অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଭୂ-ସଂସ୍କାର ଆଇନ୍, ୧୯୬୦(ବ୍ୟକ୍ତିଗତ ଚାଷ ନିମନ୍ତେ, ଜମିର ପୁନଃରୁଦ୍ଧାର)

ଓଡିଶା ଭୂ-ସଂସ୍କାର ଆଇନ୍, ୧୯୬୦(ବ୍ୟକ୍ତିଗତ ଚାଷ ନିମନ୍ତେ, ଜମିର ପୁନଃରୁଦ୍ଧାର)

କୃଷି  ଜମିର  ପୁନଃରୁଦ୍ଧାର  ଓ ପୁନଃ ଉଦ୍ଧାରନୀୟ  ଜମିର ପରିମାଣ

  1. ଅଧ୍ୟାୟ – ୨ ରେ  କୌଣସି  ବିପରିତାର୍ଥ  ସତ୍ତ୍ୱେ ; ମାତ୍ର  ଏତତ୍ ପରେ  ଧାର୍ଯ୍ୟ  ସର୍ତ୍ତାବଳୀ , ସୀମାବଦ୍ଧିକରଣ  ଏବଂ  କଟକଣାର  ନିୟନ୍ତ୍ରଣାଧିନରେ , ଜମିଦାର  ଏବଂ  କୃଷକର , ଏହି ଅଧ୍ୟାୟର ବ୍ୟବସ୍ଥାବଳୀ   ଅନୁଯାୟୀ , ଜମିର  ପୁନଃରୁଦ୍ଧାର  ଏବଂ  ଅଣ – ପୁନଃରୁଦ୍ଧାର  ସ୍ଥିର  କରିବା  ଅଧିକାର  ସେହି  ଉଦ୍ଦେଶ୍ୟ  ନିମନ୍ତେ   ରହିବ   ।
  2. ସ୍ପଷ୍ଟୀକରଣ : -ପୁନଃଉଦ୍ଧାରନୀୟ  ଜମି , ସେହି  ଜମିକୁ  ଉଲ୍ଲେଖକରେ , ଯାହାକି  କୌଣସି  କୃଷକଠାରୁ  କୌଣସି   ଜମିଦାର  ଦ୍ଵାରା  ବ୍ୟକ୍ତିଗତ  ଚାପ  ନିମନ୍ତେ , ପୁନଃରୁଦ୍ଧାର  କରାଯାଇପାରେ ।

  3. ଏହି  ଅଧ୍ୟାୟର  କୌଣସି  ବ୍ୟବସ୍ଥା , କୌଣସି  ଜମିଦାରଙ୍କ  ଦ୍ଵାରା  ଧାରୀତ  ଜମି  ସଂବନ୍ଧରେ   ପ୍ରୟୋଗ ହେବ  ନାହିଁ;  ଯେକି  ଜଣେ  ସୁବିଧାୟୀତ  ରୟତ୍  ଅଟନ୍ତି କିମ୍ବା  ଅକ୍ଷମତା  କିମ୍ବା  ଅଦକ୍ଷତା  ଅଧିନରେ  ଜଣେ  ବ୍ୟକ୍ତି ହୋଇଥାନ୍ତି   ।

ପୁନଃ ଉଦ୍ଧାରନୀୟ  ଜମିର ପରିମାଣ

ପୁନଃଉଦ୍ଧାରନୀୟ  ଜମିର  ପରିମାଣ, ପ୍ରତ୍ୟକ  କୃଷକ  ସଂବନ୍ଧରେ, ଜମିର  ଅଧାରୁ  ଅଧିକ  ହେବ  ନାହିଁ, ଯାହାକି  କେବଳ  ଷ୍ଟାଣ୍ଡାର୍ଡ  ଏକକରେ  ମପାଯାଏ   ।

ଜମିଦାର  ଏବଂ କୃଷକର   ଅଧିକାର  ପ୍ରୟୋଗ

  1. ଦଫା ୨୫ ଅନୁଯାୟୀ, ଜମିଦାରଙ୍କ  ଚୟନ  କରିବା  ଅଧିକାର ରହିବ  ଏବଂ  ଏହି  ଆଇନ୍ ର  ପ୍ରାରମ୍ଭରୁ  ତିନିମାସ  ମଧ୍ୟରେ, ଧାର୍ଯ୍ୟ  ଫର୍ମରେ  ଏବଂ ପଦ୍ଧତିରେ, ଏପରି ଚୟନ  ଭିତ୍ତିରେ, ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ଆବେଦନ କରିବେ  ଏବଂ ଏପରି  ଆବେଦନ, ପତ୍ରର  ନକଲରେ, ତାଙ୍କର  ପ୍ରତ୍ୟକ  କୃଷକଙ୍କୁ  ସୂଚୀତ  କରିବେ  ଏବଂ ଏକ  ପ୍ରମାଣପତ୍ର  ନିର୍ଗମ  ନିମନ୍ତେ, ଯେଉଁଥିରେ  ପୁନଃ ଉଦ୍ଧାରନୀୟ  ଏବଂ  ଅଣ – ପୁନଃଉଦ୍ଧାରନୀୟ  ଜମିର  ନିର୍ଦ୍ଧିଷ୍ଟ  ବିବରଣୀ  ଧାର୍ଯ୍ୟ  କରାଯାଇଥିବ   ।
  2. ସେ  ସଂବନ୍ଧରେ  ଏକ  ଆବଶ୍ୟକ  ପ୍ରମାଣପତ୍ର  ନିର୍ଗମ  କରିବା  ନିମନ୍ତେ  ଏବଂ  ରୟତି   ସଂବନ୍ଧରେ   ଅଣ – ପୁନଃଉଦ୍ଧାରନୀୟ  ଜମିର  ସ୍ଥିରୀକରଣ  ନିମନ୍ତେ, ଜମିଦାରଙ୍କୁ   ସୂଚନା  ପ୍ରଦାନ  କରି, ଧାର୍ଯ୍ୟ  ଫର୍ମ  ଏବଂ ପଦ୍ଧତିରେ , ଉପରୋକ୍ତ   ସମୟ  ମଧ୍ୟରେ, ଜଣେ  କୃଷକ, ରାଜସ୍ୱ  ଅଧିକାରୀଙ୍କୁ  ଆବେଦନ  କରିପାରିବେ  ।

[ଉଲ୍ଲେଖଥାଉ ଯେ, କୌଣସି  ଜମିଦାର  କିମ୍ବା  କୃଷକ, ଯେକି  ଉପରୋକ୍ତ  ସମୟ ମଧ୍ୟରେ  ଆବେଦନ  କରିବାରେ   ଅକୃତକାର୍ଯ୍ୟ  ହୁଅନ୍ତି ;  ସେ , ଓଡିଶା ଭୂ – ସଂସ୍କାର  (ସଂଶୋଧନ) ଆଇନ୍, ୧୯୬୬ ( ଓଡିଶା  ଆଇନ୍ ୮/୧୯୬୭ ) ର  ପ୍ରଚଳନ  ତାରିଖରୁ  ତିନିମାସ   ମଧ୍ୟରେ  ଏପରି  ଆବେଦନ  କରିପାରିବେ;

ଆହୁରି  ଉଲ୍ଲେଖ  ଥାଉ  ଯେ, ଉପ –ଦଫା  (୧) କିମ୍ବା ଉପ –ଦଫା (୨) ରେ  ଧାର୍ଯ୍ୟ  ସମୟରେ  ସମାପ୍ତି  ପରେ  ଏବଂ ଉକ୍ତ  ତାରିଖ  ପୂର୍ବରୁ, ଏପରି  ପ୍ରଦାନ  କରାଯାଇଥିବା  ଆବେଦନପତ୍ର, ସମସ୍ତ   ଉଦ୍ଦେଶ୍ୟ  ନିମନ୍ତେ, ତମାଦି  ସମୟ ମଧ୍ୟରେ  ଦାଖଲ   କରାଯାଇଛି  ବୋଲି  ଧରାଯିବ  ।

ଉଦ୍ଧାରନୀୟ  ଏବଂ  ଅଣ – ଉଦ୍ଧାରନୀୟ  ଜମିର  ସ୍ଥିରୀକରଣ

  1. [ ଦଫା ୨୬ ଅନୁଯାୟୀ  ଜମିଦାରଙ୍କଠାରୁ  ଆବେଦନପତ୍ର  ଗ୍ରହଣ  କରିବା ପରେ, ରାଜସ୍ୱ  ଉଚ୍ଚକର୍ମଚାରୀ , ତାହା  ଏପରି  ଆବେଦନପତ୍ର  ସହ ବିଚାର  କରିବେ, ଯାହାକି  ଉକ୍ତ  ଦଫା  ଅନୁଯାୟୀ  କୌଣସି  କୃଷକଙ୍କ  ଠାରୁ  ଗୃହୀତ  ହୋଇଥିବା ] ଏବଂ  ଉତ୍ସୁକପକ୍ଷମାନଙ୍କୁ  ଶୁଣାଣୀର  ସୁଯୋଗ  ପ୍ରଦାନ  କରିବା  ପରେ, ଦଫା ୨୬ ଅନୁଯାୟୀ, ଜମିଦାରଙ୍କ  ଦ୍ଵାରା  କରାଯାଇଥିବା  ଚୟନ  ସହିତ  ସମନ୍ଵୟ  ରକ୍ଷାକରି, ଯେତେଦୂର  ସମ୍ଭବ, ପୁନଃଉଦ୍ଧାରନୀୟ  ଏବଂ ଅଣ – ପୁନଃ ଉଦ୍ଧାରନୀୟ  ଜମିର  ବିସ୍ତୃତ  ବିବରଣୀ  ସ୍ଥିର  କରିବେ  ଏବଂ ଅଣ – ପୁନଃ   ଉଦ୍ଧାରାନୀୟ  ଜମି ସଂବନ୍ଧରେ  ଦେୟ  ଯଥାଯଥ  ଏବଂ  ସମାନ  ଖଜଣା  ସ୍ଥିର  କରିବେ   ।
  2. କୌଣସି  ରାଜସ୍ୱ  ନ୍ୟାୟାଳୟରେ  ଏହି ଆଇନ୍ ର  ପ୍ରଚଳନ  ସମୟରେ, ଏପରି  ଜମିଦାର  ଏବଂ  କୃଷକ ମଧ୍ୟରେ  ଅନ୍ୟ  କୌଣସି  ବିବାଦ  ସଂବନ୍ଧରେ, ଅପିଲ; ପୁନଃ ବିଚାର  କିମ୍ବା  ରିଭିଜନ୍  ବ୍ୟତୀତ  ସ୍ଥଗିତ  ଥିବା  ସମସ୍ତ   କାର୍ଯ୍ୟାନୁଷ୍ଠାନ  କିମ୍ବା  ତାପରେ, ଏପରି  କୌଣସି  ନ୍ୟାୟାଳୟରେ   ଅନୁଷ୍ଠିତ ହୋଇଥାଏ  ତାହା, ରାଜସ୍ୱ  ଅଧିକାରୀଙ୍କ  ନିକଟକୁ  ସ୍ଥାନାନ୍ତରୀତ  ହେବ, ଯେକି , ଉପରୋକ୍ତ  ବିବରଣୀରୁ ସ୍ଥିରୀକରଣ ସହିତ, ଏପରି  ସମସ୍ତ ବିବାଦ  ସ୍ଥିର  କରିବେ ।

ଅଣ – ପୁନଃ ଉଦ୍ଧାରନୀୟ  ଜମି  ନିମନ୍ତେ  କ୍ଷତି  ପୂରଣ

  1. ଦଫା  ୨୭  ଅନୁଯାୟୀ  ବିଷୟ  ସ୍ଥିର  କରିବା  ସମୟରେ, ରାଜସ୍ୱ  ଉଚ୍ଚକର୍ମଚାରୀ, ଧାର୍ଯ୍ୟ  ପଦ୍ଧତିରେ  କୃଷକ  ଦ୍ଵାରା  ଅଣ – ପୁନଃ   ଉଦ୍ଧାରାନୀୟ  ଜମି ସଂବନ୍ଧରେ   ଦେୟ  କ୍ଷତିପୂରଣ   ମଧ୍ୟ   ସ୍ଥିର  କରିବେ,  ଯାହାକି  ନିମ୍ନଲିଖିତ  ଉପ – ଦଫା  ଅନୁଯାୟୀ  ସ୍ଥିର  କରାଯିବ   ।
  2. ଜମି  ନିମନ୍ତେ  କ୍ଷତିପୂରଣ, ସେପରି  ଏକ  ଅର୍ଥରାଶି  ହେବ,  ଯାହାକି  ଜମିର  ଷ୍ଟାଣ୍ଡାର୍ଡ   ଏକର ପ୍ରତି  ଆଠଶହ  ଟଙ୍କା  ହାରରେ  ଗଣନା  କରାଯିବ  ଏବଂ  ଯାହା  ପାଞ୍ଚୋଟି  ସମାନ  ବର୍ଷିକିଆ  କିସ୍ତିରେ  ] ପ୍ରଦାନ  କରାଯାଇନଥିବା  ବଳକା   ଅର୍ଥରାଶି  ଉପରେ  ବାର୍ଷିକ  ୪/% ସୁଧ  ସହ  ପ୍ରଦାନ  କରାଯିବ; ଏବଂ  ଏହାର  ପ୍ରଥମ  କିସ୍ତି, ଏପରି  ତାରିଖରେ  ପଡିବ, ଯେପରି   ରାଜସ୍ଵ  ଉଚ୍ଚକର୍ମଚାରୀ   ସେ  ସଂବନ୍ଧରେ  ଆଦେଶ  ଦ୍ଵାରା  ଧାର୍ଯ୍ୟ  କରିବେ   ।
  3. ଆହୁରି ଉଲ୍ଲେଖ ଥାଉ ଯେ, ଯେଉଁ  ସ୍ଥଳରେ  ଧାର୍ଯ୍ୟ  ତାରିଖରେ  କିମ୍ବା  ତା  ପୂର୍ବରୁ  କୃଷକ, ସମୁଦାୟ  କ୍ଷତିପୂରଣ   ଅର୍ଥରାଶି ପ୍ରଦାନ  କରେ, ଯେତେବେଳେ  ଏପରି  ପ୍ରଥମ  କିସ୍ତି  ପ୍ରାପ୍ୟ  ହୁଏ, ସେପରିସ୍ଥଳେ  ସେ , କ୍ଷତିପୂରଣ  ରାଶିର  ୫% ରିହାତି  ପାଇବା  ନିମନ୍ତେ  ହକ୍ ଦାର  ହେବ   ।

  4. ନିମ୍ନଲିଖିତ   ନିମନ୍ତେ,  କ୍ଷତିପୂରଣ   ଦେୟ ହେବ  : -
    • ଜମିରେ  ସ୍ଥିତ କୂପ , ଜଳାଶୟ  ଏବଂ  ସ୍ଥାୟୀ  ପ୍ରକୃତିର  ନିର୍ମାଣ  ଏବଂ କ୍ରସକର  ଖର୍ଚ୍ଚରେ  ନିର୍ମିତ  ହୋଇନଥାଏ ; ଏବଂ
    • ଜମିରେ  ଦଣ୍ଡାୟମାନ  ବୃକ୍ଷ ;

    ତା’ର  ବଜାର  ମୂଲ୍ୟ  ହେବ , ଯାହାକି  ଉପ – ଦଫା  (୨) ଅନୁଯାୟୀ, କ୍ଷତିପୂରଣ  ସହ  ପ୍ରଦାନ  କରାଯିବ   ।

ସ୍ପଷ୍ଟୀକରଣ  : - ବଜାର  ମୂଲ୍ୟ  ସ୍ଥିର  କରିବାରେ , ରାଜସ୍ୱ  ଉଚ୍ଚକର୍ମଚାରୀ, ଯେତେଦୂର  ସମ୍ଭବ, ଭୂମି  ଅଧିଗ୍ରହଣ  ଆଇନ୍ , ୧୮୯୪ (୧/୧୮୯୪) ର  ଦଫା  ୨୩ ର  ଉପ – ଦଫା (୧) ରେ ଧାରୀତ  ବ୍ୟବସ୍ଥାବଳୀ  ଦ୍ଵାରା  ପରିଚାଳିତ  ହେବ   ।

ପୁନଃ  ଉଦ୍ଧାରନୀୟ, ଅଣ – ପୁନଃ  ଉଦ୍ଧାରନୀୟ  ଜମି  ସଂବନ୍ଧରେ  ପ୍ରମାଣପତ୍ର

ଦଫା  ୬୩ ରେ  ଧାର୍ଯ୍ୟ  ସମୟ  ସୀମା  ମଧ୍ୟରେ, ଦଫା ୨୭ ଏବଂ  ୨୮ ଅନୁଯାୟୀ  ଆଦେଶରୁ  କୌଣସି  ଅପିଲ୍ ର  ଫଇସଲା   ପରେ, ରାଜସ୍ୱ   ଉଚ୍ଚକର୍ମଚାରୀ  ଏପରି  ଅପିଲ୍ ରେ  ଆଦେଶିତ  ପରିବର୍ତ୍ତନ  ଏବଂ  ସଂଶୋଧନକୁ  ବିଚାରକରି, ଉକ୍ତ  ଦଫା  ଅନୁଯାୟୀ   ସ୍ଥିର  କରାଯିବାକୁ   ଥିବା  ସମସ୍ତ   ବିଷୟ  ଧାର୍ଯ୍ୟ  କରି, ଜମିଦାର  ଏବଂ  କୃଷକଙ୍କୁ  ଧାର୍ଯ୍ୟ  ଫର୍ମରେ  ଏକ  ପ୍ରମାଣ  ପତ୍ର  ନିର୍ଗମ  କରିବେ  ଏବଂ  ଶେହୁଇ  ଅଧିକାରୀଙ୍କୁ   ମଧ୍ୟ, ଏପରି  ପ୍ରମାଣପତ୍ରର  ଏକ ନକଲ  ପ୍ରେରଣ  କରିବେ, ଯେକି  ଖତିୟାନର  ରକ୍ଷଣାବେକ୍ଷଣ  କରିବା ଦକ୍ଷ  ଅଟନ୍ତି   ।

କୃଷକ, ରୟତ  ହେବେ  ଏବଂ  କ୍ଷତିପୂରଣର  ଉଦ୍ଧାର

  1. କୃଷକ  ଦଫା ୨୯ ଅନୁଯାୟୀ  ପ୍ରମାଣପତ୍ରର  ନିର୍ଗମ  ତାରିଖରୁ  ପରବର୍ତ୍ତୀ  ବର୍ଷର  ପ୍ରାରମ୍ଭରୁ , ସେହି ଜମି  ସଂବନ୍ଧରେ  ଜଣେ  ରୟତ୍  ହେବେ  ଯେଉଁଥି  ନିମନ୍ତେ  , ଦଫା  ୨୮ ଅନୁଯାୟୀ  କ୍ଷତିପୂରଣ  ସ୍ଥିର  କରାଯାଇଛି   ।
  2. କ୍ଷତିପୂରଣ  ଅର୍ଥରାଶିର  କିସ୍ତି   ସହିତ  ତା ଉପରେ  ଦେୟ  ସୁଧ , ଉକ୍ତ  ଜମି  ଉପରେ  ପ୍ରଥମ   ଭାର  ହେବ , ଯେଉଁଥି  ପ୍ରତି  ଏହା  ସଂପୃକ୍ତ   ଯାହାକି  , ସେଥିପ୍ରତି   ହକ୍ ଦାର  ବ୍ୟକ୍ତି   ଦ୍ଵାରା   ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ   ଆବେଦନପତ୍ର   ଉପରେ  ବକେୟା   ଭୂ – ରାଜସ୍ୱ   ଭାବେ  ଉଦ୍ଧାରନୀୟ  ହେବ   ।

କ୍ଷତିପୂରଣ  ଗ୍ରହଣ  କରିବା  ନିମନ୍ତେ  ହକ୍ ଦାର ବ୍ୟକ୍ତି

  1. ଦଫା  ୨୮  ଅନୁଯାୟୀ  ସ୍ଥିର  କରାଯାଇଥିବା  କ୍ଷତିପୂରଣ, ଯାହାକି   କୃଷକ  ଦ୍ଵାରା  ଦେୟ  ଅଟେ, ତାହା  ଜମିଦାରଙ୍କୁ  ପ୍ରଦାନ  କରାଯିବ  ଯେଉଁ  ସ୍ଥଳରେ  ଏପରି  ଜମିଦାର  ଜଣେ  ରୟତ  କିମ୍ବା  ଭୂମି – ଧାରଣକାରୀ  ହୋଇଥାଆନ୍ତି ; କିମ୍ବା  ଯଦି ଜମିଦାର  ଜଣେ  ରୟତ  ହୋଇନଥାଆନ୍ତି  କିମ୍ବା  ଜଣେ  ଭୁମିଧାରଣକାରୀ  ନହୋଇ, କୌଣସି  ରୟତ  ଅଧିନରେ  ଅଧିକାର  ଧାରଣ   କରିଥାଆନ୍ତି; ସେତେବେଳେ  ରୟତ   ଏବଂ  କୃଷକ  ମଧ୍ୟରେ  ଅଧିକାର  ଧାରଣ  କରିଥିବା  ଏପରି  ସମସ୍ତ  ବ୍ୟକ୍ତିଙ୍କ  ମଧ୍ୟରେ  ଜଣେ  ରୟତ  ହୋଇଥାଆନ୍ତି, ସେ ଏପରି  ଜମି ସଂବନ୍ଧରେ, କ୍ଷତିପୂରଣ  ପାଇବା  ନିମନ୍ତେ  ହକ୍ ଦାର  ହେବେ  ଏବଂ  ରାଜସ୍ୱ  ଉଚ୍ଚକର୍ମଚାରୀ  ଦଫା ୨୮ ଅନୁଯାୟୀ   ଅଗ୍ରସର  ହେବା  ସମୟରେ, ଏପରି କ୍ଷତିପୂରଣରେ  ଏପରି  ପ୍ରତ୍ୟକ  ଅଂଶ  ସ୍ଥିର କରିବେ   ।
  2. ଦଫା  ୩୦ ଅନୁଯାୟୀ , କୌଣସି  ରୟତ୍  ଜେନ  କୃଷକ  ହେବା  ତାରିଖରୁ , ଏପରି  ଜମିକୁ , ସମସ୍ତ  ଭାରରୁ  ମୁକ୍ତ  ଭାବେ   ଧାରଣ   କରେବେ  ଏବଂ  ସେହି  ସମସ୍ତ   ବ୍ୟକ୍ତିଙ୍କର  ଅଧିକାର  (ଯେକି  ସରକାର  କିମ୍ବା  ଭୂମି – ଧାରଣକାରୀ  ନୁହନ୍ତି ), ଯାହାଙ୍କ  ଅଧିନରେ  ଏପରି  ଜମି  ଧାରୀତ  ହୋଇଥାଏ ; ତାହା  ନିର୍ବାପିତ  ହେବ  ଏବଂ  ଭାର , ଯଦି  କିଛି ଥାଏ , ଯାହାକି   ଏପରି  ଜମି  ସଂବନ୍ଧରେ , ଏପରି  ବ୍ୟକ୍ତିଙ୍କ  ଦ୍ଵାରା  ସୃଷ୍ଟ  ହୋଇଥାଏ , ତାହା , ତାପରେ  ଜମିଦାରଙ୍କ  ଅନ୍ୟ  ଜମି  ସହ  ସଂଯୁକ୍ତ   ହେବ   ।

ପ୍ରମାଣପତ୍ର, ସିଦ୍ଧାନ୍ତନୀୟ  ପ୍ରମାଣ  ଓ ଅଣ – ପୁନଃ   ଉଦ୍ଧାରନୀୟ  ଜମିର  ଖଜଣା ଦେୟ

ପ୍ରମାଣପତ୍ର , ସିଦ୍ଧାନ୍ତନୀୟ  ପ୍ରମାଣ  ହେବ  : -

ଦଫା  ୨୯  ଅନୁଯାୟୀ  ନିର୍ଗମ  କରାଯାଇଥିବା  କୌଣସି  ପ୍ରମାଣପତ୍ର, କୃଷକ   ଏବଂ   ସେହି ବ୍ୟକ୍ତିମାନଙ୍କ  ମଧ୍ୟରେ   ସମସ୍ତ   ବିବାଦ  ସଂବନ୍ଧରେ  ସେଥିରେ   ବିଷୟବସ୍ତୁର  ସଠିକତାର  ସିଦ୍ଧାନ୍ତନୀୟ   ପ୍ରମାଣ   ହେବ, ଯେଉଁମାନଙ୍କର   ଅଧିକାର , ଦଫା  ୩୧  ଅନୁଯାୟୀ  ନିର୍ବାପିତ   ହୋଇଛି   ।

ଅଣ – ପୁନଃ   ଉଦ୍ଧାରନୀୟ  ଜମିର  ଖଜଣା , କାହାକୁ  ଦେୟ  ଅଟେ : -

  1. ଦଫା  ୨୭  ଅନୁଯାୟୀ  ସ୍ଥିର   କରାଯାଇଥିବା  ଉପଯୁକ୍ତ ଏବଂ  ସମାନ  ଖଜଣା, ନିମ୍ନଲିଖିତ  ଦେୟ  ହେବ : -
    • ଯଦି  ଏପରି  ଜମିଦାର   ଜଣେ  ରୟତ୍  କିମ୍ବା  ଭୂମି – ଧାରଣକାରୀ  ହୋଇଥାଆନ୍ତି, ତାହେଲେ  ସେହି ବ୍ୟକ୍ତିଙ୍କୁ, ଯାହା  ଅଧିନରେ  ଏପରି  ରୟତ୍  କିମ୍ବା  ଭୂମି – ଧାରଣକାରୀ , ଜମି  ଧାରଣ  କରିଥାଏ ; ଏବଂ
    • ଅନ୍ୟ  କୌଣସି  କ୍ଷେତ୍ରରେ , ଭୂମି – ଧାରଣକାରୀଙ୍କୁ  ।

    ସ୍ପଷ୍ଟୀକରଣ

    ଧାରା  (ଖ) ଉଦ୍ଦେଶ୍ୟରେ , ଉକ୍ତି ‘ ଭୂମି – ଧାରଣକାରୀ ’ ସରକାରଙ୍କୁ   ଅନ୍ତର୍ଭୁକ୍ତ  କରିବ  ।

  2. ସେହି  ତାରିଖରେ  ସରକାରଙ୍କ  ପ୍ରତି  ପ୍ରାପ୍ୟ  ବକେୟା ରାଜସ୍ୱ  ଅନ୍ୟାନ୍ୟ  ପ୍ରାପ୍ୟ  ଯେଉଁ  ସମୟରୁ  ଏପରି ପ୍ରମାଣପତ୍ର  ଦ୍ଵାରା  ଆବୃତ  ଜମି  ସଂବନ୍ଧରେ , ଦଫା  ୨୯ ଅନୁଯାୟୀ  ନିର୍ଗମ  କରାଯାଇଥିବା  ପ୍ରମାଣପତ୍ର  ଅନୁଯାୟୀ , କୌଣସି  କୃଷକ , ରୟତ୍  ହୁଏ  ତାହା  ସେହି  ବ୍ୟକ୍ତିମାନଙ୍କ   ଦ୍ଵାରା  ପ୍ରଦାନ  କରାଯିବ , ଯେଉଁମାନେ  ଉକ୍ତ  ତାରିଖ  ସୁଦ୍ଧା , ପ୍ରାପ୍ୟ  ପ୍ରଦାନ  କରିବା  ନିମନ୍ତେ   ଦାୟୀ ଅଟନ୍ତି    ।

ପୁନଃରୁଦ୍ଧାର  ଜମିରେ  କୃଷକର  ଅଧିକାର  ଓ ଆବେଦନ  କରିବାରେ  ଜମିଦାରଙ୍କ  ଅକୃତକାର୍ଯ୍ୟତାର

ପୁନଃରୁଦ୍ଧାର  ଜମି ଉପରେ  କ୍ରମାନୁଗତିକ  ଭାବେ   ରହିବାରେ, କୃଷକର  ଅଧିକାର ( ନିୟମ ୩୪): -

ପୁନଃ  ଉଦ୍ଧାରନୀୟ  ଜମିର  ସ୍ଥିରୀକରଣ  ଉପରେ  ଦଫା ୨୯ ଅନୁଯାୟୀ, ପ୍ରମାଣପତ୍ରର   ନିର୍ଗମ  ତାରିଖକୁ   ଅନୁସରଣ  କରୁଥିବା  ପରବର୍ତ୍ତୀ   ବର୍ଷର  ସମାପ୍ତି   ତାରିଖରୁ, ସେଥିରେ  ଚାଷ  କରିବା  ଅଧିକାରରୁ , ଉକ୍ତ  କୃଷକ  କ୍ରମାନୁଗତିକ   ଭାବେ  ଚାଷ  କରିବା  ଅଧିକାରରୁ, ରହିତ  ହେବେ  ।

ଦଫା ୨୬  ଅନୁଯାୟୀ , ଆବେଦନ  କରିବାରେ  ଜମିଦାରଙ୍କ  ଅକୃତକାର୍ଯ୍ୟତାର   ପରିଣତି (ନିୟମ୩୪(କ))  :-

କୌଣସି  କ୍ଷେତ୍ରରେ , ଯେଉଁ ସ୍ଥଳରେ  କୌଣସି  ଜମି  ସଂବନ୍ଧରେ  ଜମିଦାର, ଦଫା ୨୬ ର  ବ୍ୟବସ୍ଥାବଳୀ  ସହ  ସମନ୍ଵୟ   ରକ୍ଷାକରି , ଆବେଦନ  କରିବାର  ଅକୃତକାର୍ଯ୍ୟ   ହୁଅନ୍ତି, ସେପରିସ୍ଥଳେ  ରାଜସ୍ୱ   ଉଚ୍ଚକର୍ମଚାରୀ, ଉକ୍ତ  ଦଫାରେ  ଧାର୍ଯ୍ୟ  ସମୟର  ସମାପ୍ତି ପରେ , ଏପରି ଜମି  ସଂବନ୍ଧରେ , କୃଷକଙ୍କ  ଦ୍ଵାରା  ଦାଖଲ  କରାଯାଇଥିବା  ଆବେଦନପତ୍ରକୁ   ବିଚାର କରିବେ   ଏବଂ  ପୁନଃ  ଉଦ୍ଧାରନୀୟ   ଏବଂ  ଅଣ – ପୁନଃ  ଉଦ୍ଧାରନୀୟ  ଜମିର  ବିବରଣୀ  ସ୍ଥିର  କରିବା  ସହିତ  ଦଫା ୨୭ ଏବଂ ୨୮ ଅନୁଯାୟୀ  ସ୍ଥିର  କରାଯିବା  ନିମନ୍ତେ  ଆବଶ୍ୟକ  ବିଷୟ  ମଧ୍ୟ  ସ୍ଥିର  କରିବେ  ଏବଂ   ଏପରି  ସ୍ଥିରୀକରଣ  ଉପରେ  [ ଏହି   ଅଧ୍ୟାୟର  ବ୍ୟବସ୍ଥାବଳୀ ] , ଯେତେଦୂର  ସମ୍ଭବ , ପ୍ରୟୋଗ  ହେବ   ।

ଉଲ୍ଲେଖ ଥାଉ  ଯେ, ଯଦି ଏପରି  କୌଣସି   କ୍ଷେତ୍ରରେ , ଏହି କାରଣ ଉପରେ  ଜମିଦାର  ଏପରି  ଦାବୀକୁ  ପ୍ରତିଦ୍ୱନ୍ଦିତା  କରନ୍ତି   ଯେ, ଏପରି  ଆବେଦନକାରୀ,  କୃଷକ  ନୁହେଁ  ଏବଂ ଉକ୍ତ  କୃଷକ  ତାଙ୍କ ଦାବୀ  ପ୍ରମାଣ  କରିବାରେ  କୃତକାର୍ଯ୍ୟ  ହୁଅନ୍ତି, ସେପରିସ୍ଥଳେ   ରାଜସ୍ୱ - ଅଧିକାରୀ  ଅଣ – ପୁନଃଉଦ୍ଧାରନୀୟ  ଜମିକୁ  ଚୟନ  କରିବା  ନିମନ୍ତେ  କୃଷକକୁ  ଏକ  ସୁଯୋଗ  ପ୍ରଦାନ  କରିବା  ପରେ, ଏପରି  କୃଷକ  ଦ୍ଵାରା  କରାଯାଇଥିବା  ଚୟନ  ସହିତ  ସମନ୍ଵୟ  ରକ୍ଷାକରି, ଯେତେଦୂର  ସମ୍ଭବ, ଉପରୋକ୍ତ  ବିବରଣୀ  ସ୍ଥିର  କରିବେ;

ଆହୁରି  ଉଲ୍ଲେଖଥାଉ  ଯେ, ଯଦି  ଜମିଦାର   ଉପରୋକ୍ତ  ଦାବୀକୁ   ପ୍ରତିଦ୍ୱନ୍ଦିତା  ନକରନ୍ତି , ସେପରିସ୍ଥଳେ  ପୁନଃ  ଉଦ୍ଧାରନୀୟ  ଜମିକୁ  ଚୟନ  କରିବା  ଅଧିକାର  ତାଙ୍କର  ରହିବ  ଏବଂ  ଉକ୍ତ  ବିବରଣୀଗୁଡିକ, ଯେତେଦୂର   ସମ୍ଭବ , ଜମିଦାରଙ୍କ  ଦ୍ଵାରା  କରାଯାଇଥିବା  ଚୟନ  ସହିତ, ସମନ୍ଵୟ  ରକ୍ଷା  କରିବ  । ]

ଜମିଦାର   ଏବଂ  କୃଷକର  ଅକୃତକାର୍ଯ୍ୟତା  ଓ କୃଷକର  ଅଧିକାର

ଦଫା  ୨୬ ଅନୁଯାୟୀ, ଆବେଦନ  କରିବାରେ, ଉଭୟ  ଜମିଦାର   ଏବଂ  କୃଷକର  ଅକୃତକାର୍ଯ୍ୟତା  (ନିୟମ  ୩୫): -

ଯେଉଁ ସ୍ଥଳରେ, ଉଭୟ  ଜମିଦାର  ଏବଂ  କୃଷକ, କୌଣସି  ଜମି ସଂବନ୍ଧରେ, ଦଫା  ୨୬ ର  ବ୍ୟବସ୍ଥାବଳୀ  ସହିତ  ସମନ୍ଵୟ   ରକ୍ଷାକରି   ଆବେଦନ   କରିବାରେ  ଅକୃତକାର୍ଯ୍ୟ   ହୁଅନ୍ତି, ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ , ଉକ୍ତ  ଦଫାରେ  ଧାର୍ଯ୍ୟ  ସମୟର  ଅତିବାହିତ   ଠାରୁ  ଛଅ  ମାସ  ମଧ୍ୟରେ  ଏବଂ ସେ  ସଂବନ୍ଧରେ   ପ୍ରଣୀତ  ନିୟମାବଳୀର  ନିୟନ୍ତ୍ରଣାଧିନରେ  ଅବମ ଇତ୍ସୁକ   ବ୍ୟକ୍ତିମାନଙ୍କୁ  ଶୁଣାଣୀର  ଏକ  ସୁଯୋଗ  ପ୍ରଦାନ  କରିବା  ପରେ, ପୁନଃଉଦ୍ଧାରନୀୟ   ଏବଂ  ଅଣ –ପୁନଃ  ଉଦ୍ଧାରନୀୟ  ଜମିଗୁଡ଼ିକର  ବିବରଣୀ  ସ୍ଥିର  କରିବା  ସହିତ, ଦଫା  ୨୭ ଏବଂ ୨୮  ଅନୁଯାୟୀ   ସ୍ଥିର  କରାଯିବାକୁ   ଥିବା  ଅନ୍ୟାନ୍ୟ   ବିଷୟ  ମଧ୍ୟ  ସ୍ଥିର  କରିବେ, ଏବଂ  ଏପରି   ସ୍ଥିରୀକରଣ  ଉପରେ, ଅଧ୍ୟାୟର  ଅବଶିଷ୍ଟ  ବ୍ୟବସ୍ଥାବଳୀ, ଯେତେଦୂର   ସମ୍ଭବ, ପ୍ରୟୋଗ  ହେବ   ।

ଏହି  ଅଧ୍ୟାୟ  ଅନୁଯାୟୀ, କାର୍ଯ୍ୟାନୁଷ୍ଠାନର  ସିଦ୍ଧାନ୍ତ  ପର୍ଯ୍ୟନ୍ତ, କୃଷକର  ଅଧିକାର ( ନିୟମ ୩୫ (କ))  : -

କୃଷକ, ଏହି  ଅଧ୍ୟାୟ  ଅନୁଯାୟୀ , କାର୍ଯ୍ୟାନୁଷ୍ଠାନ  ସମାପ୍ତି  ପର୍ଯ୍ୟନ୍ତ , ବଂଶାନୁଗତିକ   ଅଧିକାର  ସହିତ  ଜମି  ଧାରଣ  କରିବେ  ଏବଂ  ଏପରି   ଧାରଣ  କରିବା  ସମୟରେ, ଅଧ୍ୟାୟ – ୩ ରେ   ଧାରୀତ  ବ୍ୟବସ୍ଥାର   ନିୟନ୍ତ୍ରଣାଧିନ  ହେବେ   ।

ସଂଦେହର  ଅପସାରଣ

ସଂଦେହର  ଅପସାରଣ  (ନିୟମ ୩୬)

ସଂଦେହର   ଅପସାରଣ  ନିମନ୍ତେ, ଏତତ୍ ଦ୍ଵାରା  ଘୋଷଣା  କରାଯାଉଛି ଯେ, ଯେଉଁସ୍ଥଳରେ  ଜମିଦାର, ଦଫା  ୩୪  ଅନୁଯାୟୀ, ଜମିରେ  ପ୍ରବେଶ   କରିବା  ଅଧିକାର  ପାଇବା  ପରେ, କିମ୍ବା   ଯେଉଁ   ସ୍ତଳରେ   କୃଷକ ଦଫା  ୩୦ ଅନୁଯାୟୀ, ଜଣେ  ରୟତ୍  ହେବା  ପରେ, ସେହି  ତାରିଖକୁ  ଅନୁସରଣ  କରୁଥିବା  ପରବର୍ତ୍ତୀ  ବର୍ଷର  ସମାପ୍ତି ପୂର୍ବରୁ, ଯଥେଷ୍ଟ  କାରଣ  ନଥାଇ, ବ୍ୟକ୍ତିଗତଭାବେ  ଜମିଚାଷ   କରିବାରେ   ଅକୃତକାର୍ଯ୍ୟ  ହୁଅନ୍ତି, ଯେବେ  ଏପରି  ଅଧିକାର  ଉଦ୍ରେକ୍  ହୁଏ ; ସେପରିସ୍ଥଳେ  ଏପରି  ଜମିଦାର  କିମ୍ବା  କୃଷକ, ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ , ଦଫା  ୮ର  ବ୍ୟବସ୍ଥାବଳୀ   ସହିତ  ସମନ୍ଵୟ  ରକ୍ଷାକରି, ଉଚ୍ଛେଦ  ନିମନ୍ତେ  ଦାୟୀ  ରହିବେ   ।

କେତେକ  କ୍ଷେତ୍ରରେ  ଜମି  ସଂବନ୍ଧରେ , କୃଷକ  ଜଣେ  ରୟତ୍  ହେବ (ନିୟମ ୩୬ (କ)): -

  1. ଏହି ଅଧ୍ୟାୟର ପୂର୍ବ  ବ୍ୟବସ୍ଥାବଳୀରେ  ଧାରୀତ  କୌଣସି  ବିଷୟ  ସତ୍ତ୍ୱେ , ମାତ୍ର  ଦଫା  ୨୪ ର  ଇଉପିଏ – ଦଫା  (୨) ର  ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ , ରାଜସ୍ୱ  ଉଚ୍ଚକର୍ମଚାରୀ ,  ଓଡିଶା  ଭୂମି – ସଂସ୍କାର  (ସଂଶୋଧନ) ଆଇନ୍ ୧୯୭୩ (ରାଷ୍ଟ୍ରପତିଙ୍କ  ଆଇନ୍ ୧୭/ ୧୯୭୧ ) ର  ପ୍ରଚଳନ  ତାରିଖରୁ  ଦୁଇବର୍ଷ  ମଧ୍ୟରେ , ଏପରି କୃଷକ  ଦ୍ଵାରା  ପ୍ରଦାନ  କରାଯାଇଥିବା  ଆବେଦନପତ୍ର  ଉପରେ  ଏବଂ  ଇତ୍ସୁକ  ପକ୍ଷମାନଙ୍କୁ  ଶୁଣାଣୀର  ସୁଯୋଗ  ପ୍ରଦାନ  କରିବା  ପରେ  ଏବଂ  ସ୍ଥାନୀୟ  ସମିତି , ଯଦି କିଛି ଥାଏ  ତାଙ୍କ  ସହିତ  ପରାମର୍ଶ  କରିବା   ପରେ  ଉକ୍ତ  କୃଷକର  ଚାଷରେ  ଥିବା  ସମସ୍ତ  ଜମିକୁ   ଅଣପୁନଃ  ଉଦ୍ଧାରନୀୟ  ବୋଲି  ଘୋଷଣା   କରିବେ  ଏବଂ  ଉପଯୁକ୍ତ  ଏବଂ  ସମାନ  ଖଜଣା  ସ୍ଥିର  କରିବେ  ଏବଂ ଦଫା  ୨୮ ର  ବ୍ୟବସ୍ଥାବଳୀ  ସହ  ସମନ୍ଵୟ   ରକ୍ଷାକରି , ଉକ୍ତ  ଜମି  ସଂବନ୍ଧରେ , କୃଷକଙ୍କ  ଦ୍ଵାରା  ଦେୟ  କ୍ଷତିପୂରଣ  ମଧ୍ୟ  ସ୍ଥିର  କରିବେ  ଏବଂ ଏପରି ସ୍ଥିରୀକରଣ  ଉପରେ , ଦଫା   ୨୯ ରୁ ୩୩ ର  ବ୍ୟବସ୍ଥାବଳୀ  (ଉଭୟ  ଅନ୍ତର୍ଭୁକ୍ତ ), ୩୫ – ‘ କ ’  ଏବଂ ୩୬, ଯେତେଦୂର  ସମ୍ଭବ  ପ୍ରୟୋଗ  ହେବ ;
  2. ଉଲ୍ଲେଖଥାଉ  ଯେ , ଏହି ଉପ – ଦଫାର  କୌଣସି  ବ୍ୟବସ୍ଥା , କୌଣସି ଜମି ପ୍ରତି  ପ୍ରୟୋଗ  ହେବ ନାହିଁ , ଯେଉଁସ୍ଥଳରେ ;

    • ଦଫା  ୨୭ କିମ୍ବା  ଦଫା  ୩୫  ଅନୁଯାୟୀ  ସ୍ଥିର  କରାଯାଇଥିବା  ସେପରି  ଉଦ୍ଧାରନୀୟ  ଏବଂ ଅଣ – ଉଦ୍ଧାରନୀୟ  ଅଂଶର  ବିବରଣୀ ; କିମ୍ବା
    • ଏପରି  ବିବରଣୀର  ସ୍ଥିରୀକରଣ  ନିମନ୍ତେ  କାର୍ଯ୍ୟାନୁଷ୍ଠାନ  ସ୍ଥଗିତ  ଥାଏ ।

    ସ୍ପଷ୍ଟୀକରଣ

    ଏହି  ଦଫା  ଉଦ୍ଦେଶ୍ୟରେ , କୃଷକ , ଜଣେ  କୃଷକକୁ  ଅନ୍ତର୍ଭୁକ୍ତ  କରିବ , ଯାହାର , ଦଫା  ୨୬ ଅନୁଯାୟୀ  ଆବେଦନପତ୍ର , ଓଡିଶା  ଭୂମି – ସଂସ୍କାର  (ଦ୍ଵିତୀୟ ସଂଶୋଧନ )୧୯୭୫ ର ପ୍ରଚଳନ  ତାରିଖ  ପୂର୍ବରୁ , ଖିଲାପ  କାରଣ  ଉପରେ  କିମ୍ବା  କୃଷକ  ପକ୍ଷରେ  ଅଣ – ମୋକଦ୍ଦମା  କାରଣ  ଉପରେ  ନାକଚ୍  ହୋଇଥିଲା  ଏବଂ କୌଣସି  କୃଷକ , ଯାହାଙ୍କ  ସଂବନ୍ଧରେ  ଦଫା ୩୫  ଅନୁଯାୟୀ  ଅନୁଷ୍ଠିତ  କୌଣସି  ମୋକଦ୍ଦମା , ଏପରି  କୌଣସି  କାରଣ  ଉପରେ , ଉକ୍ତ  ତାରିଖ  ପୂର୍ବରୁ  ସମାପ୍ତ  ହୋଇଥାଏ   ।

  3. ରାଜସ୍ୱ  ଉଚ୍ଚକର୍ମଚାରୀ , ତାଙ୍କ  ମନକୁମନ , ଏପରି ସମସ୍ତ  କାର୍ଯ୍ୟାନୁଷ୍ଠାନ  ଏପରିଭାବେ  ଗ୍ରହଣ  କରିବେ , ଯେପରି   ଉପ – ଦଫା  (୧) ରେ ବ୍ୟବସ୍ଥାୟୀତ  ହୋଇଛି  ଏବଂ ତାହା , ଉକ୍ତ  ଆଇନ୍ ର  ପ୍ରାରମ୍ଭଠାରୁ  ତିନି  ବର୍ଷ  ମଧ୍ୟରେ  , ଯେକୌଣସି  ସମୟରେ  ;
  4. ଉଲ୍ଲେଖଥାଉ  ଯେ , ଯେଉଁ  ସ୍ଥଳରେ , ଉପ –ଦଫା (୧) ରେ  ଧାର୍ଯ୍ୟ  ତମାଦି  ସମୟ , ଦଫା  ୬୩ ଅନୁଯାୟୀ  କୌଣସି  ଅଧିକ  ସମୟ  ଦ୍ଵାରା  ପରିବର୍ଦ୍ଧିତ  ହୁଏ ;  ସେ[ପରିସ୍ଥଳେ , ଉପରୋକ୍ତ  ଅନୁଯାୟୀ  ତିନିବର୍ଷ  ସମୟକୁ , ସେହିପରି  ସମାନଭାବେ  ପରିବର୍ଦ୍ଧନ  କରାଯିବ   ।

  5. ସଂଦେହର  ଅପସାରଣ  ନିମନ୍ତେ , ଏତତ୍  ଦ୍ଵାରା  ଘୋଷଣା  କରାଯାଉଛି  ଯେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଏହି ଦଫା   ଅନୁଯାୟୀ   ଅଗ୍ରସର  ହେବା  ସମୟରେ , ଜମିଦାର  ଏବଂ କୃଷକ  ମଧ୍ୟରେ  ସଂପର୍କର  ସ୍ଥିତାବସ୍ଥା  ସଂବନ୍ଧରେ  କିମ୍ବା  କୃଷକର  ଚିହ୍ନଟ   ସଂବନ୍ଧରେ  କୌଣସି   ବିବାଦ  ସ୍ଥିର  କରିବା  କ୍ଷମତା  ବହନ  କରନ୍ତି   ।

ଆଇନ୍ ର  ସଂଶୋଧନର  ପରିଣତି  ଉପରେ , ଦଫା  ୩୬ – ‘ କ ’ ର  ପ୍ରୟୋଗ (ନିୟମ ୩୬ (ଖ))  : -

ଦଫା  ୨୪ , ଦଫା  ୨୫ କିମ୍ବା  ଦଫା  ୨୬ ର  ଉପ –ଦଫା (୧) ରେ  ଧାରୀତ  କୌଣସି  ବ୍ୟବସ୍ଥା  ସତ୍ତ୍ୱେ , ଯେଉଁସ୍ଥଳରେ , ଭୂମି – ସଂସ୍କାର  (ଦ୍ଵିତୀୟ  ସଂଶୋଧନ ) ଆଇନ୍, ୧୯୭୫  ଦ୍ଵାରା  ଦଫା  ୭୩ ର  ସଂଶୋଧନର  ପରିଣତି  ସ୍ୱରୂପ  କୌଣସି  ଜମି, ଏହି ଅଧ୍ୟାୟର   ବ୍ୟବସ୍ଥାବଳୀ  ପ୍ରତି  ନିୟନ୍ତ୍ରଣାଧିନ  ହୁଏ , ସେପରିସ୍ଥଳେ, ଦଫା  ୩୬ –‘ କ ’ ର  ବ୍ୟବସ୍ଥାବଳୀ, ଯେତେଦୂର  ସମ୍ଭବ , ଏପରି  ସଂଶୋଧନର  ନିୟନ୍ତ୍ରଣାଧିନରେ , ପ୍ରୟୋଗ  ହେବ  ଯେ, ସେଥିରେ  ଧାର୍ଯ୍ୟ  ଥିବା  ତମାଦି  ସମୟ, ଉକ୍ତ  ଆଇନ୍ ର  ପ୍ରାରମ୍ଭ  ତାରିଖରୁ   ଗଣନା  କରାଯିବ   ।

‘ରୟତ୍ ’ ହେବା  ନିମନ୍ତେ , ଆଇନ୍ ର  ଉଲ୍ଲଘଂନରେ  , କୃଷକକୁ  ଅନ୍ତର୍ଭୁକ୍ତ  କରିବା (ନିୟମ ୩୬ (ଖ))  : -

  1. ଦଫା ୬ ର ଉପ –ଦଫା (୨) ରେ  ଧାରୀତ  କୌଣସି  ବ୍ୟବସ୍ଥା  ସତ୍ତ୍ୱେ , କୌଣସି  କୃଷକ  ଯାହାଙ୍କୁ  ଉକ୍ତ  ଉପ –ଦଫାର  ବ୍ୟବସ୍ଥାବଳୀର  ଉଲ୍ଲଘଂନରେ   ୧୯୬୫  ମସିହା  ଅକ୍ଟୋବର  ୧ ତାରିଖରେ  କିମ୍ବା  ପରେ , ଜମି ପଟ୍ଟା  ସୂତ୍ରେ  ପ୍ରଦାନ  କରାଯାଇଥାଏ , ସେ  ଓଡିଶା  ଭୂମି – ସଂସ୍କାର  (ଦ୍ଵିତୀୟ  ସଂଶୋଧନ ) ଆଇନ୍ , ୧୯୭୫  ର  ପ୍ରଚଳନ  ତାରିଖରୁ  ଦୁଇବର୍ଷ  ମଧ୍ୟରେ   କିମ୍ବା  ସେହି  ତାରିଖ , ଯେବେ  ଏପରି   ଜମି  ତାଙ୍କୁ  ପ୍ରଦାନ  କରାଗଲା , ରାଜସ୍ୱ  ଉଚ୍ଚାକର୍ମଚାରୀଙ୍କୁ  ଆବେଦନ  କରିପାରିବେ , ଏହା  ଘୋଷଣା  କରିବା  ନିମନ୍ତେ  ଯେ , ସେ , ଏପରି  ଜମି  ସଂବନ୍ଧରେ  ଜଣେ   ରୟତ୍  ଅଟନ୍ତି   ।
  2. ଏକ  ରୟତ୍  ଭାବେ  କୌଣସି  କୃଷକକୁ  ଘୋଷଣା  କରିବା  ନିମନ୍ତେ , ଉକ୍ତ  ଦୁଇ ବର୍ଷ  ସମୟ  ମଧ୍ୟରେ , ଉପ – ଦଫା  (୧) ଅନୁଯାୟୀ , ରାଜସ୍ୱ  ଉଚ୍ଚକର୍ମଚାରୀ , ତାଙ୍କ  ମନକୁମନ  କାର୍ଯ୍ୟାନୁଷ୍ଠାନ   ଗ୍ରହଣ  କରିପାରନ୍ତି   ।
  3. ଦଫା  ୨୮ ରୁ ୩୩ (ଉଭୟ  ଅନ୍ତର୍ବଭୂକ୍ତ , ୩୫ – ‘ କ ’ ଏବଂ ୩୬ ରେ  ଧାରୀତ  ବ୍ୟବସ୍ଥାବଳୀ , ଯେତେଦୂର   ସମ୍ଭବ , ଏହି ଦଫା  ଅନୁଯାୟୀ , କାର୍ଯ୍ୟାନୁଷ୍ଠାନ  ପ୍ରତି  ପ୍ରୟୋଗ  ହେବ , ଯେପରିକି  ଏପରି  ପ୍ରଦାନ  କରାଯାଇଥିବା   ସମସ୍ତ  ଜମି , ଅଣ –ପୁନଃ  ଉଦ୍ଧାନୀୟ  ଅଟେ   ।

ଆଧାର – ଲଅ ହାଉସ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate