অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭୂ-ଉନ୍ନୟନ ବ୍ୟାଙ୍କ ନିମନ୍ତେ ବିଶେଷ କାର୍ଯ୍ୟବିଧି

ନିୟମ ୧୪୦. ୯୦ ଦଫାନୁଯାୟୀ କାର୍ଯ୍ୟଧାରା

  1. ନିବନ୍ଧକଙ୍କ ଦ୍ଵାରା ନିର୍ଦ୍ଧାରିତ ହୋଇଥିବା ଅନୁପାତ ବା ପରିମାଣ ଅନୁଯାୟୀ ଆବେଦନକାରୀ ଯଦି କୋରଖ ଓ ବିକ୍ରୟର ଆବଶ୍ୟକୀୟ ପରିବ୍ୟୟ ଜମା ନକରନ୍ତି ତେବେ ସମବାୟ ସମିତି ଆଇନ ୯୦ ଦଫାର ଉପ-ଦଫା ୧ ଅନୁଯାୟୀ କରାଯାଇଥିବା କୌଣସି ଆବେଦନ (ଦରଖାସ୍ତ) ଗ୍ରହଣ କରାଯିବ ନାହିଁ ।
  2. ନିବନ୍ଧକଙ୍କ ଦ୍ଵାରା ନିର୍ଦ୍ଧାରିତ କରାଯାଇଥିବା ଫରମ ଅନୁଯାୟୀ ଆବେଦନ କରାଯିବ ଏବଂ ତାହା (ଆବେଦନ ଫର୍ମ) ରାଜ୍ୟ ଭୂ- ଉନ୍ନୟନ ବ୍ୟାଙ୍କ ଅଥବା ଭୂ- ଉନ୍ନୟନ ବ୍ୟାଙ୍କର ବୋର୍ଡ ଅଥବା କମିଟି ଦ୍ଵାରା କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କ ଦ୍ଵାରା ଯଥାବିଧି ଦସ୍ତଖତ କରାଯିବ । ଆବେଦନ ପ୍ରାପ୍ତି ଜମି ଅବସ୍ଥିତ ଥିବା ସମବାୟ ବିଭାଗର ମୁଖ୍ୟ ଅଫିସର ଯଦି ମାନେ କରନ୍ତି ଯେ ଆବେଦନରେ ଅନ୍ତର୍ଭୁକ୍ତ ବିଷୟବସ୍ତୁ ସତ୍ୟ ତେବେ ସେ (ସମବାୟ ବିଭାଗର ମୁଖ୍ୟ ଅଫିସର) ନିବନ୍ଧକଙ୍କ ଦ୍ଵାରା ନିର୍ଦ୍ଧିଷ୍ଟ କରାଯାଇଥିବା ଫାରମରେ ଦୋହରା (ପ୍ରତିଲିପି) ଦାବି ନୋଟିସ ପ୍ରସ୍ତୁତ କରିବେ । ଉପରୋକ୍ତ ଦୋହରା ଦାବି ନୋଟିସ ରେ ଖିଲାପକାରୀଙ୍କ ନାମ ତଥା ପ୍ରାପ୍ୟ ପରିମାଣ ସହିତ ସୁଧ ଲିପିବଦ୍ଧ କରାଯିବ ଏବଂ ତାହା (ଦୋହରା ଦାବି ନୋଟିସ) ବିକ୍ରୟ ଅଫିସରଙ୍କ ପାଖକୁ ପଠାଯିବ।

ସଂଶୋଧନ - ୧୯୯୭

ନିୟମ ୧୪୦ର ସଂଶୋଧନ

କଥିତ ନିୟମାବଳିର ନିୟମ  ୧୪୦ ଥିବା ଶବ୍ଦ “ ନିବନ୍ଧକ” ଯେଉଁଠାରେ ଦୃଶ୍ୟମାନ ହେବ,  ସେଠାରେ ଶବ୍ଦ “ମହା- ସମୀକ୍ଷକ (ଅଡିଟର- ଜେନେରାଲ) ପ୍ରତିସ୍ଥାପିତ ହେବ ।(ଏସ.ଆର.ଓ.ସଂଖ୍ୟା ୧୭/୯୭, ତା ୨୩.୦୪.୧୯୯୭)

ନିୟମ ୧୪୧. ବିକ୍ରୟ ନିମନ୍ତେ ଆବେଦନ ଏବଂ ବିକ୍ରୟ ପଦ୍ଧତି

  1. ସମବାୟ ସମିତି ଆଇନସ୍ଥ ୯୧ ଦଫା,  ଉପଦଫା ୨ ର ପ୍ରକରଣ  “କ” ଅନୁଯାୟୀ କରାଯାଇଥିବା ନୋଟିସ ତାରିଖଠାରୁ  ୩ ମାସ ବିଗତ ହେବା ପରେ ଯଦି ବନ୍ଧକ ପଡିଥିବା ପ୍ରାପ୍ୟ ପରିମାଣ ବା ଅର୍ଥ ପରିଶୋଧ କରାଯାଇ ନଥାଏ,  ତେବେ ରାଜ୍ୟ ଭୂ- ଉନ୍ନୟନ ବ୍ୟାଙ୍କ ଅଥବା ସେଭଳି ଅଥବା ଭୂ- ଉନ୍ନୟନ ବ୍ୟାଙ୍କ ଦ୍ଵାରା ଏଠି ନିମନ୍ତେ କ୍ଷମତା ଯେକୌଣସି ବ୍ୟକ୍ତି, ନୋଟିସ ପାଇବାର ହକଦାର ବ୍ୟକ୍ତିଙ୍କ ଦ୍ଵାରା ସେହି ସମୟ ମଧ୍ୟରେ କରାଯାଇଥିବା ଯେକୌଣସି ଆପତ୍ତିର ବିବେଚନା ତାହାର କିଛି ଅଂଶ ବିକ୍ରୟ କରିବାକୁ ଆବେଦନ କରିପାରନ୍ତି  ଏବଂ ଉପରୋକ୍ତ ଅଫିସର (ସମବାୟ ବିଭାଗର ମୁଖ୍ୟ ଅଫିସର  ୯୧ ଦଫା ଉପଦଫା  (୨) ବର୍ଣ୍ଣନାମତେ ବା  ୯୧ ଦଫା ଉପଦଫା (୨) ର ଉଲ୍ଲେଖ କରାଯାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଲିଖିତ ନୋଟିସ ଦେବା ପରେ ଏଥି ନିମନ୍ତେ କ୍ଷମତାପ୍ରାପ୍ତ ବିକ୍ରୟ ଅଫିସରଙ୍କୁ  ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ସାଧାରଣରେ ନିଲାମ ଦ୍ଵାରା ଉପରୋକ୍ତ ସମ୍ପତ୍ତି ବିକ୍ରୟ କରିବାକୁ ନିର୍ଦ୍ଦେଶ ଦେବେ ଏବଂ ବିକ୍ରୟର ଫଳାଫଳ ରିପୋର୍ଟର ବିବରଣୀ ଉପରୋକ୍ତ ବ୍ୟାଙ୍କକୁ ପଠାଯିବ ।
  2. ଆବେଦନ ପ୍ରାପ୍ତି ପରେ ମୁଖ୍ୟ ଅଫିସର, ଆବେଦନରେ ଲିଖିତ ନାମ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟକୁ ରେଜିଷ୍ଟରୀ ଡାକ ଦ୍ଵାରା ନୋଟିସ ପଠାଇବେ । ନୋଟିସରେ ତାଙ୍କ ଅଭିମତ ଲିପିବଦ୍ଧ କରିବେ  । ମୁଖ୍ୟ ଅଫିସରଙ୍କ ଦ୍ଵାରା ନିର୍ଦ୍ଧାରିତ ସମୟ ଅନୁଯାୟୀ ନୋଟିସ ଜାରି କରାଯିବାର ଖର୍ଚ୍ଚ ସହିତ ବ୍ୟାଙ୍କ ଦାବି କରିଥିବା ପରିମାଣ ଯଦି ପରିଶୋଧ କରାନଯାଏ ତେବେ ରୂପରୋକ୍ତ ସଂପତ୍ତି ବିକ୍ରୟ କରାଯିବ।
  3. ବିକ୍ରୟ ଉପନିୟମ  ୩ ଅନୁଯାୟୀ ଜାରି କରାଯାଇଥିବା ନୋଟିସ ନିର୍ଦ୍ଧିଷ୍ଟ କରାଯାଇଥିବା ସମୟ ବିଗତ ହେବା ପୂର୍ବରୁ ଯଦି ସେଭଳି ନୋଟିସରେ ନିର୍ଦ୍ଧିଷ୍ଟ କରାଯାଇଥିବା ପରିମାଣ ପରିଶୋଧ କରାନଯାଏ , ତେବେ ମୁଖ୍ୟ ଅଫିସରର ତାଙ୍କର ଅଧିନସ୍ଥ ଯେକୌଣସି ଅଫିସରଙ୍କୁ ବିକ୍ରୟ ଅଫିସର ସଦୃଶ କାର୍ଯ୍ୟ କରିବାକୁ ଏବଂ ତାଙ୍କ (ମୁଖ୍ୟ ଅଫିସର) ନିମନ୍ତେ ବିକ୍ରୟ କାର୍ଯ୍ୟ ତୁଲାଇବାକୁ କ୍ଷମତାପ୍ରାପ୍ତ କରିପାରନ୍ତି ।
  4. ଘୋଷଣାର ପ୍ରକାଶନ ବିକ୍ରୟ ଅଫିସର (କ୍ଷମତାପ୍ରାପ୍ତ) ଅବିଳମ୍ବେ ବିକ୍ରୟ ଘୋଷଣା ଜାରି କରିବେ  । ବିକ୍ରୟ ନିମନ୍ତେ ସ୍ଥିର କରାଯାଇଥିବା ତାରିଖର 30 ଦିନ ପୂର୍ବରୁ ମୁଖ୍ୟ ଅଫିସରଙ୍କ ଅଫିସର ନୋଟିସ ବୋର୍ଡରେ ଘୋଷଣାଟି ଲଟକାଇ ଦିଆଯିବ ଏବଂ ବିକ୍ରୟ ହେବାକୁ ଥିବା ବନ୍ଧକ ସଂପତ୍ତି ଯେଉଁ ଗ୍ରାମରେ ଅବସ୍ଥିତ ଥିବ, ସେହି ଗ୍ରାମରେ ଡେଙ୍ଗୁରା ଦ୍ଵାରା ହେଉ ଅଥବା ଅନ୍ୟାନ୍ୟ ପରମ୍ପରାଗତ ପଦ୍ଧତି ଦ୍ଵାରା ହେଉ,  ବିକ୍ରୟ ତାରିଖର ପୂର୍ବରୁ ଏବଂ ବିକ୍ରୟ ତାରିଖରେ, ବିକ୍ରୟ ଆରମ୍ଭ ହେବା ପୂର୍ବରୁ କ୍ରମାଗତ ଦୁଇ ଦିନ ମଧ୍ୟରେ ଘୋଷଣାଟି ଜଣାଇ ଦିଆଯିବ  । ଉପରୋକ୍ତ ଘୋଷଣାର ଏକ ନକଲ ନିକଟରେ ଥିବା ରେଭିନ୍ୟୁ ଅଫିସର (ଯାହାଙ୍କ କ୍ଷେତ୍ରାଧିକାରୀ ସୀମା ମଧ୍ୟରେ ଉପରୋକ୍ତ ଗ୍ରାମ ଅବସ୍ଥିତ) ଙ୍କ ନିକଟକୁ ପଠାଯିବ । ରେଭିନ୍ୟୁ ଅଫିସର ଉପରୋକ୍ତ ନୋଟିସକୁ ତାଙ୍କ ଅଫିସର ନୋଟିସ ବୋର୍ଡରେ ଲଟକାଇ ଦେବେ । ଘୋଷଣାର ଏକ ନକଲ ମଧ୍ୟ ଆବେଦନରେ ଲିପିବଦ୍ଧ କରାଯାଇଥିବା ପ୍ରତ୍ୟେକ ପକ୍ଷଙ୍କ ନିକଟକୁ ପଠାଇ ଦିଆଯିବ । ଘୋଷଣାରେ ବିକ୍ରୟର ସମୟ ତଥା ସ୍ଥାନ ଲିପିବଦ୍ଧ କରାଯିବ ଏବଂ ଯେତେଦୂର ସମ୍ଭବ ନିମ୍ନଲିଖିତ  ବିଷୟବସ୍ତୁର ବିସ୍ତୁତ ବିବରଣୀ ନିର୍ଭୁଲଭାବରେ ଉଲ୍ଲିଖିତ କରାଯିବ, ଯଥା –
  5. ବିକ୍ରୟ ହେବାକୁଥିବା ସଂପତ୍ତି ଅବସ୍ଥିତ ଥିବା ସ୍ଥାନୀୟ ଇଲାକାର ଅଧିକାର କ୍ଷେତ୍ର ଦାୟିତ୍ଵରେ ଥିବା ସମବାୟ ବିଭାଗର ମୁଖ୍ୟ ଅଫିସରଙ୍କ ଦ୍ଵାରା ନିର୍ଦ୍ଧାରିତ କରାଯାଇଥିବା ପରିମାଣ ବା ଅନୁପାତ ଅନୁଯାୟୀ ପରିବ୍ୟୟ ଜମା କରିବେ । ନିବନ୍ଧକଙ୍କ ଦ୍ଵାରା ନିର୍ଦ୍ଧାରିତ କରାଯାଇଥିବା ଫାରମ ଅନୁଯାୟୀ ଆବେଦନ ପତ୍ର ଦାଖଲ କରାଯିବ ଏବଂ ଆବେଦନକାରୀଙ୍କ ଦ୍ଵାରା ଦସ୍ତଖତ କରାଯିବ ଅଥବା ଯେତେବେଳେ ଆବେଦନକାରୀ ନିଜେ ରାଜ୍ୟ ଭୂ- ଉନ୍ନୟନ ବ୍ୟାଙ୍କ, ଅଥବା ଭୂ- ଉନ୍ନୟନ ବ୍ୟାଙ୍କର ବୋର୍ଡ ଅଥବା କମିଟିର ସଦସ୍ୟ ହୋଇଥାନ୍ତି ଅଥବା ଏକ ବ୍ୟକ୍ତି , ବୋର୍ଡ କିମ୍ବା କମିଟି ଦ୍ଵାରା ଯଥାବିଧି କ୍ଷମତାପ୍ରାପ୍ତ ଥାଆନ୍ତି, ସେତେବେଳେ   -
    • ଅଚଳନ୍ତି ସଂପତ୍ତିର ନିର୍ଦ୍ଧାରଣ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ବିବରଣୀ ଅନ୍ତର୍ଭୁକ୍ତ କରାଯିବ ଏବଂ ଯଦି କୌଣସି କ୍ଷେତ୍ରରେ ସେଭଳି ସଂପତ୍ତିର ସୀମାରେଖା ସଂଖ୍ୟା ଅଥବା ସଂଖ୍ୟା ସମୂହ ସର୍ଭେ ଓ ବନ୍ଦୋବସ୍ତ ରେକର୍ଡ ଦ୍ଵାରା ନିର୍ଦ୍ଧାରିତ ବା ଚିହ୍ନଟ କରାଯାଏ, ତେବେ ସେଭଳି ସୀମାରେଖା ଓ ସଂଖ୍ୟାର ବିସ୍ତୁତ ବିବରଣୀ   ।
    • ସମବାୟ ସମିତି ଆଇନର ୯୧ ଦଫା ଉପ-ଦଫା୨ର ପ୍ରକରଣ “କ” ରେ ନିର୍ଦ୍ଧିଷ୍ଟ କରାଯାଇଥିବା ସଂପତ୍ତି ଉପରେ ସ୍ଵାର୍ଥ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ନାମ ଦର୍ଶାଯିବ ଦ୍ଵାରା ।
    • ସମବାୟ ସମିତି ଆଇନର ୯୧ ଦଫାସ୍ଥ ଉପଦଫା ୨ର ପ୍ରକରଣ “କ” ଅନୁଯାୟୀ କରାଯାଇଥିବା ନୋଟିସ ଜାରିର ପଦ୍ଧତି ସମ୍ପର୍କୀୟ ରିପୋର୍ଟ ଅନ୍ତର୍ଭୁକ୍ତ ଦ୍ଵାରା ।
    • ଆଦାୟ ନିମନ୍ତେ ଥିବା ପ୍ରାପ୍ୟ ପରିମାଣ ସହିତ ସୁଧ ତଥା ସମବାୟ ଆଇନର ୯ ଦଫାର ଉପଦଫା ୨ରେ ନିର୍ଦ୍ଧିଷ୍ଟ କରାଯାଇଥିବା ନୋଟିସ ଜାରି ନିମନ୍ତେ ବ୍ୟୟ କରାଯାଇଥିବା ଖର୍ଚ୍ଚ ବିସ୍ତୁତ ବିବରଣୀ ଦ୍ଵାରା ।
    • ଅଦାଲତର ହସ୍ତକ୍ଷେପ ବ୍ୟତୀତ ଯେତେବେଳେ ବିକ୍ରୟ କ୍ଷମତା ବିଶେଷରୂପେ ରାଜ୍ୟ ଭୂ-ଉନ୍ନୟନ ବ୍ୟାଙ୍କକୁ ପ୍ରଦତ୍ତ କରାଯାଏ, ସେତେବେଳେ ବନ୍ଧକ ତମସୁକ ଆବେଦନ ସହିତ ପଠାଯିବ ।
    • ବିକ୍ରୟ ହେବାକୁ ଥିବା ସଂପତ୍ତି
    • ଆଦାୟ ଯୋଗ୍ୟ ପରିମାଣ ଯେଉଁଥିପାଇଁ ବିକ୍ରୟ ଆଦେଶ ଦିଆଯାଇଥିବ  ।
    • ଖରିଦଦାର ସଂପତ୍ତିର ସ୍ୱରୂପ ତଥା ମୂଲ୍ୟ ନିର୍ଣ୍ଣୟ କରିବା ନିମନ୍ତେ ବିକ୍ରୟ ଅଫିସର ଗୁରୁତ୍ଵପୂର୍ଣ୍ଣ ମାନେ କରୁଥିବା ଅନ୍ୟାନ୍ୟ ବିଷୟବସ୍ତୁ ।
  6. ବିକ୍ରୟ ପଦ୍ଧତି - ସର୍ବସାଧାରଣ ସମାଗମ ସ୍ଥାନରେ ସଂପତ୍ତିର ନିଲାମ ଡକାଯିବ ଏବଂ ଶ୍ରେଷ୍ଠ ନିଲାମ ଡକାଳୀକୁ ସଂପତ୍ତି ବିକ୍ରୟ କରାଯିବ । ଉଲ୍ଲେଖଥାଉକି, ଯଦି ଅନାବଶ୍ୟକ ଭାବରେ ଅଥବା ଅନ୍ୟାନ୍ୟ କାରଣରୁ ନିଲାମ ଡକାଯାଉଥିବା ମୂଲ୍ୟ କମ ହୁଏ,  ତେବେ ବିକ୍ରୟ ଅଫିସର ସେଭଳି ଉଚ୍ଚ ନିଲାମକୁ ଗ୍ରହଣ କରିବାକୁ ଅସ୍ଵୀକାର କରିବେ ଏବଂ ଏହାର କାରଣ ତାଙ୍କ ଦ୍ଵାରା ଲିଖିତ ହୋଇ ରେକର୍ଡ କରାଯିବ ଏବଂ ପୁନଶ୍ଚ ଏଠିରେ ଉଲ୍ଲେଖ କରାଯାଇଅଛି  ଯେ, ବିକ୍ରୟ ଅଫିସର ତାଙ୍କ ବିବେଚନା ଅନୁଯାୟୀ ବିକ୍ରୟକୁ ନିର୍ଦ୍ଧିଷ୍ଟ ତାରିଖ ତଥା ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖିବା ସଙ୍ଗେ ସଙ୍ଗେ ସ୍ଥଗିତ ରକ କାରଣ ମଧ୍ୟ ଲିପିବଦ୍ଧ କରିବେ  । ଯେତେବେଳେ ୧୫ ଦିନ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସ୍ଥଗିତ କରାଯାଏ,  ଅଥବା ଯେତେବେଳେ ପର୍ଯ୍ୟାୟକ୍ରମେ ବିକ୍ରୟ ସଂକ୍ଷିପ୍ତ ସମୟ ପର୍ଯ୍ୟନ୍ତ ସ୍ଥଗିତ କରାଯାଏ,  ଯାହାକି ମୋଟାମୋଟି ଭାବରେ ୧୫ ଦିନର ଅଧିକ ହୁଏ, ସେତେବେଳେ ପ୍ରକରଣ ୫ ଅନୁଯାୟୀ ପୁନଶ୍ଚ ଘୋଷଣା କରାଯିବ ।  ମୁଖ୍ୟ ଅଫିସର ବିକ୍ରୟ ସମୟ ଏବଂ ସ୍ଥାନ ସ୍ଥିର କରିବେ ଏବଂ ସ୍ଥାନୀୟ ଇଲାକାର ମୁଖ୍ୟ ଅଫିସର ଅଫିସରଙ୍କରେ ଘୋଷଣା ନୋଟିସ ସଂଯୋଗ ହେବା ତାରିଖଠାରୁ  ୩୦ ଦିନ ବିଗତ ହେବା ପରେ ସଂପତ୍ତି ବିକ୍ରୟ କରାଯିବ ଏବଂ ସଂପତ୍ତି ଅବସ୍ଥିତ ଥିବା ଗ୍ରାମ ବିକ୍ରୟ ସ୍ଥାନ ହେବ ଅଥବା ବିକ୍ରୟ ଅଫିସରଙ୍କ ଦ୍ଵାରା ସ୍ଥିର କରାଯାଇଥିବା ଜନସାଧାରଣ ସମାଗମ ସ୍ଥାନର ନିକଟବର୍ତ୍ତୀ ବା ସଂଲଗ୍ନ ସ୍ଥାନରେ ସଂପତ୍ତି ବିକ୍ରୟ ହେବ ।
  7. ବ୍ୟାଙ୍କ ଅଥବା ଋଣ ଗ୍ରହିତା(ଖାତାକ) ଙ୍କ ହିତ ବା ସ୍ଵାର୍ଥ ଦୃଷ୍ଟିରେ ବିକ୍ରୟ ଅଫିସର ଆବଶ୍ୟକତା ଅନୁଯାୟୀ ତାଙ୍କ କ୍ଷମତା ବଳରେ ସଂପତ୍ତିକୁ ଭାଗ ବା ପୃଥକ କରିପାରନ୍ତି   ।
  8. ଖରିଦଦାରି ରୂପେ ଘୋଷିତ ବ୍ୟକ୍ତି ସଂପତ୍ତିର ପ୍ରତ୍ୟେକ ବିକ୍ରୟ ସମୟରେ ତଥା ସେଭଳି ଘୋଷଣା ପରେ ଅବିଳମ୍ବେ ବିକ୍ରୟ ଅଫିସରଙ୍କ ସମ୍ମୁଖରେ କ୍ରୟ ମୂଲ୍ୟର ଶତକଡା ୨୦ ଭାଗ ଜମା କରିବେ । ଖରିଦର ଯଦି ଉପରୋକ୍ତ ପରିମାଣକୁ ଜମା କରିବାକୁ ଖିଲାପ କରନ୍ତି,  ତେବେ ଅବିଳମ୍ବେ ସେଭଳି ସଂପତ୍ତି ପୁନଶ୍ଚ ନିଲାମ ଦ୍ଵାରା ବିକ୍ରୟ କରାଯିବ ।  ପ୍ରାପ୍ତି ଅର୍ଥ ନିବନ୍ଧକଙ୍କ ଦ୍ଵାରା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ଜମା କରାଯିବ  ।
  9. ଉଲ୍ଲେଖଥାଉକି, ଯେତେବେଳେ ବ୍ୟାଙ୍କ ଖରିଦଦାର ହୁଅନ୍ତି ଏବଂ ଉପ- ନିୟମ ୧୨ ଅନୁଯାୟୀ କ୍ରୟ ମୂଲ୍ୟ ପାଇବାକୁ ହକଦାର ହୁଅନ୍ତି, ସେତେବେଳେ ବିକ୍ରୟ ଅଫିସର ଏହି ନିୟମାବଳୀର ଆବଶ୍ୟକତା ଅନୁଯାୟୀ ତାହା ବିବରଣୀ କରିବେ  ।

  10. କ୍ରୟ ମୂଲ୍ୟର ଅବଶିଷ୍ଟାଶ ଏବଂ ସମବାୟ ଆଇନର ଅନୁସୂଚିର ପରିଚ୍ଛେଦ ୫ମ ଅନୁଯାଇ ପ୍ରମାଣପତ୍ର (ସାର୍ଟିଫିକେଟ) ନିମନ୍ତେ ଆବଶ୍ୟକ ହେଉଥିବା ସାଧାରଣ ଷ୍ଟାମ୍ଫର ଆବଶ୍ୟକୀୟ ପରିମାଣ ବିକ୍ରୟ ତାରିଖଠାରୁ ପନ୍ଦର ଦିନ ମଧ୍ୟରେ ପରିଶୋଧ କରାଯିବ ।
  11. ଏଥିରେ ଉଲ୍ଲେଖ ଅଛି ଯେ , ମୁଖ୍ୟ ଅଫିସର ସୁବିବେଚନା କରିବା  ପରେ ଯଥୋଚିତ ତଥା ପର୍ଯ୍ୟାପ୍ତ କାରଣ ଷ୍ଟାମ୍ଫରୁ ଖର୍ଚ୍ଚ ପରିଶୋଧ କରିବା ନିମନ୍ତେ ସ୍ଥିର କରାଯାଇଥିବା ସମୟ ବିକ୍ରୟ ତାରିଖଠାରୁ ୩୦ ଦିନ ପର୍ଯ୍ୟନ୍ତ ବର୍ଦ୍ଧିତ କରିପାରନ୍ତି

    ପୁନଶ୍ଚ ପ୍ରକାଶଥାଉକି, ଏକ ପ୍ରକରଣ ଅନୁଯାୟୀ ଦେୟ  ପରିମାଣ ହିସାବ କରିବାବେଳେ କ୍ରେତା ଉପ- ନିୟମ ୧୨ ଅନୁସାରେ ପାଇବାକୁ ଥିବା ଅର୍ଥ ପରିମାଣ ହିସାବକୁ ନେବେ   ।

  12. ପୂର୍ବୋକ୍ତ ବାକ୍ୟାଂଶରେ (କ୍ଳଜ) ନିର୍ଦ୍ଧିଷ୍ଟ କରାଯାଇଥିବା ସମୟ ମଧ୍ୟରେ ଅବଶିଷ୍ଟାଶ ପରିଶୋଧ କରିବାକୁ ଖିଲାପ କରାଯାଏ,  ତେବେ ବିକ୍ରୟ ର ପରିବ୍ୟୟ  ବା ଖର୍ଚ୍ଚ ତୁଲାଇବା ପରେ ବିକ୍ରୟ ଅଫିସର ଯଦି ଉପ ଯୁକ୍ତ ବିବେଚନା କରନ୍ତି ସେଭଳି ପରିମାଣ ବାଜ୍ୟାପ୍ତ କରିବା ସଙ୍ଗେ ସଙ୍ଗେ ତାହା ସରକାରଙ୍କୁ ପ୍ରଦତ୍ତ କରିବେ  ଏବଂ ଖିଲାପକାରୀ ଖରିଦଦାରଙ୍କ ସଂପତ୍ତି କିମ୍ବା ସଂପତ୍ତିର କିଛି ଅଂଶରେ ଥିବା ତାଙ୍କର ସମସ୍ତ ଦାବିକୁ ବାଜ୍ୟାପ୍ତ କରିବେ  ।
  13. ପୁନଶ୍ଚ ଉଲ୍ଲେଖଥାଉକି, ଯେତେବେଳେ ଉପନିବୟମ  ୧୧ ଅନୁଯାୟୀ ପୁନଃ ବିକ୍ରୟ ନ ହୁଏ ଅଥବା ଯେତେବେଳେ ଖରିଦଦାର ଖିଲାପ କରିବା ପରେ ଖିଲାପକାରୀ ଦେୟ ଅର୍ଥ ପ୍ରଦତ୍ତ କରେ ସେତେବେଳେ ନିର୍ଦ୍ଧାରିତ ସଞ୍ଚିତ ଅର୍ଥ ବ୍ୟାଜ୍ୟାପ୍ତି କରାଯିବ ନାହିଁ   ।

  14. ବ୍ୟାଙ୍କ ହେପାଜତରେ ଯେତେବେଳେ ସଂପତ୍ତି ବିକ୍ରୟ କରାଯାଏ ଏବଂ ବ୍ୟାଙ୍କ ନିଜେ ଖରିଦଦାର ଥାଏ, ସେତେବେଳେ କ୍ରୟମୂଲ୍ୟ ଏବଂ ପ୍ରାପ୍ୟ ପରିମାଣ ପ୍ରତ୍ୟେକ ଉପରେ ଧାର୍ଯ୍ୟ କରାଯାଏ ଏବଂ ବିକ୍ରୟ ଅଫିସର ବନ୍ଧକ ଅର୍ଥର ସମସ୍ତ ଅଥବା କିଛି ଅଂଶ ପରିଶୋଧ କରିବେ   ।
  15. ୭ ଅଥବା ୧୦ ଉପନିୟମ ଅନୁଯାୟୀ କରାଯାଇଥିବା ପୁନଃ ବିକ୍ରୟ ସମୟରେ ଖରିଦଦାରଙ୍କ ଖିଲାପ (ଅନାଦେୟ)  କାରଣ ଯୋଗୁଁ ଯଦି ମୂଲ୍ୟର ଅଭାବ ଘଟିଥାଏ ଏବଂ ସେଭଳି ପୁନଃ ବିକ୍ରୟ ସମୟର ସମସ୍ତ ଖର୍ଚ୍ଚ ବିକ୍ରୟ ଅଫିସରଙ୍କ ଦ୍ଵାରା ପ୍ରମାଣିତ ହୋଇ ମୁଖ୍ୟ ଅଫିସରଙ୍କ ନିକଟକୁ ପଠାଯାଇଥାଏ ଏବଂ ଦୃଷ୍ଟାନ୍ତ ସ୍ୱରୂପ ବ୍ୟାଙ୍କ ଅଥବା ଋଣଗ୍ରହିତା ହେଉ ତେବେ ଅଭାବ ପରିମାଣ ସମବାୟ ସମିତି ଆଇନର ୧୦୩ ଦଫାର ବ୍ୟବସ୍ଥାନୁଯାୟୀ ଖିଲାପକାରୀ ଖରିଦଦାରଙ୍କ ଠାରୁ ଆଦାୟ କରାଯିବ।
    • ଖିଲାପକାରୀ ଖରିଦଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ୟାଙ୍କ ବାଧ୍ୟ ନୁହନ୍ତି,  କିନ୍ତୁ ବ୍ୟାଙ୍କ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେଭଳି ପରିମାଣ ଆଦାୟ କରିପାରିବେ ।
    • ସଂପତ୍ତିର ଦ୍ଵିତୀୟଥର ବିକ୍ରୟ ସମୟରେ ଯଦି ସଂପତ୍ତିର ମୂଲ୍ୟ ପ୍ରଥମ ବିକ୍ରୟ  ମୂଲ୍ୟ ଅପେକ୍ଷା ଅଧିକ ହୁଏ, ତେବେ ପ୍ରଥମ ବିକ୍ରୟ ସମୟରେ ଥିବା ଖିଲାପକାରୀ ଖରିଦଦାରଙ୍କର ବର୍ଦ୍ଧିତ ତଥା ତଫାତ ମୂଲ୍ୟର କୌଣସି ଦାବି ରହିବ ନାହିଁ  ।
  16. ବିକ୍ରୟ ଆରମ୍ଭ ହେବାର ଯେକୌଣସି ସମୟ ରେ ଯଦି ବନ୍ଧକତା ଅଥବା କୌଣସି ବ୍ୟକ୍ତି ବିକ୍ରୟ ହେବାକୁ ଥିବା ସଂପତ୍ତିର ହିତ ବା ସ୍ଵାର୍ଥ ଉପରେ ଦାବି କରେ ଏବଂ ଦେବାକୁ ଥିବା ସମସ୍ତ ପରିମାଣ ସହିତ ସୁଧ,  ବଟା ଏବଂ ବିକ୍ରୟ ନିମନ୍ତେ ବ୍ୟୟ କରାଯାଇଥିବା ଅନ୍ୟାନ୍ୟ ପରିବ୍ୟୟ ପରିଶୋଧ କରିବାକୁ ପ୍ରସ୍ତାବ କରେ ତେବେ ବିକ୍ରୟ ଅଫିସର ବିକ୍ରୟ କରିବାକୁ ଅଗ୍ରସର ହେବେ ନାହିଁ   ।
  17. ବିକ୍ରୟ ଅଫିସର ବିକ୍ରୟ ସମାପ୍ତି ହେବା ପରେ ବିକ୍ରୟର ଫଳାଫଳ ସଂପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରି ବ୍ୟାଙ୍କ ସମ୍ମୁଖରେ ଉପସ୍ଥାପିତ କରିବେ ।
  18. ସମବାୟ ସମିତି ଆଇନର ଅନୁସୂଚିର ପରିଚ୍ଛେଦ ୧ ଅନୁଯାୟୀ ଯେତେବଳେ ବିକ୍ରୟ ସଂପତ୍ତି ଅସିଦ୍ଧ କରାଯାଏ, ସେତେବେଳେ ଉପ- ନିୟମ ୮ ଅନୁଯାୟୀ ଜମା କରାଯାଇଥିବା କ୍ରୟ ଅର୍ଥର ଭାଗ ଅଥବା ଉପ- ନିୟମ ୯ ଅନୁଯାୟୀ ଜମା କରାଯାଇଥିବା ସଂପୂର୍ଣ୍ଣ କ୍ରୟ ଅର୍ଥ ସହିତ ସମବାୟ ସମିତି ଆଇନ ଅନୁସୂଚିର ୧ ପରିଚ୍ଛେଦ ଅନୁଯାୟୀ ଜମା କରାଯାଇଥିବା ପରିମାଣ ଖରିଦଦାରଙ୍କୁ ଫେରସ୍ତ ଦିଆଯିବ ।
  19. ଏହି ନିୟମ ଅନୁଯାୟୀ ନୋଟିସ ଜାରି ଅଥବା ଅନ୍ୟାନ୍ୟ ପରୱାନା ଜାରି କରିବା ପାଇଁ ନିଯୁକ୍ତବ୍ୟକ୍ତି, ନିବନ୍ଧକ ସମୟ ସମୟରେ ସ୍ଥିର, କରିଥିବା ଅନୁପାତ ଅନୁଯାୟୀ ପାରିଶ୍ରମିକ ପାଇବାକୁ ହକଦାର ଅଟନ୍ତି ।
  20. ବିକ୍ରୟ ଲବ୍ଧଅର୍ଥ(ବିକ୍ରୟ ମୂଲ୍ୟ) ସମବାୟ ସମିତି ଆଇନର ବ୍ୟବସ୍ଥିତ, ପଦ୍ଧତି ଅନୁଯାୟୀ ବିନିଯୋଗ କରାଯିବ । ବିକ୍ରୟ ଅଫିସରଙ୍କ ଦ୍ଵାରା ଆଦାୟଯୋଗ୍ୟ ପରିବ୍ୟୟ , ଖର୍ଚ୍ଚ ବ୍ୟୟ ମୂଲ୍ୟ(ଯାହାକି ବିକ୍ରୟର ଆନୁଷଙ୍ଗିକ ବ୍ୟୟ) ବ୍ୟତୀତ ଉପନିୟମ ୨ର ଜମା କରାଯାଇଥିବା ପରିମାଣ ଆଦେଶକାରୀଙ୍କୁ ଫେରସ୍ତ ଦିଆଯିବ ।  ବିକ୍ରୟର ଆନୁଷଙ୍ଗିକ ବ୍ୟୟ ଭଳି ବିକ୍ରୟ ଅଫିସରଙ୍କ ଦ୍ଵାରା ଆଦାୟଯୋଗ୍ୟ ପରିବ୍ୟୟ, ଖର୍ଚ୍ଚ ଏବଂ ବ୍ୟୟ ମୂଲ୍ୟ ଯଦି ବିକ୍ରୟ ଲବ୍ଧଠାରୁ ଅଧିକ ବା ଅତିରିକ୍ତ ଦ୍ଵାରା, ତେବେ ସେଭଳି କ୍ଷେତ୍ରରେ ଉପରୋକ୍ତ ଅତିରିକ୍ତ ବା ଅଧିକ ମୂଲ୍ୟ ଜମା କରାଯାଇଥିବା ପରିମାଣରୁ ବାଦ ଦିଆଯିବ ଏବଂ ଅବଶିଷ୍ଟାନ୍ସ ଆବେଦନକାରୀଙ୍କୁ ଫେରସ୍ତ ଦିଆଯିବ  ।
  21. ଯେକୌଣସି ପ୍ରାପ୍ୟ ଅର୍ଥର ଆଦାୟ ସଂପର୍କରେ ପରିଶୋଧ କରୁଥିବା ପ୍ରତ୍ୟେକ ବ୍ୟକ୍ତି ପରିଶୋଧ ପରିମାଣ ନିମନ୍ତେ ରସିଦ ପାଇବାକୁ ହକଦାର ଅଟନ୍ତି । ଉପରୋକ୍ତ ରସିଦ ବିକ୍ରୟ ଅଫିସର ଦ୍ଵାରା ଦରଖସ୍ତ କରାଯିବ । ସେଭଳି ରସିଦରେ ପରିମାଣ ପରିଶୋଧ କରିଥିବା ବ୍ୟକ୍ତିଙ୍କ ନାମ ଏବଂ ସେଭଳି ପରିମାଣ ପରିଶୋଧ କରାଯିବାର ବିଷୟବସ୍ତୁ ଉଲ୍ଲେଖ କରାଯିବ।
    • ଯଦି ଏକ ଭିନ୍ନ ଏକାଧିକ ବ୍ୟକ୍ତି ପରିମାଣ ଜମା କରନ୍ତି ଏବଂ ସମବାୟ ସମିତି ଆଇନର ଅନୁସୂଚିର ୧ ପରିଚ୍ଛେଦ ଅନୁଯାୟୀ ଦରଖାସ୍ତ (ଆବେଦନ) ଦାଖଲ କରନ୍ତି ତେବେ ବିକ୍ରୟକୁ ଅସିଦ୍ଧ ଘୋଷଣା କରିବା ନିମନ୍ତେ କ୍ଷମତାପ୍ରାପ୍ତ ଅଫିସରଙ୍କ ସମ୍ମୁଖରେ ଆବେଦନ ଦାଖଲ କରିଥିବା ପ୍ରଥମ ଜମାକାରୀଙ୍କ ଆବେଦନ ଗ୍ରହଣ କରାଯିବ ।

ସଂଶୋଧନ- ୧୯୯୭

ନିୟମ ୧୪୧ ର ସଂଶୋଧନ -

କଥିତ ନିୟମାବଳିର  ନିୟମ ୧୪୧ ରେ ଥିବା ଶବ୍ଦ "ନିବନ୍ଧକ" ଯେଉଁଠାରେ ଦୃଶ୍ୟମାନ ହେବ,  ସେଠାରେର ଶବ୍ଦ" ମହାସମୀକ୍ଷକ (ଅଡିଟର- ଜେନେରାଲ)" ପ୍ରତିସ୍ଥାପିତ ହେବ  । (ଏସ.ଆର.ଓ.ସଂଖ୍ୟା ୧୭/୯୭, ତା ୨୩.୦୪.୧୯୯୭)

ନିୟମ ୧୪୨ ଏବଂ ୧୪୩

ନିୟମ ୧୪୨. ବିକ୍ରୟ ଲବ୍ଧ (ବିକ୍ରୟ ମୂଲ୍ୟ) ଏବଂ କୋରଖର ବିତରଣ –

୯୧  ଦଫାନୁଯାୟୀର କରାଯାଇଥିବା ବିକ୍ରୟର ବିକ୍ରୟ ଲବ୍ଧ ଅଥବା  ୯୦ ଦଫାନୁଯାୟୀ କରାଯାଇଥିବା କୋରଖ ସମବାୟ ସମିତି ଆଇନର ଅନୁସୂଚିର ପରିଚ୍ଛେଦ ୪ରେ ନିର୍ଦ୍ଧିଷ୍ଟ କରାଯାଇଥିବା ପଦ୍ଧତି ଅନୁଯାୟୀ ବିନିଯୋଗ କରାଯିବ   ।

ନିୟମ ୧୪୩. ସମିତି ତଥା ଅର୍ଥଯୋଗାଣ ବ୍ୟାଙ୍କର ଅଫିସର ସମୂହ ଏବଂ ବିକ୍ରୟ ଅଫିସର ସମୂହ ନିଲାମ ଡାକି ପାରିବେ ନାହିଁ -

ସମବାୟ ସମିତି ଆଇନ ତଥା ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ ବିକ୍ରୟ କରାଯାଇଥିବା ଚଳନ୍ତି ତଥା ଅଚଳନ୍ତି ସଂପତ୍ତିର ଯେ କୌଣସି ବିକ୍ରୟ ସମୟରେ, କୌଣସି ଅଫିସର (ଯଦି ଥାଆନ୍ତି) (ସମିତି ଅଥବା ଅର୍ଥଯୋଗାଣ ବ୍ୟାଙ୍କ ବ୍ୟତୀତ) ଏବଂ ବିକ୍ରୟ କାର୍ଯ୍ୟ ତୁଲାଇବାକୁ କ୍ଷମତାପ୍ରାପ୍ତ କୌଣସି ବିକ୍ରୟ ଅଫିସର ଅଥବା ଅନ୍ୟାନ୍ୟ ବ୍ୟକ୍ତି ପ୍ରତ୍ୟକ୍ଷ ବା ପରୋକ୍ଷରେ ହେଉ ବିକ୍ରୟ ସଂପତ୍ତିର ନିଲାମ ଡାକି ପାରିବେ ନାହିଁ ଅଥବା ସେଭଳି ସମ୍ପତ୍ତି ଲାଭ କରିବାକୁ ଚେଷ୍ଟା କରିବେ ନାହିଁ  ।

ଆଧାର – ଦ ଲ ହାଉସ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate