ସୂଚନାର ନିର୍ଗମ ପ୍ରତିବାଦୀମାନଙ୍କ ଉପରେ ସୂଚନା ଜାରୀ ନହେବା ପର୍ଯ୍ୟନ୍ତ, ବୋର୍ଡ, ସ୍ଥାନୀୟ ଅଧିକାରୀଙ୍କ ଆଦେଶରେ କୌଣସି ହସ୍ତକ୍ଷେପ କରିବେ ନାହିଁ, ଯେଉଁମାନେ ଅପିଲ୍ ରେ ଶୁଣାଣୀ ନିମନ୍ତେ ହକଦାର ଅଟନ୍ତି । ସେହି ଜିଲ୍ଲା କଲେକ୍ଟର କିମ୍ବା ଅନ୍ୟ କୌଣସି ଅଧିକାରୀଙ୍କ ଦ୍ଵାରା ଆବଶ୍ୟକ ନିର୍ଦ୍ଦେଶାବଳୀ ଗ୍ରହଣ କରିବା ପରେ ଏପରି ସୂଚନା ଆବେଦନକାରୀଙ୍କ ଖର୍ଚ୍ଚରେ, ଜାରୀ କରାଯିବ । ଯେତେବେଳେ ବୋର୍ଡ ଦ୍ଵାରା ଶୁଣାଣୀ ନିମନ୍ତେ କୌଣସି ତାରିଖ ଧାର୍ଯ୍ୟ କରାଯାଏ, ସେପରିସ୍ଥଳେ ଅପିଲ୍ କର୍ତ୍ତା, ଆବେଦନକାରୀ କିମ୍ବା ତାଙ୍କ ଅଧିବକ୍ତା କିମ୍ବା ପକ୍ଷମାନଙ୍କୁ ଏପରି ତାରିଖ ସଂବନ୍ଧରେ ସୂଚନା ପ୍ରଦାନ କରାଯିବ। ଶୁଣାଣୀ ତାରିଖ ସଂବନ୍ଧରେ ପ୍ରତିବାଦୀଙ୍କୁ ସୂଚୀତ କରିବା ନିମନ୍ତେ କୌଣସି ସୂଚନା, ତାଙ୍କ ଉପରେ, କଲେକ୍ଟର କିମ୍ବା ବୋର୍ଡର ଉଚ୍ଚକର୍ମଚାରୀଙ୍କ ଦ୍ଵାରା ଜାରୀ କରାଯିବ,ଯେଉଁ ସ୍ଥଳରେ ତାଙ୍କର ସ୍ଥାନୀୟ ପ୍ରତିନିଧି ଥାଆନ୍ତି (ବାରିଷ୍ଟର , ଅଧିବକ୍ତା କିମ୍ବା ରାଜସ୍ୱ ପ୍ରତିନିଧି) ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ଥାଆନ୍ତି ଏବଂ ଏପରି ଜାରୀର ପ୍ରମାଣ , ନଥିରେ ଫାଇଲ୍ କରାଯିବ । ଶୁଣାଣୀ ତାରିଖର ସେହି ଏକ ପ୍ରକାର ସୂଚନା, ଅପିଲ୍ କର୍ତ୍ତା କିମ୍ବା ତାଙ୍କର ସ୍ଥାନୀୟ ପ୍ରତିନିଧି ଉପରେ ମଧ୍ୟ ଜାରୀ କରାଯିବ, ଯଦି ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ, ସଦସ୍ୟଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ତାରିଖ ସମୟରେ ଉପସ୍ଥିତ ଥାଆନ୍ତି । ଯେତେବେଳେ ଏହା ପକ୍ଷମାନଙ୍କର ପ୍ରତିନିଧିଙ୍କ ଉପରେ ସ୍ଥାନୀୟ ଭାବେ ଜାରୀ କରାଯାଏ , ଏପରି ସୂଚନା ଇଂରାଜୀରେ ହେବ । ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ଏପରି ସୂଚନା ସେହି ଜିଲ୍ଲାର ଭାଷାରେ ହେବ , ଯେଉଁଠି ଏପରି ପକ୍ଷମାନେ ରୁହନ୍ତି । ଯେତେବେଳେ ନିୟମିତକରଣ ୧୯ ଅନୁଯାୟୀ କୌଣସି ଆଦେଶ ପ୍ରଦାନ କରାଯାଏ, ସେପରିସ୍ଥଳେ ବ୍ୟଥିତ ପକ୍ଷ ଏପରି ଆଦେଶ ତାରିଖରୁ ତିରିଶ ଦିନ ମଧ୍ୟରେ ତାହା ନାକଚ୍ କରିବା ନିମନ୍ତେ ଯଥେଷ୍ଟ କାରଣ ଦର୍ଶାଇବେ ଯେ, ଧାର୍ଯ୍ୟ ତାରିଖରେ ସେହି ଆଦେଶିକା ଶୁଳ୍କ ପ୍ରଦାନ କରିବାରୁ କାହିଁକି ପ୍ରତିବନ୍ଧିତ ହେଲେ ଏବଂ ଯଦି ବୋର୍ଡ ଏଥିରେ ସନ୍ତୁଷ୍ଟ ହୁଅନ୍ତି, ତାହେଲେ ସେ ଏପରି ଖାରଜ ଆଦେଶକୁ ନାକଚ୍ କରି , ଅପିଲ୍ କୁ ପୁନଃ ସ୍ଥାପନ କରିପାରାମତି । ଯେଉଁ ସ୍ଥଳରେ , କୌଣସି ମୋକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନ, ନିୟମିତକରଣ ୨୧ ଅନୁଯାୟୀ ଶୁଣାଣୀ କରାଯାଇ ସ୍ଥିର କରାଯାଇଥାଏ; ସେପରିସ୍ଥଳେ ଏପରି ଆଦେଶ ଦ୍ଵାରା ବ୍ୟଥିତ କୌଣସି ପକ୍ଷ ଏପରି ଆଦେଶର ତିରିଷଦିନ ମଧ୍ୟରେ, ଏପରି ଆଦେଶକୁ ନାକଚ୍ କରିବା ନିମନ୍ତେ ଆବେଦନ କରିପାରନ୍ତି ଏହି କାରଣ ଉପରେ ଯେ, ଯଥେଷ୍ଠ କାରଣ ଯୋଗୁ,ସେ ଶୁଣାଣୀ ତାରିଖରେ ଉପସ୍ଥିତ ହୋଇପାରିଲେ ନାହିଁ,ଏବଂ ବୋର୍ଡ ବିପରୀତ ପକ୍ଷ କିମ୍ବା ପକ୍ଷମାନଙ୍କୁ ଶୁଣାଣୀରୁ ସୁଯୋଗ ପ୍ରଦାନ କରି , ଉକ୍ତ ଆଦେଶକୁ ନାକଚ୍ କରିପାରନ୍ତି ଏବଂ ତାହା ପୁନଃ ସ୍ଥାପନ କରିପାରନ୍ତି । ଶୁଣାଣୀର କୌଣସି ତାରିଖ ଧାର୍ଯ୍ୟ ହେବା ପରେ,ନିମ୍ନ ନ୍ୟାୟାଳୟର ନଥି ଏବଂ ଅନ୍ୟାନ୍ୟ ସଂପୃକ୍ତ କାଗଜ ଆହ୍ଵାନ କରାଯିବ, ଯେପରି ବୋର୍ଡ ଆବଶ୍ୟକ ବୋଲି ମାନେ କରନ୍ତି ଏବଂ ତାହା ତୁରନ୍ତ ପ୍ରେରଣ କରାଯିବ । ଯେତେବେଳେ ନିମ୍ନ ନ୍ୟାୟାଳୟରେ ସ୍ଥାପିତ କାର୍ଯ୍ୟାନୁଷ୍ଠାନର ନଥି ପ୍ରେରଣ କରାଯାଏ,ସେତେବେଳେ ସେଗୁଡିକ ବୋର୍ଡ ସହିତ ସେ ପର୍ଯ୍ୟନ୍ତ ରଖାଯିବ, ଯେପର୍ଯ୍ୟନ୍ତ ତାହା ଆବଶ୍ୟକ ହୋଇଥାଏ,ଏବଂ ତାପରେ ଫେରସ୍ତ କରାଯିବ ଏବଂ ଆହ୍ଵାନ କରାଯିବ, ଯେପରି ପରିସ୍ଥିତି ଆବଶ୍ୟକ କରେ । ଆଫିଡାଭିଟ୍ ଆବେଦନକାରୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଦ୍ଵାରା ଏକ ଆଫିଡାଭିଟ୍ ସହିତ,ନିମ୍ନଲିଖିତ ଆବେଦନପତ୍ର ପ୍ରଦାନ କରାଯିବ : - ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଵାକ୍ଷର ଆବିଷ୍କାରର ଉପରେ କରାଯାଇଥିବା କୌଣସି ପୁନଃ ବିଚାର ଦରଖାସ୍ତ କିମ୍ବା ଆବେଦନ ପତ୍ର; କୌଣସି ଅପିଲର ପୁନଃ ସ୍ଥାପନ ଉପରେ ପୁନଃ ଗ୍ରହଣ ନିମନ୍ତେ କିମ୍ବା ଉପସ୍ଥିତିର ଖିଲାପରେ ଖାରଜ ହୋଇଥିବା ଆବେଦନପତ୍ରର ପୁନଃ ଅଥାପନ ଉପରେ , ପୁନଃ ଗ୍ରହଣ ନିମନ୍ତେ । ପକ୍ଷମାନଙ୍କୁ ପରିବର୍ତ୍ତନ କରିବା ନିମନ୍ତେ; ନିୟମିତକରଣ ୨୫ରେ ଧାରୀତ କୌଣସି ବିଷୟ ସତ୍ତ୍ୱେ; ଅନ୍ୟ କୌଣସି ବିଷୟରେ, ସଦସ୍ୟ ଏକ ଆଫିଡାଭିଟ୍ ଆହ୍ଵାନ କରିପାରନ୍ତି, ଯାହା ସଂବନ୍ଧରେ ସେ ତାଙ୍କର ବିବେକ ପରିଚାଳନା କରିବା କ୍ଷମତା ବହନ କରନ୍ତି କିମ୍ବା କୌଣସି ଆଦେଶ ପ୍ରଦାନ କରିବା ନିମନ୍ତେ , ଏପରି କରିପାରନ୍ତି । କେବଳ ମାତ୍ର ସେହି ଆଇନ୍ ବ୍ୟବସାୟୀଙ୍କ ଦ୍ଵାରା ବୋର୍ଡ ସମ୍ମୁଖରେ ଉପସ୍ଥିତ ପ୍ରଦାନ କରାଯାଇପାରେ, ଯେଉଁମାନେ କେବଳ ଓଡିଶା ଉଚ୍ଚନ୍ୟାଳୟରେ ଉପସ୍ଥିତ ହେବା ନିମନ୍ତେ ହକଦାର ଅଟନ୍ତି । ବୋର୍ଡ, କୌଣସି ନିର୍ଦ୍ଧିଷ୍ଟ ମୋକଦ୍ଦମାରେ, ଏହି ଅବସ୍ଥାକୁ କୋହଳ କରିପାରନ୍ତି । ତତ୍ କ୍ଷଣାତ ପ୍ରତ୍ୟାଖ୍ୟାନ ନିମନ୍ତେ କାରଣ ଅପିଲ୍, ରିଭିଜନ୍ ଏବଂ ପୁନଃବିଚାର ଆବେଦନପତ୍ର ଗୁଡିକ , ତତ୍ କ୍ଷଣାତ ନାକଚ୍ କିମ୍ବା ପ୍ରତ୍ୟାଖ୍ୟାନ କରାଯାଇପାରେ, ଯଦି ସେଗୁଡିକ ତମାଦି ଦ୍ଵାରା ପ୍ରତିବନ୍ଧିତ ହୋଇଥାଏ; ଉଲ୍ଲେଖଥାଉ ଯେ, ଏପରି ଆବେଦନପତ୍ରକୁ ପ୍ରତ୍ୟାଖ୍ୟାନ କରିବା ପୂର୍ବରୁ, ବୋର୍ଡ, ପକ୍ଷଙ୍କୁ ଶୁଣାଣୀର ଏକ ସୁଯୋଗ ପ୍ରଦାନ କରିବେ । ମୋକଦ୍ଦମାଗୁଡିକର ନିବନ୍ଧନ ଏବଂ କାରଣ ତାଲିକା ସମସ୍ତ ଅପିଲ୍ ସ୍ମାରକପତ୍ର, ପୁନଃ ବିଚାର ଏବଂ ରିଭିଜନ୍ ଦରଖାସ୍ତ, ଉପଯୁକ୍ତ ଫର୍ମରେ ଉପଯୁକ୍ତ ନ୍ୟାୟାଳୟ ଶୁଳ୍କ ବହନ କରି, ଉପସ୍ଥାପନ କରିବା ପରେ, ଅପିଲ୍ ରେଜିଷ୍ଟର କିମ୍ବା ଦରଖାସ୍ତ ରେଜିଷ୍ଟରରେ ନିବନ୍ଧନ କରାଯିବ । ଏହି ରେଜିଷ୍ଟର୍ ଗୁଡିକ ନିମ୍ନଲିଖିତ ଫର୍ମରେ ରକ୍ଷଣାବେକ୍ଷଣ କରାଯିବ, ଯଥା : - ଜାଣିବା ପାଇଁ ଲିଙ୍କରେ "କ୍ଲିକ"କରନ୍ତୁ । ଆଧାର - ଦ ଲ ହାଉସ