অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ରାଜସ୍ଵବୋର୍ଡ ନିୟମିତକରଣ, ୧୯୬୩ (ବିଭାଗ -୧)

ଓଡିଶା ରାଜସ୍ଵବୋର୍ଡ ନିୟମିତକରଣ, ୧୯୬୩ (ବିଭାଗ -୧)

ପ୍ରାରମ୍ଭିକ

  • ଏହି  ନିୟମିତକାରଣକୁ,  ରାଜସ୍ଵବୋର୍ଡ, ଓଡିଶା  ନିୟମିତକରଣ,୧୯୬୩ ବୋଲି  କୁହାଯିବ;
  • ଏହି ନିୟମିତକରଣରେ, ଯଦି  ପ୍ରସଙ୍ଗ  କିମ୍ବା, ସୂଚୀ  ଅନ୍ୟଥା  ଆବଶ୍ୟକ   ନାକରେ : -
    1. ‘ଆଇନ୍’ ଅର୍ଥ,  ଓଡିଶା  ରାଜସ୍ୱ  ବୋର୍ଡ  ଆଇନ୍, ୧୯୫୧;
    2. ‘ବୋର୍ଡ’ ଅର୍ଥ, ଏହି  ଆଇନ୍ ର  ଦଫା  ୨ ଅନୁଯାୟୀ  ରାଜସ୍ଵବୋର୍ଡ;
    3. ‘ସଦସ୍ୟ’ ଅର୍ଥ , ରାଜସ୍ୱ  ବୋର୍ଡର  ସଦସ୍ୟ;
    4. ‘ଟିକସ୍  ବିତରଣକାରୀ ଏବଂ  ଶପଥପାଠ  କମିଶନର, ଅର୍ଥ

ରାଜସ୍ୱ  ବୋର୍ଡ  ଦ୍ଵାରା  ଟିକସ  ବିବରଣୀକାରୀ  ଭାବେ  ନିଯୁକ୍ତି  କିମ୍ବା  ଟିକସ୍  ରିପୋର୍ଟର   ଭାବେ   ନିଯୁକ୍ତ   କୌଣସି   ଉଚ୍ଚାକର୍ମଚାରୀ  ଏବଂ  ଆଫିଡାଭିଟ୍  ଉଦ୍ଦେଶ୍ୟରେ   ଶପଥପାଠ  କରାଇବା  ନିମନ୍ତେ  ଉଚ୍ଚ   ନ୍ୟାୟାଳୟଙ୍କ  ଦ୍ଵାରା, ଶପଥପାଠ  ଆଇନ୍  ଦଫା  ୩ର ଉପ - ଦଫା   (୨)  ଅନୁଯାୟୀ  କ୍ଷମତାୟୀତ,   ଉଚ୍ଚାକର୍ମଚାରୀ  ଯାହାକି  ବୋର୍ଡ  ସମ୍ମୁଖରେ   ବୈଚାରିକ  କାର୍ଯ୍ୟାନୁଷ୍ଠାନରେ   ବ୍ୟବହୃତ   ହୁଏ  ।]

ଟିପ୍ପଣୀ: -

ଓଡିଶା  ଗେଜେଟ୍ , ଅଂଶ – ୩ , ତା ୨୩.୧୧.୧୯୮୪  ଦ୍ଵାରା , ଧାରା  ୨ର , ଉପଧାରା (୪)କୁ  ସଂଯୋଗ  କରାଯାଇଛି ।

ପୁନଃବିଚାର  ଏବଂ  ରିଭିଜନ୍  ନିମନ୍ତେ, ଅପିଲ୍  ଏବଂ  ଆବେଦନପତ୍ର  ଦାଖଲ

  • ଯେତେବେଳେ  ଉପାଦେୟ  ଆଇନ୍ ରେ, କେଉଁ  ସମୟ  ମଧ୍ୟରେ  ଅପିଲ୍  କିମ୍ବା  ରିଭିଜନ୍  ଦରଖାସ୍ତ  ବୋର୍ଡରେ  ଦାଖଲ  କରାଯିବ,ସେ  ସଂବନ୍ଧରେ  କୌଣସି  ସ୍ପଷ୍ଟ  ବ୍ୟବସ୍ଥା  ନଥାଏ  ସେପରିସ୍ଥଳେ   ଏପରି  ଅପିଲ୍  କିମ୍ବା  ଆବେଦନପତ୍ର, ଆଦେଶ  ବିରୁଦ୍ଧରେ   ଅପିଲ୍  କିମ୍ବା  ଆବେଦନପତ୍ର , ଏପରି  ଆଦେଶ  ତାରିଖରୁ , ନବେଦିନ  ମଧ୍ୟରେ  ଦାଖଲ  କରାଯିବ  ଏବଂ  ସେଥିରୁ, ଆଦେଶର  ପ୍ରମାଣିତ  ନକଲ  ଗ୍ରହଣ  ସମୟକୁ   ବାଦ୍  ଦିଆଯିବ   ।

ଉଲ୍ଲେଖଥାଉ  ଯେ , ବୋର୍ଡ, ଏହାର  ସନ୍ତୁଷ୍ଟି  ନିମନ୍ତେ, ଅପିଲ୍ କର୍ତ୍ତା   କିମ୍ବା  ଆବେଦନକାରୀଙ୍କ  ଦ୍ଵାରା  ଠିକ୍ ସମୟରେ   ଏପରି  ଅପିଲ୍ କର୍ତ୍ତା   କୌଣସି  ନିର୍ଦ୍ଧିଷ୍ଟ   ଆଇନ୍ କୁ  ଉଲ୍ଲେଖ  କରାଯାଇପାରେ,  ସେପରିସ୍ଥଳେ  ଅପିଲ୍  କିମ୍ବା  ଆବେଦନପତ୍ରକୁ  ଗ୍ରହଣ   କରିପାରନ୍ତି  ।

  • ବୋର୍ଡକୁ   ସମସ୍ତ  ଅପିଲ୍  କ୍ଷେତ୍ରରେ , ଯାହାର  ବିଷୟବସ୍ତୁ   କୌଣସି ନିର୍ଦ୍ଧିଷ୍ଟ  ଆଇନ୍ କୁ  ଉଲ୍ଲେଖ  କରାଯାଇପାରେ,  ସେପରିସ୍ଥଳେ  ଅପିଲ୍  କର୍ତ୍ତା, ସେମାନଙ୍କର   ଆବେଦନ  ପତ୍ରରେ  ନିର୍ଦ୍ଧିଷ୍ଟ  ଭାବେ,   ଉକ୍ତ  ଆଇନ୍ ଦଫା  ଏବଂ ଧାରା  ଉଲ୍ଲେଖ  କରିବେ , ଯାହା  ଅନୁଯାୟୀ, ସେମାନଙ୍କର  ଅପିଲ୍  କରିବା  ଅଧିକାର  ଅଛି  । ସେହି  ଏକା  ନିୟମ  ରିଭିଜନ୍  ଦରଖାସ୍ତ  ନିମନ୍ତେ  ମଧ୍ୟ  ପ୍ରୟୋଗ   ଅଟେ   ।
  • ପ୍ରତ୍ୟକ  ଅପିଲ୍ , ପୁନଃବିଚାର  ନିମନ୍ତେ  ଆବେଦନପତ୍ର  କିମ୍ବା  ରିଭିଜନ୍ କୁ,  ଏକ  ସ୍ମାରକପତ୍ର  ଆକାରରେ   ଦାଖଲ   କରାଯିବ , ଯାହାକି   ଅପିଲ୍ କର୍ତ୍ତା   କିମ୍ବା  ଆବେଦନକାରୀ   କିମ୍ବା  ତାଙ୍କ   ପ୍ରତିନିଧି  କିମ୍ବା  ଅଧିବକ୍ତାଙ୍କ ଦ୍ଵାରା   ସ୍ଵାକ୍ଷରିତ  ହେବ  ଏବଂ  ତାରିଖ  ପ୍ରଦାନ  କରାଯିବ   ।
  • ଯେଉଁ  ରାଏ   କିମ୍ବା  ଆଦେଶ   ବିରୁଦ୍ଧରେ   ଏପରି  ଅପିଲ୍  କରାଯାଇଛି  କିମ୍ବା  ସଂଶୋଧନ  ନିମନ୍ତେ  ଆବେଦନ ପତ୍ର ଦାଖଲ   କରାଯାଇଛି , ତା  ଉପରେ  ଆପତ୍ତିର   କାରଣକୁ  ସଂକ୍ଷିପ୍ତ  ଏବଂ  ସ୍ପଷ୍ଟ  ଶୀର୍ଷରେ  ଏପରି  ସ୍ମାରକପତ୍ରରେ   ଉଲ୍ଲେଖ  କରାଯିବ  ଏବଂ  ଏପରି  କରଣଗୁଡିକୁ   କ୍ରମାନ୍ଵୟରେ   ସଂଖ୍ୟାୟୀତ   କରାଯିବ   ।
  • ପ୍ରତ୍ୟକ  ଅପିଲ୍  କିମ୍ବା  ପୁନଃବିଚାର   ନିମନ୍ତେ  ଆବେଦନପତ୍ରରେ, ଉକ୍ତ  ଆଦେଶ , ଯାହା  ବିରୁଦ୍ଧରେ  ଏପରି  ଅପିଲ୍  କିମ୍ବା   ଆବେଦନପତ୍ର   ଦାଖଲ   କରାଯାଇଛି, ତା’ର  ଏକ  ସଠିକ୍  ନକଲ  ସଂଯୋଗ   କରାଯିବ ।

ଜାହେଉନା   କାହିଁକି , କୌଣସି   ରିଭିଜନ୍  ଆବେଦନପତ୍ର   କ୍ଷେତ୍ରରେ , ସମସ୍ତ  ନିମ୍ନ  ନ୍ୟାୟାଳୟ   ଦ୍ଵାରା   ପ୍ରଦାନ   କରାଯାଇଥିବା  ଆଦେଶର , ସଠିକ୍  ନକଲ ସଂଯୋଗ  କରାଯିବ   ।

  • କୌଣସି  ଅପିଲ୍  ଆଦେଶର   ସଂଶୋଧନ  ନିମନ୍ତେ  କୌଣସି  ଆବେଦନପତ୍ର  ସ୍ପଷ୍ଟଭାବେ   ନିମ୍ନ  ବିଷୟ  ଉଲ୍ଲେଖ , କିମ୍ବା
    1. କିପରି  ଏବଂ  କେଉଁ   ପଦ୍ଧତିରେ, ଅପିଲ୍  ନ୍ୟାୟାଳୟ,  ଏପରି  ନ୍ୟସ୍ତ   କୌଣସି   କର୍ତ୍ତୃତ୍ବକୁ  ପରିଚାଳନା   କରିଛନ୍ତି, କିମ୍ବା
    2. ନିର୍ଦ୍ଧିଷ୍ଟ  ଅବୈଧତା   କିମ୍ବା  ଅନିୟମିତତା   ଯାହା   ବିରୁଦ୍ଧରେ   ଅଭିଯୋଗ  କରାଯାଇଛି,ଯେଉଁ  ସ୍ଥଳରେ   ଯେପରି  ପ୍ରୟୋଗନୀୟ   ।
  • ଯଦି  ବୋର୍ଡ   ଦ୍ଵାରା  ଅନ୍ୟଥା   ନିର୍ଦେଶିତ   ନହୁଏ  କୌଣସି   ଅପିଲ୍  କିମ୍ବା  ରିଭିଜନ୍  ନିମନ୍ତେ  କୌଣସି  ଆବେଦନପତ୍ର ,  କାର୍ଯ୍ୟାନୁଷ୍ଠାନର   ସ୍ଥଗିତିକରଣ   ନିମନ୍ତେ  କାର୍ଯ୍ୟ   କରିବା  ନାହିଁ  ।
  • ଏପରି  ସ୍ଥଗିତିକରଣ  ନିମନ୍ତେ,ଆବଶ୍ୟକ   ନ୍ୟାୟାଲା   ଶୁଳ୍କ   ସହିତ  ଏକ  ପୃଥକ୍  ଆବେଦନପତ୍ର  ଦାଖଲ   କରାଯିବା  ଉଚିତ୍   ।
  • ବୋର୍ଡର   ଅନୁମତି   ବ୍ୟତୀତ , ଅପିଲ୍ କର୍ତ୍ତା  କିମ୍ବା  ଆବେଦନକାରୀ, ଆପତ୍ତିର   କୌଣସି  କାରଣ  ଉପରେ  ଶୁଣାଣୀ  ନିମନ୍ତେ   ବାଧ୍ୟ  କରିବେ  ନାହିଁ,  ଯାହାକି  ଅପିଲ୍  ସ୍ମାରକପତ୍ର  କିମ୍ବା  ରିଭିଜନ୍  ଆବେଦନପତ୍ରରେ  ଉଲ୍ଲେଖ  କରାଯାଇନାହିଁ   । ମାତ୍ର   ବୋର୍ଡ,  କୌଣସି  ଅପିଲ୍ କିମ୍ବା  ରିଭିଜନ୍  ଆବେଦନପତ୍ର   ସ୍ଥିର  କରିବାରେ,  ଏପରି  ସ୍ମାରକ  ପତ୍ରରେ  ଉଲ୍ଲେଖିତ  କାରଣ   ଉପରେ   ନିଜକୁ ଆବଦ୍ଧ   ରଖିବେ   ନାହିଁ;

ଉଲ୍ଲେଖଥାଉ  ଯେ, ବୋର୍ଡ, ଅନ୍ୟ   କୌଣସି  କାରଣ  ଉପରେ,  ତାଙ୍କର  ସିଦ୍ଧାନ୍ତକୁ  ପର୍ଯ୍ୟବେସିତ   କରିବେ  ନାହିଁ, ଯଦି  ତତ୍ ଦ୍ଵାରା   ପ୍ରଭାବିତ  ହେଉଥିବା  ପକ୍ଷକୁ,  ଉକ୍ତ  କାରଣ   ଉପରେ   ମୋକଦ୍ଦମା  ପ୍ରତିଦ୍ୱନ୍ଦିତା  କରିବା   ନିମନ୍ତେ, ଯଥେଷ୍ଟ   ସୁଯୋଗ  ପ୍ରଦାନ  କରାନଯାଏ  ।

କେଉଁ ଭାଷାରେ, ଅପିଲ୍  ଇତ୍ୟାଦି ଲେଖାଯିବ

  • ବୋର୍ଡକୁ  ପ୍ରଦାନ   କରାଯାଉଥିବା  ଅପିଲ୍ , ପୁନହବିଚାର   କିମ୍ବା  ରିଭିଜନ୍  ଆବେଦନପତ୍ର, ସେହି  ଭାଷାରେ  ହେବ,  ଯେଉଁଥିରେ   ସେହି  ଆଦେଶ , ଯାହା   ବିରୁଦ୍ଧରେ  ଏପରି  ଅପିଲ୍  କିମ୍ବା  ପୁନଃବିଚାର  କିମ୍ବା  ସଂଶୋଧନ   ନିମନ୍ତେ   ଆବେଦନପତ୍ର , ଇଂରାଜୀରେ   କିମ୍ବା  କୌଣସି   ନ୍ୟାୟାଳୟ   ଭାଷାରେ   ହୋଇପାରେ  ଯାହାକି   ଦେୱାନୀ   କାର୍ଯ୍ୟ  ବିଧି  ସଂହିତାର   ଦଫା  ୧୩୩  ଅନୁଯାୟୀ  ସେପରି   ଘୋଷିତ   ହୋଇଥାଏ    ।

ଆଧାର – ଦ ଲ ହାଉସ

Last Modified : 1/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate