অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ସମବାୟ ସମିତି ଉପବିଧି (ଉପ-ବିଧି)

ଉପ-ବିଧି  ଆଇନ

  1. ଆଇନ ବ୍ୟବସ୍ଥିତ କରିଥିବା ଏବଂ ଉପ-ବିଧି ପୁନଃଶ୍ଚ ନିୟନ୍ତ୍ରଣ କରୁଥିବା କିନ୍ତୁ ଉଲ୍ଲଂଘନ କରୁନଥିବା ନିର୍ଦ୍ଧିଷ୍ଟ ବିଷୟବସ୍ତୁ ବ୍ୟତୀତ ପ୍ରତ୍ୟେକ ସମବାୟର କାର୍ଯ୍ୟ ତାହାର ଉପ-ବିଧି ଦ୍ଵାରା ନିୟନ୍ତ୍ରିତ ହେବ   ।
  2. ଗୋଟିଏ ସମବାୟ ସମିତିର ଉପବିଧି ନିମ୍ନଲିଖିତ ବିଷୟବସ୍ତୁ ସଂପର୍କରେ ବ୍ୟବସ୍ଥା କରିପାରେ ।  ଯଥା-
    • ସମବାୟ ସମିତିର ନାମ,ଠିକଣା, ଏବଂ ପ୍ରବର୍ତ୍ତନ ଅଞ୍ଚଳ ।
    • ସଭ୍ୟମାନଙ୍କର ସାଧାରଣ କେନ୍ଦ୍ରୀୟ ଆବଶ୍ୟକତା ରୂପେ ସ୍ପଷ୍ଟ ଭାବରେ ଉଲ୍ଲିଖିତ ସମବାୟର ଉଦ୍ଦେଶ୍ୟ   ।
    • ଆଇନରେ ଉଲ୍ଲିଖିତ କେଉଁ ସମବାୟ ନୀତି ଅନୁଯାଇ ସମବାୟ ସମିତି ତାହାର କାର୍ଯ୍ୟ ପରିଚାଳନା କରିବ   ।
    • ସଭ୍ୟମାନଙ୍କୁ ଦିଆଯାଉଥିବା ସେବା
    • କେଉଁ ବ୍ୟକ୍ତି ଏହାର ସଭ୍ୟ ହୋଇପାରିବେ  ।
    • ସଭ୍ୟପଦ ପ୍ରାପ୍ତି ନିମନ୍ତେ ଯୋଗ୍ୟତା
    • ସଭ୍ୟପଦ ପ୍ରାପ୍ତି ପାଇଁ ପ୍ରକ୍ରିୟା
    • ସଭ୍ୟରୂପେ ରହିବାକୁ ସର୍ତ୍ତ
    • ସମବାୟ ସମିତିର ସେବା ଚାଲୁ ରଖିବା ଉଦ୍ଦେଶ୍ୟରେ କେଉଁ ସମୟ ସୀମା ପୂର୍ବରୁ ଜଣେ ସମ୍ଭାବ୍ୟ ସଭ୍ୟ ନିଶ୍ଚିତ ରୂପେ ସଭ୍ୟପଦ ପାଇପାରିବେ  ।
    • ସଭ୍ୟପଦ ପ୍ରତ୍ୟାହାର ନିମନ୍ତେ କାର୍ଯ୍ୟଧାରା
    • ସଭ୍ୟପଦର ସମାପ୍ତ  ଏବଂ ନିବୃତ୍ତି ନିମନ୍ତେ କାର୍ଯ୍ୟଧାରା
    • ସଭ୍ୟମାନଙ୍କର ଅଧିକାର
    • ଭୋଟ ଦେବାର ଅଧିକାର ସମେତ ସଭ୍ୟ ପଦର ଅଧିକାର ପ୍ରୟୋଗ କରିବାକୁ ଯୋଗ୍ୟ ବିବେଚିତ ହେବା ଉଦ୍ଦେଶ୍ୟରେ ପ୍ରତ୍ୟେକ ସଭ୍ୟଙ୍କଠାରୁ ବାର୍ଷିକ ପ୍ରତ୍ୟାଶିତ ସର୍ବନିମ୍ନ କାର୍ଯ୍ୟର ଧାର୍ଯ୍ୟକାରଣ   ।
    • ସଭ୍ୟଙ୍କ ଦ୍ଵାରା ଦେୟ କୌଣସି ଅର୍ଥ ଦେବାକୁ ଖିଲାପ କାଲେ ତାର ଫଳାଫଳ
    • ସମବାୟ ମୂଳଧନର ପ୍ରକାର ଏବଂ ପରିମାଣ , ଯଦି ଥାଏ  ।
    • ଗୋଟିଏ ସଭ୍ୟ ସର୍ବାଧିକ କେତେ ପରିମାଣରେ ମୂଳଧନ ଦେଇପାରିବ   ।
    • ସମବାୟ ଦ୍ଵାରା ଚୁକ୍ତି କରାଯାଇଥିବା ଋଣ ନିମନ୍ତେ ସଭ୍ୟମାନଙ୍କର ଦାୟିତ୍ଵର ପ୍ରକାର ଏବଂ ପରିସର   ।
    • ସମିତି  ଦ୍ଵାରା ଉଠାଯିବାକୁ ଥିବା ତହବିଲ (ଫଣ୍ଡ) ର ଉପାୟ ଏବଂ ପ୍ରକାର
    • କେଉଁ ଉଦ୍ଦେଶ୍ୟରେ ଅର୍ଥ ଉପଯୋଗ କରିଯିବ ।
    • କେଉଁ ପରିସର ଏବଂ ସର୍ତ୍ତାବଳୀ ଅନୁଯାୟୀ ଜମା , ଋଣ, ଋଣପତ୍ର ଏବଂ ଅନ୍ୟାନ୍ୟ ତହବିଲ  (ଫଣ୍ଡ) ଉପଯୋଗ କରାଯିବ।
    • କେଉଁ ସର୍ତ୍ତାବଳୀ  ଅନୁଯାଇ ଏବଂ ଉଦ୍ଦେଶ୍ୟରେ ରାଜ୍ୟ ସାହାଯ୍ୟ ଓ ଅନ୍ୟାନ୍ୟ ଆର୍ଥିକ ସଂସ୍ଥାରୁ ଆସୁଥିବା ସାହାଯ୍ୟ ଅଣାଯାଇପାରିବ ଏବଂ ପ୍ରାପ୍ତି ହେବ।
    • କେଉଁ ବିଭିନ୍ନ ସଞ୍ଚୟର ଗଠନ ଏବଂ ସେମାନଙ୍କର ଉଦ୍ଦେଶ୍ୟ
    • ସାଧାରଣ ସଂଘର ନିୟମ ଏବଂ ସାଧାରଣ ସଂଘ ଦ୍ଵାରା ନିଆଯାଉଥିବା ବିଷୟମାନ   ।
    • ଉପବିଧି ପ୍ରସ୍ତୁତ ଏବଂ ସଂଶୋଧନ କରିବାର ପଦ୍ଧତି
    • ନିର୍ବାଚନ ପରିଚାଳନା କରିବାର ପ୍ରକ୍ରିୟା ବା କାର୍ଯ୍ୟଧାରା
    • ସମବାୟ ସମିତି ନିର୍ବାଚନ କରିବାକୁ ଅସଫଳ ହେଲେ ନିର୍ବାଚନ ପରିଚାଳନା ନିମନ୍ତେ ପ୍ରକ୍ରିୟା ବା କାର୍ଯ୍ୟଧାରା   ।
    • ନିର୍ଦ୍ଦେଶକ- ମଣ୍ଡଳୀର ଆକାର ଏବଂ ଗଠନ
    • ନିର୍ଦ୍ଦେଶକ ହେବାକୁ ଯୋଗ୍ୟତା   ।
    • ନିର୍ଦ୍ଦେଶକ ପଦ ପାଇବାକୁ ସର୍ତ୍ତ
    • ନିର୍ଦ୍ଦେଶକ, ସଭାପତି ଏବଂ ପଦଧିକାରୀ ମାନଙ୍କର କାର୍ଯ୍ୟକାଳ   ।
    • ନିର୍ଦ୍ଦେଶକମାନଙ୍କୁ ଅପସାରଣ କରିବାର ଏବଂ ଶୂନ୍ୟସ୍ଥାନ ପୂରଣ କରିବା ନିମନ୍ତେ କାର୍ଯ୍ୟଧାରା ।
    • ବୋର୍ଡ ମିଟିଂ ଡାକିବାର ଏବଂ କୋରମର ପ୍ରକ୍ରିୟା ବା କାର୍ଯ୍ୟଧାରା   ।
    • ବୋର୍ଡ ମିଟିଂର ଫ୍ରିକ୍ୟୁଏନସି
    • ବୋର୍ଡର କ୍ଷମତା ଏବଂ କର୍ତ୍ତବ୍ୟ
    • ସଭାପତିଙ୍କ ସମେତ ପଦଧିକାରୀମାନଙ୍କର କ୍ଷମତା ଏବଂ କର୍ତ୍ତବ୍ୟ   ।
    • ମୁଖ୍ୟ ପ୍ରଶାସକ (ଚିଫ ଏକଜିକ୍ୟୁଟିଭ)ଙ୍କ କ୍ଷମତା ଏବଂ କର୍ତ୍ତବ୍ୟ
    • ସଭ୍ୟମାନଙ୍କ ସ୍ଵାର୍ଥ ବିରୁଦ୍ଧେ  କରାଯାଉଥିବା କାର୍ଯ୍ୟ ଏବଂ ସଭ୍ୟ , ନିର୍ଦ୍ଦେଶକ ଓ କର୍ମଚାରୀମାନଙ୍କ ଦ୍ଵାରା କର୍ତ୍ତବ୍ୟ ଅନୁପାଳନ ନିମନ୍ତେ ଦଣ୍ଡ   ।
    • ହିସାବରକ୍ଷକ  (ଅଡିଟର) ମାନଙ୍କର ନିଯୁକ୍ତି ଏବଂ ଭୂମିକା ଓ ସମବାୟ ସମିତି ଆବଶ୍ୟକୀୟ  ବ୍ୟବସ୍ଥା ବା ବନ୍ଦୋବସ୍ତ କରିବାକୁ ଅସଫଳ ହେଲେ ଅଡିଟ ପରିଚାଳନା କରିବା ନିମନ୍ତେ କାର୍ଯ୍ୟଧାରା   ।
    • ସମିତି ତରଫରୁ ଦଲିଲ ଦସ୍ତାବିଜରେ ଦସ୍ତଖତ ଓ ମାମଲା ବା ମୋକଦ୍ଦମା ଏବଂ ଅନ୍ୟାନ୍ୟ କାନୁନି କାର୍ଯ୍ୟଧାରା ଦାଏର ଓ ଜବାବସୁଆଲ କରିବାକୁ ଅଧିକାରି ଅଥବା ଅଧିକାରୀଙ୍କୁ ପ୍ରାଧିକାର ଅର୍ପଣ   ।
    • କେଉଁ ନୀତି ଅନୁଯାୟୀ ଏକ ସମବାୟ ସମିତି ସଦସ୍ୟ ଅସଦସ୍ୟ ଙ୍କ ସହିତ କାର୍ଯ୍ୟ କରିବେ   ।
    • କେଉଁ ନୀତି ଅନୁଯାଇ ଗୋଟିଏ ସମବାୟ ସମିତି ଅନ୍ୟାନ୍ୟ ସମବାୟ ସମିତି ସହିତ ସହଯୋଗ କରିବ  ।
    • କେଉଁ ସମବାୟ ନୀତି ଅନୁଯାୟୀ ଗୋଟିଏ ସମବାୟ ସମିତି, ସମବାୟ ସମିତି ଭିନ୍ନ ଅନୁଷ୍ଠାନ ବା ସଂସ୍ଥା ସହ କାର୍ଯ୍ୟ କରିପାରେ ।
    • ଯେକୋଣସି ସମବାୟ ସମିତି ଏବଂ ସଂଘକୁ ସମବାୟ ସମିତି ଦ୍ଵାରା ପ୍ରଦତ୍ତ ଅଧିକାର, ଯଦି ଥାଏ ଏବଂ କେଉଁ ପରିସ୍ଥିତି ଅନୁଯାୟୀ ସଂଘ ଦ୍ଵାରା ସେପରି ଅଧିକାର ପ୍ରୟୋଗ କରାଯାଉଛି ।
    • ତହବିଲ (ଫଣ୍ଡ) ର ହିସାବ ତୁଟାଇବା, ଯଦି ଥାଏ ତେବେ ସେପରି ଫଣ୍ଡର ବିନିଯୋଗ ପଦ୍ଧତି
    • ସମବାୟ ନିମନ୍ତେ ହିସାବ ବର୍ଷ
    • ସମବାୟ ସମିତି ବିଘଟନ ର ପଦ୍ଧତି

ଉପବିଧିର ସଂଶୋଧନ

  1. ସାଧାରଣ ବୈଠକରେ ଉପସ୍ଥିତ ଥିବା ଏବଂ ଭୋଟ ଦେଇଥିବା ଦ୍ଵିତୃତୀୟାଂଶ ସଭ୍ୟଙ୍କ ଦ୍ଵାରା ପାଶ କରାଯାଇଥିବା ପ୍ରସ୍ତାବ ଅନୁଯାୟୀ ସମବାୟ ସମିତି ହୁଏତ ତାହାର ଯେକୌଣସି ଉପ-ବିଧି ସଂଶୋଧନ କରିପାରେ   ।
  2. ଉଲ୍ଲେଖଥାଉକି, ସମବାୟ ସମିତିର ସଭ୍ୟମାନଙ୍କ ଅନ୍ତତଃପକ୍ଷ ୨୦ ଦିନ ପୂର୍ବରୁ ପ୍ରସ୍ତାବ ଏବଂ ସାଧାରଣ ବୈଠକର ଲିଖିତ ନୋଟିସ ଡିଆଁଯିବା ପର୍ଯ୍ୟନ୍ତ ସେପରି ପ୍ରସ୍ତାବ ସଂଘ ଦ୍ଵାରା ପାଶ କରାଯାଇପାରିବ ନାହିଁ  ।

  3. ସଂଶୋଧନ ନିବନ୍ଧନ ନିମନ୍ତେ କରାଯାଇଥିବା ଆବେଦନ, ପ୍ରସ୍ତାବ ପାଶ ହେବା ତାରିଖରୁ ୩୦ ଦିନ ସମୟ ମଧ୍ୟରେ ନିବନ୍ଧକଙ୍କ ନିକଟକୁ ରେଜିଷ୍ଟ୍ରୀ ଡାକ ଯୋଗେ ପଠାଯିବ ।
  4. ନିବନ୍ଧକଙ୍କ ନିକଟକୁ ପଠାଯାଉଥିବା ପ୍ରତ୍ୟେକ ଆବେଦନ ସଭାପତି ଏବଂ କମିଟିର ଦୁଇ ଜଣ ସଭ୍ୟଙ୍କ ଦ୍ଵାରା ଦସ୍ତାଖତ ଏବଂ ସେଥିରେ ନିମ୍ନଲିଖିତ ବିଷୟବସ୍ତୁ ସମ୍ବଳିତ ହେବା  । ଯଥା –
    • ସଂଶୋଧନ ଗ୍ରହଣ କରିଥିବା ପ୍ରସ୍ତାବର ଏକ ନକଲ
    • ଯେଉଁ ସାଧାରଣ ବୈଠକରେ ସଂଶୋଧନ ଅନୁମୋଦିତ ହୋଇଥିଲା ସେହି ସାଧାରଣ ବୈଠକର ତାରିଖ
    • ସାଧାରଣ ବୈଠକ ନିମନ୍ତେ ଇଶୁ କରାଯାଇଥିବା ନୋଟିସର ତାରିଖ
    • ସେପରି ସାଧାରଣ ବୈଠକ  ତାରିଖରେ ଭୋଟ ଦେବାର ଅଧିକାର ଥିବା ସମବାୟ  ସମିତିର ତାଲିକାଭୁକ୍ତ ସଭ୍ୟମାନଙ୍କ ମୋଟ ସଂଖ୍ୟା  ।
    • ସେପରି ସାଧାରଣ ବୈଠକ ତାରିଖରେ ଭୋଟ ଦେବାର ଅଧିକାର ଥିବା ସମବାୟ ସମିତିର ତାଲିକାଭୁକ୍ତ ସଭ୍ୟମାନଙ୍କ ମୋଟ ସଂଖ୍ୟା   ।
    • ପ୍ରସ୍ତାବ ନିମନ୍ତେ ବା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ସଭ୍ୟମାନଙ୍କର ସଂଖ୍ୟା   ।
  5. ଯଦି ପ୍ରସ୍ତାବିତ ସଂଶୋଧନ ଆଇନର ବ୍ୟବସ୍ଥା ସହ ସାମଞ୍ଜ୍ୟସ ରହିଥାଏ  ତେବେ ନିବନ୍ଧକ , ପାଇବା ତାକିଖରୁ ୩୦ ଦିନ ସମୟ ମଧ୍ୟରେ ସଂଶୋଧନ କୁ ନିବନ୍ଧନ  କରିବେ   ।
  6. ନିବନ୍ଧକ (ରେଜିଷ୍ଟ୍ରାର) ଦସ୍ତଖତ ଏବଂ  ସିଲକରି ଏକ ପ୍ରମାଣ  ପତ୍ର ସହିତ ନିବନ୍ଧନ ସଂଶୋଧନ ର ଏକ ନକଲ ନିବନ୍ଧକ କରିବା ପ  ୧୫ ଦିନ ମଧ୍ୟରେ ସମବାୟସମିତିକୁ ପଠାଇବେ ଏବଂ ସଂଶୋଧନ ଯଥାବିଧି ରୂପେ ନିବନ୍ଧିତ ହୋଇଛି ବୋଲି ପ୍ରମାଣପତ୍ର ଚୁଡାନ୍ତ ପ୍ରମାଣ ହେବ   ।
  7. ଯଦି ପ୍ରସ୍ତାବିତ ସଂସୋଧନଟି ଆଇନର ବ୍ୟବସ୍ଥା ସହିତ ସାମଞ୍ଜ୍ୟସ ହୋଇନଥାଏ ତେବେ ନିବନ୍ଧକ , ଉପ-ଧାରା (୪) ରେ ଉଲ୍ଲିଖିତ ସମୟ ମଧ୍ୟରେ ସମବାୟ, ସମିତି ନିକଟକୁ ଅସ୍ଵୀକାର  କରିବା କାରଣ ସହିତ ଅସ୍ଵୀକାର ଆଦେଶ ରେଜିଷ୍ଟ୍ରୀ ଡାକଯୋଗେ ପଠାଇବେ   ।
  8. ଉଲ୍ଲେଖଥାଉ କି, ସମବାୟ ସମିତିକୁ ଆବେଦନ କରିବାକୁ ସୁବିଧାସୁଯୋଗ ନ ଦେଇ ସଂଶୋଧନରେ ନିବନ୍ଧନ ନିମତନେ କୌଣସି ଅସ୍ଵୀକାର ଆଦେଶ କରାଯିବ ନାହିଁ ।

  9. ଉପ-ବିଧି  ଅନୁଯାୟୀ ଉକ୍ତ ଉପ-ଧାରାରେ ଉଲ୍ଲିଖିତ ସମୟ ମଧ୍ୟ ଯେଉଁ କ୍ଷେତ୍ରରେ କୌଣସି ଅସ୍ଵୀକାର ଆଦେଶ ପଠାଯାନଥାଏ ସେ କ୍ଷେତ୍ରରେ ନିବନ୍ଧନ , ଉପଧାରା  (୬) ରେ ଉଲ୍ଲିଖିତ ସମୟର ସେସ ତାରିଖରେ ସଂଶୋଧନଟିକୁ ନିବନ୍ଧାଇଟ କରିଛନ୍ତି ବୋଲି ଧରିନିଆଯିବ   ।

ଗୋଟିଏ ସମବାୟ ସମିତିର ଦାୟିତ୍ଵ ପରିବର୍ତ୍ତନ ବିଭବ ଏବଂ  ହସ୍ତାନ୍ତରକରଣ, ବିଭାଜନ ମିଶ୍ରଣ

  1. ଏକ ସମବାୟ ସମିତି ହୁଏତ, ତାହାର ସାଧାରଣ ସଂଘ ର ଗୋଟିଏ ପ୍ରସ୍ତାବଦ୍ଵାରା ତାହାର ସମସ୍ତ ଅଥବା ଆଂଶିକ ବିଭବ ଏବଂ ଦାୟିତ୍ଵ ଅନ୍ୟ ଏକ ସମବାୟସ୍ମୟତିକୁ ହସ୍ତାନ୍ତର କରିବା ନିମନ୍ତେ ନିଷ୍ପତ୍ତି ନେଇପାରେ ଯେଉଁ ସମିତି (ଅନ୍ୟ ସମିତି) ସେପରି ହସ୍ତାନ୍ତରକୁ ତାହାର ସାଧାରଣ ସଂଘର ଏକ ପ୍ରସ୍ତାବଦ୍ଵାରା ସମ୍ମତି ଦେଇଥାଏ  ।
  2. ଏକ ସମବାୟ ସମିତି ହୁଏତ, ତାହାର ସାଧାରଣ ସଂଘର ଗୋଟିଏ ପ୍ରସ୍ତାବ ଦ୍ଵାରା ଦୁଇ ଅଥବା ଦ୍ଵିଦାଧିକ  ସମବାୟ ସମିତିରେ ବିଭକ୍ତ ହୋଇପାରେ ।
  3. ଯେକୌଣସି ଦୁଇ ଅଥବା ଦ୍ଵିତାଧିକ ସମବାୟ ସମିତି ହୁଏତ, ସେମାନଙ୍କର ସାଧାରଣ ସଂଘ ଗୁଡିକର ଗୋଟିଏ ଗୋଟିଏ ପ୍ରସ୍ତାବଦ୍ଵାରା ସେଗୁଡିକର ମିଶ୍ରଣ କରିବାକୁ ଏବଂ ଏକ ନୂଆତନ ସମବାୟ ସମିତି ଗଠନ କରିବାକୁ ନିଷ୍ପତ୍ତି ନେଇପାରନ୍ତି ।
  4. ଏହି ଧାରାନୁଯାୟୀ ଗୋଟିଏ ସମବାୟ ସମିତିର ହୁଏତ ସେମାନଙ୍କର ସାଧାରଣ ସଂଘ ଗୁଡିକର ଗୋଟିଏ ଗୋଟିଏ ପ୍ରସ୍ତାବ ଦ୍ଵାରା ସେଗୁଡିକର ମିଶ୍ରଣ କରିବାକୁ ଏକ ନୂଆତନ ସମବାୟ ସମିତି ଗଠନ କରିବାକୁ ନିଷ୍ପତ୍ତି ନେଇପାରନ୍ତି ।
  5. ଯେଉଁ କ୍ଷେତ୍ରରେ ଏହି ଧାରାନୁଯାଇ ଗୋଟିଏ ସମବାୟ ସମିତି  ପ୍ରସ୍ତାବ ପାଶ କରନ୍ତି ସେ କ୍ଷେତ୍ରରେ ଉକ୍ତ ସମବାୟ ସମିତି, ପ୍ରସ୍ତାବର ଏକ ନକଲ ସହିତ ତାହାର ନୋଟିସ ସମସ୍ତ ସଭ୍ୟ, ଯେଉଁ ସଙ୍ଘିୟ ସମବାୟ ସମିତି ସ୍ଥିତ କଥିତ ସମବାୟ ସମିତି ମିଶ୍ରଣ ସେହି ସଙ୍ଘିୟ ସମବାୟ ସମିତି ଏବଂ ଯେଉଁ ସାହୁକାର ବା ମହାଜନ ସେମାନଙ୍କର ସହମତି ଦେବେ ସେହି ସାହୁକର ବା ମହାଜନମାନଙ୍କୁ ଦେବେ  । ଅନ୍ୟଥା ଉପବିଧି ଚୁକ୍ତିର ଯେକୌଣସି ବିଷୟବସ୍ତୁ ବିରୁଦ୍ଧାରଚନ କରୁନଥିଲେ ଯେକୌଣସି ସଭ୍ୟ, ସଙ୍ଘିୟ ସମବାୟ ସମିତି ଅଥବା ସାହୁକାର ଓ ମହାଜନ ନୋଟିସ ଜାରି କରାଯିବା ତାରିଖରୁ  ୧ ମାସ ସମୟ ମଧ୍ୟରେ ସେମାନଙ୍କର ଅଂଶ ,ଜମା ଋଣ ଅଥବା ସେବାକୁ ଇଚ୍ଛାନୁଯାୟୀ ବାଧା ପ୍ରଦାନ କରିପାରିବେ  ।
  6. ଯେକୌଣସି ସଭ୍ୟ, ସଙ୍ଘିୟ ସମବାୟ ସମିତି ଅଥବା ସାହୁକାର ବା ମହାଜନ ଯାହାର ଅଥବା ଯେକି ଉପ-ଧାରା ଅନୁଯାୟୀ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଅଧିକାର ପ୍ରୟୋଗ କରି ନପାରଣୀ ସେମାନେ ପ୍ରସ୍ତାବକ ସ୍ଵୀକୃତ ଦେଲେ ବୋଲି ବିବେଚିତ ହେବ ।
  7. ଏହି ଧାରାନୁଯାୟୀ ଗୋଟିଏ ସମବାୟ ସମିତି ଦ୍ଵାରା ପାଶ କରାଯାଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହେବ ନାହିଁ ଯେ ପର୍ଯ୍ୟନ୍ତ -
    • ଉପ-ଧାରା (୬) ଅଥବା ଉପ-ଦଫା(୭) ଅନୁଯାୟୀ ସମସ୍ତ ସଭ୍ୟ, ସଙ୍ଘିୟ ସମବାୟ ସମିତିମାନ ଏବଂ ସାହୁକାରଗଣ ପ୍ରସ୍ତାବଟିକୁ ସ୍ଵୀକୃତୀ ନ ଦେଇଛନ୍ତି ବୋଲି ଧରିନିଆଯାଇଛି  ।
    • ସମସ୍ତ ସଭ୍ୟ, ସଂଜ୍ଞୀୟ  ସମବାୟ ସମିତି ଏବଂ ସାହୁକାର ବା ମହାଜନଙ୍କର ସମସ୍ତ ଦାବି, ଯେଉଁମାନେ ଉପ-ଧାରା  (୭) ରେ ଉଲ୍ଲିଖିତ ଇଚ୍ଛାଧିକାର ସେଥିରେ ଉଲ୍ଲିଖିତ ସମୟ ମଧ୍ୟରେ ପ୍ରୟୋଗ କରିଛନ୍ତି, ପୂର୍ଣ୍ଣ ରୂପେ ପାଇଛନ୍ତି ଅଥବା ଅନ୍ୟାନ୍ୟ ସନ୍ତୁଷ୍ଟ ହୋଇଛନ୍ତି ।
    • ଦାୟିତ୍ଵ ପରିବର୍ତ୍ତନ କ୍ଷେତ୍ରରେ ସମବାୟ ସମିତି ଅଥବା ସମବାୟ ସମିତିଗୁଡିକର ପ୍ରମାଣପତ୍ର ଅଥବା ନିବନ୍ଧିତ ହୋଇଛି ଅଥବା ନିବନ୍ଧିତ ହୋଇଛି ବୋଲି ବିବେଚିତ ହୋଇଛି ।
    • ବିଭାଜନ ଅଥବା ମିଶ୍ରଣ କ୍ଷେତ୍ରରେ ସମବାୟ ସମିତି ଅଥବା ସମବାୟ ସମିତି ଗୁଡିକର ପ୍ରମାଣପତ୍ର ଅଥବା ନିବନ୍ଧିତ ହୋଇଛି ଅଥବା ନିବନ୍ଧିତ ହୋଇଛି ବୋଲି ବିବେଚିତ ହୋଇଛି ।
  8. ଉପଧାରା  (୨) ଅନୁଯାୟୀ ଗୋଟିଏ ସମବାୟ ସମିତିଦ୍ଵାରା ପାଶ କରାଯାଇଥିବା ପ୍ରସ୍ତାବ ଯେତେବେଳେ କାର୍ଯ୍ୟକାରୀ ହୁଏ ସେତେବେଳେ କୌଣସି ପୁନଶ୍ଚ ହସ୍ତାନ୍ତରକରଣ ବ୍ୟତୀତ ହସ୍ତାନ୍ତର ଗ୍ରହଣ କୁ ଆସ୍ତି ବା ବିଭବ ଏବଂ ଦାୟିତ୍ଵ ନ୍ୟସ୍ତ କରିବାକୁ ପ୍ରସ୍ତାବଟି, ଉପଯୁକ୍ତ ହସ୍ତାନ୍ତର ଦଲିଲ ହେବ  ।
  9. ସମବାୟ ସମିତିର ନିବନ୍ଧକ ରଦ୍ଦ କରାଯିବ ଏବଂ ସମବାୟ ସମିତିର ବିଘଟିତ ହୋଇଛି ହେବ ଓ ସମବାୟ ସଂଘ ରୂପେ ବିଦ୍ୟମାନ ହେବ -
  10. ଯେଉଁ କ୍ଷେତ୍ରରେ ଦୁଇ ଅଥବା ଦ୍ଵିଦାଧିକ ସମବାୟ ସମିତି ଏକତ୍ରିତ ହୋଇଥିବା  ସମବାୟ ସମିତିର ନିବନ୍ଧନ ରଦ୍ଦ ହେବ ଏବଂ ସମବାୟ ସଂଘ ରୂପେ ବିଦ୍ୟମାନ ହେବ।
    • ଯେତେବେଳେ ସେପରି ସମବାୟ ଆସ୍ତି ବ ବିଭବ ଏବଂ ଦାୟିତ୍ଵ ଅନ୍ୟ ଗୋଟିଏ  ସମବାୟ ସମିତିକୁ ହସ୍ତାନ୍ତରିତ ହୋଇଥିବ ଅଥବା ।
    • ଯେତେବଳେ ସେପରି ସମବାୟ ସମିତି ଦୁଇ ବା ଅଥବା ସମବାୟ ସମିତିରେ ବିଭକ୍ତ ହୋଇଥିବ ।

ଗୌଣ ବା ସହକାରୀ ସଂସ୍ଥାର ଉନ୍ନତି

  1. ଯେ କୌଣସି ସମବାୟ ସମିତି ହୁଏତ, ସାଧାରଣ ବୈଠକରେ ଉପସ୍ଥିତି ଏବଂ ଭୋଟ ଦେଇଥିବା ଅଧିକାଂଶ ସଭ୍ୟମାନଙ୍କ ଦ୍ଵାରା ଉକ୍ତ ସାଧାରଣ ବୈଠକ ପାଶ କରାଯାଇଥିବା ପ୍ରସ୍ତାବ  ବଳରେ ତାହାର କଥିତ ଲକ୍ଷ ର ଉନ୍ନତି ସହଦନ ନିମନ୍ତେ ଏକ ଅଥବା ଏକାଧିକ  ଗୌଣ  ବା ସହକାରୀ ସଂସ୍ଥାର ଉନ୍ନତି କରିପାରନ୍ତି ଏବଂ ସେପରି ସଂସ୍ଥା ଅଥବା ସଂସ୍ଥାଗୁଡିକ ସାଧାରଣ ସଂଘ  ଦ୍ଵାରାହୋଇଥିବା ସମ୍ମତି ଅନୁଯାୟୀ ପ୍ରଚଳିତ ଯେକୌଣସି ଅଇନାନୁସାରେ ନିବନ୍ଧିତ ହୋଇପାରେ  ।
  2. ସେପରି  ଗୌଣ ବା ସରକାରୀ ସଂସ୍ଥାର ବାର୍ଷିକ ରିପୋର୍ଟ ଏବଂ ହିସାବ ପ୍ରତ୍ୟେକ ବର୍ଷ ପ୍ରମୋଟିଙ୍ଗ କୋ- ଅପରେଟିଭ ସାଧାରଣ ବୈଠକ ସମ୍ମୁଖରେ ଉପସ୍ଥାପିତ କରାଯିବ  ।

ସମବାୟ ସମିତିର ଭାଗୀଦାରୀ

ଯେ କୌଣସି ଦୁଇ ଅଥବା ଦ୍ଵିଦାଧିକ ସମବାୟ ସମିତି ହୁଏତ, ସେପରି ସମବାୟ ସମିତିର ସାଧାରଣ ବୈଠକରେ ଉପସ୍ଥିତ ଥିବା ଏବଂ ଭୋଟ ଦେଇଥିବା ଅଧିକାଂଶ ସଭ୍ୟଙ୍କ ଦ୍ଵାରା ପାଶ କରାଯାଇଥିବା ପ୍ରସ୍ତାବ ବଳରେ, ପାରସ୍ପରିକ ସମ୍ମତି ଅନୁଯାୟୀ ସେପରି କୌଣସି ସର୍ତ୍ତାବଳୀକୁ ଭିତ୍ତିକରି ଉପବିଧି ଅନୁସାରେ ଅନୁମତି ଯୋଗ୍ୟ ଯେ କୌଣସି ନିର୍ଦ୍ଧିଷ୍ଟ କାରବାର ବା ବ୍ୟବସାୟ କରିବାକୁ ଭାଗୀଦାରୀ ଚୁକ୍ତି କରିପାରନ୍ତି  ।

ଯେଉଁ କ୍ଷେତରେ ସେପରି ସମବାୟ ସମିତି, ଏକ ନୂତନ ସଂସ୍ଥା କରିବାକୁ ଆବଶ୍ୟକ କରେ ସେ କ୍ଷେତ୍ରରେ ଅଂଶ ଗ୍ରହଣ କରିଥିବା ସମବାୟ ସମିତି ତାହାର ସଭ୍ୟ ହେବ ଏବଂ ସୃଷ୍ଟି ନୂତନ ସଂସ୍ଥା ହୁଏତ ପ୍ରଚଳିତ ଯେକୌଣସି ଆଇନାନୁଯାୟୀ ନିବନ୍ଧିତ ହୋଇପାରେ  ।

ଆଧାର – ଦ ଲ ହାଉସ

Last Modified : 12/25/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate