অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଭୂ-ସଂସ୍କାର ଆଇନ୍,୧୯୬୦(ଭୂସଂସ୍କାର କାର୍ଯ୍ୟକାରୀ କରିବା ନିମନ୍ତେ, ପ୍ରଶାସନିକ କଳ)

ଜମି – କମିଶନର  ଗଠନ

  1. ଏହି ଦଫା ଉଦ୍ଦେଶ୍ୟରେ , ସରକାର , ବିଜ୍ଞପ୍ତି  ଦ୍ଵାରା , ଏକ  ଜମି କମିଶନ ଗଠନ  କରିପାରନ୍ତି   ।
  2. ଏପରି   କମିଶନ  ସାତଜଣ   ସଦସ୍ୟଙ୍କୁ   ନେଇ ଗଠିତ  ହେବ , ଯେଉଁମାନଙ୍କ   ମଧ୍ୟରୁ  ତିନିଜଣ  କାର୍ଯ୍ୟାଳୟ  ଉଚ୍ଚକର୍ମଚାରୀ   ହେବେ  ଏବଂ ଚାରିଜଣ  ଅଣ – କାର୍ଯ୍ୟାଳୟ  କର୍ମଚାରୀ   ହୋଇଥିବେ  ଏବଂ  ସରକାରଙ୍କ  ଦ୍ଵାରା  ମନୋନୀତ   ହୋଇଥିବେ  । ସେମାନେ  [ ଯଦି  କମିଶନ  ଶୀଘ୍ର  ଗଠନ  ନହୋଇଛି] ; ନିଯୁକ୍ତି  ତାରିଖରୁ , ତିନିବର୍ଷ  ପର୍ଯ୍ୟନ୍ତ   କାର୍ଯ୍ୟାଳୟ  ଧାରଣ  କରିବେ  ।
    • ଭୂ - ସଂସ୍କାରକମିଶନର , ଜମି କମିଶନର  ପୂର୍ବ  କାର୍ଯ୍ୟାଳୟ   ସଚିବ  ରହିବେ ;
    • କମିଶନର ‘ ଚେୟାରମ୍ୟାନ ’ ହେବା  ନିମନ୍ତେ , ଜଣେ  ସଦସ୍ୟଙ୍କୁ , ସରକାର  ମନୋନୀତ   କରିବେ   ।
  3. ବିଶେଷ  ଉଦ୍ଦେଶ୍ୟ  ନିମନ୍ତେ , ସଦସ୍ୟମାନଙ୍କୁ   ମନୋନୀତ  କରିବା  କ୍ଷମତା  କମିଶନର  ରହିବ   ।
  4. କମିଶନଙ୍କ  କାର୍ଯ୍ୟାନୁଷ୍ଠାନ  ଏପରି  ପଦ୍ଧତିରେ  ପରିଚାଳନା  କରାଯିବ, ଯେପରି  ଧାର୍ଯ୍ୟ  କରାଯାଇପାରେ

ଜମି – କମିଶନଙ୍କ  କାର୍ଯ୍ୟ

କମିଶନ, ସମୟାନୁକ୍ରମେ, ଭୂ - ସଂସ୍କାରଅଗ୍ରଗତି  ବିଷୟ  ପୁନଃ  ବିଚାରକରିବେ, ବର୍ଷକୁ  ଅତିକମ୍ ରେ  ଠାରେ  ବିବରଣୀ  ପ୍ରକାଶନ  କରିବେ  ଏବଂ ଭୂ - ସଂସ୍କାରସଂବନ୍ଧୀୟ   ସମସ୍ତ  ବିଷୟରେ, ସରକାରଙ୍କୁ  ଉପଦେଶ  ଦେବେ   ।

ଜିଲ୍ଲା  ନିର୍ବାହୀ  ସମିତି ଏବଂ  ସ୍ଥାନୀୟ  ସମିତିର  ଗଠନ   : -

  1. ପ୍ରତ୍ୟେକ  ଜିଲ୍ଲା  ନିମନ୍ତେ  ସରକାର  ଏକ  ଜିଲା  କାର୍ଯ୍ୟନିର୍ବାହୀ  ସମିତି  ଗଠନ  କରିବେ  । ଉକ୍ତ  ସମିତି , ତିନିଜଣ  ସଦସ୍ୟଙ୍କୁ  ଧାରଣ କରିବେ , ଯାହାଙ୍କ  ମଧ୍ୟରୁ  ଉକ୍ତ  ଜିଲ୍ଲାର  କଲେକ୍ଟର   ଜଣେ  ହେବେ  । ଅନ୍ୟ  ଦୁଇଜଣ  ସଦସ୍ୟ  ଅଣ – କାର୍ଯ୍ୟାଳୟ  ଅଧିକାରୀ   ହୋଇଥିବେ  । ଯେଉଁମାନେ  ସରକାରଙ୍କ  ଦ୍ଵାରା  ମନୋନୀତ  ହେବେ  ଏବଂ  [ଯେଉଁମାନେ  ଯଦି ସମିତି  ଶୀଘ୍ର  ପୁନଃ   ଗଠିତ  ନହୁଏ;  ତିନିବର୍ଷ  ନିମନ୍ତେ  କାର୍ଯ୍ୟାଳୟ  ଧାରଣ  କରିବେ  । ]
  2. କଲେକ୍ଟର, ଜିଲ୍ଲା  କାର୍ଯ୍ୟ  ନିର୍ବାହୀ  ସମିତିର  ‘ଚେୟାରମ୍ୟାନ’ ହେବେ  ଏବଂ  ସମିତିର  ସଂପାଦକ  ଭାବେ  କାର୍ଯ୍ୟ  କରିବା  ନିମନ୍ତେ  ଜଣେ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ନିଯୁକ୍ତ  କରିବେ   ।
  3. ରାଜ୍ୟର  ବିଭିନ୍ନ  ଅଞ୍ଚଳ  ନିମନ୍ତେ, ସରକାର  ସ୍ଥାନୀୟ  ସମିତି  ଗଠନ  କରିପାରନ୍ତି   ।
  4. ସ୍ଥାନୀୟ  ସମିତିର  ଗଠନ, କାର୍ଯ୍ୟାଳୟ  ସର୍ତ୍ତାବଳୀ, କ୍ଷମତା  ଏବଂ  କାର୍ଯ୍ୟ  ଧାର୍ଯ୍ୟାନୁଷ୍ଠାନ  ହେବ  ଏବଂ  ଧାର୍ଯ୍ୟ  ପଦ୍ଧତିରେ   ସମିତିର  କାର୍ଯ୍ୟ  ପରିଚାଳନା  କରାଯିବ   ।

ଜିଲ୍ଲା  କାର୍ଯ୍ୟନିର୍ବାହୀ  ସମିତିର  କାର୍ଯ୍ୟ ( ନିୟମ  ୫୬ )

ଜିଲ୍ଲାରେ  ଭୁ – ସଂସ୍କାରର  ଅଗ୍ରଗତିକୁ , ଜିଲ୍ଲା  ନିର୍ବାହୀ  ସମିତି ପୁନଃ  ବିଚାର  କରିବେ ।

ଅକ୍ଷମତାର  ପ୍ରମାଣପତ୍ର  ( ନିୟମ  ୫୬ (କ) ) : -

  1. ଦଫା  ୨ ର ଧାରା (୧), ଉପ ଧାରା  (କ), (ଖ) କିମ୍ବା (ଗ) ରେ  ଧାର୍ଯ୍ୟ  ଅକ୍ଷମତା  ଅଧିନରେ  ଥିବା  କୌଣସି  ବ୍ୟକ୍ତି  ସେ  ସଂବନ୍ଧରେ  ପ୍ରଣୀତ  ନିୟମାବଳୀର  ନିୟନ୍ତ୍ରଣାଧିନରେ , ଉକ୍ତ ଧାରା  ପ୍ରତି  ପ୍ରତିବନ୍ଧରେ   ଧାର୍ଯ୍ୟ  ଏକ  ପ୍ରମାଣପତ୍ର  ନାମନ୍ତେ, ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ   ଆବେଦନ  କରିବେ  । ]
  2. ଏପରି  ଆବେଦନପତ୍ର  ଗ୍ରହଣ  କରିବା  ପରେ, [ ରାଜସ୍ୱ  ରାଜକର୍ମଚାରୀ  ସଂପୃକ୍ତ  ବ୍ୟକ୍ତି  କିମ୍ବା  ତାଙ୍କର  ଅଭିଭାବକ , ଯଦି  ସେ  ଜଣେ  ନାବାଳକ, କିମ୍ବା  ଅସୁସ୍ଥ  ମସ୍ତିସ୍କ  ବ୍ୟକ୍ତି ହୋଇଥାନ୍ତି  , ତାଙ୍କୁ  ଶୁଣାଣୀର ସୁଯୋଗ ପ୍ରଦାନ  କରି  ତଥା  ଅନ୍ୟ  ଆବଶ୍ୟକ  ତଦନ୍ତ  କରିବା  ପରେ  [ ଯେପରି  ସେ  ଉପଯୁକ୍ତ  ମନେ  କରନ୍ତି ] ଉକ୍ତ  ଆବେଦନପତ୍ରକୁ   ପ୍ରତ୍ୟାଖ୍ୟାନ  କରିପାରନ୍ତି   କିମ୍ବା  ଏହି ବିଷୟ  ଉପରେ  ଏକ  ପ୍ରମାଣପତ୍ର  ନିର୍ଗମ  କରିପାରନ୍ତି  ଯେ, ଏପରି ବ୍ୟକ୍ତି  ବ୍ୟକ୍ତିଗତଭାବେ  ତାଙ୍କ  ଜମି  ଚାଷ କରିବା  ନିମନ୍ତେ  ଅକ୍ଷମ  ଅଟନ୍ତି ;
  3. ଉଲ୍ଲେଖ  ଥାଉ  ଯେ , ଯଦି  ଏହାର  ଦାଖଲ  ତାରିଖରୁ  ତିରିଶଦିନ  ମଧ୍ୟରେ, ଏପରି  ଆବେଦନପତ୍ର  ଉପରେ  କୌଣସି  ଆଦେଶ  ପ୍ରଦାନ  କରାନଯାଏ , ତାହା  ପ୍ରତାଖ୍ୟାନ   କରାଯାଇଛି  ବୋଲି  ଧରାଯିବ   ।

  4. ଉପ – ଦଫା  (୧) ଅନୁଯାୟୀ  ଆବେଦନପତ୍ର   ଏବଂ  ଉପ- ଦଫା  (୨) ଅନୁଯାୟୀ  ନିର୍ଗମ  କରାଯିବାକୁ  ଥିବା  ପ୍ରମାଣପତ୍ର  ଧାର୍ଯ୍ୟ   ଫର୍ମ  ଅନୁଯାୟୀ  ହେବ  ଏବଂ  ଆବେଦନପତ୍ର , ଧାର୍ଯ୍ୟ  ଶୁଳ୍କ  ସହ  ପ୍ରଦାନ   କରାଯିବ   ।

ଅକ୍ଷମତା  ପ୍ରମାଣପତ୍ରର  ନାକଚିକରଣ  ଏବଂ  ଏହାର  ପରିଣତି ( ନିୟମ  ୫୬ (ଖ) )  : -

  1. ଯଦି  ରାଜସ୍ୱ  ଉଚ୍ଚକର୍ମଚାରୀ , କୌଣସି   ଅକ୍ଷମତା  ଅଧିନରେ  ଥିବା  କୌଣସି  ବ୍ୟକ୍ତି  ଅଧିନରେ  ଜମିଚାଷ  କରୁଥିବା  କୌଣସି  କୃଷକ  ଦ୍ଵାରା  ସେ  ସଂବନ୍ଧରେ  କୌଣସି  ଆବେଦନପତ୍ର  ଉପରେ  ସନ୍ତୁଷ୍ଟ   ହୁଅନ୍ତି ଯେ , ଦଫା  ୫୬ – ‘କ’  ଅନୁଯାୟୀ   ଏକ  ପ୍ରମାଣପତ୍ର , ଏପରି  ବ୍ୟକ୍ତି  ଦ୍ଵାରା  ଚଞ୍ଚକତା   କିମ୍ବା  କୁ – ପ୍ରତିନିଧିତ୍ଵ  କିମ୍ବା  କୌଣସି  ଉପାଦେୟ  ବିଷୟକୁ  ଲୁଚାଇ , ଗ୍ରହଣ  କରାଯାଇଛି , ତାହେଲେ  ସେ,  ସଂପୃକ୍ତ  କୃଷକ  ଏବଂ ଉକ୍ତ  ବ୍ୟକ୍ତିଙ୍କୁ  ଶୁଣାଣୀର  ଏକ ସଂଯୋଗ  ପ୍ରଦାନ  କରି, ଏପରି ପ୍ରମାଣ  ପତ୍ର  ନାକଚ୍  କିମ୍ବା  ପ୍ରତ୍ୟାଖ୍ୟାନ  କରିପାରନ୍ତି   ।
  2. ପ୍ରମାଣ  ପତ୍ରର  ନାକଚିକରଣ   ଉପରେ , ରାଜସ୍ୱ  ଉଚ୍ଚକର୍ମଚାରୀ , ଏପରି  ନାକଚୀକରଣ  ତାରିଖରୁ  ଷାଠିଏ  ଦିନ  ମଧ୍ୟରେ , କୃଷକ ଦ୍ଵାରା  ସେ ସଂବନ୍ଧରେ  ପ୍ରଦାନ   କରାଯାଇଥିବା  କୌଣସି  ଆବେଦନ  ପତ୍ର  ଉପରେ  ଏବଂ   ଇଚ୍ଛୁକ  ପକ୍ଷମାନଙ୍କୁ  ଶୁଣାଣୀର   ସୁଯୋଗ   ପ୍ରଦାନ  କରି ଘୋଷଣା   କରିପାରନ୍ତି  ଯେ , ସମୁଦାୟ  ଜମି  ପୁନଃ  ଉଦ୍ଧାରନୀୟ  ନୁହେଁ ଏବଂ   ଦଫା  ୨୮ ର   ବ୍ୟବସ୍ଥାବଳୀ  ସହ  ସମନ୍ଵୟ   ରକ୍ଷାକରି , ଉକ୍ତ  ଜମି  ସଂବନ୍ଧରେ  କୃଷକ  ଦ୍ଵାରା  ଦେୟ  ଯଥାଯଥ  ଖଜଣା  ଏବଂ  କ୍ଷତିପୂରଣ  ସ୍ଥିର  କରିପାରନ୍ତି  ଏବଂ  ଏପରି  ସ୍ଥିରୀକରଣ  ଉପରେ , ଦଫା  ୨୯ ରୁ ୩୩ (ଉଭୟ  ଅନ୍ତର୍ଭୁକ୍ତ ), ୩୫ – ‘କ’ ଏବଂ ୩୬ ଯେତେ ଦୂର  ପର୍ଯ୍ୟନ୍ତ , ପ୍ରୟୋଗ  ହୋଇପାରେ   ।

ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ଅନୁସରଣ ( ନିୟମ ୫୭)

  1. କୌଣସି  ମୋକଦ୍ଦମାର ବିଚାରରେ , ଦେୱାନୀ  କାର୍ଯ୍ୟବିଧି  ସଂହିତା , ୧୯୦୮  (୫/୧୯୦୮) ଅନୁଯାୟୀ , ନିମ୍ନଲିଖିତ  ବିଷୟ  ସଂବନ୍ଧରେ  , ନ୍ୟାୟାଳୟ  ଉପରେ  ନ୍ୟସ୍ତ ସେହି  ଏକ  ପ୍ରକାର  କ୍ଷମତା , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କର  ରହିବ; ଯଥା  : -
    • ଆଫିଡାଭିଟ୍  ଦ୍ଵାରା , ସାକ୍ଷର   ଗ୍ରହଣ ;
    • କୌଣସି  ବ୍ୟକ୍ତିର   ଉପସ୍ଥିତିକୁ  ବାଧ୍ୟ  କରିବା  ଏବଂ ଶପଥ  ପାଠ ଦ୍ଵାରା  ତାଙ୍କୁ  ପରୀକ୍ଷା  କରିବା ;
    • ଦଲିଲ୍ ର  ଉପସ୍ଥାପନାକୁ   ବାଧ୍ୟ  କରିବା ; ଏବଂ
    • ଅନ୍ୟ  କୌଣସି  ବିଷୟ , ଯାହା  ଧାର୍ଯ୍ୟ  କରାଯାଇପାରେ  ।
  2. ସେ  ସଂବନ୍ଧରେ  ପ୍ରଣୀତ   ନିୟାମାବଳୀ  ସହ  ସମନ୍ଵୟ  ରକ୍ଷାକରି , ସେମାନଙ୍କ  ସମ୍ମୁଖରେ ହେଉଥିବା  କାର୍ଯ୍ୟାନୁଷ୍ଠାନରେ, ଖର୍ଚ୍ଚ  ପ୍ରଦାନ  କରିବା  କ୍ଷମତା , ରାଜସ୍ୱ  ଉଚ୍ଚକର୍ମଚାରୀ  ଏବଂ  ଅନ୍ୟ  ଅଧିକାରୀଙ୍କ  ରହିବ ;
  3. ଉଲ୍ଲେଖ  ଥାଉ ଯେ , ଯଦି କୌଣସି  ଅପିଲ୍  ଅଧିକାରୀ  ସନ୍ତୁଷ୍ଟ  ହୁଅନ୍ତି  ଯେ , କୌଣସି  ଅପିଲ୍  ବିଭ୍ରାନ୍ତିକର  କାରଣ  ଉପରେ  ଦାଏର୍ , କରାଯାଇଛି ; ତାହେଲେ  ସେ  ଏପରି  ଖର୍ଚ୍ଚ ପ୍ରଦାନ  କରିବେ , ଯେପରି ସେ ଉଚିତ୍  ମନେ  କରନ୍ତି ଏବଂ  ଯାହାର  ଅର୍ଥରାଶି  ପଚାଶ  ଟଙ୍କାରୁ  କମ୍  ହେବ  ନାହିଁ  ଏବଂ  ପାଞ୍ଚ ଶହ  ଟଙ୍କାରୁ  ଅଧିକ   ହେବ  ନାହିଁ  ।

  4. ତଦନ୍ତ  ଅନୁଷ୍ଠିତ  କରିବାରେ  କିମ୍ବା  ଆଇନ୍  ଅନୁଯାୟୀ   ପ୍ରଦାନ  କରାଯାଇଥିବା  ଆଦେଶର  ସଂପାଦନ   ବିଷୟରେ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ଅନୁସୃତ   ହେବାକୁ ଥିବା   ପଦ୍ଧତି , ଧାର୍ଯ୍ୟ  ଅନୁଯାୟୀ  ହେବ   ।

ଟ୍ରିବ୍ୟୁନାଲ୍ ର  ଗଠନ  ଏବଂ ଧର୍ମନୈତିକ   ଏବଂ  ସର୍ବସାଧାରଣ  ପ୍ରକୃତିର  ବଦାନ୍ୟ  ଟ୍ରଷ୍ଟର  ଘୋଷଣା ( ନିୟମ ୫୭ (କ))  : -

  1. ସରକାର, ଦଫା  ୨ର ଧାରା (୨୪) ର ଉପ – ଧାରା  (ଙ)ର  ଉଦ୍ଦେଶ୍ୟ  ନିମନ୍ତେ , କାର୍ଯ୍ୟାଳୟ  ଗେଜେଟ୍ ରେ  ବିଜ୍ଞପ୍ତି   ଦ୍ଵାରା, ଏପରି  ସ୍ଥାନୀୟ  କର୍ତ୍ତୃତ୍ଵ   ଥିବା  ଗୋଟିଏ  କିମ୍ବା  ଅଧିକ  ଟ୍ରିବ୍ୟୁନାଲ୍  ଗଠନ  କରିପାରନ୍ତି   ।
  2. ଏପରି   ଟ୍ରିବ୍ୟୁନାଲ୍ , ଜଣେ  ସଦସ୍ୟକୁ  ନେଇ ଗଠିତ   ହେବ , ଯେକି  ରାଜ୍ୟ  ବୈଚାରିକ  ସେବାର  ଉଚ୍ଚକର୍ମଚାରୀଙ୍କ   ମଧ୍ୟରୁ  ହୋଇଥିବେ  ଏବଂ ସରକାରଙ୍କ ଦ୍ଵାରା  ନିଯୁକ୍ତ  ହେବ  ଏବଂ  ସେ ଜଣେ  ଅଧନସ୍ତ  ବିଚାରପତି  ସ୍ତରର   ହୋଇଥିବେ   ।
  3. କୌଣସି   ଟ୍ରଷ୍ଟି  , ଯେକି  ଦଫା  ୨ର ଧାରା  (୨୪) ର  ଉପଧାରା  (ଙ) ଅନୁଯାୟୀ , କୌଣସି  ଧର୍ମନୈତିକ  କିମ୍ବା  ସର୍ବସାଧାରଣ  ପ୍ରକୃତିର  ବଦାନ୍ୟ   ଟ୍ରଷ୍ଟ  ଭାବେ  ଘୋଷିତ  କୌଣସି  ଟ୍ରଷ୍ଟ  କରିବାକୁ  ଇଚ୍ଛା  ପ୍ରକାଶ  କରନ୍ତି , ସେପରିସ୍ଥଳେ ସେ , ଧାର୍ଯ୍ୟ  ଫର୍ମରେ ଏପରି  ନିର୍ଦିଷ୍ଟ  ବିବରଣୀ  ପ୍ରଦାନକରି , ଟ୍ରିବ୍ୟୁନାଲ୍ ଙ୍କୁ  ଏକ  ଆବେଦନପତ୍ର  କରିବେ  ।]
  4. [ଉଲ୍ଲେଖ ଥାଉ  ଯେ , ଏହି  ଉପ – ଦଫା  ଅନୁଯାୟୀ , କୌଣସି  ଆବେଦନପତ୍ର  ଗ୍ରହଣୀୟ  ହେବ ନାହିଁ , ଯଦି: -

    • ଏହା  କୌଣସି  ଟ୍ରଷ୍ଟକୁ   ସଂପୃକ୍ତ   କରୁଥାଏ , ଯାହା  କି ୧୯୭୦  ମସିହା  ସେପ୍ଟେମ୍ବର  ୨୬ ତାରିଖ  ପରେ  ସୃଷ୍ଟି  ଏବଂ  ସ୍ଥାପିତ  ହୋଇଛି   ।
    • ଓଡିଶା  ଭୂ - ସଂସ୍କାର(ଦ୍ଵିତୀୟ ସଂଶୋଧନ) ଆଇନ୍ ୧୯୭୬ ର ପ୍ରଚଳନ  ତାରିଖରୁ  ଛଅମାସ  ସମୟ  ଅତିବାହିତ   ହେବା  ପରେ , ଏହା  ଦାଖଲ   କରାଯାଇଥାଏ ;

    ଆହୁରି  ଉଲ୍ଲେଖ ଥାଉ  ଯେ , ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍ , ୧୯୭୬ ର ପ୍ରଚଳନ   ତାରିଖ  ପୂର୍ବରୁ , ପୂର୍ବ   ପ୍ରତିବନ୍ଧର   ଧାରା  (କ) ର  କୌଣସି ବ୍ୟବସ୍ଥା , ଏପରି  କୌଣସି  ଘୋଷଣାକୁ  ପ୍ରଭାବିତ  କରିବ ନାହିଁ  ।

  5. ଉପ- ଦଫା  (୩) ଅନୁଯାୟୀ , କୌଣସି  ଆବେଦନପତ୍ର  ଗ୍ରହଣ   କରିବା  ପରେ , ଟ୍ରିବ୍ୟୁନାଲ୍ , ଧାର୍ଯ୍ୟ  ପଦ୍ଧତିରେ  ଏପରି ତଦନ୍ତ  କରିବା  ପରେ , ଆଦେଶ  ଦ୍ଵାରା  ଏପରି  ଟ୍ରଷ୍ଟକୁ  ଧର୍ମନୈତିକ  କିମ୍ବା  ବଦାନ୍ୟ  ଟ୍ରଷ୍ଟ  ଭାବେ  ଘୋଷଣ  କରିପାରନ୍ତି  କିମ୍ବା  ଏପରି  ଘୋଷଣା  କରିବାକୁ  ପ୍ରତ୍ୟାଖ୍ୟାନ   କରିପାରନ୍ତି ;
  6. ଉଲ୍ଲେଖ  ଥାଉ  ଯେ, ଏପରି   ଟ୍ରଷ୍ଟ  କିମ୍ବା  ଟ୍ରଷ୍ଟିମାନଙ୍କୁ  ଶୁଣାଣୀର   କୌଣସି  ସୁଯୋଗ  ପ୍ରଦାନ  ନକରି , ଏପରି କୌଣସି  ଘୋଷଣାର  ପ୍ରତ୍ୟାଖ୍ୟାନ  ନିମନ୍ତେ  କୌଣସି  ଆଦେଶ  ପ୍ରଦାନ  କରାଯିବ  ନାହିଁ   ।

  7. ଏହି ଦଫା ଅନୁଯାୟୀ , କୌଣସି  ତଦନ୍ତ  କରିବା   ସମୟରେ, ଟ୍ରିବ୍ୟୁନାଲ୍ ଙ୍କର, ଦେୱାନୀ  କାର୍ଯ୍ୟବିଧି  ସଂହିତା  , ୧୯୦୮  (୫/୧୯୦୮) ଅନୁଯାୟୀ , କୁନାୟସ  ମୋକଦ୍ଦମା  ବିଚାର  କରିବା  ସମୟରେ , କୌଣସି  ଦେୱାନୀ  କାର୍ଯ୍ୟାଳୟର  ସମସ୍ତ  କ୍ଷମତା , ନିମ୍ନ  ବିଷୟ  ସଂବନ୍ଧରେ ରହିବ , ଯଥା  : -
    • କୌଣସି  ବ୍ୟକ୍ତିଙ୍କୁ  ଆହ୍ଵାନ  କରି  ତା’ର  ଉପସ୍ଥିତିକୁ  ବାଧ୍ୟ  କରିବା  ଏବଂ ଶପଥପାଠ  ଦ୍ଵାରା  ତାଙ୍କୁ  ପରୀକ୍ଷା  କରିବା ;
    • କୌଣସି  ଦଲିଲ୍ ର  ଆବିଷ୍କାର  ଏବଂ ଉପସ୍ଥାପନକୁ   ଆବଶ୍ୟକ  କରିବା ;
    • ଆଫିଡାଭିଟ୍  ଉପରେ , ସାକ୍ଷ୍ୟ  ଗ୍ରହଣ  କରିବା ;
    • କୌଣସି   ନ୍ୟାୟାଳୟ  କିମ୍ବା  କାର୍ଯ୍ୟାଳୟରୁ   କୌଣସି  ସର୍ବସାଧାରଣ   ନଥି , ଲିଖିତ  ଆଦେଶ  ଦ୍ଵାରା  ମଗାଇବା   ।
    • ସାକ୍ଷୀମାନଙ୍କର  ପରୀକ୍ଷା  ନିମନ୍ତେ , କମିଶନ  ନିର୍ଗମ  କରିବା  ;
    • ଏହାର  ନିଜ  ପଦ୍ଧତିକୁ  ନିୟନ୍ତ୍ରଣ  କରିବା  କ୍ଷମତା  ଟ୍ରିବ୍ୟୁନାଲ୍ ର ରହିବ
  8. ଟ୍ରିବ୍ୟୁନାଲ୍ ,ଏହି ଦଫା  ଅନୁଯାୟୀ  ପ୍ରଦାନ  କରାଯାରିଥିବା   କୌଣସି  ଆବେଦନ  ପତ୍ରକୁ , ଗ୍ରହଣ  ତାରିଖରୁ  , ଛଅମାସ  ମଧ୍ୟରେ , ଯେତେଦୂର   ସମ୍ଭବ , ଫଇସଲା  କରିବେ  ।

କଲେକ୍ଟରଙ୍କ  ଦ୍ଵାରା  କେତେକ  ସୁବିଧାୟିତ  ରୟତ୍ ଙ୍କ  ଘଟଣାର   ଉଲ୍ଲେଖ ( ନିୟମ ୫୭ (ଖ)) : -

  1. ଯଦି ଜିଲ୍ଲା  କଲେକ୍ଟର , ତାଙ୍କ  ନିଜ  ତଥ୍ୟ  ଅନୁଯାୟୀ  କିମ୍ବା  କୌଣସି  ଉତ୍ସରୁ  ଗ୍ରହଣ  କରିଥିବା  : - ତଥ୍ୟ  ଉପରେ  ମତପୋଷଣ  କରନ୍ତି  ଯେ , ଏହା  ସୂଚୀତ  କରିବା  ନିମନ୍ତେ  ପରିସ୍ଥିତି  ବିଦ୍ୟମାନ  ଯେ , କୌଣସି  ଟ୍ରଷ୍ଟ କିମ୍ବା ଅନ୍ୟ  ଅନୁଷ୍ଠାନ  ସଂବନ୍ଧରେ , ଯାହାକି  ଦଫା୨ର  ଧାରା (୨୪)ର  ଉପଧାରା  (ଗ)ର  ଅର୍ଥାନୁଯାୟୀ , ଜଣେ  ସୁବିଧାଯୀତ  ରୟତ  ଅଟନ୍ତି ;
    • ଏପରି  ଟ୍ରଷ୍ଟ  କିମ୍ବା  ଅନ୍ୟ  ଅନୁଷ୍ଠାନର  ହିସାବର  ଋଟର୍ଣ୍ଣ  ଦାଖଲ  କରାଯାଉନାହିଁ  କିମ୍ବା  ଓଡିଶା  ଭୂ – ସଂସ୍କାର  (ସଂଶୋଧନ) ଆଇନ୍ , ୧୯୭୩ (ରାଷ୍ଟ୍ରପତିଙ୍କ  ଆଇନ୍  ୧୭/୧୯୭୩ ) ର  ପ୍ରଚଳନ  ପୂର୍ବରୁ , କୌଣସି  ସମୟରେ  ସେ  ସଂବନ୍ଧରେ  ଧାର୍ଯ୍ୟ  ଅଧିକାରୀଙ୍କ   ପୂର୍ବ   ଅନୁମତି  ବିନା ,  ଏପରି  ଟ୍ରଷ୍ଟ  କିମ୍ବା  ଅନ୍ୟ  ଅନୁଷ୍ଠାନର  ହୋଇଥିବା  କୌଣସି ଜମିକୁ  ହସ୍ତାନ୍ତରଣ   କରାଯାଇଛି  କିମ୍ବା  ଭାରାକ୍ରାନ୍ତ  କରାଯାଇଛି  ।
    • ଏପରି  ଟ୍ରଷ୍ଟ  କିମ୍ବା  ଅନ୍ୟ  ଅନୁଷ୍ଠାନ , ସର୍ବସାଧାରଣଙ୍କୁ  ଉପକାର   କିମ୍ବା  ସୁବିଧା  ଯୋଗାଇ  ଦେବାରୁ  ରହିତ  ହୋଇଛି , ସେପରିସ୍ଥଳେ  ସେ , ଦଫା ୫୭ – ‘ କ ’ ଅନୁଯାୟୀ  ଗଠିତ  ଟ୍ରିବ୍ୟୁନାଲ୍ କୁ ,  କୌଣସି  ଘୋଷଣା  ନିମନ୍ତେ ଆବେଦନ  କରିପାରନ୍ତି ଯେ , ଏପରି  ଟ୍ରଷ୍ଟ  କିମ୍ବା  ଅନ୍ୟ  ଅନୁଷ୍ଠାନ , ଏକ ସୁବିଧାୟୀତ  ରୟତ୍  ହେବାରୁ   ରହିତ  ହୋଇଛି   ।
  2. ଉପ – ଦଫା   (୧) ଅନୁଯାୟୀ  କୌଣସି  ଆବେଦନ  ପତ୍ର   ଗ୍ରହଣ  କରିବା  ପରେ , ଟ୍ରିବ୍ୟୁନାଲ୍ , ଧାର୍ଯ୍ୟ  ପଦ୍ଧତି  ଅନୁଯାୟୀ  ଏପରି  ତଦନ୍ତ  କରିବା  ପରେ, ଉକ୍ତ  ଟ୍ରଷ୍ଟ  କିମ୍ବା  ଅନ୍ୟ  ଅନୁଷ୍ଠାନ  ଏପରି  ସୁବିଧାୟୀତ  ହେବାରୁ  ରହିତ  ହୋଇଛି  ବୋଲି, ଆଦେଶ   ଦ୍ଵାରା କିମ୍ବା  ଘୋଷଣା  କରିପାରନ୍ତି;
  3. ଉଲ୍ଲେଖ  ଥାଉ  ଯେ , ଟ୍ରଷ୍ଟି  କିମ୍ବା  ଏପରି  ଟ୍ରଷ୍ଟ   କିମ୍ବା  ଅନ୍ୟ ଅନୁଷ୍ଠାନର  ପରିଚାଳନା  ଦାୟିତ୍ଵରେ ଥିବା ବ୍ୟକ୍ତିଙ୍କୁ   ଏ ସଂବନ୍ଧରେ  ଶୁଣାଣୀର  ସୁଯୋଗ   ପ୍ରଦାନ   ନକରି , ଏପରି  କୌଣସି  ଘୋଷଣା  କରାଯିବ  ନାହିଁ  ।

  4. ଦଫା  ୫୭ – ‘ କ ’  ଉପ –ଦଫା  (୫) , (୬) ଏବଂ  (୭) ରେ  ଧାରୀତ  ବ୍ୟବସ୍ଥାବଳୀ , ଏହି ଦଫା  ଅନୁଯାୟୀ  ଅନୁଷ୍ଠିତ  ତଦନ୍ତ  ପ୍ରତି  ପ୍ରୟୋଗ  ହେବ  ଏବଂ  ସେହିପରିଭାବେ , ଯେପରି  ସେଗୁଡିକ , ଉକ୍ତ  ଦଫା  ଅନୁଯାୟୀ  ଅନୁଷ୍ଠିତ   ତଦନ୍ତ  ପ୍ରତି  ପ୍ରୟୋଗ  ହେବ  ଯେପରି  ଅନୁଷ୍ଠିତ   ତଦନ୍ତ  ପ୍ରତି  ପ୍ରୟୋଗ  ହୁଏ  ।
  5. ଉପ – ଦଫା  (୨) ଅନୁଯାୟୀ  କରାଯାଇଥିବା  କୌଣସି   ଘୋଷଣା  ଉପରେ , ରାଜସ୍ୱ  ଉଚକର୍ମଚାରୀ , ଉକ୍ତ  ଉପ –ଦଫା   ଅନୁଯାୟୀ  ପ୍ରଦାନ  କରାଯାଇଥିବା   ଆଦେଶ  ତାରିଖରୁ  ଷାଠିଏ  ଦିନ  ମଧ୍ୟରେ , ଏପରି  ଟ୍ରଷ୍ଟ  କିମ୍ବା  ଅନ୍ୟ  ଅନୁଷ୍ଠାନ  ଅଧିନରେ  କୌଣସି  ଜମି  ଚାଷ  କରୁଥିବା  କୌଣସି  କୃଷକ   ଦ୍ଵାରା  ସେ ସଂବନ୍ଧରେ  କୌଣସି ଆବେଦନପତ୍ର   ଉପରେ  ଏବଂ   ଇଚ୍ଛୁକ  ପକ୍ଷମାନଙ୍କୁ  ଶୁଣାଣୀର  ସୁଯୋଗ  ପ୍ରଦାନ  କରିବା  ପରେ , କୃଷକର  ଚାଷରେ  ଥିବା  ସମସ୍ତ  ଜମି  ପୁନଃ  ଉଦ୍ଧାରନୀୟ  ନୁହେଁ  ବୋଲି  ଘୋଷଣା  କରିପାରନ୍ତି  ଏବଂ  ଦଫା  ୨୮ର  ବ୍ୟବସ୍ଥାବଳୀ  ଶହ  ସମନ୍ଵୟ  ରକ୍ଷାକରି , ଜମି  ସଂବନ୍ଧରେ  ଉକ୍ତ  କୃଷକ  ଦ୍ଵାରା  ଦେୟ  ଯଥାଯଥ  ଖଜଣା   ଏବଂ  କ୍ଷତିପୂରଣ ସ୍ଥିର  କରିବେ  ଏବଂ   ଏପରି  ସ୍ଥିରୀକରଣ  ଉପରେ , ଦଫା  ୨୯ ରୁ  ୩୩ (ଉଭୟ  ଅନ୍ତର୍ଭୁକ୍ତ) ୩୫ – ‘କ’  ଏବଂ ୩୬ ର ବ୍ୟବସ୍ଥାବଳୀ , ଯେତେଦୂର  ସମ୍ଭବ , ପ୍ରୟୋଗ  ହେବ
  6. ଏପରି  ଟ୍ରଷ୍ଟ  କିମ୍ବା  ଅନ୍ୟ  ଅନୁଷ୍ଠାନର  ପରିଚାଳନା  ଦାୟିତ୍ଵରେ  ଥିବା  ଅନ୍ୟ  ବ୍ୟକ୍ତି, ଯାହା  ସଂବନ୍ଧରେ  ଉପ – ଦଫା  (୨) ଅନୁଯାୟୀ   କୌଣସି ଘୋଷଣା  କରାଯାଇଛି, ଯଦି  ଉକ୍ତ  ଉପ – ଦଫା  ଅନୁଯାୟୀ  କରାଯାଇଥିବା  ଆଦେଶ  ତାରିଖରେ, ଏହାଦ୍ୱାରା  ଧାରୀତ  ଜମି, ‘ ସିଲିଂ ’ ଅଂଚଳ  ଠାରୁ  ଅଧିକ  ହୋଇଥାଏ, ତାହେଲେ  ସେ ଉକ୍ତ  ତାରିଖରୁ  ନବେଦିନ   ମଧ୍ୟରେ, ଦଫା  ୪୦ – ‘କ’ ର  ବ୍ୟବସ୍ଥାବଳୀ  ସହ  ସମନ୍ଵୟ  ରକ୍ଷାକରି   ଏକ  ଦାଖଲ  କରିବେ, ଏବଂ  ଅଧ୍ୟାୟ- ୪ ର  ବ୍ୟବସ୍ଥାବଳୀ,  ଏପରି   ଧାରୀତ  ଜମିପ୍ରତି, ଯେତେଦୂର  ସମ୍ଭବ , ପ୍ରୟୋଗ  ହେବ  । ]

ଆଧାର – ଲଅ ହାଉସ

Last Modified : 10/11/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate