍ବା  ଭୂମି – ଧାରଣକାରୀ  ହୋଇଥାଆନ୍ତି ; କିମ୍ବା  ଯଦି ଜମିଦାର  ଜଣେ  ରୟତ  ହୋଇନଥାଆନ୍ତି  କିମ୍ବା  ଜଣେ  ଭୁମିଧାରଣକାରୀ  ନହୋଇ  ,  କୌଣସି  ରୟତ  ଅଧିନରେ  ଅଧିକାର  ଧାରଣ   କରିଥାଆନ୍ତି ; ସେତେବେଳେ  ରୟତ   ଏବଂ  କୃଷକ  ମଧ୍ୟରେ  ଅଧିକାର  ଧାରଣ  କରିଥିବା  ଏପରି  ସମସ୍ତ  ବ୍ୟକ୍ତିଙ୍କ  ମଧ୍ୟରେ  ଜଣେ  ରୟତ  ହୋଇଥାଆନ୍ତି , ସେ , ଏପରି  ଜମି ସଂବନ୍ଧରେ  , କ୍ଷତିପୂରଣ  ପାଇବା  ନିମନ୍ତେ  ହକ୍ ଦାର  ହେବେ  ଏବଂ  ରାଜସ୍ୱ  ଉଚ୍ଚକର୍ମଚାରୀ  ଦଫା ୨୮ ଅନୁଯାୟୀ   ଅଗ୍ରସର  ହେବା  ସମୟରେ , ଏପରି କ୍ଷତିପୂରଣରେ  ଏପରି  ପ୍ରତ୍ୟକ  ଅଂଶ  ସ୍ଥିର କରିବେ   ।

(୨) ଦଫା  ୩୦ ଅନୁଯାୟୀ , କୌଣସି  ରୟତ୍  ଜେନ  କୃଷକ  ହେବା  ତାରିଖରୁ , ଏପରି  ଜମିକୁ , ସମସ୍ତ  ଭାରରୁ  ମୁକ୍ତ  ଭାବେ   ଧାରଣ   କରେବେ  ଏବଂ  ସେହି  ସମସ୍ତ   ବ୍ୟକ୍ତିଙ୍କର  ଅଧିକାର  (ଯେକି  ସରକାର  କିମ୍ବା  ଭୂମି – ଧାରଣକାରୀ  ନୁହନ୍ତି ), ଯାହାଙ୍କ  ଅଧିନରେ  ଏପରି  ଜମି  ଧାରୀତ  ହୋଇଥାଏ ; ତାହା  ନିର୍ବାପିତ  ହେବ  ଏବଂ  ଭାର , ଯଦି  କିଛି ଥାଏ , ଯାହାକି   ଏପରି  ଜମି  ସଂବନ୍ଧରେ , ଏପରି  ବ୍ୟକ୍ତିଙ୍କ  ଦ୍ଵାରା  ସୃଷ୍ଟ  ହୋଇଥାଏ , ତାହା , ତାପରେ  ଜମିଦାରଙ୍କ  ଅନ୍ୟ  ଜମି  ସହ  ସଂଯୁକ୍ତ   ହେବ   ।

୩୨ . ପ୍ରମାଣପତ୍ର , ସିଦ୍ଧାନ୍ତନୀୟ  ପ୍ରମାଣ  ହେବ  : - ଦଫା  ୨୯  ଅନୁଯାୟୀ  ନିର୍ଗମ  କରାଯାଇଥିବା  କୌଣସି  ପ୍ରମାଣପତ୍ର , କୃଷକ   ଏବଂ   ସେହି ବ୍ୟକ୍ତିମାନଙ୍କ  ମଧ୍ୟରେ   ସମସ୍ତ   ବିବାଦ  ସଂବନ୍ଧରେ  ସେଥିରେ   ବିଷୟବସ୍ତୁର  ସଠିକତାର  ସିଦ୍ଧାନ୍ତନୀୟ   ପ୍ରମାଣ   ହେବ , ଯେଉଁମାନଙ୍କର   ଅଧିକାର , ଦଫା  ୩୧  ଅନୁଯାୟୀ  ନିର୍ବାପିତ   ହୋଇଛି   ।

୩୩ . ଅଣ – ପୁନଃ   ଉଦ୍ଧାରନୀୟ  ଜମିର  ଖଜଣା , କାହାକୁ  ଦେୟ  ଅଟେ : -(୧) ଦଫା  ୨୭  ଅନୁଯାୟୀ  ସ୍ଥିର   କରାଯାଇଥିବା  ଉପଯୁକ୍ତ   ଏବଂ  ସମାନ  ଖଜଣା , ନିମ୍ନଲିଖିତ  ଦେୟ  ହେବ : -

(କ) ଯଦି  ଏପରି  ଜମିଦାର   ଜଣେ  ରୟତ୍  କିମ୍ବା  ଭୂମି – ଧାରଣକାରୀ  ହୋଇଥାଆନ୍ତି , ତାହେଲେ  ସେହି ବ୍ୟକ୍ତିଙ୍କୁ  , ଯାହା  ଅଧିନରେ  ଏପରି  ରୟତ୍  କିମ୍ବା  ଭୂମି – ଧାରଣକାରୀ , ଜମି  ଧାରଣ  କରିଥାଏ ; ଏବଂ

(ଖ) ଅନ୍ୟ  କୌଣସି  କ୍ଷେତ୍ରରେ , ଭୂମି – ଧାରଣକାରୀଙ୍କୁ  ।

ସ୍ପଷ୍ଟିକରଣ

ଧାରା  (ଖ) ଉଦ୍ଦେଶ୍ୟରେ , ଉକ୍ତି ‘ ଭୂମି – ଧାରଣକାରୀ ’ ସରକାରଙ୍କୁ   ଅନ୍ତର୍ଭୁକ୍ତ  କରିବ  ।

(୨) ସେହି  ତାରିଖରେ  ସରକାରଙ୍କ  ପ୍ରତି  ପ୍ରାପ୍ୟ  ବକେୟା ରାଜସ୍ୱ  ଅନ୍ୟାନ୍ୟ  ପ୍ରାପ୍ୟ  ଯେଉଁ  ସମୟରୁ  ଏପରି ପ୍ରମାଣପତ୍ର  ଦ୍ଵାରା  ଆବୃତ  ଜମି  ସଂବନ୍ଧରେ , ଦଫା  ୨୯ ଅନୁଯାୟୀ  ନିର୍ଗମ  କରାଯାଇଥିବା  ପ୍ରମାଣପତ୍ର  ଅନୁଯାୟୀ , କୌଣସି  କୃଷକ , ରୟତ୍  ହୁଏ  ତାହା  ସେହି  ବ୍ୟକ୍ତିମାନଙ୍କ   ଦ୍ଵାରା  ପ୍ରଦାନ  କରାଯିବ , ଯେଉଁମାନେ  ଉକ୍ତ  ତାରିଖ  ସୁଦ୍ଧା , ପ୍ରାପ୍ୟ  ପ୍ରଦାନ  କରିବା  ନିମନ୍ତେ   ଦାୟୀ ଅଟନ୍ତି    ।

୩୪ .  ପୁନଃରୁଦ୍ଧାର  ଜମି ଉପରେ  କ୍ରମାନୁଗତିକ  ଭାବେ   ରହିବାରେ , କୃଷକର  ଅଧିକାର  : - ପୁନଃ  ଉଦ୍ଧାରନୀୟ  ଜମିର  ସ୍ଥିରୀକରଣ  ଉପରେ  ଦଫା   ୨୯ ଅନୁଯାୟୀ , ପ୍ରମାଣପତ୍ରର   ନିର୍ଗମ  ତାରିଖକୁ   ଅନୁସରଣ  କରୁଥିବା  ପରବର୍ତ୍ତୀ   ବର୍ଷର  ସମାପ୍ତି   ତାରିଖରୁ , ସେଥିରେ  ଚାଷ  କରିବା  ଅଧିକାରରୁ , ଉକ୍ତ  କୃଷକ  କ୍ରମାନୁଗତିକ   ଭାବେ  ଚାଷ  କରିବା  ଅଧିକାରରୁ , ରହିତ  ହେବେ  ।

[୩୪ – ‘ କ ’ – ଦଫା ୨୬  ଅନୁଯାୟୀ , ଆବେଦନ  କରିବାରେ  ଜମିଦାରଙ୍କ  ଅକୃତକାର୍ଯ୍ୟତାର   ପରିଣତି  : -କୌଣସି  କ୍ଷେତ୍ରରେ , ଯେଉଁ ସ୍ଥଳରେ  କୌଣସି  ଜମି  ସଂବନ୍ଧରେ  ଜମିଦାର , ଦଫା ୨୬ ର  ବ୍ୟବସ୍ଥାବଳୀ  ସହ  ସମନ୍ଵୟ   ରକ୍ଷାକରି , ଆବେଦନ  କରିବାର  ଅକୃତକାର୍ଯ୍ୟ   ହୁଅନ୍ତି , ସେପରିସ୍ଥଳେ  ରାଜସ୍ୱ   ଉଚ୍ଚକର୍ମଚାରୀ , ଉକ୍ତ  ଦଫାରେ  ଧାର୍ଯ୍ୟ  ସମୟର  ସମାପ୍ତି ପରେ , ଏପରି ଜମି  ସଂବନ୍ଧରେ , କୃଷକଙ୍କ  ଦ୍ଵାରା  ଦାଖଲ  କରାଯାଇଥିବା  ଆବେଦନପତ୍ରକୁ   ବିଚାର କରିବେ   ଏବଂ  ପୁନଃ  ଉଦ୍ଧାରନୀୟ   ଏବଂ  ଅଣ – ପୁନଃ  ଉଦ୍ଧାରନୀୟ  ଜମିର  ବିବରଣୀ  ସ୍ଥିର  କରିବା  ସହିତ  ଦଫା ୨୭ ଏବଂ ୨୮ ଅନୁଯାୟୀ  ସ୍ଥିର  କରାଯିବା  ନିମନ୍ତେ  ଆବଶ୍ୟକ  ବିଷୟ  ମଧ୍ୟ  ସ୍ଥିର  କରିବେ  ଏବଂ   ଏପରି  ସ୍ଥିରୀକରଣ  ଉପରେ  [ ଏହି   ଅଧ୍ୟାୟର  ବ୍ୟବସ୍ଥାବଳୀ ] , ଯେତେଦୂର  ସମ୍ଭବ , ପ୍ରୟୋଗ  ହେବ   ।

ଉଲ୍ଲେଖ ଥାଉ  ଯେ , ଯଦି ଏପରି  କୌଣସି   କ୍ଷେତ୍ରରେ , ଏହି କାରଣ ଉପରେ  ଜମିଦାର  ଏପରି  ଦାବୀକୁ  ପ୍ରତିଦ୍ୱନ୍ଦିତା  କରନ୍ତି   ଯେ , ଏପରି  ଆବେଦନକାରୀ ,  କୃଷକ  ନୁହେଁ  ଏବଂ ଉକ୍ତ  କୃଷକ  ତାଙ୍କ ଦାବୀ  ପ୍ରମାଣ  କରିବାରେ  କୃତକାର୍ଯ୍ୟ  ହୁଅନ୍ତି , ସେପରିସ୍ଥଳେ   ରାଜସ୍ୱ - ଅଧିକାରୀ  ଅଣ – ପୁନଃଉଦ୍ଧାରନୀୟ  ଜମିକୁ  ଚୟନ  କରିବା  ନିମନ୍ତେ  କୃଷକକୁ  ଏକ  ସୁଯୋଗ  ପ୍ରଦାନ  କରିବା  ପରେ , ଏପରି  କୃଷକ  ଦ୍ଵାରା  କରାଯାଇଥିବା  ଚୟନ  ସହିତ  ସମନ୍ଵୟ  ରକ୍ଷାକରି , ଯେତେଦୂର  ସମ୍ଭବ , ଉପରୋକ୍ତ  ବିବରଣୀ  ସ୍ଥିର  କରିବେ ;

ଆହୁରି  ଉଲ୍ଲେଖଥାଉ  ଯେ , ଯଦି  ଜମିଦାର   ଉପରୋକ୍ତ  ଦାବୀକୁ   ପ୍ରତିଦ୍ୱନ୍ଦିତା  ନକରନ୍ତି , ସେପରିସ୍ଥଳେ  ପୁନଃ  ଉଦ୍ଧାରନୀୟ  ଜମିକୁ  ଚୟନ  କରିବା  ଅଧିକାର  ତାଙ୍କର  ରହିବ  ଏବଂ  ଉକ୍ତ  ବିବରଣୀଗୁଡିକ , ଯେତେଦୂର   ସମ୍ଭବ , ଜମିଦାରଙ୍କ  ଦ୍ଵାରା  କରାଯାଇଥିବା  ଚୟନ  ସହିତ , ସମନ୍ଵୟ  ରକ୍ଷା  କରିବ  । ]

୩୫ . ଦଫା  ୨୬ ଅନୁଯାୟୀ , ଆବେଦନ  କରିବାରେ , ଉଭୟ  ଜମିଦାର   ଏବଂ  କୃଷକର  ଅକୃତକାର୍ଯ୍ୟତା  : - ଯେଉଁସ୍ଥଳରେ  , ଉଭୟ  ଜମିଦାର  ଏବଂ  କୃଷକ , କୌଣସି  ଜମି ସଂବନ୍ଧରେ , ଦଫା  ୨୬ ର  ବ୍ୟବସ୍ଥାବଳୀ  ସହିତ  ସମନ୍ଵୟ   ରକ୍ଷାକରି   ଆବେଦନ   କରିବାରେ  ଅକୃତକାର୍ଯ୍ୟ   ହୁଅନ୍ତି , ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ , ଉକ୍ତ  ଦଫାରେ  ଧାର୍ଯ୍ୟ  ସମୟର  ଅତିବାହିତ   ଠାରୁ  ଛଅ  ମାସ  ମଧ୍ୟରେ  ଏବଂ ସେ  ସଂବନ୍ଧରେ   ପ୍ରଣୀତ  ନିୟମାବଳୀର  ନିୟନ୍ତ୍ରଣାଧିନରେ  ଅବମ ଇତ୍ସୁକ   ବ୍ୟକ୍ତିମାନଙ୍କୁ  ଶୁଣାଣୀର  ଏକ  ସୁଯୋଗ  ପ୍ରଦାନ  କରିବା  ପରେ , ପୁନଃଉଦ୍ଧାରନୀୟ   ଏବଂ  ଅଣ –ପୁନଃ  ଉଦ୍ଧାରନୀୟ  ଜମିଗୁଡ଼ିକର  ବିବରଣୀ  ସ୍ଥିର  କରିବା  ସହିତ , ଦଫା  ୨୭ ଏବଂ ୨୮  ଅନୁଯାୟୀ   ସ୍ଥିର  କରାଯିବାକୁ   ଥିବା  ଅନ୍ୟାନ୍ୟ   ବିଷୟ  ମଧ୍ୟ  ସ୍ଥିର  କରିବେ , ଏବଂ  ଏପରି   ସ୍ଥିରୀକରଣ  ଉପରେ , ଅଧ୍ୟାୟର  ଅବଶିଷ୍ଟ  ବ୍ୟବସ୍ଥାବଳୀ , ଯେତେଦୂର   ସମ୍ଭବ , ପ୍ରୟୋଗ  ହେବ   ।

[୩୫ – ଏହି  ଅଧ୍ୟାୟ  ଅନୁଯାୟୀ , କାର୍ଯ୍ୟାନୁଷ୍ଠାନର  ସିଦ୍ଧାନ୍ତ  ପର୍ଯ୍ୟନ୍ତ , କୃଷକର  ଅଧିକାର : - କୃଷକ , ଏହି  ଅଧ୍ୟାୟ  ଅନୁଯାୟୀ , କାର୍ଯ୍ୟାନୁଷ୍ଠାନ  ସମାପ୍ତି  ପର୍ଯ୍ୟନ୍ତ , ବଂଶାନୁଗତିକ   ଅଧିକାର  ସହିତ  ଜମି  ଧାରଣ  କରିବେ  ଏବଂ  ଏପରି   ଧାରଣ  କରିବା  ସମୟରେ , ଅଧ୍ୟାୟ – ୩ ରେ   ଧାରୀତ  ବ୍ୟବସ୍ଥାର   ନିୟନ୍ତ୍ରଣାଧିନ  ହେବେ   ।

୩୬ . ସଂଦେହର  ଅପସାରଣ : -  ସଂଦେହର   ଅପସାରଣ  ନିମନ୍ତେ , ଏତତ୍ ଦ୍ଵାରା  ଘୋଷଣା  କରାଯାଉଛି ଯେ , ଯେଉଁସ୍ଥଳରେ  ଜମିଦାର , ଦଫା  ୩୪  ଅନୁଯାୟୀ , ଜମିରେ  ପ୍ରବେଶ   କରିବା  ଅଧିକାର  ପାଇବା  ପରେ , କିମ୍ବା   ଯେଉଁ   ସ୍ତଳରେ   କୃଷକ , dafaa  ୩୦ ଅନୁଯାୟୀ , ଜଣେ  ରୟତ୍  ହେବା  ପରେ , ସେହି  ତାରିଖକୁ  ଅନୁସରଣ  କରୁଥିବା  ପରବର୍ତ୍ତୀ  ବର୍ଷର  ସମାପ୍ତି ପୂର୍ବରୁ , ଯଥେଷ୍ଟ  କାରଣ  ନଥାଇ , ବ୍ୟକ୍ତିଗତଭାବେ  ଜମିଚାଷ   କରିବାରେ   ଅକୃତକାର୍ଯ୍ୟ  ହୁଅନ୍ତି , ଯେବେ  ଏପରି  ଅଧିକାର  ଉଦ୍ରେକ୍  ହୁଏ ; ସେପରିସ୍ଥଳେ  ଏପରି  ଜମିଦାର  କିମ୍ବା  କୃଷକ , ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ , ଦଫା  ୮ର  ବ୍ୟବସ୍ଥାବଳୀ   ସହିତ  ସମନ୍ଵୟ  ରକ୍ଷାକରି , ଉଚ୍ଛେଦ  ନିମନ୍ତେ  ଦାୟୀ  ରହିବେ   ।

[୩୬ – ‘ କ ’ – କେତେକ  କ୍ଷେତ୍ରରେ  ଜମି  ସଂବନ୍ଧରେ , କୃଷକ  ଜଣେ  ରୟତ୍  ହେବ : - (୧) ଏହି ଅଧ୍ୟାୟର ପୂର୍ବ  ବ୍ୟବସ୍ଥାବଳୀରେ  ଧାରୀତ  କୌଣସି  ବିଷୟ  ସତ୍ବେ , ମାତ୍ର  ଦଫା  ୨୪ ର  ଇଉପିଏ – ଦଫା  (୨) ର  ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ , ରାଜସ୍ୱ  ଉଚ୍ଚକର୍ମଚାରୀ ,  ଓଡିଶା  ଭୂମି – ସଂସ୍କାର  (ସଂଶୋଧନ) ଆଇନ୍ ୧୯୭୩ (ରାଷ୍ଟ୍ରପତିଙ୍କ  ଆଇନ୍ ୧୭/ ୧୯୭୧ ) ର  ପ୍ରଚଳନ  ତାରିଖରୁ  ଦୁଇବର୍ଷ  ମଧ୍ୟରେ , ଏପରି କୃଷକ  ଦ୍ଵାରା  ପ୍ରଦାନ  କରାଯାଇଥିବା  ଆବେଦନପତ୍ର  ଉପରେ  ଏବଂ  ଇତ୍ସୁକ  ପକ୍ଷମାନଙ୍କୁ  ଶୁଣାଣୀର  ସୁଯୋଗ  ପ୍ରଦାନ  କରିବା  ପରେ  ଏବଂ  ସ୍ଥାନୀୟ  ସମିତି , ଯଦି କିଛି ଥାଏ  ତାଙ୍କ  ସହିତ  ପରାମର୍ଶ  କରିବା   ପରେ  ଉକ୍ତ  କୃଷକର  ଚାଷରେ  ଥିବା  ସମସ୍ତ  ଜମିକୁ   ଅଣପୁନଃ  ଉଦ୍ଧାରନୀୟ  ବୋଲି  ଘୋଷଣା   କରିବେ  ଏବଂ  ଉପଯୁକ୍ତ  ଏବଂ  ସମାନ  ଖଜଣା  ସ୍ଥିର  କରିବେ  ଏବଂ ଦଫା  ୨୮ ର  ବ୍ୟବସ୍ଥାବଳୀ  ସହ  ସମନ୍ଵୟ   ରକ୍ଷାକରି , ଉକ୍ତ  ଜମି  ସଂବନ୍ଧରେ , କୃଷକଙ୍କ  ଦ୍ଵାରା  ଦେୟ  କ୍ଷତିପୂରଣ  ମଧ୍ୟ  ସ୍ଥିର  କରିବେ  ଏବଂ ଏପରି ସ୍ଥିରୀକରଣ  ଉପରେ , ଦଫା   ୨୯ ରୁ ୩୩ ର  ବ୍ୟବସ୍ଥାବଳୀ  (ଉଭୟ  ଅନ୍ତର୍ଭୁକ୍ତ ), ୩୫ – ‘ କ ’  ଏବଂ ୩୬, ଯେତେଦୂର  ସମ୍ଭବ  ପ୍ରୟୋଗ  ହେବ ;

ଉଲ୍ଲେଖଥାଉ  ଯେ , ଏହି ଉପ – ଦଫାର  କୌଣସି  ବ୍ୟବସ୍ଥା , କୌଣସି ଜମି ପ୍ରତି  ପ୍ରୟୋଗ  ହେବ ନାହିଂ , ଯେଉଁସ୍ଥଳରେ  ;

(କ) ଦଫା  ୨୭ କିମ୍ବା  ଦଫା  ୩୫  ଅନୁଯାୟୀ  ସ୍ଥିର  କରାଯାଇଥିବା  ସେପରି  ଉଦ୍ଧାରନୀୟ  ଏବଂ ଅଣ – ଉଦ୍ଧାରନୀୟ  ଅଂଶର  ବିବରଣୀ ; କିମ୍ବା

(ଖ) ଏପରି  ବିବରଣୀର  ସ୍ଥିରୀକରଣ  ନିମନ୍ତେ  କାର୍ଯ୍ୟାନୁଷ୍ଠାନ  ସ୍ଥଗିତ  ଥାଏ [xxx]

ସ୍ପଷ୍ଟିକରଣ

ଏହି  ଦଫା  ଉଦ୍ଦେଶ୍ୟରେ , କୃଷକ , ଜଣେ  କୃଷକକୁ  ଅନ୍ତର୍ଭୁକ୍ତ  କରିବ , ଯାହାର , ଦଫା  ୨୬ ଅନୁଯାୟୀ  ଆବେଦନପତ୍ର , ଓଡିଶା  ଭୂମି – ସଂସ୍କାର  (ଦ୍ଵିତୀୟ ସଂଶୋଧନ )୧୯୭୫ ର ପ୍ରଚଳନ  ତାରିଖ  ପୂର୍ବରୁ , ଖିଲାପ  କାରଣ  ଉପରେ  କିମ୍ବା  କୃଷକ  ପକ୍ଷରେ  ଅଣ – ମୋକଦ୍ଦମା  କାରଣ  ଉପରେ  ନାକଚ୍  ହୋଇଥିଲା  ଏବଂ କୌଣସି  କୃଷକ , ଯାହାଙ୍କ  ସଂବନ୍ଧରେ  ଦଫା ୩୫  ଅନୁଯାୟୀ  ଅନୁଷ୍ଠିତ  କୌଣସି  ମୋକଦ୍ଦମା , ଏପରି  କୌଣସି  କାରଣ  ଉପରେ , ଉକ୍ତ  ତାରିଖ  ପୂର୍ବରୁ  ସମାପ୍ତ  ହୋଇଥାଏ   ।

(୨) ରାଜସ୍ୱ  ଉଚ୍ଚକର୍ମଚାରୀ , ତାଙ୍କ  ମନକୁମନ , ଏପରି ସମସ୍ତ  କାର୍ଯ୍ୟାନୁଷ୍ଠାନ  ଏପରିଭାବେ  ଗ୍ରହଣ  କରିବେ , ଯେପରି   ଉପ – ଦଫା  (୧) ରେ ବ୍ୟବସ୍ଥାୟୀତ  ହୋଇଛି  ଏବଂ ତାହା , ଉକ୍ତ  ଆଇନ୍ ର  ପ୍ରାରମ୍ଭଠାରୁ  ତିନି  ବର୍ଷ  ମଧ୍ୟରେ  , ଯେକୌଣସି  ସମୟରେ  ;

ଉଲ୍ଲେଖଥାଉ  ଯେ , ଯେଉଁ  ସ୍ଥଳରେ , ଉପ –ଦଫା (୧) ରେ  ଧାର୍ଯ୍ୟ  ତମାଦି  ସମୟ , ଦଫା  ୬୩ ଅନୁଯାୟୀ  କୌଣସି  ଅଧିକ  ସମୟ  ଦ୍ଵାରା  ପରିବର୍ଦ୍ଧିତ  ହୁଏ ;  ସେ[ପରିସ୍ଥଳେ , ଉପରୋକ୍ତ  ଅନୁଯାୟୀ  ତିନିବର୍ଷ  ସମୟକୁ , ସେହିପରି  ସମାନଭାବେ  ପରିବର୍ଦ୍ଧନ  କରାଯିବ   ।

(୩) ସଂଦେହର  ଅପସାରଣ  ନିମନ୍ତେ , ଏତତ୍  ଦ୍ଵାରା  ଘୋଷଣା  କରାଯାଉଛି  ଯେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଏହି ଦଫା   ଅନୁଯାୟୀ   ଅଗ୍ରସର  ହେବା  ସମୟରେ , ଜମିଦାର  ଏବଂ କୃଷକ  ମଧ୍ୟରେ  ସଂପର୍କର  ସ୍ଥିତାବସ୍ଥା  ସଂବନ୍ଧରେ  କିମ୍ବା  କୃଷକର  ଚିହ୍ନଟ   ସଂବନ୍ଧରେ  କୌଣସି   ବିବାଦ  ସ୍ଥିର  କରିବା  କ୍ଷମତା  ବହନ  କରନ୍ତି   ।

୩୬ . ‘ ଖ ’ –ଆଇନ୍ ର  ସଂଶୋଧନର  ପରିଣତି  ଉପରେ , ଦଫା  ୩୬ – ‘ କ ’ ର  ପ୍ରୟୋଗ  : - ଦଫା  ୨୪ , ଦଫା  ୨୫ କିମ୍ବା  ଦଫା  ୨୬ ର  ଉପ –ଦଫା (୧) ରେ  ଧାରୀତ  କୌଣସି  ବ୍ୟବସ୍ଥା  ସତ୍ବେ , ଯେଉଁସ୍ଥଳରେ  , ଭୂମି – ସଂସ୍କାର  (ଦ୍ଵିତୀୟ  ସଂଶୋଧନ ) ଆଇନ୍ , ୧୯୭୫  ଦ୍ଵାରା  ଦଫା  ୭୩ ର  ସଂଶୋଧନର  ପରିଣତି  ସ୍ୱରୂପ  କୌଣସି  ଜମି , ଏହି ଅଧ୍ୟାୟର   ବ୍ୟବସ୍ଥାବଳୀ  ପ୍ରତି  ନିୟନ୍ତ୍ରଣାଧିନ  ହୁଏ , ସେପରିସ୍ଥଳେ  , ଦଫା  ୩୬ –‘ କ ’ ର  ବ୍ୟବସ୍ଥାବଳୀ , ଯେତେଦୂର  ସମ୍ଭବ , ଏପରି  ସଂଶୋଧନର  ନିୟନ୍ତ୍ରଣାଧିନରେ , ପ୍ରୟୋଗ  ହେବ  ଯେ , ସେଥିରେ  ଧାର୍ଯ୍ୟ  ଥିବା  ତମାଦି  ସମୟ , ଉକ୍ତ  ଆଇନ୍ ର  ପ୍ରାରମ୍ଭ  ତାରିଖରୁ   ଗଣନା  କରାଯିବ   ।

୩୬. ‘ ଗ ’ – ‘ ରୟତ୍ ’ ହେବା  ନିମନ୍ତେ , ଆଇନ୍ ର  ଉଲ୍ଲଘଂନରେ  , କୃଷକକୁ  ଅନ୍ତର୍ଭୁକ୍ତ  କରିବା  : - (୧) ଦଫା ୬ ର ଉପ –ଦଫା (୨) ରେ  ଧାରୀତ  କୌଣସି  ବ୍ୟବସ୍ଥା  ସତ୍ବେ , କୌଣସି  କୃଷକ  ଯାହାଙ୍କୁ  ଉକ୍ତ  ଉପ –ଦଫାର  ବ୍ୟବସ୍ଥାବଳୀର  ଉଲ୍ଲଘଂନରେ   ୧୯୬୫  ମସିହା  ଅକ୍ଟୋବର  ୧ ତାରିଖରେ  କିମ୍ବା  ପରେ , ଜମି ପଟ୍ଟା  ସୂତ୍ରେ  ପ୍ରଦାନ  କରାଯାଇଥାଏ , ସେ  ଓଡିଶା  ଭୂମି – ସଂସ୍କାର  (ଦ୍ଵିତୀୟ  ସଂଶୋଧନ ) ଆଇନ୍ , ୧୯୭୫  ର  ପ୍ରଚଳନ  ତାରିଖରୁ  ଦୁଇବର୍ଷ  ମଧ୍ୟରେ   କିମ୍ବା  ସେହି  ତାରିଖ , ଯେବେ  ଏପରି   ଜମି  ତାଙ୍କୁ  ପ୍ରଦାନ  କରାଗଲା , ରାଜସ୍ୱ  ଉଚ୍ଚାକର୍ମଚାରୀଙ୍କୁ  ଆବେଦନ  କରିପାରିବେ , ଏହା  ଘୋଷଣା  କରିବା  ନିମନ୍ତେ  ଯେ , ସେ , ଏପରି  ଜମି  ସଂବନ୍ଧରେ  ଜଣେ   ରୟତ୍  ଅଟନ୍ତି   ।

(୨) ଏକ  ରୟତ୍  ଭାବେ  କୌଣସି  କୃଷକକୁ  ଘୋଷଣା  କରିବା  ନିମନ୍ତେ , ଉକ୍ତ  ଦୁଇ ବର୍ଷ  ସମୟ  ମଧ୍ୟରେ , ଉପ – ଦଫା  (୧) ଅନୁଯାୟୀ , ରାଜସ୍ୱ  ଉଚ୍ଚକର୍ମଚାରୀ , ତାଙ୍କ  ମନକୁମନ  କାର୍ଯ୍ୟାନୁଷ୍ଠାନ   ଗ୍ରହଣ  କରିପାରନ୍ତି   ।

(୩) ଦଫା  ୨୮ ରୁ ୩୩ (ଉଭୟ  ଅନ୍ତର୍ବଭୂକ୍ତ , ୩୫ – ‘ କ ’ ଏବଂ ୩୬ ରେ  ଧାରୀତ  ବ୍ୟବସ୍ଥାବଳୀ , ଯେତେଦୂର   ସମ୍ଭବ , ଏହି ଦଫା  ଅନୁଯାୟୀ , କାର୍ଯ୍ୟାନୁଷ୍ଠାନ  ପ୍ରତି  ପ୍ରୟୋଗ  ହେବ , ଯେପରିକି  ଏପରି  ପ୍ରଦାନ  କରାଯାଇଥିବା   ସମସ୍ତ  ଜମି , ଅଣ –ପୁନଃ  ଉଦ୍ଧାନୀୟ  ଅଟେ   ।

ଅଧ୍ୟାୟ – ୪

ସିଲିଂ ଓ ବଳକା  ଜମିର   ବିନିଯୋଗ

(କ)  ‘ ବ୍ୟକ୍ତି ’, କୌଣସି   କଂପାନୀ , ପରିବାର  ସଂସ୍ଥା  କିମ୍ବା  ବ୍ୟକ୍ତିମାନଙ୍କର  ଅନ୍ୟ  ସଂସ୍ଥାକୁ  ଅନ୍ତର୍ଭୁକ୍ତ  କରେ , ତାହା  ସନ୍ନିବଦ୍ଧ   ହୋଇଥାଉ  କିମ୍ବା  ନାହିଂ  ଏବଂ କୌଣସି  ଅନୁଷ୍ଠାନକୁ  ମଧ୍ୟ  ଅନ୍ତର୍ଭୁକ୍ତ  କରେ , ଯେକି   ସଂପତ୍ତି  ଧାରଣ   କରିବା  ନିମନ୍ତେ  ସକ୍ଷମ  ଅଟେ ;

(ଖ) କୌଣସି  ବ୍ୟକ୍ତି  ସଂବନ୍ଧରେ  ‘ ପରିବାର ’ ଅର୍ଥ , ଉକ୍ତ ବ୍ୟକ୍ତି , ଏପରି  ବ୍ୟକ୍ତିର  ସ୍ଵାମୀ  କିମ୍ବା  ସ୍ତ୍ରୀ , ଯେଉଁ ସ୍ଥଳରେ  ଯେପରି  ପ୍ରୟୋଗନୀୟ  ଏବଂ ସେମାନଙ୍କର  ସନ୍ତାନ  ସନ୍ତତି , ସେମାନେ  ସାବାଳକ  କିମ୍ବା ନାବାଳକ  ହୋଇଥାଆନ୍ତୁ , ମାତ୍ର  କୌଣସି   ସାବାଳକ  ବିବାହିତପୁତ୍ରକୁ  ଅନ୍ତର୍ଭୁକ୍ତ  କରେ  ନାହିଂ , ଯେକି , ଏପରିଭାବେ , ୧୯୭୦  ମସିହା  ସେପ୍ଟେମ୍ବର  ମାସ  ୨ ତାରିଖ  ପୂର୍ବରୁ , ବିଭାଜନ  ଦ୍ଵାରା  କିମ୍ବା  ଅନ୍ୟଥା  ପୃଥକ୍  ହୋଇଥାଏ   ।

[୩୭ –‘ କ ’ – ସିଲିଂ  ଅଂଚଳ  : -   କୌଣସି  ବ୍ୟକ୍ତି  ସଂବନ୍ଧରେ   ‘ ସିଲିଂ ’ ଅଂଚଳ , ଦଶ  ଷ୍ଟାଣ୍ଡାର୍ଡ  ଏକର  ହେବେ ;

ଉଲ୍ଲେଖଥାଉ  ଯେ , ଯେଉଁ  ସ୍ଥଳରେ  ଏପରି  ବ୍ୟକ୍ତିର  ଏକ  ପରିବାର  ଥାଏ , ଯେଉଁଥିରେ  ପାଞ୍ଚଜଣରୁ  ଅଧିକ  ସଦସ୍ୟ  ଥାଆନ୍ତି , ସେପରିସ୍ଥଳେ   ଏପରି ବ୍ୟକ୍ତିଙ୍କର ‘ ସିଲିଂ ’ ଅଂଚଳ  ଦଶ  ଷ୍ଟାଣ୍ଡାର୍ଡ  ଏକର  ହେବ , ଯାହାକି  ପାଞ୍ଚଜଣରୁ  ଅଧିକ  କ୍ଷେତ୍ରରେ , ଦୁଇ  ଷ୍ଟାଣ୍ଡାର୍ଡ ଏକର  ଅଧିକ , ପ୍ରତ୍ୟକଙ୍କ   ନିମନ୍ତେ  ହେବ ; ଏଣୁ ,  ଯାହେଉନା  କାହିଁକି , ଏପରି  ‘ ସିଲିଂ ’ ଅଂଚଳ  ଅଠର  ଷ୍ଟାଣ୍ଡାର୍ଡ  ଏକରରୁ   ଅଧିକ ହେବ  ନାହିଂ  ।

୩୭ . ‘ ଖ ’ – ‘ ସିଲିଂ ’ ଅଂଚଳର  ଆତ୍ୟଧିକତାରେ , କୌଣସି  ବ୍ୟକ୍ତି  ଜମି  ଧାରଣ  କରିବା  ନିମନ୍ତେ  ହେବେ  ନାହିଂ  : -   ଓଡିଶା  ଭୂମି – ସଂସ୍କାର  (ସଂଶୋଧନ ) ଆଇନ୍ , ୧୯୭୩ (ରାଷ୍ଟ୍ରପତିଙ୍କ  ଆଇନ୍  ୧୭/୧୯୭୩) ର  ପ୍ରଚଳନ ତାରିଖରୁ , କୌଣସି  ବ୍ୟକ୍ତି  ଜଣେ  ଜମି – ଧାରଣକାରୀ  ଭାବେ  କିମ୍ବା  ଜଣେ  ରୟତ୍  ଭାବେ  କିମ୍ବା  ଉଭୟଭାବେ , ‘ ସିଲିଂ ’ ଅଂଚଳର  ଅତ୍ୟାଧିକତାରେ , କୌଣସି  ଜମିଧାରଣ  କରିବା  ନିମନ୍ତେ  ହକ୍ ଦାର  ହେବେ  ନାହିଁ  ।

ସ୍ପଷ୍ଟିକରଣ

ଏହି  ଦଫା  ଉଦ୍ଦେଶ୍ୟରେ , କୌଣସି  ପରିବାରର   ସଦସ୍ୟମାନଙ୍କ  ଦ୍ଵାରା  ବ୍ୟକ୍ତିଗତଭାବେ  ଧାରୀତ  ସମସ୍ତ  ଜମି କିମ୍ବା  କୌଣସି  ପରିବାରର  କେତେକେ   ସଦସ୍ୟଙ୍କ  ଦ୍ଵାରା  ଯୁଗ୍ମଭାବେ   କିମ୍ବା  ସମସ୍ତ  ସଦସ୍ୟଙ୍କ  ଦ୍ଵାରା  ଧାରୀତ  ବୋଲି  ଧରାଯିବ   ।

୩୮ . ‘ ସିଲିଂ ’ ରୁ ରିହାତି  : -   ଏହି  ଦଫାରେ   ଅନ୍ୟଥା  ବ୍ୟବସ୍ଥାୟୀତ   ବ୍ୟତୀତ , ଏହି ଅଧ୍ୟାୟର  ବ୍ୟବସ୍ଥାବଳୀ , ନିମ୍ନଲିଖିତ   ପ୍ରତି  ପ୍ରୟୋଗ  ହେବ  ନାହିଂ  : -

(କ) କୌଣସି  ସୁବିଧାୟୀତ   ରୟତ୍  ଦ୍ଵାରା  ଧାରିତ   ଜମି ;

ଉଲ୍ଲେଖଥାଉ ଯେ , କୌଣସି  ସୁବିଧାୟୀତ  ରୟତ୍  ଅଧିନରେ   କୌଣସି  ରୟତ୍  ଦ୍ଵାରା  ଧାରିତ  ଜମିପ୍ରତି , ଏହି  ଧାରାର  କୌଣସି  ବ୍ୟବସ୍ଥା   ଲାଗୁ  ହେବ  ନାହିଂ   ।

(ଖ) ଶିଳ୍ପନୈତିକ   କିମ୍ବା  କିମ୍ବା  ବାଣିଜ୍ୟିକ  ସଂସ୍ଥା  ଦ୍ଵାରା  ଧାରୀତ  ଜମି , କିମ୍ବା  ଯାହା  କଳକାରଖାନା  କିମ୍ବା କର୍ମଶାଳାରେ  ଧାରୀତ  ହୋଇଥାଏ ,  ଯେଉଁସ୍ଥଳରେ  ଏପରି  ଜମି , ଏପରି  ଉଦ୍ୟୋଗ , କଳକାରଖାନା  କିମ୍ବା  କାର୍ମଶାଳା  ଦ୍ଵାରା  କୌଣସି  ଅଣ – କୃଷି  ଉଦ୍ଦେଶ୍ୟ  ନିମନ୍ତେ  ବ୍ୟବହୃତ  ହୁଏ ;

ଉଲ୍ଲେଖଥାଉ  ଯେ , ଯେଉଁ  ସ୍ଥଳରେ  ଉକ୍ତ  ଜମି, ଓଡିଶା  ଭୂମି – ସଂସ୍କାର (ସଂଶୋଧନ) ଆଇନ୍ , ୧୯୭୩ (ରାଷ୍ଟ୍ରପତିଙ୍କ  ଆଇନ୍ ୧୭/୧୯୭୩) ର  ପ୍ରଚଳନ  ତାରିଖଠାରୁ , ପାଞ୍ଚବର୍ଷ  ସମୟ  ମଧ୍ୟରେ , ସେହି ଉଦ୍ଦେଶ୍ୟରେ  ବ୍ୟବହୃତ                       ହୁଏ  ନାହିଂ , ଯେଉଁଥି  ନିମନ୍ତେ  ତାହା ପୃଥକ୍  ରଖାଯାଇଥିଲା ; ସେପରିସ୍ଥଳେ  କଲେକ୍ଟର , ସଂପୃକ୍ତ  ବ୍ୟକ୍ତିଙ୍କୁ  ସୂଚନା  ପ୍ରଦାନ  କରିବା  ପରେ , ଆଦେଶ  ଦ୍ଵାରା  ନିର୍ଦ୍ଦେଶ  ଦେଇପାରନ୍ତି  ଯେ , ଏହି ଅଧ୍ୟାୟରେ  ବ୍ୟବସ୍ଥାବଳୀ  ଉକ୍ତ  ଜମି  ପ୍ରତି  ପ୍ରୟୋଗ ହେବ ;

ଆହୁରି  ଉଲ୍ଲେଖଥାଉ  ଯେ , କଲେକ୍ଟର , ଏ ସଂବନ୍ଧରେ  ତାଙ୍କୁ  ପ୍ରଦାନ  କରାଯାଇଥିବା   କୌଣସି  ଆବେଦନ  ପତ୍ର  ଉପରେ  ଏବଂ  ସନ୍ତୁଷ୍ଟ  ହୋଇ ଯେ , ଏପରି କରିବା  ଆବଶ୍ୟକ  ଅଟେ , ଉକ୍ତ  ସମୟକୁ , ପାଞ୍ଚବର୍ଷ  ନିମନ୍ତେ  ବର୍ଦ୍ଧନ  କରିବେ  କିମ୍ବା  ଏପରି  ଅଧିକ ସମୟ  ନିମନ୍ତେ  ପରିବର୍ଦ୍ଧନ  କରିବେ , ଯେପରି  ସେ ଉଚିତ୍  ମନେ  କରିବେ ; ଏଣୁ ଯାହାହେଉନା  କାହିଁକି  , ଯେ , ଏପରି  ସମୁଦାୟ  ପରିବର୍ଦ୍ଧିତ  ସମୟ , କୌଣସି  କ୍ଷେତ୍ରରେ , ଆଠବର୍ଷରୁ   ଅଧିକ  ହେବ  ନାହିଂ   ।

(ଗ)  ବୃକ୍ଷରୋପଣ

ସ୍ପଷ୍ଟିକରଣ

‘ ବୃକ୍ଷରୋପଣ ’ ଅର୍ଥ , କୌଣସି  ଜମି, ଯାହାକି ମୁଖ୍ୟତଃ , କଫି , କୋକା  କିମ୍ବା  ‘ ଚା ’ ଚାଷ  ନିମନ୍ତେ  ବ୍ୟବହୃତ  ହୂର (ଏତତ୍ ପରେ , ଏହି ସ୍ପଷ୍ଟିକରଣରେ , ରୋପଣ  ଶସ୍ୟ ଭାବେ  ଉଲ୍ଲେଖିତ ) ଏବଂ ତାହା ସେହି  ଜମିକୁ ଅନ୍ତର୍ବଭୂକ୍ତ  କରେ ,  ଯାହାକି  କୌଣସି  ଉଦ୍ଦେଶ୍ୟ  ନିମନ୍ତେ  ବ୍ୟବହୃତ  ହୁଏ , ଯାହାକି  ରୋପଣ   ଶସ୍ୟର  ଚାଷ  ପ୍ରତି  ଆନୁସଙ୍ଗୀକ ଅଟେ , କିମ୍ବା ସେଗୁଡିକର   ବିକ୍ରି   ନିମନ୍ତେ  ସଂରକ୍ଷଣ  ରଖାଯାଏ  ;

(ଘ) କୌଣସି  କୃଷି  ବିଶ୍ୱବିଦ୍ୟାଳୟ , କୃଷି  ବିଦ୍ୟାଳୟ କିମ୍ବା  କୃଷି ମହା  ବିଦ୍ୟାଳୟ  ଦ୍ଵାରା  ଧାରୀତ  ଜମି କିମ୍ବା  କୃଷିରେ  ଗବେଷଣା  ପରିଚାଳନା  କରୁଥିବା  କୌଣସି   ଅନୁଷ୍ଠାନ  ଦ୍ଵାରା  ଧାରୀତ  ଏପରି  ଜମି ;

୩୯ . ‘ ସିଲିଂ ’ ଅଂଚଳ  ସ୍ଥିର  କରିବା  ନିମନ୍ତେ  ନୀତି  : - କୌଣସି  ବ୍ୟକ୍ତି  ସଂବନ୍ଧରେ   ‘ ସିଲିଂ ’ ଅଂଚଳ  ସ୍ଥିର  କରିବାରେ , ନିମ୍ନଲିଖିତ  ନୀତିକୁ   ଅନୁସରଣ  କରାଯିବ , ଯଥା : -

(କ) ଗୃହପୋଯୋଗୀ  ଜମି  କିମ୍ବା  ସେଗୁଡିକର  ବନ୍ଧ  ସହିତ  ଜଳାଶୟ  କିମ୍ବା  ଉଭୟ , ଯାହାକି  ତିନି  ଏକର  ପରିମାଣର  ହୋଇଥାଏ , ତାହା  ବିଚାରକୁ  ନିଆଯିବ  ନାହିଂ ;

[(ଖ) ବିକ୍ରି , ଦାନ କିମ୍ବା  ଅନ୍ୟଥା   ଦ୍ଵାରା , କୌଣସି  ଜମିର  ହସ୍ତାନ୍ତରଣ  କିମ୍ବା ୧୯୭୦ ମସିହା  ସେପ୍ଟେମ୍ବର  ୨୬ ତାରିଖରୁ  ଆରମ୍ଭ  ହୋଇ  ଓଡିଶା  ଭୂମି – ସଂସ୍କାର (ସଂଶୋଧନ) ଆଇନ୍ , ୧୯୭୩ (ରାଷ୍ଟ୍ରପତିଙ୍କ ଆଇନ୍ ୧୭/୧୯୭୩ )  ସହି  ସମାପ୍ତ   ହେଉଥିବା  ସମୟ  ମଧ୍ୟରେ , କୌଣସି  ବ୍ୟକ୍ତି ଦ୍ଵାରା  ବିଭାଜନ  କ୍ଷେତ୍ରରେ  ଯଦି  ଏପରି ବ୍ୟକ୍ତି  ‘ ସିଲିଂ ’  ଅଂଚଳ  କିମ୍ବା  ରକବା  ଠାରୁ  ଅଧିକ ଜମି , ସେହି  ଦିନ  ଧାରଣ  କରି  ଥାଆନ୍ତି , ତାହା  ଅସିଦ୍ଧ ହେବ , ଏହି ବିଷୟ  ସତ୍ବେ  ଯେ , କୌଣସି  ଆଇନ୍  କିମ୍ବା  ଚୁକ୍ତିରେ  ଧାରୀତ   ବିଷୟ  ସତ୍ବେ  କିମ୍ବା  କୌଣସି  ନ୍ୟାୟାଳୟର  କୌଣସି  ଡିକ୍ରୀ  କିମ୍ବା  ଆଦେଶ  ସତ୍ବେ  ।

(ଖଖ) : - ଏପରି  ଭାବେ   ହସ୍ତାନ୍ତରୀତ  କିମ୍ବା  ବିଭାଜିତ  ଜମିକୁ  ବିଚାରିକୁ  ନିଆଯିବ , ଯେପରିକି  ଏପରି  ହସ୍ତାନ୍ତରଣ   କିମ୍ବା  ବିଭାଜନ  କରାଯାଇନାହିଁ  ; ଏବଂ  ରାଜସ୍ୱ  ଉଚ୍ଚକର୍ମଚାରୀ , ତାଙ୍କ  ବିବେକ  ଅନୁଯାୟୀ , ତାଙ୍କ  ନିଜ  ଦଖଲରେ  ରଖିବା  ନିମନ୍ତେ  ଜମି , ଉକ୍ତ  ବ୍ୟକ୍ତିଙ୍କ  ଦ୍ଵାରା ଯାହା  ଚୟିତ   ହୋଇଥାଏ , ତାହା  ଊହ୍ୟ  କରିପାରନ୍ତି  ।

(ଗ) ଯେଉଁ  ସ୍ଥଳରେ , ଏପରି  ବ୍ୟକ୍ତି  କୌଣସି  ସମବାୟ  ଚାଷ – ସମିତିର  ଜଣେ  ସଦସ୍ୟ  ହୋଇଥାଆନ୍ତି ,  ସେପରିସ୍ଥଳେ  ଏପରି  ସମିତି  ଦ୍ଵାରା  ଧାରୀତ  ଜମିର  ଅଂଶ , ଯାହାକି  ସେ  ପାଇବେ ; ତାକୁ  ବିଚାରକୁ   ନିଆଯିବ  ।

(ଘ) କୌଣସି  କୃଷକ  କିମ୍ବା  ବନ୍ଧକ – ଗ୍ରହୀତାଙ୍କ  ଦଖଲରେ  ଥିବା  ଜମିକୁ , ଉକ୍ତ  ବ୍ୟକ୍ତିଙ୍କ  ଦ୍ଵାରା  ଧାରୀତ  ଜମିଭାବେ  ଧରାଯିବ   ।

୪୦ . ଜମି  ହସ୍ତାନ୍ତରଣ  ଏବଂ  ବିଭାଜନ  ଉପରେ  ପ୍ରତିବନ୍ଧନ   ଏବଂ  ଚୁକ୍ତିର  ନିର୍ଦ୍ଧିଷ୍ଟ  ସଂପାଦନ  ନିମନ୍ତେ , ମୋକଦ୍ଦମାର  କଟକଣା  : - (୧) ଏପରି  କରିବା  ନିମନ୍ତେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ଲିଖିତଭାବେ  ଅନୁମୋଦିତ  ବ୍ୟତୀତ , ‘ ସିଲିଂ ’ ଅଂଚଳର  ଅତ୍ୟଧିକତାରେ  ଜମି  ଧାରଣ  କରିଥିବା  କୌଣସି  ବ୍ୟକ୍ତି , ଓଡିଶା  ଭୂମି  ସଂସ୍କାର  (ସଂଶୋଧନ) ଆଇନ୍ , ୧୯୭୩  (ରାଷ୍ଟ୍ରପତିଙ୍କ ଆଇନ୍ ୧୭/୧୯୭୩ ) ର  ପ୍ରଚଳନ  ପରେ , ଏପରି   ଜମି କିମ୍ବା  ତା’ର  ଅଂଶକୁ   ବିକ୍ରି  ଦାନ   କିମ୍ବା  ଅନ୍ୟଥା  ହସ୍ତାନ୍ତରଣ   କରିପାରିବେ  ନାହିଂ  କିମ୍ବା  କୌଣସି  ବିଭାଜନ  କରି ପାରିବେ  ନାହିଂ , ଯେପର୍ଯ୍ୟନ୍ତ   ବଳକାଜମି , ଯାହାକି  ଦଫା  ୪୫ ଅନୁଯାୟୀ , ସରକାରଙ୍କ  ଠାରେ  ନ୍ୟସ୍ତ   ହେବେ , ତାହା   ସ୍ଥିର  କରାଯାଇ  ନାହିଂ  ଏବଂ   ସରକାରଙ୍କ  ତରଫରୁ  ଦଖଲ  ନିଆଯାଇନାହିଂ  ଏବଂ  ଏହି  ଉପ –ଦଫାର  ଉଲ୍ଲଘଂନରେ   କରାଯାଇଥିବା  କୌଣସି  ହସ୍ତାନ୍ତରଣ   କିମ୍ବା  ବିଭାଜନ , ଅସିଦ୍ଧ  ହେବ ;

ଉଲ୍ଲେଖଥାଉ  ଯେ , ଏହି  ଉପ –ଦଫାରେ  ଧାରୀତ  କୌଣସି  ବ୍ୟବସ୍ଥା ,  ନିମ୍ନପ୍ରତି  ପ୍ରୟୋଗ  ହେବ  ନାହିଂ  -

(କ) ନିମ୍ନଙ୍କ  ସପକ୍ଷରେ  ସଂପାଦିତ   କୌଣସି  ବନ୍ଧକ  ଦ୍ଵାରା  କୌଣସି  ହସ୍ତାନ୍ତରଣ : -

(୧) କେନ୍ଦ୍ର  ସରକାର  ବା  କୌଣସି  ରାଜ୍ୟ  ସରକାର ;

(୨) କେନ୍ଦ୍ର  ସର୍ବସାଧାରଣ  ଅର୍ଥନୈତିକ   ଅନୁଷ୍ଠାନ ;

(୩) କୌଣସି  ‘ ବ୍ୟାଙ୍କ୍ ’ ଯେଉଁଥିପ୍ରତି , ଓଡିଶା   ସମବାୟ  ସମିତି  ଆଇନ୍ , ୧୯୬୨ (୨/୧୯୬୩) ପ୍ରୟୋଗନୀୟ  ଅଟେ ;

(୪) ଆଇନ୍  ଦ୍ଵାରା  ସ୍ଥାପିତ  କୌଣସି   ନିୟମ , ଯାହାକି  କେନ୍ଦ୍ରସରକାର  କିମ୍ବା  ରାଜ୍ୟସରକାରଙ୍କ  ଦ୍ଵାରା  ଅଧିକୃତ ; ନିୟନ୍ତ୍ରିତ  କିମ୍ବା  ପରିଚାଳିତ

(୫) କୌଣସି  କଂପାନୀ , ଯେଉଁଥିରେ  ଏକାବନ ପ୍ରତିଶତରୁ  କମ୍ ନୁହେଁ  ‘ ପେଡ୍ – ଅପ୍ – ସେୟାର୍ କ୍ୟାପିଟାଲ ’ କେନ୍ଦ୍ର  ସରକାର  କିମ୍ବା  ଗୋଟିଏ  କିମ୍ବା  ଅଧିକ  ରାଜ୍ୟ  ସରକାରଙ୍କ  ଦ୍ଵାରା   ଧାରୀତ  ହୋଇଥାଏ ;

(ଖ) ଏପରି  ବନ୍ଧକ  ଅନୁଯାୟୀ  ପ୍ରାପ୍ୟ   ଅର୍ଥର  ଉଦ୍ଧାର  ନିମନ୍ତେ , କୌଣସି  ଡିକ୍ରୀ  କିମ୍ବା  ଆଦେଶ  ସଂପାଦନରେ , କୌଣସି  ଜମିର  ବିକ୍ରି  ;

(୨) ୧୯୭୦  ମସିହା  ସେପ୍ଟେମ୍ବର  ମାସ  ୨୬ ତାରିଖ  ପରେ  ଏବଂ ଓଡିଶା ଭୂମି ସଂସ୍କାର (ସଂଶୋଧନ) ଆଇନ୍ , ୧୯୭୩ (ରାଷ୍ଟ୍ରପତିଙ୍କ  ଆଇନ୍  ୧୭/୧୯୭୩ )ର  ପ୍ରଚଳନ  ପୂର୍ବରୁ , ଜମିର  ହସ୍ତାନ୍ତରଣ  ନିମନ୍ତେ , ଚୁକ୍ତିର  ନିର୍ଦ୍ଧିଷ୍ଟ  ସଂପାଦନ  ନିମନ୍ତେ , ପ୍ରତ୍ୟକ  ମୋକଦ୍ଦମା , ରହିତ  ହେବ  ଏବଂ ଏପରି  ପ୍ରାରମ୍ଭ  ପୂର୍ବରୁ , ଏପରି  ଗ୍ରହଣୀୟ  ହେବ ନାହିଂ  ।

[(୩) : -  ୧୯୭୦  ମସିହା  ମସିହା  ସେପ୍ଟେମ୍ବର  ୨୬  ତାରିଖ  ପରେ  କୌଣସି  ଦେୱାନୀ  ନ୍ୟାୟାଳୟରେ , ଜମିର  ବିଭାଜନ  ନିମନ୍ତେ  ଅନୁଷ୍ଠିତ  ସମସ୍ତ  ମୋକଦ୍ଦମା , ଯାହାକି  ଓଡିଶା  ଭୂମି – ସଂସ୍କାର  (ଦ୍ଵିତୀୟ  ସଂଶୋଧନ) ଆଇନ୍ , ୧୯୭୫ ର  ପ୍ରଚଳନ  ତାରିଖରେ   ସ୍ଥଗିତ  ଥାଏ , ତାହା  ଯଦି  ମୋକଦ୍ଦମାର  ବିଷୟବସ୍ତୁ  ହୋଇଥିବା ଜମି , ସେହି ବ୍ୟକ୍ତି  ସଂବନ୍ଧରେ   ‘ ସିଲିଂ ’ ଅଂଚଳ  ଠାରୁ  ଅଧିକ  ହୋଇଥାଏ ,   ଯେକି  ଏପରି  ଜମି  ସଂବନ୍ଧରେ  ଦଫା  ୪୦ – ‘ କ ’ ଅନୁଯାୟୀ  ଏକ  ରିଟର୍ଣ୍ଣିଂ  ଦାଖଲ  କରିବା  ନିମନ୍ତେ  ଦାୟୀ  ଅଟନ୍ତି ; ତାହା  ରହିତ  ହେବ  ।

୪୦ – ‘ କ ’ ରିଟର୍ଣ୍ଣ  ଦାଖଲ  : - (୧) ଜମି  ଧାରଣ  କରିଥିବା  ପ୍ରତ୍ୟକ  ବ୍ୟକ୍ତି  (ଯାହାକି  ବିକ୍ରୀ , ଦାନ  କିମ୍ବା ଅନ୍ୟଥା  ହସ୍ତାନ୍ତରୀତ  ଜମିକୁ  ଅନ୍ତର୍ଭୁକ୍ତ  କରେ  କିମ୍ବା  ୧୯୭୦ ମସିହା  ସେପ୍ଟେମ୍ବର  ୨୬  ତାରିଖରେ , ତାଙ୍କ  ଦ୍ଵାରା  ଜଣେ  ଜମି - ଧାରଣକାରୀ କିମ୍ବା  ରୟତ୍  ଭାବେ , ଓଡିଶା  ଭୂ –ସଂସ୍କାର  (ସଂଶୋଧନ) ଆଇନ୍ , ୧୯୭୩ ର  ପ୍ରଚାଳନ  ସମୟରେ  ସୀମା  ବହିର୍ଭୂତ  ଅଂଚଳକୁ  ତାଙ୍କ ଦ୍ଵାରା   ବିଭାଜନ  କରାଯାଇଥାଏ , ସେ , ନବେଦିନ   ଅତିବାହିତ   ହେବା  ପୂର୍ବରୁ , ଧାର୍ଯ୍ୟ  ଫର୍ମରେ   ଏବଂ  ପଦ୍ଧତିରେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ଏକ  ରିଟର୍ଣ୍ଣ  ଦାଖଲ  କରିବେ , ଯେଉଁଥିରେ   ସେ  କେତେ  ପରିମାଣ  ଜମି , ଏପରି  ସୀମା  ବହିର୍ଭୂତ  ଅଂଚଳ  ବାହାରେ  ରଖିବାକୁ   ଚାହାଁନ୍ତି , ତାହା  ଦର୍ଶାଇବା   ସହିତ  ଅନ୍ୟାନ୍ୟ  ବିଷୟ  ମଧ୍ୟ  ଦର୍ଶାଇବେ , ଯେପରି   ଧାର୍ଯ୍ୟ  କରାଯାଇପାରେ  ;

ଉଲ୍ଲେଖଥାଉ  ଯେ , ଯଦି  କୌଣସି ବ୍ୟକ୍ତି , ଦଫା  ୪୦ ର  ଉପ – ଦଫା  (୧) ର  ବ୍ୟବସ୍ଥାବଳୀର  ଉଲ୍ଲଘଂନରେ  କୌଣସି   ହସ୍ତାନ୍ତରଣ  କିମ୍ବା  ବିଭାଜନ  କରିଥାଏ  , ତାଙ୍କର  ସେ କେତେ  ପରିମାଣ  ଜମି  ରଖିବାକୁ  ଚାହାଁନ୍ତି  ଏବଂ  ସୀମା  ବହିର୍ଭୂତ , ତାଙ୍କର  କେତେ  ଜମି  ଅଛି , ତାହା  ଦର୍ଶାଇବା  ଅଧିକାର  ରହିବ  ନାହିଂ ; ମାତ୍ର  ତାଙ୍କୁ  ତାଙ୍କ  ଦ୍ଵାରା  ଧାରିତ  ସମସ୍ତ  ଜମିର  ବିଶେଷ   ବିବରଣୀ   ସଂବନ୍ଧରେ  , ଏକ  ରିଟର୍ଣ୍ଣ  ଦାଖଲ  କରିବାକୁ  ହେବ  ।

ଆହୁରି ଉଲ୍ଲେଖଥାଉ  ଯେ , ଯେଉଁ  ସ୍ଥଳରେ  ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଅଧ୍ୟାଦେଶ , ୧୯୭୪ (୨/୧୯୭୪ ) ଦ୍ଵାରା  ଏହି ଆଇନ୍ ର  ସଂଶୋଧନର  ପରିଣତି  ସ୍ୱରୂପ , ଏପରି  ବ୍ୟକ୍ତି  କୌଣସି  ରିଟର୍ଣ୍ଣ  କିମ୍ବା  ସଂଶୋଧିତ  ରିଟର୍ଣ୍ଣ  ଦାଖଲ  କରିବା  ଆବଶ୍ୟକ  ବୋଲି  ମନେ  କରନ୍ତି ; ସେପରିସ୍ଥଳେ  ସେ , ଗେଜେଟ୍ ରେ  ଉକ୍ତ  ଅଧ୍ୟାଦେଶ  ପ୍ରକାଶନ  ତାରିଖରୁ  ତିରିଶ  ଦିନ  ମଧ୍ୟରେ , ତାହା ଦାଖଲ  କରିବେ   ।

(୨) କୌଣସି  କ୍ଷେତ୍ରରେ , ଉପ – ଦଫା (୧) ଅନୁଯାୟୀ , ରିଟର୍ଣ୍ଣ  ଦାଖଲ  ତାରିଖରେ  : -

(କ) [ ୧୯୭୦  ମସିହା  ସେପ୍ଟେମ୍ବର  ୨୬  ତାରିଖ  ପୂର୍ବରୁ  କୌଣସି  ଦେୱାନୀ  ନ୍ୟାୟାଳୟରେ ] ଅଧ୍ୟାୟ – ୩ ଅନୁଯାୟୀ  ପୁନରୁଦ୍ଧାର   ନିମନ୍ତେ  କୌଣସି  କାର୍ଯ୍ୟାନୁଷ୍ଠାନ  କିମ୍ବା  ନାମାନ୍ତରଣ   ନିମନ୍ତେ  କିମ୍ବା  ବିଭାଜନ  ନିମନ୍ତେ  କୌଣସି କାର୍ଯ୍ୟାନୁଷ୍ଠାନ  ଅନୁଷ୍ଠିତ  ହୋଇଥାଏ , ଏବଂ ତାହା , ଏପରି  ରଟର୍ଣ୍ଣ  ଦାଖଲ  ନିମନ୍ତେ  କୌଣସି  ଜମିର  ବିଷୟ  ବସ୍ତୁ  ହୋଇଥାଏ  ; କିମ୍ବା

(ଖ) ଟ୍ରଷ୍ଟ  ସଂବନ୍ଧରେ , ଦଫା  ୫୭ – କ  ଅନୁଯାୟୀ   କୌଣସି  କାର୍ଯ୍ୟାନୁଷ୍ଠାନ , ଯାହାଙ୍କ  ତରଫରୁ  ଏପରି  ରଟର୍ଣ୍ଣ  ଦାଖଲ   କରାଯାଇଛି  ;

ଏବଂ  ତାହା  ସ୍ଥଗିତ  ଥାଏ , ସେପରିସ୍ଥଳେ  ଯେଉଁ  ବ୍ୟକ୍ତି  ଏପରି  ଋଟର୍ଣ୍ଣ  ଦାଖଲ  କରିଥାଆନ୍ତି , ସେ  ଦଫା ୨୯ ଅନୁଯାୟୀ , ପ୍ରମାଣପତ୍ର  ନିର୍ଗମ  ତାରିଖରୁ  [ତିରିଶ  ଦିନ  ମଧ୍ୟରେ  ଉପ – ଦଫା  (୧) ସହ  ସମନ୍ଵୟ  ରକ୍ଷାକାରି , ଏପରି  କାର୍ଯ୍ୟାନୁଷ୍ଠାନ   ଫଳାଫଳ  ଉପରେ   ଭିତ୍ତିକରି , ଏକ  ସଂଶୋଧିତ  ରଟର୍ଣ୍ଣ  ଦାଖଲ  କରିବେ , ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ , ଏବଂ  ତାହା  ଏପରି ନାମାନ୍ତରଣ  କାର୍ଯ୍ୟାନୁଷ୍ଠାନ , ବିଭାଜନ  କାର୍ଯ୍ୟାନୁଷ୍ଠାନ  କିମ୍ବା  ଦଫା  ୫୭ – କ  ଅନୁଯାୟୀ  କାର୍ଯ୍ୟାନୁଷ୍ଠାନର  ଚୂଡ଼ାନ୍ତ  ଫଇସଲା  ତାରିଖରୁ  ଏପରି  ଋଟର୍ଣ୍ଣ  ଦାଖଲ  କରିବେ  ଏବଂ  ତାହା  ମଧ୍ୟ  ଅପିଲ୍ର  ରିଭିଜନ୍  କିମ୍ବା  ରିଭ୍ୟୁ  ନିମନ୍ତେ  ସମୟର  ସମାପ୍ତି  ପରେ  [ କିମ୍ବା  ଓଡିଶା  ଭୂ – ସଂସ୍କାର  (ଦ୍ଵିତୀୟ  ସଂଶୋଧନ  ଆଇନ୍ ୧୯୭୫ ) ର  ପ୍ରଚଳନ  ତାରିଖରୁ , ସେପରି  କରିବେ  , ତନ୍ମଧ୍ୟରୁ  ଯେଉଁଟି  ପରେ  ହୋଇଥିବ   । ]

[ ୪୦ – ‘ ଖ ’ – ବିଶେଷ  କ୍ଷେତ୍ରରେ , ରିଟର୍ଣ୍ଣର  ଦାଖଲ  : -  ଯେଉଁ ସ୍ଥଳରେ   କୌଣସି  ବ୍ୟକ୍ତି  : -

(କ) ଦଫା  ୪୦ – କ  ଅନୁଯାୟୀ  ଏକ  ରଟର୍ଣ୍ଣ   ଦାଖଲ  କରିବା  ନିମନ୍ତେ  ଦାୟୀ  ରହି , ସେଥିରେ  ଧାର୍ଯ୍ୟ  ସମୟ  ମଧ୍ୟରେ , ତାହା  କରିବାରେ  ଅକୃତକାର୍ଯ୍ୟ  ହୁଅନ୍ତି  ; କିମ୍ବା

(ଖ) ଓଡିଶା  ଭୂ – ସଂସ୍କାର  (ଦ୍ଵିତୀୟ  ସଂଶୋଧନ) ଆଇନ୍ , ୧୯୭୫ ଦ୍ଵାରା  ଏହି ଆଇନ୍ ର  ସଂଶୋଧନର  ପରିଣତି  ସ୍ୱରୂପ , ଦଫା  ୪୦ – କ  ଅନୁଯାୟୀ ଏକ  ରିଟର୍ଣ୍ଣ  ଦାଖଲ  କରିବା  ନିମନ୍ତେ  ଦାୟୀ ହୋଇଥାଆନ୍ତି ; କିମ୍ବା

(ଗ) ଏପରି  ସଂଶୋଧନର  ପରିଣତି  ସ୍ୱରୂପ  ଏକ  ସଂଶୋଧିତ  ରିଟର୍ଣ୍ଣ  ଦାଖଲ  କରିବା  ଆବଶ୍ୟକ  ବୋଲି ବିବେଚନା  କରନ୍ତି  ;

ଉଲ୍ଲେଖାଥାଉ  ଯେ , ତାଙ୍କ  ନିଜ  ମନକୁ  ମନ, ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ଦଫା  ୪୩  ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କ  ବିରୁଦ୍ଧରେ  କାର୍ଯ୍ୟାନୁଷ୍ଠାନ  ଗ୍ରହଣ  କରାଯାଇଥାଏ , ସେ , ଏହି ଦଫା  ଦ୍ଵାରା  ଆବଶ୍ୟକ  ରିଟର୍ଣ୍ଣ  ଦାଖଲ  କରିବା  ନିମନ୍ତେ  ବାଧ୍ୟ  ହେବେ   ନାହିଂ ;

[ ଆହୁରି  ଉଲ୍ଲେଖ  ଥାଉ  ଯେ, ଦଫା  ୪୪ ର  ଉପ ଦଫା – (୧) ଅନୁଯାୟୀ  ତାଙ୍କ  ଜମି  ସଂବନ୍ଧରେ  ଖସଡା  ବିବରଣୀର  ଦୃଢୀକରଣ  ପରେ , କୌଣସି ବ୍ୟକ୍ତି  ଦ୍ଵାରା  ଯଦି  କୋଣସି  ସଂଶୋଧିତ  ରିଟର୍ଣ୍ଣ  ଦାଖଲ  ହୁଏ ; ତାହା  ବିଚାରକୁ  ନିଆଯିବ  ନାହିଂ  ।

[୪୧ – ରିଟର୍ଣ୍ଣ  ଦାଖଲ  କରିବା  ନିମନ୍ତେ  ଦାୟିତ୍ଵ   : - ଦଫା  ୪୦ ‘ କ ’  [କିମ୍ବା  ଦଫା  ୪୦ – ଖ ] ରେ  ଉଲ୍ଲେଖିତ  ରଟର୍ଣ୍ଣ ଦାଖଲ  କରାଯିବ  : -

(୧) କୌଣସି  ବ୍ୟକ୍ତି  କ୍ଷେତ୍ରରେ , ଉକ୍ତ  ବ୍ୟକ୍ତି ଦ୍ଵାରା  କିମ୍ବା  ତାଙ୍କ  ଅଭିଭାବକଙ୍କ  ଦ୍ଵାରା ; ଯଦି  ସେ   ଜଣେ  ନାବାଳକ  ହୋଇଥାଆନ୍ତି ;

(୨) କୌଣସି  ପରିବାର  କ୍ଷେତ୍ରରେ  ଉକ୍ତ  ପରିବାରର  ମୁଖ୍ୟଙ୍କ  ଦ୍ଵାରା  କିମ୍ବା ଉକ୍ତ  ପରିବାରର  କୌଣସି  ସଦସ୍ୟଙ୍କ  ଦ୍ଵାରା  କିମ୍ବା  ଯୁଗ୍ମଭାବେ , ଏପରି  ସମସ୍ତ  ସଦସ୍ୟଙ୍କ  ଦ୍ଵାରା ;

ଉଲ୍ଲେଖାଥାଉ ଯେ , ଯଦି  ସେହି  ଏକା  ପରିବାର  ସଂବନ୍ଧରେ  , ଗୋଟିକରୁ  ଅଧିକ ରିଟର୍ଣ୍ଣ  ଦାଖଲ  କରାଯାଉଥାଏ ; ସେପରିସ୍ଥଳେ , ଏପରି ସମସ୍ତ  ରିଟର୍ଣ୍ଣକୁ  ବିଚାରକୁ  ନିଆଯିବ ; ଏବଂ

(୩) ଅନ୍ୟ  କୌଣସି  କ୍ଷେତ୍ରରେ , ଉକ୍ତ  ବ୍ୟକ୍ତିଙ୍କ  ତରଫରୁ  କାର୍ଯ୍ୟ  କରିବା  ନିମନ୍ତେ  ଦକ୍ଷ   କୌଣସି  ବ୍ୟକ୍ତିଙ୍କ  ଦ୍ଵାରା  ଏପରି  ରିଟର୍ଣ୍ଣ ଦାଖଲ  କରାଯିବ

୪୨ . ରିଟର୍ଣ୍ଣ  ଦାଖଲ   କରିବାରେ  ଅକୃତକାର୍ଯ୍ୟତା   ଦାବୀର  ବାଜ୍ୟାପ୍ତି  ଘଟାଇବ : -  ଯଦି  କୌଣସି  ବ୍ୟକ୍ତି [ଦଫା ୪୦ – ‘କ’ ] [କିମ୍ବା  ଦଫା ୪୦ – ‘ଖ’ ] ଅନୁଯାୟୀ  ଆବଶ୍ୟକ  ଏକ  ରିଟର୍ଣ୍ଣ  ଦାଖଲ  କରିବାରେ  ଅକୃତକାର୍ଯ୍ୟ   ହୁଅନ୍ତି ; କିମ୍ବା  ଏପରି  ଏକ  ରିଟର୍ଣ୍ଣ  ଦାଖଲ  କରନ୍ତି , ଯାହା  ସମସ୍ତ  ଉପାଦେୟ  କିମ୍ବା  କୌଣସି   ଉପାଦେୟ  ବିଷୟ ସଂବନ୍ଧରେ  ଭୁଲ  ବୋଲି   ଜାଣନ୍ତି  କିମ୍ବା  ଏପରି  ଜାଣିବାର  କାରଣ  ଥାଏ ; ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ  ଆବଶ୍ୟକ  ତଥ୍ୟ , ଏପରି  ସଂସ୍ଥାଠାରୁ  ଗ୍ରହଣ  କରିପାରନ୍ତି , ଯେପରି  ସେ  ଆବଶ୍ୟକ  ମନେ  କରନ୍ତି , ଏବଂ  ତା  ପରେ ଦଫା ୪୩  ଅନୁଯାୟୀ  ପରିକଳ୍ପିତ  ବିବରଣୀ  ପ୍ରସ୍ତୁତ  କରିବା  ଏବଂ  ପ୍ରକାଶନ  କରିବା  ନିମନ୍ତେ  ଅଗ୍ରସର  ହେବେ ;

ଉଲ୍ଲେଖା  ଥାଉ ଯେ ,  ଦଫା  ୪ ର  ବ୍ୟବସ୍ଥାବଳି ସହ  ସମନ୍ଵୟ ରକ୍ଷାକରି ; ତାଙ୍କର  ଦ୍ଵାରା  ଘୋଷିତ  ବଳକା  ଜମି ନିମନ୍ତେ   ଦେୟ [ ଅର୍ଥ ରାଶି ], ସେହି  ଅର୍ଥରାଶିର  [ପଚାଶ ପ୍ରତିଶତ ] ହେବ  ଯେଉଁଥି  ନିମନ୍ତେ  ସେ  ହକ୍ ଦାର  ହୋଇଥାଆନ୍ତେ ; ଯଦି ସେ  ଦଫା  [୪୦ – କ ]  [କିମ୍ବା  ଦଫା  ୪୦ – ଖ ] ଅନୁଯାୟୀ ଏକ ସଠିକ୍  ରିଟର୍ଣ୍ଣ   ଦାଖଲ   କରିଥାଆନ୍ତେ  ।

୪୩ . ଜମିର  ସୀମା  ଏବଂ ଅଧିକ  ଜମି ଦର୍ଶାଇ , ଖସଡା  ବିବରଣୀର  ପ୍ରସ୍ତୁତିକରଣ  ଏବଂ ପ୍ରକାଶନ : - [ ଦଫା  ୪୦ – କ] [କିମ୍ବା  ଦଫା  ୪୦ – ଖ ] ର  ଉପ –ଦଫା  (୧) ଅନୁଯାୟୀ  ରିଟର୍ଣ୍ଣ  ଗ୍ରହଣ   କରିବା  ପରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ତାଙ୍କ  ସହ  ଉପଲବ୍ଧ  ସମସ୍ତ  ତଥ୍ୟ  ଏବଂ  [ଏପରି କରିବା ନିମନ୍ତେ] ସଂପୃକ୍ତ  ବ୍ୟକ୍ତିଙ୍କ  ଦ୍ଵାରା  ଚୟନ  କରାଯାଇଥିବା  ବିଷୟକୁ  ବିଚାର  କରି  ଏବଂ  ସ୍ଥାନୀୟ  ସମିତି , ଯଦି  କିଛିଥାଏ  ତାଙ୍କ  ସହ ପରାମର୍ଶ  କରିବା  ପରେ , ଏକ  ଖସଡା  ବିବରଣୀରେ , ନିମ୍ନ  ବିଷୟ  ଦର୍ଶାଇ , ତାଙ୍କର  ରାୟ  ଲିପିବଦ୍ଧ  କରିବେ : -

[(କ) ଜଣେ  ଭୁମିଧାରଣକାରୀ  କିମ୍ବା ରୟତ୍ ଭାବେ , ଉକ୍ତ ବ୍ୟକ୍ତି  ଦ୍ଵାରା  ଧାରୀତ  ଜମିର  ସମୁଦାୟ  ଅଂଶ ଏବଂ ଉକ୍ତ  ଜମିର  ପ୍ରତ୍ୟକ  ପ୍ଳଟ୍   କେଉଁ ଶ୍ରେଣୀର  ଅଟେ ;

(ଖ) ଅଧିକ  ଅଂଚଳ  କିମ୍ବା  ବଳକା  ଅଂଚଳ ;

(ଗ)  ନିର୍ଦ୍ଧିଷ୍ଟ   ଜମି , ଯାହାକି  ଉକ୍ତ  ବ୍ୟକ୍ତି ଦ୍ଵାରା  ଧାରଣ କିମ୍ବା  ରଖାଯିବ  ଏବଂ  ତା’ର  ସମୁଦାୟ  ରକବା  କିମ୍ବା  ଅଂଚଳ ;

(ଘ)  ଧାରା  (ଖ) ଅନୁଯାୟୀ , ଅଧିକ  ଜମିକୁ  ଗଠନ  କରୁଥିବା  ନିର୍ଦ୍ଧିଷ୍ଟ  ଜମି ;

(ଙ) ଦଫା  ୩୯ ଅନୁଯାୟୀ , ଛାଡ  ପାଇଥିବା  କୌଣସି  ଜମି , ଯଦି କିଛି  ଥାଏ ; ଏବଂ

(ଚ) ଏପରି  ଅନ୍ୟ  ବିବରଣୀ , ଯେପରି  ଧାର୍ଯ୍ୟ  କରାଯାଇପାରେ ;

ଉଲ୍ଲେଖ  ଥାଉ ଯେ , କୌଣସି  କଂପାନୀ  କିମ୍ବା  ଅନ୍ୟ  କୌଣସି  ସନ୍ନିବଦ୍ଧ  ସଂସ୍ଥା  ଦ୍ଵାରା  ଧାରୀତ  ଜମିର  କୌଣସି  ଅଂଶ , ଯେଉଁଥିରେ  ସଂପୃକ୍ତ  ବ୍ୟକ୍ତି  ଜଣେ  ସଦସ୍ୟ  କିମ୍ବା  ଅଂଶଦାର  ହୋଇଥାନ୍ତି , ସେପରି ସ୍ଥଳେ , ଏପରି ବ୍ୟକ୍ତି  ସଂବନ୍ଧରେ  ଉକ୍ତ  ଜମିକୁ , ବଳକା   କିମ୍ବା  ଅଧିକ  ଜମି  ଭାବେ  ଦର୍ଶାଯିବ  ନାହିଂ  ।

(୨) ସେ ସଂବନ୍ଧରେ   ପ୍ରଣୀତ ନିୟମାବଳୀର  ନିୟନ୍ତ୍ରଣାଧିନରେ  , ଉପ – ଦଫା  (୧) ଅନୁଯାୟୀ  ଖସଡା  ବିବରଣୀ  ପ୍ରକାଶନ  କରାଯିବ  ଏବଂ  ଏଥିରେ  ଇଚ୍ଛୁକ  ବ୍ୟକ୍ତିମାନଙ୍କ  ଠାରୁ  ଆପତ୍ତି  ଆହ୍ଵାନ   କରାଯିବ  ଏବଂ ଏପରି  ପ୍ରକାଶନର  ତିରିଶ  ଦିନ  ମଧ୍ୟରେ  ଗୃହିତ  ଆପତ୍ତିର  ଶୁଣାଣୀ  ପରେ  , ଏବଂ ଆବଶ୍ୟକ  ଅନୁଯାୟୀ  ତଦନ୍ତ  କରିବା  ପରେ , ତଥା  ସ୍ଥାନୀୟ  ସମିତି ସହ  ପରାମର୍ଶ  କରିବା  ପରେ  , ରାଜସ୍ୱ  ଉଚ୍ଚାକର୍ମଚାରି , ଲିଖିତ  କାରଣ  ଲିପିବଦ୍ଧ କରି, ଆଦେଶ  ଦ୍ଵାରା  ଖସଡା  ବିବରଣୀରେ  ଧାର୍ଯ୍ୟ  ସମସ୍ତ  କିମ୍ବା  ଯେକୌଣସି  ବିବରଣୀକୁ  ପରିବର୍ତ୍ତନ   କରିପାରନ୍ତି  କିମ୍ବା  ସଂଶୋଧନ  କରିପାରନ୍ତି ;

ଉଲ୍ଲେଖାଥାଉ  ଯେ , ସେହି କ୍ଷେତ୍ରରେ  ଯେଉଁ  ସ୍ଥଳରେ  ଦଫା  [୪୦ – ‘କ’ ] [କିମ୍ବା  ଦଫା  ୪୦ –‘ଖ’ ] ର  ଉପ –ଦଫା  (୨) ଅନୁଯାୟୀ  ଦାଖଲ  କରାଯିବାକୁ  ଥିବା  କୌଣସି  ସଂଶୋଧିତ  ରିଟର୍ଣ୍ଣ  ପ୍ରାପ୍ୟ  ହୋଇଥାଏ ;  ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ , ଏପରି ରଟର୍ଣ୍ଣ , ଯଦି  କିଛିଥାଏ ; ତାହା  ବିବେଚନା   କରିବା  ପରେ , ଉପ – ଦଫା (୧) ଅନୁଯାୟୀ , ଖସଡା  ବିବରଣୀ  ପ୍ରସ୍ତୁତ  କରିବେ    ।

୪୪ . ‘ ସିଲିଂ ’  ଜମି  ଏବଂ  ଅଧିକ  କିମ୍ବା  ବଳକା  ଜମିର  ଚୂଡ଼ାନ୍ତ  ବିବରଣୀ  : -  (୧) ଦଫା  ୪୩ ଅନୁଯାୟୀ , କାର୍ଯ୍ୟାନୁଷ୍ଠାନର   ସମାପ୍ତି  ପରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଆଦେଶ  ଦ୍ଵାରା , ଏପରି  ପରିବର୍ତ୍ତନ  କିମ୍ବା  ସଂଶୋଧନ  ସହିତ  ଖସଡା   ବିବରଣୀକୁ  ଦୃଢ  କରିବେ , ଯେପରି  ଉକ୍ତ ଅନୁଯାୟୀ  ସେଥିରେ   କରାଯାଇଥିବ  ।

[(୨) ଏପରି   ବିବରଣୀକୁ  ଦୃଢୀକରଣ  କରି , ଉପ –ଦଫା  (୧)  ଅନୁଯାୟୀ ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ ଆଦେଶ   ବିରୁଦ୍ଧରେ  କୌଣସି  ଅପିଲ୍ , ଯଦି  ଦାଏର  କରାଯାଏ : -

(କ) ଏପରି  ଆଦେଶ  ତାରିଖରୁ  ତିରିଶ  ଦିନ  ମଧ୍ୟରେ , ଏପରି ଆଦେଶ  ଦ୍ଵାରା  ବ୍ୟଥିତ  କୌଣସି  ବ୍ୟକ୍ତି  ଦ୍ଵାରା ; କିମ୍ବା

(ଖ)  ଉକ୍ତ  ତାରିଖରୁ  , ଷାଠିଏ  ଦିନ  ମଧ୍ୟରେ , ରାଜ୍ୟ  ସରକାରଙ୍କ ଦ୍ଵାରା ; ତାହା  ଧାରଜା  କୌଣସି  ସମ୍ମୁଖରେ   ଦାଖଲ   କରାଯିବ   ।

(୩) ଅପିଲ୍ [ କିମ୍ବା  ରିଭିଜନ୍ ] ରେ , ଦୃଢୀକରଣ  କିମ୍ବା  ସଂଶୋଧିତ ସଡା  ବିବରଣୀ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା , ଏପରି  ପଦ୍ଧତିରେ  ଏବଂ  ଏପରି  ସମୟ  ନିମନ୍ତେ  ପ୍ରକାଶନ  କରାଯିବ , ଯେପରି ଧାର୍ଯ୍ୟ  କରାଯାଇପାରେ  ଏବଂ ଉକ୍ତ  ସମୟର  ସମାପ୍ତରେ  ଉକ୍ତ  ବିବରଣୀ  ଚୂଡ଼ାନ୍ତ   ଏବଂ  ସିଦ୍ଧାନ୍ତନୀୟ  ହେବ , ଏବଂ  ତାପରେ  ଏକ  ନକଲ  ଏପରି ଅଧିକାରୀଙ୍କୁ   ପ୍ରଦାନ  କରାଯିବ ; ଯେପରି  ଧାର୍ଯ୍ୟ  କରାଯାଇପାରେ    ।

[୪୪ – ‘ କ ’ -ଦଫା ୫୭ ‘କ’ ଅନୁଯାୟୀ ଘୋଷଣା  , ବିବରଣୀର  ଚୂଡ଼ାନ୍ତ   ପୂର୍ବରୁ  ଉପସ୍ଥାପନ  କରାଯିବ : - (୧)  ଯେଉନ୍ନ  ସ୍ଥଳରେ  କୌଣସି  ଟ୍ରଷ୍ଟ  ସଂବନ୍ଧରେ , ଦଫା  ୫୭ – ‘କ’ ଅନୁଯାୟୀ , ଘୋଷଣା  କରାଯାଇଥାଏ  ଏବଂ ତାହା , ଦଫା ୪୪ ର  ଉପ – ଦଫା  (୩) ଅନୁଯାୟୀ  ଏପରି  ଟ୍ରଷ୍ଟ  ସଂବନ୍ଧରେ  ଏପରି ବିବରଣୀ   ଚୂଡ଼ାନ୍ତ  ହେବା  ପୂର୍ବରୁ , ଯେକୌଣସି  ସମୟରେ , ଟ୍ରଷ୍ଟିଙ୍କ  ଦ୍ଵାରା  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ସମ୍ମୁଖରେ   ଉପସ୍ଥାପନ   କରାଯାଏ ; ସେପରିସ୍ଥଳେ , ‘ସିଲିଂ ’ ଧାର୍ଯ୍ୟ  କରିବା  ସଂବନ୍ଧରେ   ସମସ୍ତ  କାର୍ଯ୍ୟାନୁଷ୍ଠାନ  ଏବଂ  ଏପରି  ଟ୍ରଷ୍ଟ  ସଂବନ୍ଧରେ  ବଳକା  ଅଂଚଳର  ସ୍ଥିରୀକରଣ , ରହିତ   ହେବ  ।

(୨) ଯେଉଁ ସ୍ଥଳରେ , କୌଣସି ଟ୍ରଷ୍ଟ  ସଂବନ୍ଧରେ  ଦଫା  ୫୭ – ‘କ’  ଅନୁଯାୟୀ ,  କାର୍ଯ୍ୟାନୁଷ୍ଠାନର  ସ୍ଥଗିତି  ସଂବନ୍ଧରେ  , ଉକ୍ତ  ବିବରଣୀ  ଚୂଡ଼ାନ୍ତ  ହେବା  ପୂର୍ବରୁ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ସଂପୃକ୍ତ  ଟ୍ରଷ୍ଟି   ଲିଖିତ  ଭାବେ  ସୂଚୀତ  କରିଥାଆନ୍ତି  , ସେପରିସ୍ଥଳେ   ଏପରି ଟ୍ରଷ୍ଟ  ସଂବନ୍ଧରେ  ସିଲିଂ  ଜମି ଧାର୍ଯ୍ୟ  କରିବା  ଏବଂ  ଅଧିକ ଅଂଚଳ  ସ୍ଥିର  କରିବା ସଂବନ୍ଧରେ  ସମସ୍ତ  କାର୍ଯ୍ୟାନୁଷ୍ଠାନ  ରହିତ  ହେବ  ଏବଂ ଏପରି  କାର୍ଯ୍ୟାନୁଷ୍ଠାନର  କୌଣସି ପ୍ରଭାବ  ରହିବ  ନାହିଂ

(୩)  ଦଫା  ୪୪ର  ଉପ – ଦଫା  (୩) ଅନୁଯାୟୀ , ସଂପୃକ୍ତ  ଟ୍ରଷ୍ଟ ସଂବନ୍ଧରେ ବିବରଣୀ  ଚୂଡ଼ାନ୍ତ  ହେବା  ପରେ , ଉପରୋକ୍ତ  ଅନୁଯାୟୀ  ଗ୍ରହଣ  କରାଯାଇଥିବା  କୌଣସି  ଘୋଷଣା  କିମ୍ବା  ଉକ୍ତ  ବିବରଣୀ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ସମ୍ମୁଖରେ   ଉପସ୍ଥାପନ  କରାଯାଏ , ସେପରିସ୍ଥଳେ , ଦଫା  ୫୭ – ‘କ’ ଅନୁଯାୟୀ , କାର୍ଯ୍ୟାନୁଷ୍ଠାନର   ସ୍ଥଗିତି  ସଂବନ୍ଧରେ , ଉକ୍ତ  ବିବରଣୀ  ଚୂଡ଼ାନ୍ତ  ହେବା ପୂର୍ବରୁ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ , ସଂପୃକ୍ତ  ଟ୍ରଷ୍ଟିଙ୍କ  ଦ୍ଵାରା ଲିଖିତ  ସୂଚନା  ପ୍ରଦାନ  ବ୍ୟତୀତ ; ତା’ର  କୌଣସି  ପ୍ରଭାବ  ରହିବ  ନାହିଂ , ଯେତେଦୂର  ପର୍ଯ୍ୟନ୍ତ  ଏହି  ଅଧ୍ୟାୟ   ଅନୁଯାୟୀ  କାର୍ଯ୍ୟାନୁଷ୍ଠାନ  ସଂପୃକ୍ତ   ।

୪୫. ବଳକା  କିମ୍ବା  ଅଧିକ  ଜମି ସରକାରଙ୍କ  ପ୍ରତି ନ୍ୟସ୍ତ  କରାଯିବ  : - [ଦଫା  ୪୪ର  ଉପ –ଦଫା  (୩) ଅନୁଯାୟୀ , ପରି  ବିବରଣୀ  ଚୂଡ଼ାନ୍ତ  ହେବା  ତାରିଖରୁ ], ସେହି  ବ୍ୟକ୍ତିର  ସ୍ଵାର୍ଥ  , ଯାହାଙ୍କ  ପ୍ରତି  ଏପରି  ଜମି  ସଂପୃକ୍ତ  ଏବଂ ସମସ୍ତ  ଜମି  ଧାରଣକାରୀ , ଯାହାଙ୍କ   ଅଧିନରେ  ଏପରି  ବଳକା  ଜମି  ଧାରୀତ  ହୋଇଥାଏ , ତାହା  ନିର୍ବାପିତ   ହେବ  ଏବଂ ଉକ୍ତ   ଜମି, ସମସ୍ତ  ଭାରରୁ   ମୁକ୍ତ  ହୋଇ , ସଂପୂର୍ଣ୍ଣଭାବେ  ସରକାରଙ୍କ  ଠାରେ  ନ୍ୟସ୍ତ  ହେବ   ।

[୪୫ –‘ କ ’- ବଳକା  କିମ୍ବା  ଅଧିକ ଜମିର  ଦଖଲ  ପ୍ରଦାନ  : - (୧)  ବଳକା  କିମ୍ବା  ଅଧିକ  ଜମିର  ଦଖଲରେ  ଥିବା  ବ୍ୟକ୍ତିର   ଏହି କର୍ତ୍ତବ୍ୟ   ହେବ  ଯେ , ସରକାଙ୍କ  ଠାରେ  ଉକ୍ତ  ଜମି  ନ୍ୟସ୍ତ  ହେବା  ତାରିଖରୁ , ପନ୍ଦର  ଦିନ ମଧ୍ୟରେ , ତା’ର  ଦଖଲ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ପ୍ରଦାନ  କରିବେ ; କିମ୍ବା  ଯଦି  ଉକ୍ତ  ଜମି  ଉପରେ  ଉକ୍ତ  ତାରିଖରେ  କୌଣସି  ଦଣ୍ଡାୟମାନ   ଶସ୍ୟ  ଥାଏ ; ସେପରିସ୍ଥଳେ  ଏପରି  ଶସ୍ୟର  ଅମଳଠାରୁ  ପନ୍ଦରଦିନ  ମଧ୍ୟରେ  , ତନ୍ମଧ୍ୟରୁ  ଯେଉଁଟି ପରେ  ହୋଇଥାଏ ; ଏବଂ ରାଜସ୍ୱ  ଉଚ୍ଚକର୍ମଚାରୀ  ସରକାରଙ୍କ  ତରଫରୁ  ତାହା  ଦଖଲକୁ   ନେବେ   ।

(୨) ଯଦି  ଉପ –ଦଫା  (୧) ର  ବ୍ୟବସ୍ଥା  ସହ  ସମନ୍ଵୟ  ରକ୍ଷାକରି , ଦଖଲ  ପ୍ରଦାନ  କରାନଯାଏ ; ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ , କୌଣସି  ଲିଖିତ  ଆଦେଶ  ଦ୍ଵାରା  ନିର୍ଦେଶ ଦେଇପାରନ୍ତି – ଯେ , ଏପରି  ବ୍ୟକ୍ତିଙ୍କୁ , ଏପରି ଆଦେଶ   ଜାରୀ  ତାରିଖରୁ  ସାତଦିନ  ମଧ୍ୟରେ  ଏପରି  ଅଧିକ  କିମ୍ବା  ବଳକା  ଜମିର  ଦଖଲ  ପ୍ରଦାନ   କରାଯିବ , ଯେପରି  ଆଦେଶର  ଧାର୍ଯ୍ୟ  କରାଯାଇପାରେ    ।

(୩) ଉପ – ଦଫା  (୨) ଅନୁଯାୟୀ ନିର୍ଗମ  କରାଯାଇଥିବା  ଆଦେଶକୁ  ପରିପାଳନ  କରିବାରେ  ଯଦି ଉକ୍ତ  ବ୍ୟକ୍ତି  ଅକୃତକାର୍ଯ୍ୟ  ହୁଏ , ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ  ଉକ୍ତ  ଜମିକୁ ଦଖଲକୁ   ନେବେ  ଏବଂ  ଏହି ଉଦ୍ଦେଶ୍ୟରେ , ଏପରି ବଳ  ପ୍ରୟୋଗ  କରିପାରନ୍ତି ; ଯେପରି  ଆବଶ୍ୟକ  ହୋଇପାରେ  ।

[୪୫ – ‘ ଖ ’ – ସୀମାବଦ୍ଧତା  କାର୍ଯ୍ୟାନୁଷ୍ଠାନରୁ   ରକ୍ଷା  ପାଇଥିବା  ଜମି , ନ୍ୟସ୍ତ  ହୋଇଥିବା ଅଧିକ  ଜମି  ସହ  ନ୍ୟସ୍ତ  ହେବ : - (୧) ‘ ସିଲିଂ ’ ଅଂଚଳ   ବାହାରେ  ଅଧିକ  ଜମିଧାରଣ   କରିଥିବା  କୌଣସି   ବ୍ୟକ୍ତି  ସଂବନ୍ଧରେ , ଦଫା  ୪୪ ର  ଉପ –ଦଫା  (୩) ଅନୁଯାୟୀ  ବିବରଣୀର  ଚୂଡ଼ାନ୍ତ  ତାରିଖରୁ  ଛଅ ବର୍ଷ  ମଧ୍ୟରେ , ଯେକୌଣସି  ସମୟରେ , ଏହା  ଦେଖାଯାଏ  ଯେ , କୌଣସି  କାରଣ  ବଶତଃ , ଉପରୋକ୍ତ  ବିବରଣୀରେ  ଅନ୍ତର୍ଭୂକ୍ତ  ହେବାକୁ   ଥିବା  କେତେକେ  ଜମି , ଯାହାକି  ଉକ୍ତ  ବ୍ୟକ୍ତିଦ୍ଵାରା  ଧାରୀତ , ତାହା  ବାଦ୍  ପଡିଛି ; ସେପରିସ୍ଥଳେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଉକ୍ତ  ବ୍ୟକ୍ତିଙ୍କୁ  ଶୁଣାଣୀର  ସୁଯୋଗ  ପ୍ରଦାନ  କରି ଏବଂ  ଆବଶ୍ୟକ  ଅନୁଯାୟୀ  ତଦନ୍ତ କରି , ଏପରି  ବ୍ୟକ୍ତି  ଦ୍ଵାରା  ଧାରୀତ  ହୋଇଥିବା  ଏପରି ଜମି  କିମ୍ବା  ତା’ର  କୌଣସି  ଅଂଶକୁ , ବଳକା  କିମ୍ବା  ଅଧିକ  ବୋଲି  ଘୋଷଣା   କରିପାରନ୍ତି ;

(୨) ଉପ-ଦଫା  (୧) ଅନୁଯାୟୀ  ବଳକା  କିମ୍ବା  ଅଧିକ  ଭାବେ  ଘୋଷିତ  ସମସ୍ତ  ଜମି , ସମସ୍ତ  ଭାରରୁ  ମୁକ୍ତ  ହୋଇ , ସରକାରଙ୍କ  ଠାରେ  ନ୍ୟସ୍ତ  ହେବ  ଏବଂ  ତା ସହ  ଉକ୍ତ  ବିବରଣୀରେ  ଉଲ୍ଲେଖିତ  ବଳକା  ଜମି  ମଧ୍ୟ  ନ୍ୟସ୍ତ  ହେବ  ଏବଂ ଦଫା  ୪୫ , ୪୫ – ‘ କ ’ ଏବଂ  ୪୬ ରୁ ୫୧  ବ୍ୟବସ୍ଥାବଳୀ  ଯେତେଦୂର  ସମ୍ଭବ , ଏପରି  ନ୍ୟସ୍ତ  ଜମି  ପ୍ରତି  ପ୍ରୟୋଗ  ହୋଇପାରେ  ;

ଉଲ୍ଲେଖଥାଉ ଯେ , ଉକ୍ତ  ବ୍ୟକ୍ତିର  ସ୍ଵାର୍ଥ  ସଂବନ୍ଧରେ  ଦେୟ  ଅର୍ଥରାଶି , ଯାହାଙ୍କ  ପ୍ରତି  ଏପରି ବଳକା  କିମ୍ବା  ଅଧିକ  ଜମି  ସଂପୃକ୍ତ ; ନିମ୍ନ  ହାରରେ , ହ୍ରାସକରଣର ନିୟନ୍ତ୍ରଣାଧିନ  ହେବ : -

(୧) ଦଫା  ୪୪ (୩)  ଅନୁଯାୟୀ , ବିବରଣୀର  ଚୂଡ଼ାନ୍ତ  ଦିନଠାରୁ  ଏକବର୍ଷରୁ (ଅଧିକ  ନୁହେଁ ) ସମୟ  ନିମନ୍ତେ , ଯେଉଁ  ସ୍ଥଳରେ  ଏପରି   ଜମି   ଉକ୍ତ  ବ୍ୟକ୍ତିର  ଦଖଲରେ  ଥାଏ   ।

(୨) ଯେଉଁ  ସ୍ଥଳରେ  ଏପରି  ଦଖଲର   ଅବଧି  କିମ୍ବା  ସମୟ , ଏକ  ବର୍ଷରୁ  ଅଧିକ  ହୋଇଥାଏ  ।

ହ୍ରାସକରଣର  ହାର  ପଞ୍ଚାବନ  ପ୍ରତିଶତ

(୨) ପଞ୍ଚାବନ   ପ୍ରତିଶତ  ଏବଂ ପ୍ରତ୍ୟକ  ବର୍ଷ  କିମ୍ବା  ତା’ର  ଅଂଶ  ନିମନ୍ତେ  ପାଞ୍ଚପ୍ରତିଶତ , ଯାହାକି ଏକ  ବର୍ଷଠାରୁ  ଅଧିକ  ହୋଇଥାଏ   ।

(୩) ଦଫା  ୩୯ ର  ବ୍ୟବସ୍ଥାବଳୀ  ପ୍ରତି  କୌଣସି  ଆଞ୍ଚ   ନଘଟାଇ , ଉପ – ଦଫା  (୧) ଅନୁଯାୟୀ ,  ବଳକା  କିମ୍ବା  ଅଧିକ  ବୋଲି  ଘୋଷିତ କୌଣସି ଜମିର  ବିକ୍ରୀ ,ଦାନ କିମ୍ବା ଅନ୍ୟଥା ଦ୍ଵାରା ହସ୍ତାନ୍ତରଣ  କିମ୍ବା ତା’ର ବିଭାଜନ , ଯାହାକି  ଦଫା  ୪୪ର  ଉପ – ଦଫା  (୩)  ଅନୁଯାୟୀ ଚୁଡାନ୍ତ  ତାରିଖରୁ  କାର୍ଯ୍ୟକାରୀ  ହୋଇଥାଏ , ତାହା  ଅବୈଧ  ବୋଲି  ଧରାଯିବ  ।

୪୬. ଆକଳନ  ତାଲିକା  ପ୍ରସ୍ତୁତ  କରାଯିବ : - ଉପରୋକ୍ତ  ଚୂଡ଼ାନ୍ତ   ବିବରଣୀ   ତାରିଖ  ପରେ , ଯେତେ  ଶୀଘ୍ର  ସମ୍ଭବ , ରାଜସ୍ୱ  ଉଚ୍ଚକର୍ମଚାରୀ  [ବଳକା  କିମ୍ବା  ଅଧିକ  ଜମି ସଂବନ୍ଧରେ , ସରକାରଙ୍କ  ଦ୍ଵାରା  ଦେୟ  ଅର୍ଥରାଶି , ଦଫା  ୪୭ ଅନୁଯାୟୀ  ସ୍ଥିର  କରିବେ  ଯେଉଁଥିରୁ  ସେ  ଉକ୍ତ  ଜମି ସଂବନ୍ଧରେ  ସରକାରଙ୍କୁ   ଦେୟ  ମୌଳିକ  ଖଜଣା , ସେସ୍  ହାର  ଏବଂ ଅନ୍ୟାନ୍ୟ  ପ୍ରାପ୍ୟ  ହ୍ରାସ  କରିବେ  ଏବଂ  [xxx] ଆକଳନ  ତାଲିକା  ସହ  ସମନ୍ଵୟ  ରକ୍ଷାକରି , ଉଚ୍ଛୁକ  ଥିବା  ବ୍ୟକ୍ତିମାନଙ୍କ  ମଧ୍ୟରେ , ତାହା  ଆବଣ୍ଟନ  କରିବେ  ।

୪୭ . ‘ ଅର୍ଥରାଶି ’ ସ୍ଥିର  କରିବା  ନିମନ୍ତେ  ନୀତି  : - (୧) ସେହି [ଅର୍ଥରାଶି  ଯାହାକି  ସେହି  ସମସ୍ତ  ଜମିଧାରଣକାରୀଙ୍କ  ସ୍ଵାର୍ଥ  ସଂବନ୍ଧରେ   ହୋଇଥାଏ , ଯାହାଙ୍କ  ଅଧିନରେ , ଜଣେ  ଧାରଣକାରୀ  କିମ୍ବା  ରୟତଭାବେ , ଏପରି ବଳକା  ଜମି  ଧାରୀତ  ହୋଇଥାଏ ; ତାହା  ଉପଯୁକ୍ତ  ଏକ  ସମାନ୍  ଖଜଣାର  ପନ୍ଦର  ଗୁଣ  ହେବ  ।

(୨)ସେହି  ବ୍ୟକ୍ତିଙ୍କ  ସ୍ଵାର୍ଥ  ସଂବନ୍ଧରେ  [ଅର୍ଥରାଶି] ଯାହାଙ୍କ  ପ୍ରତି ଏପରି ବଳକା  କିମ୍ବା  ଅଧିକ  ଜମି ସଂପୃକ୍ତ , ତାହା  ନିମ୍ନଲିଖିତର   ମୋଟ୍  ହେବ  ।

(କ) ଜମିରେ  ସ୍ଥିତ  ଜଳାଶୟ , କୂପ  ଏବଂ ସ୍ଥାୟୀ  ପ୍ରକୃତିର  କୌଣୟସ   ନିର୍ମାଣର  [ବଜାର  ମୂଲ୍ୟର  ପଚାଶ   ପ୍ରତିଶତ ;

(ଖ) ଏପରି  ଜମିରେ  ଦଣ୍ଡାୟମାନ  ବୃକ୍ଷଗୁଡ଼ିକର  [ବଜାର  ମୂଲ୍ୟର  ପଚାଶ  ପ୍ରତିଶତ ] ;  ଏବଂ

(ଗ) ନିମ୍ନ  ପଦ୍ଧତିରେ , ଜମିର  ମୂଲ୍ୟସ୍ଥିର  କରାଯିବ ; ଯଥା : -

ବଳକା  ଜମିର  ପରିମାଣ

(୧)  ପ୍ରଥମ  ଦଶ  ଷ୍ଟାଣ୍ଡାର୍ଡ  ଏକର  ନିମନ୍ତେ

(୨)  ପରବର୍ତ୍ତୀ   ଦଶ  ଷ୍ଟାଣ୍ଡାର୍ଡ  ଏକର  ନିମନ୍ତେ

(୩)  ପରବର୍ତ୍ତୀ   ଦଶ  ଷ୍ଟାଣ୍ଡାର୍ଡ  ଏକର  ନିମନ୍ତେ

(୪)  ଅବଶିଷ୍ଟ   ନିମନ୍ତେ

[ ଅର୍ଥରାଶି  ର  ହାର

ପ୍ରତ୍ୟକ  ଷ୍ଟାଣ୍ଡାର୍ଡ  ଏକର  ନିମନ୍ତେ  ଆଠଶହ  ଟଙ୍କା   ।

ପ୍ରତ୍ୟକ  ଷ୍ଟାଣ୍ଡାର୍ଡ   ଏକର  ନିମନ୍ତେ  ଚାରିଶହ  ଟଙ୍କା   ।

ପ୍ରତ୍ୟକ  ଷ୍ଟାଣ୍ଡାର୍ଡ   ଏକର  ନିମନ୍ତେ  ଚାରିଶହ  ଟଙ୍କା   ।

ପ୍ରତ୍ୟକ  ଷ୍ଟାଣ୍ଡାର୍ଡ   ଏକର  ନିମନ୍ତେ  ଦୁଇଶହ  ଟଙ୍କା   ।

ସ୍ପଷ୍ଟିକରଣ : - ଏପରି  ବଜାର  ମୂଲ୍ୟ  ସ୍ଥିର  କରିବାରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଯେତେଦୂର  ସମ୍ଭବ ,  ଭୂମି – ଅଧିଗ୍ରହଣ  ଆଇନ୍ , ୧୯୮୪ (୧/୧୮୯୪)ର  ଦଫା  ୨୩ ରେ  ଧାରୀତ  ବ୍ୟବସ୍ଥା  ଦ୍ଵାରା  ପରିଚାଳିତ  ହେବ  ।

୪୮ . ଆକଳନ ତାଲିକା  ଖସଡାର  ପ୍ରସ୍ତୁତିକରଣ  ଏବଂ  ପ୍ରକାଶନ  : - (୧) ଦଫା  ୪୭ ଅନୁଯାୟୀ  ଅର୍ଥରାଶି  ସ୍ଥିର  କରିବା  ପରେ  ଏବଂ  ଦଫା  ୪୬ରେ  ଧାର୍ଯ୍ୟ , ସରକାରଙ୍କୁ  ଦେୟ  ପ୍ର୍ରାପ୍ୟ  ଧାର୍ଯ୍ୟ  ପଦ୍ଧତିରେ   ସ୍ଥିର  କରିବା  ପରେ  ରାଜସ୍ୱ  ଉଚ୍ଚକର୍ମଚାରୀ  ଏକ ଖସଡା  [xxx]  ଆକଳନ  ତାଲିକା  ଧାର୍ଯ୍ୟ  ପଦ୍ଧତିରେ  ପ୍ରସ୍ତୁତ  ଏବଂ  ପ୍ରକାଶନ  କରିବେ  ଏବଂ ଇଛୁକ  ଥିବା  ବ୍ୟକ୍ତିମାନଙ୍କ   ଠାରୁ  ଦାବୀ  ଏବଂ ଆପତ୍ତି  ଆହ୍ଵାନ  କରିବେ  ଏବଂ  ଏପରି  ପ୍ରକାଶନ  ତାରିଖରୁ  ଷାଠିଏ  ଦିନ  ମଧ୍ୟରେ  ଗୃହିତ  ଦାବୀ   ଏବଂ  ଆପତ୍ତିଗୁଡିକ   ଶୁଣିବା  ପରେ ; ଏହି ଆଇନ୍ ଏବଂ  ତତ୍  ସଂବନ୍ଧୀୟ  ନିୟାମାବଳୀର  ବ୍ୟବସ୍ଥା  ସହିତ  ସମନ୍ଵୟ  ରକ୍ଷାକରି ତାହା  ଫଇସଲା   କରିବେ   ।

(୨) ଉପ –ଦଫା  (୧) ଅନୁଯାୟୀ , ଆଦେଶ  ତାରିଖରୁ , ତିରିଶ  ଦିନ  ମଧ୍ୟରେ  ଯଦି  କୌଣସି  ଅପିଲ୍  ଦାଏର  କରାଯାଏ , ତାହା , ଧାର୍ଯ୍ୟ  ଅଧିକାରୀଙ୍କ  ନିକଟରେ  ଦାଖଲ  କରାଯିବ    ।

୪୯ . ଚୂଡ଼ାନ୍ତ  ଆକଳନ  ତାଲିକା  : - (୧)  ଯେତେବେଳେ  ଏପରି ସମସ୍ତ  ଦାବୀ , ଆପତ୍ତି  ଏବଂ  ଅପିଲ୍  ଫଇସଲା   ହୁଏ ;  ସେତେବେଳେ  ରାଜସ୍ୱ  ଉଚ୍ଚକର୍ମଚାରୀ  ଖସଡା  [x x x] ଆକଳନ  ତାଲିକାରେ  ଏପରି ପରିବର୍ତ୍ତନ  କରିବା  ପରେ , ଯେପରି ଉପ –ଦଫା  (୧) ଅନୁଯାୟୀ  ପ୍ରଦାନ  କରାଯାଇଥିବା  ଆଦେଶକୁ   ପ୍ରଭାବିତ   କରିବା  ନିମନ୍ତେ  ଆବଶ୍ୟକ  , କିମ୍ବା  ଦଫା  ୪୮ ର ଉପ – ଦଫା  (୨)  ଅନୁଯାୟୀ  ପ୍ରଭାବିତ  କରିବା  ନିମନ୍ତେ  ଆବଶ୍ୟକ ;  ଏପରି  ପରିବର୍ତ୍ତିତ   ତାଲିକାକୁ  ଧାର୍ଯ୍ୟ  ପଦ୍ଧତିରେ , ଚୂଡାନ୍ତଭାବେ  ପ୍ରକାଶନ କରିବେ , ଏବଂ  ଏପରି  ପ୍ରକାଶନ  ପରେ , ଏପରି  ତାଲିକା  ଚୂଡ଼ାନ୍ତ  ଏବଂ  ସିଦ୍ଧାନ୍ତନୀୟ   ହେବ  ।

ସ୍ପଷ୍ଟିକରଣ  : - ଦଫା  ୪୭ର , ଉପ- ଦଫା  (୧)  ରେ ଧାର୍ଯ୍ୟ  ଜମିଧାରଣକାରୀଙ୍କ  ସଂବନ୍ଧରେ  ଦେୟ ଅର୍ଥରାଶି , ଖଜଣାର  ଅନୁପାତରେ   ଆକଳନ  ତାଲିକାରେ  ଦର୍ଶାଯିବ  , ଯାହା ଏପରି   ଜମି – ଧାରଣକାରୀ , ଜମି ସଂବନ୍ଧରେ  ଗ୍ରହଣ କରନ୍ତି   ।

(୨) ଉପ – ଦଫା  (୧)ରେ ଧାରୀତ  କୌଣସି  ବ୍ୟବସ୍ଥା  ସତ୍ବେ , ଦଫା  ୪୫ ରେ ଉଲ୍ଲେଖିତ  କୌଣସି  ଭାରଧାରଣକାରୀ  ଏବଂ  ତାହା  ସଂପାଦନ  କରିବା  ନିମନ୍ତେ  ଦାୟୀ ବ୍ୟକ୍ତିଙ୍କ  ମଧ୍ୟରେ , କୌଣସି ଆବଣ୍ଟନ ହାର  ସଂବନ୍ଧରେ ,  ଏପରି   ତାଲିକାରେ  କୌଣସି  ଅନ୍ତର୍ଭୁକ୍ତିକରଣ  ଦ୍ଵାରା  ବ୍ୟଥିତ  କୌଣସି  ପକ୍ଷ , ଏହି ଦଫା  ଅନୁଯାୟୀ , ତାଲିକାର  ପ୍ରକାଶନ  ତାରିଖରୁ  ନବେ  ଦିନ  ମଧ୍ୟରେ , ଦକ୍ଷ  କର୍ତ୍ତୃତ୍ଵ  ଥିବା  ଦେୱାନୀ  ନ୍ୟାୟାଳୟରେ  ଏପରି  ହାର  ସଂବନ୍ଧରେ  ତାଙ୍କର  ଦାବି  ପ୍ରମାଣିତ   କରିବା  ନିମନ୍ତେ , ଆବେଦବ   କରିପାରନ୍ତି  ଏବଂ  ଏପରି  ଆପତ୍ତି  ଉପରେ  କୌଣସି  ସିଦ୍ଧାନ୍ତ , ଚୂଡ଼ାନ୍ତ  ହେବ ;

ଉଲ୍ଲେଖ  ଥାଉ  ଯେ , ଏପରି  କୌଣସି  କାର୍ଯ୍ୟାନୁଷ୍ଠାନ , ସରକାର  କିମ୍ବା  ରାଜସ୍ୱ  ଉଚ୍ଚକର୍ମଚାରୀ  କିମ୍ବା  ଦଫା ୪୮ର  ଉପ –ଦଫା  (୨) ଅନୁଯାୟୀ  ଧାର୍ଯ୍ୟ  ଅଧିକାରୀଙ୍କ  ବିରୁଦ୍ଧରେ  ଗ୍ରହଣୀୟ  ହେବ  ନାହିଂ , କିମ୍ବା ସେମାନଙ୍କ  ମଧ୍ୟରୁ  କେହିହେଲେ   ଏପରି  କାର୍ଯ୍ୟାନୁଷ୍ଠାନରେ  ଜଣେ  ଆବଶ୍ୟକ  କିମ୍ବା  ଉପଯୁକ୍ତ  ପକ୍ଷଭାବେ  ଧରାଯିବେ   ନାହିଂ   ।

[୫୦ . ଅର୍ଥରାଶିର  ପ୍ରଦାନ  : - ଉପରୋକ୍ତ  ବ୍ୟବସ୍ଥାବଳୀ  ସହ  ସମନ୍ଵୟ  ରକ୍ଷାକରି  ସ୍ଥିର  କରାଯାଇଥିବା  ଅର୍ଥରାଶି  [x x x] ଏପରି  ପଦ୍ଧତିରେ , ବଳକା  ଜମିର  ପ୍ରଦାନ  କିମ୍ବା  ଦଖଲ  ଗ୍ରହଣ  ତାରିଖରୁ  ଦେୟହେବ , ଯେପରି   ଧାର୍ଯ୍ୟ  କରାଯାଇପାରେ  ଏବଂ  ଉକ୍ତ  [ଅର୍ଥରାଶି] ର  ବଳକା  ଅନାଦେୟ  ଅର୍ଥରାଶି  ଉପରେ , ବାର୍ଷିକ  ୨/% ହାରରେ  ସୁଧା  ଉଦ୍ରେକ  ହେବ   ।

[୫୧ . ବଳକା  କିମ୍ବା  ଅଧିକ ଜମିର  ବନ୍ଦୋବସ୍ତ  : - (୧) ଦଫା  ୪୫ ଅନୁଯାୟୀ  ସରକାରଙ୍କ  ଠାରେ  ନ୍ୟସ୍ତ  ବଳକା  କିମ୍ବା  ଅଧିକ   ଜମିର  ସତୁରୀ  ପ୍ରତିଶତ , ସେହି  ଗ୍ରାମରେ  ଥିବା  ସେମାନଙ୍କର  ଯଥାକ୍ରମେ   ଜନସଂଖ୍ୟାର  ଅନୁପାତରେ , ତଫସିଲ୍ ଭୁକ୍ତ   ଉପଜାତି  କିମ୍ବା  ତଫସିଲ୍ ଭୁକ୍ତ   ଜାତିର   ହୋଇଥିବା  ବ୍ୟକ୍ତିମାନଙ୍କ   ମଧ୍ୟରେ  ବନ୍ଦୋବସ୍ତ  କରାଯିବ , ଯେଉଁଠି  ଏପରି  ଜମି  ସ୍ଥିତ  ଅଟେ , ଏବଂ ଅବଶିଷ୍ଟ  ଜମି , ସେହି   ବ୍ୟକ୍ତିଙ୍କ  ସହିତ  ବନ୍ଦୋବସ୍ତ  କରାଯିବ , ଯେଉଁମାନେ   ଉକ୍ତ  ଶ୍ରେଣୀର   ହୋଇନଥିବେ ;]

ଉଲ୍ଲେଖ ଥାଉ ଯେ , ଯେଉଁ   ସ୍ଥଳରେ   କୌଣସି  ଗ୍ରାମରେ  ତଫସିଲ୍ ଭୁକ୍ତ   ଉପ – ଜାତି   ଏବଂ  ତଫସିଲ୍ ଭୁକ୍ତ  ଜାତିର   ଜନସଂଖ୍ୟା   ଉକ୍ତ  ଗ୍ରାମର  ସମୁଦାୟ  ଜନସଂଖ୍ୟାର  ସତୁରୀ  ପ୍ରତିଶତଠାରୁ   ଅଧିକ   ହୋଇଥାଏ ; ସେପରିସ୍ଥଳେ , ଉକ୍ତ  ସଂପ୍ରଦାୟ   ଗୁଡିକର   ବ୍ୟକ୍ତିମାନଙ୍କ  ନିମନ୍ତେ   ସଂରକ୍ଷଣ   କରାଯିବାରୁ   ଥିବା   ଜମିର  ପ୍ରତିଶତତା , ସେମାନଙ୍କ  ଜନସଂଖ୍ୟାର  ପ୍ରତିଶତତା  ସହ  ସମାନ  ହେବ ;

ଆହୁରି  ଉଲ୍ଲେଖ  ଥାଉ ଯେ , ଯଦି  ଉପରୋକ୍ତ  ଶ୍ରେଣୀୟ  ହୋଇଥିବା  ଯଥେଷ୍ଟ  ସଂଖ୍ୟକ   ବ୍ୟକ୍ତି , ଉକ୍ତ  ଗ୍ରାମରେ   ଉପଲବ୍ଧ   ହୁଅନ୍ତି  ନାହିଂ , ଯେଉଁଠି  ଏପରି ଜମି  ଅବସ୍ଥିତ ; କିମ୍ବା  ଉପଲବ୍ଧ  ଥାଇ , ଜମିର  ବନ୍ଦୋବସ୍ତ   ଗ୍ରହଣ  କରିବା  ନିମନ୍ତେ   ଇଚ୍ଛୁକ  ହୁଅନ୍ତି  ନାହିଂ ,  ସେପରିସ୍ଥଳେ , ଉକ୍ତ ବ୍ୟକ୍ତିମାନଙ୍କ   ନିମନ୍ତେ  ସଂରକ୍ଷିତ   ସେହି  ପରିମାଣ  ଜମି , ଯାହା  ବନ୍ଦୋବସ୍ତ  କରାଯାଇ  ପାରିବ  ନାହିଂ , ତାହା  ଅନ୍ୟ  ବ୍ୟକ୍ତିମାନଙ୍କ ସହ  ବନ୍ଦୋବସ୍ତ  କରାଯିବ  ।

ଆହୁରି ମଧ୍ୟ  ଉଲ୍ଲେଖ  ଥାଉ  ଯେ , କୌଣସି  ଜିଲ୍ଲାର  କଲେକ୍ଟର , ସରକାରଙ୍କ  ପୂର୍ବ  ଅନୁମୋଦନ  ସହିତ ; କୃଷି  ଉଦ୍ଦେଶ୍ୟ  ବ୍ୟତୀତ , କୌଣସି ସର୍ବସାଧାରଣ  ଉଦ୍ଦେଶ୍ୟ  ନିମନ୍ତେ  ବ୍ୟବହାର  ଉଦ୍ଦେଶ୍ୟରେ , ଉକ୍ତ  ବଳକା  ଜମିକୁ , ଏହି ଦଫାର   ବ୍ୟବସ୍ଥାବଳୀ  ସହ  ସମନ୍ଵୟ   ରକ୍ଷାକରି , ବନ୍ଦୋବସ୍ତ  କରିବେ  । ]

[(୨) ଓଡିଶା  ସରକାରୀ  ଜମି ବନ୍ଦୋବସ୍ତ  ଆଇନ୍ ୧୯୬୨ ରେ ଧାରୀତ  କୌଣସି  ବ୍ୟବସ୍ଥା  ସତ୍ବେ , ଏହି ଦଫା  ଅନୁଯାୟୀ  ଜମି  ବନ୍ଦୋବସ୍ତ  ନିମନ୍ତେ  ପଦ୍ଧତି ଏପରି ହେବ  , ଯେପରି  ଧାର୍ଯ୍ୟ   କରାଯାଇପାରେ   ଏବଂ  ଏପରି ବନ୍ଦୋବସ୍ତ  ନିମ୍ନ  ଶ୍ରେଣୀୟ  ବ୍ୟକ୍ତିମାନଙ୍କ  ସପକ୍ଷରେ   ଏବଂ  ନିମ୍ନ  ଅଗ୍ରଗଣ୍ୟତା  କ୍ରମରେ  କରାଯିବ , ଯଥା : -

(କ) ଭୂମି – ହୀନ  କୃଷି  ଶ୍ରମିକଙ୍କ  ଦ୍ଵାରା  ଗଠିତ  ସମବାୟ  ଚାଷ  ସମିତି ;

(ଖ) ଗ୍ରାମର  କୌଣସି  ଭୂମି – ହୀନ  କୃଷି  ଶ୍ରମିକଙ୍କ , ଯେଉଁଠି  ଏପରି   ଜମିସ୍ଥିତ କିମ୍ବା  କୌଣସି  ପଡୋଶୀ  ଗ୍ରାମରେ ;

(ଗ) କେନ୍ଦ୍ର  ସରକାରଙ୍କ  ସଶସ୍ତ୍ର ବାହିନୀର  କୌଣସି  ପୂର୍ବ  ସଦସ୍ୟ , ଯଦି  ସେ  ଉକ୍ତ  ଗ୍ରାମର  ହୋଇଥାଆନ୍ତି  ଯେଉଁଠି   ଏପରି  ଜମି  ସ୍ଥିତ  ଅଟେ ;

(ଘ) ସେହି ରୟତମାନେ  ଯେଉଁମାନେ  କୌଣସି  ଲଗାତାର ଏକ  ଷ୍ଟାଣ୍ଡାର୍ଡ   ଏକରରୁ  (ଅଧିକ ନୁହେଁ ) ଜମି  ବ୍ୟକ୍ତିଗତଭାବେ  ଚାଷ   କରନ୍ତି ; ଏବଂ

(ଙ) ଉପରୋକ୍ତ  ଶ୍ରେଣୀୟ  ହୋଇଥିବା  ବ୍ୟକ୍ତିଙ୍କ  ଅନୁପସ୍ଥିତିରେ , ଅନ୍ୟ  କୌଣସି  ବ୍ୟକ୍ତି  ।]

[୫୨. ଭବିଷ୍ୟତ  ଅଧିଗ୍ରହଣର  ‘ ସିଲିଂ ’ ସୀମାବଦ୍ଧତା : -  ଏହି ଅଧ୍ୟାୟର  ଉପରୋକ୍ତ  ବ୍ୟବସ୍ଥାବଳୀ  ପରସ୍ପର  ପ୍ରତି   ପ୍ରୟୋଗନୀୟ  ହେବ , ଯେଉଁ  ସ୍ଥଳରେ  ଜମି , ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍ ୧୯୭୩ ର  ପ୍ରଚଳନ  ପରେ , କୌଣସି   ବ୍ୟକ୍ତି  ଦ୍ଵାରା  ଉତ୍ତରାଧିକାରୀତ୍ଵ , ଦାନ , ପାରିବାରିକ  ବନ୍ଦୋବସ୍ତ ,କ୍ରୟ , ପଟ୍ଟା  କିମ୍ବା  ଅନ୍ୟଥା  ଦ୍ଵାରା  ଅଧିଗୃହିତ  ଏବଂ ଧାରିତ  ଜମି ,  ଏକତ୍ରିଭାବେ  ସୀମାବଦ୍ଧ  ଅଂଚଳ  ଠାରୁ  ଅଧିକ  ହୋଇଥାଏ ;

ଉଲ୍ଲେଖ  ଥାଉ ଯେ , ଦଫା  ୪୦ – ‘କ’  ଅନୁଯାୟୀ  ଆବଶ୍ୟକ  ରଟର୍ଣ୍ଣ , ଏପରି  ଅଧିଗ୍ରହଣ  ତାରିଖରୁ  ନବେଦିନ   ମଧ୍ୟରେ  , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ଦାଖଲ  କରାଯିବ ;

ଆହୁରି  ଉଲ୍ଲେଖ  ତାହାଉ ଯେ , ଯେଉଁ  ସ୍ଥଳରେ  ଉପରୋକ୍ତ  ନବେଦିନ   ମଧ୍ୟରେ  ଏପରି ବ୍ୟକ୍ତି  ତରଫରୁ , ଦଫା ୫୭ – ‘କ’  ଅନୁଯାୟୀ  କୌଣସି  ଆବେଦନପତ୍ର ପ୍ରଦାନ  କରାଯାଇଥାଏ ; ସେପରିସ୍ଥଳେ , ଦଫା  ୪୦ – ‘କ’ ଅନୁଯାୟୀ ଆବଶ୍ୟକ  ଋଟର୍ଣ୍ଣ , ଦଫା ୫୭ – ‘କ’ ଅନୁଯାୟୀ   କାର୍ଯ୍ୟାନୁଷ୍ଠାନର  ଚୂଡାନ୍ତ  ଫଇସଲା  ତାରିଖରୁ  ନବେଦିନ  ମଧ୍ୟରେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ଦାଖଲ  କରାଯିବ    ।

ସ୍ପଷ୍ଟିକରଣ – ୧ : - ଯଦି  [କେନ୍ଦ୍ର  ସରକାର , କିମ୍ବା  ରାଜ୍ୟ  ସରକାର , କୌଣସି  ସ୍ଥାନୀୟ  ଅଧିକାରୀ , କଂପାନୀ  ଆଇନ୍ (୧/୧୯୫୬) ର  ଦଫା  ୬୧୭ ରେ  ସଂଜ୍ଞାୟୀତ  କୌଣସି  ସରକାରୀ  କଂପାନୀ  କିମ୍ବା  କୌଣସି   ଆଇନ୍ ଗତ  ସଂସ୍ଥା  ଦ୍ଵାରା ]  ଯୋଗାଇ  ଦିଆଯାଇଥିବା   ଜଳସେଚନ  ସୁବିଧା  କୌଣସି  ବ୍ୟକ୍ତିଙ୍କୁ , ଓଡିଶା  ଭୂ – ସଂସ୍କାର (ସଂଶୋଧନ) ଆଇନ୍ , ୧୯୭୩ ର  ପ୍ରଚଳନ  ପରେ , ଯୋଗାଇ  ଦିଆଯାଇଥାଏ ; ସେପରିସ୍ଥଳେ  ଏପରି   ପ୍ରଚଳନ  ସମୟରେ  , ଶ୍ରେଣୀ  ୨ , ଶ୍ରେଣୀ – ୩ କିମ୍ବା  ଶ୍ରେଣୀ – ୪ ରେ  ପଡୁଥିବା  କୌଣସି  ଜମି , ଯେଉଁ ସ୍ଥଳରେ  ଯେପରି  ପ୍ରୟୋଗନୀୟ ; ସିଲିଂ ଅଂଚଳର  ଆଧିକ୍ୟତାରେ   ଏପରି ବ୍ୟକ୍ତି  ଦ୍ଵାରା  ଧାରୀତ  ଜମି , ଯାହାକି  ସେହି  ଶ୍ରେଣୀୟ  ଜମି  ପ୍ରତି  ପ୍ରୟୋଗନୀୟ  ଏବଂ  ତାହା  ଏପରି ଜଳସେଚନ  ସୁବିଧାପାଏ  ଏବଂ  ତାହା  ଉକ୍ତ  ବ୍ୟକ୍ତିଙ୍କ  ଦ୍ଵାରା  ଏପରି  ପ୍ରାରମ୍ଭ  ପରେ , ଧାରୀତ  ଏବଂ ଅଧିଗୃହିତ  ବୋଲି  ଧରାଯିବ   ।

ସ୍ପଷ୍ଟିକରଣ – ୨ : - କୌଣସି  ବ୍ୟକ୍ତି  ସଂବନ୍ଧରେ  ସିଲିଂ  ଅଂଚଳ  ସ୍ଥିର  କରିବାରେ , ହିସାବ  ବାହାରେ  ରଖାଯାଉଥିବା  ଗୃହଜମି , ଓଡିଶା  ଭୂ – ସଂସ୍କାର ( ସଂଶୋଧନ ) ଆଇନ୍  ୧୯୭୩  [ରାଷ୍ଟ୍ରପତିଙ୍କ  ଆଇନ୍  ୧୭/୧୯୭୩) ର ପ୍ରଚଳନ  ପରେ , ଗୃହ  ଜମି  ଭାବେ  ବ୍ୟବହାରରୁ  ରହିତ   ହୁଏ , ସେହି ତାରିଖରୁ  ତାଙ୍କ  ଦ୍ଵାରା   ଅଧିଗୃହୀତ  ଏବଂ  ଧାରୀତ  ବୋଲି  ଧରାଯିବ  , ଯେବେ  ଏପରି ଜମି , ଗୃହ  ଜମିଭାବେ   ବ୍ୟବହୃତ  ହେବାରୁ  ରହିତ  ହୋଇଛି  । ]

ସ୍ପଷ୍ଟିକରଣ  - ୩  : - ଯେଉଁ  ସ୍ଥଳରେ , ସେତେବେଳେ  ବଳବତ୍ତର   ଥିବା  କୌଣସି  ଆଇନ୍  ଅନୁଯାୟୀ , କୌଣସି  ସ୍ଥାନୀୟ  ଅଞ୍ଚଳରେ   ଖତିୟାନ  ପ୍ରସ୍ତୁତି , ଦଫା  ୪୦ – ‘କ’  କିମ୍ବା  ୪୦ – ‘ଖ’  ଅନୁଯାୟୀ  ବ୍ୟବସ୍ଥାୟୀତ  ତମାଦି  ସମୟ  ମଧ୍ୟରେ  ସ୍ଥିତ  ନଥାଏ   ଏବଂ  ଏପରି   ଅଞ୍ଚଳରେ  ଥିବା  ଜମି  ସଂବନ୍ଧରେ , ଖତିୟାନ  ଓଡିଶା  ସର୍ବକ୍ଷେଣ ଏବଂ  ବନ୍ଦୋବସ୍ତ   ଆଇନ୍  ୩/୧୯୫୮ ଅନୁଯାୟୀ , ଉକ୍ତ  ତମାଦି  ସମୟର  ସମାପ୍ତି  ପରେ  ପ୍ରସ୍ତୁତ  ଏବଂ  ପ୍ରକାଶନ  କରାଯାଏ  ଏବଂ  ଏପରି ପ୍ରସ୍ତୁତ  ଖତିୟାନରେ  କୌଣସି  ବ୍ୟକ୍ତିଙ୍କୁ  କୌଣସି  ଜମିର  ଧାରଣକାରୀଭାବେ  ନଥିଭୁକ୍ତ  କରାଯାଇଥାଏ ; ସେପରିସ୍ଥଳେ  ସେ ,ଏହି ଦଫା  ଉଦ୍ଦେଶ୍ୟରେ , ଓଡିଶା   ଭୂ – ସଂସ୍କାର  (ସଂଶୋଧନ) ଆଇନ୍  ୧୯୭୩ (ରାଷ୍ଟ୍ରପତିଙ୍କ ଆଇନ୍ ୧୭/୧୯୭୩ ) ର  ପ୍ରଚାଳନ  ପରେ  ଏପରି  ଧାରଣ  କରିଛନ୍ତି  ବୋଲି  ଧରାଯିବ  ଏବଂ  ଦଫା ୪୦ – ‘କ’  ଅନୁଯାୟୀ  ଦାଖଲ  କରାଯିବାକୁ ଥିବା  ଋଟର୍ଣ୍ଣ   ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍  ୧୯୮୯ର  ପ୍ରଚଳନ  ତାରିଖରୁ  ନିବେଦନ ମଧ୍ୟରେ ; କିମ୍ବା  ଖତିୟାନର  ଚୁଡାନ୍ତ  ପ୍ରକାଶନ  ତାରିଖରୁ , ନବେଦିନ  ମଧ୍ୟରେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ନିକଟରେ  ଦାଖଲ  କରାଯିବ , ତନ୍ମଧ୍ୟରୁ  ଯେଉଁଟି  ପରେ  ହୋଇଥାଏ   ।

ଅଧ୍ୟାୟ – ୫

ଭୁସଂସ୍କାର   କାର୍ଯ୍ୟକାରୀ  କରିବା  ନିମନ୍ତେ , ପ୍ରଶାସନିକ  କଳ

୫୩. ଜମି – କମିଶନର  ଗଠନ  : - (୧) ଏହି ଦଫା ଉଦ୍ଦେଶ୍ୟରେ , ସରକାର , ବିଜ୍ଞପ୍ତି  ଦ୍ଵାରା , ଏକ  ଜମି କମିଶନ ଗଠନ  କରିପାରନ୍ତି   ।

(୨) (କ) ଏପରି   କମିଶନ  ସାତଜଣ   ସଦସ୍ୟଙ୍କୁ   ନେଇ ଗଠିତ  ହେବ , ଯେଉଁମାନଙ୍କ   ମଧ୍ୟରୁ  ତିନିଜଣ  କାର୍ଯ୍ୟାଳୟ  ଉଚ୍ଚକର୍ମଚାରୀ   ହେବେ  ଏବଂ ଚାରିଜଣ  ଅଣ – କାର୍ଯ୍ୟାଳୟ  କର୍ମଚାରୀ   ହୋଇଥିବେ  ଏବଂ  ସରକାରଙ୍କ  ଦ୍ଵାରା  ମନୋନୀତ   ହୋଇଥିବେ  । ସେମାନେ  [ ଯଦି  କମିଶନ  ଶୀଘ୍ର  ଗଠନ  ନହୋଇଛି] ; ନିଯୁକ୍ତି  ତାରିଖରୁ , ତିନିବର୍ଷ  ପର୍ଯ୍ୟନ୍ତ   କାର୍ଯ୍ୟାଳୟ  ଧାରଣ  କରିବେ  ।

(ଖ) ଭୁ – ସଂସ୍କାର  କମିଶନର , ଜମି କମିଶନର  ପୂର୍ବ  କାର୍ଯ୍ୟାଳୟ   ସଚିବ  ରହିବେ ;

(ଗ) କମିଶନର ‘ ଚେୟାରମ୍ୟାନ ’ ହେବା  ନିମନ୍ତେ , ଜଣେ  ସଦସ୍ୟଙ୍କୁ , ସରକାର  ମନୋନୀତ   କରିବେ   ।

(୩) ବିଶେଷ  ଉଦ୍ଦେଶ୍ୟ  ନିମନ୍ତେ , ସଦସ୍ୟମାନଙ୍କୁ   ମନୋନୀତ  କରିବା  କ୍ଷମତା  କମିଶନର  ରହିବ   ।

(୪) କମିଶନଙ୍କ  କାର୍ଯ୍ୟାନୁଷ୍ଠାନ  ଏପରି  ପଦ୍ଧତିରେ  ପରିଚାଳନା  କରାଯିବ , ଯେପରି  ଧାର୍ଯ୍ୟ  କରାଯାଇପାରେ

୫୪ . ଜମି – କମିଶନଙ୍କ  କାର୍ଯ୍ୟ  : - କମିଶନ , ସମୟାନୁକ୍ରମେ , ଭୁ – ସଂସ୍କାର  ଅଗ୍ରଗତି  ବିଷୟ  ପୁନଃ  ବିଚାରକରିବେ , ବର୍ଷକୁ  ଅତିକମ୍ ରେ  ଠାରେ  ବିବରଣୀ  ପ୍ରକାଶନ  କରିବେ  ଏବଂ ଭୁ – ସଂସ୍କାର  ସଂବନ୍ଧୀୟ   ସମସ୍ତ  ବିଷୟରେ , ସରକାରଙ୍କୁ  ଉପଦେଶ  ଦେବେ   ।

୫୫ . ଜିଲ୍ଲା  ନିର୍ବାହୀ  ସମିତି /[ଏବଂ  ସ୍ଥାନୀୟ  ସମିତିର  ଗଠନ ]  : - ପ୍ରତକ  ଜିଲ୍ଲା  ନିମନ୍ତେ  ସରକାର  ଏକ  ଜିଲା  କାର୍ଯ୍ୟନିର୍ବାହୀ  ସମିତି  ଗଠନ  କରିବେ  । ଉକ୍ତ  ସମିତି , ତିନିଜଣ  ସଦସ୍ୟଙ୍କୁ  ଧାରଣ କରିବେ , ଯାହାଙ୍କ  ମଧ୍ୟରୁ  ଉକ୍ତ  ଜିଲ୍ଲାର  କଲେକ୍ଟର   ଜଣେ  ହେବେ  । ଅନ୍ୟ  ଦୁଇଜଣ  ସଦସ୍ୟ  ଅଣ – କାର୍ଯ୍ୟାଳୟ  ଅଧିକାରୀ   ହୋଇଥିବେ  । ଯେଉଁମାନେ  ସରକାରଙ୍କ  ଦ୍ଵାରା  ମନୋନୀତ  ହେବେ  ଏବଂ  [ଯେଉଁମାନେ  ଯଦି ସମିତି  ଶୀଘ୍ର  ପୁନଃ   ଗଠିତ  ନହୁଏ ;  ତିନିବର୍ଷ  ନିମନ୍ତେ  କାର୍ଯ୍ୟାଳୟ  ଧାରଣ  କରିବେ  । ]

(୨) କଲେକ୍ଟର , ଜିଲ୍ଲା  କାର୍ଯ୍ୟ  ନିର୍ବାହୀ  ସମିତିର  ‘ଚେୟାରମ୍ୟାନ ’ ହେବେ  ଏବଂ  ସମିତିର  ସଂପାଦକ  ଭାବେ  କାର୍ଯ୍ୟ  କରିବା  ନିମନ୍ତେ  ଜଣେ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ନିଯୁକ୍ତ  କରିବେ   ।

[(୩)ରାଜ୍ୟର  ବିଭିନ୍ନ  ଅଞ୍ଚଳ  ନିମନ୍ତେ , ସରକାର  ସ୍ଥାନୀୟ  ସମିତି  ଗଠନ  କରିପାରନ୍ତି   ।

(୪) ସ୍ଥାନୀୟ  ସମିତିର  ଗଠନ , କାର୍ଯ୍ୟାଳୟ  ସର୍ତ୍ତାବଳୀ , କ୍ଷମତା  ଏବଂ  କାର୍ଯ୍ୟ  ଧାର୍ଯ୍ୟାନୁଷ୍ଠାନ  ହେବ  ଏବଂ  ଧାର୍ଯ୍ୟ  ପଦ୍ଧତିରେ   ସମିତିର  କାର୍ଯ୍ୟ  ପରିଚାଳନା  କରାଯିବ   ।

୫୬ . ଜିଲ୍ଲା  କାର୍ଯନିର୍ବାହୀ  ସମିତିର  କାର୍ଯ୍ୟ   : - ଜିଲ୍ଲାରେ  ଭୁ – ସଂସ୍କାରର  ଅଗ୍ରଗତିକୁ , ଜିଲ୍ଲା  ନିର୍ବାହୀ  ସମିତି ପୁନଃ  ବିଚାର  କରିବେ   ।

[ ୫୬ – ‘କ’ – ଅକ୍ଷମତାର  ପ୍ରମାଣପତ୍ର  : -  [(୧) ଦଫା  ୨ ର ଧାରା (୧), ଉପ ଧାରା  (କ), (ଖ) କିମ୍ବା (ଗ) ରେ  ଧାର୍ଯ୍ୟ  ଅକ୍ଷମତା  ଅଧିନରେ  ଥିବା  କୌଣସି  ବ୍ୟକ୍ତି  ସେ  ସଂବନ୍ଧରେ  ପ୍ରଣୀତ  ନିୟମାବଳୀର  ନିୟନ୍ତ୍ରଣାଧିନରେ , ଉକ୍ତ ଧାରା  ପ୍ରତି  ପ୍ରତିବନ୍ଧରେ   ଧାର୍ଯ୍ୟ  ଏକ  ପ୍ରମାଣପତ୍ର  ନାମନ୍ତେ, ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ   ଆବେଦନ  କରିବେ  । ]

(୨) ଏପରି  ଆବେଦନପତ୍ର  ଗ୍ରହଣ  କରିବା  ପରେ , [ ରାଜସ୍ୱ  ରାଜକର୍ମଚାରୀ  ସଂପୃକ୍ତ  ବ୍ୟକ୍ତି  କିମ୍ବା  ତାଙ୍କର  ଅଭିଭାବକ , ଯଦି  ସେ  ଜଣେ  ନାବାଳକ , କିମ୍ବା  ଅସୁସ୍ଥ  ମସ୍ତିସ୍କ  ବ୍ୟକ୍ତି ହୋଇଥାନ୍ତି  , ତାଙ୍କୁ  ଶୁଣାଣୀର ସୁଯୋଗ ପ୍ରଦାନ  କରି  ତଥା  ଅନ୍ୟ  ଆବଶ୍ୟକ  ତଦନ୍ତ  କରିବା  ପରେ  [ ଯେପରି  ସେ  ଉପଯୁକ୍ତ  ମନେ  କରନ୍ତି ] ଉକ୍ତ  ଆବେଦନପତ୍ରକୁ   ପ୍ରତ୍ୟାଖ୍ୟାନ  କରିପାରନ୍ତି   କିମ୍ବା  ଏହି ବିଷୟ  ଉପରେ  ଏକ  ପ୍ରମାଣପତ୍ର  ନିର୍ଗମ  କରିପାରନ୍ତି  ଯେ , ଏପରି ବ୍ୟକ୍ତି  ବ୍ୟକ୍ତିଗତଭାବେ  ତାଙ୍କ  ଜମି  ଚାଷ କରିବା  ନିମନ୍ତେ  ଅକ୍ଷମ  ଅଟନ୍ତି ;

ଉଲ୍ଲେଖ  ଥାଉ  ଯେ , ଯଦି  ଏହାର  ଦାଖଲ  ତାରିଖରୁ  ତିରିଶଦିନ  ମଧ୍ୟରେ , ଏପରି  ଆବେଦନପତ୍ର  ଉପରେ  କୌଣସି  ଆଦେଶ  ପ୍ରଦାନ  କରାନଯାଏ , ତାହା  ପ୍ରତାଖ୍ୟାନ   କରାଯାଇଛି  ବୋଲି  ଧରାଯିବ   ।

(୩) ଉପ – ଦଫା  (୧) ଅନୁଯାୟୀ  ଆବେଦନପତ୍ର   ଏବଂ  ଉପ- ଦଫା  (୨) ଅନୁଯାୟୀ  ନିର୍ଗମ  କରାଯିବାକୁ  ଥିବା  ପ୍ରମାଣପତ୍ର  ଧାର୍ଯ୍ୟ   ଫର୍ମ  ଅନୁଯାୟୀ  ହେବ  ଏବଂ  ଆବେଦନପତ୍ର , ଧାର୍ଯ୍ୟ  ଶୁଳ୍କ  ସହ  ପ୍ରଦାନ   କରାଯିବ   ।

[୫୬ – ‘ ଖ ’ – ଅକ୍ଷମତା  ପ୍ରମାଣପତ୍ରର  ନାକଚିକରଣ  ଏବଂ  ଏହାର  ପରିଣତି  : - (୧) ଯଦି  ରାଜସ୍ୱ  ଉଚ୍ଚକର୍ମଚାରୀ , କୌଣସି   ଅକ୍ଷମତା  ଅଧିନରେ  ଥିବା  କୌଣସି  ବ୍ୟକ୍ତି  ଅଧିନରେ  ଜମିଚାଷ  କରୁଥିବା  କୌଣସି  କୃଷକ  ଦ୍ଵାରା  ସେ  ସଂବନ୍ଧରେ  କୌଣସି  ଆବେଦନପତ୍ର  ଉପରେ  ସନ୍ତୁଷ୍ଟ   ହୁଅନ୍ତି ଯେ , ଦଫା  ୫୬ – ‘କ’  ଅନୁଯାୟୀ   ଏକ  ପ୍ରମାଣପତ୍ର , ଏପରି  ବ୍ୟକ୍ତି  ଦ୍ଵାରା  ଚଞ୍ଚକତା   କିମ୍ବା  କୁ – ପ୍ରତିନିଧିତ୍ଵ  କିମ୍ବା  କୌଣସି  ଉପାଦେୟ  ବିଷୟକୁ  ଲୁଚାଇ , ଗ୍ରହଣ  କରାଯାଇଛି , ତାହେଲେ  ସେ ,  ସଂପୃକ୍ତ  କୃଷକ  ଏବଂ ଉକ୍ତ  ବ୍ୟକ୍ତିଙ୍କୁ  ଶୁଣାଣୀର  ଏକ ସଂଯୋଗ  ପ୍ରଦାନ  କରି  , ଏପରି ପ୍ରମାଣ  ପତ୍ର  ନାକଚ୍  କିମ୍ବା  ପ୍ରତ୍ୟାଖ୍ୟାନ  କରିପାରନ୍ତି   ।

(୨) ପ୍ରମାଣ  ପତ୍ରର  ନାକଚିକରଣ   ଉପରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଏପରି  ନାକଚୀକରଣ  ତାରିଖରୁ  ଷାଠିଏ  ଦିନ  ମଧ୍ୟରେ , କୃଷକ ଦ୍ଵାରା  ସେ ସଂବନ୍ଧରେ  ପ୍ରଦାନ   କରାଯାଇଥିବା  କୌଣସି  ଆବେଦନ  ପତ୍ର  ଉପରେ  ଏବଂ   ଇଚ୍ଛୁକ  ପକ୍ଷମାନଙ୍କୁ  ଶୁଣାଣୀର   ସୁଯୋଗ   ପ୍ରଦାନ  କରି ଘୋଷଣା   କରିପାରନ୍ତି  ଯେ , ସମୁଦାୟ  ଜମି  ପୁନଃ  ଉଦ୍ଧାରନୀୟ  ନୁହେଁ ଏବ୍ମ୍ମ  ଦଫା  ୨୮ ର   ବ୍ୟବସ୍ଥାବଳୀ  ସହ  ସମନ୍ଵୟ   ରକ୍ଷାକରି , ଉକ୍ତ  ଜମି  ସଂବନ୍ଧରେ  କୃଷକ  ଦ୍ଵାରା  ଦେୟ  ଯଥାଯଥ  ଖଜଣା  ଏବଂ  କ୍ଷତିପୂରଣ  ସ୍ଥିର  କରିପାରନ୍ତି  ଏବଂ  ଏପରି  ସ୍ଥିରୀକରଣ  ଉପରେ , ଦଫା  ୨୯ ରୁ ୩୩ (ଉଭୟ  ଅନ୍ତର୍ଭୁକ୍ତ ), ୩୫ – ‘କ’ ଏବଂ ୩୬ ଯେତେ ଦୂର  ପର୍ଯ୍ୟନ୍ତ , ପ୍ରୟୋଗ  ହୋଇପାରେ   ।

୫୭ . ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ଅନୁସରଣ  କରାଯିବାକୁ  ଥିବା  ପଦ୍ଧତି  : - (୧)  କୌଣସି  ମୋକଦ୍ଦମାର ବିଚାରରେ , ଦେୱାନୀ  କାର୍ଯ୍ୟବିଧି  ସଂହିତା , ୧୯୦୮  (୫/୧୯୦୮) ଅନୁଯାୟୀ , ନିମ୍ନଲିଖିତ  ବିଷୟ  ସଂବନ୍ଧରେ  , ନ୍ୟାୟାଳୟ  ଉପରେ  ନ୍ୟସ୍ତ ସେହି  ଏକ  ପ୍ରକାର  କ୍ଷମତା , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କର  ରହିବ ; ଯଥା  : -

(କ) ଆଫିଡାଭିଟ୍  ଦ୍ଵାରା , ସାକ୍ଷର   ଗ୍ରହଣ ;

(ଖ)  କୌଣସି  ବ୍ୟକ୍ତିର   ଉପସ୍ଥିତିକୁ  ବାଧ୍ୟ  କରିବା  ଏବଂ ଶପଥ  ପାଠ ଦ୍ଵାରା  ତାଙ୍କୁ  ପରୀକ୍ଷା  କରିବା ;

(ଗ) ଦଲିଲ୍ ର  ଉପସ୍ଥାପନାକୁ   ବାଧ୍ୟ  କରିବା ; ଏବଂ

(ଘ)  ଅନ୍ୟ  କୌଣସି  ବିଷୟ , ଯାହା  ଧାର୍ଯ୍ୟ  କରାଯାଇପାରେ  ।

[(୨) ସେ  ସଂବନ୍ଧରେ  ପ୍ରଣୀତ   ନିୟାମାବଳୀ  ସହ  ସମନ୍ଵୟ  ରକ୍ଷାକରି , ସେମାନଙ୍କ  ସମ୍ମୁଖରେ ହେଉଥିବା  କାର୍ଯ୍ୟାନୁଷ୍ଠାନରେ  , ଖର୍ଚ୍ଚ  ପ୍ରଦାନ  କରିବା  କ୍ଷମତା , ରାଜସ୍ୱ  ଉଚ୍ଚକର୍ମଚାରୀ  ଏବଂ  ଅନ୍ୟ  ଅଧିକାରୀଙ୍କ  ରହିବ ;

ଉଲ୍ଲେଖ  ଥାଉ ଯେ , ଯଦି କୌଣସି  ଅପିଲ୍  ଅଧିକାରୀ  ସନ୍ତୁଷ୍ଟ  ହୁଅନ୍ତି  ଯେ , କୌଣସି  ଅପିଲ୍  ବିଭ୍ରାନ୍ତିକର  କାରଣ  ଉପରେ  ଦାଏର୍ , କରାଯାଇଛି ; ତାହେଲେ  ସେ  ଏପରି  ଖର୍ଚ୍ଚ ପ୍ରଦାନ  କରିବେ , ଯେପରି ସେ ଉଚିତ୍  ମନେ  କରନ୍ତି ଏବଂ  ଯାହାର  ଅର୍ଥରାଶି  ପଚାଶ  ଟଙ୍କାରୁ  କମ୍  ହେବ  ନାହିଂ  ଏବଂ  ପାଞ୍ଚ ଶହ  ଟଙ୍କାରୁ  ଅଧିକ   ହେବ  ନାହିଂ  ।

(୩)  ତଦନ୍ତ  ଅନୁଷ୍ଠିତ  କରିବାରେ  କିମ୍ବା  ଆଇନ୍  ଅନୁଯାୟୀ   ପ୍ରଦାନ  କରାଯାଇଥିବା  ଆଦେଶର  ସଂପାଦନ   ବିଷୟରେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ଅନୁସୃତ   ହେବାକୁ ଥିବା   ପଦ୍ଧତି , ଧାର୍ଯ୍ୟ  ଅନୁଯାୟୀ  ହେବ   ।

[ ୫୭ – ‘ କ ’ – ଟ୍ରିବ୍ୟୁନାଲ୍ ର  ଗଠନ  ଏବଂ ଧର୍ମନୈତିକ   ଏବଂ  ସର୍ବସାଧାରଣ  ପ୍ରକୃତିର  ବଦାନ୍ୟ  ଟ୍ରଷ୍ଟର  ଘୋଷଣା   : - (୧) ସରକାର , ଦଫା  ୨ର ଧାରା (୨୪) ର ଉପ – ଧାରା  (ଙ)ର  ଉଦ୍ଦେଶ୍ୟ  ନିମନ୍ତେ , କାର୍ଯ୍ୟାଳୟ  ଗେଜେଟ୍ ରେ  ବିଜ୍ଞପ୍ତି   ଦ୍ଵାରା , ଏପରି  ସ୍ଥାନୀୟ  କର୍ତ୍ତୃତ୍ଵ   ଥିବା  ଗୋଟିଏ  କିମ୍ବା  ଅଧିକ  ଟ୍ରିବ୍ୟୁନାଲ୍  ଗଠନ  କରିପାରନ୍ତି   ।

(୨) ଏପରି   ଟ୍ରିବ୍ୟୁନାଲ୍ , ଜଣେ  ସଦସ୍ୟକୁ  ନେଇ ଗଠିତ   ହେବ , ଯେକି  ରାଜ୍ୟ  ବୈଚାରିକ  ସେବାର  ଉଚ୍ଚକର୍ମଚାରୀଙ୍କ   ମଧ୍ୟରୁ  ହୋଇଥିବେ  ଏବଂ ସରକାରଙ୍କ ଦ୍ଵାରା  ନିଯୁକ୍ତ  ହେବ  ଏବଂ  ସେ ଜଣେ  ଅଧନସ୍ତ  ବିଚାରପତି  ସ୍ତରର   ହୋଇଥିବେ   ।

(୩) କୌଣସି   ଟ୍ରଷ୍ଟି  , ଯେକି  ଦଫା  ୨ର ଧାରା  (୨୪) ର  ଉପଧାରା  (ଙ) ଅନୁଯାୟୀ , କୌଣସି  ଧର୍ମନୈତିକ  କିମ୍ବା  ସର୍ବସାଧାରଣ  ପ୍ରକୃତିର  ବଦାନ୍ୟ   ଟ୍ରଷ୍ଟ  ଭାବେ  ଘୋଷିତ  କୌଣସି  ଟ୍ରଷ୍ଟ  କରିବାକୁ  ଇଚ୍ଛା  ପ୍ରକାଶ  କରନ୍ତି , ସେପରିସ୍ଥଳେ ସେ , ଧାର୍ଯ୍ୟ  ଫର୍ମରେ ଏପରି  ନିର୍ଦିଷ୍ଟ  ବିବରଣୀ  ପ୍ରଦାନକରି , ଟ୍ରିବ୍ୟୁନାଲ୍ ଙ୍କୁ  ଏକ  ଆବେଦନପତ୍ର  କରିବେ  ।]

[ଉଲ୍ଲେଖ ଥାଉ  ଯେ , ଏହି  ଉପ – ଦଫା  ଅନୁଯାୟୀ , କୌଣସି  ଆବେଦନପତ୍ର  ଗ୍ରହଣୀୟ  ହେବ ନାହିଂ , ଯଦି : -

(କ) ଏହା  କୌଣସି  ଟ୍ରଷ୍ଟକୁ   ସଂପୃକ୍ତ   କରୁଥାଏ , ଯାହା  କି ୧୯୭୦  ମସିହା  ସେପ୍ଟେମ୍ବର  ୨୬ ତାରିଖ  ପରେ  ସୃଷ୍ଟି  ଏବଂ  ସ୍ଥାପିତ  ହୋଇଛି   ।

(ଖ) ଓଡିଶା  ଭୁ – ସଂସ୍କାର  (ଦ୍ଵିତୀୟ ସଂଶୋଧନ) ଆଇନ୍ ୧୯୭୬ ର ପ୍ରଚଳନ  ତାରିଖରୁ  ଛଅମାସ  ସମୟ  ଅତିବାହିତ   ହେବା  ପରେ , ଏହା  ଦାଖଲ   କରାଯାଇଥାଏ ;

ଆହୁରି  ଉଲ୍ଲେଖ ଥାଉ  ଯେ , ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍ , ୧୯୭୬ ର ପ୍ରଚଳନ   ତାରିଖ  ପୂର୍ବରୁ , ପୂର୍ବ   ପ୍ରତିବନ୍ଧର   ଧାରା  (କ) ର  କୌଣସି ବ୍ୟବସ୍ଥା , ଏପରି  କୌଣସି  ଘୋଷଣାକୁ  ପ୍ରଭାବିତ  କରିବ ନାହିଂ  ।

(୪) ଉପ- ଦଫା  (୩) ଅନୁଯାୟୀ , କୌଣସି  ଆବେଦନପତ୍ର  ଗ୍ରହଣ   କରିବା  ପରେ , ଟ୍ରିବ୍ୟୁନାଲ୍ , ଧାର୍ଯ୍ୟ  ପଦ୍ଧତିରେ  ଏପରି ତଦନ୍ତ  କରିବା  ପରେ , ଆଦେଶ  ଦ୍ଵାରା  ଏପରି  ଟ୍ରଷ୍ଟକୁ  ଧର୍ମନୈତିକ  କିମ୍ବା  ବଦାନ୍ୟ  ଟ୍ରଷ୍ଟ  ଭାବେ  ଘୋଷଣ  କରିପାରନ୍ତି  କିମ୍ବା  ଏପରି  ଘୋଷଣା  କରିବାକୁ  ପ୍ରତ୍ୟାଖ୍ୟାନ   କରିପାରନ୍ତି ;

ଉଲ୍ଲେଖ  ଥାଉ  ଯେ , ଏପରି   ଟ୍ରଷ୍ଟ  କିମ୍ବା  ଟ୍ରଷ୍ଟିମାନଙ୍କୁ  ଶୁଣାଣୀର   କୌଣସି  ସୁଯୋଗ  ପ୍ରଦାନ  ନକରି , ଏପରି କୌଣସି  ଘୋଷଣାର  ପ୍ରତ୍ୟାଖ୍ୟାନ  ନିମନ୍ତେ  କୌଣସି  ଆଦେଶ  ପ୍ରଦାନ  କରାଯିବ  ନାହିଂ   ।

(୫)  ଏହି ଦଫା ଅନୁଯାୟୀ , କୌଣସି  ତଦନ୍ତ  କରିବା   ସମୟରେ, ଟ୍ରିବ୍ୟୁନାଲ୍ ଙ୍କର , ଦେୱାନୀ  କାର୍ଯ୍ୟବିଧି  ସଂହିତା  , ୧୯୦୮  (୫/୧୯୦୮) ଅନୁଯାୟୀ , କୁନାୟସ  ମୋକଦ୍ଦମା  ବିଚାର  କରିବା  ସମୟରେ , କୌଣସି  ଦେୱାନୀ  କାର୍ଯ୍ୟାଳୟର  ସମସ୍ତ  କ୍ଷମତା , ନିମ୍ନ  ବିଷୟ  ସଂବନ୍ଧରେ ରହିବ , ଯଥା  : -

(କ) କୌଣସି  ବ୍ୟକ୍ତିଙ୍କୁ  ଆହ୍ଵାନ  କରି  ତା’ର  ଉପସ୍ଥିତିକୁ  ବାଧ୍ୟ  କରିବା  ଏବଂ ଶପଥପାଠ  ଦ୍ଵାରା  ତାଙ୍କୁ  ପରୀକ୍ଷା  କରିବା ;

(ଖ) କୌଣସି  ଦଲିଲ୍ ର  ଆବିଷ୍କାର  ଏବଂ ଉପସ୍ଥାପନକୁ   ଆବଶ୍ୟକ  କରିବା ;

(ଗ) ଆଫିଡାଭିଟ୍  ଉପରେ , ସାକ୍ଷ୍ୟ  ଗ୍ରହଣ  କରିବା ;

(ଘ) କୌଣସି   ନ୍ୟାୟାଳୟ  କିମ୍ବା  କାର୍ଯ୍ୟାଳୟରୁ   କୌଣସି  ସର୍ବସାଧାରଣ   ନଥି , ଲିଖିତ  ଆଦେଶ  ଦ୍ଵାରା  ମଗାଇବା   ।

(ଙ) ସାକ୍ଷୀମାନଙ୍କର  ପରୀକ୍ଷା  ନିମନ୍ତେ , କମିଶନ  ନିର୍ଗମ  କରିବା  ;

(ଚ) ଏହାର  ନିଜ  ପଦ୍ଧତିକୁ  ନିୟନ୍ତ୍ରଣ  କରିବା  କ୍ଷମତା  ଟ୍ରିବ୍ୟୁନାଲ୍ ର ରହିବ

(୬) ଟ୍ରିବ୍ୟୁନାଲ୍ ,ଏହି ଦଫା  ଅନୁଯାୟୀ  ପ୍ରଦାନ  କରାଯାରିଥିବା   କୌଣସି  ଆବେଦନ  ପତ୍ରକୁ , ଗ୍ରହଣ  ତାରିଖରୁ  , ଛଅମାସ  ମଧ୍ୟରେ , ଯେତେଦୂର   ସମ୍ଭବ , ଫଇସଲା  କରିବେ  ।

[୫୭ – ‘ ଖ ’  କଲେକ୍ଟରଙ୍କ  ଦ୍ଵାରା  କେତେକ  ସୁବିଧାୟିତ  ରୟତ୍ ଙ୍କ  ଘଟଣାର   ଉଲ୍ଲେଖ  : - (୧) ଯଦି ଜିଲ୍ଲା  କଲେକ୍ଟର , ତାଙ୍କ  ନିଜ  ତଥ୍ୟ  ଅନୁଯାୟୀ  କିମ୍ବା  କୌଣସି  ଉତ୍ସରୁ  ଗ୍ରହଣ  କରିଥିବା  : - ତଥ୍ୟ  ଉପରେ  ମତପୋଷଣ  କରନ୍ତି  ଯେ , ଏହା  ସୂଚୀତ  କରିବା  ନିମନ୍ତେ  ପରିସ୍ଥିତି  ବିଦ୍ୟମାନ  ଯେ , କୌଣସି  ଟ୍ରଷ୍ଟ କିମ୍ବା ଅନ୍ୟ  ଅନୁଷ୍ଠାନ  ସଂବନ୍ଧରେ , ଯାହାକି  ଦଫା ୨ର  ଧାରା (୨୪)ର  ଉପଧାରା  (ଗ)ର  ଅର୍ଥାନୁଯାୟୀ , ଜଣେ  ସୁବିଧାଯୀତ  ରୟତ  ଅଟନ୍ତି ;

(କ) ଏପରି  ଟ୍ରଷ୍ଟ  କିମ୍ବା  ଅନ୍ୟ  ଅନୁଷ୍ଠାନର  ହିସାବର  ଋଟର୍ଣ୍ଣ  ଦାଖଲ  କରାଯାଉନାହିଁ  କିମ୍ବା  ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍ , ୧୯୭୩ (ରାଷ୍ଟ୍ରପତିଙ୍କ  ଆଇନ୍  ୧୭/୧୯୭୩ ) ର  ପ୍ରଚଳନ  ପୂର୍ବରୁ , କୌଣସି  ସମୟରେ  ସେ  ସଂବନ୍ଧରେ  ଧାର୍ଯ୍ୟ  ଅଧିକାରୀଙ୍କ   ପୂର୍ବ   ଅନୁମତି  ବିନା ,  ଏପରି  ଟ୍ରଷ୍ଟ  କିମ୍ବା  ଅନ୍ୟ  ଅନୁଷ୍ଠାନର  ହୋଇଥିବା  କୌଣସି ଜମିକୁ  ହସ୍ତାନ୍ତରଣ   କରାଯାଇଛି  କିମ୍ବା  ଭାରାକ୍ରାନ୍ତ  କରାଯାଇଛି  ।

(ଖ) ଏପରି  ଟ୍ରଷ୍ଟ  କିମ୍ବା  ଅନ୍ୟ  ଅନୁଷ୍ଠାନ , ସର୍ବସାଧାରଣଙ୍କୁ  ଉପକାର   କିମ୍ବା  ସୁବିଧା  ଯୋଗାଇ  ଦେବାରୁ  ରହିତ  ହୋଇଛି , ସେପରିସ୍ଥଳେ  ସେ , ଦଫା ୫୭ – ‘ କ ’ ଅନୁଯାୟୀ  ଗଠିତ  ଟ୍ରିବ୍ୟୁନାଲ୍ କୁ ,  କୌଣସି  ଘୋଷଣା  ନିମନ୍ତେ ଆବେଦନ  କରିପାରନ୍ତି ଯେ , ଏପରି  ଟ୍ରଷ୍ଟ  କିମ୍ବା  ଅନ୍ୟ  ଅନୁଷ୍ଠାନ , ଏକ ସୁବିଧାୟୀତ  ରୟତ୍  ହେବାରୁ   ରହିତ  ହୋଇଛି   ।

(୨) ଉପ – ଦଫା   (୧) ଅନୁଯାୟୀ  କୌଣସି  ଆବେଦନ  ପତ୍ର   ଗ୍ରହଣ  କରିବା  ପରେ , ଟ୍ରିବ୍ୟୁନାଲ୍ , ଧାର୍ଯ୍ୟ  ପଦ୍ଧତି  ଅନୁଯାୟୀ  ଏପରି  ତଦନ୍ତ  କରିବା  ପରେ  , ଉକ୍ତ  ଟ୍ରଷ୍ଟ  କିମ୍ବା  ଅନ୍ୟ  ଅନୁଷ୍ଠାନ  ଏପରି  ସୁବିଧାୟୀତ  ହେବାରୁ  ରହିତ  ହୋଇଛି  ବୋଲି , ଆଦେଶ   ଦ୍ଵାରା କିମ୍ବା  ଘୋଷଣା  କରିପାରନ୍ତି ;

ଉଲ୍ଲେଖ  ଥାଉ  ଯେ , ଟ୍ରଷ୍ଟି  କିମ୍ବା  ଏପରି  ଟ୍ରଷ୍ଟ   କିମ୍ବା  ଅନ୍ୟ ଅନୁଷ୍ଠାନର  ପରିଚାଳନା  ଦାୟିତ୍ଵରେ ଥିବା ବ୍ୟକ୍ତିଙ୍କୁ   ଏ ସଂବନ୍ଧରେ  ଶୁଣାଣୀର  ସୁଯୋଗ   ପ୍ରଦାନ   ନକରି , ଏପରି  କୌଣସି  ଘୋଷଣା  କରାଯିବ  ନାହିଂ  ।

(୩) ଦଫା  ୫୭ – ‘ କ ’  ଉପ –ଦଫା  (୫) , (୬) ଏବଂ  (୭) ରେ  ଧାରୀତ  ବ୍ୟବସ୍ଥାବଳୀ , ଏହି ଦଫା  ଅନୁଯାୟୀ  ଅନୁଷ୍ଠିତ  ତଦନ୍ତ  ପ୍ରତି  ପ୍ରୟୋଗ  ହେବ  ଏବଂ  ସେହିପରିଭାବେ , ଯେପରି  ସେଗୁଡିକ , ଉକ୍ତ  ଦଫା  ଅନୁଯାୟୀ  ଅନୁଷ୍ଠିତ   ତଦନ୍ତ  ପ୍ରତି  ପ୍ରୟୋଗ  ହେବ  ଯେପରି  ଅନୁଷ୍ଠିତ   ତଦନ୍ତ  ପ୍ରତି  ପ୍ରୟୋଗ  ହୁଏ  ।

(୪) ଉପ – ଦଫା  (୨) ଅନୁଯାୟୀ  କରାଯାଇଥିବା  କୌଣସି   ଘୋଷଣା  ଉପରେ , ରାଜସ୍ୱ  ଉଚକର୍ମଚାରୀ , ଉକ୍ତ  ଉପ –ଦଫା   ଅନୁଯାୟୀ  ପ୍ରଦାନ  କରାଯାଇଥିବା   ଆଦେଶ  ତାରିଖରୁ  ଷାଠିଏ  ଦିନ  ମଧ୍ୟରେ , ଏପରି  ଟ୍ରଷ୍ଟ  କିମ୍ବା  ଅନ୍ୟ  ଅନୁଷ୍ଠାନ  ଅଧିନରେ  କୌଣସି  ଜମି  ଚାଷ  କରୁଥିବା  କୌଣସି  କୃଷକ   ଦ୍ଵାରା  ସେ ସଂବନ୍ଧରେ  କୌଣସି ଆବେଦନପତ୍ର   ଉପରେ  ଏବଂ   ଇଚ୍ଛୁକ  ପକ୍ଷମାନଙ୍କୁ  ଶୁଣାଣୀର  ସୁଯୋଗ  ପ୍ରଦାନ  କରିବା  ପରେ , କୃଷକର  ଚାଷରେ  ଥିବା  ସମସ୍ତ  ଜମି  ପୁନଃ  ଉଦ୍ଧାରନୀୟ  ନୁହେଁ  ବୋଲି  ଘୋଷଣା  କରିପାରନ୍ତି  ଏବଂ  ଦଫା  ୨୮ର  ବ୍ୟବସ୍ଥାବଳୀ  ଶହ  ସମନ୍ଵୟ  ରକ୍ଷାକରି , ଜମି  ସଂବନ୍ଧରେ  ଉକ୍ତ  କୃଷକ  ଦ୍ଵାରା  ଦେୟ  ଯଥାଯଥ  ଖଜଣା   ଏବଂ  କ୍ଷତିପୂରଣ ସ୍ଥିର  କରିବେ  ଏବଂ   ଏପରି  ସ୍ଥିରୀକରଣ  ଉପରେ , ଦଫା  ୨୯ ରୁ  ୩୩ (ଉଭୟ  ଅନ୍ତର୍ଭୁକ୍ତ) ୩୫ – ‘କ’  ଏବଂ ୩୬ ର ବ୍ୟବସ୍ଥାବଳୀ , ଯେତେଦୂର  ସମ୍ଭବ , ପ୍ରୟୋଗ  ହେବ

(୫) ଏପରି  ଟ୍ରଷ୍ଟ  କିମ୍ବା  ଅନ୍ୟ  ଅନୁଷ୍ଠାନର  ପରିଚାଳନା  ଦାୟିତ୍ଵରେ  ଥିବା  ଅନ୍ୟ  ବ୍ୟକ୍ତି, ଯାହା  ସଂବନ୍ଧରେ  ଉପ – ଦଫା  (୨) ଅନୁଯାୟୀ   କୌଣସି ଘୋଷଣା  କରାଯାଇଛି , ଯଦି  ଉକ୍ତ  ଉପ – ଦଫା  ଅନୁଯାୟୀ  କରାଯାଇଥିବା  ଆଦେଶ  ତାରିଖରେ , ଏହାଦ୍ୱାରା  ଧାରୀତ  ଜମି , ‘ ସିଲିଂ ’ ଅଂଚଳ  ଠାରୁ  ଅଧିକ  ହୋଇଥାଏ, ତାହେଲେ  ସେ ଉକ୍ତ  ତାରିଖରୁ  ନବେଦିନ   ମଧ୍ୟରେ , ଦଫା  ୪୦ – ‘କ’ ର  ବ୍ୟବସ୍ଥାବଳୀ  ସହ  ସମନ୍ଵୟ  ରକ୍ଷାକରି   ଏକ  ଦାଖଲ  କରିବେ , ଏବଂ  ଅଧ୍ୟାୟ- ୪ ର  ବ୍ୟବସ୍ଥାବଳୀ ,  ଏପରି   ଧାରୀତ  ଜମିପ୍ରତି , ଯେତେଦୂର  ସମ୍ଭବ , ପ୍ରୟୋଗ  ହେବ  । ]

ଅଧ୍ୟାୟ – ୬

ବିବିଧା

[୫୮ – ଅପିଲ୍ – (୧) ନିମ୍ନଲିଖିତ  ଯେକୌଣସି  ଦଫା  ଅନୁଯାୟୀ   ପ୍ରଦାନ  କରାଯାଇଥିବା   କୌଣସି  ଆଦେଶ  ଦ୍ଵାରା  ବ୍ୟଥିତ  କୌଣସି  ବ୍ୟକ୍ତି , ଧାର୍ଯ୍ୟ  ଅଧିକାରୀଙ୍କୁ  କୌଣସି ଅପିଲ୍  ଦାଏର୍  କରିପାରନ୍ତି ; ଯଥା

ଦଫା ୪, ୯(୪), ୧୦,୧୨ (୨),  ୧୫,୧୬,୧୭,୧୮,୧୯(୧)(ଖ), (୪) ୨୦, ୨୧, ୨୨, (୧) [୨୨ – କ (୫), ୨୩(୨), ୨୩ – କ] ୨୭, ୨୮, [୩୪-କ, ୩୫] , [୩୬ -କ] ,[୩୬-‘ଗ’ ,  ୪୨] , [୪୫ – ଖ (୧)] ,[୫୨, ୫୫ – ‘କ’ , ୫୬ – ଖ ଏବଂ ୫୭ – ଖ (୪)- କ ]

[(୨) ଅପିଲ୍  ଦାଖଲ  କରିବା ଏବଂ  ଏହାର  ଫଇସଲା , ଧାର୍ଯ୍ୟ  ପଦ୍ଧତି  ଅନୁଯାୟୀ   ହେବ । ]

[(୩) – ଦଫା ୨୭, ଦଫା  ୩୫ କିମ୍ବା ଦଫା  ୩୬ – ‘ କ ’ ଅନୁଯାୟୀ  ପ୍ରଦାନ  କରାଯାଇଥିବା  କୌଣସି  ଆଦେଶ   ଦ୍ଵାରା  ବ୍ୟଥିତ  କୌଣସି  କୃଷକ  ଯାହାକି  ଓଡିଶା  ଭୁ – ସଂସ୍କାର  (ଦ୍ଵିତୀୟ   ସଂଶୋଧନ) ଆଇନ୍  ୧୯୭୫ ର  ପ୍ରଚଳନ  ତାରିଖ  ପୂର୍ବରୁ  ହୋଇଥାଏ , ତାହେଲେ  ଯଦି  ସେ  ଉପ – ଦଫା (୧) ରେ  ବ୍ୟବସ୍ଥାୟୀତ  ଅନୁଯାୟୀ  କୌଣସି  ଅପିଲ୍  ଦାଏର୍   କରିନଥାଆନ୍ତି , ସେପରିସ୍ଥଳେ  ସେ ,  ଉକ୍ତ  ତାରିଖରୁ  ଏକ ବର୍ଷ   ମଧ୍ୟରେ  ତାହା  ଦାଏର୍  କରିପାରିବେ  ।

[୫୯ – ରିଭିଜନ୍ : - (୧) – ଏହି ଆଇନ୍ ର  କୌଣସି  ବ୍ୟବସ୍ଥା  ଅନୁଯାୟୀ , କୌଣସି  ଅପିଲ୍ ରେ ପ୍ରଦାନ  କରାଯାଇଥିବା  କୌଣସି  ଆଦେଶ  ଦ୍ଵାରା  ବ୍ୟଥିତ  କୌଣସି   ବ୍ୟକ୍ତି  ଦ୍ଵାରା  ଆବେଦନପତ୍ର   ଉପରେ ,  ଧାର୍ଯ୍ୟ  ଅଧିକାରୀ , ଏପରି  ଆଦେଶକୁ  ସଂଶୋଧନ   କରିପାରନ୍ତି  ।

[(୨) – ରାଜସ୍ୱ  ପରିଷଦ , କୌଣସି  ଜିଲ୍ଲା  କଲେକ୍ଟର  କିମ୍ବା  ଭୁ – ସଂସ୍କାର  କମିଶନରଙ୍କ  ଦ୍ଵାରା  ସେ ସଂବନ୍ଧରେ ସୂଚୀତ  ହୋଇ  ଏପରି  ଆଦେଶ  ତାରିଖରୁ  ପଚିଶବର୍ଷ  ମଧ୍ୟରେ , ଏହି  ଆଇନ୍ , କୌଣସି  ଅଧିକାରୀଙ୍କ   ଦ୍ଵାରା  ପ୍ରଦାନ  କରାଯାଇଥିବା   କୌଣସି  ଆଦେଶକୁ   ପୁନଃ  ବିଚାର  କରିପାରନ୍ତି  ।

ବୈଧତା

କୌଣସି  ନ୍ୟାୟାଳୟ କିମ୍ବା  ଅନ୍ୟ   ଅଧିକାରୀଙ୍କ , କୌଣସି  ରାଏ , ଡିକ୍ରୀ  କିମ୍ବା  ଆଦେଶରେ  ଧାରୀତ  କୌଣସି  ବିଷୟ  ସତ୍ବେ , ମୂଳ  ଆଇନ୍ ର  ଦଫା  ୫୯ ର ଉପ- ଦଫା (୨) ଅନୁଯାୟୀ , ରିଭିଜନ୍ କ୍ଷମତା  ପରିଚାଳନାରେ , ରାଜସ୍ୱ  ପରିଷଦ  ଦ୍ଵାରା  ପ୍ରଦାନ  କରାଯାଇଥିବା  କୌଣସି ଆଦେଶ , ଯେପରି  ଏହା , ଏହି ଆଇନ୍  ପ୍ରକାଶନ  ତାରିଖ  ପୂର୍ବରୁ  ଥିଲା , ଯଦି  ଏପରି  ଆଦେଶ  ସଂଶୋଧିତ  ଆଦେଶ  ତାରିଖରୁ  ପଚିଶ  ବର୍ଷ  ମଧ୍ୟରେ  ପ୍ରଦାନ  କରାଯାଇଥାଏ ; ତାହା  ସମସ୍ତ  ଉଦ୍ଦେଶ୍ୟ  ନିମନ୍ତେ  ବୈଧ  ଏବଂ  ପ୍ରଭାବିତଭାବେ  ପ୍ରଦାନ  କରାଯାଇଛି  ବୋଲି ଧରାଯିବ , ଯେପରିକି  ମୂଳ  ଆଇନ୍ ଦଫା  ୫୯ ର ଉପ – ଦଫା (୨) , ଏହି ଆଇନ୍ ଦଫା  ୨ ଦ୍ଵାରା  ଯେପରି  ସଂଶୋଧିତ , ତାହା  ଉକ୍ତ  ଉପାଦେୟ ସମୟରେ  ବଳବତ୍ତର  ଥାଏ  ଏବଂ  ସେହି ଅନୁଯାୟୀ , କୌଣସି  ନ୍ୟାୟାଳୟ  କିମ୍ବା  ଅନ୍ୟ  ଅଧିକାରୀଙ୍କ  ନିକଟରେ , ଏହି କାରଣ  ଉପରେ  କୌଣସି  ମୋକଦ୍ଦମା  କିମ୍ବା  ଅନ୍ୟ  ଆଇନଗତ  କାର୍ଯ୍ୟାନୁଷ୍ଠାନ  ଅନୁଷ୍ଠିତ  କରାଯାଇପାରିବ  ନାହିଂ , ଗ୍ରହଣୀୟ  ହେବ ନାହିଂ   କିମ୍ବା  ଚାଲୁ  କରାଯିବ  ନାହିଂ  ଯେ , ରାଜସ୍ୱ  ପରିଷଦ , କୌଣସି  ଯଥାର୍ଥତା  ଏବଂ  ଅନ୍ଯଥା  ବିଳମ୍ବରେ , ଦଫା  ୫୯ ର ଉପ-ଦଫା  (୨) ଅନୁଯାୟୀ ‘ ରିଭିଜନ୍ ’ କ୍ଷମତା  ପରିଚାଳନା  କରିଛନ୍ତି  ।

(୨) କୌଣସି  ଆଦେଶ   ସଂଶୋଧନ  କରିବା  ଉଦ୍ଦେଶ୍ୟରେ  ଧାର୍ଯ୍ୟ  ଅଧିକାରୀ  ଏବଂ ରାଜସ୍ୱ  ବୋର୍ଡ  ଏପରି , ପଦ୍ଧତି  ଅନୁସରଣ   କରିବେ , ଯେପରି  ଧାର୍ଯ୍ୟ  କରାଯାଇପାରେ  , ଏବଂ  କାର୍ଯ୍ୟାନୁଷ୍ଠାନର  ନଥି  ମଗାଇ  ପରୀକ୍ଷା  କରିବା  କ୍ଷମତା   ବହନ  କରିବେ , ଯେପରି  ସେମାନେ   ଉଚିତ୍  ମନେ  କରନ୍ତି ;

ଉଲ୍ଲେଖ  ଥାଉ  ଯେ , ଏହି ଦଫା  ଅନୁଯାୟୀ , ସଂପୃକ୍ତ  ପକ୍ଷଙ୍କୁ  କୌଣସି  ଯଥାଯଥ  ସୁଯୋଗ  ପ୍ରଦାନ  ନକରି  ଏପରି  କୌଣସି  ଆଦେଶ  ପ୍ରଦାନ  କରାଯିବ  ନାହିଂ  ।

୬୦ . ପୁନଃ  ବିଚାର  : - ଏହି  ଆଇନ୍  ଅନୁଯାୟୀ  ପ୍ରଦାନ  କରାଯାଇଥିବା  କୌଣସି  ଆଦେଶ  ଇଚ୍ଛୁକ  ସମସ୍ତ  ବ୍ୟକ୍ତିଙ୍କୁ  ସୂଚନା  ପ୍ରଦାନ  କରିବା  ପରେ  , ସେହି  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ପୁନଃ  ବିଚାର  କରାଯିବ , ଯେକି  ଏପରି ଆଦେଶ   ପ୍ରଦାନ  କରିଥିଲେ   କିମ୍ବା  କାର୍ଯ୍ୟାଳୟରେ  ତାଙ୍କ  ଉତ୍ତରାଧିକାରୀଙ୍କ  ଦ୍ଵାରା  ଏବଂ କାରଣ  ଉପରେ  ଯେ , ଏହି ଆଇନ୍  ଅନୁଯାୟୀ  କୌଣସି   କାର୍ଯ୍ୟାନୁଷ୍ଠାନ  ସମୟରେ  ଯଦି  କୌଣସି   କିରାଣୀ   ଜନିତ  ତ୍ରୁଟି  ଘଟିଥାଏ   ।

[(୨) ଉପ –ଦଫା  (୧) ର  ବ୍ୟବସ୍ଥାବଳୀ  ପ୍ରତି କୌଣସି   କ୍ଷତି  ନଘଟାଇ , ଯେଉଁ  ସ୍ଥଳରେ  ଅପିଲ୍  ଅଧିକାରୀ , ଦଫା  - ୪୪ ର  ଉପ – ଦଫା (୩) ଅନୁଯାୟୀ , କୌଣସି ବିବରଣୀର  ଚୂଡାନ୍ତ  ତାରିଖରୁ  ଦୁଇବର୍ଷ  ମଧ୍ୟରେ , କିମ୍ବା  ଅପିଲ୍  ଆଦେଶ  ତାରିଖରୁ  ଷାଠିଏ   ଦିନ  ମଧ୍ୟରେ  ତନ୍ମଧ୍ୟରୁ  ଯେଉଁଟି   ପରାର୍ତ୍ତୀ  ହୋଇଥାଏ , ସଂପୃକ୍ତ   ପକ୍ଷ  ଦ୍ଵାରା  ପ୍ରଦାନ  କରାଯାଇଥିବା  ଆବେଦନ  ପତ୍ର  ଉପରେ , ସନ୍ତୁଷ୍ଟ  ହୁଅନ୍ତି ଯେ , ଏହି ଆଇନ୍ ର  କୌଣସି ବ୍ୟବସ୍ଥାର  ଉଲ୍ଲଘଂନରେ   କୌଣସି ଜମିକୁ   ଏପରି  ବିବରଣୀରେ ଅନ୍ତର୍ଭୁକ୍ତ  କରାଯାଇଛି ; ସେପରିସ୍ଥଳେ  ସେ  ଉକ୍ତ  ଦଫା  ଅନୁଯାୟୀ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ପ୍ରଦତ୍ତ  ଆଦେଶକୁ   ସଂଶୋଧନ  କରିପାରନ୍ତି ;

ଉଲ୍ଲେଖ  ଥାଉ ଯେ , ସଂପୃକ୍ତ  ପକ୍ଷମାନଙ୍କୁ  ଶୁଣାଣୀର  କୌଣସି  ସୁଯୋଗ  ପ୍ରଦାନ  ନକରି , ଏପରି କୌଣସି  ସଂଶୋଧନ  କରାଯିବ  ନାହିଂ ;

ଆହୁରି  ଉଲ୍ଲେଖଥାଉ  ଯେ , ଏପରି  କୌଣସି  ସଂଶୋଧନ  କରାଯିବ  ନାହିଂ , ଯଦି : -

(କ) ରିଭିଜନ୍  ନିମନ୍ତେ , କୌଣସି   ଆବେଦନ  ପତ୍ର  ସ୍ଥଗିତ  ଥାଏ ; କିମ୍ବା

(ଖ) ଉକ୍ତ  ଦଫା  ଅନୁଯାୟୀ , ଏକ  ଆଦେଶ  ପ୍ରଦାନ  କରାଯାଇଥାଏ   ।

୬୧ . ଆଦେଶ  ଚୂଡାନ୍ତ   ହେବ  : - ଏହି   ଆଇନ୍ ର   କୌଣସି  ବ୍ୟବସ୍ଥାବଳୀ  ଅନୁଯାୟୀ  ପ୍ରଦାନ  କରାଯାଇଥିବା   ଆଦେଶ , ଅପିଲ୍  କିମ୍ବା  ରିଭିଜନ୍ ରେ ପ୍ରଦାନ  କରାଯାଇଥିବା  କୌଣସି   ଆଦେଶର  ନିୟନ୍ତ୍ରଣାଧିନରେ , ଯେଉଁ  ସ୍ଥଳରେ   ଯେପରି  ପ୍ରଯୋଗନୀୟ , ଚୂଡାନ୍ତ  ହେବ  ଏବଂ କୌଣସି  ଆଇନ୍  ନ୍ୟାୟାଳୟରେ   ତାହା ପ୍ରଶ୍ନାୟୀତ  କରାଯିବ  ନାହିଂ   ।

୬୨ . ନ୍ୟାୟାଳୟ  ଶୁଳ୍କ : - ନ୍ୟାୟାଳୟ  ଶୁଳ୍କ  ଆଇନ୍ , ୧୮୦୭ ରେ ଧାରୀତ  କୌଣସି  ବ୍ୟବସ୍ଥା  ସତ୍ବେ , ଏହି ଆଇନ୍  ଅନୁଯାୟୀ , ପ୍ରତ୍ୟକ  ଦରଖାସ୍ତ  କିମ୍ବା  ଅପିଲ୍  ସ୍ମାରକ  ପତ୍ର , ଏପରି  ମୂଲ୍ୟର  ନ୍ୟାୟାଳୟ  ଶୁଳ୍କ ଟିକସ୍  ଧାରଣ  କରିବ , ଯେପରି  ଧାର୍ଯ୍ୟ  କରାଯାଇପାରେ  ।

୬୩ .  ତମାଦି   : - [(୧) ରାଜ୍ୟ  ସରକାର , ଯଥେଷ୍ଟ  କାରଣ  ନିମନ୍ତେ , ସମାୟାନୁକ୍ରମେ , ବିଜ୍ଞପ୍ତି  ଦ୍ଵାରା , ଉପ -  ଦଫା  (୨) ପ୍ରତି  ପ୍ରତିବନ୍ଧ  ଅନୁଯାୟୀ  କିମ୍ବା  ଦଫା  ୪ର  ଉପ – ଦଫା (୫) ପ୍ରତି  ପ୍ରତିବଦ୍ଧ  ଅନୁଯାୟୀ   କିମା ଦଫା  ୩୬ – ‘ କ ’ ଅନୁଯାୟୀ  ତମାଦି  ସମୟକୁ  ଏପରି  ସମୟ  ପର୍ଯ୍ୟନ୍ତ  ପରିବର୍ଦ୍ଧନ କରିପାରନ୍ତି , ଯେପରି  ସେ ଉଚିତ୍  ମନେ  କରିବେ ; ଏଣୁ , ଯାହେଉନା  କାହିଁକି , ଯେ , ଏପରି  ପରିବର୍ଦ୍ଧିତ  ଅବଧି  କିମ୍ବା  ସମୟ , କୌଣସି  କ୍ଷେତ୍ରରେ  , ଦୁଇ ବର୍ଷରୁ  ଅଧିକ  ହେବ  ନାହିଂ   ।

[(୨) ଏହି ଆଇନ୍  ଅନୁଯାୟୀ , ପ୍ରତ୍ୟକ  ଅପିଲ୍  କିମ୍ବା  ‘ ରିଭିଜନ୍ ’ ଆବେଦନପତ୍ର  , ଯଦି  ଏହି  ଆଇନ୍ ରେ  ଅନ୍ୟତ୍ର   ନିର୍ଦ୍ଧିଷ୍ଟ  ଭାବେ  ବ୍ୟବସ୍ଥାୟୀତ  ହୋଇନଥାଏ , ତାହା  ଏପରି  ଆଦେଶ  ତାରିଖରୁ  ତିରିଶ  ଦିନ  ମଧ୍ୟରେ  ଦାଖଲ  କରାଯିବ , ଯାହା  ବିରୁଦ୍ଧରେ  ଏପରି  ଅପିଲ୍  କିମ୍ବା  ‘ ରିଭିଜନ୍ ’ ଦାଏର କରାଯାଇଛି   । ଏପରି  ଅପିଲ୍  କିମ୍ବା  ରିଭିଜନ୍  ଦରଖାସ୍ତର  ଦାଏର  କିମ୍ବା  ଦାଖଲ  ପ୍ରତି , ଭାରତୀୟ  ତମାଦି  ଆଇନ୍ , ୧୯୦୮ (୨/୧୯୦୮)ର  ଦଫା  ୪,୫,୧୨ ଏବଂ  ୧୪ ର  ବ୍ୟବସ୍ଥାବଳୀ , ପ୍ରୟୋଗ  ହେବ   ।

୬୪ . ତଦନ୍ତ  ଏବଂ କାର୍ଯ୍ୟାନୁଷ୍ଠାନ  , ବୈଚାରୀକ  କାର୍ଯ୍ୟାନୁଷ୍ଠାନ  ହେବ  : - କୌଣସି  କାର୍ଯ୍ୟ  ଅଧିକାରୀ , ରାଜସ୍ୱ  ଉଚ୍ଚକର୍ମଚାରୀ , କଲେକ୍ଟର , କିମ୍ବା  ରାଜସ୍ୱପରିଷଦ  ସମ୍ମୁଖରେ , ଏହି ଆଇନ୍  ଅନୁଯାୟୀ , ସମସ୍ତ  କାର୍ଯ୍ୟାନୁଷ୍ଠାନ , ଭାରତୀୟ  ଦଣ୍ଡବିଧି  ଆଇନ୍ ର  ଦଫା  ୧୯୩ , ୨୨୮, ଏବଂ ୧୯୬ ର  ଅର୍ଥ  ମଧ୍ୟରେ  ଏକ  ବୈଚାରିକ  କାର୍ଯ୍ୟାନୁଷ୍ଠାନ  ଭାବେ  ଧରାଯିବ    ।

୬୫ . ଆଦେଶର  ସଂପାଦନ  : - [(୧) ଏହି  ଆଇନ୍ ର  କୌଣସି  ବ୍ୟବସ୍ଥା  ଅନୁଯାୟୀ ଆଦେଶ  ପ୍ରଦାନକାରୀ କୌଣସି   ଅଧିକାରୀ , ନିଜ  ମନକୁ ମନ  କିମ୍ବା  ଧାର୍ଯ୍ୟ  ପଦ୍ଧତିରେ   ପ୍ରଦାନ  କରାଯାଇଥିବା  କୌଣସି  ଆବେଦନ  ପତ୍ର  ଉପରେ  ଏପରି  ନିର୍ଦେଶ  ଦେଇପାରନ୍ତି  ଯେ , ଏପରି  କୌଣସି  ଆଦେଶର  ବିଷୟବସ୍ତୁ  ଗଠନ  କରୁଥିବା  କୌଣସି  ଜମିର  ଦଖଲ  ସେହି  ବ୍ୟକ୍ତିଙ୍କୁ  ପ୍ରଦାନ  କରାଯାଉ , ଯେକି  ଏପରି  ଦଖଲ  ନିମନ୍ତେ  ହକ୍ ଦାର  ଅଟନ୍ତି , ଏବଂ  ସେ  ଏପରି  ପଦକ୍ଷେପ  ଗ୍ରହଣ କରିପାରନ୍ତି , ଯେପରି  ତାଙ୍କ  ଆଦେଶକୁ   ପ୍ରଭାବିତ  କରାଯାଇପାରିବ   ।

[(୨) ଏହି ଆଇନ୍ ର  ବ୍ୟବସ୍ଥାବଳୀ  ଅନୁଯାୟୀ  ସରକାରଙ୍କୁ   ଦେୟ  କୌଣସି  ଜୋରିମାନା  କିମ୍ବା  ଅନ୍ୟାନ୍ୟ  ପ୍ରାପ୍ୟ , ବକେୟା   ଭୂ – ଖଜଣା  ଭାବେ  ଆଦାୟନୀୟ  ହେବ   ।

[୬୬ .  ଖର୍ଚ୍ଚର  ଅଂଶଭାବେ  ଆଇନ୍ ଜିବୀଙ୍କ  ଶୁଳ୍କ  ଏକ  ଅଂଶ  ଗଠନ  କରିବ  ନାହିଂ   : - ଏହି ଆଇନ୍  ଅନୁଯାୟୀ , କୌଣସି କାର୍ଯ୍ୟାନୁଷ୍ଠାନରେ  ଉପସ୍ଥିତ   ହେଉଥିବା  ଆଇନ୍ ଜିବୀଙ୍କ  ଶୁଳ୍କ   ଏପରି  କୌଣସି  କାର୍ଯ୍ୟାନୁଷ୍ଠାନର  ଅଂଶ  ଗଠନ  କରିବ  ନାହିଂ

୬୭ . ଦେୱାନୀ  ନ୍ୟାୟାଳୟର  କାର୍ତ୍ତୁତ୍ଵର  ପ୍ରତିବନ୍ଧନ  : - [ ଏହି ଆଇନ୍ ରେ  ଅନ୍ୟଥା  ବ୍ୟବସ୍ଥାୟୀତ  ବ୍ୟତୀତ, ଏପରି କୌଣସି  ମୋକଦ୍ଦମା  କିମ୍ବା  କାର୍ଯ୍ୟାନୁଷ୍ଠାନ  [ବିଚାର କରିବା  ଏବଂ ସ୍ଥିର  କରିବାରେ ] କୌଣସି  ଦେୱାନୀ  ନ୍ୟାୟାଳୟଙ୍କର  କତ୍ତୃତ୍ଵ  ରହିବ  ନାହିଂ , ଯାହାକି  ଏପରି  କୌଣସି ବିଷୟ  ସହ  ସଂପୃକ୍ତ  ଥାଏ , ଯାହାକୁ  ଏହି ଆଇନ୍  ଅନୁଯାୟୀ  କ୍ଷମତାୟୀତ  କୌଣସି  ଉଚ୍ଚକର୍ମଚାରୀ  କିମ୍ବା  ଅନ୍ୟ  ଦକ୍ଷ  ଅଧିକାରୀ  ସ୍ଥିର  କରିପାରିବେ   ।

୬୮ . ଦଣ୍ଡ  କିମ୍ବା   ଜୋରିମାନା : - (୧) ଏହି ଆଇନ୍  ଅନୁଯାୟୀ  ପ୍ରଦାନ   କରାଯାଇଥିବା  କୌଣସି  ଆଇନ୍  ସମ୍ମତ   ଆଦେଶକୁ  ଯଦି କୌଣସି  ବ୍ୟକ୍ତି  ଉଲ୍ଲଘଂନ  କରନ୍ତି , କିମ୍ବା  ଏହି  ଆଇନ୍  ଅନୁଯାୟୀ  ବୈଧଭାବେ  କିମ୍ବା  ଏହି ଆଇନ୍  ଅନୁଯାୟୀ  ପ୍ରଦାନ  କରିବା  କିମ୍ବା  ଦାଖଲ  କରାଯିବା ନିମନ୍ତେ  ଆବଶ୍ୟକ   କୌଣସି  ଘୋଷଣା  କରନ୍ତି  କିମ୍ବା  କୌଣସି  ତଥ୍ୟ  ଦାଖଲ   କରନ୍ତି ,  ଯାହାକି  ମିଥ୍ୟାବୋଲି  ସେ  ଜାଣନ୍ତି  କିମ୍ବା  ମିଥ୍ୟା  ବୋଲି  ବିଶ୍ଵାସ  କରିବାର  କାରଣ  ଥାଏ  , ତାହେଲେ  ଦୋଷୀ  ସାବ୍ୟସ୍ତ  ହେବା  ପରେ , ଯେକୌଣସି  ବର୍ଣ୍ଣନୀୟ  କାରାଦଣ୍ଡରେ  ଦଣ୍ଡିତ  ହେବେ , ଯାହାକି  ପାଞ୍ଚଶହ   ଟଙ୍କାରୁ  ପରିବର୍ଦ୍ଧନ  କରାଯାଇପାରେ  , କିମ୍ବା  ଉଭୟରେ  ଦଣ୍ଡିତ  ହେବେ   ।

[(୨) ଯଦି  କୌଣସି  ବ୍ୟକ୍ତି , ଦଫା  ୪୦ – ‘ ଖ ’ ଅନୁଯାୟୀ  ଆବଶ୍ୟକ  କୌଣସି  ଋଟର୍ଣ୍ଣ  ଦାଖଲ  କରିବାରେ   ଅକୃତକାର୍ଯ୍ୟ  ହୁଅନ୍ତୁ , ସେ  , ଦୋଷୀ  ସାବ୍ୟସ୍ତ  ହେବାପରେ , ଯେ  କୌଣସି  ବର୍ଣ୍ଣନୀୟ  କାରାଦଣ୍ଡରେ   ଦଣ୍ଡିତ  ହେବେ , ଯାହାକି ଛଅମାସ  ପର୍ଯ୍ୟନ୍ତ  ପରିବର୍ଦ୍ଧନ  କରାଯାଇପାରେ  କିମ୍ବା   ଜୋରିମାନାରେ , ଯାହାକି  ଏକ  ହଜାର ଟଙ୍କାକୁ   ପରିବର୍ଦ୍ଧନ  କରାଯାଇପାରେ  କିମ୍ବା  ଉଭୟରେ  ଦଣ୍ଡିତ  ହେବେ   ।

[(୩) ଯଦି  କୌଣସି  ବ୍ୟକ୍ତି , ତଫସିଲ୍ ଭୁକ୍ତ   ଉପଜାତି କିମ୍ବା  ତଫସିଲ୍ ଭୁକ୍ତ  ଜାତିର   ଜଣେ  ରୟତ  ହୋଇ  କୌଣସି ‘ ହୋଲ୍ ଡିଂ ’ ରୁ  ଦଫା  ୨୩ କିମ୍ବା  ଦଫା  ୨୩ – ‘ କ ’ ଅନୁଯାୟୀ  ବହିସ୍କୃତ  ହେବାପରେ ; ତାଙ୍କ  ସପକ୍ଷରେ କୌଣସି  ବୈଧ   ହସ୍ତାନ୍ତରଣ  ବିନା  ତାହା  ପୁନଃ   ଦଖଲ  କରନ୍ତି ; ତାହେଲେ  ସେ , ଦୋଷୀ  ସାବ୍ୟସ୍ତ  ହେବା ପରେ  ଦୁଇ  ବର୍ଷ  ସଶ୍ରମ  କାରାଦଣ୍ଡରେ  ଦଣ୍ଡିତ  ହେବେ  କିମ୍ବା  ଜୋରିମାନା  ସହିତ , ଯାହାକି  ଦୁଇଶହ  ଟଙ୍କାକୁ   ପରିବର୍ଦ୍ଧନ   କରାଯାଇପାରେ , କିମ୍ବା  ଉଭୟରେ  ଦଣ୍ଡିତ  ହେବେ  ।]

୬୯ .  କ୍ଷମତାର  ପ୍ରଦାନ  : - ସରକାର , ବିଜ୍ଞପ୍ତି ଦ୍ଵାରା  ନିର୍ଦେଶ  ଦେଇପାରନ୍ତି  ଯେ , ଏହି ଆଇନ୍  ଦ୍ଵାରା  ସେମାନଙ୍କ  ଉପରେ  ନ୍ୟସ୍ତ   କୌଣସି  କ୍ଷମତା , ଏପରି  ପରିସ୍ଥିତିରେ  ଏଏପରି  ସର୍ତ୍ତାବଳୀ   ଅନୁଯାୟୀ , ଯେପରି  ଉକ୍ତ  ବିଜ୍ଞପ୍ତିରେ   ଧାର୍ଯ୍ୟ  କରାଯାଇପାରେ , ତାହା  କୌଣସି  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ପରିଚାଳନା   କିମ୍ବା  ସଂପାଦନ  କରାଯାଇପାରେ , ଯେକି  ଏପରି  କ୍ଷମତାୟୀତ  ଅଟନ୍ତି   ।

୭୦ . କ୍ଷତିପୂରଣ : - (୧) ଏହି ଆଇନ୍  ଅନୁଯାୟୀ , କୌଣସି ବ୍ୟକ୍ତି  ଦ୍ଵାରା  ଉତ୍ତମ  ବିଶ୍ଵାସରେ  କରାଯାଇଥିବା   କୌଣସି  କାର୍ଯ୍ୟ  ନିମନ୍ତେ , ତାଙ୍କ  ବିରୁଦ୍ଧରେ  କୌଣସି  ମୋକଦ୍ଦମା   କିମ୍ବା   ଅନ୍ୟ ଆଇନ୍ ଗତ  କାର୍ଯ୍ୟାନୁଷ୍ଠାନ  ହୋଇପାରିବ  ନାହିଂ  ।

(୨) ଉତ୍ତମ  ବିଶ୍ଵାସରେ  କରାଯାଇଥିବା  କୌଣସି  କାର୍ଯ୍ୟ  ନିମନ୍ତେ  କିମ୍ବା  ସେଥି  ସହ ପ୍ରଣୀତ  କୌଣସି   ନିୟମାବଳୀ   ଅନୁଯାୟୀ  କରାଯାଇଥିବା  କୌଣସି କାର୍ଯ୍ୟ  ନିମନ୍ତେ , ଘଟିଥିବା  କୌଣସି  କ୍ଷତି  କିମ୍ବା  ଘଟିବାର ସମ୍ଭାବନା  ଥିବା  କୌଣସି  କ୍ଷତି  ନିମନ୍ତେ , ସରକାର  କିମ୍ବା  କୌଣସି  ଉଚ୍ଚକର୍ମଚାରୀ  କିମ୍ବା  ଅଧିକାରୀଙ୍କ   ବିରୁଦ୍ଧରେ , କୋଣସି   ମୋକଦ୍ଦମା   କିମ୍ବା  ଆଇନ୍ ଗତ  କାର୍ଯ୍ୟାନୁଷ୍ଠାନ  ଅଣାଯାଇପାରିବା  ନାହିଂ    ।

୭୧ .  କାର୍ଯ୍ୟ  ନିର୍ବାହୀ  ନିର୍ଦ୍ଦେଶାବଳୀ  : - ଏହି  ଆଇନ୍  ସହିତ  ସଂପୃକ୍ତ   ସମସ୍ତ  ବିଷୟରେ , ସରକାରଙ୍କର  ଏପରି   ନିର୍ଦ୍ଦେଶାବଳୀ  ଏବଂ  ନିର୍ଦେଶ  ନିର୍ଗମ  କରିବା  କ୍ଷମତା  ରହିବ , ଯେପରି ସେମାନେ  କାର୍ଯ୍ୟନିର୍ବାହୀ   କିମ୍ବା  ପ୍ରଶାସନିକ  କାର୍ଯ୍ୟ ,  କୌଣସି  ଅଧିକାରୀଙ୍କ   ଦ୍ଵାରା  ସଂପାଦନ  କରାଯାଇପାରିବ , ଯାହାକି  ଏହି ଆଇନ୍  ଅନୁଯାୟୀ , ସେମାନଙ୍କ  ଉପରେ  ନ୍ୟସ୍ତ  କରାଯାଇଛି   ।

୭୨ .  ଜମି  ଉପରେ  ପ୍ରବେଶ  କରିବା କ୍ଷମତା : - କୌଣସି ସର୍ତ୍ତ  ଏବଂ କଟକଣାର   ନିୟନ୍ତ୍ରଣାଧିନରେ , ଯେପରି  ଧାର୍ଯ୍ୟ  କରାଯାଇପାରେ ,  ଏହି ଆଇନ୍  ଅନୁଯାୟୀ  କୌଣସି  କର୍ତ୍ତବ୍ୟ   ସଂପାଦନ  କରିବା  ନିମନ୍ତେ  ନ୍ୟସ୍ତ  କୌଣସି   ଉଚ୍ଚକର୍ମଚାରୀ , ସୂର୍ଯ୍ୟ ଉଦୟ  ଏବଂ  ସୂର୍ଯ୍ୟାସ୍ତ  ମଧ୍ୟରେ  କୌଣସି  ସମୟରେ, ଏପରି   ଅନ୍ୟ  ଉଚ୍ଚକର୍ମଚାରୀ ଏବଂ   ବ୍ୟକ୍ତିମାନଙ୍କ  ସହିତ   କୌଣସି  ଜମିରେ , ପର୍ଯ୍ୟବେକ୍ଷଣ   ନିମନ୍ତେ  ପ୍ରବେଶ  କରିପାରନ୍ତି   ଏବଂ  କୌଣସି ଜମିର  ମାପଚୁପ   ନେଇପାରନ୍ତି  ଏବଂ  ଅନ୍ୟାନ୍ୟ   ଆବଶ୍ୟକ  କାର୍ଯ୍ୟ  କରିପାରନ୍ତି , ଯାହାକି   ଏହି  ଆଇନ୍  ଅନୁଯାୟୀ   ତାଙ୍କର  କର୍ତ୍ତବ୍ୟ  ପରିପାଳନ   ନିମନ୍ତେ  ଆବଶ୍ୟକ  ଅଟେ   ।

୭୩ . କେତେକେ   ନିର୍ଦ୍ଧିଷ୍ଟ  ଜମିପ୍ରତି , ଆଇନ୍  ପ୍ରୟୋଗ  ହେବ  ନାହିଂ  : - ଏହି  ଆଇନ୍ ରେ  ଧାରୀତ କୌଣସି ବ୍ୟବସ୍ଥା   ନିମ୍ନ  ପ୍ରତି  ପ୍ରୟୋଗ  ହେବ  ନାହିଂ  : -

(କ) ସେମାନଙ୍କ   ଦ୍ଵାରା  ଧାରୀତ  ଜମିଗୁଡିକ  ସଂବନ୍ଧରେ   ସରକାର , ଯାହାକି  କୌଣସି  ସର୍ବସାଧାରଣ  ଉଦ୍ଦେଶ୍ୟ  ନିମନ୍ତେ   ବ୍ୟବହୃତ  କିମ୍ବା  ପୃଥକ୍  ରଖାଯାଇଥାଏ ;

[(ଖ)  ନିମ୍ନଙ୍କ  ଦ୍ଵାରା   ଧାରୀତ  ଜମିପ୍ରତି  : -

(୧) ଭାରତ  ସରକାର ;

(୨) କୌଣସି  ସ୍ଥାନୀୟ  ଅଧିକାରୀ ;

(୩) ରାଜ୍ୟରେ  ଆଇନ୍  ଦ୍ଵାରା  ସ୍ଥାପିତ  କୌଣସି  ବିଶ୍ୱବିଦ୍ୟାଳୟ ;

(୪)  ଓଡିଶା  ଭୂ – ଦାନ  ଏବଂ  ଗ୍ରାମଦାନ  ଆଇନ୍ , ୧୯୭୦ (ଓଡିଶା  ଆଇନ୍ ୨/୧୯୭୧) ଅନୁଯାୟୀ  ସ୍ଥାପିତ  ଭୁଦାନ  ଯୋଜନା  ସମିତି ;

(୫) କଂପାନୀ  ଆଇନ୍ , ୧୯୫୬ (୧/୧୯୫୬ ରେ   ଯେପରି ସଂଜ୍ଞାୟୀତ ,  କୌଣସି  ସରକାରୀ   କଂପାନୀ ;

(୬) ବଳବତ୍ତର  ଥିବା  କୌଣସି  ଆଇନ୍  ଅନୁଯାୟୀ  ସ୍ଥାପିତ  କୌଣସି ନିଗମ ;

(ଗ) କୌଣସି   ଅଂଚଳ  ପ୍ରତି  , ଯାହାକି  ସରକାର , ସମୟାନୁକ୍ରମେ , କାର୍ଯ୍ୟାଳୟ  ଗେଜେଟ୍ ରେ  , ବିଜ୍ଞପ୍ତି  ଦ୍ଵାରା  , ସହରାଞ୍ଚଳ , ଅଣ – କୃଷି  କିମ୍ବା  ଶିଳ୍ପନୈତିକ   ଉନ୍ନୟନ  ନିମନ୍ତେ  ସଂରକ୍ଷିତ  କିମ୍ବା  ଅନ୍ୟ  କୌଣସି  ନିର୍ଦିଷ୍ଟ   ଉଦ୍ଦେଶ୍ୟ  ନିମନ୍ତେ ; ଏବଂ

[(ଘ)  କୌଣସି  ଜମି ପ୍ରତି , ଯାହାକି  କୌଣସି   ଦେୱାନୀ , ରାଜସ୍ୱ  କିମ୍ବା  ଫୌଜଦାରୀ ନ୍ୟାୟାଳୟ  ଅଧିନରେ , ୧୯୭୦ ମସିହା  ସେପ୍ଟେମ୍ବର  ୨୬ ତାରିଖର   ଠିକ୍  ପୂର୍ବରୁ , ପରିଚାଳନାଧିନ  ଅଛି , ଅବମ  ତାହା  ସେହି  ସମୟ  ପର୍ଯ୍ୟନ୍ତ , ଯେ  ପର୍ଯ୍ୟନ୍ତ  ଏପରି  ପରିଚାଳନା  ଲାଗି   ରହିଥାଏ  ।

୭୪ . ରଦ୍ଧିକରଣ : -

(୧) ଏହି  ଆଇନ୍ ର  ଅଧ୍ୟାୟ  ୧ ବଳବତ୍ତର  ହେବାପରେ , ଓଡିଶା  ଜମି  କୃଷକ  ନିଦାନ ଆଇନ୍ , ୧୯୫୫ (୧/୧୯୫୫) ରଦ୍ଧିକୃତ  ହେବ   ।

(୨)  ଉପ – ଦଫା (୧) ଅନୁଯାୟୀ  ରଦ୍ଧିକରଣ ,  ନିମ୍ନକୁ  ପ୍ରଭାବିତ  କରିବ  ନାହିଂ : -

(କ) ଉକ୍ତ  ଆଇନ୍ ର  ପୂର୍ବ   କାର୍ଯ୍ୟକାରୀତା  କିମ୍ବା  ଯାହା   ସଠିକ୍ ଭାବେ  କରାଯାଇଥାଏ  କିମ୍ବା  ତାହା  ଅନୁଯାୟୀ ଭୋଗ  କରାଯାଇଥାଏ ; କିମ୍ବା

(ଖ)  ଉକ୍ତ  ଆଇନ୍  ଅନୁଯାୟୀ , କୌଣସି  ଅଧିକାର , ସୁବିଧା  କିମ୍ବା  ଦାୟିତ୍ଵ , ଯାହାକି  ଗ୍ରହଣ  କରାଯାଇଥାଏ , ଉଦ୍ରେକ୍  ହୋଇଥାଏ ; କିମ୍ବା

(ଗ) ଉକ୍ତ  ଆଇନ୍  ବିରୁଦ୍ଧରେ  ସଂଗଠିତ  କୌଣସି  ଅପରାଧ  ସଂବନ୍ଧରେ  କୌଣସି  ଜୋରିମାନା , ବ୍ୟାଜ୍ୟାପ୍ତି  କିମ୍ବା  ଦଣ୍ଡ ; କିମ୍ବା

(ଘ) ଏପରି  ଅଧିକାର , ସୁବିଧା , ଦାୟିତ୍ଵ , ଜୋରିମାନା ବ୍ୟାଜ୍ୟାପ୍ତି କିମ୍ବା ଉପରୋକ୍ତ  ଅନୁଯାୟୀ ଦଣ୍ଡ  ସଂବନ୍ଧରେ , କୌଣସି  ଅନୁସନ୍ଧାନ , ଆଇନ୍ ଗତ  କାର୍ଯ୍ୟାନୁଷ୍ଠାନ  କିମ୍ବା  ନିଦାନ , ଏବଂ  ଏପରି  ଅନୁସନ୍ଧାନ ଆଇନ୍ ଗତ  କାର୍ଯ୍ୟାନୁଷ୍ଠାନ  କିମ୍ବା  ନିଦାନ  ମଧ୍ୟ  ଅନୁଷ୍ଠିତ  ହୋଇପାରେ  ଏବଂ  ଏପରି  ଜୋରିମାନାର  ବ୍ୟାଜ୍ୟାପ୍ତିକୁ   ବଳବତ୍ତର  କରାଯାଇପାରେ  ଏବଂ କୌଣସି  ଦଣ୍ଡ  ଧାର୍ଯ୍ୟ  କରାଯାଇପାରେ , ଯେପରିକି  ଏହି ଆଇନ୍  ପ୍ରଣୟନ  କରାଯାଇ  ନାହିଂ   ।

୭୫ . ନିୟମାବଳୀ ପ୍ରଣୟନ  କରିବା  କ୍ଷମତା  : - (୧) ସରକାର , ପୂର୍ବ  ପ୍ରକାଶନ  ପରେ , ଏହି  ଆଇନ୍ ର  ସମସ୍ତ  କିମ୍ବା  ଯେକୌଣସି   ଉଦ୍ଦେଶ୍ୟ  ପରିପାଳନ  କରିବା  ନିମନ୍ତେ , ନିୟମ  ପ୍ରଣୟନ  କରିପାରନ୍ତି   ।

(୨)  ପୂର୍ବୋକ୍ତ  କ୍ଷମତାର  ସାଧାରଣତ୍ଵରେ  କୌଣସି   ଆଞ୍ଚ୍ ନ  ଘଟାଇ , ଏହି  ଆଇନ୍  ଦ୍ଵାରା  ଅପଷ୍ଟ  ଭାବେ ଆବଶ୍ୟକ କିମ୍ବା  ଅନୁମୋଦିତ  ସମସ୍ତ  ବିଷୟ  ସଂବନ୍ଧରେ  ସେମାନେ  ନିୟମାବଳୀ   ପ୍ରସ୍ତୁତ  କରିପାରନ୍ତି , ଯେପରି  ଧାର୍ଯ୍ୟ କରାଯାଇପାରେ ;

(୩) ଏହି ଦଫା  ଅନୁଯାୟୀ  ପ୍ରଣୀତ  ସମସ୍ତ  ନିୟମାବଳୀ , ବିଧାନ ସଭାରେ , ଯେତେ  ଶୀଘ୍ର   ସମ୍ଭବ  ଚଉଦ  ଦିନ  ପର୍ଯ୍ୟନ୍ତ  ଉପସ୍ଥାପନ  କରାଯିବ , ଯାହାକି  ଗୋଟିଏ  କିମ୍ବା  ଅଧିକ  ଅଧିବେସନକୁ  ଧାରଣ  କରିବ  ଏବଂ  ଏହା  ଏପରି  ସଂଶୋଧନର  ନିୟନ୍ତ୍ରଣାଧିନ  ହେବ , ଯେପରି   ବିଧାନସଭା , ଏପରି ସମୟ  ମଧ୍ୟରେ  କରିପାରନ୍ତି   ।

୭୬. ସନ୍ଦେହ ଏବଂ କ୍ଲେଶ  ଅପସାରଣ  ନିମନ୍ତେ  କ୍ଷମତା  : - ଯଦି  ଏହି ଆଇନ୍ ର  ବ୍ୟବସ୍ଥାବଳୀକୁ  ପ୍ରଭାବିତ  କରିବାରେ , କୌଣସି  ସନ୍ଦେହ  କିମ୍ବା  କ୍ଲେଶ  ଉଦ୍ରେକ  ହୁଏ ,  ସେପରି  ସ୍ଥଳେ   ସରକାର , ଯେପରି  ପରିସ୍ଥିତି  ଆବଶ୍ୟକ  କରିବ , ଆଦେଶ ଦ୍ଵାରା ,  ଏହି  ଆଇନ୍ ର  ବ୍ୟବସ୍ଥାବଳୀ  ସହିତ  ସମନ୍ଵୟ   ରକ୍ଷାକରି  ଯେକୌଣସି  କାର୍ଯ୍ୟ  କରିପାରନ୍ତି , ଯାହାକି  ଏପରି  ସନ୍ଦେହ  କିମ୍ବା  କ୍ଳେଶର   ଅପସାରଣ   ନିମନ୍ତେ  ଆବଶ୍ୟକ ଅଟେ  ।

ପରିଶିଷ୍ଠ – ୧

ଓଡିଶା  ଆଇନ୍ ୧୩/୧୯୬୭

ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍ , ୧୯୭୬

୩ . ରଦ୍ଧିକରଣ  ଏବଂ  ସଂରକ୍ଷଣ : - ଓଡିଶା  ଭୂ – ସଂସ୍କାର  (ସଂଶୋଧନ)ଅଧ୍ୟାଦେଶ ,୧୯୬୭ (୭/୧୯୬୭) କୁ , ଏତତ୍ ଦ୍ଵାରା  ରଦ୍ଧିକୃତ   କରାଯାଉଛି   ।

(୨) ଏପରି  ରଦ୍ଧିକରଣ  ସତ୍ବେ  , ଉକ୍ତ  ଅଧ୍ୟାଦେଶ  ଅନୁଯାୟୀ   କରାଯାଇଥିବା  କାର୍ଯ୍ୟ  କିମ୍ବା  ଗ୍ରହଣ  କରାଯାଇଥିବା   କାର୍ଯ୍ୟାନୁଷ୍ଠାନ , ଏହି  ଆଇନ୍  ଅନୁଯାୟୀ  କରାଯାଇଛି  କିମ୍ବା  ଗ୍ରହଣ  ବୋଲି  ଧରାଯିବ , ଯେପରିକି  ଏହି ଆଇନ୍  ସେହିଦିନ  ବଳବତ୍ତର  ଥିଲା  ଯେବେ  ଏପରି  କାର୍ଯ୍ୟ  କରାଯାଇଥିଲା  କିମ୍ବା  ଏପରି  କାର୍ଯ୍ୟାନୁଷ୍ଠାନ  ଗ୍ରହଣ  କରାଯାଇଥିଲା   ।

ପରିଶିଷ୍ଠ – ୨

ଓଡିଶା  ଆଇନ୍ ୧୮/୧୯୭୦

ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍ , ୧୯୭୦

୩ . ରଦ୍ଧିକରଣ  ଏବଂ  ସଂରକ୍ଷଣ : - (୧)ଓଡିଶା  ଭୂ –ସଂସ୍କାର (ସଂଶୋଧନ) ଅଧ୍ୟାଦେଶ ୨/୧୯୭୦ କୁ ଏତତ୍ ଦ୍ଵାରା   ରଦ୍ଧିକୃତ  କରାଯାଉଛି    ।

(୨) ଏପରି   ରଦ୍ଧିକରଣ  ସତ୍ବେ ,  ଉକ୍ତ  ଅଧ୍ୟାଦେଶ  ଅନୁଯାୟୀ  କରାଯାଇଥିବା   କୌଣସି  କାର୍ଯ୍ୟ  କିମ୍ବା  ଗ୍ରହଣ  କରାଯାଇଥିବା  କୌଣସି  କାର୍ଯ୍ୟାନୁଷ୍ଠାନ  ଏହି  ଆଇନ୍  ଅନୁଯାୟୀ   କରାଯାଇଛି  କିମ୍ବା  ଗ୍ରହଣ  କରାଯାଇଛି   ବୋଲି  ଧରାଯିବ, ଯେପରିକି   ଏହି  ଆଇନ୍  ସେହି  ଦିନ  ବଳବତ୍ତର  ଥିଲା , ଯେବେ  ଏହି  କାର୍ଯ୍ୟ  କରାଯାଇଥିଲା  କିମ୍ବା  କାର୍ଯ୍ୟାନୁଷ୍ଠାନ  ଗ୍ରହଣ  କରାଯାଇଥିଲା   ।

ପରିଶିଷ୍ଠ –୩

ରାଷ୍ଟ୍ରପତିଙ୍କ  ଆଇନ୍ ୧୮/୧୯୭୩

ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍ , ୧୯୭୩

୩ . ସ୍ଥଗିତ  କାର୍ଯ୍ୟାନୁଷ୍ଠାନ  ସଂବନ୍ଧରେ  ବ୍ୟବସ୍ଥାବଳୀ  : - (୧) ମୂଳ  ଆଇନ୍ ର  ଅଧ୍ୟାୟ – ୪ ଅନୁଯାୟୀ  ଆରମ୍ଭ  କରାଯାଇଥିବା  ସମସ୍ତ  କାର୍ଯ୍ୟାନୁଷ୍ଠାନ  ଏବଂ  ଯାହାକି  ଏହି ଆଇନ୍  ପ୍ରଚଳନ  ସମୟରେ  ସ୍ଥଗିତ  ଥାଏ ; ତାହା  ରହିତ  ହେବ  ।

(୨) ଏହି  ଆଇନ୍ ର  ପ୍ରଚଳନ  ପୂର୍ବରୁ , ମୂଳ ଆଇନ୍ର  ଅନୁଯାୟୀ  କୌଣସି  ବ୍ୟକ୍ତି  ଦ୍ଵାରା  ଦାଖଲ  କରାଯାଇଥିବା  ଋଟର୍ଣ୍ଣ , ଏହି ଆଇନ୍  ଦ୍ଵାରା  ସଂଶୋଧିତ  ମୂଳ  ଆଇନ୍  ଅନୁଯାୟୀ , ‘ ସିଲିଂ ’  ଅଂଚଳ  ସ୍ଥିର  କରିବାରେ   ବିଚାରକୁ   ନିଆଯିବ   ।

(୩) ମୂଳ  ଆଇନ୍ ର  ଦଫା  ୨ର  ଧାରା  (୨୪) ର  ଉପ – ଧାରା  (ଖ) ଅନୁଯାୟୀ  ଉଦ୍ରେକ  ଘଟଣା  କିମ୍ବା  ମୋକଦ୍ଦମା  ଯାହାକି  ଏହି  ଆଇନ୍ ର  ପ୍ରଚଳନ  ପୂର୍ବରୁ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ନିକଟରେ  ସ୍ଥଗିତ   ଥାଏ , ତାହା  କିମ୍ବା   ସେଗୁଡିକ  , ଏହି  ଆଇନ୍  ଦ୍ଵାରା  ସଂଶୋଧିତ , ମୂଳ  ଆଇନ୍ ର  ଦଫା  ୫୭ – ‘କ’ ଅନୁଯାୟୀ  ଗଠିତ  ଟ୍ରିବ୍ୟୁନାଲ୍ କୁ  ହସ୍ତାନ୍ତରୀତ  ହେବ  ଏବଂ  ତାପରେ  ଉକ୍ତ  ଟ୍ରିବ୍ୟୁନାଲ୍ କୁ  ଉଲ୍ଲେଖିତ  ଏପରି  ସମସ୍ତ  ମୋକଦ୍ଦମା  ପ୍ରତି , ଦଫା ୫୭ – ‘କ’ ଯେତେଦୂର   ସମ୍ଭବ , ପ୍ରୟୋଗ  ହେବ   ।

୨୪ . ରଦ୍ଧିକରଣ : - ଓଡିଶା  ଜମି  ପରିବର୍ତ୍ତନ  ନିଷେଧ  ଆଇନ୍ , ୧୯୭୫ (୧୬/୧୯୭୨)କୁ  ଏତତ୍ ଦ୍ଵାରା  ରଦ୍ଦ  କରାଯାଇଛି   ।

ପରିଶିଷ୍ଠ –୪

ଓଡିଶା  ଆଇନ୍ ସଂଖ୍ୟା ୯/୧୯୭୪

ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍ , ୧୯୭୪

୨୩ . ସ୍ଥଗିତ କାର୍ଯ୍ୟାନୁଷ୍ଠାନ  ସଂବନ୍ଧରେ  ବ୍ୟବସ୍ଥା  : - (୧) ମୂଳ  ଆଇନ୍ ର  ଅଧ୍ୟାୟ – ୪ ଅନୁଯାୟୀ  ଆରମ୍ଭ  କରାଯାଇଥିବା   ସମସ୍ତ  କାର୍ଯ୍ୟାନୁଷ୍ଠାନ  ଅବମ  ଯାହାକି   ଏହି  ଆଇନ୍ ର  ପ୍ରାରମ୍ଭ  ସମୟରେ  ସ୍ଥଗିତ  ଥାଏ , ତାହା  ରହିତ  ହେବ   ।

(୨) ଏହି  ଆଇନ୍ ର  ପ୍ରଚଳନ  ପୂର୍ବରୁ , ମୂଳ  ଆଇନ୍  ଅନୁଯାୟୀ , କୌଣସି  ବ୍ୟକ୍ତି   ଦ୍ଵାରା  ଦାଖଲ  କରାଯାଇଥିବା  ଋଟର୍ଣ୍ଣ   ଯଦି  କିଛି  ଥାଏ , ତାହା  ଏହି  ଆଇନ୍  ଦ୍ଵାରା  ସଂଶୋଧିତ , ମୂଳ  ଆଇନ୍  ଅନୁଯାୟୀ , ସିଲିଂ ଅଂଚଳ ସ୍ଥିର  କରିବାରେ , ବିଚାରକୁ  ନିଆଯିବ   ।

(୩) ମୂଳ  ଆଇନ୍ ର  ଦଫା  ୨ର  ଧାରା  (୨୪)ର  ଉପ – ଧାରା  (ଖ) ଅନୁଯାୟୀ  ଉଦ୍ରେକ  ସମସ୍ତ  ଘଟଣା  କିମ୍ବା  ମୋକଦ୍ଦମା  ଏବଂ  ଯେଉଁ  ଗୁଡିକ  ଏହି  ଆଇନ୍ ର  ଠିକ୍  ପ୍ରଚଳନ  ପୂର୍ବରୁ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ସମ୍ମୁଖରେ  ସ୍ଥଗିତ  ଥାଏ ; ସେଗୁଡିକ   ଏହି  ଆଇନ୍  ଦ୍ଵାରା  ସଂଶୋଧିତ  ମୂଳ ଆଇନ୍ ର  ଦଫା  ୫୭ – ‘ କ ’ ଅନୁଯାୟୀ  ଗଠିତ  ଟ୍ରିବ୍ୟୁନାଲ୍ କୁ  ହସ୍ତାନ୍ତରୀତ   ହେବ  ଏପରି  ମୋକଦ୍ଦମାଗୁଡିକ  ପ୍ରତି  ପ୍ରୟୋଗ  ହେବ   ।

୨୪ . ଓଡିଶା  ଆଇନ୍  ସଂଖ୍ୟା  ୭୬/୧୯୭୨ (ରାଷ୍ଟ୍ରପତିଙ୍କ  ଆଇନ୍  ସଂଖ୍ୟା  ୧୭/୧୯୭୩) ଏବଂ  ଓଡିଶା  ଅଧ୍ୟାଦେଶ  ସଂଖ୍ୟା   ୨/୧୯୭୪ ର  ରଦ୍ଦିକରଣ  : - (୧) ଓଡିଶା  ଜମି  ହସ୍ତାନ୍ତରଣ  ନିଷେଧ  ଆଇନ୍ , ୧୯୭୨ (୧୬/୧୯୭୨) ; ଓଡିଶା  ଭୂ – ସଂସ୍କାର (ସଂଶୋଧନ) ଆଇନ୍ , ୧୯୭୩ (ରାଷ୍ଟ୍ରପତିଙ୍କ  ଆଇନ୍  ୧୭/୧୯୭୩) ଏବଂ  ଓଡିଶା   ଭୂ – ସଂସ୍କାର  (ସଂଶୋଧନ) ଅଧ୍ୟାଦେଶ , ୧୯୭୪ (୨/୧୯୭୪) କୁ , ଏତତ୍  ଦ୍ଵାରା  ରଦ୍ଦ  କରାଯାଉଛି   ।

(୨) ଓଡିଶା  ଭୂ – ସଂସ୍କାର (ସଂଶୋଧନ) ଆଇନ୍ , ୧୯୭୩ (ରାଷ୍ଟ୍ରପତିଙ୍କ  ଆଇନ୍  ୧୭/୧୯୭୩) ଏବଂ  ଓଡିଶା ଭୂ – ସଂସ୍କାର  (ସଂଶୋଧନ) ଅଧ୍ୟାଦେଶ , ୧୯୭୪ (୨/୧୯୭୪) ର , ରଦ୍ଦିକରଣ  ସତ୍ବେ , ଏହି ଆଇନ୍  ଦ୍ଵାରା  ସଂଶୋଧିତ ମୂଳ ଆଇନ୍ ଅନୁଯାୟୀ  କରାଯାଇଥିବା  କାର୍ଯ୍ୟ  କିମ୍ବା  ଗ୍ରହଣ  କରାଯାଇଥିବା  କାର୍ଯ୍ୟାନୁଷ୍ଠାନ , ଏହି  ଆଇନ୍ ଅନୁଯାୟୀ  କରାଯାଇଛି  ଏବଂ  ଗ୍ରହଣ  କରାଯାଇଛି  ବୋଲି  ଧରାଯିବ ; ଏବଂ  ଏହା  ୧୯୭୪ ମସିହା  ଜୁଲାଇ  ୧୧ ତାରିଖରେ  ରାଷ୍ଟ୍ରପତିଙ୍କ  ସମ୍ମତି  ଲାଭ  କଲା  ଏବଂ  ଓଡିଶା  ଅସାଧାରଣ   ଗେଜେଟ୍  ସଂଖ୍ୟା  ୧୦୯୨/୧୨.୭.୧୯୭୪ ରେ  ପ୍ରଥମେ  ପ୍ରକାଶିତ  ହେଲା   ।

ଏହି ଆଇନ୍ ଦ୍ଵାରା   ସଂଶୋଧିତ , ମୂଳ  ଆଇନ୍ ର  ସମସାମୟିକ  ବ୍ୟବସ୍ଥାବଳୀ  ଅନୁଯାୟୀ , ଅଧ୍ୟାଦେଶ  କରାଯାଇଛି  ବୋଲି  ଧରାଯିବ   ।

ପରିଶିଷ୍ଠ –୫

ଓଡିଶା  ଆଇନ୍  ୪୭ /୧୯୭୫

ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍ , ୧୯୭୫

୪.ରଦ୍ଦିକରଣ ଏବଂ  ସଂରକ୍ଷଣ  : - (୧) ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଅଧ୍ୟାଦେଶ , ୧୯୭୫ (୬/୧୯୭୫) କୁ , ଏତତ୍  ଦ୍ଵାରା  ରଦ୍ଦ  କରାଯାଉଛି   ।

(୨) ଏପରି  ରଦ୍ଦିକରଣ  ସତ୍ବେ , ଉକ୍ତ  ଅଧ୍ୟାଦେଶ  ଅନୁଯାୟୀ  କରାଯାଇଥିବା  କୌଣସି  କାର୍ଯ୍ୟ , ଗ୍ରହଣ  କରାଯାଇଥିବା  କାର୍ଯ୍ୟାନୁଷ୍ଠାନ  କିମ୍ବା  ନିର୍ଗମ  କରାଯାଇଥିବା  କୌଣସି  ବିଜ୍ଞପ୍ତି , ଏହି  ଆଇନ୍  ଦ୍ଵାରା  ସଂଶୋଧିତ  ମୂଳ  ଆଇନ୍  ଅନୁଯାୟୀ  କରାଯାଇଛି , ଗ୍ରହଣ  କରାଯାଇଛି  କିମ୍ବା  ନିର୍ଗମ  କରାଯାଇଛି  ବୋଲି  ଧରାଯିବ   ।

ପରିଶିଷ୍ଠ –୬

ଓଡିଶା  ଆଇନ୍  ୨୯/୧୯୭୬

ଓଡିଶା  ଭୂ – ସଂସ୍କାର  (ଦ୍ଵିତୀୟ  ସଂଶୋଧନ) ଆଇନ୍ , ୧୯୭୬

୩୦ . ମଧ୍ୟବର୍ତ୍ତିକାଳୀନ  ଅସ୍ଥାୟୀ  ବ୍ୟବସ୍ଥାବଳୀ : - ମୂଳ ଆଇନ୍  ଅନୁଯାୟୀ  କୌଣସି  ଅପିଲ୍ କିମ୍ବା  ଦଫା  ୫୯ ଅନୁଯାୟୀ  କୌଣସି  ରିଭିଜନ୍ , ଯାହାକି  ଏହି  ଆଇନ୍ ର  ପ୍ରଚଳନ  ତାରିଖରେ , ସ୍ଥଗିତ ଥାଏ ; ତାହା  ଶୁଣାଣୀକରି  ଫଇସଲା  କରାଯିବ , ଯେପରିକି  ଏହି ଆଇନ୍ ପ୍ରଣୟନ  କରାଯାଇ  ନାହିଂ

ପରିଶିଷ୍ଠ –୭

ଓଡିଶା  ଆଇନ୍  ୪୪/୧୯୭୬

ଓଡିଶା  ଭୂ – ସଂସ୍କାର  (ଦ୍ଵିତୀୟ  ସଂଶୋଧନ) ଆଇନ୍ , ୧୯୭୬

୨୦ . ସଂରକ୍ଷଣ : - ଏହି  ଆଇନ୍  ଦ୍ଵାରା  ମୂଳ  ଆଇନ୍ ର  ଦଫା  ୬୩ ର  ସଂଶୋଧନ  ସତ୍ବେ , ଏହି ଆଇନ୍ ର  ପ୍ରଚଳନ  ତାରିଖ  ପୂର୍ବରୁ   ପ୍ରଦାନ  କରାଯାଇଥିବା  କୌଣସି  ଆଦେଶ  ବିରୁଦ୍ଧରେ , କୌଣସି  ଅପିଲ୍ କିମ୍ବା  କୌଣସି  ଆବେଦନପତ୍ର  କିମ୍ବା  କୌଣସି   ରିଭିଜନ୍  ସଂବନ୍ଧରେ   ତମାଦି  ସମୟ , ଯେପରି  ଉକ୍ତ  ଦଫାରେ  ଉଲ୍ଲେଖ  କରାଯାଇଛି ; ତାହା  , ଏପରି  ଆଦେଶ   ତାରିଖରୁ  ଷାଠିଏ  ଦିନ  ହେବ   ।


ଆଧାର : ଡ଼ ଲ  ହାଉସ

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate