অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଭୂ-ସଂସ୍କାର ଆଇନ୍, ୧୯୬୦(ବିବିଧା)

ଓଡିଶା ଭୂ-ସଂସ୍କାର ଆଇନ୍, ୧୯୬୦(ବିବିଧା)

ଅପିଲ୍ ଓ ରିଭିଜନ୍

ନିମ୍ନଲିଖିତ  ଯେକୌଣସି  ଦଫା  ଅନୁଯାୟୀ   ପ୍ରଦାନ  କରାଯାଇଥିବା   କୌଣସି  ଆଦେଶ  ଦ୍ଵାରା  ବ୍ୟଥିତ  କୌଣସି  ବ୍ୟକ୍ତି , ଧାର୍ଯ୍ୟ  ଅଧିକାରୀଙ୍କୁ  କୌଣସି ଅପିଲ୍  ଦାଏର୍  କରିପାରନ୍ତି ; ଯଥା -

ଦଫା ୪, ୯(୪), ୧୦,୧୨ (୨),  ୧୫,୧୬,୧୭,୧୮,୧୯(୧)(ଖ), (୪) ୨୦, ୨୧, ୨୨, (୧) [୨୨ – କ (୫), ୨୩(୨), ୨୩ – କ] ୨୭, ୨୮, [୩୪-କ, ୩୫] , [୩୬ -କ] ,[୩୬-‘ଗ’ ,  ୪୨] , [୪୫ – ଖ (୧)] ,[୫୨, ୫୫ – ‘କ’ , ୫୬ – ଖ ଏବଂ ୫୭ – ଖ (୪)- କ ]

  1. ଅପିଲ୍  ଦାଖଲ  କରିବା ଏବଂ  ଏହାର  ଫଇସଲା , ଧାର୍ଯ୍ୟ  ପଦ୍ଧତି  ଅନୁଯାୟୀ   ହେବ ।
  2. ଦଫା ୨୭, ଦଫା  ୩୫ କିମ୍ବା ଦଫା  ୩୬ – ‘ କ ’ ଅନୁଯାୟୀ  ପ୍ରଦାନ  କରାଯାଇଥିବା  କୌଣସି  ଆଦେଶ   ଦ୍ଵାରା  ବ୍ୟଥିତ  କୌଣସି  କୃଷକ  ଯାହାକି  ଓଡିଶା  ଭୁ – ସଂସ୍କାର  (ଦ୍ଵିତୀୟ   ସଂଶୋଧନ) ଆଇନ୍  ୧୯୭୫ ର  ପ୍ରଚଳନ  ତାରିଖ  ପୂର୍ବରୁ  ହୋଇଥାଏ , ତାହେଲେ  ଯଦି  ସେ  ଉପ – ଦଫା (୧) ରେ  ବ୍ୟବସ୍ଥାୟୀତ  ଅନୁଯାୟୀ  କୌଣସି  ଅପିଲ୍  ଦାଏର୍   କରିନଥାଆନ୍ତି , ସେପରିସ୍ଥଳେ  ସେ ,  ଉକ୍ତ  ତାରିଖରୁ  ଏକ ବର୍ଷ   ମଧ୍ୟରେ  ତାହା  ଦାଏର୍  କରିପାରିବେ ।

ରିଭିଜନ୍

  1. ଏହି ଆଇନ୍ ର  କୌଣସି  ବ୍ୟବସ୍ଥା  ଅନୁଯାୟୀ, କୌଣସି  ଅପିଲ୍ ରେ ପ୍ରଦାନ  କରାଯାଇଥିବା  କୌଣସି  ଆଦେଶ  ଦ୍ଵାରା  ବ୍ୟଥିତ  କୌଣସି   ବ୍ୟକ୍ତି  ଦ୍ଵାରା  ଆବେଦନପତ୍ର   ଉପରେ,  ଧାର୍ଯ୍ୟ  ଅଧିକାରୀ, ଏପରି  ଆଦେଶକୁ  ସଂଶୋଧନ   କରିପାରନ୍ତି।
  2. ରାଜସ୍ୱ  ପରିଷଦ, କୌଣସି  ଜିଲ୍ଲା  କଲେକ୍ଟର  କିମ୍ବା  ଭୁ – ସଂସ୍କାର  କମିଶନରଙ୍କ  ଦ୍ଵାରା  ସେ ସଂବନ୍ଧରେ ସୂଚୀତ  ହୋଇ  ଏପରି  ଆଦେଶ  ତାରିଖରୁ  ପଚିଶବର୍ଷ  ମଧ୍ୟରେ, ଏହି  ଆଇନ୍, କୌଣସି  ଅଧିକାରୀଙ୍କ   ଦ୍ଵାରା  ପ୍ରଦାନ  କରାଯାଇଥିବା   କୌଣସି  ଆଦେଶକୁ   ପୁନଃ  ବିଚାର  କରିପାରନ୍ତି ।

ବୈଧତା

କୌଣସି  ନ୍ୟାୟାଳୟ କିମ୍ବା  ଅନ୍ୟ   ଅଧିକାରୀଙ୍କ , କୌଣସି  ରାଏ , ଡିକ୍ରୀ  କିମ୍ବା  ଆଦେଶରେ  ଧାରୀତ  କୌଣସି  ବିଷୟ  ସତ୍ବେ , ମୂଳ  ଆଇନ୍ ର  ଦଫା  ୫୯ ର ଉପ- ଦଫା (୨) ଅନୁଯାୟୀ , ରିଭିଜନ୍ କ୍ଷମତା  ପରିଚାଳନାରେ , ରାଜସ୍ୱ  ପରିଷଦ  ଦ୍ଵାରା  ପ୍ରଦାନ  କରାଯାଇଥିବା  କୌଣସି ଆଦେଶ , ଯେପରି  ଏହା , ଏହି ଆଇନ୍  ପ୍ରକାଶନ  ତାରିଖ  ପୂର୍ବରୁ  ଥିଲା , ଯଦି  ଏପରି  ଆଦେଶ  ସଂଶୋଧିତ  ଆଦେଶ  ତାରିଖରୁ  ପଚିଶ  ବର୍ଷ  ମଧ୍ୟରେ  ପ୍ରଦାନ  କରାଯାଇଥାଏ ; ତାହା  ସମସ୍ତ  ଉଦ୍ଦେଶ୍ୟ  ନିମନ୍ତେ  ବୈଧ  ଏବଂ  ପ୍ରଭାବିତଭାବେ  ପ୍ରଦାନ  କରାଯାଇଛି  ବୋଲି ଧରାଯିବ , ଯେପରିକି  ମୂଳ  ଆଇନ୍ ଦଫା  ୫୯ ର ଉପ – ଦଫା (୨), ଏହି ଆଇନ୍ ଦଫା  ୨ ଦ୍ଵାରା  ଯେପରି  ସଂଶୋଧିତ , ତାହା  ଉକ୍ତ  ଉପାଦେୟ ସମୟରେ  ବଳବତ୍ତର  ଥାଏ  ଏବଂ  ସେହି ଅନୁଯାୟୀ, କୌଣସି  ନ୍ୟାୟାଳୟ  କିମ୍ବା  ଅନ୍ୟ  ଅଧିକାରୀଙ୍କ  ନିକଟରେ , ଏହି କାରଣ  ଉପରେ  କୌଣସି  ମୋକଦ୍ଦମା  କିମ୍ବା  ଅନ୍ୟ  ଆଇନଗତ  କାର୍ଯ୍ୟାନୁଷ୍ଠାନ  ଅନୁଷ୍ଠିତ  କରାଯାଇପାରିବ  ନାହିଁ , ଗ୍ରହଣୀୟ  ହେବ ନାହିଁ   କିମ୍ବା  ଚାଲୁ  କରାଯିବ  ନାହିଁ  ଯେ, ରାଜସ୍ୱ  ପରିଷଦ, କୌଣସି  ଯଥାର୍ଥତା  ଏବଂ  ଅନ୍ଯଥା  ବିଳମ୍ବରେ , ଦଫା  ୫୯ ର ଉପ-ଦଫା  (୨) ଅନୁଯାୟୀ ‘ରିଭିଜନ୍’ କ୍ଷମତା  ପରିଚାଳନା  କରିଛନ୍ତି  ।

କୌଣସି  ଆଦେଶ   ସଂଶୋଧନ  କରିବା  ଉଦ୍ଦେଶ୍ୟରେ  ଧାର୍ଯ୍ୟ  ଅଧିକାରୀ  ଏବଂ ରାଜସ୍ୱ  ବୋର୍ଡ  ଏପରି , ପଦ୍ଧତି  ଅନୁସରଣ   କରିବେ , ଯେପରି  ଧାର୍ଯ୍ୟ  କରାଯାଇପାରେ, ଏବଂ  କାର୍ଯ୍ୟାନୁଷ୍ଠାନର  ନଥି  ମଗାଇ  ପରୀକ୍ଷା  କରିବା  କ୍ଷମତା   ବହନ  କରିବେ, ଯେପରି  ସେମାନେ   ଉଚିତ୍  ମନେ  କରନ୍ତି ;

ଉଲ୍ଲେଖ  ଥାଉ  ଯେ , ଏହି ଦଫା  ଅନୁଯାୟୀ , ସଂପୃକ୍ତ  ପକ୍ଷଙ୍କୁ  କୌଣସି  ଯଥାଯଥ  ସୁଯୋଗ  ପ୍ରଦାନ  ନକରି  ଏପରି  କୌଣସି  ଆଦେଶ  ପ୍ରଦାନ  କରାଯିବ  ନାହିଁ  ।

ପୁନଃ  ବିଚାର :-

ଏହି  ଆଇନ୍  ଅନୁଯାୟୀ  ପ୍ରଦାନ  କରାଯାଇଥିବା  କୌଣସି  ଆଦେଶ  ଇଚ୍ଛୁକ  ସମସ୍ତ  ବ୍ୟକ୍ତିଙ୍କୁ  ସୂଚନା  ପ୍ରଦାନ  କରିବା  ପରେ  , ସେହି  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ପୁନଃ  ବିଚାର  କରାଯିବ , ଯେକି  ଏପରି ଆଦେଶ   ପ୍ରଦାନ  କରିଥିଲେ   କିମ୍ବା  କାର୍ଯ୍ୟାଳୟରେ  ତାଙ୍କ  ଉତ୍ତରାଧିକାରୀଙ୍କ  ଦ୍ଵାରା  ଏବଂ କାରଣ  ଉପରେ  ଯେ , ଏହି ଆଇନ୍  ଅନୁଯାୟୀ  କୌଣସି   କାର୍ଯ୍ୟାନୁଷ୍ଠାନ  ସମୟରେ  ଯଦି  କୌଣସି   କିରାଣୀ   ଜନିତ  ତ୍ରୁଟି  ଘଟିଥାଏ   ।

ଉପ –ଦଫା  (୧) ର  ବ୍ୟବସ୍ଥାବଳୀ  ପ୍ରତି କୌଣସି   କ୍ଷତି  ନଘଟାଇ , ଯେଉଁ  ସ୍ଥଳରେ  ଅପିଲ୍  ଅଧିକାରୀ , ଦଫା  - ୪୪ ର  ଉପ – ଦଫା (୩) ଅନୁଯାୟୀ , କୌଣସି ବିବରଣୀର  ଚୂଡାନ୍ତ  ତାରିଖରୁ  ଦୁଇବର୍ଷ  ମଧ୍ୟରେ , କିମ୍ବା  ଅପିଲ୍  ଆଦେଶ  ତାରିଖରୁ  ଷାଠିଏ   ଦିନ  ମଧ୍ୟରେ  ତନ୍ମଧ୍ୟରୁ  ଯେଉଁଟି   ପରାର୍ତ୍ତୀ  ହୋଇଥାଏ , ସଂପୃକ୍ତ   ପକ୍ଷ  ଦ୍ଵାରା  ପ୍ରଦାନ  କରାଯାଇଥିବା  ଆବେଦନ  ପତ୍ର  ଉପରେ , ସନ୍ତୁଷ୍ଟ  ହୁଅନ୍ତି ଯେ , ଏହି ଆଇନ୍ ର  କୌଣସି ବ୍ୟବସ୍ଥାର  ଉଲ୍ଲଘଂନରେ   କୌଣସି ଜମିକୁ   ଏପରି  ବିବରଣୀରେ ଅନ୍ତର୍ଭୁକ୍ତ  କରାଯାଇଛି ; ସେପରିସ୍ଥଳେ  ସେ  ଉକ୍ତ  ଦଫା  ଅନୁଯାୟୀ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ପ୍ରଦତ୍ତ  ଆଦେଶକୁ   ସଂଶୋଧନ  କରିପାରନ୍ତି ;

ଉଲ୍ଲେଖ  ଥାଉ ଯେ , ସଂପୃକ୍ତ  ପକ୍ଷମାନଙ୍କୁ  ଶୁଣାଣୀର  କୌଣସି  ସୁଯୋଗ  ପ୍ରଦାନ  ନକରି , ଏପରି କୌଣସି  ସଂଶୋଧନ  କରାଯିବ  ନାହିଁ ;

ଆହୁରି  ଉଲ୍ଲେଖଥାଉ  ଯେ , ଏପରି  କୌଣସି  ସଂଶୋଧନ  କରାଯିବ  ନାହିଁ , ଯଦି : -

  • ରିଭିଜନ୍  ନିମନ୍ତେ , କୌଣସି   ଆବେଦନ  ପତ୍ର  ସ୍ଥଗିତ  ଥାଏ ; କିମ୍ବା
  • ଉକ୍ତ  ଦଫା  ଅନୁଯାୟୀ , ଏକ  ଆଦେଶ  ପ୍ରଦାନ  କରାଯାଇଥାଏ   ।

ଆଦେଶ  ଚୂଡାନ୍ତ :-

ଏହି   ଆଇନ୍ ର   କୌଣସି  ବ୍ୟବସ୍ଥାବଳୀ  ଅନୁଯାୟୀ  ପ୍ରଦାନ  କରାଯାଇଥିବା   ଆଦେଶ , ଅପିଲ୍  କିମ୍ବା  ରିଭିଜନ୍ ରେ ପ୍ରଦାନ  କରାଯାଇଥିବା  କୌଣସି   ଆଦେଶର  ନିୟନ୍ତ୍ରଣାଧିନରେ , ଯେଉଁ  ସ୍ଥଳରେ   ଯେପରି  ପ୍ରଯୋଗନୀୟ , ଚୂଡାନ୍ତ  ହେବ  ଏବଂ କୌଣସି  ଆଇନ୍  ନ୍ୟାୟାଳୟରେ   ତାହା ପ୍ରଶ୍ନାୟୀତ  କରାଯିବ  ନାହିଁ   ।

ନ୍ୟାୟାଳୟ  ଶୁଳ୍କ : -

ନ୍ୟାୟାଳୟ  ଶୁଳ୍କ  ଆଇନ୍ , ୧୮୦୭ ରେ ଧାରୀତ  କୌଣସି  ବ୍ୟବସ୍ଥା  ସତ୍ବେ , ଏହି ଆଇନ୍  ଅନୁଯାୟୀ , ପ୍ରତ୍ୟକ  ଦରଖାସ୍ତ  କିମ୍ବା  ଅପିଲ୍  ସ୍ମାରକ  ପତ୍ର , ଏପରି  ମୂଲ୍ୟର  ନ୍ୟାୟାଳୟ  ଶୁଳ୍କ ଟିକସ୍  ଧାରଣ  କରିବ , ଯେପରି  ଧାର୍ଯ୍ୟ  କରାଯାଇପାରେ  ।

ତମାଦି   : -

  1. ରାଜ୍ୟ  ସରକାର , ଯଥେଷ୍ଟ  କାରଣ  ନିମନ୍ତେ , ସମାୟାନୁକ୍ରମେ , ବିଜ୍ଞପ୍ତି  ଦ୍ଵାରା , ଉପ -  ଦଫା  (୨) ପ୍ରତି  ପ୍ରତିବନ୍ଧ  ଅନୁଯାୟୀ  କିମ୍ବା  ଦଫା  ୪ର  ଉପ – ଦଫା (୫) ପ୍ରତି  ପ୍ରତିବଦ୍ଧ  ଅନୁଯାୟୀ   କିମା ଦଫା  ୩୬ – ‘ କ ’ ଅନୁଯାୟୀ  ତମାଦି  ସମୟକୁ  ଏପରି  ସମୟ  ପର୍ଯ୍ୟନ୍ତ  ପରିବର୍ଦ୍ଧନ କରିପାରନ୍ତି , ଯେପରି  ସେ ଉଚିତ୍  ମନେ  କରିବେ ; ଏଣୁ , ଯାହେଉନା  କାହିଁକି , ଯେ , ଏପରି  ପରିବର୍ଦ୍ଧିତ  ଅବଧି  କିମ୍ବା  ସମୟ , କୌଣସି  କ୍ଷେତ୍ରରେ  , ଦୁଇ ବର୍ଷରୁ  ଅଧିକ  ହେବ  ନାହିଁ   ।
  2. ଏହି ଆଇନ୍  ଅନୁଯାୟୀ , ପ୍ରତ୍ୟକ  ଅପିଲ୍  କିମ୍ବା  ‘ ରିଭିଜନ୍ ’ ଆବେଦନପତ୍ର  , ଯଦି  ଏହି  ଆଇନ୍ ରେ  ଅନ୍ୟତ୍ର   ନିର୍ଦ୍ଧିଷ୍ଟ  ଭାବେ  ବ୍ୟବସ୍ଥାୟୀତ  ହୋଇନଥାଏ , ତାହା  ଏପରି  ଆଦେଶ  ତାରିଖରୁ  ତିରିଶ  ଦିନ  ମଧ୍ୟରେ  ଦାଖଲ  କରାଯିବ , ଯାହା  ବିରୁଦ୍ଧରେ  ଏପରି  ଅପିଲ୍  କିମ୍ବା  ‘ ରିଭିଜନ୍ ’ ଦାଏର କରାଯାଇଛି   । ଏପରି  ଅପିଲ୍  କିମ୍ବା  ରିଭିଜନ୍  ଦରଖାସ୍ତର  ଦାଏର  କିମ୍ବା  ଦାଖଲ  ପ୍ରତି , ଭାରତୀୟ  ତମାଦି  ଆଇନ୍ , ୧୯୦୮ (୨/୧୯୦୮)ର  ଦଫା  ୪,୫,୧୨ ଏବଂ  ୧୪ ର  ବ୍ୟବସ୍ଥାବଳୀ , ପ୍ରୟୋଗ  ହେବ   ।

ତଦନ୍ତ  ଏବଂ କାର୍ଯ୍ୟାନୁଷ୍ଠାନ, ବୈଚାରୀକ  କାର୍ଯ୍ୟାନୁଷ୍ଠାନ  ହେବ :-

କୌଣସି  କାର୍ଯ୍ୟ  ଅଧିକାରୀ , ରାଜସ୍ୱ  ଉଚ୍ଚକର୍ମଚାରୀ , କଲେକ୍ଟର , କିମ୍ବା  ରାଜସ୍ୱପରିଷଦ  ସମ୍ମୁଖରେ , ଏହି ଆଇନ୍  ଅନୁଯାୟୀ , ସମସ୍ତ  କାର୍ଯ୍ୟାନୁଷ୍ଠାନ , ଭାରତୀୟ  ଦଣ୍ଡବିଧି  ଆଇନ୍ ର  ଦଫା  ୧୯୩ , ୨୨୮, ଏବଂ ୧୯୬ ର  ଅର୍ଥ  ମଧ୍ୟରେ  ଏକ  ବୈଚାରିକ  କାର୍ଯ୍ୟାନୁଷ୍ଠାନ  ଭାବେ  ଧରାଯିବ    ।

ଆଦେଶର  ସଂପାଦନ -

  1. ଏହି  ଆଇନ୍ ର  କୌଣସି  ବ୍ୟବସ୍ଥା  ଅନୁଯାୟୀ ଆଦେଶ  ପ୍ରଦାନକାରୀ କୌଣସି   ଅଧିକାରୀ , ନିଜ  ମନକୁ ମନ  କିମ୍ବା  ଧାର୍ଯ୍ୟ  ପଦ୍ଧତିରେ   ପ୍ରଦାନ  କରାଯାଇଥିବା  କୌଣସି  ଆବେଦନ  ପତ୍ର  ଉପରେ  ଏପରି  ନିର୍ଦେଶ  ଦେଇପାରନ୍ତି  ଯେ , ଏପରି  କୌଣସି  ଆଦେଶର  ବିଷୟବସ୍ତୁ  ଗଠନ  କରୁଥିବା  କୌଣସି  ଜମିର  ଦଖଲ  ସେହି  ବ୍ୟକ୍ତିଙ୍କୁ  ପ୍ରଦାନ  କରାଯାଉ , ଯେକି  ଏପରି  ଦଖଲ  ନିମନ୍ତେ  ହକ୍ ଦାର  ଅଟନ୍ତି , ଏବଂ  ସେ  ଏପରି  ପଦକ୍ଷେପ  ଗ୍ରହଣ କରିପାରନ୍ତି , ଯେପରି  ତାଙ୍କ  ଆଦେଶକୁ   ପ୍ରଭାବିତ  କରାଯାଇପାରିବ   ।
  2. ଏହି ଆଇନ୍ ର  ବ୍ୟବସ୍ଥାବଳୀ  ଅନୁଯାୟୀ  ସରକାରଙ୍କୁ   ଦେୟ  କୌଣସି  ଜୋରିମାନା  କିମ୍ବା  ଅନ୍ୟାନ୍ୟ  ପ୍ରାପ୍ୟ , ବକେୟା   ଭୂ – ଖଜଣା  ଭାବେ  ଆଦାୟନୀୟ  ହେବ   ।

ଖର୍ଚ୍ଚର  ଅଂଶଭାବେ  ଆଇନ୍ ଜିବୀଙ୍କ  ଶୁଳ୍କ  ଏକ  ଅଂଶ  ଗଠନ  କରିବ  ନାହିଁ   : -

ଏହି ଆଇନ୍  ଅନୁଯାୟୀ , କୌଣସି କାର୍ଯ୍ୟାନୁଷ୍ଠାନରେ  ଉପସ୍ଥିତ   ହେଉଥିବା  ଆଇନ୍ ଜିବୀଙ୍କ  ଶୁଳ୍କ   ଏପରି  କୌଣସି  କାର୍ଯ୍ୟାନୁଷ୍ଠାନର  ଅଂଶ  ଗଠନ  କରିବ  ନାହିଁ

ଦେୱାନୀ  ନ୍ୟାୟାଳୟର  କାର୍ତ୍ତୁତ୍ଵର  ପ୍ରତିବନ୍ଧନ  : -

ଏହି ଆଇନ୍ ରେ  ଅନ୍ୟଥା  ବ୍ୟବସ୍ଥାୟୀତ  ବ୍ୟତୀତ, ଏପରି କୌଣସି  ମୋକଦ୍ଦମା  କିମ୍ବା  କାର୍ଯ୍ୟାନୁଷ୍ଠାନ  [ବିଚାର କରିବା  ଏବଂ ସ୍ଥିର  କରିବାରେ ] କୌଣସି  ଦେୱାନୀ  ନ୍ୟାୟାଳୟଙ୍କର  କତ୍ତୃତ୍ଵ  ରହିବ  ନାହିଁ , ଯାହାକି  ଏପରି  କୌଣସି ବିଷୟ  ସହ  ସଂପୃକ୍ତ  ଥାଏ , ଯାହାକୁ  ଏହି ଆଇନ୍  ଅନୁଯାୟୀ  କ୍ଷମତାୟୀତ  କୌଣସି  ଉଚ୍ଚକର୍ମଚାରୀ  କିମ୍ବା  ଅନ୍ୟ  ଦକ୍ଷ  ଅଧିକାରୀ  ସ୍ଥିର  କରିପାରିବେ ।

ଦଣ୍ଡ  କିମ୍ବା   ଜୋରିମାନା : -

  1. ଏହି ଆଇନ୍  ଅନୁଯାୟୀ  ପ୍ରଦାନ   କରାଯାଇଥିବା  କୌଣସି  ଆଇନ୍  ସମ୍ମତ   ଆଦେଶକୁ  ଯଦି କୌଣସି  ବ୍ୟକ୍ତି  ଉଲ୍ଲଘଂନ  କରନ୍ତି, କିମ୍ବା  ଏହି  ଆଇନ୍  ଅନୁଯାୟୀ  ବୈଧଭାବେ  କିମ୍ବା  ଏହି ଆଇନ୍  ଅନୁଯାୟୀ  ପ୍ରଦାନ  କରିବା  କିମ୍ବା  ଦାଖଲ  କରାଯିବା ନିମନ୍ତେ  ଆବଶ୍ୟକ   କୌଣସି  ଘୋଷଣା  କରନ୍ତି  କିମ୍ବା  କୌଣସି  ତଥ୍ୟ  ଦାଖଲ   କରନ୍ତି ,  ଯାହାକି  ମିଥ୍ୟାବୋଲି  ସେ  ଜାଣନ୍ତି  କିମ୍ବା  ମିଥ୍ୟା  ବୋଲି  ବିଶ୍ଵାସ  କରିବାର  କାରଣ  ଥାଏ  , ତାହେଲେ  ଦୋଷୀ  ସାବ୍ୟସ୍ତ  ହେବା  ପରେ , ଯେକୌଣସି  ବର୍ଣ୍ଣନୀୟ  କାରାଦଣ୍ଡରେ  ଦଣ୍ଡିତ  ହେବେ , ଯାହାକି  ପାଞ୍ଚଶହ   ଟଙ୍କାରୁ  ପରିବର୍ଦ୍ଧନ  କରାଯାଇପାରେ  , କିମ୍ବା  ଉଭୟରେ  ଦଣ୍ଡିତ  ହେବେ   ।
  2. ଯଦି  କୌଣସି  ବ୍ୟକ୍ତି, ଦଫା  ୪୦ – ‘ ଖ ’ ଅନୁଯାୟୀ  ଆବଶ୍ୟକ  କୌଣସି  ଋଟର୍ଣ୍ଣ  ଦାଖଲ  କରିବାରେ   ଅକୃତକାର୍ଯ୍ୟ  ହୁଅନ୍ତୁ, ସେ  ଦୋଷୀ  ସାବ୍ୟସ୍ତ  ହେବାପରେ , ଯେ  କୌଣସି  ବର୍ଣ୍ଣନୀୟ  କାରାଦଣ୍ଡରେ   ଦଣ୍ଡିତ  ହେବେ , ଯାହାକି ଛଅମାସ  ପର୍ଯ୍ୟନ୍ତ  ପରିବର୍ଦ୍ଧନ  କରାଯାଇପାରେ  କିମ୍ବା   ଜୋରିମାନାରେ , ଯାହାକି  ଏକ  ହଜାର ଟଙ୍କାକୁ   ପରିବର୍ଦ୍ଧନ  କରାଯାଇପାରେ  କିମ୍ବା  ଉଭୟରେ  ଦଣ୍ଡିତ  ହେବେ   ।
  3. ଯଦି  କୌଣସି  ବ୍ୟକ୍ତି , ତଫସିଲ୍ ଭୁକ୍ତ   ଉପଜାତି କିମ୍ବା  ତଫସିଲ୍ ଭୁକ୍ତ  ଜାତିର   ଜଣେ  ରୟତ  ହୋଇ  କୌଣସି ‘ ହୋଲ୍ ଡିଂ ’ ରୁ  ଦଫା  ୨୩ କିମ୍ବା  ଦଫା  ୨୩ – ‘ କ ’ ଅନୁଯାୟୀ  ବହିସ୍କୃତ  ହେବାପରେ ; ତାଙ୍କ  ସପକ୍ଷରେ କୌଣସି  ବୈଧ   ହସ୍ତାନ୍ତରଣ  ବିନା  ତାହା  ପୁନଃ   ଦଖଲ  କରନ୍ତି ; ତାହେଲେ  ସେ , ଦୋଷୀ  ସାବ୍ୟସ୍ତ  ହେବା ପରେ  ଦୁଇ  ବର୍ଷ  ସଶ୍ରମ  କାରାଦଣ୍ଡରେ  ଦଣ୍ଡିତ  ହେବେ  କିମ୍ବା  ଜୋରିମାନା  ସହିତ , ଯାହାକି  ଦୁଇଶହ  ଟଙ୍କାକୁ   ପରିବର୍ଦ୍ଧନ   କରାଯାଇପାରେ , କିମ୍ବା  ଉଭୟରେ  ଦଣ୍ଡିତ  ହେବେ  ।]

କ୍ଷମତାର  ପ୍ରଦାନ  : -

ସରକାର , ବିଜ୍ଞପ୍ତି ଦ୍ଵାରା  ନିର୍ଦେଶ  ଦେଇପାରନ୍ତି  ଯେ , ଏହି ଆଇନ୍  ଦ୍ଵାରା  ସେମାନଙ୍କ  ଉପରେ  ନ୍ୟସ୍ତ   କୌଣସି  କ୍ଷମତା , ଏପରି  ପରିସ୍ଥିତିରେ  ଏଏପରି  ସର୍ତ୍ତାବଳୀ   ଅନୁଯାୟୀ , ଯେପରି  ଉକ୍ତ  ବିଜ୍ଞପ୍ତିରେ   ଧାର୍ଯ୍ୟ  କରାଯାଇପାରେ , ତାହା  କୌଣସି  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ପରିଚାଳନା   କିମ୍ବା  ସଂପାଦନ  କରାଯାଇପାରେ , ଯେକି  ଏପରି  କ୍ଷମତାୟୀତ  ଅଟନ୍ତି   ।

କ୍ଷତିପୂରଣ : -

  1. ଏହି ଆଇନ୍  ଅନୁଯାୟୀ , କୌଣସି ବ୍ୟକ୍ତି  ଦ୍ଵାରା  ଉତ୍ତମ  ବିଶ୍ଵାସରେ  କରାଯାଇଥିବା   କୌଣସି  କାର୍ଯ୍ୟ  ନିମନ୍ତେ , ତାଙ୍କ  ବିରୁଦ୍ଧରେ  କୌଣସି  ମୋକଦ୍ଦମା   କିମ୍ବା   ଅନ୍ୟ ଆଇନ୍ ଗତ  କାର୍ଯ୍ୟାନୁଷ୍ଠାନ  ହୋଇପାରିବ  ନାହିଁ  ।
  2. ଉତ୍ତମ  ବିଶ୍ଵାସରେ  କରାଯାଇଥିବା  କୌଣସି  କାର୍ଯ୍ୟ  ନିମନ୍ତେ  କିମ୍ବା  ସେଥି  ସହ ପ୍ରଣୀତ  କୌଣସି   ନିୟମାବଳୀ   ଅନୁଯାୟୀ  କରାଯାଇଥିବା  କୌଣସି କାର୍ଯ୍ୟ  ନିମନ୍ତେ, ଘଟିଥିବା  କୌଣସି  କ୍ଷତି  କିମ୍ବା  ଘଟିବାର ସମ୍ଭାବନା  ଥିବା  କୌଣସି  କ୍ଷତି  ନିମନ୍ତେ, ସରକାର  କିମ୍ବା  କୌଣସି  ଉଚ୍ଚକର୍ମଚାରୀ  କିମ୍ବା  ଅଧିକାରୀଙ୍କ   ବିରୁଦ୍ଧରେ, କୋଣସି   ମୋକଦ୍ଦମା   କିମ୍ବା  ଆଇନ୍ ଗତ  କାର୍ଯ୍ୟାନୁଷ୍ଠାନ  ଅଣାଯାଇପାରିବା  ନାହିଁ    ।

କାର୍ଯ୍ୟ  ନିର୍ବାହୀ  ନିର୍ଦ୍ଦେଶାବଳୀ  : -

ଏହି  ଆଇନ୍  ସହିତ  ସଂପୃକ୍ତ   ସମସ୍ତ  ବିଷୟରେ, ସରକାରଙ୍କର  ଏପରି   ନିର୍ଦ୍ଦେଶାବଳୀ  ଏବଂ  ନିର୍ଦେଶ  ନିର୍ଗମ  କରିବା  କ୍ଷମତା  ରହିବ , ଯେପରି ସେମାନେ  କାର୍ଯ୍ୟନିର୍ବାହୀ   କିମ୍ବା  ପ୍ରଶାସନିକ  କାର୍ଯ୍ୟ,  କୌଣସି  ଅଧିକାରୀଙ୍କ   ଦ୍ଵାରା  ସଂପାଦନ  କରାଯାଇପାରିବ , ଯାହାକି  ଏହି ଆଇନ୍  ଅନୁଯାୟୀ, ସେମାନଙ୍କ  ଉପରେ  ନ୍ୟସ୍ତ  କରାଯାଇଛି   ।

ଜମି  ଉପରେ  ପ୍ରବେଶ  କରିବା କ୍ଷମତା : -

କୌଣସି ସର୍ତ୍ତ  ଏବଂ କଟକଣାର   ନିୟନ୍ତ୍ରଣାଧିନରେ , ଯେପରି  ଧାର୍ଯ୍ୟ  କରାଯାଇପାରେ ,  ଏହି ଆଇନ୍  ଅନୁଯାୟୀ  କୌଣସି  କର୍ତ୍ତବ୍ୟ   ସଂପାଦନ  କରିବା  ନିମନ୍ତେ  ନ୍ୟସ୍ତ  କୌଣସି   ଉଚ୍ଚକର୍ମଚାରୀ, ସୂର୍ଯ୍ୟ ଉଦୟ  ଏବଂ  ସୂର୍ଯ୍ୟାସ୍ତ  ମଧ୍ୟରେ  କୌଣସି  ସମୟରେ, ଏପରି   ଅନ୍ୟ  ଉଚ୍ଚକର୍ମଚାରୀ ଏବଂ   ବ୍ୟକ୍ତିମାନଙ୍କ  ସହିତ   କୌଣସି  ଜମିରେ, ପର୍ଯ୍ୟବେକ୍ଷଣ   ନିମନ୍ତେ  ପ୍ରବେଶ  କରିପାରନ୍ତି   ଏବଂ  କୌଣସି ଜମିର  ମାପଚୁପ   ନେଇପାରନ୍ତି  ଏବଂ  ଅନ୍ୟାନ୍ୟ   ଆବଶ୍ୟକ  କାର୍ଯ୍ୟ  କରିପାରନ୍ତି , ଯାହାକି   ଏହି  ଆଇନ୍  ଅନୁଯାୟୀ   ତାଙ୍କର  କର୍ତ୍ତବ୍ୟ  ପରିପାଳନ   ନିମନ୍ତେ  ଆବଶ୍ୟକ  ଅଟେ   ।

କେତେକେ   ନିର୍ଦ୍ଧିଷ୍ଟ  ଜମିପ୍ରତି , ଆଇନ୍  ପ୍ରୟୋଗ  ହେବ  ନାହିଁ  : -

ଏହି  ଆଇନ୍ ରେ  ଧାରୀତ କୌଣସି ବ୍ୟବସ୍ଥା   ନିମ୍ନ  ପ୍ରତି  ପ୍ରୟୋଗ  ହେବ  ନାହିଁ  : -

  • ସେମାନଙ୍କ   ଦ୍ଵାରା  ଧାରୀତ  ଜମିଗୁଡିକ  ସଂବନ୍ଧରେ   ସରକାର , ଯାହାକି  କୌଣସି  ସର୍ବସାଧାରଣ  ଉଦ୍ଦେଶ୍ୟ  ନିମନ୍ତେ   ବ୍ୟବହୃତ  କିମ୍ବା  ପୃଥକ୍  ରଖାଯାଇଥାଏ ;
  • ନିମ୍ନଙ୍କ  ଦ୍ଵାରା   ଧାରୀତ  ଜମିପ୍ରତି  : -
    1. ଭାରତ  ସରକାର ;
    2. କୌଣସି  ସ୍ଥାନୀୟ  ଅଧିକାରୀ ;
    3. ରାଜ୍ୟରେ  ଆଇନ୍  ଦ୍ଵାରା  ସ୍ଥାପିତ  କୌଣସି  ବିଶ୍ୱବିଦ୍ୟାଳୟ ;
    4. ଓଡିଶା  ଭୂ – ଦାନ  ଏବଂ  ଗ୍ରାମଦାନ  ଆଇନ୍ , ୧୯୭୦ (ଓଡିଶା  ଆଇନ୍ ୨/୧୯୭୧) ଅନୁଯାୟୀ  ସ୍ଥାପିତ  ଭୁଦାନ  ଯୋଜନା  ସମିତି ;
    5. କଂପାନୀ  ଆଇନ୍ , ୧୯୫୬ (୧/୧୯୫୬ ରେ   ଯେପରି ସଂଜ୍ଞାୟୀତ ,  କୌଣସି  ସରକାରୀ   କଂପାନୀ ;
    6. ବଳବତ୍ତର  ଥିବା  କୌଣସି  ଆଇନ୍  ଅନୁଯାୟୀ  ସ୍ଥାପିତ  କୌଣସି ନିଗମ ;
  • କୌଣସି   ଅଂଚଳ  ପ୍ରତି  , ଯାହାକି  ସରକାର , ସମୟାନୁକ୍ରମେ , କାର୍ଯ୍ୟାଳୟ  ଗେଜେଟ୍ ରେ, ବିଜ୍ଞପ୍ତି  ଦ୍ଵାରା  , ସହରାଞ୍ଚଳ , ଅଣ – କୃଷି  କିମ୍ବା  ଶିଳ୍ପନୈତିକ   ଉନ୍ନୟନ  ନିମନ୍ତେ  ସଂରକ୍ଷିତ  କିମ୍ବା  ଅନ୍ୟ  କୌଣସି  ନିର୍ଦିଷ୍ଟ   ଉଦ୍ଦେଶ୍ୟ  ନିମନ୍ତେ ; ଏବଂ
  • କୌଣସି  ଜମି ପ୍ରତି, ଯାହାକି  କୌଣସି   ଦେୱାନୀ , ରାଜସ୍ୱ  କିମ୍ବା  ଫୌଜଦାରୀ ନ୍ୟାୟାଳୟ  ଅଧିନରେ , ୧୯୭୦ ମସିହା  ସେପ୍ଟେମ୍ବର  ୨୬ ତାରିଖର   ଠିକ୍  ପୂର୍ବରୁ , ପରିଚାଳନାଧିନ  ଅଛି , ଅବମ  ତାହା  ସେହି  ସମୟ  ପର୍ଯ୍ୟନ୍ତ , ଯେ  ପର୍ଯ୍ୟନ୍ତ  ଏପରି  ପରିଚାଳନା  ଲାଗି   ରହିଥାଏ  ।

ରଦ୍ଧିକରଣ : -

  1. ଏହି  ଆଇନ୍ ର  ଅଧ୍ୟାୟ  ୧ ବଳବତ୍ତର  ହେବାପରେ , ଓଡିଶା  ଜମି  କୃଷକ  ନିଦାନ ଆଇନ୍, ୧୯୫୫ (୧/୧୯୫୫) ରଦ୍ଧିକୃତ  ହେବ   ।
  2. ଉପ – ଦଫା (୧) ଅନୁଯାୟୀ  ରଦ୍ଧିକରଣ ,  ନିମ୍ନକୁ  ପ୍ରଭାବିତ  କରିବ  ନାହିଁ : -
    • ଉକ୍ତ  ଆଇନ୍ ର  ପୂର୍ବ   କାର୍ଯ୍ୟକାରୀତା  କିମ୍ବା  ଯାହା   ସଠିକ୍ ଭାବେ  କରାଯାଇଥାଏ  କିମ୍ବା  ତାହା  ଅନୁଯାୟୀ ଭୋଗ  କରାଯାଇଥାଏ ; କିମ୍ବା
    • ଉକ୍ତ  ଆଇନ୍  ଅନୁଯାୟୀ , କୌଣସି  ଅଧିକାର , ସୁବିଧା  କିମ୍ବା  ଦାୟିତ୍ଵ , ଯାହାକି  ଗ୍ରହଣ  କରାଯାଇଥାଏ, ଉଦ୍ରେକ୍  ହୋଇଥାଏ ; କିମ୍ବା
    • ଉକ୍ତ  ଆଇନ୍  ବିରୁଦ୍ଧରେ  ସଂଗଠିତ  କୌଣସି  ଅପରାଧ  ସଂବନ୍ଧରେ  କୌଣସି  ଜୋରିମାନା, ବ୍ୟାଜ୍ୟାପ୍ତି  କିମ୍ବା  ଦଣ୍ଡ ; କିମ୍ବା
    • ଏପରି  ଅଧିକାର, ସୁବିଧା, ଦାୟିତ୍ଵ , ଜୋରିମାନା ବ୍ୟାଜ୍ୟାପ୍ତି କିମ୍ବା ଉପରୋକ୍ତ  ଅନୁଯାୟୀ ଦଣ୍ଡ  ସଂବନ୍ଧରେ , କୌଣସି  ଅନୁସନ୍ଧାନ , ଆଇନ୍ ଗତ  କାର୍ଯ୍ୟାନୁଷ୍ଠାନ  କିମ୍ବା  ନିଦାନ , ଏବଂ  ଏପରି  ଅନୁସନ୍ଧାନ ଆଇନ୍ ଗତ  କାର୍ଯ୍ୟାନୁଷ୍ଠାନ  କିମ୍ବା  ନିଦାନ  ମଧ୍ୟ  ଅନୁଷ୍ଠିତ  ହୋଇପାରେ  ଏବଂ  ଏପରି  ଜୋରିମାନାର  ବ୍ୟାଜ୍ୟାପ୍ତିକୁ   ବଳବତ୍ତର  କରାଯାଇପାରେ  ଏବଂ କୌଣସି  ଦଣ୍ଡ  ଧାର୍ଯ୍ୟ  କରାଯାଇପାରେ , ଯେପରିକି  ଏହି ଆଇନ୍  ପ୍ରଣୟନ  କରାଯାଇ  ନାହିଁ   ।

ନିୟମାବଳୀ ପ୍ରଣୟନ  କରିବା  କ୍ଷମତା  : -

  1. ସରକାର , ପୂର୍ବ  ପ୍ରକାଶନ  ପରେ , ଏହି  ଆଇନ୍ ର  ସମସ୍ତ  କିମ୍ବା  ଯେକୌଣସି   ଉଦ୍ଦେଶ୍ୟ  ପରିପାଳନ  କରିବା  ନିମନ୍ତେ , ନିୟମ  ପ୍ରଣୟନ  କରିପାରନ୍ତି   ।
  2. ପୂର୍ବୋକ୍ତ  କ୍ଷମତାର  ସାଧାରଣତ୍ଵରେ  କୌଣସି   ଆଞ୍ଚ୍ ନ  ଘଟାଇ , ଏହି  ଆଇନ୍  ଦ୍ଵାରା  ଅପଷ୍ଟ  ଭାବେ ଆବଶ୍ୟକ କିମ୍ବା  ଅନୁମୋଦିତ  ସମସ୍ତ  ବିଷୟ  ସଂବନ୍ଧରେ  ସେମାନେ  ନିୟମାବଳୀ   ପ୍ରସ୍ତୁତ  କରିପାରନ୍ତି , ଯେପରି  ଧାର୍ଯ୍ୟ କରାଯାଇପାରେ ;
  3. ଏହି ଦଫା  ଅନୁଯାୟୀ  ପ୍ରଣୀତ  ସମସ୍ତ  ନିୟମାବଳୀ, ବିଧାନ ସଭାରେ , ଯେତେ  ଶୀଘ୍ର   ସମ୍ଭବ  ଚଉଦ  ଦିନ  ପର୍ଯ୍ୟନ୍ତ  ଉପସ୍ଥାପନ  କରାଯିବ, ଯାହାକି  ଗୋଟିଏ  କିମ୍ବା  ଅଧିକ  ଅଧିବେସନକୁ  ଧାରଣ  କରିବ  ଏବଂ  ଏହା  ଏପରି  ସଂଶୋଧନର  ନିୟନ୍ତ୍ରଣାଧିନ  ହେବ, ଯେପରି   ବିଧାନସଭା, ଏପରି ସମୟ  ମଧ୍ୟରେ  କରିପାରନ୍ତି   ।

ସନ୍ଦେହ ଏବଂ କ୍ଲେଶ  ଅପସାରଣ  ନିମନ୍ତେ  କ୍ଷମତା  : -

ଯଦି  ଏହି ଆଇନ୍ ର  ବ୍ୟବସ୍ଥାବଳୀକୁ  ପ୍ରଭାବିତ  କରିବାରେ, କୌଣସି  ସନ୍ଦେହ  କିମ୍ବା  କ୍ଲେଶ  ଉଦ୍ରେକ  ହୁଏ ,  ସେପରି  ସ୍ଥଳେ   ସରକାର, ଯେପରି  ପରିସ୍ଥିତି  ଆବଶ୍ୟକ  କରିବ, ଆଦେଶ ଦ୍ଵାରା  ଏହି  ଆଇନ୍ ର  ବ୍ୟବସ୍ଥାବଳୀ  ସହିତ  ସମନ୍ଵୟ   ରକ୍ଷାକରି  ଯେକୌଣସି  କାର୍ଯ୍ୟ  କରିପାରନ୍ତି , ଯାହାକି  ଏପରି  ସନ୍ଦେହ  କିମ୍ବା  କ୍ଳେଶର   ଅପସାରଣ   ନିମନ୍ତେ  ଆବଶ୍ୟକ ଅଟେ  ।

ଆଧାର – ଲଅ ହାଉସ

Last Modified : 11/10/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate