ଦଫା ୧୨ର ଉପ – ଦଫା ୯୧ ) ସହିତ ଓଡିଶା ରାଜସ୍ୱ ବୋର୍ଡ ଆଇନ୍ , ୧୯୫୧ (ଓଡିଶା ଆଇନ୍ ୨୩/୧୯୫୧) ର ଦଫା ୪ ଦ୍ଵାରା ପ୍ରଦତ୍ତ କ୍ଷମତାର ପରିଚାଳନାରେ , ରାଜ୍ୟସରକାର , ପୂର୍ବରୁ ଗଠିତ ନିୟମାବଳୀର ଅତିକ୍ରମଣରେ ,
ଏତତ୍ ଦ୍ଵାରା ନିମ୍ନ ଲିଖିତ ନିୟମାବଳୀ ପ୍ରଣୟନ କରୁଛନ୍ତି , ଯଥା : -
୧. (୧) ଏହି ନିୟମାବଳୀକୁ , ଓଡିଶା ରାଜସ୍ଵବୋର୍ଡ ନିୟମାବଳୀ , ୧୯୫୯ ବୋଲି କୁହାଯିବ ।
(୨) ସେଗୁଡିକ ତତ୍ କ୍ଷଣାତ ବଳବତ୍ତର ହେବ ।
୨ . ଏହି ନିୟମାବଳୀରେ , ଯଦି ପ୍ରସଙ୍ଗ କିମ୍ବା ସୂଚୀ , ଅନ୍ୟଥା ଆବଶ୍ୟକ ନକରେ : -
(୧) ‘ ଆଇନ୍ ’ ଅର୍ଥ , ଓଡିଶା ରାଜସ୍ୱ ପରିଷଦ ଆଇନ୍ , ୧୯୫୧ ;
(୨) ‘ ବୋର୍ଡ ’ ଅର୍ଥ , ଆଇନ୍ ଦଫା ୨ ଅନୁଯାୟୀ ଗଠିତ ରାଜସ୍ଵବୋର୍ଡ ;
(୩) ‘ ସଦସ୍ୟ ’ ଅର୍ଥ, ରାଜସ୍ୱ ବୋର୍ଡର ସଦସ୍ୟ ;
(୪) ‘ କମିଶନର ’ ଅର୍ଥ , ଯେପରି ଓଡିଶା ରାଜସ୍ଵ ଡିଭିଜନାଲ୍ କମିଶନର ଆଇନ୍ , ୧୯୫୭ରେ ଯେପରି ସଂଜ୍ଞାୟୀତ ;
(୫) ଏହି ନିୟମାବଳୀରେ ବ୍ୟବହୃତ ଶବ୍ଦାବଳୀ ଏବଂ ଉକ୍ତି , ମାତ୍ର ଏଥିରେ ସଂଜ୍ଞାୟୀତ ହୋଇନାହିଁ , ସେଗୁଡିକର ସେହି ଅର୍ଥ ରହିବ ଯେପରି ଏହି ଆଇନ୍ ରେ ସେଗୁଡିକୁ ନ୍ୟସ୍ତ କରାଯାଇଛି ।
୩ . ଏହି ନିୟମାବଳୀର ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ , ସମସ୍ତ ଅପିଲ୍ ଏବଂ ରିଭିଜନ୍ ଏବଂ ଅନ୍ୟାନ୍ୟ ଆବେଦନପତ୍ର ସଦସ୍ୟମାନଙ୍କ ଦ୍ଵାରା ଶୁଣାଣୀ କରାଯାଇ , ଫଇସଲା କରାଯିବ ।
୪ . ରାଜ୍ୟ ସରକାରଙ୍କ ଅନୁମୋଦନ ସହିତ , ସଦସ୍ୟ ମୂଳ ଆଦେଶ ପ୍ରଦାନକାରୀ ଅଧିକାରୀଙ୍କ ଅନୁପସ୍ଥିତିରେ ; କାର୍ଯ୍ୟାଳୟରେ ତାଙ୍କ ଉତ୍ତରାଧିକାରୀଙ୍କ କ୍ଷମତାରେ , ପୁନଃ ବିଚାର ନିମନ୍ତେ ଆବେଦନ ପତ୍ର ଶୁଣାଣୀ କରିବେ
୫ .ନିୟମାବଳୀ ୩ ଏବଂ ୪ର ବ୍ୟବସ୍ଥାବଳୀ ଅନୁଯାୟୀ ବିଷୟଗୁଡ଼ିକୁ ଶୁଣୁବା ସମୟରେ , ବୋର୍ଡକୁ ଏକ ନ୍ୟାୟାଳୟ ଭାବେ ଧରାଯିବ ଏବଂ ଏହା , ଏହାର ସିଦ୍ଧାନ୍ତକୁ ରାଏ ଆକାରରେ ପ୍ରଦାନ କରିବେ , ଯାହାକି ସଦସ୍ୟଙ୍କ ଦ୍ଵାରା ସ୍ଵାକ୍ଷରିତ ଏବଂ ମୋହରୀତ ହୋଇଥିବ ।
୬. ସମସ୍ତ ମୋକଦ୍ଦମା , ଯାହାକି ସର୍କିଟରେ ଶୁଣାଣୀ କରାଯାଇପାରେ ନାହିଂ , ତାହା ସେହି ସମୟରେ କଟକରେ ଶୁଣାଣୀ କରାଯିବ , ଯାହାକି ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ଅଟେ ; ଏବଂ ସେହି ସମସ୍ତ ମୋକଦ୍ଦମା , ଯାହାକୁ ସଦସ୍ୟ , ତାଙ୍କର ବିବେକ ଅନୁଯାୟୀ , ସର୍କିଟରେ ଶୁଣିବା ନିମନ୍ତେ ବିବେଚନା କରନ୍ତି , ତାହା ସେହି ଜିଲ୍ଲାରେ ଶୁଣାଣୀ ନିମନ୍ତେ ଧାର୍ଯ୍ୟ କରାଯାଇପାରେ , ଯେଉଁଥି ପ୍ରତି ସେଗୁଡିକ ସଂପୃକ୍ତ ।
୭.ରାଜ୍ୟ ସରକାରଙ୍କ ପୂର୍ବ ଅନୁମୋଦନର ନିୟନ୍ତ୍ରଣାଧିନରେ , ବୋର୍ଡ , ନିମ୍ନ ବିଷୟ ପ୍ରତି , ବୋର୍ଡର ଅଭ୍ୟାସ ଏବଂ ପଦ୍ଧତିକୁ ସାଧାରଣଭାବେ ସମୟାନୁକ୍ରମେ ନିୟନ୍ତ୍ରତା କରିବା ନିମନ୍ତେ , ନିୟମିତ କରଣ ପ୍ରସ୍ତୁତ କରିବେ : -
(୧) ଅପିଲ୍ ର ଦାଖଲ ଏବଂ ପୁନଃବିଚାର ଏବଂ ରିଭିଜନ୍ ନିମନ୍ତେ ଆବେଦନପତ୍ର ;
(୨) କେଉଁ ଭାଷାରେ ଏଗୁଡିକ ଲେଖାଯିବ ;
(୩) କିପରିଭାବେ ଏବଂ କେଉଁ ଅଧିକାରୀଙ୍କ ସମ୍ମୁଖରେ ଏଗୁଡ଼ିକୁ ଉପସ୍ଥାପନ କରାଯିବ ;
(୪) କେଉଁ ସମୟ ମଧ୍ୟରେ , ଟିକସ୍ ସଂଯୋଗ କରାଯିବ ଏବଂ ଶୁଳ୍କ ସହିତ ଆଦେଶିକା ଶୁଳ୍କ ପ୍ରଦାନ କରାଯିବା ଉଚିତ୍ ;
(୫) କିପରିଭାବେ ପକ୍ଷମାନଙ୍କ ପ୍ରତି ସୂଚନା ନିର୍ଗମ କରାଯିବ ଏବଂ ନିମ୍ନ ନ୍ୟାୟାଳୟରୁ ନଥି ଆହ୍ଵାନ କରିବା ପଦ୍ଧତି ;
(୬) ଆଫିଡାଭିଟ୍ ଦାଖଲ କରିବା ଏବଂ ଆଇନ୍ ବ୍ୟବସାୟୀଙ୍କ ଉପସ୍ଥିତି ;
(୭) କେଉଁ କାରଣ ଉପରେ ଅପିଲ୍ ଏବଂ ପୁନଃବିଚାର ଏବଂ ରିଭିଜନ୍ ଆବେଦନପତ୍ରକୁ ସଂପୂର୍ଣ୍ଣଭାବେ ପ୍ରତ୍ୟାଖ୍ୟାନ କିମ୍ବା ନାକଚ୍ କରାଯିବ ; ଏବଂ
(୮) ଏପରି ଅନ୍ୟାନ୍ୟ ବିଷୟ , ଯେପରି ଆବଶ୍ୟକ ବୋଲି ବିବେଚନା କରାଯାଏ ।
ଏପରି ନିୟମିତକରଣକୁ , ଓଡିଶା ଗେଜେଟ୍ ରେ ପ୍ରକାଶନ କରାଯିବ ଏବଂ ଏପରି ତାରିଖରୁ , ଯେପରି ସେଥିରେ ଧାର୍ଯ୍ୟ କରାଯାଇପାରେ , ସେଗୁଡିକ ବଳବତ୍ତର ହେବ ଏବଂ ଆଇନ୍ ର ବଳ ଗ୍ରହଣ କରିବ ।
୮ . ଏହି ଆଇନ୍ ଉଦ୍ଦେଶ୍ୟ ନିମନ୍ତେ , ଶେଠୀ ସହ ସଂଯୁକ୍ତ ପରିଶିଷ୍ଠରେ ଉଲ୍ଲେଖିତ ବିଷୟଗୁଡିକ ସଂବନ୍ଧରେ , ବୋର୍ଡକୁ , ବିଭାଗୀୟ ମୁଖ୍ୟ ଭାବେ ଧରାଯିବ ।
୯ . କମିଶନର , କଲେକ୍ଟର ଏବ୍ମ୍ମ ଜିଲ୍ଲାର ଅନ୍ୟାନ୍ୟ ରାଜସ୍ୱ ଉଚ୍ଚାକର୍ମଚାରୀଙ୍କ କାର୍ଯ୍ୟ ଉପରେ , ତତ୍ତ୍ଵାବଧାନ କ୍ଷେତ୍ରରେ , ଏହା ବୋର୍ଡର କର୍ତ୍ତବ୍ୟ ହେବ ଯେ , ସେ ,
(୧) ରାଜସ୍ୱ କମିଶନର ଏବଂ ଭୂ – ସଂସ୍କାର ସଂବନ୍ଧୀୟ ବିଷୟଗୁଡିକ ସଂବନ୍ଧରେ , ପ୍ରତ୍ୟକ କମିଶନରଙ୍କ ନ୍ୟାୟାଳୟ ଏବଂ ଉଚ୍ଚକର୍ମଚାରୀଙ୍କୁ , ପ୍ରତ୍ୟକ ବର୍ଷ ପରିଦର୍ଶନ କରିବେ ଏବଂ ପ୍ରତ୍ୟକ ବର୍ଷ ଜାନୁୟାରୀ ମାସରେ ରାଜ୍ୟ ସରକାରଙ୍କୁ ତାଙ୍କର ବିବରଣୀ ପ୍ରଦାନ କରିବେ ।]
ଟିପ୍ପଣୀ : - (୧) ବିଜ୍ଞପ୍ତି ସଂଖ୍ୟା – ରାଜସ୍ୱ ବିଭାଗ – ୧୦୭୬୬୭ . ତା . ୭.୩.୧୯୬୦ ଦ୍ଵାରା , ନିୟମ ୯କୁ ପରିବର୍ତ୍ତନ କରାଯାଇଛି , ଯାହାକି ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୩୭୫/୧୯୬୦ ରେ ପ୍ରକାଶିତ ।
(୨) ଏପରି ପ୍ରତ୍ୟକ କମିଶନରଙ୍କ ଡିଭିଜନ୍ ର କାର୍ଯ୍ୟାଳୟ ଏବଂ କଲେକ୍ଟର ଏବଂ ସବ୍ ଡିଭିଜନାଲ୍ ଅଫିସରଙ୍କ କାର୍ଯ୍ୟାଳୟକୁ ଖୁବ୍ କମ୍ ରେ ଥରେ ପରିଦର୍ଶନ କରିବେ ଏବଂ ପ୍ରତ୍ୟକ ବର୍ଷ ଜାନୁୟାରୀ ମାସରେ ଧାରା (୧) ରେ ଧାର୍ଯ୍ୟ ବିବରଣୀ ସହିତ , ଏହାର ବିବରଣୀକୁ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିବା ।
(୩) କମିଶନରମାନଙ୍କର ଗସ୍ତ ଡାଏରୀ ଉପରେ , ଛଅମାସରେ , ପୁନଃ ବିଚାର ବିବରଣୀର ପ୍ରସ୍ତୁତିକରଣ ;
(୪) ପ୍ରତ୍ୟକ ବର୍ଷ , ତାଙ୍କ କାର୍ଯ୍ୟାଳୟର ପରିଦର୍ଶନ ଏବଂ ଧାରା (୧) ଏବଂ (୨) ରେ ଧାର୍ଯ୍ୟ ବିବରଣୀ ସହିତ , ପ୍ରତ୍ୟକ ବର୍ଷ ଜାନୁୟାରୀ ମାସରେ , ରାଜ୍ୟ ସରକାରଙ୍କୁ ତାଙ୍କର ବିବରଣୀ ପ୍ରଦାନ କରିବେ ।
(୫) ରାଜ୍ୟର ବାର୍ଷିକ ଭୂ – ରାଜସ୍ୱ ପ୍ରଶାସନ ବିବରଣୀର ସଂକଳନ ;
(୬) ତାଙ୍କ ତତ୍ତ୍ଵାବଧାନ ଅଧିନରେ ଭୂ – ରାଜସ୍ୱ , ସେସ୍ ଏବଂ ଅନ୍ୟାନ୍ୟ ଉତ୍ସରୁ ଦାବୀ , ଆଦାୟ ଏବଂ ବଳକା ଅର୍ଥ ଚାରି ମାସରେ ଥରେ ପୁନଃବିଚାର ବିବରଣୀର ପ୍ରସ୍ତୁତିକରଣ ଏବଂ ସେହି ଚାରିମାସକୁ ଅନୁସରଣ କରୁଥିବା ମାସ ଶେଷରେ , ସରକାରଙ୍କୁ ଏପରି ବିବରଣୀ ପ୍ରଦାନ କରିବା , ଯେଉଁଥି ପ୍ରତି ଏହା ସଂପୃକ୍ତ ।
ଟିପ୍ପଣୀ : - ବିଜ୍ଞପ୍ତି ସଂଖ୍ୟା , ରାଜସ୍ୱ ବିଭାଗ – ୧୦୭୬୭ , ତା ୭.୬.୧୯୬୦ ଦ୍ଵାରା , ନିୟମ ୯ର ଉପ – ନିୟମ (୬) କୁ ପରିବର୍ତ୍ତନ କରାଯାଇଛି , ଯାହାକି ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୩୭୫/୧୯୬୦ ରେ ପ୍ରକାଶିତ ।
(୭) ଶିହି ସମସ୍ତ ଶୀର୍ଷ ନିମନ୍ତେ , ବଜେଟ୍ ର ସଂକଳନ , ଯେଉଁଥି ନିମନ୍ତେ ବୋର୍ଡକୁ ନିୟନ୍ତ୍ରଣକାରୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି ଏବଂ ଧାର୍ଯ୍ୟ ତାରିଖରେ ତାହା ସରକାରଙ୍କୁ ପ୍ରଦାନ କରିବା ;
(୮) ବଜେଟ୍ ଶୀର୍ଷ ଅଧିନରେ ଆବଣ୍ଟନର ବିତରଣ , ଯେଉଁଥି ନିମନ୍ତେ ବୋର୍ଡ , ନିୟନ୍ତ୍ରଣକାରୀ ଅଧିକାରୀ ଅଟନ୍ତି ;
(୯) ଭି – ରାଜସ୍ୱ ପ୍ରଶାସନ ସଂବନ୍ଧରେ , ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ବିଷୟ , ସରକାରଙ୍କ ଦୃଷ୍ଟିକୁ ଆଣିବ , ଯାହା ବୋର୍ଡ , ଆବଶ୍ୟକ ବୋଲି ବିବେଚନା କରନ୍ତି ।
(୧୦) ଜମିଦାରୀ ଉଚ୍ଛେଦ ସହିତ ଭୂ – ସଂସ୍କାର ଉପରେ , ସରକାରଙ୍କୁ ଉପଦେଶ ଦେବା ।
ଟିପ୍ପଣୀ : - ରାଜସ୍ୱ ବିଭାଗ ସଂଖ୍ୟା ୨୨୧୭୩,ତା ୧୯.୫.୧୯୬୦ ଦ୍ଵାରା , ନିୟମ ୯ର ଧାରା (୧୦) କୁ ପରିବର୍ତ୍ତନ କରାଯାଇଛି , ଯାହାକି ଓଡିଶା ଗେଜେଟ୍ ଅଂଶ – ୩/୧୯୬୦, ପୃଷ୍ଠା – ୪୬୨ରେ ପ୍ରକାଶିତ ।
(୧୧) ସର୍ବକ୍ଷେଣ ଏବଂ ବନ୍ଦୋବସ୍ତ କାର୍ଯ୍ୟ ପରିଚାଳନା କରିବା ;
(୧୨) ଉନ୍ନତିର ନିୟମିତକରଣ ; ଏବଂ
(୧୩) ଏ ସଂବନ୍ଧରେ ରାଜ୍ୟ ସରକାରଙ୍କ ବିଶେଷ ଆଦେଶର ନିୟନ୍ତ୍ରଣାଧିନରେ , ଗେଜେଟ୍ , ତଥ୍ୟ , ରାସ୍ତା ନକ୍ସା ଏବଂ କାନ୍ଥ ଗୁଡିକର ପ୍ରସ୍ତୁତିକରଣ , ସଂଶୋଧନ , ଅନୁବାଦ ଏବଂ ପ୍ରକାଶନ ।
୧୦ . ସାଧାରଣ ତତ୍ତ୍ଵାବଧାନ କ୍ଷମତା , ବୋର୍ଡ ଧାରଣ କରିବ ଏବଂ ରାଜସ୍ୱ ଆଇନ୍ ର ଉପଯୁକ୍ତ କାର୍ଯ୍ୟକାରୀତା ନିମନ୍ତେ ନିର୍ଦ୍ଦେଶାବଳୀ ନିର୍ଗମ କରିବେ ଏବଂ ସେଗୁଡିକର କାର୍ଯ୍ୟକାରୀତାରେ ଆବିଷ୍କାର କରାଯାଇଥିବା କୌଣସି ତ୍ରୁଟିକୁ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣିବେ ଏବଂ ସମୟାନୁକ୍ରମେ ନିଦାନର ପଦକ୍ଷେପ ସଂବନ୍ଧରେ ପରାମର୍ଶ ଦେବେ ।
୧୧ . ଗେଜେଟେଡ୍ ଅଫିସର କିମ୍ବା ଉଚ୍ଚକର୍ମଚାରୀଙ୍କ ବିଭାଗୀୟ ପରୀକ୍ଷା , ବୋର୍ଡ ପରିଚାଳନା କରିବେ ଏବଂ ଏ ସଂବନ୍ଧରେ , ରାଜ୍ୟ ସରକାରଙ୍କ ଆଦେଶ ସହ ସମନ୍ଵୟ ରକ୍ଷାକରି ଫଳାଫଳ ପ୍ରକାଶନ କରିବେ । ରାଜସ୍ୱ ବୋର୍ଡର ସଦସ୍ୟ , ପରୀକ୍ଷକ ବୋର୍ଡର ସଭାପତି ରହିବେ ।
୧୨ . ସମୟାନୁକ୍ରମେ ନିର୍ଗମ କରାଯାଉଥିବା ସରକାରୀ ନିର୍ଦ୍ଦେଶାବଳୀ ସହ ସମନ୍ଵୟ ରକ୍ଷାକରି , ବୋର୍ଡର ଦାୟିତ୍ଵରେ ଥିବା ବିଭାଗ ଗୁଡିକରେ ସଂପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ଓଡିଶା ଅଧସ୍ତନ ପ୍ରଶାସନିକ ସେବା ଉଚ୍ଚକର୍ମଚାରୀ ଏବଂ ଓଡିଶା ପ୍ରଶାସନିକ ସେବା ଉଚ୍ଚକର୍ମଚାରୀଙ୍କ ସ୍ଥିତି , ବଦଳୀ ଏବଂ ଛୁଟି ସଂବନ୍ଧରେ , ବୋର୍ଡର କ୍ଷମତା ରହିବ ।
୧୩ . ଯଦି ସେପରି ଆବଶ୍ୟକ ହୁଏ , ତାହେଲେ ବୋର୍ଡ , ସମସ୍ତ କଲେକ୍ଟର ଏବଂ ସେହି ଏକାସ୍ତରର ରାଜସ୍ୱ ଉଚ୍ଚକର୍ମଚାରୀ ଏବଂ କମିଶନରମାନଙ୍କ ଗୁପ୍ତା – ଚରିତ ତାଲିକା ରକ୍ଷଣାବେକ୍ଷଣ କରିବେ ।
୧୪ . ବଳବତ୍ତର ଥିବା ଆଇନ୍ , ନିୟମାବଳୀ ଏବଂ ଆଦେଶ ଅନୁଯାୟୀ , ବୋର୍ଡ ଦ୍ଵାରା ପରିଚାଳିତ କୌଣସି କ୍ଷମତା କ୍ଷେତ୍ରରେ , ଯାହାକି ନିର୍ଦ୍ଧିଷ୍ଟ ଭାବେ ଏହି ନିୟମାବଳୀ କିମ୍ବା ଓଡିଶା ରାଜସ୍ୱ ଡିଭିଜନାଲ୍ କମିଶନର ଆଇନ୍ ୧୯୭୫ ରେ ଗଠିତ ନିୟମାବଳୀରେ ନିର୍ଦ୍ଧିଷ୍ଟ ଭାବେ ବ୍ୟବସ୍ଥାୟୀତ ହୋଇନଥାଏ ; ସେପରିସ୍ଥଳେ ଏହା ବୋର୍ଡର କର୍ତ୍ତବ୍ୟ ହେବ ଯେ , ସେ , ଏ ବିଷୟ ରାଜ୍ୟ ସରକାରଙ୍କୁ ସୂଚୀତ କରି , କମିଶନରଙ୍କୁ ଏପରି କ୍ଷମତା ପ୍ରଦାନ କରିବା ଆଦେଶ ପ୍ରଦାନ କରିବା ନିମନ୍ତେ ଅନୁରୋଧ ହେବ , ଯେପରି ସେ ଉପଯୁକ୍ତ ମନେ କରିବେ ।ଆଧାର :The Law House
Last Modified : 1/11/2020