অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ସମବାୟ ସମିତି ଉପବିଧି (ନିଗମବଦ୍ଧକଗଣ ବା ନିଗମନ)

କେଉଁ ସଂସ୍ଥା ନିବନ୍ଧିତ ହୋଇପାରିବ

  1. ସମବାୟ ନୀତି ଅନୁଯାୟୀ ନିଜ ସାହାଯ୍ୟ ଓ ପାରସ୍ପରିକ ସହଯୋଗ ଜରିଆରେ ସଭ୍ୟମାନଙ୍କର ସାମାଜିକ ଏବଂ  ଅର୍ଥନୈତିକ ଉନ୍ନତି ନିମନ୍ତେ  ଯେଉଁ ସଂସ୍ଥା ବା ଅନୁଷ୍ଠାନ ତାହାର ଉପବିଧିରେ  ବ୍ୟବସ୍ଥା କରିଥିବ ସେହି ସଂସ୍ଥା ବା ଅନୁଷ୍ଠାନ ହୁଏତ ଏହି ଆଇନାନୁଯାୟୀ ଏକ ସମବାୟ ସମିତି ରୂପେ ନିବନ୍ଧିତ ହୋଇପାରେ ।
  2. ସୀମିତ ଦାୟିତ୍ଵ ସହିତ ଏକ ସମବାୟ ସମିତି ନିବନ୍ଧିତ ହେବ ।

ନିବନ୍ଧନ ପାଇଁ ଆବେଦନ

  1. ନିବନ୍ଧକ ନିମନ୍ତେ ଆବେଦନ, ରେଜିଷ୍ଟ୍ରୀ ଡାକ ଯୋଗେ ଅଥବା ବ୍ୟକ୍ତିଗତ ଭାବେ ନିବନ୍ଧକଙ୍କ ନିକଟରେ ଦାଖଲ କରାଯିବ ।
  2. ସେପରି ପ୍ରତ୍ୟେକ ଆବେଦନ ନିମ୍ନଲିଖିତ ବିଷୟବସ୍ତୁ ସମ୍ବଳିତ ହେବ । ଯଥା –
    • ପ୍ରବର୍ତ୍ତନକାରୀ ସଭ୍ୟମାନଙ୍କ ଦ୍ଵାରା ଗୃହୀତ ସମବାୟ ସମିତିର ପ୍ରସ୍ତାବିତ ଉପ-ବିଧିର ଦୁଇଟି ନକଲ   ।
    • ସଭ୍ୟମାନଙ୍କର ନାମ ସହିତ ସେମାନଙ୍କ ଠିକଣା,ବ୍ୟବସାୟ ଏବଂ ନିରକ୍ଷରତା ଯୋଗଦାନର ଏକ ତାଲିକା ।
    • ପ୍ରବର୍ତ୍ତନକାରୀ ସଭ୍ୟ ମାନଙ୍କ ଦ୍ଵାରା ନିର୍ବାଚିତ  ପ୍ରଥମ ବୋର୍ଡର ସଭ୍ୟମାନଙ୍କ ତାଲିକା  ।
    • ଯେଉଁ ବୈଠକରେ ଉପ-ବିଧି ଗୃହୀତ ହୋଇଥିବ, ସେହି ବୈଠକର କାର୍ଯ୍ୟ ବିବରଣୀର ଅବିକଳ ନକଲ ଯାହାକି ଯଥାବିଧି ରୂପେ ସଭାପତିଙ୍କ ଦ୍ଵାରା ଦସ୍ତଖତ ହୋଇଥିବ ।
  3. ପ୍ରସ୍ତାବିତ ପ୍ରାଥମିକ ସମବାୟ ସମିତି କ୍ଷେତ୍ରରୀ ବିଭିନ୍ନ ପରିବାରରୁ ଅନ୍ତତଃପକ୍ଷେ ୧୦ ଜଣ ବ୍ୟକ୍ତି ବିଶେଷ ପ୍ରତ୍ୟେକ ଆବେଦନରେ ଦସ୍ତକ୍ଷତ କରିବେ ଏବଂ ସଙ୍ଘିୟ ସମବାୟ ସମିତି କ୍ଷେତ୍ରରେ ଅନ୍ତତଃପକ୍ଷେ ଦୁଇଟି ପ୍ରାଥମିକ ସମବାୟ ସମିତିର ପ୍ରତିନିଧି ମଧ୍ୟ ପ୍ରତ୍ୟେକ ଆବେଦନରେ ଦସ୍ତଖତ କରିବେ ।
  4. ନିବନ୍ଧକ  ଉକ୍ତ ସମବାୟ ସମିତି ଏବଂ ତାହାର ଉପ-ବିଧିକୁ ନିବନ୍ଧନ ଏବଂ ନିବନ୍ଧକ ପ୍ରମାଣପତ୍ର ଏବଂ ଉପ-ବିଧିର ଏକ ନକଲ ଆବେଦନ ଦାଖଲ ହେବା ତାରିଖଠାରୁ ୬୦ ଦିନ ମଧ୍ୟରେ ସଭାପତିଙ୍କ ନିକଟରେ ରେଜିଷ୍ଟ୍ରୀ ଡାକଯୋଗେ ପଠାଇବେ   ।
  5. ଉପ-ଧାରା(୩) ରେ ଉଲ୍ଲିଖିତ ସର୍ତ୍ତାବଳୀ ଯଦି ପୂରଣ ହୋଇନଥାଏ , ତେବେ ନିବନ୍ଧକ , ଅସ୍ଵୀକାର ଆଦେଶ ସହିତ ତାହାର କାରଣ , ଆବେଦନଟି ଦାଖଲ ହେବା ତାରିଖରୁ ୬୦ ଦିନ ମଧ୍ୟରେ ଉକ୍ତ  ଆବେଦନ ଉଲ୍ଲିଖିତ ଆବେଦନକାରୀଙ୍କ ନିକଟକୁ ରେଜିଷ୍ଟ୍ରୀ ଡାକଯୋଗେ ପଠାଇବେ   ।
  6. ଷାଠିଏ ଦିନ ମଧ୍ୟରେ ଅସ୍ଵୀକାର ଆଦେଶ ପଠାନଯିବା କ୍ଷେତ୍ରରେ ସମିତିଟି ନିବନ୍ଧିତ ହେଲା ବୋଲି ବିବେଚିତ ହେବ  ।
  7. ଯେଉଁଠାରେ ଏକ ସମବାୟ ସମିତି ନିବନ୍ଧିତ ହୋଇଥାଏ ସେ କ୍ଷେତ୍ରରେ ନିବନ୍ଧକ (ରେଜିଷ୍ଟାର) ନିବନ୍ଧର ପ୍ରମାଣପତ୍ରଟିରେ ଦସ୍ତଖତ କରି ଓ ତାଙ୍କର ମୋହର ଦେଇ ଇଶୁ କରିବେ ଯାହାକି, ଆବେଦନଟିର ଉଲ୍ଲିଖିତ ସମିତି ଏହି ଆଇନାନୁଯାୟୀ ଯଥାବିଧି ରୂପେ ନିବନ୍ଧିତ ଏକ ସମବାୟ ସମିତି ବୋଲି ଚୁଡାନ୍ତ ସାକ୍ଷ୍ୟ ହେବ  ।
  8. ଯେଉଁ କ୍ଷେତ୍ରରେ ଉପ-ଧାରା (୫) ଅନୁଯାୟୀ ଆବେଦନକାରୀଗଣଙ୍କୁ ଦ୍ଵାରା ଅସ୍ଵୀକାର ଆଦେଶ ପ୍ରାପ୍ତ ହୁଏ ସେ କ୍ଷେତ୍ରରେର ସେମାନେ ଜିଲ୍ଲା ଅଥବା ରାଜ୍ୟସ୍ତରରେ ଗଠିତ ସମବାୟ ପରିଷଦରେ ଉକ୍ତ ଅସ୍ଵୀକାର ଆଦେଶ ବିରୁଦ୍ଧରେ ଅପିଲ କରିପାରନ୍ତି ଏବଂ ଏ ସମ୍ପର୍କରେ ସମବାୟ ପରିଷଦର ନିଷ୍ପତ୍ତି ଚୁଡାନ୍ତ ଅଟେ ।

ସମବାୟ ସମିତି ଏକ ନିଗମନିକାୟ

  1. ଚିରସ୍ଥାୟୀ ଉତ୍ତରାଧିକାରୀ ଏବଂ ସାଧାରଣ ମୋହର ଥାଇ ନିବନ୍ଧିତ ସମବାୟ ସମିତି ଏକ ନିଗମନିକାୟ ହେବ ।ସମବାୟ ସମିତି, ସମ୍ପତ୍ତି ଅର୍ଜ୍ଜନ କରିବା ସମ୍ପତ୍ତି କରିବା ସମ୍ପତ୍ତି ରଖିବା ଏବଂ ସଂପତ୍ତି ବିନ୍ୟାସକରିବାକୁ ହକଦାର ହେବ, ସମିତି ତରଫରୁ ଚୁକ୍ତି ସମ୍ପାଦନ କରିପାରିବେ,  ମୋକଦ୍ଦମା ଏବଂ ଅନ୍ୟାନ୍ୟ ଆଇନଗତ କାର୍ଯ୍ୟଧାରା କରିବେ ଏବଂ ଜବାବସୁଆଲ କରିପାରିବେ ଓ ତାହାର ଉଦ୍ଦେଶ୍ୟ ସାଧନ କରିବାକୁ ଅନ୍ୟାନ୍ୟ ସମସ୍ତ ଆବଶ୍ୟକୀୟ କାର୍ଯ୍ୟ କରିପାରିବେ ।
  2. ସମବାୟ ସମିତି ଉଦ୍ଦେଶ୍ୟରେ ଉନ୍ନତି ସାଧନରେ ନିବନ୍ଧକ ପୂର୍ବରୁ ସରଳବିଶ୍ଵାସରେ କରଯାଇଥିବା ସମତ ନେଣଦେଣ କାରବାର ନିବନ୍ଧକ ହେବାପରେ ସମବାୟ ସମିତିର କାରବାର ବା ନେଣଦେଣ ରୂପେ ବିବେଚିତ ହେବ ।

ନାନା ପ୍ରଦର୍ଶନ ବା ପ୍ରକାଶ କରିବା

  1. ସମବାୟ ସମିତି ଆଇନ,୧୯୬୨ ଅନୁଯାୟୀ ନିବନ୍ଧକଙ୍କ ଦ୍ଵାରା ନିବନ୍ଧିତ ପ୍ରତ୍ୟେକ ସମବାୟ ସମିତି ତାହାର ନାମ ଏବଂ ନିବନ୍ଧିତ ଦପ୍ତରର ଠିକଣା ଏବଂ କାର୍ଯ୍ୟମାନ ସ୍ପଷ୍ଟଭାବେ ଏକ ପ୍ରକାଶ୍ୟ ସ୍ଥାନରେ ପ୍ରକାଶ ବା ପ୍ରଦର୍ଶନ କରାଇବେ । ଯଥା –
    • ସମବାୟ ସମିତି ବ୍ୟବସାୟ କରୁଥିବା ପ୍ରତ୍ୟେକ ଦପ୍ତର ଏବଂ ସ୍ଥାନରେ   ।
    • ସମସ୍ତ ନୋଟିସ ଏବଂ ଅନ୍ୟାନ୍ୟ ସରକାରୀ ପ୍ରକାଶନରେ
    • ତାହାର ସମସ୍ତ ଚୁକ୍ତିଗୁଡିକ, ବ୍ୟବସାୟ ପତ୍ରରେ, ମାଳ ନିମନ୍ତେ କରାଯାଇଥିବା ଆଦେଶରେ, ପରିସଂଖ୍ୟାପତ୍ର ରେ, ହିସାବ ବିବରଣୀରେ, ରସିଦ ଏବଂ ଜମା ପତ୍ରରେ, ଏବଂ
    • ବିନିମୟ ବା ହୁଣ୍ଡି ରେ ବଚନ ପତ୍ର ବା ଅଙ୍ଗୀକାର ପତ୍ର ପୃଷ୍ଠାଙ୍କନ ଚେକ ଏବଂ ଟଙ୍କା ନିମନ୍ତେ ଆଦେଶରେ, ଯଦି ଏହାକୁ ଦସ୍ତଖତ ହୋଇଥାଏ  ଅଥବା ସମିତିତରଫରୁ ଦସ୍ତଖତ କରାଯାଇଥାଏ  ।
  2. ପ୍ରତ୍ୟେକ ସମବାୟ ସମିତିର ନାମରେ  “ସମବାୟ “ ଏବଂ “ ସୀମିତ “ ଓ ରାଜ୍ୟର ସରକାରୀ ଭାଷା ଅନ୍ତର୍ଭୁକ୍ତ ହେବ  ।

ନିବନ୍ଧକ ଦପ୍ତର

  1. ଏହି ଆଇନାନୁଯାୟୀ ସମବାୟ ସମିତିଗୁଡିକର ନିବନ୍ଧନ ଏବଂ ଉକ୍ତ ଆଇନରେ ଉଲ୍ଲିଖିତ ଅନ୍ୟାନ୍ୟ କାର୍ଯ୍ୟ ସଂପାଦାନ ନିମନ୍ତେ ବା କର୍ତ୍ତବ୍ୟ ପାଳନ ନିମନ୍ତେ ରାଜ୍ୟ ସରକାର ଉପଯୁକ୍ତ ବିବେଚନା କରି ହୁଏତ,  ଜଣେ ନିବନ୍ଧକ ଏବଂ ଅନ୍ୟାନ୍ୟ କେତେକ ଅଧିକାରୀ (ଅଫିସର) ନିଯୁକ୍ତି କରିପାରନ୍ତି   ।
  2. କେତେକ ସେପରି ବ୍ୟକ୍ତି ନିବନ୍ଧକ ଭାବେ ନିଯୁକ୍ତ ପାଇବେ ଯେକି –
    • ସମବାୟ ବିଭାଗରେ ଅନ୍ତତଃପକ୍ଷେ ୫ବର୍ଷ ପାଇଁ ସରକାରଙ୍କ ଅଫିସର ରୂପେ କାର୍ଯ୍ୟ କରିଥିବ  ।
    • ଯେକୌଣସି ରାଜ୍ୟ ଅଥବା ଜାତୀୟ ସ୍ତରର ସମବାୟ ବିଭାଗରେ ଅନ୍ତତଃପକ୍ଷେ ପାଞ୍ଚ  ବର୍ଷ ପାଇଁ ମୁଖା ପ୍ରଶାସସକ ରୂପେ କାର୍ଯ୍ୟ କରିଥିବେ, ଅଥବା ।
    • ଯେକୌଣସି ସମବାୟ ଉନ୍ନୟନମୂଳକ ନିକାୟ ଅଥବା ସମବାୟ ସହିତ ଜଡିତ ବିଦ୍ୟାନୁଷ୍ଠାନରେ ଅନ୍ତତଃପକ୍ଷେ ପାଞ୍ଚବର୍ଷ ପାଇଁ ବରିଷ୍ଠ ଅଧିକାରୀ ଅଥବା ବିଭାଗୀୟ ପଦବୀ ଧାରଣ କରିଥିବେ, ଅଥବା
  3. ଉପ-ଧାରା (୧) ଅନୁଯାୟୀ ନିଯୁକ୍ତ ବ୍ୟକ୍ତିଙ୍କର ବେତନ ସରକାରଙ୍କ ଦ୍ଵାରା ଦିଆଯିବ ।
  4. ଯେଉଁ କ୍ଷେତ୍ରରେ ସରକାରଙ୍କ ଜଣେ ଅଧିକାରୀ ଉପ-ଧାରା (୧) ଅନୁଯାୟୀ ନିଯୁକ୍ତି ପାଇଥିବେ ସେ ସରକାରଙ୍କଠାରେ ଚାକିରି କରୁଥିବା ସମୟରେ ହେଉ ଅଥବା ତତପରେ ୩ ବର୍ଷ ସମୟ ନିମନ୍ତେ ଯେକୌଣସି ସମବାୟ ସମିତିରେ ଯେକୌଣସି ପଦବୀରେ କାର୍ଯ୍ୟ କରିଥାଆନ୍ତୁ ବା ନଥାନ୍ତୁ  ।
  5. ନିବନ୍ଧକଙ୍କର କାର୍ଯ୍ୟକାଳ ୩ ବର୍ଷ ଅଟେ  ।

ଆଧାର – ଦ ଲ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate