অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ସମବାୟ ସମିତି ଉପବିଧି (ସୂଚନା ଓ ଅପରାଧ ଏବଂ ଶାସ୍ତି)

ଓଡିଶା ସମବାୟ ସମିତି ଉପବିଧି (ସୂଚନା ଓ ଅପରାଧ ଏବଂ ଶାସ୍ତି)

ସୂଚନା

ସାଧରଣ ଏବଂ ବୋର୍ଡ ଓ ଅନ୍ୟାନ୍ୟ ବୈଠକଗୁଡିକର କାର୍ଯ୍ୟଧାରାର କାର୍ଯ୍ୟବିବରଣୀ : -

  1. ପ୍ରତ୍ୟେକ ସମବାୟ ସମିତି କାର୍ଯ୍ୟବିବରଣୀ ପୁସ୍ତକ ରେ ପ୍ରତ୍ୟେକ ସାଧାରଣ ବୈଠକ ଏବଂ ତାହାର ନିର୍ଦ୍ଦେଶକମଣ୍ଡଳୀର ପ୍ରତ୍ୟେକ ବୈଠକର ସମସ୍ତ କାର୍ଯ୍ୟଧାରାର କାର୍ଯ୍ୟବିବରଣୀ ଲିପିବଦ୍ଧ କରିବେ ।
  2. ସେପରି କାର୍ଯ୍ୟ ବିବରଣୀ , ବୈଠକ ନିଅମନ୍ତେ ନିମନ୍ତ୍ରିତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ବୈଠକ ସମ୍ପତି ହେବାର ୩୦ ଦିନ ସମୟ ମଧ୍ୟରେ ଦିଆଯିବ ।
  3. ଲିପିବଦ୍ଧ କରାଯାଇଥିବା ସେପରି  କାର୍ଯ୍ୟବିବରଣୀ  କଥିତ ବୈଠକରେ ସଭାପତି ଆସନ ଅଳଙ୍କୃତ କରିଥିବାବି ସଭାପତି କରିଥିବା ବ୍ୟକ୍ତି ଅଥବା ବୋର୍ଡ ଦ୍ଵାରା କ୍ଷମତାପ୍ରାପ୍ତ  ଜଣେ ନିର୍ଦ୍ଦେଶକ, ଯେ କି ବୈଠକରେ ଉପସ୍ଥିତ ଥିବେ ଦ୍ଵାରା ଦସ୍ତଖତ କରାଯିବ  ।

ଏକାଉଣ୍ଟସ ଏବଂ ରେକର୍ଡ ଆଦିର ରକ୍ଷଣାବେକ୍ଷଣା

  1. ପ୍ରତ୍ୟେକ ସମବାୟ ସମିତି ତାହାର ନିବନ୍ଧିତ ଦପ୍ତର ରେ ନିମ୍ନଲିଖିତ ଏକାଉଣ୍ଟସ ଏବଂ ରେକର୍ଡ ରଖିବେ । ଯଥା-
    • ସମବାୟ ସମିତି ଆଇନ ସହିତ ସମୟକୁ ସମୟ ସଂଶୋଧନଗୁଡିକର ନକଲମାନ
    • କାର୍ଯ୍ୟବିବରଣୀ ପୁସ୍ତକ
    • ନିବନ୍ଧନ ପ୍ରମାଣପତ୍ର ଏବଂ ନିବନ୍ଧିତ ଉପ-ବିଧି ଏବଂ ସଂଶୋଧନ ତାରିଖ ସହିତ ସମୟକୁ ସହିତ ନିବନ୍ଧିତ ସଂଶୋଧନର ନକଲ
    • ଯେଉଁ ସଙ୍ଘୀୟ ସମବାୟସମିତିରେ କଥିତ ସମବାୟ ସମିତି ସଭ୍ୟ ସେହି ସଙ୍ଘୀୟ ସମବାୟ ସମିତିର ଉପ-ବିଧିର ଏକ ନକଲ
    • ସମବାୟ ସମିତି ଦ୍ଵାରା ପ୍ରାପ୍ତ ଏବଂ ବ୍ୟୟ ସମସ୍ତ ଅର୍ଥର ହିସାବ ଏବଂ ସେମାନଙ୍କର ସ୍ଵ ସ୍ଵ ଉଦ୍ଦେଶ୍ୟ   ।
    • ସମବାୟ ସମିତି ଦ୍ଵାରା କ୍ରୟ ଏବଂ ବିକ୍ରୟ କରାଯାଉଥିବା ସମସ୍ତ ଦ୍ରବ୍ୟର ହିସାବ   ।
    • ସମବାୟ ସମିତି ଆସ୍ତି ଏବଂ ଦାୟିତ୍ଵ ର ହିସାବ
    • ମୋଟ ସଭ୍ୟପଦ  ଦର୍ଶାଇ ଏକ ରେଜିଷ୍ଟର ଏବଂ ବିଭିନ୍ନ ସେବାର ବ୍ୟବହାର ନିଅମନ୍ତେ ସଭ୍ୟୱାରି ରେଜିଷ୍ଟର   ।
    • ଆର୍ଥିକ ବର୍ଷ ସମାପ୍ତି ହେବାର  ୩୦ ଦିନ ମଧ୍ୟରେ ଚଳିତ ବର୍ଷ ନିମନ୍ତେ ଭୋଟ ଦେବାର ଅଧିକାରୀ , ସଭ୍ୟମାନଙ୍କର ଏକ ତାଲିକା ଅପଟୁଡେଟ କରିବା   ।
    • ବୋର୍ଡର ନୀତିଗୁଡିକର ନକଲମାନ
    • ବାର୍ଷିକ ରିପୋର୍ଟ ଏବଂ ଅଡିଟ ରିପୋର୍ଟ

    ଉଲ୍ଲେଖଥାଉକି , ଯେଉଁ କ୍ଷେତ୍ରରେ ସମବାୟ ସମିତିର ଶାକ୍ଷା ଦପ୍ତରମାନ ଥିବ ସେ କ୍ଷେତ୍ରରେ ଶାଖା ସମ୍ପର୍କିତ ଏକାଉଣ୍ଟସ ଏବଂ ରେକର୍ଡ ଯେ କୌଣସି ସମୟରେ , ସେପରି ସମୟ ଶେଷ  ହେବାର ୨୫ ଦିନ ମଧ୍ୟରେ ନିବନ୍ଧିତ ଦପ୍ତର ରେ ପ୍ରାପ୍ତବୀ   ହେବ   ।

  2. ଆଇନ ଉପବିଧି କାର୍ଯ୍ୟବିବରଣୀ ପୁସ୍ତକ ଭୋଟର ତାଲିକା ଏବଂ ଯେକୌଣସି ଜଣେ ସଭ୍ୟଙ୍କ ସମ୍ପର୍କୀୟ ସେପରି କୌଣସି ଏକାଉଣ୍ଟସ , କାରବାର ସମୟ ମଧ୍ୟରେ ସମବାୟ ସମିତି ଦ୍ଵାରା ନିର୍ଦ୍ଧାରିତ କରାଯାଇଥିବା ଫିସ ଦେଲେ ଯେକୌଣସି ସଭ୍ୟଙ୍କୁ ପ୍ରାପ୍ତବ୍ୟ ହେବ   ।
  3. ପ୍ରତ୍ୟେକ ସମବାୟ ସମିତିର ହିସାବ ବହି ତତସହିତ ଅନ୍ୟାନ୍ୟ ରେକର୍ଡ  ଓ ଭାଉଚର , ପ୍ରଚଳିତ ଅନ୍ୟ କୌଣସି ଆଇନ ର ବଶବର୍ତ୍ତୀତାରେ ଉପ-ବିଧି  ଦ୍ଵାରା ବ୍ୟବସ୍ଥିତ ସମୟ ପର୍ଯ୍ୟନ୍ତ ସାଇତି ରଖାଯିବ  ।

ଅଡିଟ :-

  1. ଚାଟାର୍ଡ ଏକାଉଣ୍ଟ ଦ୍ଵାରା ଅଡିଟ କରାଯାଇଥିବା ହିସାବ ଗୋଟିଏ ସମବାୟ ସମିତି ପାଇବେ   ।
  2. ଆର୍ଥିକ ବର୍ଷ ଶେଷ ହେବାର ୪୫ ଦିନ ମଧ୍ୟରେ ଅଡିଟ ନିଅମନ୍ତେ ବାର୍ଷିକ ଆର୍ଥିକ ବିବରଣୀ ପ୍ରସ୍ତୁତ ଏବଂ ଦାଖଲ ହୋଇଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶକମଣ୍ଡଳୀର ଦାୟିତ୍ଵ ରହିବ   ।
  3. ସମବାୟ ସମିତିର ହିସାବ ଅଡିଟ କରିବା ନିମନ୍ତେ ସାଧାରଣସଂଘ ଅଡିଟର ନିଯୁକ୍ତ କରିବେ , ପରନ୍ତୁ ସେ ଯାହା ହେଉନା କାହିଁକି ସମବାୟ ସମିତି ହୁଏତ ଏହି କର୍ତ୍ତବ୍ୟ ବା କାର୍ଯ୍ୟ ଗୋଟିଏ ସଙ୍ଘୀୟ ସମବାୟ ସମିତିକୁ ଅର୍ପଣ କରିପାରନ୍ତି   ।
  4. ନିର୍ଦ୍ଦେଶକମଣ୍ଡଳୀ ଦ୍ଵାରା ଅଡିଟରଙ୍କ ଦରମା ଧାର୍ଯ୍ୟ କରାଯାଇପାରେ ଏବଂ ସୂଚନା ନିମନ୍ତେ ଏହା ସାଧାରଣ ସଂଘ ର ପରବର୍ତ୍ତୀ ବୈଠକରେ ଉପସ୍ଥାପିତ କରାଯାଇପାରେ   ।
  5. ସାଧାରଣ ସଂଘ ହୁଏତ , ଗୋଟିଏ ସ୍ଵତନ୍ତ୍ର ବୈଠକରେ ଉପସ୍ଥିତ ଥିବା ଏବଂ ଭୋଟ ଦେଇଥିବା ଦୁଇ-ତୃତୀୟାଂଶ ସଭ୍ୟଙ୍କ ଦ୍ଵାରା ପାଶ କରାଯାଇହିବା ପ୍ରସ୍ତାବ ବଳରେ ଅଡିଟରଙ୍କୁ ଅପସାରଣ କରିପାରନ୍ତି   ।
  6. ଯେଉଁ କ୍ଷେତ୍ରରେ ସମବାୟ ସମିତି , ଉପ- ପ୍ରକରଣ  (୨) ରେ ଉଲ୍ଲିଖିତ ସମୟ ମଧ୍ୟରେ ତାହାର ହିସାବ ଅଡିଟ ନିମନ୍ତେ ଉପସ୍ଥାପିତ ନ କରେ ସେ କ୍ଷେତ୍ରରେ ଗୋଟିଏ ସଙ୍ଘୀୟ ସମବାୟ ସମିତି ସଭ୍ୟ ସମବାୟ ସମିତି ଖର୍ଚ୍ଚରେ ଅଡିଟ କରିବାକୁ ବନ୍ଦୋବସ୍ତ କରିପାରନ୍ତି   ।
  7. ପ୍ରତ୍ୟେକ ସାଧାରଣ ବୈଠକ  ନୋଟିସ ଅଡିଟରଙ୍କୁ ଦିଆଯିବ ଏବଂ ସେ ବୈଠକରେ ଉପସ୍ଥିତ ହେବାକାଉ ହକଡାର ଅଟନ୍ତି   ।
  8. ଗୋଟିଏ ସମବାୟ ସମିତିର ଅଡିଟରଙ୍କ ଦାବୀକୁ ଭିତ୍ତିକରି ସମବାୟ ସମିତିର ବର୍ତ୍ତମାନ ଅଥବା ପୂର୍ବ ଅଧିକାରୀଗଣ, କମିଟି ସଭ୍ୟ ଗଣ, ସଭ୍ୟ ଅଥବା କର୍ମଚାରୀଗଣ ନିମ୍ନଲିଖିତ ବିଷୟବସ୍ତୁ ଦାଖଲ କରିବେ  । ଯଥା -
    • ସୂଚନା ଏବଂ ସ୍ପଷ୍ଟିକାରଣ ଏବଂ
    • ସମବାୟ ସମିତିର ରେକର୍ଡ ଦଲିଲ ଦସ୍ତାବିଜ, ବହି ହିସାବ ଏବଂ ଭାଉଚରଗୁଡିକର ପରୀକ୍ଷା ଏବଂ ରିପୋର୍ଟ ପ୍ରସ୍ତୁତ କରିବାକୁ ଅଡିଟରଙ୍କ ନିକଟରେ ଦାଖଲ କରିବେ   ।
  9. ଯେଉଁ କ୍ଷେତ୍ରରେ ଗୋଟିଏ ସମବାୟ ସମିତି ଅଡିଟ କରାଯାଇଥିବା ତାହାର ବାର୍ଷିକ ହିସାବ ପାଇବାକୁ ଅସଫଳ ହୁଅନ୍ତି ସେ କ୍ଷେତ୍ରରେ ସମବାୟ ସଂଘ ଅଡିଟ ପ୍ରାପ୍ୟ ହେବା ସମୟରୁ ୯୦ ଦିନ ମଧ୍ୟରେ ଅଡିଟ କରାଯାଇଥିବା ସମବାୟ ସମିତିର ପାଇବାକୁ ଦାୟୀ ରହିବେ   ।

ଯଦି ସମବାୟ ସଂଘ କୌଣସି କାରଣରୁ ସମବାୟ ସଂଘ ଏ ବିଷୟରେ ନିବନ୍ଧକଙ୍କୁ ସୂଚନା ଦେବେ   ,। ଯାହାଉତ୍ତର ନିବନ୍ଧକ ଅଡିଟ କରାଯାଇଥିବା ସମବାୟ ସମିତି ହିସାବ ପାଇବେ   ।

ବିବୃତ୍ତି ପଞ୍ଜୀର ଦାଖଲ :-

ଆର୍ଥିକ ବର୍ଷ ସେସ ହେବାର ୫ ମାସ ମଧ୍ୟରେ ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ସମବାୟ ସମିତି , ସମବାୟସମିତିର ନିବନ୍ଧକଙ୍କ ନିକଟରେ ନିମ୍ନଲିଖିତ ବିଷୟବସ୍ତୁ ଦାଖଲ କରିବେ । ଯଥା-

  • କାର୍ଯ୍ୟକଳାପର ବାର୍ଷିକ ରିପୋର୍ଟ
  • ହିସାବର ଅଡିଟ ବିବରଣୀ
  • ସାଧାରଣ ସଂଘ ଦ୍ଵାରା ଅନୁମୋଦିତ ପ୍ରାକାରେ ଉଦବୃତ୍ତର ବିନିଯୋଗ ନିମନ୍ତେ ଯୋଜନା
  • ନିର୍ଦ୍ଦେଶକମାନଙ୍କର ନାମ ତାଲିକା ଏବଂ ସେମାନଙ୍କର କାର୍ଯ୍ୟକାଳ   ।
  • ସମବାୟ ସମିତିର ଉପ-ବିଧିରେ କରାଯାଇଥିବା ସଂଶୋଧନ ର ତାଲିକା
  • ସାଧାରଣ ସଂଘ ବୈଠକ ବସିବା ତାରିଖ ଏବଂ ଯେଉଁଠାରେ ହେବାକୁ ଥିବା ସେଠାରେ ନିର୍ବାଚନ ପରିଚାଳନା ସମ୍ପର୍କରେ ଘୋଷଣା ନାମା

ତଦନ୍ତ :-

  1. ନିବନ୍ଧକ ହୁଏତ , ଯେଉଁ ସମ୍ପୃକ୍ତ ସମବାୟ ସମିତିରେ ସମବାୟ ସମିତିଟି ମିଶ୍ରିତ ସେହି ସମବାୟ ସମିତିର ଆବେଦନ ଅଥବା ଯେଉଁ ମହାଜନ ବା ସାହୁକାର ଙ୍କ ପାଖରେ ସମବାୟ ସମିତି ଋଣୀ ସେହି ମହାଜନ ବା ସାହୁକାରଙ୍କ ଅଥବା ସମବାୟ ସମିତିର ମୋଟ ସଭ୍ୟ ସଂଖ୍ୟାର ଏକ-ଦଶମାଂଶ ସଭ୍ୟଙ୍କ ଆବେଦନ ଉପରେ ସମବାୟ ସମିତିର ଗଠନ , କାର୍ଯ୍ୟକାରିତା ଏବଂ ଆର୍ଥିକ ସ୍ଥିତ ସମ୍ପର୍କରେ ଉକ୍ତ ଆବେଦନରେ ଉତଥାପିତ କରାଯାଇଥିବା ନିର୍ଦ୍ଧିଷ୍ଟ ବିଷୟବସ୍ତୁ ନିମନ୍ତେ ତଦନ୍ତ କରିପାରିବେ   ।
  2. ଆବେଦନକାରୀ ଅଥବା ଆବେଦନରୁ ଉପଯୁକ୍ତ ଫିସ ପାଇବା ପରେ ନିବନ୍ଧକ ତଦନ୍ତ କରିବାକାଉ ଆଦେଶ  (ଅର୍ଡର) କରିବେ , ଯାହାକି  (ଫିସ) ପରିଚାଳିତ ତଦନ୍ତର ଖର୍ଚ୍ଚ ବହନ କରିବାକୁ ଯଥେଷ୍ଟ ହେବ   ।
  3. ତଦନ୍ତ ଆଦେଶ ତାରିଖରୁ  ୪ ମାସ ମଧ୍ୟରେ ତଦନ୍ତ ଶେଷ କରାଯିବ   ।
  4. ନିବନ୍ଧକ, ତଦନ୍ତ ଶେଷ ହେବା ତାରିଖରୁ ଏକ ମାସ ମଧ୍ୟରେ ତଦନ୍ତ ରିପୋର୍ଟ   ।
    • ସଂପୃକ୍ତ ସମବାୟ ସମିତିକୁ
    • ଆବେଦନକାରୀ ଅଥବା ଉକ୍ତ ରିପୋର୍ଟ ପାଇବାକୁ ଆବେଦନକାରୀଙ୍କ ଦ୍ଵାରା ମନୋନୀତ ବ୍ୟକ୍ତିଙ୍କ ନିକଟକୁ   ।

ସମବାୟ ସମିତିର ଯେକୌଣସି ସଭ୍ୟଙ୍କ ନିକଟକୁ , ସମବାୟ ସମିତି ଯେଉଁ ସଂଘରେ ସଭ୍ୟ ସେହି ସଂଘକୁ ଅଥବା ଯେକୌଣସି ସଭ୍ୟଙ୍କ ନିକଟକୁ , ନିବନ୍ଧିତ ଧାର୍ଯ୍ୟ କରିଥିବା ନିର୍ଦ୍ଧିଷ୍ଟ ଫିସ ଦାଖଲ କରାଯାଇଥିଲେ ପଠାଇବେ   ।

ବିବାଦର ସମାଧାନ :-

ସମବାୟ ସମିତିର ଗଠନ, ପରିଚାଳନା ଅଥବା କାରବାର ସମ୍ପର୍କରେ ଯଦି

  • ସଭ୍ୟ, ବିଗତସଭ୍ୟ ଏବଂ ସଭ୍ୟ ଓ ମୃତସଭ୍ୟଙ୍କ ଜରିଆରେ ଦାବି କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ କୌଣସି ବିବାଦ ଉପୁଜେ
  • ସଭ୍ୟ, ବିଗତସଭ୍ୟ ଏବଂ ଜଣେ ସଭ୍ୟ, ବିଗତ ସଭ୍ୟ ଏବଂ ମୃତ ସଭ୍ୟଙ୍କ ଜରିଆରେ ଦାବି କରୁଥିବା ବ୍ୟକ୍ତି ଏବଂ ସମବାୟ ସମିତି, ତାହାର ବୋର୍ଡ ଅଥବା ଯେକୌଣସି ଅଧିକାରୀ, ପ୍ରତିନିଧି ଅଥବା ସମିତିର କର୍ମଚାରୀ ଅଥବା ବିଗତ ଅଥବା ବର୍ତ୍ତମାନର ନିକାଶକାରୀଙ୍କ ମଧ୍ୟରେ ବିବାଦ ଉପୁଜେ   ।
  • ସମବାୟ ସମିତି ଅଥବା ଏହାର ବୋର୍ଡ ଏବଂ ଏହାର ବିଗତ ବୋର୍ଡ, ଯେକୌଣସି ଅଫିସର, ପ୍ରତିନିଧି ଅଥବା କର୍ମଚାରୀ ଅଥବା ଯେକୌଣସି ବିଗତ ଅଧିକାରୀ ବିଗତ ପ୍ରତିନିଧି ଅଥବା ବିଗତ କର୍ମଚାରୀ ଅଥବା ସମବାୟ ଯେକୌଣସି ମୃତ ଅଫିସର ଅଥବା ମୃତ କର୍ମଚାରୀଙ୍କ ମନୋନୀତ ବ୍ୟକ୍ତି , ଉତ୍ତରାଧିକାରୀ ଅଥବା ବୈଧ ପ୍ରତିନିଧିଙ୍କ ମଧ୍ୟରେ ବିବାଦ ଉପୁଜେ  ।
  • ସମବାୟ ସମିତି ଏବଂ ଅନ୍ୟ କୌଣସି ସମବାୟ ସମିତି ମଧ୍ୟରେ ଅଥବା ଗୋଟିଏ ସମବାୟ ସମିତି ଏବଂ ଅନ୍ୟ ସମବାୟ ସମିତିର ନିକାସକାରୀଙ୍କ ମଧ୍ୟରେ ଅଥବା ଗୋଟିଏ ସମବାୟ ସମିତିର ନିକାସକାରୀଙ୍କ ସହିତ ଅନ୍ୟ ଗୋଟିଏ ସମବାୟ ସମିତିର ନିକାସକାରୀଙ୍କ ମଧ୍ୟରେ ବିବାଦ ଉପୁଜେ , ତେବେ ଏ ସମସ୍ତ ବିବାଦ ସମବାୟ ଟ୍ରିବ୍ୟୁନାଲକୁ ପଠାଯିବ   ।

ସମବାୟ ଅଦାଲତ / ଟ୍ରିବ୍ୟୁନାଲର ଗଠନ  : -

ରାଜ୍ୟ ସରକାର ହୁଏତ , ଅଫିସିଆଲ ଗେଜେଟରେ ଅଧିସୂଚନା ଦ୍ଵାରା ବା ବଳରେ ଏହି ଆଇନାନୁଜଯୀ କରାଯାଉଥିବା ଅପିଲ ସମେତ ବିବାଦର ନିଷ୍ପତ୍ତି ବା ବିଚାର ନିମନ୍ତେ ସମବାୟ ଟ୍ରିବ୍ୟୁନାଲମାନ ଗଠନ କରିପାରନ୍ତି , ପରନ୍ତୁ ଜିଲ୍ଲା ଜଜ ପାହ୍ୟାର ଜଣେ ଜୁଡିସିଆଲ ଅଫିସର ଟ୍ରିବ୍ୟୁନାଲରେ ପୀଠାସୀନ ହେବେ  ।

ଅପରାଧ ଏବଂ ଶାସ୍ତି

ଅପରାଧମାନ : -

ଏହି ଆଇନାନୁଯାୟୀ ନିମ୍ନଲିଖିତମାନ ଅପରାଧ ସଂଗଠିତ କରିବ, ଯଥା –

  • କୃତ୍ରିମ ବା ମିଥ୍ୟା ସମବାୟ ସମିତିର ସଂଘଠନ
  • ଆଇନ ଏବଂ ଉପବିଧି ବ୍ୟବସ୍ଥାମାନର ଉଲ୍ଲଂଘନ
  • ରେକର୍ଡ ଆଦିର ହେପାଜତ କରିବାକୁ କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କୁ ସମବାୟ ସମିତିର ରେକର୍ଡ ପତ୍ର ଦେବାକୁ ଅସଫଳ ହେଲେ   ।
  • ସମବାୟ ସମିତିର ଗଠନ , ପରିଚାଳନା ଏବଂ କାରବାର ସମ୍ପର୍କୀୟ ପ୍ରତାରଣାପୂର୍ଣ୍ଣ କାର୍ଯ୍ୟକଳାପକୁ ପ୍ରଶୟ ଦେଲେ   ।
  • ସମବାୟ ସମିତିର ତହବିଲ ଏବଂ ସଂପତ୍ତିର ଅପବ୍ୟବହାର କଲେ   ।

ଦଣ୍ଡ :-

ଯେଉଁ ବ୍ୟକ୍ତି ଆଇନର ଦଫା ୪୨ ରେ ଉଲ୍ଲେଖିତ ଯେ କୌଣସି ଅପରାଧ ସଂଘଟିତ କରେ ସେହି ବ୍ୟକ୍ତି ପ୍ରତ୍ୟେକ ଅପରାଧ ପାଇଁ ଟ ୨,୦୦୦  (ଦୁଇ ହଜାର ଟଙ୍କା ) ଅର୍ଥଦଣ୍ଡରେ ଦଣ୍ଡନୀୟ ହେବେ   ।

ବିଚାର କରିବାର କର୍ତ୍ତୃପକ୍ଷ :-

ଏହି ଆଇନାନୁଯାୟୀ ସଂଘଟିତ ଅପରାଧଗୁଡିକର ବିଚାର ସମବାୟ ଟ୍ରିବ୍ୟୁନାଳ ଦ୍ଵାରା କରାଯିବ   ।

ଆଧାର – ଦ ଲ ହାଉସ

Last Modified : 12/15/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate