অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଭୂ-ସଂସ୍କାର ଆଇନ୍, ୧୯୬୦(ରୟତ୍ ଏବଂ କୃଷକ ଭାଗ ୩)

ଟିପ୍ପଣୀ

ଦଫା ୧୭ – ସ୍ପଷ୍ଟୀକରଣକୁ  ନିଶ୍ଚିତଭାବେ  ଏହାର  ଉକ୍ତି  ଅନୁଯାୟୀ  ବ୍ୟାଖ୍ୟା   କରାଯିବ ; ଏହା  ଦଫାକୁ  ବର୍ଣ୍ଣନା କରିବା  ନିମନ୍ତେ  ଉଦ୍ଦିଷ୍ଟ  ମାତ୍ର  ବିପରୀତଭାବେ  ନୁହେଁ   । କୌଣସି  ଦଫା  ସହ  ସଂଯୁକ୍ତ  କୌଣସି  ସ୍ପଷ୍ଟୀକରଣର  ଏହା  ବ୍ୟତୀତ , କୌଣସି  ସ୍ଵାଧୀନ  ସ୍ଥିତ   ନାହିଁ   । ଉଭୟ   ଦଫା ଏବଂ  ସ୍ପଷ୍ଟୀକରଣ , ଦୁଇଟି  ଅବିଚ୍ଛେଦ୍ୟ  ଅଙ୍ଗ  ଅଟେ – ସେଗୁଡିକ  ଏକତ୍ରୀତଭାବେ   ଅଗ୍ରସର   ହୁଅନ୍ତି ।

କୃଷକର  ଦଖଲରେ  ହସ୍ତକ୍ଷେପ  ନିମନ୍ତେ ଜମିଦାରଙ୍କୁ ଦଣ୍ଡ

ଅଧିକ ଆଦାୟ  କିମ୍ବା  କୃଷକର  ଦଖଲରେ  ହସ୍ତକ୍ଷେପ  ନିମନ୍ତେ, ଜମିଦାର  ଉପରେ  ଜୋରିମାନା  କିମ୍ବା  ଦଣ୍ଡ  : -

  1. ଯଦି  ଏହି ଆଇନ୍ ର  ବ୍ୟବସ୍ଥାବଳୀର  କୌଣସି  ବ୍ୟବସ୍ଥାର  ଉଲ୍ଲଘଂନରେ, କୌଣସି  ଜମିଦାର  କିମ୍ବା  ତାଙ୍କ  ପ୍ରତିନିଧି, ବୌଧ  ଭାବେ  ଦେୟ  ଖଜଣା  ଠାରୁ ଅଧିକ  ଖଜଣା  କୌଣସି ରାୟତ  କିମ୍ବା  କୃଷକଠାରୁ  ଆଦାୟ  କରନ୍ତି  ଏବଂ ଜମିରୁ  ଏପରି  କୃଷକକୁ  ଉଚ୍ଛେଦ  କରନ୍ତି   କିମ୍ବା  କୌଣସି  ଯଥେଷ୍ଟ  କାରଣ  ନଥାଇ, କୃଷକର  ଜମି  ଚାଷରେ  ହସ୍ତକ୍ଷେପ  କରନ୍ତି;  ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ , ଆବଶ୍ୟକ  ଅନୁଯାୟୀ  ତଦନ୍ତ  କରିବା  ପରେ, ଏପରି  ଜମିଦାର  କିମ୍ବା ତାଙ୍କ  ପ୍ରତିନିଧି  କିମ୍ବା  ଉଭୟଙ୍କ   ଉପରେ , ପାଞ୍ଚଶହ  ଟଙ୍କାରୁ  (ଉର୍ଦ୍ଧ  ନୁହେଁ ) କୌଣସି  ଜୋରିମାନା  ଧାର୍ଯ୍ୟ  କରିପାରନ୍ତି;
  2. ଉଲ୍ଲେଖ  ଥାଉ  ଯେ, ଏହି  ଆଇନ୍  ମଞ୍ଜୁର  ହେବା  ତାରିଖ  ପୂର୍ବରୁ  ଘଟିଥିବା  କୌଣସି  ଉଲ୍ଲଘଂନ  ନିମନ୍ତେ, ଏହି ଉପ – ଦଫାରେ ବ୍ୟବସ୍ଥାୟିତ  କୌଣସି  ଜୋରୀମାନା  ପ୍ରଦାନ  କରିବା  ନିମନ୍ତେ, କୌଣସି  ଜମିଦାର  କିମ୍ବା ତାଙ୍କ  ପ୍ରତିନିଧି  ଦାୟୀ  ହେବେ  ନାହିଁ   ।

  3. ରାଜସ୍ୱ  ରାଜକର୍ମଚାରୀ, ସେହି ଏକା  କାର୍ଯ୍ୟାନୁଷ୍ଠାନରେ, ଜମିଦାର  ଏବଂ ତାଙ୍କ  ପ୍ରତିନିଧିଙ୍କ  ବିରୁଦ୍ଧରେ  ଅଗ୍ରସର   ହୋଇପାରନ୍ତି  ଏବଂ କ୍ଷତିପୂରଣ  ଏବଂ ଖର୍ଚ୍ଚ  ଭାବେ  ରୟତ୍  କିମ୍ବା  କୃଷକକୁ, ଜୋରୀମାନାର  ସେପରି   ଅଂଶ  ପ୍ରଦାନ  କରିପାରନ୍ତି, ଯେପରି  ସେ ଉଚିତ୍  ମନେ  କରିବେ ।

ସମ- ରୟତଙ୍କ  ମଧ୍ୟରେ  ବିଭାଜନ

ସମ- ରୟତଙ୍କ  ମଧ୍ୟରେ  ବିଭାଜନ   କିପରି ଭାବରେ  କରାଯିବ -

  1. ସମ – ଅଂଶୀଦାର  ରୟତ୍ ମାନଙ୍କ   ମଧ୍ୟରେ  କୌଣସି  ‘ହୋଲ୍ ଡିଙ୍ଗ ’  ର  ବିଭାଜନ  ବୈଧ   ହେବ  ନାହିଁ, ଯଦି  ତାହା  ନିମ୍ନଭାବେ  କରାଯାଇନଥାଏ  : -
    • କୌଣସି   ନିବନ୍ଧିତ  ଦଳିଲ୍  ଦ୍ଵାରା; କିମ୍ବା
    • କୌଣସି  ନ୍ୟାୟାଳୟର   ଡିକ୍ରୀ  ଦ୍ଵାରା; କିମ୍ବା
    • ପରସ୍ପର   ଚୁକ୍ତି  ଉପରେ, ଧାର୍ଯ୍ୟ  ପଦ୍ଧତିରେ, ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  କୌଣସି  ଆଦେଶ  ଉପରେ   ।
  2. ଯେତେବେଳେ   ଉପ – ଦଫା (୧) ର  ଧାରା  (କ) ରେ  ବ୍ୟବସ୍ଥାୟୀତ  ଅନୁଯାୟୀ   କୌଣସି   ବିଭାଜନ  କରାଯାଏ , ସେପରିସ୍ଥଳେ  କୌଣସି   ଦଳିଲ୍ ର  ନିବନ୍ଧନ  ନିମନ୍ତେ  ନିବନ୍ଧନକାରୀ  ଉଚ୍ଚକର୍ମଚାରୀ  ତାହା  ଗ୍ରହଣ  କରିବେ ନାହିଁ; ଯଦି ତାହା  ଧାର୍ଯ୍ୟ  ସୂଚନା  ସହ  ପ୍ରଦାନ  କରାନଯାଏ  ଏବଂ  ସେଥି  ସହ  ନିର୍ଦ୍ଧିଷ୍ଟ  ବିବରଣୀ ପ୍ରଦାନ  କରାଯାଇନଥାଏ  ଏବଂ ଏପରି  ସୂଚନାଜାରୀ  ନିମନ୍ତେ   ଧାର୍ଯ୍ୟ   ଶୁଳ୍କ  ପ୍ରଦାନ  କରାଯାଇନଥାଏ   ।
  3. ଉପରୋକ୍ତ  ଉପ – ଦଫାରେ  ଉଲ୍ଲେଖିତ  ସୂଚନା, ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ପ୍ରେରଣ  କରାଯିବ, ଯେ  କି  ଧାର୍ଯ୍ୟ  ପଦ୍ଧତିରେ , ତାହା , ଜମିଦାର  କିମ୍ବା ତାଙ୍କ  ପ୍ରତିନିଧି  ଉପରେ  ଜାରୀ  କରାଇବେ, ସେ ମଧ୍ୟ  ଏହାର  ଏକ  ନକଲ, ସେହି  ଅଧିକାରୀଙ୍କୁ  ପ୍ରେରଣ   କରିବେ ,  ଯେକି  ଖତିୟାନର  ରକ୍ଷଣାବେକ୍ଷଣ  କରିବା  ନିମନ୍ତେ  ଦକ୍ଷ  ଅଟନ୍ତି   ।
  4. ଯେତେବେଳେ  ଉପ – ଦଫା  (୧) ରେ  ଧାରା  (ଖ) ଅନୁଯାୟୀ  ବିଭାଜନ  କରାଯାଏ, ଏପରି ବିଭାଜନ  ନିମନ୍ତେ  ଚୂଡାନ୍ତ  ଡିକ୍ରୀ  ପ୍ରଦାନ  କରିଥିବା  ନ୍ୟାୟାଳୟ, ପ୍ରତ୍ୟକ  ଅଂଶ  ପ୍ରତି  ଜମିର  ଏକ  ବିବାଦ  ତାଲିକା  ଧାର୍ଯ୍ୟ  ଫର୍ମରେ   ଏବଂ  ଧାର୍ଯ୍ୟ  ପଦ୍ଧତିରେ, ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ପ୍ରେରଣ  କରିବେ ।
  5. ରାଜସ୍ୱ  ଉଚ୍ଚକର୍ମଚାରୀ, ଏପରି  ତାଲିକାର  ଏକ  ନକଲ, ସେହି  ଅଧିକାରୀଙ୍କୁ   ପ୍ରେରଣ   କରିବେ, ଯେକି  ଖତିୟାନ  ରକ୍ଷଣାବେକ୍ଷଣା କରିବା  ନିମନ୍ତେ  ଦକ୍ଷ  ଅଟନ୍ତି  ଏବଂ  ଜମିଦାରଙ୍କୁ  ମଧ୍ୟ   ଏପରି  ତାଲିକା  ପ୍ରେରଣ  କରିବେ, ଯେଉଁ  ସ୍ଥଳରେ  ଏପରି  ଜମିର   ଖଜଣା, ପ୍ରତ୍ୟକ୍ଷଭାବେ  ସରକାରଙ୍କୁ  ଦେୟ  ହୋଇନଥାଏ;
  6. ଯେତେବେଳେ  ଉପ – ଦଫା (୧) ର ଧାରା  (ଗ) ରେ  ବ୍ୟବସ୍ଥାୟିତ  ଅନୁଯାୟୀ, ବିଭାଜନ  କରାଯାଏ, ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ, ପ୍ରତ୍ୟକ  ଅଂଶ  ପ୍ରତି  ଆବଣ୍ଟିତ ଜମିର  ଏକ  ବିବାଦ  ତାଲିକା  ଧାର୍ଯ୍ୟ  ଫର୍ମରେ, ଖତିୟାନ  ରକ୍ଷଣାବେକ୍ଷଣକାରୀ  ଦକ୍ଷ  ଅଧିକାରୀଙ୍କୁ  ଏବଂ ଜମିଦାରୀଙ୍କୁ  ପ୍ରେରଣ  କରିବେ, ଯେଉଁ  ସ୍ଥଳରେ  ଖଜଣା  ପ୍ରତ୍ୟକ୍ଷଭାବେ  ସରକାରଙ୍କୁ  ଦେୟ  ହୋଇନଥାଏ   । ଆଦେଶର  ଏକ ନକଲ  ସହିତ, ବିଷଦ  ତାଲିକାରୁ  ଭାରତୀୟ  ନିବନ୍ଧନ  ଆଇନ୍  (୧୬/୧୯୦୮) ଅନୁଯାୟୀ, ନିବନ୍ଧନ  ନିମନ୍ତେ  ରାଜସ୍ୱ  ଉଚ୍ଚକର୍ମଚାରୀ, କର୍ତ୍ତତ୍ଵଥିବା  ଉପ – ନିବନ୍ଧନକାରୀଙ୍କ  ନିକଟକୁ ପ୍ରେରଣ   କରିବେ;

ଉଲ୍ଲେଖ  ଥାଉ ଯେ , ଏପରି  ନିବନ୍ଧନ  ନିମନ୍ତେ  କୌଣସି  ଶୁଳ୍କ  ପ୍ରଦାନ   କରାଯିବ  ନାହିଁ  ।

ଟିପ୍ପଣୀ

ସରକାରଙ୍କ  ପତ୍ର  ସଂଖ୍ୟା  ୧୯୩୫/ଆର୍ .ତା . ୧୫.୨.୧୯୯୯  ଅନୁଯାୟୀ  କୌଣସି  ନିବନନ୍ଧନ  ଶୁଳ୍କ , କିମ୍ବା  ‘ ଷ୍ଟାମ୍ପ  ଡ୍ୟୁଟି ’ କିମ୍ବା  ‘ ସର୍ ଚାର୍ଜ ’ ଦେୟ ହେବ  ନାହିଁ   ।

ବନ୍ୟା  ଯୋଗୁ  ବାଲିଚର ଦ୍ଵାରା ଜମି ନଷ୍ଟ

ବନ୍ୟା  ଯୋଗୁ  ବାଲିଚର  ଦ୍ଵାରା  ନଷ୍ଟ  ହୋଇଥିବା  ଜମି  : -

  1. ଯଦି  ବନ୍ୟା  ଯୋଗୁ  ବାଲିଚର  ଦ୍ଵାରା କୌଣସି  ରୟତର  ‘ହୋଲ୍ର ଡିଙ୍ଗ ’ କିମ୍ବା  ତା’ର  କୌଣସି  ଅଂଶ  ନଷ୍ଟ  ହୁଏ, ସେପରିସ୍ଥଳେ  ଏପରି  ‘ହୋଲ୍ ଡିଙ୍ଗ’ ର ଖଜଣା, ରାଜସ୍ୱ   ଉଚ୍ଚକର୍ମଚାରୀଙ୍କୁ   ଧାର୍ଯ୍ୟ  ଫର୍ମରେ, ରୟତଦ୍ୱାରା  ପ୍ରଦାନ  କରାଯାଇଥିବା   ଆବେଦନପତ୍ର  ଉପରେ, ଉକ୍ତ ‘ହୋଲ୍ ଡିଙ୍ଗ ’ ର  ଖଜଣା  ଛାଡ  କରାଯାଇପାରେ  କିମ୍ବା  ସେପରି  ଅର୍ଥରାଶି  ଦ୍ଵାରା  ହ୍ରାସ  କରାଯାଇପାରେ, ଯେପରି  ରାଜସ୍ୱ  ଉଚ୍ଚକର୍ମଚାରୀ  ଉପଯୁକ୍ତ  ବୋଲି  ବିବେଚନା  କରନ୍ତି   ।
  2. ବନ୍ୟା  ଦ୍ଵାରା  ବାଲିଚର  ଯୋଗୁ  କ୍ଷତି  ସମୟ  ମଧ୍ୟରେ, ରାୟତର  ଅଧିକାର  ଏବଂ ସ୍ଵାର୍ଥ, ଏପରି  ‘ହୋଲ୍ ଡିଙ୍ଗ ’ ରେ  ସ୍ଥିତ  ରହିବ  ଏବଂ  ତାହା କୋଡିଏ  ବର୍ଷରୁ  ଅଧିକ  ହେବ ନାହିଁ , ଦଫା ୫୨ ର  ବ୍ୟବସ୍ଥାବଳୀର  ନିୟନ୍ତ୍ରଣାଧିନରେ  ଉକ୍ତ  ରୟତ, ଉକ୍ତ  ସମୟ ମଧ୍ୟରେ, ଯେ କୌଣସି  ସମୟରେ  ଏହାର  ପୁନଃ  ଉପସ୍ଥାପନା କରେ, ଏପରି  ଜମି  ଦାଖଲ  କରିବା  ଅଧିକାର   ରହିବ  ଏବଂ ସେ ଏଥି  ନିମନ୍ତେ  ଏପରି  ଖଜଣା  ପ୍ରଦାନ  କରିବେ, ଯେପରି  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ମତରେ  ଯଥାଯଥ   ହେବ ।

ମୂର୍ତ୍ତିକା ଜମା  ଦ୍ଵାରା  ଲାଭ  ଜମି

କ୍ରମଶଃ  ମୂର୍ତ୍ତିକା ଜମା  ଦ୍ଵାରା  ଲାଭ  କରାଯାଇଥିବା  ଜମି  : -

କୌଣସି  ‘ହୋଲ୍ ଡିଙ୍ଗ’ ପ୍ରତି, ମୃର୍ତ୍ତିକା  ଜମା  ଦ୍ଵାରା  ଲାଭ  କରାଯାଇଥିବା  କୌଣସି  ଜମି, ତାହା  କୌଣସି  ନଦୀର  ପଶ୍ଚାତ୍  ଗତିଯୋଗୁ  କିମ୍ବା  କୌଣସି  ସମୁଦ୍ରର ପଶ୍ଚାତ୍  ଗତି ଯୋଗୁ  ହୋଇଥାଉ; ଦଫା  ୫୨ର  ବ୍ୟବସ୍ଥାବଳୀର  ନିୟନ୍ତ୍ରଣାଧିନରେ, ସାଧାରଣତଃ  ଏପରି  ‘ହୋଲ୍ ଡିଙ୍ଗ’ ର  ଏକ  ଅଂଶ ଗଠନ  କରିବ  ଏବଂ  ସେଥିରେ  ରୟତ୍  ଏପରି  ଅତିରିକ୍ତ  ଖଜଣା  ପ୍ରଦାନ  କରିବା  ନିମନ୍ତେ  ଦାୟୀ  ରହିବ, ଯେପରି  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା ସ୍ଥିର  କରାଯାଇପାରେ   ।

ଅନୁସୂଚୀତ ଜାତିଙ୍କ ଦ୍ଵାରା ଜମିର  ହସ୍ତାନ୍ତରଣର ପ୍ରତିବନ୍ଧନ

ଅନୁସୂଚୀତ  କିମ୍ବା  ତଫସିଲ୍ ଭୁକ୍ତ  ଜାତିଙ୍କ ଦ୍ଵାରା , ଜମିର  ହସ୍ତାନ୍ତରଣ ଉପରେ  ପ୍ରତିବନ୍ଧନ (ନିୟମ  ୨୨)  : -

  1. ତଫସିଲ ଭୁକ୍ତ  ଜାତିର   ହୋଇଥିବା  କୌଣସି  ରୟତ୍  ଦ୍ଵାରା, କୌଣସି  ‘ ହୋଲ୍ ଡିଙ୍ଗ ’ ର  [ କୌଣସି  ହସ୍ତାନ୍ତରଣ ] କେବଳ  ଯେତେବେଳେ  ଏହା  ନିମ୍ନ  ବ୍ୟକ୍ତିଙ୍କ  ସପକ୍ଷରେ  ହୋଇନଥାଏ, ଅବୈଧ  ହେବ  : -
    • ତଫସିଲ୍  ଭୁକ୍ତ  ଜାତି  ହୋଇଥିବା  କୌଣସି  ବ୍ୟକ୍ତିଙ୍କୁ ; କିମ୍ବା
    • ତଫସିଲ୍  ଭୁକ୍ତ  ଜାତି  ହୋଇନଥିବା  କୌଣସି  ବ୍ୟକ୍ତି , ଯେତେବେଳେ   ଏପରି  ହସ୍ତାନ୍ତରଣ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଲିଖିତ  ପୂର୍ବାନୁମତି  ସହିତ  କରାଯାଇଥାଏ ;

    ଉଲ୍ଲେଖ ଥାଉ  ଯେ, ବିକ୍ରୀ  ଦ୍ଵାରା  କୌଣସି  ହସ୍ତାନ୍ତରଣ  କ୍ଷେତ୍ରରେ, ରାଜସ୍ୱ  ଉଚ୍ଚାକର୍ମଚାରୀ  ଏପରି  ଅନୁମତି  ମଞ୍ଜୁର  କରିବେ  ନାହିଁ, ଯଦି  ସେ  ସନ୍ତୁଷ୍ଟ  ନହୁଅନ୍ତି  ଯେ, ତଫସିଲ୍ ଭୁକ୍ତ  ଜାତିର  ହୋଇଥିବା  କୌଣସି  କ୍ରେତା, ଜମିର  ବଜାର  ଦର  ପ୍ରଦାନ  କରିବା  ନିମନ୍ତେ  ଇଚ୍ଛୁକ ଥାଇ  ଉପଲବ୍ଧ   ହୁଅନ୍ତି   ନାହିଁ  ଏବଂ  କୌଣସି  ଦାନ  କ୍ଷେତ୍ରରେ, ଯଦି ସେ  ଏହାର  ସଠିକତା  ସଂବନ୍ଧରେ  ସନ୍ତୁଷ୍ଟ  ନହୁଅନ୍ତି   ।

  2. ରାଜ୍ୟ  ସରକାର, ଏହି  ଆଇନ୍ ର  ପ୍ରଚଳନ  ତାରିଖରେ , କୌଣସି  ଅଂଚଳପ୍ରତି   ପ୍ରୟୋଗନୀୟ   ଆଇନ୍  ଏବଂ ପ୍ରଥାକୁ  ବିବେଚନା  କରି , ବିଜ୍ଞପ୍ତି  ଦ୍ଵାରା  ନିର୍ଦେଶ  ଦେଇପାରନ୍ତି  ଯେ , ଉପ – ଦଫା (୧) ରେ  ବ୍ୟବସ୍ଥାୟିତ  ପ୍ରତିବନ୍ଧନ , ଏପରି  ଅଂଚଳରେ ଜମି ପ୍ରତି  ପ୍ରୟୋଗ  ହେବ  ନାହିଁ  ।
  3. ରାଜସ୍ୱ   ଉଚ୍ଚକର୍ମଚାରୀଙ୍କ  ଲିଖିତ  ଅନୁମତି  ବ୍ୟତୀତ , ଏପରି  କୌଣସି  ‘ ହୋଲ୍ ଡିଙ୍ଗ ’ କୁ , କୌଣସି  ବ୍ୟକ୍ତିଙ୍କୁ  କୌଣସି ଡିକ୍ରୀର  ସଂପାଦନରେ   ବିକ୍ରୀ  କରାଯିବ  ନାହିଁ ; ଜେକି  ସେ  କୌଣସି  ତଫସିଲ୍ ଭୁକ୍ତ  ଉପଜାତିର  ହୋଇନଥାଆନ୍ତି  ।
  4. ସେତେବେଳେ  ବଳବତ୍ତର  ଥିବା  ଅନ୍ୟ କୌଣସି  ଆଇନ୍ର ରେ  ଧାରୀତ  କୌଣସି  ବ୍ୟବସ୍ଥା  ସତ୍ବେ , ଯେଉଁ   ସ୍ଥଳରେ  ନିବନ୍ଧନ  ଆଇନ୍ , ୧୯୦୮ ( ୧୬/୧୯୦୮) ର  ଦଫା ୧୭ ର ଉପ – ଦଫା (୧) ର  ଧାରା  (କ) ରୁ  ଧାରା (ଙ) ର  ବ୍ୟବସ୍ଥାବଳୀ ଅନୁଯାୟୀ  ନିବନ୍ଧିତ  ହେବା  ଆବଶ୍ୟକ, ତାହା, କୌଣସି  ତଫସିଲ ଭୁକ୍ତ  ଉପଜାତିର  ହୋଇଥିବା  କୌଣସି  ରୟତଙ୍କ  ଦ୍ଵାରା , କୌଣସି  ‘ ହୋଲ୍ ଡିଙ୍ଗ ’  କିମ୍ବା ତା’ର  ଅଂଶକୁ  କୌଣସି  ବ୍ୟକ୍ତିର  ସପକ୍ଷରେ  ହସ୍ତାନ୍ତରଣ  କରାଯାଏ , ଯେକି  ତଫସିଲ୍ ଭୁକ୍ତ   ଉପ –ଜାତିର  ହୋଇନଥାନ୍ତି ; ସେପରି  ସ୍ଥଳେ  ସେହି ଆଇନ୍  ଅନୁଯାୟୀ  ନିଯୁକ୍ତ  କୌଣସି  ନିବନ୍ଧନ ଅଧିକାରୀ ; ଏପରି କୌଣସି  ଦଳିଲ୍ କୁ   ନିବନ୍ଧନ  କରିବେ  ନାହିଁ , ଯଦି ଏପରି  ଦଳିଲ୍ , ଏପରି  ହସ୍ତାନ୍ତରଣ  ନିମନ୍ତେ , ରାଜସ୍ୱ  ଅଧିକାରୀଙ୍କ  ଲିଖିତ  ଅନୁମତି  ବିନା  ପ୍ରଦାନ  କରାଯାଇନଥାଏ ।
  5. ଉପ – ଦଫା  (୧) ରୁ (୪)  ରେ  ଧାରୀତ  ବ୍ୟବସ୍ଥାବଳୀ , ତଫସିଲ୍  ଭୁକ୍ତ  ଜାତିର  ହୋଇଥିବା  କୌଣସି  ରୟତକୁ  କୋଣସି ‘ ହୋଲ୍ ଡିଙ୍ଗ ’ ର  ହସ୍ତାନ୍ତରଣ  ପ୍ରତି  ପାରସ୍ପରିକଭାବେ  ପ୍ରୟୋଗ  ହେବ  ।
  6. ଏହି ଦଫାର  କୌଣସି  ବ୍ୟବସ୍ଥା ପ୍ରୟୋଗ  ହେବ  ନାହିଁ  : -
  7. ପ୍ରଦାନ  କରାଯାଇଥିବା କୌଣସି  ‘ ଅର୍ଥ  ଡିକ୍ରୀ ’ ର ସଂପାଦନରେ  କୌଣସି  ବିକ୍ରୀ  ପ୍ରତି  କୌଣସି  ସୁଚିତ ବ୍ୟାଙ୍କ  ସପକ୍ଷରେ  ବନ୍ଧକର  ସଂପାଦନରେ  କୌଣସି  ହସ୍ତାନ୍ତରଣ  ପ୍ରତି  କିମ୍ବା   କୌଣସି  ବ୍ୟାଙ୍କ  ସପକ୍ଷରେ , ଯେଉଁଥି ପ୍ରତି , ଓଡିଶା  ସମବାୟ  ସମିତି  ଆଇନ୍, ୧୯୬୨ (୨/୧୯୬୩) ପ୍ରୟୋଗନୀୟ  ଅଟେ ; ଏବଂ
    • କୌଣସି  ଅନୁସୂଚୀତ  ଅଂଚଳ  ମଧ୍ୟରେ  କୌଣସି  ତଫସିଲ୍ ଭୁକ୍ତ  ଜାତିର  ହୌଣସି  ସଦସ୍ୟଙ୍କ  ଦ୍ଵାରା  କୌଣସି  ହସ୍ତାନ୍ତରଣ  ପ୍ରତି   ।

ରୟତ୍  କିମ୍ବା  କୃଷକ  ଦ୍ଵାରା  ପରିତ୍ୟାଗ  (ନିୟମ ୨୨ (କ))

  1. ରୟତ୍  କିମ୍ବା  କୃଷକ  ଦ୍ଵାରା , କୌଣସି  ଅଂଶର  ସମର୍ପଣ  କିମ୍ବା ପରିହାର  ବୈଧ  ହେବ  ନାହିଁ , ଯଦି  ଏପରି ସମର୍ପଣ  କିମ୍ବା  ପରିହାର କିମ୍ବା  ପରିତ୍ୟାଗ , ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  ପୂର୍ବରୁ   ଅନୁମୋଦିତ  ହୋଇନଥାଏ   ।
  2. ତା’ର  ‘ ହୋଲ୍ ଡିଙ୍ଗ ’  କିମ୍ବା  ତା’ର  କୌଣସି  ଅଂଶକୁ  ସମର୍ପଣ  କିମ୍ବା  ପରିତ୍ୟାଗ  କରିବା  ନିମନ୍ତେ  ଇଚ୍ଛୁକ କୌଣସି  ରୟତ୍  କିମ୍ବା  କୃଷକ, ଲିଖିତ  ଭାବେ  ତା’ର  ସଂପୂର୍ଣ୍ଣ  ତଥ୍ୟ  ରାଜସ୍ୱ  ଉଚ୍ଚକର୍ମଚାରୀଙ୍କୁ  ପ୍ରଦାନ  କରିବେ   ।
  3. ଉପ – ଦଫା  (୨) ଅନୁଯାୟୀ, ଏପରି  ତଥ୍ୟ  ପାଇବା  ପରେ, ରାଜସ୍ୱ  ଉଚ୍ଚକର୍ମଚାରୀ  ଧାର୍ଯ୍ୟ  ଅନୁଯାୟୀ  ଏପରି  ତଦନ୍ତ  କରି କିମ୍ବା  କରାଇ , ପ୍ରସ୍ତାବିତ୍  ସମର୍ପଣ  କିମ୍ବା ପରିତ୍ୟାଗକୁ   ଅନୁମୋଦନ କରିପାରନ୍ତି  କିମ୍ବା  ଅନୁମୋଦନ  ନକରିପାରନ୍ତି;
  4. ଉଲ୍ଲେଖ  ଥାଉ  ଯେ,  ଏପରି  କୌଣସି   ସମର୍ପଣ  କିମ୍ବା   ପରିତ୍ୟାଗକୁ  ଅଣ – ଅନୁମୋଦନ  କରାଯିବ ନାହିଁ, ଯଦି  ଏପରି   ରୟତ୍  କିମ୍ବା  କୃଷକକୁ, ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ, ଏପରି ବିଷୟରେ, ଶୁଣାଣୀର  କୌଣସି ସୁଯୋଗ   ପ୍ରଦାନ  କରାନଯାଏ   ।

  5. ଯେଉଁ  ସ୍ଥଳରେ  ଏହି ଦଫା  ଅନୁଯାୟୀ  ରାଜସ୍ୱ ଉଚ୍ଚକର୍ମଚାରୀଙ୍କ  ଦ୍ଵାରା ଏପରି  ‘ହୋଲ୍ ଡିଙ୍ଗ ’ ର  ସମର୍ପଣ  କିମ୍ବା ପରିତ୍ୟାଗ  ଅନୁମୋଦନ  କରାଯାଏ, ସେପରିସ୍ଥଳେ, ସରକାରଙ୍କ  ଦ୍ଵାରା  ଏପରି  ସମର୍ପିତ  କିମ୍ବା  ପରିତ୍ୟକ୍ତ  ‘ହୋଲ୍ ଡିଙ୍ଗ ’ କିମ୍ବା  ତା'ର  କୌଣସି  ଅଂଶ , ସରକାରଙ୍କ  ଦ୍ଵାରା  ବନ୍ଦୋବସ୍ତ  କରାଯିବ ।
    • ଯେଉଁ  ସ୍ଥଳରେ  ଏପରି ସମର୍ପଣ   କିମ୍ବା ପରିତ୍ୟାଗ , ତଫସିଲ୍ ଭୁକ୍ତ  ଉପଜାତିର  କୌଣସି  ବ୍ୟକ୍ତି ଦ୍ଵାରା  କୌଣସି  ତଫସିଲ୍ ଭୁକ୍ତ  ଉପଜାତିର  ଅନ୍ୟ  କୌଣସି  ବ୍ୟକ୍ତି ସହିତ  କରାଯାଏ ; କିମ୍ବା
    • କୌଣସି   କ୍ଷେତ୍ରରେ , ଯେଉଁ ସ୍ଥଳରେ  ଧାରା  (୧)  ଅନୁଯାୟୀ  ବନ୍ଦୋବସ୍ତ  ଗ୍ରହଣ  କରିବା ନିମନ୍ତେ  କୌଣସି  ତଫସିଲ୍  ଭୁକ୍ତ  ଉପଜାତିର  ବ୍ୟକ୍ତି  ଉପଲବ୍ଧ   ହୁଅନ୍ତି ନାହିଁ,କିମ୍ବା  ଉକ୍ତ  ବିଷୟ  ନିମନ୍ତେ ଇତ୍ସୁକ  ନଥାଆନ୍ତି, କିମ୍ବା ଅନ୍ୟ  କୌଣସି  କ୍ଷେତ୍ରରେ, ଦଫା  ୫୧ ର  ଉପ – ଦଫା  (୨) ରେ  ଧାର୍ଯ୍ୟ  ଅଗ୍ରଗଣ୍ୟତା  ସହିତ  ସମନ୍ଵୟ  ରକ୍ଷାକରି  ଅନ୍ୟ କୌଣସି  ବ୍ୟକ୍ତି  ସହିତ  ତାହା  ବନ୍ଦୋବସ୍ତ  କରିବେ;
  6. ଯେଉଁ  ସ୍ଥଳରେ, ରାଜସ୍ୱ  ଉଚ୍ଚକର୍ମଚାରୀଙ୍କ  ପୂର୍ବ  ଅନୁମୋଦନ  ବିନା, କୌଣସି  ରୟତ୍  କିମ୍ବା କୃଷକ, ତାଙ୍କର  ‘ହୋଲ୍ ଡିଙ୍ଗ’  କିମ୍ବା  ତା’ର  କୌଣସି  ଅଂଶକୁ  ସମର୍ପଣ  କରନ୍ତି  କିମ୍ବା  ପରିତ୍ୟାଗ  କରନ୍ତି  ଏବଂ  ଏପରି ସମର୍ପିତ  କିମ୍ବା  ପରିତ୍ୟକ୍ତ  ‘ ହୋଲ୍ ଡିଙ୍ଗ ’  କିମ୍ବା ତା’ର କୌଣସି  ଅଂଶ  ଜମିଦାରଙ୍କ  ଦ୍ଵାରା ଦଖଲ  କରାଯାଏ , ସେପରି  ସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ ( ଜମିଦାରଙ୍କୁ  ଶୁଣାଣୀର  ଏକ  ସୁଯୋଗ  ପ୍ରଦାନ କରିବା  ପରେ ),ଏପରି ସମର୍ପିତ  କିମ୍ବା  ପରିତ୍ୟକ୍ତ  ଜମିର  ଏକ  ଏକର  ପ୍ରତି, ଦୁଇ  ଶହ  ଟଙ୍କାରୁ (ଉର୍ଦ୍ଧ  ନୁହେଁ ) ଜୋରୀମାନା  ପ୍ରତ୍ୟକ   ବର୍ଷ  କିମ୍ବା  ତା’ର  କୌଣସି  ଅଂଶ  ନିମନ୍ତେ  ଧାର୍ଯ୍ୟ  କରିବା  ପାଇଁ  ଦକ୍ଷ  ରହିବେ , ଯେଉଁ  ସମୟ  ମଧ୍ୟରେ, ଏପରି  ଦଖଲ ଲାଗି  ରହିଥାଏ   ।

ଦଫା  ୨୨ ର  ଉଲ୍ଲଘଂନରେ , ହସ୍ତାନ୍ତରଣର  ପ୍ରଭାବ (ନିୟମ ୨୩)

  1. ଦଫା  ୨୨ ର ଉପ – ଦଫା (୧)]ର  ବ୍ୟବସ୍ଥାବଳୀର  ଉଲ୍ଲଘଂନରେ , କୌଣସି  ହସ୍ତାନ୍ତରଣ  କ୍ଷେତ୍ରରେ , ରାଜସ୍ୱ  ଉଚ୍ଚକର୍ମଚାରୀ  , ତାଙ୍କର  ନିଜ ତଥ୍ୟାନୁଯାୟୀ  କିମ୍ବା  ଜମିରେ ଇଚ୍ଛୁକ   କୌଣସି  ବ୍ୟକ୍ତିର  ଆବେଦନ ପତ୍ର  ଉପରେ  , କାରଣ  ଦର୍ଶାଇବା  ନିମନ୍ତେ, ହସ୍ତାନ୍ତରଣକାରୀ  ଏବଂ  ହସ୍ତାନ୍ତରୀତ  ବ୍ୟକ୍ତିଙ୍କୁ  ସୂଚନା  ନିର୍ଗମ କରିପାରନ୍ତି  ଯେ ,  ଏପରି ହସ୍ତାନ୍ତରଣକୁ  କାହିଁକି  ଅବୈଧ   ବୋଲି  ଘୋଷଣା  କରାଯିବ  ନାହିଁ  ।
  2. ଏପରି  ତଦନ୍ତ  ଅନୁଷ୍ଠିତ  କରିବା  ପରେ , ଯେପରି  ରାଜସ୍ୱ  ଉଚ୍ଚାକର୍ମଚାରୀ  ଉଚିତ୍  ମନେ  କରନ୍ତି  ଏବଂ ଇଚ୍ଛୁକ  ବ୍ୟକ୍ତିଙ୍କୁ  ଶୁଣିବା  ପରେ, ସେ  ଏପରି  ହସ୍ତାନ୍ତରଣକୁ ଅବୈଧ  ଘୋଷଣା  କରିପାରନ୍ତି  ଏବଂ ପ୍ରତ୍ୟକ  ବର୍ଷ  ନିମନ୍ତେ  କିମ୍ବା  ତା’ର  ଅଂଶବିଶେଷ  ନିମନ୍ତେ  ଏପରି  ହସ୍ତାନ୍ତରୀତ   ଜମିର  ପ୍ରତ୍ୟକ  ଏକର  ନିମନ୍ତେ  ଦୁଇ ଶହ  ଟଙ୍କାରୁ  (ଅଧିକ ନୁହେଁ ) ଜୋରୀମାନା, ହସ୍ତାନ୍ତରୀତ  ବ୍ୟକ୍ତି  ଉପରେ  ଧାର୍ଯ୍ୟ  କରିପାରନ୍ତି , ଯେଉଁ  ସମୟ  ମଧ୍ୟରେ  ଏପରି  ହସ୍ତାନ୍ତରଣ  ଅନୁଯାୟୀ , ଦଖଲ  ଲାଗି ରହିଥାଏ , ଯାହାକି  ଅବୈଧ  ବୋଲି  ଘୋଷଣା  କରାଯାଇଛି  [ ଏବଂ  ଏହା  ମଧ୍ୟ  ଯେ , ଏପରି  ଜୋରିମାନାର  କୌଣସି  ଅଂଶକୁ  ହସ୍ତାନ୍ତରଣକାରୀ  ବ୍ୟକ୍ତି  କିମ୍ବା  ତାଙ୍କର  ଉତ୍ତରାଧିକାରୀଙ୍କୁ  ପ୍ରଦାନ କରିବା  ନିମନ୍ତେ  ଆଦେଶ   ଦେଇପାରନ୍ତି   ।
  3. ଉପ – ଦଫା (୨) ଅନୁଯାୟୀ  କୌଣସି  ଘୋଷଣା  କରାଯିବା  ପରେ ରାଜସ୍ୱ  ଉଚ୍ଚକର୍ମଚାରୀ  ମନକୁ  ମନ  କିମ୍ବା  ଇଚ୍ଛୁକ  କୌଣସି  ବ୍ୟକ୍ତିର  ଆବେଦନ   ପତ୍ର  ଉପରେ  ହସ୍ତାନ୍ତରଣକାରୀ  ବ୍ୟକ୍ତି  କିମ୍ବା  ତାଙ୍କ  ଉତ୍ତରାଧିକାରୀଙ୍କୁ  ଉକ୍ତ  ସଂପତ୍ତି  ପୁନଃ  ଫେରସ୍ତ  କରାଇବେ  ଏବଂ  ଏହି  ଉଦ୍ଦେଶ୍ୟ  ନିମନ୍ତେ , ଏପରି  ପଦକ୍ଷେପ ଗ୍ରହଣ  କରିପାରନ୍ତି , ଯାହା  ଫଳରେ  ଉକ୍ତ  ଆଦେଶ  ସହ  ସମନ୍ଵୟ  ରକ୍ଷାକରି   କୌଣସି  ଶାନ୍ତି ଭଙ୍ଗକୁ   ପ୍ରତିବନ୍ଧିତ  କରାଯାଇପାରିବ  ।
  4. [ଉଲ୍ଲେଖ ଥାଉ ଯେ , ଯଦି ରାଜସ୍ୱ   ଉଚ୍ଚକର୍ମଚାରୀ  ଏପରି  ମତପୋଷଣ  କରନ୍ତି  ଯେ , ସଂପତ୍ତିର  ପୁନଃ  ଫେରସ୍ତି , ଯଥାଯଥଭାବେ  ସମ୍ଭବପର   ନୁହେଁ , ସେପରିସ୍ଥଳେ  ସେ  ତା’ର  କାରଣ  ଲିପିବଦ୍ଧ  କରିବେ  ଏବଂ ସରକାରଙ୍କ  ନିୟନ୍ତ୍ରଣାଧିନରେ  ଉକ୍ତ  ସଂପତ୍ତିକୁ, ତଫସିଲ୍ ଭୁକ୍ତ  ଉପ –ଜାତିର ଅନ୍ୟ  କୌଣସି  ସଦସ୍ୟଙ୍କ ସହିତ  ବନ୍ଦୋବସ୍ତ  କରିବେ , କିମ୍ବା  ଏପରି  କୌଣସି  ସଦସ୍ୟଙ୍କ  ଅନୁପସ୍ଥିତିରେ , ଓଡିଶା  ସରକାରୀ  ଜମି  ବନ୍ଦୋବସ୍ତ  ଆଇନ୍, ୧୯୬୨ (୩୩/୧୯୬୨) ରେ ଧାରୀତ  ବ୍ୟବସ୍ଥାବଳୀ  ସହ  ସମନ୍ଵୟ ରକ୍ଷାକରି , ଅନ୍ୟ  କୌଣସି   ବ୍ୟକ୍ତି  ସହିତ  ତାହା  ବନ୍ଦୋବସ୍ତ  କରିବେ  ।

    ସ୍ପଷ୍ଟୀକରଣ : - ସଂପତ୍ତିର  ପୁନଃ  ଉଦ୍ଧାର  ଅର୍ଥ , ହସ୍ତାନ୍ତରଣକାରୀ  କିମ୍ବା ତାଙ୍କର  ଉତ୍ତରାଧିକାରୀଙ୍କୁ  ସଂପତ୍ତିର  ପ୍ରକୃତ  ଦଖଲ  ପ୍ରଦାନ କରିବା  ।

  5. ଯେଉଁ  ସ୍ଥଳରେ  କୌଣସି  ହସ୍ତାନ୍ତରଣ, ଏହି ଦଫା  ଅନୁଯାୟୀ , ଅବୈଧ  ବୋଲି  ଘୋଷିତ  ହୁଏ  ଏବଂ  ଅନ୍ୟ  କୌଣସି  ବ୍ୟକ୍ତିର, ହସ୍ତାନ୍ତରୀତ  ବ୍ୟକ୍ତି, ସେଥିରୁ  ଉଚ୍ଛେଦ ହୋଇଥାନ୍ତି; ସେପରିସ୍ଥଳେ  ହସ୍ତାନ୍ତରୀତ  ବ୍ୟକ୍ତି, ତାଙ୍କ  ଦ୍ଵାରା  ହସ୍ତାନ୍ତରଣକାରୀ   ବ୍ୟକ୍ତିଙ୍କୁ  ପ୍ରଦାନ  କରିଥିବା  କୌଣସି  ଅର୍ଥରାଶି  ପାଇବା  ନିମନ୍ତେ  ହକ୍ ଦାର  ହେବେ  ନାହିଁ କିମ୍ବା ଏପରି   ହସ୍ତାନ୍ତରଣର  ବଏନାଭାବେ  କୌଣସି  ଅର୍ଥରାଶି  ପାଇବା  ନିମନ୍ତେ  ହକ୍ ଦାର ହେବେ ନାହିଁ।

ସଂପତ୍ତିର ଅକ୍ଷମତାୟୀତ  ଦଖଲରେ  ଥିବା ବ୍ୟକ୍ତିର  ଉଚ୍ଛେଦ (ନିୟମ ୨୩ (କ))  : -

ଯେଉଁ  ସ୍ଥଳରେ   କୌଣସି  ବ୍ୟକ୍ତି , ତଫସିଲ୍ ଭୁକ୍ତ  ଜାତି  କିମ୍ବା  ତଫସିଲ୍  ବ୍ଭୁକତା  ଉପଜାତିର  ହୋଇଥିବା  କୌଣସି  ରୟତର  କୌଣସି  ସମୁଦାୟ ‘ହୋଲ୍ ଡିଙ୍ଗ ’ କିମ୍ବା  ତା’ର   କୌଣସି  ଅଂଶକୁ  ଅକ୍ଷମତାୟୀତ  ଭାବେ  ଦଖଲ  କରୁଥିବା  ଦେଖାଯାଏ  ଏବଂ ତାହା , ଅନୁସୂଚୀତ  ଅଂଚଳ  ବ୍ୟତୀତ କିମ୍ବା  ଅନ୍ୟଥା   ଏପରି   କରାଯାଇଥାଏ , ସେପରିସ୍ଥଳେ  ରାଜସ୍ୱ  ଉଚ୍ଚକର୍ମଚାରୀ , ମାଲିକଙ୍କ ଆବେଦନପତ୍ର  ଉପରେ  କିମ୍ବା  ସେଥିରୁ  ଇଚ୍ଛୁକ  କୌଣସି  ବ୍ୟକ୍ତିର  ଆବେଦନପତ୍ର  ଉପରେ  କିମ୍ବା  ନିଜ  ମନକୁ  ମନ  ଏବଂ ପକ୍ଷମାନଙ୍କୁ  ଶୁଣାଣୀର  ଏକ  ଯଥାଯଥ  ସୁଯୋଗ  ପ୍ରଦାନ  କରିବା  ପରେ ; ଏପରି  ଅକ୍ଷମତାୟୀତ  ଦଖଲରେ  ଥିବା  ବ୍ୟକ୍ତିଙ୍କୁ  ଉଚ୍ଛେଦ  ନିମନ୍ତେ  ଆଦେଶ  ଦେଇପାରନ୍ତି   ଏବଂ ଦଫା ୨୩ ର  ଉପ –ଦଫା (୩) ଅ  ବ୍ୟବସ୍ଥାବଳୀ  ସହିତ  ସମନ୍ଵୟ  ରକ୍ଷାକରି , ଉକ୍ତ  ରୟତ  କିମ୍ବା  ତାଙ୍କ  ଉତ୍ତରାଧିକାରୀଙ୍କୁ  ଉକ୍ତ  ସଂପତ୍ତି  ପୁନଃ  ଫେରସ୍ତ  କରାଇବେ  । ]

ଦଫା  ୨୩ ଅନୁଯାୟୀ  କାର୍ଯ୍ୟାନୁଷ୍ଠାନ  ପ୍ରତି  ପ୍ରମାଣ  ଭାର  ଏବଂ ତମାଦି  ଆଇନ୍ , ୧୯୬୩ ର  ସଂଶୋଧନର  ପ୍ରୟୋଗ (ନିୟମ ୨୩ (ଖ))  : -

  1. ଯଦି  ଦଫା ୨୩ ଅନୁଯାୟୀ  କୌଣସି  କାର୍ଯ୍ୟାନୁଷ୍ଠାନ  ଗ୍ରହଣ  କରାଯାଏ  ଏବଂ  କୌଣସି   ‘ ହୋଲ୍ ଡିଙ୍ଗ ’ କିମ୍ବା  ତା’ର  କୌଣସି   ଅଂଶର  ହସ୍ତାନ୍ତରଣ ପ୍ରଶ୍ନାୟିତ  ହୁଏ ; କିମ୍ବା  ଯଦି  ଏପରି  କାର୍ଯ୍ୟାନୁଷ୍ଠାନ , ଏପରି ‘ ହୋଲ୍ ଡିଙ୍ଗ ’ କିମ୍ବା ତା’ର  ଅଂଶର  ଦଖଲର  ଉଦ୍ଧାର   ନିମନ୍ତେ  ହୋଇଥାଏ , ସେପରିସ୍ଥଳେ  ଏପରି  ହସ୍ତାନ୍ତରଣ  ବୈଧ  ବୋଲି  ପ୍ରମାଣ  କରିବା  ଦାୟୀତ୍ଵ , ସେତେବେଳେ  ବଳବତ୍ତର  ଅନ୍ୟ କୌଣସି  ଆଇନ୍  ସତ୍ବେ  ହସ୍ତାନ୍ତରୀତ  ବ୍ୟକ୍ତି  ଉପରେ  ନ୍ୟସ୍ତ   ରୁହେ   ।
  2. ତମାଦି  ଆଇନ୍ , ୧୯୬୩ ର  ଦଫା ୨୩ – ‘ ଖ ’ ଅନୁଯାୟୀ  କାର୍ଯ୍ୟାନୁଷ୍ଠାନ  ପ୍ରତି  ଏହାର  ପ୍ରୟୋଗରେ   [ ଏବଂ  ଦଫା ୨୩ – କ  ଅନୁଯାୟୀ ] ସୂଚୀରେ  ଶବ୍ଦାବଳୀ  ‘ ବାରବର୍ଷ ’  ପରେ  ଯାହାକି  ଅନୁଚ୍ଛେଦ  ୬୫ ବିରୁଦ୍ଧରେ  ଦ୍ଵିତୀୟ ସ୍ତମ୍ଭରେ   ଉଲ୍ଲେଖିତ  ଶବ୍ଦାବଳୀ , ବନ୍ଧନୀ  ଏବଂ  ସଂଖ୍ୟା  ମାତ୍ର  କୌଣସି  ତଫସିଲ୍ ଭୁକ୍ତ ଉପଜାତି  କିମ୍ବା କୌଣସି  ତଫସିଲ୍ ଭୁକ୍ତ  ଜାତିର  କୌଣସି  ସଦସ୍ୟଙ୍କର  ହୋଇଥିବା   ସ୍ଥାବର  ସଂପତ୍ତି   କ୍ଷେତ୍ରରେ   ତିରିଶ  ବର୍ଷ  ଯାହାକି   ସଂବିଧାନର  (ତଫସିଲ୍ ଭୁକ୍ତ   ଉପଜାତି )ଆଦେଶ   କିମ୍ବା  ସଂବିଧାନ (ତଫସିଲ୍ ଭୁକ୍ତ  ଜାତି ) ଆଦେଶ  ୧୯୫୦ ରେ  ଓଡିଶା  ରାଜ୍ୟ  ସଂବନ୍ଧରେ  ଧାର୍ଯ୍ୟ ; ଯେଉଁ  ସ୍ଥଳରେ ଯେପରି  ପ୍ରୟୋଗନୀୟ , ‘ ସଂଯୋଗ  କରାଯିବ  । ]

ଆଧାର – ଲଅ ହାଉସ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate