অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅର୍ଡର ଡିଗ୍ରୀ ଏବଂ ଆୱାର୍ଡ ସମୂହର ସମ୍ପାଦନ (ଭାଗ -୨)

ଅର୍ଡର ଡିଗ୍ରୀ ଏବଂ ଆୱାର୍ଡ ସମୂହର ସମ୍ପାଦନ (ଭାଗ -୨)

ନିୟମ ୧୧୮ ଏବଂ ୧୧୯

ନିୟମ ୧୧୮. ଅଚଳନ୍ତି ସଂପତ୍ତିର କୋରଖ ଓ ବିକ୍ରୟ ନିମନ୍ତେ କାର୍ଯ୍ୟବିଧି -

ଯଦି ଅଚଳନ୍ତି ସଂପତ୍ତି ପୂର୍ବରୁ କୋରଖ କରାନଯାଇଛି, ତେବେ ସେଭଳି ଅଚଳନ୍ତି ସଂପତ୍ତିର ଡିଗ୍ରୀ ସଂପାଦାନ ଦ୍ଵାରା ବିକ୍ରୟ କରାଯାଇ ପାରିବ ନାହିଁ   ।

ନିୟମ ୧୧୯. କୋରଖ ହେବାକୁ ଥିବା ଅଚଳନ୍ତି ସଂପତ୍ତିର ବିବରଣୀ –

୯୯ ନିୟମ ଅନୁଯାୟୀ ଅଚଳନ୍ତି ସଂପତ୍ତିର କୋରଖ ଏବଂ ବିକ୍ରୟ ଅଥବା କୋରଖ ବ୍ୟତୀତ ବିକ୍ରୟ ନିମନ୍ତେ ଦାଖଲ କରାଯାଇଥିବା ଆବେଦନରେ କୋରଖ ହେବାକୁ ଥିବା ସେଭଳି ଅଚଳନ୍ତି ସଂପତ୍ତିର ନିର୍ଦ୍ଧାରିତ ନିମନ୍ତେ ଯଥେଷ୍ଟ ପରିମାଣର ବିବରଣୀ ଏବଂ ସେଭଳି ସଂପତ୍ତି ସମ୍ବନ୍ଧରେ ସୀମା ଅଥବା କୋରଖ ନିର୍ଦ୍ଧାରିତ ଏବଂ ସେଭଳି ଖିଲାପକାରୀଙ୍କର ସେଭଳି ସଂପତ୍ତିର ବିବରଣୀ ଅଥବା ଖିଲାପକାରୀ ପରିବାରର ଯେକୌଣସି ପ୍ରାପ୍ତ ବୟସ୍କ  ପୁରୁଷ ଅଥବା ତାଙ୍କର (ଖିଲାପକାରୀଙ୍କ) କ୍ଷମତାପୂର୍ଣ୍ଣ ଏଜେଣ୍ଟ (ପ୍ରତିନିଧି) ଙ୍କ ନିକଟକୁ ପଠାଇବ । ଯଦି ଉପରୋକ୍ତ ବ୍ୟକ୍ତି ସମୂହଙ୍କ ନିକଟକୁ ଦାବି ନୋଟିସର ଏକାକିତା ନକଲ ପଠାଇବା ସମ୍ଭବପର ନ ହୁଏ ,  ତେବେ ଦାବି ନୋଟିସର ଏକକିତା ନକଲ ଖିଲାପକାରୀ ଅଥବା କୋରଖ ବିନା ବିକ୍ରୟ ହେବାକୁଥିବା ଅଚଳନ୍ତି ସଂପତ୍ତି ଥିବା ସ୍ଥାନର ଯେକୌଣସି ଖୋଲାଶ ସ୍ଥାନରେ ଲଟକାଇ ଦେବେ  । ପ୍ରକାଶଥାଉକି, ଯଦି ଇଲାକାଧିନ ମୁଖ୍ୟ ଅଫିସର ହୃଦୟଙ୍ଗମ କରନ୍ତି ଯେ, ଖିଲାପକାରୀ ଉଦ୍ଦେଶ୍ୟ ରାଖୀ ତାଙ୍କ ବିରୁଦ୍ଧରେ ମୀମାଂସା କରାଯାଇଥିବା ସମ୍ପାଦିତ କାର୍ଯ୍ୟଧାରାକୁ ଅବମାନନା କରି ସେଭଳି ସଂପତ୍ତିକୁ ପୂର୍ଣ୍ଣଭାବରେ ବା ଆଂଶିକ ଭାବରେ ହସ୍ତାନ୍ତରିତ କରିବାକୁ ଚାହୁଁଛନ୍ତି , ତେବେ ୯୯ ନିୟମ ଅନୁଯାୟୀ ଦାବି ନୋଟିସ ଜାରି କରିଥିବା ସ୍ଥାନୀୟ ଇଲାକାର ମୁଖ୍ୟ ଅଫିସର ଖିଲାପକାରୀଙ୍କୁ ତାଙ୍କ ଦ୍ଵାରା ପ୍ରଦତ୍ତ ଅର୍ଥ ପରିମାଣ ନିମନ୍ତେ ସମୟ ମଞ୍ଜୁର କରିବେ ନାହିଁ  ଏବଂ ଖିଲାପକାରୀଙ୍କ ସଂପତ୍ତି ଅବିଳମ୍ବେ କୋରଖ କରାଯିବ ।

ନିୟମ ୧୨୧ ଏବଂ ୧୨୨

ନିୟମ ୧୨୧. ଖିଲାପକରିଙ୍କ ଦ୍ଵାରା ପରିଶୋଧ ଅବହେଳା କରାଗଲେ କାର୍ଯ୍ୟଧାରା  -

ଖିଲାପକାରୀ ଯଦି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଦାବି ନୋଟିସରେ ନିର୍ଦ୍ଧାରିତ କରାଯାଇଥିବା ପରିମାଣ ପରିଶୋଧ କରିବାକୁ ଅକୃତକାର୍ଯ୍ୟ ହୁଅନ୍ତି ବା ଅବହେଳା କରନ୍ତି , ତେବେ କାର୍ଯ୍ୟଧାରା ନିମନ୍ତେ ଦାଖଲ କରାଯାଇଥିବା ଆବେଦନ ପତ୍ରରେ ଉଲ୍ଲିଖିତ କରାଯାଇଥିବା ରୀତି ଅନୁଯାଇ ବିକ୍ରୟ ଅଫିସର ଖିଲାପକାରୀଙ୍କ ଅଚଳନ୍ତି ସଂପତ୍ତିର କୋରଖ ଏବଂ ବିଷୟ ଅଥବା କୋରଖ ବିନା ବିକ୍ରୟ କରିବାକୁ ଅଗ୍ରସର ହେବେ ।

ନିୟମ ୧୨୨. କୋରଖ କରିବା ପଦ୍ଧତି –

ବିକ୍ରୟ ପୂର୍ବରୁ ଯେତେବେଳେ କୋରଖ କରିବାର ଆବଶ୍ୟକ ହୁଏ, ସେତେବେଳେ ବିକ୍ରୟ ଅଫିସର ଯଥା ସମ୍ଭବ କୋରଖ କରାଯିବାର ନୋଟିସ ଖିଲାପକାରୀଙ୍କୁ ବ୍ୟକ୍ତିଗତ ଭାବେ ଦେବେ ।  ଯଦି କୋରଖ ନୋଟିସ ବ୍ୟକ୍ତିଗତଭାବେ ଦେବା ସମ୍ଭବ ନହୁଏ,  ତେବେ ସେଭଳି ନୋଟିସ ଖିଲାପକାରୀ ବାସଗୃହ ପରିସର ଏକ ଖୋଲାସ୍ଥାନରେ ଲଟକାଇ ଦିଆଯିବ।  ବିକ୍ରୟର ଯଥୋଚିତ ପ୍ରଚାର କରିବା ପାଇଁ ଯଦି ମୁଖ୍ୟ ଅଫିସର ଆବଶ୍ୟକ ମାନେ କରନ୍ତି, ତେବେ କୋରଖ ବିଷୟବସ୍ତୁ ଡେଙ୍ଗୁରା ଦ୍ଵାରା ଅଥବା ଅନ୍ୟାନ୍ୟ ପରମ୍ପରା ଗତ ପଦ୍ଧତି ଦ୍ଵାରା ସେଭଳି ସଂପତ୍ତି – ସଂଲଗ୍ନ କୌଣସି ସ୍ଥାନ ଏବଂ ଅନ୍ୟାନ୍ୟ ସେଭଳି ସ୍ଥାନ କିମ୍ବା ସ୍ଥାନସମୂହରେ ପ୍ରଚାର କରାଯିବ  ।  ନୋଟିସରେ ନିର୍ଦ୍ଧିଷ୍ଟ କରାଯାଇଥିବା ତାରିଖ ମଧ୍ୟରେ ପରିମାଣ ସହିତ ସୁଧ, ଏବଂ ଖର୍ଚ୍ଚ , ସ୍ଥାନୀୟ ଇଲାକାର ପ୍ରିନ୍ସପାଲ ଅଫିସରଙ୍କ ସମ୍ମୁଖରେ ଦାଖଲ କରାନଗଲେ,  କୋରଖ ନୋଟିସ ବଳବତ୍ତର ରହିବ ।  ବିକ୍ରୟ ଅଫିସର ନିର୍ଦ୍ଦେଶ ଦେଲେ କୋରଖ କାର୍ଯ୍ୟଧାରା ଗେଜେଟରେ ପ୍ରକାଶିତ ହୋଇପାରିବେ   ।

ନିୟମ ୧୨୩. ବିକ୍ରୟ ପୂର୍ବରୁ ଘୋଷଣା

ବିକ୍ରୟ ନିମନ୍ତେ ନିର୍ଦ୍ଧିଷ୍ଟ କରାଯାଇଥିବା ତାରିଖର ୩୦ ପୂର୍ବରୁ ସ୍ଥାନୀୟ ଇଲାକାର ମୁଖ୍ୟ ଅଫିସରଙ୍କ ଅଫିସର ନୋଟିସ ବୋର୍ଡରେ ନୋଟିସ ସଂଯୋଗ ଦ୍ଵାରା ବିକ୍ରୟ ଘୋଷଣା ପ୍ରକାଶିତ ହେବ ସଙ୍ଗେ ସଙ୍ଗେ ବିକ୍ରୟ ତାରିଖ, ପୂର୍ବୋକ୍ତ ଗ୍ରାମରେ ଡେଙ୍ଗୁରା ଦ୍ଵାରା ଅଥବା ଅନ୍ୟାନ୍ୟ ପରମ୍ପରାଗତ ପଦ୍ଧତି  ଦ୍ଵାରା ଘୋଷଣା କରାଯିବ ଏବଂ ବିକ୍ରୟ ଆରମ ହେବା ପୂର୍ବରୁ ତାରିଖର ଦିନ ମଧ୍ୟ ଘୋଷଣା କରାଯିବ । ବିକ୍ରୟ ଘୋଷଣାର ଏକକିତା ନକଲ ନିକଟରେ ଥିବା ରେଭିନ୍ୟୁ ଅଫିସରଙ୍କ ନିକଟକୁ ପଠାଯିବ  (ଯେଉଁ ରେଭିନ୍ୟୁ ଅଫିସରଙ୍କ କ୍ଷେତ୍ରାଧିକାର ସୀମା ମଧ୍ୟମରେ ସେଭଳି ଗ୍ରାମ ଅନ୍ତର୍ଗତ) ଏବଂ ରେଭିନ୍ୟୁ ଅଫିସର ସେଭଳି ବିକ୍ରୟ ଘୋଷଣାକୁ ତାଙ୍କ ଅଫିସର ନୋଟିସ ବୋର୍ଡରେ ଲଟକାଇ ଦେବେ । ବିକ୍ରୟ ଘୋଷଣାରେ ବିକ୍ରୟ ସମୟ ତଥା ସ୍ଥାନ ଉଲ୍ଲେଖ କରାଯିବ ଏବଂ ନିମ୍ନଲିଖିତ ବିଷୟବସ୍ତୁ ଯଥାସମ୍ଭବ ନିର୍ଭୁଲ ଭାବରେ ଏବଂ ନ୍ୟାର୍ଯ୍ୟ ଭାବରେ ଉଲ୍ଲେଖ କରାଯିବ,  ଯଥା-

  1. ବିକ୍ରୟ ହେବାକୁ ଥିବା ସଂପତ୍ତି
  2. ସଂପତ୍ତି ଅନ୍ତର୍ଗତ ଯେ କୌଣସି ଦାୟିତ୍ଵ
  3. ଆଦାୟଯୋଗ୍ୟ ପରିମାଣ, ଯେଉଁଥିପାଇଁ ସଂପତ୍ତିର ବିକ୍ରୟ ନିମନ୍ତେ କରାଯାଇଆଥାଏ   ।
  4. ଅନ୍ୟାନ୍ୟ ବିଷୟବସ୍ତୁ, ଯାହା କି ବିକ୍ରୟ ଅଫିସର ଗୁରୁତ୍ଵପୂର୍ଣ୍ଣ ମନେକରି ଖରିଦଡାର ନିମନ୍ତେ ସଂପତ୍ତିର ମୂଲ୍ୟ ନିର୍ଣ୍ଣୟ କରନ୍ତି ।

ନିୟମ ୧୨୪. ସର୍ବସାଧାରଣରେ ନିଲାମ ଦ୍ଵାରା ବିକ୍ରୟ

  1. ଯେତେବେଳେ ଏହି ନିଯମାନୁଯାଇ ଯେକୌଣସି ଅଚଳନ୍ତି ସଂପତ୍ତି ବିକ୍ରୟ କରାଯାଏ, ସେତେବେଳେ ବିକ୍ରୟ ସର୍ବସାଧାରଣରେ ପ୍ରକାଶିତ ହୋଇ ନିଲାମ କରାଯିବ । ଏଠିରେ ଉଲ୍ଲେଖ ଅଛି ଯେ, ଯେତେବେଳେ ମୂଲ୍ୟ ଅନୁଚିତ ରୂପେ ସ୍ୱଳ୍ପ ପରିମାଣର ହୁଏ ଅଥବା ଆନୟନୀ କାରଣ ଯୋଗୁଁ ବିକ୍ରୟ ଅଫିସର ଉଚିତ ନିଲାମ ଡାକକୁ ଗ୍ରହଣ କରିବାକୁ ଅସ୍ଵୀକାର କରନ୍ତି, ସେତେବେଳେ ବିକ୍ରୟ ଅଫିସର ସେସବୁର କାରଣ ଲିପିବଦ୍ଧ କରିବେ । ଏଥିରେ ଆଉ ମଧ୍ୟ ଉଲ୍ଲେଖ ଅଛି ଯେ, ମୁଖ୍ୟ ଅଫିସର ଅଥବା ବିକ୍ରୟ ଅଫିସର ହୁଏତ ସ୍ଵେଚ୍ଛାକୃତ ଭାବେ ନିର୍ଦ୍ଧିଷ୍ଟ ଦିନ ପର୍ଯ୍ୟନ୍ତ ଏବଂ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବିକ୍ରୟକୁ ସ୍ଥଗିତ ରଖିପାରନ୍ତି ଏବଂ ସେଭଳି ସ୍ଥଗିତର କାରଣ କରିପାରନ୍ତି । ଯେତେବେଳେ ବିକ୍ରୟ ୧୫ ଦିନରୁ ଅଧିକ ପର୍ଯ୍ୟନ୍ତ ସ୍ଥଗିତ କରାଯାଏ, ଅଥବା ଯେତେବେଳେ ସ୍ୱଳ୍ପ ସମୟ ପର୍ଯ୍ୟନ୍ତ ବିକ୍ରୟ ସ୍ଥଗିତ କରାଯାଏ, ଯାହାକି ମୋଟରେ ୧୫ ଦିନର ଅଧିକ ହୁଏ, ସେତେବେଳେ ୧୨୩ ନିୟମାନୁଯାୟୀ ପୁନଶ୍ଚ ଘୋଷଣା କରାଯିବ । କିନ୍ତୁ ଏପରି କ୍ଷେତ୍ରରେ ଦୁଇଜଣ ସାକ୍ଷୀ ଉପସ୍ଥିତିରେ ଖିଲାପକାରୀ ସେଭଳି ସଂପତ୍ତିକୁ ଦାବି ପ୍ରତ୍ୟାହାର କରିବାର କାରଣ ଲିଖିତାକାରରେ ସମ୍ମତି ଦେବେ  । ବିକ୍ରୟର  ସମୟ ମୁଖ୍ୟ ଅଫିସରଙ୍କ ଦ୍ଵାରା ସ୍ଥିର କରାଯିବା ଏବଂ ମୁଖ୍ୟ ଅଫିସରଙ୍କ ଅଫିସର ଘୋଷଣା ନୋଟିସ ସଂଯୋଗ ତାରିଖଠାରୁ ଅନ୍ୟୁନ ୩୦ ଦିନ ବିଗତ ହେବାପରେ ସଂପତ୍ତି ବିକ୍ରୟ କାର୍ଯ୍ୟ ଆରମ୍ଭ କରାଯିବା ଅଥବା ସ୍ଥାନୀୟ ଇଲାକାର ମୁଖ୍ୟ ଅଫିସରଙ୍କ ଦ୍ଵାରା ସ୍ଥିର କରାଯାଇଥିବା ଜନସାଧାରଣ ସମାଗମ  ସଂଲଗ୍ନ ସ୍ଥାନରେ ବିକ୍ରୟ କରାଯିବା  ।
  2. ଡିଗ୍ରୀଦାର ଅଥବା ଖିଲାପକାରୀଙ୍କ ହିତ ପାଇଁ ଯଦି ବିକ୍ରୟ ଅଫିସର ଆବଶ୍ୟକ ମନେକରନ୍ତି, ତେବେ ସଂପତ୍ତିକୁ ସ୍ଵତନ୍ତ୍ର ଭାଗ ଅଂଶରେ ବିଭାଜନ କରିବାକୁ ତାଙ୍କର କ୍ଷମତା ରହିବ। ପୃଥକ,ଭାବରେ ଘୋଷଣାର ଆବଶ୍ୟକତା ଉପଲବ୍ଧ କରାଯାଇ ନପାରେ । ଯେତେବେଳେ ବିକ୍ରୟ ଘୋଷଣାରେ ସ୍ଵତନ୍ତ୍ର ଭାଗ ବା ଅଂଶ ଏବଂ ପ୍ରତ୍ୟେକ ସ୍ଵତନ୍ତ୍ର ଭାଗ ବା ଅଂଶର ବିକ୍ରୟ  ସମୟରେ ସ୍ଵତନ୍ତ୍ର ଭାଗ ବା ଅଂଶର ପରିବର୍ତ୍ତନ କରିପାରିବେ ନାହିଁ ଏବଂ ବିକ୍ରୟ ଆଦେଶର କୌଣସି ବ୍ୟତିକ୍ରମ କରିବେ ନାହିଁ ।

ନିୟମ ୧୨୫. ଖରିଦଦାରଙ୍କ ଦ୍ଵାରା ଜମା କରାଯିବା ଏବଂ ଅନାଦେୟରେ ବିକ୍ରୟ

  1. ଅଚଳନ୍ତି ସଂପତ୍ତି ପ୍ରତ୍ୟେକ ସମବାୟ ଯେଉଁ ବ୍ୟକ୍ତି ଖରିଦଦାର ରୂପେ ସାବ୍ୟସ୍ତ ହୋଇଥିବେ,  ସେଭଳି ବ୍ୟକ୍ତି  (ଖରିଦଦାର) ଘୋଷଣା କରାଯିବା ପରେ ଅବିଳମ୍ବେ ଘୋଷଣା କରାଯାଇଥିବା, ପରିମାଣର ଶତକଡା  ୨୦ ଭାଗ ଜମା କରିବେ ଅଥବା ଖରିଦଅର୍ଥ ବିକ୍ରୟ ଅଫିସରଙ୍କୁ ଦେବେ ଏବଂ ଅନାଦେୟରେ ସଂପତ୍ତି ତତକ୍ଷଣାତ ପୁନଶ୍ଚ ବିକ୍ରୟ କରାଯିବ ।
  2. ଉଲ୍ଲେଖଥାଉ କି, ଯେତେବେଳେ ଡିଗ୍ରୀଦାର, ଖରିଦଦାର ହୁଅନ୍ତି ଏବଂ  ୧୨୯ ନିୟମାନୁଯାଇ ଖରିଦ ମୂଲ୍ୟ ଦେବାକୁ ହକଦାର ହୁଅନ୍ତି,  ସେତେବେଳେ ବିକ୍ରୟ ଅଫିସର ଏହି ନିୟମର ଆବଶ୍ୟକମତେ ବିକ୍ରୟ କାର୍ଯ୍ୟ ସମାପ୍ତ କରିବେ ।

  3. ଉପ- ନିୟମ (୧) ଅନୁଯାୟୀ ପ୍ରାପ୍ତ ହୋଇଥିବା ଅର୍ଥ, ନିବନ୍ଧକଙ୍କ ଦ୍ଵାରା ନିର୍ଦ୍ଧାରିତ କରାଯାଇଥିବା ପଦ୍ଧତି ଅନୁଯାୟୀ ଜମା କରାଯିବ ।

ସଂଶୋଧନ - ୧୯୯୭

ନିୟମ ୧୨୫ର ସଂଶୋଧନ –

କଥିତ ନିୟମାବଳିର ନିୟମ ୧୨୫ର ଉପ- ନିୟମ (୨)ରେ ଶବ୍ଦ "ନିବନ୍ଧକ" ଯେଉଁଠାରେ ଦୃଶ୍ୟମାନ ହେବ,  ସେଠାରେ ଶବ୍ଦାବଳି " ମହା- ସମୀକ୍ଷକ (ଅଡିଟର ଜେନେରାଲ) ପ୍ରତିସ୍ଥାପିତ ହେବ  ।

ନିୟମ ୧୨୬ ଏବଂ ୧୨୭

ନିୟମ ୧୨୬. ଖରିଦ ମୂଲ୍ୟର ବକେୟା ପ୍ରଦତ୍ତ ଅର୍ଥର ସମୟ

ଖରିଦ ମୂଲ୍ୟର ବକେୟା ଅର୍ଥ ଆଇନର [ଅନୁସୂଚି] ୫ ପରିଚ୍ଛେଦ ଅନୁଯାଇ ସାଧାରଣ ଷ୍ଟାମ୍ଫ ତଥା ସାର୍ଟିଫିକେଟ ନିମନ୍ତେ ଆବଶ୍ୟକ ହେଉଥିବା ପରିମାଣ ବିକ୍ରୟ ତାରିଖଠାରୁ  ୧୫ ଦିନ ମଧ୍ୟରେ ପ୍ରଦତ୍ତ କରାଯିବ ।

ଉଲ୍ଲେଖଥାଉ କି  ମୁଖ୍ୟ ଅଫିସର ବିବେଚନା ସହ ଷ୍ଟାମ୍ଫର ଦାମ ପ୍ରଦତ୍ତ କରିବାର ସମୟକୁ ଖରିଦଦାର, ପରିମାଣ ପରିଶୋଧ କରିବାକୁ ସମସ୍ତ ସୁବିଧା ପାଇବେ ଯାହାକି ସେ ୧୨୯ ନିୟମାନୁଯାୟୀ ହକଦାର ରହିବାର ବିବେଚିତ ହେବେ ।

ନିୟମ ୧୨୭. ଅର୍ଥ ଦେବାକୁ ଖିଲାପ କଲେ କାର୍ଯ୍ୟଧାରା

ପରବର୍ତ୍ତୀ ନିୟମରେ ନିର୍ଦ୍ଧିଷ୍ଟ କରାଯାଇଥିବା ସମୟ ମଧ୍ୟରେ ଯଦି ପରିଶୋଧ ଖିଲାପ କରାଯାଏ,  ଏବଂ ବିକ୍ରୟର ଖର୍ଚ୍ଚ ବିହନ କରିବା ପରେ ଯଦି ମୁଖ୍ୟ ଅଫିସର ଉପଯୁକ୍ତ ବିବେଚନା କରନ୍ତି,  ତେବେ ଅମାନତ (ଜମା କରାଯାଇଥିବା ଅର୍ଥ) ବ୍ୟାଜ୍ୟାପ୍ତ କରାଯାଇ ସରକାରଙ୍କୁ ଦିଆଯିବ ଏବଂ ଖିଲାପକାରୀ ଖରିଦାରଙ୍କ ପୂର୍ବରୁ ବିକ୍ରୟ ହେବାକୁ ଥିବା ସଂପତ୍ତି ଓ ଅର୍ଥର ଯେକୌଣସି ଭାଗର ଦାବିକୁ ବ୍ୟାଜ୍ୟାପ୍ତ କରିବେ ।

ଏଥିରେ ଉଲ୍ଲେଖ ଅଛି ଯେ ଯେତେବେଳେ ୧୨୮ ନିୟମାନୁଯାୟୀ ପୁନଃ ବିକ୍ରୟ କରାନଯାଏ ଅଥବା ଯେତେବେଳେ ଅନାଦେୟ ପରେ ଖରିଦଦାର ଦ୍ଵାରା ଖିଲାପକାରୀ ପ୍ରାପ୍ୟ ଅର୍ଥ ପ୍ରଦତ୍ତ କରେ , ସେତେବେଳେ ଅମାନତ ଅର୍ଥ ବ୍ୟାଜ୍ୟପ୍ତ କରାଯିବ ନାହିଁ ।

ନିୟମ ୧୨୮. ପୁନଃବିକ୍ରୟ

  1. ୧୨୬ ନିୟମରେ ନିର୍ଦ୍ଧିଷ୍ଟ କରାଯାଇଥିବା ପରିମାଣ, ସ୍ଥିରୀକୃତ ସମୟ ମଧ୍ୟରେ ପରିଶୋଧ କରାନଗଲେ ପ୍ରତ୍ୟେକ ଅଚଳନ୍ତି ସଂପତ୍ତିର ପୁନଃବିକ୍ରୟ, ପୁନଶ୍ଚ ଘୋଷଣା ଜାରି କରାଯିବା ପରେ ବିକ୍ରୟ ନିମନ୍ତେ ଘୋଷଣାରେ ଉଲ୍ଲିଖିତ କରାଯାଇଥିବା ସମୟ ଓ ପଦ୍ଧତି ଅନୁଯାୟୀ କାର୍ଯ୍ୟକାରୀ କରାଯିବ ।
  2. ୧୧୦,୧୨୫ ଅଥବା ୧୨୮ ନିୟମାନୁଯାୟୀ ହୋଇଥିବା ପୁନଃବିକ୍ରୟ ସମୟରେ ଯଦି ଖରିଦଦାରଙ୍କ ଖିଲାପ ବା ଅନାଦେୟ କାରଣ ଯୋଗୁଁ କୌଣସି ମୂଲ୍ୟର ଅଭାବ ହୁଏ,  ତେବେ ସେଭଳି ଅଭାବ ଏହି ନିୟମର ବ୍ୟବସ୍ଥାନୁଯାୟୀ ଖିଲାପକାରୀ ଖରିଦଦାରଙ୍କ ଠାରୁ ଆଦାୟ କରାଯିବ ଏବଂ ପୁନଃବିକ୍ରୟ ଆନୁଷଙ୍ଗିକ ଖର୍ଚ୍ଚ ବିକ୍ରୟ ଅଫିସରଙ୍କ ଦ୍ଵାରା ପ୍ରମାଣିତ ହୋଇ ସ୍ଥାନୀୟ ଇଲାକାର ମୁଖ୍ୟ ଅଫିସରଙ୍କ ନିକଟକୁ ପଠାଯିବ ।  ଯଦି ଉପରୋକ୍ତ ଆଦାୟ ନିମନ୍ତେ ଆନୁଷଙ୍ଗିକ ବ୍ୟୟ କରାଯାଇଥାଏ ସେଭଳି ବ୍ୟୟ ଖିଲାପକାରୀ ଖରିଦଦାର ବିହନ କରିବେ ।
  3. ଦ୍ଵିତୀୟ ବିକ୍ରୟ ସମୟରେ ଯେତେବେଳେ ସଂପତ୍ତିର ମୂଲ୍ୟ ପ୍ରଥମ ବିକ୍ରୟ ମୂଲ୍ୟଠାରୁ ଅଧିକ ହୁଏ,  ସେତେବେଳେ ପ୍ରଥମ ବିକ୍ରୟର ପୃଥକ ତଥା ବର୍ଦ୍ଧିତ ମୂଲ୍ୟ ଉପରେ ଖିଲାପକାରୀ ଖରିଦଦାରଙ୍କ କୌଣସି ଦାବି ରହିବ ନାହିଁ  ।
  4. ଡିଗ୍ରୀଦାର, ଖିଲାପକରି-ଖରିଦଦାରଙ୍କ ବିରୁଦ୍ଧରେ ମୋକଦ୍ଦମା କରି ପାରିବେ ନାହିଁ ଏବଂ ପ୍ରାପ୍ୟ ପରିମାଣର ଆଦାୟ ନିମନ୍ତେ ଡିଗ୍ରୀଦାର ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ।

ନିୟମ ୧୨୯ ଏବଂ ୧୩୦

ନିୟମ ୧୨୯. ଡିଗ୍ରୀର ପରିମାଣ ଦେୟ ଆକାରରେ ଗ୍ରହଣ କରାଯିବା

ଯଦି ଡିଗ୍ରୀଦାର କୋରଖ ସଂପତ୍ତିକୁ କ୍ରୟ କରନ୍ତି , ତେବେ କ୍ରୟ ମୂଲ୍ୟ ଏବଂ ଡିଗ୍ରୀ ଉପରେ ଥିବା ପ୍ରାପ୍ୟ ପରିମାଣ ପରସ୍ପର ବିରୁଦ୍ଧରେ ହିସାବକୁ ନିଆଯିବ ଏବଂ ବିକ୍ରୟ ଅଫିସର ସେହି ଅନୁସାରେ ଡିଗ୍ରୀର ସମୁଦାୟ କିମ୍ବା ଆଂଶିକ ଚୁକ୍ତି ବା ଘୋଷଣା ସମ୍ପର୍କରେ ବ୍ୟବସ୍ଥା କରିବେ ।

ନିୟମ ୧୩୦. ପ୍ରାପ୍ୟ ପରିମାଣର ପ୍ରଦତ୍ତ କରାଗଲେ ସଂପତ୍ତି ମୁକ୍ତ କରାଯିବ  -

ବିକ୍ରୟ କାର୍ଯ୍ୟକରି ହେବା ପୂର୍ବରୁ ଯେକୌଣସି ସମୟରେ ଯଦି ଖିଲାପକରି ଅଥବା ତାଙ୍କ ତରଫରୁ କାର୍ଯ୍ୟ କରୁଥିବା ଯେକୌଣସି ବ୍ୟକ୍ତି ଅଥବା ବିକ୍ରୟ ହେବାକୁ ଥିବା ସଂପତ୍ତି ଦାବି କରୁଥିବା ଯେ କୌଣସି ବ୍ୟକ୍ତି ପ୍ରାପ୍ୟ ପରିମାଣ ସହ ସୁଧ , ବଟା ଏବଂ ବିକ୍ରୟର ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ସହିତ କୋରଖ ପରିବ୍ୟୟ (ଯଦି ଥାଏ)ର ସମସ୍ତ ସହ ସୁଧ,ବଟା, ଏବଂ ବିକ୍ରୟର ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ସହିତ କୋରଖ ପରିବ୍ୟୟ (ଯଦି ଥାଏ) ର ସମସ୍ତ ପରିମାଣ ପ୍ରଦତ୍ତ କରିବା ସଙ୍ଗେ ସଙ୍ଗେ ଆଇନର ଅନୁସୂଚିର ପରିଚ୍ଛେଦ ୧ ଅନୁଯାୟୀ ଆବେଦନ ଦାଖଲ କରେ ,  ତେବେ ବିକ୍ରୟ ଅଫିସର ସଂପତ୍ତିର ବିକ୍ରୟ କାର୍ଯ୍ୟକାରୀ କରିବେ ନାହିଁ  ଏବଂ ଅବିଳମ୍ବେ କୋରଖ ଆଦେଶ ରଦ୍ଦ କରିବା ପରେ ସମିତିକୁ (କୋରଖରୁ) ମୁକ୍ତ କରିବେ ।

ଯଦି ଏକ ବ୍ୟକ୍ତି ଭିନ୍ନ ଅନେକ ବ୍ୟକ୍ତି ଅମାନତ ଦାଖଲ କରିବାକୁ ଅଗ୍ରସର ହୁଅନ୍ତି ଏବଂ ଆଇନର ପରିଚ୍ଛେଦ(୧) ଅନୁଯାୟୀ ଆବେଦନ କରନ୍ତି, ତେବେ ବିକ୍ରୟକୁ ଅସିଦ୍ଧ ଘୋଷଣା କରିବା ନିମନ୍ତେ କ୍ଷମତାପ୍ରାପ୍ତ ଅଫିସରଙ୍କ ନିକଟରେ ଆବେଦନ ଦାଖଲ କରିଥିବା ପ୍ରଥମ ଅମାନତକାରୀଙ୍କ ଆବେଦନ କେବଳ ଗ୍ରହଣ କରାଯିବ ।

ନିୟମ ୧୩୧ ଏବଂ ୧୩୨

ନିୟମ ୧୩୧. କୋରଖ ପରେ ସଂପତ୍ତିର ବ୍ୟକ୍ତିଗତ ହସ୍ତାନ୍ତର

ଏହି ନିୟମାନୁଯାୟୀ ଯେତେବେଳେ ଯେ କୌଣସି କୋରଖ,  କୌଣସି  ବ୍ୟକ୍ତିଗତ  ହସ୍ତାନ୍ତରକାରଣ ଅଥବା ଅର୍ପିତ ସଂପତ୍ତିର କୋରଖ ଅଥବା ସେଭଳି ସଂପତ୍ତିରେ ଥିବା ସ୍ଵାର୍ଥ ଇତ୍ୟାଦିର କୋରଖ ସମ୍ପାଦିତ ହୁଏ ଏବଂ ଅପରପାଖରେ ସେଭଳି କୋରଖକୁ ଭିତ୍ତିକରି ଖିଲାପକାରୀଙ୍କୁ ଦେୟ ଯେକୌଣସି ଲାଭାଂଶ ଅଥବା ଅନ୍ୟାନ୍ୟ ଅର୍ଥର କୋରଖ କରାଯାଏ  ସେତେବେଳେ କୋରଖ ଅନୁଯାୟୀ ପ୍ରବର୍ତ୍ତନୀୟ ସମସ୍ତ ଦାବି ବିରୁଦ୍ଧରେ ତାହା ରଦ୍ଦ କରାଯିବ  ।

ସ୍ପଷ୍ଟୀକରଣ - ଏହି ଉପନିୟମର ଉଦ୍ଦେଶ୍ୟ ନିମନ୍ତେ,  କୋରଖ ଅନୁଯାୟୀ ପ୍ରବର୍ତ୍ତନୀୟ ଦାବି ମଧ୍ୟରେ ୧୩୭ ନିୟମାନୁସାରେ ସମୁଦାୟ ସଂପତ୍ତିର ପାରସ୍ପରିକ ବଣ୍ଟନ ପାଇଁ ଦାବି ଗଣ୍ୟ ହେବ  ।

ନିୟମ ୧୩୨. ସମନଜାରି କରୁଥିବା ବ୍ୟକ୍ତିଙ୍କୁ ବଟା ଦିଆଯିବ

ଏହି ନିୟମ ଅନୁଯାୟୀ ନୋଟିସ ଅଥବା ଅନ୍ୟାନ୍ୟ ପରୱାନା ଜାରି କରିବା ପାଇଁ ନିଯୁକ୍ତ କୌଣସି କର୍ମଚାରୀ,  ନିବନ୍ଧକ ସମୟ ସମୟରେ ଧାର୍ଯ୍ୟ କରିଥିବା ହାର (ଅନୁପାତ)ନ ବଟା ପାଇବାକୁ ହକଦାର ଅଟନ୍ତି  ।

ନିୟମ ୧୩୩ ଏବଂ ୧୩୪

ନିୟମ ୧୩୩. ଅମାନତ ଅର୍ଥର ବିନିଯୋଗ

ବିକ୍ରୟ ଲବ୍ଧ ଅର୍ଥ ବା ବିକ୍ରୟମୂଲ୍ୟ,  ସମବାୟ ସମିତି ଆଇନର ବ୍ୟବସ୍ଥିତ ପଦ୍ଧତି ଅନୁଯାୟୀ ବିନିଯୋଗ କରାଯିବ ।  ୯୮ ନିୟମର ଉପନିୟମ(୧) ଅନୁଯାୟୀ ଜମା କରାଯାଇଥିବା ପରିମାଣ ଆବେଦନକାରୀଙ୍କୁ ଫେରସ୍ତ ଦିଆଯିବ ।  କିନ୍ତୁ ଯେତେବେଳେ ଚଳନ୍ତି ସଂପତ୍ତିର ବିକ୍ରୟ ଓ କୋରଖ  ତଥା ଅଚଳନ୍ତି ସଂପତ୍ତିର କୋରଖ ଏବଂ କୋରଖ ବିନା ବିକ୍ରୟର ଖର୍ଚ୍ଚ ଓ ପରିବ୍ୟୟ, ବିକ୍ରୟ ମୂଲ୍ୟଠାରୁ ଅଧିକ ହୁଏ, ଯେଉଁ କ୍ଷେତ୍ରରେ ସେଭଳି ଅଧିକ ମୂଲ୍ୟ ଉଦବୃତ୍ତ ତଥା ଅମାନତ ପରିମାଣରୁ  (ଯଦି ଥାଏ) ବାଦ କରାଯାଏ,  ସେତେବେଳେ ଅମାନତ ପରିମାଣ ଆବେଦନକାରୀଙ୍କୁ ଫେରସ୍ତ ଦିଆଯିବ  ।

ନିୟମ ୧୩୪. ପରିଶୋଧ କରାଯାଇଥିବା ପ୍ରାପ୍ୟ ପରିମାଣର ରସିଦ

କୌଣସି ପ୍ରାପ୍ୟ ଅର୍ଥ ପ୍ରଦତ୍ତ କରିଥିବା ପ୍ରତ୍ୟେକ ବ୍ୟକ୍ତି ପରିଶୋଧ କରିଥିବା ପରିମାଣର ରସିଦ ପାଇବାକୁ ହକଦାର ଅଟନ୍ତି ।  ବିକ୍ରୟ ଅଫିସର ଅଥବା ଏଥି ନିମନ୍ତେ  ମୁଖ୍ୟ ଅଫିସରଙ୍କ ସାଧାରଣ ଓ ବିଶେଷ ଆଦେଶ ଦ୍ଵାରା କ୍ଷମତାପ୍ରାପ୍ତ ଅଫିସର ଉପରୋକ୍ତ ରସିଦରେ ଦସ୍ତକ୍ଷତ କରିବେ ଏବଂ ନିବନ୍ଧକଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ଶେବହଳି ରସିଦରେ ଅର୍ଥ ପ୍ରଦତ୍ତ କରିଥିବା ବ୍ୟକ୍ତିଙ୍କ ନାମ ଏବଂ କାହିଁକି ସେଭଳି ପରିମାଣ ପ୍ରଦତ୍ତ କରାଗଲା ତାର ବିଷୟବସ୍ତୁ ଅନ୍ତର୍ଭୁକ୍ତ କରାଯିବ।

ନିୟମ ୧୩୫. କୋରଖ ସଂପତ୍ତି ଉପରେ କରାଯାଇଥିବା ଦାବି ଏବଂ ଆପତ୍ତି ଅଭିଯୋଗର ଅନୁସନ୍ଧାନ

  1. ଏହା ଅନୁଯାୟୀ କୋରଖ କରାଯାଇଥିବା ଯେ କୌଣସି ସଂପତ୍ତିର କୋରଖ ସମ୍ପର୍କରେ ଯଦି କୌଣସି ଦାବି ଅଥବା ଆପତ୍ତି ଅଭିଯୋଗ ଆରୋପ ବା ଦାଏର କରାଯାଏ, ତେବେ ବିକ୍ରୟ ଅଫିସର ଉପରୋକ୍ତ ଦାବି ଅଭିଯୋଗର ଅନୁସନ୍ଧାନ କରିବେ ଏବଂ ଏହାର ତତ୍ପର୍ଯ୍ୟ ଅନୁଯାୟୀ ବିଚାର ବା ମୀମାଂସା କରିବେ ।
  2. ଉଲ୍ଲେଖଥାଉକି,  କୋରଖ ଅଭିଯୋଗ କରାଯାଇଥିବା ସମ୍ପର୍କରେ ଯେତେବେଳେ ବିକ୍ରୟ ଅଫିସର ଦାବିଡାର ତଥା ଆପତ୍ତିକାରୀଙ୍କୁ ବିକ୍ରୟ ସମୟରେ ନିଜେ ଉପସ୍ଥିତ ରହିବାକୁ ନୋଟିସ ଦେବା ସଙ୍ଗେ ସଙ୍ଗେ ଅବିଳମ୍ବେ ସଂପତ୍ତିର ବିକ୍ରୟ ଏବଂ ବିକ୍ରୟଲବ୍ଧ ଅର୍ଥ ବିକ୍ରୟ ଅଫିସରଙ୍କ ତତ୍ଵାବଧାନରେ ରଖାଯିବ ।

  3. ଉପ- ନିୟମ (୨) ରେ ଉଲ୍ଲେଖ କରାଯାଇଥିବା ଦାବିଦାର ଅଥବା ଆପତ୍ତିକାରୀ କୋରଖ ସମୟ, ସଂପତ୍ତିରେ ସେମାନଙ୍କର ସ୍ଵାର୍ଥ ଅଥବା କୋରଖ ସଂପତ୍ତି ସେମାନଙ୍କର ଅଧିକାରରେ ଅଥବା ପ୍ରକାଶ କରିବାକୁ ସନ୍ତୋଷଜନକ ସାକ୍ଷ୍ୟ ଉପସ୍ଥାପିତ କରିବେ ।
  4. ପୂର୍ବୋକ୍ତ ଅନୁସନ୍ଧାନକୁ ଭିତ୍ତିକରି ତଥା ଦାବି ଓ ଆପତ୍ତିରେ ବର୍ଣ୍ଣିତ କାରଣକୁ ଭିତ୍ତିକରି ଯଦି ବିକ୍ରୟ ଅଫିସର ବିବେଚନା କରନ୍ତି ଯେ, ସେଭଳି ସଂପତ୍ତିର କୋରଖ ତାରିଖରେ ଖିଲାପକାରୀ ଅଥବା ତାଙ୍କ (ଖିଲାପକାରୀ)ର ବିଶ୍ଵାସୀ ଅନ୍ୟ କୌଣସି ବ୍ୟକ୍ତି ଅଥବା ପ୍ରଜା ଅଥବା ତାଙ୍କୁ (ପ୍ରଜାଙ୍କୁ) ଖଜଣା ଦେଉଥିବା ଅନ୍ୟାନ୍ୟ ବ୍ୟକ୍ତିଙ୍କ ଅଧିକାରରେ ନଥିଲା,  ଅଥବା ସେଭଳି ସଂପତ୍ତି ପୂର୍ବୋକ୍ତ ତାରିଖରେ (କୋରଖ ହେବାକୁ ଥିବା ତାରିଖ) ଖିଲାପକାରୀଙ୍କ ଅଧିକାରରେ ଅଛି, ତେବେ ପୁନଶ୍ଚ ବିକ୍ରୟ ଅଫିସର ଉପଯୁକ୍ତ ବିବେଚନା କରିସାରିବା ପରେ ସେଭଳି ସଂପତ୍ତିକୁ ପୂର୍ଣ୍ଣାଭାବରେ ଅଥବା ଆଂଶିକ ଭାବରେ କୋରଖରୁ ମୁକ୍ତ କରିବାକୁ ଅର୍ଡର କରିବେ ।  ପୁନଶ୍ଚ ବିକ୍ରୟ ଅଫିସର ଯଦି ଉପଯୁକ୍ତ ବିବେଚନା କରନ୍ତି ଯେ, କୋରଖ ତାରିଖରେ ସେଭଳି ସଂପତ୍ତି ଖିଲାପକାରୀଙ୍କର ଅଧିକାରରେ ନ ଥିଲା, ଏବଂ ଅନ୍ୟ ବ୍ୟକ୍ତି ଅଥବା ତାଙ୍କର(ଖିଲାପକାରୀ) ବିଶ୍ଵାସୀ କୌଣସି ବ୍ୟକ୍ତିଙ୍କର ଅଧିକାରରେ ନଥିଲା ଅଥବା ପ୍ରଜା ଅଥବା ପ୍ରଜାଙ୍କୁ ଖଜଣା ଦେଉଥିବା ବ୍ୟକ୍ତିଙ୍କର ଅଧିକାରରେ ନ ଥିଲା ତେବେ ବିକ୍ରୟ ଅଫିସରର ଦାବିକୁ ନାମଞ୍ଜୁର କରିବେ ଏବଂ ପକ୍ଷ ଯେଉଁ ବିରୁଦ୍ଧରେ ଅର୍ଡର କରାଯାଇଥିବା ତାର ଅଧିକାର  (ଯାହାକି ବିବାଦୀୟ ସଂପତ୍ତିରୁ ଦାବି କରିଥାଏ) ସାବ୍ୟସ୍ତ କରିବାକୁ ଅର୍ଡର ତାରିଖ ୬ ମାସ ମଧ୍ୟରେ ସମୁଚିତ ଅଦାଲତରେ ମୋକଦ୍ଦମା ଦାଏର କରିପାରନ୍ତି ।  ସେଭଳି ମକଦ୍ଦମାର ଫଳାଫଳକୁ ଭିତ୍ତିକରି ଅର୍ଡର ଚୁଡାନ୍ତ କରାଯିବ ।

ନିୟମ ୧୩୬ ଏବଂ ୧୩୭

ନିୟମ ୧୩୬. କୋରଖ ସ୍ଥିରୀକରଣ -

ଯେଉଁଠାରେ ଏକ ଡିଗ୍ରୀକୁ କାର୍ଯ୍ୟକାରୀ କରାଇବା ପାଇଁ କୌଣସି ସଂପତ୍ତି କୋରଖ କରାଯାଇଥାଏ,  କିନ୍ତୁ ଡିଗ୍ରୀଦାରଙ୍କ ଖିଲାପ କରଣରୁ ସମ୍ପୃକ୍ତ ଇଲାକାର ପ୍ରିନ୍ସପାଲ ଅଫିସର ଆବେଦନକୁ ନାମଞ୍ଜୁର କରିପାରନ୍ତି ଅଥବା କୌଣସି ଯୁକ୍ତିଯୁକ୍ତ କରଣ ନିମନ୍ତେ କାର୍ଯ୍ୟାନୁଷ୍ଠାନ ଆଗିଲା ତାରିଖରୁ ସ୍ଥଗିତ ରଖିପାରନ୍ତି  । ସେଭଳି ଆବେଦନର ଖାରଜ କରାଯିବା ସଙ୍ଗେ ସଙ୍ଗେ କୋରଖ ବନ୍ଦ କରାଯିବ  ।

ନିୟମ ୧୩୭ ଦେୱାନୀ ଅଦାଲତରେ ଡିଗ୍ରୀ ସମ୍ପାଦନ ଦ୍ଵାରା କୋରଖ ଏବଂ ଅନୁପାତ ଅନୁଯାୟୀ ସଂପତ୍ତିର ବଣ୍ଟନ -

  1. ଯେତେବେଳେ ବିକ୍ରୟ ଅଫିସରଙ୍କ ଦ୍ଵାରା କୌଣସି ସଂପତ୍ତି କୋରଖ କରାଯାଇଥାଏ ଅଥବା ଏହି ନିୟମାନୁଯାୟୀ କୌଣସି ସଂପତ୍ତି କୋରଖ କରିଥାନ୍ତି, ଯେଉଁ ସମ୍ପତ୍ତିକୁ କୌଣସି ଅଦାଲତ ଦାୟିତ୍ଵରେ ନଥାଏ, କିନ୍ତୁ ଅଦାଲତରେ ଡିଗ୍ରୀ ସମ୍ପାଦନ ଦ୍ଵାରା କୋରଖ ହେବାକୁ ଥାଏ,  ସେତେବେଳେ ସେଭଳି ଅଦାଲତ ଉପରୋକ୍ତ ସଂପତ୍ତିରେ ଥିବା ଦାବି ନିର୍ଣ୍ଣୟ କରିବେ ଏବଂ ସେଭଳି କୋରଖ ସଂପତ୍ତି ଉପରେ ଥିବା କୌଣସି ଆପତ୍ତି ନିଷ୍ପତ୍ତି କରିବେ ।
  2. ପ୍ରକାଶଥାଉକି, ସେଭଳି ସଂପତ୍ତି ଯଦି ଏକ ଅଦାଲତ ଭିନ୍ନ ଅନେକ ଅଦାଲତରେ (ଯେଉଁ ଅଦାଲତ ସେଭଳି ସଂପତ୍ତି ଗ୍ରହଣ କରିବା ସଙ୍ଗେ ସଙ୍ଗେ କୋରଖ କାର୍ଯ୍ୟକରି କରିଥାଆନ୍ତି) ଡିଗ୍ରୀ ସଂପାଦାନଦ୍ଵାରା କୋରଖ ହେବାକୁ ଥାଏ ତେବେ ଉପରୋକ୍ତ ଅଦାଲତକୁ ଉଚ୍ଚକ୍ଷମତାସମ୍ପର୍ଣ୍ଣ ଅଦାଲତ ରୂପେ ମନେ କରାଯିବ ଅଥବା ଯଦି ସେଭଳି ଅଦାଲତ (ଯେଉଁ ଅଦାଲତର ଡିଗ୍ରୀ ଅନୁଯାୟୀ ସଂପତ୍ତି ପ୍ରଥମ କୋରଖ କରାଯାଇଥାଏ) ମଧ୍ୟରେ ସ୍ଵତନ୍ତ୍ରତା ପରିଲିଖିତ ନ ହୁଏ, ତେବେ ସେଭଳି ଅଦାଲତକୁ ଉଚ୍ଚକ୍ଷମତାସମ୍ପର୍ଣ୍ଣ ଅଦାଲତ ରୂପେ ମନେ କରାଯିବ ।

  3. ଯଦି ବିକ୍ରୟ ଅଫିସରଙ୍କ ଦ୍ଵାରା ସଂପତ୍ତିର ନିର୍ଣ୍ଣୟ କରାଯାଏ ଏବଂ ବିକ୍ରୟ ଅଫିସର ସେଭଳି ଖିଲାପକାରୀଙ୍କ ବିରୁଦ୍ଧରେ ଡିଗ୍ରୀ ସମ୍ପାଦନ ନିମନ୍ତେ ଏକାଧିକ ଡିଗ୍ରୀଦାରଙ୍କ ଠାରୁ ଦାବି ନୋଟିସ ଗ୍ରହଣ କରନ୍ତି ଏବଂ ଯଦି ଡିଗ୍ରୀଦାରଙ୍କର ଆପତ୍ତିର ସମାଧାନ କରାଯାଏ,  ତେବେ ଆଦାୟର ପରିସଂପତ୍ତି ବା ଲାଭର ବ୍ୟୟ ହ୍ରାସ କରାଯିବା ପରେ ବିକ୍ରୟ ଅଫିସର  ଦେୱାନୀ ବିଧାନ,୧୯୦୮ ର ୭୩ ଦଫାରେ ବ୍ୟବସ୍ଥିତ ପଦ୍ଧତି ଅନୁଯାୟୀ ସଂପତ୍ତିକୁ ପ୍ରତ୍ୟେକ ଡିଗ୍ରୀଦାର ମଧ୍ୟରେ ଆନୁପାତିକ ହିସାବରେ ବିତରଣ କରାଯିବ।

ନିୟମ ୧୩୮. ସରକାରଙ୍କ ଦେୟ ଅର୍ଥର ନିମନ୍ତେ କାର୍ଯ୍ୟବିଧି

  1. ସରକାରଙ୍କୁ ପ୍ରଦତ୍ତ କରାଯିବାର ଅର୍ଥ ଯଦି ମୁଖ୍ୟ ଅଫିସରର ତାଙ୍କର ଇଚ୍ଛାନୁଯାୟୀ ସେଭଳି ଅର୍ଥର ଆଦାୟ ନିମନ୍ତେ ସମବାୟ ସମିତି ଓ ନିୟମାନୁଯାୟୀ ତାଙ୍କ ସମ୍ମୁଖରେ ଦାଖଲ କରାଯାଇଥିବା ଆବେଦନ ଉପରେ ମୁଖ୍ୟ ଅଫିସର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ   ।
  2. ୯୮ ନିୟମର ଉପନିୟମ (୧) ଅନୁଯାୟୀ ଆବଶ୍ୟକ କରାଯାଇଥିବା ପରିବ୍ୟୟ ସଦୃଶ କୌଣସି ଅର୍ଥ ଜମା ଆକାରରେ ରଖାଯାଇ ପାରିବ ନାହିଁ   ।
  3. ନିୟମ ୧୦୯ ଅନୁଯାଇ ଦାବି ନୋଟିସ ଖିଲାପକାରୀଙ୍କୁ ଦେବା ଉଦ୍ଦେଶ୍ୟରେ ଡିଗ୍ରୀଦାରଙ୍କୁ ପୂର୍ବରୁ ନୋଟିସ  ଦେବା  ବିକ୍ରୟ ଅଫିସରଙ୍କ ପକ୍ଷେ ଦରକାର ନାହିଁ ଏବଂ ତାଙ୍କର ସଂପତ୍ତି କଓୟାଖ କରିବା ପାଇଁ ଆବଶ୍ୟକୀୟ ମୂଲ୍ୟ ଦେଇ ନ ପାରିଲେ ବିକ୍ରୟ ଅଫିସର ତାଙ୍କର ସଂପତ୍ତି କୋରଖ କରିବେ ଏବଂ ଉପରୋକଟ ନିୟମର ବ୍ୟବସ୍ଥାନୁଯାୟୀ କ୍ଷମତାପ୍ରାପ୍ତ ବିକ୍ରୟ ଅଫିସର କୋରଖ ସଂପତ୍ତିର ଦାୟିତ୍ଵ ବିହନ କରିବାକୁ ଆବଶ୍ୟକ  କରିବେ ବା ଆବଶ୍ୟକ ଦେବେ ।
  4. ଡିଗ୍ରୀଦାରଙ୍କ ନିକଟକୁ କୋରଖ ନୋଟିସ (ଯାହାକି ୧୨୨ ନିୟମ ଦ୍ଵାରା ଆବଶ୍ୟକ ହୁଏ) ତାର ଏକକିତା ନକଲ ପଠାଯିବ ଆବଶ୍ୟକ ହୋଇନପାରେ ।
  5. ଡିଗ୍ରୀଦାରଙ୍କ ନିକଟକୁ ଘୋଷଣାର ନୋଟିସ  (ଯାହାକି  ୧୨୩ ନିୟମ ଦ୍ଵାରା ଆବଶ୍ୟକ ହୁଏ) ପଠାଯିବା ଆବଶ୍ୟକ ହୋଇନପାରେ ।
  6. ସମବାୟ ସମିତି ଆଇନ ଅନୁସୂଚିର୧ ମଭାଗ ଅନୁଯାୟୀ ପ୍ରଦତ୍ତ କରାଯାଇଥିବା ଆବଶ୍ୟକୀୟ ଅର୍ଥ ସରକାରଙ୍କ ତରଫରୁ ବିକ୍ରୟ- ଅଫିସରଙ୍କୁ ପ୍ରଦତ୍ତ କରାଯିବ ।

ନିୟମ ୧୩୯. ସଂପତ୍ତିର କୋରଖ ସର୍ତ୍ତାବଳୀ

  1. ୧୦୫ ଦଫାନୁଯାୟୀ ଏକ ଦରଖାସ୍ତ କରାଯିବ ସଙ୍ଗେ ସଙ୍ଗେ ସେଥିରେ ନିମ୍ନଲିଖିତ ବିଷୟବସ୍ତୁ ଅନ୍ତର୍ଗତ କରାଯିବ, ଯଥା –
    • ନିବନ୍ଧକଙ୍କ ସ୍ଥାନୀୟ ଇଲାକାର ଅଧିକାରରୁ ତଥା ୬୦ ଧାରାରେ ଉଲ୍ଲିଖିତ ବିବାଦୀୟ ବିଷୟବସ୍ତୁକୁ ଭିତ୍ତିକରି ଯଦି ପକ୍ଷ ପ୍ରାୟ ମୋଟାମୋଟିଭାବେ ତାର ସଂପତ୍ତିର କୌଣସି ଅଂଶ ଅଥବା ସେଭଳି ସଂପତ୍ତିର କୌଣସି ଅଂଶବିଶେଷ ବିକ୍ରୟ କରିବାକୁ ସ୍ଥିର କରିବା ସହିତ ଏହି ଆଇନାନୁଯାୟୀ ତାଙ୍କ ବିରୁଦ୍ଧରେ ପାସ କରାଯାଇଥିବା ଆୱାର୍ଡ ,ଡିଗ୍ରୀ କିମ୍ବା ଅର୍ଡରକୁ କାର୍ଯ୍ୟକାରୀ କରାଇବାରେ ହେଲା ବା ଅସଫଳ କରାଇବା ଉଦ୍ଦେଶ୍ୟ ରଖିବା ଯୁକ୍ତି ସପକ୍ଷରେ ସନ୍ତୋଷଜନକ ସାକ୍ଷ୍ୟ ।
    • କୋରଖ ହେବାକୁ ସଂପତ୍ତିର ସମସ୍ତ ବିବରଣୀ, ଅଟକଳ କରାଯାଇଥିବା ମୂଲ୍ୟ (ସଂପତ୍ତିର ମୂଲ୍ୟ) ଏବଂ ସଂପତ୍ତିର ଦାବି ।
  2. ନିବନ୍ଧକଙ୍କ ଦ୍ଵାରା ନିର୍ଧାରିତ ହୋଇଥିବା ଫାରମ ଏବଂ ନିୟମାବଳିର ବ୍ୟବସ୍ଥିତ ପଦ୍ଧତି ଅନୁଯାୟୀ କୋରଖ କରାଯିବ ।
  3. ଯେଉଁ ମାମଲା ସମ୍ପର୍କରେ କୋରଖ ପାଇଁ ସଂପତ୍ତି ସଂଲଗ୍ନ ହୋଇଥିବା ସେହି ମାମଲାରେ ପକ୍ଷ ନଥିବା ବ୍ୟକ୍ତିଙ୍କର ସଂପତ୍ତିରେ କୋରଖ ପୂର୍ବରୁ ଥିବା ଅଧିକାର ପ୍ରତି ୧୦୫ ଦଫାନୁଯାୟୀ ହୋଇଥିବା କୋରଖ ନିମିତ୍ତ ସଂପତ୍ତି ସଂଲଗ୍ନ ଆଞ୍ଚ ଆଣିବ ନାହିଁ କିମ୍ବା କୋରଖ ନିମିତ୍ତ ସଂଲଗ୍ନ ହୋଇଥିବା ସଂପତ୍ତିର ମାଲିକଙ୍କ ବିପକ୍ଷରେ ଡିଗ୍ରୀ ଦାଖଲ କରିଥିବା ବ୍ୟକ୍ତିଙ୍କୁ ଏପରି ଡିଗ୍ରୀ ବଳରେ କୋରଖ ସଂଲଗ୍ନର ଦାଖଲରେ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଡିଗ୍ରୀ ପାଶ କରାଯାଏ ।  ସେତେବେଳେ  ସେଭଳି ଡିଗ୍ରୀର ସମ୍ପାଦନ ନିମନ୍ତେ ଦରଖାସ୍ତର ଆବଶ୍ୟକ ହୋଇ ଆବଶ୍ୟକ ହୋଇନପାରେ ।
  4. ୧୦୫ ଦଫାନୁଯାୟୀ ପାଶ କରାଯାଇଥିବା ଯେକୋଣସି କୋରଖ ଆଦେଶ (ଅର୍ଡର), ନିବନ୍ଧକ ତାଙ୍କୁ ସୁବିବେଚନା ଦ୍ଵାରା  ସେଭଳି କୋରଖ ଆଦେଶକୁ ସଂପତ୍ତିକୁ ମୁକ୍ତ କରିପାରନ୍ତି ଅଥବା ସେଭଳି ଆଦେଶରେ ପ୍ରଭାବିତ ଯେକୌଣସି ପକ୍ଷ ଯଦି ନିବନ୍ଧକଙ୍କ ସମ୍ମୁଖରେ ଆବେଦନ ଉପସ୍ଥାପିତ କରନ୍ତି,  ତେବେ ନିବନ୍ଧକ ସମ୍ପୃକ୍ତ ପକ୍ଷ ଅଥବା ପକ୍ଷ ସମୂହଙ୍କ ସୁନାନି ନିମନ୍ତେ ଉପଯୁକ୍ତ ସୁବିହା ସୁଯୋଗ ଦେବା ପରେ ସେଭଳି କୋରଖ ଆଦେଶରୁ ସଂପତ୍ତିକୁ ମୁକ୍ତ କରିପାରନ୍ତି ଅଥବା ପରିବର୍ତ୍ତନ ଅଥବା ଅସିଦ୍ଧ କରିପାରନ୍ତି ।
  5. କୌଣସି ସଂପତ୍ତିର କୋରଖ ନିମନ୍ତେ ସେତେବେଳେ ସମବାୟ ସମିତି ଆଇନ ୧୦୫ ଦଫାନୁଯାୟୀ ନିର୍ଦ୍ଦେଶ କରାଯାଏ, ଯେତେବେଳେ ନିବନ୍ଧକ ନିମ୍ନଲିଖିତ କୋରଖ ପ୍ରତ୍ୟାହାର କରିବା ନିମନ୍ତେ ଆଦେଶ ଦେବେ ।
    • ଯେତେବେଳେ ସମ୍ପୃକ୍ତ ପକ୍ଷ କୋରଖର ପରିବ୍ୟୟ ନିମନ୍ତେ ବନ୍ଧକ ସହିତ ଆବଶ୍ୟକୀୟ ବନ୍ଧକ ଦାଖଲ କରନ୍ତି,  ଅଥବା
    • ସମବାୟ ସମିତି ଆଇନ ୭୫ ଦଫା ଉପଦଫା (୨) ର ପ୍ରକରଣ “ଖ” ଅନୁଯାୟୀ ଯେତେବେଳେ ନିକାଶକରି ସ୍ଥିର କରନ୍ତି ଯେ କୌଣସି ପକ୍ଷ ଦ୍ଵାରା ଅଂଶଦାନ କରାଯିବ ନାହିଁ; ଅଥବା ।
    • ସମବାୟ ସମିତି ଆଇନର  ୭୦ ଦଫା ଉପ-ଦଫା ୧ ଅନୁଯାୟୀ କେତେବେଳେ ନିବନ୍ଧକ ଅର୍ଡର ପାଶ କରନ୍ତି ଯେ,  ସମ୍ପୃକ୍ତ ପକ୍ଷ କ୍ଷତିପୂରଣ ବାବଦକୁ ସମିତିର ସମ୍ପର୍କରେ କୌଣସି ଅର୍ଥ, ସଂପତ୍ତି ଅଥବା କୌଣସି ଅର୍ଥର ଅଂଶଦାନ କରିବାକୁ ବାଧ୍ୟ ନୁହନ୍ତି,  ଅଥବା
    • ସମବାୟ ସମିତି ଆଇନର ୭୦ ଦଫା ଉପଦଫା (୧) ରେ ନିର୍ଦ୍ଧାରିତ ବିବାଦ ଯେତେବେଳେ ପକ୍ଷଙ୍କ (ଯାହାଙ୍କର ସଂପତ୍ତି କୋରଖ କରାଯାଇଥାଏ) ବିପକ୍ଷରେ ନିଷ୍ପତ୍ତି ହୋଇଥାଏ ।

ସଂଶୋଧନ – ୧୯୯୭

ନିୟମ ୧୩୯ର ସଂଶୋଧନ -

ପୂର୍ବୋକ୍ତ ନିୟମାବଳିର ନିୟମ ୧୩୯ ର (I) ର ଉପ- ନିୟମ (କ) ନିମନ୍ତେ ନିମ୍ନଲିଖିତ ପ୍ରକରଣ ପ୍ରତିସ୍ଥାପିତ ହେବ ।  ଯଥା -

  • ବିବାଦର ସମର୍ଥନରେ ସନ୍ତୋଷଜନକ ସାକ୍ଷ୍ୟ  ଏହି ଯେ ପକ୍ଷ ଆଇନାନୁଯାୟୀ ତାଙ୍କ ବିପକ୍ଷରେ ହୋଇଥିବା ଅଥବା ପାଶ କରାଯାଇଥିବା ଆଦେଶ (ଅର୍ଡର), ନିଷ୍ପତ୍ତି (ଡିସିସନ) ଅଥବା ବିଳମ୍ବ ଅଥବା ବାଧାପ୍ରଦାନ କରିବା ଉଦ୍ଦେଶ୍ୟରେ ନିବନ୍ଧକ ମହା ସମୀକ୍ଷକ,  ଅଥବା ଆବଶ୍ୟକସ୍ଥଳେ ନିକାଶକାରୀଙ୍କ ସ୍ଥାନୀୟ କ୍ଷେତ୍ରାଧିକାରରୁ ଆଇନର ଧାରା  ୬୭,୬୮ ଅଥବା ୭୫ ଅନୁଯାୟୀ ବିବାଦ ଅଥବା କାନୁନି କାର୍ଯ୍ୟବାହୀ ସମ୍ପର୍କୀୟ ସଂପତ୍ତିକୁ ସଂପୂର୍ଣ୍ଣ ଅଥବା ତାହାର ଅଂଶବିଶେଷକୁ ବିକ୍ରୟ କରିବାର ପ୍ରାୟତଃ ସ୍ଥିର କରିଅଛି ।
    • ଉପ- ନିୟମ (୩) ର ପ୍ରାରମ୍ଭିକ ଭାଗରେ ଥିବା ଶବ୍ଦ “ନିବନ୍ଧକ” ପାଇଁ ଶବ୍ଦାବଳୀ “ମହା- ସମୀକ୍ଷକ“ ଅଥବା ଆବଶ୍ୟକସ୍ଥଳେ ସମାପକ ବା ନିକାଶକାରୀ, ପ୍ରତିସ୍ଥାପିତ ହେବ ।
    • ଉପ- ନିୟମ (୩)ର ପ୍ରକରଣ (ଖ) ନିମନ୍ତେ ପ୍ରକରଣ ପ୍ରତିସ୍ଥାପିତ ହେବ ।
    • ଯେତେବେଳେ ନିକାଶକାରୀ ବା ସମାପକ ଧାରା  ୭୫ ଅନୁଯାୟୀ ନିର୍ଦ୍ଧାରଣ କରନ୍ତି କରନ୍ତି ଯେ, ସମ୍ପୃକ୍ତ ପକ୍ଷଦ୍ଵାରା କୌଣସି ଅଂଶଦାନ ଦେୟଯୋଗ୍ୟ ନୁହେଁ ଅଥବା ଯେଉଁ ପକ୍ଷଙ୍କ ପାଇଁ କୋରଖ କରାଯାଇଥିଲା,  ସେହି ପକ୍ଷ ବିରୁଦ୍ଧେ ନିଷ୍ପତ୍ତି କରନ୍ତି  ।
    • ଉପ- ନିୟମ (୩)ର ପ୍ରକରଣ (ଗ)ରେ ଥିବା ଶବ୍ଦାବଳୀ,ଅଙ୍କ ଏବଂ ବନ୍ଧନୀ “ଉପ- ଧାରା (୧) ଅନୁଯାୟୀ ନିବନ୍ଧକ ପାଶ କରିଥିବା ଏକ ଆଦେଶ ନିମନ୍ତେ ଶବ୍ଦାବଳୀ “ମହା- ସମୀକ୍ଷକ“ (ଅଡିଟର – ଜେନେରାଲ) ଅଥବା ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ହୋଇଥିବା ଯେକୌଣସି ବ୍ୟକ୍ତିଙ୍କ ଦ୍ଵାରା ପାଶ କରାଯାଉଥିବା “ଆଦେଶାନୁଯାୟୀ“ ପ୍ରତିସ୍ଥାପିତ ହେବ;
    • ଉପ- ନିୟମ (୬) ରେ ଥିବା ଶବ୍ଦ “ନିବନ୍ଧକ” ନିମନ୍ତେ ଶବ୍ଦାବଳୀ “କର୍ତ୍ତୃପକ୍ଷ ଯେ କି ସେପରି କୋରଖର ଆଦେଶ ପାଶ କରିଛନ୍ତି  “ପ୍ରତିସ୍ଥାପିତ ହେବ;(ଏସ.ଆର.ଓ.ସଂଖ୍ୟା ୧୭/୯୭, ତା ୨୩.୦୪.୧୯୯୭)

ଆଧାର – ଦ ଲ ହାଉସ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate