ଓଡିଶା ଆଇନ୍ ୧୩/୧୯୬୭ ଓଡିଶା ଭୂ – ସଂସ୍କାର (ସଂଶୋଧନ) ଆଇନ୍, ୧୯୭୬ ରଦ୍ଧିକରଣ ଏବଂ ସଂରକ୍ଷଣ : - ଓଡିଶା ଭୂ – ସଂସ୍କାର (ସଂଶୋଧନ)ଅଧ୍ୟାଦେଶ ,୧୯୬୭ (୭/୧୯୬୭) କୁ , ଏତତ୍ ଦ୍ଵାରା ରଦ୍ଧିକୃତ କରାଯାଉଛି । ଏପରି ରଦ୍ଧିକରଣ ସତ୍ଵେ , ଉକ୍ତ ଅଧ୍ୟାଦେଶ ଅନୁଯାୟୀ କରାଯାଇଥିବା କାର୍ଯ୍ୟ କିମ୍ବା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ , ଏହି ଆଇନ୍ ଅନୁଯାୟୀ କରାଯାଇଛି କିମ୍ବା ଗ୍ରହଣ ବୋଲି ଧରାଯିବ , ଯେପରିକି ଏହି ଆଇନ୍ ସେହିଦିନ ବଳବତ୍ତର ଥିଲା ଯେବେ ଏପରି କାର୍ଯ୍ୟ କରାଯାଇଥିଲା କିମ୍ବା ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଓଡିଶା ଆଇନ୍ ୧୮/୧୯୭୦ ଓଡିଶା ଭୂ – ସଂସ୍କାର (ସଂଶୋଧନ) ଆଇନ୍, ୧୯୭୦ ରଦ୍ଧିକରଣ ଏବଂ ସଂରକ୍ଷଣ : - ଓଡିଶା ଭୂ –ସଂସ୍କାର (ସଂଶୋଧନ) ଅଧ୍ୟାଦେଶ ୨/୧୯୭୦ କୁ ଏତତ୍ ଦ୍ଵାରା ରଦ୍ଧିକୃତ କରାଯାଉଛି । ଏପରି ରଦ୍ଧିକରଣ ସତ୍ଵେ , ଉକ୍ତ ଅଧ୍ୟାଦେଶ ଅନୁଯାୟୀ କରାଯାଇଥିବା କୌଣସି କାର୍ଯ୍ୟ କିମ୍ବା ଗ୍ରହଣ କରାଯାଇଥିବା କୌଣସି କାର୍ଯ୍ୟାନୁଷ୍ଠାନ ଏହି ଆଇନ୍ ଅନୁଯାୟୀ କରାଯାଇଛି କିମ୍ବା ଗ୍ରହଣ କରାଯାଇଛି ବୋଲି ଧରାଯିବ, ଯେପରିକି ଏହି ଆଇନ୍ ସେହି ଦିନ ବଳବତ୍ତର ଥିଲା , ଯେବେ ଏହି କାର୍ଯ୍ୟ କରାଯାଇଥିଲା କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ରାଷ୍ଟ୍ରପତିଙ୍କ ଆଇନ୍ ୧୮/୧୯୭୩ ଓଡିଶା ଭୂ – ସଂସ୍କାର (ସଂଶୋଧନ) ଆଇନ୍, ୧୯୭୩ ସ୍ଥଗିତ କାର୍ଯ୍ୟାନୁଷ୍ଠାନ ସଂବନ୍ଧରେ ବ୍ୟବସ୍ଥାବଳୀ : - ମୂଳ ଆଇନ୍ ର ଅଧ୍ୟାୟ – ୪ ଅନୁଯାୟୀ ଆରମ୍ଭ କରାଯାଇଥିବା ସମସ୍ତ କାର୍ଯ୍ୟାନୁଷ୍ଠାନ ଏବଂ ଯାହାକି ଏହି ଆଇନ୍ ପ୍ରଚଳନ ସମୟରେ ସ୍ଥଗିତ ଥାଏ ; ତାହା ରହିତ ହେବ । ଏହି ଆଇନ୍ ର ପ୍ରଚଳନ ପୂର୍ବରୁ , ମୂଳ ଆଇନ୍ର ଅନୁଯାୟୀ କୌଣସି ବ୍ୟକ୍ତି ଦ୍ଵାରା ଦାଖଲ କରାଯାଇଥିବା ଋଟର୍ଣ୍ଣ , ଏହି ଆଇନ୍ ଦ୍ଵାରା ସଂଶୋଧିତ ମୂଳ ଆଇନ୍ ଅନୁଯାୟୀ , ‘ ସିଲିଂ ’ ଅଂଚଳ ସ୍ଥିର କରିବାରେ ବିଚାରକୁ ନିଆଯିବ । ମୂଳ ଆଇନ୍ ର ଦଫା ୨ର ଧାରା (୨୪) ର ଉପ – ଧାରା (ଖ) ଅନୁଯାୟୀ ଉଦ୍ରେକ ଘଟଣା କିମ୍ବା ମୋକଦ୍ଦମା ଯାହାକି ଏହି ଆଇନ୍ ର ପ୍ରଚଳନ ପୂର୍ବରୁ ରାଜସ୍ୱ ଉଚ୍ଚକର୍ମଚାରୀଙ୍କ ନିକଟରେ ସ୍ଥଗିତ ଥାଏ , ତାହା କିମ୍ବା ସେଗୁଡିକ , ଏହି ଆଇନ୍ ଦ୍ଵାରା ସଂଶୋଧିତ , ମୂଳ ଆଇନ୍ ର ଦଫା ୫୭ – ‘କ’ ଅନୁଯାୟୀ ଗଠିତ ଟ୍ରିବ୍ୟୁନାଲ୍ କୁ ହସ୍ତାନ୍ତରୀତ ହେବ ଏବଂ ତାପରେ ଉକ୍ତ ଟ୍ରିବ୍ୟୁନାଲ୍ କୁ ଉଲ୍ଲେଖିତ ଏପରି ସମସ୍ତ ମୋକଦ୍ଦମା ପ୍ରତି , ଦଫା ୫୭ – ‘କ’ ଯେତେଦୂର ସମ୍ଭବ, ପ୍ରୟୋଗ ହେବ । ରଦ୍ଧିକରଣ : - ଓଡିଶା ଜମି ପରିବର୍ତ୍ତନ ନିଷେଧ ଆଇନ୍ , ୧୯୭୫ (୧୬/୧୯୭୨)କୁ ଏତତ୍ ଦ୍ଵାରା ରଦ୍ଦ କରାଯାଇଛି । ଓଡିଶା ଆଇନ୍ ସଂଖ୍ୟା ୯/୧୯୭୪ ଓଡିଶା ଭୂ – ସଂସ୍କାର (ସଂଶୋଧନ) ଆଇନ୍, ୧୯୭୪ ସ୍ଥଗିତ କାର୍ଯ୍ୟାନୁଷ୍ଠାନ ସଂବନ୍ଧରେ ବ୍ୟବସ୍ଥା : - ମୂଳ ଆଇନ୍ ର ଅଧ୍ୟାୟ – ୪ ଅନୁଯାୟୀ ଆରମ୍ଭ କରାଯାଇଥିବା ସମସ୍ତ କାର୍ଯ୍ୟାନୁଷ୍ଠାନ ଅବମ ଯାହାକି ଏହି ଆଇନ୍ ର ପ୍ରାରମ୍ଭ ସମୟରେ ସ୍ଥଗିତ ଥାଏ , ତାହା ରହିତ ହେବ । ଏହି ଆଇନ୍ ର ପ୍ରଚଳନ ପୂର୍ବରୁ , ମୂଳ ଆଇନ୍ ଅନୁଯାୟୀ , କୌଣସି ବ୍ୟକ୍ତି ଦ୍ଵାରା ଦାଖଲ କରାଯାଇଥିବା ଋଟର୍ଣ୍ଣ ଯଦି କିଛି ଥାଏ , ତାହା ଏହି ଆଇନ୍ ଦ୍ଵାରା ସଂଶୋଧିତ , ମୂଳ ଆଇନ୍ ଅନୁଯାୟୀ , ସିଲିଂ ଅଂଚଳ ସ୍ଥିର କରିବାରେ , ବିଚାରକୁ ନିଆଯିବ । ମୂଳ ଆଇନ୍ ର ଦଫା ୨ର ଧାରା (୨୪)ର ଉପ – ଧାରା (ଖ) ଅନୁଯାୟୀ ଉଦ୍ରେକ ସମସ୍ତ ଘଟଣା କିମ୍ବା ମୋକଦ୍ଦମା ଏବଂ ଯେଉଁ ଗୁଡିକ ଏହି ଆଇନ୍ ର ଠିକ୍ ପ୍ରଚଳନ ପୂର୍ବରୁ , ରାଜସ୍ୱ ଉଚ୍ଚକର୍ମଚାରୀଙ୍କ ସମ୍ମୁଖରେ ସ୍ଥଗିତ ଥାଏ ; ସେଗୁଡିକ ଏହି ଆଇନ୍ ଦ୍ଵାରା ସଂଶୋଧିତ ମୂଳ ଆଇନ୍ ର ଦଫା ୫୭ – ‘ କ ’ ଅନୁଯାୟୀ ଗଠିତ ଟ୍ରିବ୍ୟୁନାଲ୍ କୁ ହସ୍ତାନ୍ତରୀତ ହେବ ଏପରି ମୋକଦ୍ଦମାଗୁଡିକ ପ୍ରତି ପ୍ରୟୋଗ ହେବ । ଓଡିଶା ଆଇନ୍ ସଂଖ୍ୟା ୭୬/୧୯୭୨ (ରାଷ୍ଟ୍ରପତିଙ୍କ ଆଇନ୍ ସଂଖ୍ୟା ୧୭/୧୯୭୩) ଏବଂ ଓଡିଶା ଅଧ୍ୟାଦେଶ ସଂଖ୍ୟା ୨/୧୯୭୪ ର ରଦ୍ଦିକରଣ : - ଓଡିଶା ଜମି ହସ୍ତାନ୍ତରଣ ନିଷେଧ ଆଇନ୍ , ୧୯୭୨ (୧୬/୧୯୭୨) ; ଓଡିଶା ଭୂ – ସଂସ୍କାର (ସଂଶୋଧନ) ଆଇନ୍ , ୧୯୭୩ (ରାଷ୍ଟ୍ରପତିଙ୍କ ଆଇନ୍ ୧୭/୧୯୭୩) ଏବଂ ଓଡିଶା ଭୂ – ସଂସ୍କାର (ସଂଶୋଧନ) ଅଧ୍ୟାଦେଶ , ୧୯୭୪ (୨/୧୯୭୪) କୁ , ଏତତ୍ ଦ୍ଵାରା ରଦ୍ଦ କରାଯାଉଛି । ଓଡିଶା ଭୂ – ସଂସ୍କାର (ସଂଶୋଧନ) ଆଇନ୍ , ୧୯୭୩ (ରାଷ୍ଟ୍ରପତିଙ୍କ ଆଇନ୍ ୧୭/୧୯୭୩) ଏବଂ ଓଡିଶା ଭୂ – ସଂସ୍କାର (ସଂଶୋଧନ) ଅଧ୍ୟାଦେଶ , ୧୯୭୪ (୨/୧୯୭୪) ର , ରଦ୍ଦିକରଣ ସତ୍ଵେ , ଏହି ଆଇନ୍ ଦ୍ଵାରା ସଂଶୋଧିତ ମୂଳ ଆଇନ୍ ଅନୁଯାୟୀ କରାଯାଇଥିବା କାର୍ଯ୍ୟ କିମ୍ବା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ , ଏହି ଆଇନ୍ ଅନୁଯାୟୀ କରାଯାଇଛି ଏବଂ ଗ୍ରହଣ କରାଯାଇଛି ବୋଲି ଧରାଯିବ ; ଏବଂ ଏହା ୧୯୭୪ ମସିହା ଜୁଲାଇ ୧୧ ତାରିଖରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କଲା ଏବଂ ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୧୦୯୨/୧୨.୭.୧୯୭୪ ରେ ପ୍ରଥମେ ପ୍ରକାଶିତ ହେଲା । ଏହି ଆଇନ୍ ଦ୍ଵାରା ସଂଶୋଧିତ , ମୂଳ ଆଇନ୍ ର ସମସାମୟିକ ବ୍ୟବସ୍ଥାବଳୀ ଅନୁଯାୟୀ , ଅଧ୍ୟାଦେଶ କରାଯାଇଛି ବୋଲି ଧରାଯିବ । ଓଡିଶା ଆଇନ୍ ୪୭ /୧୯୭୫ ଓଡିଶା ଭୂ – ସଂସ୍କାର (ସଂଶୋଧନ) ଆଇନ୍, ୧୯୭୫ ରଦ୍ଦିକରଣ ଏବଂ ସଂରକ୍ଷଣ : - ଓଡିଶା ଭୂ – ସଂସ୍କାର (ସଂଶୋଧନ) ଅଧ୍ୟାଦେଶ , ୧୯୭୫ (୬/୧୯୭୫) କୁ, ଏତତ୍ ଦ୍ଵାରା ରଦ୍ଦ କରାଯାଉଛି । ଏପରି ରଦ୍ଦିକରଣ ସତ୍ଵେ , ଉକ୍ତ ଅଧ୍ୟାଦେଶ ଅନୁଯାୟୀ କରାଯାଇଥିବା କୌଣସି କାର୍ଯ୍ୟ, ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ କିମ୍ବା ନିର୍ଗମ କରାଯାଇଥିବା କୌଣସି ବିଜ୍ଞପ୍ତି , ଏହି ଆଇନ୍ ଦ୍ଵାରା ସଂଶୋଧିତ ମୂଳ ଆଇନ୍ ଅନୁଯାୟୀ କରାଯାଇଛି , ଗ୍ରହଣ କରାଯାଇଛି କିମ୍ବା ନିର୍ଗମ କରାଯାଇଛି ବୋଲି ଧରାଯିବ । ଓଡିଶା ଆଇନ୍ ୨୯/୧୯୭୬ ଓଡିଶା ଭୂ – ସଂସ୍କାର (ଦ୍ଵିତୀୟ ସଂଶୋଧନ) ଆଇନ୍, ୧୯୭୬ ମଧ୍ୟବର୍ତ୍ତିକାଳୀନ ଅସ୍ଥାୟୀ ବ୍ୟବସ୍ଥାବଳୀ : - ମୂଳ ଆଇନ୍ ଅନୁଯାୟୀ କୌଣସି ଅପିଲ୍ କିମ୍ବା ଦଫା ୫୯ ଅନୁଯାୟୀ କୌଣସି ରିଭିଜନ୍ , ଯାହାକି ଏହି ଆଇନ୍ ର ପ୍ରଚଳନ ତାରିଖରେ , ସ୍ଥଗିତ ଥାଏ ; ତାହା ଶୁଣାଣୀକରି ଫଇସଲା କରାଯିବ , ଯେପରିକି ଏହି ଆଇନ୍ ପ୍ରଣୟନ କରାଯାଇ ନାହିଁ । ଓଡିଶା ଆଇନ୍ ୪୪/୧୯୭୬ ଓଡିଶା ଭୂ – ସଂସ୍କାର (ଦ୍ଵିତୀୟ ସଂଶୋଧନ) ଆଇନ୍, ୧୯୭୬ ସଂରକ୍ଷଣ : - ଏହି ଆଇନ୍ ଦ୍ଵାରା ମୂଳ ଆଇନ୍ ର ଦଫା ୬୩ ର ସଂଶୋଧନ ସତ୍ଵେ , ଏହି ଆଇନ୍ ର ପ୍ରଚଳନ ତାରିଖ ପୂର୍ବରୁ ପ୍ରଦାନ କରାଯାଇଥିବା କୌଣସି ଆଦେଶ ବିରୁଦ୍ଧରେ , କୌଣସି ଅପିଲ୍ କିମ୍ବା କୌଣସି ଆବେଦନପତ୍ର କିମ୍ବା କୌଣସି ରିଭିଜନ୍ ସଂବନ୍ଧରେ ତମାଦି ସମୟ , ଯେପରି ଉକ୍ତ ଦଫାରେ ଉଲ୍ଲେଖ କରାଯାଇଛି ; ତାହା ଏପରି ଆଦେଶ ତାରିଖରୁ ଷାଠିଏ ଦିନ ହେବ । ଆଧାର - ଲଅ ହାଉସ