অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଡିଟ, ଇନ୍ସପେକ୍ସନ, ଇନକ୍ଵାରୀ ଏବଂ ସରଚାର୍ଜ (ଭାଗ -୨)

ଅଡିଟ, ଇନ୍ସପେକ୍ସନ, ଇନକ୍ଵାରୀ ଏବଂ ସରଚାର୍ଜ (ଭାଗ -୨)

ନିୟମ ୭୧ ଏବଂ ୭୨

ନିୟମ ୭୧ ବିବାଦର ଆପୋଷ ନିଷ୍ପତ୍ତି ନିମନ୍ତେ ନିବନ୍ଧକଙ୍କୁ ନିବେଦନ

ସମବାୟ ସମିତିର ୬୮ ଧାରାନୁଯାୟୀ ନିବନ୍ଧକଙ୍କ ଅବଗତି ନିମନ୍ତେ ପଠାଯାଇଥିବା ଯେକୌଣସି ଲିଖିତ ଆକାରରେ ପଠାଯିବ ଏବଂ ତା ସହିତ ନିମ୍ନଲିଖିତ ବିଷୟବସ୍ତୁ ପଠାଯିବ ।

  • ନିବନ୍ଧକଙ୍କ ଦ୍ଵାରା ନିର୍ଦ୍ଧାରିତ କରାଯାଇଥିବା ଫାରମରେ ବିବାଦୀୟ ବିଷୟବଟୁର ବିବରଣୀ
  • ନିବନ୍ଧକଙ୍କ ଦ୍ୱ୍ରା ନିର୍ଦ୍ଧାରିତ କରାଯାଇଥିବା ଫାରମରେ ଦାବିର ବିବରଣୀ
  • ଅର୍ଥ ମାମଲା ସମ୍ପର୍କୀୟ ଲେଜର ଏକାଉଣ୍ଟ ର (ଯଦିଥାଏ ଏକକିତା ନକଲ)
  • ନିବନ୍ଧକଙ୍କ ଆବଶ୍ୟକତାନୁସାରେ ,ଶେବହଳି ଅନ୍ୟାନ୍ୟ ବିବରଣୀ ଅଥବା ରେକର୍ଡ ସମୂହ ।
    • ପକ୍ଷ ଅଥବା ପକ୍ଷଙ୍କ ମଧ୍ୟରୁ ଯେକୌଣସି ବ୍ୟକ୍ତି କିମ୍ବା ଅନ୍ୟାନ୍ୟ କୌଣସି ବ୍ୟକ୍ତି କିମ୍ବା ବିବାଦ ସମ୍ପର୍କୀୟ ମାମଲା ସହିତ ଓତପ୍ରୋତ ଭାବେ ଜଡିତ ଯେକୌଣସି ଅଫିସରଙ୍କ ଦ୍ଵାରା ଅର୍ଜିର ସଭ୍ୟତା ନିରୂପଣ କରାଯିବ ।

ନିୟମ ୭୨ ଅର୍ଜିର ସଭ୍ୟତା ନିରୂପଣ

  • ଉପରୋକ୍ତ ଅର୍ଜିର ସଭ୍ୟତା ନିରୂପଣ କରୁଥିବା ବ୍ୟକ୍ତି ସମୂହ ସେଥିରେ (ଅର୍ଜିରେ) ଦସ୍ତକ୍ଷତ କରିବେ ଏବଂ ଦସ୍ତକ୍ଷତ କରିବାର ତାରିଖ  ଓ ସ୍ଥାନ ଉଲ୍ଲେଖ କରିବେ।

ନିୟମ ୭୩ ଏବଂ ୭୪

ନିୟମ ୭୩ ଲିଖିତ ବିବରଣୀ

ପ୍ରଥମ ସୁନାନି ସମୟରେ ଅଥବା ପ୍ରଥମ ସୁନାନି ପୂର୍ବରୁ ଅଥବା ସେଭଳି ସମୟ ମଧ୍ୟରେ ନିବନ୍ଧକ ଅଥବା ବିବାଦର ଆପୋଷ ନିଷ୍ପତ୍ତି କରିବା ଅଫିସର ପ୍ରତିବାଦୀଙ୍କୁ , ପ୍ରତିବାଦ ଜବାବର  (ମୁଦାଲାର ସଫେଇ) ଏକ ଲିଖିତ ବିବରଣୀ ଉପସ୍ଥାପିତ କରିବାକୁ ଆଦେଶ ଦେଇପାରନ୍ତି  ।

ନିୟମ ୭୪ ପରିସୀମା

  • ସମିତି କମିଟିର ସଦସ୍ୟ ଅଥବା ଅଫିସରଙ୍କ ନିର୍ବାଚନ ସମ୍ପର୍କରେ ଯଦି କୌଣସି ବିବାଦ ଉପୁଜେ, ତେବେ ନିର୍ବାହନ ହେବା ତାରିଖରୁ ୨ ମାସ ମଧ୍ୟରେ (ସମବାୟ ଟ୍ରିବ୍ୟୁନାଲ) ଜଣାଇ ଦିଆଯିବ।
  • ଯଦି କୌଣସି ସଦସ୍ୟ ସମିତିର ସଦସ୍ୟ ପଦକୁ ବହିସ୍କାର କରାଯାଏ, ତେବେ ସେଭଳି ବହିସ୍କାର କରାଯିବା ତାରିଖରୁ ୨ ମାସ ମଧ୍ୟରେ ତାହା ନିବନ୍ଧକଙ୍କୁ ଜଣାଇ ଦିଆଯିବ ।

ସଂଶୋଧନ - ୧୯୯୭

ନିୟମ ୭୪ର ସଂଶୋଧନ

କଥିତ  ନିୟମାବଳୀର ନିୟମ  ୭୪ର ଉପ- ନିୟମ (୨) ବିଲୁପ୍ତ ହେବ । (ଏସ.ଆର.ଓ .ସଂଖ୍ୟା ୧୭/୯୭,ତା, ୨୩.୦୪.୧୯୯୭)

ନିୟମ ୭୫ ବିବାଦ ଦାଖଲ ନିମନ୍ତେ ଫିସ - ଅର୍ଥ ନିମନ୍ତେ ଦାବି ଅନ୍ତର୍ଗତ ବିବାଦ

  1. ପ୍ରଥମ ଏକ ସତ ଟଙ୍କା ନିମନ୍ତେ [ ଚାରିଟଙ୍କା] ଫିସ ପରବର୍ତ୍ତୀ ଏକ ସତ ଟଙ୍କା ନିମନ୍ତେ  [ଏକ ଟଙ୍କା] ଫିସ ଲାଗିବ ଅର୍ଥାତ ସର୍ବଗରିଷ୍ଠ [ ଦୁଇଶହ ଟଙ୍କା ] ଲାଗିବ ।
  2. ଅଣ – ଆର୍ଥିକ ଦାବି ସଂପର୍କୀୟ ବିବାଦ – ଅଣ ଆର୍ଥିକ ବିବାଦ ସଂପର୍କରେ ପ୍ରତ୍ୟେକ ଆର୍ଜିପାଇଁ  [ଏକଶହ ଟଙ୍କା] ଫିସ ଲାଗିବା ।

କୋର୍ଟ ଫିସ ସଂଯୋଗଦ୍ଵାରା ଅଥବା ଟ୍ରେଜେରୀ ଅଥବା ସବଟ୍ରେଜେରୀର ଯଥାଯଥ ଶିରୋନାମା ଅନୁଯାୟୀ ଜମା ଦ୍ଵାରା ଫିସ ଦଖଲ କରାଯିବ ଏବଂ ଅର୍ଜି ସହିତ ଟ୍ରେଜେରୀ ଚାଲାଣ ସଂଯୁକ୍ତ କରାଯିବ ।

ଶୁଣାଣୀ ସମୟରେ ଯଦି ବିବାଦ ପ୍ରତ୍ୟାହାର କରି ଦିଆଯିବ, କିମ୍ବା  ବିବାଦର ଆପୋଷ ନିଷ୍ପତ୍ତି କରାଯାଏ,  ତେବେ ଦାଖଲ କରାଯାଇଥିବା ଫିସ ଫେରସ୍ତ ଦିଆଯିବ ନାହିଁ ।

ନିୟମ ୭୬. ତତ୍ତ୍ଵବଧାରକ (ସଂରକ୍ଷଣ) ନିଯୁକ୍ତି

ନିବନ୍ଧକ,ମଧ୍ୟସ୍ଥ କିମ୍ବା ବିବାଦର ନିଷ୍ପତ୍ତି କରିବା ପାଇଁ କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତି, ଅବିଭାବକ (ତତ୍ଵାବଧାରକ) ଙ୍କ ଅନୁପସ୍ଥିତ କାରଣରୁ ହେଉ ଅଥବା ତତ୍ଵାବଧାରକ ରୂପେ କାର୍ଯ୍ୟ କରିବାକୁ ପ୍ରତ୍ୟାଖ୍ୟାତ କରିବାର କାରଣରୁ ହେଉ ଅନ୍ୟ ଯେକୌଣସି ବ୍ୟକ୍ତିଙ୍କୁ ଅଭିଭାବକ (ତତ୍ଵାବଧାରକ) ରୂପେ ନିଯୁକ୍ତି ଦେବେ ଏବଂ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ସେଭଳି ଅଭିଭାବକଙ୍କ ଠାରୁ ବିବାଦର ଖର୍ଚ୍ଚ (ପରିବ୍ୟୟ ),  ଆଦାୟ କରିବାକୁ ନିର୍ଦ୍ଦେଶ ଦେବେ  ଅଥବା ସେଭଳି ଖର୍ଚ୍ଚ (ପରିବ୍ୟୟ)ବିବାଦର ଅନ୍ତର୍ଭୁକ୍ତ  ଥିବା ପକ୍ଷ ଅଥବା ପକ୍ଷସମୂହଙ୍କ ଠାରୁ ଆଦାୟ  କରାଯିବ ।

ନିୟମ ୭୭ ବିବାଦର ଆପୋଷ ନିଷ୍ପତ୍ତି ନିମନ୍ତେ କାର୍ଯ୍ୟଧାରା

  1. ୭୦ ଧାରାସ୍ଥ ଉପଧାରା ୧ ର ପ୍ରକରଣ କ, ଖ, ଅଥବା ଗ ଅନୁଯାୟୀ ନିବନ୍ଧକ, କୌଣସି ବ୍ୟକ୍ତି ଅଥବା,ମଧ୍ୟସ୍ଥ ନିକଟକୁ ଯେତେବଳେ ବିବାଦର ଆପୋଷ ନିଷ୍ପତ୍ତି ନିମନ୍ତେ ବିବାଦ ହସ୍ତାନ୍ତର କରାଯାଏ, ସେବେଳେ ସେଭଳି କ୍ଷେତ୍ରରେ ଉପରୋକ୍ତ ବ୍ୟକ୍ତି ସମୂହ ବିବାଦୀର ଶୁଣାଣୀ ପାଇଁ ତାରିଖ, ସମୟ ଓ ସ୍ଥାନ ସ୍ଥିର କରିବେ ଏବଂ ବିବାଦର ଶୁଣାଣୀ ତାରିଖ ସ୍ଥିର ପୂର୍ବରୁ  ୭ ଦିନ ମଧ୍ୟରେ ନିବନ୍ଧକଙ୍କ ଦ୍ଵାରା ନିର୍ଦ୍ଧାରିତ କରାଯାଇଥିବା ଫାରମରେ ତଥା୧୫୦ ନିୟମରେ ନିର୍ଦ୍ଧାରିତ କରାଯାଇଥିବା ନୀତି ଅନୁଯାୟୀ ସମ୍ପୃକ୍ତ ପକ୍ଷଙ୍କୁ ସମାନ ଅଥବା ନୋଟିସ ଦିଆଯିବ ।
  2. ଯେତେବେଳେ ବିବାଦ ଭୁଲକ୍ରମେ ଅନ୍ୟ କୌଣସି ବ୍ୟକ୍ତିଙ୍କ ନାମରେ ଦାଏର କରାଯାଏ ଯେଉଁତିରେ କି ସମସ୍ତ ପ୍ରତିବାଦୀଙ୍କୁ କରାଯାଇ ନଥାଏ ସେତେବେଳେ ବିବାଦର ଆପୋଷ- ନିଷ୍ପତ୍ତି କରୁଥିବା ନିବନ୍ଧକ,ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେ କୌଣସି ବ୍ୟକ୍ତି ଅଥବା ମଧ୍ୟସ୍ଥ ବିବାଦର ଶୁଣାଣୀ ସମୟରେ ଯେକୌଣସି କ୍ଷେତ୍ରରେ ଯଦି ସେଭଳି ଭୁଲ ପ୍ରମାଣିତ ବୋଲି ହୃଦୟଙ୍ଗମ କରନ୍ତି ଅନ୍ୟାନ୍ୟ ଯେକୌଣସି ବ୍ୟକ୍ତିଙ୍କୁ ଦାବି ସ୍ୱରୂପ କରିପାରନ୍ତି ଅଥବା ପ୍ରତିବାଦ ସ୍ୱରୂପ ବଦଳ କିମ୍ବା ଯୋଗ କରିଥାନ୍ତି ।

ନିୟମ ୭୮. ଆୱାର୍ଡ ଅଥବା ବିଚାର

ବିବାଦନ ଅପୋଷ ନିଷ୍ପତ୍ତି କରୁଥିବା ନିବନ୍ଧ୍କ , ମଧ୍ୟସ୍ଥ ଅଥବା ଅନ୍ୟାନଞ୍ଜ କୌଣସି ବ୍ୟକ୍ତି, ପକ୍ଷମାନଙ୍କର ସାକ୍ଷୀ ଓ ସାକ୍ଷ୍ୟ ସଂପର୍କରେ ଏକ ସଂକ୍ଷିପ୍ତ ସ୍ମାରକପତ୍ର ରେକର୍ଡ କରିବେ ଏବଂ ସେଭଳି ସାକ୍ଷ୍ୟ  ରେକର୍ଡ କରିସାରିବା ପରେ ଏବଂ ପକ୍ଷ ସମୂହଙ୍କ ଲିଖିତ ପ୍ରମାଣର ବିଚାର ପରେ ନିବନ୍ଧକ, ମଧ୍ୟସ୍ଥ ଅଥବା ଅନ୍ୟ ବ୍ୟକ୍ତିଙ୍କ ଦ୍ଵାରା  ନ୍ୟାୟ, ନୀରପେକ୍ଷତା ଓ  ସୁବିବେକ ଅନୁଯାୟୀ ଅର୍ୱାର୍ଡ ଓ ବିଚାର ସହିତ ନିର୍ଦ୍ଦେଶିତ ସଂଖ୍ୟା, ପକ୍ଷଙ୍କ ନାମ ଏବଂ ବିବାଦର ବିଷୟବସ୍ତୁ କରାଯିବ ଏବଂ ମଞ୍ଜୁର କରାଯାଇଥିବା ସାହାଯ୍ୟ, ଡିଗ୍ରୀ,  ହୋଇଥିବା ପରିମାଣ, ଅନୁମୋଦନ ଭବିଷ୍ୟତ ହୁଏ (ଯଦିଥାଏ) ଏବଂ ଆୱାର୍ଡ଼ ଓ ବିଚାର ସହିତ ନିର୍ଦ୍ଦେଶିତ ସଂଖ୍ୟା,  ପକ୍ଷଙ୍କ ନାମ ଏବଂ ବିବାଦର ବିଷୟବସ୍ତୁ କରାଯିବ ଏବଂ ମଞ୍ଜୁର କରାଯାଇଥିବା ସାହାଯ୍ୟ, ଡିଗ୍ରୀ ହୋଇଥିବା ପରିମାଣ, ଅନୁମୋଦନ ଭବିଷ୍ୟତ ହୁଏ  (ଯଦି ଥାଏ) ଏବଂ ଆୱାର୍ଡ ମୂଲ୍ୟ (ଯଦିଥାଏ) ସ୍ପଷ୍ଟଭାବରେ ଉଲ୍ଲେଖ କରାଯିବା ସଙ୍ଗେ ସଙ୍ଗେ ଦସ୍ତଖତ କାରାଜୀବ ଏବଂ ପକ୍ଷମାନଙ୍କ ନିକଟକୁ ପଠାଯିବ । ବାବଦର ସମାପ୍ତି  ପରେ ଯଦି ଅବିଳମ୍ବେ ଆୱାର୍ଡ଼ ଓ ବିଚାରର ଘୋଷଣା କରାଯାଏ, ତେବେ ବିବାଦର ଆପୋଷ ନିଷ୍ପତ୍ତି କରୁଥିବା ନିବନ୍ଧକ, ମଧ୍ୟସ୍ଥ ତଥା ଅନ୍ୟାନ୍ୟ ବ୍ୟକ୍ତି ଆର୍ୱାର୍ଡ ପ୍ରଦାନ କରିବାକୁ ତାରିଖ ଓ ସ୍ଥାନ ନିରୂପଣ କରିବେ ଏବଂ କାରଣ ଲିଖିତ ଆକାରରେ ରେକର୍ଡ କରିବା ବ୍ୟତୀତ ସ୍ଥିର କରାଯାଇଥିବା ତାରିଖ ଆର୍ୱାର୍ଡ ପ୍ରଦାନ  କରିବେ ।

ନିୟମ ୭୯. ପକ୍ଷମାନଙ୍କ ଉପସ୍ଥିତି ଏବଂ ଅନୁପସ୍ଥିତିର ପରିମାଣ

  1. ବିବାଦର ଶୁଣାଣୀ ସମୟରେ ଯଦି ପକ୍ଷସମୂହ ଅନୁପସ୍ଥିତ ରୁହନ୍ତି, ତେବେ ସେଭଳି ମାମଲା (କେସ) ଖାରଜ କରାଯିବ।
  2. ମାମଲାର ଶୁଣାଣୀ ସମୟରେ ପ୍ରତିବାଦୀ ଉପସ୍ଥିତ ଓ ବାଦୀ ଅନୁପସ୍ଥିତି ରହିଲେ ମାମଲା ଖାରଜ କରାଯିବ । କିନ୍ତୁ ପ୍ରତିବାଦି ଦାବିକୁ କିମ୍ବା ଦାବିର କୌଣସି ଅଂଶକୁ ସ୍ଵୀକାର କଲେଏପରି ସ୍ଵୀକାର ଉପରେ ପ୍ରତିବାଦୀ ବିରୁଦ୍ଧରେ ଡିଗ୍ରୀ ଜାରି ହେବ ଏବଂ ଯେଉଁଠାରେ ଦାବିର କେବଳ କୌଣସି ଅଂଶକୁ ସ୍ଵୀକାର କରାଯାଇଥିବା ସେପରିସ୍ଥଳେ ମାମଲାର ଅବଶିଷ୍ଟାନ୍ସ ପାଇଁ ମାମଲା ଖାରଜ ହେବ ।
  3. ଯେତେବେଳେ ଦାବୀଙ୍କ ଅନୁପସ୍ଥିତି ଯୋଗୁଁ ମାମଲା ଖାରଜ କରାଯାଏ ସେତେବେଳେ ଦାବୀ ତାଙ୍କର ପୂର୍ବୋକ୍ତ ଅନୁପସ୍ଥିତିରେ ଯୁକ୍ତିଯୁକ୍ତ କାରଣ ଦର୍ଶାଇ ଖାରଜକୁ ଆସିଦ୍ଧ କରିବା ଆବେଦନ କରିପାରନ୍ତି ।
  4. ମାମଲାର ଶୁଣାଣୀ ସମୟରେ ଯଦି ବାଦୀ ଉପସ୍ଥିତ ହୁଅନ୍ତି,  କିନ୍ତୁ ପ୍ରତି ଆଦି ଅନୁପସ୍ଥିତିରେ ଯୁକ୍ତିଯୁକ୍ତ କାରଣ ଦର୍ଶାଇ ଖାରଜକୁ ଅସିଦ୍ଧ କରିବା ପାଇଁ ଆବେଦନ କରିପାରନ୍ତି ।
  5. ଏକ ପକ୍ଷୀୟ ବା ଏକତରଫା ଶୁଣାଣୀ ନିମନ୍ତେ ଯେତେବେଳେ ମାମଲା ସ୍ଥଗିତ ବା ମୁଲତବୀ କରାଯାଏ ଏବଂ ପ୍ରତିବାଦୀ ସେଭଳି ଶୁଣାଣୀ ସମୟରେ ଅଥବା ପୂର୍ବରୁ ଯଦି ଉପସ୍ଥିତ ହୋଇ ପୂର୍ବୋକ୍ତ ଅନୁପସ୍ଥିତ ଯଥାଯଥ କାରଣ ଦର୍ଶାନ୍ତି ସେତେବେଳେ ଅନୁପସ୍ଥିତ ରହିଥିବା ପକ୍ଷ ପୂର୍ବ ନିର୍ଦ୍ଧାରିତ ତାରିଖରେ ଉପସ୍ଥିତ ଥିଲା ବୋଲି ଧରିନିଆଯିବ।  ପ୍ରତିବାଦୀ ମାମଲା ସମ୍ପର୍କୀୟ ସମସ୍ତ ଖର୍ଚ୍ଚ ବହନ କରିବାକୁ  ବାଧ୍ୟ ହେବେ ।
  6. ଯେତେବେଳେ କୌଣସି ମାମଲାରେ ପ୍ରତିବାଦୀ ବିପକ୍ଷ ଏକତରଫା ଡିଗ୍ରୀ ହୁଏ, ସେତେବେଳେ ପ୍ରତିବାଦୀ ଏକତରଫା ଡିଗ୍ରୀକୁ ଅସିଦ୍ଧ କରିବାପାଇଁ ଆବେଦନ କରିପାରନ୍ତି ଏବଂ ଶୁଣାଣୀ ତାରିଖରେ ଅନୁପସ୍ଥିତ ରହିବାର ସନ୍ତୋଷଜଣକ କାରଣ ଦର୍ଶାଇ ପାରିଲେ ଓ ପୁନଶ୍ଚ ଶୁଣାଣୀର ସମସ୍ତ ଖର୍ଚ୍ଚ ବହନ କରିବାକୁ ଚୁକ୍ତିବଦ୍ଧ ହେଲେ,ତାଙ୍କ ବିଷୟରେ ହୋଇଥିବା ଡିଗ୍ରୀକୁ ନାକଚ କରିବାକୁ ନିର୍ଦ୍ଦେଶନାମା ଜାରି କରାଯିବା ସଙ୍ଗେ ସଙ୍ଗେ ମାମଲାର ପୁନର୍ବିଚାର ପାଇଁ ସମୟ ଧାର୍ଯ୍ୟ କରାଯିବ ।

ନିୟମ ୮୦ ଏବଂ ୮୧

ନିୟମ ୮୦. ରେକର୍ଡରେ ବିନିଯୋଗ

  1. ବିଚାର ଓ ଅର୍ୱାର୍ଡ ପରେ କାର୍ଯ୍ୟଧାରାର ମୂଳ ରେକର୍ଡ ନିବନ୍ଧକଙ୍କ ନିର୍ଦ୍ଦେଶରେ ଯଥାସ୍ଥାନ ଓ ଯଥାରୀତିରେ ରଖାଯିବ।
  2. କୌଣସି ବିବାଦ ମାମଲାରେ କୌଣସି ଦଲିଲ ବା ଦସ୍ତାଜୀବ ଅଥବା ରେକର୍ଡ  ପକ୍ଷଙ୍କ ଦ୍ଵାରା ପ୍ରଦତ୍ତ କରାଯାଇଆଥିଲେ, ତାହା ଆବେଦନ ଫଳରେ ଅଥବା ଅପିଲ(ଯଦିଥାଏ) ର ବିଚାର ପରେ ଅଥବା ଅପିଲର ସମୟ ବିଗତ ହେବା ସମସ୍ତ ପକ୍ଷଙ୍କୁ  ଫେରସ୍ତ ଦିଆଯିବ।

ନିୟମ ୮୧ ପ୍ରମାଣିତ ନକଲ

ନିବନ୍ଧକ ଅଥବା ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେ କୌଣସି ବ୍ୟକ୍ତି ପକ୍ଷଙ୍କ ଆବେଦନ ଫଳରେ ବିଚାର ଓ ଆର୍ୱାର୍ଡ ଏକକିତା ପ୍ରମାଣିତ ନକଲ ପକ୍ଷଙ୍କୁ ଯୋଗାଇ ଦେବେ । ପ୍ରତ୍ୟେକ ଏକଶତ ଶବ୍ଦ ଅଥବା ତାହାର ଅଂଶବିଶେଷ ନିମନ୍ତେ [ଦୁଇ ଟଙ୍କା]ଫିସ ପଡିବ   ।

ନିୟମ ୮୨ ବିଚାର ନିର୍ଦ୍ଦେଶର ପରିବ୍ୟୟ

୭୦ଧାରାନୁଯାଇ ବିବାଦର ଆପୋଷ ନିଷ୍ପତ୍ତି କରିଥିବା, ନିବନ୍ଧକ  ମଧ୍ୟସ୍ଥ ଅଥବା ସେଭଳି ବ୍ୟକ୍ତି,  ସେଭଳି ବିବାଦର ଆପୋଷ ନିଷ୍ପତ୍ତି ନିମନ୍ତେ ସମିତି ଫଣ୍ଡରୁ ଖର୍ଚ୍ଚ ଦେବାକୁ ଆଦେଶ କରିବେ କିମ୍ବା ପକ୍ଷ ସମୂହଙ୍କ ଦ୍ଵାରା ସେଭଳି ଖର୍ଚ୍ଚ ବହନ କରାଯିବ।

  • ଏହି ନିୟମର ୧ଉପ-ନିୟମରେ ସ୍ଥିର କରାଯାଇଥିବା ଖର୍ଚ୍ଚ ଅଥବା ପରିବ୍ୟୟ ନିବନ୍ଧକଙ୍କ ଦ୍ଵାରା ସ୍ଥିର କରାଯାଇଥିବା ପରିମାଣ ଅନୁଯାୟୀ ବହନ କରାଯିବ । ପ୍ରକାଶଥାଉ କି ଆର୍ଥିକ ଦାବୀ କ୍ଷେତ୍ରରେ ସେଭଳି ଖର୍ଚ୍ଚ ଅଥବା ପରିବ୍ୟୟ ସ୍ଥିର କରାଯାଇଥିବା, ଧାର୍ଯ୍ୟ କରାଯାଇଥିବା ଆର୍ୱାର୍ଡ ପରିମାଣ ଠାରୁ  ଶତକଡା  ୨୨ ଭାଗରୁ ଅଧିକ ହେବ ନାହିଁ ।

ନିୟମ ୮୨ (କ) ଟ୍ରିବ୍ୟୁନାଲକୁ ବିବାଦର ଉଲ୍ଲେଖ

  1. ଧାରା ୬୭- (ଖ) ଅନୁଯାୟୀ ପ୍ରତ୍ୟେକ ବିବାଦକୁ ଲିଖିତାକାରରେ ସଭ୍ୟ କିମ୍ବା ସମ୍ପୃକ୍ତ ସଭ୍ୟଙ୍କୁ ଉପସ୍ଥାପନ କରାଯିବ, ଯେଉଁଠି ଟ୍ରିବ୍ୟୁନାଲ ଦୁଇଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଥିବା କିମ୍ବା ପଥାସ୍ଥିତି, ତଦନୁପକ୍ଷେ, ସେପରି ଅଧିକାରୀ, ସେହି ସଭ୍ୟ ନିଯୁକ୍ତି ହୋଇଥିଲେ।
  2. ବାଦ ପତ୍ର, ବିବାଦର ବିଷୟବସ୍ତୁ,  ଉପଶମ ଦାବୀ  ଏବଂ ତାହାର କାରଣଗୁଡିକର ବିବରଣୀକୁ ଅନ୍ତର୍ଭୁକ୍ତ କରିବ ।
  3. ଦଫା  ୬୭- ଖ- ଅନୁଯାଇ ଟ୍ରିବ୍ୟୁନାଲକୁ ଉଲ୍ଲେଖିତ ଏକ ବିବାଦ  ବିବାଦରେ ନିୟମାବଳି  ୭୨,୭୩, ୭୪, (୧) ୭୫,(୨) ୭୭,୭୮,୭୯,୮୦,୮୧,୮୨,ର ବ୍ୟବସ୍ଥା ଆବଶ୍ୟକ ପରିବର୍ତ୍ତନ ସହ ପ୍ରଯୁଜ୍ୟ ହେବ  ।

ସଂଶୋଧନ -୧୯୯୭

ନିୟମ ୮୨ର ସଂଶୋଧନ

କଥିତ ନିୟମାବଳୀର ନିୟମ ୮୨-କ ପରେ  ନିମ୍ନଲିଖିତ ସମୟ ସନ୍ନିବିଷ୍ଠ ହେବ । ଯଥା –

“ ୮୨ – ଖ. ବିବାଦ ପ୍ରସଙ୍ଗ ନିକାସକାରୀଙ୍କୁ ଜଣାଯିବ -

  • ଧାରା ୭୫ର ଉପ- ଧାରା  (୪) ଅନୁଯାୟୀ ପ୍ରତ୍ୟେକ ବିବାଦର ପ୍ରସଙ୍ଗ ଲିଖିତଭାବେ କରାଯିବ ଏବଂ ନିକାସକାରୀଙ୍କ ନିକଟରେ ଉପସ୍ଥାପିତ କରାଯିବ ।
  • ବିବାଦ ଅର୍ଜିରେ ବିବାଦ ବିଷୟବସ୍ତୁ ଏବଂ ଦାବୀ କରାଯାଇଥିବା ସାହାଯ୍ୟ ଏବଂ ତା ନିମନ୍ତେ କାରଣ ବିବରଣୀ ଅନ୍ତର୍ବିଷ୍ଟ କରାଯିବ ।
  • ଧାରା ୭୫ର ଉପ-ଧାରା (୪) ଅନୁଯାୟୀ ନିକାଶକାରୀଙ୍କ ଦାଏର  ଅଥବା ଅଥବା ନିକାଶକାରୀଙ୍କୁ ଉଲ୍ଲିଖିତ ଏକ ବିବାଦ ସଂପର୍କରେ ନିୟମ ୭୨,୭୩,୭୪(୧)୭୫,୭୬,୭୭, ୭୮,୭୯,୮୦,୮୧ ଏବଂ ୮୨ ବ୍ୟବସ୍ଥାସମୂହ ଆବଶ୍ୟକ ପରିବର୍ତ୍ତନ ସହିତ ପ୍ରଜ୍ୟୁଯ ହେବ ।(ଏସ.ଆର.ଓ.ସଂଖ୍ୟା ୧୭/୯୭,ତା ୨୩.୦୪.୧୯୯୭)

ଆଧାର – ଦ ଲ ହାଉସ

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate